Author: Samikhsya Bureau

ବଲିଉଡ୍‌ ଅଭିନେତ୍ରୀ ମୟୁରୀ କାଙ୍ଗୋ ଗୁଗୁଲ୍‌ ଇଣ୍ଡିଆର ଏଜେନ୍ସି ମୁଖ୍ୟ ଭାବରେ ଯୋଗ ଦେଇଛନ୍ତି। ଗୁଗୁଲ୍‌ରେ ଯୋଗ ଦେବା ପୂର୍ବରୁ ଏହି ଅଭିନେତ୍ରୀ ଜଣକ ପର୍ଫରମିକ୍ସରେ ପରିଚାଳନା ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ। ଏହା ପରେ ଡିଜିଟାସ୍‌ ସହିତ ସହକାରୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିବା ପରେ ମେଡିଆ ଆଣ୍ଡ ଜେନିଥ୍‌ରେ ମୁଖ୍ୟ ଡିଜିଉଟାଲ ଅଫିସର ଭାବରେ କାର୍ଯ୍ୟ କରିଥିଲେ। ୨୦୦୪ ରୁ ୨୦୧୨ ପର୍ଯ୍ୟନ୍ତ ଆମେରିକାରେ ଅବସ୍ଥାନ କରିଥିବା ମୟୁରୀ ନ୍ୟୁୟର୍କର ବାରୁକ୍‌- ଜିକ୍‌ଲିନ୍‌ ସ୍କୁଲ ଅଫ୍‌ ବିଜିନେସ୍‌ରୁ ନିଜର ଏମ୍‌ବିଏ ଡିଗ୍ରୀ ହାସଲ କରିଛନ୍ତି। ୧୯୯୫ରେ ଜାତୀୟ ପୁରସ୍କାର ପ୍ରାପ୍ତ ଫିଲ୍ମ ନସୀମ୍‌ରେ ଅଭିନୟ କରିବା ପାଇଁ ମୟୁରୀ ଆଇଆଇଟି କାନପୁର ଛାଡିଥିଲେ। ନିଜ କ୍ୟାରିୟରରେ ଅଜୟ ଦେବଗନ ଏବଂ ବବି ଦେଓଲଙ୍କ ସହିତ କାମ କରିଥିବା ଏହି ଅଭିନେତ୍ରୀ ୨୦୦୩ରେ ଆଦିତ୍ୟ ଧିଲୋନ୍‌ଙ୍କୁ ବିବାହ କରିବା ପରେ ନିଜର ଏମ୍‌ବିଏ ପୂରଣ କରିଥିଲେ।

Read More

ରିଲାଏନ୍ସ  ଇଣ୍ଡଷ୍ଟ୍ରିଜ୍‌ର ସହଯୋଗୀ କମ୍ପାନୀ ରିଲାଏନ୍ସ ଜିଓ ହାପ୍‌ଟିକ୍‌ର ୮୭ ପ୍ରତିଶତ ଅଂଶଧନ କ୍ରୟ କରିଛି। ୭୦୦ କୋଟି ମୂଲ୍ୟରେ କମ୍ପାନୀ ଏହି ୮୭ ପ୍ରତିଶତ ଅଂଶଧନ କିଣିଥିବା ବେଳେ ପ୍ରାରମ୍ଭିକ ଭାବରେ ହାପ୍‌ଟିକକୁ ୨୩୦ କୋଟି ପ୍ରଦାନ କରିଛି ଜିଓ। ବଳକା ୪୭୦ କୋଟିର ଅର୍ଥରାଶି ଆସନ୍ତା ୫ ବର୍ଷ ମଧ୍ୟରେ ପ୍ରଦାନ କରାଯିବ ବୋଲି ଜଣାପଡିଛି। କମ୍ପାନୀର ବଳକା ୧୩ ପ୍ରତିଶତ ଅଂଶଧନ କମ୍ପାନୀର ପ୍ରତିଷ୍ଠାତା ଅକ୍ରିତ୍‌ ବୈଶ ଏବଂ କିଛି କର୍ମଚାରୀଙ୍କ ନିକଟରେ ରହିବ। ଏହି କମ୍ପାନୀ ଅଧିଗ୍ରହଣ ପରେ ଖୁବ୍‌ଶୀଘ୍ର ଜିଓ ନିଜର ସ୍ବତନ୍ତ୍ର ଆପ୍‌ର ଲଞ୍ଚ କରିବ ବୋଲି ଜିଓର ନିର୍ଦ୍ଦେଶକ ଆକାଶ ଅମ୍ବାନୀ କହିଛନ୍ତି। ସ୍ବଦେଶୀ  ବୈଷୟିକ କୌଶଳ ବ୍ୟବହାର କରି ଆମାଜନ୍‌ର ଆଲେକ୍ସା କିମ୍ବା ଆପଲ୍‌ର ସିରି ପରି ଏହି ଆପ୍‌ ହେବ ଯେଉଁଥିରେ କି ବିଭିନ୍ନ ଭାରତୀୟ ଭାଷା ଅନ୍ତର୍ଭୁକ୍ତ ରହିବ ବୋଲି ଶ୍ରୀ ଅମ୍ବାନୀ ପ୍ରକାଶ କରିଛନ୍ତି। ବିଗତ…

