ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଆସେସ୍ ସିରିଜ୍ ସମାପନ ପୂର୍ବରୁ ଆସେସ୍ ଉପରେ କବ୍ଜା କରି ନେଇଛି କଙ୍ଗାରୁ ଦଳ । ଷ୍ଟିଭ୍ ସ୍ମିଥ୍ଙ୍କ ଦଳ ଚତୁର୍ଥ ମ୍ୟାଚ୍ରେ 185 ରନ୍ରେ ବିଜୟୀ ହେବା ସହିତ ଆସେସ୍ ନିଜ ନିକଟରେ ରଖିଛି । 383 ରନ୍ ବିଜୟ ଲକ୍ଷ୍ୟମର ପିଛା କରୁଥିବା ଇଂଲଣ୍ଡ ମାତ୍ର 197 ରନ୍ରେ ସମସ୍ତ ଓ୍ବିକେଟ୍ ହରାଇ ପରାଜୟର ସମ୍ମୁଖୀନ ହୋଇଛି । ଇଂଲଣ୍ଡ ପକ୍ଷରୁ ଜୋ ଡେନ୍ଲୀ ସର୍ବାଧିକ 53 ରନ୍ ସଂଗ୍ରହ କରିଥିବା ବେଳେ 5 ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ୍ କମିନ୍ସ 43/4 ର ଫିଗର ହାସଲ କରିଥିବା ବେଳେ ହଜେଲଉଡ୍ ଏବଂ ଲିୟନ୍ଙ୍କୁ 2ଟି ଲେଖାଏଁ ଓ୍ବିକେଟ, ମିଚେଲ ଷ୍ଟାର୍କ ଓ ଲାବୁଷ୍ଚାଞ୍ଜେ ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ । ପ୍ରଥମ ଇନିଂସରେ 211 ଏବଂ ଦ୍ବିତୀୟ ଇନିଂସରେ 82…
Author: Samikhsya Bureau
ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ(ଜେଇଏମ) ମୁଖ୍ୟ ମାସୁଦ ଆଝାରକୁ ପାକିସ୍ତାନ ସରକାର ଗୁପ୍ତ ଭାବେ ଜେଲରୁ ମୁକୁଳାଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି । ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା କରିବା ଏହା ପଛର ମୂଳ ଉଦ୍ଦେଶ୍ୟ ବୋଲି ଗୁଇନ୍ଦା ବ୍ୟୁରୋ କେନ୍ଦ୍ର ସରକାରଙ୍କୁ ସତର୍କ କରାଇ ଦେଇଛି । ଏହା ସହିତ ପାକ୍ ମାଟିରେ କାର୍ଯ୍ୟକ୍ଷମ ଅନ୍ୟ ଆତଙ୍କୀ ସଂଗଠନଗୁଡ଼ିକ ଅବାଧରେ କାର୍ଯ୍ୟ କରୁଥିବାବେଳେ ରାଜସ୍ଥାନ ନିକଟ ସୀମାନ୍ତରେ ପାକିସ୍ତାନୀ ସେନା ଅତିରିକ୍ତ ସୈନ୍ୟ ଠୁଳ କରିଛି ବୋଲି ଗୋଇନ୍ଦା ରିପୋର୍ଟ ମିଳିଛି । ଧାରା 370 ଉଚ୍ଛେଦ ପରେ ପ୍ରତିଶୋଧ ପରାୟଣ ହୋଇ ପାକିସ୍ତାନ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଉଥିବା ଜଣାପଡିଛି ।
ୟୁଏସ୍ ଓପନ୍ ପୁରୁଷ ବିଭାଗରେ ସ୍ପେନ୍ର ରାଫେଲ ନାଦାଲ ଚାମ୍ପିୟନ୍ ହୋଇଛନ୍ତି । ଏହି ଟାଇଟଲ ସହିତ ନାଦାଲ ନିଜ କ୍ୟାରିୟରର 19 ତମ ଗ୍ରାଣ୍ଡସ୍ଲାମ୍ ତଥା ଚତୁର୍ଥ ୟୁଏସ୍ ଓପନ୍ ଟାଇଟଲ୍ ହାସଲ କରିଛନ୍ତି । ଋଷିଆର ଡାନିଲ୍ ମେଦଭେଦେଭ୍ଙ୍କୁ ପରାସ୍ତ କରି ନାଦାଲ ଏହି କୃତିତ୍ବ ହାସଲ କରିଛନ୍ତି । 