ମହାରାଷ୍ଟ୍ରରେ ମାଢାଠାରେ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କଂଗ୍ରେସ ଉପରେ ଆକ୍ରମଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, କଂଗ୍ରେସ ମୋତେ ଗାଳି ଦେଉ ଦେଉ ଏବେ ପୁରା ସମାଜକୁ ଗାଳି ଦେବାରେ ଲାଗିପଡିଛି। ପୂର୍ବରୁ ଚୌକିଦାର ଚୋର ବୋଲି କହୁଥିବାବେଳେ ଏବେ ପ୍ରତ୍ୟେକ ମୋଦି ସାଙ୍ଗିଆକୁ ଚୋର ବୋଲି କହିଲେଣି। ପଛୁଆବର୍ଗ ହେବା କାରଣରୁ ତାଙ୍କୁ ଅନେକ ଥର କଂଗ୍ରେସ ଓ କଂଗ୍ରେସର ସହଯୋଗୀମାନେ ତାଙ୍କ ମର୍ଯ୍ୟାଦା ବିଷୟରେ ଟିପ୍ପଣୀ କରିବା ସହିତ ତାଙ୍କ ଜାତିକୁ ନେଇ ମଧ୍ୟ କହୁଥିଲେ। କିନ୍ତୁ ଏଥର ପୂରା ପଛୁଆ ସମାଜକୁ ଚୋର କହିଛି କଂଗ୍ରେସ। ଏହା ସହିତ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, କଂଗ୍ରେସ ତରଫରୁ ପୁଣି ଥରେ ମୋ’ ପରିବାର ରହିବା ନ ରହିବା ଉପରେ ମଧ୍ୟ ଆକ୍ରମଣ କରାଯାଇଛି। ପରିବାର ବ୍ୟବସ୍ଥା ହେଉଛି ଭାରତୀୟ ସମାଜର ହଜାର ବର୍ଷର ବିଶେଷ୍ବତା, ଯାହା ସାହସ ଓ ଗୌରବର ପରିଚୟ।…
Author: Samikhsya Bureau
ବଲିଉଡ୍ ଅଭିନେତା ରଣଦୀପ ହୁଡାଙ୍କୁ ଆକ୍ରମଣ କରିଛନ୍ତି କଙ୍ଗନା ରଣାଓ୍ବତଙ୍କ ଭଉଣୀ ରଙ୍ଗୋଲୀ ଚାନ୍ଦେଲ। ଗଲିବୟ ଚଳଚିତ୍ରରେ ଆଲିଆଙ୍କ ଅଭିନୟକୁ ସମାଲୋଚନା କରିଥିଲେ କଙ୍ଗନା। କଙ୍ଗନା କହିଥିଲେ କି, ଗଲି ବୟରେ ଆଲିଆଙ୍କ ଅଭିନୟ ଅତ୍ୟନ୍ତ ସାଧାରଣ ସ୍ତରର ଥିଲା। ଆଲିଆ ଏହା ଉପରେ କୌଣସି ନକରାତ୍ମକ ମନ୍ତବ୍ୟ ଦେଇନଥିବା ବେଳେ ଆଲିଆଙ୍କ ସପକ୍ଷରେ ମତ ରଖିଥିଲେ ଭର୍ସାଟାଇଲ ଆକ୍ଟର ରଣଦୀପ ହୁଡା। ହୁଡା ସୋସିଆଲ ମିଡିଆ ଟ୍ବିଟ୍ଟର ଜରିଆରେ ଲେଖିଥିଲେ, ‘ସମସ୍ତ ନକରାତ୍ମକ ମନ୍ତବ୍ୟକୁ ପ୍ରତିହତ କରି ନିଜର ଉତ୍ତମ କଳା ପ୍ରଦର୍ଶନ କରୁଥିବାରୁ ତୁମକୁ ନେଇ ମୁଁ ଗର୍ବିତ’। ଏହି ମନ୍ତବ୍ୟ ପରେ କଙ୍ଗନାଙ୍କ ଭଉଣୀ ରଙ୍ଗୋଲୀ ତୁରନ୍ତ ରଣଦୀପଙ୍କୁ ଆକ୍ରମଣ କରିଥିଲେ। ରଣଦୀପଙ୍କୁ ଜଣେ ବିଫଳ ଅଭିନେତା ବୋଲି କହିବା ସହିତ କରଣ ଜୋହରଙ୍କ ଚାମଚା ବୋଲି ମଧ୍ୟ କହିଥିଲେ। ସେହିପରି ଉଙ୍ଗଲି ଫିଲ୍ମର ସୁଟିଂ ସମୟରେ ରଣଦୀପ କଙ୍ଗନାଙ୍କୁ ନିର୍ଯାତନା ଦେଇଥିବା କଥା ଉଠାଇଥିଲେ ରଙ୍ଗୋଲୀ।
କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନି ମାମଲା ଦାୟର କରିବାକୁ ଧମକ ଦେଇଛନ୍ତି ବିହାର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି। ରାହୁଲ ନିଜ ମନ୍ତବ୍ୟରେ ମୋଦି ସାଙ୍ଗିଆ ଧାରୀ ସମସ୍ତ ବ୍ୟକ୍ତି ଚୋର ଅଟନ୍ତି। ରାହୁଲଙ୍କ ଏପରି ମନ୍ତବ୍ୟରେ ମୁଁ ଗଭୀର ଭାବରେ ଦୁଃଖିତ ବୋଲି କହିଛନ୍ତି