Author: Samikhsya Bureau

ସୈଫ୍‌ ତନୟା ସାରା ଅଲ୍ଲୀ ପୁଣି ଏବେ ଚର୍ଚ୍ଚାରେ । ‘କେଦାରନାଥ’ ଜରିଆରେ ବଲିଉଡ୍‌ ଡେବ୍ୟୁ କରିଥିବା ସାରା ଫିଲ୍ମରେ ଭଲ ଅଭିନୟ କରି ସଫଳତା ସାଉଁଟିଥିଲେ । ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ନାୟକ ସାଜିଥିଲେ ସୁଶାନ୍ତ ସିଂହ ରାଜପୁତ୍‌ । ପରବର୍ତ୍ତୀ ସମୟରେ ଅଭିନେତା ରଣବୀର ସିଂଙ୍କ ସହ ‘ଶିମ୍ବା’ ଫିଲ୍ମରେ ନଜର ଆସିଥିଲେ । ଦୁଇଟିଯାକ ଫିଲ୍ମ ବକ୍ସ ଅଫିସ୍‌ରେ ବେଶ୍‌ ସଫଳ ରହିଥିଲା । ସାରା ବର୍ତ୍ତମାନ କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ସହ ଇମ୍‌ତିଆଜ ଅଲ୍ଲୀଙ୍କ ଫିଲ୍ମ ‘ଲଭ୍‌ ଆଜକଲ୍‌’ର ସ୍ବିକେଲ୍‌ରେ କାମ କରିବେ ବୋଲି ସୂଚନା ରହିଛି । ସାରାଙ୍କୁ ଉଦ୍ଦାମ ସିଂଙ୍କ ବାୟୋପିକ୍‌ରେ ଅଭିନୟ କରିବା ପାଇଁ ଅଫର୍‌ ମିଳିଥିଲା । ଏହି ଫିଲ୍ମରେ ଅଭିନେତା ଭିକି କୌଶଲ୍‌ ଲିଡ୍‌ ନାୟକ ଥିବାବେଳେ ଏହାର ନିର୍ଦ୍ଦେଶନା ଦାୟିତ୍ବ ସୁଜିତ୍‌ ସିର୍‌କାର ନେଇଛନ୍ତି । ଏହି ଫିଲ୍ମ ପାଇଁ ସାରା ମନା କରିଥିବାର ଜଣାପଡିଛି ।…

Read More

ପୂର୍ବତନ ବିଜେଡ଼ି ନେତା ବାବୁ ସିଂହ ବିଜେପିରେ ଯୋଗଦେଇଛନ୍ତି । ସଭାପତି ବସନ୍ତ ପଣ୍ଡା, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜାତୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ଅପରାଜିତା ଷଡଙ୍ଗୀ, କେଭି ସିଂହଦେଓ ପ୍ରମୁଖ ଉପସ୍ଥିତ ରହିଥିଲେ ସେ ଦଳରେ ସାମିଲ ହୋଇଛନ୍ତି । ତାଙ୍କ ସହିତ ଶତାଧିକ ବିଜେଡି କର୍ମି ମଧ୍ୟ ବିଜେପିରେ ଯୋଗଦେଇଛନ୍ତି । ବହୁତ ଦିନ ଧରି ସେ ବିଜେଡ଼ିରେ ରହି ସଂଗଠନ କାର୍ଯ୍ୟ କରୁଥିଲେ। ହେଲେ ତାଙ୍କୁ ଟିକେଟ ନ ମିଳିବାର ଆଶଙ୍କା କରି ବିଜେଡିରୁ ଇସ୍ତଫା ଦେଇଥିଲେ । ସେ ବିଜେଡିର ଭୁବନେଶ୍ୱରର କାର୍ଯ୍ୟକାରୀ ସଭାପତି ଥିଲେ। ବିଜେଡି ଟିକେଟରେ ସେ ଭୁବନେଶ୍ୱରର ଏକାମ୍ର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିବାକୁ ଆଶା ରଖିଥିଲେ। ତେବେ ବିଜେପିର ଯୋଗଦେବା ପରେ ବାବୁ ସିଂ ଟିକେଟ ପାଇବାକୁ ନେଇ ଚର୍ଚ୍ଚା ଚାଲିଛି।

Read More

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ତହସିଲ କାର୍ଯ୍ୟାଳୟରେ ଉତ୍ତ୍ୟକ୍ତ ଲୋକମାନେ ପଶି ଆଜି ଭଙ୍ଗାରୁଜା କରିଛନ୍ତି। ବାଘମାରୀ ନିକଟସ୍ଥ ଗୋଡିପୋଖରୀ ଗାଁରେ ଜବରଦଖଲ ହୋଇଥିବା ଏକ ସରକାରୀ ଜମି ଉଚ୍ଛେଦ କରିବାକୁ  ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତା ସତ୍ତ୍ବେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ କରି ଲୋକମାନେ ଭଙ୍ଗାରୁଜା କରିଛନ୍ତି। ଏହି ଘଟଣାରେ ପୋଲିସ ୧୦ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।  ଗୋଟିଏ ଗୋଷ୍ଠୀର ଲୋକ ଏହି କାଣ୍ଡ ଭିଆଇଥିବା ପୋଲିସ କହିଛି। ବେଗୁନିଆ ଥାନାରେ ଏକ କେସ ରୁଜୁ ହୋଇଛି।

