The BJD Rajya sabha MP Soumya Ranjan Patnaik has surprised all in the BJD by stating that as on date the chief secretary of the State even may not be aware of the details as how many schemes are there for the education sector. Soumya was speaking at a memorial meeting in Khurda of late Abanai Baral . He also said that the teachers are so divided that even they may not be knowing who is from which group. He also added that the schemes should be carefully handled.
Author: Samikhsya Bureau
ସମୀକ୍ଷା ବ୍ୟୁରୋ –
୨୦୧୨ ରେ ଓଡିଶା ରାଜନୀତିର ସବୁଠୁ ଚର୍ଚ୍ଚିତ ଶବ୍ଦ ଥିଲା “ବ୍ରହ୍ମାସ୍ତ୍ର”। ସେହି ବର୍ଷ ୨୯, ମଇ ସନ୍ଧ୍ୟାରେ ତତ୍କାଳୀନ ବିଜେଡି ର ଦ୍ଵିତୀୟ କ୍ଷମତା କେନ୍ଦ୍ର ପ୍ୟାରୀ ମୋହନ ମହାପାତ୍ର ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ। ପ୍ୟାରୀଙ୍କ ପ୍ରତିଷ୍ଠା ଓ ପତିଆରା ଥିଲା ଅଲଗା। ବିଜେଡ଼ିର ସଂଗଠନ କୁ ସେ ନିଜ ହାତ ମୁଠାରେ ରଖିଥିଲେ ଓ ସରକାର ଉପରେ ମଧ୍ୟ ତାଙ୍କର ପ୍ରଚଣ୍ଡ ପ୍ରଭାବ ଥିଲା। ପ୍ୟାରୀ ବାବୁଙ୍କ ଇଚ୍ଛା ରେ ଦଳ ଓ ସରକାର ଚାଲୁଥିଲା। ଏପରିକି ବିଜେଡି ବିଧାୟକ ଦଳରେ ତାଙ୍କର କେତେଜଣ ଅତ୍ୟନ୍ତ ଅନୁଗତ ବିଧାୟକ ରହିଥିଲେ, ଯେଉଁମାନେ ପ୍ୟାରୀଙ୍କ ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରି ବିଜେଡ଼ିରୁ ତଡା ଖାଇଥିଲେ। ଏତେ କ୍ଷମତା ଓ ପ୍ରଭାବ ସତ୍ତ୍ୱେ ପ୍ୟାରୀ ବାବୁ ବିଜେଡି ରୁ ବହିଷ୍କୃତ ହେବାର ଅଳ୍ପ କେତେ ମାସ ଭିତରେ ଓଡିଶା ରାଜନୀତିରେ ଅପ୍ରାସଙ୍ଗିକ ହୋଇପଡିଲେ। ତାଙ୍କ “ବ୍ରହ୍ମାସ୍ତ୍ର” କୌଣସି କାମରେ ଲାଗିଲା ନାହିଁ।
୨୦୧୨ ରେ ସେ ଗଠିତ ହୋଇଥିବା ଓଡିଶା ଜନମୋର୍ଚ୍ଚା ୨୦୧୪ ନିର୍ବାଚନରେ ଭୟଙ୍କର ଭାବରେ ବିଫଳ ହେଲା। ଯେଉଁମାନେ ପ୍ୟାରୀ ବାବୁଙ୍କ ଜନମୋର୍ଚ୍ଚା ବିଜେଡି ପାଇଁ ମୁଣ୍ଡ ବିନ୍ଧାର କାରଣ ହେବ ବୋଲି ଭାବୁଥିଲେ, ସେମାନେ ଭୁଲ ପ୍ରମାଣିତ ହେଲେ। ୨୦୧୪ ନିର୍ବାଚନ ପୂର୍ବରୁ ବିଜେଡି ଦୁଇଟି ବଡ ଆହ୍ୱାନର ସାମ୍ନା କରୁଥିଲା। ପ୍ରଥମତଃ ଦଳ ଭିତରୁ ପ୍ୟାରୀ ବାବୁ ବିତାଡିତ ହେବା ପରେ ସଂଗଠନ ଅନେକାଂଶରେ ହୁଗୁଳା ହୋଇପଡିଥିଲା। ଦଳ ଭିତରେ ଗୋଟେ ପ୍ରଭାବଶାଳୀ ଗୋଷ୍ଠୀ ଅସନ୍ତୁଷ୍ଟ ଥିଲେ, ଯେଉଁ ମାନଙ୍କୁ ମନାଇବା ବିଜେଡି ପାଇଁ ବଡ ଆବଶ୍ୟକତା ଥିଲା। ସେଇ ସମାନ ସମୟରେ କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵ ସପକ୍ଷରେ ପ୍ରବଳ ହାୱା ସୃଷ୍ଟି ହେଉଥିଲା। ମୋଦୀ ହାୱା ସେତେବେଳେ ବିଜେଡି କୁ ଯେ ବିଚଳିତ କରିନଥିଲା, ତାହା ଭାବିବା ଭୁଲ ହେବ। ଏହା ସହିତ ଆଉ ଏକ ଛୋଟ ସମସ୍ୟା ମଧ୍ୟ ବିଜେଡି ପାଇଁ ସେତେବେଳେ ଆସିଥିଲା। ଓଡିଶା ଜନମୋର୍ଚ୍ଚା, ଆମ ଓଡିଶା, ସମତା କ୍ରାନ୍ତି ଦଳ, ସମୃଦ୍ଧ ଓଡିଶା ପରି କେତୋଟି ଛୋଟ ଛୋଟ ରାଜନୈତିକ ଦଳ ଏହି ସମୟରେ ଆଗକୁ ଆସିଥିଲେ। କିନ୍ତୁ ନିଜର ସାଙ୍ଗଠନିକ ଦକ୍ଷତା ଓ ନିର୍ବାଚନ ପରିଚାଳନାରେ ସଫଳ ଗୋଟି ଚାଳନା ଯୋଗୁଁ ବିଜେଡି ୨୦୦୯ ନିର୍ବାଚନ ତୁଳନାରେ ଅଧିକ ଆସନ ପାଇଲା।
୨୦୧୨ ରୁ ୨୦୧୪ ଭିତରେ ଯେଉଁ ପ୍ରକାର ରାଜନୈତିକ ସମୀକରଣ ବଦଳିଥିଲା, ୨୦୧୮ ରେ ତାର ଏକ ଛୋଟିଆ ଚିତ୍ର ପୁଣିଥରେ ଦେଖିବାକୁ ମିଳୁଛି। ନବୀନ ପଟ୍ଟନାୟକଙ୍କ ବିରୋଧରେ ଦୁଇ ମୁଖ୍ୟ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଯେତିକି ଆକ୍ରମଣ କରୁଛନ୍ତି, ତାଠୁ ଅଧିକ ଆକ୍ରମଣ ଆସୁଛି, ନବୀନଙ୍କ ଦୁଇ ପୂର୍ବତନ ସହଯୋଗୀ ବୈଜୟନ୍ତ ପଣ୍ଡା ଓ ଦାମୋଦର ରାଉତଙ୍କ ତରଫରୁ। ଚଳିତ ବର୍ଷ ଏଇ ଦୁହି ନେତା ବିଜେଡି ରୁ ବହିଷ୍କୃତ ହେଲାପରେ ନବୀନଙ୍କ ବିରୋଧରେ ଯୁଦ୍ଧ ଡାକରା ଦେଇଛନ୍ତି। ଏଠି କହି ରଖିବା ଉଚିତ ହେବ ଯେ ଦଳ ଓ ସରକାର ଉପରେ ଏ ଦୁହି ନେତାଙ୍କର ସେତେ ପ୍ରଭାବ ନଥିଲା। ପ୍ୟାରୀଙ୍କ ତୁଳନାରେ ଦାମ ଓ ବୈଜୟନ୍ତ ଙ୍କ ପ୍ରଭାବ ଆପାତତଃ ନଗଣ୍ୟ। ବିଜୁ ଜନତା ଦଳ ଭିତରୁ ଏ ଦୁହିଙ୍କୁ ସମର୍ଥନ କରି ସାମାନ୍ୟ ସରପଞ୍ଚ ଟିଏ ମଧ୍ୟ ଖୋଲାଖୋଲି ବାହାରି ନାହାନ୍ତି। ତେଣୁ ଏମାନେ ଯେ ବିଜେଡି ର ସାଙ୍ଗଠନିକ ଦୁର୍ବଳତାର କାରଣ ହେବେ, ସେ କଥା କଲ୍ପନା ମଧ୍ୟ କରାଯାଇ ପାରିବ ନାହିଁ।
ଗତ ଦୀପାବଳି ଦିନ ଦାମୋଦର ରାଉତ ନିଜର ଏକ ନୂଆ ଦଳ ଗଢିବେ ବୋଲି ଘୋଷଣା କରିଛନ୍ତି। ଏହି ଦଳରେ ବୈଜୟନ୍ତ ଯୋଗ ଦେବେ ବୋଲି ସେ ଆଶା କରୁଛନ୍ତି। ହେଲେ ଗତ କେତୋଟି ରାଜନୈତିକ ଘଟଣାକ୍ରମକୁ ଅନୁଧ୍ୟାନ କାଲେ ଏକଥା ସ୍ପଷ୍ଟ ହୋଇଯିବ ଯେ ବୈଜୟନ୍ତ ଦାମଙ୍କ ଠାରୁ ନିଜକୁ ଦୂରେଇ ରଖିବା ଆରମ୍ଭ କରିଛନ୍ତି। ଗତ ମାସ ବିଭିନ୍ନ ସ୍ଥାନରେ ଦାମ ଯେଉଁ ସାଧାରଣ ସଭା ଆୟୋଜନ କରିଥିଲେ, କୌଣସି ସଭାରେ ବୈଜୟନ୍ତ ଯୋଗ ଦେଇନଥିଲେ। ବାରିପଦା ସଭାକୁ ସେ ଯିବାକୁ ବାହାରିଥିଲେ ମଧ୍ୟ ଅଧା ବାଟରୁ ଫେରି ଆସିଥିଲେ। ସେହିପରି କଂଗ୍ରେସ ଦ୍ଵାରା ଆୟୋଜିତ ସମ୍ବିଧାନ ବଞ୍ଚାଅ ସଭାରେ ଦାମ ଯୋଗ ଦେଇଥିବାବେଳେ ବୈଜୟନ୍ତ, ସେଠିକି ଯାଇନଥିଲେ। ନୀତିଗତ ଭାବରେ ବୈଜୟନ୍ତ ବିଜେପି ସହିତ ଘନିଷ୍ଠ ଓ ସେ ଖୁବ ଶୀଘ୍ର ବିଜେପି ରେ ଯୋଗଦେବେ ବୋଲି ସ୍ପଷ୍ଟ ସୂଚନା ମିଳୁଛି। ତେଣୁ ନୂଆ ଦଳରେ ଦାମ-ବୈଜୟନ୍ତ ଯୋଡି ଏକାଠି ହେବାର ସମ୍ଭାବନା ଯଥେଷ୍ଟ କମ।
ଦାମୋଦର ରାଉତ ବିଜେଡ଼ିର ଯେଉଁ ପୁରୁଣା ମୁହଁ ମାନଙ୍କୁ ନେଇ ନିଜର ପ୍ରତିଷ୍ଠା କରିବାକୁ ଚାହୁଁଥିଲେ, ସେମାନେ କେହି ତାଙ୍କୁ ଧରାଛୁଆଁ ଦେଉନାହାନ୍ତି। ବିଜୟ ମହାପାତ୍ର ମୂଳରୁ ଦାମଙ୍କ ପ୍ରସ୍ତାବକୁ ଖାରଜ କରିଥିବା ବେଳେ ପଂଚାନନ କାନୁନଗୋ, ସୁରେନ୍ଦ୍ର ନାୟକଙ୍କ ଭଳି ବରିଷ୍ଠ ନେତା ତାଙ୍କଠୁ ଦୂରେଇ ରହୁଛନ୍ତି। ଏମିତିରେ କାହାକୁ ନେଇ ଦାମ ନିଜର ଦଳ ଗଢୁଛନ୍ତି, ତାହା ସମୟକ୍ରମେ ସ୍ପଷ୍ଟ ହେବ।
୨୦୧୯ ନିର୍ବାଚନକୁ ଏବେ ମାତ୍ର ୨ ମାସ ବାକି। ସେଥିରେ ଗୋଟେ ନୂଆ ଦଳ ଗଢି କିଛି ଗୋଟାଏ ରାଜନୈତିକ ପରିବର୍ତ୍ତନର ବାହାସ୍ଫୋଟ କେବଳ ପିଲାଳିଆମୀ। ଅତି ବେଶୀରେ ଦାମଙ୍କ ନୂଆ ଦଳ ବିଜେପି କିମ୍ବା କଂଗ୍ରେସର ଅନାବଶ୍ୟକ ଲାଞ୍ଜ ହେବା ଛଡା ଅଧିକ କିଛି ପ୍ରଭାବ ପକାଇ ପାରିବ ନାହିଁ।
ସମୀକ୍ଷା ବ୍ୟୁରୋ –
ଭାରତର ମାନ୍ୟବର ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ କହିଲେ- ତମ ଲାଗି ଜେଲ ସବୁଠୁ ସୁରକ୍ଷିତ ସ୍ଥାନ। ତାପରେ ବି ଜେଲ ରେ ଥିବା ଅଭିଜିତ ଆୟାର ମିତ୍ରଙ୍କୁ ବାକ ସ୍ବାଧିନତାର ଆଳ ଦେଖାଇ ଦିଲ୍ଲୀ ଓ ଭୁବନେଶ୍ୱର ର କିଛି ସାମ୍ବାଦିକ ନିରବଚ୍ଛିନ୍ନ ଭାବରେ ସମର୍ଥନ ଦେଇ ଚାଲିଛନ୍ତି। କ୍ଷମା ମାଗି ସାରିବା ପରେ ତାଙ୍କୁ ଜେଲ ରେ ରଖିବାର ଆଉ ଯଥାର୍ଥତା ନାହିଁ ବୋଲି କିଛି ସାମ୍ବାଦିକ କହିଛନ୍ତି ଓ ସେମାନଙ୍କୁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ସମର୍ଥନ କରିଛନ୍ତି। ତେବେ ଏ ମାମଲା ଏବେ ଅଦାଲତର ବିଚାରାଧୀନ ରହିଥିବାରୁ, ଗଣ ମାଧ୍ୟମରେ କ୍ଷମା ମାଗିବା, ନ ମାଗିବା ଆଉ ପ୍ରସଙ୍ଗ ହୋଇ ରହିନାହିଁ। ଅଭିଜିତ ଏବେ ଗିରଫ ହୋଇ ଜେଲ ରେ ଅଛନ୍ତି। ତାଙ୍କର ପୋଲିସ ରିମାଣ୍ଡ ସରିବା ପରେ ଏବେ ତାଙ୍କୁ ଆଉ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତ କୁ ପଠେଇ ଦିଆଯାଇଛି।
ବାସ୍ତବ ସ୍ଥିତି ଦେଖିଲେ, ଏ ପ୍ରସଙ୍ଗରେ ପୋଲିସ ବା ରାଜ୍ୟ ସରକାର ଅଧିକ କିଛି କରିପାରିବେ ନାହିଁ। ଅଭିଜିତଙ୍କ ମନ୍ତବ୍ୟକୁ ନେଇ ସାରା ରାଜ୍ୟରେ ଜନମତ ଯେତେ ତୀବ୍ର ଥିଲା ସେଥିରେ ରାଜ୍ୟ ସରକାର ତାଙ୍କୁ ଗିରଫ ନକରି ଛାଡି ଦେବାର କୌଣସି ସମ୍ଭାବନା ନଥିଲା। ଅପରପକ୍ଷରେ ଅଭିଜିତ ସୁପ୍ରିମ କୋର୍ଟରୁ ଆଗୁଆ ଜାମିନ ପାଇବାରୁ ବଞ୍ଚିତ ହୋଇଥିବାରୁ ତାଙ୍କୁ ନିମ୍ନ ଅଦାଲତ ସହଜରେ ଜାମିନ ଦେବା ସମ୍ଭବ ନୁହେଁ। ରାଜ୍ୟ ପୋଲିସ ଏ କ୍ଷେତ୍ରରେ ଆଇନ ଅନୁସାରେ କାମ କରିବାକୁ ବାଧ୍ୟ।
ତେବେ ଏହି ଘଟଣାରେ ତଥାକଥିତ ବୁଦ୍ଧିଜୀବୀମାନଙ୍କ ପ୍ରତିକ୍ରିୟା ବେଶ ପିଲାଳିଆ ମାନେ ହେଉଛି। ଜଣେ ସାମ୍ବାଦିକ ରୁବେନ ବାନାର୍ଜୀ ଲେଖିଛନ୍ତି, – ‘ସାହସୀ ପୋଲିସ ଏ ବିଷୟରେ କଣ ତଦନ୍ତ କରୁଛି? ଅଭିଜିତଙ୍କ ସହ କିଛି ସନ୍ତ୍ରାସବାଦୀ ସଂଯୋଗ ଅଛି ବୋଲି ସେମାନେ ଭାବୁଛନ୍ତି କି? ଏହା ବାସ୍ତବରେ ହାସ୍ୟାସ୍ପଦ ଓ ମୁଁ ଭାବୁଛି, ବିଜ୍ଞ ଓଡିଆ ମାନେ ଏହାକୁ ରୁଗ୍ଣ ମାନସିକତା ବୋଲି ଭାବିବା ଉଚିତ।‘ ରୁବେନ ବୋଧେ ଆଇନର ଉର୍ଦ୍ଧ୍ଵରେ ଓ ସେ ବୋଧେ ଭାବୁଛନ୍ତି, ଓଡିଶା ପୋଲିସ ବୋଧହୁଏ ସରକାରୀ ଶିକ୍ଷକ ଭଳି କାମ କରିବା ଉଚିତ। ପିଲା କ୍ଷମା ମାଗିଲେ, ଶିକ୍ଷକ ଯେମିତି କ୍ଷମା ଦେଇ ଦିଅନ୍ତି ଏ କ୍ଷେତ୍ରରେ ପୋଲିସ ସେୟା କରିବା ଉଚିତ ବୋଲି ବୋଧେ ସେ ଭାବୁଛନ୍ତି।
ଅଭିଜିତ ଗଣମାଧ୍ୟମ ଆଗରେ ଯେଉଁ କ୍ଷମା ପ୍ରାର୍ଥନା କରିଛନ୍ତି, ତାହା ଆଇନ ଦୃଷ୍ଟିରୁ ଗ୍ରହଣୀୟ ନୁହେଁ। ତାଙ୍କ ବିରୋଧରେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା ଭଳି ସଙ୍ଗୀନ ଅଭିଯୋଗ ରହିଛି। ସେଥିରେ କେବଳ ଅଦାଲତ ହିଁ ତାଙ୍କୁ କ୍ଷମା କରିପାରିବେ। ଅଦାଲତର ସ୍ଵାଭାବିକ ପ୍ରକ୍ରିୟା ଦେଇ ଅଭିଜିତଙ୍କ ବିରୋଧରେ ରହିଥିବା ଅଭିଯୋଗର ବିଚାର ହେବ। ତାକୁ ନେଇ ଅଯଥା ରାଜନୀତି କରିବାର କୌଣସି କାରଣ ନାହିଁ।
ଅନ୍ୟ ଏକ ଘଟଣାକ୍ରମରେ ଅଭିଜିତଙ୍କୁ ଜାମିନ ନମିଳିବା ପଛରେ ମୋ ବିରୋଧରେ ଷଡଯନ୍ତ୍ର ଚାଲିଛି ବୋଲି ବୈଜୟନ୍ତ ପଣ୍ଡା କହିଛନ୍ତି। ପୂର୍ବରୁ ଅଭିଜିତଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ ବୋଲି କହିସାରିବା ପରେ ଏବେ ହଠାତ ବୈଜୟନ୍ତଙ୍କ ଅଭିଜିତ ପ୍ରେମ ଅନେକ ସନ୍ଦେହ ସୃଷ୍ଟି କରୁଛି। ବୈଜୟନ୍ତ ଓ ଅଭିଜିତ ସମ୍ପର୍କ ରେ ଅନେକ ରହସ୍ୟମୟ ଦିଗ ଥାଇପାରେ ବୋଲି ଏବେ ସନ୍ଦେହ ବଢୁଛି। ନଚେତ ଅନାବଶ୍ୟକ ଭାବରେ ବୈଜୟନ୍ତ ବାବୁ ଏ ପ୍ରସଙ୍ଗରେ ଏତେ ପ୍ରତିକ୍ରିୟାଶୀଳ ହେବାର କାରଣ କଣ? ସ୍ଵାଭାବିକ ପ୍ରକ୍ରିୟାରେ ଅଭିଜିତଙ୍କୁ ଜାମିନ ମିଳିବା ଯାଏଁ ଅପେକ୍ଷା କରିବାରେ ଅସୁବିଧା କଣ?
