ଭୁବନେଶ୍ୱର: ସଂସଦରୁ ବିରୋଧି ଦଳମାନଙ୍କର ୧୪୩ ଜଣ ସାଂସଦକୁ ନିଲମ୍ବନ ବିରୋଧିରେ ଡିସେମ୍ବର ୨୨ ତାରିଖରେ ଆହୁତ ଦେଶବ୍ୟାପି ପ୍ରତିବାଦ ଦିବସକୁ ଓଡ଼ିଶାରେ ସଫଳ କରିବା ପାଇଁ ଇଣ୍ଡିଆ ମେଂଟଭୁକ୍ତ ଓଡ଼ିଶାର ବିରୋଧି ରାଜନୈତିକ ଦଳ ମାନେ ଆହ୍ୱାନ ଦେଇଛନ୍ତି। ଆଜି ଭୁବନେଶ୍ୱର ସ୍ଥିତି ସିପିଆଇ (ଏମ) ରାଜ୍ୟ କାର୍ଯ୍ୟାଳୟରେ ବିରୋଧିଦଳ ମାନଙ୍କର ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି। ଭୁବନେଶ୍ବର ସମେତ ରାଜ୍ୟବ୍ୟାପି ଆସନ୍ତାକାଲି ଅର୍ଥାତ ଡିସେମ୍ବର ୨୨ ତାରିଖରେ ପ୍ରତିବାଦ ସଂଗଠିତ କରାଯିବା ପାଇଁ ଆହ୍ୱାନ ଦିଆଯାଇଛି। ଧାରଣା, ବିକ୍ଷୋଭ, ସଭା ଏବଂ ପଟୁଆର ସଂଗଠିତ କରି ଏହି ପ୍ରତିବାଦ ଆନ୍ଦୋଳନ କରାଯିବାପାଇଁ ନିଷ୍ପତି ହୋଇଛି । ଆଜିର ମିଳିତ ବୈଠକରେ ଭାରତୀୟ ଜାତୀୟ କଂଗ୍ରେସ, ସିପିଆଇ, ସିପିଆଇ (ଏମ), ସିପିଆଇଏମଏଲ (ଲିବେରେସନ), ଅଲଇଣ୍ଡିଆ ଫରୱାର୍ଡ ବ୍ଲକ, ଆମଆଦମୀ ପାର୍ଟି, ସମାଜବାଦୀ ପାର୍ଟି, ଆରଜେଡି, ଏନସିପି, ସମତାକ୍ରାନ୍ତି ଦଳ, ଜେଡିୟୁ, ବିଏସ୍ପି, ସିପିଆଇ ଏମଏଲ (ରେଡଷ୍ଟାର), ତୃଣମୂଳ କଂଗ୍ରେସ,…
Author: Samikhsya Bureau
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ଆଜି ସଂଧ୍ୟାରେ କଟକ ଗସ୍ତରେ ଯାଇ ବିଭିନ୍ନ ରୂପାନ୍ତର କାମର ସମୀକ୍ଷା କରିଛନ୍ତି। ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ କଲେଜ, ଚଣ୍ଡୀ ମନ୍ଦିର, ତାଳଦଣ୍ଡା କେନାଲ ଓ ରେଭେନ୍ସା ବାଳିକା ବିଦ୍ୟାଳୟ ଆଦି ପରିଦର୍ଶନ କରି ଥିଲେ। କଟକ ଚଣ୍ଡୀ ମନ୍ଦିର ପରିଦର୍ଶନ କରି ସେ ମା’ଙ୍କ ଦର୍ଶନ କରିବା ସହିତ ମନ୍ଦିରର ବିଭିନ୍ନ ରୂପାନ୍ତର କାମ ସଂପର୍କରେ ପୂଜକ, ଜିଲ୍ଲାପ୍ରଶାସନ ସହିତ ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟ ଯେ 5T ଉପକ୍ରମରେ ମା’ଙ୍କ ମନ୍ଦିରର ରୂପାନ୍ତର ଓ ସୌନ୍ଦର୍ଯ୍ୟକରଣ କାମ ଚାଲିଛି। ମନ୍ଦିରର ସୌନ୍ଦର୍ଯ୍ୟକରଣ ସହିତ ଜଳ ନିଷ୍କାସନ, ପାର୍କିଂ ଓ ଅନ୍ୟାନ୍ୟ କାର୍ଯ୍ୟକୁ ଅନୁଧ୍ୟାନ କରି ଶ୍ରୀ ପାଣ୍ଡିଆନ ଏହାକୁ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯାତ୍ରୀମାନେ ଯେପରି ସୁବିଧାରେ ଓ ଶୃଙ୍ଖଳିତ ଭାବରେ ମା’ଙ୍କ ଦର୍ଶନ କରିପାରିବେ ଏବଂ…
ଭୁବନେଶ୍ବର: ସାର୍ବଜନୀନ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଦିଗରେ ଓଡ଼ିଶା ସରକାରଙ୍କ ଅନନ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବି.ଏସ୍.କେ.