ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜାତୀୟ ସମର ସ୍ମାରକୀ ବା ନ୍ୟାସନାଲ ୱାର ମେମୋରିଆଲର ଉଦଘାଟନ କରିଛନ୍ତି । ପ୍ରାୟ ୪୦ ଏକର ପରିମିତ ଅଞ୍ଚଳରେ ନିର୍ମିତ ଏହି ସ୍ମାରକ ଦେଶର ସହିଦ ସୈନିକଙ୍କ ପାଇଁ ସମର୍ପିତ କରିଛନ୍ତି । ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍ଠାରେ ଏହା ଲୋକାର୍ପିତ ହୋଇଛି । ସ୍ଵାଧୀନତା ପରଠାରୁ ଯୁଦ୍ଧ ଶହୀଦ ଯବାନଙ୍କ ସ୍ମୃତିରେ ଏହା ଲୋକାର୍ପିତ କରାଯାଇଛି । ଏହି ଅବସରରେ ଉଦବୋଧନ ଦେଇ ମୋଦି କହିଛନ୍ତି ଯେ ଏହି ସ୍ମାରକ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ହଜାର ହଜାର ବୀର ସୈନିକଙ୍କ ଉଦ୍ଦେଶ୍ୟରେ ସମର୍ପିତ । ସେ କହିଛନ୍ତି ଯେ ଦେଶର ସେନା ମାନଙ୍କ ପାଇଁ ଏପରି ସ୍ମାରକ ବହୁ ଆଗରୁ ନିର୍ମିତ ହେବାର ଥିଲା । ଭାରତୀୟ ସେନା ବିଶ୍ଵର ସବୁଠାରୁ ଘାତକ ଓ ପେଶାଦାର ସେନା ମଧ୍ୟରେ ଅନ୍ୟତମ । ସେମାନେ ସବୁବେଳେ ଦେଶର ସୁରକ୍ଷା ପାଇଁ ଆଗେଇ ଆସିଛନ୍ତି । ଦେଶର…
Author: Samikhsya Bureau
ମାଟ୍ରିକ ପରୀକ୍ଷାରେ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ୍ ଘଟଣାକୁ ବୋର୍ଡ ସଭାପତି ଜାହାନ ଆରା ବେଗମ ଖଣ୍ଡନ କରିଛନ୍ତି । ବୋର୍ଡର ପ୍ରଶ୍ନପତ୍ର ଏବଂ ଭାଇରାଲ୍ ପ୍ରଶ୍ନପତ୍ର ସହ ମେଳ ଖାଉ ନାହିଁ । ଏହା ସମ୍ପୂର୍ଣ୍ଣ ଅଲଗା । କିଛି ଲୋକଙ୍କ ବଦମାସୀ କାରଣରୁ ଏହା ହେଉଛି । ଛାତ୍ରଛାତ୍ରୀ ତଥା ଅଭିଭାବକମାନେ ଏହା ଉପରେ ଦୃଷ୍ଟି ନ ଦେଇ ପରୀକ୍ଷା ଉପରେ ଧ୍ୟାନ ଦେବାକୁ ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି । ତେବେ ମାଟ୍ରିକ ପରୀକ୍ଷାର ପ୍ରଥମ ଦିବସରେ ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ୍ ହେବା ଘଟଣାରେ ବୋର୍ଡ ପକ୍ଷରୁ କାଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ୭ଜଣଙ୍କୁ ଗିରଫ କରାଯାଇଥିଲା । ସୂଚନାଯୋଗ୍ୟ, ୨୨ ତାରିଖରେ ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା। ତେବେ ପରୀକ୍ଷା ଚାଲିଥିବା ବେଳେ ନୂଆପଡ଼ା, ଢେଙ୍କାନାଳ ଓ କୋରାପୁଟ ଜିଲ୍ଲାରେ ଓଡ଼ିଆ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ବୁଲୁଥିବା ଦେଖିବାକୁ ମିଳିଥିଲା।
