ଭୁବନେଶ୍ବର: ବର୍ତ୍ତମାନ ସାରା ରାଜ୍ୟର ରାଜନୀତି ହଲଚଲ ହୋଇଯାଇଛି। ବିଜେଡି ବିଜେପି ମଧ୍ୟରେ ପୁଣି ମେଣ୍ଟ ହେବ ବୋଲି ଚାଲିଛି ଆଲୋଚନା। ଏ ନେଇ ବିଜେଡିର ନବୀନ ନିବାସରେ ବୈଠକ ଆରମ୍ଭ ହୋଇଯାଇଛି। ସେହିପରି ସଂଧ୍ୟାରେ ନୂଆଦିଲ୍ଲୀରେ ବିଜେପିର ବୈଠକ ହେବ। ତେବେ ବିଜେଡିରେ ଚାଲିଥିବା ବୈଠକରେ ଦଳର ପ୍ରାୟ 20 ଜଣ ନେତା ଯୋଗଦେଇଥିବା ଜଣାପଡିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ସାଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ଦେବୀ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରଣବ ବଳବନ୍ତରାୟ, ସସ୍ମିତ ପାତ୍ର, ମାନସ ମଙ୍ଗରାଜ, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ଟୁକୁନି ସାହୁ, ଜଗନ୍ନାଥ ସାରକା, ସଂଜୟ ଦାସ ବର୍ମା ପ୍ରମୁଖ ରହିଛନ୍ତି।
Author: Samikhsya Bureau
ଭୁବନେଶ୍ବର: ଆଜି ଅପରାହ୍ନରେ ଓଡିଶା ରାଜନୀତିରେ ଏକ ହୁଲୁସ୍ତୁଲ ହେବାର ସମ୍ଭାବନା ଦେଖାଦେଇଛି। କାରଣ ଆଜି ଦିଲ୍ଲୀ ଯିବା ପାଇଁ ଓଡିଶା ବିଜେପି ନେତାଙ୍କୁ ଡକରା ଆସିଛି। ଅପରାହ୍ନ ସୁଦ୍ଧା ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଆଜି ଅପରାହ୍ନରେ ବିଜେଡି ନେତାମାନଙ୍କୁ ନବୀନ ନିବାସ ଡକାଯାଇଛି। ଗତକାଲି ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତ ସାରି ଫେରିବା ପରେ ରାତିରେ କିଛି ଗୋଟେ ବଡ ନିଷ୍ପତି ହୋଇଛି। ଯାହାଫଳରେ ସେହି ରାତିରେ ଓଡିଶା ବିଜେପି ନେତାଙ୍କୁ ଦିଲ୍ଲୀ ପହଞ୍ଚିବା ପାଇଁ କୁହାଯାଇଛି। ଫଳରେ ମନମୋହନ ସାମଲ ସହିତ କେତେକ ନେତା ଦିଲ୍ଲୀରେ ପହଞ୍ଚି ସାରିଥିବାର ଜଣାପଡିଛି। ଆଜି ଅପରାହ୍ନ କିମ୍ବା ସଂଧ୍ୟାରେ ଗୁରୁତପୂର୍ଣ୍ଣ ବୌଠକ ରହିଛି। ସେହିପରି ନବୀନ ନିବାସକୁ ଆଜି ବିଜେଡିର ତୁଙ୍ଗ ନେତୃତ୍ବଙ୍କୁ ଡକାଯାଇଛି। ସେମାନେ ଅପରାହ୍ନରେ ପହଞ୍ଚିବା ପାଇଁ କୁହାଯାଇଛି। ଏଥିରେ ଦଳର ଆଗାମୀ ଭବିଷ୍ୟତ ନେଇ କେତେକ ଗୁୁରୁତ୍ବପୂର୍ଣ୍ଣ ନିଷ୍ପତି ନିଆଯିବ ବୋଲି ଜଣାପଡିଛି। ତେବେ ତାହା…
ଭୁବନେଶ୍ବର: ଗତକାଲି ଚଣ୍ଡିଖୋଲ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ବୋଧିତ କରିବା ବେଳେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି କହିଲେ। ଯାହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କାରଣ ଖୋଦ ପ୍ରଧାନମନ୍ତ୍ରୀ ନବୀନଙ୍କୁ ଏପରି ପ୍ରଶଂସା ଯେତେବେଳେ କରୁଛନ୍ତି ତାହା ନିଶ୍ଚିତ ଆଲୋଚନା ହେବ ଏଥିରେ ସନ୍ଦେହ ନାହିଁ। ତେବେ ଏହାକୁ ନେଇ ରାଜ୍ୟ ବିଜେପି ନେତାଙ୍କ କିପରି ଶିର ବିନ୍ଧା ହେଉଛି ତାହା ମଧ୍ୟ ଅନୁମେୟ। କାରଣ ସେ ଦୀର୍ଘଦିନ ଧରି ଅପେକ୍ଷା କରିଥିଲେ ଯେ, ମୋଦି ଆସିବେ କିଛି ଗୁରୁମନ୍ତ୍ର ଦେବେ। ରାଜ୍ୟ ସରକାରଙ୍କୁ ସମାଲୋଚନା କରିବେ। ହେଲେ ତାହା ତ ହେଲା ନାହିଁ, ବରଂ ମୋଦି ନବୀନଙ୍କୁ ପ୍ରଶଂସା କରି ଦେଇଗଲେ। ନିର୍ବାଚନ ସମୟରେ ନବୀନଙ୍କୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ କହି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ସେତିକି ନୁହେଁ ଗତ ଫେବୃୟାରୀ ମାସରେ ପ୍ରଧାନମନ୍ତ୍ର ଯେତେବେଳେ ସମ୍ବଲପୁର ଗସ୍ତରେ ଆସିଥିଲେ ସେତେବେଳେ…
ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ ଆଜି ଶଙ୍ଖଭବନରେ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି। ସକାଳ ୮ ଘଣ୍ଟା ସମୟରେ ଶଙ୍ଖ ଭବନଠାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଦଳର ବରିଷ୍ଠ ନେତା ତଥା ମୁଖପାତ୍ର ଶ୍ରୀ ସଂଜୟ ଦାସବର୍ମାଙ୍କ ସଭାପତିତ୍ୱରେ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା। ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା, ସାଂସଦ ଡ. ଅମର ପଟ୍ଟନାୟକ, ଡ. ସସ୍ମିତ ପାତ୍ର, ସୁଲତା ଦେଓ, ରାଷ୍ଟ୍ରୀୟ ମୁଖପାତ୍ର ଡ. ସଂତୃପ୍ତ ମିଶ୍ର, ମେୟର ଶ୍ରୀମତୀ ସୁଲୋଚନା ଦାସ, ଡେପୁଟୀ ମେୟର ମଂଜୁଲତା କହଁରଙ୍କ ସମେତ ଦଳର ଶତାଧିକ ବରିଷ୍ଠ ନେତା ଓ ମହିଳା, ଯୁବ ଓ ଛାତ୍ର ସଂଗଠନର କର୍ମକର୍ତ୍ତା, ମିଡିଆ ସଂଯୋଜକ ପ୍ରିୟବ୍ରତ ମାଝୀ, ମୁଖପାତ୍ର ଶ୍ରୀମତୀ ଶ୍ରୀମୟୀ ମିଶ୍ର, ତୁମ୍ବନାଥ ପଣ୍ଡା, ଇପ୍ସିତା ସାହୁ, ଓମ୍ ପ୍ରକାଶ ସାହୁଙ୍କ ସମେତ…
ଭୁବନେଶ୍ବର: ଖୁବ ଶିଘ୍ର କାଦମ୍ବିନୀ ପତ୍ରିକାର ସଂପାଦିକା ତଥା ସୁଲେଖିକା ଡ. ଇତିରାଣୀ ସାମନ୍ତ ରାଜନୀତିରେ ପାଦ ଦେବେ। ସେ ବିଜେଡିରେ ସାମିଲି ହେବେ ବୋଲି ଏକ ବିଶେଷ ସୁତ୍ରରୁ ଜଣାପଡିଛି। ତାଙ୍କ ଭାଇ ଡ ଅଚ୍ୟୁତ ସାମନ୍ତ ବର୍ତ୍ତମାନ ବିଜେଡିର କନ୍ଧମାଳ ସାଂସଦ ଅଛନ୍ତି। ସେ ହେଉଛନ୍ତି ଦେଶର ପ୍ରତିଷ୍ଠିତ କିଟ କିସ୍ ଅନୁଷ୍ଠାନର ପ୍ରତିଷ୍ଠାତା। ତେବେ ଖବର ଅନୁସାରେ ଇତି ସାମନ୍ତ ନବୀନ ନିବାସ ଯାଇ ସେଠାରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଆସିଛନ୍ତି। ପୂର୍ବରେ ସେ ଭୁବନେଶ୍ବର ମେୟର ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ମଧ୍ୟ ଚାଲିଥିଲା। ହେଲେ ଶେଷ ମୂହୁର୍ତ୍ତରେ ତାହା ବାତିଲ ହୋଇଥିଲା। ତେବେ ବର୍ତ୍ତମାନ ସେ ବିଜେଡି ଯୋଗ ଦେଇ ଭୁବନେଶ୍ବର ଉତ୍ତରରୁ ପ୍ରାର୍ଥୀ ହେବେ ବୋଲି ଜଣାପଡିଛି। କାରଣ ତାଙ୍କ ଭାଇ ଡ ସାମନ୍ତଙ୍କ କିଟ କିସ୍ ସେହି ନିର୍ବାଚନ ମଣ୍ଡଳିରେ ରହିଛି। ତାଙ୍କର ସେହି ଅଞ୍ଚଳରେ ବେଶ ଦବଦବା ମଧ୍ୟ ରହିଛି।…
ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନିକିଆ ଓଡିଶା ଗସ୍ତରେ ଆସି ୧୯,୬୦୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ପ୍ରକଳ୍ପଗୁଡିକ ଓଡିଶାର ଯାଜପୁର ଜିଲ୍ଲା ଚଣ୍ଡିଖୋଲଠାରେରେ ପାଇଁ ଦେଶବାସୀଙ୍କୁ ଉତ୍ସର୍ଗ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ତୈଳ ଏବଂ ଗ୍ୟାସ, ରେଳପଥ, ସଡକ, ପରିବହନ, ରାଜପଥ ଏବଂ ପରମାଣୁ ଶକ୍ତି ପ୍ରଭୃତି। ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭଗବାନ ଜଗନ୍ନାଥ ଏବଂ ମା ବିରଜାଙ୍କ ଆଶୀର୍ବାଦରେ ଆଜି ଯାଜପୁର ଜିଲ୍ଲାର ଓଡିଶା ବିକାଶର ଏକ ନୂତନ ସ୍ରୋତ ପ୍ରବାହିତ ହେବାକୁ ଲାଗିଲା। ସ୍ବର୍ଗତ ବିଜୁ ପଟ୍ଟନାୟକର ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଦେଶ ବିଦେଶ ତଥା ଓଡିଶାରେ ତାଙ୍କର ଅଦଭୁତ ଅବଦାନକୁ ମନେ ପକାଇଥିଲେ। ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ପରମାଣୁ ଶକ୍ତି, ସଡ଼କପଥ, ରେଳପଥ ଏବଂ ସଂଯୋଗ କ୍ଷେତ୍ରରେ ପ୍ରାୟ ୧୯,୬୦୦ କୋଟି ଟଙ୍କା ମୂଲ୍ୟର ମେଗା…
ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତ ଶେଷ କରି ଫେରିଯାଇଛନ୍ତି। ସେ ଓଡିଶା ଆସିଲେ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜନ କରିବେ ବୋଲି ଓଡିଶା ନେତାମାନେ ଯେଉଁ ଆଶା ରଖିଥିଲେ ତାହା ଧୂଳିସାତ ହୋଇଛି। ପୁଣିଥରେ ହତାସ ହୋଇଛନ୍ତି ଓଡିଶା ବିଜେପି ନେତା। ମଞ୍ଚ ଉପରେ ସବୁ ନେତା ହାତ ଟେକି ଅନେଇ ବସିଥିଲେ। ଯଦି ଧାଡିଟିଏ ନବୀନ ସରକାରଙ୍କ ବିରୋଧରେ ମୋଦି କହିଦିଅନ୍ତି, ତେବେ ସେମାନେ ତାଳିମାରି ହୁଲୁସ୍ତୁଲ କରିଦେଇଥାଆନ୍ତେ। ହେଲେ ଦୀର୍ଘ ଭାଷଣ ମଧ୍ୟରେ ମୋଦି କେବଳ କଂଗ୍ରେସ ସରକାରଙ୍କ ଧୋଇଲେ ସିନା ରାଜ୍ୟ ସରକାରଙ୍କ ବିରୋଧରେ ଗୋଟିଏ ପଦ ମଧ୍ୟ କହିଲେ ନାହିଁ। ଏପରିକି ଓଡିଶାରେ ଡବଲ ଇଂଜିନି ସରକାର ଚାଲିବ ବୋଲି ମଧ୍ୟ କହିଲେ ନାହିଁ। ଯାହା ଫଳରେ ବିଜେପି ନେତା ପୁରା ହତାସ ହୋଇଯାଇଛନ୍ତି। ସେମାନେ ମନେ ମନେ ଭାବୁଛନ୍ତି ଯେ, ନବୀନ କି ମନ୍ତ୍ର ଜାଣିଛନ୍ତି କେଜାଣି ମୋଦି କିଛି…
ଆଲେଖ୍ୟ: ପ୍ରଭୁକଲ୍ୟାଣ ମହାପାତ୍ର ବିଧାନସଭାରେ ପ୍ରଥମ ଅଭିଭାଷଣ : ଗତାନୁତିକ ବଜେଟ ଦ୍ବାରା ଗରିବଙ୍କୁ ସୁଫଳ ମିଳିବ ନାହିଁ : ବିଜୁ ବିଧାନସଭାର ପ୍ରଥମ ଅଭିଭାଷଣରୁ ହିଁ ବିଜୁ ପଟ୍ଟନାୟକଙ୍କ ମନରେ କୁହୁଳିଥିବା ବିଦ୍ରୋହ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିଥିଲା। ସେହି ବିଦ୍ରୋହ ଥିଲା, ଓଡ଼ିଶାର ବିକାଶ ପାଇଁ, ଓଡ଼ିଆମାନଙ୍କ ଉତ୍ଥାନ ଲାଗି ଏବଂ ପ୍ରଚଳିତ ଅବାସ୍ତବ ଅମଲାତାନ୍ତ୍ରିକ ବ୍ୟବସ୍ଥା ବିରୁଦ୍ଧରେ। ତେଣୁ ଗତାନୁଗତିକ ଧାରାରେ ପ୍ରସ୍ତୁତ ଯୋଜନା ଏବଂ ବଜେଟ୍କୁ ସେ ଦୃଢ ଭାବେ ନାପସନ୍ଦ କରିଥିଲେ। ସେଥିପାଇଁ ନିଜ ଦଳରେ ନେତା ତଥା ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ସେ ବିଧାନସଭା ଅଭିଭାଷଣରେ କଠୋର ସମାଲୋଚନା କରିବାକୁ କୁଣ୍ଠାବୋଧ କରିନଥିଲେ। ଚାଳିଶ ଦଶକରେ ଅର୍ଥାତ୍ ପ୍ରାକ୍ ସ୍ବାଧୀନତା କାଳରେ ବିଜୁବାବୁ ଓଡ଼ିଆ ବିଧାନସଭାକୁ ପ୍ରଥମେ ବିଧାୟକ ରୂପେ ନିର୍ବାଚିତ ହୋଇଥିଲେ। 1946 ସେପ୍ଟେମ୍ବର 11 ତାରିଖ ଦିନ ସେ ବିଧାନସଭାରେ ରାଜ୍ୟ ବଜେଟ ଉପରେ ତାଙ୍କର ପ୍ରଥମ ବକ୍ତବ୍ୟ ପ୍ରଦାନ କରିଥିଲେ।…
