Author: Samikhsya Bureau

ଭୁବନେଶ୍ବର: ପୁଣି ଥରେ ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତା 29 ତାରିଖରେ ସେ ତାଙ୍କ ଜିଲ୍ଲା ମୟୁରଭଂଜ ଗସ୍ତରେ ଆସୁଛନ୍ତି ବୋଲି ସୂଚନା ମିଳିଛି। ସେ ମୟୁରଭଂଜର ଆରଧ୍ୟ ଦେବୀ କିଚକେଶ୍ବରୀଙ୍କ ନିକଟରେ ପୂଜା ଅର୍ଚ୍ଚନା କରିବେ ବୋଲି ଜଣାପଡିଛି। ସୂଚନା ଅନୁସାରେ ରାଷ୍ଟ୍ରପତି ସେଦିନ ସକାଳେ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ବରରେ ପହଞ୍ଚିବେ। ସେଠାରୁ ସେ ହେଲିକାପ୍ଟର ଯୋଗେ ମୟୁରଭଂଜ ଯିବେ। ସେଥିପାଇଁ ଶୁକୃଳି ମହାବିଦ୍ୟାଳୟ ପଡିଆରେ ହେଲିପ୍ୟାଡର ବ୍ୟବସ୍ଥା କରାଯାଇଛି। ସେଠାରୁ ସେ କିଚକେଶ୍ବରୀ ମନ୍ଦିର ଯାଇ 30 ମିନିଟ ରହିବେ। ଏ ନେଇ ଜିଲ୍ଲା ପ୍ରଶାସନ ତରଫରୁ ପ୍ରସ୍ତୁତି କରାଯାଉଛ।

Read More

ଭୁବନେଶ୍ବର:  ଅଙ୍ଗଦାନ କରି ଅନ୍ୟର ଜୀବନ ବଞ୍ଚାଉଥିବା ବ୍ୟକ୍ତିଙ୍କ ତ୍ୟାଗ ଓ ସାହସର ସ୍ୱୀକୃତି ସ୍ୱରୂପ ସେମାନଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନର ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି। ଏହା ଦ୍ୱାରା ଅଙ୍ଗଦାନ କ୍ଷେତ୍ରରେ ବ୍ୟାପକ ସଚେତନତା ଆସିବା ସହିତ ଅଙ୍ଗଦାନ କରି ଅନ୍ୟର ଜୀବନ ବଞ୍ଚାଇବା ପାଇଁ ଏହା ସମାଜ କୁ ପ୍ରେରଣା ଦେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ଅଙ୍ଗଦାନ ଏକ ମହତ ଦାନ । ମସ୍ତିଷ୍କ ମୃତ୍ୟୁ ଘଟୁଥିବା ଲୋକଙ୍କ କ୍ଷେତ୍ରରେ ସେମାନଙ୍କ ଆତ୍ମୀୟମାନେ ସାହସିକ ନିଷ୍ପତ୍ତି ନେଇ ଅଙ୍ଗଦାନ ପାଇଁ ସ୍ୱୀକୃତି ପ୍ରଦାନ କରି ଅନ୍ୟମାନଙ୍କ ଜୀବନ ରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ରାଜ୍ୟ ସରକାର ଏହି ଅଙ୍ଗ ପ୍ରତ୍ୟାରୋପଣ ପ୍ରକ୍ରିୟାକୁ ଅଧିକ ସୁଗମ କରିବା ପାଇଁ ୨୦୧୯ ମସିହାରେ State Organ & Tissues Transplant Organization (SOTTO) ପ୍ରତିଷ୍ଠା କରିଛନ୍ତି। ଅଙ୍ଗଦାନକୁ ଉତ୍ସାହିତ…

Read More

ଭୁବନେଶ୍ବର: ଗତ ତିନିଦିନ ଧରି ରାଜ୍ୟ ବିଜେପି ନେତାଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି। ତାହା ହେଲା କୌଣସି ନେତା କେଉଁଠାରେ ମଧ୍ୟ ବିଜେଡି କିମ୍ବା ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବେ ନାହିଁ। ବିଶେଷ କରି ଗଣମାଧ୍ୟମକୁ ସମ୍ମୁଖୀନ ହେଉଥିବା ନେତାଙ୍କୁ ଏହି ତାଗିଦ ଜୋର କରାଯାଇଛି। ଏଥିରେ କୁହାଯାଇଛି ଯେ, ଅଶ୍ବିନୀ ବୈଷ୍ଣବ, ବିଜେଡି ସମର୍ଥନରେ ରାଜ୍ୟସଭାକୁ ଯିବେ। ହେଲେ ଏହି ସମର୍ଥନ ନେଇ କେହି ନବୀନ କିମ୍ବ ବିଜେଡିକୁ ଧନ୍ୟବାଦ ଦେବେ ନାହିଁ। ତେବେ ଏହାର କୌଣସି କାରଣ ନ ଥିଲେ ମଧ୍ୟ ବିଜେପି ବର୍ତ୍ତମାନ ଯେପରି କ୍ଷତିର ସମ୍ମୁଖୀନ ହୋଇଛି ଆଉ ଅଧିକା ନ ହେଉ ସେଥିପାଇଁ ଏପରି ତାଗିଦ କରାଯାଇଛି। ଅଶ୍ବିନୀ ମଙ୍ଗଳବାର ଦିନ ଭୁବନେଶ୍ବରରେ ପହଞ୍ଚିବା ପରେ ସେ ବିମାନ ବନ୍ଦରରେ ଗଣମାଧ୍ୟମକୁ ସାକ୍ଷାତ କରିଥିଲେ। ସେ ବିଜେଡି ସମର୍ଥନ ବିଷୟରେ କିଛି କହି ନ ଥିଲେ। ହେଲେ ସେ ସିଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ…