The 5th edition of the 10-day “Women of India National Organic Festival 2018” organised by the Ministry of Women & Child Development culminated on the night of Sunday, 4th November, at the expansive grounds of Indira Gandhi National Centre for the Arts, Janpath Road. Over the 10 days, women farmers and entrepreneurs from across the country, participated with vast variety of organic products ranging from food and fabrics to wellness and personal care participated in this festival, which is an annual affair.
This year, the total sales by the women farmers and entrepreneurs who came from 26 States, were a record of over Rs. 2.75 crore, up from Rs. 1.84 crore in last year’s edition that was organised at Dilli Haat, INA, New Delhi. The festival is expected to have had footfalls of nearly 12 lakh. The success of the Organic Festival has added to the joy of the women farmers from diverse as well as far off corners of the country, such as Majuli, Kangra, Leh, Palakkad, Chikkmaglur, Yavatmal, Dimapur and Almora, among others. Participants had the opportunity to travel and stay in Delhi free of cost for the entire duration of the Festival while enjoying the experience of selling their wholesome goods to Delhiites, who thronged the lawns of IGNCA, not only on weekends, but also on weekdays. This year saw the grand debut of the Food Court and Vegan Food, which were very well received by all visitors.
The Women of India National Organic Festival 2018 was inaugurated on 26th October 2018, at IGNCA, Janpath Road by the Union Minister of Women and Child Development, Smt. Maneka Sanjay Gandhi, who has been instrumental in creating the only festival of its kind in India. She also did her Diwali gifts’ shopping from the organic festival, an example followed by several people who made return trips to IGNCA, to make their gift basket unique.
ସମୀକ୍ଷା ବ୍ୟୁରୋ –
ପରିଶେଷରେ ବିଜେଡ଼ିର ବହିସ୍କୃତ ସାଂସଦ ବୈଜୟନ୍ତ ପଣ୍ଡା ଭାରତୀୟ ଜନତା ପାର୍ଟିରେ ଯୋଗଦେବେ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଖବର ମିଳିଛି। ଚଳିତ ବର୍ଷ ଜାନୁଆରୀ ମାସରେ ବିଜେଡ଼ିରୁ ବହିସ୍କୃତ ହେବାପରେ ବୈଜୟନ୍ତଙ୍କ ଭବିଷ୍ୟତ କଣ ହେବ ତାକୁ ନେଇ ଚର୍ଚ୍ଚା ଆଲୋଚନା ଜାରି ରହିଥିଲା। ତେବେ ନୀତିଗତ ଭାବରେ ବୈଜୟନ୍ତ ଦକ୍ଷିଣପନ୍ଥୀ ବିଚାର ସହିତ ସହଜରେ ରହି ଆସିଛନ୍ତି। ସଂଘ ପରିବାର ସହିତ ତାଙ୍କର ଘନିଷ୍ଠତା ବେଶ ଜଣାଶୁଣା। ବିଶେଷ କରି ସଂଘର ବିଜେପି ଚେହେରା ଭାବରେ ପରିଚିତ ରାମ ମାଧବଙ୍କ ସହିତ ବୈଜୟନ୍ତଙ୍କ ବନ୍ଧୁତ୍ଵ ରହିଛି। ପୂର୍ବରୁ ସଂଘ ସହିତ ନିବିଡତା ଥିବା କିଛି ସାମ୍ବାଦିକଙ୍କ ଜରିଆରେ ବୈଜୟନ୍ତଙ୍କ ବିଜେପି ପ୍ରବେଶ ପାଇଁ ଉଦ୍ୟମ ହୋଇଥିଲା। ଗୋଟେ ସମୟରେ ବିଜେପି ଓ ସଂଘର ମୁଖପତ୍ର ଭଳି କାମ କରୁଥିବା ଅର୍ଣ୍ଣବ ଗୋସ୍ଵାମୀଙ୍କ ରିପବ୍ଲିକ ଟିଭି ବୈଜୟନ୍ତ ବିଜେପିରେ ଯୋଗ ଦେଉଛନ୍ତି ବୋଲି ଖବର ପ୍ରଚାର କରିଥିଲା। ତେବେ ଏ ସଙ୍କ୍ରାନ୍ତରେ ରାଜ୍ୟ ବିଜେପିର ଏକ ପ୍ରଭାବଶାଳୀ ଗୋଷ୍ଠୀ ନିଜର ଅସହମତି ପ୍ରକାଶ କରିଥିଲେ। ରାଜ୍ୟ ବିଜେପିର ମଙ୍ଗୁଆଳ ବୋଲାଉଥିବା ଜନୈକ ପ୍ରଭାବଶାଳୀ ବିଜେପି ନେତା ବୈଜୟନ୍ତଙ୍କ ଯୋଗଦାନକୁ ବିରୋଧ କରିଥିଲେ।
ଇତି ମଧ୍ୟରେ ନିର୍ବାଚନ ପାଖେଇ ଆସୁଥିବାରୁ, ଏ ପ୍ରସଙ୍ଗରେ ଶୀଘ୍ର ନିଷ୍ପତ୍ତି ନେବାକୁ ଉଭୟ ବୈଜୟନ୍ତ ଓ ବିଜେପି ଶିବିରର ତତ୍ପରତା ପ୍ରକାଶ ପାଇଛି। ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ର କେନ୍ଦ୍ରୀୟ ନେତୃତ୍ଵ ଏ କ୍ଷେତ୍ରରେ ହସ୍ତକ୍ଷେପ କରି ବୈଜୟନ୍ତଙ୍କୁ ତୁରନ୍ତ ବିଜେପିରେ ସାମିଲ କରିବାକୁ ବିଜେପିକୁ ନିଜର ମତ ଜଣାଇ ସାରିଛନ୍ତି। ସଂଘ ଏ ବିଷୟରେ ସବୁଜ ସଙ୍କେତ ଦେଲା ପରେ ରାଜ୍ୟ ନେତୃତ୍ବର ବିରୋଧ ଏବେ ଶିଥିଳ ହୋଇପଡିଛି। ଏଇ ମାସ ଶେଷ ସପ୍ତାହ କିମ୍ବା ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ବୈଜୟନ୍ତଙ୍କୁ ବିଜେପିରେ ସାମିଲ କରାଯିବ।
ବୈଜୟନ୍ତଙ୍କ କାର୍ୟାଳୟ ତରଫରୁ ଏ ବିଷୟରେ କିଛି କୁହା ଯାଇନଥିଲେ ମଧ୍ୟ, ଏ ପ୍ରକାର ସମ୍ଭାବନା କୁ ଅସ୍ଵୀକାର ମଧ୍ୟ କରାଯାଇନାହିଁ। ଓଡିଶା ସଂଘର ଜଣେ କର୍ମକର୍ତ୍ତା କହିଛନ୍ତି ଯେ ବୈଜୟନ୍ତଙ୍କୁ ବିଜେପିରେ ସାମିଲ କରି ତାଙ୍କୁ ବୈଦେଶିକ ବ୍ୟାପାର ଭଳି କେତେକ ଗୁରୁତ୍ୱପୂର୍ଣ୍ଣ ବିଭାଗ କଥା ବୁଝିବାକୁ ଦାୟିତ୍ଵ ଦିଆ ଯାଇପାରେ ବୋଲି କହିଛନ୍ତି। ତେବେ ବୈଜୟନ୍ତଙ୍କ ବିଜେପିରେ ମିଶିବା ପ୍ରସଙ୍ଗକୁ ରାଜ୍ୟ ବିଜେପିର ଏକ ଟାଣୁଆ ଗୋଷ୍ଠୀ ଆଜି ମଧ୍ୟ ବିରୋଧ କରୁଛନ୍ତି।
ପୂର୍ବରୁ ସରକାର ବିରୋଧୀ ଭୂମିକା ନେଉଥିବା ବୈଜୟନ୍ତଙ୍କ ଓଟିଭି ଗୋଟେ ସମୟରେ ବିଜେପି ଓ କଂଗ୍ରେସକୁ ସମାନ ଗୁରୁତ୍ଵ ଦେଉଥିଲା। ଏବେ କିନ୍ତୁ ଏହା ଖୋଲାଖୋଲି ବିଜେପିର ଅଘୋଷିତ ଲୋକ ସମ୍ପର୍କ କେନ୍ଦ୍ର ଭାବରେ କାମ କରୁଛି ବୋଲି କିଛି କଂଗ୍ରେସ ନେତା ଅଭିଯୋଗ କରିଛନ୍ତି। ଚତୁରତାର ସହିତ ବୈଜୟନ୍ତ ଏବେ ବିଜେପିରେ ନିଜର ଯୋଗଦାନ ପ୍ରସଙ୍ଗକୁ ଆଡେଇ ଚାଲିଛନ୍ତି। ତେବେ କଂଗ୍ରେସକୁ ନବୀନ ବିରୋଧୀ ଆଭିମୁଖ୍ୟରେ କିଛିଟା ବ୍ୟବହାର କଲାପରେ, ଏବେ ସ୍ଵାଭାବିକ ଭାବରେ ସେ ନିଜର ଦକ୍ଷିଣପନ୍ଥୀ ବିଚାରର ଦଳରେ ଯୋଗ ଦେବାକୁ ଯାଉଛନ୍ତି।
ସମୀକ୍ଷା ବ୍ୟୁରୋ –
କର୍ଣ୍ଣାଟକ ଉପ ନିର୍ବାଚନ ର ଫଳାଫଳ କେବଳ ରାଜ୍ୟ ପାଇଁ ନୁହେଁ, ଏହା ଜାତୀୟ ରାଜନୀତି ପାଇଁ ମଧ୍ୟ ଏକ ସ୍ପଷ୍ଟ ସଙ୍କେତ ଦେଉଛି। ବିଜେପିର ଦୂର୍ଗ ବୋଲି କୁହାଯାଉଥିବା ବେଲାରୀ ଲୋକସଭା ଆସନରେ କଂଗ୍ରେସର ବିପୁଳ ବିଜୟ ଭବିଷ୍ୟତରେ ବିଜେପିର ନିର୍ବାଚନୀ ସମ୍ଭାବନା କୁ ମଳିନ କେରିଦେଇଛି। ଏହି ଆସନରେ ଖଣି ଦୁର୍ନୀତି ପାଇଁ କୁଖ୍ୟାତ ରେଡ୍ଡୀ ପରିବାରର ଅତ୍ୟନ୍ତ ଘନିଷ୍ଠ ଶ୍ରୀରାମୁଲୁଙ୍କ ଭଉଣୀ ଜେ. ଶାନ୍ତା ବିଜେପି ଟିକେଟରେ ନିର୍ବାଚନ ଲଢୁଥିଲେ। ତାଙ୍କୁ କଂଗ୍ରେସ ପ୍ରାର୍ଥୀ ଭି.ଏସ.ଉଗ୍ରାପ୍ପା ୨୪୩୦୦୦ ରୁ ଅଧିକ ଭୋଟ ରେ ହରାଇଛନ୍ତି। ଏହା ସହିତ ଅନ୍ୟ ଏକ ଲୋକସଭା ଆସନ ମାଣ୍ଡ୍ୟାରେ ଜନତା ଦଳ -ଏସ ର ପ୍ରାର୍ଥୀ ଏଲ.ଆର.ଶିବରାମେଗୌଡ ବିଜୟୀ ହୋଇଛନ୍ତି। କେବଳ ଶିବମୋଗା ଆସନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଯେଦୁୟୁରପ୍ପା ଙ୍କ ପୁଅ ବି.ୱାଇ.ରାଘବେନ୍ଦ୍ର ଜିତିଛନ୍ତି। ୫ ଟି ଲୋକସଭା ଓ ବିଧାନସଭା ପାଇଁ ଅନୁଷ୍ଠିତ ଉପ ନିର୍ବାଚନରେ କଂଗ୍ରେସ ଓ ଜନତା ଦଳ-ଏସ କୁ ବିପୁଳ ସଫଳତା ମିଳିଛି।
ଏକ ସଫଳ ରାଜନୈତିକ ଗଠବନ୍ଧନ ବିଜେପି କୁ କ୍ଷମତାରୁ ଦୂରେଇ ରଖିବାରେ ଜେ ସଫଳ ହେବ , ଏକଥା ପୁଣିଥରେ ପ୍ରମାଣିତ ହୋଇଛି। ବିଜେପିର ଆକ୍ରାମକ ରଣନୀତିକୁ ମୁକାବିଲା କରିବାକୁ ହେଲେ ସମଭାବାପନ୍ନ ଦଳ ଗୁଡିକ ଏକାଠି ଆସିବାର ଏକ ସ୍ପଷ୍ଟ ସଙ୍କେତ ଏହି ନିର୍ବାଚନରୁ ମିଳୁଛି। କର୍ଣ୍ଣାଟକରେ କଂଗ୍ରେସ ଓ ଜନତା ଦଳ-ଏସ ର ସରକାର ବେଶୀ ଦିନ ତିଷ୍ଠିବ ନାହିଁ ବୋଲି ବିଜେପି ଯେଉଁ ସ୍ଵପ୍ନ ଦେଖୁଥିଲା ତାହା ଏହି ନିର୍ବାଚନ ଫଳାଫଳ ଭାଙ୍ଗି ଦେଇଛି। ଦିନକୁ ଦିନ କୁମାରସ୍ଵାମୀ ଓ କଂଗ୍ରେସ ସମ୍ପର୍କ ସୁଦୃଢ ହେଉଥିବାରୁ ଏହା ବିଜେପି ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।
କର୍ଣ୍ଣାଟକ ଜାତୀୟ ରାଜନୀତି ପାଇଁ ଏକ ନିର୍ଣ୍ଣାୟକ ସଙ୍କେତ ମଧ୍ୟ ଦେଉଛି। ଏହି ରାଜ୍ୟରେ ୨୮ ଲୋକସଭା ନିର୍ବାଚନର ଫଳାଫଳ ୨୦୧୯ ନିର୍ବାଚନକୁ ପ୍ରଭାବିତ କରିବ। ସେହିପରି ଏହି ମାସ ଅନୁଷ୍ଠିତ ହେଉଥିବା ରାଜସ୍ଥାନ, ମଧ୍ୟ ପ୍ରଦେଶ, ଛତିଶଗଡ, ତେଲେଙ୍ଗାନା ଇତ୍ୟାଦି ରାଜ୍ୟ ନିର୍ବାଚନରେ ମଧ୍ୟ ଏହି ଫଳାଫଳ ର ପରୋକ୍ଷ ପ୍ରଭାବ ପଡିବ। ବିଶେଷ କରି ରାଜସ୍ଥାନ, ମଧ୍ୟ ପ୍ରଦେଶ, ଛତିଶଗଡ ନିର୍ବାଚନରେ ବିଜେପି ସରକାରରେ ରହିଛି।
