Author: Samikhsya Bureau

ଡିଏମ୍‌କେ ମୁଖ୍ୟ ଏମ୍‌କେ ଷ୍ଟାଲିନଙ୍କ ପୁଅ ତଥା ଅଭିନେତା ଉଦୟନିଧି ଡିଏମ୍‌କେର ଯୁବ ଶାଖା ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି। ତାମିଲ୍‌ ଫିଲ୍ମ ଅଭିନେତା ଉଦୟନିଧି ଷ୍ଟାଲିନ୍‌ଙ୍କ ପୂର୍ବରୁ ତାଙ୍କ ପିତା ଏମ୍‌କେ ଷ୍ଟାଲିନ୍‌ ଏହି ପଦବୀରେ ମଧ୍ୟ ରହିଥିଲେ । କରୁଣାନିଧି ଷ୍ଟାଲିନ୍‌ଙ୍କୁ କୋଷାଧ୍ୟକ୍ଷ ରୂପେ ନିଯୁକ୍ତ କରିଥିବାବେଳେ ୟୁଥ ଓ୍ବିଙ୍ଗ୍‌ର ସଚିବ ରୂପେ ସ୍ବାମୀନାଥନ୍‌ଙ୍କୁ ନିଯୁକ୍ତ କରିଥିଲେ । କିଛିଦିନ ପୂର୍ବେ ସ୍ବାମୀନାଥନ୍‌ ଇସ୍ତଫା ଦେବା ପରେ ଉଦୟନିଧି ଏହି ପଦବୀରେ ଅବସ୍ଥାପିତ ହୋଇଛନ୍ତି । ପିତା କରୁଣାନିଧିଙ୍କ ମୃତ୍ୟୁ ପରେ ଷ୍ଟାଲିନ୍‌ ଡିଏମ୍‌ଏକେର ଅଧ୍ୟକ୍ଷ ରୂପେ ଅବସ୍ଥାପିତ । ଚଳିତ ଲୋକସଭା ନିର୍ବାଚନରେ ଉଦୟନିଧି ଡିଏମ୍‌କେ ପାଇଁ ପ୍ରଚାର କରିଥିଲେ । ୪୨ ବର୍ଷୀୟ ଉଦୟନିଧି ହେଉଛନ୍ତି କରୁଣାନିଧିଙ୍କ ପରିବାରର ୪ର୍ଥ ସଦସ୍ୟ ଯେ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦଖଲ କରିଛନ୍ତି। ଷ୍ଟାଲିନଙ୍କ ଭଉଣୀ କାନିମୋଜି ଜଣେ ଲୋକ ସଭା ସଦସ୍ୟ ହୋଇଥିବା ବେଳେ ପୁତୁରା…

Read More

ଓଡ଼ିଶାର ସ୍ବତନ୍ତ୍ର ପାହ୍ୟା ଦେବାକୁ କେନ୍ଦ୍ର ଅଗ୍ରାହ୍ୟ କରିଛି । ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ଯେ, ଓଡ଼ିଶା ସ୍ଵତନ୍ତ୍ର ରାଜ୍ୟ ନେଇ ଯେଉଁ ଯୁକ୍ତି ବାଢୁଛି ତାହା ଅଯୌକ୍ତିକ। ବର୍ତ୍ତମାନ ସମୟରେ ଦେଶରେ ସ୍ଵତନ୍ତ୍ର ମାନ୍ୟତା ରାଜ୍ୟ ବୋଲି ଆଉ କିଛି ନାହିଁ। ଚତୁର୍ଦ୍ଦଶ ଅର୍ଥ କମିଶନ ଅନୁସାରେ ସ୍ପେଶାଲ ଓ ଜେନେରାଲ ରାଜ୍ୟ ଭିତରେ କୌଣସି ପ୍ରଭେଦ ରଖି ନାହାନ୍ତି। ଫଳରେ ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟମାନ୍ୟତା ମିଳିପାରିବ ନାହିଁ। ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ଦେବାକୁ ରାଜ୍ୟ ସରକାର ବାରମ୍ବାର କେନ୍ଦ୍ର ନିକଟରେ ଦାବି କରି ଆସୁଛନ୍ତି। କିଛିଦିନ ପୂର୍ବେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ଗଭର୍ଣ୍ଣି କାଉନସିଲ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାକୃତିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଓଡ଼ିଶାକୁ ସ୍ଵତନ୍ତ୍ର ମାନ୍ୟତା ଦେବା ଦାବିକୁ ଦୋହରାଇଥିଲେ।

Read More

ସମୀକ୍ଷା ବ୍ୟୁରୋ ଆଜି ପବିତ୍ର ରଥ ଯାତ୍ରା ବେଳେ ଯାଜପୁର ଜିଲ୍ଲାର କାଳିଆପାଣି ଥାନା ଅଧିନସ୍ଥ ଟାଟା ମାଇନସ କଲୋନିରେ ଘଟିଛି ଅଘଟଣ। ରଥଟଣା ବେଳେ ଲୁହା ନିର୍ମିତ ରଥଟି ଉପରେ ଥିବା ବିଦ୍ୟୁତ ତାର ସ୍ପର୍ଶରେ ଆସିଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସାତ ଜଣ ଆହତ ହୋଇଛନ୍ତି। ମୃତକ ଦୁଇଜଣଙ୍କର ନାମ ହେଲା ସୁଚିତ୍ରା ଲେଙ୍କା ଏବଂ ଭରତ ରାୟ। ଉଭୟ ଟାଟା ମାଇନସର ଠିକା କର୍ମଚାରୀ। ଆହତମାନଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି। ତେବେ ସେମାନଙ୍କ ମଧ୍ୟରୁ 3 ଜଣ ଗୁରୁତର ହୋଇପଡିବାରୁ କଟକ ସ୍ଥାନାନ୍ତରିତ କରାଯାଇଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଉପରେ ବିଦ୍ୟୁତ ତାର ଥିବା ବେଳେ ଲାଇନ ନ କାଟି କିପରି ରଥ ଟଣାଯାଉଥିଲା ସେ ନେଇ ପ୍ରଶ୍ନ ଉଠିଛି।

Read More

କଂଗ୍ରେସ ମହାସଚିବ ହରିଶ୍‌ ରାଓ୍ବତ ଗୁରବାର ଦିନ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।  ଲୋକସଭା ନିର୍ବାଚନରେ କଂଗ୍ରେସ ଦଳର ବିଫଳତା ଏବଂ ସାଙ୍ଗଠନିକ ବିପର୍ଯ୍ୟୟ ପାଇଁ ଆମେ ପଦାଧିକାରୀଗଣ ଉତ୍ତରଦାୟୀ ବୋଲି ଟୁଇଟ୍‌ କରିଛନ୍ତି ହରିଶ୍‌ । ଏହାପୂର୍ବରୁ ଅଖିଳ ଭାରତୀୟ କଂଗ୍ରେସ କମିଟିର ମହାସଚିବ ଓ ମଧ୍ୟପ୍ରଦେଶ ପ୍ରଭାରୀ ଦୀପକ ବାବାରିଆ ମଧ୍ୟ ଇସ୍ତଫା ଦେଇଛନ୍ତି । ଆସାମରେ ଦଳର ବିପର୍ଯ୍ୟୟ ପାଇଁ ପ୍ରଭାରୀ ରୂପେ ନିଜକୁ ଦାୟୀ କରିବା ସହିତ ନିଜ ଭୁଲ୍‌କୁ ସ୍ବୀକାର କରି ମହାସଚିବ ପଦରୁ ଇସ୍ତଫା ଦେଇଛନ୍ତି ହରିଶ୍‌ । ରାହୁଲଙ୍କ ଗାନ୍ଧିଙ୍କ ନେତୃତ୍ବ ଉପରେ ବିଶ୍ବାସ ପ୍ରକଟ କରି ହରିଶ୍‌ କହିଛନ୍ତି ଯେ, ପ୍ରେରଣା ଦେବାର କ୍ଷମତା କେବଳ ରାହୁଲ୍‌ ଗାନ୍ଧିଙ୍କ ପାଖରେ ରହିଛି । ତାଙ୍କ ହାତରେ କ୍ଷମତା କେନ୍ଦ୍ର ରହିଲେ ୨୦୨୨ ହେବାକୁ ଥିବା କେତେକ ରାଜ୍ୟର ବିଧାନସଭାରେସ୍ଥିତି ବଦଳିପାରିବ ବୋଲି କହିଛନ୍ତି ହରିଶ୍‌ । ଉତ୍ତରାଖଣ୍ଡର ପୂର୍ବତନ…

Read More

ଦିଲ୍ଲୀସ୍ଥିତ ସିବିଆଇର ଏକ ସ୍ୱତନ୍ତ୍ର ଅଦାଲତ ଗୁରୁବାର ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ସରକାରୀ ସାକ୍ଷୀ ହେବା ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଏହି ମାମଲାରେ କଂଗ୍ରେସ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦମ୍ବରମ ଏବଂ ତାଙ୍କ ପୁଅ କାର୍ତ୍ତି ଚିଦମ୍ବରମ ଅଭିଯୁକ୍ତ ଅଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୧ରେ ହେବ । ଶୁଣାଣି ଦିନ ଇନ୍ଦ୍ରାଣୀଙ୍କୁ ଅଦାଲତରେ ହାଜର କରାଯିବ । ନିଜ ଇଚ୍ଛାରେ ସରକାରୀ ସାକ୍ଷୀ ହେବାକୁ ରାଜି ହୋଇଥିବାରୁ ସିବିଆଇର ସ୍ୱତନ୍ତ୍ର ବିଚାରପତି ଅରୁଣ ଭରଦ୍ୱାଜ ଏହି ମାମଲାରେ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ କ୍ଷମା କରିଛନ୍ତି । ଇନ୍ଦ୍ରାଣୀ ମଧ୍ୟ ଏହି ମାମଲାରେ ଅଭିଯୁକ୍ତ ଥିଲେ । ଏବେ ସେ ଅନ୍ୟ ଏକ ମାମଲାରେ ମୁମ୍ବଇ ଜେଲରେ ବନ୍ଦୀ ଅଛନ୍ତି । ଇନ୍ଦ୍ରାଣୀ ଚଳିତ ବର୍ଷ ଫେବୃଆରୀ ୮ ତାରିଖରେ ସରକାରୀ ସାକ୍ଷୀ ହେବାକୁ ଆବେଦନ…