Read More

କୋଲକାତା: ଜାତୀୟ ସ୍ତରର ପ୍ରତିଷ୍ଠିତ ସାମ୍ବାଦିକା ସାଗରିକା ଘୋଷ ଆଜି ତୃଣମୂଳ କଂଗ୍ରେସେର ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି। ପୂର୍ବରୁ ଦଳ ତାଙ୍କ ନାମ ଘୋଷଣା କରିଥିଲା। ଆଜି ଅନ୍ୟ ରାଜ୍ୟସଭା ପ୍ରାର୍ଥୀଙ୍କ ଗହଣରେ ଯାଇ ସେ ଏହି ନାମାଙ୍କନ ଦାଖଲ କରିଛନ୍ତି। ସଂଖ୍ୟା ଦୃଷ୍ଟିରୁ ସେ ରାଜ୍ୟସଭାକୁ ନିର୍ବାଚିତ ହେବା ନିଶ୍ଚିତ ବୋଲି ଜଣାପଡିଛି। ସାଗରିକା ଘୋଷ ହେଉଛନ୍ତି ଜାତୀୟ ସ୍ତରର ଜଣେ ସାମ୍ବାଦିକା ତଥା ସ୍ତମ୍ଭକାର। ତାଙ୍କର ସ୍ବାମୀ ରାଜଦୀପ ସରଦେଶାଇ ମଧ୍ୟ ଜାତୀୟ ସ୍ତରର ଜଣେ ଜଣାଶୁଣା ସାମ୍ବାଦିକ। ସେ ବର୍ତ୍ତମାନ ଇଣ୍ଡିଆ ଟୁଡେ ରେ କାମ କରୁଛନ୍ତି। ତେବେ ସାଗରିକାଙ୍କୁ ନେଇ ସାମାଜିକ ଗଣମାଧ୍ୟମରେ ବେଶ ଚର୍ଚ୍ଚା ଚାଲିଛି। କାରଣ ସେ ବହୁ ବର୍ଷ ତଳେ ରାଜନୀତିକୁ ଆସିବି ନାହିଁ ବୋଲି କହିଥିଲେ। ବର୍ତ୍ତମାନ ତୃଣମୂଳ କଂଗ୍ରେସରୁ ରାଜ୍ୟସଭାକୁ ଯିବା ନେଇ ଅନେକ ସମାଲୋଚନା କରିବାରେ ଲାଗିଛନ୍ତି।

Read More

ଭୁବନେଶ୍ବର: ବହୁ ବାଦ ବିବାଦ, ବହୁ ଚର୍ଚ୍ଚା ପରେ ଆଜି ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ବିଜେପିର ପ୍ରାର୍ଥୀ ଭାବେ ସେ ଏହି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ଆଜି ସକାଳେ ଅଶ୍ବିନୀ ବିଜେପି ସଭାପତି ମନମୋହନ ସାମଲ, ବିରୋଧୀ ଦଳର ମୁଖ୍ୟସଚେତକ ମୋହନ ମାଝି ଓ ବହୁ ବିଧାୟକ ତାଙ୍କ ସାଥିରେ ଥିଲେ। ସେ ବିଧାନସଭାରେ ରିଟର୍ଣ୍ଣି ଅଫିସରଙ୍କୁ ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ତାଙ୍କ ପ୍ରାର୍ଥୀତ୍ବକୁ ବିଜେଡି ସମର୍ଥନ କରୁଥିଲେ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ ବେଳେ କେହି ତାଙ୍କ ସାଥିରେ ନ ଥିଲେ। ଆଜି ନାମାଙ୍କନ ଦାଖଲର ଶେଷ ତାରିଖ। ଓଡିଶାର ତିନୋଟି ଆସନ ଖାଲି ରହୁଥିବାରୁ ବର୍ତ୍ତମାନ ତିନିଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ତେଣୁ ଏହି ତିନି ନିଶ୍ଚିତ ନିର୍ବାଚିତ ହେବେ।