ତେଣୁ ଏହି ସବୁ ରାଜ୍ୟରେ ସରକାର ବିରୋଧୀ ଜନମତ ସ୍ଵାଭାବିକ ଭାବରେ ରହିଛି। କେତୋଟି ସର୍ଭେ ରେ ଏହି ସବୁ ରାଜ୍ୟରେ କଂଗ୍ରେସ ଭଲ କରିବ ବୋଲି ସୂଚନା ମିଳୁଛି। ସେହି ସମୟରେ କଂଗ୍ରେସର ଏହି ବିପୁଳ ବିଜୟ ଆଗାମୀ ଦିନର ନିର୍ବାଚନୀ ସମୀକରଣକୁ ନିଶ୍ଚୟ ପ୍ରଭାବିତ କରିବ ।
ଚାଷୀ ଆନ୍ଦୋଳନ, ରାଜନୀତି ଓ ବାସ୍ତବ ସ୍ଥିତି
କେଦାର ମିଶ୍ର –
କୃଷି ବିଶେଷଜ୍ଞ ମାନେ କହୁଛନ୍ତି ଭାରତରେ ପ୍ରତି ୨୪ ଘଣ୍ଟା ରେ ୨୦୨୪ ଜଣ ଚାଷୀ ଚାଷ ଚାଷ କାମ ଛାଡିବାକୁ ବାଧ୍ୟ ହେଉଛନ୍ତି। ୨୦୧୧ ଜନଗଣନା ରିପୋର୍ଟ ରେ ଏହି କଥା ପ୍ରମାଣିତ ହୋଇସାରିଛି। ଭାରତରେ ଚାଷୀ ମାନେ ବାଧ୍ୟ ହୋଇ ଚାଷକାମ ଛାଡୁଥିବାର ବହୁ କାରଣ ଭିତରୁ ସବୁଠୁ ବଡ କାରଣ ହେଉଛି, ୧୯୯୨ ପରଠୁ ଭାରତର ପ୍ରାୟ ପ୍ରତ୍ୟେକ ସରକାର ଗ୍ରହଣ କରିଥିବା ଚାଷ ଓ ଚାଷୀ ବିରୋଧୀ ନୀତି। କର୍ପୋରେଟ ଅର୍ଥନୀତିରେ ଚାଷୀମାନଙ୍କୁ ସରକାରୀ ସବସିଡି ଉପରେ ନିର୍ଭରଯୋଗ୍ୟ ପରଜୀବୀ ବୋଲି କୁହାଯାଉଛି। ରାଜନୈତିକ ଦଳମାନେ ଉପରେ ଉପରେ ଚାଷୀଙ୍କ ସ୍ଵାର୍ଥ ଓ ଉନ୍ନତିର କଥା କହୁଥିଲେ ମଧ୍ୟ ସରକାରୀ ନୀତି ଓ ଯୋଜନାରେ ଚାଷୀର ମେରୁଦଣ୍ଡ ଭାଙ୍ଗିଦେବାଲାଗି ସବୁ ପ୍ରକାର ଉଦ୍ୟମ କରୁଛନ୍ତି।
ସେଇ ପୃଷ୍ଠଭୂମିରେ ନଭେମ୍ବର ୫ ତାରିଖ ଦିନ ରାଜଧାନୀ ଭୁବନେଶ୍ୱର ରେ ପ୍ରବେଶ କରିବାକୁ ଚାହୁଁଥିବା ନବନିର୍ମାଣ କୃଷକ ସଂଗଠନ ର ଆନ୍ଦୋଳନ କୁ ବିଚାର କରାଯାଇପାରେ। ଏହି ଆନ୍ଦୋଳନ କୁ ଓଡିଶା ରାଜନୀତି, ବିଶେଷ କରି ୨୦୧୯ ସାଧାରଣ ନିର୍ବାଚନ ପୂର୍ବର ରାଜନୈତିକ ରଣନୀତିର ଅଂଶ ଭାବରେ ମଧ୍ୟ ସମୀକ୍ଷା କରାଯାଇପାରେ।
ନବନିର୍ମାଣ କୃଷକ ସଂଗଠନ ର ମୂଳ ଦାବୀ ହେଉଛି, ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ – ଅର୍ଥାତ ଚାଷୀର ଉତ୍ପାଦନ ପାଇଁ ଯଥାର୍ଥ ମୂଲ୍ୟ, ଚାଷୀ କୁ ସମ୍ମାନ ଓ ସାମାଜିକ ସୁରକ୍ଷା ଲାଗି ଚାଷୀଙ୍କୁ ପେନସନ । ମୋଟାମୋଟି ଶୁଣିବାକୁ ଏହା ଭଲ ଶୁଭୁଛି। ତେବେ ଏହାର ବାସ୍ତବ ସ୍ଥିତି କଣ ଓ ଏପ୍ରକାର ଦାବୀ କୁ ନେଇ ରାଜ୍ୟ ସରକାର କଣ କରିପାରିବେ, ସେକଥା ମଧ୍ୟ ଆଲୋଚନା ହେବା ଉଚିତ।
ଚାଷୀର ଉତ୍ପାଦନ ପାଇଁ ଯଥାର୍ଥ ମୂଲ୍ୟ ଦେବାକୁ ସ୍ବାମୀନାଥନ କମିଟି ଯେଉଁ ପରାମର୍ଶ ଦେଇଥିଲେ, ତାକୁ ଭାରତ ସରକାର ଲାଗୁ କରୁନାହାନ୍ତି। ଏମଏସପି ଦର ବଢାଇବାକୁ ଓଡିଶା ବିଧାନସଭା ସର୍ବସମ୍ମତ୍ତି କ୍ରମେ କେନ୍ଦ୍ର ସରକାରକୁ ଯେଉଁ ପ୍ରସ୍ତାବ ଦେଇଥିଲେ, ତାକୁ ଗ୍ରହଣ କରାଯାଇନାହିଁ। ଶସ୍ୟର ସର୍ବନିମ୍ନ ମୂଲ୍ୟ ନିର୍ଧାରଣ ଦାୟିତ୍ଵ କେନ୍ଦ୍ର ସରକାରଙ୍କର । ସେ ବିଷୟରେ ରାଜ୍ୟ ସରକାରଙ୍କ ଭୂମିକା ସୀମିତ। ଏହାକୁ ଆଖିରେ ରଖି ଏକଥା କୁହାଯାଇପାରିବା ଯେ, ଏହି ଆନ୍ଦୋଳନକୁ ସମର୍ଥନ କରି ଓଡିଶାର ବିଜେପି ବୋଧେ ନିଜ ସରକାର ବିରୋଧରେ ପ୍ରତିବାଦ କରୁଛି। ବିଜେପି ସରକାର କେନ୍ଦ୍ରରେ ସ୍ବାମୀନାଥନ କମିଶନ ରିପୋର୍ଟ କୁ ଲାଗୁ କରୁଛି ବୋଲି କହୁଥିବା ବେଳେ ଏହାକୁ ଦେଶର ପ୍ରମୁଖ କୃଷକ ସଂଗଠନ ଗୁଡିକ ଅସ୍ଵୀକାର କରିଛନ୍ତି। ତେବେ ସ୍ବାମୀନାଥନ କମିଟି ରିପୋର୍ଟ କୁ ଲାଗୁ କରିବା ପାଇଁ ନବ ନିର୍ମାଣ ସଂଗଠନ ବିଶେଷ ଦାବୀ ରଖୁନାହିଁ। ମୂଲ୍ୟ ନିର୍ଦ୍ଧାରଣ ସମ୍ପର୍କରେ ଆଜି ମଧ୍ୟ ଏହି ଆନ୍ଦୋଳନ ତରଫରୁ ଠୋସ ପ୍ରସ୍ତାବ କିଛି ଥିଲାଭଳି ମାନେ ହେଉନାହିଁ।
ଚାଷୀଙ୍କୁ ସମ୍ମାନ କେଉଁ ସରକାର ଦେବ? ଚାଷୀକୁ ପରଜୀବୀ ବୋଲି ଭାବୁଥିବା, ଅର୍ଥନୀତି ଥିବା ପର୍ଯନ୍ତ ଚାଷୀକୁ ସମ୍ମାନ ମିଳିବ ନାହିଁ। ନବ ନିର୍ମାଣ କୃଷକ ସଂଗଠନ ଏହି ଅର୍ଥନୀତି ବିରୋଧରେ ନିଜର ସ୍ପଷ୍ଟ ମତ କେଉଠି ହେଲେ ରଖିନାହିଁ। ବରଂ ଏହି ଆନ୍ଦୋଳନ ର ସମର୍ଥନରେ ଛିଡା ହୋଇଥିବା ଅନେକ ନେତା କୃଷକ ବିରୋଧୀ ଅର୍ଥନୀତିକୁ ବିଭିନ୍ନ ସ୍ତରରେ ସମର୍ଥନ କରିଛନ୍ତି।
ବାକି ରହିଲା ପେନସନ କଥା। ଓଡିଶାରେ ଚାଷୀ ମାନଙ୍କୁ ପେନସନ ଦେବାଲାଗି ଏକ ପ୍ରସ୍ତାବ ରହିଥିବା କଥା ଓଡିଶାର ଅର୍ଥମନ୍ତ୍ରୀ ୨୦୧୮-୧୯ ବଜେଟ ର ପ୍ରସ୍ତୁତି ସମୟରେ ସୂଚନା ଦେଇଥିଲେ। ତେବେ ତାହା ଆଜି ପର୍ଯନ୍ତ କାର୍ୟକାରୀ ହୋଇନାହିଁ। ପଶ୍ଚିମ ବଙ୍ଗ ୬୫ ବର୍ଷ ଅତିକ୍ରମ କରିଥିବା ଚାଷୀଙ୍କୁ ୧୦୦୦ ଟଙ୍କାର ଭତ୍ତା ଦେଉଛନ୍ତି। ସେହିପରି ୨୦୧୫ ରେ କେନ୍ଦ୍ରର ବିଜେପି ସରକାର ବୟସ୍କ ଚାଷୀ ମାନଙ୍କୁ ୫୦୦୦ ଟଙ୍କାର ମାସିକ ପେନସନ ଦେବାକୁ ଘୋଷଣା କରିଥିଲେ। ସେ ଘୋଷଣା ଆଜିଯାଏ କାର୍ୟକାରୀ ହୋଇନାହିଁ । ଚାଷୀଙ୍କୁ ସାମାଜିକ ନିରାପତ୍ତା ଯୋଗାଇଦେବାଲାଗି ଏକ ଜାତୀୟ ଯୋଜନାର ଆବଶ୍ୟକତା ପ୍ରସଙ୍ଗରେ ଏହି ଆନ୍ଦୋଳନ କିଛି କହୁଛି କି? ତେବେ ଓଡିଶା ସରକାର ସ୍ଵତନ୍ତ୍ର କୃଷି ବଜେଟ ଓ ଚାଷୀଙ୍କ ଆୟ ଦୁଇଗୁଣ କରିଥିବାର ଦାବୀ କରୁଥିବାରୁ ଏ ପ୍ରସଙ୍ଗରେ କିଛି ଗୋଟେ ପଦକ୍ଷେପ ନେବା ଜରୁରୀ।
ଓଡିଶା ସରକାରଙ୍କ ତଥ୍ୟ ଅନୁଯାୟୀ ୨୦୧୬-୧୭ ସୁଦ୍ଧା ରାଜ୍ୟର ୧୯,୮୫,୦୨୪ ବ୍ୟକ୍ତିଙ୍କୁ ମଧୁବାବୁ ପେନସନ ଯୋଜନାର ହିତାଧିକାରୀ ଭାବରେ ୩୦୦-୫୦୦ ଟଙ୍କାର ପେନସନ ପ୍ରଦାନ କରାଯାଉଛି। ଏଥିରେ ଚାଷୀଙ୍କୁ ସାମିଲ କରି ଏହି ପେନସନ ଅର୍ଥର ପରିମାଣକୁ ଏକ ସମ୍ମାନଜନକ ସ୍ତରକୁ ଅଣାଯିବା ଉଚିତ।
ଏହି ଆନ୍ଦୋଳନ ପଛରେ ସାମାଜିକ ସୁରକ୍ଷା ଓ କୃଷକର ସ୍ଵାର୍ଥ ଅପେକ୍ଷା ଏହାର ରାଜନୈତିକ ସ୍ଥିତି ଅଧିକ ଆଲୋଚିତ ହେଉଛି। ଏହାର ନେତୃତ୍ଵ କେବଳ ଉପକୂଳ ଓଡିଶାରେ ସୀମିତ ରହିଥିବା ବେଳେ ରାଜ୍ୟର ଅନ୍ୟାନ୍ୟ ଚାଷୀ ସଂଗଠନ ସହିତ ଏହାର ସମନ୍ବୟ ନାହିଁ। ଦୀର୍ଘ ସମାୟ ଧରି ଏହି ଆନ୍ଦୋଳନ ର ପୃଷ୍ଠପୋଷକ ଥିବା ସୌମ୍ୟରଞ୍ଜନ ପଟ୍ଟନାୟକ ସରକାରୀ ଦଳରେ ଯୋଗଦେଇ ରାଜ୍ୟସଭାକୁ ଯିବାପରେ, ଏହି ଆନ୍ଦୋଳନର ଉଦ୍ଦେଶ୍ୟ ସନ୍ଦେହଜନକ ହୋଇପଡିଥିଲା। ତେବେ ସୌମ୍ୟ ବାବୁ ଯିବାପରେ ଏବେ ଏଥିରୁ ରାଜନୈତିକ ଫାଇଦା ଉଠାଇବାକୁ ବିଜେଡି ବିରୋଧୀ ରାଜନୈତିକ ଦଳ ଗୁଡିକ ଏହାର ମଞ୍ଚ କୁ ଅପହରଣ କରିନେଇଛନ୍ତି। ଚାଷୀଙ୍କ ତୁଳନାରେ ଏହି ଆନ୍ଦୋଳନରେ ଅଧିକରୁ ଅଧିକ ବିରୋଧୀ ରାଜନେତାଙ୍କ ଭାଷଣ ଶୁଣିବାକୁ ମିଳୁଛି। ଏପରିକି ଲୋକସଭାରେ ଚାଷୀଙ୍କୁ ଦିଆଯାଉଥିବା ସବସିଡି କୁ ବିରୋଧ କରୁଥିବା ଓ ଜେନେଟିକ ବିହନ ପରି ଜଘନ୍ୟ ଚାଷୀ ବିରୋଧୀ ପଦକ୍ଷେପକୁ ସମର୍ଥନ କରୁଥିବା ରାଜନେତା ମାନେ ଏହି ଆନ୍ଦୋଳନ ସହିତ ରହିଥିବାର ଘୋଷଣା କରୁଛନ୍ତି। ଏପରିକି ଏହି ଆନ୍ଦୋଳନରେ ଏକଦା ଲୋକଙ୍କୁ ଠକି ଜେଲ ଯାଇଥିବା ଜଣେ ବିବଦମାନ ବ୍ୟବସାୟୀଙ୍କ ସମ୍ପୃକ୍ତିକୁ ନେଇ ମଧ୍ୟ ଅନେକ ପ୍ରଶ୍ନବାଚୀ ରହିଛି। ଗାନ୍ଧୀବାଦ ଆଧାରିତ ଏକ ସଙ୍ଗଠନରେ ଜଣେ କୁଖ୍ୟାତ ବିଲ୍ଡରଙ୍କ ସମ୍ପୃକ୍ତି ଆଦୌ ଗ୍ରହଣଯୋଗ୍ୟ କଥା ନୁହେଁ।
ଆପାତତଃ ଉପକୂଳ ଓଡିଶାରେ ଏକ ପ୍ରଭାବଶାଳୀ ଚାଷୀ ସଂଗଠନ ଭାବରେ ଗଢିଉଠୁଥିବା ଏହି ସଂଗଠନ ର ରାଜନୀତି ଓ ସାଙ୍ଗଠନିକ ପ୍ରଭାବ ୨୦୧୯ ନିର୍ବାଚନରେ ପଡିବ କି ନାହିଁ, ସେକଥା ଏବଠୁ ଆକଳନ କରିବା ସମ୍ଭବ ନୁହେଁ।
ପ୍ରତୁଲ୍ ଦାଶ,ସମକାଳୀନ ଭାରତୀୟ ଚିତ୍ର ଜଗତରେ ଏକ ଚର୍ଚ୍ଚିତ ନାମ। ଚିତ୍ର ସଂରଚନାରେ ଅଭିନବ ରୀତି ଓ ଅଣପାରମ୍ପରିକ କଳା ସଂସ୍ଥାପନା ପାଇଁ ପ୍ରତୁଲଙ୍କ ସୁନାମ ରହିଛି। ତାଙ୍କର ଜନ୍ମ ଓଡିଶାର ସମ୍ବଲପୁର ଜିଲ୍ଲାର ବୁର୍ଲାଠାରେ । ତାଙ୍କର କଳାକର୍ମଗୁଡିକ ଭିନ୍ନ ଭିନ୍ନ ଧାରଣାକୁ ଆଧାର କରି ସୃଷ୍ଟ । ବି.କେ କଲେଜ ଭୁବନେଶ୍ୱରରୁ ସ୍ନାତକ ଏବଂ ଦିଲ୍ଲୀ କଲେଜ ଅଫ୍ ଆର୍ଟରୁ ସ୍ନାକତ୍ତୋର କରିବା ପରେ ସେ ଏବେ ଦିଲ୍ଲୀରେ ଚିତ୍ରାଭ୍ୟାସ କରୁଛନ୍ତି ।ପ୍ରତୁଲ ନିଜ ବିଷୟବସ୍ତୁ ଚୟନ ବେଳେ ବାସ୍ତବତା ଓ ସାମାଜିକ ଜୀବନର ଛୋଟ ଛୋଟ ଘଟନା ସହ ନିଜକୁ ସାମିଲ କରନ୍ତି। ତାଙ୍କ ଚିତ୍ର କାନଭାସ ରେ ହେଉ ବା ସଂସ୍ଥାପନା କ୍ଷେତ୍ରରେ, କେବେ କେମିତି ଅଡିଓ ଭିଜୁଆଲ ନିର୍ମାଣରେ ମଧ୍ୟ ସେ କୁହୁକ ସର୍ଜନ କରିପାରନ୍ତି। ତାଙ୍କ ଚିତ୍ର ସାଧାରଣ ମଣିଷର କଥାକୁ ଅସାଧାରଣ କଳାଶକ୍ତି ପ୍ରଦାନ କରିବାରେ ସମର୍ଥ। ନିଜର କଳାତ୍ମକ ଉପସ୍ଥାପନାରେ ପ୍ରତୁଲ ସମାଜ, ସ୍ଥାନାନ୍ତରଣ ଭଳି ସମସ୍ୟା , ଜୀବଜଗତର ସଙ୍କଟ ଆଦି ବିଷୟ ଉପରେ ଆଲୋକପାଟ କରିଥାନ୍ତି ।
ସମ୍ପ୍ରତି ଭୁବନେଶ୍ୱର ଆର୍ଟ ଟ୍ରେଲ ରେ ନିଜର ପ୍ରସ୍ତୁତି ରଖୁଥିବା ଆମ ସମୟର ପ୍ରଖ୍ୟାତ ଚିତ୍ରଶିଳ୍ପୀ ପ୍ରତୁଲ ଦାଶଙ୍କ ସହ କିଛି କଥାବାର୍ତ୍ତା। –
ଉପସ୍ଥାପନା- ସୁମିତ୍ରା ପାଢୀ
ପ୍ର.୧- ଆପଣ ଏବେ କରୁଥିବା ଚିତ୍ରାଭ୍ୟାସ ସଂପର୍କରେ କଣ କହିବାକୁ ଚାହିଁବେ?
