ଭଉଣୀ ଆତ୍ମହତ୍ୟାରେ ମ୍ରିୟମାଣ ହୋଇ ଧରମ ଭାଇ ଆତ୍ମହତ୍ୟା କରିଛନ୍ତି । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ବାଲିପାଟଣାରେ ଏହି ଘଟଣା ଘଟିଛି । ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଆଜି ଅପରାହ୍ନରେ କବିତା ସାମଲ୍ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସ୍ବାମୀ ଅକ୍ଷୟ ଓ ଧର୍ମଭାଇ ବୁଲୁ ମିଶି କବିତାଙ୍କୁ ଗୁରୁତର ଅବସ୍ଥାରେ ମଣିଜଙ୍ଗା ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ବୁଲୁ ସମ୍ପୂର୍ଣ୍ଣ ଭାଙ୍ଗି ପଡି ଡାକ୍ତରଖାନା ପଛପାଖରେ ଆତ୍ମହତ୍ୟା କରିଥିଲେ । ପୁଲିସ ଉଭୟଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।
Author: Samikhsya Bureau
ପିଏସ୍ୟୁର ଘରୋଇକରଣ ନିଷ୍ପତ୍ତିକୁ ବିଭିନ୍ନ ବିରୋଧୀ ଦଳଙ୍କ ପକ୍ଷରୁ ବିରୋଧ କରାଯାଇଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସର୍ବଦଳୀୟ ବୈଠକର ଦାବି କରିଛନ୍ତି । ଗୁରୁବାର ମମତା କହିଛନ୍ତି କୌଣସି ନିଷ୍ପତ୍ତି ପୂର୍ବରୁ ମୋଦି ସରକାର ବିଶେଷଜ୍ଞଙ୍କ ପରାମର୍ଶ ନେବା ସହିତ ଏକ ସର୍ବଦଳୀୟ ବୈଠକ ଡକାଇବା ଉଚିତ୍ ବୋଲି ମମତା କହିଛନ୍ତି । ପିଏସ୍ୟୁ ଗୁଡିକର ଘରୋଇକରଣ କରି ବର୍ତ୍ତମାନର ସଙ୍କଟର ମୁକାବିଲା କରିବା ଏକ ଅସ୍ଥାୟୀ ସମାଧାନ । ଅର୍ଥନୈତିକ ମାନ୍ଦାବସ୍ଥାର ମୁକାବିଲା ପାଇଁ ସୁଦୀର୍ଘ ଯୋଜନା ଆବଶ୍ୟକ ବୋଲି ମୁର୍ସିଦାବାଦର ବରହମ୍ପୁରରେ ମମତା ପ୍ରକାଶ କରିଛନ୍ତି । ଘରୋଇକରଣ ପ୍ରକ୍ରିୟା ଦ୍ବାରା ଅନେକ ନୂତନ ସମସ୍ୟା ସୃଷ୍ଟି ହେବ ବୋଲି ମମତା ମତ ଦେଇଛନ୍ତି ।
