Author: Samikhsya Bureau

କଂଗ୍ରେସ ଜେଡିଏସ୍‌ ମେଣ୍ଟ ସରକାର ଏବେ ସଂକଟରେ । ବିଗତ ଏକ ସପ୍ତାହ ଧରି କର୍ଣ୍ଣାଟକ ରାଜନୀତିରେ ଇସ୍ତଫା ରାଜନୀତି ଚାଲିଥିବା ବେଳେ ଶେଷରେ ବିଦ୍ରୋହୀ କଂଗ୍ରେସ ବିଧାୟକ କୁମାରସ୍ବାମୀ ସରକାରରୁ ନିଜର ଇସ୍ତଫା ପ୍ରଦାନ କରିଛନ୍ତି । ଉପ ମୁଖ୍ୟମନ୍ତ୍ରୀ ଜି ପରମେଶ୍ବର ଅସନ୍ତୁଷ୍ଟ ବିଧାୟକଙ୍କୁ ପ୍ରାତଃ ଭୋଜନ ନିମନ୍ତେ ଆମନ୍ତ୍ରଣ କରିଥିଲେ ମଧ୍ୟ ଅସନ୍ତୁଷ୍ଟ ବିଧାୟକ ମାନେ ଏଥିରେ ଯୋଗ ଦେଇନଥିଲେ ।ଏହା ସହିତ ସୋମବାର ସକାଳୁ ଜଣେ ସ୍ବାଧୀନ ବିଧାୟକ ନାଗେଶ ନିଜର ସମର୍ଥନ ପ୍ରତ୍ୟାହାର କରି ନେଇଛନ୍ତି । ନାଗେଶଙ୍କ ବ୍ୟତୀତ କଂଗ୍ରେସ ବିଧାୟିକା ସୌମ୍ୟା ରେଡ୍ଡୀ ମଧ୍ୟ ଇସ୍ତଫା ପ୍ରଦାନ କରିଛନ୍ତି । ଏହି ଇସ୍ତଫା ଫଳରେ କର୍ଣ୍ଣାଟକ ବିଧାନସଭାର ମ୍ୟାଜିକ୍‌ ନମ୍ବର ୧୦୬ କୁ ହ୍ରାସ ପାଇଛି । ବିଜେପି ନିକଟରେ୧୦୫ ସଦସ୍ୟଙ୍କ ସମର୍ଥନ ରହିଥିବାବେଳେ ନାଗେଶଙ୍କ ସମର୍ଥନ ସହାୟତାରେ ଏହି ମ୍ୟାଜିକ୍‌ ନମ୍ବର ହାସଲରେ ସକ୍ଷମ ହେବ । ସୂଚନାଯୋଗ୍ୟ ଯେ,…

Read More

କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ପାଇଁ ବିଗୁଲ ବାଜିସାରିଛି । ଏହି ନିର୍ବାଚନ ପାଇଁ ଆଜି ନବୀନ ନିବାସରେ ବୈଠକ ଚାଲିଛି । ଆସନ୍ତା ୨୦ରେ ପାଟକୁରା ନିର୍ବାଚନରେ ସିଧାସଳଖ ବିଜେପି ଓ ବିଜେଡ଼ି ମଧ୍ୟରେ କଡ଼ା ଲଢେଇ ହେବ । ପାଟକୁରା ନିର୍ବାଚନ ନେଇ ଆଜି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧକ୍ଷତାରେ ନବୀନ ନିବାସରେ ବୈଠକ ବସିଥିଲା । ଏହି ବୈଠକରେ ରାଜା ସ୍ୱାଇଁ , ଅତନୁ ନାୟକ, କିଶୋର ତରାଇ , ସୁଶାନ୍ତ ସିଂହ ପ୍ରମୁଖ ଉପସ୍ଥିତ ଥିଲେ । ଏହି ବୈଠକରେ ପାଟକୁରା ନିର୍ବାଚନ ବୈତରଣୀ ପାର ହେବାକୁ ବିଜେଡ଼ି ଦଳ ଦାୟିତ୍ୱରେ ଥିବା ବରିଷ୍ଠ ନେତାଙ୍କୁ ମନ୍ତ୍ରଣା ଦିଆଯାଇଛି । ବୈଠକ ଶେଷ ପରେ ଗରଦପୁର ଓ ମାର୍ଶାଘାଇ ବ୍ଲକ ବାବଦରେ ଆଲୋଚନା କରାଗଲା । ସେଠାରେ ଦଳର କୌଣସି ଅସନ୍ତୋଷ ନାହିଁ । ପାଟକୁରାରେ ବିଜେଡ଼ି ନିଶ୍ଚିତ ଜିତିବ ବୋଲି ବିଜେଡ଼ି ପ୍ରାର୍ଥୀ…