ଉ- ମୂଳତଃ ମୁଁ ପେ ଣ୍ଟିଂରେ ଉଭୟ ସ୍ନାତକ ଓ ସ୍ନାତକୋତ୍ତର କରିଛି । କିନ୍ତୁ ବର୍ତ୍ତମାନ ମୁଁ ଯେଉଁ ପ୍ରକାର କାମ କରୁଛି ; ସେ ପେଣ୍ଟିଂ ହେଉ ବା ଭିଡ଼ିଓ ହେଉ , ନିର୍ଦ୍ଦିଷ୍ଟ ସ୍ଥାନ ସଂପର୍କିତ କାମ ହେଉ ବା ଧ୍ୱନୀ ସଂପର୍କିତ କାମ ହେଉ ସବୁଗୁଡିକ ଆମର ସାମାଜିକ – ରାଜନୈତିକ – ପରିବେଶ ସଂପର୍କିତ ଅବସ୍ଥା ଓ ବ୍ୟବସ୍ଥାକୁ ସୂଚାଉଛି । ଚିତ୍ର ଆଙ୍କିବା ସମୟରେ ବେଳେବେଳେ ମନେହୁଏ ଯେ ମୁଁ ଯାହା ଚାହୁଁଛି ସେସବୁର ପ୍ରକାଶ ଘଟି ପାରୁନି; କେଉଁଠି ଠାଏ ଧ୍ୱନୀର ଅଭାବ ରହିଯାଉଛି ତ କେଉଁଠି ଦରକାର ପଡୁଛି ଅଭିନୟ । ସେହି ଅଭାବବୋଧରୁ ନିଜକୁ ଅଭିବ୍ୟକ୍ତ କରିବାକୁ ମୁଁ ନୂଆ ମାଧ୍ୟମ ଖୋଜିବୁଲେ । ତେଣୁ ବିଭିନ୍ନ ମାଧ୍ୟମରେ କାମ କାରିବାଟା ମୋ ଲାଗି ମୋ ଦୈନନ୍ଦିନ ଚିତ୍ରାଭ୍ୟାସର ଏକ ସମ୍ପ୍ରସାରଣ । ମୁଁ କୈାଣସି ମାଧ୍ୟ୍ୟମକୁ ଫ୍ୟାସନ ଭାବେ , ଟ୍ରେଣ୍ଡ ଭାବେ କି କେବଳ ବ୍ୟବହାର କରିବା ପାଇଁ ବ୍ୟବହାର କରେନି । ମୁଁ ଆବଶ୍ୟକତା ଅନୁସାରେ ମାଧ୍ୟମଟିକୁ ବାଛେ । ତେଣୁ କୈାଣସି ମାଧ୍ୟମ ମୋ ପାଇଁ ପୁରୁଣା ନୁହେଁ ।
ପ୍ର.୨- ଏହି ଟ୍ରେଲରେ ଆପଣ ଯେଉଁ କାମ କାରୁଛନ୍ତି ତାହାକୁ ପୁରୁଣା ଭୁବନେଶ୍ୱର ସହ କେମିତି ଯୋଡୁଛନ୍ତି?
ଉ- ଭୁବନେଶ୍ୱର ମୋ ପାଇଁ ନୂଆ ନୁହେଁ । ମୋ ଜୀବନର ସର୍ଜନାତ୍ମକ ଓ ଗଠନମୂଳକ ଦିନସବୁ ଏଇଠାରେ ବିତିଛି । ୧୯୯୦ ରୁ ୯୬ ଯାଏଁ ଦୀର୍ଘ ଛଅ ବର୍ଷ ମୁଁ ଏଇ ସହରରେ କଟେଇଛି । ତେଣୁ ଏହି ପବ୍ଲିକ୍ ଆର୍ଟ ପ୍ରକଳ୍ପ ଅବସରରେ ଏଠାକୁ ଅସିବାଟା ଅତୀତର ସ୍ମୃତିକୁ ପୁଣି ସତେଜ କରିଦେବା ପରି ହୋଇଛି । ଏଠାକୁ ଆସି ମନ୍ଦିର ସବୁକୁ ପୁଣିଥରେ ବୁଲିବା ବେଳେ ଚଟାଣରେ ପଡିଥିବା ଜ୍ୟାମିତିକ ରେଖା ମୋତେ ଆକୃଷ୍ଟ କଲା । ବିନ୍ଦୁସାଗର କୂଳରେ ଏବେ ଆମେ ଯେଉଁଠି ବସିଛନ୍ତି ତାର ଆର ପାଖକୁ ଅନେଇଲା ବେଳକୁ ଏଠାକାର ଭୈାଗୋଳିକ ଅବସ୍ଥିତିରେ ଯେଉଁ ଅନେକ ପରସ୍ତ ପଡିଗଲାଣି ତାହା ଦିଶିଲା । ଏଇ ସାମ୍ନାରେ ଯେଉଁ ମନ୍ଦିରଟି ଉପରକୁ ଯେତିକି ଦିଶୁଛି ତା ତଳେ ମଧ୍ୟ ସେତିକି ପୋତି ହୋଇ ରହିଛି । କାରଣ ଏ ଭିତରେ ରାସ୍ତା ଅନେକ ଉଚ୍ଚ ହୋଇଗଲାଣି । ଅନନ୍ତ ବାସୁଦେବ ମନ୍ଦିରରେ କୁଡୁଆ ଗୁଡିକ ଦେଖି ଏସବୁ ଯେ ଅନେକ ଦିନରୁ ପୁରୀ ମନ୍ଦିର ହେଉ କି ଏଠାକାର ମନ୍ଦିର ହେଉ ସବୁଠି ବ୍ୟବହାର ହେଉଛି ମନେପଡିଲା । କୁଡୁଆ ହାତରେ ତିଆରି ହୁଏ ବୋଲି ସବୁ ଗୁଡିକ ଭିନ୍ନ । ତେଣୁ ସ୍ୱତନ୍ତ୍ର, ପୁରୁଣା ବି । ଜାଣିଶୁଣି କିଛି ଅଇଁଠା କୁଡୁଆ ବି ସଂଗ୍ରହ କରିଛି । ମୋ ମତରେ ଏହି ସ୍ୱତନ୍ତ୍ରତା ଓ ଭିନ୍ନତା ହିଁ ସୈାନ୍ଦର୍ଯ୍ୟ । ଏହାଛଡା ଏଠାକୁ ଆସିବା ପରେ ସାତ ଦିନ ହେଲା ଗୋଟେ ଘରଚଟିଆ ବି ଦେଖିବାକୁ ପାଉନି । ତେଣୁ ମୋ କାମଟି ମନ୍ଦିର ଚଟାଣର ଜ୍ୟାମିତିକ ରେଖା , ଅତୀତ ସମୟରୁ ତିଆରି ହୋଇଆସୁଥିବା କୁଡୁଆ, ଚଢେଇଙ୍କ ପାଇଁ ନୀଡ, ସମାଜର ବିଭିନ୍ନ ସ୍ତରର ଲୋକ ବ୍ୟବହାର କରୁଥିବା ମାଟିପାତ୍ରକୁ ନେଇ । କଳାକୃତିଟି ସଂପୂର୍ଣ୍ଣ ହେବା ପରେ ଆପଣ ଦେଖିଲେ ଅନୁଭବ କରିପାରିବେ ଏହା ଭିତରେ କେମିତି ଅନେକ ପରସ୍ତ ଲୁଚିରହିଛି ।
ପ୍ର.୩- ଆପଣଙ୍କ ମତରେ ସ୍ମାର୍ଟ ସିଟି ଭୁବନେଶ୍ୱରର ରୂପରେଖ କେମିତି ହେବା କଥା?
ଉ- ସ୍ମାର୍ଟ ସିଟି ଶବ୍ଦଟିକୁ ହିଁ ମୁଁ ବୁଝିପାରେନି । ମୁଁ ପ୍ରଗତିର ବିରୋଧୀ ନୁହେଁ କିନ୍ତୁ ଆମକୁ ସେଥିପାଇଁ କେତେ ହରାଇବାକୁ ପଡୁଛି ସେଇଟା ହିଁ ଭାବିବାର କଥା । ସ୍ମାର୍ଟ ସିଟି ସ୍ୱାଗତଯୋଗ୍ୟ କିନ୍ତୁ ଆମକୁ ଏଥିଲାଗି ଅନେକ ଦାୟିତ୍ୱ ନେବାକୁ ପଡିବା ସହ ଅନୁଭବି ହେବାକୁ ହେବ ।
୪-ପ୍ର. ଭୁବନେଶ୍ୱର ଆର୍ଟ ଟ୍ରେଲ୍ କେତେ ପ୍ରାସଙ୍ଗିକ ବୋଲି ଆପଣ ଭାବନ୍ତି?
ଉ. ନିଶ୍ଚିନ୍ତ ଭାବେ ଏହା ଏକ ସୁନ୍ଦର ପ୍ରୟାସ । ଏହି କଥାଟି କିନ୍ତୁ ଅନେକ ବର୍ଷ ଆଗରୁ ହେବାର ଥିଲା । ମୋ ମତରେ ଏହି ଟ୍ରେଲ୍ କେବଳ ଏକ ଆରମ୍ଭ ମାତ୍ର । ଆଗକୁ ଆହୁରି ଏମିତି ଅନେକ କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି । ଏହି ପ୍ରକଳ୍ପ ମାଧ୍ୟମରେ ଭୁବନେଶ୍ୱର ଓ ଓଡିଶା ଜାତୀୟ ଓ ଆନ୍ତର୍ଜାତିକ ସମସାମୟିକ କଳା କ୍ଷେତ୍ରରେ ପରିଚୟ ସୃଷ୍ଟି କରୁଛି, ଯାହା ଖୁବ୍ ଭଲ କଥା । ଏଠାକାର ଜନସାଧାରଣଙ୍କର ମଧ୍ୟ କଳା ବିଷୟରେ ନୂଆ ଧାରଣା ତିଆରି ହେଉଛି । ତେଣୁ ସବୁ ଦୃଷ୍ଟିରୁ ଏହା ଏକ ନୂଆ ଆରମ୍ଭ ।
Assuring the people of Odisha of their fellow denizens’ safety, Uttarakhand Chief Minister Trivendra Singh Rawat tweeted that has already issued orders for the safe evacuation of the Odia pilgrims stranded in Badrinath.
In the tweet, Rawat mentions, “I have issued orders for the safe evacuation of all the pilgrims of Odisha who are stranded here. We will take steps to ensure safety & security of everyone.”
The tweet came close on the heels of a letter that was written by Joint Commissioner of Relief Pravat Ranjan Mohapatra to the District Collector of Chamoli. In the letter, Mohapatra had sought support from the Uttarakhand Government to make necessary arrangements of the pilgrims’ safe journey back home.
Earlier today it was reported that as many as 42 pilgrims from Bhanjanagar in Ganjam have been left stranded in Uttarakhand due to intense snowfall. According to reports, the pilgrims were returning from Badrinath Dham after ‘darshan’, however extreme weather proved to be their enemy as the Bhanjanagar pilgrims have been left stranded with very little support.
କେଦାର ମିଶ୍ର –
ଭାରତର ରିଜର୍ଭ ବ୍ୟାଙ୍କ ଗଠିତ ହେବାର ମାତ୍ର ବର୍ଷେ ପରେ ୧୯୩୬ ମସିହାରେ ଓଡିଶାର ଖ୍ୟାତନାମା ଅର୍ଥନୀତିଜ୍ଞ ପ୍ରଫେସର ସଦାଶିବ ମିଶ୍ର ଏକ ପ୍ରବନ୍ଧରେ ଆମକୁ ସତର୍କ କରାଇ ଦେଇ କହିଥିଲେ- ରିଜର୍ଭ ବ୍ୟାଙ୍କ ସ୍ଵାଧୀନ ଭାବରେ ଭାରତର ରାଜନୀତିକ ମତ ଠାରୁ ସଂପୂର୍ଣ୍ଣ ପୃଥକ ରହି ସମ୍ୟକ କାର୍ୟକାରୀ ନହେବା ଯାଏ ନୂଆ ଶାସନ ସଂସ୍କାର ଅନ୍ତତଃ କେନ୍ଦ୍ର ସରକାରରେ ପ୍ରଚଳନ ହୋଇପାରିବ ନାହିଁ। (ନବ ଭାରତ,ଧନୁ,୧୩୪୨) ଏହାର ଠିକ ଅଶି ବର୍ଷ ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ର ୨୭ତମ ଗଭର୍ଣ୍ଣର ରଘୁରାମ ରାଜନ ସେଇ ସମାନ କଥା କହିଛନ୍ତି। କେନ୍ଦ୍ରୀୟ ବ୍ୟାଙ୍କର ଅଶି ବର୍ଷ ପୂର୍ତ୍ତି ଅବସରରେ ରଘୁରାମ ରାଜନ ସେଇ ସମାନ ସ୍ଵାଧୀନତା ଓ ସ୍ୱାୟତ୍ତତା ର ପ୍ରଶ୍ନ ଉଠାଇଛନ୍ତି। ରିଜର୍ଭ ବ୍ୟାଙ୍କ କୌଣସି ରାଜନୈତିକ ବିଚାରର ଦାସ ହୋଇପାରିବ ନାହିଁ କିମ୍ବା ଏହା କୌଣସି ସରକାରର ରାଜନୈତିକ ଇଚ୍ଛା ଶକ୍ତି ଦ୍ଵାରା ପରିଚାଳିତ ହେବନାହିଁ। ରାଜନ ତାଙ୍କର ପୂର୍ବସୂରୀ ଡକ୍ଟର ସୁବ୍ବା ରାଓଙ୍କ ମତକୁ ଉଦ୍ଧାର କରି ଲେଖିଛନ୍ତି- ମୁଁ ଆଶା କରୁଛି, ଏମିତି ଗୋଟେ ଦିନ ଆସିବଯେଉଁ ଦିନ ଦେଶର ଅର୍ଥମନ୍ତ୍ରୀଙ୍କୁ କହିବାକୁ ପଡିବ ଯେ ମୁଁ ରିଜର୍ଭ ବ୍ୟାଙ୍କ କୁ ନେଇ ସତରେ ବଡ ହତାଶ। ରାଗିକି ମୁଁ ହୁଏତ ଏକାକୀ ଚାଲିବାକୁ ବାହାରି ଯାଇପାରେ। କିନ୍ତୁ ମୋତେ କହିବାକୁ ପଡିବ ଯେ, ଯାହା ବି ହେଉ ଆମ ଦେଶରେ ଗୋଟେ ରିଜର୍ଭ ବ୍ୟାଙ୍କ ରହିଛି। ରଘୁରାମ ରାଜନ ଆଉ ପାଦେ ଆଗକୁ ଯାଇ କହୁଛନ୍ତି- କେବଳ ରିଜର୍ଭ ବ୍ୟାଙ୍କ ବଞ୍ଚିଲେ ହେବନାହିଁ, ଏହାର ନାହିଁ କରିପାରିବାର ଅଧିକାର କୁ ବଞ୍ଚାଇ ରଖିବାକୁ ପଡିବ। (ଆଇ ଡୁ ହ୍ଵାଟ ଆଇ ଡୁ, ରଘୁରାମ ରାଜନ)
ସୁବ୍ବା ରାଓ ଯେଉଁ ଭବିଷ୍ୟବାଣୀ କରିଥିଲେ, ତାହା ଆଜି ଏକପ୍ରକାର ସତ୍ୟ ରେ ପରିଣତ ହୋଇଛି। ଆଜିର ଅର୍ଥମନ୍ତ୍ରୀ ଓ ତାଙ୍କର ପରାମର୍ଶଦାତା ମଣ୍ଡଳୀ ରିଜର୍ଭ ବ୍ୟାଙ୍କ କୁ ନେଇ ପ୍ରବଳ ଭାବରେ ହତାଶ। ଆଜି ଦେଶର ଅର୍ଥନୈତିକ ଦୁରବସ୍ଥା ଲାଗି କେନ୍ଦ୍ର ସରକାର ବିଫଳ ହେବା ପରେ ଏହାର ସବୁ ଦୋଷ ରିଜର୍ଭ ବ୍ୟାଙ୍କ ମୁଣ୍ଡରେ ଲଦିଦେବାକୁ ସରକାର ଚେଷ୍ଟା କରୁଛନ୍ତି। ଏଯାଏ ସରକାରଙ୍କ ସାକ୍ଷୀ କଣ୍ଢେଇ ଭାବରେ କାମ କରୁଥିବା ଗଭର୍ଣ୍ଣର ଉର୍ଜିତ ପଟେଲ, ଏବେ ସରକାରଙ୍କୁ ରିଜର୍ଭ ବ୍ୟାଙ୍କର ସ୍ୱାୟତ୍ତତା ରେ ହସ୍ତକ୍ଷେପ ନକରିବାକୁ ଚରମ ବାଣୀ ଶୁଣେଇ ଦେଇଛନ୍ତି। ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ୟ ଏକ ଭାଷଣରେ ମୋଦୀ ସରକାର ରିଜର୍ଭ ବ୍ୟାଙ୍କ ମାଧ୍ୟମରେ ନିଜର ରାଜନୈତିକ ବିଚାରଧାରା ଥୋପିବାକୁ ଚେଷ୍ଟା କରୁଛନ୍ତି ଓ ଏହା ଦେଶର ଅର୍ଥନୀତି ପ୍ରତି ବଡ ବିପଦ ସୃଷ୍ଟି କରିବ ବୋଲି କୁହାଯାଇଛି। ବର୍ତ୍ତମାନ ସରକାର ଓ ରିଜର୍ଭ ବ୍ୟାଙ୍କ ଭିତରେ ପ୍ରବଳ ମୁହାଁମୁହିଁ ଅବସ୍ଥା ଲାଗି ରହିଛି। ହୁଏତ ଅର୍ଥମନ୍ତ୍ରୀଙ୍କ ସମାଲୋଚନାରେ ଅତିଷ୍ଠ ହୋଇ ଊର୍ଜିତ ପଟେଲ ଇସ୍ତଫା ଦେଇପାରନ୍ତି। ଏ ଲେଖା ପ୍ରକାଶିତ ହେଲା ବେଳକୁ ହୁଏତ ଉର୍ଜିତ ପଟେଲ ଗଭର୍ଣ୍ଣର ନଥାଇ ପାରନ୍ତି!!
