ଭୁବନେଶ୍ବର: ଖୁବ ଶିଘ୍ର ବିଜେପି ରେ ମିଶିବେ ଧାମନଗରର ଚହଳ ସୃଷ୍ଟି କରିଥିବା ନେତା ରାଜେନ୍ଦ୍ର ଦାସ। ଧାମନଗର ଉପନିର୍ବାଚନରେ ବିଜେଡି ରାଜେନ୍ଦ୍ରଙ୍କୁ ଟିକେଟ ନ ଦେବାରୁ ସେ ବିଦ୍ରୋହୀ ପ୍ରାର୍ଥୀ ଭାବେ ଛିଡା ହୋଇଥିଲେ। ଫଳରେ ଏକମାତ୍ର ଉପନିର୍ବାନଚନ ଯେଉଁଠାରେ ବିଜେପି ବିଜୟ ଲାଭ କରିଥିଲା। ଏହାପରେ ରାଜେନ୍ଦ୍ର ପୁଣି ଥରେ ବିଜେଡିକୁ ଫେରି ଆସିବେ ବୋଲି ଚର୍ଚ୍ଚା ଚାଲିଥିଲା। ହେଲେ ତାହା ସମ୍ଭବ ହୋଇପାରି ନ ଥିଲା। ବର୍ତ୍ତମାନ ନିର୍ବାଚନ ପାଖେଇ ଆସିବାରୁ ସେ ବିଜେପିରେ ସାମିଲ ହେବେ। ତେବେ ଧାମନଗରରେ ବିଜେପି ବିଧାୟକ ସୂର୍ଯ୍ୟବଂଶୀ ଥିବା ବେଳେ ତାଙ୍କୁ କେଉଁଠି ଟିକେଟ ମିଳିବ ସେ ନେଇ ସନ୍ଦେହ ରହିଛି।
Author: Samikhsya Bureau
ଭୁବନେଶ୍ବର: ଖୁବ ଶିଘ୍ର ବିଜେପିରେ ମିଶିବେ ଚମ୍ପୁଆର ଟାଣୁଆ ନେତା ତଥା ପୂର୍ବତନ ବିଧାୟକ ସନାତନ ମହାକୁଡ। ସେ 2014 ମସିହାରେ ଚମ୍ପୁଆରୁ ସ୍ବାଧୀନ ବିଧାୟକ ଥିଲେ। କେବଳ ଚମ୍ପୁଆ ନୁହେଁ ତାଙ୍କର ସାରା କେଉଁଝର ଜିଲ୍ଲାରେ ତାଙ୍କର ରହିଛି ଲୋକ ସମର୍ଥନ। ବିଭିନ୍ନ ସମୟରେ ଲୋକମାନଙ୍କୁ ସାହାର୍ଯ୍ୟ କରିବା ତାଙ୍କର ଏକ ସଉକ ହୋଇ ରହିଛି। ତେବେ ସେ ବିଜେଡିକୁ କିଛି ବର୍ଷ ଧରି ସାହାର୍ଯ୍ୟ କରିଆସୁଛନ୍ତି। କେଉଁଝରରେ ତାଙ୍କ ଅନୁସାରେ ସାଂସଦ ପ୍ରାର୍ଥୀ ଦେବା ଏବଂ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜେଡିର ପ୍ରଚାରରେ ନିଜକୁ ନିୟୋଜିତ ରଖିଥିଲେ। ହେଲେ ବର୍ତ୍ତମାନ କିଛି ମାସ ଧରି ସେ ବିଜେଡିରେ ସକ୍ରିୟ ନ ଥିଲେ। ସେଥିପାଇଁ ସେ ବିଜେପିରେ ମିଶିବେ ବୋଲି ତାଙ୍କର ସମର୍ଥକମାନେ ପ୍ରଚାର କରିବାରେ ଲାଗିଛନ୍ତି।
ଭୁବନେଶ୍ବର: ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପିରେ ମିଶିବା ପରେ ବର୍ତ୍ତମାନ ଦ୍ବନ୍ଦରେ ଅଛନ୍ତି ଚିଲିକା ବିଜେପି କର୍ମୀ। ସେମାନେ ପ୍ରଶାନ୍ତଙ୍କୁ କେମିତି ଗ୍ରହଣ କରିବେ ସେହି ଚିନ୍ତା ଘାରିଛି। କାରଣ ହେଲା ଏକଦା ପ୍ରଶାନ୍ତ ବିଜେଡିରେ ଥିବା ବେଳେ ବିଜେପି କର୍ମିଙ୍କୁ ମାଡ ମାରିବା ଗାଳି କରିବା କାମ କରିଥିଲେ। ଯାହାକୁ ଏ ପର୍ଯ୍ୟନ୍ତ ଚିଲିକା ବିଜେପି କର୍ମି ଭୁଲିପାରି ନାହାଁନ୍ତି। ବାଲୁଗାଁରେ ବିଜେପି ମଣ୍ଡଳ ସଭାପତିଙ୍କୁ ମାଡ ମାରିବା, ପଞ୍ଚାୟତ ନିର୍ବାଚନ ପ୍ରଚାର ବେଳେ କ୍ଲବ ଘରେ ପଶି ବିଜେପି କର୍ମିଙ୍କୁ ଗାଳି କରିବାକୁ ସେମାନେ ଭୁଲି ନାହାଁନ୍ତି। ଯାହାକୁ ନେଇ ସେତେବେଳେ ଚିଲିକାରେ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିଲା। ତେବେ ସବୁଠାରୁ ବଳେଇ ଯାଇଥିଲା ବାଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ। ସେଠାରେ ସେ ଏହିପରି କିଛି କାର୍ଯ୍ୟ କରିଥିଲେ ଯାହାକୁ ନେଇ ସେତେବେଳେ ବିଜେପି କର୍ମୀ ଉତ୍ତେକ୍ତ ହୋଇ ଉଠିଥିଲେ। ସବୁ କର୍ମି ମିଶି ତାଙ୍କୁ ମାଡ…
