ଭୁବନେଶ୍ବର, ୨୮/୧୧: (ସମୀକ୍ଷା ବ୍ୟୁରୋ) ଡ଼ିସେମ୍ବର ୧ ତାରିଖଠାରୁ ୫ ତାରିଖ ପର୍ଯ୍ୟନ୍ତ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରଠାରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ତରଫରୁ ପ୍ରତ୍ୟହ ସନ୍ଧ୍ୟା ୬ ଘଟିକା ଠାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ମୁକ୍ତାକାଶ ରଙ୍ଗମଞ୍ଚରେ କୋଣାର୍କ ନୃତ୍ୟୋତ୍ସବର ଆୟୋଜନ ହେବାକୁ ଯାଉଛି । ଓଡ଼ିଶାର ଅନ୍ତର୍ନିହିତ ଐତିହ୍ୟକୁ ବାଦ ଦେଲେ ଏହି ଉତ୍ସବ ଉତ୍କୃଷ୍ଟ ମାନର ପାରମ୍ପରିକ ତଥା ଶାସ୍ତ୍ରୀୟ ନୃତ୍ୟର ଆୟୋଜନ କରୁଅଛି । କୋଣାର୍କ ଉତ୍ସବ ଯେଉଁଥିରେ ବହୁ ପ୍ରତିଭାବାନ୍ ନୃତ୍ୟ ବିଶାରଦ ପ୍ରାୟ ଶାସ୍ତ୍ରୀୟ ନୃତ୍ୟର କଳାକାରବୃନ୍ଦ ଓଡ଼ିଶୀ, ଭାରତନାଟ୍ୟମ, କଥକ, କୁଚିପୁଡ଼ି, ମୋହିନିଆଟ୍ଟମ ଏବଂ ଏବର୍ଷର ବିଶେଷ ଆକର୍ଷଣ ଇଣ୍ଡୋନେସିଆର ବାଲିନିଜ୍ ଦଳଗତ ନୃତ୍ୟ ପ୍ରଦର୍ଶନ କରିବେ । ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ ୨୦୧୯ କୋଣାର୍କ ସୂର୍ଯ୍ୟ ମନ୍ଦିରଠାରୁ ୩ କି.ମି. ଦୂରରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ପର୍ଯ୍ୟଟନ ବିଭାଗର ବ୍ରାଣ୍ଡ ଆମ୍ବାସଡ଼ର ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚନ୍ଦ୍ରଭାଗାର…
Author: Samikhsya Bureau
ପଞ୍ଜାବ,28/11 ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ପାଇଁ 6 ଜଣ ନୂତନ ବିଚାରପତିଙ୍କୁ ନିଯୁକ୍ତ କରାଯାଇଛି । ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ମୁଖ୍ୟ ବିଚାରପତି ରବି ଶଙ୍କର ଝା ଏହି 6 ଜଣ ନୂତନ ବିଚାରପତିଙ୍କୁ ଶପଥପାଠ କରାଇଛନ୍ତି । ଅଶୋକ କୁମାର ବର୍ମା, ସନ୍ତ ପ୍ରକାଶ, ମୀନାକ୍ଷୀ ଆଇ ମେହଟା, କର୍ମଜିତ ସିଂ, ବିବେକ ପୁରୀ ଏବଂ ଅର୍ଚ୍ଚନା ପୁରୀ ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି । ଏମାନଙ୍କ ମଧ୍ୟରେ ବିବେକ ଏବଂ ଅର୍ଚ୍ଚନା ପୁରୀ ପତିପତ୍ନୀ । ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ପତି-ପତ୍ନୀ ଏକାସାଙ୍ଗରେ ଶପଥ ଗ୍ରହଣ କରିବାର ଏହା ଏକ ବିରଳ ମୁହୂର୍ତ୍ତ ଥିଲା । 6 ଜଣ ନୂତନ ବିଚାରପତିଙ୍କ ସହିତ ବିଚାରପତିଙ୍କ ସଂଖ୍ୟା 56କୁ ବୃଦ୍ଧି ପାଇଛି ।
