Author: Samikhsya Bureau

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କୁ ସାକ୍ଷାତ କରିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓ। ନିକଟରେ ଉପରାଷ୍ଟ୍ରପତିଙ୍କ ପ୍ରତି ହୋଇଥିବା ଅପମାନ ଉପରେ ଦୁଃଖ ପ୍ରକାଶ କରିଥିଲେ। ସଂସଦ ଭବନ ପରି ଏକ ପବିତ୍ର ସ୍ଥାନରେ ସଦସ୍ୟମାନେ ଏପରି ଥଟ୍ଟା ପରିହାସକୁ ସେ ତୀବ୍ର ନିନ୍ଦା କରିଥିଲେ। ଉପରାଷ୍ଟ୍ରପତିଙ୍କୁ ବିଭିନ୍ନ ସମୟରେ ବିଜେଡି ରାଜ୍ୟସଭା ସାଂସଦମାନେ ସାକ୍ଷାତ କରି ତାଙ୍କୁ ନେଇ ହୋଇଥିବା ଥଟ୍ଟା ପରିହାସକୁ ତୀବ୍ର ନିନ୍ଦା କରିଛନ୍ତି। ଗତକାଲି ରାଜ୍ୟସଭା ସଦସ୍ୟ ସସ୍ମିତ ପାତ୍ର, ଅମର ପଟ୍ଟନାୟକ, ସୁଜିତ କୁମାର ପ୍ରମୁଖ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷଙ୍କୁ ସାକ୍ଷାତ କରିଥିଲେ।

Read More

ଭୁବନେଶ୍ୱର: ପୋଷ୍ଟପେଡ୍ ଫୋନ୍‍ ବିଲ୍ ପୈଠରେ ବିଳମ୍ବ ହେଲେ ଆପଣଙ୍କୁ ଜେଲ୍ ହୋଇପାରେ। ଏହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ, କିନ୍ତୁ ଏହା ସତ ଯେ ବର୍ତ୍ତମାନ ଆପଣଙ୍କୁ ଏପରି କରି ଅଦାଲତ ଯିବବାକୁ ପଡ଼ିପାରେ। ଏଥିସହ କୋର୍ଟଙ୍କ ନିର୍ଦ୍ଦେଶ ନ ମାନିଲେ ଜେଲ୍ ହୋଇପାରେ। ତେଣୁ ଆପଣ ଆଜି ସତର୍କ ରହିବା ସହ ପୋଷ୍ଟପେଡ୍ ବିଲ୍‍ର ନୂଆ ନିୟମ ବିଷୟରେ ମଧ୍ୟ ଜାଣିବା ଦରକାର। ଯଦି ଆପଣ ପୋଷ୍ଟପେଡ୍ ଫୋନ୍‍ ବିଲ୍ ପୈଠ କରୁନାହାନ୍ତି, ତେବେ ଟେଲିକମ୍ କମ୍ପାନିଗୁଡ଼ିକ ଆପଣଙ୍କ ବିରୋଧରେ ମାମଲା ରୁଜୁ କରିପାରିବେ। କିନ୍ତୁ ସେ ପ୍ରଥମେ ତାହା କରନ୍ତି ନାହିଁ। ଆପଣଙ୍କ ଫୋନ୍‍ ସଂଯୋଗ ବିଚ୍ଛିନ୍ନ ହେବା ପୂର୍ବରୁ ବିଲ୍ ପୈଠ କରିବାକୁ ଚେତାବନୀ ଦିଆଯାଉଛି। ଏଥିସହିତ ତାଙ୍କ ଏଜେଣ୍ଟମାନେ ଆପଣଙ୍କୁ ଗୋଟିଏ ପରେ ଗୋଟିଏ କଲ୍ କରନ୍ତି। ଯଦି ଆପଣ ଏହି ସବୁ କଥାକୁ ଅଣଦେଖା କରନ୍ତି ତେବେ ଆପଣଙ୍କ ବିରୋଧରେ ମାମଲା ରୁଜୁ…

Read More

ନୂଆଦିଲ୍ଲୀ: ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ପ୍ରତିରକ୍ଷା ସଂହିତା ଏବଂ ଭାରତୀୟ ପ୍ରମାଣ ବିଲ୍-୨୦୨୩ ଲୋକସଭାରେ ପାରିତ ହୋଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ତିନିଟି ଅପରାଧିକ ଆଇନ ବଦଳରେ ବିଲ୍‍ଗୁଡ଼ିକ ଦାସତ୍ୱର ମାନସିକତାକୁ ଉଚ୍ଛେଦ କରିବା ଏବଂ ଔପନିବେଶିକ ଆଇନରୁ ମୁକ୍ତି ପାଇବା ପାଇଁ ନରେନ୍ଦ୍ର ମୋଦୀ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି। ଶାହ କହିଛନ୍ତି ଯେ ଏହି ପ୍ରସ୍ତାବିତ ଆଇନଗୁଡ଼ିକ ବ୍ୟକ୍ତିଗତ ସ୍ୱାଧୀନତା, ମାନବିକ ଅଧିକାର ଏବଂ ସମସ୍ତଙ୍କ ସମାନ ବ୍ୟବହାରର ତିନିଟି ନୀତି ଉପରେ ଆଧାରିତ। ଲୋକସଭା ପରେ ରାଜ୍ୟସଭାରେ ବିତର୍କ ହେବ, ସେଠାରୁ ପାରିତ ହେବା ପରେ ଲାଗୁ ହେବ ଆଇନ। ଏହି ଆଇନଗୁଡ଼ିକ ବର୍ତ୍ତମାନର ଆଇପିସି, ସିଆରପିସି ଏବଂ ଭାରତୀୟ ପ୍ରମାଣ ଆଇନର ସ୍ଥାନ ନେବ। ବର୍ତ୍ତମାନର ଆଇପିସିରେ ୫୧୧ଟି ଧାରା ରହିଥିବାବେଳେ ନୂଆ ଆଇନ ଅର୍ଥାତ୍ ଭାରତୀୟ ନ୍ୟାୟ ସଂହିତାରେ ୩୫୮ଟି ଧାରା ରହିଛି । ବିଶେଷଜ୍ଞଙ୍କ ମତରେ ରାଷ୍ଟ୍ରପତିଙ୍କ…

Read More

ଭୁବନେଶ୍ବର: ଆଜି ମାଣବସା ଗୁରୁବାରରେ ମା ଲକ୍ଷ୍ମୀ ଆସିବା ପାଇଁ ସମସ୍ତେ ପୂଜାପାଠ କରନ୍ତି। ହେଲେ ଯାହା ଉପରେ ମା କୋପ କରନ୍ତି ତାଙ୍କର ସର୍ବସ୍ବ ନେଇଯାଆନ୍ତି। ଆଜି ସେହିପରି ଘଟଣା ଭୁବନେଶ୍ବରର ମୁଖ୍ୟ ଯୋଗାଣ ଅଧିକାରୀଙ୍କ କ୍ଷେତ୍ରରେ ତାହା ହିଁ ଘଟିଛି। ସେ ହେଉଛନ୍ତି ପ୍ରଶାନ୍ତ କୁମାର ଗନ୍ତାୟତ। ଆଜି ସକାଳୁ ଭିଜିଲାନସ ଆଠଟି ସ୍ଥାନରେ ଚଢାଉ କରିଛି। ତାଙ୍କ ପାଖରେ ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଏହି ଚଢାଉ କରିଛି। ତାଙ୍କର ଭୁବନେଶ୍ବରର ଚନ୍ଦ୍ରଶେଖରପୁର, ପାଣ୍ଡରା, ଲକ୍ଷ୍ମୀସାଗର ଏବଂ ତିନିନମ୍ବର ରେ ଥିବା ଘରେ ଚଢାଉ ଜାର ରହିଛି। ସେହିପରି ତାଙ୍କର ଭୁବନେଶ୍ବର ଅଫିସ ଚ୍ୟାମ୍ବର, ବ୍ରହ୍ମପୁର ଏବଂ ଗଂଜାମର କେତେକ ସ୍ଥାନରେ ଚଢାଉ ଜାରୀ ରହିଛି। ବର୍ତ୍ତମାନ ସୁଦ୍ଧା ତାଙ୍କ ଘରୁ ବହୁ ସୁନା ଅଳଙ୍କାର ବାହାରିବା ସହିତ କୋଟି କୋଟି ଟଙ୍କାର ବିଲିଡିଂ ଭିଜିଲାନସ ଜବତ କରିଛି। ବର୍ତ୍ତମାନ ସୁଦ୍ଧା ଚଢାଉ ଜାରୀ…