ଭୁବନେଶ୍ବର: ଆଜି କେନ୍ଦ୍ର ବିଜେପି ଲୋକସଭା ନିର୍ବାଚନ ପାଇଁ 18 ଟି ରାଜ୍ୟର 195 ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଯେଉଁଥିରେ ଦେଶର ପ୍ରମୁଖ ନେତାଙ୍କ ନାମ ରହିଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ଖୋଦ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀଙ୍କ ସମେତ ଦେଶର ପ୍ରମୁଖ ନେତାଙ୍କ ନାମ। ତେବେ ଏହି ତାଲିକାରେ ଓଡିଶା ରାଜ୍ୟକୁ ଦଳ ବାଦ ଦେଇଛି। ଏଥିରେ କାହା ନାମ ମଧ୍ୟ ଘୋଷଣା କରି ନାହିଁ। ତେବେ ଏହାକୁ ନେଇ ରାଜ୍ୟ ବିଜେପି ନେତାଙ୍କ ହୋସ ଉଡିଯାଇଛି। କାରଣ ହେଲା ଓଡିଶାରେ କଣ ମେଣ୍ଟ ହେବ ବୋଲି ପ୍ରଥମ ପର୍ଯ୍ୟାୟରେ ରାଜ୍ୟକୁ ବାଦ ଦେଇଛି କି ? ଏହିପରି ପ୍ରଶ୍ନକୁ ନେଇ ବର୍ତ୍ତମାନ ଓଡିଶା ବିଜେପି ନେତାଙ୍କ ମୁଣ୍ଡବିନ୍ଧା କରିଛି। ସେତିକି ନୁହେଁ ଆଉ ଏକ ବଡ ଘଟଣାକୁ ନେଇ ଓଡିଶା ବିଜେପିର ହୋସ ଉଡିଯାଇଛି। ତାହା ହେଲା ବର୍ତ୍ତମାନ ବିଜେପି ମୋଟ 18ଟି ରାଜ୍ୟର ପ୍ରାର୍ଥୀ…
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ କେବେ ହେବ ତାହାର ଘୋଷଣା ହୋଇ ନ ଥିଲେ ମଧ୍ୟ ପ୍ରାର୍ଥିଙ୍କ ନାମ ଘୋଷଣା କରିଛି ବିଜେପି। ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୧୯୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏହି ପ୍ରାର୍ଥୀ ତାଲିକାରେ ୩୪ ଜଣ କେନ୍ଦ୍ରମନ୍ତ୍ରୀଙ୍କ ନାମ ରହିଛି। ଏହି ଘୋଷଣା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପୁରୁଣା ଆସନ ବାରଣାସୀରୁ ଛିଡା ହେବେ ବୋଲି ଘୋଷଣା ହୋଇଛି। ସେହିପରି ଅମିତ ସାହା, ରାଜନାଥ ସିଂ ପ୍ରମୁଖଙ୍କ ନାମ ଘୋଷଣା କରାଯାଇଛି। ତେବେ ମଧ୍ୟ ପ୍ରଦେଶରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହ୍ବାନ ସିଂଙ୍କୁ ଦଳ ଲୋକସଭାରେ ଲଢେଇ କରିବା ପାଇଁ ଘୋଷଣା କରିଛି। ତେବେ ଏହି ତାଲିକାରେ ଓଡିଶାର କାହାର ନାମ ଘୋଷଣା କରାଯାଇ ନାହିଁ।
ଭୁବନେଶ୍ୱର: ଓଡ଼ିଶାରେ ଏକକାଳୀନ ଅନୁଷ୍ଠିତ ହେବାକୁ ଥିବା ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଗୃହ ମନ୍ତ୍ରଣାଳୟ ତରଫରୁ ୭୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ (ସିଆର୍ପିଏଫ୍) ମୁତୟନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ପ୍ରଥମ ପର୍ଯ୍ୟାୟ ଅର୍ଥାତ୍ ମାର୍ଚ୍ଚ ୧ ତାରିଖ ସୁଦ୍ଧା ରାଜ୍ୟରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ ଓ ସୀମା ସୁରକ୍ଷା ବାହିନୀର ୫୦ କମ୍ପାନୀ ଫୋର୍ସ ନିର୍ବାଚନ ପାଇଁ ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ମାର୍ଚ୍ଚ ୭ ତାରିଖ ସୁଦ୍ଧା ଅବଶିଷ୍ଟ ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ୍), କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ଫୋର୍ସ (ସିଆର୍ପିଏଫ୍) ଓ କେନ୍ଦ୍ରୀୟ ଇଣ୍ଡଷ୍ଟି୍ରଆଲ୍ ସିକୁ୍ୟରିଟି ଫୋର୍ସ (ସିଆଇଏସ୍ଏଫ୍)ର ୨୫ ଗୋଟି କମ୍ପାନୀ ରାଜ୍ୟର ବିଭିନ୍ନ ଅଞ୍ଚଳରେ ମୁତୟନ କରାଯିବା ପାଇଁ ସ୍ଥିର ହୋଇଛି। ଏତଦ୍ବ୍ୟତୀତ ପୁରୀ, ଯାଜପୁର, ସମ୍ବଲପୁର, ଭୁବନେଶ୍ୱର ଓ କଟକ ଜିଲ୍ଲା ପାଇଁ ଗୋଟିଏ ଲେଖାଏଁ କମ୍ପାନୀ କେନ୍ଦ୍ରୀୟ ରିଜର୍ଭ…
ଭୁବନେଶ୍ବର: ନିର୍ବାଚନ ଯେତିକି ପାଖେଇଛି ରାଜ୍ୟର ପାଣିପଗ ସେତିକି ଗରମ ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ କିଏ କେତେ ଆସନ ଜିତିବ ତାହାର ହିସାବ ନିକାସ ଚାଲିଛି। ତେବେ ଏଥିରେ ବିଜେଡି ଆସନ୍ତା ନିର୍ବାଚନରେ କେତେ ଆସନରେ ଜିତିବ ତାହାର ଆକଳନ କରିିଛି। ସେହି ଅନୁସାରେ ଦଳ ୨୧ଟି ଲୋକସଭା ଆସନରୁ ୧୭ ଟି ଆସନରେ ଜିତିବ ବୋଲି ଘୋଷଣା କରିଛି। ଆଜି ରାଜ୍ୟ କାର୍ଯ୍ୟାଳୟରେ ଦଳର ବରିଷ୍ଠ ନେତା ସସ୍ମିତ ପାତ୍ର କହିଛନ୍ତି ଯେ ବର୍ତ୍ତମାନ ଲୋକେ ବିଜେଡି ସରକାରର ଜନହିତକର କାର୍ଯ୍ୟ ସଂପର୍କରେ ଅବଗତ ଅଛନ୍ତି। ସେଥିପାଇଁ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ନିଷ୍ପତି କରିଛନ୍ତି। ଏହି ସମୟରେ ସସ୍ମିତ ଘୋଷଣା କରିଛନ୍ତି ଯେ, ଏଥର ବିଧାନସଭାରେ ବିଜେଡି ୧୪୭ ମଧ୍ୟର ୧୨୦ଟି ଆସନରେ ବିଜୟ ଲାଭ କରିବ। ସସ୍ମିତଙ୍କ ଏହି ସାମ୍ବାଦିକ ସମ୍ମିଳନୀରୁ ସ୍ପଷ୍ଟ ହୋଇଛି ଯେ, ବିଜେଡି ଏକାକୀ…
ଭୁବନେଶ୍ବର: ରାଜ୍ୟର ବିଭିନ୍ନ ବିଦ୍ୟାଳୟ ମାନଙ୍କର ଅଧ୍ୟୟନରତ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ତଥା ସ୍ବତନ୍ତ୍ର ସେବା ଯୋଗାଇବା ନିମନ୍ତେ ରାଜ୍ୟ ସରକାର ୨୦୧୪ ମସିହାରୁ ବିଭିନ୍ନ ଗ୍ରାମ ପଞ୍ଚାୟତ ମାନଙ୍କରେ ଭିନ୍ନକ୍ଷମ ଶିକ୍ଷା ସ୍ବେଚ୍ଛାସେବୀ (PHIEV) ମାନଙ୍କୁ ନିୟୋଜିତ କରାଯାଇଥିଲା। ବର୍ତ୍ତମାନ ଏହି ଶିକ୍ଷା ସ୍ବେଚ୍ଛାସେବୀ ମାନଙ୍କୁ ମାସିକ ୫୩୭୯ ଟଙ୍କା ପାରିତୋଷିକ ଭାବରେ ଦିଆଯାଉଥିଲା। ସୂଚନାଯୋଗ୍ୟ ଯେ 5-T ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଜିଲ୍ଲା ଗସ୍ତ ଅବସରରେ ସେମାନେ ସେମାନଙ୍କ ଅସୁବିଧା ସଂପର୍କରେ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଉକ୍ତ ଭିନ୍ନକ୍ଷମ ଶିକ୍ଷା ସ୍ବେଚ୍ଛାସେବୀ ମାନଙ୍କ ବିଭିନ୍ନ ଦାବୀକୁ ସହୃଦୟତାର ସହ ବିଚାର କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ପାରିତୋଷିକକୁ ମାସିକ ୫୩୭୯ ଟଙ୍କାରୁ ୧୦,୦୦୦ ହଜାର ଟଙ୍କାକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି କରିଛନ୍ତି। ଏହାଦ୍ବାରା ରାଜ୍ୟରେ ବର୍ତ୍ତମାନ ନିୟୋଜିତ ୧୧୧୭ ଜଣ ଭିନ୍ନକ୍ଷମ ଶିକ୍ଷା ସ୍ବେଚ୍ଛାସେବୀ (PHIEV) ଉପକୃତ ହେବେ।