ୱାଇ )ଅଭୂତପୂର୍ବ ସଫଳତା ହାସଲ କରିଛି। ଏହି ଯୋଜନାରେ ସହଭାଗୀ ହସ୍ପିଟାଲଙ୍କ ସଂଖ୍ୟା ଏବଂ ଚିକିତ୍ସା ବାବଦ ବିନିଯୋଗ ଅର୍ଥରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। ରାଜ୍ୟ ସ୍ୱାସ୍ଥ୍ୟସେବା ପ୍ରତିଶ୍ରୁତି ସୋସାଇଟିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାକ୍ତର ଡି ବୃନ୍ଦାଙ୍କ ଆଭ୍ୟନ୍ତରୀଣ ସମୀକ୍ଷା ବୈଠକରୁ ଏହା ଜଣାପଡିଛି। ସୋସାଇଟିର ସଭାଗୃହ ଠାରେ ଅନୁଷ୍ଠିତ ଏହି ବୈଠକରେ ଯୁଗ୍ମ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ଶୁଭାନନ୍ଦ ମହାପାତ୍ର ଆଲୋଚନା ନିମନ୍ତେ ସଦ୍ୟତନ ତଥ୍ୟ ଉପସ୍ଥାପନ କରିଥିଲେ। ବୈଠକରେ ମୁଖ୍ୟତଃ ଅନୁବନ୍ଧିତ ହସ୍ପିଟାଲମାନେ ଦେଉଥିବା ବିଲର ସଠିକ ଯାଞ୍ଚ ଓ ପୈଠ, ମୋ ସରକାର ଏବଂ ଅନନ୍ୟ ସୂତ୍ରରୁ ମିଳୁଥିବା ଆପତ୍ତି ଅଭିଯୋଗର ଆଶୁ ସମାଧାନ, କ୍ଷେତ୍ରସ୍ତରରେ ସ୍ୱାସ୍ଥ୍ୟମିତ୍ରମାନଙ୍କର କାର୍ଯ୍ୟଦକ୍ଷତା ଆଦି ବିଷୟ ଆଲୋଚନା ହୋଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଅଗ୍ରଗତିର ସମୀକ୍ଷା କରି…
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ୪ଟି ଗୁରୁତ୍ୱପୂର୍ଣ୍ଣ ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ବୈତରଣୀ ବାମ ପାର୍ଶ୍ୱ କେନାଲ ସହିତ ହଳଦିଆ ଡ୍ୟାମର ଲୋକାର୍ପଣ କରାଯାଇଛି। ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ୨୮ କି.ମି. ଦୀର୍ଘ ବୈତରଣୀ ବାମ ପାର୍ଶ୍ୱ କେନାଲ ଦ୍ୱାରା ବୈତରଣୀ ଓ ସାଳନ୍ଦି ନଦୀକୁ ଯୋଡା ଯାଇଛି। ଏହା ଦ୍ୱାରା କେନ୍ଦୁଝର ଜିଲ୍ଲାର ହାଟଡିହି ଓ ଆନନ୍ଦପୁର ବ୍ଲକରେ ୨,୨୨୧ ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିବା ସହିତ ବାଲେଶ୍ୱର ଜିଲ୍ଲାର ୭ଟି ବ୍ଲକରେ ୫୬,୫୫୦ ହେକ୍ଟର ଜମିକୁ ଖରିଫ୍ ଋତୁରେ ଜଳସେଚନ ସୁବିଧା ମିଳିବ। ଏହା ସହିତ ସାଳନ୍ଦି ଡ୍ୟାମରେ ଗଚ୍ଛିତ ଜଳକୁ ବ୍ୟବହାର କରାଯାଇ ରବି ଋତୁରେ ୫୦,୦୦୦ ହେକ୍ଟର ଜମିକୁ ମଧ୍ୟ ଜଳସେଚନର ସୁବିଧା ଦିଆଯିବ। ସମୁଦାୟ ୧,୦୮,୭୭୧ ହେକ୍ଟର ଚାଷ ଜମିକୁ ଜଳସେଚନର ସୁବିଧା ମିଳିବ। ସେହିପରି ହଳଦିଆ ଡ୍ୟାମ ହେଉଛି ସୁବର୍ଣ୍ଣରେଖା ଜଳସେଚନ…
ଭୁବନେଶ୍ୱର: କୃଷ୍ଣପ୍ରସାଦ, ପୁରୀ ସଦର ଓ ବ୍ରହ୍ମଗିରି ବ୍ଲକର ଶତାଧିକ ବିଜେପି କର୍ମୀ ଆଜି ଶଙ୍ଖ ଭବନରେ ବିଜେଡିରେ ଯୋଗ ଦେଇଛନ୍ତି। ବିଜେପିର ପୂର୍ବତନ ଯୁବ ମୋର୍ଚ୍ଚା ଉପସଭାପତି ଜୟନ୍ତ କୁମାର ମହାନ୍ତିଙ୍କ ନେତୃତ୍ୱରେ ବହୁ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ଦଳରେ ସାମିଲ୍ ହୋଇଥିବା ଶ୍ରୀ ମହାନ୍ତି ଏବଂ ତାଙ୍କର ସଂଖ୍ୟାଧିକ ସମର୍ଥକଙ୍କୁ ଉପଢୌକନ ଦେଇ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ସାଧାରଣ ସମ୍ପାଦକ ସଂଜୟ ଦାସବର୍ମା ସ୍ୱାଗତ କରିଥିଲେ। ବିଜୁ ଜନତା ଦଳରେ ତାଙ୍କ ଯୋଗଦାନ ଫଳରେ ବିଶେଷ କରି ବ୍ରହ୍ମଗିରି, ପୁରୀ ସଦର ଓ କୃଷ୍ଣପ୍ରସାଦ ଅଞ୍ଚଳରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ। ବିଜେଡି ଏକ ଶୃଙ୍ଖଳିତ ଦଳ ଏବଂ ଏଠାରେ ଯୋଗ ଦେଉଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଉପଯୁକ୍ତ ସମ୍ମାନ ମିଳିବ ବୋଲି ସାଂଗଠନିକ ସମ୍ପାଦକ ଶ୍ରୀ ଦାସ କହିଥିଲେ। ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ପୂର୍ବତନ ବିଜେପି ଯୁବମୋର୍ଚ୍ଚା…
