Author: Samikhsya Bureau

ଭାରତୀୟ ସମ୍ବିଧାନର ପ୍ରଣେତା ଡ. ଭୀମ ରାଓ ଆମ୍ବେଦକରଙ୍କ ୧୨୮ ତମ ଜନ୍ମଜୟନ୍ତୀରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହି ଅବସରରେ ଦେଶବାସୀଙ୍କୁ ନ୍ୟାୟ, ସ୍ବାଧୀନତା, ସମାନତା ଏବଂ ଭ୍ରାତୃତ୍ବ ଉପରେ ପୁନର୍ବାର ଆସ୍ଥା ପ୍ରକଟ କରିବାକୁ ନିବେଦନ କରିଥିଲେ। ସୋସିଆଲ ମିଡିଆ ସାଇଟ୍‌ ଟ୍ବିଟ୍ଟର ଜରିଆରେ ନିଜର ବାର୍ତ୍ତା ସେୟାର କରିଥିବା ରାହୁଲ କହିଛନ୍ତି, ଯେଉଁମାନେ ଆମ୍ବେଦକରଙ୍କ ନୀତିରେ ପରିଚାଳିତ ହେବାକୁ ଚାହୁଛନ୍ତି ସେମାନଙ୍କୁ ନ୍ୟାୟ, ସ୍ବାଧୀନତା, ସମାନତା ,ଏବଂ ଭାତୃତ୍ବ ଭାବ ସହିତ ସମ୍ବିଧାନ ପ୍ରତି ନିଜର ଆନୁଗତ୍ୟ ଦେଖାଇବା  ଉଚିତ୍‌।

Read More

ଭାରତୀୟ ସମ୍ବିଧାନର ପ୍ରଣେତା ବି ଆର ଆମ୍ବେଦକରଙ୍କ ୧୨୮ ତମ ଜନ୍ମଦିବସ ଉପଲକ୍ଷେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ରାଷ୍ଟ୍ରପତିଙ୍କ ସହିତ ଉପ ରାଷ୍ଟ୍ରପତି ଏମ୍‌ ଭେଙ୍କୟା ନାଇଡୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସଂସଦ ଭବନ ପରିସରରେ ରହିଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କ ସହିତ ମୋଦି ଏବଂ ନାଇଡୁ ମଧ୍ୟ ଉପସ୍ଥିତ ଥିଲେ। ଶ୍ରଦ୍ଧାଞ୍ଜଳି ପ୍ରଦାନ ପୂର୍ବରୁ ଟ୍ବିଟ୍‌ କରି କହିଥିଲେ, ‘ଭାରତୀୟ ସମ୍ବିଧାନର ଏହି ନିର୍ମାତା ଜାତିପ୍ରଥାର ବିନାଶ ନିମନ୍ତେ ନିଜର ସମଗ୍ର ଜୀବନ ଉତ୍ସର୍ଗ କରିଛନ୍ତି, ଯାହାର ଫଳସ୍ବରୂପ ମହିଳା ଏବଂ ତଳୁଆ ବର୍ଗର ଲୋକଙ୍କୁ ଫଇଦା ମିଳିଛି।’  ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁ ମଧ୍ୟ ଟ୍ବିଟ୍ଟର ଜରିଆରେ ଶୁଭେଚ୍ଛା ଜଣାଇଥିଲେ। ‘ଭାରତୀୟ ସମ୍ବିଧାନର ଜନକ ଭାରତରତ୍ନ ବାବା ସାହେବ ଆମ୍ବେଦକରଙ୍କୁ ତାଙ୍କ ଜନ୍ମ ଦିବସରେ ଶ୍ରଦ୍ଧାଞ୍ଜଳି’ ବୋଲି ଟ୍ବିଟ୍‌ କରିଥିଲେ ନାଇଡୁ।…

Read More

ହଓ୍ବାଇରେ ୫.୩ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ହଓ୍ବାଇର ପୂର୍ବତଟରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ସୁନାମିର କୌଣସି ସମ୍ଭାବନା ନାହିଁ ବୋଲି ଭୂତତ୍ତ୍ବ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଭୋର ୫ଟା ସମୟରେ ଅନୁଭୂତ ହୋଇଥିବା ଏହି ଭୂକମ୍ପ କାଇଲୁଆ -କୋନାରୁ ୧୫ କିମି ଦୂରରେ ସୃଷ୍ଟି ହୋଇଥିଲା। ପ୍ରାୟ ୧୬ କିମି ଦୂରତା ପର୍ଯ୍ୟନ୍ତ ଏହି ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଥିଲା। ଏହି ଭୂକମ୍ପରେ ସୁନାମିର କୌଣସି ସମ୍ଭାବନା ନାହିଁ ବୋଲି ପ୍ରଶାନ୍ତ ମାହାସାଗରୀୟ ସୁନାମି କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପ୍ରାୟ ୮୯୪ ଜଣ ଲୋକ ଏହି ଭୂକମ୍ପକୁ ଅନୁଭବ କରିଥିବା ସ୍ବୀକାର କରିଛନ୍ତି ବୋଲି ଭୂତତ୍ତ୍ବ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Read More