ଭୁବନେଶ୍ବର: ରାଜ୍ୟର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ନିୟୋଜିତ ସାମୟିକ କଳା ଓ କ୍ରୀଡା ପ୍ରଶିକ୍ଷକ ମାନଙ୍କ ମାସିକ ପାରିଶ୍ରମିକକୁ ରାଜ୍ୟ ସରକାର ସାତ ହଜାର ଟଙ୍କାରୁ ଦଶ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି। ଏଣିକି ସେମାନଙ୍କ ମାସିକ ପାରିଶ୍ରମିକ ବର୍ଷକୁ ୧୦ ମାସ ପରିବର୍ତ୍ତେ ପୁରା ୧୨ ମାସ ପାଇଁ ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ଏବଂ ମାସିକ ୨୪ଟି ପରିୟଡ ପରିବର୍ତ୍ତେ ୩୦ଟି ପିରିୟଡରେ ଶିକ୍ଷା ପ୍ରଦାନ କରିବେ। ଏହା ସହିତ ଅନ୍ୟ ସରକାରୀ କର୍ମଚାରୀମାନଙ୍କ ପରି ମହିଳା କଳା ଓ କ୍ରୀଡା ପ୍ରଶିକ୍ଷକ ମାନେ ଆବଶ୍ୟକ ସ୍ଥଳେ ମାତୃତ୍ବ ଛୁଟି ମଧ୍ୟ ପାଇପାରିବେ। ସୂଚନାଯୋଗ୍ୟ ଯେ 5-T ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଜିଲ୍ଲା ଗସ୍ତ ଅବସରରେ ସେମାନେ ସେମାନଙ୍କ ଅସୁବିଧା ସଂପର୍କରେ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା ୪୬୦୫ ଜଣ କଳା ଶିକ୍ଷକ-ଶିକ୍ଷୟତ୍ରୀ…
ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ପରିଚାଳନା ନିମନ୍ତେ ରିଟର୍ଣ୍ଣିଙ୍ଗ୍ ଅଧିକାରୀ ଏବଂ ସହକାରୀ ରିଟର୍ଣ୍ଣିଙ୍ଗ୍ ଅଧିକାରୀମାନଙ୍କ ଏକ ପାଞ୍ଚଦିନିଆ ତାଲିମ କାର୍ଯ୍ୟକ୍ରମ ଗୋଠପାଟଣାସ୍ଥିତ ରାଜସ୍ୱ ଅଧିକାରୀଙ୍କ ତାଲିମ ପ୍ରତିଷ୍ଠାନଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଆୟୋଜିତ ହୋଇଥିବା ଏହି ତାଲିମ କାର୍ଯ୍ୟକ୍ରମରେ ଅନ୍ୟ ସ୍ଥାନରୁ ବଦଳୀ ହୋଇ ଆସିଥିବା ଓ ପୂର୍ବ ତାଲିମ କାର୍ଯ୍ୟକ୍ରମରେ ବିଭିନ୍ନ କାରଣରୁ ଅନୁପସ୍ଥିତ ଥିବା ଅବଶିଷ୍ଟ ରିଟର୍ଣ୍ଣିଙ୍ଗ୍ / ସହକାରୀ ରିଟର୍ଣ୍ଣିଙ୍ଗ୍ ଅଧିକାରୀମାନଙ୍କର ତାଲିମ କାର୍ଯ୍ୟକ୍ରମକୁ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡ. ଏନ୍. ଥିରୁମାଳା ନାୟକ ଓ ଶତ୍ରୁଘ୍ନ କର ଆନୁଷ୍ଠାନିକ ଭାବେ ଆରମ୍ଭ କରିଥିଲେ। ଫେବୃଆରୀ ୨୬ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୧ ତାରିଖରେ ଶେଷ ହୋଇଥିବା ଏହି ତାଲିମ କାର୍ଯ୍ୟକ୍ରମରେ ମୋଟ ୫୬ ଜଣ ରିଟର୍ଣ୍ଣିଙ୍ଗ୍ ଏବଂ ସହକାରୀ ରିଟର୍ଣ୍ଣିଙ୍ଗ୍ ଅଧିକାରୀଙ୍କୁ ନିର୍ବାଚନ ପରିଚାଳନା ସଂପର୍କରେ ତାଲିମ ପ୍ରଦାନ କରାଯାଇଛି। ଜାତୀୟ ସ୍ତରୀୟ ମାଷ୍ଟର ଟ୍ରେନର…
ଭୁବନେଶ୍ବର: ଓଡିଶାରେ ମେଣ୍ଟ ହେବ ନାହିଁ। ବିଜେପି ଓଡିଶାର 147 ବିଧାନସଭା ଏବଂ 21 ଟି ଲୋକସଭା ଆସନରେ ପ୍ରାର୍ଥୀ ଦେବ। ଏ କଥା କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଗତକାଲି ସେ ଦିଲ୍ଲୀରୁ ପ୍ରତ୍ୟାବର୍ତ୍ତନ କରିବା ପରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ମେଣ୍ଟ ହେବ ବୋଲି ଯାହା ପ୍ରଚାର ଚାଲିଛି ଚାହା କେବଳ ଗୁଜବ। ଏପରି ଗୁଜବକୁ କିଏ ସୃଷ୍ଟି କରୁଛି ଏବଂ କାହିଁକି କରୁଛି ତାହା ଜାଣି ହେଉ ନାହିଁ। ମନମୋହନ ନୂଆଦିଲ୍ଲୀ ଗସ୍ତରେ ଯାଇଥିଲେ। ସେଠାରେ ଦଳର ନିର୍ବାଚନ କମିଟ ବୈଠକରେ ଯୋଗ ଦେଇଥିଲେ। ମେଣ୍ଟ ନେଇ ସେହି ବୈଠକରେ ଆଲୋଚନା ହୋଇଛି ଏବଂ ମନମୋହନ ଆସିଲେ ତାହା ଘୋଷଣା କରିବେ ବୋଲି ଆଶା କରାଯାଉଥିଲା। ହେଲେ ସେ ତାହାକୁ ସ୍ପଷ୍ଟ କରିଛନ୍ତି। ସେହିପରି ଓଡିଶା ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ମଧ୍ୟ ସେହି…
ଭୁବନେଶ୍ବର: ଶେଷରେ ବିଜେଡିରୁ ଇସ୍ତଫା ପ୍ରଦାନ କରିଛନ୍ତି ଜୟଦେବ ନିର୍ବାଚନ ମଣ୍ଡଳିରେ ବିଧାୟକ ଅରବିନ୍ଦ ଢାଲି। ସେ ଆଜି ତାଙ୍କର ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ଏହାପରେ ସେ ଘୋଷଣା କରିଛନ୍ତି ଯେ, ଆସନ୍ତାକାଲି ରବିବାର ଦିନ ସେ ବିଜେପିରେ ସାମିଲ ହେବେ। ଆପଣଙ୍କ ମନେଥିବ: ବିଜେପିରେ ଯୋଗଦେବେ ବିଧାୟକ ଅରବିନ୍ଦ ଢାଲି ଇସ୍ତଫା ପରେ ସେ କହିଛନ୍ତି ଯେ, ମୁଁ ଘରବାହୁଡା କରିବି। ସେହି କାରଣ ପାଇଁ ମୁଁ ବିଜେଡି ଛାଡିଲି। ଆସନ୍ତାକାଲି ଦିନ 11 ଟା ବେଳେ ବିଜେପିରେ ମିଶିବି ବୋଲି ସେ କହିଛନ୍ତି। ଏ ନେଇ ବହୁ ପୂର୍ବରୁ ସମୀକ୍ଷାରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ସେଥିରେ କୁହାଯାଇଥିଲା ଯେ ବିଜେଡି ବିଧାୟକ ଅରବିନ୍ଦ ଢାଲି ବିଜେଡି ଛାଡି ବିଜେପିରେ ମିଶିବେ। ଯାହା ଆଜି ସତ ହୋଇଛି।
ଭୁବନେଶ୍ବର: ଆଜି ବିଜେଡି ଦଳରୁ ଇସ୍ତଫା ଦେଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି। ସେ ନିଜର ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଠାଇ ଦେଇଛନ୍ତି। ଏଥିରେ ସେ କୌଣସି କାରଣ ଉଲ୍ଲେଖ ନ କରିଥିଲେ ମଧ୍ୟ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲି ବୋଲି ଉଲ୍ଲେଖ କରିଛନ୍ତି। ତେବେ ଜୟଦେବ ନିର୍ବାଚନ ମଣ୍ଡଳିରେ ଅରବିନ୍ଦଙ୍କୁ ଦଳ ଆଉ ଟିକେଟ ଦେବ ନାହିଁ ବୋଲି ସେ ଅନୁଭବ କରିବାରୁ ସେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଅନ୍ୟପଟେ ଜୟଦେବ ନିର୍ବାଚନ ମଣ୍ଡଳିରେ ଅରବିନ୍ଦଙ୍କୁ ଦଳ ଭିତରେ ପ୍ରବଳ ବିରୋଧ ହେଉଥିବାରୁ ତାଙ୍କୁ ଟିକେଟ ମିଳିବ ନାହିଁ ବୋଲି ଜଣାପଡିଥିଲା।
ଭୁବନେଶ୍ବର: ବର୍ତ୍ତମାନ ଓଡିଶାର ଚିଲିକା ନିର୍ବାଚନ ମଣ୍ଡଳି ବଡ ଚର୍ଚ୍ଚାରେ ଅଛି। କାରଣ ଏହି ନିର୍ବାଚନ ମଣ୍ଡଳିର ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପିରେ ମିଶିବା ପରେ ଏହା ଚର୍ଚ୍ଚାକୁ ଆସିଛି। ସେଠାରେ ବର୍ତ୍ତମାନ ବିଜେଡି କାହାକୁ ପ୍ରାର୍ଥୀ କରିବ ସେ ନେଇ ଉଠିଛି ପ୍ରଶ୍ନ। କାରଣ ସେହି ନିର୍ବାଚନ ମଣ୍ଡଳିର ବିଜେପି ପ୍ରାର୍ଥୀ ହେଉଛନ୍ତି ପୃଥୀରାଜ ହରିଚନ୍ଦନ। ତାଙ୍କ ସହିତ ବର୍ତ୍ତମାନ ପ୍ରଶାନ୍ତ ଜଗଦ୍ଦେବ ମିଶିଯିବା ପରେ ବିଜେପି ପଲା ଭାରୀ ହୋଇଯାଇଛି। ସେପରି କ୍ଷେତ୍ରରେ ଏହି