Read More

ପିପିଲି, ଖୋର୍ଦ୍ଧା ଓ ଖଣ୍ଡପଡ଼ା ଆସନ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ପିପିଲି ପାଇଁ ଦଳ ପକ୍ଷରୁ ଅଜିତ ମଙ୍ଗରାଜ ପ୍ରାର୍ଥୀ ହୋଇଥିବା ବେଳେ ଖୋର୍ଦ୍ଧା ପାଇଁ ସ୍ବାଗତିକା ପଟ୍ଟନାୟକ, ଖଣ୍ଡପଡ଼ା ପାଇଁ ବସନ୍ତ କୁମାର ମହାରଣା ପ୍ରାର୍ଥୀ ହୋଇଛନ୍ତି। ପୂର୍ବରୁ ପିପିଲି ବିଧାନସଭା ଆସନ ପାଇଁ ଦଳ ପକ୍ଷରୁ ଯୁଧିଷ୍ଠିର ସାମନ୍ତରାୟଙ୍କ ନାମ ଘୋଷଣା କରାଯାଇଥିଲା। ମାତ୍ର ବୁଧବାର ଦିନ ସନ୍ଧ୍ୟାରେ ନିର୍ବାଚନ ଲଢିବେ ନାହିଁ ବୋଲି ଶ୍ରୀ ସାମନ୍ତରାୟ ସ୍ପଷ୍ଟ କରିବା ପରେ ଦଳ ପକ୍ଷରୁ ଅଜିତ  ମଙ୍ଗରାଜଙ୍କୁ ପ୍ରାର୍ଥୀ କରାଯାଇଛି। ଏନେଇ କଂଗ୍ରେସ ପକ୍ଷରୁ ବିଧିବଦ୍ଧ ଭାବରେ ଘୋଷଣା କରାଯାଇନଥିଲେ ମଧ୍ୟ ଉଭୟଙ୍କୁ ଟିକଟ ଦିଆଯାଇଥିବା ନେଇ ପିସିସି ପକ୍ଷରୁ ପ୍ରକାଶ କରାଯାଇଛି ।

Read More

ଭେନେଜୁଏଲାର ବିପକ୍ଷ ଦଳର ମୁଖ୍ୟ ନେତା  ଜୁଆନ୍‌ ଗୁଆଡିଓଙ୍କ ବିପକ୍ଷରେ ଅପରାଧିକ ମାମଲା ରୁଜୁ କରାଯାଇଛି। ଦେଶର ସର୍ବୋଚ୍ଚ କୋର୍ଟରେ ଗୁଆଡିଓଙ୍କ ବିପକ୍ଷରେ ଏହି ମାମଲା ଚାଲିବ ବୋଲି ଜଣାପଡିଛି। ରହିଥିବା ପ୍ରମାଣ ଅନୁଯାୟୀ ଗୁଆଡିଓଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଦେଶଦ୍ରୋହ ଅଭିଯୋଗରେ ଏହି ମାମଲା ରୁଜୁ କରାଯାଇଥିବା ବେଳେ ଆଇନ୍‌ ବ୍ୟବସ୍ଥା ଅନୁଯାୟୀ ଗୁଆଡିଓଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାରୀ ଦଳର ମୁଖ୍ୟ ଜୁଲିଓ ଗାର୍ସିଆ ଜେର୍ପା କହିଛନ୍ତି। ଗୁଆଡିଓ ଯଦି ଏହି ମାମଲାରେ ସମ୍ପୃକ୍ତ ଥାନ୍ତି ତେବେ ନିଜ କର୍ମର ଦଣ୍ଡ ତାଙ୍କୁ ଭୋଗିବାକୁ ପଡିବ ବୋଲି ବିପକ୍ଷ ଦଳର ଅନ୍ୟତମ ସଦସ୍ୟ ଦିଓସାଡୋ କାବେଲୋ ପ୍ରକାଶ କରିଛନ୍ତି।

Read More

ବିଜେଡି ପକ୍ଷରୁ ଚମ୍ପୁଆ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ମୀନାକ୍ଷୀ ମହାନ୍ତଙ୍କୁ ଦଳ ତରଫରୁ ପ୍ରାର୍ଥୀ କରାଯାଇଛି। ଚଳିତ ନିର୍ବାଚନରେ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିବ। ଚମ୍ପୁଆରେ ବିଜେପି ପକ୍ଷରୁ  ମୁରଲୀ ଶର୍ମା ପ୍ରାର୍ଥୀ ହୋଇଥିବା ବେଳେ ଯଦୁମଣୀ ବାରିକ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି। ଏହା ସହିତ ବିଜେଡି ବର୍ତ୍ତମାନ ସୁଦ୍ଧା ୧୪୫ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ କେବଳ ବାରିପଦା ଏବଂ କେନ୍ଦ୍ରାପଡା ଆସନ ପାଇଁ ଘୋଷଣା ବାକି ରହିଛି।