ସୁଶୀଲ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆକ୍ରମଣ କରିବା ସହିତ ସେ ମୋତେ ଆକ୍ରମଣ କରିଛନ୍ତି କାରଣ ମୋର ଶେଷ ନାମ ମଧ୍ୟ ମୋଦିଙ୍କ ସହିତ ସମାନ। ବ୍ୟକ୍ତିଗତ ଭାବରେ ଆହତ ହୋଇଥିବାରୁ ମୁଁ ରାହୁଲଙ୍କ ନାମରେ ମାନହାନି ମୋକଦ୍ଦମା କରିବି ବୋଲି କହିଛନ୍ତି ସୁଶୀଲ ମୋଦି। ମୋଦିଙ୍କ ଏହି ମନ୍ତବ୍ୟ ପରେ ପ୍ରତିକ୍ରିୟା ରଖିଛନ୍ତି ତେଜସ୍ବୀ ଯାଦବ। ଆରଜେଡି ନେତା ତେଜସ୍ବୀ ଯାଦବ କହିଛନ୍ତି, ମୋଦି ଶ୍ରୀଜନ ଦୁର୍ନୀତି ମାମଲାରେ ସମ୍ପୃକ୍ତ ଅଛନ୍ତି ତେଣୁ ମୁଁ ତାଙ୍କୁ ଚୋର ବୋଲି ସମ୍ବୋଧନ କରୁଛି। ଯଦି ଆପଣଙ୍କର ସାହସ ଅଛି ତେବେ ମୋ ବିରୋଧରେ ମାନହାନି…
ଚେନ୍ନାଇରେ ବିଭିନ୍ନ ସ୍ଥାନରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଉଛି। ଥେନି ଜିଲ୍ଲାର ଅନ୍ଦିପଟ୍ଟିରୁ ଆୟକର ବିଭାଗ ପକ୍ଷରୁ ୧.୪୮ କୋଟି ଟଙ୍କାର ଅର୍ଥ ଜବତ କରାଯାଇଛି। ବୁଧବାର ସକାଳ ୫.୩୦ରେ ଏହି ଚଢାଉ ଶେଷ ହୋଇଥିବା ବେଳେ ସ୍ଥାନୀୟ ଜନତା ଅର୍ଥ ନେଇଯିବାକୁ ବିରୋଧ କରିଥିଲେ। ପୋଲିସ ପକ୍ଷରୁ ଜନତାଙ୍କୁ ହଟାଇବାକୁ ଗୁଳି ଚାଳନା କରାଯିବା ପରେ ଅର୍ଥ ନିଆଯାଇଥିଲା ବୋଲି ଆୟକର ବିଭାଗ ମୁଖ୍ୟ ବି. ମୁରଲୀ କୁମାର ସୂଚନା ଦେଇଛନ୍ତି। ଏପ୍ରିଲ୍ ୧୮ରେ ଏହି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ହେବାକୁ ଥିବା ବେଳେ ଓ୍ବାର୍ଡ ନମ୍ବର ଏବଂ ଭୋଟରଙ୍କ ନାମ ଲେଖାଥିବା ୯୪ ଟି ଏନ୍ଭଲପ ଆୟକର ବିଭାଗ ଉଦ୍ଧାର କରିଥିଲା। ଏହି ଅର୍ଥ ଗୁଡିକ ଆମ୍ମା ମକ୍କଲ ମୁନେତ୍ରା କାଝାଗମ୍ କାର୍ଯ୍ୟଳୟରୁ ଉଦ୍ଧାର କରାଯାଇଛି।
ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଜହୁର ଅହମ୍ମଦ ଶାହ ବଟାଲୀଙ୍କ ସମ୍ପତ୍ତି ଜବତ କରାଯାଇଛି। ଏହି ମାମଲାରେ ଇଡି ପକ୍ଷରୁ ବଟାଲୀ ଏବଂ ପରିବାର ସଦସ୍ୟଙ୍କ ୬.୧୯ କୋଟି ଟଙ୍କାର ସମ୍ପତ୍ତି ଜବତ କରି ନିଆଯାଇଛି। ଇଡି ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ ହାଫିଜ୍ ସଇଦ୍ ଏବଂ ଏମ୍ଡି ୟୁସୁଫ୍ ଶାହକୁ ଅର୍ଥ ଯୋଗାଣ ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ହଫିଜ୍ ସଇଦ୍ଙ୍କ ଲସ୍କର ଏ ତୋଏବା ଏବଂ ଜମାତ୍ ଉଦ୍ ଦାଓ୍ବାକୁ ଅର୍ଥ ଯୋଗାଣ କରାଯାଇଥିବା ବେଳେ ଏମ୍ଡି ସଲାହୁଦ୍ଦିନଙ୍କ ହିଜ୍ବୁଲ୍ ମୁଜାହିଦ୍ଦିନିକୁ ମଧ୍ୟ ଅର୍ଥ ଯୋଗାଇ ଥିବାର ଅଭିଯୋଗ ରହିଛି। ଏହି ମାମଲାରେ ବଟାଲୀଙ୍କ ବିରୋଧରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ପକ୍ଷରୁ ଅର୍ଥ ହେରଫେର ମାମଲା ମଧ୍ୟ ରୁଜୁ କରାଯାଇଛି। ଏନ୍ଆଇଏ ପକ୍ଷରୁ ଦାଖଲ କରାଯାଇଥିବା ମାମଲା ଅନୁଯାୟୀ ହୁରିୟାତ ନେତାଙ୍କ ପାଇଁ ଅର୍ଥ ସଂଗ୍ରହ କରୁଥିବା ବେଳେ ବିଭିନ୍ନ ସାମାଜିକ…