ପୃଥୀରାଜ ପ୍ରଶାନ୍ତଙ୍କ ମେଣ୍ଟକୁ ମୁକାବିଲା କରିବା ପାଇଁ ବିଜେଡିର ବର୍ତ୍ତମାନ ସେମିତି କେହି ପ୍ରାର୍ଥୀ ଚିଲିକାରେ ଦେଖାଯାଉ ନାହିଁନ୍ତି। ଯାହାଙ୍କ ନାମ ଶୁଣାଯାଉଛି ସେମାନେ ବର୍ତ୍ତମାନ ଏହି ଦୁଇ ମେଣ୍ଟକୁ ଟକ୍କର ଦେବାପରି ସ୍ଥିତିରେ ନାହାଁନ୍ତି। ରଘୁ ସାହୁ କିମ୍ବା ମାନସ ମଙ୍ଗରାଜଙ୍କ ନାମ ଶୁଣାଯାଉଥିଲେ ମଧ୍ୟ ବର୍ତ୍ତମାନ ପ୍ରଶାନ୍ତଙ୍କ ବିଜେପି ପ୍ରବେଶ ପରେ ସେମାନେ ଶହେଥର ଚିନ୍ତା କରିବାରେ ଲାଗିଛନ୍ତି। ଏପରି…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ବରମୁଣ୍ଡାଠାରେ 5-T ଉପକ୍ରମରେ ନବନିର୍ମିତ ବାବା ସାହେବ ଭୀମରାଓ ଆମ୍ବେଦକର ବସ୍ ଟର୍ମିନାଲର ଶୁଭ ଉଦ୍ଘାଟନ କରିଛନ୍ତି। ବରମୁଣ୍ଡା ବସ୍ ଷ୍ଟାଣ୍ଡ ଭାବେ ପୂର୍ବରୁ ପରିଚିତ ଥିବା ଏହି ବସ୍ ଷ୍ଟାଣ୍ଡ ଓଡିଶାର ଏକ ବ୍ୟସ୍ତବହୁଳ ବସ୍ ଷ୍ଟାଣ୍ଡ। ଦୈନିକ ଶହ ଶହ ବସ୍ ଓ ହଜାର ହଜାର ଯାତ୍ରୀଙ୍କର ଏଠାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଓ ରାଜ୍ୟ ବାହାରକୁ ଯାତାୟତ ହୋଇଥାଏ। ଯାତ୍ରୀମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ବରମୁଣ୍ଡା ବସ୍ଷ୍ଟାଣ୍ଡର ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। 5-T ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହା ଅତ୍ୟାଧୁନିକ ବସ୍ ଟର୍ମିନାଲର ବିକାଶ କରାଯାଇଛି। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଶ୍ରୀ ପାଣ୍ଡିଆନ ଅନେକ ଥର ନିର୍ମାଣ ସ୍ଥଳକୁ ଯାଇ କାର୍ଯ୍ୟର ଆଗ୍ରଗତି ସଂପର୍କରେ ସମୀକ୍ଷା କରୁଥିଲେ। ଉଦ୍ଘାଟନୀ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ବସ୍ ଟର୍ମିନାଲ ଯାତ୍ରୀମାନଙ୍କୁ…
ଭୁବନେଶ୍ବର: ସବୁ ଜିଲ୍ଲାରେ ଚାଲିଛି ରାଜ୍ୟ ସରକାରଙ୍କ ନୂଆ-ଓ କାର୍ଯ୍ୟକ୍ରମ। ଛାତ୍ରଛାତ୍ରୀଙ୍କର ମନୋବଳ ସୁଦୃଢ କରିବା ଏବଂ ପାଠ୍ୟକ୍ରମ ବ୍ୟତିତ ଅନ୍ୟ କାର୍ଯ୍ୟକ୍ରମରେ ସାମିଲ କରାଇବା ହେଉଛି ଏହାର ଉଦ୍ଦେଶ୍ୟ। ଯାହାର ନେତୃତ୍ବ ନେଉଛନ୍ତି 5ଟି ତଥା ଆମ ଓଡିଶା ନବୀନ ଓଡିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ବଡ କଥା ହେଲା କଲେଜ ଛାତ୍ରଛାତ୍ରୀ ତଥା ଯୁବକଯୁବତୀମାନଙ୍କୁ ନେଇ ଏପରି ଏକ କାର୍ଯ୍ୟକ୍ରମ କରାଯାଇପାରିବ ତାହା କେହି କେବେ କଳ୍ପନା ମଧ୍ୟ କରି ନ ଥିଲେ। ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କୁ ପାଠ ପଢା ସହ ସେମାନଙ୍କ ବ୍ୟକ୍ତିଗତ ଜୀବନରେ ଉନ୍ନତି ଆଣିବାରେ ପାଣ୍ଡିଆନଙ୍କ ଏପରି ଚିନ୍ତାଧାରା ବେଶ ସହାୟକ ହୋଇପାରିଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପାଣ୍ଡିଆନ ଛାତ୍ରଛାତ୍ରୀଙ୍କ ପାଇଁ ନୂଆନୂଆ ଘୋଷଣା କରିବାରେ ଲାଗିଛନ୍ତି। ଯାହା ସେମାନଙ୍କ କ୍ୟାରିୟରରେ ବେଶ ପ୍ରଭାବ ପକାଇପାରିଛି। ଛାତ୍ରଛାତ୍ରୀଙ୍କୁ ଦଶ ହଜାର ଟଙ୍କା ପର୍ଯ୍ୟନ୍ତ ପ୍ରଦାନ କରିବା କଥା କୌଣସି ଦଳ ମଧ୍ୟ କେବେ ବି…
