Author: Samikhsya Bureau

ଭୁବନେଶ୍ବର: ଆଜିଠାରୁ ଦୁଇଟି ନୂଆ ରୁଟରେ ଚାଲିବ ମୋ ବସ। ସେ ନେଇ କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନସପୋର୍ଟ ବା କ୍ରୁଟ ତରଫରୁ ସୂଚନା ପ୍ରଦାନ କରାଯାଇଛି। ଏଥିରେ କୁହାଯାଇଛି ଯେ 5 ତାରିଖ ବା ଆଜିଠାରୁ ଏହି ଦୁଇଟି ରୁଟରେ ଚାଲିବ ମୋ ବସ ଏକ୍ସପ୍ରେସ ସେବ। ତେବେ ଯେଉଁ ଦୁଇଟି ରୁଟରେ ଏହି ମୋ ବସ ଚାଲିବା ପାଇଁ ନିଷ୍ପତି ହୋଇଛି ତାହା ହେଲା ଗୋଟିଏ ଭୁବନେଶ୍ବର ଏୟାରପୋର୍ଟରୁ ଯିବ କଟକ। ସେହିପରି ଅନ୍ୟ ବସଟି ଭୁବନେଶ୍ବର ଏୟାର ପୋର୍ଟରୁ ଯିବ ପୁରୀ। ଏହା ପୁରୀ ବସଷ୍ଟାଣ୍ଡରେ ଯାତ୍ରୀଙ୍କୁ ଓହ୍ଲାଇବ। ଖୁବ ଶିଘ୍ର ଆଉ ତିନୋଟି ନୂଆ ରୁଟରେ ବସ ଚଳାଚଳ ପାଇଁ ଘୋଷଣା ହେବ ବୋଲି କ୍ରୁଟ ତରଫରୁ କୁହାଯାଇଛି।

Read More

ନୂଆଦିଲ୍ଲୀ: ରାଜ୍ୟସଭାରେ ସୋମବାର ପୋଷ୍ଟ ଅଫିସ ବିଲ-୨୦୨୩କୁ ସ୍ୱର ଭୋଟରେ ଅନୁମୋଦନ ମିଳିଛି। ଏହାର ଉଦ୍ଦେଶ୍ୟ ହେଉଛି ଭାରତୀୟ ଡାକଘର ଆଇନ, ୧୮୯୮କୁ ଉଚ୍ଛେଦ କରିବା ଏବଂ ଦେଶରେ ଡାକଘର ଆଇନକୁ ସୁଦୃଢ଼ ଏବଂ ସଂଶୋଧନ କରିବା। ଏହି ଆଇନ ଜରିଆରେ ଅନେକ ପ୍ରକ୍ରିୟାକୁ ସରଳ କରାଯାଇଛି। ଏଥିସହିତ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି। ଡାକଘରଗୁଡ଼ିକର ବିକଶିତ ଭୂମିକାକୁ ଦୃଷ୍ଟିରେ ରଖି ପ୍ରସ୍ତାବିତ ପରିବର୍ତ୍ତନ କରାଯାଇଛି। ଏଗୁଡ଼ିକୁ ନାଗରିକ କେନ୍ଦ୍ରୀତ ସେବାର କେନ୍ଦ୍ରଭାବେ ବିକଶିତ କରିବାକୁ ଯୋଜନା କରାଯାଇଛି। ଏହାକୁ ନେଇ ଅନେକ ଆଶଙ୍କା ମଧ୍ୟ ସୃଷ୍ଟି ହୋଇଥିଲା। କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାକୁ ସମ୍ବୋଧିତ କରିଥିଲେ। ସବୁଠାରୁ ବଡ଼ ଆଶଙ୍କା ଥିଲା ଘରୋଇକରଣକୁ ନେଇ। ଡାକଘରଗୁଡ଼ିକୁ ସେବା ପ୍ରଦାନକାରୀ କରି ବ୍ୟାଙ୍କରେ ପରିଣତ କରିବା ପାଇଁ ସରକାରଙ୍କ ପ୍ରୟାସ ବୋଲି ସେ ସ୍ପଷ୍ଟ କରିଛନ୍ତି। ଡାକଘର ବିଲ କ’ଣ? ୧୨୫ ବର୍ଷ ପୁରୁଣା ଡାକଘର ଆଇନରେ…