ବିମୁଦ୍ରାକରଣ ପ୍ରସଙ୍ଗରେ ରିଜର୍ଭ ବ୍ୟାଙ୍କ କୁ ନିଜ ବ୍ୟକ୍ତିଗତ ଇଛାର ମାଧ୍ୟମ ଭାବରେ ବ୍ୟବହାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଅର୍ଥନୀତି ଓ ବଜାର ବ୍ୟବସ୍ଥା କୁ ଏକପ୍ରକାର ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲେ। ଉତ୍ତର ପ୍ରଦେଶ ନିର୍ବାଚନ କୁ ଆଖି ଆଗରେ ରଖି ସାରା ଦେଶର ଚଳନ୍ତି ବ୍ୟବସ୍ଥା(currency system) କୁ ମୋଦୀ ଏକପ୍ରକାର ସ୍ଥାଣୁ କରିଦେଲେ। ରିଜର୍ଭ ବ୍ୟାଙ୍କର କ୍ଷମତାକୁ ସଙ୍କୁଚିତ କରିବା ସହିତ ଏହାର ଦୈନନ୍ଦିନ କାର୍ଯକଳାପରେ ସରକାରୀ ହସ୍ତକ୍ଷେପ ବଢି ଚାଲିଲା। ପରିଶେଷରେ ଗାଈ ବିଷୟରେ ଭଲ ରଚନା ଲେଖି ପାରୁଥିବା ଏସ ଗୁରୁମୂର୍ତ୍ତିଙ୍କ ପରି ଲୋକଙ୍କୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶକ ପଦରେ ବସାଇ ଦିଆଗଲା। ବିଜେପିର ବୈଚାରିକ ପିତୃ ସଂଗଠନ ଆରଏସଏସ ତରଫରୁ ରିଜର୍ଭ ବ୍ୟାଙ୍କକୁ ନିୟମିତ ସମାଲୋଚନା କରିବା ସହିତ ଏହାର ସ୍ଵାଧୀନତା ଲୁଟିନେବା ସପକ୍ଷରେ ଯୁକ୍ତି କରାଗଲା।
ଯାହାର ପରିଣତି ସ୍ଵରୂପ ଆଜି ରିଜର୍ଭ ବ୍ୟାଙ୍କ ଆଜି ସବୁଠୁ ବଡ ଆହ୍ୱାନର ସମ୍ମୁଖୀନ ହେଉଛି। ତେବେ କେବଳ ରିଜର୍ଭ ବ୍ୟାଙ୍କ ନୁହଁ, ଦେଶର ଶାସନ ବ୍ୟବସ୍ଥାରେ ପ୍ରମୁଖ ଭୂମିକା ନେଉଥିବା ସ୍ଵାଧୀନ ସଂଗଠନ ଗୁଡିକ ଏବେ ସରକାରୀ ଉତ୍ପାତ ଯୋଗୁଁ ବ୍ୟତିବ୍ୟସ୍ତ। ସିବିଆଇ, ଆରବିଆଇ, ସିଏଜି, ନିର୍ବାଚନ କମିଶନ, ର’, ଇଡି ଭଳି ସଂସ୍ଥା ଆଜି ସଂପୂର୍ଣ୍ଣ ହତାଶ। ନିକଟରେ ସିବିଆଇ ଏକ ଦାନ୍ତ ନଥିବା ସଂସ୍ଥା ପାଲଟି ଯାଇଛି। ଏ ସଂସ୍ଥାର ମୁଣ୍ଡ ଗଣ୍ଡି କିଛି କାମ କରୁନି। ସିଏଜି ଅଛି କି ନାହିଁ ଜଣା ପଡୁନି। ନିର୍ବାଚନ କମିଶନ ସରକାରୀ ଦଳର ଇସାରାରେ ଚାଲିଲାପରି ମାନେ ହେଉଛି। ଏମିତି ପୃଷ୍ଠଭୂମିରେ ଆରବିଆଇ କୁ ମାରିଦେବାର ଷଡଯନ୍ତ୍ର ଆମର ଗଣତନ୍ତ୍ର ଓ ସ୍ଵାଧୀନତା କୁ ବିପନ୍ନ କରିବ। ପୃଥିବୀର ସବୁ ଦେଶ ଗୁଡିକରେ କେନ୍ଦ୍ରୀୟ ବ୍ୟାଙ୍କ ଗୁଡିକ ନିଜ ନିଜ ସରକାରର ନିୟନ୍ତ୍ରଣରୁ ମୁକ୍ତ ରହିଥାନ୍ତି। ଏକ ସୁସ୍ଥ ବଜାର ଅର୍ଥନୀତି ପାଇଁ ସ୍ଵାଧୀନ ରିଜର୍ଭ ବ୍ୟାଙ୍କ ଏକ ମୌଳିକ ଆବଶ୍ୟକତା। ସେଇ ସ୍ବାଧିନତାର ମୃତ୍ୟୁ ଘଟିଲେ ଆମର ରାଜନୈତିକ ସ୍ଵାଧୀନତା ବିପନ୍ନ ହେବ।
(କାର୍ଟୁନ ସୌଜନ୍ୟ- ସୀତାରାମ ୟେଚୁରୀ ଟୁଇଟ )
Ministry of AYUSH observes Ayurveda Day every year on Dhanawantari Jayanti (Dhanteras). This year Ayurveda Day is being observed on 5th November 2018. On this occasion, Ministry is organising a “National Seminar on Entrepreneurship and Business Development in Ayurveda” in association with NITI Aayog on 4th & 5th November 2018 at Dr. Ambedkar International centre, Janapth, New Delhi, with the intention to encourage entrepreneurs and Ayurveda stakeholders towards businesses opportunities in the sector.
The Seminar is a subsequent step to the challenges taken by the Ministry to increase Ayurveda Market share three fold by the year 2022. The seminar is expected to develop awareness among stakeholders about the business opportunities, encouraging young entrepreneurs to use of modern technologies and modern innovations in business development in the sector and to highlight opportunities at global level. The experts in marketing, finance management, innovation, telemedicine, the policy makers, experts in start-up as well as experienced entrepreneurs in Ayurveda pharmaceuticals and hospital industry will guide and share their experiences with the participants. The deliberations in the seminar are expected to educate the young entrepreneurs about the various possibilities of business development in Ayurveda sector, how to use the technology and the ease of business being facilitated by the Government for promoting their business in the field of Ayurveda. Ministry of AYUSH look forward to actualise the words of Prime Minister that ‘Young entrepreneurs who are planning a start-up could find a lot of opportunities in holistic healthcare” / ‘We have seen the IT revolution in last 30 years. Now, time has come for health revolution under the aegis of Ayurveda.
Nearly 800 participants from across the country are expected to participate in the main function of 3rd Ayurveda day. “National Dhanwantari Ayurveda Award” comprising of Citation, Trophy (Dhanwantari Statue) and Cash reward of Rupees five lakh shall be conferred on this day to eminent Vaidyas. The Ministry of AYUSH has selected three renowned Ayurveda experts namely Vaidya Shiv Kumar Mishra, Vaidya Madhav Singh Bhagel and Vaidya Itoozhi Bhavadasan Namboothiri for the prestigious National Dhanwantari Ayurveda Award for the year 2018. The winners of the National level Ayurveda quiz conducted by All India Institute of Ayurveda (AIIA), New Delhi, will also be felicitated during function.
Another highlight observation of the 3rd Ayurveda Day would be the launch of the AYUSH-Health Management Information System (A-HMIS), a dedicated software application for Electronic Health Record (EHR) for the AYUSH systems of Healthcare. A-HIMS which is being launched across 15 AYUSH units in different parts of the country in the first phase on 5th November 2018 is expected to revolutionise the way Ayurveda, Yoga, Unani, Siddha and Homoeopathy are practised in the country, by inducting modern IT-solutions into these systems.
The Vice President of India, Shri M. Venkaiah Naidu has congratulated Zimbabwe for conducting free and fair elections recently. He was calling on the President of Zimbabwe, Mr. Mr. Emmerson Mnangagwa and later holding delegation level talks with the Vice President of Zimbabwe, Mr. Kembo Mohadi, in Harare, Zimbabwe today. The Minister of State for Social Justice and Empowerment, Shri Krishan Pal Gurjar and other dignitaries were present on the occasion.
During his interaction with the President of Zimbabwe, the Vice President said that India and Zimbabwe enjoy historic ties and we need to strengthen them to a much higher level. He thanked the Zimbabwe Government for signing the Frame Work Agreement on International Solar Alliance and requested them to ratify it at an early date .
Later, the Vice President met the Vice President of Zimbabwe, Mr. Kembo Mohadi and held delegation level talks.
The Vice President said that India will take up the establishment of the Mahatma Gandhi Convention Centre in Zimbabwe, as a grant assistance, keeping with our celebration of the 150th birth anniversary of Mahatma Gandhi this year.
The Vice President said that India is offering 8 slots for Zimbabwe defence personnel for training under ITEC for this year which is doubled the training slots from 4 last year to 8 this year. We should look at greater engagement particularly in the context of sourcing defence equipment from India, he said.
The Vice President said that India has consistently voiced the need to have a strong resolute response to terrorism and its manifestations and India is committed to working towards fighting and elimination of this menace. We need to work together, particularly at the United Nations and other multilateral fora to fight it, he added.
Indian Railways has published the results of first stage Computer Based Tests (CBT) held for recruitment of Assistant Loco Pilots and Technicians, on 02nd November, 2018.
5,88,605 candidates have qualified in the first stage to appear for the second stage examination. The first stage examinations were held from 09th August, 2018 to 04th September, 2018, in which a total of over 36 lakh (36,47,541) candidates appeared. The examinations were held online in 440 centres spread over the country. Indian Railways have advertised 64,371 posts for recruitment of Assistant Loco Pilots and Technicians.
Candidates who appeared in the Computer Based Tests and indicated the RRB of their choice can view their individual score by logging in through the link provided in the official website of the RRB they have opted for. The candidates can also access the Master Question Paper of their shift of examination along with the final key of the answers. The cut-off marks for all the notified posts are also available on the website.
The candidates who have qualified in the first stage will be required to attend the 2nd stage examination scheduled from 12th to 14th December, 2018.
The candidates can download their examination city intimation 10 days prior to the actual day of the examination. E-call letter will be available 4 days prior to the examination date. Candidates will be informed to download their E-call letter through SMS, e-mail and also notice on the website of RRB.
The Ministry of Drinking Water and Sanitation today announced the Swachh Bharat World Toilet Day Contest for districts and States. As the Swachh Bharat Mission enters its fifth and final year, the purpose of the Contest is to encourage all districts in India to re-intensify the sanitation people’s movement with a special focus on ODF Sustainability.
For 10 days in the run-up to the World Toilet Day, i.e. from 9th November to 19th November 2018, districts across the country will compete on a range of Swachhta activities to sustain and reinforce the behaviour change outcomes achieved by them so far.
As per the advisory issued by the Ministry, Top 10 District Collectors, along with the Top 3 State Mission Directors/State Secretary in-charge of Sanitation will be recognized and awarded by the Swachh Bharat Mission and will also win a chance to interact and share experience with Swachh Bharat brand ambassador, and Actor Shri Akshay Kumar. Ministry has called upon districts and States for high participation in the contest and for qualitative Swachhta activity by engaging with the community.
The Contest does not apply to the five States of, Rajasthan, Madhya Pradesh, Chhattisgarh, Telangana and Mizoram.
Districts can apply for the Contest from the online portal sbm.gov.in/wtd2018. The application window will be open from World Toilet Day, i.e. November 19, 2018 to November 30, 2018.
କେଦାର ମିଶ୍ର
ନିର୍ବାଚନ ଯେତେ ପାଖେଇ ଆସିବ, ନିର୍ବାଚନରେ ଗଣିତ କଷୁଥିବା ବେପାରୀ ମାନଙ୍କର ଲାଭ ସେତେ ବଢୁଥିବ। ଗତ ଦଶ ବର୍ଷ ଧରି ଆମ ଦେଶର ଗଣମାଧ୍ୟମ କରିଥିବା ଗୋଟିଏ ବି ଜନମତ ସର୍ବେକ୍ଷଣ ସତ ପ୍ରମାଣିତ ହୋଇନାହିଁ। ସବୁବେଳେ ଶାସକ ଦଳକୁ ସୁହାଇଲା ପରି ଓ ଏକ ନିର୍ଦ୍ଦିଷ୍ଟ ଏଜେଣ୍ଡା ଧରି କାମ କରୁଥିବା ସର୍ଭେ ବ୍ୟବସାୟୀ ମାନେ ପ୍ରତି ନିର୍ବାଚନରେ ନିଜର ଦୋକାନ ଖୋଲି ବଢିଆ ବ୍ୟବସାୟ କରୁଛନ୍ତି। ନିର୍ବାଚନ ପଣ୍ଡିତ ବୋଲାଉଥିବା ଏହି ବ୍ୟବସାୟୀମାନେ ଏବେ ବେଶ ସକ୍ରିୟ। ଏବଠୁ ଆସନ୍ତା ମଇ, ୨୦୧୯ ପର୍ଯନ୍ତ ସର୍ଭେ ବେପାର ଭଲ ଜମିବା। ଟେଲିଭିଜନ ଚ୍ୟାନେଲ ଗୁଡିକ ଏହାକୁ ବିକି ବେଶ ଭଲ ରୋଜଗାର କରିବେ।
ଏହି ବ୍ୟବସାୟର ଅଂଶ ବିଶେଷ ଭାବରେ ସବୁ ରାଜନୈତିକ ଦଳ କିଛି କିଛି ଜନମତ ର ଗରାଖ ହେବାକୁ ବାଧ୍ୟ। ଭଲ ପଇସା ଦେଇ ନିଜ ସପକ୍ଷରେ ହାୱା ସୃଷ୍ଟି କରିବାକୁ ସବୁ ଦଳ ଏମିତି କିଛି କିଛି ପୋଷା ସଂସ୍ଥା ରଖିଛନ୍ତି। ଏକଦା ଭାରତୀୟ ନିର୍ବାଚନ ସର୍ବେକ୍ଷଣର ଅନ୍ୟତମ ପ୍ରତିଷ୍ଠାତା ଯୋଗେନ୍ଦ୍ର ଯାଦବ କହିଥିଲେ, ପ୍ରତ୍ୟେକ ଜନମତ ସର୍ଭେ ରେ ଭାରତୀୟ ଜନତା ପାର୍ଟିକୁ ବଢେଇ ଚଢେଇ ଦେଖେଇବା ଆମର ପରମ୍ପରା ପାଲଟିଛି। କିନ୍ତୁ ୨୦୧୪ ସାଧାରଣ ନିର୍ବାଚନରେ ସବୁ ଜନମତ ସର୍ଭେ ଓ ଏଗଜିଟ ପୋଲ କୁ ଭୁଲ ପ୍ରମାଣିତ କରି ବିଜେପି ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ପାଇଥିଲା।
ନିକଟରେ ଓଡିଶା ରାଜନୀତିର ଗଣିତ କୁ ନେଇ କିଛି ସର୍ଭେ ଫଳାଫଳ ଆସିଛି। ପ୍ରାୟ ସବୁ ଜନମତ ସର୍ଭେ କହୁଛି, ୨୦୧୯ ନିର୍ବାଚନରେ ବିଜୁ ଜନତା ଦଳର ସରକାର ପୁଣିଥରେ ଗଠିତ ହେବ, କିନ୍ତୁ ବିଜେପି ଲୋକସଭା ଆସନ ଅଧିକ ଜିତିବ। ଏ ପ୍ରକାର ଭବିଷ୍ୟବାଣୀର ଆଧାର କଣ? ୨୦୦୪,୨୦୦୯ ଓ ୨୦୧୪ ରେ ଓଡିଶାରେ ଲୋକସଭା ଓ ବିଧାନସଭା ପାଇଁ ଏକା ସାଙ୍ଗରେ ନିର୍ବାଚନ ଅନୁଷ୍ଠିତ ହୋଇଛି ଓ ସବୁଥର ଲୋକସଭା ଓ ବିଧାନସଭାର ବିଜୟହାର ସମାନ ରହିଛି। ରାଜ୍ୟରେ ଯିଏ ବିଧାନସଭା ନିର୍ବାଚନ ଜିତିଛି, ଲୋକ ସଭା ରେ ସେ ଦଳକୁ ଅଧିକ ଆସନ ମିଳିଛି।
୨୦୦୪ ରେ ବିଜେଡି-ବିଜେପି ମେଣ୍ଟ ବିଧାନସଭାରେ ୯୩ ଆସନ ପାଇଥିବା ବେଳେ ଲୋକସଭାରେ ୧୮ ଆସନ ଜିତିଥିଲେ। ସମାନ ଧାରା ୨୦୦୯ ୦ ୨୦୧୪ ରେ ମଧ୍ୟ ଦେଖିବାକୁ ମିଳିଥିଲା। ୨୦୦୯ ରେ ବିଜେଡି ବିଧାନସଭାରେ ୧୦୩ ଓ ଲୋକସଭାରେ ୧୪ ଆସନ ପାଇଥିଲା। ୨୦୧୪ ରେ ପ୍ରବଳ ମୋଦୀ ହାୱା ସତ୍ତ୍ୱେ ଓଡିଶାରେ ବିଜେଡି ବିଧାନସଭାରେ ୧୧୭ ଓ ଲୋକସଭାରେ ୨୦ ଟି ଆସନ ପାଇଥିଲା। ସେହି ଧାରା ସହ ତୁଳନା କରି ଦେଖିଲେ ଏଥର ରାଜ୍ୟରେ ବିଜେଡି ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପାଇଲେ ଲୋକସଭାରେ ଏହାର ସଭ୍ୟ ସଂଖ୍ୟା କମିବ କେମିତି?