ଭୁବନେଶ୍ୱର: ଆଜି ରାଜ୍ୟ ଖାଦ୍ୟ ଆୟୁକ୍ତ ଶ୍ରୀ ଅବନୀକାନ୍ତ ସାହୁ ଦୁଇଦିନିଆ ତାଳଚେର ଗସ୍ତରେ ଯାଇ ଅପରାହ୍ନ ୩ଘଟିକା ସମୟରେ ତାଳଚେର ଉପଜିଲ୍ଲାପାଳଙ୍କ ସମିଳନୀ କକ୍ଷ ଠାରେ ଏକ ବୈଠକରେ ଯୋଗଦେଇ ଅଞ୍ଚଳର ଖାଦ୍ୟ ସୁରକ୍ଷା ଯୋଜନା ଓ ବିତରଣ ବ୍ୟବସ୍ଥା ଉପରେ ସମୀକ୍ଷା କରଥିଲେ। ପାରିପାଶ୍ୱର୍କ ଉନ୍ନୟନ ଯୋଜନା ମାଧ୍ୟମରେ ତାଳଚେର ଅଞ୍ଚଳର କର୍ମଜୀବୀ ମହିଳାମାନଙ୍କ ଖାଦ୍ୟସୁରକ୍ଷା ଓ କର୍ମକ୍ଷେତ୍ରକୁ ଯିବାବେଳେ ସେମାନଙ୍କ ଶିଶୁମାନଙ୍କ ସୁରକ୍ଷା ଓ ଲାଳନପାଳନ ନିମନ୍ତେ କ୍ରେଚ ସବୁ ଅଞ୍ଚଳରେ ଖୋଲିବା, ତା’ର ନିୟମିତ ପରିଚାଳନା ନିମନ୍ତେ ଆବଶ୍ୟକ କର୍ମଚାରୀ ନିୟୋଜିତ କରିବା, ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଖାଦ୍ୟଶସ୍ୟ ବଣ୍ଟନ ସ୍ଥଳୀଗୁଡିକରେ ପକ୍କାଘର ଯୋଗାଇଦେବା, ପ୍ରତ୍ୟେକ ୱାର୍ଡରେ ଥିବା ବଣ୍ଟନ ସ୍ଥଳୀଗୁଡିକରେ ସୂଚନା ଫଳକ ଲଗାଇ ସେଥିରେ ଉପଭୋକ୍ତାଙ୍କ ନାମ ତାଲିକା, ଉପଖଣ୍ଡ ଯୋଗାଣ ଅଧିକାରୀ ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ମୋବାଇଲ ନମ୍ବର ଆଦି ପ୍ରଦାନ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଅଙ୍ଗନବାଡିଗୁଡିକର…
ବଲାଙ୍ଗୀର: ବଲାଙ୍ଗୀର ଗସ୍ତର ଦ୍ବିତୀୟ ଦିନରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀ ପୁଇଁତଳା ବ୍ଲକର ରଣ୍ଡା ଗ୍ରାମରେ ନୂତନ କଲ୍ୟାଣ ମଣ୍ଡପର ଉଦଘାଟନ କରିଛନ୍ତି । ଏହାର ନିର୍ମାଣ ପାଇଁ ପରିଷଦ ପକ୍ଷରୁ 10 ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଥିଲା । ଶ୍ରୀ ତ୍ରିପାଠୀ ଜନସାଧାରଣଙ୍କୁ ସମ୍ବୋଧନ କରି କଲ୍ୟାଣ ମଣ୍ଡପର ରକ୍ଷଣାବେକ୍ଷଣା ଏବଂ ଆନୁଷଙ୍ଗିକ ବ୍ୟବସ୍ଥା କରିବା ପାଇଁ ଅତିରିକ୍ତ 5 ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି । ଅନ୍ୟପକ୍ଷେ ମାଧିଆପାଲି ଗ୍ରାମପଞ୍ଚାୟତର ରେନ୍ ବଚନ୍ ଗ୍ରାମରେ ନିର୍ମିତ ହେଉଥିବା କମ୍ୟୁନିଟି କେନ୍ଦ୍ର ପରିଦର୍ଶନ କରିଛନ୍ତି । ଏହାର ନିର୍ମାଣ କାର୍ଯ୍ୟ ପାଇଁ ପରିଷଦ ପକ୍ଷରୁ 7.80 ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯାଇଥିଲା । ଆସନ୍ତା ଦୁଇ ମାସ ମଧ୍ୟରେ ଏହାକୁ ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।