Read More

ବିଜେପି ସାଂସଦ ପରେଶ ରାଓ୍ବଲଙ୍କ ସ୍ଥାନରେ ପଟିଦାର ନେତା ହସ୍‌ମୁଖ୍‌ ଏସ୍‌ ପଟେଲଙ୍କୁ ପ୍ରାର୍ଥୀ କରିଛି। ପୂର୍ବ ଅହମ୍ମଦାବାଦ ଅଞ୍ଚଳରୁ ସାଂସଦ ରହିଥିବା ରାଓ୍ବଲଙ୍କ ସ୍ଥାନରେ ପଟେଲ ପ୍ରାର୍ଥୀ ହୋଇଥିବା ନେଇ ବିଜେପିର ବରିଷ୍ଠ ନେତା ଜେପି ନଡ୍ଡା ସୂଚନା ଦେଇଛନ୍ତି। ପୂର୍ବ ନିର୍ବାଚନରେ ବିଜୟ ଲାଭ କରିଥିବା ରାଓ୍ବଲ୍‌ ପୂର୍ବ ସପ୍ତାହରେ ନିର୍ବାଚନରେ ଅଂଶଗ୍ରହଣ କରିବା ନେଇ ମନା କରିଦେଇଥିଲେ। ପ୍ରାର୍ଥୀ ଘୋଷଣା ହେବାର କିଛି ସମୟ ପୂର୍ବରୁ ରାଓ୍ବଲ୍‌ ଟ୍ବିଟ୍‌ କରି କହିଛନ୍ତି କି, ମୁଁ ସଦାସର୍ବଦା ମୋଦିଙ୍କ ସମର୍ଥକ ହାେଇ ରହିବି ମାତ୍ର ମୁଁ ନିର୍ବାଚନରେ ଅଂଶଗ୍ରହଣ କରିବି ନାହିଁ ବୋଲି ପୂର୍ବରୁ ଦଳକୁ ଜଣାଇ ସାରିଥିଲି। ପୂର୍ବରୁ ଏହି ଆସନରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରତିଦ୍ବନ୍ଦିତା କରିବେ ବୋଲି କୁହାଯାଉଥିଲା ମାତ୍ର ସେ ଅଗ୍ରାହ୍ୟ କରିବା ପରେ ହସମୁଖ ପଟେଲଙ୍କୁ ଟିକଟ ମିଳିଛି। ଚଳିତ ବର୍ଷ ପୂର୍ବ ଅହମ୍ମଦାବାଦରେ ଦୁଇ ପଟିଦାର ନେତାଙ୍କ ମଧ୍ୟରେ…

Read More

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନିର୍ବାଚନ କମିଶନଙ୍କ ତରଫରୁ ନୋଟିସ ଜାରି କରାଯାଇଛି। ଏକ ନିର୍ବାଚନୀ ରାଲିରେ ଭାରତୀୟ ସେନାକୁ ମୋଦିଜୀଙ୍କ ସେନା ବୋଲି ସମ୍ବୋଧନ କରିବା ପରେ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ ଆଣିଥିଲେ ପୂର୍ବତନ ନୌସେନା ମୁଖ୍ୟ ଆଡମିରାଲ୍‌ ଏଲ୍‌ ରାମଦାସ। ଏହି ଅଭିଯୋଗ ଅନୁଯାୟୀ ଯୋଗୀଙ୍କୁ ନିର୍ବାଚନ କମିଶନ ନୋଟିସ୍‌ ଜାରି କରିଛନ୍ତି। ଏପ୍ରିଲ୍‌ ୫ ତାରିଖ ସୁଦ୍ଧା ଯୋଗୀଙ୍କୁ ନିଜର ଉତ୍ତର ରଖିବା ନିମନ୍ତେ ନିର୍ଦ୍ଦେଷ ଦେଇଛନ୍ତି। ସୂଚନାଯୋଗ୍ୟ ଯ, ଗାଜିଆବାଦରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବା ଅବସରରେ ଯୋଗୀ ଆଦିତ୍ୟନାଥ କହିଥିଲେ, କଂଗ୍ରେସ ଲୋକ ମାନେ ଆତଙ୍କବାଦୀଙ୍କୁ ବିରିୟାନୀ ଖାଇବାକୁ ଦେଉଥିଲେ। ମାତ୍ର ମୋଦିଙ୍କ ସେନା ଆତଙ୍କୀଙ୍କୁ ଗୁଳି ଏବଂ ବୋମା ଦେଉଛନ୍ତି। ଭାରତୀୟ ସେନାକୁ ମୋଦିଙ୍କ ସେନା ବୋଲି ଅଭିହିତ କରିବା ନେଇ ପୂର୍ବତନ ନୌସେନା ମୁଖ୍ୟ ନିଜର ଅସନ୍ତୋଷ ଜାହିର କରିବା ସହିତ ନିର୍ବାଚନ କମିଶନଙ୍କ ନିକଟରେ ନିଜର ଅଭିଯୋଗ ବାଢିଥିଲେ।…

Read More

ଭାରତୀୟ ଜନତା ପାର୍ଟି(ବିଜେପି) ବୁଧବାର ୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘେଷଣା କରିଛି। ଗତକାଲି ବିଜେପିରେ ମିଶିଥିବା ରଘୁନାଥ ମହାନ୍ତିଙ୍କୁ ଦଳ  ବସ୍ତାରୁ ପ୍ରାର୍ଥୀ କରିଥିବା ବେଳେ ଆଉ କିଛି ବିଧାନସଭା ଆସନ ପାଇଁ ଏଯାଏଁ ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ ଦଳ। ଚମ୍ପୁଆ, ଭୋଗରାଇ, ବସ୍ତା ଓ ନିଆଳି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ବସ୍ତାରୁ ରଘୁନାଥ ମହାନ୍ତିଙ୍କୁ ଦଳ ପ୍ରାର୍ଥୀ କରିଛି। ଚମ୍ପୁଆ ପାଇଁ ମୁରଲୀ ଶର୍ମା, ଭୋଗରାଇ ପାଇଁ ମାନସ ମହାନ୍ତି ଏବଂ ନିଆଳିରୁ ଛବି ମଲ୍ଲୀକଙ୍କୁ ଦଳ ପ୍ରାର୍ଥୀ କରିଛି। ଦଳ ପକ୍ଷରୁ କେବଳ କାକଟପୁର ଏବଂ କେନ୍ଦ୍ରାପଡା ଆସନରେ ପ୍ରାର୍ଥୀ ଘୋଷଣା ବାକି ରହିଛି।