Read More

କଂଗ୍ରେସ ନେତା ପ୍ରଦୀପ ଦିସାରି ଆଜି ବିଜେଡିରେ ଯୋଗଦେଇଛନ୍ତି। ନବୀନ ନିବାସରେ ସମର୍ଥକମାନଙ୍କ ସହ  ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ମିଶିଛନ୍ତି। ସେ ଗତ ନିର୍ବାଚନରେ ଲାଞ୍ଜିଗଡ ଆସନରେ କଂଗ୍ରେସର ପ୍ରାର୍ଥୀ ହୋଇଥିଲେ। ନବୀନ ପଟ୍ଟନାୟକଙ୍କ ବିକାଶମୁଖୀ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ଯୋଗଦେଇଛନ୍ତି ବୋଲି କହିଛନ୍ତି। ପ୍ରଦୀପଙ୍କ ଯୋଗଦାନ କଳାହାଣ୍ଡି ଜିଲ୍ଲାରେ ଦଳକୁ ଆହୁରି ମଜବୁତ କରିବ ବୋଲି ମୁଖ୍ୟମନ୍ତ୍ରୀ ତଥା ବିଜେଡି  ସଭାପତି କହିଛନ୍ତି। ସେହିପରି ଗତକାଲି ବାଲେଶ୍ବର ଜିଲ୍ଲା ନୀଳଗିରିର ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ସୁଷମା ବିଶ୍ବାଳ ମଧ୍ୟ ବିଜେଡିରେ ଯୋଗଦେଇଛନ୍ତି।

Read More

ବିଏସ୍‌ପି ସୁପ୍ରିମୋ ମାୟାବତୀ ପୁଣି ଥରେ ମେଣ୍ଟକୁ ନେଇ ନିଜ ଆଭିମୁଖ୍ୟ ରଖିଛନ୍ତି। ମାୟାବତୀ ଚଳିତ ଲୋକସଭା ନିର୍ବାଚନ ପାଇଁ କୌଣସି ରାଜ୍ୟରେ କଂଗ୍ରେସ ସହ ମେଣ୍ଟ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ବିଏସ୍‌ପି ପୁଣିଥରେ କଂଗ୍ରେସ ସହ ମେଣ୍ଟ ପ୍ରସ୍ତାବକୁ ଖାରଜ କରିଛି। ଉତ୍ତରପ୍ରଦେଶର ଲୋକସଭା ନିର୍ବାଚନ ପାଇଁ ସପା ଓ ବିଏସ୍‌ପି ସହ ମହାମେଣ୍ଟ କରିଛି। ସେଠାରେ ଦୁହେଁ ୩୭-୩୮ ସିଟ୍‌ରେ ନିର୍ବାଚନ ଲଢିବେ ବୋଲି ସୂଚନା ଦେଇଛନ୍ତି। ତେବେ ଏଠାରେ ସପା ଅଧ୍ୟକ୍ଷ ଅଖିଳେଶ କହିଛନ୍ତି ଯେ, ଉତ୍ତରପ୍ରଦେଶ ଆସନ ପାଇଁ ମହାମେଣ୍ଟରେ କଂଗ୍ରେସ ମଧ୍ୟ ସାମିଲ୍‌ ରହିଛି ଏବଂ କଂଗ୍ରେସକୁ ଆମେଠି ଓ ରୟବେରଲୀ ଦୁଇଟି ଆସନ ଦିଆଯାଇଛି। ଠିକ୍‌ ଏହି ସମୟରେ ମାୟାବତୀ ଆଗାମୀ ଲୋକସଭା ନିର୍ବାଚନରେ କଂଗ୍ରେସଠାରୁ ଦୂରେଇ ରହିବାକୁ ଚାହୁଁଥିବା ସ୍ପଷ୍ଟ କରିଛି। ବିଏସପି ଓ ସପା ମଧ୍ୟରେ ମଧ୍ୟପ୍ରଦେଶରେ ମଧ୍ୟ ଆସନ ବୁଝାମଣା ହୋଇଛି।

Read More

୨୦୧୪ ନିର୍ବାଚନ ପରଠାରୁ ରାଜନୀତଠାରୁ ଦୂରରେ ରହୁଥିବା ପୂର୍ବତନ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ଚଳିତ ନିର୍ବାଚନ ନ ଲଢିବାକୁ  ନେଇ ଚର୍ଚ୍ଚା ଲାଗି ରହିଥିଲା। ଶୁଣିବାକୁ ମିଳିଥିଲା ଯେ, ଚଳିତ ଥର ସୋନିଆଙ୍କ ରୟବରେଲୀ ଆସନରୁ ତାଙ୍କ ପୁତ୍ରୀ ପ୍ରିୟଙ୍କା ନିର୍ବାଚନ ଲଢିବେ। କିନ୍ତୁ ସମସ୍ତ କଳ୍ପନା ଜଳ୍ପନାକୁ ପଛ କରି ସୋନିଆ ଗାନ୍ଧି ଚଳିତ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ତେବେ ନିର୍ବାଚନ ଲଢିବା ପୂର୍ବରୁ ଆଜି ଅହମଦାବାଦଠାରେ ଅନୁଷ୍ଠିତ ଥିବା କଂଗ୍ରେସର କାର୍ଯ୍ୟକାରିଣୀ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ସୋନିଆ ଗାନ୍ଧି। ସେ କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୀଡ଼ିତ କାର୍ଡ ଖେଳୁଛନ୍ତି।  ମୋଦି ନିଜକୁ ପୀଡ଼ିତ କହୁଥିବାବେଳେ ସାଧାରଣ ଜନତା ଏଠି ପୀଡ଼ିତ ହୋଇଛନ୍ତି। ଦେଶବାସୀ ମୋଦିଙ୍କ ଖରାପ ରାଜନୀତିର କୁପରିଣାମ ଭୋଗିବାକୁ ବାଧ୍ୟ ହେଉଛନ୍ତି।” ଦେଶର ସ୍ୱାର୍ଥ ତଥା ଜାତୀୟ ସୁରକ୍ଷାକୁ ନେଇ ମୋଦି ରାଜନୀତି କରୁଥିବାରୁ ସୋନିଆ ତାଙ୍କୁ କଡ଼ା…