ସି-ଭୋଟର ସର୍ଭେରେ ବିଜେପି କୁ ଓଡିଶାରେ ୧୨ ଟି ଲୋକସଭା ଆସନ ମିଳିବ ବୋଲି କୁହାଯାଇଛି। ଓଡିଶାର ରାଜନୈତିକ ଜୀବନ ବିଷୟରେ ଜାଣିଥିବା ଯେକୌଣସି ସାଧାରଣ ଲୋକ ମଧ୍ୟ ଏ ପ୍ରକାର ଭବିଷ୍ୟବାଣୀକୁ ଅନ୍ତତଃ ବର୍ତ୍ତମାନ ବିଶ୍ଵାସ କରିବନାହିଁ । ଏପରିକି ଖୋଦ ରାଜ୍ୟ ବିଜେପି ନେତାମାନେ ଏ ପ୍ରକାର ଆକଳନକୁ ବିଶ୍ଵାସ କରିପାରୁନାହାନ୍ତି।
ତେବେ ୨୦୧୪ ରେ ଓଡିଶା ପାଇଁ ଯେଉଁ ସର୍ଭେ ପ୍ରସ୍ତୁତ ହୋଇଥିଲା ସେଥିରୁ ଗୋଟିଏ ମଧ୍ୟ ସଠିକ ପ୍ରମାଣିତ ହୋଇନଥିଲା। ଅଗଷ୍ଟ ୨୦୧୩ ରୁ ଏପ୍ରିଲ ୨୦୧୪ ମଧ୍ୟରେ ୬ ଟି ଜନମତ ସର୍ଭେରେ ବିଜେଡି ଅତି ବେଶୀରେ ୧୨ ଟି ଲୋକସଭା ଆସନରେ ଜିତିପାରେ ବୋଲି କୁହାଯାଇଥିଲା। ପ୍ରତ୍ୟେକ ସର୍ଭେ କଂଗ୍ରେସ କୁ ଆପାତତଃ ୭ ଟି ଓ ବିଜେପି ୩ ଟି ଆସନ ଜିତିବା କଥା କହିଥିଲେ। -ଟାଇମ୍ସ ନାଓ-ସି-ଭୋଟର ର ଆକଳନ ଥିଲା- ବିଜେଡି ୧୨, କଂଗ୍ରେସ ୯, ଇଣ୍ଡିଆ ଟୁଡେ- ସି ଭୋଟର- ବିଜେଡି ୧୩, କଂଗ୍ରେସ ୮, ସିଏନଏନ-ଲୋକନୀତି, ବିଜେଡ଼ି ୧୦-୧୬, ବିଜେପି-୩-୭, କଂଗ୍ରେସ ୦-୪ ଆସନ ପାଇବେ ବୋଲି କହିଥିଲେ।
ଚୂଡାନ୍ତ ଫଳାଫଳ ବେଳକୁ ବିଜେଡି ୨୦, ବିଜେପି ୧ ଓ କଂଗ୍ରେସ ୦ ଆସନ ପାଇଥିଲେ। ତେଣୁ କୌଣସି ଗୋଟିଏ ବି ସର୍ବେକ୍ଷଣ ର ସଠିକତା ନଥିଲା। ଆଜି ମଧ୍ୟ ଯାହା ସି-ଭୋଟର ଯାହା କହିଛି, ତାହା କେବଳ ଗାଲୁଆମୀ ଓ ସେଥିରେ ସଠିକତା ନାହିଁ ବୋଲି କୁହାଯାଇପାରେ। ଓଡିଶାରେ ଯେଉଁ ଦଳ ବିଧାନସଭାରେ ଭଲ କରିବ, ସେହି ଦଳ ଲୋକସଭାରେ ମଧ୍ୟ ସଂଖ୍ୟା ଗରିଷ୍ଠ ଆସନ ଜିତିବ ।
ବଡ ମୂର୍ତ୍ତି ଓ ଛୋଟ ରାଜନୀତି
କେଦାର ମିଶ୍ର
୧୮୨ ମିଟର ଉଚ୍ଚତା ର ଗୋଟେ ବିଶାଳ ପ୍ରତିମା, ୨୯୮୯ କୋଟି ଟଙ୍କାର ବଜେଟ, ୩୩ ମାସ ର ନିରବଚ୍ଛିନ୍ନ ପରିଶ୍ରମ ଓ ପ୍ରାୟ ୫୦୦ କୋଟି ଟଙ୍କାର ବିଜ୍ଞାପନ। ମୋଟାମୋଟି ଗୁଜରାଟରେ ଗତ ୩୧ ଅକ୍ଟୋବର ଦିନ ଉଦଘାଟିତ ହୋଇଥିବା “ଏକତାର ପ୍ରତିମା” ର କାହାଣୀ ସେତିକି ମାତ୍ର। ଦେଶର ପ୍ରଥମ ଗୃହ ମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ବାସ୍ତବ ଉଚ୍ଚତାଠାରୁ ୧୦୦ ଗୁଣ ଅଧିକ ଉଚ୍ଚ ର ପ୍ରତିମା ନିର୍ମାଣ କରି ଦେଶ ଆଜି ସର୍ଦ୍ଦାରଙ୍କ ଅଭିଷେକ କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।
ତେବେ ସର୍ଦ୍ଦାରଙ୍କ ଅଭିଷେକ ଲାଗି ୭୨ ଖଣ୍ଡ ଗାଁ ର ୭୨ ୦୦୦ ଆଦିବାସୀ ତାଙ୍କର ଜୀବନ ଓ ଜୀବିକା ହରାଇଛନ୍ତି। ସେମାନେ ଏହାର ପ୍ରତିବାଦ କଲେ ମଧ୍ୟ ତାଙ୍କ କଥା କେହି ଶୁଣିବାର ନାହିଁ। ୫୦୦ କୋଟି ଟଙ୍କାର ବିଜ୍ଞାପନ ଗଣମାଧ୍ୟମକୁ ଲୋଭରେ ପକାଇବାକୁ ଯଥେଷ୍ଟ।
ଏହି ମୂର୍ତ୍ତି କୁ ୩୫୦ ଟଙ୍କାର ଟିକେଟ କାଟି ବର୍ଷକୁ ଅତି କମ ରେ ୪୦ ଲକ୍ଷ ପର୍ଯଟକ ଦେଖିବାକୁ ଆସିବେ ବୋଲି କୁହା ଯାଉଛି। ସତରେ ସେୟା ହେଲେ ମଧ୍ୟ ଅତି କମରେ ୫୦ ବର୍ଷ ପରେ ଏହି ମୂର୍ତ୍ତିର ମୂଳଧନ ଫେରିବ। ଏହାକୁ ଏକ ଲାଭଦାୟକ ପର୍ଯ୍ୟଟନ ପ୍ରକଳ୍ପ ବୋଲି ଯାହା କୁହାଯାଉଛି, ତାହା କେବଳ ଅତିରଞ୍ଜନ ମାତ୍ର । ତାଜମହଲ ଓ କୋଣାର୍କ ପରି ଦେଶର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଗୁଡିକର ପରିଚାଳନା ସଠିକ ଢଙ୍ଗରେ କରିନପାରି, ସେହି ସବୁ ଐତିହ୍ୟ କୁ ଘରୋଇ କମ୍ପାନୀ ହାତକୁ ଟେକି ଦିଆ ଯାଉଛି। ସେଥିରେ ଏ ନୂଆ ମୂର୍ତ୍ତି ଯେ ପର୍ଯ୍ୟଟନର ଆକର୍ଷଣ ହେବ, ତାହା ବିଶ୍ୱାସଯୋଗ୍ୟ ନୁହେଁ।
ଏହି ମୂର୍ତ୍ତି ନିର୍ମାଣ ପଛରେ ସବୁଠୁ ବଡ ଉଦ୍ଦେଶ୍ୟ ହେଉଛି, ଇତିହାସ କୁ ନିଜ ଇଚ୍ଛା ଅନୁସାରେ ବଦଳାଇବାର ଏକ ଚାଲାକି। ଗୁଜରାଟର ମହାନ ସ୍ଵାଧୀନତା ସଂଗ୍ରାମୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ବଡ କରି ଦେଖାଇବାର ଏହା ଏକ ପିଲାଳିଆ ପ୍ରୟାସ। ବଲ୍ଲଭଭାଇ ସେଇ ଗୁଜରାଟର ଅନ୍ୟତମ ମହାନାୟକ ଓ ଏ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପଟ୍ଟଶିଷ୍ୟ। ଗାନ୍ଧୀଙ୍କ ଜନ୍ମମାଟିରେ ତାଙ୍କ ଅନୁଗତଙ୍କ ଏ ବିଶାଳକାୟ ପ୍ରତିମା ଗାନ୍ଧୀଙ୍କ ବିଚାରକୁ ଖର୍ବ କରିବ ବୋଲି ଭାବିବା, ନିର୍ବୋଧତା ଇ ହେବ।
ସର୍ଦ୍ଦାରଙ୍କ ପ୍ରତିମା ଯେତେ ଉଚ୍ଚ ହେଲେବି ସେ ଗାନ୍ଧୀଙ୍କ ଶିଷ୍ୟ ଓ ଇତିହାସରେ ସେ ଗାନ୍ଧୀବାଦର ସେବକ। ତେଣୁ ମୂର୍ତ୍ତି ଯେତେ ବଡ ହେଲେ ବି ଇତିହାସରେ ଯେ ଯାହାର ଭୂମିକା ନେଇ ରହିବେ। ହୁଏତ କେହି କେହି କହିପାରନ୍ତି, ଗାନ୍ଧୀ ଜୟନ୍ତୀର ୧୫୦ ବର୍ଷ ପାଳନ ଅବସରରେ ବାପୁଙ୍କର ଏମିତି ଏକ ଭବ୍ୟ ମୂର୍ତ୍ତି ହେଲାନାହିଁ କାହିଁକି ?
ବାପୁଙ୍କ ଲାଗି ବଡ ମୂର୍ତ୍ତି ତିଆରି କରିବା, ବାପୁଙ୍କ ଲାଗି ସବୁଠୁ ବଡ ଅପମାନ ହେବ। ସେଇ ସମାନ ଯୁକ୍ତିରେ କୁହାଯାଇପାରେ ଏ ବିଶାଳ ମୂର୍ତ୍ତି ସର୍ଦ୍ଦାରଙ୍କ ପାଇଁ ଖୁବ ଗୋଟେ ବଡ ସମ୍ମାନ ନୁହେଁ।
ସର୍ଦ୍ଦାରଙ୍କ ମୂର୍ତ୍ତି ତିଆରି କରି ସେଇ ଆଢୁଆଳରେ ନିଜକୁ ବଡ କରି ଦେଖେଇବାର ଏକ ଅସୁସ୍ଥ ମାନସିକତା ଯେ ଏ ପ୍ରକଳ୍ପରେ ରହିଛି, ତାହା ଆପେ ଆପେ ବାରି ହୋଇ ପଡୁଛି। ମୋଦୀ ସରକାର ଆସିଲା ପରେ କୌଣସି ଗୋଟିଏ ବି ବଡ ସରକାରୀ ଯୋଜନାକୁ ସର୍ଦ୍ଦାରଙ୍କ ନାମରେ ନାମିତ କରାଯାଇନାହିଁ। ସରକାରୀ ଯୋଜନାରେ ଦୀନଦୟାଲ ଉପାଧ୍ୟାୟଙ୍କ ନାଁ ରେ ଯେତିକି ଯୋଜନା ରହିଛି, ତାହାର ଅଧା ଯୋଜନା ସର୍ଦ୍ଦାରଙ୍କ ନାଁ ରେ ନାମିତ ହୋଇଥିଲେ କଣ ଅସୁବିଧା ହୋଇଥାନ୍ତା କି?
ବଡ ମୂର୍ତ୍ତି ତିଆରି କରିବା ପଛରେ ରହିଥିବା ଛୋଟ ରାଜନୀତିର ଉଦ୍ଦେଶ୍ୟ ଯେ ଲୋକଙ୍କ ଆଖିରେ ପଡୁ ନାହିଁ, ଏକଥା ସରକାର ଭାବନ୍ତୁ ନାହିଁ। ସର୍ଦ୍ଦାରଙ୍କ ବଡ ମୂର୍ତ୍ତିର ଛାଇ ରେ ଆଉ କିଏ ନିଜକୁ ବଡ କରି ଦେଖେଇବାକୁ ଚାହୁଁଛି, ସେ କଥା ଲୋକେ ବେଶ ଭଲ ଭାବରେ ଜାଣନ୍ତି!!
ସମୀକ୍ଷା ବ୍ୟୁରୋ
ଅକ୍ଟୋବର ୨୮ ତାରିଖ ଦିନ ଆକାଶବାଣୀରେ ନିଜର ମନକଥା କହିବାକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ଡିସେମ୍ବର ମାସରେ ଭୁବନେଶ୍ବରଠାରେ ଆୟୋଜିତ ହେବାକୁ ଯାଉଥିବା ପୁରୁଷ ହକି ବିଶ୍ଵ କପ ବିଷୟରେ ଉଲ୍ଲେଖ କରିଥିଲେ। ଓଡିଶା ଆସୁଥିବା ଖେଳାଳୀମାନେ ପୁରୀ, କୋଣାର୍କ ଓ ଚିଲିକା ବୁଲି ଦେଖିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ। ଓଡିଶା ସରକାର ଆୟୋଜନ କରୁଥିବା ବିଶ୍ଵକପ ହକି ପାଇଁ ପ୍ରଧାନମନ୍ତ୍ରୀଙ୍କ ଏହି ଉତ୍ସାହଜନକ ବକ୍ତବ୍ୟ ବେଶ ଗୁରୁତ୍ଵ ବହନ କରୁଛି। ଗୋଟେ ପକ୍ଷରେ ପ୍ରଧାନମନ୍ତ୍ରୀ ହକି ଆୟୋଜନ ପାଇଁ ଓଡିଶା ସରକାରଙ୍କୁ ପ୍ରଶଂସା କରୁଥିବା ବେଳେ ତାଙ୍କ ଦଳ ଓ ତାଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟ ଧର୍ମେନ୍ଦ୍ର ପ୍ରଧାନ ହକି ରେ ମାଟିଥିବା ଓଡିଶା ସରକାରଙ୍କୁ ତୀବ୍ର ସମାଲୋଚନା କରୁଛନ୍ତି।
ଇତି ମଧ୍ୟରେ ବିଭିନ୍ନ ସ୍ଥାନରେ ଭାଷଣ ଦେଇ ଓ ଗଣ ମାଧ୍ୟମକୁ ଦେଇଥିବା ନିଜର ବକ୍ତବ୍ୟରେ ଧର୍ମେନ୍ଦ୍ର ଓଡିଶା ସରକାରଙ୍କ ହକି ପ୍ରେମକୁ କଟାକ୍ଷ କରିଛନ୍ତି। ଓଡିଶା ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକିକୁ ଓଡିଶାର ସାମାଜିକ ଜୀବନର ଏକ ଅଂଶ ବୋଲି କହୁଥିବାବେଳେ ଏହା ସମ୍ବଳ ର ଅପଚୟ ବୋଲି ବିଜେପି ତରଫରୁ ଯୁକ୍ତି କରାଯାଉଛି।ତେବେ ପ୍ରଧାନମନ୍ତ୍ରୀଙ୍କ “ମନ କି ବାତ” ଓଡିଶା ସରକାରଙ୍କ ଲାଗି ବଡ ଉତ୍ସାହପ୍ରଦ କଥା ହୋଇଥିବାବେଳେ, ରାଜ୍ୟ ବିଜେପି ପାଇଁ ଏହା ମୁଣ୍ଡ ବିନ୍ଧାର କାରଣ ପାଲଟିଛି।
ସାଧାରଣ ନିର୍ବାଚନର ଠିକ ପୂର୍ବରୁ ଭୁବନେଶ୍ବରରେ ବିଶ୍ଵ କପ ହକିର ଆୟୋଜନ ବିଜେଡି ସରକାର ପାଇଁ ଏକ ବଡ ବିଜ୍ଞାପନ ସୁଯୋଗ ସୃଷ୍ଟି କରିବ ଓ ଏହା ନବୀନଙ୍କ ଭାବମୂର୍ତ୍ତି ବଢାଇବାରେ ସହାୟକ ହେବ ବୋଲି ବିଜେପି ଆକଳନ କରୁଛି। ପ୍ରଥମଥର ଲାଗି ଓଡିଶା ଏତେବଡ ଆନ୍ତର୍ଜାତିକ କ୍ରୀଡା ଉତ୍ସବ ର ଆୟୋଜନ କରୁଥିବାରୁ, ଏହାକୁ ନେଇ ରାଜନୀତି ସରଗରମ ହେବା ସ୍ଵାଭାବିକ। କିନ୍ତୁ ଏହାକୁ ନେଇ ଭୋଟ ରାଜନୀତି କଲେ ଲୋକ ତାକୁ ଠିକ ଢଙ୍ଗରେ ନେଇ ନପାରନ୍ତି। ବିଶ୍ଵକପ ହକି କୁ ନେଇ ଏବେ ଯେଉଁ ପ୍ରସ୍ତୁତି ଚାଲିଛି, ସେଥିରେ ଅମିତାଭ ବଚ୍ଚନ, ଶାହରୁଖ ଖାନ ଓ ଏଆର ରହମାନଙ୍କ ଭଳି ବଡ ତାରକା ସମ୍ପୃକ୍ତ ରହିଛନ୍ତି। ହକିକୁ ଲୋକପ୍ରିୟ କରାଇବାର ଏହି ଯୋଜନାରେ ପରୋକ୍ଷ ଭାବରେ ବିଜେଡ଼ିକୁ ନିଶ୍ଚୟ ଲାଭ ମିଳିବ। ତେଣୁ ଏହାକୁ ରାଜନୈତିକ ସ୍ତରରେ ସମାଲୋଚନା କରିବା ସହିତ ଆକ୍ରମଣାତ୍ମକ ରଣନୀତି ଗ୍ରହଣ କରିବାକୁ ବିଜେପି ଚାହୁଛି।
ପ୍ରଥମ ଦିନରୁ ହକିକୁ ନେଇ ରାଜ୍ୟ ବିଜେପି ଓଡିଶା ସରକାରଙ୍କୁ ସମାଲୋଚନା କରୁଥିବାବେଳେ ହଠାତ ମନ କି ବାତ ରେ ପ୍ରଧାନମନ୍ତ୍ରୀଙ୍କ ଏ ବିପୁଳ ପ୍ରଶଂସା ବିଜେପିକୁ ଅଡୁଆ ସ୍ଥିତିରେ ପକାଇଛି। ଯେଉଁ ଦିନ ପ୍ରଧାନମନ୍ତ୍ରୀ ଓଡିଶା ସରକାରଙ୍କୁ ବିପୁଳ ପ୍ରଶଂସା କରୁଛନ୍ତି, ସେହିଦିନ ଧର୍ମେନ୍ଦ୍ର ଚାଷୀ ଆତ୍ମହତ୍ୟା ବେଳେ ନବୀନ ସରକାର ଖେଳରେ ମାତିଛନ୍ତି ବୋଲି ବୟାନ ଦେଉଛନ୍ତି। ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀଙ୍କ ଏ ପରସ୍ପର ବିରୋଧୀ ବୟାନ ରୁ ବିଜେଡି ବଢିଆ ଲାଭ ଉଠେଇବାର ସୁଯୋଗ ପାଇଛି।
ହକି ପ୍ରସଙ୍ଗ ଓ ମନ କି ବାତ ଭିତରେ ଭବିଷ୍ୟତ ପାଇଁ ବିଜେଡି-ବିଜେପିର ଏକ ସମ୍ଭାବ୍ୟ ସହାବସ୍ଥାନ ର ସୂଚନା ରହିଛି କି? ଏହି ପ୍ରସଙ୍ଗ କୁ ଏତେ ସହଜରେ ଆଡେଇ ଦିଆ ଯାଇ ପାରିବ ନାହିଁ।
ଓକିଲ ଆନ୍ଦୋଳନ, କାହିଁକି ଓ କାହାପାଇଁ?