ଅଷ୍ଟ୍ରେଲିଆର ଏକ ନାଇଟ୍‌ କ୍ଲବ୍‌ରେ ଗୁଳିକାଣ୍ଡ ଘଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ରବିବାର ସକାଳୁ ଘଟିଥିବା ଏହି ଦୁର୍ଘଟଣା ସମ୍ପର୍କରେ ପୋଲିସ କହିଛି, କାର୍‌ରେ ଆସି ଜଣେ ବ୍ୟକ୍ତି ଭିଡ ଉପରକୁ ଅଚାନକ ଗୁଳି ଚଳାଇଥିଲେ। ଦୁଇ ମହଲା ଉପରେ ମେସିନ୍‌ କ୍ଲବ ନାମକ ନାଇଟ୍‌ କ୍ଲବ୍‌ ଉପରେ ହୋଇଥିବା ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଭାବରେ ଆହତ ହୋଇଛନ୍ତି। ଏହି ଘଟଣାରେ ଅନ୍ୟ ଦୁଇଜଣ ସାମାନ୍ୟ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ପୋଲିସ୍‌ ପକ୍ଷରୁ ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏକ କଳା ରଙ୍ଗର ପୋର୍ସେ କାର୍‌ରେ ଆକ୍ରମଣ କରାଯାଇଥିବା ବେଳେ କାର୍‌ଟିକୁ ପୋଡି ଯାଇଥିବା ଅବସ୍ଥାରେ ପୋଲିସ୍‌ ଉଦ୍ଧାର କରିଛି।

Read More

ବହୁଜନ ସମାଜବାଦୀ ପାର୍ଟି (ବିଏସ୍‌ପି) ନେତ୍ରୀ ତଥା ଉତ୍ତରପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ମାୟାବତୀ ଯୋଗୀ ଆଦିତ୍ୟନାଥଙ୍କ ‘ଅଲୀ-ବଜରଙ୍ଗବାଲୀ’ ମନ୍ତବ୍ୟ ଉପରେ କଡା ଟିପ୍ପଣୀ ଦେଇଛନ୍ତି। ସେ କହିଛନ୍ତି, ବିଜେପିକୁ ନାହିଁତ ଅଲୀଙ୍କ ଭୋଟ ମିଳିବ ନାହିଁ ବଜରଙ୍ଗବଲୀଙ୍କର ତେଣୁ ବିଜେପି ନେତା ସାବଧାନ ରହିବା ଉଚିତ୍‌। ମଙ୍ଗଳବାର ଦିନ ଆଦିତ୍ୟନାଥ କହିଥିଲେ ସପା- ବସ୍‌ପା ମେଣ୍ଟ ଅଲୀଙ୍କ ଉପରେ ନିର୍ଭରଶୀଳ ଯେତେବେଳେକି ବିଜେପି ବଜରଙ୍ଗବଲୀଙ୍କ ଉପରେ ଭରସା ରଖିଛି। ଗତବର୍ଷ ଯୋଗୀ ବଜରଙ୍ଗବଲୀଙ୍କୁ ବନବାସୀ ଏବଂ ଦଳିତ ବୋଲି କହିଥିଲେ ତେଣୁ ଦଳିତ ଭାବରେ ବଜରଙ୍ଗବଲୀ ସର୍ବଦା ବିଏସ୍‌ପି ସମର୍ଥନରେ ରହିବେ ବୋଲି କହିଛନ୍ତି ମାୟାବତୀ। ଦଳିତ ସମାଜ ଅନେକ ଦିନରୁ ଉଭୟ କଂଗ୍ରେସ ଏବଂ ବିଜେପିକୁ ପରିତ୍ୟାଗ କରି ସାରିଛି। ନିର୍ବାଚନରେ ସମାଜବାଦୀ ପାର୍ଟି ଏବଂ ବିଏସ୍‌ପି ମେଣ୍ଟକୁ ସମାଜର ସବୁ ବର୍ଗର ଲୋକ ସମର୍ଥନ କରିବେ ଏବଂ ଆଗାମୀ ସରକାର ସପା-ବସ୍‌ପା ମହାମେଣ୍ଟ ଗଠନ କରିବ ବୋଲି ମାୟାବତୀ…

Read More

ଦ ତାଶକେଣ୍ଟ ଫାଇଲ୍ସର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଗଣତନ୍ତ୍ର ସତ୍ୟର ସବୁଠୁ ବଡ ଶତ୍ରୁ ବୋଲି ମତବ୍ୟକ୍ତ କରିଛନ୍ତି। ୧୯୬୬ରେ ଋଷରେ ଶାସ୍ତ୍ରୀଙ୍କ ମୃତ୍ୟୁ ଉପରେ ସେ ଏହି ଫିଲ୍ମର ନିର୍ମାଣ କରିଥିବା ବେଳେ ଏନେଇ ଶାସ୍ତ୍ରୀଙ୍କ ଅଣନାତିଙ୍କ ପକ୍ଷରୁ ତାଙ୍କୁ ଏକ ନୋଟିସ୍‌ ପଠାଯାଇଛି। ଫିଲ୍ମ ରିଲିଜ୍‌ ପୂର୍ବରୁ ନୋଟିସ୍‌ ମିଳିଥିବାରୁ ଅସନ୍ତୋଷ ପ୍ରକାଶ କରି ଅଗ୍ନିହୋତ୍ରୀ କହିଛନ୍ତି, ଦେଶରେ ମତପ୍ରକାଶର ଅଧିକାର ଉପରେ ସ୍ବାଧିନତା ରହିବା ଆବଶ୍ୟକ। ଶାସ୍ତ୍ରୀଙ୍କ ମୃତ୍ୟୁ ରହସ୍ୟଜନକ ବୋଲି ସମସ୍ତେ ଅନୁଭବ କରିଥିଲେ ଏହାକୁ ସାମ୍ନାକୁ ଆଣିବାକୁ ଚେଷ୍ଟା କରିବା ଯୋଗୁଁ ନୋଟିସ ପଠାଯିବା ଆଦୌ ସଠିକ୍‌ ନୁହେଁ ବୋଲି ସେ କହିଛନ୍ତି। ସେ କହିଛନ୍ତି ଦିଲ୍ଲୀରେ ଫିଲ୍ମର ସ୍କ୍ରିନିଙ୍ଗ ଅବସରରେ ଶାସ୍ତ୍ରୀଙ୍କ ଅଣନାତି ଫିଲ୍ମକୁ ପସନ୍ଦ କରିଥିଲେ ମାତ୍ର ପରେ ସେ ନୋଟିସ୍‌ ପଠାଇବା ଆଶ୍ଚର୍ଯ୍ୟଜନକ। ଫିଲ୍ମଟିରେ ନାଶିରୁଦ୍ଦିନ ଶାହ, ମିଥୁନ୍‌ ଚକ୍ରବର୍ତ୍ତୀ, ଶ୍ବେତା ବସୁ ପ୍ରସାଦ, ପଲ୍ଲବୀ ଯୋଶୀ ଏବଂ ପଙ୍କଜ…