Read More

ନୂଆଦିଲ୍ଲୀ: ଡିସେମ୍ବର ୬ରେ ନୂଆଦିଲ୍ଲୀରେ ହେବାକୁ ଥିବା ଇଣ୍ଡି ମେଣ୍ଟର ବୈଠକ ବିଷୟରେ ତାଙ୍କୁ ଅବଗତ କରାଯାଇ ନାହିଁ ବୋଲି ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ସୋମବାର କହିଛନ୍ତି। ଏହି ସମୟ ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଉତ୍ତରବଙ୍ଗରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେ କହିଛନ୍ତି, ଇଣ୍ଡି ମେଣ୍ଟ ବୈଠକ ବିଷୟରେ ମୁଁ ଜାଣେ ନାହିଁ। ବୈଠକ ବିଷୟରେ କେହି ମୋତେ କହିନଥିଲେ କି ଫୋନ ଆସିନାହିଁ। କୌଣସି ସୂଚନା ମଧ୍ୟ ନାହିଁ। ଡିସେମ୍ବର ୬ରୁ ୭ ତାରିଖ ପର୍ଯ୍ୟନ୍ତ ଉତ୍ତରବଙ୍ଗରେ ମୋର କାର୍ଯ୍ୟକ୍ରମ ରହିଛି। ମୁଁ ଅନ୍ୟ ଯୋଜନା କରିଥିଲି। ବର୍ତ୍ତମାନ ଯଦି ସେମାନେ ମୋତେ ଡାକନ୍ତି, ତେବେ ମୁଁ ଯୋଜନା କିପରି ପରିବର୍ତ୍ତନ କରିବି। ଯଦି ସେମାନେ ମୋତେ କହିଥାନ୍ତେ ତେବେ ମୁଁ ଯାଇଥାନ୍ତି ବୋଲି ସେ ସାମ୍ବାଦିକମାନଙ୍କୁ କହିଛନ୍ତି। ମମତା ବାନାର୍ଜୀ ଉତ୍ତରବଙ୍ଗରେ ଏକ କାର୍ଯ୍ୟକ୍ରମ ଥିବାରୁ ଏହି ବୈଠକରେ ଯୋଗ ଦେବେ ନାହିଁ। ତେବେ ଡିସେମ୍ବର…

Read More

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍‌) ଏମ୍‌.ବି.ଏ ଇନ୍ ହସ୍ପିଟାଲିଟି ମ୍ୟାନେଜମେଂଟର ଦ୍ୱୀତିୟ ବର୍ଷର ଛାତ୍ରୀ ଏସ୍‌.ଭି. ଚନ୍ଦନା ନିକଟରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ରେ ରାଜ୍ୟ ସ୍ତରୀୟ ଭାରଉତୋଳନ ପ୍ରତିଯୋଗିତାରେ ନିଜର ପାରଦର୍ଶିତା ଦେଖାଇ ଦ୍ୱିତୀୟ ସ୍ଥାନ ଅଧିକାର କରିବା ସହିତ ରୌପ୍ୟ ପଦକ ହାସଲ କରିଛନ୍ତି। ସେହିପରି ଭୁବନେଶ୍ୱର ସ୍ଥିତ ଜନତା ମଇଦାନରେ ଆନ୍ତର୍ଜାତୀୟ ମିଲେଟ୍ ପ୍ରତିଯୋଗିତାରେ ବ୍ୟାଚ୍‌ଲର୍ ଅଫ୍ ହୋଟେଲ ମ୍ୟାନେଜମେଂଟ ଏବଂ କ୍ୟାଟରିଂ ଟେକ୍‌ନୋଲୋଜି (ବିଏଚ୍‌ଏମ୍‌ସିଟି)ର ଶେଷବର୍ଷର ଛାତ୍ର ସୌଭାଗ୍ୟ ବାରିକ ମିଲେଟ୍ ଦ୍ୱାରା ବିଭିନ୍ନ ସୁସ୍ୱାଦ ବ୍ୟଞ୍ଜନ ପ୍ରସ୍ତୁତ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ଦୁଇ ଛାତ୍ରଛାତ୍ରୀ ଙ୍କର ସଫଳତା ପାଇଁ ବିଶ୍ୱବିଦ୍ୟାଳୟ ଗୌରବ ଅର୍ଜନ କରିଛି। ଏହି ସଫଳତା ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ସେମାନଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଇଛି।

Read More

ନୂଆଦିଲ୍ଲୀ: ପଞ୍ଜାବ ରାଜ୍ୟପାଳ ବନୱାରିଲାଲ ପୁରୋହିତ ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇ ସୂଚନା ଦିଆଯାଇଛି ଯେ, ପଞ୍ଜାବ ରାଜ୍ୟପାଳ ବନୱାରିଲାଲ ପୁରୋହିତ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି।

Read More

ମେଷ- ରାଜ୍ୟ ସହଯୋଗରେ କାର୍ଯ୍ୟ ସମାପ୍ତ ହେବ। ବ୍ୟବସାୟରୁ ଅନୁକୂଳ ଲାଭ ଦେବ। ବୈବାହିକ ପ୍ରସ୍ତାବ ମିଳିପାରିବ । ଯଦି ଜରୁରୀ ଜିନିଷ ଠିକ୍ ସମୟରେ ଉପଲବ୍ଧ ନହୁଏ ତେବେ ଅକ୍ଷମତା ସେଠାରେ ରହିବ ନାହିଁ । ବିନିଯୋଗ ଶୁଭ ହେବ । ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ । ଆୟ ବୃଦ୍ଧି ପାଇବ। ସମୟ ସୁସଙ୍ଗତତା ମିଳିବ । ଦିନ ସାରା ଅଳସୁଆ ହେବେ। ଘରେ ଶାନ୍ତି ଏବଂ ସୁଖ ରହିବ। ଉପକୃତ ହେବ । ବୃଷ- ଜମି ଏବଂ ଅଟ୍ଟାଳିକା ବିକ୍ରୟ ଏବଂ କ୍ରୟ ଲାଭଦାୟକ ହେବ। ପ୍ରଗତିର ରାସ୍ତା ପକ୍କା ହେବ। ବିବାଦରୁ ଦୂରେଇ ରୁହନ୍ତୁ । ବ୍ୟବସାୟ ବୃଦ୍ଧି ପାଇବ। ବିନିଯୋଗ ଶୁଭ ହେବ । ରୋଜଗାର ବୃଦ୍ଧି ପାଇବ। ଲାଭ ସୁଯୋଗ ଆସିବ । ଘର ବାହାରେ ସୁଖ ମିଳିବ । ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । କିଛି ବଡ କାମ…