Read More

ଜଣେ ଗ୍ରାହକଙ୍କୁ ଭୁଲ ଖାଦ୍ୟ ପରିବେଷଣ କରୁଥିବା ଅଭିଯୋଗରେ ଜୋମାଟୋକୁ ୫୫ ହଜାର ଟଙ୍କାର ଅର୍ଥଦଣ୍ଡ ପ୍ରଦାନ କରାଯାଇଛି । ଜଣେ ଶାକାହାରୀ ଗ୍ରାହକଙ୍କୁ ପନୀର ବଦଳରେ ଚିକେନ୍‌ ପ୍ରଦାନ କରାଯାଇଥିବାରୁ ଏକ ଉପଭୋକ୍ତା ଅଦାଲତ ଜୋମାଟୋ ଏବଂ ଉପରୋକ୍ତ ହୋଟେଲ ଉପରେ ଏହି ଅର୍ଥଦଣ୍ଡ ଲଗାଯାଇଛି । ପୁନେର ଓକିଲ ସନ୍‌ମୁଖ ଦେଶମୁଖଙ୍କୁ ୪୫ଦିନ ମଧ୍ୟରେ ଉପରୋକ୍ତ ଅର୍ଥ ପ୍ରଦାନ କରିବାକୁ ଜୋମାଟୋକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଉଭୟ ଜୋମାଟୋ ଏବଂ ହୋଟେଲ ମିଳିତ ଭାବରେ ଏହି ଅର୍ଥ ପ୍ରଦାନ କରିବେ । ଜୋମାଟୋ ତରଫରୁ ହୋଟେଲ୍‌କୁ ଦୋଷ ଦିଆଯାଇଥିଲେ ମଧ୍ୟ କୋର୍ଟ ଉଭୟଙ୍କୁ ଦୋଷୀ ଭାବରେ ଦର୍ଶାଇଥିଲେ । ସେବାରେ ଅବହେଳା ନିମନ୍ତେ ୫୦ ହଜାର ଏବଂ ଗ୍ରାହକଙ୍କୁ ମାନସିକ ନିର୍ଯାତନା ପାଇଁ ୫ ହଜାରର ଅର୍ଥ ଦଣ୍ଡ ପ୍ରଦାନ କରାଯାଇଥିବା ନେଇ କୋର୍ଟ ସୂଚନା ଦେଇଥିଲେ ।

Read More

ରଥଯାତ୍ରା ଠାରୁ ପାଞ୍ଚଦିନ ଅର୍ଥାତ ଆଷାଢ଼ ଶୁକ୍ଳ ପଞ୍ଚମୀ ଦିନକୁ ହେରାପଞ୍ଚମୀ କୁହାଯାଏ । ରଥଯାତ୍ରାରେ ଜଗନ୍ନାଥ ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ଗୁଣ୍ଡିଚା ମନ୍ଦିର ଯାଇଥିବାବେଳେ ପତ୍ନୀ ଶ୍ରୀଲକ୍ଷ୍ମୀ ସାଆନ୍ତାଣୀଙ୍କୁ ବଡ଼ ଦେଉଳରେ ଛାଡ଼ି ଦେଇଆସିଛନ୍ତି । ହେଲେ ୯ ଦିନର ଯାତ୍ରା ନ ସରିବା ପର୍ଯ୍ୟନ୍ତ ମହାପ୍ରଭୁ ଶ୍ରୀମନ୍ଦିର ଫେରିବେ ନାହିଁ ବୋଲି କହନ୍ତି। ଏଥିରେ ରାଗିଯାଇ ଫେରିଲା ବେଳେ ମହାପ୍ରଭୁଙ୍କ ରଥ ଭାଙ୍ଗି ଦେଇଯାନ୍ତି ଅଭିମାନିନୀ ଲକ୍ଷ୍ମୀ ଠାକୁରାଣୀ। ଏହି ପରମ୍ପରାକୁ ହେରାପଞ୍ଚମୀ କୁହାଯାଏ। ସୋମବାର ପାଳିତ ହେବ ଏହି ନୀତି। ଶ୍ରୀମନ୍ଦିରରୁ ଶ୍ରୀଦେବୀ ଆସିବେ ଗୁଣ୍ଡିଚା ମନ୍ଦିର। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ହୋଇଛି। ଭୋର ୪ଟାରେ ଦ୍ୱାର ଫିଟା ଯାଇ ୫ଟା ସୁଦ୍ଧା ମଙ୍ଗଳ ଆଳତି ବଢିବ। ମଇଲମ, ତଡ଼ପଲାଗି ନୀତି ବଢି ସକାଳ ୬ଟାରେ ଅବକାଶ ନୀତି ସମ୍ପନ୍ନ ହେବ। ସକାଳ ୬ଟା ୩୦ରୁ ୭ଟା ୩୦ ପର୍ଯ୍ୟନ୍ତ ସାହାଣମେଲା…

Read More

ଅନ୍ତର୍ଜାତୀୟ ବଜାରର ପ୍ରଭାବରେ 400 ପଏଣ୍ଟ ହ୍ରାସ ପାଇଛି ଭାରତୀୟ ସେୟାର ବଜାର। ସେନ୍‌ସେକ୍ସ 400 ପଏଣ୍ଟ ତଳକୁ ଖସିବା ସହିତ ନିଫ୍‌ଟୀ ଏହି ସମୟରେ 128 ପଏଣ୍ଟ ତଳକୁ ଖସିଛି। 128 ପଏଣ୍ଟ ହ୍ରାସ ସହିତ ନିଫ୍‌ଟୀ 11683.15 ପଏଣ୍ଟରେ ରହିଥିବା ବେଳେ 405.67 ପଏଣ୍ଟ ହ୍ରାସ ସହିତ 39107.72 ପଏଣ୍ଟରେ ରହିଛି। ଏହି ସମୟରେ ହିରୋ ମୋଟୋକର୍ପ, ଏଲ୍‌ଆଣ୍ଡଟି, ମାରୁତି, ବଜାଜ ଅଟୋ, ଏମ୍‌ ଆଣ୍ଡ ଏମ୍‌, ଟାଟା ମୋଟର୍ସ ଏବଂ ଏଚ୍‌ୟୁଏଲ୍‌ର ଅଂଶଧନ ମୂଲ୍ୟରେ 3.44 ପ୍ରତିଶତ ହ୍ରାସ ଘଟିଛି। ଏହି ସମୟରେ ୟେସ୍‌ ବ୍ୟାଙ୍କ, ଏଚ୍‌ସିଏଲ୍‌ ଟେକ୍‌, ସନ୍‌ ଫାର୍ମା, ଇନ୍‌ଫୋସିସ୍‌, ଆଇଟିସି, ବେଦାନ୍ତ ଏବଂ ପାଓ୍ବାର ଗ୍ରୀଡ୍‌ର ଅଂଶଧନ ବିପରୀତ ଗତିରେ 6 ପ୍ରତିଶତର ଲାଭ ହାସଲ କରିଛି। ଏହି ସମୟରେ ଅନ୍ତର୍ଜାତୀୟ ବଜାରରେ ବିଭିନ୍ନ ସେୟାର ବଜାର ତଳୁଆ ରହିଛି। ସାଂଘାଇ କମ୍ପୋଜିଟ୍‌ 2.465 ପ୍ରତିଶତ ତଳୁଆ ରହିଥିବା ବେଳେ ହାଙ୍ଗସେଙ୍ଗ 1.64…