Read More

ଛତ୍ରପୁରର ବିଜେଡି କର୍ପୋରେଟର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ବିଜେପି ନେତା ଭୃଗୁ ବକ୍ସିପାତ୍ର ଓ ଗୋଲକ ମହାପାତ୍ରଙ୍କୁ ଆଶ୍ବସ୍ତି ମିଳିଛି। ହାଇକୋର୍ଟ  ଏହି ମାମଲାରେ ଉଭୟଙ୍କୁ ଅନ୍ତରୀଣ ସୁରକ୍ଷା ଦେବା ସହ କେସ ଡାଏରୀ ଦାଖଲ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।  ଥାନାରେ ହାଜର ହେବାକୁ ଉଭୟଙ୍କୁ ପୋଲିସ ପକ୍ଷରୁ ନୋଟିସ ଜାରି କରାଯାଇଥିଲା ।  ଏହାକୁ ସେମାନେ ହାଇକୋର୍ଟରେ ଚାଲେଞ୍ଜ କରିଛନ୍ତି ।  ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା 19 ତାରିଖରେ ହେବ ବୋଲି ଆଡଭୋକେଟ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି । ଏହି ହତ୍ୟା ଘଟଣାରେ ଦୁଇ ବିଜେପି ନେତା ଅଭିଯୁକ୍ତକୁ ସୁରକ୍ଷା ଦେବାରେ ସାହାଯ୍ୟ କରିଥିବା ପୋଲିସ ଜାଣିବାକୁ ପାଇଥିଲା ।

Read More

କଟକସ୍ଥିତ  ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଅନୁଷ୍ଠିତ  ମାଟ୍ରିକ୍‌ ପରୀକ୍ଷା ପରିଚାଳନା କମିଟି ବୈଠକ ବିଫଳ ହୋଇଛି। ବୈଠକରୁ କୌଣସି ନିର୍ଯ୍ୟାସ ବାହାରି ପାରିନାହିଁ। ଏବେ ବି ୭୮୩ ପରୀକ୍ଷାର୍ଥୀଙ୍କ ଭାଗ୍ୟ ଅନିଶ୍ଚିତତା ଘେରରେ ରହିଛି । ଶିକ୍ଷା ପରିଷଦ ସଭାପତିଙ୍କ ଅଧ୍ୟକ୍ଷତାରେ ୬ ଜଣିଆ କମିଟି ବୈଠକ ବସିଥିଲା। ଏହି ବୈଠକରେ ଚଳିତ ମାଟ୍ରିକ ପରୀକ୍ଷାରେ ବାତିଲ୍‌ ହୋଇଥିବା ତିନୋଟି କେନ୍ଦ୍ରର ପରୀକ୍ଷା ଓ ଗାଏବ ହୋଇଥିବା ୧୦୮ଟି ଗଣିତ ଓଏମ୍‌ଆର ସିଟ୍‌କୁ ନେଇ ନିଷ୍ପତ୍ତି ନିଆଯିବାର ଥିଲା। ତେବେ ଏହି ବୈଠକରେ କୌଣସି ନିଷ୍ପତ୍ତି ନିଆଯାଇପାରିନାହିଁ ।  ମାଟ୍ରିକ ପରୀକ୍ଷାରେ ସଂସ୍କାର ଆଣିବା ପାଇଁ  ଅନେକ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ଚଳିତ ବର୍ଷ ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଥିବାର ଲକ୍ଷ୍ୟ କରାଯାଇଛି। ପରୀକ୍ଷାର ପ୍ରଥମ ଦିନରୁ  ପ୍ରଶ୍ନପତ୍ର ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ ହୋଇଛି। ଏପରିକି କିଛି ଅଞ୍ଚଳରେ ବ୍ୟାପକ କପି ହୋଇଥିବାର ମଧ୍ୟ ଅଭିଯୋଗ ଆସିଛି।  ମାଟ୍ରିକ ପରୀକ୍ଷାର…