ସମୀକ୍ଷା ବ୍ୟୁରୋ ଶ୍ରୀଲଙ୍କାର ନବନିର୍ବାଚିତ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷା ନିଜ ବଡ଼ ଭାଇ ତଥା ପୂର୍ବ ରାଷ୍ଟ୍ରପତି ତଥା ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷାଙ୍କୁ ପୁନର୍ବାର ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଶ୍ରୀଲଙ୍କା ରାଜନୈତିକ ଇତିହାସରେ ଏହା ପ୍ରଥମ ଥର ନୁହେଁ ଯେ, ଗୋଟିଏ ପରିବାରର ଦୁଇ ସଦସ୍ୟ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ପଦବୀରେ ରହିଛନ୍ତି। ଏହା ପୂର୍ବରୁ ଏଭଳି ଘଟଣା ଘଟିସାରିଛି। ପୂର୍ବ ରାଷ୍ଟ୍ରପତି ଚନ୍ଦ୍ରିକା କୁମାରତୁଙ୍ଗା ନିଜ ମା’ ତଥା ଶ୍ରୀଲଙ୍କାର ବରିଷ୍ଠ ମହିଳା ନେତା ସିରିମାଓ ଭଣ୍ଡାରନାୟେକଙ୍କୁ ପ୍ରଧାନମନ୍ତ୍ରୀ ରୂପେ ନିଯୁକ୍ତ କରିଥିଲେ। ପୂର୍ବରୁ ସିରିମାଓ ଦୁଇ ଦୁଇ ଥର ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଦାୟିତ୍ବରେ ରହିଥିଲେ। ପ୍ରଥମ ଥର ୧୯୬୦ରୁ ୧୯୬୫ ପର୍ଯ୍ୟନ୍ତ ଓ ଦ୍ବିତୀୟ ଥର ୧୯୭୦ରୁ ୧୯୭୭ ପର୍ଯ୍ୟନ୍ତ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ହୋଇଥିଲେ। ସେହିପରି ମହିନ୍ଦ୍ରା ରାଜପକ୍ଷା ୨୦୦୫ରୁ ୨୦୧୫ ମଧ୍ୟରେ ଶ୍ରୀଲଙ୍କାର ରାଷ୍ଟ୍ରପତି ରହିଥିଲେ। ସୂଚନାଯୋଗ୍ୟ ଯେ, ଏହି ସମୟରେ ତାଙ୍କ…
ସମୀକ୍ଷା ବ୍ୟୁରୋ ଆପଣଙ୍କ ସ୍ତ୍ରୀ ଆପଣଙ୍କଠାରୁ ଅଧିକା ରୋଜଗାର କରନ୍ତି କି !! ଏବଂ ଆପଣ ଏଇ କଥାକୁ ନେଇ ଚିନ୍ତାରେ ରହୁଛନ୍ତି କି !! ତେବେ ବିଶେଷ କରି ବିବାହ ପରେ ସ୍ତ୍ରୀ ସ୍ବାମୀଠାରୁ ଅଧିକା ରୋଜଗାର କରିବା ଏବଂ ସେନେଇ ଚାପରେ ରହି ଥିବାର ଜଣାପଡିଛି। ନିକଟରେ ଏକ ଅନୁଶୀଳନରୁ ଏକ ରୋଚକ ତଥ୍ୟ ସାମ୍ନା କୁ ଆସିଛି । ସେଥିରେ ଜଣା ଯାଇଛି ଯେ ଯଦି ସ୍ତ୍ରୀ ଘରର ୪୦ ପ୍ରତିଶତ ଖର୍ଚ୍ଚ ନିଜ ଟଙ୍କାରୁ କରୁଥାନ୍ତି ତେବେ ସ୍ବାମୀମାନେ ଚାପରେ ରହିଥାନ୍ତି। କିନ୍ତୁ ସ୍ବାମୀମାନେ ଆହୁରି ଅଧିକ ଚାପରେ ରୁହନ୍ତି ଯେତେବେଳେ ଘରର ସମସ୍ତ ଖର୍ଚ୍ଚ ଲାଗି ପତ୍ନୀ ଉପରେ ନିର୍ଭର କରିଥାନ୍ତି। ବାଥ ୟୁନିଭର୍ସିଟିର ଏକ ସନ୍ଦର୍ଭରେ ଦେଖା ଯାଇଛି ଯେ ଯଦି ବିବାହ ପୂର୍ବରୁ ସ୍ତ୍ରୀଟିଏ ସ୍ବାମୀଠାରୁ ଅଧିକା ରୋଜଗାର କରୁଥାଏ ତେବେ ସେ କ୍ଷେତ୍ରରେ ବିବାହ ପରେ ସ୍ବାମୀମାନେ ମାନସିକ ଚାପରେ…