Read More

ନେପାଳର ମାଉଣ୍ଟ ଏଭରେଷ୍ଟରେ ଏକ ବିମାନ ଦୁର୍ଘଟଣାରେ ୨ ଜଣ ଲୋକଙ୍କ ପ୍ରାଣହାନି ଘଟିଥିବା ବେଳେ ଅନ୍ୟୁନ ୫ ଜଣ ଲୋକ ଆହତ ହୋଇଛନ୍ତି। ରବିବାର ବିମାନଟି ଉଡାଣ ଭରିବା ସମୟରେ ଛିଡା ହୋଇଥିବା ଏକ ହେଲିକପ୍ଟର ସହିତ ପିଟି ହୋଇଯାଇଥିଲା। କାଠମାଣ୍ଡୁର ତେନଜିଂ ହିଲାରୀ ବିମାନବନ୍ଦରରେ ଏହି ଘଟଣାଟି ଘଟିଛି। ଉଡାଣ ବିଭାଗ ମୁଖ୍ୟ ରାଜ କୁମାର ଛେତ୍ରୀ ଏହି ଦୁର୍ଘଟଣା ବିଷୟରେ ସୂଚନା ପ୍ରଦାନ କରିଛନ୍ତି। ଦୁର୍ଘଟଣା ଗ୍ରସ୍ତ ବିମାନଟି ସମିଟ୍‌ ଏୟାର କମ୍ପାନୀର ବୋଲି ଜଣାପଡିଛି। ବିମାନ କମ୍ପାନୀ କେବଳ ପର୍ଯ୍ୟଟକଙ୍କୁ ସେବା ପ୍ରଦାନ କରିଥାଏ। ଲୁକ୍‌ଲାରେ ଅବସ୍ଥାପିତ ତେନ୍‌ଜିଂ ହିଲାରୀ ବିମାନ ବନ୍ଦରର ରନଓ୍ବେକୁ ବିଶ୍ବର ଅନ୍ୟତମ ବିପଜ୍ଜନକ ରନ୍‌ଓ୍ବେ ଭାବରେ ବିବେଚନା କରାଯାଉଥିବା ବେଳେ ନିୟମିତ ଭାବରେ ଏଠାରେ ଦୁର୍ଘଟଣା ଘଟିଥାଏ।

Read More

୬ ଥର ବିଶ୍ଵ ଚାମ୍ପିୟନ୍‌ ତଥା ଅଲମ୍ପିକ୍ସ ପଦକ ବିଜେତା ଭାରତୀୟ ବକ୍ସର ଏମ୍‌ସି ମେରୀ କମ୍ ବକ୍ସିଂ କିମ୍ବଦନ୍ତୀ ମହମ୍ମଦ ଅଲ୍ଲିଙ୍କୁ ନିଜର ଆଦର୍ଶ ବୋଲି କହିଛନ୍ତି। ଗୋଆ ଫେଷ୍ଟ ୨୦୧୯ରେ ଅଂଶଗ୍ରହଣ କରିବା ଅବସରରେ ମେରୀ କମ୍‌ କହିଛନ୍ତି, ଟିଭିରେ ମହମ୍ମଦ ଅଲ୍ଲୀଙ୍କୁ ଦେଖି ବକ୍ସିଂ ପାଇଁ ପ୍ରେରଣା ପାଇଥିଲି। ମହମ୍ମଦ ଅଲ୍ଲୀଙ୍କୁ ଦେଖି ମୁଁ ସର୍ବଦା ନିଜକୁ କୁହେ, ‘ଯଦି ଜଣେ ପୁରୁଷ କରିପାରୁଛି ତେବେ ମୁଁ ମଧ୍ୟ କରିପାରିବି’ ଏହା ହିଁ ମୋ ପାଇଁ ପ୍ରେରଣାର ଉତ୍ସ ଏବଂ ଏହାଦ୍ବାରା ମୁଁ ସର୍ବଦା ଆଗକୁ ବଢିବାର ପ୍ରେରଣା ପାଇଛି। କେବଳ ବକ୍ସରଙ୍କଠାରୁ ନୁହେଁ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଏବଂ ହଲିଉଡ୍‌ ଅଭିନେତା ଜ୍ୟାକି ଚାନ୍‌ ମଧ୍ୟ ମୋର ଆଦର୍ଶ ବୋଲି କହିଛନ୍ତି ମେରୀକମ୍‌। ଭାରତରେ ଖେଳାଳିଙ୍କ ପାଇଁ ବର୍ତ୍ତମାନ ସବୁପ୍ରକାର ସୁବିଧା ରହିଛି ମାତ୍ର ଆମେ ଚାମ୍ପିୟନ୍‌ ଖେଳାଳି ସୃଷ୍ଟି କରିବାରେ ସକ୍ଷମ ହେଉନାହୁଁ…