ନିର୍ବାଚନ କମିଶନ ତ୍ରିପୁରାରେ ନିର୍ବାଚନ ତାରିଖ ଘୁଞ୍ଚାଇଛନ୍ତି। ପୂର୍ବ ତ୍ରିପୁରାରେ ଏପ୍ରିଲ୍ ୧୮ ତାରିଖରେ ହେବାକୁ ଥିବା ନିର୍ବାଚନକୁ ଏପ୍ରିଲ୍ ୨୩ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି କମିଶନ।ଗୁରୁତର ଆଇନ ଶୃଙ୍ଖଳା ପରସ୍ଥିତି ଯୋଗୁଁ ଏହି ନିର୍ବାଚନ ଘୁଞ୍ଚାଇ ଦିଆଯାଇଛି ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ କୁହା ଯାଇଛି। ଆଇନ ଶୃଙ୍ଖଳା ପରସ୍ଥିତି ଯୋଗୁଁ ଦୁଇଟି ଆସନରେ ନିର୍ବାଚନକୁ ବନ୍ଦ ରଖାଯାଇଛି ବୋଲି ମଙ୍ଗଳବାର ରାତିରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀରାମ ତରଣୀକାନ୍ତି ସୂଚନା ଦେଇଛନ୍ତି। ମୁକ୍ତ ଏବଂ ଅବାଧ ନିର୍ବାଚନ ପାଇଁ ଆଇନ ଶୃଙ୍ଖଳା ପରସ୍ଥିତି ସଠିକ୍ ନାହିଁ ବୋଲି ସହକାରୀ ଡିଜିପି ରାଜୀବ ସିଂ ସୂଚନା ଦେବା ପରେ ନିର୍ବାଚନ କମିଶନ ଏହି ନିଷ୍ପତ୍ତି ନେଇଛନ୍ତି। ଡିଜିପି ଏକେ ଶୁକ୍ଲା ନିର୍ବାଚନ ସୁରକ୍ଷା ବ୍ୟବସ୍ଥା ନୀରିକ୍ଷଣ କରିବା ସହିତ ୨୩ ତାରିଖରେ ନିର୍ବାଚନ ପରିଚାଳନା କରିବେ। ତ୍ରିପୁରା କଂଗ୍ରେସ ସଭାପତି ପ୍ରଦ୍ୟୋତ ଦେବ ବର୍ମନ୍ କହିଛନ୍ତି ନିର୍ବାଚନ କମିଶନ ସଠିକ୍…
ଆୟକର ବିଭାଗ ଏବଂ ନିର୍ବାଚନ କମିଶନଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁପ୍ତ ରାଜିନାମା ହୋଇଛି ବୋଲି ଅଭିଯୋଗ କରିଛନ୍ତି ଡିଏମ୍କେ ପ୍ରାର୍ଥୀ କାନିମୋଝି। ନିଜ ଘରେ ଆୟକର ବିଭାଗର ଚଢାଉ ପରେ ଏହି ଅଭିଯୋଗ ଆଣିଛନ୍ତି ତୁଥୁକୁଡିରୁ ଡିଏମ୍କେର ଏହି ସାଂସଦ ପ୍ରାର୍ଥୀ। ମୋଦି ନିର୍ବାଚନ କମିଶନ ଏବଂ ଆୟକର ବିଭାଗକୁ ମନ ମୁତାବକ ନିଜର ରାଜନୈତିକ ଫାଇଦା ପାଇଁ ବ୍ୟବହାର କରିବା ସହିତ କେବଳ ବିପକ୍ଷରେ ଥିବା ନେତାଙ୍କ ଘରେ ଚଢାଉ କରୁଛନ୍ତି। ମଙ୍ଗଳବାର ରାତିରେ ଆୟକର ବିଭାଗ ଅଧିକାରୀଙ୍କ ଚଢାଉରୁ କିଛି ତଥ୍ୟ ମିଳିନଥିବା ବେଳେ ବିପକ୍ଷରେ ରହିଥିବାରୁ ଏପରି ରାଜନୈତିକ ଆକ୍ରମଣ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି କାନିମୋଝି। ଆୟକର ବିଭାଗ ଅଧିକାରୀଙ୍କ ନିକଟରେ ସର୍ଚ୍ଚ ଓ୍ବାରେଣ୍ଟ ନଥିଲା ବୋଲି ମଧ୍ୟ କାନିମୋଝି ଅଭିଯୋଗ କରିଛନ୍ତି। ପ୍ରାୟ ୨ ଘଣ୍ଟା ଧରି ଆୟକର ବିଭାଗ ଅଧିକାରୀ ମାନେ ଖୋଜିବା ଜାରି ରଖିଥିଲେ ମଧ୍ୟ କିଛି ନପାଇ…