Read More

ନୂଆଦିଲ୍ଲୀ: ନୂଆଦିଲ୍ଲୀର ପ୍ରଗତି ମଇଦାନର ଭାରତ ମଣ୍ଡପମରେ ଆରମ୍ଭ ହୋଇଛି ତିନିଦିନିଆ “ଗ୍ଲୋବାଲ ବାୟୋ ଇଣ୍ଡିଆ ୨୦୨୩”। ଭାରତ ସରକାରଙ୍କ ବିଜ୍ଞାନ ଓ କାରିଗରି କୌଶଳ ମନ୍ତ୍ରାଳୟ ଅଧୀନରେ ଥିବା ବାୟୋଟେକ୍ନୋଲୋଜି ବିଭାଗ ଏବଂ ବାୟୋଟେକ୍ନୋଲୋଜି ଇଣ୍ଡଷ୍ଟ୍ରି ରିସର୍ଚ୍ଚ ଆସିଷ୍ଟାନ୍ସ କାଉନସିଲ (ବିଆଇଆରଏସି) ପକ୍ଷରୁ “ଗ୍ଲୋବାଲ ବାୟୋ ଇଣ୍ଡିଆ କନକ୍ଲେଭ” କରାଯାଉଛି। ଏହି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଭାରତର ବର୍ତ୍ତମାନର ସ୍ଥିତି ଓ ଭବିଷ୍ୟତକୁ ନେଇ ବୈଷୟିକ ସମ୍ମିଳନୀ ଓ ପ୍ରଦର୍ଶନୀର ଆୟୋଜନ କରାଯାଉଛି। ଏଥିରେ ସାମିଲ ହୋଇ ଓଡ଼ିଶା, ରାଜ୍ୟର ଅନନ୍ୟ ଜୈବ ସମ୍ବଳ ଏବଂ ବାୟୋଟେକ୍ନୋଲୋଜି କ୍ଷେତ୍ରର ବିପୁଳ ସମ୍ଭାବନାକୁ ପ୍ରଦର୍ଶନ କରୁଛି। ଗ୍ଲୋବାଲ ବାୟୋ ଇଣ୍ଡିଆ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗ ସାମିଲ ହୋଇଛି। ଏହି ପ୍ରଦର୍ଶନୀରେ ରାଜ୍ୟର ୧୦ଟି ପ୍ରମୁଖ ବାୟୋଟେକ୍ନୋଲୋଜି ଷ୍ଟାର୍ଟଅପ୍ ଅଂଶଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ (ଆଇଏଲଏସ) ଏବଂ କିଟ୍…

Read More

ଭୁବନେଶ୍ଵର: ଜିଲ୍ଲା ଆଇନ ପ୍ରାଧିକରଣ ସେବା ଦ୍ଵାରା ପରିଚାଳିତ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଶିବିର, ଜିଲ୍ଲା ଆଇନ ପ୍ରାଧିକରଣ ସେବା ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଯୁଗ୍ମ ଶ୍ରମ କାର୍ଯ୍ୟାଳୟ, ଭୁବନେଶ୍ଵର ତରଫରୁ ବିଜେବି ମହାବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ରାଜ୍ୟ ସରକାରଙ୍କ ଦ୍ୱାରା ସଦ୍ୟ ଘୋଷିତ ୫୦ ବର୍ଗର ଅଣସଂଗଠିତ ଶ୍ରମିକଙ୍କ ମଧ୍ୟରୁ ୦୯ ଜଣ ଭିନ୍ନକ୍ଷମ ଶ୍ରମିକମାନଙ୍କୁ ପଞ୍ଜିକରଣ ପତ୍ର ପ୍ରଦାନ କରାଯାଇଥିଲା। ଏହି ଶିବିରରେ ଓଡିଶା ଉଚ୍ଚ ନ୍ୟାୟାଳୟର କାଯ୍ୟକାରୀ ମୁଖ୍ୟ ବିଚାରପତି ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟ ଅତିଥିମ।ନଙ୍କ ମଧ୍ୟରେ, ରାଜ୍ୟ ଆଇନ ବିଭାଗର ପ୍ରମୁଖ ସଚିବ  ଶ୍ରୀ ମାନସରଞ୍ଜନ ବାରିକ, ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତ୍ତୀ, ଭୁବନେଶ୍ବର ଡିସିପି ଶ୍ରୀ ପ୍ରତୀକ ସିଂ, ଯୁଗ୍ମ ଶ୍ରମ ଆୟୁକ୍ତ ଶ୍ରୀ ପ୍ରଣବ କୁମାର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