Read More

ଭୁବନେଶ୍ବର: ବହୁ ଦିନ ପରେ ଆଜି ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆରମ୍ଭ କରିଛି ଚଢାଉ। ଆଜି ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ ସମାଲଙ୍କ ଘରେ ଇଡି ର ଚଢାଉ ଚାଲିଛି। ତାଙ୍କର ଭଦ୍ରକରେ ଥିବା ନିଜ ବାସସ୍ଥାନ ସହିତ ଭଦ୍ରକର ୬ଟି ସ୍ଥାନ ଏବଂ ଭୁବନେଶ୍ୱରର ୪ଟି ସ୍ଥାନରେ ଏବି ଚଢାଉ ଚାଲିଛି। ସେହିପରି ବାରିପଦା ଇଂଜିନିୟରିଂ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କ ଘରେ ମଧ୍ୟ ଚଢାଉ ଚାଲିଥିବାର ଜଣାପଡିଛି। ବାରିପଦା ଇଂଜିନିୟରିଂ କଲେଜ ଜମି ଦୁର୍ନିତି ନେଇ ଏହି ଚଢାଉ କରାଯାଇଥିବାର ଜଣାପଡିଛି। ପୂର୍ବରୁ ଏହି ଜମି ପାଇଁ ପ୍ରାୟ 30 କୋଟି ଟଙ୍କା ଦୁର୍ନିତି ହୋଇଥିବାର ଅଭିଯୋଗ ରହିଛି। କଡା ସୁରକ୍ଷା ଭିତରେ ଏହି ଚଢାଉ ଚାଲିଛି।

Read More

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର କିଛିମାସ ପୂର୍ବରୁ ସୁପ୍ରିମକୋର୍ଟ ୬ ବର୍ଷ ପୁରୁଣା ଇଲେକ୍ଟୋରାଲ ବଣ୍ଡ ଯୋଜନାକୁ ବେଆଇନ ଘୋଷଣା କରିଛନ୍ତି। ଏଥିସହିତ ତୁରନ୍ତ ଏହା ମାଧ୍ୟମରେ ଦାନ ନେବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ବଣ୍ଡର ଗୋପନୀୟତା ବଜାୟ ରଖିବା ଅସାମ୍ବିଧାନିକ ବୋଲି କୋର୍ଟ କହିଛନ୍ତି। ଏହି ଯୋଜନା ସୂଚନା ଅଧିକାରର ଉଲ୍ଲଂଘନ। ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଗୁରୁବାର ଏହି ରାୟ ଶୁଣାଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ୨୦୧୯ରୁ ଆଜି ପର୍ଯ୍ୟନ୍ତ ଇଲେକ୍ଟୋରାଲ ବଣ୍ଡ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ସୂଚନା ଦେବାକୁ ପଡ଼ିବ। ଆୟକର ଆଇନର ଧାରା ୧୩୯ ଦ୍ୱାରା ସଂଶୋଧିତ ଧାରା ୨୯(୧)(ସି)କୁ ଇଲେକ୍ଟୋରାଲ ବଣ୍ଡ ସ୍କିମ୍ ଉଲ୍ଲଂଘନ କରିଛି ଏବଂ ଅର୍ଥ ଆଇନ, ୨୦୧୭ ଦ୍ୱାରା ସଂଶୋଧିତ ଧାରା ୧୩(ବି)ର ଉଲ୍ଲଂଘନ କରିଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଇଲେକ୍ଟୋରାଲ ବଣ୍ଡ ଜାରି କରୁଥିବା ବ୍ୟାଙ୍କ ଅର୍ଥାତ୍ ଷ୍ଟେଟ…

Read More

ଭୁବନେଶ୍ବର: ରାଜ୍ୟରେ ବିଭିନ୍ନ ଆୟୁଷ ଭେଷଜ ମହାବିଦ୍ୟାଳୟ ଗୁଡ଼ିକରେ ଲାଗିରହିଥିବା ବହୁଦିନର ବିଭିନ୍ନ ସମସ୍ୟା ଓ ହାଉସ ସର୍ଜନ ଭତ୍ତା ବୃଦ୍ଧି ପାଇଁ ଗତ କାଲି ଏକ ଆୟୁଷ ଡାକ୍ତର ପ୍ରତିନିଧି ଦଳ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସଚିବ ଶାଳୀନ ପଣ୍ଡିତ ଓ ରାଜ୍ୟ ସରକାର ଙ୍କ ଆୟୁଷ ନିର୍ଦେଶକଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରି ବିଭାଗୀୟ ଅଧିକାରୀ ସହିତ ଆଲୋଚନା କରିଛନ୍ତି। ଆୟୁଷ ଡାକ୍ତର ପ୍ରତିନିଧି ଦଳ ପକ୍ଷରୁ ସ୍ୱାସ୍ଥ୍ୟ ସଚିବ ଙ୍କ ଅନୁପସ୍ଥିତ ରେ ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ ସୁମିତ୍ରା ସେନାପତି ଙ୍କୁ ଦାବୀ ପତ୍ର ପ୍ରଦାନ କରି ବହୁ ଦିନରୁ ଲାଗିରହି ଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ସର୍ବ ଭାରତୀୟ ପରୀକ୍ଷା ନିଟ ମାଧ୍ୟମରେ ରାଙ୍କ କାର୍ଡ ପାଇ ଉତ୍ତୀର୍ଣ୍ଣ ପରେ ଏମ ବି ବି ଏସ, ବି ଡ଼ି ଏସ, ବି ଏଚ ଏମ ଏସ ଓ ବି ଏମ ଏସ ଏଚ…