ସମୀକ୍ଷା ବ୍ୟୁରୋ, ଭୁବନେଶ୍ବର: ଆରଟିଓ ଯାଞ୍ଚକୁ ପୁଣି ତିନି ମାସ ପାଇଁ କୋହଳ କରିଛନ୍ତି ରାଜ୍ୟ ସରକାର । ବିଭିନ୍ନ ଆରଟିଓରେ ଅସମ୍ଭାଳ ଭିଡ କାରଣରୁ ସରକାର ନିୟମକୁ ପୁଣି ତିନି ମାସ କୋହଳ କରିଛନ୍ତି । ଗୁରୁବାର ଦିନ ବିଧାନସଭାରେ ସଡକ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ବିଧାନସଭାରେ ଏହି ଘୋଷଣା କରିଛନ୍ତି । ସେପ୍ଟେମ୍ବରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂତନ ମୋଟର ଯାନ ଆଇନ ଲାଗୁ କରାଯାଇଥିବା ବେଳେ ସାଧାରଣ ଜନତା ଅସୁବିଧାର ସମ୍ମୁଖୀନ ହେବାରୁ ସରକାର ତିନି ମାସର ମହଲତ ପ୍ରଦାନ କରିଥିଲେ । ଆସନ୍ତା ନଭେମ୍ବର 30ରେ ଏହି ମହଲତର ଶେଷ ତାରିଖ ରହିଥିଲା । ମାତ୍ର ବର୍ତ୍ତମାନ ସୁଦ୍ଧା ମଧ୍ୟ ଅନେକ ଲୋକଙ୍କର ଲାଇସେନ୍ସ ହୋଇନଥିବାରୁ ଓଡିଶା ସରକାରଙ୍କ ପକ୍ଷରୁ ପୁନର୍ବାର ତିନି ମାସର ମହଲତ ପ୍ରଦାନ କରାଯାଇଛି ।
ସାଗରିକା ମହାରାଷ୍ଟ୍ରର ୧୯ତମ ମୁଖ୍ୟମନ୍ତ୍ରୀ ରୁପେ ଆଜି ଶପଥ ନେବେ ଉଦ୍ଧବ ଠାକରେ । ଆଜି ସନ୍ଧ୍ୟା ଶିବାଜୀ ପାର୍କରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଶିବସେନା-କଂଗ୍ରେସ-ଏନସିପି ମିଳିତ ଭାବରେ ‘ମହାରାଷ୍ଟ୍ର ବିକାଶ ଅଘାଡ଼ି’ ମେଣ୍ଟ ଗଠନ କରିଛନ୍ତି । ଏହି ମେଣ୍ଟର ନେତା ଭାବେ ଆଜି ଉଦ୍ଧବ ଠାକ୍ରେ ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିବେ । ମାସେ କାଳ ଲାଗି ରହିଥିବା ରାଜନୈତିକ ସଂକଟ ପରେ ରାଜ୍ୟ ତା’ର ଆଗାମୀ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବାକୁ ଲାଗିପଡିଛି । ତେବେ ଆସନ୍ତୁ ଜାଣିବା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଇତିହାସ ଓ ପୃଷ୍ଠଭୂମି ସମ୍ପର୍କରେ କିଛି କଥା- ୧୯୬୦ରେ ମହାରାଷ୍ଟ୍ର ସୌରାଷ୍ଟ୍ର ବା ବମ୍ବେ ପ୍ରଦେଶ (ଗୁଜରାଟ ଓ ମହାରାଷ୍ଟ୍ର)ରୁ ଅଲଗା ରାଜ୍ୟ ଭାବେ ମାନ୍ୟତା ପାଇଥିଲା । ସେହି ସମୟରେ ବମ୍ବେ ପ୍ରଦେଶରେ ଦୁଇ ମୁଖ୍ୟମନ୍ତ୍ରୀ ରହୁଥିଲେ। ପରେ ପରେ ବମ୍ବେ ପ୍ରଦେଶ ଅଲଗା ହୋଇ ଗୁଜୁରାଟ ଓ…