Read More

ଆମେରିକା ଫିଫା ମହିଳା ଫୁଟ୍‌ବଲ ବିଶ୍ବକପ୍‌ ଚାମ୍ପିୟନ୍‌ ହୋଇଛି। ରବିବାର ଖେଳା ଯାଇଥିବା ଫାଇନାଲ ମ୍ୟାଚ୍‌ରେ ଆମେରିକା 2-0 ଗୋଲ୍‌ରେ ନେଦରଲାଣ୍ଡକୁ ପରାସ୍ତ କରିଛି। ପୂର୍ବରୁ 1991, 1999 ଏବଂ 2015ରେ ଆମେରିକା ବିଶ୍ବକପରେ ଚାମ୍ପିୟନ୍‌ ଆଖ୍ୟା ଅର୍ଜନ କରିଥିଲେ। ଏହାକୁ ମିଶାଇ ରେକର୍ଡ ଚତୁର୍ଥ ଥର ପାଇଁ ଆମେରିକା ଚାମ୍ପିୟନ୍‌ ହୋଇଛି। ମ୍ୟାଚ୍‌ର ପ୍ରଥମାର୍ଦ୍ଧ ଗୋଲ୍‌ଶୂନ୍ୟ ରହିବା ପରେ ଦ୍ବିତୀୟାର୍ଦ୍ଧରେ ଆମେରିକା ଉଭୟ ଗୋଲ୍‌ ସ୍କୋର୍ କରିଥିଲା। ପେନାଲ୍‌ଟିରୁ ମ୍ୟାଚ୍‌ର 61 ତମ ମିନିଟ୍‌ରେ ପ୍ରଥମ ଗୋଲ୍‌ ସ୍କୋର କରିଥିଲା ଆମେରିକା । ଅଧିନାୟିକା ମେଗାନ୍ ରାପିନୋ ଗୋଲ୍‌ଦେଇ ଦଳକୁ ଆଗୁଆ କରିଥିଲେ। 69 ତମ ମିନିଟରେ ଆମେରିକାର ରୋଜ୍‌ମ୍ୟାରି ଲାଭେଲ୍‌ ଦଳ ପକ୍ଷରୁ ଦ୍ବିତୀୟ ଗୋଲ୍‌ ସ୍କୋର୍ କରିଥିଲେ। ଆମେରିକାର ମେଗାନ୍ ରାପିନୋ, ଆଲେକ୍ସ ମୋର୍ଗାନ୍ ଓ ଇଂଲଣ୍ଡର ଏଲେନ୍ ହ୍ବାଇଟ୍‌ ସର୍ବାଧିକ 6ଟି ଲେଖାଏଁ ଗୋଲ୍‌ ସ୍କୋର୍ କରିଥିବା ବେଳେ ମେଗାନ୍ ରାପିନୋ ଉଭୟ ଗୋଲ୍‌ଡେନ୍ ବଲ୍‌…

Read More

ଆଜିଠାରୁ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଉଭୟ ମାଟ୍ରିକ ସପ୍ଲିମେଣ୍ଟାରୀ ଓ ରାଜ୍ୟ ଓପନ ସ୍କୁଲ ପରୀକ୍ଷା ଆରମ୍ଭ ହୋଇଛି। ସପ୍ଲିମେଣ୍ଟାରୀ ପରୀକ୍ଷାରେ ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ପାଇଁ ଗୋଟିଏ ସିଟି˚ ଓ ଗୋଟିଏ ପ୍ରଶ୍ନପତ୍ର ହୋଇଛି। ଏହି ପରୀକ୍ଷା ସକାଳ 9ଟାରୁ ଆରମ୍ଭ ହୋଇଛି। ରାଜ୍ୟର 122ଟି କେନ୍ଦ୍ରରେ ମାଟ୍ରିକ ଓ 55ଟି କେନ୍ଦ୍ରରେ ଓପନ୍‌ ସ୍କୁଲ ପରୀକ୍ଷା ହେବ। ସମୁଦାୟ 27 ହଜାର 616 ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ସେହିପରି 55ଟି କେନ୍ଦ୍ରରେ ହେବ ରାଜ୍ୟ ଓପନ ସ୍କୁଲ ପରୀକ୍ଷା ହେବାକୁଥିବାବେଳେ ଏଥିପାଇଁ 9 ହଜାର 33 ଜଣ ପରୀକ୍ଷାର୍ଥୀ ଆବେଦନ କରିଛନ୍ତି। ଜୁଲାଇ 8 ରୁ 14 ଯାଏ ମାଟ୍ରିକ ସପ୍ଲିମେଣ୍ଟାରି ପରୀକ୍ଷା ହେବ । ଜୁଲାଇ 16ତାରିଖରେ ଓପନ ସ୍କୁଲ ପରୀକ୍ଷା ଶେଷ ହେବ।