Read More

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପି ଦୁଇଟି ବଡ଼ ବାଜି ମାରିଛି। ମୁଖ୍ୟମନ୍ତ୍ରୀଙ୍କ ନାମ ଉପସ୍ଥାପନ କରିବା ପରିବର୍ତ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିବା ଏବଂ ସାଂସଦମାନେ ପ୍ରଭାବିତ କରିଥିବା ଆସନରେ ବିଜୟ ଓ ପରାଜୟ ପାଇଁ ସେମାନଙ୍କୁ ଦାୟୀ କରିବା। ୩ଟି ରାଜ୍ୟରେ ୪ ଜଣ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୧୮ ଜଣ ସାଂସଦଙ୍କୁ ସିଧାସଳଖ ପ୍ରାର୍ଥୀ କରିବା ଏହି ରଣନୀତିର ଏକ ଅଂଶ ଥିଲା। ତିନିଟି ରାଜ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ୪୨ଟି ଜିଲ୍ଲାରେ ନିଜର ରାଲିରେ ପ୍ରାୟ ୨୫୦ ଟି ବିଧାନସଭା ଆସନ ଅତିକ୍ରମ କରିଛନ୍ତି। ଏଠାରେ ତାଙ୍କର ବିଜୟ ଷ୍ଟ୍ରାଇକ୍ ରେଟ୍ ୬୭% ରହିଛି। ଖାସ୍ କଥା ହେଉଛି ଏହି ସବୁ ଅଞ୍ଚଳରେ ବିଜେପି ୭୬ଟି ନୂଆ ଆସନରେ ବିଜୟୀ ହୋଇଛି। ସେହିପରି ଯଦି ଏବେ ଲୋକସଭା ନିର୍ବାଚନ ହୋଇଥାନ୍ତା ତେବେ ବିଜେପିର ୬୧ ଜଣ ସାଂସଦଙ୍କ ମଧ୍ୟରୁ ୪୫ ଜଣ ଜିତିଥାନ୍ତେ। ରାଜସ୍ଥାନ,…

Read More

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲାର ହେବାଳୀ ପଡିଆ ଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା-୨୦୨୩/୨୪ ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ପ୍ରାୟ ୬୦ ଟି ଷ୍ଟଲରେ ବିଭିନ୍ନ କମ୍ପାନୀର କୃଷି ଯନ୍ତ୍ରପାତି ପ୍ରଦର୍ଶନ ହେବା ସହିତ କୃଷି ଓ ଆନୁଷଙ୍ଗିକ ବିଭାଗୀୟ ଷ୍ଟଲ ମଧ୍ୟ ପ୍ରଦର୍ଶିତ ହୋଇଥିଲା। ଏହି ମେଳାରେ ଉଦଘାଟନ ସମାରୋହରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ତଥା ମତ୍ସ୍ୟ ଓ ପ୍ରାଣୀଧନ ସମ୍ବଳ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଯୋଗଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଜିଲ୍ଲା ପରିଷଦ ସଭାପତି ରୂପଶ୍ରୀ ରାଣୀ ଗୁମାନସିଂହ, ଜିଲ୍ଲାପରିଷଦ ଉପସଭାପତି ଗୋପୀନାଥ ମହାରଣା ଏବଂ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଯୋଗଦାନ କରି ସଭା ମଣ୍ଡିତ କରିଥିଲେ। ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶରତ କୁମାର ପରିଡା ମେଳାର ଉଦ୍ଦେଶ୍ୟ…

Read More

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା କୋଦଳା ସ୍ଥିତ ଶ୍ରୀ ଶ୍ରୀ ଦଣ୍ଡିଶ୍ୱର ମହାଦେବଙ୍କ ପ୍ରାଙ୍ଗଣରେ ଲକ୍ଷ୍ମୀ ନାରାୟଣ (ସତ୍ୟବାନ ସାବିତ୍ରୀ) ମନ୍ଦିର ପ୍ରତିଷ୍ଠା ଉତ୍ସବ ମହା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ମନ୍ଦିର ମଧ୍ୟରେ ବହୁ ପାର୍ଶ୍ଵ ଦେବତା ଥିଲେ ସୁଦ୍ଧା ସତ୍ୟବାନ ସାବିତ୍ରୀ ପୂଜା ନିମନ୍ତେ ମନ୍ଦିର ଟିଏ ନଥିଲା। ସତ୍ୟବାନ ସାବିତ୍ରୀଙ୍କୁ ଅସ୍ଥାୟୀ ଭାବେ ପୂଜା କରାଯାଉଥିଲା। ଏହାକୁ ଦୃଷ୍ଟିରେ ରଖି ଦାତାଙ୍କ ଅନୁଦାନ କ୍ରମେ ଉକ୍ତ ମନ୍ଦିର ଟି ଗଢିଉଠିଲା। କିନ୍ତୁ ବ୍ରାହ୍ମଣଙ୍କ କଥା ଅନୁଯାଇ ସତ୍ୟବାନ ସାବିତ୍ରୀଙ୍କ ପୂଜା ଲକ୍ଷ୍ମୀ ନାରାୟଣଙ୍କୁ ନେଇ ହୋଇଥିବାରୁ ଏଠାରେ ଲକ୍ଷ୍ମୀ ନାରାୟଣଙ୍କ ସହିତ ସତ୍ୟବାନ ସାବିତ୍ରୀଙ୍କୁ ଜୀବନ୍ୟାସ ଦିଆଯାଇଥିଲା। ରବିବାର ପ୍ରାତଃ ରୁ ମନ୍ଦିର ପ୍ରଶାସନ ସଭାପତି ସୂର୍ଯ୍ୟ ନାରାୟଣ ବଡୁଙ୍କ ତତ୍ୱାବଧାନ ରେ ଦଣ୍ଡିଶ୍ଵର ମହାଦେବଙ୍କ ପୁରୋହିତ ପୂର୍ଣ୍ଣ ଚନ୍ଦ୍ର ଶତପଥୀଙ୍କ ସମେତ ଯୁବ ଦକ୍ଷତା ସମ୍ପନ୍ନ ଜଣାଶୁଣା ପୁରୋହିତ ସପନ କୁମାର ଶତପଥି ,ବିଦ୍ୟା…