କେଦାର ମିଶ୍ର ବଲାଙ୍ଗୀରରେ ନିର୍ବାଚନ କହିଲେ ମାତ୍ର ଦୁଇଟି ପରିବାର। ବଲାଙ୍ଗୀର ଲୋକସଭା କ୍ଷେତ୍ରରେ ଦୁଇଟି ପରିବାର ହାତରେ ତିନୋଟି ଦଳ ଓ ପ୍ରାୟ ସାଢେ ପନ୍ଦର ଲକ୍ଷ ଭୋଟରଙ୍କ ଭାଗ୍ୟ ନିୟନ୍ତ୍ରିତ ହେଉଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂ ଦେଓଙ୍କ ପରିବାର ହାତରେ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟିର ନିୟନ୍ତ୍ରଣ ରହିଥିବା ବେଳେ ସମ୍ବିଧାନ ସଭାର ସଦସ୍ୟ ଯୁଧିଷ୍ଠିର ମିଶ୍ରଙ୍କ ପରିବାର ହାତରେ କଂଗ୍ରେସ ଦଳର ଭାଗ୍ୟଡୋରୀ ରହିଛି। ଲୋକସଭା ପାଇଁ ବିଜେପିରୁ ସଂଗୀତା ସିଂ ଦେଓ, ବିଜେଡ଼ିରୁ କଳିକେଶ ନାରାୟଣ ସିଂ ଦେଓ ଓ କଂଗ୍ରେସରୁ ସମରେନ୍ଦ୍ର ମିଶ୍ର ନିର୍ବାଚନ ଲଢୁଛନ୍ତି। ତିନିଜଣ ଯାକ ପ୍ରମୁଖ ପ୍ରାର୍ଥୀ ଦୁଇଟି ପରିବାରରୁ ଆସିଛନ୍ତି। ଏଠି କୁହାଯାଇପାରେ, ରାଜା ଓ ବ୍ରାହ୍ମଣଏଅ କ୍ଷମତା ଲଢେଇରେ ସାଧାରଣ ଭୋଟର ଏଠି ଭକୁଆ ମାତ୍ର। ବଲାଙ୍ଗୀର ଜିଲ୍ଲାର ରାଜନୈତିକ ନେତୃତ୍ୱ ବର୍ଷ ବର୍ଷ ଧରି ଦୁଇଟି ପରିବାରର ହସ୍ତ…
ଭୁବନେଶ୍ବରେର ପ୍ରଧାନମନ୍ତ୍ରୀ ମୋଦି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ବିଜୁପଟ୍ଟନାୟକ ବିମାନବନ୍ଦରରୁ ବରମୁଣ୍ଡା ଅଭିମୁଖେ ନରେନ୍ଦ୍ର ମୋଦି ରୋଡ୍ ଶୋ’ କରିଛନ୍ତି। ହାତ ହଲେଇ ଲୋକଙ୍କ ଅଭିବାଦନ ଗ୍ରହଣ କରୁଛନ୍ତି ମୋଦି। ରାସ୍ତାର ଉଭୟ ପାର୍ଶ୍ଵରେ ବହୁ ଜନସମାଗମ ଦେଖିବାକୁ ମିଳିଥିଲା। ତେବେ ମୋଦିଙ୍କର ଏହା ହେଉଛି ଓଡ଼ିଶାର ଦ୍ବିତୀୟ ଥର ରୋଡ୍ ଶୋ’। ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ବିଜେପିର ଷ୍ଟାର ପ୍ରଚାରକ ନରେନ୍ଦ୍ର ମୋଦି ନିଜର ଦଳର ମନୋବଳ ଦୃଢ କରିବା ପାଇଁ ଏହି ରୋଡ ଶୋ’ କରିଛନ୍ତି। ଆଜି ସମ୍ବଲପୁରଠାରେ ଏକ ଜନସଭାରେ ଉଭୟ କଂଗ୍ରେସ ଓ ବିଜେଡ଼ିକୁ ଟାର୍ଗେଟ୍ କରିବା ସହିତ ଓଡ଼ିଶାର ଲୋକଙ୍କ ପରିବତ୍ତର୍ନ ଚାହୁଁଛନ୍ତି ବୋଲି କହିଥିଲେ।
ବ୍ରହ୍ମପୁର ଓ ମାଲକାନଗିରିର ଗୋଟିଏ ଲେଖାଏଁ ବୁଥ୍ରେ ହେବ ସାନି ଭୋଟ। ଏପ୍ରିଲ ୧୮ରେ ୨ଟି ବୁଥ୍ରେ ପୁନଃ ମତଦାନ ପାଇଁ ଘୋଷଣା କରାଯାଇଛି। ନିର୍ବାଚନ ଆୟୋଗ ପକ୍ଷରୁ ଏନେଇ ଘୋଷଣା କରିଛନ୍ତି। ପ୍ରଥମ ପର୍ଯ୍ୟାୟ ମତଦାନ ତଥ୍ୟରେ ତାଳମେଳ ନରହିବାରୁ ସାନି ଭୋଟ ହେବା ନେଇ ଘୋଷଣା କରାଯାଇଛି। ମାଲକାନଗିରିର ଏମ୍ଭି-୬୫ ବୁଥ୍ରେ ଦିନ ୭ରୁ ୪ଟା ଯାଏ ମତଦାନ, ବ୍ରହ୍ମପୁର ସିଟି ହାଇସ୍କୁଲ ବୁଥ୍ରେ ଦିନ ୭ରୁ ସଂଧ୍ୟା ୬ଟା ଯାଏ ଭୋଟ୍ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟ ମତଦାନ ଏପ୍ରିଲ୍ ୧୧ ତାରିଖରେ ହୋଇଥିବାବେଳେ ଓଡ଼ିଶାର ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନ ପାଇଁ ଭୋଟ୍ଗ୍ରହଣ ଅନୁଷ୍ଠିତ ହୋଇଥିଲା।