Read More

ଏପ୍ରିଲ ୨୯ ତାରିଖରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ପ୍ରକାଶ ପାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ ୬ଟି ଲୋକସଭା ଏବଂ ୪୨ଟି ବିଧାନସଭାରେ ନିର୍ବାଚନ ଅନୁଷ୍ଠିତ ହେବ। ଲୋକସଭା ଆସନ ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ନିର୍ବାଚନ ହେବ। ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ୫୨ ଜଣ ପ୍ରାର୍ଥୀ ପ୍ରତିନ୍ଦ୍ୱନ୍ଦିତା କରୁଥିବା ବେଳେ ବିଧାନସଭା ରଣାଙ୍ଗନରେ ୩୪୬ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିନ୍ଦ୍ୱନ୍ଦିତା ହେବ। ପ୍ରାର୍ଥୀଙ୍କ ମଧ୍ୟରୁ ୩୧୧ ଜଣ ପୁରୁଷ ଥିବା ବେଳେ ୩୪ ଜଣ ମହିଳା ଓ ୩ ଜଣ ତୃତୀୟ ଲିଙ୍ଗ ପ୍ରାର୍ଥୀ ଅଛନ୍ତି। ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଭୋଟ ଗ୍ରହଣ ପାଇଁ ୧୦ ହଜାର ୭୯୨ଟି ବୁଥ କରାଯାଇଥିବା ବେଳେ ମୋଟ ୯୫ ଲକ୍ଷ ୧୪ ହଜାର ୮୮୩ ଜଣ ଭୋଟର ଭୋଟ ଦେବେ। ଭୋଟରଙ୍କ ମଧ୍ୟରେ ୪୯ ଲକ୍ଷ…

Read More

ମହାବିଷୁବ ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷ  ଏବଂ ମହାବୀର ଜୟନ୍ତୀ ଉପଲକ୍ଷେ ରବିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆ ସାଇଟ୍‌ ଜରିଆରେ ଜନତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ନବୀନ। ନବୀନ ଟୁଇଟ୍‍ କରି କହିଛନ୍ତି, ପବିତ୍ର ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପା ଓ ଆଶୀର୍ବାଦରୁ ନବବର୍ଷଟି ସମସ୍ତଙ୍କ ପାଇଁ ସୁଖ ଓ ସମୃଦ୍ଧିର ବର୍ଷ ହେଉ।

Read More

ନରେନ୍ଦ୍ର ମୋଦି ସରକାରକୁ ସମାଲୋଚନା କରିଛନ୍ତି କଂଗ୍ରେସ ମୁଖପାତ୍ର ଅଭିଷେକ ମନୁ ସିଂଘଭୀ। ନରେନ୍ଦ୍ର ମୋଦି ସରକାରକୁ ଶିଳ୍ପପତିଙ୍କ ସରକାର ବୋଲି କହିବା ସହିତ ଚଳିତ ସରକାରରେ ଶିଳ୍ପପତିଙ୍କୁ ସର୍ବାଧିକ ପରିମାଣର ଋଣ ଛାଡ କରାଯାଇଛି। ଚଳିତ ସରକାର ସମୟରେ ୫.୫ ଲକ୍ଷ କୋଟିର ଋଣ ଛାଡ କରାଯାଇଛି ବୋଲି ଅଭିଷେକ ମନୁ ସିଂଘଭୀ ଅଭିଯୋଗ ଆଣିଛନ୍ତି। କଂଗ୍ରେସ ମୁଖପାତ୍ର ସୂଚନା ଦେଇ କହିଛନ୍ତି ଯେ, ଚଳିତ ୫ ବର୍ଷରେ ସମୁଦାୟ ୭ ଲକ୍ଷ କୋଟିର ଋଣ ଛାଡ ହୋଇଥିବା ବେଳେ କେବଳ ଶିଳ୍ପପତିଙ୍କୁ ୫.୫ ଲକ୍ଷ କୋଟିର ଋଣ ଛାଡ କରାଯାଇଛି। ବିଜେପି ପକ୍ଷରୁ କେଉଁ କେଉଁ ଶିଳ୍ପପତିଙ୍କୁ ଋଣ ଛାଡ କରିଛି ତାହାର ସୂଚନା ଜାରି କରିବା ଆବଶ୍ୟକ ବୋଲି ସିଂଘଭୀ କହିଛନ୍ତି। ସାଧାରଣ କରଦାତାଙ୍କ ଅର୍ଥକୁ ଏପରି ଭାବରେ ଅପବ୍ୟବହାର କରାଯିବା ଭୁଲ ବୋଲି ସିଂଘଭୀ କହିଛନ୍ତି।