Read More

ୟୁପିର ହାଇପ୍ରୋଫାଇଲ ଆସନ କହୁଯାଉଥିବା ଆଜମଗଡ, ମେନପୁରୀ, ଏବଂ ରାୟବରେଲି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ମେନପୁରୀରୁ ଏସପିର ସଂସ୍ଥାପକ ମୁଲାୟମ ସିଂହ ୟାଦବ ନିର୍ବାଚନ ଲଢୁଛନ୍ତି, ତାଙ୍କ ବିରୋଧରେ ବିଜେପି ପ୍ରେମ ସିଂହ ଶାକ୍ୟଙ୍କୁ ଟିକେଟ ଦେଇଛି । ଆସନ୍ତା ଲୋକସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ୬ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ଏହି ତାଲିକାରେ ଆଜମଗଡରୁ ଭୋଜପୁରୀ ଫିଲ୍ମ ଷ୍ଟାର ଦିନେଶ ଲାଲ ୟାଦବ “ନିରହୁଆ”କୁ ଟିକେଟ ଦେଇଛି । ଏହି ଆସନରୁ ଏସପି ଅଧ୍ୟକ୍ଷ ଅଖିଳେଶ ସିଂହ ୟାଦବ ନିର୍ବାଚନ ଲଢୁଛନ୍ତି । ଏହାଛଡା ବିଜେପି ରାୟବରେଲି ଆସନରେ କଂଗ୍ରେସର ସୋନିଆ ଗାନ୍ଧୀଙ୍କ ବିରୋଧରେ ଦିନେଶ ପ୍ରତାପ ସିଂହଙ୍କୁ ଟିକେଟ ଦେଇଛି । ଦିନେଶ ପ୍ରତାପ ସିଂହ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିଲେ । ବିଜେପି ଏହି ନୂଆ ଲିଷ୍ଟରେ୬ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି,…

Read More

ରାଜ୍ୟ କଂଗ୍ରେସ ଆଜି ଗୋଟିଏ ଲୋକସଭା ଓ ୯ଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି । ନିକଟରେ କଂଗ୍ରେସରେ ସାମିଲ୍‌ ହୋଇଥିବା ଡାକ୍ତର ଅଶ୍ବିନୀ ପୂଜାହାରୀଙ୍କୁ ସମ୍ବଲପୁର ବିଧାନସଭା ଟିକେଟ ଦେଇଥିବାବେଳେ ବେଗୁନିଆରେ ପ୍ରଦୀପ ସାହୁଙ୍କୁ ଟିକେଟ ଦେଇଛି । ବେଗୁନିଆ, ସମ୍ବଲପୁର ଓ କଟକ ସଦରରେ ପ୍ରାର୍ଥୀ ବଦଳ କରିଛି କଂଗ୍ରେସ । ବେଗୁନିଆରୁ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁତ୍ର ପୃଥ୍ବୀ ବଲ୍ଲଭ ପଟ୍ଟନାୟକଙ୍କୁ ଟିକେଟ ଦିଆଯାଇଥିବାବେଳେ ସେ ନିର୍ବାଚନ ଲଢିବାକୁ ମନା କରିବାରୁ ତାଙ୍କ ସ୍ଥାନରେ ପ୍ରଦୀପ ସାହୁଙ୍କୁ ଟିକେଟ ଦେଇଛି କଂଗ୍ରେସ । ଲୋକସଭା ପ୍ରାର୍ଥୀ :- ସମ୍ବଲପୁର- ଶରତ ପଟ୍ଟନାୟକ ବିଧାନସଭା ପ୍ରାର୍ଥୀ :- ୧.ସମ୍ବଲପୁର – ଅଶ୍ବିନୀ ପୂଜାହାରୀ ୨. କଟକ ଚୌଦ୍ବାର – ଜଗଦୀଶ ମହାନ୍ତି ୩. କଟକ ସଦର – ଅଭିଷେକ ମହାନନ୍ଦ ୪. ଭୁବନେଶ୍ବର ମଧ୍ୟ – ରାଜୀବ ପଟ୍ଟନାୟକ ୫. ଭୁବନେଶ୍ବର ଉତ୍ତର – ଈତିଶ୍ରୀ ପ୍ରଧାନ…

Read More

ଲୋକସଭା ନିର୍ବାଚନ ଓ ଓଡ଼ିଶାରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ନବୀନ ପଟ୍ଟନାୟକ ବୁଧବାର ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି। ଚଳିତଥର ବିଜେଡି ସୁପ୍ରିମୋ ପ୍ରଚାରର ମଙ୍ଗ ଧରିଥିବା ବେଳେ ପୂରା ରାଜ୍ୟରେ ମାରାଥନ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଏହି ମାରାଥନ ପ୍ରଚାରକୁ ସହଜ କରିବା ପାଇଁ ସ୍ୱତନ୍ତ୍ର ବସ ଆଣିଛି ବିଜେଡି । ପ୍ରଚାରର ପ୍ରଥମ ଦିନରେ ହିଁ ନବୀନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଗଂଜାମରେ ୬୦ କିଲୋମିଟର ରୋଡ ସୋ’ ଅବସରରେ ନିର୍ବାଚନୀ ସଭାରେ ସେ କହିଛନ୍ତି, ଅତୀତରେ ଓଡ଼ିଶାରେ ଯେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ଦେଖାଯାଇଛି, ସେହି ସମୟରେ କେନ୍ଦ୍ର ସହଯୋଗର ହାତ ବଢ଼ାଇ ନାହିଁ କିନ୍ତୁ ଏବେ ଯେତେବେଳେ ନିର୍ବାଚନ ଆସିଛି କେନ୍ଦ୍ରୀୟ ନେତାମାନେ ରାଜ୍ୟକୁ ଆସୁଛନ୍ତି।  ବ୍ରହ୍ମପୁର ନିକଟ କନିଷି ଠାରେ ଆୟୋଜିତ ସଭାନେ ନବୀନ କହିଛନ୍ତି, କେନ୍ଦ୍ର ସରକାର ୨୦୧୪ ନିର୍ବାଚନୀ ଇସ୍ତାହାରରେ କହିଥିଲେ, କ୍ଷମତାକୁ ଆସିଲେ ସ୍ୱତନ୍ତ୍ର…