Read More

ରଥରେ ବସି ଶ୍ରୀଗୁଣ୍ଡିଚା ଅଭିମୁଖେ ଯାତ୍ରା ଆରମ୍ଭ କଲେ ଶ୍ରୀଜୀଉ। ଏଠାରେ ରଥଟଣା ଆରମ୍ଭ ହୋଇଯାଇଛି। ଅପରାହ୍ଣ ୪ଟାରେ ରଥଟଣା ହେବା ବୋଲି ପୂର୍ବରୁ ଧାର୍ଯ୍ୟ ହୋଇଥିବା ବେଳେ ଅପରାହ୍ଣ ୨ଟା ୧୫ରେ ରଥଟଣା ଆରମ୍ଭ ହୋଇଗଲା। ନୀତି ଅନୁଯାୟୀ ପ୍ରଥମେ ଶ୍ରୀବଳଭଦ୍ରଙ୍କ ରଥଟଣା ଆରମ୍ଭ ହୋଇଛି। ରଥଯାତ୍ରା ପାଇଁ ଆଜି ସମସ୍ତ ନୀତିକାନ୍ତି ଶୃଙ୍ଖଳାର ସହିତ ସମାପ୍ତ ହେବା ପରେ ରଥ ଟଣା ଆରମ୍ଭ ହୋଇଥିଲା। ସକାଳେ ସମସ୍ତ ରୀତିନୀତି ଶେଷ ହେବା ପରେ ପହଣ୍ଡି ଆରମ୍ଭ କରାଯାଇଥିଲା। ପହଣ୍ଡି ବି ଖୁବ୍ ଆଗୁଆ କରାଯାଇଥିଲା। ସକାଳ ସାଢ଼େ ୯ଟାରେ ପହଣ୍ଡି ହେବାକୁ ଥିବା ବେଳେ ଏହା ଯଥେଷ୍ଟ ପୂର୍ବରୁ ଆରମ୍ଭ ହୋଇଯାଇଥିଲା। ଚତୁର୍ଦ୍ଧା ମୂର୍ତ୍ତି ରଥାରୁଢ଼ ହେବା ପରେ ବାକି ନୀତିକାନ୍ତି ଶେଷ ହେବା ପରେ ପରମ୍ପରା ଅନୁଯାୟୀ ଆଦିଗୁରୁ ଶଙ୍କରାଚାର୍ଯ୍ୟ ବଡ଼ଦାଣ୍ଡରେ ପହଞ୍ଚିଥିଲେ। ସେ ରଥରେ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ। ଏହା ପରେ ଗଜପତି ମହାରାଜ ଛେରା…

Read More

ଭୋଟ ପୂର୍ବରୁ ନୋଟ କାରବାର ପାଇଁ ବନ୍ଦ ରହିଥିବା ତାମିଲନାଡୁର ଭେଲୋର ଲୋକସଭା ଆସନ ପାଇଁ ଆସନ୍ତା ଅଗଷ୍ଟ ୫ ତାରିଖରେ ନିର୍ବାଚନ ହେବ। ଏଥିପାଇଁ ଆଜି ଭାରତୀୟ ନିର୍ବାଚନ କମିଶନ ପକ୍ଷରୁ ଘୋଷଣା କରାଯାଇଛି। ଅଗଷ୍ଟ ୫ରେ ଭୋଟ ଓ ଅଗଷ୍ଟ ୯ରେ ଫଳାଫଳ ପ୍ରକାଶ ପାଇବ। କମିଶନ ପକ୍ଷରୁ କୁହାଯାଇଛି ଯେ ନିର୍ବାଚନ ସଂକ୍ରାନ୍ତ ବିଜ୍ଞପ୍ତି ଜୁଲାଇ ୧୧ରେ ପ୍ରକାଶ ପାଇବ। ଜୁଲାଇ ୧୮ ନାମାଙ୍କନ ଦାଖଲର ଶେଷ ତାରିଖ ଓ ୧୯ ତାରିଖରେ ଏହାର ଯାଞ୍ଚ ହେବ। ନାମାଙ୍କନ ପ୍ରତ୍ୟାହାର ପାଇଁ ଶେଷ ତାରିଖ ଜୁଲାଇ ୨୨ ରହିବ। ନିର୍ବାଚନ ତାରିଖ ଘୋଷଣା ହେବା ସହ ଆଜିଠାରୁ ହିଁ ଆଚରଣ ବିଧି ଲାଗୁ ହୋଇଛି।ଏହି ଭେଲୋର ଲୋକସଭା ପାଇଁ ନିର୍ବାଚନ ଏପ୍ରିଲ ୧୮ରେ ହେବାର ଥିଲା। ତେବେ ଜଣେ ଡିଏମକେ ନେତାଙ୍କ ଘରୁ ବିପୁଳ ପରିମାଣର ନଗଦ ଟଙ୍କା ଜବତ ହୋଇଥିଲା। ଏହି କାରଣରୁ ନିର୍ବାଚନ କମିଶନ…

Read More

ପ୍ରଥମ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିବା ଆସିକା ସାଂସଦ ପ୍ରମିଳା ବିଷୋୟୀ ଓ ସର୍ବକନିଷ୍ଠ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଓଡ଼ିଶାର ଅଧିକାର ପାଇଁ ସଂସଦରେ ଦାବି ଉପସ୍ଥାପନ କରିଛନ୍ତି। ଦୁଇଜଣଙ୍କୁ ବାଚସ୍ପତି ବିତର୍କରେ ଭାଗ ନେବାକୁ ସୁଯୋଗ ଦେବା ସହିତ ପ୍ରମିଳାଙ୍କୁ ଭୂରିଭୂରି ପ୍ରଂଶସା କରିଛନ୍ତି। ୨୬ ବର୍ଷିୟା ଚନ୍ଦ୍ରାଣୀ ମୁର୍ମୁ ପ୍ରଥମ ଥର ଗୃହରେ ବିତର୍କରେ ଭାଗ ନେଇ ତାଙ୍କ ନିର୍ବାଚନମଣ୍ଡଳୀରେ ଏକ ଇସ୍ପାତ କାରଖାନା ପ୍ରତିଷ୍ଠା କରିବାକୁ ଗୃହରେ ଦାବି କରିଛନ୍ତି। ସେହିପରି ପ୍ରଥମ ଥର ଲାଗି ବିତର୍କରେ ଭାଗ ନେଇ ସାଂସଦ ପ୍ରମିଳା ବିଷୋୟୀ ପୁଣି ଥରେ ମହିଳାଙ୍କ ଅଧିକାରୀ ପାଇଁ ଦାବି ଉପସ୍ଥାପନ କରିଛନ୍ତି। ଆଶା, ଅଙ୍ଗନବାଡ଼ି କର୍ମୀଙ୍କୁ ମିଳୁଥିବା ଦରମା ଯଥେଷ୍ଟ ନୁହେଁ ବୋଲି ସେ କହିଛନ୍ତି। ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ଦରମା ୧୫ ହଜାର ଟଙ୍କାକୁ ବୃଦ୍ଧି ଓ ସହାୟିକାଙ୍କ ମାସିକ ଦରମା ୧୨ ହଜାର ଟଙ୍କା ପାଇଁ…