Read More

ଭୁବନେଶ୍ବର: ଗତକାଲି ସଂଧ୍ୟାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସାକ୍ଷାତ କରିଛନ୍ତି ବିଜେପି ସଭାପତି ମନମୋହନ ସାମଲ। ଭୁବନେଶ୍ବରସ୍ଥିତ ପ୍ରଦୀପଙ୍କ ସରକାରୀ ବାସଭବନରେ ମନମୋହନ ସାକ୍ଷାତ କରିଛନ୍ତି। ତେବେ ଏହି ସାକ୍ଷାତକୁ ନେଇ ମନମୋହନ କହିଛନ୍ତି ଯେ, ଅଶ୍ବିନୀ ବୈଷ୍ଣବଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କରିବାକୁ ଆସିଥିଲେ। ହେଲେ ପ୍ରଦୀପ ପରୋକ୍ଷରେ ବିଜେପିରେ ମିଶୁଛନ୍ତି ବୋଲି ଇସାରା ଦେଇଥିଲେ। ସେ କହିଥିଲେ ଯେ, ଲୋକେ ସବୁଜ ରଂଗ ଦେଖିଲେଣି, ଧଳ ମଧ୍ୟ ଦେଖିସାରିଛନ୍ତି। ଏବେ ଗେରୁଆ ଦେଖିବା ପାଇଁ ଲୋକଙ୍କର ଆଗ୍ରହ ଅଛି। ସେହିପରି ସେ କହିଛନ୍ତି ଯେ, ବହୁ ବର୍ଷ ହେଲା ବିଜେଡି ବିଜେପି ପାଖରେ ସମର୍ପିତ ହୋଇଯାଇଛି। ଏହି କାରଣରୁ ବିଜେପିକୁ ବିଜେଡି ସମର୍ଥନ ଦେବାକୁ ବାଧ୍ୟ ବୋଲି ପ୍ରଦୀପ କହିଛନ୍ତି।

Read More

ଭୁବନେଶ୍ଵର: ଏବେ ନିର୍ବାଚନୀ ମାହୋଲ ତିଆରି ହେଲାଣି। ଗାଁ ଗାଁରେ ବିଭିନ୍ନ ଦଳର ନେତା ବୁଲୁଛନ୍ତି। ସେମାନଙ୍କୁ ଦାବିପତ୍ର ଦେଇ ଦେଖନ୍ତୁ। କେତେ ଦିନରେ ସେମାନେ ଦାବି ପୂରଣ କରୁଛନ୍ତି। କେତେ ଦିନରେ ଦରଖାସ୍ତର ସମାଦାନ ହେଉଛି। ବିରୋଧୀ ଦଳର ନେତାମାନଙ୍କ ସମ୍ପର୍କରେ ଏମିତି ତୀର୍ଯ୍ୟକ ମନ୍ତବ୍ୟ ଦେଇଛନ୍ତି ଫାଇଭ-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଆଜି ଭିସି ମାଧ୍ୟମରେ ସମ୍ବଲପୁର ଜିଲ୍ଲାର ଲୋକଙ୍କ ସହ କଥା ହେବା ସହ ବିଭିନ୍ନ ପ୍ରକଳ୍ପ ପାଇଁ ମଂଜୁରୀପତ୍ର ବଣ୍ଟନ ପର୍ବରେ ଯୋଗ ଦେଇଥିଲେ କାର୍ତ୍ତିକ ପାଣ୍ଡିଆନ। ନିକଟରେ ସେ ସମ୍ବଲପୁର ଗସ୍ତ ବେଳେ ଲୋକଙ୍କ ଠାରୁ ସଂଗ୍ରହ କରିଥିବା ଦରଖାସ୍ତ ଭିତ୍ତିରେ ବିଭିନ୍ନ ପ୍ରକଳ୍ପକୁ ଆଜି ମଂଜୁରୀପତ୍ର ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ସହାୟତା ଯୋଜନା ଆନୁକୂଲ୍ୟରେ ୫୮ କୋଟି ବ୍ୟୟ ଅଟକଳର ୧୩୪୭ଟି ପ୍ରକଳ୍ପ ପାଇଁ ମଂଜୁରୀପତ୍ର ଆଜି ପ୍ରଦାନ କରାଯାଇଛି। ଏଥିପାଇଁ ସମ୍ବଲପୁର ଜିଲ୍ଲାର ଚାରୋଟି ସ୍ଥାନ-…