୪୧ ବର୍ଷ ବୟସରେ ଅଭିନେତ୍ରୀ ଲାରା ଦତ୍ତ। ଏପ୍ରିଲ୍ ୧୬, ୧୯୭୮ରେ ଉତ୍ତରପ୍ରଦେଶର ଗାଜିଆବାଦରେ ଜନ୍ମଗ୍ରହଣ କରିଥିଲେ ଲାରା। ମିସ୍ ୟୁନିଭର୍ସ ଟାଇଟଲ୍ ଜିତିଥିବାରେ ଲାରା ଦ୍ବିତୀୟ ଭାରତୀୟ। ୨୦୦୩ରେ ଅକ୍ଷୟ କୁମାରଙ୍କ ଅଭିନୀତ ‘ଅନ୍ଦାଜ୍’ରେ ଏହି ଅଭିନେତ୍ରୀ ଜଣକ ବଲିଉଡ୍ ଡେବ୍ୟୁ କରିଥିଲେ। ସେ ଏହି ଫିଲ୍ମ ପାଇଁ ଶ୍ରେଷ୍ଠ ନବାଗତାର ଫିଲ୍ମଫେୟାର୍ ପୁରସ୍କାର ପାଇଥିଲେ। ‘ମସ୍ତି’, ‘ବରଦାସ୍ତ’, ‘ଆନ୍ : ମେନ୍ ଆଟ୍ ଓ୍ବାର୍କ’, ‘ଇନ୍ସାନ୍, ଇଲାନ୍, ଜୁର୍ମ’, ‘କାଲ୍’, ‘ନୋ ଏଣ୍ଟ୍ରି’, ’ଭାଗମ୍ ଭାଗମ୍’, ‘ପାର୍ଟନର୍’, ‘ହାଉସ୍ଫୁଲ୍’, ‘ଝୁମ୍ ବରାବର ଝୁମ’, ‘ବିଲ୍ଲୁ’, ‘ଡନ୍୨’, ‘ସିଂ ଇଜ୍ ବ୍ଲିଙ୍ଗ୍’, ‘ଚାଲୋ ଦିଲ୍ଲୀ’, ‘ଡେଭିଡ୍’ ପ୍ରମୁଖ ଫିଲ୍ମରେ ଅଭିନୟ କରିଛନ୍ତି। ୨୦୧୧ରେ ଭାରତୀୟ ଟେନିସ୍ ଖେଳାଳୀ ମହେଶ ଭୂପତିଙ୍କୁ ବିବାହ କରିଥିବାବେଳେ ତାଙ୍କର ସାଇରା ନାମ୍ନୀ ଗୋଟିଏ ଝିଅ ଅଛି।
ବହୁ ପ୍ରତୀକ୍ଷିତ ମଲ୍ଟିଷ୍ଟାରର ତାମିଲ୍ ଫିଲ୍ମ କାପ୍ପାନର ଟିଜର୍ ରିଲିଜ୍ ହୋଇଛି। ଆକ୍ସନ୍ ସିନ୍ରେ ସମୃଦ୍ଧ ଏହି ଫିଲ୍ମରେ ସୁରିୟା ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି। ସୂର୍ଯ୍ୟାଙ୍କ ସହିତ ଭେଟେରାନ୍ ମାଲାୟଲମ୍ ସୁପରଷ୍ଟାର ମୋହନଲାଲ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସୁଛନ୍ତି। ସୂର୍ଯ୍ୟା ଏହି ଟିଜରରେ ତିନୋଟି ଚରିତ୍ରରେ ନଜର ଆସିଛନ୍ତି। ଜଣେ ନକ୍ସଲ୍, ସୁରକ୍ଷା କର୍ମୀ ଏବଂ ସାଧାରଣ ଲୋକପରି ତିନୋଟି ଚରିତ୍ରରେ ସେ ନଜର ଆସିଛନ୍ତି। ମୋହନଲାଲ ଜଣେ ରାଜନେତାଙ୍କ ଚରିତ୍ରରେ ରହିଥିବା ବେଳେ ଆର୍ୟାଙ୍କ ଚରିତ୍ର ବିଷୟରେ ପ୍ରକାଶ କରିନାହାନ୍ତି ନିର୍ଦ୍ଦେଶକ କେ ଭି ଆନନ୍ଦ। ସାୟେଶା ସେହଗଲ୍ ଫିଲ୍ମରେ ହିରୋଇନ୍ ଭାବରେ ନଜର ଆସୁଛନ୍ତି। ଫିଲ୍ମଟି ଅଗଷ୍ଟ ମାସରେ ରିଲିଜ୍ ହେବାକୁ ଥିବାବେଳେ ଅନ୍ୟ ମୁଖ୍ୟ ଚରିତ୍ରରେ ବୋମନ ଇରାନୀ, ସମୁର୍ଥୀକର୍ଣ୍ଣୀ ଏବଂ ଚିରାଗ ଜାନି ପ୍ରମୁଖ ନଜର ଆସିବେ।
ପୁରୀ ଜିଲ୍ଲା କୁଶଭଦ୍ରା ନଦୀରେ ଗାଧୋଇବାକୁ ଯାଇ ତିନିଜଣ ଯୁବକ ନିଖୋଜ ହୋଇଯାଇଛନ୍ତି । ସ୍ଥାନୀୟ ଲୋକ ଓ ଅଗ୍ନିଶମ ବିଭାଗର ମିଳିତ ଉଦ୍ୟମରେ ନିଖୋଜ ଯୁବକମାନଙ୍କୁ ଖୋଜିବା ଉଦ୍ୟମ ଜାରି ରହିଛି । ପୁରୀ ଜିଲ୍ଲା କୁଶଭଦ୍ରା ନଦୀର ନିମାପଡ଼ା ଧୀରପୁର ଘାଟରେ ବୁଡ଼ି ତିନିଜଣ ଯୁବକ ନିଖୋଜ ହୋଇଯାଇଛନ୍ତି । ନିଖୋଜ ଯୁବକମାନେ ଗାଧୋଇବାକୁ ଯାଇ କୌଣସି କାରଣ ବସତଃ ଗୋଡ଼ ଖସିଥିବାରୁ ଏପରି ହୋଇଥିବା ଜଣାପଡ଼ିଛି । ସେମାନଙ୍କୁ ସ୍ଥାନୀୟ ଲୋକ ଓ ଅଗ୍ନିଶମ ବିଭାଗ ଖୋଜାଖୋଜି ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ବିଶ୍ବର ପୂର୍ବତନ ଏକ ନମ୍ବର ଗଲ୍ଫ ଖେଳାଳି ଟାଇଗର ଉଡ୍ସ ନିଜ କ୍ୟାରିୟରର ୧୫ତମ ଟାଇଟଲ ହାସଲ କରିଛନ୍ତି। ଦୀର୍ଘ ୧୧ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇଛନ୍ତି ଏହି ପେସାଦାର ଗଲ୍ଫର। ଅଗଷ୍ଟା ନ୍ୟାସନାଲ୍ ଟୁର୍ଣ୍ଣାମେଣ୍ଟରେ ବିଜୟୀ ହୋଇ ଉଡ୍ସ ଏହି କୃତିତ୍ବ ହାସଲ କରିଛନ୍ତି। ୨ ଅଣ୍ଡର ୭୦ ସ୍କୋର ସହିତ ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ୍ ହୋଇଥିଲେ ଉଡ୍ସ। ଉଡ୍ସଙ୍କ କ୍ୟାରିୟରର ଏହା ୮୧ ତମ ପିଜିଏ ଟୁର୍ ବିଜୟ ଯାହାକି ଆନ୍ତର୍ଜାତୀୟ ରେକର୍ଡ ଠାରୁ ମାତ୍ର ଗୋଟିଏ ବିଜୟ ପଛରେ ରହିଛି। ୮୨ ପିଜିଏ ଟୁର୍ର ବିଜୟ ରେକର୍ଡ ସାମ୍ ସ୍ନିଡ୍ଙ୍କ ନାମରେ ରହିଛି।
ଶେଷରେ ଟିକ୍ଟକ୍ ଉପରେ ଭାରତ ସରକାର କଟକଣା ଲଗାଇଛନ୍ତି। ଟିକ୍ଟକ୍ରେ ଅଶ୍ଲୀଳ ଭିଡିଓ ଆସୁଥିବାରୁ ଏହା ଉପରେ ବ୍ୟାନ୍ ଲଗାଇବା ପାଇଁ ମାଦ୍ରାସ ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପ୍ଲେ ଷ୍ଟୋରରୁ ଏହି ଆପ୍ଲିକେଶନକୁ ହଟାଇବାକୁ ଗୁଗଲ ଏବଂ ଆପଲକୁ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଗତ ଏପ୍ରିଲ ୩ ତାରିଖରେ ମାଡ୍ରାସ ହାଇକୋର୍ଟ ଟିକ୍ଟକ ଆପ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଭଳି ଆପ୍ ଜରିଆରେ ଅଶ୍ଳୀଳ ଏବଂ ଅନୁଚିତ ସାମଗ୍ରୀ ଉପଲବ୍ଧ ହେଉଥିବା ଦର୍ଶାଇ ହାଇକୋର୍ଟ ଚିନ୍ତାବ୍ୟକ୍ତ କରିଥିଲେ। ଏପରି କି ଟିକ୍ଟକ ଭିଡିଓ କ୍ଲିପକୁ ଶେୟାର ନ କରିବାକୁ ଅନ୍ତରୀଣ ନିର୍ଦେଶ ଦେଇଥିଲେ। ତେବେ କେନ୍ଦ୍ର ସରକାର ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କିନ୍ତୁ ସୁପ୍ରିମକୋର୍ଟ ମାଡ୍ରାସ ହାଇକୋର୍ଟଙ୍କ ରାୟ ଉପରେ ସ୍ଥଗିତାଦେଶ ଦେବାକୁ ମନା କରିଦେବା ସହ ଆସନ୍ତା ୨୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି…
ଶତ୍ରୁଘ୍ନ ସିହ୍ନାଙ୍କ ପତ୍ନୀ ପୁନମ୍ ସିହ୍ନା ଆଜି ବିଧିବଦ୍ଧ ଭାବରେ ସମାଜବାଦୀ ପାର୍ଟିରେ ଯୋଗଦେଇଛନ୍ତି। ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ଡିମ୍ପଲ୍ ଯାଦବଙ୍କ ଉପସ୍ଥିତିରେ ସେ ଏସ୍ପିରେ ଯୋଗଦେଇଛନ୍ତି। ସେ ବିଜେପି ପ୍ରାର୍ଥୀ ତଥା କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂଙ୍କ ସହ ଲକ୍ଷ୍ନୌରେ ଏସ୍ପି ତରଫରୁ ପ୍ରତିଦ୍ବନ୍ଦ୍ବିତା କରିବେ। ଏପ୍ରିଲ୍ ୬ ତାରିଖରେ ଶତ୍ରୁଘ୍ନ ସିହ୍ନା ବିଜେପି ଛାଡ଼ି କଂଗ୍ରେସରେ ଯୋଗଦେଇଛନ୍ତି। ସେ ତାଙ୍କ ପାରମ୍ପରିକ ଆସନ ପାଟନା ସାହିବ୍ରୁ କଂଗ୍ରେସ ତରଫରୁ ପ୍ରାର୍ଥୀ ହୋଇଛନ୍ତି। ଚଳିତଥର ବିଜେପିର ରବି ଶଙ୍କର ପ୍ରସାଦଙ୍କ ପାଟନା ସାହିବରୁ ଶତ୍ରୁଘ୍ନଙ୍କ କଡ଼ା ଟକ୍କର ହେବ।