ନାବାଳିକାଙ୍କୁ ନିର୍ଯାତନା ଅଭିଯୋଗରେ ଆତ୍ମଘୋଷିତ ବାବା ନିତ୍ୟାନନ୍ଦଙ୍କୁ ପୋଲିସ୍ ଗିରଫ କରିଛି । ଅହମ୍ମଦାବାଦ ପୋଲିସ୍ ନିତ୍ୟାନନ୍ଦଙ୍କ ସମେତ ଆଶ୍ରମର ଅନ୍ୟ ଦୁଇ ଜଣ ପରିଚାଳକଙ୍କୁ ଗିରଫ କରିଛି । ଏହା ସହିତ ଗୁଜରାଟ ହାଇକୋର୍ଟଙ୍କ ପକ୍ଷରୁ ନିତ୍ୟାନନ୍ଦଙ୍କୁ ଏକ ନୋଟିସ୍ ଜାରି କରାଯାଇଛି । ତିନି ଜଣଙ୍କୁ ନାବାଳିକାଙ୍କୁ ନିର୍ଯାତନା ଏବଂ ଆଶ୍ରମରେ ଅଟକ ରଖିବା ଅଭିଯୋଗରେ ଗଗିରଫ କରାଯାଇଛି । ନିତ୍ୟାନନ୍ଦଙ୍କ ସହିତ ଗିରଫ ଦୁଇ ପରିଚାଳକ ହେଉଛନ୍ତି ହରିଣୀ ଚେଲାପ୍ପାନ ଏବଂ ରିଦ୍ଧି ରବିକିରଣ । ଉଭୟ ମହୀଶୂରର ବାସିନ୍ଦା ଏବଂ ଉଭୟଙ୍କୁ ଅହମ୍ମଦାବାଦର ହୀରାପୁର ଆଶ୍ରମରୁ ଗିରଫ କରାଯାଇଛି । ସମସ୍ତଙ୍କୁ କୋର୍ଟରେ ହାଜର କରାଯାଇଥିବା ବେଳେ କୋର୍ଟଙ୍କ ପକ୍ଷରୁ 5 ଦିନିଆ ରିମାଣ୍ଡରେ ପଠାଯାଇଛି । ପୂର୍ବରୁ 2010ରେ ନିତ୍ୟାନନ୍ଦଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଥିବା ବେଳେ 2014ରେ ତାଙ୍କ ଆଶ୍ରମରେ ଜଣେ ମହିଳା ପ୍ରାଣ ହରାଇଥିଲେ ।
ମୁମ୍ବାଇରେ ଅନୁଷ୍ଠିତ ହାରିସ୍ ସିଲ୍ଡ ଟୁର୍ଣ୍ଣାମେଣ୍ଟରେ ଚିଲ୍ଡ୍ରେନ୍ସ ଏକାଡେମୀ ଅନ୍ଧେରୀ ଏକ ଅଲୋଡା ରେକର୍ଡ ହାସଲ କରିଛି। 16 ବର୍ଷରୁ କମ୍ ବିଭାଗର ଏକ ମ୍ୟାଚ୍ରେ ଦଳ ମାତ୍ର 7 ରନ୍ରେ ଅଲ୍ଆଉଟ ହୋଇଥିବା ବେଳେ ଦଳର ଜଣେ ବି ଖେଳାଳି ଖାତା ଖୋଲିବାରେ ସକ୍ଷମ ହୋଇନଥିଲେ। ସ୍ବାମୀ ବିବେକାନନ୍ଦ ଇଣ୍ଟରନ୍ୟାସନାଲ ସ୍କୁଲ(ଏସ୍ଭିଆଇଏସ୍) ବୋରିଭଲି ଏହି ମ୍ୟାଚ୍ରେ 754 ରନ୍ରେ ବିଜୟୀ ହୋଇଛି। ଆଜାଦ ମୈଦାନରେ ବୁଧବାର ଖେଳାଯାଇଥିବା ମ୍ୟାଚ୍ରେ ଏସ୍ଭିଆଇଏସ୍ ପକ୍ଷରୁ ମିତ୍ ମାୟେକର୍ 134 ବଲ୍ରୁ 338 ରନ୍ ସଂଗ୍ରହ କରିଥିଲେ। ଏସ୍ଭିଆଇଏସ୍ 