ବାଲୁଗାଁ ( ସୀତାରାମ ଅଗ୍ରୱାଲ): ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଆରମ୍ଭ ହୋଇଥିବା ନୂତନ ଉନ୍ନତ ଅଭିଳାଷ ଓଡିଶା (ନୂଆ -ଓ ) କାର୍ଯ୍ୟକ୍ରମରେ ଆଜି ସକାଳେ ଶିକ୍ଷାର୍ଥୀମାନଙ୍କ ପାଇଁ ଯୋଗାଭ୍ୟାସ କରାଯାଇ ଯୋଗର ବିଭିନ୍ନ ସକାରାତ୍ମକ ପ୍ରଭାବ ସମ୍ପର୍କରେ ଆଲୋଚନା କରାଯାଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ ଯୋଗ କାର୍ଯ୍ୟକ୍ରମରେ ଆବାହକ ତଥା ଏନଏସଏସ କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ଲଷ୍ମୀଧର ସୁବୁଦ୍ଧି, ଅଧ୍ୟାପିକା ରୀନା ରାଉତ, ମନସ୍ବିନୀ ପଟ୍ଟନାୟକ, ଧୋବୀ ପରିଡାଙ୍କ ତତତ୍ୱାବଧାନରେ ଏନସିସି କ୍ୟାଡେଟ, ଏନଏସଏସ ସ୍ବେଛାସେବୀ ଓ ଯୁବ ରେଡ କ୍ରସର ଛାତ୍ର ଛାତ୍ରୀ ମାନେ ଯୋଗlଭ୍ୟାସ କରିଥିଲେ। ଯୋଗଗୁରୁ ସୁବ୍ରତ କୁମାର ମାନ୍ଧାତା, ଜୟନ୍ତୀ ଲାଲ ଚୌହାନ ଓ ବାଲୁଙ୍କେଶ୍ୱର ଜେନା ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଯୋଗଶିକ୍ଷା ପ୍ରଦାନ କରିଥିଲେ। ଏହାପରେ କ୍ରୀଡ଼ା ମହୋତ୍ସବର ଦ୍ଵିତୀୟ ଦିନରେ ନିମିକ୍ଷେତା ଗ୍ରାମ ପଂଚାୟତର ସରପଞ୍ଚ ଇଂ ବିଶ୍ୱ ବିହାରୀ ଗୁରୁ ଓ…
ନୂଆଦିଲ୍ଲୀ: କରୋନାର ନୂଆ ସବ୍ ଭାରିଆଣ୍ଟ ଜେଏନ-୧ ବିଶ୍ୱର ୪୦ଟି ଦେଶକୁ ବ୍ୟାପିଛି। ଭାରତରେ ଏପର୍ଯ୍ୟନ୍ତ ୨୧ଟି ମାମଲା ସାମ୍ନାକୁ ଆସିଛି। ଏଥିମଧ୍ୟରୁ ଗୋଆରେ ୧୯ ଜଣ ଏବଂ କେରଳ-ମହାରାଷ୍ଟ୍ରରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୀତି ଆୟୋଗ ସଦସ୍ୟ ଭିକେ ପଲ୍ ବୁଧବାର କହିଛନ୍ତି ଯେ ଗତ ଦୁଇସପ୍ତାହ ମଧ୍ୟରେ ଭାରତରେ କରୋନାରେ ୧୬ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ସେମାନଙ୍କ ମଧ୍ୟରୁ ଅଧିକାଂଶ ମଧୁମେହ ଓ ହୃଦରୋଗ ଭଳି ରୋଗରେ ମଧ୍ୟ ପୀଡ଼ିତ ଥିଲେ। କେନ୍ଦ୍ରର ସୂଚନା ଅନୁଯାୟୀ, ସମଗ୍ର ଦେଶରେ କରୋନାର ସକ୍ରିୟ ମାମଲା ପ୍ରାୟ ୨୬୬୯ ରହିଛି। ସେଥିମଧ୍ୟରୁ ୯୧ରୁ ୯୨ ପ୍ରତିଶତ ଲୋକ ଘରେ ରହି ଚିକିତ୍ସିତ ହେଉଛନ୍ତି। ନୂଆ ଭାରିଏଣ୍ଟଥିବା ରୋଗୀଙ୍କଠାରେ ଭୂତାଣୁର ଲକ୍ଷଣ ବହୁତ ସାମାନ୍ୟ। ତେବେ ଏଥିରେ ଆତଙ୍କିତ ହେବାର କିଛି ନାହିଁ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଜେଏନ-୧କୁ ‘ଭାରିଏଣ୍ଟ ଅଫ୍ ଇଣ୍ଟରେଷ୍ଟ’ରେ ସାମିଲ କରିଛି। ଡବ୍ଲୁଏଚଓ…
ନୂଆଦିଲ୍ଲୀ: ଭାରତର ଔଷଧ ନିୟାମକ ସଂସ୍ଥା ୪ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ଆଣ୍ଟି କୋଲ୍ଡ ଔଷଧ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛି ଏବଂ ସେହି ଅନୁଯାୟୀ ଔଷଧକୁ ଲେବଲ୍ କରାଯିବା ଉଚିତ ବୋଲି କହିଛି। କଫ ସିରପ୍ ଯୋଗୁଁ ସାରାବିଶ୍ୱରେ ଅତି କମରେ ୧୪୧ ଜଣ ଶିଶୁଙ୍କ ମୃତ୍ୟୁ ହେବା ପରେ ଏହି ପଦକ୍ଷେପ ନିଆଯାଇଛି। ନିୟନ୍ତ୍ରକ ସଂସ୍ଥା ଶିଶୁମାନଙ୍କ ପାଇଁ ଅନୁମୋଦିତ ଅଣ-ଶୀତଳ ଔଷଧ ପ୍ରସ୍ତୁତିକୁ ପ୍ରୋତ୍ସାହିତ କରିବା ସମ୍ପର୍କରେ ଉଦବେଗ ପ୍ରକାଶ କରିଥିଲା, ଯାହା ଫଳରେ ସେହି ବୟସ ବର୍ଗ ପାଇଁ ମିଶ୍ରଣ ବ୍ୟବହାର ନ କରିବା ପାଇଁ ଆଲୋଚନା ଏବଂ ପରବର୍ତ୍ତୀ ସୁପାରିସ କରାଯାଇଥିଲା। ଘରୋଇ ସ୍ତରରେ ଉତ୍ପାଦିତ ବିଷାକ୍ତ କଫ ସିରପ୍ ଯୋଗୁଁ ୨୦୧୯ରୁ ଭାରତରେ କ୍ରମାଗତ ଭାବେ ଶିଶୁ ମୃତ୍ୟୁ ଘଟିବା ପରେ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ଗତବର୍ଷ ମଧ୍ୟଭାଗରୁ ଗାମ୍ବିଆ, ଉଜବେକିସ୍ତାନ ଏବଂ କ୍ୟାମେରୁନରେ ଅତି କମରେ ୧୪୧…