ସମ୍ବିଧାନର ଧାରା ୩୫ (ଏ)ର ବୈଧତାକୁ ଚ୍ୟାଲେଞ୍ଜ କରି ସୁପ୍ରିମ୍ କୋର୍ଟରେ ଆଗତ ମାମଲାକୁ ବିଚାର ପାଇଁ ଗ୍ରହଣ କରିବା ସହ ଏହାର ବିଚାର ଆସନ୍ତା ୨୬ରୁ ୨୮ ପର୍ଯ୍ୟନ୍ତ ହେବ ବୋଲି କହିଛନ୍ତି ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଂଜନ ଗୋଗେଇ। ଗତ ଫେବୃଆରି ୧୪ ତାରିଖରେ ପୁଲ୍ୱାମା ଆତଙ୍କବାଦୀ ହାମ୍ଲାରେ ୪୦ ଜଣ ସିଆର୍ପିଏଫ୍ ଯବାନ ଶହୀଦ୍ ହେବାପରେ କେନ୍ଦ୍ର ସରକାର ସମ୍ବିଧାନର ଧାରା ୩୫ (ଏ)କୁ ପ୍ରତ୍ୟାହାର କରିନେବେ ବୋଲି ସବୁ ମହଲରେ ଆଶଙ୍କା ପ୍ରକାଶ ପାଇଥିବା ବେଳେ ସୁପ୍ରିମ୍ କୋର୍ଟରେ ଏନେଇ ମାମଲା ଆଗତ ହୋଇଛି । ଜମ୍ମୁ- କଶ୍ମୀରକୁ ଭାରତୀୟ ସମ୍ବିଧାନର ଏହି ଧାରା ବଳରେ କିଛି ସ୍ୱତନ୍ତ୍ର ସୁବିଧା ସୁଯୋଗ ପ୍ରଦାନ କରାଯାଇଛି। ତେବେ, ଭାରତୀୟ ସମ୍ବିଧାନ ଆଧାରରେ ପ୍ରଦତ୍ତ ଏହି ସମସ୍ତ ସ୍ୱତନ୍ତ୍ର ସୁବିଧା ସୁଯୋଗ ପାଇବାକୁ କେବଳ ଜମ୍ମୁ-କାଶ୍ମୀରର ସ୍ଥାୟୀ ବାସିନ୍ଦା ହିଁ ହକଦାର ହେବେ ବୋଲି ନିର୍ଦ୍ଦେଶ…
ବଲିଉଡ୍ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ପୁଣିଥରେ ଭାଇଜାନଙ୍କ ସହ ନଜର ଆସିବେ ବୋଲି ଆଲୋଚନା ହେଉଛି। ଟେଲିଭିଜନ୍ ଶୋ’ ‘କଫି ଉଇଥ୍ କରନ୍ ୬’ରେ ଆସିଥିବା ପ୍ରିୟଙ୍କା ଏ ସମ୍ପର୍କରେ କିଛି ଈଶାରା ଦେଇଛନ୍ତି । ଯାହାକୁ ନେଇ ଅନୁମାନ କରାଯାଉଛି ଯେ ବହୁତ ଜଲ୍ଦି ପିସି ସଲ୍ଲୁଙ୍କ ସହ ନଜର ଆସିବେ । ଏହି ଶୋ’ରେ ପିସି ଖୁବ୍ଶୀଘ୍ର ସଞ୍ଜୟ ଲିଲା ଭଂସାଲିଙ୍କ ସହ କାମ କରିବାକୁ ଯାଉଛନ୍ତି ବୋଲି ସୂଚନା ଦେଇଥିଲେ । ନିକଟରେ ସଞ୍ଜୟଲୀଲା ଭଂସାଲୀ ତାଙ୍କ ଆଗାମୀ ପ୍ରୋଜେକ୍ଟରେ ସଲମାନ୍ଙ୍କୁ ନେବେ ବୋଲି ମଧ୍ୟ ସୂଚନା ରହିଥିଲା । ଯଦି ଉଭୟ କଥାକୁ ଦେଖାଯାଏ, ତେବେ ଏହାର ନିର୍ଷ୍କଷରେ ଦେଶୀଗାର୍ଲ ଭାଇଜାନ୍ଙ୍କ ପୁଣିଥରେ ବଡ଼ପରଦାରେ ନଜର ଆସିବେ ବୋଲି ଅନୁମାନ କରାଯାଉଛି । ସୂଚନାଯୋଗ୍ୟ, କିଛିମାସ ପୂର୍ବେ ନିଜ ବିବାହ ପାଇଁ ବ୍ୟସ୍ତ ଥିବା ପିସି ସଲମାନଙ୍କ ଫିଲ୍ମ ‘ଭାରତ’ର କାମ କରିବାକୁ ମନା…
ଉତ୍ତରପ୍ରଦେଶରେ ନିର୍ବାଚନୀ ମେଣ୍ଟ କରିବା ପରେ ସମାଜବାଦୀ ପାର୍ଟି (ଏସପି) ଓ ବହୁଜନ ସମାଜପାର୍ଟି (ବିଏସପି) ପକ୍ଷରୁ ମଧ୍ୟପ୍ରଦେଶ ଓ ଉତ୍ତରାଖଣ୍ଡରେ ମଧ୍ୟ ମେଣ୍ଟ କରାଯାଇଛି । ଏହି ଦୁଇ ରାଜ୍ୟରେ ଉଭୟ ଦଳ ମିଳିତଭାବେ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି । ଏସପି ଉତ୍ତରାଖଣ୍ଡର ଗଡ଼ଓ୍ବାଲରୁ ଲଢିବାକୁ ଥିବାବେଳେ ମଧ୍ୟପ୍ରଦେଶର ୩ଟି ଆସନ ବାଲାଘାଟ, ତିକରି ଓ ଖଜୁରାଓରେ ଲଢିବ । ଏହି ଦୁଇ ରାଜ୍ୟର ଅବଶିଷ୍ଟ ଆସନରେ ବିଏସପି ଲଢିବ । ମଧ୍ୟପ୍ରଦେଶରେ ୨୯ଟି ଲୋକସଭା ଆସନ ଥିବାବେଳେ ଉତ୍ତରାଖଣ୍ଡରେ ୫ଟି ଲୋକସଭା ଆସନ ରହିଛି । ପୂର୍ବରୁ ଉତ୍ତରପ୍ରଦେଶ ପାଇଁ ଦୁଇଦଳ ମଧ୍ୟରେ ୩୮-୩୭ ଆସନରେ ବୁଝାମଣା କରିସାରିଛନ୍ତି ।
କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଜି ପରମେଶ୍ୱର ରାଜ୍ୟର ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଅଭିଯୋଗ ଆଣି କହିଛନ୍ତି କି ସେ ଜଣେ ଦଳିତ ହୋଇଥିବା ହେତୁ ତାଙ୍କୁ ୩ ଥର ମୁଖ୍ୟମନ୍ତ୍ରୀ ହେବାରୁ ବଞ୍ଚିତ ହେବାକୁ ପଡ଼ିଛି। କେବଳ ସେ ନୁହଁନ୍ତି ପିକେ ବଶବଲିଂଗପା ଓ କେଏଚ୍ ରଂଗନାଥ ମଧ୍ୟ ଏହି କାରଣରୁ ମୁଖ୍ୟମନ୍ତ୍ରୀ ହୋଇ ପାରିନଥିଲେ। ସେ ଆହୁରି ବି କହିଛନ୍ତି ଯେ ‘ତାଙ୍କ ବଡ଼ ଭାଇ ମଲ୍ଲିକାର୍ଜୁନ ଖଡ୍ଗେ ମଧ୍ୟ ଏହି କାରଣରୁ ମୁଖ୍ୟମନ୍ତ୍ରୀ ହୋଇପାରିନଥିଲେ । ଯାହା ବି ହେଉ, ଅନେକ ଦ୍ୱିଧା ପରେ ଶେଷର ସେ ଉପ ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି ବୋଲି କହିଛନ୍ତି । ସେ ଆହୁରି ମଧ୍ୟ ଅଭିଯୋଗରେ କହିଛନ୍ତି ଯେ କିଛି ଲୋକେ ତାଙ୍କୁ ରାଜନୈତିକ କ୍ଷେତ୍ରରେ ଦୁର୍ବଳ କରିବାକୁ ଚାହିଁଥିଲେ।
ଏକତରଫା ପ୍ରେମକୁ ନେଇ ଯାଜପୁରର ଧର୍ମଶାଳା ଜିଲ୍ଲାର ଜଣେ ଯୁବକ ଉନ୍ମତ୍ତକାଣ୍ଡ କରିଛି । ସ୍ଥାନୀୟ ଅଂଚଳର ଜଣେ ଯୁବତୀଙ୍କୁ ଏକ ତରଫା ଭାବେ ଭଲ ପାଉଥିଲେ ଏହି ଯୁବକ ଜଣକ। ଏପରି କି ଅନେକ ସମୟରେ ତାଙ୍କୁ ପ୍ରେମ ନିବେଦନ ମଧ୍ୟ କରୁଥିଲେ । କିନ୍ତୁ ଯୁବତୀଜଣଙ୍କ ଏହାକୁ ଏଡାଇ ଯାଉଥିଲେ । ଆଜି ସେହି ଯୁବକଜଣଙ୍କ ଯୁବତୀଙ୍କୁ ଏକ ମନ୍ଦିରକୁ ଡାକିଥିଲେ ।ଯୁବତୀଜଣଙ୍କ ମନ୍ଦିରରେ ପହଁଚିବା ପରେ ସେ ତାଙ୍କୁ ଭୁଜାଲିରେ ହାଣି ପକାଇଥିଲେ । ଏହା ପରେ ଅଭିଯୁକ୍ତ ଯୁବକ ସେହି ଭୁଜାଲିରେ ନିଜକୁ ମଧ୍ୟ ହାଣି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି ।ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ସ୍ଥାନୀୟ ମେଡ଼ିକାଲରେ ଭ ର୍ତ୍ତି କରାଯାଇଥିଲା । ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଆକ୍ରମଣକାରୀ ଯୁବକଙ୍କୁ ମଧ୍ୟ ଗୁରୁତର ଅବସ୍ଥାରେ ଧର୍ମଶାଳା ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାକୁ…
ଫେବୃଆରୀ ୧୪ରେ ଜମ୍ମୁ କାଶ୍ମୀରରେ ହୋଇଥିବା ବହୁ ଚର୍ଚ୍ଚିତ ଆତଙ୍କବାଦୀ ଆକ୍ରମଣ ପଛରେ ହୋଇଥିବା ଷଡଯନ୍ତ୍ରର ଯାଞ୍ଚ କରିବାକୁ ଆବେଦନ କରାଯାଇଥିବା ଏକ ଜନହିତ ଯାଚିକାକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି । ମୁଖ୍ୟ ନ୍ୟାୟାଧୀଶ ରଞ୍ଜନ ଗୋଗେଇ ଏବଂ ଅନ୍ୟ ନ୍ୟାୟାଧୀଶ ସଞ୍ଜୀବ ଖନ୍ନାଙ୍କ ଖଣ୍ଡପୀଠ ଓକିଲ ବିନୀତ ଧାଣ୍ଡାଙ୍କ ଦ୍ୱାରା ଦାୟର କରାଯାଇଥିବା ଜନହିତ ଯାଚିକାର ଶୁଣାଣି କରୁଥିଲେ । ଏହି ଆକ୍ରମଣରେ ସିଆରପିଏଫର ୪୦ ଯବାନ ସହିଦ ହୋଇଥିଲେ । ଆକ୍ରମଣରେ ପାଖାପାଖି ୩୭୦ କେଜିର ଆରଡିଏକ୍ସ ଉପଯୋଗ କରାଯାଇଥିଲା ଏବଂ ଏଥିପାଇଁ ଏକ ବିସ୍ତୃତ ଯାଞ୍ଚ କରାଯିବା ପାଇଁ ଯାଚିକାରେ ଉଲ୍ଲେଖଥିଲା । ଆଜି ଏହି ଦିଲ୍ଲୀରେ ତିନିସେନାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ଦୁଇଦିନ ଧରି ଚାଲିବାକୁ ଥିବା ଏହି ବୈଠକରେ ଆତଙ୍କବାଦ ସମର୍ଥିତ ପାକିସ୍ତାନ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।