Read More

ଯମୁନା ଏକ୍ସପ୍ରେସ୍‌ ଓ୍ବେରେ ଏକ ବସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ 29 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 17ରୁ ଅଧିକ ଲୋକ ଆହତ ହୋଇଛନ୍ତି । 45ରୁ ଅଧିକ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ଏହି ବସ୍‌ଟି ଏକ ଡିଭାଇଡରରେ ପିଟି ହୋଇ 15 ଫୁଟର ଖାଇକୁ ଖସି ପଡିଥିଲା । ଅବଧ ଏକ୍ସପ୍ରେସ୍‌ ଓ୍ବେର ଏହି ସରକାରୀ ବସ୍‌ଟି ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ବେଳେ ଆଗ୍ରାର ଝରଣା ନଲ୍ଲାରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଭୋର 4.15ରେ ବସ୍‌ର ଡ୍ରାଇଭରଙ୍କୁ ନିଦ ଲାଗିଯିବାରୁ ବସ୍‌ଟି ଡିଭାଇଡର୍‌ରେ ପିଟି ହୋଇ ଯାଇଥିଲା । ଉଦ୍ଧାରକାର୍ଯ୍ୟ ଜାରି ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା 20 ଜଣଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି ବୋଲି ଉତ୍ତର ପ୍ରଦେଶ ପୋଲିସ୍‌ ମୁଖ୍ୟ ଓ ପି ସିଂ ପ୍ରକାଶ କରିଛନ୍ତି ।

Read More

ସତୀଶ ମିଶ୍ର (ଏବେ ହଠାତ “ସ୍ଵାଭିମାନ” “ଅଭିମାନ’ ଓ ବାସ୍ତବ ବିରୋଧୀ ହେବା ପ୍ରସଙ୍ଗ ଚର୍ଚ୍ଚା କୁ ଆସିଛି। ୨୦ ବର୍ଷରେ ଚାରୋଟି ଦଳ ବଦଳ କରିଥିବା ଓ ବାରମ୍ବାର ଗୋଟିଏ ଦଳକୁ ଛାଡୁଥିବା ଓ ଧରୁଥିବା ବିଜୟ ମହାପାତ୍ର ଏବେ “ସ୍ଵାଭିମାନ” ପ୍ରସଙ୍ଗ ଉଠାଉଛନ୍ତି। ତେବେ କଣ ଏ ପ୍ରସଙ୍ଗର ବାସ୍ତବତା? ସତରେ ଏହା ସ୍ବାଭିମାନର ଲଢେଇ ନା ସ୍ଵାର୍ଥର ଆତସବାଜି? ଗୋଟେ ପକ୍ଷରେ ବିଜୟ ଯେଉଁ ଦଳରୁ ଲଢୁଛନ୍ତି ସେ ଦଳ ସହିତ ବିଜେଡ଼ିର ଖୋଲା ବୁଝାମଣା ହୋଇସାରିଥିବା ବେଳେ ଏଠି ଏକ ମିଛ ପ୍ରହେଳିକା ରଚନା କରାଯାଉଛି। ବିଜେପି ବିଜେଡ଼ିର ସହଯୋଗୀ ହୋଇକି ଥିବା ବେଳେ ବିଜୟ ମହାପାତ୍ର କେଉଁ ସର୍ତ୍ତରେ ବିରୋଧୀ ଭୂମିକା ନେବେ? ଏଇ ସବୁ ପ୍ରସଙ୍ଗକୁ ନେଇ ସତୀଶ ମିଶ୍ରଙ୍କର ଏକ ଆଲୋଚନା। )          ବିଜୁଙ୍କ ଅବର୍ତ୍ତମାନରେ ସେ ସମୟର ଜନତା ପାର୍ଟିର ନେତାମାନେ,ଯେଉଁମାନେ ଆଜି ନବୀନ ପଟ୍ଟନାୟକଙ୍କ ଘୋର ନିନ୍ଦୁକ;…

Read More

ବଲିଉଡ୍‌କୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି ଆର. ମାଧବନ୍‌ । ପୂର୍ବରୁ ସୈଫ୍‌ ଅଲୀ ଖାନ୍‌ଙ୍କ ଲାଲ କପ୍ତାନ ଜରିଆରେ ମାଧବନ୍‌ ବଲିଉଡ୍‌କୁ ଫେରିଥାନ୍ତେ ମାତ୍ର ସ୍ବାସ୍ଥାବସ୍ଥା କାରଣରୁ ଏହି ଫିଲ୍ମ ଛାଡିଥିଲେ ମାଧବନ୍‌ । ଏହାପରେ ଗୁଲଶନ୍‌ କୁମାରଙ୍କ ଝିଅ ଖୁଶାଲୀ କୁମାରଙ୍କ ସହିତ ଏକ ଫିଲ୍ମ କରିବାକୁ ଯାଉଛନ୍ତି ମାଧବନ୍‌ । ଗୁଲଶନ୍‌ କୁମାରଙ୍କ ଟି ସିରିଜ୍‌ ଏହି ଫିଲ୍ମର ପ୍ରଯୋଜନା କରିଥିବା ବେଳେ ଅଶ୍ବିନୀ ମଣି ଏହାର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି । ପୂର୍ବରୁ ଅଶ୍ବିନୀ ମଣି ରତ୍ନମଙ୍କ ସହଯୋଗୀ ଭାବରେ ଏକାଧିକ ଫିଲ୍ମ କରିଛନ୍ତି । ଏହି ଫିଲ୍ମ ଜରିଆରେ ଖୁସାଲୀ କୁମାର ନିଜର ବଲିଉଡ ପଦାର୍ପଣ କରିବାକୁ ଯାଉଛନ୍ତି । ଏହି ଫିଲ୍ମ ବ୍ୟତୀତ ମାଧବନ୍‌ ନିଜ ନିର୍ଦ୍ଦେଶନାରେ ନମ୍ବି ନାରାୟଣ ବାୟୋପିକ୍‌ରେ ଅଭିନୟ କରିବାକୁ ଯାଉଛନ୍ତି । ରକେଟ୍‌ରୀ – ଦ ନମ୍ବି ଇଫେକ୍ଟ ନାମକ ଏହି ଫିଲ୍ମଟି ହିନ୍ଦି, ତାମିଲ ଏବଂ ତେଲୁଗୁ…