Read More

ଭାରତୀୟ ସୁପ୍ରିମ୍‌କୋର୍ଟ ଦେଶରେ ବଢୁଥିବା ପ୍ରଦୂଷଣ ନେଇ ବୟାନ ଦେଇଛନ୍ତି। ଏହି ମାମଲାରେ କେନ୍ଦ୍ର ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି କୋର୍ଟ। ଦେଶରେ ବଢୁଥିବା ପ୍ରଦୂଷଣ ମାତ୍ରାକୁ ନେଇ ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ, ସମସ୍ତେ ବାୟୁ ପ୍ରଦୂଷଣ ପାଇଁ ବାଣ ତଥା ଆତସବାଜି ପଛରେ ପଡ଼ିଥିବାବେଳେ ଅଟୋମୋବାଇଲ୍‌ରୁ ନିର୍ଗତ ଧୂଆଁ ଅଧିକ ପ୍ରଦୂଷଣ କରୁଛି। ବାୟୁ ପ୍ରଦୂଷଣର ମୁଖ୍ୟ କାରଣ ହେଉଛି ଯାନବାହନରୁ ନିର୍ଗତ ଧୂଆଁ। ସୁପ୍ରିମ୍‌କୋର୍ଟର୍ ଏ ସମ୍ପର୍କିତ ତୁଳନାତ୍ମକ ଅଧ୍ୟୟନ ପୂର୍ବକ ଏକ ରିପୋର୍ଟ ଦେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବାଣ କାରଖାନ ବନ୍ଦକୁ ନେଇ ମଧ୍ୟ ଶୁଣାଣି କରିଛନ୍ତି ସୁପ୍ରିମ୍‌କୋର୍ଟ। ସୁପ୍ରିମ୍‌କୋର୍ଟ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, କାହାରିକୁ ଭୋକରେ ରହିବାକୁ ଦିଆଯିବ ନାହିଁ । କୌଣସି ବି ପରିସ୍ଥିତିରେ ବେରୋଜଗାରୀକୁ ପ୍ରୋତ୍ସାହନ ଦିଆଯାଇପାରିବ ନାହିଁ । ଯଦି କୌଣସି ଫ୍ୟାକ୍ଟ୍ରି ତଥା କାମକୁ ଲାଇସେନ୍ସ ଦିଆଯାଇଛି, ସେ ଆଇନ୍‌ ଅଧିକାରୀ ପ୍ରାପ୍ତ…

Read More

ନିର୍ବାଚନ ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ହାତ ଛାଡ଼ି ପଦ୍ମ ସାଥୀ ହୋଇଛନ୍ତି। ଏହି କ୍ରମରେ ମହାରାଷ୍ଟ୍ରର ବରିଷ୍ଠ ନେତା ତଥା ରାଧାକୃଷ୍ଣ ବିଖେ ପାଟିଲ୍‌ଙ୍କ ପୁତ୍ର ସୁଜୟ ବିଖେ ପାଟିଲ୍‌ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ୍‌ ହୋଇଛନ୍ତି। ମୁମ୍ବାଇର ଏକ ବିଜେପି କାର୍ଯ୍ୟକ୍ରମରେ ଯୋଗଦେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କ ଉପସ୍ଥିତିରେ ସୁଜୟ ବିଜେପିରେ ସାମିଲ୍‌ ହୋଇଛନ୍ତି। ଆସନ ନ ମିଳିବା ନେଇ ବିଜେପିରେ ମିଶିଥିବାର ଜଣାପଡିଛି। ମହାରାଷ୍ଟ୍ରରେ ଏନସିପି ସହ କଂଗ୍ରେସ ମେଣ୍ଟ କରିଛି। ଅହମଦନଗର ଲୋକସଭା ଆସନରୁ ସୁଜୟ ନିର୍ବାଚନ ଲଢିବାକୁ ଚାହୁଁଥିବାବେଳେ ସୁଜୟଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା ।

Read More

ଦିଲ୍ଲୀରେ ଏବେ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା ପାଇଁ କସରତ ଚାଲିଛି। ପ୍ରାର୍ଥୀ ତାଲିକାକୁ ନେଇ ରହିଛି ଅନେକ କଳ୍ପନାଜଳ୍ପନା। ତେବେ ଚଳିତ ଥର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ଷିୟାନ କଂଗ୍ରେସ ନେତା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକ ନିର୍ବାଚନ ଲଢିବା ନେଇ ଚର୍ଚ୍ଚାରେ ଅଛନ୍ତି। ସେ ଏ ସମ୍ପର୍କରେ ପରୋକ୍ଷରେ ମତ ମଧ୍ୟ ଦେଇଛନ୍ତି। ଜାନକୀଙ୍କ ନିର୍ବାଚନମଣ୍ଡଳୀ ବେଗୁନିଆରୁ କଂଗ୍ରେସ ଆଶାୟୀ ଅଛନ୍ତି ପୃଥ୍ୱୀବଲ୍ଲଭ। ଦଳ ଟିକେଟ ଦେଲେ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ପୃଥ୍ୱୀ କହିଛନ୍ତି। ବେଗୁନିଆ-ବୋଲଗଡ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ସୁଦୃଢ ଅଛି। ଚୂଡ଼ାନ୍ତ ନିଷ୍ପତ୍ତି ନଆସିଲେ ସେ ଏ ସମ୍ପର୍କରେ ବିଶେଷ କିଛି କହିପାରିବି ନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ଚଳିତ ବର୍ଷ କଂଗ୍ରେସ ଉଭୟ ଦଳକୁ  କଡ଼ା ଟକ୍କର ଦେବ ବୋଲି କହିଛନ୍ତି ପୃଥ୍ୱୀବଲ୍ଲଭ ପଟ୍ଟନାୟକ। ତେବେ ଜାନକୀଙ୍କ ପୁଅ ପୃଥ୍ୱୀବଲ୍ଲଭଙ୍କୁ ନେଇ ସମ୍ଭାବନା ତ ନିଶ୍ଚୟ…