ଭୁବନେଶ୍ବର: ଆଜି ଅଳ୍ପକେ ଏକ ବଡ ଦୁର୍ଘଟଣାରୁ ଅନେକ ବଞ୍ଚିଯାଇଛନ୍ତି। ଆଜି ଭୁବନେଶ୍ବରର ହଂସପାଳଠାରେ ଠିଆ ହୋଇଥିବା ଏକ କୋରିୟର ଗାଡିରେ ହଠାତ ନିଆଁ ଲାଗିଯାଇଥିଲା। ନିଆଁର ପ୍ରଭାବ ଏପରି ରହିଲା ଯେ, ଚାହୁଁଚାହୁଁ ଗାଡିଟି ସଂପୂର୍ଣ୍ଣ ପୋଡିଗଲା। ଭାଗ୍ୟବସତଃ ସେହି ଗାଡିରେ କେହି ନ ଥିଲେ। ତେବେ ନିକଟସ୍ଥ ପାହାଳ ଏବଂ ଭୁବନେଶ୍ବର ଅଗ୍ନିଶମ ବିଭାଗ ଆସି ଏହି ଗାଡିଟିରୁ ନିଆଁ ଲିଭାଇଥିଲେ। ତେବେ ଏହି ଗାଡିରେ ନିଆଁ ଲାଗିବା ପରେ ସାରା ଅଞ୍ଚଳ ପୁରା ଧୂଆଁମୟ ହୋଇଯାଇଥିଲା। ଏପରିକି ପାଖରେ ଥିବା ତିନୋଟି ମୋଟରସାଇକେଲ ଏହି ନିଆଁ ଯୋଗୁଁ ଆଂଶିକ ପୋଡିଯାଇଥିବାର ଜଣାପଡିଛି।
ନୂଆଦିଲ୍ଲୀ: ସବୁକିଛି ଠିକ୍ ଠାକ୍ ରହିଲେ ଆସନ୍ତା ବର୍ଷ ମାର୍ଚ୍ଚ ମାସରୁ ଟୋଲ ପ୍ଲାଜାରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ। ଟୋଲ ଦେବାରେ ଆପଣ ଲମ୍ବା ଲାଇନରୁ ମୁକ୍ତି ପାଇପାରିବେ। ରାଜପଥ ଟୋଲ ପ୍ଲାଜାର ବର୍ତ୍ତମାନର ବ୍ୟବସ୍ଥାକୁ ବଦଳାଇବା ପାଇଁ ସରକାର ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଜିପିଏସ୍ ଆଧାରିତ ଟୋଲ ସଂଗ୍ରହ ବ୍ୟବସ୍ଥା ସମେତ ନୂତନ ଜ୍ଞାନକୌଶଳ ପ୍ରଚଳନ କରିବେ ବୋଲି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି। ରାଜପଥରେ ଟ୍ରାଫିକ୍ ହ୍ରାସ କରିବା ଏବଂ ରାଜପଥରେ ଯାତ୍ରା କରୁଥିବା ସଠିକ୍ ଦୂରତା ପାଇଁ ଗାଡ଼ି ଚାଳକଙ୍କଠାରୁ ଶୁଳ୍କ ଆଦାୟ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି। ଅଟୋମେଟିକ ଟୋଲ ଆଦାୟ ହେବ ଦେଶରେ ଟୋଲ ପ୍ଲାଜା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ସରକାର ଜିପିଏସ୍ ଆଧାରିତ ଟୋଲ ସିଷ୍ଟମ୍ ସମେତ ନୂଆ ଟେକ୍ନୋଲୋଜି ଆଣିବାକୁ ବିଚାର କରୁଛନ୍ତି ବୋଲି ଗଡ଼କରୀ କହିଛନ୍ତି। ଆସନ୍ତା ବର୍ଷ…
କଟକ: ଶେଷରେ ବହୁ ସଂଘର୍ଷ ପରେ ଅଭିନେତା ଅନୁଭବ ମହାନ୍ତିଙ୍କୁ ଛାଡପତ୍ରର ଅନୁମତି ମିଳିଛି। ସେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଛାଡ ପତ୍ର ଦେବେ ବୋଲି ହାଇକୋର୍ଟରେ ଆବେଦନ କରିଥିଲେ। ଶେଷରେ ହାଇକୋର୍ଟ ପତ୍ନୀ ବର୍ଷାଙ୍କୁ ଛାଡପତ୍ର କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଦୀର୍ଘ ବର୍ଷ ଧରି ଅନୁଭବ ପତ୍ନୀ ବର୍ଷାଙ୍କୁ ଛାଡପତ୍ର ଦେବେ ପାଇଁ କୋର୍ଟର ଆଶ୍ରୟ ନେଇଥିଲେ। ପରିବାର କୋର୍ଟରେ ଏହି ମାମଲା ଚାଲିଥିଲା। ହେଲେ କୋର୍ଟ ତାଙ୍କ ବିବାହ ବିଛେଦକୁ ଅନୁମତି ପ୍ରଦାନ କରି ନ ଥିଲେ। ଶେଷରେ ଅନୁଭବ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ।