39 ଓଭରରେ 4 ଓ୍ବିକେଟ ହରାଇ 605 ରନ୍ ସଂଗ୍ରହ କରିଥିବା ବେଳେ ଓଭର ପୂରା ନ କରିବା କାରଣରୁ ଚିଲ୍ଡ୍ରେନ୍ସ ଏକାଡେମୀକୁ 156 ରନ୍ର ପେନାଲ୍ଟି ମିଳିଥିଲା। ଏସ୍ଭିଆଇଏସ୍ ପକ୍ଷରୁ ଆଲୋକ ପାଲ 3 ରନ୍ରେ 6ଟି ଏବଂ ଭେରୋଡ ଭେଜ୍ 3 ରନ୍ରେ ଦୁଇଟି ଓ୍ବିକେଟ ଅକ୍ତିଆର କରିଥିଲେ। 7 ରନ୍…
ଆଜି ସିକିମ୍ ବିଜେପି ସଭାପତି ଡ.ବି. ଚୌହ୍ବାନ ବିଧାୟକ ଓ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଏକ ପ୍ରତିନିଧି ଦଳ ସହ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଓ ମୁଖପାତ୍ର ବୈଜୟନ୍ତ ପଣ୍ଡାଙ୍କୁ ତାଙ୍କର ନୂଆଦିଲ୍ଲୀସ୍ଥିତ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତକାର କରିଛନ୍ତି। ଦେଶର ଉତ୍ତର-ପୂର୍ବାଞ୍ଚଳର ବିକାଶ ପ୍ରସଙ୍ଗରେ ପ୍ରତିନିଧିମାନେ ପଣ୍ଡାଙ୍କ ସହ ଆଲୋଚନା କରିଛନ୍ତି । ଦେଶର ଉତ୍ତର-ପୂର୍ବାଞ୍ଚଳର ବିକାଶରେ ସରକାର ନେଉଥିବା ପଦକ୍ଷେପ ବିଷୟରେ ଆଲୋଚନା କରାଯାଇଥିଲା। ଦେଶର କୃଷି ଓ ବିଭିନ୍ନ ଉତ୍ପାଦନ କ୍ଷେତ୍ରର ସ୍ବାର୍ଥକୁ ଦୃଷ୍ଟିରେ ରଖି ଏବଂ ବିଶେଷ କରି ଉତ୍ତର-ପୂର୍ବାଞ୍ଚଳର ଅର୍ଥନୈତିକ ସ୍ଥିତି ଧ୍ୟାନ ଦେଇ ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ଭାଗିଦାରିତା (ଆରସିଇପି) ଚୁକ୍ତିକୁ ସ୍ବାକ୍ଷର କରିବାକୁ ପ୍ରଧାନମନ୍ତ୍ରୀ ମନା କରିଦେଇଥିଲେ ବୋଲି ପଣ୍ଡା କହିଥିଲେ। ସେହିପରି ଶ୍ରୀଯୁକ୍ତ ପଣ୍ଡା କହିଥିଲେ ଯେ, ବିଜେପି ଏବେ ବିଶ୍ବର ଅନ୍ୟତମ ବୃହତ୍ତ ଦଳ ହୋଇଛି । ବିଜେପିର ଉନ୍ନତି ସମ୍ପର୍କରେ ପଣ୍ଡା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭଳି…