ଅଭିନେତାରୁ ରାଜନେତା ପାଲଟିଥିବା ତଥା ମକ୍କଲ ନିଧି ମଇଅମ(ଏମ୍ଏମ୍ଏମ୍) ଦଳର ମୁଖ୍ୟ କମଲ ହାସନ କହିଛନ୍ତି ତାଙ୍କ ଦଳ ଭାରତୀୟ ଜନତା ପାର୍ଟି(ଭାଜପା)ର ବି ଟିମ୍ ନୁହେଁ। ଏହା ହେଉଛି ତାମିଲନାଡୁର ଏ ଟିମ୍ । ତେବେ ତାଙ୍କ ଦଳର ପତିଆରା ବଢୁଥିବାରୁ ତାଙ୍କୁ ଟାର୍ଗେଟ କରାଯାଉଥିବା ସେ କହିଛନ୍ତି। ତିରୁନେଲବଲୀଠାରେ ରବିବାର ବିଳମ୍ବିତ ରାତିରେ ଏକ ସଭାକୁ ଉଦ୍ବୋଧନ ଦେବା ଅବସରରେ ସେ ଏହା କହିଛନ୍ତି। ତେବେ ତାଙ୍କ ଦଳ ଉପରେ ଯେଉଁ ଅଭିଯୋଗ ଆସିଛି କି ଏମ୍ଏମ୍ଏମ୍ ଭାଜପାର ବି ଦଳ ତାହା ସମ୍ପୂର୍ଣ୍ଣ ମିଥ୍ୟା। ତାମିଲ୍ ଲୋକଙ୍କର ହଜିଯାଇଥିବା ରାଜନୈତିକ ଗାରିମା ଓ ଲୋକାଚାର ପାଇଁ ଏହି ପାର୍ଟି କାମ କରିବ । ଧର୍ମନିରପେକ୍ଷତା, ଶିକ୍ଷା ତଥା ଗରିବୀଙ୍କ ପାଇଁ ତାଙ୍କ ପାର୍ଟିର ବିଶେଷ ଦୃଷ୍ଟି ଦିଏ ବୋଲି କମଲ କହିଛନ୍ତି ।
ବୈଦେଶିକ ମନ୍ତ୍ରୀ ସୁଷମା ସ୍ଵରାଜ ବିଭିନ୍ନ ଦେଶର ପ୍ରତିନିଧି ଥିବା ଜାତିସଂଘର ଏକ ସ୍ଥାୟୀ ସଦସ୍ୟ ଦଳକୁ ସାକ୍ଷାତ କରିଛନ୍ତି । ବୈଦେଶିକ ମୁଖପାତ୍ର ରାବିଶ କୁମାର ଟ୍ବିଟ କରି କହିଛନ୍ତି ଯେ ଭରତ ଗସ୍ତ ରେ ଆସୁଥିବା ଜାତିସଂଘର ସ୍ଥାୟୀ ସଦସ୍ୟ ରାଷ୍ଟ୍ରମାନଙ୍କର ଏକ ଦଳକୁ ସୁଷମା ସ୍ଵରାଜ ସ୍ଵାଗତ କରିଛନ୍ତି ଏବଂ ସାମୁହିକ ସ୍ଵାର୍ଥ ପାଇଁ ଏକ ସାଙ୍ଗରେ ଆସିବାକୁ ଆହ୍ଵାନ କରିଛନ୍ତି । କଥୋପୋକଥନ ବେଳେ ସୁଷମା ସ୍ଵରାଜ ଅନ୍ତର୍ଜାତିକ ସହଭାଗିତାକୁ ସୁଦୃଢ କରିବା ଏବଂ ଆଞ୍ଚଳିକ ସମସ୍ୟାକୁ ସମାଧାନ କରିବା ସହ ଜାତିସଂଘର ସୁରକ୍ଷା ପରିଷଦକୁ ପୁନର୍ଗଠନକୁ ନେଇ ନିଜ ମତ ରଖିଥିଲେ ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବିରେ ଅନଶନ ଆରମ୍ଭ କରିବା ପାଇଁ ଯାଉଛନ୍ତି । ଅନଶନ ପୂର୍ବରୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଅରବିନ୍ଦ କେଜରିୱାଲ କେନ୍ଦ୍ର ସରକାରଙ୍କୁ କଟାକ୍ଷ କରି କହିଛନ୍ତି ଯେ, ୭୦ ବର୍ଷରେ ଯେଉଁ କାମ ପାକିସ୍ତାନ କରିପାରିଲା ନାହିଁ ସେହି କାମକୁ ମାତ୍ର ୫ ବର୍ଷରେ ମୋଦି-ଶାହ ଯୋଡ଼ି କରିଦେଖାଇଛନ୍ତି । ଦେଶରେ ଶାନ୍ତି ଭଙ୍ଗ କରିଛନ୍ତି ମୋଦି ସରକାର । ଦେଶରେ ଶାନ୍ତି ବଜାୟ ନ ରହିଲେ ଦେଶର ବିକାଶ ହେବନାହିଁ । ଦେଶ ଭିତରେ ଏବେ ଭୟର ବାତାବରଣ । ସାଧାରଣ ଲୋକେ ଭୟରେ ଜୀବନ ବ୍ୟତିତ କରୁଛନ୍ତି । ଯାଂଚ ଏଜେନ୍ସି ଗୁଡ଼ିକର ଦୂରପୋଯୋଗ କରାଯାଉଛି ବୋଲି କହିଛନ୍ତି ଅରବିନ୍ଦ । ଏବେ ଜନତାଙ୍କ ସମୟ ଆସିଛି ଏବଂ ମୋଦି-ଶାହଙ୍କ ଯୋଡ଼ିକୁ ମୁକାବିଲା କେବଳ ଜନତା ହିଁ କରିପାରିବେ ବୋଲି କହିଛନ୍ତି…