5 ସେଟ୍ ବିଶିଷ୍ଟ ମୁକାବିଲାରେ ନାଦାଲ 4 ଘଣ୍ଟା 50 ମିନିଟ୍ର ମାରାଥନ୍ ମୁକାବିଲା କରି ବିଜୟୀ ହୋଇଥିଲେ । 7-5, 6-3, 5-7, 4-6 ଏବଂ 6-4 ସେଟ୍ରେ ନାଦାଲ ମେଦଭେଦେଭ୍ଙ୍କୁ ପରାସ୍ତ କରିଥିଲେ । 33 ବର୍ଷୀୟ ନାଦାଲ ଏହା ସହିତ ଫେଡେରରଙ୍କ 21 ତମ ଗ୍ରାଣ୍ଡସ୍ଲାମ ବିଜୟର ଏକ ପାଦ ନିକଟତର ହୋଇଛନ୍ତି । ନାଦାଲ ନିଜ ଖ୍ୟାତି ଅନୁଯାୟୀ ପ୍ରଥମ ଦୁଇ ସେଟ୍ରେ ସହଜ ବିଜୟ ହାସଲ କରିଥିବା ବେଳେ ପରବର୍ତ୍ତୀ ଦୁଇ ସେଟ୍ରେ ବିଜୟ ହୋଇ ମେଦଭେଦେଭ୍ ମ୍ୟାଚ୍କୁ ପ୍ରତ୍ୟାବର୍ତ୍ତନ…
ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କର ପରଲୋକ ହୋଇଯାଇଛି । ତାଙ୍କର 56 ବର୍ଷ ବୟସରେ ପରଲୋକ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ପ୍ରାଣ ହରାଇଛନ୍ତି । ଦିଲ୍ଲୀପ ଶତପଥୀ ଦୀର୍ଘ ଦିନ ହେବ କର୍କଟ ରୋଗରେ ପୀଡ଼ିତ ଥିଲେ । ଗତକାଲି ସନ୍ଧ୍ୟାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ତାଙ୍କର ପରଲୋକ ହୋଇଛି । ବହୁ ବିଶିଷ୍ଠ ବ୍ୟକ୍ତି ଶ୍ରୀ ଶତପଥୀଙ୍କ ପାର୍ଥିବ ଶରୀର ଶେଷ ଦର୍ଶନ କରିବା ସହତ ଶୋକବ୍ୟକ୍ତ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋଙ୍କ ସମେତ ବହୁ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି । 1963 ମସିହାରେ ଜନ୍ମ ଗ୍ରହଣ କରିଥିବା ଦିଲ୍ଲୀପ ଓଡ଼ିଆ ସାମ୍ବାଦିକତା ଜଗତରେ ଦୀର୍ଘ ବର୍ଷ ଧରି ସକ୍ରିୟ ଥିଲେ । ସେ ଏକ ଦୈନିକ ଖବର…
ରାଜ୍ୟରେ ମହିଳାଙ୍କ ପ୍ରତି ଅସଦାଚରଣ ନିୟମିତ ଭାବରେ ବଢିଚାଲୁଥିବା ବେଳେ ଆଜି ଭୁବନେଶ୍ବରରେ ଦୁଇ ଜଣ ରୋଡ ରୋମିଓ ଛେଚା ଖାଇଛନ୍ତି । ଦୁଇ ଜଣ ଯୁବକ ଝିଅଙ୍କ ପିଛା କରି କମେଣ୍ଟ ମାରୁଥିବା ବେଳେ ଧରାପଡି ଲୋକଙ୍କ ଠାରୁ ମାଡ ଖାଇଛନ୍ତି । ସ୍ଥାନୀୟ ଜିଜିପି କଲୋନୀର କିଛି ଲୋକ ଯୁବକ ଦ୍ବୟଙ୍କୁ ଧରିବା ପରେ ସମ୍ପୃକ୍ତ ଯୁବତୀ ମାଡ ମାରିଥିବା ଜଣାପଡିଛି । ରସୁଲଗଡର ଜିଜିପି କଲୋନୀରେ ଏହି ଘଟଣା ଘଟିଥିବା ବେଳେ ଦୁଇ ରୋଡ୍ ରୋମିଓଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଜଣାପଡିଛି ।
ଭବାନୀପାଟଣାରେ ଏକ ବର୍ବର ହତ୍ୟାକାଣ୍ଡ ଘଟିଛି । ମା ଓ ଦୁଇ ପୁଅଙ୍କୁ ଅତ୍ୟନ୍ତ ବୀଭତ୍ସ ଭାବରେ ହତ୍ୟା କରାଯାଇଛି । କଳାହାଣ୍ଡିର ସିଝରଣ ଗାଁରେ ଏହି ବର୍ବର କାଣ୍ଡ ଘଟିଛି । ଦୁଇ ଶିଶୁଙ୍କୁ ଘର ଭିତରେ ହତ୍ୟା କରାଯାଇଥିବା ବେଳେ ବେଳେ ମାର ମୃତଦେହ ଗାଁର ନିକଟସ୍ଥ ରେଳ ଲାଇନ୍ରୁ ଉଦ୍ଧାର କରାଯାଇଛି । ତାଙ୍କୁ ହତ୍ୟା କରାଯାଇ ରେଳ ଲାଇନ୍ ନିକଟରେ ଫୋପାଡି ଦିଆଯାଇଥିବା ପୋଲିସ୍ ସନ୍ଦେହ କରୁଛି । ଦୁଇ ଶିଶୁଙ୍କ ଗଳା କାଟି ହତ୍ୟା କରାଯାଇଥିବା ଜଣାପଡିଛି । ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ୍ ଏବଂ ଫରେନ୍ସିକ୍ ଦଳ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
ବାଲେଶ୍ୱର ଜିଲ୍ଲାରେ ଥିବା ବୁଢାବଳଙ୍ଗା ହଳଦିଆ ଘାଟିରେ ଏକ ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହୋଇଛି । ଡଙ୍ଗା ପାଣି ଭିତରେ ଓଲିଟି ପଡିଥିବା ବେଳେ ଡଙ୍ଗାରେ ପ୍ରାୟ 30ରୁ ଅଧିକ ଯାତ୍ରୀ ଯାତ୍ରା କରୁଥିବା ସୂଚନା ମିଳିଥିଲା । ତେବେ ଏହି ଦୁର୍ଘଟଣାରେ କୌଣସି ଜୀବନ ହାନି ହୋଇ ନାହିଁ । ଡଙ୍ଗାରେ ଯାତ୍ରା କରୁଥିବା ସମସ୍ତ 30 ଜଣ ଯାତ୍ରୀ ସୁରକ୍ଷିତ ଉଦ୍ଧାର କରାଯାଇଥିବା ଜଣାପଡିଛି । କୂଳ ଛାଡିବାର କିଛି ଦୂରରେ ଏହି ଡଙ୍ଗାଟି ଓଲଟି ପଡିଥିଲା । ଅନ୍ଧାର ହୋଇଥିବାରୁ ଉଦ୍ଧାରକାର୍ଯ୍ୟ ଅଧିକ କଷ୍ଟ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ମାତ୍ରାଧିକ ଓଜନ କାରଣରୁ ଭାରସାମ୍ୟ ହରାଇ ଡଙ୍ଗାଟି ବୁଡି ଯାଇଥିବା ଜଣା ପଡିଛି ।
Telanganas new Governor Dr Tamilisai Soundarajan was sworn at Raj Bhavan, in Hyderabad on Sunday. Telangana High Court Chief Justice R.S.Chauhan administered the oath of office to Dr Tamilisai in the presence of Chief Minister K.Chandrasekhar Rao, ministers, top bureaucrats and other dignitaries
ତାମିଲ ସୁପରଷ୍ଟାର ସୂର୍ଯ୍ୟା ନିଜର ଅପ୍କମିଙ୍ଗ ଫିଲ୍ମ କାପ୍ପାନର ଏକ ଫଟୋ ସେୟାର କରିଛନ୍ତି । ଅଭିନେତ୍ରୀ ସାୟେସା ସୈଗଲଙ୍କ ସହିତ ସୂର୍ଯ୍ୟା ଏହି ଫଟୋଟି ସେୟାର କରିଛନ୍ତି । କେ ଭି ଆନନ୍ଦ ନିର୍ଦ୍ଦେଶିତ ଏହି ଫିଲ୍ମରେ ସୂର୍ଯ୍ୟା ତିନୋଟି ଭୂମିକାରେ ନଜର ଆସିଛନ୍ତି । ଏହି ଫିଲ୍ମରେ ସୂର୍ଯ୍ୟାଙ୍କ ସହିତ ମାଲାୟଲମ୍ ସୁପରଷ୍ଟାର ମୋହନଲାଲ ମଧ୍ୟ ନଜର ଆସିବେ । ଅନ୍ୟ ମାନଙ୍କ ବ୍ୟତିତ ଆର୍ୟ୍ୟା ମଧ୍ୟ କେମିଓ ଅବତାରରେ ନଜର ଆସିବେ । ମୋହନଲାଲ ଏହି ଫିଲ୍ମରେ ଭାରତର ପ୍ରଧାନମନ୍ତ୍ରୀଙ୍କ ଭୂମିକାରେ ନଜର ଆସିବେ । ସୂର୍ଯ୍ୟା ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଅଧିକାରୀ ଭୂମିକାରେ ନଜର ଆସିବେ ।