ସମୀକ୍ଷା ବ୍ୟୁରୋ ପୋଲିସ ବିଭାଗର ମୁଖିଆ କିଏ ହେବେ, କେମିତି ହେବେ, ତାର ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ରହିଛି। ସେମିତି ତାଙ୍କୁ କେମିତି ବଦଳି କରାଯିବ ବା ବିଦା କରାଯିବ, ସେ ସମ୍ପର୍କିତ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀଙ୍କର ଅଧିକାରଭୁକ୍ତ। ତେଣୁ ରାଜ୍ୟ ପୋଲିସ ମହା ନିର୍ଦ୍ଦେଶକଙ୍କୁ ବଦଳି କରିବାରେ ମୁଖ୍ୟମନ୍ତ୍ରୀଙ୍କର ଅଧିକାରକୁ ନେଇ ପ୍ରଶ୍ନ ଉଠାଇବାର କୌଣସି କାରଣ ନାହିଁ। ସେହିପରି କେତେବେଳେ ଓ କେମିତି ତାଙ୍କର ବଦଳି ଆଦେଶ ବାହାରିବ, ତାହା ମଧ୍ୟ ପ୍ରଶାସନର ନିଜସ୍ଵ ବ୍ୟାପାର। ପୋଲିସ ମହା ନିର୍ଦ୍ଦେଶକ ଭାବରେ ନୂଆ ନିଯୁକ୍ତି ପାଇଥିବା ଶ୍ରୀ ଅଭୟ ଅତ୍ୟନ୍ତ ଯୋଗ୍ୟ ଅଧିକାରୀ ଓ ତାଙ୍କର ସଚ୍ଚୋଟତା ସପକ୍ଷରେ ମଧ୍ୟ ଅନେକ ପ୍ରମାଣ ରହିଛି। ଅପରପକ୍ଷରେ ବିଦାୟୀ ପୋଲିସ ମହା ନିର୍ଦ୍ଦେଶକଙ୍କୁ ଯେଉଁ ଅଭିଯୋଗରେ ବିଦା କରାଯାଇଛି, ତାହା ଅତ୍ୟନ୍ତ ସଙ୍ଗୀନ। ତେବେ ଆମର ପ୍ରଶ୍ନ ହେଉଛି, ବିଜୟ କୁମାର ଶର୍ମାଙ୍କ ଟ୍ରାକ ରେକର୍ଡ ବିଷୟରେ ରାଜ୍ୟ ସରକାର ପୂର୍ବରୁ…
ଆକାଶରୁ ବର୍ଷିଲା ଟଙ୍କା । କଲିକତାରେ ଏକ କମ୍ପାନୀ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢାଉ ପୂର୍ବରୁ ଏହି ଘଟଣା ଦେଖିବାକୁ ମିଳିଥିଲା । ଏକ କୋଠାର ଷଷ୍ଠ ମହଲାର ଝରକା ମଧ୍ୟ ଦେଇ ଏହି ନୋଟ ଫିଙ୍ଗା ଯାଇଥିଲା । ଉଡା ଯାଇଥିବା ନୋଟ ଗୁଡିକ ମଧ୍ୟରେ 2 ହଜାର, 5 ଶହ ଟଙ୍କିଆ ଏବଂ ଶହେ ଟଙ୍କିଆ ସାମିଲ ଥିଲା । ବୁଧବାର ଅପରାହ୍ନରେ ଏହି ଘଟଣା ଘଟିଥିଲା । ଆୟକର ଠକିଥିବା ଅଭିଯୋଗରେ ଏକ ଘରୋଇ କମ୍ପାନୀ ଉପରେ ଏହି ଚଢାଉ କରାଯାଉଥିଲା । ଟ୍ବିଟ୍ଟରରେ ଏହି ଭିଡିଓ ଜାରି କରାଯାଇଥିଲେ ମଧ୍ୟ ଉଡାଯାଇଥିବା ଟଙ୍କା ଏବଂ କମ୍ପାନୀ ମଧ୍ୟରେ ସମ୍ପର୍କ ଅଛି କି ନା ତାହା ଇଡି ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ ।