ଓ୍ବାଇଏସ୍ଆର କଂଗ୍ରେସ ଦଳର ନେତା ଜଗନ ମୋହନ ରେଡ୍ଡୀ ମଙ୍ଗଳବାର ରାଜ୍ୟପାଳଙ୍କୁ ଭେଟିଛନ୍ତି। ରାଜ୍ୟର ଆଇନ୍ ଶୃଙ୍ଖଳା ପରସ୍ଥିତି ନେଇ ରାଜ୍ୟପାଳ ଇ ଏସ୍ ଏଲ୍ ନରସିଂହନ୍ଙ୍କୁ ଭେଟିଛନ୍ତି ଜଗନ। ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ସରକାରୀ କଳର ଅପବ୍ୟବହାର କରି ତାଙ୍କ ଦଳର କର୍ମୀଙ୍କୁ ହଇରାଣ କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଓ୍ବାଇଏସ୍ଆର୍ ମୁଖ୍ୟ। ନରସା ରାଓ ପେଟାରେ ଦଳୀୟ କର୍ମୀଙ୍କ ଉପରେ ହୋଇଥିବା ଆକ୍ରମଣର ପ୍ରତିବାଦ କରିବା ସହିତ ଏହା ଉପରେ ରାଜ୍ୟପାଳଙ୍କ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଦଳର ଅନ୍ୟ ବରିଷ୍ଠ ନେତା ଜଗନଙ୍କ ସହିତ ରାଜ୍ୟପାଳଙ୍କୁ ଭେଟିବାକୁ ଯାଇଥିଲେ। ଟିଡିପି ଆସନ୍ତା ମେ ୨୩ ପ୍ରକାଶିତ ଫଳାଫଳକୁ ନେଇ ଚିନ୍ତାରେ ରହି ଏପରି ଆକ୍ରମଣ କରୁଛି ବୋଲି ଜଗନ କହିଛନ୍ତି।
ପାକିସ୍ତାନର ସୁରକ୍ଷା ବଳ ପକ୍ଷରୁ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରା ଯାଇଥିଲା। ଏହି ଆକ୍ରମଣରେ ୫ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ପୋଲିସ ଅଫିସରଙ୍କ ପ୍ରାଣହାନି ଘଟିଛି। ୧୫ଘଣ୍ଟା ଧରି ଚାଲିଥିବା ଏହି ସୁଟ୍ଆଉଟ୍ରେ ଅନ୍ୟ ତିନି ଜଣ ପୋଲିସ୍ ଅଫିସର୍ ଆହତ ହୋଇଛନ୍ତି। ହୟାତାବାଦର ଏକ କୋଠାରେ ସୋମବାର ରାତିରୁ ଏହି ଆକ୍ରମଣ ଚାଲିଥିଲା। ଗୁଇନ୍ଦା ସୂଚନା ଅନୁଯାୟୀ ଜନୈକ ଅବସରପ୍ରାପ୍ତ ବିଚାରପତି ଏବଂ ପୋଲିସ୍ ଆଇଜିଙ୍କୁ ହତ୍ୟା କରିବା ପାଇଁ ଏହି ଆତଙ୍କୀ ଯୋଜନା ଚଳାଇଥିଲେ। ପୋଲିସ୍ ପକ୍ଷରୁ ଆତଙ୍କୀଙ୍କୁ ଆତ୍ମସମର୍ପଣ ପାଇଁ କୁହାଯାଇଥିବା ବେଳେ ଗୁଳିଚାଳନା ହେବାରୁ ପୁଲିସ ପାଲଟା ଗୁଳିଚାଳନା କରିଥିଲା। ଆତଙ୍କୀଙ୍କ ପକ୍ଷରୁ ଗ୍ରେନେଡ୍ ଆକ୍ରମଣ କରାଯାଇଥିଲା ଯେଉଁଥିରେ ଜଣେ ପୋଲିସ୍ ଅଫିସର ପ୍ରାଣ ହରାଇଥିଲେ।
ନ୍ୟାସ୍ନାଲ୍ କନଫରେନ୍ସ ଦଳର ନେତାଙ୍କ ଘର ଉପରକୁ ଆତଙ୍କୀ ମାନେ ଆକ୍ରମଣ କରିଛନ୍ତି। ଜମ୍ମୁ କାଶ୍ମୀରର ପୁଲଓ୍ବାମାରେ ଏହି ଘଟଣା ଘଟିଛି। ପୁଲଓ୍ବାମାର ଟ୍ରାଲ ନିର୍ବାଚନ ମଣ୍ଡଳୀରୁ ଏନ୍ସିର ପ୍ରାର୍ଥୀ ଅଶ୍ରଫ୍ ଭଟ୍ଟଙ୍କ ଘର ଉପରକୁ ଏହି ଆକ୍ରମଣ ହୋଇଥିଲା। ଏକ ବ୍ୟାରେଲ୍ ଗ୍ରେନେଡ୍ ଲଞ୍ଚରରୁ ଭଟ୍ଟଙ୍କ ଘର ଉପରକୁ ଏକ ଗ୍ରେନେଡ୍ ଫିଙ୍ଗାଯାଇଥିଲା। ଏହି