Read More

75 ହଜାର ଡଲାର ପୁରସ୍କାର ରାଶି ବିଶିଷ୍ଟ କାନାଡା ଓପନ୍‌ ସୁପର 100 ବ୍ୟାଡମିଣ୍ଟନ ପ୍ରତିଯୋଗିତାର ପ୍ରିକ୍ବାର୍ଟରରେ ପହଞ୍ଚିଛନ୍ତି ଦୁଇ ଭାରତୀୟ ଖେଳାଳି ପି କଶ୍ୟପ୍‌ ଏବଂ ସୌରଭ ବର୍ମା । ରାଜ୍ୟଗୋଷ୍ଠୀ ସ୍ବର୍ଣ୍ଣ ପଦକ ବିଜେତା ପି କଶ୍ୟପ୍‌ ଟୁର୍ଣ୍ଣାମେଣ୍ଟର ଷଷ୍ଠ ସିଡ୍‌ର ମାନ୍ୟତା ପାଇଥିବା ବେଳେ ଫ୍ରାନ୍ସର ଲୁକାସ୍‌ କର୍ଭିଙ୍କୁ 21-12 ଏବଂ 21-17 ପଏଣ୍ଟରେ ପରାସ୍ତ କରି ଅନ୍ତିମ 16 ମଧ୍ୟରେ ସ୍ଥାନ ସୁରକ୍ଷିତ କରିଥିଲେ । ସେହିପରି ଜାତୀୟ ଚାମ୍ପିୟନ୍‌ ସୌରଭ ବର୍ମା କାନାଡାର ବି ଆର୍‌ ସଙ୍କୀର୍ଥଙ୍କୁ ପରାସ୍ତ କରି ଅନ୍ତିମ 16ରେ ସ୍ଥାନ ପକ୍କା କରିଛନ୍ତି । 21-14 ଏବଂ 21-11ର ସିଧାସଳଖ ସେଟ୍‌ରେ ବିଜୟୀ ହୋଇଥିଲେ ସୌରଭ ବର୍ମା । କଶ୍ୟପ ନିଜର ଆଗାମୀ ମୁକାବିଲାରେ ଚୀନ୍‌ର ରେନ୍‌ ପେଙ୍ଗ ବୋଙ୍କୁ ଭେଟିବେ ସେହିପରି ବର୍ମା ନିଜର ଆଗାମୀ ମୁକାବିଲାରେ ଚୀନ୍‌ର ସୁନ୍‌ ଫେଇ ଜିଆଙ୍ଗ ବିପକ୍ଷରେ ଖେଳିବେ ।

Read More

ଆଜି ବିଜେଡିର ଦୁଇ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଏବଂ ଅମର ପଟ୍ଟନାୟକ ଶପଥ ନେଇଛନ୍ତି। ଉଭୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ସସ୍ମିତ ପାତ୍ର ଏବଂ ଅମର ପଟ୍ଟନାୟକ ନିଦ୍ବନ୍ଦରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ସସ୍ମିତ ବିଜେଡିର ମୁଖପାତ୍ର ଥିବା ବେଳେ ଅମର ଦଳର ଆଇଟି ସେଲର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ଚଳିତ ଥର ରାଜ୍ୟସଭାର ତିନୋଟି ଆସନ ଖାଲି ହୋଇଥିଲା। ଏହି ତିନୋଟି ଆସନରେ ବିଜେଡି ଦୁଇ ଜଣ ପ୍ରାର୍ଥୀ ଦେଇଥିବା ବେଳେ ବିଜେପି ଜଣେ ପ୍ରାର୍ଥୀ ଦେଇଥିଲା। ବିଜେପି ତରଫରୁ ପୂର୍ବତନ ଆଇଏଏସ ଅଫିସର ତଥା ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜେପେୟୀଙ୍କ ବ୍ୟକ୍ତିଗତ ସଚିବ ଅଶ୍ବନୀ ବୈଷ୍ଣବ ପ୍ରାର୍ଥୀ କରିଥିଲା। ଅଶ୍ବନୀଙ୍କୁ ବିଜେଡି ସମର୍ଥନ କରିଥିଲା। ଫଳରେ ସେ ମଧ୍ୟ ଓଡିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ସେ ପୂର୍ବରୁ ସାଂସଦ ଭାବେ ଶପଥ ନେଇ ସାରିଥିଲେ।…