ଇଲୋକ୍ଟରାଲ ବଣ୍ଡ ଏବଂ ପିଏସ୍ୟୁ ଗୁଡିକର ଘରୋଇକରଣକୁ ବିରୋଧ କରି କକ୍ଷତ୍ୟାଗ କରିଛନ୍ତି କଂଗ୍ରେସ ସାଂସଦ । ଉଭୟ ଲୋକସଭା ଏବଂ ରାଜ୍ୟସଭାରେ କଂଗ୍ରେସ ସଦସ୍ୟଙ୍କ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା । ଉଭୟ ଘଟଣାକୁ ଦୁର୍ନୀତି ବୋଲି ଅଭିହିତ କରି ସାଂସଦ ମାନେ ଏହି ପଦକ୍ଷେପ ନେଇଥିବା ଜଣାପଡିଛି । ସାଂସଦଙ୍କ ହଙ୍ଗାମା ଫଳରେ ରାଜ୍ୟସଭାକୁ ମଧ୍ୟାନ୍ନ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିବା ବେଳେ ଲୋକସଭାକୁ 15 ମିନିଟ୍ ମୁଲତବୀ ରଖାଯାଇଥିଲା । ଲୋକସଭାରେ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ନେତୃତ୍ବରେ ସଦସ୍ୟ ମାନେ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ । ଏହି ନିୟମ ଦ୍ବାରା ସରକାର ଦେଶବାସୀଙ୍କୁ ଲୁଟୁଛନ୍ତି ବୋଲି ବିରୋଧୀ ଦଳ ପକ୍ଷରୁ ଅଭିଯୋଗ କରାଯାଇଥିଲା । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଏକ ସ୍ବଚ୍ଛ ସରକାର ପରିଚାଳିତ ହେଉଛି । ଏଥିରେ ଦୁର୍ନୀତିର କୌଣସି ଅବକାଶ ନାହିଁ…
ଦିଲ୍ଲୀ ଆଇଟିଓରେ ଥିବା ସେଲ୍ ଟ୍ୟାକ୍ସ ଅଫିସରେ ଗୁରୁବାର ସକାଳେ ନିଆଁ ଲାଗିଥିବା ସୂଚନା ମିଳିଛି। ଏହି ଅଫିସ୍ର ୧୩ ମହଲାରୁ ଧୂଆଁ ବାହାରୁଥିବାର ସୂଚନା ରହିଥିଲା। ଏହି ରୁମ୍ରେ ଅଫିସର କିଛି ଜିନିଷପତ୍ର ରହୁଥିବାର ସୂଚନା ରହିଛି। ଏହି ଖବର ମିଳିବା ପରେ ସେଠାରେ ୫ଟି ଦମକଳ ଗାଡି ପହଞ୍ଚି ନିଆଁକୁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ପ୍ରାୟ ୧ ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିବା ବେଳେ ଏଥିରେ କେହି ମୃତାହତ ହେବାର ସୂଚନା ମିଳି ନାହିଁ। ନିଆଁ ଲାଗିବାର କାରଣ ଏବେବି ଅସ୍ପଷ୍ଟ ରହିଥିବାବେଳେ ଏହାର ତଦନ୍ତ କରାଯାଉଛି।