Read More

କରନ୍‌ଙ୍କ ଆଗାମୀ ଫିଲ୍ମ ‘କଲଙ୍କ୍‌’ର ଟିଜର୍‌ ରିଲିଜ୍‌ ହୋଇଛି। ଏହି ଫିଲ୍ମରେ ଆଲିଆ ଭଟ୍ଟ, ବରଣୁ ଧାଓ୍ବନ, ମାଧୁରୀ ଦୀକ୍ଷିତ, ଆଦିତ୍ୟ ରୟ କପୁର୍‌, ସଞ୍ଜୟ ଦତ୍ତ, ସୋନାକ୍ଷୀ ସିହ୍ନା ପ୍ରମୁଖ ଅଭିନୟ କରିଛନ୍ତି। ଏହି ଟିଜର୍‌ରେ ସବୁ କଳାକାରଙ୍କ ପରିଚୟ ରହିଥିବାବେଳେ ଡ୍ୟାନ୍ସି କୁଇନ୍‌ ମାଧୁରୀ ଦୀକ୍ଷିତଙ୍କ ଏକ ନୃତ୍ୟ ରହିଛି, ଯାହାକୁ ସରୋଜ ଖାନ୍‌ କୋରିଓଗ୍ରାଫ କରିଛନ୍ତି। ଏହି ଟିଜର୍‌ରେ ବରୁଣଙ୍କ ଗମ୍ଭୀର ଲୁକ୍‌ ନଜର ଆସିଛି, ଯେଉଁଥିରେ ସେ ରକ୍ତରେ ଗାଧୋଉଥିବାର ଦେଖାଯାଉଛି। ସେହିପରି ଆଦିତ୍ୟ ରୟ କପୁର୍‌ ବର ବେଶରେ ରହିଥିବାବେଳେ ଆଲିଆ ଭଟ୍ଟ ଦୁଲହନ୍‌ ବେଶରେ ବେଶ୍‌ ଆକର୍ଷଣୀୟ ଲାଗୁଛନ୍ତି। ଏହି ଫିଲ୍ମରେ ମାଧୁରୀ ବହାରା ବେଗମ୍‌ ଚରିତ୍ର ନିଭାଉଥିବାବେଳେ ସଞ୍ଜୟ ଦତ୍ତ ବଲରାଜ ଚୌଧୁରୀ ଭୂମିକା ନଜର ଆସୁଛନ୍ତି। ସୋନାକ୍ଷୀ ଏହି ଫିଲ୍ମରେ ସତ୍ୟା ଚରିତ୍ର ନିଭାଉଥିବାବେଳେ ଆଦିତ୍ୟ ଦେବ ଚୌଧୁରୀ ଚରିତ୍ରରେ ନଜର ଆସୁଛନ୍ତି। କରନ୍‌ଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ଥିବା ଏହି…

Read More

ନିର୍ବାଚନ ତାରିଖ ଘୋଷଣା ସରିବା ପରେ ପ୍ରାର୍ଥୀ ଚୟନକୁ ନେଇ ରାଜେନୖତିକ ଦଳଗୁଡ଼ିକ ବେଶ୍‌ ସରଗରମ ରହିଛନ୍ତି। ରାଜନୈତିକ ଦଳ ଗୁଡିକର ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ବିଜୁ ଜନତା ଦଳରେ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ସର୍ବାଧିକ ରହିଛି। ଟିକେଟ ବଣ୍ଟନ ପ୍ରକ୍ରିୟାକୁ ନେଇ ବିଜେଡ଼ି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏଥର ପ୍ରାର୍ଥୀ ଚୟନରେ ବିଜୟ ସମ୍ଭାବନାକୁ ଗୁରୁତ୍ବ ଦିଆଯିବ ବୋଲି ସ୍ପଷ୍ଟ କରିଛନ୍ତି। ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଦଳ ଟିକେଟ୍ ଦେବ। ନିର୍ବାଚନ ତାରିଖ  ଘୋଷଣା ସରିଥିବାରୁ ଖୁବଶୀଘ୍ର ଦଳ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି କହିଛନ୍ତି ନବୀନ। ଏହାସହିତ ଚଳିତ ଥର ବିଜେଡ଼ି ଏକାକୀ ନିର୍ବାଚନ ଲଢ଼ିବ ବୋଲି ସ୍ପଷ୍ଟ କରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ। ୪ ପାଳିର ଶାସନ ପରେ ପୁଣି କ୍ଷମତା ହାତେଇବାକୁ ଉଦ୍ୟମ ଜାରି ରଖିଛି ବିଜେଡ଼ି ।

Read More

ମହେଶ ଭଟ୍ଟଙ୍କ କନ୍ୟା ଆଲିଆ ନିଜର ଦମଦାର୍‌ ଅଭିନୟ ଜରିଆରେ ବଲିଉଡ୍‌ରେ ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରିଛନ୍ତି । ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର୍‌’ରୁ କ୍ୟାରିଅର୍‌ ଆରମ୍ଭ କରିଥିବା ଆଲିଆ ଭଟ୍ଟଙ୍କ  ଅଭିନୟ ବେଶ ପରିପକ୍ଵ । ନିକଟରେ ମିଳିଥିବା ସୂଚନା ଅନୁସାରେ ଲୋକପ୍ରିୟ ନିର୍ମାତା ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀ ତାଙ୍କର ଆଗାମୀ ଫିଲ୍ମରେ ବଲିଉଡ୍‌ ସୁଲତାନ ସଲମାନ୍‌ ଖାନ୍‌ଙ୍କ ସହ କରିବେ । ଏହି ଫିଲ୍ମରେ କିଙ୍ଗ୍‌ ଖାନ୍‌ ଶାହରୁଖ୍‌ ମଧ୍ୟ ନଜର ଆସିବେ । ଏହି ଫିଲ୍ମ ପାଇଁ ମହେଶ ତନୟା ଆଲିଆଙ୍କୁ ଆପ୍ରୋଚ କରାଯାଇଥିବାର ସୂଚନା ରହିଛି । ତେବେ ଦୁଇ ଖାନ୍‌ଙ୍କ ସହ ଆଲିଆ ଅଭିନୟ କରିବେ କି ନାହିଁ ଏ ବିଷୟରେ ସମ୍ପୂର୍ଣ୍ଣ ସୂଚନା ମିଳିପାରିନାହିଁ । ଆଲିଆ ‘ଟୁ ଷ୍ଟେଟସ୍‌’, ‘ହମ୍ପଟି ଶର୍ମା କି ଦୁଲ୍‌ହନିଆଁ, ‘ବଦ୍ରିନାଥ କି ଦୁଲ୍‌ହନିଆଁ’, ‘କପୁର୍‌ ଆଣ୍ଡ ସନସ୍‌’, ‘ଡିୟର ଜିନ୍ଦଗୀ’, ‘ରାଜି’…