ଭୁବନେଶ୍ବର: ଆଜି କୃଷି ଭବନଠାରେ କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଦ୍ୱାରା ଅପପୁଷ୍ଟି ଦୂରୀକରଣ ପାଇଁ ଘରଦୁଆରେ ପୁଷ୍ଟି ଯୋଜନାରେ କୁକୁଡ଼ା ଚିଆଁ ବଣ୍ଟନ କାର୍ଯକ୍ରମର ଶୁଭାରମ୍ଭ ହୋଇଯାଇଛି। ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆଭାସି ମାଧ୍ୟମରେ ଏହି କାର୍ଯକ୍ରମର ଶୁଭାରମ୍ଭ କରିଥିଲେ ଏବଂ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଯୋଡ଼ିହୋଇଥିବା ବିଭାଗୀୟ ଅଧିକାରୀମାନେ ନିଜ ନିଜ ଜିଲ୍ଲାରେ ଚିହ୍ନଟ ହିତାଧିକାରୀମାନଙ୍କୁ କୁକୁଡ଼ା ଚିଆଁ ବଣ୍ଟନ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ଖାଦ୍ୟ ନିରାପତ୍ତା ସହିତ ରାଜ୍ୟବାସୀଙ୍କ ପୁଷ୍ଟି ସୁରକ୍ଷା ପ୍ରତି ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ରହିଛି। ରାଜ୍ୟ ସରକାର ଜନସାଧାରଣଙ୍କ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିଥିବାବେଳେ ରକ୍ତହୀନତା ଓ ଅପପୁଷ୍ଟିର ଶିକାର ହୋଇଥିବା ମା’ ଓ ଶିଶୁମାନଙ୍କୁ ଅପପୁଷ୍ଟି ଓ ରକ୍ତହୀନତା ଦୂର କରିବା ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି।…
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ନାଗିରକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ଚଳିତ ବର୍ଷର ଦଶମ ପର୍ଯ୍ୟାୟ ଟ୍ରେନ୍ ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଚଳିତ ବର୍ଷର ଦଶମ ପର୍ଯ୍ୟାୟରେ ବାଲେଶ୍ୱର, ଭଦ୍ରକ, କେଉଁଝର, ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲର ବରିଷ୍ଠ ନାଗରିକମାନେ ଏହି ଯାତ୍ରାରେ ସାମିଲ ହୋଇ ଆଗ୍ରା ଓ ମଥୁରା ଯାତ୍ରା କରିଛନ୍ତି। ଏକ ଭିଡ଼ିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଶୁଭକାମନା ଜଣାଇବା ସହ ବିଭିନ୍ନ ଅଞ୍ଚଳର ସଂସ୍କୃତି ଓ ତୀର୍ଥସ୍ଥଳ ସଂପର୍କରେ ଏହା ଦ୍ୱାରା ଜାଣିହେବ ବୋଲି କହିଥିଲେ। ୨୦୧୬ ମସିହାରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ଅଦ୍ୟାବଧି ରାଜ୍ୟର ପ୍ରାୟ ୨୯ ହଜାରରୁ ଅଧିକ ବରିଷ୍ଠ ନାଗରିକ ସାମିଲ ହୋଇ ଦେଶର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣ କରି ଆଧ୍ୟାତ୍ମିକତା ଅନୁଭବ କରିଥିବାର ସେ କହିଥିଲେ। ରାଜ୍ୟ ସରକାର ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଥିବା ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ ଉଲ୍ଲେଖ କରିଥିଲେ। ଏହି…
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମାଦି ଆଜି ଅପରାହ୍ନ ୨ଟା ୪୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ। ସେଠାରୁ ହେଲିକପ୍ଟର ଯୋଗେ ସିଧା ଚଣ୍ଡିଖୋଲର ବେଣାପୁର ସଭାସ୍ଥଳକୁ ଯିବେ। ଅପରାହ୍ନ ୩ଟା ୧୫ରେ ଲୋକାର୍ପଣ ଓ ଶିଳାନ୍ୟାସର ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହାପରେ ୩.