Read More

ରାଫାଲେ ବିମାନ କିଣାକୁ ନେଇ ମୁଣ୍ଡ ଟେକିଥିବା ନୂତନ ବିବାଦକୁ ନେଇ ମୁହଁ ଖୋଲିଛନ୍ତି ଫ୍ରାନ୍ସ ସରକାର। ଅନୀଲ ଅମ୍ବାନୀଙ୍କୁ ମିଳିଥିବା କର ରିହାତି କୌଣସି ସରକାରୀ ଚାପରେ ହୋଇନାହିଁ ବୋଲି ଫ୍ରାନ୍ସ ପକ୍ଷରୁ କୁହାଯାଇଛି। ଭାରତରେ ଅବସ୍ଥାପିତ ଫ୍ରାନ୍ସ ରାଷ୍ଟ୍ରଦୂତ ଆଲେଜାଣ୍ଡ୍ରେ ଜିଗ୍‌ଲର ଟ୍ବିଟ୍‌ କରି ଏହି ସୂଚନା ଦେଇଛନ୍ତି। ଅନୀଲ ଅମ୍ବାନୀଙ୍କ ‘ରିଲାଏନ୍ସ ଆଟଲାଣ୍ଟିକ ଫ୍ଲାଗ ଫ୍ରାନ୍ସ’କୁ ପ୍ରଦାନ କରାଯାଇଥିବା କର ରିହାତି ସମ୍ପୂର୍ଣ୍ଣ ଭାବରେ ଆଇନଗତ ପ୍ରକ୍ରିୟାରେ କରାଯାଇଛି ବୋଲି ଜିଗ୍‌ଲର ଟ୍ବିଟ୍‌ କରି କହିଛନ୍ତି। ସୂଚନାଯୋଗ୍ୟ ଯେ, ଗତକାଲି ଖବରକାଗଜରେ ପ୍ରକାଶିତ ସୂଚନା ଅନୁଯାୟୀ ଫ୍ରାନ୍ସ ସରକାର ରିଲାଏନ୍ସ ଅଧ୍ୟକ୍ଷ ଅନୀଲ ଅମ୍ବାନୀଙ୍କ ‘ରିଲାଏନ୍ସ ଆଟଲାଣ୍ଟିକ ଫ୍ଲାଗ ଫ୍ରାନ୍ସ’କୁ ପ୍ରାୟ ୧୪୩ମିଲୟନ୍‌ ବା ୧୧୦୦ କୋଟି ଟଙ୍କାର କର ଛାଡ କରିଛନ୍ତି ବୋଲି ଖବର ପ୍ରକାଶ ପାଇଥିଲା। ଟିକସ୍‍ ଅଧିକାରୀ ଯାଞ୍ଚ ସମୟରେ ୨୦୦୭ରୁ ୨୦୧୦ ମଧ୍ୟରେ ୬୦ ନିୟୁତ ୟୁରୋ ଟିକସ୍‍ ବାକିଥିଲା। ଏହାପରେ ୨୦୧୦ ରୁ ୨୦୧୨ମଧ୍ୟରେ…

Read More

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆକ୍ରମଣ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ। ମୋଦୀଙ୍କୁ ଜଣେ କ୍ଷମତାଲୋଭୀ ନେତା ବୋଲି କହିବା ସହିତ କ୍ଷମତା ହରାଇବାର ଭୟ ମୋଦିଙ୍କୁ ଲାଗି ରହିଛି ବୋଲି କହିଛନ୍ତି। ନିଜର ପ୍ରଶଂସା ନିଜେ କରୁଥିବା ଲୋକଙ୍କ ମଧ୍ୟରେ ମୋଦି ଅନ୍ୟତମ ବୋଲି ମଧ୍ୟ ଚିଦାମ୍ବରମ୍‌ କହିଛନ୍ତି। ରବିବାର ସକାଳୁ ସୋସିଆଲ ମିଡିଆ ସାଇଟ୍‌ ଟ୍ବିଟ୍ଟର ଜରିଆରେ ମୋଦିଙ୍କୁ ଆକ୍ରମଣ କରି ଏହି ପୂର୍ବତନ ଅର୍ଥମନ୍ତ୍ରୀ ଏକାଧିକ ଟ୍ବିଟ୍‌ କରିଥିଲେ। ବିମୁଦ୍ରାକରଣ, କ୍ଷୁଦ୍ର ଶିଳ୍ପ ଧ୍ବଂସ, ବେକାରୀ ସମସ୍ୟା, ଦେଶବାସୀ ଅସୁରକ୍ଷିତ ମନେକରିବା ମୋଦି ସରକାରଙ୍କ କୃତିତ୍ବ ବୋଲି ଚିଦାମ୍ବରମ୍‌ କହିଥିଲେ। ବିମୁଦ୍ରାକରଣ ଜରିଆରେ ମୋଦି ଦେଶର ଅର୍ଥନୀତିକୁ ଧ୍ବଂସ କରିଥିବା ବେଳେ, କ୍ଷୁଦ୍ର ଶିଳ୍ପର ବ୍ୟବସ୍ଥାକୁ ମଧ୍ୟ ଧ୍ବଂସ କରିଛନ୍ତି। ଦେଶ ୪.୭ କୋଟି ଚାକିରି ହରାଇଛି ଯାହାକି ବେକାରୀ ସମସ୍ୟା ବଢାଇଛି। ସରକାରଙ୍କ ହିନ୍ଦୁତ୍ବ ବାଦ ନୀତି ଯୋଗୁଁ ମହିଳା, ଦଳିତ, ସଂଖ୍ୟାଲଘୁ, ଜନଜାତି, ଲେଖକ,…

Read More

କେଦାର ମିଶ୍ର ନିର୍ବାଚନ ସମୟରେ ନୂଆ ନୂଆ ପଦ ଗଢିବାର ଅଭ୍ୟାସ ରାଜନୈତିକ ଦଳମାନଙ୍କର ରହିଛି। ତେବେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ବିଜେପି ସରକାର ଆସିବା ପରେ ଏମିତି ପଦ ଗଠନ, ଗୋଟେ ପ୍ରକାର ଫେସନରେ ପରିଣତ ହୋଇଛି। ଯେମିତି “ଅଛେ ଦିନ” । ଯେମିତି ପ୍ରତି ବ୍ୟାଙ୍କ ଖାତାରେ ୧୫ ଲକ୍ଷ ଟଙ୍କା। ଯେମିତି ନୋଟବନ୍ଦୀରେ କଳାଧନ ଉପରେ ସର୍ଜିକାଲ ଷ୍ଟ୍ରାଇକ। କିମ୍ବା ଗୁଜରାଟ ମଡେଲ। ଶୁଣିବା ଲାଗି ଏସବୁ ବହୁତ ଭଲ ଶବ୍ଦ। ହେଲେ ବାସ୍ତବ କ୍ଷେତ୍ରରେ ଏହାର କୌଣସି ଉପଯୋଗ ନାଇଁ। ଏବେ ଯେଉଁ ସବୁ ରାଜ୍ୟରେ ବିଜେପି ବା ବିଜେପି ସମର୍ଥିତ ସରକାର ନାହିଁ, ସେଠି ବିଜେପି କହୁଛି, ବିକାଶ ଲାଗି ଡବଲ ଇଞ୍ଜିନର ସରକାର ଦରକାର । ଅର୍ଥାତ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର। ବିକାଶ ହେବାକୁ ହେଲେ ଏହା ଏକମାତ୍ର ଆବଶ୍ୟକତା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାଷଣ ଦେଇ ଚାଲିଛନ୍ତି।…