ଭୁବନେଶ୍ବର: ବୁଲା ଗାଈଗୋରୁଙ୍କ ସୁରକ୍ଷା ଓ କଲ୍ୟାଣ ଦିଗରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ରହିଛି। ଗୋରୁଙ୍କ ସମାଜ ପ୍ରତି ମୂଲ୍ୟବାନ ଅବଦାନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସେମାନଙ୍କ ନିରାପଦ ଆଶ୍ରୟସ୍ଥଳ ନିମନ୍ତେ ନୂତନ ଗୋଶାଳା ନିର୍ମାଣ ପାଇଁ ବିଭିନ୍ନ ବେସରକାରୀ ସଂସ୍ଥା ଏବଂ ପ୍ରାଣୀ କଲ୍ୟାଣକାରୀ ସଂସ୍ଥାକୁ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି। ଏଥି ସହିତ ପଞ୍ଜୀକୃତ ଗୋଶାଳାରେ ଗୋରୁମାନଙ୍କର ଯନି ଓ ରକ୍ଷଣାବେକ୍ଷଣ ପାଇଁ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ଅଧିକରୁ ଅଧିକ ପ୍ରାଣୀ କଲ୍ୟାଣ ସଂସ୍ଥା ସରକାରୀ ସହାୟତାର ସୁଯୋଗନେଇ ଆଗେଇ ଆସି ରାଜ୍ୟରେ ପ୍ରାଣୀ କଲ୍ୟାଣ କାର୍ଯ୍ୟକ୍ରମକୁ ଏକ ନୂତନ ଉଚ୍ଚତାରେ ପହଞ୍ଚାଇବେ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। ଆଜି ଏହି କ୍ରମରେ କୃଷିଭବନଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟର ୫୯ଗୋଟି ପଞ୍ଜୀକୃତ ଗୋଶାଳାକୁ ୮…
ନୂଆଦିଲ୍ଲୀ: ସଂସଦ ଭବନର ସୁରକ୍ଷା ପାଇଁ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସଏଫ) ମଧ୍ୟ ମୁତୟନ କରାଯିବ। ମିଳିଥିବା ସୂଚନା ଅନୁଯାୟୀ, ସଂସଦରେ ସୁରକ୍ଷା ତ୍ରୁଟିକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ସିଆଇଏସଏଫ ପାଖରେ ପରମାଣୁ, ଦିଲ୍ଲୀ ମେଟ୍ରୋ, ବିମାନବନ୍ଦର ଏବଂ ଏରୋସ୍ପେସ୍ ସମ୍ବନ୍ଧୀୟ ଅନୁଷ୍ଠାନ ସମେତ ଅନେକ କୋଠାର ସୁରକ୍ଷା ଦାୟିତ୍ୱ ରହିଛି। ସିଆଇଏସଏଫ ସହିତ ସଂସଦ ସୁରକ୍ଷା ସେବା (ପିଏସଏସ), ଦିଲ୍ଲୀ ପୋଲିସ ଏବଂ ପାର୍ଲାମେଣ୍ଟ ଡ୍ୟୁଟି ଗ୍ରୁପ (ପିଡିଜି) ମଧ୍ୟ ସାମିଲ ହେବେ। ପିଡିଜି ହେଉଛି କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ)ର ଏକ ଅଂଶ। ଅନ୍ୟ ଦୁଇ ଜଣଙ୍କୁ ପଚରାଉଚରା କରାଯାଉଛି ଲୋକସଭାରେ ସୁରକ୍ଷା ଉଲ୍ଲଂଘନ ଅଭିଯୋଗରେ ଇଞ୍ଜିନିୟର ସାଇକୃଷ୍ଣ ଜଗାଲିଙ୍କୁ କର୍ଣ୍ଣାଟକରୁ ଅଟକ ରଖାଯାଇଛି। ତାକୁ ଦିଲ୍ଲୀ ଅଣାଯାଇଛି। ଜଗଲି ହେଉଛନ୍ତି କର୍ଣ୍ଣାଟକର ଜଣେ ଅବସରପ୍ରାପ୍ତ ଡିଏସପିଙ୍କ ପୁଅ। ସେହିପରି ୟୁପିର ଆଉଜଣେ ବ୍ୟକ୍ତି ମଧ୍ୟ ଧରାପଡ଼ିଛନ୍ତି। ଉଭୟଙ୍କୁ ପଚରାଉଚରା…
ଭୁବନେଶ୍ବର: କଂଗ୍ରେସର ଯୁବ ନେତା ଅମୀୟ ପାଣ୍ଡବ ହେଲେ ପ୍ରଦେଶ କଂଗ୍ରେସ ସାମାଜିକ ଗଣମାଧ୍ୟମର ଅଧ୍ୟକ୍ଷ। ଆଜି ଏ ନେଇ ଏଆଇସିସି ତରଫରୁ ସୂଚନା ପ୍ରଦାନ କରାଯାଇଛି। ଏଥିରେ କୁହାଯାଇଛି ଯେ, ସର୍ବ ଭାରତୀୟ କଂଗ୍ରେସ ସଭାପତିଙ୍କ ଅନୁମୋଦନ କ୍ରମେ ଅମୀୟଙ୍କ ସହିତ ଆଉ ଚାରିଜଣଙ୍କୁ ସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଛି। ଓଡିଶାର ସମାଜିକ ଗଣମାଧ୍ୟମର ଅଧ୍ୟକ୍ଷଙ୍କ ବ୍ୟତିତ ଆଉ 4 ଜଣଙ୍କୁ ସଂଯୋଜକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ସେମାନେ ହେଲେ ମନୀଷା ଦାସପଟ୍ଟନାୟକ, ସୁଶାନ୍ତ ମହାରଣା, ମୁକେଶ ଅଗ୍ରୱାଲ ଏବଂ ଅନଶା ପ୍ରଧାନ। ଏମାନେ ତୁରନ୍ତ ସେମାନଙ୍କ କାର୍ଯ୍ୟରେ ଯୋଗଦେବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି।
ଭୁବନେଶ୍ୱର: ଡିଏଭି ପୋଖରୀପୁଟର ବାର୍ଷିକ ଉତ୍ସବ “ମାହିରା” ଅନୁଷ୍ଠିତ ହୋଇଯାଇଛି। ପାରମ୍ପରିକ ରୀତିରେ ବେଦମନ୍ତ୍ର ପାଠ ପରେ ଡିଏଭି ଗାନ କରାଯାଇଥିଲା ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ସମୂହ ସଂଗୀତ ଗାନ କରାଯାଇ ବାର୍ଷିକ ଉତ୍ସବର ଶୁଭ ଉଦ୍ଘାଟନ କରାଯାଇଥିଲା। ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ୍ ଡକ୍ଟର ଅରୁଣ କୁମାର ରଥ ଅତିଥିମାନଙ୍କର ସ୍ୱାଗତ ପରିଚୟ ପ୍ରଦାନ କରିଥିଲେ। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥିରୂପେ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ଅରବିନ୍ଦ ଅଗ୍ରୱାଲ୍ ଯୋଗଦାନ କରି ‘କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି’ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥିରୂପେ ଉଚ୍ଚଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀଯୁକ୍ତ ପ୍ରମୋଦ କୁମାର ମିଶ୍ର ଯୋଗଦାନ କରି ବିଦ୍ୟାଳୟ ହିଁ ବିଦ୍ୟାର୍ଥୀମାନଙ୍କର ପ୍ରତିଭା ବିକାଶର ପ୍ରକୃଷ୍ଟ ସ୍ଥଳ ବୋଲି କହିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ଚଳିତ ବର୍ଷର ବିବିଧ କାର୍ଯ୍ୟକ୍ରମ ତଥା କୃତିତ୍ୱ ସମ୍ବନ୍ଧୀୟ ବାର୍ଷିକ…
ଖୋର୍ଦ୍ଧା: ଟାଙ୍ଗୀ ଥାନା ତେନ୍ତୁଳିଆ ପଡାରେ ଗତ ସେପ୍ଟେମ୍ବର ମାସ 26 ତାରିଖରେ ବୋହୂକୁ ହତ୍ୟା କରି ଫେରାର ହୋଇଥିବା ଅଭିଯୋଗରେ ଶଶୂର ଗୁରୁବାରୀ ନାୟକ, ଶାଶୁ ସବିତା ନାୟକ ଓ ଯା କଳ୍ପନା ନାୟକଙ୍କୁ ଗିରଫ କରିଛି ଟାଙ୍ଗୀ ପୋଲିସ। ଟାଙ୍ଗୀ ଥାନା ହାଟବରଡ଼ି ଗ୍ରାମର ସଂଯୁକ୍ତା ଦଳାଇ ଟାଙ୍ଗୀ ଥାନା ତେନ୍ତୁଳିଆ ପଡା ଗ୍ରାମର ଗୌତମ ନାୟକଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ହେଲେ କିଛିମାସ ପରେ ସଂଯୁକ୍ତା ଉପରେ ଆରମ୍ଭ ହୋଇଥିଲା ଅକଥନୀୟ ଅତ୍ୟଚାର। ଶେଷରେ ସଂଯୁକ୍ତାଙ୍କୁ ତଣ୍ଟି ଚିପି ମାରି ଦେଇଥିବାର ଅଭିଯୋଗ ହୋଇଛି। ସେତେବେଳଙ୍କୁ ସଂଯୁକ୍ତାଙ୍କର କୋଳରେ 15 ଦିନର ଏକ ଶିଶୁପୁତ୍ର ରହିଛି। ଖବର ପାଇ ଟାଙ୍ଗୀ ଥାନା ପୋଲିସ ଶବ ଜବତ କରିବା ସହିତ ତଦନ୍ତ କରି ସ୍ୱାମୀ ଗୌତମ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେହି ଦିନଠାରୁ ଶାଶୁ ଶଶୁର ଓ ଯା ଫେରାର ହୋଇ ଯାଇଥିଲେ।
ନୂଆଦିଲ୍ଲୀ: ଚଳିତ ସପ୍ତାହରେ ୧୪୩ ଜଣ ସାଂସଦଙ୍କୁ ନିଲମ୍ବନ କରାଯିବା ପ୍ରତିବାଦରେ ଗୁରୁବାର ସଂସଦ ଭବନରୁ ଦିଲ୍ଲୀର ବିଜୟ ଛକ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ବିରୋଧୀ ସାଂସଦମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଡିସେମ୍ବର ୧୩ ତାରିଖରେ ଘଟିଥିବା ଅଭୂତପୂର୍ବ ସୁରକ୍ଷା ଉଲ୍ଲଂଘନ ଉପରେ ବିତର୍କ ପାଇଁ ଦାବି କରାଯାଉଥିବାବେଳେ ଲୋକସଭାର ୯୭ ଜଣ ଓ ରାଜ୍ୟସଭାର ୪୬ ଜଣ ସାଂସଦଙ୍କ ସମେତ ନିଲମ୍ବିତ ସାଂସଦମାନେ କାର୍ଯ୍ୟରେ ବାଧା ସୃଷ୍ଟି କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ସମୟରେ ଦୁଇଜଣ ବ୍ୟକ୍ତି ଦର୍ଶକ ଗ୍ୟାଲେରୀରୁ ଲୋକସଭା ଚେମ୍ବରକୁ ଡେଇଁ ଗ୍ୟାସ କାନିଷ୍ଟର ଛାଡ଼ିଥିଲେ, ଯାହା ସଂସଦୀୟ ସୁରକ୍ଷାକୁ ନେଇ ଗମ୍ଭୀର ଚିନ୍ତା ବଢ଼ାଇ ଦେଇଛି। କଂଗ୍ରେସ ମୁଖ୍ୟ ତଥା ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ସଂସଦରେ ସୁରକ୍ଷା ଉଲ୍ଲଂଘନର ସମାଧାନ କରିନଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି। ବିରୋଧୀ ସାଂସଦମାନେ ଗୃହରେ ଆଲୋଚନା ପାଇଁ…
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଡିସେମ୍ବର ୧୫ ତାରିଖରୁ ଜନତା ମଇଦାନରେ ଆୟୋଜିତ ଅଠରତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ପଞ୍ଚମ ସନ୍ଧ୍ୟାରେ ବୟନିକାର ପରିଚାଳନା ନିର୍ଦ୍ଦେଶିକା ତଥା ହସ୍ତଶିଳ୍ପର ନିର୍ଦ୍ଦେଶିକା, ଶ୍ରୀମତୀ ପ୍ରଣତୀ ଛୋଟରାୟ ପ୍ରଦୀପ ପ୍ରଜ୍ଵଳନ କରି ଆଜିର ସାଂସ୍କୃତିକ ସନ୍ଧ୍ୟାକୁ ଉଦଘାଟନ କରିଥିଲେ। ତାଙ୍କ ସହିତ ମଞ୍ଚ ଉପରେ ଉପସ୍ଥିତ ଥିଲେ ସିଡ଼ାକ୍ ର ସଦସ୍ୟ ସଚିବ ଶ୍ରୀଯୁକ୍ତ ଶିଶିର କୁମାର ରଥ। ଏହି ଜାତୀୟ ହସ୍ତଶିଳ୍ପ ମେଳାର, ପଞ୍ଚମ ସାଂସ୍କୃତିକ ସନ୍ଧ୍ୟା ପଶ୍ଚିମ ଓଡ଼ିଶାର ଲୋକ ନୃତ୍ୟ ପାଇଁ ସମର୍ପିତ ଥିଲା। ବରଗଡ଼ର ରବୀନ୍ଦ୍ର ସାହୁ ଓ ସାଥିଙ୍କ ଦ୍ବାରା ଆଦି ଧୂନ, ସମ୍ବଲପୁର ଆଲୋକ ପଣ୍ଡା ଓ ସାଥିଙ୍କ ଦ୍ବାରା ଘୁଙ୍ଗୁରର ଶବଦ ଓ ସମ୍ବଲପୁରୀ ନୃତ୍ୟର ଦର୍ଶକମାନଙ୍କ ମନ ମୋହିଲା ବେଳେ ବଲାଙ୍ଗୀରର ଦୁଲଦୁଲି କଳାପରିଷଦ ଦ୍ବାରା ଧାପ ନୃତ୍ୟ ଏବଂ ବୌଦ୍ଧର ପ୍ରଣାମ ଅନୁଷ୍ଟାନ…
ଭୁବନେଶ୍ବର: ଆସନ୍ତା ୨୬ ତାରିଖରେ ବିଜୁ ଯୁବ ଜନତା ଦଳ ଏବଂ ବିଜୁ ଛାତ୍ର ଜନତା ଦଳ ତରଫରୁ କଟକ ସ୍ଥିତ ବିଜୁ ବାବୁଙ୍କ ଏନ୍ତୁଡ଼ିଶାଳ ‘ଆନନ୍ଦ ଭବନ’ ଠାରୁ ଭୁବନେଶ୍ବର ‘ଶଙ୍ଖ ଭବନ’ ପର୍ଯ୍ୟନ୍ତ ବିଶାଳ ସାଇକେଲ୍ ଶୋଭାଯାତ୍ରା ଅନୁଷ୍ଠିତ ହେବ। ବିଜେଡି ଲୋକଙ୍କ ବଳ ବୋଲି ଏହି ସାଇକେଲ ରାଲିରେ ପ୍ରଚାର କରାଯିବ। ଏହା ସକଳା ଆଠଟାରୁ କରାଯିବ ବୋଲି ନିଷ୍ପତି କରାଯାଇଛି। ଏଥିରେ ସମସ୍ତ ଯୁବକ ସାମିଲ ହେବା ପାଇଁ ଦଳ ତରଫରୁ ଆହ୍ବାନ କରାଯାଇଛି। ଏହାପୂର୍ବରୁ ଶଙ୍ଖ ଭବନ ଠାରୁ ଏକ ପ୍ରତୀକ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତୀକ ସାଇକେଲ ଶୋଭାଯାତ୍ରାରେ ବିଧାୟକ ତଥା ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ, ବିଧାୟକ ପ୍ରଣବ ବଳବନ୍ତରାୟ, ବିଧାୟକ ଚନ୍ଦ୍ର ସାରଥୀ ବେହେରା, ବିଧାୟକ ଶ୍ରୀଯୁକ୍ତ ବ୍ୟୋମକେଶ ରାୟ, ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ବିଧାୟକ ସୌଭିକ ବିଶ୍ୱାଳ ସମେତ ଆମ ଯୁବ…