ଭୁବନେଶ୍ୱର: ଆସନ୍ତା ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟୀ ନିର୍ବାଚନ ପରିଚାଳନା ସମିତି ବୈଠକ ଅଜି ନୂଆଦିଲ୍ଲୀସ୍ଥିତ କେନ୍ଦ୍ରୀୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୌଠକରେ ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି.ନଡ୍ଡା, ରାଷ୍ଟ୍ରୀୟ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ବି.ଏଲ.ସନ୍ତୋଷ, ରାଷ୍ଟ୍ରୀୟ ସାଧାରଣ ସଂପାଦକ ଶ୍ରୀ ସୁନୀଲ ବଂସଲ, ଶ୍ରୀ ତରୁଣ ଚୁଗ୍, ଶ୍ରୀ ଅରୁଣ ସିଂହ, ଶ୍ରୀ ବିନୋଦ ତାଓ୍ôଡେ ପ୍ରମୁଖ ଉପସ୍ଥିତ ରହି ସାଧାରଣ ନିର୍ବାଚନର ଗୁରୁତ୍ୱ ଏବଂ ନିର୍ବାଚନ ପରିଚାଳନା ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଥିଲେ। ଓଡିଶାରେ ଏକକାଳୀନ ବିଧାନସଭା ଏବଂ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେଉଥିବା କାରଣରୁ ଅଜିର ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ଏହି ବୈଠକରେ ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର, ରାଜ୍ୟ ସଂପାଦକ ଶ୍ରୀ ସରୋଜ କର ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଅଶୋକ କୁମାର ମିଶ୍ର ଯୋଗ ଦେଇଥିଲେ।
ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଆଜି ସକାଳେ ରାଜ୍ୟ କୃଷି ଭବନ ପରିଦର୍ଶନ କରି ସେଠାରେ ପ୍ରଥମେ ନୂତନ ଭାବେ ଖୋଲାଯାଇଥିବା କ୍ରେଚ୍ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ। ଏହି କ୍ରେଚ୍ ବ୍ୟବସ୍ଥା ଉଭୟ ଛୋଟ ପିଲା ଏବଂ ସେମାନଙ୍କ ମା’ଙ୍କ ସର୍ବୋତ୍ତମ ସ୍ୱାର୍ଥ ପୂରଣ କରିବାର ପ୍ରୟାସ ସହିତ ପ୍ରାରମ୍ଭିକ ଶୈଶବ ବିକାଶର ବୈଜ୍ଞାନିକ ନୀତି ଆଧାରରେ କୃଷି ଭବନ ପରିସରରେ କାର୍ଯ୍ୟରତ ମହିଳା କର୍ମଚାରୀମାନଙ୍କ ପାଇଁ ଏକ କଲ୍ୟାଣମୂଳକ ପଦକ୍ଷେପ ଭାବେ ସ୍ଥାପିତ ହୋଇଛି। କୃଷି ଭବନରେ ଥିବା କ୍ରେଚ୍ ର ନାମ “କଳିକା-କୃଷି ଭବନ”ରଖାଯାଇଛି। ୬ ମାସରୁ ୬ ବର୍ଷ ବୟସ (ସ୍ଥଳ ବିଶେଷରେ ଅଧିକ)ର ପିଲାଙ୍କ ଯତ୍ନ କ୍ରେଚ୍ ରେ ନିଆଯିବ। ପିଲାମାନଙ୍କ ରକ୍ଷଣାବେକ୍ଷଣ ପାଇଁ ପ୍ରଶିକ୍ଷିତ ‘କ୍ରେଚ୍ ସହାୟକ’ ଏବଂ କ୍ରେଚ୍ ସଂଯୋଜକମାନଙ୍କୁ ନିୟୋଜିତ କରାଯାଇଛି, ଯେଉଁମାନେ କି ପିଲାମାନଙ୍କର ବୟସ ହିସାବରେ ଅନୁକୂଳ ବିଭିନ୍ନ କାର୍ଯ୍ୟକଳାପ ପରିଚାଳନା କରିବେ।…