୩୦ମିନିଟ୍ରେ ପାଖ ପଡିଆରେ ଆୟୋଜିତ “ମୋଦି ଗ୍ୟାରେଂଟି” ବିଶାଳ ସଭାରେ “ବିକଶିତ ଓଡ଼ିଶା-ବିକଶିତ ଭାରତ” ଯୋଦ୍ଧାମାନଙ୍କୁ ସମ୍ବୋଧିତ କରିବେ। ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାମଲ କହିଛନ୍ତି ଯେ, ମୋଦିଜୀ ଚଣ୍ଡିଖୋଲରେ ୧୯ହଜାର ୬ଶହ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚରେ ଏକାଧିକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ। ଓଡିଶାର ପ୍ରାଚୀନ ସଂସ୍କୃତି, ଗାରିମାମୟ ଇତିହାସ, ବୈଭବଶାଳୀ ପରମ୍ପରା, ପ୍ରାଚୁର୍ଯ୍ୟମୟ ଐତିହ୍ୟ ଓ କଳା, ଖାଦ୍ୟପେୟ, ବେଶଭୂଷାକୁ ବିଶ୍ୱଦରବାରରେ ପଂହଚାଇଛନ୍ତି। ମୋଦିଜୀ ୨୦୧୯ ମସିହାରେ ଓଡ଼ିଶାବାସୀଙ୍କୁ କହିଥିଲେ “ ମୁଁ ଆପଣଙ୍କ ଭଲ ପାଇବାକୁ ସୁଧ ସହିତ ଫେରେଇବି”। ବିଗତ ୧୦ବର୍ଷ ଭିତରେ…
ନୂଆଦିଲ୍ଲୀ:ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଏକ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ପହଞ୍ଚିବା ପରେ ହେଲିକାପ୍ଟରରେ ଚଣ୍ଡିଖୋଲ ଯିବେ। ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ପ୍ରଧାନମନ୍ତ୍ରୀ ସେଠାରେ ୧୯,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ, ଲୋକାର୍ପଣ ଓ ଶିଳାନ୍ୟାସ କରିବେ। ଏହି ପ୍ରକଳ୍ପ ଗୁଡ଼ିକ ତୈଳ ଓ ଗ୍ୟାସ, ରେଳବାଇ, ସଡ଼କ, ପରିବହନ ଓ ରାଜପଥ ଏବଂ ଆଣବିକ ଶକ୍ତି କ୍ଷେତ୍ରର ଅଟେ। ପ୍ରଧାନମନ୍ତ୍ରୀ ପାରାଦୀପ ବିଶୋଧନାଗାରରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ ମନୋ ଇଥିଲିନ୍ ଗ୍ଲାଇକୋଲ ପ୍ରକଳ୍ପର ଉଦଘାଟନ କରିବେ ଯାହା ଭାରତର ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିବାରେ ଆହୁରି ସହାୟକ ହେବ। ଓଡ଼ିଶାର ପାରାଦୀପରୁ ପଶ୍ଚିମବଙ୍ଗର ହଳଦିଆ ପର୍ଯ୍ୟନ୍ତ ୩୪୪ କିଲୋମିଟର ଲମ୍ବର ପ୍ରଡକ୍ଟ ପାଇପଲାଇନକୁ ଉଦଘାଟନ କରିବେ। ଭାରତର ପୂର୍ବ ଉପକୂଳରେ ଆମଦାନୀ ଭିତ୍ତିଭୂମି ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ପାରାଦୀପରେ ୦.୬ ଏମଏମଟିପିଏ ଏଲପିଜି ଆମଦାନୀ ସୁବିଧାର ଉଦଘାଟନ…
ଭୁବନେଶ୍ବର: ଆସନ୍ତାକାଲି ପୁଣି ଥରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି। ଗତ ଫେବୃୟାରୀରେ ସେ ସମ୍ବଲପୁର ଆସିଥିଲେ। ସେଠାରେ ସରକାରୀ କାର୍ଯ୍ୟକ୍ରମ ସହିତ ଦଳିୟ କାର୍ଯ୍ୟକ୍ରମ ମଧ୍ୟ ଥିଲା। ହେଲେ ସେତେବେଳେ ସେ ନବୀନ ସରକାରଙ୍କ ବିରୋଧରେ ପଦେ ହେଲେ କିଛି କହି ନ ଥିଲେ। ଯାହାକୁ ନେଇ ଓଡିଶା ରାଜନୀତିରେ ବେଶ ଚର୍ଚ୍ଚା ହୋଇଥିଲା। ବର୍ତ୍ତମାନ ପୁଣି ଆସନ୍ତାକାଲି 5 ତାରିଖରେ ମୋଦି ଓଡିଶା ଆସୁଛନ୍ତି। ସେ ଚଣ୍ଡିଖୋଲରେ ସେହିପରି ସରକାରୀ କାର୍ଯ୍ୟକ୍ରମ ସହିତ ଦଳିୟ ସଭା ମଧ୍ୟ ରହିଛି। ବର୍ତ୍ତମାନ ନିର୍ବାଚନ ମାତ୍ର ଆଉ କେତେ ସପ୍ତାହ ରହିଥିବାରୁ ଏଥର ମୋଦି ନବୀନ ସରକାରଙ୍କୁ ପଦେ ଶୁଣେଇବେ ବୋଲି ଆଶା କରିଛନ୍ତି ଓଡିଶା ବିଜେପି ନେତା। ହେଲେ ତାହା ସମ୍ଭବ ହେବ କି ନାହିଁ ଜଣାପଡି ନାହିଁ। ବର୍ତ୍ତମାନ ପରିସ୍ଥିତିରେ ମୋଦି ଯେତେବେଳେ ଓଡିଶାରେ ନବୀନ ସରକାରଙ୍କୁ ସାଥୀରେ ନେଇ ଯାଉଛନ୍ତି ସେତେବେଳେ ଓଡିଶା ବିଜେପି କର୍ମି…