ଆକ୍ରମଣ ସମୟରେ ଭଟ୍ଟଙ୍କ ଘରେ ଅନ୍ୟ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ। ପ୍ରାପ୍ତ ସୂଚନା ଅନୁଯାୟୀ ଏନ୍ସିର ଅନ୍ୟତମ ପ୍ରାର୍ଥୀ ତଥା ଅବସରପ୍ରାପ୍ତ ବିଚାରପତି ହସନୈନ୍ ମସୁଦ୍ଦି ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ। ମସୁଦ୍ଦି ଅନନ୍ତନାଗ ଆସନରୁ ଏନ୍ସିର ପ୍ରାର୍ଥୀ ରହିଛନ୍ତି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।
ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ବ ପାଇଁ ଆରେଥା ଫ୍ରାଙ୍କଲିନ୍ (୧୯୪୨-୨୦୧୮) ଙ୍କୁ ଚଳିତ ବର୍ଷର ପୁଲିଜର୍ ପୁରସ୍କାରରେ ସମ୍ମାନିତ କରାଯିବ । ସୋମବାର ଦିନ କଲମ୍ବିଆ ବିଶ୍ବବିଦ୍ୟାଳୟର ସ୍କୁଲ୍ ଅଫ୍ ଜର୍ଣ୍ଣାଲିଜିମ୍ ତରଫରୁ ଏହି ପୁରସ୍କାର ପାଇଁ ଘାେଷଣା କରାଯାଇଛି । ଆମେରିକୀୟ ସଙ୍ଗୀତ ଏବଂ କଳା ପ୍ରତି ଅତୁଳନୀୟ ଅବଦାନ ରଖିଥିବା ଫ୍ରାଙ୍କଲିନ୍ଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବା ପାଇଁ ଘୋଷଣା କରାଯାଇଛି । ଦୀର୍ଘ ପାଞ୍ଚ ଦଶନ୍ଧି ଧରି ସଙ୍ଗୀତ ସହିତ ଜଡିତ ରହିଥିବା ଫ୍ରାଙ୍କଲିନ୍ ୧୮ଟି ଗ୍ରାମୀ ପୁରସ୍କାର ହାସଲ କରିଥିବା ବେଳେ ୧୦୦ରୁ ଅଧିକ ବିଲ୍ବୋର୍ଡ ଚାର୍ଟସରେ ସାମିଲ ରହିଥିଲେ । ଏହି ପୁରସ୍କାର ପାଇବାରେ ହାଙ୍କ ଓ୍ବିଲିୟମ୍ସ(୨୦୧୦) ଏବଂ ଡ୍ୟୁକ୍ ଏଲିଙ୍ଗଟନ୍(୧୯୯୯)ଙ୍କ ଏଲାଇଟ୍ କ୍ଲବ୍ରେ ସାମିଲ ହୋଇଛନ୍ତି । ସେହିପରି ଏହି ପୁରସ୍କାରକୁ ମରଣୋତ୍ତର ଭାବରେ ହାସଲ କରିବାରେ ଫ୍ରାଙ୍କଲିନ୍ ହେଉଛନ୍ତି ପ୍ରଥମ ମହିଳା । ସେହିପରି ‘ଦ ଓଭରଷ୍ଟୋରୀ’ ନିମନ୍ତେ ରିଚାର୍ଡ ପାଓ୍ବାରସ୍ଙ୍କୁ କାଳ୍ପନିକ…
ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ଆଗୁଆ ଖରା ଛୁଟି ଘୋଷଣା କଲେ ରାଜ୍ୟ ସରକାର। ସ୍ବତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ ଏ ବିଷୟରେ ସୂଚନା ଦେଇଛନ୍ତି। ପୂର୍ବରୁ ମେ ୬ ତାରିଖର ହେବ ବୋଲି ସୂଚନା ରହିଥିଲା। ତେବେ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୧୮ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ଛୁଟି ରହିବ। କେବେ ସ୍କୁଲ ଖୋଲିବ ସେ ନେଇ କୌଣସି ସୂଚନା ଦିଆଯାଇ ନାହିଁ। ଅସହ୍ୟ ତାତିରେ ସିଝୁଛି ସାରା ଓଡ଼ିଶା। ପ୍ରଚଣ୍ଡ ଖରାରେ ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ। ରାଜ୍ୟରେ ଉପରମୁହାଁ ହେଲାଣି ପାରା। ପ୍ରାୟ ଜିଲ୍ଲାରେ ୪୦ ଡିଗ୍ରୀ ତଥା ତା’ ଉପରେ ତାପମାତ୍ରାର ରେକର୍ଡ କରାଯାଉଛି।