Read More

ନିରାକାରପୁର: ଆଜି ପବିତ୍ର ଗୁରୁବାର ମାଣବସାରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଛଣଗିରି ପଞ୍ଚାୟତ ରମାବିଲି ଗ୍ରାମରେ ଏକ ଅଘଟଣ ଘଟିଛି। କ୍ଷେତ ରୁ ଧାନ କଳେଈ ଆଣି ଅମଳ ପାଇଁ ଖଳା ବାଡ଼ିରେ ଚାଷୀ ରଖିଥିବାବେଳେ କେହି ଦୁର୍ବୃତ୍ତ ଏଥିରେ ଅଗ୍ନି ସଂଯୋଗ କରିବା ଫଳରେ ବର୍ଷକ ର ଆହରରେ ସତେ ଯେମିତି କାହାର ନଜର ପଡ଼ିଗଲା ଭଳି ମନେହେଉଛି। ଗ୍ରାମର ୫ ଜଣ ଚାଷୀ ଏବେ ସର୍ବସ୍ବାନ୍ତ। ସୂଚନାଯୋଗ୍ୟ କି ଗ୍ରାମର ହେମନ୍ତ ଜେନା, ପ୍ରମୋଦ ଜେନା, ସୌରୀ ଜେନା, ସୁକାନ୍ତ ଜେନା, ସନ୍ତୋଷ ରଣସିଂହ ଓ ମଙ୍ଗୁଳି ଜେନା ନିଜର ସୁନାର ଫସଲ ଅମଳ ପାଇଁ ଗ୍ରାମର ଏକ ଧାନ ଖଳାରେ ଆଣି ୧୦ ହଜାର ଧାନ କଲେଈ ଆଣି ରଖିଥିଲେ। କିନ୍ତୁ ଭାଗ୍ୟର ବିଡମ୍ବନା କେହି ଦୁର୍ବୃତ୍ତ ବୁଧବାର ବିଳମ୍ବିତ ରାତିରେ କଳେଇ ଗଦା ରେ ନିଆଁ ଲଗାଇଦେବାରୁ ସମ୍ପୂର୍ଣ ଧାନ କଳେଇ ଗୁଡ଼ିକ ପୋଡ଼ି…

Read More

ନୂଆଦିଲ୍ଲୀ: ଗତକାଲି ସଂସଦ ଭବନରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କୁ ଯେପରି ମିମିକ୍ରି କରାଗଲା ସେଥିରେ ଦୁଃଖ ପ୍ରକାଶ କରିଛନ୍ତି ବିଜେଡି ସାଂସଦ। ଆଜି ଉପରାଷ୍ଟ୍ରପତିଙ୍କୁ ବିଜେଡି ସାଂସଦ ବିଭିନ୍ନ ସମୟରେ ଭେଟି ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ଅମର ପଟ୍ଟନାୟକ, ସୁଜିତ କୁମାର ପ୍ରମୁଖ ଉପରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି। ବିଜେଡି ସାଂସଦମାନେ ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ ସଂସଦ ପରି ପବିତ୍ର ସ୍ଥାନରେ ଏପରି ଅଶୋଭନୀୟ କାର୍ଯ୍ୟ କରିବା ଦୁଃଖଦାୟକ ବୋଲି ସେମାନେ କହିଥିଲେ। ଗତକାଲି ବିରୋଧୀ ଦଳର ସଦସ୍ୟମାନେ ସାଂସଦଙ୍କୁ ନିଳମ୍ବିତ କରିବା ପ୍ରତିବାଦରେ ସଂସଦ ଭବନରେ ଆନ୍ଦୋଳନ କରିଥିଲେ। ଏଥିରେ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ଅଙ୍ଗିଭଙ୍ଗିଙ୍କୁ ନକଲ କରି ଅଭିନୟ କରିଥିଲେ। ଏହା ସାମାଜିକ ଗଣମାଧ୍ୟମରେ ବେଶ ଭାଇରାଲ ହେବା ସହିତ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି।

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ୪୧୬୬ ଜଣ ନବ ନିଯୁକ୍ତ ଶିକ୍ଷକଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ। ଏଥିରେ ୩୭୧୪ ଜଣ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ ଓ ୪୫୨ ଜଣ ଶାରିରୀକ ଶିକ୍ଷା ଶିକ୍ଷକ ଅନ୍ତର୍ଭୁକ୍ତ। ଆଜି ଅପରାହ୍ନ ୫ ଟା ବେଳେ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଏକ ବ୍ୟାପକ ଆୟୋଜନ କରାଯାଇଛି। ରାଜ୍ୟ ସରକାରଙ୍କ ଚାଲିଥିବା ନିଯୁକ୍ତି ପର୍ବରେ ଏଥର ଶିକ୍ଷକଙ୍କୁ ନିଯୁକ୍ତି କରାଯିବ।