Read More

ମୁମ୍ବାଇ କଂଗ୍ରେସ ଅଧ୍ୟକ୍ଷ ପଦରୁ ମିଲିନ୍ଦ ଦେଓ୍ବେଡା ଇସ୍ତଫା ଦେବା ପରେ କଂଗ୍ରେସ ନେତା ସଂଜୟ ନିରୁପମ ଏହାକୁ ନେଇ ଟାର୍ଗେଟ୍‌ କରିଛନ୍ତି । ଇଶାରା ଇଶାରାରେ ସେ ଦେଓ୍ବେଡାଙ୍କ ଉପରେ ଆକ୍ରମଣ କରିଛନ୍ତି । ସଂଜୟ କହିଛନ୍ତି ଯେ,  ଇସ୍ତଫା ଏବେ ଉପରକୁ ଚଢିବାର ଶିଡି ହୋଇଯାଉଛି । ଏପରି ‘କର୍ମଠ’ ଲୋକଙ୍କଠାରୁ ଦଳ ସାବଧାନ ରହିବା ଉଚିତ୍‌ । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମିଲିନ୍ଦ ମୁମ୍ବାଇ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ତାଙ୍କୁ ରାଷ୍ଟ୍ରୀୟ ସ୍ତରରେ କାର୍ଯ୍ୟ କରିବାର ସୁଯୋଗ ମିଳିବ ବୋଲି ସୂଚନା ରହିଛି । ଏହା ପରେ ସଂଜୟ ଟୁଇଟ୍‌ ଜରିଆରେ ଦେଓ୍ବଡାଙ୍କ କଟାକ୍ଷ କରି କହିଛନ୍ତି – ‘ଇସ୍ତଫାରେ ଅନ୍ତର୍ନିହିତ ତ୍ୟାଗ ରହିବା ଉଚିତ୍‌, କିନ୍ତୁ ଏଠାରେ ତ କ୍ଷଣକେ ପରେ ‘ନ୍ୟାସନାଲ୍‌’ ଲେବଲ୍‌ର ପଦ ମଗା ଯାଉଛି ।  ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ରାହୁଲ୍‌ ଗାନ୍ଧି ସଂଜୟ…

Read More

ଓଡ଼ିଶାରେ ନୂତନ ସ୍ୱାସ୍ଥ୍ୟନୀତି ଆଣିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ନବ ଦାସ  । ଓଡ଼ିଶାରୁ ଡାକ୍ତର ବାହାର ରାଜ୍ୟକୁ ଯାଉଥିବାରୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଉଦବେଗ ପ୍ରକାଶ କରି ରାଜ୍ୟରେ ଆହୁରି ମେଡ଼ିକାଲ କଲେଜ କରି ନିଯୁକ୍ତି ଦେବାକୁ କହିଛନ୍ତି । ରାଜ୍ୟରେ ସ୍ୱାସ୍ଥ୍ୟ ସେବା ସେତେଟା ଭଲ  ସ୍ଥିତିରେ ନାହିଁ । ଅଧିକାଂଶ ଚିକିତ୍ସାଳୟରେ ଡାକ୍ତର ଅଭାବ କାରଣରୁ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାଜ୍ୟରେ ମେଡ଼ିକାଲ କଲେଜ କମ ଥିବାରୁ ମେଧାବୀ ଛାତ୍ରଛାତ୍ରୀ ଡାକ୍ତରୀ ପଢିବା ପାଇଁ ରାଜ୍ୟ ବାହାରକୁ ଯାଉଛନ୍ତି । ତେଣୁ ରାଜ୍ୟରେ ନୂଆ ସ୍ୱାସ୍ଥ୍ୟନୀତି ଆଣିବାକୁ ପ୍ରୟାସ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ରାଜ୍ୟରେ ଚିକିତ୍ସାଳୟ ଗୁଡ଼ିକରେ ଅନେକ ଡାକ୍ତରୀ ପଦବୀ ଖାଲି ପଡ଼ିଛି । ତେଣୁ ଆସନ୍ତା ଦୁଇ ବର୍ଷ ମଧ୍ୟରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ କରାଯିବ  ବୋଲି କହିଛନ୍ତି ନବ ଦାସ…

Read More

ଆଫଗାନିସ୍ତାନରେ ତାଲିବାନ ପକ୍ଷରୁ ଏକ ଭୟଙ୍କର କାର୍‌ ବୋମା ବିସ୍ଫୋରଣ ଘଟି 12 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 179 ଜଣ ଆହତ ହୋଇଛନ୍ତି । ରବିବାର ସକାଳୁ ଏହି ଭୟଙ୍କର ବିସ୍ଫୋରଣ ସଙ୍ଗଠିତ ହୋଇଥିଲା । ଘଜନୀରେ ଥିବା ଜାତୀୟ ସୁରକ୍ଷା ପରିଷଦର କାର୍ଯ୍ୟାଳୟ ନିକଟରେ ଏହି କାର୍‌ ବୋମା ବିସ୍ଫୋରଣ ହୋଇଥିଲା । ସରକାରୀ ସୂତ୍ରରୁ ପ୍ରାରମ୍ଭିକ ଭାବରେ 2 ମୃତ 80 ଆହତ ବୋଲି କୁହାଯାଇଥିଲା ମାତ୍ର ପରେ ଏକ ଫେସ୍‌ବୁକ୍‌ ପୋଷ୍ଟରେ ମୃତକଙ୍କ ସଂଖ୍ୟା 12 ଏବଂ ଆହତଙ୍କ ସଂଖ୍ୟା 179ରେ ପହଞ୍ଚିଥିବା ସ୍ବୀକାର କରାଯାଇଛି । ଏହା ସହିତ କାତାରରେ ତାଲିବାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଶାନ୍ତି ଆଲୋଚନା ବାଧାପ୍ରାପ୍ତ ହେବ ବୋଲି ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ୍‌ ପ୍ରକାଶ କରିଛନ୍ତି ।