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୂଆପଡ଼ା ଗସ୍ତ କରିଛନ୍ତି । ସେ ଏଠାରେ ବିଭିନ୍ନ ପ୍ରକଳ୍ପନର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏଠାରେ ମୁଖ୍ୟମନ୍ତ୍ରୀ ୨୩୭.୩୫ କୋଟି ଟଙ୍କାର ୩୯ଟି ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ ସହ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ବୋଧନ ଦେଇ କହିଥିଲେ ଯେ, ’କାଳିଆ’ ଯୋଜନାରେ ୩୦ ଲକ୍ଷରୁ ଅଧିକ ଚାଷୀ ସହାୟତା ପାଇଲେଣି, ଏପ୍ରିଲ୍ ୧ରେ ଦ୍ବିତୀୟ କିସ୍ତି ‘କାଳିଆ ଟଙ୍କା’ ମିଳିବ ବୋଲି ମଧ୍ୟ କହିଛନ୍ତି । ଏହାଛଡ଼ା ଚାଷୀଙ୍କୁ ବିନା ସୁଧରେ ଋଣ ଦିଆଯାଉଛି ଓ କେନ୍ଦ୍ର ସରକାର ୬ ହଜାର ପରିବର୍ତ୍ତେ ୧୦ ହଜାର ଟଙ୍କା ଦେବା ପାଇଁ ଦାବି କରିଥିଲେ ।
ପୁଲୱାମା ଆକ୍ରମଣ ପରେ କେନ୍ଦ୍ର ସରକାର ଅର୍ଦ୍ଧ ସାମରିକ ବଳଙ୍କୁ ଆଉ ଏକ ଉପହାର ଦେଇଛନ୍ତି । ରିପୋର୍ଟ ଅନୁସାରେ କେନ୍ଦ୍ର ଗୃହ ବିଭାଗ ରବିବାର କେନ୍ଦ୍ର ସଶସ୍ତ୍ର ସେନା ବଳ(ସିଏପିଏଫ)ର ଇନସପେକ୍ଟର ଏବଂ ଉପର ଅଧିକାରୀଙ୍କୁ ଦିଆଯାଉଥିବା ଆରଏଚ୍ଏ ୭୮ ପ୍ରତିଶତ ବଢାଇଥିବା ଘୋଷଣା କରିଛନ୍ତି । ଗୃହ ମନ୍ତ୍ରାଳୟ ଅନୁସାରେ, ଅର୍ଦ୍ଧ ସାମରିକ ବଳର ଯବାନ ମାନଙ୍କୁ ଏବେ ମାସିକ ଭତ୍ତା ୯,୭୦୦ରୁ ୧୭,୩୦୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ଅଧିକାରୀମାନଙ୍କୁ ମିଳୁଥିବା ମାସିକ ଭତ୍ତା ୧୬,୯୦୦ରୁ ୨୫,୦୦୦ କରାଯାଇଛି । ଏହାର ଲାଭ ଜମ୍ମୁ କାଶ୍ମୀରର ତଥା ନକ୍ସଲ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ନିୟୋଜିତ ଥିବା ଯବାନ ମାନଙ୍କୁ ମିଳିବ । ଆତଙ୍କବାଦୀ ଆକ୍ରମଣକୁ ନଜରରେ ରଖି କେନ୍ଦ୍ର ସରକାର ଜମ୍ମୁ କାଶ୍ମୀରରେ ନିୟୋଜିତ ଥିବା ଯବାନମାନଙ୍କୁ ଆକାଶ ମାର୍ଗରେ ଯାତ୍ରା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
କଲିକତାରେ ଜଣେ ବରିଷ୍ଠ ଅଧିକାରୀ ଗୌରବ ଦତ୍ତଙ୍କ ଆତ୍ମହତ୍ୟାର ମାମଲାକୁ ନେଇ ପଶ୍ଚିମବଙ୍ଗର ରାଜନୀତି ବେଶ୍ ସରଗରମ ହେବା ସହିତ ଆରୋପ-ପ୍ରତ୍ୟାରୋପ ଜାରି ରହିଛି । ଏହି ମାମଲାରେ ଦତ୍ତଙ୍କ ପତ୍ନୀଙ୍କ ସହ ବିଜେପି ନେତା ମୁକୁଲ୍ ରାୟ ସୁପ୍ରିମକୋର୍ଟର ଦ୍ୱାରସ୍ତ ହୋଇଛନ୍ତି । ୧୯୮୬ ବ୍ୟାଚର ଆଇପିଏସ୍ ଅଧିକାରୀ ଦତ୍ତ ଫେବୃୟାରୀ ୧୯ ତାରିଖରେ ମୃତ୍ୟୁବରଣ କରିଛନ୍ତି । ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ତାଙ୍କ ସୁସାଇଡ୍ ନୋଟରେ ତାଙ୍କର ଏଭଳି ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦାୟୀ କରିଛନ୍ତି । ଦତ୍ତ ମମତାଙ୍କୁ ‘କମ୍ପଲସରୀ ୱେଟିଙ୍ଗ୍’ରେ ରଖିବାର ଏବଂ ୩୧ ଡିସେମ୍ବର ୨୦୧୮ ରେ ଅବସର ପାଇବା ପରେ ତାଙ୍କ ଅବସର ରାଶିକୁ ରୋକି ତାଙ୍କୁ ଆତ୍ମହତ୍ୟା କରିବାପାଇଁ ଉସୁକାଇ ଥିଲେ ବୋଲି ଅଭିଯୋଗ ରହିଛି । ଏହି ମାମଲାରେ ବିଜେପି ନେତା ମୁକୁଲ୍ ରାୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆତ୍ମହତ୍ୟା ପାଇଁ ଉସକାଇଥିବା ଆରୋପରେ ଗିରଫ…