Read More

କନ୍ଦର୍ପ ବେହେରା ରେଢାଖୋଲ: ନାକଟିଦେଉଳ ବ୍ଲକ୍ ଘୋଷରାମାଳ ଗ୍ରାମପଞ୍ଚାୟତର ଜିଆରଏସ୍ ପ୍ରଦୁମ୍ନ ଦାସ୍ ଙ୍କ ରହସ୍ୟ ଜନକ ମୃତ୍ୟୁକୁ ନେଇ ଆଜି ନାକଟିଦେଉଳ ମନ୍ଦିର ଛକ ନିକଟରେ ୧୨ ଘଣ୍ଟିଆ ବନ୍ଦ ପାଳନ ହୋଇଥିଲା। ଶାନ୍ତି ଶ୍ରୁଙ୍ଖଳା ରକ୍ଷା ପାଇଁ ମଧ୍ୟ ପୋଲିସ୍ ମୁତୟନ କରାଯାଇଥିଲା। ସୂଚନା ଥାଉକି ନାକଟିଦେଉଳ ବ୍ଲକ୍ ଘୋଷରାମାଳ ପଂଚାୟତର ଗ୍ରାମ ରୋଜଗାର ସେବକ ପ୍ରଦ୍ୟୁମ୍ନ ଦାସ୍ ଗତ ୨୨ ନଭେମ୍ବରରେ ଘୋଷରାମାଳ ପଂଚାୟତକୁ ଡ୍ୟୁଟିକୁ ଯାଇ ଲାଣ୍ଡିମାଳ ନିକଟ ଏକ ନାଳ ନିକଟରେ ମୃତ୍ୟୁବରଣ କରିଥିଲେ। ମୃତ୍ୟୁକୁ ନେଇ ପରିବାର ଲୋକେ ପ୍ରଦ୍ୟୁମ୍ନକୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ରେଢାଖୋଲ ଥାନାରେ ଅଭିଯୋଗ ହୋଇଥିଲା। ତେବେ ଏହାକୁ ନେଇ ଆଜି ଗ୍ରାମବାସୀ ୧୨ ଘଣ୍ଟିଆ ରାସ୍ତା ରୋକ କରିଥିଲେ। ୧୩ ଦିନ ବିତି ଯାଇଥିଲେ ମଧ୍ୟ ହତ୍ୟାକାରୀକୁ ଗିରଫ ନ କରିବା, ମୃତକର ପତ୍ନୀକୁ ସରକାରୀ ଚାକିରୀ ନିଯୁକ୍ତ, ୨୦ ଲକ୍ଷ ଟଙ୍କା କ୍ଷତି ପୂରଣ,…

Read More

ନୂଆଦିଲ୍ଲୀ: ୪ ଟି ରାଜ୍ୟର ନିର୍ବାଚନ ଫଳାଫଳ ପରେ ସବୁଠି ମୋଦି-ମୋଦି ସ୍ୱର ଶୁଣିବାକୁ ମିଳୁଛି। ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପି ଚମତ୍କାର ବିଜୟ ହାସଲ କରିଥିବାବେଳେ ତେଲେଙ୍ଗାନାରେ ନିଜର ପ୍ରଦର୍ଶନରେ ଉନ୍ନତି ଆଣିଛି। ଫଳାଫଳ ପରେ ପ୍ରଧାନମନ୍ତ୍ରୀ ମୋଦୀ ରବିବାର ଏବଂ ପରଦିନ ସକାଳେ ସଂସଦର ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ଦଳୀୟ କର୍ମୀମାନଙ୍କୁ ସମ୍ବୋଧିତ କରିଛନ୍ତି। ରାଜ୍ୟର ଫଳାଫଳରୁ ଗୋଟିଏ କଥା ସ୍ଥିର ହୋଇଛି ଯେ ଆସନ୍ତା ଗ୍ରୀଷ୍ମ ଋତୁରେ ସାଧାରଣ ନିର୍ବାଚନ ହେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚାଲେଞ୍ଜ ଦେବା ପାଇଁ ବିରୋଧୀଙ୍କୁ ଅଧିକ ଝାଳ ବୋହିବାକୁ ପଡ଼ିବ। ଯଦି ରାଜ୍ୟଗୁଡ଼ିକର ଫଳାଫଳକୁ ଭଲ ଭାବରେ ଦେଖାଯାଏ, ତେବେ ଲାଗୁଛି ଅନେକ ଘଟଣା ଘଟିଛି ଯାହା ପୂର୍ବରୁ ଦେଖିବାକୁ ମିଳିନଥିଲା। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ାଯାଇଥିଲା ଏବଂ ‘ମୋଦିଙ୍କ ଗ୍ୟାରେଣ୍ଟି’ର ପ୍ରଭାବ ସବୁଠାରୁ ଅଧିକ ଦେଖିବାକୁ ମିଳିଥିଲା। ମୋଦିଙ୍କ ଗ୍ୟାରେଣ୍ଟି ଚଳିତ ନିର୍ବାଚନରେ ବିରୋଧୀଙ୍କ ମାଗଣା…