Read More

ରାଜ୍ୟରେ ମୌସୁମୀ ସକ୍ରିୟ ବର୍ଷା ଯୋଗୁଁ ମାଛକୁଣ୍ଡ ଜଳଭଣ୍ଡାର ଜଳସ୍ତର ବୃଦ୍ଧି ଘଟିଛି । କିଛି ଦିନ ହେବ ଓଡ଼ିଶାରେ ମୌସୁମୀ ଓ ଲଘୁଚାପ ପ୍ରଭାବରେ ବର୍ଷା ଜାରି ରହିଛି । ଏହି ଲଗାଣ ବର୍ଷା କାରଣରୁ ମାଛକୁଣ୍ଡ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି । ଯାହା ଫଳରେ ଜଳଭଣ୍ଡାରକୁ ବିପଦ ସଷ୍ଟି ହେବା ସମ୍ଭାବନା ଥିଲା । ଜଳଭଣ୍ଡାରର ବିପଦ ସଂକେତ ୨୫୯୦ଫୁଟ ଥିବା ବେଳେ ଜଳସ୍ତର ବର୍ତ୍ତମାନ ୨୫୮୮.୦୮ ହୋଇଗଲାଣି । ଏହି ବିପଦରୁ ମୁକ୍ତ ହେବାକୁ ଜଳଭଣ୍ଡାରର ଆଠ ନମ୍ବର ଗେଟ ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି । ଯାହା ଦ୍ୱାରା ପ୍ରତି ସେକେଣ୍ଡରେ ଏକ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଜଳ ବିଦ୍ୟୁତ ପ୍ରକଳ୍ପକୁ ବିପଦ ନାହିଁ ବୋଲି କହିଛନ୍ତି ଡ୍ୟାମର ମୁଖ୍ୟଯନ୍ତ୍ରୀ ।

Read More

ଲୋକସଭା ନିର୍ବାଚନ ପରେ କଂଗ୍ରେସରେ ଇସ୍ତଫା ପର୍ବ ଜାରି ରହିଛି। ରାହୁଲ୍‌ ଗାନ୍ଧି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ବି ଇସ୍ତଫା ଦେବା ପ୍ରକ୍ରିୟା ପୂର୍ବବତ୍‌ ଜାରି ରହିଛି ।  ଏହି କ୍ରମରେ ମୁମ୍ବାଇର ଅଧ୍ୟକ୍ଷ ମିଲିନ୍ଦ ଦେଓଡ଼ା ରବିବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ଆଗାମୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଏକ ତିନି ଜଣିଆ କମିଟି ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି, ଯିଏ ରାଜ୍ୟ କଂଗ୍ରେସର ନେତୃତ୍ଵ ନେବେ । ଲୋକସଭା ନିର୍ବାଚନ ପୂର୍ବରୁ ମିଲିନ୍ଦ ଦେଓଡାଙ୍କୁ ମୁମ୍ବାଇ କଂଗ୍ରେସର ଅଧ୍ୟକ୍ଷ ପଦ ରୂପେ ଚୟନ କରାଯାଇଥିଲା। ନିର୍ବାଚନ ଏକ ମାସ ପୂର୍ବରୁ ତାଙ୍କୁ ଏହି ଦାୟିତ୍ଵ ମିଳିଥିଲା।

Read More

ପାଟକୁରା ନିର୍ବାଚନ ପ୍ରସଙ୍ଗରେ ବିଜେପିର ବରିଷ୍ଠ ନେତା ଦାମ ରାଉତ ପ୍ରତିକ୍ରିୟା ଦେଇଛନ୍ତି । ଲୋକେ ନବୀନଙ୍କୁ ନୁହେଁ, ବ୍ୟୁରୋକ୍ରାଟଙ୍କୁ ଭୋଟ ଦେଉଛନ୍ତି । ପାଟକୁରାରେ ସ୍ବାଭିମାନର ପ୍ରଶ୍ନ ରହିଛି, ଆଞ୍ଚ ଆସିଲେ ସ୍ବାଭିମାନ ଜଳିବ ବୋଲି କହିଛନ୍ତି ଦାମ । ବିଜୟଙ୍କୁ ବିଧାନସଭାରେ ପୂରାଇ ନଦେବାକୁ ନବୀନ ପଣ କରିଛନ୍ତି ।  ଅଧ ଡଜନ ମନ୍ତ୍ରୀ ଓ ନେତାଙ୍କୁ ପାଟକୁରାରେ ପ୍ରଚାର ଲାଗି ଭର୍ତ୍ତି କରିଛନ୍ତି । ପାଟକୁରାବାସୀ ଚେତନଶୀଳ, ଏଠି ଟେବୁଲ୍‌ ତଳ କାରବାର କାମ କରିବନି । ୮୦ ମସିହାରେ ପାଟକୁରାରେ ବିଜୁ ବାବୁ ବିଜୟଙ୍କୁ ପ୍ରାର୍ଥୀ କରାଇଥିଲେ । କହିଥିଲେ, ମୁଁ ବଡ ବିଜୁ, ବିଜୟ ସାନ ବିଜୁ, ସାନ ନଦୀର ସୁଅ ଟାଣ । ନବୀନଙ୍କ କ୍ରୂରତା ବିଜୟଙ୍କୁ ୨୦ ବର୍ଷ ହେଲା ବିଧାନସଭାରୁ ଦୂରେଇ ରଖିଛି ବୋଲି କହିଛନ୍ତି ଦାମ । ପାଟକୁରା ନିର୍ବାଚନକୁ ନେଇ କଂଗ୍ରେସ ଉଭୟ ବିଜେପି ଓ ବିଜେଡ଼ି…