ଭାରତୀୟ ସୁଟର ମାନୁ ଭାକେର ବିଶ୍ବ ଚାମ୍ପିୟନ୍ସିପ୍ରେ ଇତିହାସ ସୃଷ୍ଟି କରିଛନ୍ତି । ଏହି 17 ବର୍ଷୀୟ ସୁଟିଂ ସେନ୍ସେସନ ଗୁରୁବାର ଦିନ ନିଜର ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଏହା ସହିତ ଏହି ଅବସରରେ ମାନୁ ଜୁନିୟର ବର୍ଗରେ ରହିଥିବା ବିଶ୍ବ ରେକର୍ଡକୁ ଭାଙ୍ଗିବାରେ ସଫଳ ହୋଇଛନ୍ତି । ହିନା ସିଦ୍ଧୁଙ୍କ ପରେ ଦ୍ବିତୀୟ ଭାରତୀୟ ଭାବରେ ବିଶ୍ବକପ୍ରେ ସ୍ବର୍ଣ୍ଣ ଜିତିଥିବା ଭାକେର 244.7 ପଏଣ୍ଟ ସ୍କୋର କରିବାରେ ସଫଳ ହୋଇଥିଲେ । ଅନ୍ୟତମ ଭାରତୀୟ ଖେଳାଳି ଯଶଶ୍ବିନୀ ଦେଶାଇ ଷଷ୍ଠ ସ୍ଥାନରେ ରହିଥିଲେ । ସର୍ବିଆର ଜୋରାନା ଅରୁଣୋଭିକ୍ 241.9 ପଏଣ୍ଟ ସହିତ ଦ୍ବିତୀୟ ଏବଂ ଚୀନ୍ର କ୍ବି ଆନ୍ ଓ୍ବାଙ୍ଗ 221.8 ପଏଣ୍ଟ ସହିତ ତୃତୀୟ ସ୍ଥାନରେ ରହିଥିଲେ । ପୂର୍ବରୁ ଭାକେର ଏସିଆନ୍ ଚାମ୍ପିୟନ୍ସିପ୍ ଏବଂ ଯୁବ ଅଲମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜୟୀ ହେବା ସବହିତ ଙଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରି…
ମଧ୍ୟପ୍ରଦେଶ ଭୋପାଳର ଭାରତୀୟ ଜନତା ପାର୍ଟିର ସାଂସଦ ସାଧ୍ବୀ ପ୍ରଜ୍ଞା ସିଂହ ଠାକୁର୍ଙ୍କୁ ପ୍ରତିରକ୍ଷା ମନ୍ତ୍ରାଳୟର ସଂସଦୀୟ କମିଟିରେ ସ୍ଥାନ ମିଳିଛି । ସାଧ୍ବୀ ପ୍ରଜ୍ଞା ଏହି କମିଟିର ସଦସ୍ୟ ହୋଇଛନ୍ତି । ସବୁବେଳେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା ସାଧ୍ବୀ ପ୍ରଜ୍ଞା ନିର୍ବାଚନରେ ବଡ ଜିତ୍ ହାସଲ କରିଥିଲେ । ଲୋକସଭା ପରେ ମଧ୍ୟ ସେ ବହୁ ବିବାଦୀୟ ବୟାନ ଦେଇଛନ୍ତି । ରକ୍ଷା ମାମଲାରେ ଏହି କମିଟିରେ ମୋଟ ୨୧ ଜଣ ସଦସ୍ୟ ରହିଛନ୍ତି । ଏହି ସଦସ୍ୟଙ୍କ ମଧ୍ୟରେ ସାଧ୍ବୀ ପ୍ରଜ୍ଞା ସିଂହଙ୍କ ନାମ ସାମିଲ୍ ହୋଇଛନ୍ତି । ଏହି କମିଟିର ସଭାପତି ରାଜନାଥ ସିଂହ ରହିଥିବାବେଳେ ଏହି କମିଟିରେ ଫାରୁକ୍ ଅବଦୁଲ୍ଲା, ଏ.ରାଜା, ସୁପ୍ରିୟା ସୁଲେ, ମୀନାକ୍ଷୀ ଲେଖି, ରାକେଶ ସିଂ, ଶରଦ ପାଓ୍ବାର, ଜେପି ନଡ୍ଡା ପ୍ରମୁଖ ସାମିଲ୍ ରହିଛନ୍ତି । ତେବେ ସ୍ବାଧୀ ପ୍ରଜ୍ଞାଙ୍କୁ ଏହି କମିଟିରେ ସାମିଲ୍ କରିବାକୁ ନେଇ…