ସମୀକ୍ଷା ବ୍ୟୁରୋ
ଗତ ଷାଠିଏ ଦିନ ହେଲା ହାଇକୋର୍ଟ ସମେତ ରାଜ୍ୟର ପ୍ରାୟ ସବୁ ଅଦାଲତ ବନ୍ଦ ପଡିଛି। ଓଡିଶାର ଆଇନଜୀବୀମାନେ କାର୍ୟବନ୍ଦ ଆନ୍ଦୋଳନ ଚଳାଇଥିବାରୁ ଅଦାଲତ ଚାଲିପାରୁନାହିଁ। ଦେଶରେ ଫଇସଲା ନହୋଇପାରି ପଡିରହିଥିବା ମାମଲା କୁ ନ୍ୟାୟପାଳିକା ର ସବୁଠୁ ବଡ ସମସ୍ୟା ବୋଲି କୁହାଯାଉଛି। ସେଥିରେ ଓଡିଶା ହେଉଛି ଭାରତର ଅନ୍ୟତମ ପ୍ରମୁଖ ରାଜ୍ୟ ଯେଉଁଠି ସର୍ବାଧିକ ଫଉଜଦାରି ମାମଲାର ବିଚାର ହୋଇ ପାରୁନାହିଁ। ଜାତୀୟ ଜୁଡିସିଆଲ ଡାଟା ଗ୍ରୀଡ ଦେଇଥିବା ତଥ୍ୟ ଅନୁସାରେ ଓଡିଶାରେ ପାଖାପାଖି ୧.୫ ଲକ୍ଷ ଫୌଜଦାରୀ ମାମଲା ପଡି ରହିଛି। ଦେଶର ବିଳମ୍ବିତ ନ୍ୟାୟ ପ୍ରଦାନ ତାଲିକାରେ ଓଡିଶା ଷଷ୍ଠ ସ୍ଥାନରେ ରହିଛି। ଓଡିଶାର ନିମ୍ନ ଅଦାଲତ ଗୁଡିକରେ ୨୧% ଫୌଜଦାରୀ ମାମଲା ୧୦ ବର୍ଷରୁ ଅଧିକ କାଳ ପଡି ରହିଥିବାବେଳେ, ହାଇକୋର୍ଟ ରେ ୧୯% ମାମଲା ୧୦ ବର୍ଷରୁ ଅଧିକ କାଳ ପଡିରହିଛି। ଏମିତି ଏକ ପୃଷ୍ଠଭୂମି ରେ ଦୁଇ ମାସରୁ ଅଧିକକାଳ ଏକାଦିକ୍ରମେ ଓଡିଶାର ଅଦାଲତ ସବୁକୁ ଅଚଳ କରିଦେବା କାହା ସ୍ଵାର୍ଥ ପାଇଁ ଉଦ୍ଦିଷ୍ଟ!!
ଦୁଇମାସ ତଳେ ଅଗଷ୍ଟ ୨୮ ତାରିଖ ଦିନ ଏକ ଛୋଟ ଘଟନା କୁ ନେଇ ଏହି କାର୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଥିଲା। କୋର୍ଟ ପରିସରରେ ବା ସମ୍ପୃକ୍ତ ଆଇନଜୀବୀ ନିଜ ଦାୟିତ୍ଵ ନିର୍ବାହ କରୁଥିବାବେଳେ ଏ ଘଟନା ଘଟିନଥିଲା। ଘରୋଇ କାମରେ ରହିଥିବା କଟକର ଜଣେ ଆଇନଜୀବୀ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ପୋଲିସ ମାରପିଟ କରିଥିବାର ଅଭିଯୋଗ ଆସିଥିଲା। ଏହି ଘଟଣାର ପ୍ରତିବାଦରେ ଓକିଲ ମାନେ ସମବେତ ହୋଇ ଥାନା ଘେରାଉ କରିବା ସହିତ ଏକ ପୋଲିସ ଜିପ କୁ ପୋଡି ଦେଇଥିଲେ। ତେବେ ଘଟଣାର ଅନୁସନ୍ଧାନ କରି କଟକ ପୋଲିସ ତିନିଜଣ ପୋଲିସ ଅଧିକାରୀଙ୍କୁ କାର୍ୟରୁ ନିଲମ୍ବିତ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରିଥିଲେ। ତଥାପି ଓକିଲଙ୍କ କାର୍ଯବନ୍ଦ ଆନ୍ଦୋଳନ କାହିଁକି ଏତେଦିନ ଧରି ଚାଲିଛି, ତାହାର ଅର୍ଥ ବୁଝା ପଡୁନାହିଁ। ଏ ସଙ୍କ୍ରାନ୍ତରେ ଦୁଇଟି ଜନ ସ୍ଵାର୍ଥ ମାମଲା ମଧ୍ୟ ଓଡିଶା ହାଇକୋର୍ଟରେ ଦାୟର ହୋଇଛି। ତେବେ ବୈଚାରିକ ପ୍ରକ୍ରିୟା ଉପରେ ଆସ୍ଥା ପୋଷଣ ନକରି ଷାଠିଏ ଦିନ ଧରି କୋର୍ଟ କୁ ଅଚଳ କରିଦେବା ପଛରେ କି ଯୁକ୍ତି ରହିଛି, ସେ ଉତ୍ତର କେହି ଦେବାକୁ ପ୍ରସ୍ତୁତ ନୁହନ୍ତି।
ଏହି ଘଟଣାକ୍ରମରେ ବିଜେପି ଓ ବିଜେଡି ନିଜର ରାଜନୈତିକ ରୁଟି ସେକିବା ଆରମ୍ଭ କରିଦେଇଛନ୍ତି। ଓକିଲଙ୍କ ଭିତରେ ରହିଥିବା ରାଜନୈତିକ ଗୋଷ୍ଠୀ ବିବାଦର ପରିଣତି ସ୍ଵରୂପ ଆଜି ସାଧାରଣ ଲୋକେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି। ଓକିଲ ସଂଘ ନିଜର ଛୋଟିଆ ଦାବି ପାଇଁ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଓ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରୁଛନ୍ତି। ଦେଶର ସବୁଠାରୁ ବୁଦ୍ଧିମାନ ଓ ପ୍ରଭାବଶାଳୀ ସଂଗଠନର ଏ ପ୍ରକାର ଆଂଦୋଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ବାସ୍ତବରେ କିଛି ବୁଝା ପଡୁନାହିଁ। ଜଣେ ବ୍ୟକ୍ତିଙ୍କ ପ୍ରତି ହୋଇଥିବା ପୋଲିସ ଅବିଚାରକୁ ଆଳ କରି ହଜାର ହଜାର ଲୋକଙ୍କୁ ନ୍ୟାୟ ଦିଆଇ ନ ଦେବା, ଓକିଲଙ୍କ ପକ୍ଷେ ଠିକ ହେଉନାହିଁ ବୋଲି ଏବେ ଜନ ସାଧାରଣ ହୃଦୟଙ୍ଗମ କଲେଣି।
ଅଦାଲତ ଗୁଡିକ ବନ୍ଦ ପଡିଥିବାରୁ ଜେଲ ଗୁଡିକରେ ବିଚାରାଧୀନ କଏଦୀ ମାନଙ୍କର ସଂଖ୍ୟା ବଢିଚାଲିଛି। କଟକ ସ୍ଥିତ ଚୌଦ୍ବାର ଜେଲ ରୁ ପ୍ରାୟ ପ୍ରତିଦିନ ପାଞ୍ଚଜଣ କଏଦୀ ଜାମିନରେ ମୁକୁଳି ଥାନ୍ତି। ଗତ ଦୁଇମାସ ହେଲା ଏହି ଜେଲରୁ ଜଣେ ବି ବିଚାରାଧୀନ ବନ୍ଦୀ ଜାମିନ ରେ ବାହାରି ନାହାନ୍ତି। ରାଜ୍ୟର ପ୍ରାୟ ସବୁ ଜେଲରେ ଏବେ ସମାନ ଅବସ୍ଥା। ଏହି ସମସ୍ୟାରୁ ମୁକ୍ତି ପାଇଁ ଓଡିଶା ହାଇକୋର୍ଟ ଜେଲ ଭିତରେ କ୍ୟାମ୍ପ କୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ଦୁଇଦିନ ଭିତରେ ରାଜ୍ୟର ବିଭିନ୍ନ ଜେଲ ରେ ଆୟୋଜିତ କ୍ୟାମ୍ପ କୋର୍ଟ ଗୁଡିକରେ ୬୫୪ ଜଣଙ୍କୁ ଜାମିନ ପ୍ରଦାନ କରାଯାଇଛି। ତେବେ ଏହି ପ୍ରକ୍ରିୟାକୁ ବିରୋଧ କରି ଓକିଲ ମାନେ ରେକର୍ଡ ରୁମରେ ତାଲା ପକେଇ ପ୍ରତିବାଦ କରିବା ଆରମ୍ଭ କରିଛନ୍ତି।
ବିନା ଦୋଷରେ ହଜାର ହଜାର ଲୋକଙ୍କୁ ଦଣ୍ଡିତ କରିବାର ଏ ଉଦ୍ଭଟ ନିଷ୍ପତ୍ତି ପଛରେ ଓକିଲ ସଂଘର ଉଦ୍ଦେଶ୍ୟ କଣ, ତାହା ବୁଝା ପଡୁନାହିଁ। ବିଜେଡି ସମର୍ଥିତ ଓକିଲ ଗୋଷ୍ଠୀ ଏହି ଆନ୍ଦୋଳନକୁ ବିରୋଧ କରିବାରୁ ଗତ ୨୯ ତାରିଖ ସକାଳେ ହାଇକୋର୍ଟ ପରିସରରେ ମାରପିଟ ଓ ଗୁଣ୍ଡାରାଜ ଆରମ୍ଭ ହୋଇଥିଲା। ସାଧାରଣ ଲୋକ ଭାବରେ ଆମର ପ୍ରଶ୍ନ ହେଉଛି, କେଉଁ ଜଣ ସ୍ଵାର୍ଥ ର ଦାବିରେ ଓକିଲ ମାନେ ଗତ ଷାଠିଏ ଦିନ ଧରି ରାଜ୍ୟର ନ୍ୟାୟ ପ୍ରକ୍ରିୟାକୁ ଅଚଳ କରି ରଖିଛନ୍ତି? ଜଣେ ଓକିଲ ନିଜ ବ୍ୟକ୍ତିଗତ କାମରେ ଥିବାବେଳେ ଯଦି ପୋଲିସ ଅତ୍ୟାଚାରର ଶିକାର ହେଉଛନ୍ତି, ତାଙ୍କ ପ୍ରତି ସଂବେଦନଶୀଳ ହେବା ସଂଘର ନୈତିକ ଦାୟିତ୍ଵ। ହେଲେ ସେଇ ଆଳରେ ସାଧାରଣ ଲୋକଙ୍କୁ ନ୍ୟାୟ ପାଇବାରୁ ବଞ୍ଚିତ କରିବା ଆଦୌ ଗ୍ରହଣୀୟ ନୁହେଁ।
ସତ ଓ ମିଛର ଦୋଛକିରେ ବୈଜୟନ୍ତଙ୍କ ଉଡାଣ
କେଦାର ମିଶ୍ର
ଭାରତ ସରକାରଙ୍କ ବେସାମରିକ ବିମାନଚଳାଚଳ ବିଭାଗର ମହା ନିର୍ଦ୍ଦେଶକ ଗତ ପଚିଶ ତାରିଖ ଦିନ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ରବିନସନ ଆର 44କୁ ବିପଜ୍ଜନକ ଭାବରେ ଉଡାଣ କରିନଥିଲା ବୋଲି ସ୍ପଷ୍ଟୀକରଣ ଦେବାପରେ, ଏହା ସତ୍ୟର ବିଜୟ ବୋଲି ଶ୍ରୀ ପଣ୍ଡା ମତବ୍ୟକ୍ତ କରିଥିଲେ । ୨୫ ତାରିଖ ଡିଜିସିଏ ନିଜର ଚିଠି ଲେଖି କହିଥିଲେ ଯେ ସେପ୍ଟେମ୍ବର ୧୫ ତାରିଖ ଦିନ ଏହି ହେଲିକେପ୍ଟର ଟି ଭୁବନେଶ୍ୱର ଏୟାର ପୋର୍ଟ ରୁ ବାହାରି ରାଜହଂସ, ପୁରୀ, କୋଣାର୍କ ଦେଇ ଗରଦପୁରଠାରେ ଓହ୍ଳାଇଥିଲା। ଏହା ବିପଜ୍ଜନକ ସ୍ତରରେ ନିଜର ଉଡାଣ କରିନଥିଲା ବୋଲି ଡିଜିସିଏ କହିଛି। ତେବେ ଏହି ଚିଠିଟି ସତ୍ୟର ବିଜୟ ବୋଲି ଶ୍ରୀ ପଣ୍ଡା ଯାହା କହିଛନ୍ତି, ତାହାର ସତ୍ୟାସତ୍ୟ ଖୋଜିବା ନିହାତି ଜରୁରୀ।
ପ୍ରାଥମିକ ଭାବରେ ଦେଖିଲେ ଡିଜିସିଏ ଲେଖିଥିବା ଚିଠିରେ କୌଣସି ପ୍ରକାର ବୈଷୟିକ ସୂଚନା ନାହିଁ। ପୋଲିସ ସୂତ୍ରରୁ ଜଣା ପଡିଛି ଯେ ଏହି ଚିଠି ଆଧାରରେ ବୈଜୟନ୍ତଙ୍କ ହେଲିକପ୍ଟର କୁ ଛଡା ଯାଇପାରିବନାହିଁ। ୧୫ ସେପ୍ଟେମ୍ବର ର ଉଡାଣ ବିଷୟରେ ପୁରୀ ପୋଲିସ ଯେଉଁ ସବୁ ତଥ୍ୟ ମାଗିଥିଲା ତାହା ଏହି ଚିଠିରେ ନାହିଁ। ହେଲିକପ୍ଟର କେତେ ତଳକୁ ଖସିଥିଲା, ଚିଲିକା ପାଣିରେ ଏହା ଓହ୍ଲାଇଥିଲା କି ନାହିଁ, ପୁରୀ ମନ୍ଦିର ଉପରେ ଉଡିଲା ବେଳେ ଏହା କେତେ ଦୂରତାରେ ଥିଲା ଇତ୍ୟାଦି କଥା ଏହି ଚିଠିରେ ବିଲକୁଲ ଉଲ୍ଲେଖ ନାହିଁ। ତେଣୁ ଏହା ଉପରେ ଅଧିକ ସ୍ପଷ୍ଟୀକରଣ ଦେବାକୁ ଡିଜିସିଏ କୁ ପୁରୀ ପୋଲିସ ଆଉ ଏକ ଚିଠି ଲେଖିଛନ୍ତି। ଡିଜିସିଏ ର ଏହି ଚିଠି ଘଟନା କୁ ସ୍ପଷ୍ଟ କରିବା ପରିବର୍ତ୍ତେ ଅଧିକ ଗୋଳମାଳିଆ କରିଦେଇଛି।
ଡିଜିସିଏ ର ଅଧିକାରୀ କେବଳ ଭୁବନେଶର ଏୟାର ପୋର୍ଟ କୁ ଆସି, ସମ୍ପୃକ୍ତ ହେଲିକପ୍ଟରର ବ୍ଲାକ ବକ୍ସର ତଦନ୍ତ ନକରି, ଏପ୍ରକାର ଅଧାପନ୍ତରିଆ ରିପୋର୍ଟ ଦେଇଛନ୍ତି ବୋଲି ପୁରୀ ପୋଲିସ ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ତେବେ ଅସଲ କଥା ହେଉଛି, ଯେଉଁ ଗ୍ରାମବାସୀଙ୍କ ଅଭିଯୋଗ ଆଧାରରେ ଏହି ମାମଲା ହୋଇଛି, ସେମାନେ ହେଲିକପ୍ଟର ସ୍ପଷ୍ଟ ଭାବରେ ଚିଲିକା ପାଣିରେ ଓହ୍ଲାଇଥିଲା ବୋଲି ବୟାନ ଦେଇଛନ୍ତି। ସେହି ଆଧାରରେ ଏବେ ତଦନ୍ତ ଚାଲିବା କଥା।
ଉଡାଣ ସମ୍ପର୍କରେ ବାସ୍ତବ ତଥ୍ୟ ଦେବାରେ ଡିଜିସିଏ ଯଦି ସମର୍ଥ ନହୁଏ ତାହେଲେ, ହେଲିକପ୍ଟର ନିର୍ମାଣକାରୀ କମ୍ପାନୀ ଠାରୁ ଏ ବିଷୟରେ ତଥ୍ୟ ମଗାଯାଇପାରିବ ବୋଲି ପୋଲିସ କହିଛି। ନିକଟ ଅତୀତରେ ସିଲ ହୋଇଥିବା ହାଙ୍ଗରରେ ଇମ୍ଫା କମ୍ପାନୀର ଅନ୍ୟ ଦୁଇଟି ହେଲିକପ୍ଟରର ଆବଶ୍ୟକୀୟ ମରାମତି ଓ ନିୟମିତ ସର୍ଭିସ ନହେଲେ ଏଠି ସକାଶେ ହେବାକୁ ଥିବା କ୍ଷତି ପାଇଁ ପୋଲିସ ଦାୟୀ ରହିବ ବୋଲି ଏକ ଚିଠିରେ କୁହାଯାଇଛି। ତେବେ ଆଇନ ଅନୁସାରେ ଅନ୍ୟ ଦୁଇଟି ହେଲିକପ୍ଟରକୁ ଛଡାଯିବ କି ନାହିଁ, ସେ ବିଷୟରେ ନିଷ୍ପତ୍ତି ନିଆଯିବ ବୋଲି ପୁରୀ ଏସପି କହିଛନ୍ତି।
ତେବେ ଏହି ଘଟଣାକ୍ରମରୁ ରାଜନୈତିକ ଫାଇଦା ଉଠାଇବା ଲାଗି ବୈଜୟନ୍ତ ବହୁ ପ୍ରକାର ଚେଷ୍ଟା କରୁଥିଲେ ମଧ୍ୟ, ସାଧାରଣ ଲୋକଙ୍କୁ ଏହା ପ୍ରଭାବିତ କରିପାରୁନାହିଁ। ଜଣେ ଶିଳ୍ପପତିଙ୍କ ହେଲିକପ୍ଟର ଯଦି ବେଆଇନ ଭାବେ ଚିଲିକାରେ ଓହ୍ଲାଇଥିବ ତେବେ ଆଇନ ଅନୁସାରେ ଏହା ଦଣ୍ଡ ପାଇବ। ସେଥିରେ ସାଧାରଣ ଲୋକ ଚିନ୍ତା କରିବା କାହିଁକି। ତେବେ ବୈଜୟନ୍ତ ପଣ୍ଡା ଓ ତାଙ୍କ ମାଲିକାନାରେ ଥିବା ଗଣମାଧ୍ୟମ ଏହାକୁ ଓଡିଶା ରାଜନୀତିର ଏକ ପ୍ରମୁଖ ସମସ୍ୟା ଭାବରେ ଉପସ୍ଥାପନ କରିବାକୁ ଗତ ଦେଢ ମାସ ହେଲା ଚେଷ୍ଟା କରୁଛନ୍ତି। ସାଧାରଣ ଲୋକର ତେଲ ଲୁଣର ସଂସାର ସହିତ ହେଲିକପ୍ଟର ଉଡାଣର ଯେ କୌଣସି ସମ୍ପର୍କ ନାହିଁ, ଏକଥା ଆକାଶରେ ଉଡୁଥିବା ନେତାମାନେ ବୁଝିପାରନ୍ତି ନାହିଁ!!