Read More

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ୍‌ଙ୍କ ଜେଲ୍‌ ଦଣ୍ଡାଦେଶ ପଛରେ ଏକ ନୂତନ କାହାଣୀ ସମ୍ମୁଖକୁ ଆସିଛି । ଶରିଫ୍‌ଙ୍କ ଝି୍ର ମରିୟମ୍‌ ସରିଫ୍‌ ଏହି ମାମଲାରେ ବିଚାରପତିଙ୍କୁ ଧମକ ଦିଆଯାଉଥିବା ଏବଂ ଚାପ ପକାଯାଉଥିବାର ଏକ ଭିଡିଓ ଜାରି କରିଛନ୍ତି । ଏହା ସହିତ ଶରିଫ୍‌ଙ୍କ ସମ୍ପତ୍ତିକୁ ଉଦ୍ଦେଶ୍ୟମୂଳକ ଭାବରେ ନଷ୍ଟ କରାଯାଉଥିବାର ଅଭିଯୋଗ ଆଣିଛନ୍ତି ମରିୟମ୍‌ । ପାକିସ୍ତାନ ମୁସଲିମ୍‌ ଲିଗ୍‌ର ନେତା ନଓ୍ବାଜ ଶରିଫ୍‌ଙ୍କୁ ଡିସେମ୍ବର 24, 2018 ପରଠାରୁ ଜେଲ୍‌ରେ ରଖାଯାଇଛି । ଶରିଫ୍‌ଙ୍କୁ ଜୁଲାଇ 28, 2017ରେ ପାନାମା ପେପର୍ସ ମାମଲାରେ ଗିରଫ କରାଯାଇଥିଲା । ଏହି ମାମଲାର ବିଚାର କରୁଥିବା ବିଚାରପତି ଅର୍ଶାଦ ମଲିକ୍‌ଙ୍କୁ ନାଶିର ବଟ୍ଟ ଧମକ ଦେଉଥିବା ଏବଂ ମାମଲାର ରାୟ ପରିବର୍ତ୍ତନ ପାଇଁ ଚାପ ପକାଉଥିବାର ନଜର ଆସିଥିଲେ । ଏହି ଭିଡିଓକୁ ପାକିସ୍ତାନ ସରକାରଙ୍କ ପକ୍ଷରୁ ନକଲି ବୋଲି କୁହାଯାଉଛି ।

Read More

କାନାଡା ଓପନ୍‌ ବ୍ୟାଡମିଣ୍ଟନ୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି ଭାରତୀୟ ତାରକା ପି କଶ୍ୟପ୍‌ । ଏହି ପୂର୍ବତନ ରାଜ୍ୟ ଗୋଷ୍ଠୀ ସ୍ବର୍ଣ୍ଣ ପଦକ ବିଜେତା ଏକ କଡା ସଙ୍ଘର୍ଷପୂର୍ଣ୍ଣ ମୁକାବିଲାରେ ଚାଇନିଜ୍ ତାଇପେଇର ଓ୍ବାଙ୍ଗ ଜୁ ଓ୍ବେଇଙ୍କ ପରାସ୍ତ କରି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । କାନାଡା ଓପନ୍‌ ସୁପର 100ରେ ଷଷ୍ଠ ସିଡ୍‌ର ମାନ୍ୟତା ପାଇଥିବା କଶ୍ୟପ୍‌ ଚତୁର୍ଥ ସିଡ୍‌ ଓ୍ବାଙ୍ଗଙ୍କୁ 14-21, 21-17 ଏବଂ 21-18 ସେଟ୍‌ରେ ପରାସ୍ତ କରି ଫାଇନାଲ୍‌ରେ ପହଞ୍ଚିଥିଲେ । ଶନିବାର ରାତିରେ ଅନୁଷ୍ଠିତ ସେମି ଫାଇନାଲ ମୁକାବିଲାରେ କଶ୍ୟପ୍‌ 1 ଘଣ୍ଟା 10 ମିନିଟ୍‌ ସମୟ ନେଇ ବିଜୟୀ ହୋଇଥିଲେ । ଶେଷଥର ପାଇଁ ଅଷ୍ଟ୍ରେଲିଆନ୍‌ ଓପନ୍‌ ଫାଇନାଲ୍‌ରେ ପ୍ରବେଶ କରିଥିଲେ କଶ୍ୟପ୍‌ । ଫାଇନାଲ୍‌ରେ କଶ୍ୟପ୍‌ ଅଣସିଡେଡ୍‌ ଲି ସି ଫେଙ୍ଗଙ୍କ ମୁକାବିଲା କରିବେ ।