Read More

ତେଲୁଗ ଦେଶମ ପାର୍ଟି (ଟିଡିପି) ଅଧ୍ୟକ୍ଷ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ବୁଧବାର ଏକ ନିର୍ବାଚନୀ ର‍୍ୟାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆତଙ୍କବାଦୀ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିଡିପି ଅଧ୍ୟକ୍ଷ ଚନ୍ଦ୍ରବାବୁଙ୍କ ତୁଳନା ଚଳଚ୍ଚିତ୍ର ବାହୁବଳୀର ଖଳନାୟକ ଭଲ୍ଳାଳ ଦେବଙ୍କ ସହ କରିବା ପରେ ଚନ୍ଦ୍ରବାବୁ ନିଜ ପ୍ରତିକ୍ରିୟାରେ ଏହା କହିଛନ୍ତି। ଚିତୁରର ମଦନପଲ୍ଲୀଠାରେ ନିିର୍ବାଚନୀ ସଭାରେ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି ଯେ ନରେନ୍ଦ୍ର ମୋଦି ଜଣେ ଦୁର୍ଦ୍ଦଶ ଆତଙ୍କବାଦୀ। ସେ ଜଣେ ଧାର୍ମିକ ବ୍ୟକ୍ତି ନୁହନ୍ତି। ମୋଦୀ ସଂଖ୍ୟାଲଘୁ ଲୋକଙ୍କୁ ଜେଲରେ ପହଞ୍ଚାଇବା ପାଇଁ ତିନି ତଲାକ ଉପରେ ଆଇନ ଆଣିଛନ୍ତି।ମୋଦିଙ୍କୁ ଭୋଟ ଦେଲେ ସଂଖ୍ୟାଲଘୁ ଲେକେ ବହୁ ସମସ୍ୟାରେ ପଡିବେ। ତେଣୁ ମୋଦିଙ୍କୁ ଭୋଟ ନଦେବାକୁ ସେ ସଂଖ୍ୟାଲଘୁଙ୍କୁ ନିବେଦନ କରିଛନ୍ତି। ଏହାସହ ସେ କହିଥିଲେ ଯେ ୨୦୧୨ରେ ଗୁଜୁରାଟ ଦଙ୍ଗା ପରେ ପ୍ରଥମ ବ୍ୟକ୍ତି ଭାବେ ସେ ମୋଦିଙ୍କ ଇସ୍ତଫା ଦାବି କରିଥିଲେ।…

Read More

କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଆସନ୍ତା କାଲି ଓ୍ବାୟାନାଡ୍‌ରୁ ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାପଡିଛି । ସୂଚନାଯୋଗ୍ୟ, ଚଳିତ ଥର ରାହୁଲ୍‌ ଗାନ୍ଧି ଉତ୍ତରପ୍ରଦେଶର ଆମେଥି ଓ କେରଳର ଓ୍ବାୟାନାଡ଼ରୁ  ପ୍ରତିଦ୍ବନ୍ଦିତା କରୁଛନ୍ତି । ତେବେ ରାହୁଲ୍‌ ଗୁରୁବାର ଦିନ ୧୧ଟା ସମୟରେ ଓ୍ବାୟନାଡୁ ପାଇଁ  ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି କେରଳ କଂଗ୍ରେସର ବରିଷ୍ଠ ନେତା ରମେଶ ଚେନ୍ନିଥାଲା ପ୍ରକାଶ କରିଛନ୍ତି । ରାହୁଲଙ୍କ ଏହି ପ୍ରାର୍ଥୀପତ୍ର ଦାଖଲ କାର୍ଯ୍ୟକ୍ରମରେ ତାଙ୍କ ଭଉଣୀ ତଥା ପୂର୍ବ ଉତ୍ତରପ୍ରଦେଶ ଦାୟିତ୍ବରେ ଥିବା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଯୋଗ ଦେଇ ପାରନ୍ତି । ଓ୍ବାୟାନାଡ ନିମନ୍ତେ ରାହୁଲ ହେଲିକପ୍ଟରରେ ଯିବେ । ଓ୍ବାୟାନାଡରୁ ୯୦ କିମି ଦୂରରୁ ଓହ୍ଲାଇ ରୋଡ୍‌ ଶୋ କରି ପ୍ରାର୍ଥୀପତ୍ର ଦାଖଲ ନିମନ୍ତେ ଯିବେ ରାହୁଲ । ରାହୁଲଙ୍କ ଆଗମନ ନେଇ କୋଝିକୋଡ ଏବଂ ଓ୍ବାୟାନାଡର ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଥିବା ଜଣାପଡିଛି । ଏହି…