କେଦାର ମିଶ୍ର ଗାନ୍ଧୀଙ୍କୁ ନାଥୁରାମ ଗଡସେ ତିନୋଟି ଗୁଳି ମାରିଥିଲା, ହେଲେ ଗଡସେର ଦାୟାଦମାନେ ଗାନ୍ଧୀଙ୍କୁ ପ୍ରତିଦିନ ହତ୍ୟା କରି ଚାଲିଛନ୍ତି। ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଯେତେବେଳେ ସାରା ବିଶ୍ଵ ପାଳନ କରୁଛି, ସେତେବେଳେ ଗାନ୍ଧୀଙ୍କ ଦେଶରେ ତାଙ୍କ ହତ୍ୟାକାରୀର ସମର୍ଥକମାନେ ଲୋକପ୍ରତିନିଧି ଭାବରେ ନିର୍ବାଚିତ ହୋଇ ଗାନ୍ଧୀଙ୍କୁ ବାରମ୍ବାର ହତ୍ୟା କରୁଛନ୍ତି। ଶାସକ ବିଜେପି ଦଳ ବଡ ନିରୀହ ଭାବରେ କହୁଛି, ଆମେ ଏହାର ସମର୍ଥକ ନୋହୁ, ଅଥଚ ଶାସକ ଦଳର ପ୍ରତିନିଧି ଓ ଶାସକ ଦଳର ଆଇଟି ସେଲ ଗାନ୍ଧୀଙ୍କ ବିରୋଧରେ କୁତ୍ସା ରଟନା କରି ଚାଲିଛନ୍ତି। ଲୋକସଭାରେ ଆତଙ୍କବାଦୀ ଭାବେ ଅଭିଯୁକ୍ତ ହୋଇଥିବା ପ୍ରଜ୍ଞା ସିଂ ଠାକୁର ଗତକାଲି ଯେତେବେଳେ ନାଥୁରାମ ଗଡସେକୁ ଦେଶଭକ୍ତ ବୋଲି କହିଲେ, ସେଠି ଲୋକସଭା ବାଚସ୍ପତି ତାଙ୍କ ବିରୋଧରେ ତୁରନ୍ତ କାର୍ୟାନୁଷ୍ଠାନ ନେବା ଉଚିତ ହୋଇଥାନ୍ତା। ଜଣେ ହତ୍ୟାକାରୀକୁ, ସେ ପୁଣି ଦେଶର ସର୍ବୋଚ୍ଚ ଜନନେତା ଓ ସ୍ଵାଧୀନତା ଆନ୍ଦୋଳନର…
THIRUVANANTHAPURAM, NOV 28 (UNI) CITU staging a day-night strike in front of Kerala Secretariat to press their various demands, in Thiruvananthapuram on Thursday. UNI PHOTO-6U
ଭୋପାଳ,28/11: ଭାରତୀୟ ସେନା ପକ୍ଷରୁ ଏକ ଆଣ୍ଟିଟ୍ୟାଙ୍କ ମିଶାଇଲ୍ର ସଫଳ ପରୀକ୍ଷଣ କରାଯାଇଛି । ଦୂରଗାମୀ ରେଞ୍ଜର ଏହି ଆଣ୍ଟିଟ୍ୟାଙ୍କ ମିଶାଇଲ୍ର ପରୀକ୍ଷଣ ମଧ୍ୟପ୍ରଦେଶର ମୋହରେ ହୋଇଥିଲା । ଏହି ପରୀକ୍ଷଣ ସମୟରେ ସ୍ଥଳସେନା ମୁଖ୍ୟ ବିପିନ ରାଓ୍ବତ ଉପସ୍ଥିତ ରହିଥିଲେ । ଗୁରୁବାର ସେନା ପକ୍ଷରୁ ଦୁଇଟି ଦୂରଗାମୀ ଆଣ୍ଟି ଟ୍ୟାଙ୍କ ମିଶାଇଲ୍ର ସଫଳ ପରୀକ୍ଷଣ କରାଯାଇଥିଲା । ଦୁଇଟି ମିଶାଇଲ୍ 90 ପ୍ରତିଶତ ଲକ୍ଷ୍ୟ ଭେଦରେ ସଫଳ ହୋଇଛି । ଏହି ପରୀକ୍ଷଣ ପରେ ଯଦି ଭାରତ ଏହାକୁ ସେନାବାହିନୀରେ ସାମିଲ କରେ ତେବେ 33ତମ ରାଷ୍ଟ୍ର ଭାବରେ ସ୍ପାଇକ୍ ଏଲ୍ କ୍ଷେପଣାସ୍ତ୍ର ବ୍ୟବହାର କରିବ ।