Read More

ଜୁଲାଇ ୨୦ରେ ପାଟକୁରା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ପାଟକୁରା ନିର୍ବାଚନ ନେଇ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ମୃତ୍ୟୁ ପାଇଁ ପାଟକୁରାରେ ନିର୍ବାଚନ ଘୁଞ୍ଚିଥିଲା। ପରେ ପରେ ବାତ୍ୟା ଫନି ପାଇଁ ନିର୍ବାଚନ ତାରିଖକୁ ଘୁଞ୍ଚାଯାଇଥିଲା। ତେବେ ନୂତନ ନିର୍ବାଚନ ବିଜ୍ଞପ୍ତି ଜାରି କରାଯିବା ସହିତ କେନ୍ଦ୍ରାପଡ଼ା ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି। ଜୁଲାଇ ୨୦ରେ ଭୋଟ ଗ୍ରହଣ ଓ ଜୁଲାଇ ୨୪ରେ ଭୋଟ୍‌ଗଣତି ଅନୁଷ୍ଠିତ ହେବ। ବର୍ତ୍ତମାନ ପାଟକୁରା ପାଇଁ ବିଜେଡି ତରଫରୁ ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲାଙ୍କ ଧର୍ମପତ୍ନୀ ସାବିତ୍ରୀ ଅଗ୍ରୱାଲା ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ତରଫରୁ ବରିଷ୍ଠ ନେତା ବିଜୟ ମହାପାତ୍ର ପ୍ରାର୍ଥୀ ହୋଇଛନ୍ତି। ତାରିଖ ଘୋଷଣା ପୂର୍ବରୁ ଏହି ନିର୍ବାଚନ ପାଇଁ ବିଜେଡି ଓ ବିଜେପି ତରଫରୁ ପ୍ରସ୍ତୁତି ଆରମ୍ଭ କରିଦିଆଯାଇଛି। ବିଜୟ ମହାପାତ୍ର ଭୁବନେଶ୍ବର ଏମପି ଅପରାଜିତା ଷଡଙ୍ଗୀଙ୍କୁ ନେଇ…

Read More

ରଙ୍ଗାଚରଣ ପ୍ରଧାନ ପୁର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖର ଥରେ କହିଥିଲେ ‘ଗରିବ’ ଶବ୍ଦର କୌଣସି ଅର୍ଥ ନାହିଁ, ଯେପର୍ଯ୍ୟନ୍ତ ଏହା ପୁର୍ବରୁ ଏକ ପ୍ରଶ୍ନବାଚକ ଶବ୍ଦ ଲଗାଯାଇ ନାହିଁ। ଯେମିତି କି ‘କେତେ ଗରିବ ?’। ଆପଣ ଯେ କୌଣସି ଅର୍ଥନୈତିକ ଡାଟାକୁ ନିଅନ୍ତୁ, ତାହା ଐକାନ୍ତିକ ତଥ୍ୟ ନୁହେଁ। ଏହାକୁ ଅନ୍ୟ ଏକ ତଥ୍ୟ ସହ ତୁଳନା ନ କରିବା ପର୍ଯ୍ୟନ୍ତ ଏହି ଡାଟାର କୌଣସି ମାନେ ରୁହେ ନାହିଁ। ଓଡିଶା ଏକ ଗରିବ ରାଜ୍ୟ ବୋଲି କହିବା ବେଳେ ଆପେ ଆପେ ପ୍ରଶ୍ନ ଉଠିବ ଯେ ଆଗ ଅପେକ୍ଷା ଗରିବ ନା ଅନ୍ୟ କୌଣସି ରାଜ୍ୟ ଅପେକ୍ଷା ଗରିବ। ଏବେ ଅନେକ ବନ୍ଧୁ ରାଜ୍ୟ ସରକାରଙ୍କୁ ସମାଲୋଚନା କରି କହୁଛନ୍ତି ଯେ ରାଜ୍ୟର ୠଣଭାର ହୁ ହୁ ହୋଇ ବଢିଛି। ସେମାନେ ୧୫/୨୦ ବର୍ଷ ପୁର୍ବର ୠଣଭାର ସହିତ ବର୍ତ୍ତମାନର ୠଣକୁ ତୁଳନା କରି ଏକଥା କହୁଛନ୍ତି। କ୍ଷମା କରିବେ,…

Read More

କେନ୍ଦ୍ର ସରକାରଙ୍କ ଜଳଯୋଗାଣ ପ୍ରକଳ୍ପ ଭାଗୀରଥ ଯୋଜନାରେ ୨.୩୫ ଲକ୍ଷ ପରିବାରକୁ ସାମିଲ କରାଯାଇଛି । ଗୁରୁବାର ସୂର୍ଯ୍ୟାପେଟରେ ୮୬୦ ଘର ଏବଂ ୫୮୧ ସାମୂହିକ ପ୍ରକଳ୍ପରେ ଜଳଯୋଗାଣ ପରେ ଏହି ସଂଖ୍ୟା ୨ ଲକ୍ଷ ୩୫ହଜାର ୬୭୭ରେ ପହଞ୍ଚିଛି । ଏହି ସଂଯୋଗ ବ୍ୟତୀତ ୪୩୦ଟି ଭୂପୃଷ୍ଠ ଉପର ଜଳପ୍ରକଳ୍ପରେ କାର୍ଯ୍ୟ ଚାଲିଛି । ବିଭିନ୍ନ ଜଳଭଣ୍ଡାର ସହିତ ଭୂପୃଷ୍ଠ ଉପରିସ୍ଥ ଜଳଯୋଗାଣ ପ୍ରକଳ୍ପ ସଂଯୋଗ ହେବ । ଏହା ସହିତ ସୁର୍ଯ୍ୟାପେଟ୍‌ ଅଞ୍ଚଳରେ ଆସନ୍ତା ଦୁଇ ମାସ ମଧ୍ୟରେ ୨୧୯୦.୨୬ କିମି ପାଇପ୍‌ ଲାଇନ୍‌ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବ ବୋଲି ଜିଲ୍ଳାପାଳ ଡି. ଅମୟ କୁମାର ଏବଂ ଶିକ୍ଷାମନ୍ତ୍ରୀ ଜି. ଜଗଦୀଶ ରେଡ୍ଡୀ ସୂଚନା ଦେଇଛନ୍ତି । ଏତଦ୍‌ ବ୍ୟତୀତ ୧୧୩୯ଭୂପୃଷ୍ଠ ଉପରିସ୍ଥ ଟାଙ୍କି ନିର୍ମାଣ କରାଯିବା ସହିତ ୭୦ ପ୍ରତିଶତ ଟ୍ୟାଙ୍କକୁ ପାଇପ୍‌ ଲାଇନ୍‌ ଜରିଆରେ ସଂଯୋଗ କରାଯିବ ବୋଲି ଅମୟ ସୂଚନା ଦେଇଛନ୍ତି ।