Read More

ସାଗରିକା ନିର୍ବାଚନୀ ବିଗୁଲ ବାଜିବା ପରେ ଏବେ ସମସ୍ତ ଦଳମାନଙ୍କର ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ମୋଟ ୭ଟି ପର୍ଯାୟରେ ନିର୍ବାଚନ ହେବ। ଏପ୍ରିଲ ୧୧ ତାରିଖରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ମେ’ ମାସ ୧୯ ତାରିଖରେ ସପ୍ତମ ଅର୍ଥାତ୍ ଶେଷ ପର୍ଯ୍ୟାୟ ନିର୍ବାଚନ ହେବ। ସେହିପରି ଓଡିଶାରେ ୪ଟି ପର୍ଯ୍ୟାୟରେ ଏପ୍ରିଲ ୧୧, ୧୮, ୨୩ ଏବଂ ୨୯ ତାରିଖରେ ମତଦାନ ହେବ। ୨୧ଟି ଲୋକସଭା ଏବଂ ୧୪୭ଟି ବିଧାନସଭା ଆସନ ପାଇଁ ଏକାସଙ୍ଗେ ମତଦାନ ନିଆଯିବ। ମେ’ ୨୩ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ତାରିଖକୁ ସ୍ବାଗତ କରିବା ସହିତ ବହୁତ ଶୀଘ୍ର ବିଜେଡ଼ିର ପ୍ରାର୍ଥୀ ତାଲିକା ପ୍ରକାଶିତ ହେବ ବୋଲି ସୂଚନା ଦେଇଛନ୍ତି। ବିଜେଡ଼ିର ବହୁ ପୁରୁଣା ସଦସ୍ୟ ହାତ ଛାଡ଼ିଥିବାବେଳେ ବହୁ ନୂଆ ତଥା ପୁରୁଣା ସହଯୋଗୀ ବିଜେଡ଼ିରେ ଯୋଗଦେଇଛନ୍ତି। ନିକଟରେ କଂଗ୍ରେସର…

Read More

ଜୈଶ୍‌-ଏ-ମହମ୍ମଦ ମୁଖ୍ୟ ମସୁଦ୍ ଆଝାରକୁ ବିଶ୍ବ ଆତଙ୍କବାଦୀ ଘୋଷଣା କରିବା ନେଇ ଜାତିସଂଘରେ ସଦ୍ୟ ପ୍ରସ୍ତାବ ଆଣିବାପାଇଁ ଆମେରିକା, ବ୍ରିଟେନ୍ ଏବଂ ଫ୍ରାନ୍ସ ପକ୍ଷରୁ ଉଦ୍ୟମ ଜାରି ରହିଥିବାବେଳେ ଚୀନ ପୁଣି ଥରେ ଦୋମୁହାଁ ନୀତି ଆପଣାଇଛି। ଆସନ୍ତା ୧୩ ତାରିଖରେ ଜାତିସଂଘ ସୁରକ୍ଷା କମିଟି ବୈଠକ ହେବା ପୂର୍ବରୁ ଚୀନ୍ ପୁଣି ଏକ ଗୁରୁତ୍ବପୂର୍ଣ୍ଣ ବୟାନ ଦେଇ କହିଛି ଯେ, ମସୁଦ୍‌କୁ ବିଶ୍ବ ଆତଙ୍କବାଦୀ ଘୋଷଣା କରିବା ନେଇ ଆଲୋଚନା ମାଧ୍ୟମରେ ସମାଧାନର ବାଟ ବାହାରି ପାରିବ। ପୂର୍ବରୁ ୩ ଥର ଚୀନ୍ ନିଜର ଭିଟୋ କ୍ଷମତା ପ୍ରୟୋଗ କରି ଏ ସଂକ୍ରାନ୍ତ ଭାରତ ଦ୍ବାରା ଆଗତ ପ୍ରୟାସକୁ ବିଫଳ କରିଦେଇଥିଲା। ତେବେ ଏଥର ମଧ୍ୟ ଚୀନ୍ ସେପରି କିଛି ସ୍ପଷ୍ଟ କରିନି। ପୁଲୱାମା ଆତ୍ମଘାତୀ ଆକ୍ରମଣକୁ ଚୀନ୍ କଡ଼ା ଭାଷାରେ ନିନ୍ଦା କରିଥିଲେ ମଧ୍ୟ ଆଝାର ବାବଦରେ ଏହା ସମ୍ପୂର୍ଣ୍ଣ ନିରବ ରହିଥିଲା। ଏବେ ବିଶ୍ବ ସମୁଦାୟ ଆତଙ୍କବାଦ…