Read More

ଭାରତୀୟ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ସିଙ୍ଗାପୁର ଓପନ ସେମିରୁ ବିଦାୟ ନେଇଛନ୍ତି । ସିନ୍ଧୁଙ୍କ ବିଦାୟ ସହିତ ସିଙ୍ଗାପୁର ଓପନ ୨୦୧୯ରୁ ଭାରତୀୟ ଚ୍ୟାଲେଞ୍ଜ ଶେଷ ହୋଇଛି । ଓକୁହାରା ମାତ୍ର ୩୭ମିନିଟ୍‌ ସମୟ ନେଇ ଏକପାଖିଆ ଭାବରେ ସିନ୍ଧୁଙ୍କୁ ପରାସ୍ତ କରିଥିୁଲେ । ୨୧-୭ ଏବଂ ୨୧-୧୧ ସେଟ୍‌ରେ ଓକୁହାରା ସିନ୍ଧୁଙ୍କୁ ପରାସ୍ତ କରିଥିଲେ । କ୍ବାର୍ଟର ଫାଇନାଲରେ ସାଇନାଙ୍କୁ ପରାସ୍ତ କରିଥିବା ଜାପାନର ନୋଜୋମି ଓକୁହାରାଙ୍କ ଶକ୍ତିଶାଳୀ ସ୍ମାସ୍‌ ସାମ୍ନାରେ ସିନ୍ଧୁଙ୍କ ଚମକ ଫିକା ପଡିଯାଇଥିଲା ।  ଦୁଇ ସପ୍ତାହ ମଧ୍ୟରେ ସିନ୍ଧୁଙ୍କର ଏହା ଦ୍ବିତୀୟ ସେମିଫାଇନାଲ୍‌ ପରାଜୟ । ପୂର୍ବରୁ ଇଣ୍ଡିଆନ୍‌ ଓପନ୍‌ର ସେମିରୁ ମଧ୍ୟ ବିଦାୟ ନେଇଥିଲେ ସିନ୍ଧୁ । ଏହି ପରଜାୟ ସହିତ ଓକୁହାରା ଏବଂ ସିନ୍ଧୁଙ୍କ ବିଜୟ ବ୍ୟବଧାନ ୭-୭ରେ ପହଞ୍ଚିଛି । ଟାଇଟଲ ମୁକାବିଲା ପାଇଁ ବିଶ୍ବ ମାନ୍ୟତାରେ ତିନି ନମ୍ବର ସ୍ଥାନରେ ରହିଥିବା ଓକୁହାରା ଏକ ନମ୍ବର ସ୍ଥାନରେ…

Read More

ସମୀକ୍ଷା ବ୍ୟୁରୋ ନିର୍ବାଚନ ରଣାଙ୍ଗନରେ ଦିନେ ଦିନେ ଏପରି ଘଟଣା ଘଟୁଛି ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି। ସେହିପରି ଏକ ଘଟଣା ଘଟିଛି ଦଶପଲ୍ଲାର ଗାନ୍ଧୀ ପଡିଆରେ ହୋଇଥିବା ନିର୍ବାଚନ ପ୍ରଚାରରେ। ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ ପ୍ରଚାର ବେଳେ ବିଜେପିକୁ ଏକ ପ୍ରଶ୍ନ ପଚାରିଛନ୍ତି। ତାହା ହେଲା ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ? ସେ କେଉଁ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି ? ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାରେ ଡରୁଛି କାହିଁକି ? ଏପରି ପ୍ରଶ୍ନ କରିବା ପରେ ସ୍ବାଭାବିକ ଭାବେ ସେଠାରେ ଉପସ୍ଥିତ ଲୋକେ ମଜ୍ଜା ନେଇଥିଲେ ସତ। ହେଲେ ଏପରି ପ୍ରଶ୍ନ ବିଜେପିକୁ ଏକ ଅଡୁଆ ପରିସ୍ଥିତରେ ପକାଇ ଦେଇଛି। ସେତିକି ନୁହେଁ ଡବଲ ଇଂଜିନ କଥା ଉଠାଇ ମୁଖ୍ୟମନ୍ତ୍ରୀ ବିଜେପିକୁ ଚକ୍ରବୂହ ଭିତରେ ଠେଲି ଦେଇଛନ୍ତି। ସେ କହିଛନ୍ତି ଯେ, ବିଜେପି ସବୁବେଳେ ଡବଲ ଇଂଜିନ କଥା କହି ରଡି କରୁଛି। ନିର୍ବାଚନ…