Read More

ଆଜି ପବିତ୍ର ରଥଯାତ୍ରା । ଆଜି ଚତୁର୍ଦ୍ଧାମୂର୍ତ୍ତି ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରୁଛନ୍ତି ।  ଆଷାଢ ଶୁକ୍ଲପକ୍ଷ ଦ୍ୱିତୀୟା ତିଥିରେ ଜଗତରନାଥ ଶ୍ରୀଜଗନ୍ନାଥ ନିଜର ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ମାଉସୀ ‘ଗୁଣ୍ଡିଚା ରାଣୀ’ଙ୍କ ନିକଟକୁ ୯ ଦିନ ପାଇଁ ଯିବେ। ଶ୍ରୀକ୍ଷେତ୍ରର ପବିତ୍ର ବଡ଼ ଦାଣ୍ଡରେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ପ୍ରସ୍ତୁତ ଅଛି। ହଜାର ହଜାର ଭକ୍ତ ତିନି ରଥକୁ ଶ୍ରୀମନ୍ଦିର ସମ୍ମୁଖରୁ ଶରଧାବାଲି ଅଭିମୁଖେ ଟାଣି ନେବେ। ରଥଟଣା ପୂର୍ବରୁ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ହରିବୋଳ-ହୁଳହୁଳୀରେ ବଡ଼ଦାଣ୍ଡ ଉଛୁଳି ପଡୁଛି। ଇତିମଧ୍ୟରେ ରଥଯାତ୍ରାର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ ହୋଇଛି । ଗୋଟି ପହଣ୍ଡିରେ ଆସି ରଥାରୂଢ଼ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ପ୍ରଥମେ ଚକ୍ରବୀର ସୁଦର୍ଶନଙ୍କ ପହଁଣ୍ଡି ହୋଇଛି । ଏହା ପରେ ବଡ଼ ଭାଇ ବଳଭଦ୍ର, ପରେ ଦେବୀ ସୁଭଦ୍ରା ଓ ଶେଷରେ ବଡ଼ ଦେଉଳରୁ ବାହାରି ଆସିଛନ୍ତି ଜଗତର…

Read More

ଦେଶର ପ୍ରଥମ ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ରାଜ୍ୟସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରଦାନ କରିଛନ୍ତି। ଏହି ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟରେ ୨୦୧୯-୨୦୨୦ ଆର୍ଥିକ ବର୍ଷ ନିମନ୍ତେ ଘରୋଇ ଅଭିବୃଦ୍ଧି ହାର ୭ ପ୍ରତିଶତ ଲକ୍ଷ୍ୟ ରଖାଯାଇଛି। ଗୁରୁବାର ରାଜ୍ୟସଭାରେ ସୀତାରମଣ ସର୍ବେକ୍ଷଣ ରିପୋର୍ଟ ପ୍ରଦାନ କରିବା ସହିତ ଆସନ୍ତା ଆର୍ଥିକ ବର୍ଷର ଲକ୍ଷ୍ୟ ବର୍ତ୍ତମାନର ଜିଡିପି ଠାରୁ ୦.୨ ପ୍ରତିଶତ ଅଧିକ ରଖାଯାଇଛି। ଯଦି ଭାରତ ଏହି ଲକ୍ଷ୍ୟ ହାସଲରେ ସଫଳ ହୁଏ ତେବେ ଭାରତ ଚୀନ୍‌ର ଅର୍ଥନୀତିକୁ ଅତିକ୍ରମ କରିବା ସହିତ ପୁନର୍ବାର ଦ୍ରୁତ ବିକାଶଶୀଳ ଅଭିବୃଦ୍ଧି ହାସଲ କରୁଥିବା ରାଷ୍ଟ୍ର ତାଲିକାରେ ସାମିଲ ହେବ ବୋଲି ଜଣାପଡିଛି। ମାର୍ଚ୍ଚ ୩୧ ଆସନ୍ତା ଅର୍ଥକନୈତିକ ବର୍ଷର ଶେଷ ତାରିଖ ହୋଇଥିବା ବେଳେ ଏହା ପୂର୍ବରୁ ଏହି ଲକ୍ଷ୍ୟ ହାସଲ କରାଯିବ ବୋଲି ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା କ୍ରିଷ୍ଣମୂର୍ତ୍ତି ସୁବ୍ରମଣ୍ୟମ ସୂଚନା ଦେଇଛନ୍ତି।

Read More

କର୍ଣ୍ଣାଟକର ଦକ୍ଷିଣ କନ୍ନଡ ଜିଲ୍ଲାରେ ଏକ ଗଣ ବଳାତ୍କାର ମାମଲାରେ ପୋଲିସ୍‌ ୫ ଜଣ ଯୁବକଙ୍କୁ ଗିରଫ କରିଛି। ଗତ ମାର୍ଚ୍ଚ ମାସରେ ଏକ ଗଣ ଦୁଷ୍କର୍ମ ମାମଲାରେ ପୋଲିସ୍‌ ବୁଧବାର ଏହି ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହା ସହିତ ଏହି ଘଟଣାର କିଛି ଭିଡକିଓ କ୍ଲିପ୍‌ ମଧ୍ୟ ଜବତ କରିଛି। ଘଟଣାର ଏକ ସପ୍ତାହ ପରେ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ଭିଡିଓ ଜାରି ହେବା ପରେ ପୋଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କ ବୟସ ୧୯ ବର୍ଷ ବୟସ ବୋଲି ଜଣାପଡିଛି। ଜିଲ୍ଲା ପୋଲିସ୍‌ ଅଧିକାରୀ ବି ଏମ୍‌ ଲକ୍ଷ୍ମୀ ପ୍ରସାଦ ଯୁବକ ମାନଙ୍କୁ ଗିରଫ କରିବା ସହିତ ଯୁବକ ମାନେ ଯୁବତୀଙ୍କୁ ଡ୍ରଗ୍ସ ଦେଇ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଛନ୍ତି।

Read More

ଅନ୍ତର୍ଜାତୀୟ ସମୁଦାୟର ଚାପ ସମ୍ମୁଖରେ ମୁଣ୍ଡ ନୁଆଁଇଛି ପାକିସ୍ତାନ। ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ମାମଲାରେ ମୁମ୍ବାଇ ବିସ୍ଫୋରଣର ମାଷ୍ଟର ମାଇଣ୍ଡ ହଫିଜ୍‌ ସଇଦ୍‌ ବିପକ୍ଷରେ ମାମଲା ରୁଜୁ କରାଯାଇଛି। ହାଫିଜ୍‌ ସଇଦ୍‌ ଏବଂ ତାର ୧୨ ଜଣ ସହଯୋଗୀଙ୍କ ବିପକ୍ଷରେ ୨୩ଟି ମାମଲା ରୁଜୁ କରାଯାଇଛି। ପାକିସ୍ତାନ ଆତଙ୍କୀ ନିବାରଣ ବିଭାଗ ପକ୍ଷରୁ ଜମାତ ଉଦ୍‌ ଦଓ୍ବାର ମୁଖ୍ୟ ହଫିଜ୍‌ ସଇଦ୍‌ ବିପକ୍ଷରେ ୫ଟି ସଂସ୍ଥାକୁ ଅର୍ଥ ଯୋଗାଣ ଏବଂ ଆତଙ୍କୀ କାର୍ଯ୍ୟକଳାପରେ ସମ୍ପୃ୍କ୍ତି ନେଇ ଏହି ମାମଲା ରୁଜୁ କରାଯାଇଛି। ବୁଧବାର ହଫିଜ୍‌ ସଇଦ୍‌ ବିପକ୍ଷରେଏହି ମାମଲା ରୁଜୁ କରାଯାଇଛି। ଏହି ମାମଲାରେ ଜେୟୁଡି, ଏଲ୍‌ଇଟି, ଦାଓ୍ବତ୍‌ ମଉଲ୍‌ ଇର୍ସାଦ୍‌ ଏବଂ ମୁଆଦ୍‌ ବିନ୍‌ ଜବାଲ୍‌କୁ ଅନ୍ତର୍ଭୁକ୍ତ କରାଯାଇଛି।

Read More

କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଭିଓ୍ବାଣ୍ଡୀର ଏକ ଅଦାଲତରେ ହାଜର ହେବାକୁ ଯାଉଛନ୍ତି। ସାମ୍ବାଦିକା ଗୌରୀ ଲାଙ୍କେଶ ହତ୍ୟା ମାମଲାରେ ଆରଏସ୍‌ଏସ୍‌ ବିପକ୍ଷରେ ବୟାନ ଦେଇଥିବା ରାହୁଲଙ୍କ ନାମରେ ଆରଏସ୍‌ଏସ୍‌ ପକ୍ଷରୁ କରାଯାଇଥିବା ମାନହାନି ମୋକଦ୍ଦମାରେ ହାଜର ହେବାକୁ ଯାଉଛନ୍ତି ରାହୁଲ। ଲାଙ୍କେଶଙ୍କ ହତ୍ୟା ମାମଲାରେ ରାହୁଲ ଆରଏସ୍‌ଏସ୍‌କୁ ଦାୟୀ କରିଥିବାରୁ ରାହୁଲ ଏବଂ ସିପିଆଇ ନେତା ସୀତାରାମ ୟେଚୁରୀଙ୍କ ବିପକ୍ଷରେ ଆରଏସ୍‌ଏସ୍‌ ପକ୍ଷରୁ ମାନହାନି ମୋକଦ୍ଦମା ଦାୟର କରାଯାଇଥିଲା। ଉଭୟ ନେତା କୋର୍ଟ ତାରିଖରେ ହାଜର ନହେବା ପରେ କୋର୍ଟ ପକ୍ଷରୁ ଉଭୟ ନେତାଙ୍କୁ ସମନ ଜାରି କରାଯାଇଥିଲା। ଆଜି ଭିଓ୍ବାଣ୍ଡୀର କୋର୍ଟରେ ହାଜର ହେବା ପାଇଁ ରାହୁଲ ମୁମ୍ବାଇରେ ପହଞ୍ଚିଛନ୍ତି।