Read More

ଭୁବନେଶ୍ୱର: ଗଂଜାମର ଶେରଗଡ ଓ ଶୀତଳାପଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ବିକାଶ ମୂଳକ ଯୋଜନାର ଶୁଭ ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଫାଇଭ-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସମବେତ ଜନସାଧାରଣଙ୍କୁ ୭ଟି ପ୍ରଶ୍ନ ପଚାରିଥିଲେ। ଏହି ୭ ଟି ପ୍ରଶ୍ନରେ ହିଁ ଓଡିଶାର ଜନସାଧାରଣଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭଲ ପାଇବା ସ୍ପଷ୍ଟ ବାରି ହୋଇ ପଡୁଛି। ଏ ସରକାର ଯେ, ଲୋକଙ୍କ ସରକାର ତାହା ମଧ୍ୟ ଏଇ ପ୍ରଶ୍ନର ଉତ୍ତରରୁ ସ୍ପଷ୍ଟ ପ୍ରମାଣିତ ହେଉଛି। ଶେରଗଡ ଓ ଶିତଳାପଲ୍ଲୀରେ ଆୟୋଜିତ ସାଧାରଣ ସଭାରେ ଫାଇଭଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ପଚାରି ଥିଲେ ଯେ, ଗର୍ଭବତୀ ମହିଳାଙ୍କ ପାଇଁ କେଉଁ ଯୋଜନା ମୁଖ୍ୟମନ୍ତ୍ରୀ ଆରମ୍ଭ କରିଛନ୍ତି ଓ ଏହି ଯୋଜନାରେ ଦିଆଯାଉଥିବା ସହାୟତା ରାଶି କେତେ ?ସମବେତ ଜନତା ଏହାର ଉତ୍ତରରେ କହିଥିଲେ ଯେ, ପୂର୍ବରୁ ମମତା ଯୋଜନାରେ ଗର୍ଭବତୀ ମହିଳାଙ୍କୁ ୫ ହଜାର…

Read More

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିବା ସହିତ ଅନେକ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ ହିଞ୍ଜିଳି-ଶେରଗଡ଼ ଯାଇ ସେଠାରେ ୧୮୧.୭୮ କୋଟି ଟଙ୍କା ବିନିଯୋଗରେ ନିର୍ମିତ ୭ଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିବା ସହିତ ୧୩୬.୭୮ କୋଟି ଟଙ୍କାର ୮ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପରେ ଶୀତଳାପଲ୍ଲୀଠାରେ ୬୩୯.୮୧ କୋଟି ଟଙ୍କା ମୂଲ୍ୟର ୨୪ ଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିବା ସହିତ ୨୯୯୪ କୋଟି ଟଙ୍କାର ୫୪ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଶେରଗଡ଼ଠାରେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆପଣମାନଙ୍କ ସହଯୋଗରେ ହିଞ୍ଜିଳି-ଶେରଗଡ଼ ଦେଶର ଶ୍ରେଷ୍ଠ ବ୍ଲକ୍ ଭାବେ ପରିଚୟ ପାଇଛି ଏବଂ ଏହି ନିର୍ବାଚନ ମଣ୍ଡଳୀ ଏକ ଆଦର୍ଶ ନିର୍ବାଚନ ମଣ୍ଡଳୀରେ ମଧ୍ୟ ପରିଣତ…