Read More

ଭୁବନେଶ୍ୱର: ରାଜଧାନୀର ଶିରିପୁର ସିଟି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆଜି ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ବିଭାଗ ଆନୁକୂଲ୍ୟରେ ଯୁବ ଓଡିଶା ଓ ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ କହିଥିଲେ ଯେ, ଛାତ୍ରୀମାନେ ହେଉଛନ୍ତି ଆମ ରାଜ୍ୟ ଓ ଦେଶର ଉଜ୍ଜଳ ଭବିଷ୍ୟତ। ଆମ ସମୟରେ ଖେଳ ପଡିଆ ନ ଥିଲା କିନ୍ତୁ ଏବେ ଆମ ରାଜ୍ୟରେ ବିଶ୍ବ ବିଖ୍ୟାତ ହକି ପାଇଁ ଷ୍ଟାଡିୟମ ତିଆରି ହୋଇପାରିଛି। ତେବେ ଏସବୁ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ସମ୍ଭବ ହୋଇପାରିଛି ବୋଲି ସେ କହିଥିଲେ। ସେହିପରି ସ୍ଥାନୀୟ କର୍ପୋଟର ବିଜୟିନୀ ଜେନା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଛାତ୍ରୀମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷା ରଶ୍ମିତା କୁମାରୀ ସାହୁ, କାର୍ଯ୍ୟକ୍ରମ ସଂଯୋଜିକା ପୁଷ୍ପାଞ୍ଜଳି ମହାପାତ୍ର,…

Read More

ଖୋର୍ଦ୍ଧା: ଖୋର୍ଦ୍ଧା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜି ମୋଟ 73 ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଥିମଧ୍ୟରୁ 63 ଗୋଟି ଅଭିଯୋଗ ବ୍ୟକ୍ତିଗତ ଥିଲା। ସେହିପରି 05 ଗୋଟି ବିଭିନ୍ନ ଗ୍ରାମର ସାମୁହିକ ସମସ୍ୟା ଥିଲା। ଉକ୍ତ ଅଭିଯୋଗମାନଙ୍କ ମଧ୍ୟରୁ ସ୍ଥଳ ବିଶେଷରେ 03 ଗୋଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା l ଅନୁରୂପ ଭାବେ ଦୁଇ ଜଣ ହିତାଧିକାରୀଙ୍କୁ 15,000 ଟଙ୍କା ଓ 23,000 ଟଙ୍କା ରେଡକ୍ରସ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିଲା । ଆଜିର ମିଳିତ ଜନଶୁଣାଣି ଅବସରରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରିଥିବାବେଳେ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ବାଦଲ କୁମାର ମହାନ୍ତି, ଉପ-ଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀ, ସି ଡ଼ି ଏମ୍ ଓ ଡଃ ଆର୍ତ୍ତଵନ୍ଧୁ…

Read More

ଭୁବନେଶ୍ବର: ପିତାପଲ୍ଲି ନିକଟସ୍ଥ ‘ବିଶ୍ବାସ’ ଉଚ୍ଚ ମାଧ୍ୟମିକ ଅନୁଷ୍ଠାନରେ ରାଜ୍ୟସ୍ତରୀୟ ପ୍ରତିଭା ଅନ୍ଵେଷଣ ପରୀକ୍ଷା ଅନୁଷ୍ଠିତ ହୋଇ ଯାଇଅଛି। ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସରକାରୀ ଓ ବେ-ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶାର ପୂର୍ବତନ ଅର୍ଥମନ୍ତ୍ରୀ ଡଃ. ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଯୋଗଦାନ କରିଥିଲେ। ଏବଂ ଗଣଶିକ୍ଷା ବିଭାଗର ପୂର୍ବତନ ନିର୍ଦେଶକ ଡଃ. ଶରତ ଚନ୍ଦ୍ର ବିଶ୍ଵାଳ ସଂମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ଏଥିରେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ମୁଖ୍ୟ ଅତିଥି  ଛାତ୍ରଛାତ୍ରୀ ମାନଙ୍କୁ ଚରିତ୍ରବତ୍ତା, କଠିନ ପରିଶ୍ରମ କରିବା ଜୀବନର ମୂଳ ଲକ୍ଷ୍ୟ ବୋଲି ଉଦବୋଧନ ଦେଇଥିଲେ। ପ୍ରଥମ ଶ୍ରେଣୀରେ ବିବେକାନନ୍ଦ ବିଦ୍ୟାଳୟ, କୁହୁଡି ଓ ସରକାରୀ ହାଇସ୍କୁଲ, ଆରିକମା-ଯୁଗ୍ମ ଭାବରେ ବିବେଚିତ ହୋଇଛନ୍ତି। ସେହିପରି ସୋମନାଥ ହାଇ ସ୍କୁଲ, ହରିରାଜପୁର, ଜଟଣୀ ଓ କୃପାସିନ୍ଧୁ ହାଇ ସ୍କୁଲ, ଗୋପୀନାଥପୁର…