କଲିକତା, ୨୮/୧୧: ପଶ୍ଚିମବଙ୍ଗର କାଲିଆଗଞ୍ଜ ଓ ଖଡ୍ଗପୁର ସଦର ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନରେ ଟିଏମ୍ସି ବିଜୟୀ ହୋଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦଳର ଏହି ବିଜୟର ଶ୍ରେୟକୁ ରାଜ୍ୟବାସୀଙ୍କୁ ଦେଇ ଏହି ଅବସରରେ ବିଜେପିକୁ ଟାର୍ଗେଟ୍ କରିଛନ୍ତି । ମମତା କହିଛନ୍ତି ଯେ, ବିଜେପି ନିଜର ଅହଙ୍କାର ଓ ରାଜ୍ୟର ଲୋକଙ୍କୁ ଅପମାନିତ କରିବାର ପରିଣାମ ଭୋଗୁଛି । ସୂଚନାଯୋଗ୍ୟ, କାଲିଆଗଞ୍ଜ ଆସନରୁ ଟିଏମ୍ସି ପ୍ରାର୍ଥୀ ତପନ ଦେବ ସିହ୍ନା ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର କମଲ ଚନ୍ଦ୍ର ସରକାରଙ୍କୁ ୨,୩୦୪ ଭୋଟରେ ହରାଇଛନ୍ତି । ସେହିପରି ଖଡଗପୁର ସଦରର ଟିଏମ୍ସି ପ୍ରାର୍ଥୀ ପ୍ରଦୀପ ସରକାର ୨୦,୮୧୧ ଭୋଟ୍ରେ ଜିତିଛନ୍ତି । ପଶ୍ଚିମବଙ୍ଗ ବିଧାନସଭା ତିନୋଟି ଆସନରେ ଗତ ୨୫ ତାରିଖରେ ଉପନିର୍ବାଚନ ହୋଇଥିଲା । (ଏଜେନ୍ସି)
ମୁମ୍ବାଇ,28/11: ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏକ ନୂତନ ମାଇଲଖୁଣ୍ଟ ଛୁଇଁଛି । ପ୍ରଥମ ଭାରତୀୟ କମ୍ପାନୀ ଭାବରେ 10 ଲକ୍ଷ କୋଟିର ବ୍ୟବସାୟ ହାସଲରେ ସଫଳ ହୋଇଛି ରିଲାଏନ୍ସ । ପୂର୍ବରୁ ରିଲାଏନ୍ସର ବଜାର ଆୟତନ 9 କୋଟି 95 ଲକ୍ଷ 083 ହଜାର ଛୁଇଁଥିବା ବେଳେ ପ୍ରଥମ ଥର ପାଇଁ ଏହା 10 ଲକ୍ଷ କୋଟି ଛୁଇଁଛି । ଏହା ସହିତ ରିଲାଏନ୍ସ ନିଜକୁ ଦେଶର ଅନ୍ୟତମ ଅଗ୍ରଣୀ କମ୍ପାନୀ ଭାବରେ ଅବସ୍ଥାପିତ କରିବା ସହିତ ଦେଶର ଏକ ନମ୍ବର କମ୍ପାନୀର ମାନ୍ୟତା ହାସଲ କରିଛି । ରିଲାଏନ୍ସ ପଛକୁ ଟିସିଏସ୍ର ବଜାର ଆୟତନ 7.84 ଲକ୍ଷ କୋଟି ରହିଛି । ଶ୍ରେଷ୍ଠ 7ଟି ସ୍ଥାନ ମଧ୍ୟରେ ରହିଥିବା ଅନ୍ୟ କମ୍ପାନୀ ଗୁଡିକ ହେଉଛନ୍ତି ଏଚ୍ଡିଏଫ୍ସି ବ୍ୟାଙ୍କ, ହିନ୍ଦୁସ୍ତାନ ୟୁନିଲିଭର, ଆଇସିଆଇସିଆଇ ବ୍ୟାଙ୍କ ଏବଂ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ । ରିଲାଏନ୍ସର ଏହି ନୂତନ ମାଇଲଖୁଣ୍ଟର ପ୍ରଭାବ ସେୟାର…
ରାଞ୍ଚି,28/11 : କଂଗ୍ରେସ ପକ୍ଷରୁ 40 ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରାଯାଉଛି । କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଝାରଖଣ୍ଡରେ 4ଟି ରାଲିକୁ ସମ୍ବୋଧି୍ତ କରିବେ ବୋଲି ଜଣାପଡିଛି । ଆସନ୍ତା ଡିସେମ୍ବର 2 ତାରିଖରୁ ଝାରଖଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନରେ ରାହୁଲ 4ଟି ସ୍ଥାନରୁ ରାହୁଲ ପ୍ରଚାର କରିବେ ବୋଲି ବୁଧବାର ଦଳ ପକ୍ଷରୁ ସୂଚନା ମିଳିଛି । ଷ୍ଟାର କ୍ୟାମ୍ପେନର ତାଲିକାରେ ପୂର୍ବତନ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ରହିଛନ୍ତି । ଉଲ୍ଲେଖଯୋଗ୍ୟଗ ଯେ, ଜେଏମ୍ଏମ୍ ସହିତ ମିଳିତ ଭାବରେ ଝାରଖଣ୍ଡରେ ପ୍ରତିଦ୍ବନ୍ଦିତା କରୁଛି କଂଗ୍ରେସ ।