Read More

ସୋମବାରଠାରୁ ଆରମ୍ଭ ହେଉଛି ମ୍ୟାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତ ବର୍ଷ ମୋଟ ୨୮ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଏଥିପାଇଁ ୧୨୨ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ମୁକ୍ତ ବିଦ୍ୟାଳୟ ପରୀକ୍ଷା ଲାଗି ଆଉ ୫୪ଟି କେନ୍ଦ୍ର କରାଯାଇଛି। ସମସ୍ତ ପରୀକ୍ଷା କେନ୍ଦ୍ରକୁ ନୋଡାଲ୍‌ ସେଣ୍ଟର ଭାବେ ଚିହ୍ନଟ କରିଛି ବୋର୍ଡ। ପରୀକ୍ଷା ପାଇଁ ସବୁ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି। ଚଳିତ ଥର ମାଟ୍ରିକ୍‌ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ୍‌ ହୋଇ ଶିକ୍ଷା ବିଭାଗର ମୁଣ୍ଡବ୍ୟାଥାର କାରଣ ପାଲଟିଥିଲା । ତେବେ ମାଟ୍ରିକ୍‌ ସପ୍ଲିମେଣ୍ଟାରୀରେ ପ୍ରଶ୍ନପତ୍ର ଘଟଣାକୁ ରୋକିବା ଦିଗରେ ବିଶେଷ ଗୁରୁତ୍ବ ଦିଆଯାଇଛି । ମୋବାଇଲ୍‌ ଫୋନ୍‌ କଟକଣା ଉପରେ ଅଧିକ ଗୁରୁତ୍ବ ଦେଇଛି ବୋର୍ଡ ।

Read More

କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ୍‌ ଗାନ୍ଧି ଇସ୍ତଫା ଦେବା ପରେ ତାଙ୍କ ସ୍ଥାନରେ କିଏ ଅଧ୍ୟକ୍ଷ ହେବ ଏ ନେଇ ଏବେ ଚାଲିଛି କଳ୍ପନା ଜଳ୍ପନା । ଅଧ୍ୟକ୍ଷ ପଦବୀ ପାଇଁ ସୁଶୀଲ ସିନ୍ଧେ, ମଲ୍ଲିକାର୍ଜୁନ ଖର୍ଗେଙ୍କ ପରି ବରିଷ୍ଠ କଂଗ୍ରେସ ନେତାଙ୍କ ନାମ ଦୌଡ଼ରେ ରହିଛି । ମିଳିଥିବା ସୂଚନା ଅନୁସାରେ କଂଗ୍ରେସ ଅଧ୍ୟକ୍ଷ ପଦବୀ ଦୌଡ଼ରେ ରାଜସ୍ଥାନର ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ନାମ ଏବେ ସର୍ବାଗ୍ରେ ରହିଛି । କେବଳ ଏତିକି ନୁହେଁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନାମ ମଧ୍ୟ ଏହି ଦୌଡ଼ରେ ସାମିଲ୍‌ ହୋଇଛି । ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହ ମଧ୍ୟ ଦଳକୁ ଜଣେ ଯୁବ ନେତୃତ୍ବ ମିଳିବା ନେଇ ନିଜର ଅଭିମତ ପ୍ରକାଶ କରିଥିଲେ । ଅମରିନ୍ଦର ଟ୍ଵିଟ୍ କରି କହିଛନ୍ତି ଯେ, ରାହୁଲ ଗାନ୍ଧୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ଦୁର୍ଭାଗ୍ୟପୂର୍ଣ୍ଣ ଥିଲା, ମାତ୍ର ସିଡବ୍ଲ୍ୟୁସିଙ୍କୁ ଯୁବ ଚେହେରାକୁ ଅଧ୍ୟକ୍ଷ…

Read More

ଲୋକପ୍ରିୟ ହରିୟାଣା ଡ୍ୟାନ୍ସର ସପ୍‌ନା ଚୌଧୁରୀ ଶେଷରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ରବିବାର ଦିଲ୍ଲୀରେ ବିଜେପିର ସଦସ୍ୟ ସଂଗ୍ରହ ଅଭିଯାନରେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି ସପ୍‌ନା । ନୂଆଦିଲ୍ଲୀର ଜଓ୍ବାହାର ଲାଲ ନେହେରୁ ଷ୍ଟାଡିୟମ୍‌ରେ ସପ୍‌ନାଙ୍କ ସଦସ୍ୟତା ଗ୍ରହଣ ସମୟରେ ବିଜେପିର ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ । ଶିବରାଜ ସିଂ ଚୌହାନ, ମନୋଜ ତିଓ୍ବାରୀ, ହର୍ଷ ବର୍ଦ୍ଧନ, ଗୌତମ ଗମ୍ଭୀର, ହଂସ ରାଜ ହଂସ ରାଜ ହଂସ, ମୀନାକ୍ଷୀ ଲେଖି ଏବଂ ବିଜୟ ଗୋଏଲଙ୍କ ସହିତ ଅନ୍ୟ ବରିଷ୍ଠ ନେତା ମାନେ ଉପସ୍ଥିତ ଥିଲେ । ପୂର୍ବରୁ ଏହି 28 ବର୍ଷୀୟ ଡ୍ୟାନ୍ସର ଜଣକ ଲୋକସଭା ନିର୍ବାଚନ ସମୟରେ ବିଜେପିର ଯୋଗ ଦେବା ନେଇ ଖବର ପ୍ରକାଶ ପାଇଥିଲା । ପରବର୍ତ୍ତୀ ସମୟରେ ସପ୍‌ନା ଏହି ଖବରକୁ ଅସ୍ବୀକାର କରିଥିଲେ ମଧ୍ୟ ରବିବାର ବିଜେପିର ଦିଲ୍ଲୀ ୟୁନିଟ୍‌ରେ ଯୋଗ ଦେଇଛନ୍ତି । ସପ୍‌ନାଙ୍କ ବ୍ୟତିତ…

Read More