‘ଶାନ୍ତି ପାଇଁ ସୁଯୋଗଟିଏ ଦିଅନ୍ତୁ’ ବୋଲି ରବିବାର ଦିନ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କହିଛନ୍ତି। ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ-ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଛି ବିବାଦ । ଏହାକୁ ନେଇ ନିୟନ୍ତ୍ରଣ ରେଖାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ବଢାଯାଇଛି । ତେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଏନେଇ ଏକ ବୟାନରେ କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ପାଇଁ ଉଦ୍ୟମ କରାଯିବା ଆବଶ୍ୟକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାନ୍ତି ଆଲୋଚନା ପାଇଁ ପାକିସ୍ତାନକୁ ଥରେ ମାତ୍ର ସୁଯୋଗ ଦେବା ଆବଶ୍ୟକ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏକ ବିବୃତ୍ତିରେ ଏହା ପ୍ରକାଶ ପାଇଛି । ଦୁଇଦେଶ ଦାରିଦ୍ର୍ୟ ଦୂରୀକରଣ ତଥା ନିରକ୍ଷରତା ବିରୋଧରେ ମିଳିତ ଭାବେ ଲଢ଼େଇ କରିବା ଆବଶ୍ୟକ। ଏହା ପରିବର୍ତ୍ତେ ନିଜ ନିଜ ମଧ୍ୟରେ ଲଢ଼େଇ କଲେ କୌଣସି ସୁଫଳ ମିଳିପାରିବ ନାହିଁ ବୋଲି ଇମ୍ରାନ୍ କହିଛନ୍ତି।
କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ରବର୍ଟ ଭଦ୍ରା ରାଜନୀତିକୁ ଆସିବା ନେଇ ଚର୍ଚ୍ଚା ଯୋର ଧରିଛି। ଗତକାଲି ସୋସିଆଲ ମିଡିଆରେ ରବର୍ଟ ଏସମ୍ପର୍କରେ ସାମାନ୍ୟ ସୂଚନା ଦେଇଥିଲେ। ଏହାର ଠିକ୍ ଗୋଟିଏ ଦିନପରେ ଏବେ ରବର୍ଟଙ୍କର ଏକ ପୋଷ୍ଟର ଏହାକୁ ଆହୁରି ସରଗରମ କରିଛି । ତେବେ ପୋଷ୍ଟରଟି ଉତ୍ତର ପ୍ରଦେଶରେ ଲାଗିଥିବା ବେଳେ ଏଥିରେ ରବର୍ଟଙ୍କ ସହ ସୋନିଆ ଗାନ୍ଧୀ ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଫଟୋ ରହିଛି। ମୁରାଦାବାଦ ଯୁବ କଂଗ୍ରେସ ପକ୍ଷରୁ ଲଗାଯାଇଥିବା ଏହି ପୋଷ୍ଟରରେ ମୁରାଦାବାଦ ଲୋକ ସଭା ଆସନରେ ରବର୍ଟ ଭଦ୍ରାଙ୍କ ନିର୍ବାଚନ ଲଢିବାକୁ ସ୍ବାଗତ କରାଯାଇଛି। ସୂଚନାଯୋଗ୍ୟ ଯେ, ରବିବାର ରବର୍ଟ ଭଦ୍ରାଙ୍କର ଏକ ସୋସିଆଲ ମିଡିଆ ପୋଷ୍ଟକୁ ଦେଖି ଏଭଳି ଆଲୋଚନା କରାଯାଉଛି। ଉକ୍ତ ପୋଷ୍ଟରେ ଭଦ୍ରା ଭାଜପା ସରକାରଙ୍କ ଉପରେ ବର୍ଷିଥିବାବେଳେ ତେବେ ସରକାର ତାଙ୍କ ନାଁକୁ ଖରାପ କରିବାକୁ ତାଙ୍କ ବିରୋଧରେ ଷଡଯନ୍ତ୍ର କରିଥିବା ସେ…