କାଠମାଣ୍ଡୁ,28/11 : ନେପାଳର ରାଜଧାନୀ କାଠମାଣ୍ଡୁରେ ଭାରସାମ୍ୟ ହରାଇ ପାହାଡ଼ ତଳକୁ ଏକ ଯାତ୍ରୀବାହୀ ବସ୍ ଖସି ପଡିଛି । ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 18ରେ ପହଞ୍ଚିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ବୁଧବାର ସନ୍ଧ୍ୟାରେ କାଠମାଣ୍ଡୁର ଅର୍ଘଖାଞ୍ଚି ଜିଲ୍ଲାର ସନ୍ଧିଖାକରେ ଏହି ଦୁର୍ଘଟଣା ଘଟିଛି । ଉଦ୍ଧାର କରାଯାଇଥିବା ସମସ୍ତ ଆହତଙ୍କୁ ବୁଟଓ୍ୱାଲା ହସ୍ପିଟାଲକୁ ପଠାଇ ଦିଆଯାଇଛି ।
ବିଜେପି ସାଂସଦ ପ୍ରଜ୍ଞା ସିଂ ଠାକୁରଙ୍କୁ ଆତଙ୍କବାଦୀ ବୋଲି କହିଛନ୍ତି କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ । ଗୁରୁବାର ପ୍ରଜ୍ଞାଙ୍କ ଗୋଡ୍ସେ ମତକୁ ନେଇ ରାହୁଲ ଏହି ମତ ଦେଇଛନ୍ତି । ରାହୁଲଙ୍କ ଏହି ମନ୍ତବ୍ୟ ସହିତ ବିରୋଧୀ ଦଳର ସଦସ୍ୟ ମାନେ କକ୍ଷତ୍ୟାଗ କରିଥିଲେ । ଏହାପରେ ବିଜେପି ପକ୍ଷରୁ ସାଧ୍ବୀ ପ୍ରଜ୍ଞାଙ୍କୁ ପ୍ରତିରକ୍ଷା ସଂସଦୀୟ କମିଟିରୁ ବାଦ ଦିଆଯାଇଛି । ବୁଧବାର ସଂସଦରେ ଏସ୍ପିଜି ବିଲ୍ ସମ୍ବନ୍ଧରେ ଆଲୋଚନା ସମୟରେ ପ୍ରଜ୍ଞା ଗୋଡସେଙ୍କୁ ଜଣେ ଦେଶଭକ୍ତ ବୋଲି ଅଭିହିତ କରିଥିଲେ । ପ୍ରଜ୍ଞାଙ୍କ ମନ୍ତବ୍ୟରେ ଆରଏସ୍ଏସ୍ ଏବଂ ବିଜେପିର ସ୍ବଷ୍ଟ ଝଲକ ଦେଖିବାକୁ ମିଳୁଛି ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିବା ନିରର୍ଥକ ବୋଲି ରାହୁଲ କହିଛନ୍ତି ।
ନୂଆଦିଲ୍ଲୀ,28/11 : ଭୋପାଳର ସାଂସଦ ପ୍ରଜ୍ଞା ସିଂ ଠାକୁରଙ୍କୁ ପ୍ରତିରକ୍ଷା ସଂସଦୀୟ କମିଟିରୁ ବାଦ ଦିଆଯାଇଛି । ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ୍ସେକୁ ଦେଶଭକ୍ତ ବୋଲି କହିଥିବା କାରଣରୁ ପ୍ରଜ୍ଞାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବୁଧବାର ସଂସଦରେ ଏସ୍ପିଜି ବିଲ୍ ସମ୍ବନ୍ଧରେ ଆଲୋଚନା ସମୟରେ ପ୍ରଜ୍ଞା ଏହି ମତ ଦେଇଥିଲେ । ଏହି ମତ ପରେ ସମଗ୍ର