ଭୁବନେଶ୍ୱର: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଭୁବନେଶ୍ୱରର ନୀଳାଦ୍ରି ବିହାରଠାରେ ରାଜ୍ୟ ଟିକା ଭଣ୍ଡାର ଉଦ୍ଘାଟନ କରିଛନ୍ତି । ଏହି ଅବସରରେ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ (ଏନ୍ଏଚ୍ଏମ୍) ଡକଫର ବୃନ୍ଦା ଡି., ଓଏସ୍ଏମ୍ସିଏଲ୍ର ପରିଚାଳନା ନିର୍ଦ୍ଦେଶିକା ଡକଫର ପୋମା ଟୁଡ଼ୁ, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡକଫର ବିଜୟ କୁମାର ପାଣିଗ୍ରାହୀ ଓ ୟୁନିସେଫ୍ ଓଡ଼ିଶାର ଫିଲ୍ଡ ଅଫିସ ମୁଖ୍ୟ ୱିଲିୟମ୍ ହାନ୍ଲୋନ୍, ସ୍ୱାସ୍ଥ୍ୟ ବିଭାଗର ସମସ୍ତ ନିର୍ଦ୍ଦେଶକ, ରାଜ୍ୟ ପ୍ରତିନିଧି (ୟୁନିସେଫ୍, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ୟୁଏନ୍ଡିପି ଏବଂ ଜେଏସ୍ଆଇ) ଯୋଗଦେଇଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ ରାଜ୍ୟ ସରକାର ଆମ ଲୋକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ‘ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶା’ର ଲକ୍ଷ୍ୟ ହାସଲ କରିବାକୁ ସବୁ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି । ସେ…
ଭୁବନେଶ୍ବର: ବିଜେଡି ଏଥର ଭୁବନେଶ୍ବରରେ ଥିବା ତିନି ଆସନରେ ଏକ ନୂଆ ସମୀକରଣ କରିବ। ତାହା ହେଲା ଏହି ତିନି ଆସନରୁ ଗୋଟିଏରେ ଦଳ ମହିଳା ପ୍ରାର୍ଥୀ ଦେବ ବୋଲି ନିଷ୍ପତି କରିଛି। ବର୍ତ୍ତମାନ ଭୁବନେଶ୍ବର ମେୟର ମହିଳା ରହିଛନ୍ତି। ସେହିପରି ଏହି ତିନି ଆସନରେ ଦଳ ଏ ପର୍ଯ୍ୟନ୍ତ ମହିଳା ପ୍ରାର୍ଥୀ ଛିଡା କରାଇ ନାହିଁ। ତେଣୁ ଏଥର ଜଣେ ମହିଳାଙ୍କୁ ଦଳ ପ୍ରାର୍ଥୀ କରିବ ବୋଲି ଜଣାପଡିଛି। ତେବେ ଅନ୍ୟ ଏକ କାରଣରେ କୁହାଯାଇଛି ଯେ, ଭୁବନେଶ୍ବରରେ ତିନି ବିଧାୟକଙ୍କର ବିରୋଧୀଙ୍କ ଆର୍ବିଭାବ ଦେଖିବାକୁ ମିଳିଛି। ତେବେ ସବୁଠାରୁ ତୀବ୍ର ପ୍ରତିଦ୍ବନ୍ଦିତା ଭୁବନେଶ୍ବର ଉତ୍ତର ଏବଂ ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳିରେ ହେଉଛି। ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳିର ବିଧାୟକ ଥିବା ଅନନ୍ତ ନାରାୟଣ ଜେନାଙ୍କ ବିରୋଧୀ ଭାବେ ଅମରେଶ ଜେନା ସମାନ୍ତରାଳ ସଂଗଠନ କରିବାରେ ଲାଗିଛନ୍ତି। ବନ୍ଧୁ ମିଳନଠାରୁ ଆରମ୍ଭ କରି କର୍ମମାନଙ୍କୁ ଏକଜୁଟ କରିବାରେ ଲାଗିଛନ୍ତି।…