ସମୀକ୍ଷା ବ୍ୟୁରୋ
ଆଉ ପାଞ୍ଚ ମାସ ପରେ ଓଡିଶାର ବିଧାନସଭା ସହିତ ଲୋକ ସଭା ନିର୍ବାଚନ ହେବ। ସେଥିପାଇଁ ସବୁ ଦଳ ଯେପରି ବ୍ୟସ୍ତ ସେହିପରି ବିଜେଡିରୁ ବହିସ୍କୃତ ବୈଜୟନ୍ତ ପଣ୍ଡା ମଧ୍ୟ ନିଜ ଭାଗ୍ୟ ଓ ଭବିଷ୍ୟତକୁ ନେଇ ବେଶ୍ ଚିନ୍ତିତ। ବର୍ତ୍ତମାନ ସେ କେଉଁ ଦଳରୁ ପ୍ରାର୍ଥୀ ହେବେ ଏବଂ କେଉଁ ସ୍ଥାନରୁ ଛିଡା ହେବେ ସେ ନେଇ କୈଣସି ନିଷ୍ପତିରେ ପହଁଚି ପାରୁ ନାହିଁନ୍ତି। ସେଥିପାଇଁ ସେ ନୂଆ ଦିଲ୍ଲୀର ଏକ ପ୍ରତିଷ୍ଠିତ ସଂସ୍ଥାକୁ ଭଲ ଅର୍ଥ ଦେଇ ସର୍ଭେ କରାଇଥିବାର ଜଣାପଡିଛି। ଏହି ସଂସ୍ଥା ରାଜ୍ୟର ବିଭିନ୍ନ ଲୋକସଭା ଆସନକୁ ଯାଇ ବୈଜୟନ୍ତ କେଉଁ ଦଳରୁ ଛିଡା ହେଲେ ଭଲ ହେବ ଏବଂ ସେ କିପରି ନେତା ସେ ନେଇ ସଂସ୍ଥା ଏକ ସର୍ଭେ କରିଛି। ଏହି ସଂସ୍ଥାକୁ ବୈଜୟନ୍ତ ଦୁଇଟି ପର୍ଯ୍ୟାୟରେ ସର୍ଭେ କରିବା ପାଇଁ ବରାଦ କରିଥିବାର ଜଣାପଡିଛି। ପ୍ରଥମେ ସଂସ୍ଥା ବୈଜୟନ୍ତ କିପରି ନେତା ଏବଂ ସେ ସେହି ଅଞ୍ଚଳରେ ଛିଡା ହେଲେ ଭଲ ହେବ କା ନାହିଁ ସର୍ଭେ କରି ରିପୋର୍ଟ ଦେବାକୁ କହିଥିଲେ। ଫଳରେ ସଂସ୍ଥା ଦୀର୍ଘଦିନ ଧରି ସର୍ଭେ କରିବା ପରେ ଯେଉଁ ରିପୋର୍ଟ ବାହାରିଲା ତାହାକୁ ଦେଖି ବୈଜୟନ୍ତଙ୍କ ମୁଣ୍ଡ ବାଁରେଇ ଗଲା।
ସର୍ଭେ ମୁତାବକ ବୈଜୟନ୍ତଙ୍କୁ ଗ୍ରାମାଞ୍ଚଳ ଲୋକେ ବିଲକୁଲ ଜାଣନ୍ତି ନାହିଁ ବୋଲି ସଂସ୍ଥା କହିଲା। ଏପରିକି କେତେକ ସହରାଞ୍ଚଳର ଲୋକେ ବୈଜୟନ୍ତଙ୍କୁ ଟିଭିରେ ଦେଖିଥିବାର କହିଥିଲେ ମଧ୍ୟ ତାଙ୍କ ସଂପର୍କରେ ଅଧିକ କିଛି ଜାଣନ୍ତି ନାହିଁ ବୋଲି ମତ ଦେଇଥିଲେ। ହେଲେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ବୈଜୟନ୍ତଙ୍କୁ ଭଲଭାବରେ ଜାଣନ୍ତି ବୋଲି କହିଥିଲେ। ଏପରିକି ସେ କେତେଥର ସାଂସଦ ହୋଇଛନ୍ତି, ତାଙ୍କର କଣସବୁ ରହିଛି ଏହି ଗୋଷ୍ଠି ଭଲଭାବରେ ଅବଗତ ଅଛନ୍ତି। ସେହିପରି ବୈଜୟନ୍ତ ବିଜେଡିରୁ ବହିସ୍କୃତ ହେବା ସହିତ ତାଙ୍କର ରାଜନୈତିକ ବ୍ୟାପାର ଉପରେ ମଧ୍ୟ ଏହି ଗୋଷ୍ଠି ବେଶ ସ୍ପଷ୍ଟ ଉତ୍ତର ଦେଇଥିଲେ। ତେବେ ବୈଜୟନ୍ତ ତାଙ୍କ ଅଞ୍ଚଳରୁ ପ୍ରାର୍ଥି ହେଲେ ଭୋଟ ଦେବେ କି ନାହିଁ ବୋଲି ପଚାରାଯିବାରୁ ଏହି ଗୋଷ୍ଠି ରୋକଠୋକ ମନା କରିଦେଇଥିଲେ। ଏହାକର କାରଣ କଣ ବୋଲି ସଂସ୍ଥା ଯେଉଁ ରିପୋର୍ଟ ସଂଗ୍ରହ କଲା ତାହା ମଧ୍ୟ ବୈଜୟନ୍ତଙ୍କୁ ଏକ ଝଟକା ସଦୃଶ୍ୟ ହୋଇପଡିଛି। ସଂସ୍ଥାର ରିପୋର୍ଟ ଅନୁସାରେ ବୈଜୟନ୍ତ ସେମିତି କୌଣସି ଆକର୍ଷଣୀୟ ବ୍ୟକ୍ତିତ୍ବ ନୁହଁନ୍ତି। ସେ ବିଭିନ୍ନ ଗରିବ ଲୋକଙ୍କୁ ଯେତିକି ସାହାର୍ଯ୍ୟ କରିନ୍ତି ତାହାଠାରୁ ଢେର ଅଧିକ ଗୁଣ ସୋସିଆଲ ମିଡିଆରେ ପ୍ରଚାର କରନ୍ତି। ଅନ୍ୟପକ୍ଷରେ ବୈଜୟନ୍ତ ଶହଶହ କୋଟି ଟଙ୍କା ( ସଠିକ ଭାବେ କେତେ ଟଙ୍କା କହିପାରି ନ ଥିଲେ) ବିଦ୍ୟୁତ ବିଲକୁ ପଇଠ ନ କରି ନିଜର କ୍ଷମତା ବଳରେ ତାହା ଛାଡ ପାଇଛନ୍ତି ବୋଲି ଲୋକେ କହିଥିଲେ। ଏପରି ରିପୋର୍ଟ ହସ୍ତଗତ ହେବା ପରେ ବୈଜୟନ୍ତ ହତବାକ୍ ହୋଇଯାଇଥିଲେ। କାରଣ ରାଜନୈତିକ କ୍ଷେତ୍ରରେ ଏପରି ଅଭିଯୋଗ ତାଙ୍କର ଦେହସୁହା ହୋଇଯାଇଥିଲା। ହେଲେ ସର୍ଭେ ରିପୋର୍ଟରେ ଏପରି ରିପୋର୍ଟ ଆସିବା ତାଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା।
ଏହାପରେ ସଂସ୍ଥାକୁ ବୈଜୟନ୍ତ ପୁଣି ଏକ ସର୍ଭ କରିବା ପାଇଁ ଦାୟିତ୍ବ ଦେଇଥିଲେ। ତାହା ହେଲା ସେ କେଉଁ ଦଳରୁ ପ୍ରାର୍ଥି ହେଲେ ଭଲ ହେବ। ଏହି ରିପୋର୍ଟ ଯାହା ମିଳିଲା ତାହା ମଧ୍ୟ ଜୟ ପଣ୍ଡାଙ୍କ ମୁଣ୍ଡ ଘୁରେଇ ଦେଇଥିଲା। ଦିନରାତି ବେଶ୍ ପରିଶ୍ରମ କରି ସଂସ୍ଥା ଯେଉଁ ସର୍ଭେ କଲା ତାହା ହେଲା ବୈଜୟନ୍ତ ବିଜେଡି ବ୍ୟତିତ ଅନ୍ୟ କୌଣସି ଦଳରୁ ପ୍ରାର୍ଥି ହେଲେ ଜିତିବା ସମ୍ଭାବନା ନାହିଁ । ଅନ୍ୟଦଳ ସଂପର୍କରେ ସଂସ୍ଥାର ମତ ହେଲା ଯେ, ବିଜେପିରୁ ବୈଜୟନ୍ତ ପ୍ରାର୍ଥୀ ହେଲେ ତାହା ସେହି ଦଳ ପାଇଁ ଗ୍ରହଣୀୟ ହେବ ନାହିଁ। ଅନ୍ୟପକ୍ଷରେ ଜୟ ବିଜେଡିରୁ ଯେପରି ଫାଇଦା ହାସଲ କରିଛନ୍ତି ତାହା ଅନ୍ୟ ଦଳର କର୍ମିମାନଙ୍କ ପାଇଁ କେବେ ବି ଗ୍ରହଣୀୟ ହେବ ନାହିଁ ବୋଲି ସଂସ୍ଥା କହିଛି। ମୁଖ୍ୟତଃ ଜୟ ପଣ୍ଡାଙ୍କ ଦେହରେ ବିଜୁ ପଟ୍ଟନାୟକ ଏବଂ ବିଜେଡିର ଛାପ ଏପରି ଲାଗିଛି ରହିଛି ଯେ, ସେ ଆଉ ମାସ କେଇଟା ମଧ୍ୟରେ ଗେରୁଆ ହୋଇ ବୁଲିଲେ ଲୋକେ ଗ୍ରହଣ କରିବା ସମ୍ଭବ ହେବ ନାହିଁ। ଏପରିକି ସ୍ବାଧୀନ ପ୍ରାର୍ଥୀ ଭାବେ ମଧ୍ୟ ଗ୍ରହଣୀୟ ହେବେ ନାହିଁ ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି। ହେଲେ ବୈଜୟନ୍ତ କଂଗ୍ରେସରେ ନିଜର ସ୍ଥିତି ପାଇଁ ସଂଘର୍ଷ କରିପାରିବେ ବୋଲି ସଂସ୍ଥା କହିଛି।
ବୈଜୟନ୍ତଙ୍କ ମୁଖ୍ୟ ସମସ୍ୟା ହେଲେ ସାଧାରଣ ନିର୍ବାଚନକୁ ଆଉ ମାସ କେଇଟା ବାକି ଥିବାରୁ, ବିଜେଡି ବ୍ୟତିରକେ ନିଜର ସ୍ଥିତି କଣ ତାହା ତାଙ୍କୁ ଦେଖାଇବାର ସମୟ ନାହିଁ। ବିଜେଡି ଗନ୍ଧ ତାଙ୍କ ଦେହରୁ ଏ ପର୍ଯ୍ୟନ୍ତ ଯାଇ ନାହିଁ ବୋଲି ସଂସ୍ଥା କହିଛି। ଫଳରେ ଆଗାମୀ ନିର୍ବାଚନରେ ସେ କଣ କରିବେ ସେହି ଚିନ୍ତାରେ ପଡିଛନ୍ତି। ତେବେ ବୈଜୟନ୍ତ ଏହି ସଂସ୍ଥା ଉପରେ ରାଗି କୁଆଡେ ଖପ୍ପା ହୋଇଛନ୍ତି। ସଂସ୍ଥା ଠିକ୍ ଭାବେ ସର୍ଭେ କରିପାରି ନାହିଁ ବୋଲି ବୈଜୟନ୍ତ ଅନୁଭବ କରି ପୁଣି ଆଉ ଏକ ନୂଆ ସଂସ୍ଥାକୁ ଦାୟିତ୍ବ ଦେଇଥିବାର ଜଣାପଡିଛି। ଏହି ନୂଆ ସଂସ୍ଥା କେବଳ ତିନୋଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ସର୍ଭେ କରିବା ପାଇଁ କୁହାଯାଇଛି। ମୁଖ୍ୟତଃ ଏହି ତିନୋଟି ନିର୍ବାଚନ ମଣ୍ଡଳିରୁ କେଉଁଠି ପ୍ରାର୍ଥି ହେଲେ ତାଙ୍କୁ ଭଲ ହେବ ତାହା ସର୍ଭେ କରି ରିପୋର୍ଟ ଦେବାକୁ କୁହାଯାଇଛି। ଏହି ନୂଆ ସଂସ୍ଥା ଆସନ୍ତା ନଭେମ୍ବର ମାସ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ରିପୋର୍ଟ ଦେବ ବୋଲି ଜଣାପଡିଛି।ତେବେ ଏ ନେଇ ବୈଜୟନ୍ତ ପଣ୍ଡାଙ୍କ ଅଫିସ ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ।