Author: Samikhsya Bureau

ଜ୍ୟୋତି ନନ୍ଦ ଏଇ କାନ୍ଥଟି ଏବେ ଅଛି କି ନାହିଁ ମୋର ସଠିକ ଧାରଣା ନାହିଁ। ନ ଥିବାର ଯଥେଷ୍ଟ ସଂଭାବନା ରହିଛି। ଗୋଟିଏ ଯୁଦ୍ଧର ବିଭୀଷିକାକୁ ସହି ନେବାର ସାମର୍ଥ୍ୟ କୌଣସି ଏକ ସାଧାରଣ କାନ୍ଥର କ’ଣ କେବେ ରହିପାରିବ ? ଯେତେବେଳେ ସେହି କାନ୍ଥଟି  କୌଣସି ଦୁର୍ଗର କାନ୍ଥ ନୁହଁ ? ତଥାପି କିଏ ଜାଣେ ? ହୁଏତ କେତେବେଳେ କ’ଣ ? କାନ୍ଥଟିରେ ଯାହା ଲେଖାଯାଇଛି ତାହାର ଅନୁବାଦଟି ପଢିଲା ପରେ ମୋ ମନ ଗଭୀର ବିଷାଦରେ ଭରିଗଲା। ଅର୍ଜୁନର ବିଷାଦଯୋଗ ଭଳି ଇତିହାସ ପାଠ ଏକ ବିଷାଦଯୋଗ। ପିଲା ମାନଙ୍କ ସହ ଅନେକ ଐତିହାସିକ ଯୁଦ୍ଧ ବିଷୟରେ ମୁଁ ପଢିଛି। ଯୁଦ୍ଧ ଏକ ରାଜନୈତିକ ଆବଶ୍ୟକତା,ତାହାର ପକ୍ଷ ଓ ପ୍ରତିପକ୍ଷ ମାନଙ୍କର ନିଜ ନିଜ ଦେଶର ଦୃଷ୍ଟିକୋଣକୁ ନେଇ ତିଆରି କରାଯାଉଥିବା ଜନମତ ଥାଏ, ଇତିହାସ ସାରା ଶୁଭୁଥିବା ବିଜେତାର ଲଗାମବଂଧା ଘୋଡାଟାପୁର କର୍କଶ ଶବ୍ଦକୁ…

Read More

ଆଜି ନାଗପୁରଠାରେ ଅନୁଷ୍ଠିତ ଦ୍ବିତୀୟ ଦିନିକିଆରେ ବିରାଟ ବାହିନୀ ଅଷ୍ଟ୍ରେଲିଆ ବିରୋଧରେ ୨୫୧ ରନ୍‌ର ଲକ୍ଷ୍ୟ ରଖିଛି । ଭାରତ ୪୮.୨ ଓଭରରେ ସମସ୍ତ ଓ୍ବିକେଟ୍‌ ହରାଇ ୨୫୦ ରନ୍‌ କରିଛି ।   ମହାରାଷ୍ଟ୍ରର ନାଗପୁରସ୍ଥିତ ବିଦର୍ଭ କ୍ରିକେଟ୍‌ ଆସୋସିଏସନ୍‌ ଷ୍ଟାଡିୟମ୍‌ରେ ଅଷ୍ଟ୍ରେଲିଆ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ।  ଏହି ମ୍ୟାଚ୍‌ରେ ଅଧିନାୟକ ବିରାଟ ନିଜର ୪୦ ତମ ଶତକ (୧୧୬ ରନ୍‌, ୧୨୦ ବଲ୍‌, ୧୦ ଚୌକା) ହାସଲ କରିଛନ୍ତି। ପେଟ କମିନ୍ସ ୪ ଓ୍ଵିକେଟ ନେଇଥିବା ବେଳେ ଆଦାମ ଜାମ୍ପା ୨ଟି ଓ୍ଵିକେଟ ନେଇଥିଲେ। ନାଥନ କଲଟର୍‌ ନାଇଲ, ଗ୍ଲେନ ମ୍ୟାକ୍ସୱେଲ ଓ ନାଥାନ ଲାୟନଙ୍କୁ ଗୋଟେ ଗୋଟେ ଓ୍ବିକେଟ୍‌ ନେଇଛନ୍ତି।

Read More

କଂଗ୍ରେସ ଓ ଆମ୍‌ଆଦ୍‌ମୀ ପାର୍ଟି ମଧ୍ୟରେ ହେବାକୁ ମେଣ୍ଟ ଆଶା ମଉଳି ଗଲା ପରେ  ଆମ୍‌ ଆଦ୍‌ମୀ ପାର୍ଟି ଅଧ୍ୟକ୍ଷ ଅରବିନ୍ଦ କେଜ୍‌ରୀଓ୍ବାଲ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି ।  କଂଗ୍ରେସ ଉପରେ ଆରୋପ ଲଗାଇ କେଜ୍‌ରୀଓ୍ବାଲ କହିଛନ୍ତି ଯେ, ପରୋକ୍ଷରେ ବିଜେପି ସହ କଂଗ୍ରେସ ମିଶି ଯାଇଛି ଏବଂ ଏହାଦ୍ବାରା ବିଜେପିକୁ ଲୋକସଭା ନିର୍ବାଚନରେ ଲାଭ ମିଳୁଛି । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଟ୍ବିଟ୍‌ କରି କହିଛନ୍ତି ଯେ – ଯେଉଁ ସମୟରେ ସାରା ଦେଶବାସୀ ମୋଦି-ଶାହାଙ୍କ ଯୋଡ଼ିକୁ ହରାଇବାକୁ ଚାହୁଁଛନ୍ତି, କଂଗ୍ରେସ ବିଜେପି ଭୋଟ୍‌କୁ ଭାଗ ଭାଗ କରି ବିଜେପିକୁ ସାହାଯ୍ୟ କରୁଛି ।  ବିଜେପି ଓ କଂଗ୍ରେସ ମଧ୍ୟରେ ଗୁପ୍ତ ବୁଝାମଣା ରହିଛି । ତେବେ ଦିଲ୍ଲୀ କଂଗ୍ରେସ-ବିଜେପିର ମେଣ୍ଟକୁ ଲଢିବାକୁ ପ୍ରସ୍ତୁତ ରହିଛି । ଲୋକ ଏହି ମେଣ୍ଟକୁ ହରାଇଦେବେ । ବିଜେପିକୁ ଶାସନର ହଟାଇବା ପାଇଁ କଂଗ୍ରେସ ସହ ହାତ ମିଳାଇ ଚାହୁଁଥିଲେ ଅରବିନ୍ଦ କେଜ୍‌ରୀଓ୍ବାଲ ।…

Read More

ତାମିଲ୍‌ ସୁପରଷ୍ଟାର୍‌ ଅଜିଥ୍‌ କୁମାରଙ୍କ ନୂଆ ଫିଲ୍ମ ତଥା ପ୍ରଯୋଜକ ବୋନି କପୁର୍‌ଙ୍କ ଦ୍ବାରା ନିର୍ମିତ ବଲିଉଡ୍‌ ଫିଲ୍ମ ‘ପିଙ୍କ୍‌’ର ତାମିଲ୍‌ ରିମେକର ପୋଷ୍ଟର ରିଲିଜ୍‌ ହୋଇଛି । ଏହି ଫିଲ୍ମର ଶୀର୍ଷକ ‘ନେରେକୋଣ୍ଡା ପାରାଭି’ ରଖାଯାଇଛି । ଏହି ଫିଲ୍ମରେ ଅଜିଥ୍‌ କୁମାରଙ୍କ ସହ ଶ୍ରଦ୍ଧା ଶ୍ରୀନାଥ, ଅଭିରାମୀ ଭେଙ୍କେଟଚେଲମ୍‌ ଏବଂ ଏଣ୍ଡ୍ରିଆ ତୈରାଙ୍ଗ ପ୍ରମୁଖ ଅଭିନୟ କରୁଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ଗ୍ରହଣ କରିଛନ୍ତି ଏଚ୍‌ ଭି ବିନୋଥ । ତେବେ ଏହି ଫିଲ୍ମଟି ଅଫିସିଆଲି ରିମେକ୍‌ ହୋଇଥିବାବେଳେ କିଛିକାଂଶରେ ଟିକିଏ ଭିନ୍ନତା ଦେଖିବାକୁ ମିଳିବ ।  ତେବେ ଏହା ହେଉଛି ବୋନି କପୁର୍‌ଙ୍କ ପ୍ରଥମ ତାମିଲ୍‌ ପ୍ରଯୋଜିତ ଫିଲ୍ମ । ଏହାକୁ ନେଇ ଜାହ୍ନବୀ କପୁର୍‌ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଏହି ଫିଲ୍ମର ପୋଷ୍ଟରକୁ ସେୟାର କରିବା ସହ ପାପାଙ୍କର ଏଇଟା ଫାଷ୍ଟ ତାମିଲ୍‌ ଫିଲ୍ମ ବୋଲି ଟ୍ବିଟ୍‌ କରିଛନ୍ତି । ପ୍ରଯୋଜକ ବୋନି କପୁର୍‌…

Read More

ବଲିଉଡ୍‌ ଅଭିନେତା ଭିକି କୌଶଲ୍‌ଙ୍କ ହାତରେ ଏବେ ଫିଲ୍ମର ଅଫର୍‌ । ‘ଉରି – ଦ ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ ପରେ ପରେ ଏହି ଅଭିନେତାଜଣକ ବହୁତ ବ୍ୟସ୍ତ ହୋଇପଡିଛନ୍ତି । ନିକଟରେ ତାଙ୍କୁ ରାକେଶ ଶର୍ମାଙ୍କ ବାୟୋପିକ୍‌ରେ ଶାହରୁଖ୍‌ଙ୍କ ବଦଳରେ ନଜର ଆସିବେ ବୋଲି ସୂଚନା ରହିଥିବାବେଳେ କରନ୍‌ ଜୋହର୍‌ଙ୍କ ମଲ୍‌ଟି ଷ୍ଟାର୍‌ର ଫିଲ୍ମ ତଖତ୍‌ରେ ମଧ୍ୟ ଏକ ଦମଦାର୍‌ ରୋଲ୍‌ରେ ନଜର ଆସିବେ । ଲୋକପ୍ରିୟ ନିର୍ଦ୍ଦେଶକ ସୁଜିତ୍‌ ସରକାର୍‌ ତାଙ୍କ ଅପ୍‌କମିଙ୍ଗ୍‌ ଫିଲ୍ମରେ ଭିକି କୌଶଲ୍‌ଙ୍କୁ ନେଉଥିବାର ସୂଚନା ରହିଛି । ତେବେ ଏହି ଫିଲ୍ମଟି  ସ୍ବାଧୀନତା ସଂଗ୍ରାମୀ ସର୍ଦ୍ଦାର ଉଧମ ସିଂହଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ହେଉଛି । ‘ଗ୍ୟାଙ୍ଗସ୍‌ ଅଫ୍‌ ଓ୍ବେସପୁର୍‌’ରେ ଏକ ଛୋଟ ରୋଲ୍‌ରେ ନଜର ଆସିଥିବା ଭିକି ପରବର୍ତ୍ତୀ ସମୟରେ ‘ମସାନ୍‌’ ଫିଲ୍ମରେ ନଜର ଆସିଥିଲେ । ଏହା ପରେ ପରେ ‘ବମ୍ବେ ଭେଲ୍‌ଭେଟ୍‌’, ‘ରାଜି’ ଫିଲ୍ମ ପରେ ସେ ‘ଉରି’ ଫିଲ୍ମରେ…

Read More

ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପିର ଅଧ୍ୟକ୍ଷ ମେହବୁବା ମୁଫତୀ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଏୟାର ଇଣ୍ଡିଆ ଦ୍ୱାରା ଜାରି କରାଯାଇଥିବା ଏଡଭାଇଜରୀ ଉପରେ ଟାର୍ଗେଟ କରିଛନ୍ତି । ଏୟାର ଇଣ୍ଡିଆ ଦ୍ୱାରା କ୍ରିୟୁ ମେମ୍ବର ଏବେ ସବୁ ବିମାନର ଘୋଷଣାର ଶେଷରେ ପୁରା ଜୋଶର ସହ ଜୟ ହିନ୍ଦ କହିବାକୁ ଆଡଭାଇଜରୀ ଜାରୀ କରିବା ପରେ ମେହବୁବା ମୁଫତୀ ଏହା ଉପରେ ଟ୍ୱିଟ କରି ପୁଣି ଥିରେ ବିବାଦୀୟ ହୋଇପଡିଛନ୍ତି । ସେ ଏହି ଟ୍ବିଟ୍‌ରେ ଲେଖିଛନ୍ତି ଯେ, ମୁଁ ଆଶ୍ଚର୍ଯ୍ୟ ଯେ ସାଧାରଣ ନିର୍ବାଚନ ମୁଣ୍ଡ ଉପରେ ରହିଛି, ଏଭଳି ସମୟରେ ସରକାର ଦେଶଭକ୍ତିର ଜୋଶରେ ଆସି ଆକାଶକୁ ବି ଛାଡୁନାହାନ୍ତି ।’ ଏୟାର ଇଣ୍ଡିଆର ଡାଇରେକ୍ଟର ଅପରେସନ ଅମିତାଭ ସିଂହ ଏହି ଆଡ୍‌ଭାଇଜାରୀ ଜାରି କରିଥିଲେ ।

Read More

ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଲମନ୍‌ ଖୁର୍ଶିଦ୍‌ ଭାରତର ଏୟାର୍‌ ଷ୍ଟ୍ରାଇକ୍‌କୁ ନେଇ ରାଜନୀତି ନ କରିବାକୁ ପରାମର୍ଶ ଦେଇଛନ୍ତି । ଭାରତୀୟ ବାୟୁସେନା ଦ୍ବାରା କରାଯାଇଥିବା ଆତଙ୍କବାଦୀ ବିରୁଦ୍ଧରେ ଏୟାର୍‌ ଷ୍ଟ୍ରାଇକ୍‌କୁ ନେଇ ରାଜନୀତି କରିବା ଦ୍ବାରା ସାରା ବିଶ୍ବରେ ଭାରତର ଏକ ନାକାରାତ୍ମକ ଛବି ଦୃଶ୍ୟ ହେଉଛି  । ଏହାଦ୍ବାରା ଆମର ଶତ୍ରୁମାନେ ଆମ ଭିତରେ ଏକତା ନଥିବାର ପ୍ରମାଣ ପାଉଛନ୍ତି ।  ତେବେ ସରକାର ଲୋକ ତଥା ବିରୋଧୀଙ୍କର ପ୍ରଶ୍ନର ସ୍ପଷ୍ଟୀକରଣ ଦେବା ଦରକାର । ଲୋକତନ୍ତ୍ରରେ ସରକାର ଲୋକଙ୍କୁ ଜବାବ ଦେବା ଏବଂ ସନ୍ଦେହ ମୁକ୍ତ କରିବା ଉଚିତ୍‌ ।  କିନ୍ତୁ ସରକାର ଏହି ବିବାଦର ସ୍ପଷ୍ଟୀକରଣ ନ ଦେଇ ରାଜନୀତିକ କରିବା ବେଶ୍‌ ଦୁର୍ଭାଗ୍ୟଜନକ । ସେ କହିଛନ୍ତି ଯେ, କଂଗ୍ରେସ ସଦାସର୍ବଦା ରାଷ୍ଟ୍ର ହିତ ପାଇଁ ବଳିଦାନ ଦେଇଛି । ଦେଶ ପାଇଁ ଏହା ସବୁବେଳେ ଭଲ ହିଁ…

Read More

ସମ୍ପ୍ରତି ଫୁଲ୍‌ଓ୍ବାମା ଆକ୍ରମଣ ଓ ପରବର୍ତ୍ତୀ ଭାରତୀୟ ବାୟୁ ସେନା ଦ୍ବାରା କରାଯାଇଥିବା ଏୟାର୍‌ଷ୍ଟ୍ରାଇକ୍‌କୁ ନେଇ ସମ୍ପ୍ରତି ଦେଶରେ ରାଜନୀତି ବେଶ୍‌ ସରଗରମ । କଂଗ୍ରେସ ଏୟାର୍‌ ଷ୍ଟ୍ରାଇକକୁ ନେଇ ସରକାରଙ୍କୁ ପ୍ରମାଣ ମାଗୁଥିବାବେଳେ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣକୁ ଏକ ଦୁର୍ଘଟଣା କହି ପୁଣି ଏକ ନୂଆ ବିବାଦ ଉଠାଇଛନ୍ତି କଂଗ୍ରେସ ନେତା ଦିଗ୍‌ବିଜୟ ସିଂ। ଦିଗ୍‌ବିଜୟ କହିଛନ୍ତି, ବାଲାକୋଟରେ ହୋଇଥିବା ବିମାନ ଆକ୍ରମଣକୁ ନେଇ କିଛି ବିଦେଶୀ ଗଣମାଧ୍ୟମ ସନ୍ଦେହ ପ୍ରକାଶ କରିଥିବା ବେଳେ ଆମ ସରକାରଙ୍କ ବିଶ୍ୱସନୀୟତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଟୁଇଟ୍‌ କରି ସେ ଆହୁରି ମଧ୍ୟ କହିଛନ୍ତି, ବାଲାକୋଟ ବିମାନ ଆକ୍ରମଣରେ ୩ଶହ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା କେତେଜଣ ଭାଜପା ନେତା କହୁଥିବା ବେଳେ ଅମିତ ଶାହ କହୁଛନ୍ତି ଏଥିରେ ୨୫୦ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି, ଯୋଗୀ ଆଦିତ୍ୟନାଥ କହୁଛନ୍ତି ୪ଶହ ଆତଙ୍କବାଦୀ ମରିଛନ୍ତି ଆଉ ଏସ୍‌ଏସ୍‌ ଆଲୁଓ୍ବାଲିଆ କହିଛନ୍ତି ଏଥିରେ କାହାର ମୃତ୍ୟୁ…

Read More

ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବା ପରେ ସମସ୍ତ ରାଜନୈତିକ ଦଳ ଭିତରେ ଜୋର୍‌ସୋର୍‌ରେ ପ୍ରସ୍ତୁତି ଚାଲିଛି । ସତ୍ତାକୁ ଆସିବା ପାଇଁ ପ୍ରାୟ ସମେସ୍ତ ପ୍ରସ୍ତୁତି ଚଳାଇଛନ୍ତି । ଉତ୍ତରପ୍ରଦେଶରେ ଅଖିଳେଶ – ମାୟାବତୀ ଗଠବନ୍ଧନ କରିସାରିବା ପରେ ଦିଲ୍ଲୀରେ ଆପ୍‌ ଓ କଂଗ୍ରେସ ମଧ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା ଜୋର୍‌ ଚାଲିଥିଲା ।  ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦିଲ୍ଲୀ ଦଳର ନେତା ମାନଙ୍କ ସହ ଏହି ବିଷୟରେ ଚର୍ଚ୍ଚା କରିଥିଲେ । ଏହି ବୈଠକରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏବଂ ଦିଲ୍ଲୀ ପ୍ରଦେଶ ଅଧ୍ୟକ୍ଷା ଶୀଲା ଦୀକ୍ଷିତ ସାମିଲ ହୋଇଥିଲେ । କିନ୍ତୁ  ଶେଷରେ ଏହି ମେଣ୍ଟକୁ କଂଗ୍ରେସ ମନା କରିଥିବାର ଜଣାପଡିଛି । ଶୀଲା ଦୀକ୍ଷିତ ଏହି ମେଣ୍ଟ ଉପରେ ପୂର୍ଣ୍ଣଚ୍ଛେଦ ପକାଇ କହିଛନ୍ତି ଦିଲ୍ଲୀରେ କଂଗ୍ରେସ ଏକାକୀ ନିର୍ବାଚନ ଲଢିବ । ଆପ୍‌କୁ ମେଣ୍ଟ…

Read More

‘ସିଂଘମ୍‌’, ’ସିମ୍ବା’ ପରେ ପରେ ରୋହିତ୍‌ ଶେଟ୍ଟି ତାଙ୍କର ଆଗାମୀ ଫିଲ୍ମ ’ସୂର୍ଯ୍ୟବଂଶୀ’ର ଫାଷ୍ଟ ଲୁକ୍‌ ଜାରି କରିଛନ୍ତି ।  ଏହି ଫିଲ୍ମର ଫାଷ୍ଟ ଲୁକ୍‌ ଜାରି କରିବା ସହ ଅକ୍ଷୟ ସହ ଫିଲ୍ମର ଟାଇଟଲ୍‌ ଥିବା ଏକ ଫଟୋକୁ ମଧ୍ୟ ସେୟାର କରିଛନ୍ତି । ଏହି ଫଟୋ ସେୟାର୍‌ ସହ ରୋହିତ ଲେଖିଛନ୍ତି ଯା, ’ବୁଲେଟ୍‌ ପାଇଁ ବୁଲେଟ୍‌, ଇଏ ଏକା ନୁହେଁ, ସୂର୍ଯ୍ୟବଂଶୀ ଅକ୍ଷୟ କୁମାର, କରଣ ଜୋହର୍‌’ । ୨୦୨୦ ଇଦ୍‌ ଅବସରରେ ଏହି ଫିଲ୍ମଟି ପରଦା ଉପରକୁ ଆସିବ । ଏହି ଫିଲ୍ମର ନିର୍ମାତା କରନ୍‌ ଜୋହର୍‌ ଫିଲ୍ମର ଫାଷ୍ଟ ଲୁକ୍‌କୁ ସେୟାର କରି ଲେଖିଛନ୍ତି ବ୍ଲକବ୍ଲଷ୍ଟର ଡାଇରେକ୍ଟର + ବ୍ଲକବ୍ଲଷ୍ଟର ଆକ୍ଟର + ବ୍ଲକ୍‌ବ୍ଲଷ୍ଟର ଫ୍ରାଞ୍ଚାଇଜ୍‌ = ବ୍ଲକବ୍ଲଷ୍ଟର ଇଦ ୨୦୨୦ । ସେହିପରି ଫିଲ୍ମର ଆକ୍ଟର ଅକ୍ଷୟ କୁମାର ଏହି ଫଟୋକୁ ସେୟାର କରି  ଲେଖିଛନ୍ତି  ‘ବୁଲଟେ ପାଇଁ ବୁଲେଟ, ରୋହିତ୍‌ ସେଟ୍ଟିଙ୍କ…

Read More

ସମୁଦ୍ର ପଥ ଦେଇ ଭାରତରେ ଆକ୍ରମଣ କରିବାକୁ ଆତଙ୍କବାଦୀମାନଙ୍କୁ ତାଲିମ ଦିଆଯାଉଛି ବୋଲି ଭାରତୀୟ ନୌସେନା ମୁଖ୍ୟ ଆଡ୍‌ମିରାଲ୍‌ ସୁନୀଲ ଲାନ୍‌ବା ସତର୍କ କରାଇ ଦେଇଛନ୍ତି। ଭାରତରେ ଆତଙ୍କବାଦ କାର୍ଯ୍ୟକଳାପ ବୃଦ୍ଧି କରାଇ ଅସ୍ଥିରତା ସୃଷ୍ଟି କରିବାକୁ ପାକିସ୍ତାନ ଉଦ୍ୟମ କରୁଛି । ଆଡ୍‌ମିରାଲ୍‌ ଲାନ୍‌ବା କହିଛନ୍ତି ଯେ ସମ୍ପ୍ରତି ଇଣ୍ଡୋ-ପେସିଫିକ୍‌ ଅଞ୍ଚଳ ପ୍ରମୁଖ ଆତଙ୍କ ବିପଦ୍‌ର ସମ୍ମୁଖୀନ ହେଉଛି। ଗତ କେତେ ବର୍ଷ ହେବ ଇଣ୍ଡୋ-ପେସିଫିକ୍‌ ଅଞ୍ଚଳ ଆତଙ୍କବାଦର ବୃଦ୍ଧି ପାଇଛି । ଗତ ୧୪ ତାରିଖରେ ଫୁଲ୍‌ଓ୍ବାମାଠାରେ ଆତଙ୍କବାଦୀଙ୍କ ବର୍ବରତା ଆମେ ଦେଖିଛୁ ।  ଏହି ଆତ୍ମଘାତୀ ବିସ୍ଫୋରଣରେ ୪୦ ଜଣ ଭାରତୀୟ ଯବାନ୍‌ ଶହୀଦ୍‌ ହୋଇଥିଲେ । ଏହି ଘଟଣା ପରେ ଆତଙ୍କବାଦୀଙ୍କ ଗଡ଼ ପାଲଟିଥିବା ପାକିସ୍ତାନକୁ ସାରା ବିଶ୍ବବ୍ୟାପୀ ନିନ୍ଦା କରାଯାଇଛି ।

Read More

ପ୍ରଶାନ୍ତ ପଟ୍ଟନାୟକ ଜଣେ ଅତ୍ୟନ୍ତ ଦୁଃସାହସିକ, ବୈମାନିକ ଓ ଦୂରଦ୍ରଷ୍ଟା ରାଷ୍ଟ୍ରନୀତିଜ୍ଞ ଭାବରେ ବିଜୁବାବୁଙ୍କୁ ସମସ୍ତେ ଜାଣନ୍ତି । କିନ୍ତୁ ସାମ୍ବାଦିକତା କ୍ଷେତ୍ରରେ ବିଜୁବାବୁଙ୍କର ଅବଦାନ ସମ୍ପର୍କ କେବେ ହେଲେ ଅ ।ଲୋଚନା ହେଉନଥିବାରୁ ତାଙ୍କ ଜୀବନର ଏହି ଦିଗଟି ପ୍ରାୟ ଅନ୍ଧାରରେ ରହିଯାଇଛି । ସ୍ୱାଧୀନତା ପୂର୍ବରୁ ଏବଂ ପରେ ପରେ ସମ୍ବାଦପତ୍ର ଗଣମାଧ୍ୟମର ଏକମାତ୍ର ଅସ୍ତ୍ର ରୂପେ ଥିବାରୁ ଏବଂ ଜନସାଧାରଣଙ୍କୁ ପ୍ରଭାବିତ କରିବା ଲାଗି ଅନ୍ୟ କୌଣସି ସମ୍ଭାବ୍ୟ ବିକଳ୍ପ ନଥିବାରୁ ବିଶିଷ୍ଟ ବାମପନ୍ଥୀ ନେତା ଓ ସାମ୍ବାଦିକ ଶ୍ରୀ ଏଡେଟାଟା ନାରାୟଣନ୍, ଡ. ଏ.ଭି. ବାଲିଗା, ଅରୁଣା ଅ ।ସଫ ଅଲ୍ଲୀ ପ୍ରମୁଖ ଯେତେବେଳେ ଗୋଟିଏ ସାପ୍ତାହିକ ସମ୍ବାଦପତ୍ର ପ୍ରକାଶ କରିବା ଲାଗି ଚିନ୍ତା କରିଥିଲେ, ସେମାନଙ୍କ ସହ ସାମିଲ ହୋଇଥିଲେ ବିଜୁ ପଟ୍ଟନାୟକ । ସେ ବ୍ରିଟିଶ ସରକାରଙ୍କ ଅଧିନସ୍ଥ ରୟାଲ ଇଣ୍ଡିଅ ।ନ୍ ଏୟାରଫୋର୍ସରେ ପାଇଲଟ୍ ଥିବା ସମୟରେ ସ୍ୱାଧୀନତା ସଂଗ୍ରାମୀ ଜୟପ୍ରକାଶ…

Read More

ଭାରତର ‘ପ୍ରିଫରେନ୍ସିଆଲ୍‌ ଟ୍ରେଡ୍‌ ଟ୍ରିଟ୍‌ମେଣ୍ଟ୍‌’ ଶେଷ କରିବାକୁ ଇଚ୍ଛୁକ ବୋଲି ଯୁକ୍ତରାଷ୍ଟ୍ର ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ କହିଛନ୍ତି। ଏହି ରାଜିନାମା ବଳରେ ୫. ୬ ବିଲିୟନ୍‌ ଆମେରିକୀୟ ଡଲାର୍‌ ମୂଲ୍ୟର ଭାରତୀୟ ସାମଗ୍ରୀ ବିନା ଶୁଳ୍କରେ ଯୁକ୍ତରାଷ୍ଟ୍ର ଆମେରିକାକୁ ରପ୍ତାନି ହୁଏ। ପୂର୍ବରୁ ବିନା ଶୁଳ୍କରେ ଭାରତ ନିଜର ସାମଗ୍ରୀ ଆମେରିକାକୁ ରପ୍ତାନୀ କରିପାରୁଥିଲା କିନ୍ତୁ ଏଣିକି ଟ୍ରମ୍ପ୍‌ ପ୍ରଶାସନ ଏହା ଉପରେ କଟକଣା ବସାଇବେ । ଭାରତ ନିଜ ଉତ୍ପାଦ ଆମେରିକା ବଜାରରେ ପ୍ରବେଶ କରିବାକୁ ହେଲେ ଶୁଳ୍କ ଦେବାକୁ ପଡ଼ିବ । ‘ଜେନେରାଲାଇଜ୍‌ଡ୍‌ ସିଷ୍ଟମ୍‌ ଅଫ୍‌ ପ୍ରିଫରେନ୍‌ସେସ୍‌’ (ଜିଏସ୍‌ପି) ଯୋଜନାରେ ଥିବା ହିତାଧିକାରୀ ବିକାଶଶାଳୀ ରାଷ୍ଟ୍ର ତାଲିକାରୁ ଭାରତକୁ ବାଦ ଦେବାକୁ ଏହି ସଂକ୍ରାନ୍ତୀୟ ବିଜ୍ଞପ୍ତି ଦେଇଛନ୍ତି । ଆମେରିକା କଂଗ୍ରେସ ଏବଂ ଭାରତ ସରକାରଙ୍କୁ ଏ ସମ୍ପର୍କରେ ନୋଟିସ୍‌ ଜାରି କରାଯିବାର ୬୦ ଦିନ ପରେ ନିଷ୍ପତ୍ତି କାର୍ଯ୍ୟକାରୀ ହେବ । ଗତ ସପ୍ତାହରେ ଟ୍ରମ୍ପ୍‌…

Read More

ଆଜି ନାଗପୁରଠାରେ ଖେଳାଯିବାକୁ ଥିବା ଦ୍ଵିତୀୟ ଦିନିକିଆରେ ଘରୋଇ ଭାରତୀୟ ଦଳ ଭ୍ରମଣକାରୀ ଅଷ୍ଟ୍ରେଲିଆକୁ ଭେଟିବ। ପୂର୍ବରୁ ହାଇଦ୍ରାବାଦଠାରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ବିରାଟ ବାହିନୀ ଅଷ୍ଟ୍ରେଲିଆକୁ ୬ୱିକେଟରେ ପରାଜିତ କରି ଶୃଙ୍ଖଳାକୁ ୧-୦ରେ ଅଗ୍ରଣୀ କରିଥିଲା। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨୩୬ ରନ କରିଥିଲା, ଏହି ଛୋଟ ଲକ୍ଷ୍ୟକୁ ଭାରତୀୟ ଦଳ ୪୮.୨ ଓଭରରେ ପୂରଣ କରିନେଇଥିଲା। ଏହି ମ୍ୟାଚରେ ମହେନ୍ଦ୍ର ସିଂହ ଧୋନୀ ଏବଂ କେଦାର ଯାଦବ ଦମଦାର ଖେଳ ପ୍ରଦର୍ଶନକରି ଦଳକୁ ବିଜୟୀ କରିବାରେ ମୁଖ୍ୟ ଭୂମିକା ତୁଲେଇଥିଲେ। ଉଭୟ ଖେଳାଳି ଯଥାକ୍ରମେ ୫୯ରନ ଏବଂ ୮୧ରନ କରି ଖେଳ ଶେଷ ପର୍ଯନ୍ତ ଅପରାଜିତ ଥିଲେ। ଉଭୟ ଦଳଙ୍କ ପାଇଁ ଏହି ଶୃଙ୍ଖଳା ଗୁରୁତ୍ୱପୂର୍ଣ୍ଣ ଅଟେ, କାରଣ ଚଳିତ ଶୃଙ୍ଖଳା ପରେ ଉଭୟଦଳ ବିଶ୍ଵକପରେ ଭାଗନେବେ। ତେଣୁ ଦୁଇଦଳ ଫର୍ମକୁ ଆସିବାପାଇଁ ଏହା ହେଉଛି ଶେଷ ସୁଯୋଗ। ଅଧିନାୟକ ବିରାଟ କୋହଲୀ ଦ୍ଵିତୀୟ ମ୍ୟାଚ ଜିତି…

Read More

ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟରେ ଅନ୍ତରୀଣ ରିପୋର୍ଟ ଦାଖଲ କଲେ ଆମିକସ କ୍ୟୁରୀ ରଞ୍ଜିତ୍ କୁମାର । ଆସନ୍ତା ଏପ୍ରିଲ ୨ରେ ହେବ ପରବର୍ତ୍ତୀ ଶୁଣାଣି ହେବ । ଗତ ୨୩ ତାରିଖରେ ପୁରୀ ଆସି ତଥ୍ୟ ସଂଗ୍ରହ କରିଥିଲେ ଆମିକସ କ୍ୟୁରୀ ରଂଜିତ କୁମାର  । ଏହି ସମୟରେ ସେ ପୁରୀ ଗଜପତି, ମନ୍ଦିର ପ୍ରଶାସନ ସହ ଆଲୋଚନା କରିଥିଲେ   । ମନ୍ଦିରର ନୀତି ବିଶୃଙ୍ଖଳା ନେଇ ବାରମ୍ବାର ଅଭିଯୋଗ ହେବା ପରେ ସୁପ୍ରିମକୋର୍ଟ ଆମିକସକ୍ୟୁରିଙ୍କୁ ଦାୟିତ୍ୱ ଦେଇଛନ୍ତି । ଆମିକସ କ୍ୟୁରି ଦାୟିତ୍ୱ ନେବା ପରେ ରଂଜିତ କୁମାରଙ୍କର ପ୍ରଥମ ଥର ପାଇଁ ଏହି ରିପୋର୍ଟ ପ୍ରଦାନ କରିଛନ୍ତି । ଶ୍ରୀମନ୍ଦିରରେ ବିଭିନ୍ନ ପ୍ରକାରର ଅବ୍ୟବସ୍ଥା ନେଇ ସଂସ୍କାର ଆଣିବାକୁ ସୁପ୍ରିମକୋର୍ଟ ବିଚାର କରି ଏହି ସମ୍ପର୍କିତ ତଥ୍ୟ ହାସଲ ପାଇଁ ମନ୍ଦିର ପ୍ରଶାସନକୁ ପ୍ରସ୍ତାବ ଦେଇଥିଲେ ।  ଏବେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ଉପରେ ନଜର ରହିଛି…

Read More

ଆସନ୍ତା ସାଧାରଣ ନିର୍ବାଚନ ଲଢ଼ିବେ ନାହିଁ ବିଜେଡିର ଲୋକସଭା ସାଂସଦ ତଥାଗତ ଶତପଥୀ।  ରାଜନୀତି ବଦଳରେ ସେ ଏବେ ସାମ୍ବାଦିକତା ଉପରେ ଗୁରୁତ୍ୱ ଦେବେ ବୋଲି ଜଣାପଡ଼ିଛି। ସେ ଦୈନିକ ଓଡ଼ିଆ ଖବର କାଗଜ ‘ଧରିତ୍ରୀ’ର ସଂପାଦକ ମଧ୍ୟ ଅଛନ୍ତି। ତେଣୁ ନିର୍ବାଚନ ନ ଲଢ଼ି ସେ ଏବେ ତାଙ୍କର ଏହି କାର୍ଯ୍ୟକୁ ଗୁରୁତ୍ୱ ଦେବେ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ, ତଥାଗତ ଶତପଥୀ ଏବେ ଢେଙ୍କାନାଳ ଲୋକସଭା ଆସନରୁ ସାଂସଦ ଅଛନ୍ତି। ୨୦୦୪ରୁ ଲଗାତାର ଭାବେ ସେ ତିନି ଥର ଏହି ଆସନରୁ ଜିତି ଲୋକସଭାକୁ ଯାଇଛନ୍ତି। ତେବେ ଛାଡ଼ିବା ସମ୍ପର୍କରେ ସ୍ପଷ୍ଟ କାରଣ ନ ଦର୍ଶାଇଥିଲେ ମଧ୍ୟ ସେ କହିଥିଲେ ଯେ, ବିଜୁବାବୁ ହିଁ ତାଙ୍କୁ ଏହି ରାଜନୀତିକୁ ଆଣିଥିଲେ, ତେଣୁ ତାଙ୍କର ଜନ୍ମଦିବସ ଅବସରରେ ହିଁ ସେ ରାଜନୀତି ଛାଡ଼ିବାକୁ ଚାହୁଁଛନ୍ତି । ଖୁବ୍‌ଶୀଘ୍ର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେ ତାଙ୍କର ନିଷ୍ପତ୍ତି ସମ୍ପର୍କରେ ଜଣାଇବେ ବୋଲି ସେ…

Read More

ସଞ୍ଜୟ ଲୀଲା ଭନ୍‌ସାଲୀ ବଲିଉଡ୍‌ର ନବାଗତାଙ୍କୁ ଡେବ୍ୟୁ କରାଇବାକୁ ଯାଉଛନ୍ତି । ସେ ତାଙ୍କର ଆଗାମୀ ପ୍ରୋଜେକ୍ଟ ପାଇଁ ଜାଭେଦ ଜାଫେରୀଙ୍କ ପୁଅ ମିଜାନ ଜାଫେରୀଙ୍କୁ ନେବେ ବୋଲି ଜଣାପଡିଛି। ବେଶ୍‌ କିଛିଦିନ ହେବ ମିଜାନ ବଲିଉଡ୍‌ରେ ଏଣ୍ଟ୍ରି କରିବେ ବୋଲି ଆଲୋଚନା ହେଉଥିଲା। ଆଉ ଏବେ ସେ ଡେବ୍ୟୁ କରିବେ ବୋଲି ଖବର ଆସିଛି। ତେବେ ଭଁସାଲୀ ମିଜାନଙ୍କୁ ନେଇ ଖୁବ୍‌ଶୀଘ୍ର କାମ ଆରମ୍ଭ କରିପାରନ୍ତି ବୋଲି କୁହାଯାଉଛି। ନିକଟରେ ଶାହିଦ୍‌ କପୁର୍‌ଙ୍କ ଭାଇ ଈଶାନ୍‌ଙ୍କ ମଧ୍ୟ ସଞ୍ଜୟ ତାଙ୍କ ଅପ୍‌କମିଙ୍ଗ୍‌ ପ୍ରୋଜେକ୍ଟରେ ନେବେ ବୋଲି ସୂଚନା ରହିଥିଲା । ତେବେ ବଲିଉଡ୍‌ର ନ୍ୟୁକମର୍‌ଙ୍କ ସହ ଜଣେ ଦକ୍ଷ ତଥା ଅଭିଜ୍ଞସମ୍ପନ୍ନ ନିର୍ମାତା ନିର୍ଦ୍ଦେଶକଙ୍କ କାମ କରିବାକୁ ଦର୍ଶକେ ବେଶ୍‌ ଉତ୍ସାହିତ ରହିବେ ନିଶ୍ଚୟ ।

Read More

କେଦାର ମିଶ୍ର ବୈଜୟନ୍ତ ପଣ୍ଡା ବିଜେପିକୁ ଆସିଲେ କିଛି ଗୋଟେ ବିରାଟ ରାଜନୈତିକ ପରିବର୍ତ୍ତନ ହେବନାଇଁ, ଏକଥା ଓଡିଶାବାସୀ ଜାଣନ୍ତି। ଏ ବିଷୟରେ ଆଗରୁ ବହୁ ଆଲୋଚନା ହୋଇସାରିଛି। ତେଣୁ ପୁରୁଣାକଥାର ପୁନରାବୃତ୍ତି କରିବାକୁ ଆମେ ଚାହୁଁନାହୁଁ। ବୈଜୟନ୍ତ ଓଡିଶାର ନେତା, ସେ ବିଜେପିରେ ମିଶିବାକୁ ଦିଲ୍ଲୀକୁ କାହିଁକି ବାଛିଲେ, ସେ ପ୍ରଶ୍ନ ମଧ୍ୟ ଏବେ ଆଲୋଚିତ ହେଉଛି। ଆମ ଲାଗି କିନ୍ତୁ ସବୁଠୁ ଆକର୍ଷଣ ର ବିଷୟ ହେଉଛି ବିଜେପିରେ ମିଶିଲାପରେ ବୈଜୟନ୍ତ ଦେଇଥିବା ବୟାନ। “ବିଜେପିରେ ମିଶିବା ଲାଗି  ଗତ ବାଇଶ ବର୍ଷ ଧରି ମୁଁ ଅପେକ୍ଷା କରି ରହିଥିଲି।“ – ଏ କଥା ପଦକ ବୈଜୟନ୍ତଙ୍କ ଅନେକ ଗୁମର ଖୋଲି ଦେଇଛି। ସେ ଯେ ବିଜେଡି ଭିତରେ ବିଜେପିର ଲୋକ ହୋଇ ଏତେଦିନ ଥିଲେ, ଏ କଥା ସେ ନିଜେ ସ୍ଵୀକାର କରିଛନ୍ତି। ନିଜକୁ ବିଜୁ ପଟ୍ଟନାୟକଙ୍କ ଆଦର୍ଶର ପ୍ରତିଭୂ ବୋଲି ଏହା ପୂର୍ବରୁ ସେ ଯାହା…

Read More

ବିଜେଡ଼ିରୁ ବହିସ୍କୃତ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଆଜି ବିଜେପିରେ ଯୋଗଦେଇଛନ୍ତି । ନୂଆଦିଲ୍ଲୀସ୍ଥିତ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଜୟ ବିଜେପିରେ ଯୋଗଦେଇଛନ୍ତି। ଏହି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ ଓରାମ୍‌, ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏବଂ କଲକ ବର୍ଦ୍ଦନ ସିଂଦେଓ ପ୍ରମୁଖ ଉପସ୍ଥିତି ରହିଥିଲେ । ଏହାପରେ ବୈଜୟନ୍ତ ସେଠାରେ ଉପସ୍ଥିତ ଥିବା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ସାହାଙ୍କୁ ମଧ୍ୟ ସାକ୍ଷାତ କରିଥିଲେ। ବିଜେଡିରୁ ବହିସ୍କୃତ ହେବା ପରେ ବୈଜୟନ୍ତ କେଉଁ ଦଳରେ ଯୋଗଦେବେ ସେନେଇ ରାଜ୍ୟ ରାଜନୀତିରେ କଳ୍ପନାଜଳ୍ପନା ଲାଗିରହିଥିଲା। କିଛିଦିନ ପୂର୍ବରୁ ସେ କଂଗ୍ରେସରେ ଯୋଗଦେବା ନେଇ ବେଶ୍‌ ଚର୍ଚ୍ଚା ଜୋର୍‌ ଧରିଥିଲା । ଏପରିକି ସେ ଏକ ଆଞ୍ଚଳିକ ଦଳ ଗଠନ କରିବା ନେଇ ଚର୍ଚ୍ଚା ମଧ୍ୟ ହୋଇଥିଲା ।  ବିଜେଡ଼ିରୁ ବହିଷ୍କୃତ ଅନ୍ୟତମ ନେତା ଦାମୋଦର ରାଉତଙ୍କ ସହ ମିଶି…

Read More

ବଲିଉଡ ଅଭିନେତା ଜନ ଆବ୍ରାହମଙ୍କ ଅପ୍‌କମିଂ ଫିଲ୍ମ ‘ର’ ବା ‘ରୋମିଓ ଅକବର ଓ୍ବାଲଟର’ର ଟ୍ରେଲର ରିଲିଜ ହୋଇଛି। ସ୍ପାଇ ଥ୍ରିଲର ଫିଲ୍ମ ‘ରୋମିଓ ଅକବର ଓ୍ବାଲଟର’ ଏକ ସତ ଘଟଣା ଉପରେ ଆଧାରିତ ହୋଇଛି। ଏପ୍ରିଲ୍‌ ୫ରେ ରିଲିଜ୍‌ ହେବାକୁ ଥିବା ଏହି ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଛି  ୨ ମିନିଟ ୪୬ ସେକେଣ୍ଡର ଏହି ଟ୍ରେଲର୍‌ରେ ଜନଙ୍କ ଦମଦାର ଆକ୍ସନ ଦେଖିବାକୁ ମିଳିଛି। ରୋବି ଗ୍ରଓ୍ବୋଲଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅଭିନେତା ଜନ ଆବ୍ରାହମଙ୍କ ବିପକ୍ଷରେ ନଜର ଆସିବେ ନାଗିନ୍‌ ମୋନି ରୟ। ଫିଲ୍ମରେ ଜନ ଆବ୍ରାହମ ଗୁପ୍ତଚର ଭୂମିକାରେ ନଜର ଆସିବେ। ଏହି ଫିଲ୍ମରେ ଜନ୍‌ ୧୮ରୁ ଅଧିକ ଲୁକ୍‌ରେ ନଜର ଆସିବେ ବୋଲି ଜଣାପଡିଛି। ଏହି ଫିଲ୍ମରେ ଜ୍ୟାକି ଶ୍ରଫ, ସିକନ୍ଦର ଖେର ଓ ସୁଚିତ୍ରା କୃଷ୍ଣାମୂର୍ତ୍ତିଙ୍କ ପ୍ରମୁଖ ନଜର ଆସିବେ ।

Read More

ଭାରତର-ଇଂଲଣ୍ଡ ମହିଳା ତ୍ରିଦିବସୀୟ ପ୍ରଥମ ଟି୨୦ ମ୍ୟାଚ୍‌ରେ ଭାରତକୁ ୪୧ ରନ୍‌ରେ ହରାଇ ଇଂଲଣ୍ଡ ବାଜି ମାରିନେଇଛି । ଇଂଲଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ବିକେଟ୍‌ ହରାଇ ୧୬୦ ରନ୍‌ କରିଥିବାବେଳେ ଭାରତ ୬ ଓ୍ବିକେଟ୍‌ ହରାଇ ମାତ୍ର ୧୧୬ ରନ୍‌ ସଂଗ୍ରହ କରିପାରିଥିଲା । ସ୍ମୃତି ମନ୍ଧାନାର ପ୍ରଥମ ଅଧିନାୟକତ୍ବରେ ଏହି ମ୍ୟାଚ୍‌ରେ ଭାରତର ଖେଳ ନୈରାଶ୍ୟଜନକ ରହିଥିଲା । ଭାରତ ତରଫରୁ ରାଧା ଯାଦବ ୨ଟି ଓ୍ବିକେଟ୍‌ ନେଇଛନ୍ତି । ଭାରତ ନ୍ୟୁଜଲାଣ୍ଡ ବିପକ୍ଷରେ ଏକଦିବସୀୟ ଶୃଙ୍ଖଳାକୁ ଜିତିଥିବାବେଳେ ପ୍ରଥମ ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡଠାରୁ ପରାସ୍ତ ହୋଇଛି । ତେବେ ଭାରତକୁ ଶୃଙ୍ଖଳାକୁ ଜିତିବାକୁ ହେଲେ ପରବର୍ତ୍ତୀ  ଦୁଇଟିଯାକ ମ୍ୟାଚ ଜିତିବାକୁ ପଡିବ। ବର୍ତ୍ତମାନ ଦଳ ଶୃଙ୍ଖଳାରେ ୧-୦ରେ  ପଛରେ ଅଛି। ଏହି ମ୍ୟାଚରେ ବିଜୟୀ ଦଳ ପକ୍ଷରୁ ଅଧିନାୟିକା ଏଚ. ନାଇଟ ଧୁଆନ୍ଧର ପାଳି ଖେଳିଥିଲେ। ସେ ୨୦ଟି ବଲରେ ୭ଟି ଚୌକା ସହାୟତାରେ ୪୦ ରନ କରିଥିଲେ। ସେହିପରି ୱିକେଟକିପର ବ୍ୟାଟସମ୍ୟାନ ଟି.ବିଉମୋଣ୍ଟ…

Read More