Read More

କରନ୍‌ ଜୋହର୍‌ଙ୍କ ଫିଲ୍ମ ‘କଲଙ୍କ୍‌’ର ଟ୍ରେଲର୍‌ ଆଜି ରିଲିଜ୍‌ ହୋଇଛି । ପୂର୍ବରୁ ଏହି ଫିଲ୍ମର ତିନୋଟି ଗୀତର ଟିଜର୍ ସାମ୍ନାକୁ ଆସିଛି । ଏହି ଫିଲ୍ମରେ ଆଲିଆ ଭଟ୍ଟ, ବରୁଣ ଧାଓ୍ବନ, ସୋନାକ୍ଷୀ ସିହ୍ନା, ଆଦିତ୍ୟ ରାୟ କପୁର୍‌,  ସଞ୍ଜୟ ଦତ୍ତ ଓ ମାଧୁରୀ ଦୀକ୍ଷିତ୍‌ ପ୍ରମୁଖ ଅଭିନୟ କରିଛନ୍ତି । ଏହି ଫିଲ୍ମର ଟ୍ରେଲରରେ ଆଲିଆ ଭଟ୍ଟ ଏବଂ ବରୁଣ ଧାବନଙ୍କ ପ୍ରେମ ମଝିରେ ସାମାଜିକ ପ୍ରଥା ଏବଂ ବିଭିନ୍ନ ପ୍ରକାରର ଅଙ୍କୁଶ ଦେଖିବାକୁ ମିଳିଛି । ଫିଲ୍ମର ଟ୍ରେଲରରେ ଆକ୍ସନ, ଇମୋଶନ, ଡ୍ରାମା ସହ ୧୯୪୦-୫୦ ଦଶକର କାହାଣୀ ଦେଖିବାକୁ ମିଳିବ । ଏହି ୨ମିନିଟ ୧୧ସେକେଣ୍ଡର ଟ୍ରେଲରରେ ସମସ୍ତ କଳାକାରଙ୍କ ଦମଦାର ଅଭିନୟ ରହିଛି । ଅଭିଷେକ ବର୍ମନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଏପ୍ରିଲ୍‌ ୧୭ରେ ରିଲିଜ୍‌ ହେବାକୁ ରହିଛି ।

Read More

ବିଜେପିର ନିର୍ବାଚନ ପ୍ରଚାରରେ ସିଲିଗୁଡ଼ିଠାରେ ଏକ ସଭାକୁ ସମ୍ବୋଧିତ କରି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗରେ କ୍ଷମତାଧାରୀ ତୃଣମୂଳ  କଂଗ୍ରେସ ସମେତ ବାମପନ୍ଥୀ ଓ କଂଗ୍ରେସ ଉପରେ ମଧ୍ୟ କଡ଼ା ହମଲା କରିଛନ୍ତି। ପିଏମ ମୋଦୀ ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ‘ସ୍ପିଡ ବ୍ରେକର ଦିଦି’ ଆଖ୍ୟା ଦେଇ କହିଛନ୍ତି ଯେ, ରାଜ୍ୟର ବିକାଶକୁ ଦିଦି ରୋକିବାର କାମ କରୁଛନ୍ତି।  ମୋଦୀ କହିଛନ୍ତି ଯେ, ମମତା ଦିଦି ବିକାଶ ପାଇଁ ସ୍ପିଡ ବ୍ରେକର ଦିଦି। କଂଗ୍ରେସ ଓ ମମତାଙ୍କୁ ଗରିବୀ ଦରକାର ଯଦ୍ଵାରା ସେମାନେ ଭୋଟ୍ ସାଉଁଟି ପାରିବେ।  ଦିଦି ରାଜ୍ୟର ୭୦ ଲକ୍ଷରୁ ଅଧିକ କୃଷକ ପରିବାରଙ୍କ ବିକାଶ ଉପରେ ବ୍ରେକ୍ ଲଗାଇ ଦେଇଛନ୍ତି। ସମଗ୍ର ଦେଶରେ କିସାନ ସମ୍ମାନ ନିଧି ଯୋଜନା ଆଧାରରେ ଟଙ୍କା ଦିଆଯାଉଛି, ମାତ୍ର ଦିଦି ଏହି ସ୍କିମ ଉପରେ ମଧ୍ୟ ବ୍ରେକ୍ ଲଗାଇ ଦେଇଛନ୍ତି। ସେହିପରି ସରକାର ଦେଶର ଗରିବଙ୍କ ପାଇଁ ଆୟୁଷ୍ମାନ ଭାରତ…

Read More

ଜଣେ ମହିଳା ନବୀନ ନିବାସ ସାମ୍ନାରେ ଆତ୍ମାହୁତି ଉଦ୍ୟମ କରୁଥିବା ସମୟରେ ସେଠାରେ ଉପସ୍ଥିତ ସୁରକ୍ଷା କର୍ମୀ ତାଙ୍କ କାବୁ କରିନେଇଛନ୍ତି । ଏହି ମହିଳା ଜଣଙ୍କ ବିଜେଡିର ଉଦଳା ପ୍ରାର୍ଥୀ ଶ୍ରୀନାଥ ସୋରେନ୍‌ଙ୍କ ବିରୋଧରେ ଅସଦାଚରଣର ଅଭିଯୋଗ ଆଣିଛନ୍ତି।  କିନ୍ତୁ ପ୍ରାର୍ଥୀଙ୍କ ନାମରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ତାର ପ୍ରତିବାଦରେ ମହିଳା ଜଣକ ଆତ୍ମାହୁତିର ଉଦ୍ୟମ କରିଥିବା ସୂଚନା ମିଳିଛି। ସେଥିପାଇଁ ସେ ଆତ୍ମାହୁତି ଉଦ୍ୟମ କରିଥିଲେ। ପୁଲିସ୍ ତାଙ୍କୁ ଉଦ୍ଧାର କ୍ୟାପିଟାଲ୍‌ ହସ୍‌ପିଟାଲ୍‌କୁ ନେଇଯାଇଥିଲା।