ଦେଶବାସୀଙ୍କ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା । ଟ୍ବିଟ୍ଟରରେ ଏଡା ବିରୋଧରେ ଏକ ଟ୍ରେଣ୍ଡ ଆରମ୍ଭ ହୋଇଥିଲା । ବିଭିନ୍ନ ମହଲରୁ ବିରୋଧ ପରେ ଲୋକସଭାର ପ୍ରତିରକ୍ଷା ସଂସଦୀୟ କମିଟିରୁ ପ୍ରଜ୍ଞାଙ୍କୁ ହଟାଯାଇଛି । ଏହା ସହିତ ବିଜେପିର ସଂସଦୀୟ ବୈଠକରେ ପ୍ରଜ୍ଞାଙ୍କ ଉପସ୍ଥିତି ଉପରେ ରୋକ୍ ଲଗାଇଛନ୍ତି ବିଜେପି କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା ।
ସମୀକ୍ଷା ବ୍ୟୁରୋ ବାଣପୁର,୨୮/୧୧ : ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ବାଣପୁର-ବାଲୁଗାଁ ନଗର ଶାଖା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ପକ୍ଷରୁ ଏକ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ, ପୁରୀ ସାଂସଦ, ଚିଲିକା ବିଧାୟକ, ସ୍ବାସ୍ଥ୍ୟ ସଚିବ, ୫ଟି ସଚିବ, ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଏବଂ ବାଣପୁର ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସାଅଧିକାରୀଙ୍କ ନିକଟକୁ ସ୍ବାସ୍ଥ୍ୟକେନ୍ଦ୍ରର ବିଭିନ୍ନ ଅସୁବିଧା ସମ୍ବଳିତ ଏକ ଦାବିପତ୍ର ପଠାଯାଇଛି। ଏହା ସହିତ ସାଧାରଣ ଲୋକଙ୍କୁ ସ୍ବାସ୍ଥ୍ୟସେବାର ସମସ୍ୟା ସମ୍ପର୍କରେ ଅବଗତ କରାଇବା ସହ ଆଗାମୀ ଦିନରେ ଏହି ଆନ୍ଦୋଳନରେ ସାମିଲ ହେବାକୁ ଆହ୍ବାନ ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଅବିଭିକ୍ତ ପୁରୀ ଜିଲ୍ଲାର ସର୍ବପୁରାତନ ଡାକ୍ତରଖାନା ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆଜି ଅବହେଳିତ ଅବସ୍ଥାରେ ରହିଛି। ୧୮୬୪ ମସିହା ବ୍ରିଟିଶ୍ ଅମଳରେ ଅବିଭକ୍ତ ପୁରୀ ମଧ୍ୟରେ ନିର୍ମିତ ହୋଇଥିଲା ବାଣପୁର ସ୍ବାସ୍ଥ୍ୟକେନ୍ଦ୍ର। ୧୯୯୧ରେ…
ନୂଆଦିଲ୍ଲୀ,28/11 : କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସର ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୂର୍ବତନ ସଭାପତି ରାହୁଲ ଗାନ୍ଧୀ, ଏକେ ଅଣ୍ଟୋନୀ ଏବଂ ଗୁଲାମ ନବୀ ଆଜାଦ ପ୍ରମୁଖ ଯୋଗ ଦେଇଥିଲେ । ଜମ୍ମୁ କାଶ୍ମୀରରେ ଧାରା 370 ଉଚ୍ଛେଦ ଏବଂ ମହାରାଷ୍ଟ୍ର ସରକାର ଗଠନକୁ ନେଇ ହୋଇଥିବା ସମସ୍ୟା ପାଇଁ କେନ୍ଦ୍ରୀୟ ନେତୃତ୍ବକୁ ଦାୟୀ କରିଥିଲେ । ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ଲାଗି ରହିଥିବା ଅଚଳାବସ୍ଥା ପାଇଁ ମୋଦି-ଶାହାଙ୍କ ନେତୃତ୍ବକୁ ଦାୟୀ କରିଥିଲେ ସୋନିଆ । ମହାରାଷ୍ଟ୍ରରେ ମଧ୍ୟ ସମାନ ଭାବରେ କେନ୍ଦ୍ରୀୟ ନେତୃତ୍ବ କ୍ଷମତାର ଅପ ବ୍ୟବହାର କରିଛନ୍ତି ବୋଲି ସୋନିଆ ଅଭିଯୋଗ କରିଥିଲେ ।
ବାଲିଗୁଡା-28Nov: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ଲଗାତାର ଭାବରେ ଗଞ୍ଜେଇ ଚାଷ ନଷ୍ଟ କରାଯାଉଛି। ଗତକାଲି ବାଟାଗୁଡ଼ା ପଞ୍ଚାୟତର ପୁସାଙ୍ଗିଅର ଓ ପାଲୁଙ୍କିଆ ଆଦି ଅଞ୍ଚଳର 118 ଏକର ଜମିରେ ଲାଗିଥିବା ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଥିଲା । ବାଲିଗୁଡ଼ା ଏସଡିପିଓ ରଞ୍ଜନ କୁମାର ବାରିକ ନିଜେ ଗଞ୍ଜେଇ ଗଛ ସବୁ କାଟୁଥିବା ଦେଖିବାକୁ ମିଳିଥିଲା । ନଷ୍ଟ କରାଯାଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ 11 କୋଟି ଟଙ୍କା ହେବା ବୋଲି ଜଣାପଡ଼ିଛି । ବାଲିଗୁଡା ପୁଲିସ୍ ଓ ଅବକାରୀ ବିଭାଗ ମିଳିତ ଭାବେ ଏହି ଗଞ୍ଜେଇ ଗଛ ସବୁ ନଷ୍ଟ କରିଥିଲେ ।
କେଦାର ମିଶ୍ର ଓଡିଶା ରାଜନୀତିରେ ପିପିଲି ରାଜନୀତି ସବୁଠୁ ଅଲଗା। କେବଳ ଏହା ରାଜଧାନୀର ସବୁଠୁ ନିକଟତମ ନିର୍ବାଚନ ମଣ୍ଡଳୀ ଭାବରେ ନୁହଁ, ବରଂ ରାଜନୀତିର ସବୁ ନକାରାତ୍ମକ ଗୁଣର ପ୍ରୟୋଗଶାଳା ଭାବରେ ପିପିଲି ପରିଚିତ। ଏକଦା ଗାନ୍ଧୀ ଆନ୍ଦୋଳନ ଓ କଂଗ୍ରେସ ସତ୍ୟାଗ୍ରହର ପେଣ୍ଠସ୍ଥଳ ଭାବରେ ପରିଚିତ ପିପିଲି, ପରବର୍ତ୍ତୀ ସମୟରେ ହିଂସାର ରାଜନୀତି ଓ ନାଟକୀୟ ଯୁଦ୍ଧ ଭୂମି ଭାବରେ ଅଧିକ ବିଖ୍ୟାତ ହୋଇଛି। ଗୋଟେ ସମୟରେ ପ୍ରଖ୍ୟାତ ଗାନ୍ଧୀବାଦୀ ନେତା ଜୟକୃଷ୍ଣ ମହାନ୍ତି ଓ ତାଙ୍କ ପତ୍ନୀ କିରଣଲେଖା ମହାନ୍ତି ପିପିଲିରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ଏକଥା ଆଜିର ପିପିଲିକୁ ଦେଖି ବିଶ୍ଵାସ କରିବା ସମ୍ଭବ ନୁହେଁ। ୧୯୮୫ ରୁ ଏହି ନିର୍ବାଚନ ମଣ୍ଡଳୀର ରାଜନୀତି ଦୁଇଜଣ ବାହୁବଳି ରାଜନେତାଙ୍କ କବଜାରେ ରହିଆସିଛି। ୧୯୮୫ ରୁ ୨୦୧୯, ସାତୋଟି ନିର୍ବାଚନରେ, ୬ ଥର ଜନତାଦଳ/ବିଜୁ ଜନତା ଦଳରୁ ପ୍ରଦୀପ ମହାରଥୀ ଜିତିଥିବା ବେଳେ,ଗୋଟିଏ ଥର କଂଗ୍ରେସରୁ…