Read More

ଭୁବନେଶ୍ୱର: ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ରାଜ୍ୟ ନିର୍ବାଚନରେ ବିଜେପି ୩-୧ରେ କଂଗ୍ରେସକୁ ପରାସ୍ତ କରିଛି। ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ଭଳି ହିନ୍ଦୀ ଅଞ୍ଚଳର ବଡ଼ ରାଜ୍ୟରେ ବିଜେପି ବଡ଼ ବ୍ୟବଧାନରେ ବିଜୟ ହାସଲ କରିଥିବାବେଳେ କର୍ଣ୍ଣାଟକ ପରେ ତେଲେଙ୍ଗାନା ଜିତି କଂଗ୍ରେସ ଦେଶର ଦକ୍ଷିଣ ଭାଗରେ ନିଜର ଲୋକପ୍ରିୟତା ପ୍ରମାଣିତ କରିଛି। ରାଜନୈତିକ ପଣ୍ଡିତମାନେ ଏହି ୪ଟି ରାଜ୍ୟର ଫଳାଫଳକୁ ନିଜ ନିଜ ଢଙ୍ଗରେ ବିଶ୍ଳେଷଣ କରୁଛନ୍ତି। ଏସବୁ ଭିତରେ ହିନ୍ଦୁ ଓ ମୁସଲମାନ ଭୋଟର ଧ୍ରୁବୀକରଣର କୋଣକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଏହି ନିର୍ବାଚନରେ ବିଜେପି ଦୃଢ଼ ଯୁକ୍ତି ଉପସ୍ଥାପନ କରିଥିଲା ଯେ କଂଗ୍ରେସ ଶାସିତ ରାଜସ୍ଥାନରେ ଅନେକ କ୍ଷେତ୍ରରେ ମୁସଲମାନଙ୍କ ପ୍ରତି ନରମତା ଥିବାବେଳେ ଶୋଭାଯାତ୍ରା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ହିନ୍ଦୁମାନଙ୍କର ତିଜ ପର୍ବକୁ ପହରା ଦିଆଯାଉଛି। ସେହିପରି ତେଲେଙ୍ଗାନା ନିର୍ବାଚନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ…

Read More

ଭୁବନେଶ୍ବର: ବର୍ତ୍ତମାନ ଯେଉଁ ବିଧାୟକମାନେ ଆଉ ନିର୍ବାଚନ ଲଢିବେ ନାହିଁ ସେମାନେ ବର୍ତ୍ତମାନ ତାଙ୍କ ପୁଅଙ୍କୁ ଆଗକୁ ଆଣିବାରେ ଲାଗିଛନ୍ତି। ନିକଟରେ ଭୋଗରାଇ ବିଧାୟକ ଅନନ୍ତ ଦାସ ତାଙ୍କ ପୁଅଙ୍କୁ ଧରି କାର୍ତ୍ତିକ ପାଣ୍ଡିଆନଙ୍କୁ ସାକ୍ଷାତ କରିଛନ୍ତି। ଯାହାକୁ ନେଇ ଭୋଗରାଇରେ ବେଶ ଚର୍ଚ୍ଚା ଚାଲିଛି। ଗତ କିଛି ଦିନ ତଳେ ନବୀନ ନିବାସରେ ବିଧାୟକ ଅନନ୍ତ ଦାସ ତାଙ୍କ ଉଚ୍ଚଶିକ୍ଷତ ପୁଅ ଇଂଜିନିୟର ଅଭିଜିତ ଦାସଙ୍କୁ ସାଥୀରେ ନେଇ 5ଟି ତଥା ନବୀନ ଓଡିଶାର ଅଧ୍ୟକ୍ଷ ପାଣ୍ଡିଆନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାରର ଏକ ଫଟୋ ମଧ୍ୟ ପ୍ରକାଶ ପାଇଛି। ସେହି ଫଟୋକୁ ନେଇ ଭୋଗରାଇରେ ବର୍ତ୍ତମାନ ଚର୍ଚ୍ଚା। ଏଥର ଅନନ୍ତ ଦାସଙ୍କ ପୁଅ ଟିକେଟ ପାଇବେ ବୋଲି ଆଲୋଚନା ଚାଲିଛି। ତେବେ ଏହାକୁ ନେଇ ଅନ୍ୟ ଅଶାୟୀ ହତାସ ହୋଇଥିବାର ପରିଲକ୍ଷିତ ହୋଇଛି। ଅନନ୍ତ ଦାସଙ୍କର ବୟସ ହୋଇଯାଇଥିବାରୁ ସେ ଆଉ ଛିଡା ହେବା ପରିସ୍ଥିତିରେ ନାହାଁନ୍ତି। ଫଳରେ…