Read More

ନୟାଗଡ଼ର ଦଶପଲ୍ଲାଠାରେ ନିର୍ବାଚନୀ ପ୍ରଚାରରେ ଆଜି ନବୀନ ବିଜେପିକୁ ଟାର୍ଗେଟ୍‌ କରିବା ସହିତ ବିଜେପି ତରଫରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ବୋଲି ପ୍ରଶ୍ନ କରିଛନ୍ତି । ନିକଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ପ୍ରଚାରକୁ କଟାକ୍ଷ କରି କହିଥିଲେ ଯେ, ନବୀନ କେବଳ ବିଜେପିକୁ ଟାର୍ଗେଟ କରି ସବୁବେଳେ ସମାନ ପ୍ରସଙ୍ଗ କହୁଛନ୍ତି । ତେବେ ଏହାର ଦୃଢ ଜବାବ ଦେଇଛନ୍ତି ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଏଠାରେ ପ୍ରଶ୍ନ କରିଛନ୍ତି ଯେ, ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ? ତାଙ୍କ ନିର୍ବାଚନୀ ମଣ୍ଡଳୀ କେଉଁଠି? ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ଡରୁଛି ବୋଲି ସେ କହିଛନ୍ତି।  କେନ୍ଦ୍ରର ଅବହେଳା ସହ ବିଜେପିର ଡବଲ୍‌ ଇଂଜିନ୍‌କୁ ଟାର୍ଗେଟ୍‌ କରିଛନ୍ତି ନବୀନ। ବିକାଶର ଡବଲ୍‌ ଇଂଜିନ୍‌ ପାଇଁ ଓଡ଼ିଶାର ଇଂଜିନ କିଏ ବୋଲି ପ୍ରଶ୍ନ କରିଛନ୍ତି ନବୀନ । ତେବେ ବିଜେପି ତରଫରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ…

Read More

ଡିଜିଟାଲ ପ୍ଲାଟଫର୍ମ ଲୋକପ୍ରିୟତାର ଶୀର୍ଷରେ ରହିଥିବା ବେଳେ ବଲିଉଡ ତାରକା ମାନେ ସିଲ୍‌ଭର ସ୍କ୍ରିନ୍‌ ସହିତ ଡିଜିଟାଲ୍‌ ପ୍ଲାଟ୍‌ଫର୍ମକୁ ପ୍ରାଧାନ୍ୟ ଦେଉଛନ୍ତି । ନିକଟରେ ନେଟ୍‌ଫ୍ଲିକ୍ସ ପକ୍ଷରୁ ଘୋଷଣା କରାଯାଇଥିବା ଏହାର ଅପ୍‌କମିଙ୍ଗ୍‌ ପ୍ରୋଜେକ୍ଟରେ ନଜର ଆସିବାକୁ ଯାଉଛନ୍ତି ଅଲୀ ଫଜଲ ଏବଂ ଶ୍ରୀୟା ପିଲଗାଓଁକର । ଅଲୀ ଏବଂ ଶ୍ରୀୟା ଉଭୟ ଏକତ୍ର ଆମାଜନ୍‌ ପ୍ରାଇମ୍‌ର ମିର୍ଜାପୁରର ପ୍ରଥମ ଭାଗରେ ନଜର ଆସିଥିଲେ । ମିର୍ଜାପୁରର ଦ୍ବିତୀୟ ଭାଗ ଆରମ୍ଭ ହେବାକୁ ଯାଉଥିବା ବେଳେ ଏଥିରେ ଶ୍ରୀୟାଙ୍କୁ ଦେଖିବାକୁ ମିଳିବନାହିଁ । ଖ୍ୟାତନାମା ନିର୍ଦ୍ଦେଶକ ଶଶାଙ୍କ ଘୋଷ ଏହାର ନିର୍ଦ୍ଦେଶନା ଦେବାକୁ ଯାଉଥିବା ବେଳେ ଏହା ଏକ ଫିଲ୍ମ ରହିବ କି ଓ୍ବେବ୍‌ ସିରିଜ୍‌ ଏନେଇ କୌଣସି ସୂଚନା ପ୍ରଦାନ କରିନାହିଁ ନେଟ୍‌ଫ୍ଲିକ୍ସ । ଉଭୟ ପୁନର୍ବାର ଏକତ୍ର ଆସୁଥିବାରୁ ଏନେଇ ଖୁସି ଜାହିର କରିଛନ୍ତି ଅଲୀ ଓ ଶ୍ରୀୟା । ଶଶାଙ୍କ ନିକଟରେ ବୀରେ ଦ ଓ୍ବେଡିଙ୍ଗର ନିର୍ଦ୍ଦେଶନା…

Read More

ଫ୍ରାନ୍ସ ସରକାର ରଲାଏନ୍ସ ଅଧ୍ୟକ୍ଷ ଅନୀଲ ଅମ୍ବାନୀଙ୍କୁ ପ୍ରାୟ ୧୪୩ ମିଲୟନ୍‌ ବା ୧୧୦୦ କୋଟି ଟଙ୍କାର କର ଛାଡ କରିଛନ୍ତି ବୋଲି ଖବର ପ୍ରକାଶ ପାଇଛି । ଫ୍ରାନ୍ସ ଗଣମାଧ୍ୟମର ସୂଚନା ଅନୁଯାୟୀ ୨୦୧୫ରେ ହୋଇଥିବା ରାଫାଲେ ଯୁଦ୍ଧ ବିମାନ କିଣା ମାମଲାରେ କମ୍ପାନୀକୁ ଏହି ଛାଡ ମିଳିଛି ବୋଲି କୁହାଯାଇଛି । ରାଫେଲ ରାଜିନାମା ପ୍ରକ୍ରିୟା ଆରମ୍ଭର ୬ ମାସ ମଧ୍ୟରେ ଅନୀଲ ଅମ୍ବାନୀଙ୍କ ଫ୍ରାନ୍ସସ୍ଥିତ କମ୍ପାନୀଙ୍କୁ ଏହି ଟିକସ୍‍ ଛାଡ଼ କରାଯାଇଛି । ଫ୍ରାନ୍ସ ଖବରକାଗଜ ‘ଲି ମୋଣ୍ଡେ’ ରିପୋର୍ଟ ଅନୁସାରେ ୨୦୧୫ ଫେବୃଆରୀରୁ ଅକ୍ଟୋବର ମଧ୍ୟରେ ଭାରତ ଓ ଫ୍ରାନ୍ସ ମଧ୍ୟରେ ରାଫେଲ ରାଜିନାମା ନେଇ ଆଲୋଚନା ଚାଲିଥିଲା। ରାଫେଲ ରାଜିନାମାରେ ଡାସଲ୍ଟ ସହ ଅନୀଲ ଅମ୍ବାନୀଙ୍କ ରିଲାଏନ୍ସ ଡିଫେନ୍ସ କମ୍ପାନୀ ଅଫସେଟ ପାର୍ଟନର ଅଛି। ଫ୍ରାନ୍ସରେ ଅନୀଲ ଅମ୍ବାନୀଙ୍କ ଏକ ପଞ୍ଜିକୃତ ଟେଲିକମ (ଦୂରସଂଚାର) କମ୍ପାନୀ ଅଛି। ଏହି କମ୍ପାନୀର ନାମ ହେଉଛି ‘ରିଲାଏନ୍ସ ଆଟଲାଣ୍ଟିକ ଫ୍ଲାଗ…