ସମୀକ୍ଷା ବ୍ୟୁରୋ ପୂର୍ବତଟ ରେଳବାଇ ପକ୍ଷରୁ ଘନ କୁହୁଡିରେ ଟ୍ରେନ୍ ଚାଳନା ନେଇ ସତର୍କ ସୂଚନା ଜାରି କରାଯାଇଛି। ରାତ୍ରି ସମୟ ଠାରୁ ପ୍ରାତଃ କାଳ ସମୟରେ ଘନ କୁହୁଡ଼ିକୁ ସାମ୍ନା କରି ରେଳ ଚଳାଚଳ କରାଇବାକୁ ଏହାର କାର୍ଯ୍ୟଶକ୍ତିକୁ ପ୍ରସ୍ତୁତ ରଖିବା ସହ କୁହୁଡି ପ୍ରଭାବିତ କ୍ଷେତ୍ରରେ ସାବଧାନ ଅବଲମ୍ବନ କରିବାକୁ କର୍ମଚାରୀ ମାନଙ୍କୁ ନିର୍ଦେଶ ଦେଇଛି। ଘନ କୁହୁଡି ପରିସ୍ଥିତିରେ ପୂର୍ବତଟ ରେଳପଥ ଟ୍ରେନ ପରିଚାଳନା ସମ୍ବନ୍ଧରେ ଏହାର ନିର୍ଧାରିତ ପ୍ରକ୍ରିୟାକୁ କାର୍ଯ୍ୟକାରୀ କରିବାରେ ସକ୍ଷମ ଅଛି। ଟ୍ରେନ ଚଳାଚଳ କ୍ଷେତ୍ରରେ ନିରାପତ୍ତାକୁ ପ୍ରାଧାନ୍ୟ ଦିଆଯାଇ ଅଧିକ କୁହୁଡି ସମୟରେ ଟ୍ରେନର ଗତିକୁ ନିୟନ୍ତ୍ରଣ କରିବାକୁ ଟ୍ରେନ ଚାଳକ ମାନଙ୍କୁ କୁହାଯାଇଛି। ଟ୍ରେନ ର ଗତି ଯେପରି ୬୦ କି.ମି. ପ୍ରତି ଘଣ୍ଟା ଅତିକ୍ରମ ନକରେ ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି। ଟ୍ରେନ ଚାଳକ ଓ ଗାର୍ଡ ମାନଙ୍କୁ ନିର୍ଦେଶ ଦିଆଯାଉଅଛି ଯେ ସେମାନେ ଘନ କୁହୁଡି ଅଞ୍ଚଳରେ…
Mumbai: Actors Ananya Panday, Kartik Aaryan and Bhumi Pednekar at the promotions of upcoming film âPati, Patni Aur Wohâ on the sets of reality TV show “Indian Idol 11” in Mumbai on Nov 25, 2019. (Photo: IANS)
GUWAHATI, NOV 27 (UNI):- Farmers carrying paddy from fields in, Guwahati on Wednesday. UNI PHOTO-4U
କେବଳ ପ୍ରଧାନମନ୍ତ୍ରୀଙ୍କୁ ଏସ୍ପିଜି ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯିବ ବୋଲି ଗୃହମନ୍ତ୍ରୀ ଅମିତ ଶାହା ପ୍ରକାଶ କରିଛନ୍ତି । ଏହା ସହିତ ପୂର୍ବତନ ପ୍ରଧାନମନ୍ତ୍ରୀ ମାନଙ୍କୁ 5 ବର୍ଷ ପର୍ଯ୍ୟନ୍ତ ଏସ୍ପିଜି ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯିବ ବୋଲି ଗୃହମନ୍ତ୍ରୀ ପ୍ରକାଶ କରିଛନ୍ତି । ବୁଧବାର ରାଜ୍ୟସଭାରେ ଏହି ପରିବର୍ତ୍ତିତ ନିୟମ ସମ୍ପର୍କରେ ଶାହା ଘୋଷଣା କରିଥିଲେ । ଗାନ୍ଧୀ ପରିବାରର ଏସ୍ପିଜି ସୁରକ୍ଷା ପ୍ରତ୍ୟାହାର ହେବା ପରେ ଏହାକୁ ନେଇ ସଂସଦର ଉଭୟ ଗୃହରେ କଂଗ୍ରେସ ସଦସ୍ୟ ହଙ୍ଗାମା କରିବାରୁ ଶେଷରେ ସରକାର ଏହି ନିୟମରେ ପରିବର୍ତ୍ତନ କରିବାର ନିଷ୍ପତ୍ତି ନେଇଛନ୍ତି ।