ଜରିମାନାରେ ରେକର୍ଡ ଭାଙ୍ଗୁଛି ଓଡିଶା। ଟ୍ରାଫିକ୍ ନିୟମର ଉଲ୍ଲଂଘନ କରି ଜଣେ ଟ୍ରକ୍ ଡ୍ରାଇଭରଙ୍କୁ ୮୬୫୦୦ ଟଙ୍କା ଜରିମାନା କରାଯାଇଛି। ସମ୍ପୃକ୍ତ ଡ୍ରାଇଭରଙ୍କଠାରୁ ୭୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଏ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲାରେ। ଡ୍ରାଇଭର ହେଲେ ଅଶୋକ ଯାଦବ। ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଟ୍ରକ୍ଟି ଏକ ଜେସିବି ମେସିନ୍ ନେଇକି ତାଳଚେରରୁ ସମ୍ବଲପୁର ଅଭିମୁଖେ ଆସୁଥିଲା। ଏହି ସମୟରେ ସମ୍ବଲପୁର ପରିବହନ ବିଭାଗ ଟ୍ରାଫିକ୍ ଇନ୍ସିପେକ୍ଟର ଟ୍ରକ୍କୁ ଅଟକାଇ ଥିଲେ। ଶରଳାକାନି ନିକଟରେ ତାଙ୍କୁ ଅଟକା ଯାଇଥିଲା। ଓଭର ଲୋଡିଂ, ଓଭର ଡାଇମେନ୍ସନାଲ ଲୋଡିଂ ଓ ବିନା ଡ୍ରାଇଭିଂ ଲାଇନ୍ସେନ୍ସ ପାଇଁ ଟ୍ରକକୁ ୮୬୫୦୦ ଟଙ୍କା ଜରିମାନା କରାଯାଇଛି। ଆଲୋଚନା ପରେ ଡ୍ରାଇଭର ୭୦ ହଜାର ଟଙ୍କା ଜରିମାନା ଦେଇଛନ୍ତି। ଟ୍ରକ୍ର ରେଜିଷ୍ଟ୍ରେସନ୍ ନାଗାଲାଣ୍ଡର ହୋଇଥିବା ଜଣାପଡ଼ିଛି।
ବିସିସିଆଇ ନିକଟରୁ କ୍ଷମାପ୍ରାର୍ଥନା କରିଛନ୍ତି ବରିଷ୍ଠ ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ୍ ଦୀନେଶ କାର୍ତ୍ତିକ। କାରିବିଆନ୍ ପ୍ରିମିୟର୍ ଲିଗ୍ରେ ଟ୍ରିମ୍ବାଗୋ ନାଇଟ୍ ରାଇଡର୍ସର ଜର୍ସି ପିନ୍ଧି ଏହାର ଡ୍ରେସିଂ ରୁମ୍ରେ ରହିଥିବା କାରଣରୁ ବିସିସିଆଇ ପକ୍ଷରୁ ଦୀନେଶ କାର୍ତ୍ତିକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। ଏହାର ଉତ୍ତରରେ କାର୍ତ୍ତିକ ବିସିସିଆଇ ନିକଟରୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ। କେକେଆରର କୋଚ୍ ବ୍ରେଣ୍ଡନ ମ୍ୟକକୁଲମ୍ଙ୍କ ଅନୁରୋଧରେ ଏହି ମ୍ୟାଚ୍ ଦେଖିବାକୁ ଯାଇଥିବା ବେଳେ ଦଳକୁ ଉତ୍ସାହିତ କରିବା ପାଇଁ ଜର୍ସି ପିନ୍ଧିଥିଲି ବୋଲି କାର୍ତ୍ତିକ ଉତ୍ତର ରଖିଛନ୍ତି। ଏହା ସହିତ ଅନ୍ୟ କୌଣସି ଭାବରେ ଟ୍ରିମ୍ବାଗୋ ନାଇଟ ରାଇଡର୍ସ ସହିତ ଜଡିତ ନୁହନ୍ତି ବୋଲି କାର୍ତ୍ତିକ କହିଛନ୍ତି।