ପୁଣି ଭାଇରାଲ୍ ହେଲା ମାଟ୍ରିକ୍ ପ୍ରଶ୍ନପତ୍ର । ଗତ ୨୨ ତାରିଖ ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ ଦିନ ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା । ପୁନର୍ବାର ଆଜି ଇଂରାଜୀ ପରୀକ୍ଷାର ପ୍ରଶ୍ନପତ୍ର ମଧ୍ୟ ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି। ବଲାଙ୍ଗିର ଜିଲ୍ଲାରେ ଏହି ପ୍ରଶ୍ନପତ୍ର ଭାଇରାଲ ହୋଇଥିବା କୁହାଯାଉଛି। ପରୀକ୍ଷା ଚାଲିଥିବା ବେଳେ ‘ସେଟ୍- ଏ’ ପ୍ରଶ୍ନପତ୍ର ସୋଶାଲ ମିଡିଆରେ ଘୁରି ବୁଲୁଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ୨୨ ତାରିଖରେ ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା। ପ୍ରଥମ ଦିନ ଥିଲା ମାତୃଭାଷା ପରୀକ୍ଷା। ତେବେ ପରୀକ୍ଷା ଚାଲିଥିବା ବେଳେ ନୂଆପଡ଼ା, ଢେଙ୍କାନାଳ ଓ କୋରାପୁଟ ଜିଲ୍ଲାରେ ପ୍ରଶ୍ନପତ୍ର ସୋଶାଲ ମିଡିଆରେ ବୁଲୁଥିବା ଦେଖିବାକୁ ମିଳିଥିଲା। ସ୍ବଚ୍ଛ ଓ ପ୍ରଶ୍ନପତ୍ର ପ୍ରଘଟ ରୋକିବା ପାଇଁ ସରକାରଙ୍କ ତରଫରୁ ବ୍ୟାପକ ପ୍ରସ୍ତୁତି ଓ ବ୍ୟବସ୍ଥା ଗ୍ରହଣ କରାଯାଇଥିବାବେଳେ ପୁଣିଥରେ ପ୍ରଶ୍ନପତ୍ର ପ୍ରଘଟ ବୋର୍ଡ କର୍ତ୍ତୃପକ୍ଷ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।
ରାଜ୍ୟ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ ଉପହାର ଘୋଷଣା କରିଛନ୍ତି । ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତାକୁ ସରକାର ୩ ପ୍ରତିଶତ ବୃଦ୍ଧି କରିଛନ୍ତି। ୨୦୧୯ ଜାନୁଆରି ପହିଲାରୁ ପିଛିଲା ଭାବେ ଏହା ଲାଗୁ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ଏଣିକି ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ୯ରୁ ୧୨ ପ୍ରତିଶତ ମହାଙ୍ଗା ଭତ୍ତା ପାଇବେ। ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ରାଜ୍ୟର ୪୮ ଲକ୍ଷ ସରକାରୀ କର୍ମଚାରୀ ଉପକୃତ ହେବେ । ସେହିଭଳି ୬୨ ଲକ୍ଷ ପେନସନଭୋଗୀ ମଧ୍ୟ ଏହାର ଲାଭ ପାଇବେ ।
ବଲିଉଡ୍ ଖଳନାୟକ ଡ୍ୟାନି ଡେଞ୍ଜୋଙ୍ଗ୍ପା ଆଜି ୭୧ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୪୮ ଫେବୃୟାରୀ ୨୫ରେ ସିକିମ୍ର ଗ୍ୟାଙ୍ଗଟକ୍ଠାରେ ଜନ୍ମଗ୍ରହଣ କରିଥିଲେ। ଡ୍ୟାନିଙ୍କ ପୂରାନାମ ଥେସରିଂ ଫିଣ୍ଟୋସ୍ ଡେଞ୍ଜୋଙ୍ଗ୍ପା ଥିଲା। ୧୯୭୧ରେ ‘ଜରୁରତ୍’ରୁ ଫିଲ୍ମ କ୍ୟାରିଅର୍ ଆରମ୍ଭ କରିଥିବାବେଳେ ଗୁଲଜାର୍ଙ୍କ ‘ମେରେ ଅପ୍ନେ’ରେ ସମସ୍ତଙ୍କ ଦୃଷ୍ଟି ଆର୍କଷଣ କରିଥିଲେ । ୧୯୦ରୁ ଉର୍ଦ୍ଧ୍ବ ଫିଲ୍ମରେ ସେ ତାଙ୍କ ଅଭିନୟ ଦେଖାଇସାରିଛନ୍ତି । ତେବେ ତାଙ୍କ ଲୋକପ୍ରିୟ ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି – ଧୁଣ୍ଡ, ୩୬ ଘଣ୍ଟେ, ବନ୍ଦିସ୍, ଜିଓ ଔର ଜିନେ ଦୋ, ଧର୍ମ ଔର କାନୁନ୍, ଅଗ୍ନିପଥ, ଫକୀରା, ଚୋର ମଚାଏ ସୋର୍, ଦେବତା, କାଲୀଚରଣ, ବୁଲନ୍ଦୀ, ଅଧିକାର, ଫିର୍ ଓ୍ବହୀ ରାତ୍ ପ୍ରମୁଖ । ନିକଟରେ ତାଙ୍କୁ କଙ୍ଗନା ରଣାଓ୍ବତଙ୍କ ଫିଲ୍ମ ‘ମଣିକର୍ଣ୍ଣିକା’ରେ ଦେଖିବାକୁ ମିଳିଥିଲା । ସେ ସିକିମ୍ର ରାଜକୁମାରୀ ଗାଓ୍ବାକୁ ବିବାହ କରିଥିବାବେଳେ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି ।
ସୋମବାର ଦିନ ଏକ ଦିଲ୍ଲୀ ଅଦାଲତ ସାମ୍ବାଦିକା ପ୍ରିୟା ରମାନିଙ୍କୁ ୧୦ ହଜାର ଟଙ୍କାର ବ୍ୟକ୍ତିଗତ ବେଲ୍ ବଣ୍ଡ୍ରେ ଜାମିନ ମଞ୍ଜୁର କରିଛନ୍ତି। ପିୟା ରମାନୀ ଏମ୍ ଜେ ଆକରବଙ୍କ ବିରୁଦ୍ଧରେ #ମିଠୁରେ ଅଭିଯୋଗ କରିଥିଲେ । ଏହା ବିରୋଧରେ କେନ୍ଦ୍ର ମନ୍ତ୍ରୀ ଏମ୍ ଜେ ଆକବର ଏକ ମାନହାନୀ ମାମଲା ଦାଏର କରିଥିଲେ। ଜାନୁଆରି ୨୯ ତାରିଖ ଦିନ ଆଡିସ୍ନାଲ୍ ଚିଫ୍ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ ସମର ବିଶାଳ ଆକବରଙ୍କ ଆବେଦନ ସଂକ୍ରାନ୍ତରେ ଏକ ନିର୍ଦେଶନାମା ଜାରି କରିବା ପରେ ସୋମବାର ଦିନ ପ୍ରିୟା ପଟିଆଲା ହାଉସ୍ କୋର୍ଟରେ ହାଜର ହୋଇଥିଲେ। ଏପ୍ରିଲ୍ ୧୦ ଦିନ ପରବର୍ତ୍ତୀ ଶୁଣାଣି ଲାଗି ଅଦାଲତ ଦିନ ଧାର୍ଯ୍ୟ କରିଛନ୍ତି। ରମାନିଙ୍କ ଅଭିଯୋଗକୁ ଆକବର ଅସ୍ବୀକାର କରିଛନ୍ତି । ତେବେ ପ୍ରିୟା କହିଛନ୍ତି ଯେ ସତ୍ୟ ହିଁ ମୋର ରକ୍ଷା କରିବ ।
ସ୍ଥାୟୀ ନାଗରିକତ୍ଵ ପ୍ରମାଣପତ୍ର ନେଇ ଅରୁଣାଚଳ ପ୍ରଦେଶରେ ହିଂସା କାରଣରୁ ତିନିଜଣଙ୍କର ହତ୍ୟା ହେବାପରେ ସେଠାରେ ପରିସ୍ଥିତି ଏବେ ଅଣାୟତ୍ତ ହୋଇପଡିଛି । ସରକାର ବିରୋଧରେ ଆନ୍ଦୋଳନ ଚାଲିଥିବାବେଳେ ଆନ୍ଦୋଳନକାରୀମାନେ ଉପମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳାରେ ମଧ୍ୟ ନିଆଁ ଲଗାଇଦେଇଛନ୍ତି । ଏହି ସମୟରେ ଅରୁଣାଚଳପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖାଁଡୁଙ୍କ ଜନସାଧାରଣଙ୍କୁ ଶାନ୍ତି ଶୃଙ୍ଖଳା ରଖିବା ପାଇଁ ଏକ ଟେଲିଭିଜନ ସାକ୍ଷାତକାରରେ ନିବେଦନ କରିଛନ୍ତି । ସେ କହିଛନ୍ତି ଯେ – ଆମ ରାଜ୍ୟ ବିବିଧତା ଭିତରେ ଏକତା ପାଇଁ ବେଶ୍ ପରିଚିତ ହାସଲ କରିଛି । ସେଥିପାଇଁ ବିରୋଧ ପ୍ରଦର୍ଶନ ନ କରି ହିଂସାରେ ଭାଗ ନ ନେଇ ଶାନ୍ତିର ସହ ଘରେ ରହିବାକୁ ଅନୁରୋଧ କରିଛନ୍ତି । ଏହି ସମୟରେ ରାଜ୍ୟର କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବାମ୍ ତୁକୀ ରାଜ୍ୟରେ ବିଜେପି ସରକାରଙ୍କ ବରଖାସ୍ତ ଦାବି କରିଛନ୍ତି । ତାଙ୍କ ମତରେ ବର୍ତ୍ତମାନର ପରିସ୍ଥିତିରେ ରାଜ୍ୟରେ ରାଷ୍ଟ୍ରପତି ଶାସନ…