Read More

ଚୌଦ୍ବାରର ଏକ ନିର୍ବାଚନ ସଭାରେ ବିଜେପି ନେତା ତଥା ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଘୋଷଣା କରିଛନ୍ତି। ସବୁବେଳେ ନବୀନ ସରକାରଙ୍କୁ ଗାଳି କରୁଥିବା ଧର୍ମେନ୍ଦ୍ର ଶେଷରେ ଭୋଟ ହାତେଇବା ପାଇଁ କିଛି ନୂଆ ଘୋଷଣା କରିଛନ୍ତି। ଘୋଷଣା ଅନୁସାରେ ବିଜେପି ସରକାରକୁ ଆସିଲେ ଏଣିକି ଗରିବମାନଙ୍କୁ ଏକ ଟଙ୍କାରେ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯିବ। ଏକ ଟଙ୍କାରେ ଡାଲି ଲୁଣ ଏବଂ ଚାଉଳ ଦିଆଯିବ ବୋଲି ଧର୍ମେନ୍ଦ୍ର ନିର୍ବାଚନ ପ୍ରତିଶୃତି ଦେଇଛନ୍ତି। ତାଙ୍କ ହିସାବରେ ଖାଦ୍ୟ ସୁରକ୍ଷା ଆଇନି ଅନୁସାରେ ଏକ ଟଙ୍କାରେ ୫ କେଜି ଚାଉଳ, ୫ଶହ ଗ୍ରାମ ଡାଲି ଏବଂ ୫ଶହ ଗ୍ରାମ ଲୁଣ ପ୍ରଦାନ କରାଯିବ। ଧର୍ମେନ୍ଦ୍ର ଏପରି ବଡ ଜନକଲ୍ୟାଣ ଯୋଜନା କେବେ ଘୋଷଣା କରି ନ ଥିଲେ। ଯେତେ ନିର୍ବାଚନ ସଭା ହୋଇଛି ସେଠାରେ ସେ କେବଳ ବିଜେଡିକୁ ଗାଳି, ଅଫିସରଙ୍କୁ ଗାଳି ଏବଂ ନବୀନ ପଟ୍ଟନାୟକଙ୍କୁ ଗାଳି କରୁଥିଲେ। ସେ…

Read More

ଭାରତୀୟ ଓପ୍‌ନର ଶିଖର ଧଓ୍ବନ୍‌ଙ୍କୁ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ ବୋଲି କହିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି । ଦିଲ୍ଲୀ କ୍ୟାପିଟାଲ୍‌ସ ପକ୍ଷରୁ ଚଳିତ ସିଜିନ୍‌ର ଆଇପିଏଲ୍‌ ଖେଳୁଥିବା ଧଓ୍ବନ୍‌ କେକେଆର ବିପକ୍ଷରେ  ୬୩ବଲ୍‌ରୁ ୯୭ ରନ୍‌ର ଇନିଂସ ଖେଳିବା ସହିତ ଦଳର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ନିଜ ଆଇପିଏଲ୍‌ କ୍ୟାରିୟରର ୧୫୦ତମ ମ୍ୟାଚ୍‌ ଖେଳୁଥିବା ଧଓ୍ବନ୍‌ଙ୍କ ବ୍ୟାଟିଂକୁ ଦାଦା ପ୍ରଶଂସା କରିବା ସହିତ ଧଓ୍ବନ୍‌ ଏବଂ ରୋହିତଙ୍କ ଯୋଡି ଚଳିତ ସମୟର ଶ୍ରେଷ୍ଠ ଓପନିଂ ଯୋଡି ବୋଲି କହିଥିଲେ । ଗାଙ୍ଗୁଲି କହିଥିଲେ କି, ଆଇପିଏଲ୍‌ ନିଲାମୀ ପୂର୍ବରୁ ଦଳ ଧଓ୍ବନଙ୍କୁ କିଣିବାକୁ ଚାହୁଁଥିଲା । ବିଜୟ ଶଙ୍କର, ଶାହବାଜ ନଦୀମ ଏବଂ ଅଭିଷେକ ଶର୍ମାଙ୍କ ବଦଳରେ ଦଳ ଧଓ୍ବନଙ୍କୁ ପ୍ରତ୍ୟର୍ପଣ କରିଥିଲା ହାଇଦ୍ରାବାଦ ସହିତ । ସେହିପରି ଟୁର୍ଣ୍ଣାମେଣ୍ଟ ଦ୍ବିତୀୟ ଚରଣରେ ପ୍ରବେଶ କରୁଥିବା ବେଳେ ଧଓ୍ବନ୍‌ ଫର୍ମକୁ ଫେରିବା ଦିଲ୍ଳୀ…

Read More