Read More

ନୂଆଦିଲ୍ଲୀ: ନୌସେନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି: ‘ନୌସେନା ଦିବସରେ ଭାରତୀୟ ନୌସେନାର ସମସ୍ତ କର୍ମଚାରୀଙ୍କୁ ଶୁଭେଚ୍ଛା। ଆମ ସାମୁଦ୍ରିକ ସୁରକ୍ଷା ଦିଗରେ ସେମାନଙ୍କ ପ୍ରତିବଦ୍ଧତା, କର୍ତ୍ତବ୍ୟ ପ୍ରତି ସେମାନଙ୍କ ଅତୁଟ ସମର୍ପଣ ଏବଂ ଆମ ଦେଶ ପ୍ରତି ଭଲପାଇବାର ପ୍ରମାଣ। ସମସ୍ତ ପରିସ୍ଥିତିରେ ସେମାନଙ୍କ ସଂକଳ୍ପ ଏବଂ ସାହସ ଅଟଳ ରହିଥାଏ। ଆମେ ସେମାନଙ୍କ ସେବା ଏବଂ ବଳିଦାନ ପ୍ରତି ସର୍ବଦା କୃତଜ୍ଞ। ଆଜି ମହାରାଷ୍ଟ୍ରର ସିନ୍ଧୁଦୁର୍ଗଠାରେ ନୌସେନା ଦିବସ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛି। ଛତ୍ରପତି ଶିବାଜୀ ମହାରାଜଙ୍କ ସହ ଏହି ସ୍ଥାନର ନିବିଡ଼ ସମ୍ପର୍କ ରହିଛି, ଯିଏ କି ମଜଭୁତ ନୌସେନା ଗଠନର ପ୍ରୟାସ ପାଇଁ ପରିଚିତ।’

Read More

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡରେ ବିଜେପିର ବମ୍ପର ବିଜୟ ପରେ କଂଗ୍ରେସ ନେତା ଅଧିର ରଂଜନଙ୍କ ବିବୃତ୍ତି ଆସିଛି। ତିନୋଟି ରାଜ୍ୟରେ ପରାଜୟ ପରେ ଅଧିର ରଂଜନ ଚୌଧୁରୀ କହିଛନ୍ତି ଯେ, ଏହା ବିଜେପିର ବିଜୟ ନୁହେଁ ବରଂ ମୋଦୀଙ୍କ ବିଜୟ। କିଛି ଦିନ ପୂର୍ବରୁ, ଯେତେବେଳେ ଆମେ କର୍ଣ୍ଣାଟକ ଏବଂ ହିମାଚଳରେ ଜିତିଥିଲୁ, ସେତେବେଳେ ପ୍ରଧାନମନ୍ତ୍ରୀ କେଉଁଠାରେ ଥିଲେ? ଭୋଟ୍ ହେଉଛି ପ୍ରଧାନମନ୍ତ୍ରୀ ବନାମ ବାଘେଲ ଏବଂ ପ୍ରଧାନମନ୍ତ୍ରୀ ବନାମ ଗେହଲୋଟ୍। ଅନ୍ୟପକ୍ଷରେ, ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ବିରୋଧୀ ଦଳର ପରାଜୟକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଯେଉଁମାନେ ହାରିଛନ୍ତି ସେମାନେ ସଂସଦରେ ପରାଜୟକୁ ନେଇ କ୍ରୋଧ ପ୍ରକାଶ କରିବା ଉଚିତ୍ ନୁହେଁ। ଏହି ସମୟ ମଧ୍ୟରେ ବିରୋଧୀଙ୍କୁ ପରାମର୍ଶ ଦେବାବେଳେ ସେ କହିଛନ୍ତି ଯେ, ଏହା ସେମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ବିଧାନସଭା ନିର୍ବାଚନରେ ​​ପରାଜୟର କ୍ରୋଧକୁ ଦୂର କରିବା ପାଇଁ ଯୋଜନା…

Read More

ଭୁବନେଶ୍ବର: ଶେଷରେ ବାତ୍ୟାରୁ ଭୀଷଣ ବାତ୍ୟାକୁ ପରିବର୍ତ୍ତନ ହେଲା ‘ମିଗଜୋମ’। ଏ ନେଇ ଆଜି ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। ଏହା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳର ନେଲୋର ଏବଂ ମଛଲିପଟନମ ମଧ୍ୟରେ ୫ ଡିସେମ୍ବର ପୂର୍ବାହ୍ନରେ ସ୍ଥଳଭାଗ ସ୍ପର୍ଶ କରିବ। ଏହି ସମୟରେ ସର୍ବାଧିକ ସ୍ଥାୟୀ ପବନ ବେଗ ଘଣ୍ଟା ପ୍ରତି ବେଗ ୯୦ ରୁ ୧୦୦ କିମି ତଥା ଝଟକା ପବନ ୧୧୦ କିମି ବେଗ ରହିବାର ସମ୍ଭାବନା ରହିଛି। ଗତକାଲି ରାତି ୨ ଟା ୩୦ ସମୟର ପର୍ଯ୍ୟବେକ୍ଷଣ ଅନୁଯାୟୀ ଗତ ୬ ଘଣ୍ଟା ମଧ୍ୟରେ ଦକ୍ଷିଣପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ରେ ବାତ୍ୟା ମିଗଜୋମ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଘଣ୍ଟା ପ୍ରତି ଆଠ କିଲୋମିଟର ବେଗରେ ଅଗ୍ରସର ହେଉଛି। ଏହା ବର୍ତ୍ତମାନ ଚେନ୍ନାଇରୁ ୯୦ କିଲୋମିଟର ଦୂରରେ ରହିଥିବାର ଜଣାପଡିଛି।

Read More