Read More

ଭୁବନେଶ୍ବର: ରାଷ୍ଟ୍ରୀୟ ବିଜେପି ସଭାପତି ଜେ ପି ନଡ୍ଡାଙ୍କ ଅନୁମୋଦନ କ୍ରମେ ଆଜି ଓଡିଶା ବିଜେପିର ଚାରୋଟି କମିଟ ଗଠନ ହୋଇଛି। ସେଗୁଡିକ ହେଲା କୋର କମିଟ, ନିର୍ବାଚନ କମିଟ, ଅର୍ଥ କମିଟ ଏବଂ ଶୃଙ୍ଖଳା କମିଟ। କୋର କମିଟରେ ସଭାପତି ମନମୋହନ ସାମଲ ମୁଖ୍ୟ ଥିବା ବେଳେ ଯେଉଁମାନେ ଅଛନ୍ତି ସେମାନେ ହେଲେ ସେହିପରି ନିର୍ବାଚନ କମିଟରେ ଅଛନ୍ତି 15 ଜଣ ସଦସ୍ୟ। ଏଥିରେ ତିନିଜଣଙ୍କୁ ସ୍ବତନ୍ତ୍ର ନିମନ୍ତ୍ରିତ ଭାବେ ମଧ୍ୟ ନିଆଯାଇଛି। ସେମାନେ ହେଲେ କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲଙ୍କ ସହିତ ଆଉ ଦୁଇ ନିର୍ବାଚନ ପ୍ରଭାରୀ। ତେବେ ଏହି କମିଟରେ ମଧ୍ୟ ରାଜ୍ୟ ସଭାପତି ମୁଖ୍ୟ ଅଛନ୍ତି। ଅନ୍ୟ ଯେଉଁମାନେ ଅଛନ୍ତି ସେମାନେ ହେଲ.. ନିର୍ବାଚନ ଖର୍ଚ୍ଚ ପରିଚାଳନା ପାଇଁ ବିଜେପି ଗଠନ କରିଛି ଅର୍ଥ କମିଟ। ଏହି କମିଟର ମୁଖ୍ୟ ଅଛନ୍ତି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା। ଏଥିସହିତ ଅନ୍ୟ ଯେଉଁମାନେ ଅଛନ୍ତି ସେମାନେ…

Read More

ଭୁବନେଶ୍ବର: ରାଜ୍ୟର ବରିଷ୍ଠ ବୁଣାକାର ଓ ହସ୍ତ ଶିଳ୍ପ କାରିଗର ମାନଙ୍କ ପାଇଁ ଖୁସି ଖବର। ସେମାନଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ନୂଆ ଯୋଜନା । ‘ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା’। ଏହି ଯୋଜନାରେ ୪୦ ବର୍ଷରୁ ୮୦ ବର୍ଷ ବୟସ ମଧ୍ୟରେ ଥିବା ମହିଳା ବୁଣାକାର ଓ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଏବଂ ହସ୍ତଶିଳ୍ପ କାରିଗର, ଏବଂ ୫୦ ରୁ ୮୦ ବର୍ଷ ବୟସ ମଧ୍ୟରେ ଥିବା ପୁରୁଷ ବୁଣାକାର ଓ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଏବଂ ହସ୍ତଶିଳ୍ପ କାରିଗର ମାନଙ୍କୁ ମାସିକ ୨୦୦୦ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ୮୦ ବର୍ଷରୁ ଉର୍ଦ୍ଧ୍ବ ବରିଷ୍ଠ ବୁଣାକାର ଓ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଏବଂ ବରିଷ୍ଠ ହସ୍ତଶିଳ୍ପ କାରିଗରମାନଙ୍କୁ (ଉଭୟ ମହିଳା ଓ ପୁରୁଷ) ମାସିକ ୨୫୦୦ ଟଙ୍କାର ଆର୍ଥିକ…

Read More

ଭୁବନେଶ୍ୱର: ନବୀନ ସରକାର ଗତ ୨୪ ବର୍ଷ ଧରି ଓଡ଼ିଶାରେ ମହିଳାଙ୍କ ବିକାଶ ଓ ସଶକ୍ତୀକରଣ ପାଇଁ ସବୁବେଳେ କଠିନ ପରିଶ୍ରମ କରିଛନ୍ତି । ମିଶନ ଶକ୍ତି ମାଧ୍ୟମରେ ୬ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ୭୦ ଲକ୍ଷ ମହିଳାଙ୍କୁ ସଶକ୍ତ କରାଯାଇଛି। ମମତା ଯୋଜନାରେ ୬୦ ଲକ୍ଷରୁ ଅଧିକ ଗର୍ଭବତୀ ମହିଳା ଓ ମା’ ଉପକୃତ ହୋଇଥିବା ବେଳେ ବିଜେଡି ସରକାର ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏପର୍ଯ୍ୟନ୍ତ ପ୍ରାୟ ୨୯୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ ଓ ସୋଫିଆ ଆଲାମ। ଶ୍ରୀମତୀ ସାହୁ ଓ ଶ୍ରୀମତୀ ଆଲାମ ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଓଡ଼ିଶାର କୋଟି କୋଟି ମହିଳାଙ୍କ ସଶକ୍ତୀକରଣକୁ ନେଇ ଏଭଳି ଏକ ଐତିହାସିକ ନିଷ୍ପତ୍ତି ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଥିବା ସରକାର ମମତା ଯୋଜନା ସହାୟତାକୁ ୫…