Read More

ଭାରତୀୟ ଟି ୨୦ ଲିଗ୍‌ ଆଇପିଏଲ୍‌ର ୧୫ଟି ମ୍ୟାଚ୍‌ ସରିଲାଣି । ଏହି ୧୫ ମ୍ୟାଚ୍‌ରେ ଅନେକ ଥର ବ୍ୟାଟ୍ସମ୍ୟାନ୍‌ଙ୍କ କମାଲ୍‌ ଦେଖିବାକୁ ମିଳିଥିବା ବେଳେ ବୋଲର ମାନେ ମଧ୍ୟ ପଛରେ ନାହାନ୍ତି । ୬ଟି ମ୍ୟାଚ୍‌ରେ ୨୦୦ରୁ ଅଧିକ ରନ୍‌ ସଂଗୃହୀତ ହୋଇ ସାରିଲାଣି । ଟୁର୍ଣ୍ଣାମେଣ୍ଟେର ତିନୋଟି ଶତକ ମଧ୍ୟ ଦେଖିବାକୁ ମିଳିଛି ।  ଚଳିତ ଆଇପିଏଲ୍‌ର ସର୍ବାଧିକ ରନ୍‌ ହାସଲକାରୀ ଏବଂ ସର୍ବାଧିକ ଓ୍ବିକେଟ ହାସଲାକାରୀଙ୍କ ତାଲିକା : ସର୍ବାଧିକ ଓ୍ବିକେଟ୍‌    ପର୍ପଲ୍‌ କ୍ୟାପ୍‌ ସଂଖ୍ୟା          ନାମ             ଦଳ                              ମ୍ୟାଚ୍‌      ଇନିଂସ  ଓ୍ବିକେଟ୍ ୧           ୟୁଜବେନ୍ଦ୍ର ଚହଲ    ଆରସିବି       …

Read More

ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟ(ବିଏଚୟୁ) ପରିସରରେ ଜଣେ ଛାତ୍ରଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଏହି ଘଟଣା ନେଇ ପୁଲିସ ପକ୍ଷରୁ ୫ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି । ମୃତକଙ୍କ ପିତା ରାକେଶ ପ୍ରତାପ ସିଂ ଏହି ମାମଲାକୁ ନେଇ କୁଳପତି ରୋୟନା ସିଂ ନାମରେ ମଧ୍ୟ ଅଭିଯୋଗ କରିଛନ୍ତି । ପୋଲିସ ପକ୍ଷରୁ କୁଳପତିଙ୍କ ସମେତ ୪ ଛାତ୍ରଙ୍କ ନାମରେ ମାମଲା ରୁଜୁ କରାଯାଇଛଇ । ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ହତ୍ୟାର ଶିକାର ହୋଇଥିବା ଛାତ୍ରଙ୍କ ନାମ ଗୌରବ ସିଂହ। ସେ ବିଏଚୟୁରେ ଏମସିଏରେ ଅଧ୍ୟୟନ କରିବା ସହ ବିଶ୍ଵବିଦ୍ୟାଳୟର ଲାଲ ବାହାଦୁର ଶାସ୍ତ୍ରୀ ହଷ୍ଟେଲରେ ରହୁଥିଲେ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସଦୀୟ କ୍ଷେତ୍ର ବାରାଣସୀସ୍ଥିତ ବିଏଚୟୁ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି। ଗୌରବ ବିର୍ଲା ହଷ୍ଟେଲ ସମ୍ମୁଖରେ ଛିଡ଼ା ହୋଇ ନିଜ ସାଙ୍ଗମାନଙ୍କ ସହ କଥା ହେଉଥିବା ବେଳେ କେତେଜଣ…

Read More

ଆସନ୍ତା ୨୦୧୯ କ୍ରିକେଟ ବିଶ୍ବକପ୍‌ ପାଇଁ ନ୍ୟୁଜିଲ୍ୟାଣ୍ଡ  ୧୫ଜଣିଆ ଦଳ ଘୋଷଣା କରିଛି । କେନ୍‌ ଓ୍ବିଲିୟମ୍‌ସନ୍‌ ଦଳର ଅଧିନାୟକ ରହିଥିବା ବେଳେ ୨୮ବର୍ଷୀୟ ଓ୍ବିକେଟ ରକ୍ଷକ ବ୍ୟାଟ୍ସମ୍ୟାନ୍‌ ଟମ୍‌ ବ୍ଲଣ୍ଡେଲ୍‌ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଟିମ୍‌ରେ ସ୍ଥାନ ପାଇଛନ୍ତି । ନ୍ୟୁଜିଲ୍ୟାଣ୍ଡ କୋଚ୍‌ ଗ୍ୟାରୀ ଷ୍ଟିଡ୍‌ ଏବଂ ଚୟନକର୍ତ୍ତା ଗେଭିନ୍‌ ଲାର୍ସେନ୍‌ ଏହି ଟିମ୍‌ ଚୟନ କରିଛନ୍ତି । ନିୟମିତ ଓ୍ବିକେଟ ରକ୍ଷକ ଟିମ୍‌ ସେଫର୍ଟଙ୍କ ଆଙ୍ଗୁଠି ଭାଙ୍ଗିଯିବାରୁ ବ୍ଲଣ୍ଡେଲ୍‌ ସ୍ଥାନ ପାଇଛନ୍ତି । ସେହିପରି ଟଡ୍‌ ଆସଲେଙ୍କୁ ଦଳ ଲେଗ୍‌ସ୍ପିନର ଭାବରେ ଚୟନ କରିବ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ଅନୁଭବ ଦୃଷ୍ଟିରୁ ଇସ୍‌ ସୋଧୀଙ୍କୁ ଦଳ ସାମିଲ୍‌ କରିଛି । ନ୍ୟୁଜିଲ୍ୟାଣ୍ଡ ଦଳ : କେନ୍‌ ଓ୍ବିଲିୟମ୍‌ସନ୍ (ଅଧିନାୟକ), ମାର୍ଟିନ୍‌ ଗୁପ୍ତିଲ୍‌, ହେନ୍‌ରୀ ନିକୋଲ୍‌ସ, ରସ୍‌ ଟେଲର, ଟମ୍‌ ଲାଥାମ, କଲିନ୍‌ ମୁନ୍‌ରୋ, ଟମ୍‌ ବ୍ଲଣ୍ଡେଲ୍‌, କଲିନ୍‌ ଡି ଗ୍ରାଣ୍ଡହୋମ୍‌, ମିଚେଲ ସାଣ୍ଟନର, ଜିମି ନିଶାମ୍‌, ଇଶ୍‌…