ଭୁବନେଶ୍ବର: ରାଜ୍ୟର ଉଚ୍ଚ ପ୍ରାଥମିକ, ମଧ୍ୟ ଇଂରାଜୀ ବିଦ୍ୟାଳୟ ଗୁଡିକରେ ନିୟୋଜିତ ଉର୍ଦ୍ଦୁ ଶିକ୍ଷକ ଏବଂ ସରକାରୀ ପୂର୍ଣ୍ଣ ଅନୁଦାନ ଓ ନୂତନ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଉର୍ଦ୍ଦୁ ସମ୍ବଳ ଶିକ୍ଷକମାନଙ୍କ ମାସିକ ପାରିଶ୍ରମିକକୁ ରାଜ୍ୟ ସରକାର ୭,୪୦୦ ଟଙ୍କାରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ଯେ 5T ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଜିଲ୍ଲା ଗସ୍ତ ଅବସରରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ନିୟୋଜିତ ଥିବା ଉର୍ଦ୍ଦୁ ଶିକ୍ଷକମାନେ ସେମାନଙ୍କ ଅସୁବିଧା ସଂପର୍କରେ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ରାଜ୍ୟର ବିଭିନ୍ନ ଉଚ୍ଚ ପ୍ରାଥମିକ, ମଧ୍ୟ ଇଂରାଜୀ ବିଦ୍ୟାଳୟ, ଓ ଉଚ୍ଚ ବିଦ୍ୟାଳୟରେ ଉର୍ଦ୍ଦୁ ବିଷୟକୁ ପ୍ରାଥମିକ ଭାଷା ଭାବେ ଗ୍ରହଣ କରୁଥିବା ୧୦ରୁ ଉର୍ଦ୍ଧ୍ୱ ଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ରାଜ୍ୟ ସରକାର ଚୁକ୍ତିଭିତ୍ତିକ ଉର୍ଦ୍ଦୁ ଶିକ୍ଷକ ଓ ଉର୍ଦ୍ଦୁ ସମ୍ବଳ ଶିକ୍ଷକ ନିଯୁକ୍ତ କରିଛନ୍ତି । ପୂର୍ବରୁ…
ଭୁବନେଶ୍ୱର: ଯାଜପୁର ଜିଲ୍ଲାର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ନରେଶ ଚନ୍ଦ୍ର ମହାନ୍ତିଙ୍କ ସହ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରସୁଲପୁର ବ୍ଲକର ଶତାଧିକ ବିଜେପି କର୍ମୀ ଆଜି ଶଙ୍ଖ ଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ଓ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଦଳରେ ସାମିଲ୍ ହୋଇଥିବା ଶ୍ରୀ ନରେଶ ଚନ୍ଦ୍ର ମହାନ୍ତି ଓ ସମସ୍ତ ବିଜେପି କର୍ମୀଙ୍କୁ ଡଃ ପାତ୍ର ଓ ଶ୍ରୀ ବଳବନ୍ତରାୟ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ବିଶେଷ କରି ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡଃ ପାତ୍ର ଓ ଶ୍ରୀବଳବନ୍ତରାୟ କହିଥିଲେ। ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ବିଜେପି ନେତା ନରେଶ ଚନ୍ଦ୍ର ମହାନ୍ତି ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ଆଜି ହେଉଛି ମୋର ଘରବାହୁଡ଼ା। ପୂର୍ବରୁ ମୁଁ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ନିର୍ମାଣ ଶ୍ରମିକ ମାନଙ୍କ ପେନ୍ସନ ବୃଦ୍ଧି ସଂପର୍କରେ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ‘ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ’ ଅଧୀନରେ ପଞ୍ଜୀକୃତ ହୋଇଥିବା ନିର୍ମାଣ ଶ୍ରମିକ ମାନଙ୍କ ପେନ୍ସନ ରାଶିରେ ବୃଦ୍ଧି କରାଯାଇଛି। ଏମାନେ ସମସ୍ତେ ନିର୍ମାଣ ଶ୍ରମିକ ପେନ୍ସନ ଯୋଜନାରେ ଉପକୃତ ହେଉଛନ୍ତି। ସୂଚନାଯୋଗ୍ୟ ଯେ 5-T ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ଅଞ୍ଚଳରେ ନିର୍ମାଣ ଶ୍ରମିକ ଓ ସେମାନଙ୍କ ପ୍ରତିନିଧିମାନେ ଏଥିପାଇଁ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏ ବିଷୟରେ ଅବଗତ ହେବା ପରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ଏହି ନୂତନ ନିଷ୍ପତ୍ତି ଅନୁଯାୟୀ ୬୦ ବର୍ଷ ଅତିକ୍ରମ କରିଥିବା ନିର୍ମାଣ ଶ୍ରମିକ ମାନେ ଏଣିକି ୫୦୦ ଟଙ୍କା ପରିବର୍ତ୍ତେ ୧୦୦୦ ଟଙ୍କା ମାସିକ ପେନ୍ସନ ପାଇବେ। ସେହିପରି ୮୦ ବର୍ଷ ବୟସରୁ…