Read More

ଭୁବନେଶ୍ବର: ଆମର ଲୋକକଳା ଆମର ଅସ୍ମିତା ଏବଂ କଳାକାର ମାନେ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। କଳାକାର ମାନଙ୍କ ହିତକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି “ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା”ରେ କଳାକାର ମାନଙ୍କ ସହାୟତା ରାଶି ବୃଦ୍ଧି ଘୋଷଣା କରିଛନ୍ତି। ଏହି ନୂଆ ଘୋଷଣା ଅନୁଯାୟୀ, ଏହି ଯୋଜନାର ହିତାଧିକାରୀ ମାନେ ଏବେ ମାସକୁ ୧୨୦୦ ପରିବର୍ତ୍ତେ ୨୦୦୦ ଟଙ୍କା ସହାୟତା ପାଇବେ। ୮୦ ବର୍ଷରୁ ଉର୍ଦ୍ଧ କଳାକାର ମାସକୁ ୨୫୦୦ ଟଙ୍କା ସହାୟତା ପାଇବେ। ଏହାଦ୍ବାରା ରାଜ୍ୟର ୮୦ ହଜାର କଳାକାର ଉପକାର ପାଇବେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲାଗସ୍ତ ସମୟରେ କଳାକାରମାନେ ସହାୟତା ରାଶି ବୃଦ୍ଧି ନିମିତ୍ତ ଅନୁରୋଧ କରିଥିଲେ ଏବଂ ସେମାନଙ୍କର ସଂଗଠନ ମାନେ ଦାବି ଉପସ୍ଥାପନ କରିଥିଲେ। ଏହା…

Read More

ଭୁବନେଶ୍ବର: ବିଜେଡି ସମର୍ଥନରେ ବିଜେପିର ଅଶ୍ବିନୀ ବୈଷ୍ଣବ ରାଜ୍ୟସଭାକୁ ପୁଣି ଯିବେ। ଏହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ହଟଚମଟ ଲାଗି ରହିଛି। ଏଥିରେ କେଉଁଦଳର କ୍ଷତି ହେବ କାହାର ଲାଭ ହେବ ଚାଲିଛି ହିସାବ ନିକାସ। ତେବେ ଏହି ଘଟଣା ପରେ ରାଜ୍ୟ ବିଜେପି ସଭାପତି କହିଛନ୍ତି ଯେ, ଆମେ କାହାର ସମର୍ଥନ ମାଗି ନାହୁଁ। ଯଦି ନିର୍ବାଚନରେ କେହି ସମର୍ଥନ ଦେଲା ଭଲ କଥା। ସେ ଆହୁରି କହିଥିଲେ ଯେ, ଆମେ ମୁଖ୍ୟ ବିରୋଧୀ ଦଳ ଭାବେ ରାଜ୍ୟସଭା ପାଇଁ ପ୍ରାର୍ଥୀ ଦେଇଛୁ। ଆଉ ଯଦି କେହି ପ୍ରାର୍ଥୀ ଦେବ ସେଥିରେ କାହାର କିଛି କହିବାର ନାହିଁ। ନିର୍ବାଚନରେ ଛିଡା ହେଲେ ସମସ୍ତଙ୍କର ସମର୍ଥନ ଆବଶ୍ୟକ। ସେହି ଆଶା କରି ବିଜେପି ପ୍ରାର୍ଥୀ ଦେଇଛି। ଆସନ୍ତାକାଲି ଆମେ ନାମାଙ୍କନ ପତ୍ର ଦାଖଲ କରିବୁ। ତେବେ ଆଗାମୀ ଦିନରେ ବିଜେଡି ବିଜେପି ମେଣ୍ଟ ହେବ କି କଣ ପଚାରା ଯିବାରୁ…

Read More

ବ୍ରହ୍ମପୁର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଂଜାମର ଶେରଗଡ ପଞ୍ଚାୟତକୁ ଏନଏସି ଘୋଷଣା କରିଛନ୍ତି। ଖୁବ ଶିଘ୍ର ସେ ନେଇ କାର୍ଯ୍ୟ ହେବ ବୋଲି ନବୀନ କହିଛନ୍ତି। ଆଜି ନବୀନ ଶେରଗଡ ଗସ୍ତରେ ଯାଇ ଏହି ଘୋଷଣା କରିଛନ୍ତି। ଏଥିସହିତ ଗଂଜାମ ଜିଲ୍ଲା ପାଇଁ ପ୍ରାୟ ତିନି ଶହ କୋଟି ଟଙ୍କାର ପ୍ରକଳ୍ପକୁ ଉଦଘାଟନ କରିଛନ୍ତି। ସେହିପରି ଗଂଜାମ ଜିଲ୍ଲାକୁ ଆସନ୍ତା 21 ତାରିଖରୁ ଲକ୍ଷ୍ମୀ ବସ ସେବା ଶୁଭାରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Read More