Read More

ବିଏସ୍‌ପି ସୁପ୍ରିମୋ ତଥା ପୂର୍ବତନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ମାୟାବତୀ ବୁଧବାର ଦିନ ଆନ୍ଧ୍ରପ୍ରଦେଶରେ ଜନସେନା ପାର୍ଟିର ମୁଖ୍ୟ ପଓ୍ବନ୍‌ କଲ୍ୟାଣଙ୍କ ସହିତ ସାଇ ପ୍ରିୟା ରିସୋର୍ଟରେ ଏକ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଏହି ଅବସରରେ ମାୟାବତୀ କହିଥିଲେ ଚଳିତ ବର୍ଷ ମହାମେଣ୍ଟ ସରକାର ଗଠନ କଲେ ମୁଁ ଆନ୍ଧ୍ରପ୍ରଦେଶକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ କରିବି ଯେଉଁଥିରେ ପୂର୍ବରୁ ଉଭୟ କଂଗ୍ରେସ ଏବଂ ବିଜେପି ବିଫଳ ହୋଇଛନ୍ତି । ମାୟାବତୀ କହିଛନ୍ତି କଂଗ୍ରେସ ସରକାର ସ୍ବତନ୍ତ୍ର ପାହ୍ୟା ନେଇ ରାଜ୍ୟକୁ ଦୁଇ ଭାଗ କରିଥିବା ବେଳେ ସ୍ବତନ୍ତ୍ର ପାହ୍ୟା ପ୍ରଦାନ କରିନଥିଲା ଏହାପରେ ମୋଦି ମଧ୍ୟ ୨୦୧୪ରେ ସମାନ ପ୍ରତିଜ୍ଞା କରି ଜନସାଧାରଣଙ୍କୁ ଧୋକା ଦେଇଛନ୍ତି । ମାତ୍ର ଆମେ କ୍ଷମତାକୁ ଆସିଲେ ଆନ୍ଧ୍ରକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ନିଶ୍ଚିତ ଭାବରେ ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ଦୌଡରେ ଅଛନ୍ତି କି ନାହିଁ ବୋଲି ଏକ ପ୍ରଶ୍ନର ଉତ୍ତର…

Read More

କଂଗ୍ରେସର ‘ହିନ୍ଦୁ ଆତଙ୍କବାଦ’ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିକ୍ରିୟାକୁ କଡ଼ା ସମାଲୋଚନା କରିଛନ୍ତି ଅଲ ଇଣ୍ଡିଆ ମଜଲିସ-ଏ-ଇତେହାଦ-ଉଲ-ମୁସଲିମୀନ ମୁଖ୍ୟ ଅସାଉଦ୍ଦିନ ଓୱେସି। ବିଜେପି ‘ବିଭାଜନ ଏବଂ ନିୟମ’ ନୀତି ଆପଣାଇଥିବାବେଳେ ମୋଦୀ ନିଜର ପଦବୀକୁ ସୁରକ୍ଷିତ ରଖିବା ଲାଗି ହିନ୍ଦୁ ଏବଂ ମୁସଲମାନଙ୍କ ମଧ୍ୟରେ ଘୃଣାଭାବ ସୃଷ୍ଟି କରୁଛନ୍ତି ବୋଲି ଓୱେସି କହିଛନ୍ତି। ମୋଦୀ ୱାରଧାଠାରେ ଏକ ରାଲିକୁ ସମ୍ବୋଧିତ କରି କହିଥିଲେ, କଂଗ୍ରେସ ଭୋଟ ବ୍ୟାଙ୍କ ରାଜନୀତି ପାଇଁ ‘ହିନ୍ଦୁ ଆତଙ୍କବାଦ’ ଭଳି ଶବ୍ଦ ବ୍ୟବହାର କରୁଛି। ମୋଦୀଙ୍କ ଏପରି ବୟାନ ଉପରେ ପ୍ରିତିକ୍ରିୟା ରଖି ଓୱେସି ତାଙ୍କୁ ସମାଲୋଚନା କରିଛନ୍ତି। ନାଥୁରାମ ଗଡ୍‌ସେଙ୍କୁ ନେଇ ପ୍ରଶ୍ନ ରଖିଥିବାବେଳେ  ମୋଦି କେବଳ ହିନ୍ଦୁ ଏବଂ ମୁସଲମାନଙ୍କ ବିଷୟରେ କହି ଭାରତକୁ ଦୁର୍ବଳ କରୁଛନ୍ତି ବୋଲି ଓୱେସି କହିଛନ୍ତି । ଏହା ସହିତ ଓୱେସି ମୋଦୀଙ୍କୁ ଏକ ବିତର୍କ ପାଇଁ ଆହ୍ବାନ କରିଛନ୍ତି, ପୂରା ଦେଶ ପ୍ରଧାନମନ୍ତ୍ରୀଙ୍କୁ ଦେଖୁଛି ଏବଂ…

Read More