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଡ. ପ୍ରମୋଦ କୁମାର ମିଶ୍ର ଆଜି ପୂର୍ବାହ୍ନରେ କୃଷିଭବନ ପରିଦର୍ଶନ କରିଛନ୍ତି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଓ ବିଭାଗୀୟ ବରିଷ୍ଠ ଅଧିକାରୀ ଡ. ମିଶ୍ରଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ଡ. ମିଶ୍ର କୃଷି ଭବନ ପରିଦର୍ଶନ ଅବସରରେ କୃଷି ସମୀକ୍ଷା କେନ୍ଦ୍ର ବୁଲି ଦେଖିବା ସହିତ ଏହାର କାର୍ଯ୍ୟକାରିତା ସଂପର୍କରେ ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ ଏବଂ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଏବଂ ଡିଜିଟାଇଜେସନ୍ ମାଧ୍ୟମରେ କୃଷିରେ ରୂପାନ୍ତରଣ ଆଣିବା ନିମନ୍ତେ କୃଷି ବିଭାଗ ପକ୍ଷରୁ ଏକ କୃଷି ସମୀକ୍ଷା କେନ୍ଦ୍ର ନାମକ ଏକ ଅତ୍ୟାଧୁନିକ ଡିଜିଟାଲ ପ୍ଲାଟ୍ଫର୍ମ ସ୍ଥାପନ କରାଯାଇଛି। ଏହା ଦ୍ୱାରା ପ୍ରକୃତ କ୍ଷେତ୍ରସ୍ତରୀୟ ତଥ୍ୟ ସଂଗ୍ରହ ଓ ବିଶ୍ଳେଷଣ କରାଯାଇପାରୁଛି । କୃଷି ସମୀକ୍ଷା କେନ୍ଦ୍ରରେ ଏକ…
ଭୁବନେଶ୍ବର: ଖୁବ ଶିଘ୍ର ବିଜେପିରେ ସାମିଲ ହେବେ ସୁପରଷ୍ଟାର ତଥା ବ୍ରହ୍ମପୁର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର। ଏ ନେଇ ରାଜ୍ୟ ରାଜନୀତିରେ ଚାଲିଛି ଚର୍ଚ୍ଚା। ତେବେ ଏ ନେଇ ଉଭୟ ପକ୍ଷରୁ କେହି କୌଣସି ମନ୍ତବ୍ୟ ଦେଇ ନାହାଁନ୍ତି। ତେବେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେପିରେ ମିଶିବା ପରେ ସେ କେତେକ ବିଜେଡି ନେତାଙ୍କୁ ଦଳରେ ସାମିଲ କରାଇବା ପାଇଁ ଚେଷ୍ଠା କରୁଛନ୍ତି। ସିଦ୍ଧାନ୍ତ ମହାପାତ୍ର ବ୍ରହ୍ମପୁର ଲୋକସଭା ଆସନରୁ 2009 ଏବଂ 2014 ରେ ଦୁଇଥର ବିଜେଡିର ସାଂସଦ ଥିଲେ। ଏହାପରେ 2019 ରେ ଦଳ ତାଙ୍କୁ ଆଉ ଟିକେଟ ଦେଇ ନ ଥିଲା। ଏପରିକି ସେ କୌଣସି ଦଳୀୟ କାର୍ଯ୍ୟରେ ମଧ୍ୟ ଦେଖିବାକୁ ମିଳି ନ ଥିଲା। ଦଳ ଏକ ପ୍ରକାରର ତାଙ୍କୁ କଣଠୋସା କରି ରଖିଥିବାର ଜଣାପଡିଛି। ଏପରି ପରିସ୍ଥିତିରେ ସେ ପଦ୍ମ ଧରିବେ ବୋଲି ଆଲୋଚନା ଚାଲିଛି।
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ଭାରତୀୟ ଜନତା ପାର୍ଟି ପ୍ରତି ଦେଶବାସୀ ତଥା ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇ ଚାଲିଛି। ରାଜ୍ୟରେ ଭାରତୀୟ ଜନତା ପାର୍ଟି ହିଁ ଓଡ଼ିଶାରେ ଏକମାତ୍ର ବିକଳ୍ପ। ମୋଦି ସରକାର ଏବଂ ମୋଦି ଗ୍ୟାରେଂଟି ଉପରେ ଓଡିଶାବାସୀଙ୍କ ଆସ୍ଥା ବୃଦ୍ଧି ପାଇଚାଲିଛି। ଆଜିର ଏହି ମିଶ୍ରଣ ପର୍ବ ପାର୍ଟିର ସଂଗଠନକୁ ଆହୁରି ସୁଦୃଢ କରିବ। ଓଡିଶାର ବିକାଶ ପାଇଁ ଆମେ କାର୍ଯ୍ୟ କରିବା ବୋଲି ସଂକଳ୍ପ ନେବା। ମୋଦିଜୀଙ୍କ ହାତମୁଠାକୁ ସୁଦୃଢ଼ କରିବା ପାଇଁ ପ୍ରତ୍ୟେକ ଦିନ ବିଭିନ୍ନ ଦଳ ତଥା ବିଭିନ୍ନ ଅନୁଷ୍ଠାନର ଲୋକ ବିଜେପିରେ ମିଶୁଛନ୍ତି। ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାୟଗଡା ଜିଲ୍ଲା ବିଜେଡି ଉପସଭାପତି ତଥା ପୂର୍ବତନ ଏସଡିସି ଅଧ୍ୟକ୍ଷ ଜଗନ୍ନାଥ ନୁଣ୍ଡୁକା, ପୂର୍ବତନ ସମିତି ସଭ୍ୟ ରବି ନୁଣ୍ଡୁକା, ସୁକଦେବ ବେହେରା, ପୂର୍ବତନ ସରପଂଚ ତଥା ବିଜେଡି ନେତା ବେଣୁଧର…