Read More

ଏୟାର୍ ଷ୍ଟ୍ରାଇକ୍ କୁ ନେଇ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଥିବା ଟିଏମସି ପ୍ରମୁଖ ତଥା ପଶ୍ଚିମ ବଙ୍ଗଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ଚର୍ଚ୍ଚିତ ବୟାନ ଦେଇଛନ୍ତି। ଆଗାମୀ ମାସରେ ସରକାରଙ୍କ ଦ୍ବାରା ଆଉ ଏକ ସର୍ଜିକାଲ୍ ଷ୍ଟ୍ରାଇକ୍ ହୋଇପାରେ ବୋଲି ମମତା କହିଛନ୍ତି।  ତେବେ ଏହା କେଉଁ ପ୍ରକାର ଆକ୍ରମଣ ହେବ କହିପାରିନଥିବାବେଳେ କିନ୍ତୁ ଅପ୍ରେଲରେ ତଥାକଥିତ… ତଥାକଥିତ … ତଥାକଥିତ ନାମରେ ହେବ ବୋଲି କହିଛନ୍ତି। ଏଥିପାଇଁ ନିର୍ବାଚନ ପ୍ରକ୍ରିୟାକୁ ଏତେ ସମୟ ପର୍ଯ୍ୟନ୍ତ ନିଆଯାଇଛି। ସୂଚନାଯୋଗ୍ୟ, ଏପ୍ରିଲ୍‌ ୧୧ରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ୧୯ ମଇ ପର୍ଯ୍ୟନ୍ତ ଜାରୀ ରହିବ। ବିଜେପି ପାଇଁ ପଶ୍ଚିମବଙ୍ଗରେ ବାତାବରଣ ବହୁତ ଖରାପ ହେଉଛି ବୋଲି କହିବା ସହିତ ନିର୍ବାଚନ ଆୟୋଗ ଭଳି ସାମ୍ବିଧାନିକ ସଂସ୍ଥା ପ୍ରତି ତାଙ୍କର ବହୁତ ସମ୍ମାନ ରହିଛି ବୋଲି ମମତା କହିଛନ୍ତି ।

Read More

ଏପ୍ରିଲ୍‌ ୧୧ତାରିଖରୁ ହେବ ସାଧାରଣ ନିର୍ବାଚନ। ମେ ମାସ ୧୯ତାରିଖ ପର୍ଯ୍ୟନ୍ତ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ। ଏବଂ ମେ ମାସ ୨୩ ତାରିଖରେ ଭୋଟ ଗଣତି ହେବ। ତେବେ ଏହି ନିର୍ବାଚନକୁ ସ୍ବଚ୍ଛ ତଥା ଅପରାଧୀ ମୁକ୍ତ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ସାମିଲ ହୋଇଛନ୍ତି। ନିର୍ବାଚନ କମିଶନଙ୍କ ତରଫରୁ ଜାରି କରାଯାଇଥିବା ନୂଆ ନିୟମକୁ ରାଜନୈତିକ ଦଳକୁ ଅବଗତ କରାଯିବା ସହିତ  ନିର୍ବାଚନରେ କଣ କରିବେ ଏବଂ କଣ ନକରିବେ ଏନେଇ ମଧ୍ୟ ବୁଝାଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ଚଳିତ ନିର୍ବାଚନ ପାଇଁ ଅନେକ ନୂଆ ନିୟମ ଆସିଛି। ପ୍ରାର୍ଥୀଙ୍କୁ ୫ ବର୍ଷର ଆୟକର ରିଟର୍ଣ୍ଣ ଦେବାକୁ ପଡିବ। ସେହିପରି ପାନ୍ ନମ୍ବର ଦେବାକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି। ଏଥର ପ୍ରାର୍ଥୀ ସର୍ବସାଧାରଣରେ ନିଜ ଅପରାଧିକ ମାମଲାର…

Read More

ୱାର୍ଲ୍ଡ ୱାଇଡ ୱେବର ୩୦ ବର୍ଷ ପୁର୍ତି ଅବସରରେ ଗୁଗୁଲର ଡୁଡୁଲ ପ୍ରସ୍ତୁତ କରିଛି ବିଶେଷ ଡୁଡୁଲୁ । ଏହି ଡୁଡୁଲୁରେ ୱେବର  ବିଶ୍ଵସ୍ତରର ସୂଚନା ପାଇଁ ଟେକନିକକୁ ପ୍ରତୀକାତ୍ମକ ରୂପେ ଦେଖାଯାଇଛି। ୱାର୍ଲ୍ଡ ୱାଇଡ ୱେବକୁ ସାଧାରଣରେ ୱେବ କୁହାଯାଏ। ଏହି ୱେବ ବ୍ରାଉଜର  ସହାୟତାରେ ଆମେ ୱେବ ପେଜ କୁ ଦେଖି ପାରିବ ସହିତ ଟେକ୍ସଟ, ଫୋଟୋ, ଭିଡିଓ ତଥା ଅନ୍ୟ ମଲ୍ଟିମିଡିଆକୁ ମଧ୍ୟ ଦେଖିପାରୁଛୁ। ଏହା ହାଇପରଲିଙ୍କ ସହାୟତାରେ ଏହି ସବୁ ପେଜ ସଂଯୁକ୍ତ ହୋଇଥାଏ। ୧୯୮୯ ମସିହା ମାର୍ଚ ୧୨ରେ  ଟିମ ଵରନର୍ଷ ଲୀ ଏହି ଓ୍ବେବକୁ ଆବିଷ୍କାର କରିଥିଲେ। ଏଚଟିଏମଏଲ ଲାଙ୍ଗୁଏଜ, ଇଉଆରଏଲ ଏଡ୍ରେସ ଓ ହାଇପାରଟେକ୍ସଟ ଟ୍ରାନ୍ସଫର ପ୍ରୋଟୋକଲ ଦ୍ଵାରା ୱେବ କାମ କରିଥାଏ। ଦୁନିଆର ପ୍ରଥମ ଓ୍ବେବ ସାଇଟ୍‌ http://info.cern.ch/ hypertext/ WWW/ TheProject.html  ୧୯୯୧ ଅଗଷ୍ଟ ୬ରେ ପବ୍ଲିଶ୍‌ ହୋଇଥିଲା। ଗୁଗଲ କେବଳ ୱେବର ୩୦ତମ ଜନ୍ମଉତ୍ସବ ପାଳନ କରୁନି।…