ଭୁବନେଶ୍ବର: ରାଜ୍ୟସଭା ପ୍ରାର୍ଥୀ ଭାବେ ଅଶ୍ବିନୀ ବୈଷ୍ଣବଙ୍କ ନାମ ବିଜେପି ଘୋଷଣା କରିବା ପରେ ବିଜେଡି ତାହାକୁ ସମର୍ଥନ କରିଛି। ଆଜି ଦଳ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ରାଜ୍ୟସଭା ପ୍ରାର୍ଥୀତ୍ବକୁ ବିଜେଡି ସମର୍ଥନ କରୁଛି। ପୂର୍ବରୁ ଏହି ଆଶଙ୍କା ସୃଷ୍ଟି ହୋଇଥିଲା। କାରଣ ବିଜେଡି ତିନୋଟି ରାଜ୍ୟସଭା ଆସନରେ ଜିତିବାକୁ ଥିଲେ ମଧ୍ୟ ଦୁଇଟି ଆସନରେ ପ୍ରାର୍ଥୀ ଦେଇଥିଲା। ଫଳରେ ଅନ୍ୟ ଆସନଟି ପୂର୍ବପରି ଅଶ୍ବିନୀ ବୈଷ୍ଣବଙ୍କୁ ଦିଆଯିବ ବୋଲି ଚର୍ଚ୍ଚା ଚାଲିଥିଲା। ଯାହା ସତ ବୋଲି ପ୍ରମାଣିତ ହୋଇଛି।

Read More

ଭୁବନେଶ୍ବର: ଶେଷରେ ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟିଛି। କେନ୍ଦ୍ରୀୟ ବିଜେପି ଅଶ୍ବିନୀ ବୈଷ୍ଣବଙ୍କୁ ଓଡିଶା ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଛି। ଆଜି ଦିଲ୍ଲୀ ବିଜେପି କାର୍ଯ୍ୟାଳୟରୁ ପ୍ରକାଶିତ ରାଜ୍ୟସଭା ପ୍ରାର୍ଥୀ ତାଲିକାରେ ଓଡିଶାରୁ ଅଶ୍ବିନୀ ବୈଷ୍ଣବଙ୍କ ନାମ ରହିଛି। ପୂର୍ବରୁ ବିଜେଡି ଏହି ଆସନଟି ବୈଷ୍ଣବଙ୍କୁ ଦେବା ପାଇଁ ଖାଲି ରଖିଥିଲା। କୌଣସି ପ୍ରାର୍ଥୀଙ୍କ ନାମ ଘୋଷଣା କର ନ ଥିଲା। ଫଳରେ ସମସ୍ତେ ଆଶା କରୁଥିଲେ ଯେ, ବୈଷ୍ଣବ ପୁଣି ଥରେ ଓଡିଶାରୁ ରାଜ୍ୟସଭା ଯିବେ। ସେ ଚର୍ଚ୍ଚା ବର୍ତ୍ତମାନ ସତ ହୋଇଛି। ଆଜି ବୈଷ୍ଣବ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିବେ।

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି, କଟକ, ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲା ପାଇଁ ବିଭିନ୍ନ ଜଳସେଚନ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ପ୍ରକଳ୍ପ ଗୁଡିକ ହେଲା- କଳାହାଣ୍ଡି ଜିଲ୍ଲାର ସାନ୍ଦୁଲ ବ୍ୟାରେଜ, ଅନୁଗୋଳ ଜିଲ୍ଲାର ମନଯୋର ଜଳସେଚନ ପ୍ରକଳ୍ପ ଏବଂ ରେଙ୍ଗାଳି ଡ୍ୟାମ ଓ ସମଲ ବ୍ୟାରେଜ କେନାଲ ସିଷ୍ଟମ। ଏହି ପ୍ରକଳ୍ପ ଗୁଡିକ ମାଧ୍ୟମରେ କଳାହାଣ୍ଡି, କଟକ, ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ଚାଷ ଜମିକୁ ଜଳସେଚନ ସୁବିଧା ଉପଲବ୍ଧ ହେବ। ୩୨ ହଜାର ଏକରରୁ ଅଧିକ ଜମିକୁ ପାଣି ମିଳିବ। ସୂଚନାଯୋଗ୍ୟ ଯେ ରେଙ୍ଗାଳି ଡ୍ୟାମ ଓ ସମଲ ବ୍ୟାରେଜର କେନାଲ ପ୍ରଣାଳୀ କାମ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯାଉଛି। ବର୍ତ୍ତମାନ ଏହାର ୨୭.୫ କିମି ଦର୍ପଣି ବ୍ରାଞ୍ଚ କେନାଲ ଓ ୧୯.୫ କିମି ନରସିଂହପୁର ବ୍ରାଞ୍ଚ କାମ ସମ୍ପୁର୍ଣ୍ଣ ହୋଇଛି ଏବଂ ଏହାର ଭୂତଳ ପାଇପଲାଇନ କାମ ମଧ୍ୟ ସରିଛି। ଏହା…

Read More