Read More

କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ନିଜ ସଭାପତି ପଦବୀରୁ ଇସ୍ତଫା ପ୍ରଦାନ କରିବା ନିଷ୍ପତ୍ତିକୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ସ୍ବାଗତ କରିଛନ୍ତି। ଅଳ୍ପସଂଖ୍ୟକ ଲୋକଙ୍କ ନିକଟରେ ଏପରି ତ୍ୟାଗ କରିବାର କ୍ଷମତା ଥାଏ ବୋଲି ଟ୍ବିଟ୍ଟର ଜରିଆରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ପ୍ରକାଶ କରିଛନ୍ତି। ରାହୁଲଙ୍କ ଏପରି ନିଷ୍ପତ୍ତି ପରେ ରାହୁଲଙ୍କ ପ୍ରତି ସମ୍ମାନ ଶହେ ଗୁଣ ବୃଦ୍ଧି ପାଇଛି ବୋଲି ପ୍ରିୟଙ୍କା କହିଛନ୍ତି। ବୁଧବାର ରାହୁଲ ପୁନର୍ବାର ଅଧ୍ୟକ୍ଷ ପଦବୀକୁ ପ୍ରତ୍ୟାବର୍ତ୍ତନ ନକରିବା ନେଇ ସ୍ପଷ୍ଟ କରିଥିଲେ। ଏହା ସହିତ ଗାନ୍ଧୀ ପରିବାରର କୌଣସି ସଦସ୍ୟ ସଭାପତି ରହିବେ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ୨୦୧୯ ଲୋକସଭା ନିର୍ବାଚନ ପରାଜୟ ପାଇଁ ନିଜକୁ ଦାୟୀ କରି ଇସ୍ତଫା ପ୍ରଦାନ କରିଥିଲେ ରାହୁଲ। କଂଗ୍ରେସର ୧୩୩ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ଗାନ୍ଧୀ-ନେହେରୁ ପରିବାରରୁ ଅଲଗା କେହି କଂଗ୍ରେସର ନେତୃତ୍ବ ନେବେ।

Read More

ଆଜି ହେଉଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ଯିବେ ତିନି ଠାକୁର। ଏଥିପାଇଁ ଉଛୁଳି ପଡ଼ୁଛି ଶ୍ରୀକ୍ଷେତ୍ର। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭକାମନା ଜଣାଇଛନ୍ତି। ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆସୁ, ଏହାହିଁ ମୋର କାମନା। ରାଷ୍ଟ୍ରପତି ଓଡ଼ିଆ ଭାଷାରେ ଟ୍ୱିଟ୍‌ କରି ସମସ୍ତ ଦେଶବାସୀଙ୍କୁ ଘୋଷ ଯାତ୍ରାର ଅଭିନନ୍ଦନ ଓ ଶୁଭେଚ୍ଛ ଜଣାଇଛନ୍ତି। ଏହା ସହିତ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆସୁ, ଏହାହିଁ କାମନା କରିଛନ୍ତି ଶ୍ରୀ କୋବିନ୍ଦ। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କ ସୁସ୍ଥ ସ୍ୱାସ୍ଥ୍ୟ, ସୁଖ ଓ ସମୃଦ୍ଧି କାମନା କରିଛନ୍ତି ମୋଦି। ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପବିତ୍ର ରଥଯାତ୍ରା…

Read More

କେଦାର ମିଶ୍ର ରଥଯାତ୍ରା ସହିତ ଓଡିଶାର ଜନଜୀବନ ଓ ସାଂସ୍କୃତିକ ଭାବପ୍ରବଣତାର ଏକ ଦୀର୍ଘକାଳୀନ ଇତିହାସ ରହିଛି । କେବଳ ଧାର୍ମିକ ବା ସାଂସ୍କୃତିକ ଜୀବନବୋଧ ନୁହଁ, ବରଂ ଓଡିଶାର ରାଜନୀତି ଓ ଅର୍ଥନୀତି ସହ ରଥଯାତ୍ରା ର ନିବିଡ ସମ୍ପର୍କ ରହିଛି। ଅର୍ଥନୈତିକ ଭାବରେ ଏହା ସାମନ୍ତବାଦ କବଳିତ ଓଡିଶାର ସବୁଠୁ ଅଧିକ ତୀର୍ଥକର ଦେଉଥିବା ଯାତ୍ରା ଭାବେ ପରିଗଣିତ ହେଉଥିଲା । ମୋଗଲ ଓ ମରାଠା ମାନେ ରଥଯାତ୍ରା ସମୟରେ ଯାତ୍ରୀ ମାନଂକଠାରୁ ବିପୁଳ କର ବା ଟିକସ ଆଦାୟ କରୁଥିଲେ । ଅନ୍ୟ ଏକ ଘଟଣା କ୍ରମରେ ଓଡିଶାରେ ନିଜର ରାଜନୈତିକ ପତିଆରା ବରକରାର ରଖିବାକୁ ଖୁର୍ଦ୍ଧା ର ଗଜପତି ରାଜାମାନେ ମହାପ୍ରଭୁ ଜଗନ୍ନାଥଂକ ଆଦ୍ୟ ସେବକ ଭାବରେ ଶ୍ରୀମନ୍ଦିର ର ମୁଖିଆ ପଦ ମଣ୍ଡନ କରିଥିଲେ।  ଐତିହାସିକ ଦୃଷ୍ଟିରୁ ରଥଯାତ୍ରା ସହିତ ରାଜନୈତିକ କ୍ଷମତା ପ୍ରଦର୍ଶନର ଏକ ସୂକ୍ଷ୍ମ ଧାର୍ମିକ ସମ୍ପର୍କ ରହିଆସିଛି ।ରଥଯାତ୍ରାର ଐତିହାସିକ…

Read More