Read More

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗଡ଼ ଗୁଜୁରାଟରେ କଂଗ୍ରେସ ନିର୍ବାଚନ ବିଗୁଲ୍‌ ବଜାଇବ। ଗୁଜରାଟ ଅହମ୍ମଦାବାଦରେ ନିର୍ବାଚନୀ ସଭାରେ ରାହୁଲ ଯୋଗଦେବେ। ଏଠାରେ ୫୮ ବର୍ଷ ପରେ କଂଗ୍ରେସ ସମିତି ବୈଠକ ଅନୁଷ୍ଠିତ ହେଉଛି। ୧୯୬୧ରେ ଶେଷ ଥର ପାଇଁ ଏଠାରେ କଂଗ୍ରେସ ବୈଠକ ହୋଇଥିଲା। ଏହି ବୈଠକରେ କଂଗ୍ରେସର ଅନ୍ୟାନ୍ୟ ବରିଷ୍ଠ ନେତାଙ୍କ ସମେତ ସୋନିଆ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ମଧ୍ୟ ଯୋଗଦେବେ । ପ୍ରିୟଙ୍କାଙ୍କ ସକ୍ରିୟ ରାଜନୀତିରେ ଅଂଶଗ୍ରହଣ କରିବା ପରେ ଏହା ହେଉଛି ତାଙ୍କର ପ୍ରଥମ ବୈଠକ, ଯେଉଁଠାରେ ପ୍ରଥମଥର ପାଇଁ ପ୍ରିୟଙ୍କା ଆଜି ଏହି ବୈଠକକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ କଂଗ୍ରେସ ତା’ର ନିର୍ବାଚନ ରଣନୀତି ପ୍ରସ୍ତୁତ କରିବ । ଗୁଜରାଟରେ ମୋଟ ୨୬ ଲୋକସଭା ଆସନ ରହିଛି।  ବିମୁଦ୍ରାକରଣ , ଜିଏସ୍‌ଟି, କୃଷକ ସମସ୍ୟା ଏବଂ ବେକାରୀ ସମସ୍ୟା ପ୍ରମୁଖକୁ ପ୍ରସଙ୍ଗ କରାଯିବା ନେଇ ଏହି ବୈଠକରେ…

Read More

କେଦାର ମିଶ୍ର  ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଯେଉଁ ନିର୍ବାଚନ ପଣ୍ଡିତମାନେ ଭବିଷ୍ୟବାଣୀ କରୁଥିଲେ, ସମସ୍ତଙ୍କର ବିଶ୍ଵାସ ଥିଲା ଯେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଭାରତୀୟ ଜନତା ପାର୍ଟିର ସରକାର ଗଠିତ ହେବ, କିନ୍ତୁ ସେ ସରକାରକୁ ହୁଏତ ପୂର୍ଣ୍ଣ ବହୁମତ ମିଳିବ ନାହିଁ। ସେଥିରେ ଏକମାତ୍ର ବ୍ୟତିକ୍ରମ ଥିଲା “ଚାଣକ୍ୟ’’। ଆରଏନବି ରିସର୍ଚ୍ଚ ନାଁରେ ପଞ୍ଜିକୃତ “ଚାଣକ୍ୟ” ସେତେବେଳେ ଭବିଷ୍ୟବାଣୀ କରିଥିଲା ଯେ କେବଳ ବିଜେପିକୁ ୨୦୧୪ ରେ ୨୯୧ ଟି ଆସନ ଓ କଂଗ୍ରେସକୁ ୫୭ ଟି ଆସନ ମିଳିବ। ଫଳାଫଳ ବାହାରିଲା ପରେ ଦେଖାଗଲା “ଚାଣକ୍ୟ” ର ଭବିଷ୍ୟବାଣୀ ପ୍ରାୟ ସତ୍ୟ ପ୍ରମାଣିତ ହୋଇଛି। ବାସ୍ତବରେ ବିଜେପିକୁ ୨୮୨ ଓ କଂଗ୍ରେସକୁ ୪୪ ଟି ଆସନ ମିଳିଥିଲା। ସେହିପରି ୨୦୧୩ ଦିଲ୍ଲୀ ବିଧାନସଭା ନିର୍ବାଚନ ବିଷୟରେ ମଧ୍ୟ ଏହି ସଂସ୍ଥାର ଭବିଷ୍ୟବାଣୀ ସତ୍ୟ ସାବ୍ୟସ୍ତ ହୋଇଥିଲା। ତେଣୁ “ଚାଣକ୍ୟ” ବର୍ତ୍ତମାନ ସମୟରେ ଟେଲିଭିଜନ ଜଗତରେ  ସବୁଠୁ ବିଶ୍ଵସ୍ତ…

Read More