ଭୁବନେଶ୍ବର: ଏକ ଅନିଶ୍ଚିତତା ଭିତରେ ରହିଛି ବିଜେଡି ସରକାରର ଛଅ ମନ୍ତ୍ରୀଙ୍କ ଭାଗ୍ୟ। ସେମାନଙ୍କ ଏଥର ସୁପ୍ରିମ ଟିକେଟ ଦେବେ କି ନାହିଁ ସେ ନେଇ କୌଣସି ଶୁଭ ସଙ୍କେତ ଦେଖାଯାଉ ନାହିଁ। ଏପରିକି ଏହି ଛଅଜଣ ବିଧାୟକ ତାଙ୍କ ଟିକେଟକୁ ନେଇ ସନ୍ଦେହ ମଧ୍ୟରେ ମଧ୍ୟ ରହିଛନ୍ତି। ସେମାନେ ଅନୁଭବ କରିସାରିଲେଣି ଯେ, ଏଥର ତାଙ୍କୁ ଟିକେଟ ମିଳିବ ନାହିଁ। ମୁଖ୍ୟତଃ ଦୁର୍ବଳ ସଂଗଠନ ସେମାନଙ୍କ ପାଇଁ କାଳ ହୋଇଛି। ଆଉ କେତେକ ସେମାନଙ୍କ ବିଭାଗରେ ସେମିତି କିଛି ଆଖି ଦୃଶିଆ କାର୍ଯ୍ୟ କରିପାରି ନାହାଁନ୍ତି। ଯେଉଁ ଛଅ ମନ୍ତ୍ରୀଙ୍କ ସଂପର୍କରେ ଆଲୋଚନା ହେଉଛି ସେମାନେ ହେଲେ ତୁଷାରକାନ୍ତି ବେହେରା, ଜଗନ୍ନାଥ ସାରକା, ଉଷା ଦେବୀ, ସାରଦା ନାୟକ, ସୁଦାମ ମାରାଣ୍ଡି ଏବଂ ରିତା ସାହୁ। ଏମାନଙ୍କ ବଦଳରେ ନୂଆ ଚେହେରା ଦେବା ପାଇଁ ଦଳ ଚିନ୍ତା କରୁଛି। ତୁଷାରକାନ୍ତି ବେହେରା ବର୍ତ୍ତମାନ ନବୀନ ନିବାସରେ ଭଲ ସଂପର୍କରେ ଥିଲେ…
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତଥା ବିଜେପି ସୁପ୍ରିମୋ ନରେନ୍ଦ୍ର ମୋଦି ଦଳକୁ ୨୦୦୦ ଟଙ୍କା ଦେଇଛନ୍ତି। ଏ ସଂପର୍କରେ ସେ ନିଜ ସାମାଜିକ ଗଣମାଧ୍ୟମରେ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି ଯେ, ମୁଁ ବହୁତ ଖୁସି ଯେ, ଆଜି ବିକଶିତ ଭାରତ ଗଠନ ପାଇଁ ବିଜେପିକୁ କିଛି ଦାନ କଲି। ଏଥିସହିତ ସମସ୍ତଙ୍କୁ ଅନୁରୋଧ ଯେ ‘ଡୋନେସନ ଫର ନେସନ’ କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତୁ। ନିକଟରେ ବିଜେପି ଚାନ୍ଦା ଅଭିଯାନ ଆରମ୍ଭ କରିଛା। ଯାହାର ନାମ ରହିଛି ଡୋନେସନ ଫର ନେସନ ବିଲିଡିଂ। ଏଥିରେ ସମସ୍ତେ ଅନଲାଇନ ମାଧ୍ୟମରେ ବିଜେପିକୁ ଦାନ କରିପାରିବେ। ସେଥିପାଇଁ ଦଳ ତରଫରୁ ସ୍ବତନ୍ତ୍ର ଅନଲାଇନ ବ୍ୟବସ୍ଥା କରାଯାଇଛି। ଗତକାଲି ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା ମଧ୍ୟ ଏକ ହଜାର ଟଙ୍କା ଦାନ କରିଥିଲେ।
ଭୁବନେଶ୍ବର: ଆଜି ବିଜେପିରେ ସାମିଲ ହୋଇଛନ୍ତି ଜୟଦେବ ନିର୍ବାଚନ ମଣ୍ଡଳିର ବିଜେଡି ବିଧାୟକ ଅରବିନ୍ଦ ଢାଲି। ସେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ ପୂର୍ବତନ ସଭାପତି ସମୀର ମହାନ୍ତି, ଓଡିଶା ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସାଂସଦ ଅପରାଜିତା ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ। ବିଜେପିରେ ଯୋଗଦେବା ପରେ ଅରବିନ୍ଦ ଢାଲି କହିଥିଲେ ଯେ ବିଜେଡିରେ ମୋତେ ଅଣନିଃସ୍ବାସୀ ଲାଗୁଥିଲା। କେମିତି ଦଳ ଛାଡିବି ସେହି ଚିନ୍ତାରେ ଥିଲା। ବିଜେପିକୁ ମୋର ଘରବାହୁଡା, ପୁରୁଣା ବନ୍ଧୁଙ୍କୁ ଏକାଠି ଦେଖି ମୁଁ ବହୁତ ଖୁସି ବୋଲି ଅରବିନ୍ଦ କହିଥିଲେ। ଗତକାଲି ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ।