Read More

ଭୁବନେଶ୍ବର: କେନ୍ଦ୍ରାପଡା ଜିଲ୍ଲା କେରେଡାଗଡ ର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏହି ଅର୍ଥରେ କେରେଡାଗଡ ପ୍ରାଥମିକ ବିଦ୍ୟାଳୟ ର ଉନ୍ନତି ଏବଂ କେରେଡାଗଡ ଗ୍ରାମ ପଞ୍ଚାୟତ ପୋଖରୀର ସଂରକ୍ଷଣ ଓ ଉନ୍ନତିକରଣ କରାଯିବ। ଦିନ ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ 5T ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ କେନ୍ଦ୍ରାପଡା ରାଜନଗର ଗସ୍ତରେ ଯାଇ କେରେଡାଗଡବାସୀଙ୍କ ଏହି ମୌଳିକ ସମସ୍ୟା ବିଷୟରେ ଜାଣିବାକୁ ପାଇଥିଲେ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ନିବେଦନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଏ ବିଷୟରେ ଜାଣିବାପରେ ଆଜି ‘ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ପାଣ୍ଠି’ରୁ ଏହି ୨ଟି ପ୍ରକଳ୍ପ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ସମୁଦାୟ ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଏହି ପ୍ରକଳ୍ପ ୨ଟିର କାର୍ଯ୍ୟ ଯଥା ଶୀଘ୍ର ସମ୍ପନ୍ନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ୨୪ ଘଣ୍ଟା ମଧ୍ୟରେ…

Read More

ଭୁବନେଶ୍ବର: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୫୦୭ଟି ଧାର୍ମିକ ଓ ଗୋଷ୍ଠୀ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୧୫ କୋଟି ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏହି ଅର୍ଥରେ ଭୁବନେଶ୍ୱର ଉତ୍ତର, ଏକାମ୍ର ଭୁବନେଶ୍ୱର ଏବଂ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଧାର୍ମିକ ଓ ଗୋଷ୍ଠୀ ପ୍ରକଳ୍ପଗୁଡକର ନୂତନ ନିର୍ମାଣ ସହିତ ଉନ୍ନତିକରଣ କାର୍ଯ୍ୟ କରାଯିବ। ସୂଚନାଯୋଗ୍ୟ ଯେ ବିଭିନ୍ନ ମନ୍ଦିର ପରିଚାଳନା କମିଟି, ସ୍ଥାନୀୟ ଜନପ୍ରତିନିଧି ଏବଂ ସଂଖ୍ୟା ଲଘୁ ସମ୍ପ୍ରଦାୟଙ୍କ ପକ୍ଷରୁ ସେମାନଙ୍କର ଧାର୍ମିକ ଅନୁଷ୍ଠାନ, ଗୋଷ୍ଠୀ ସମ୍ପତ୍ତି, ମହିଳା ସମିତି ଗୃହ, ପୂଜାମଣ୍ଡପ ଇତ୍ୟାଦିର ଉନ୍ନତିକରଣ ଓ ବିକାଶ ପାଇଁ ନିବେଦନ ପତ୍ର ଆସିଥିଲା। ବି.ଏମ.ସି.ର ଅଧିକାରୀମାନେ ସେସବୁ ସ୍ଥାନକୁ ଯାଇ ଅନୁଧ୍ୟାନ କରିବା ସହ ଆବଶ୍ୟକୀୟ ରିପୋର୍ଟ ପ୍ରଦାନ କରିଥିଲେ। ରିପୋର୍ଟ ଆଧାରରେ ସମ୍ପୃକ୍ତ କମିଟିର ସଦସ୍ୟ ଓ ଜନପ୍ରତିନିଧିମାନଙ୍କ ସହିତ 5T ଓ ନବୀନ ଓଡିଶା ଅଧ୍ୟକ୍ଷ…

Read More

ଭୁବନେଶ୍ୱର: ଡିଏଭି କଳିଙ୍ଗ ନଗରର ବାର୍ଷିକୋତ୍ସବ ‘“ପାଞ୍ଚଜନ୍ୟ’ ଅନୁଷ୍ଠିତ ହୋଇଯାଇଛି। ଏହି ବର୍ଣ୍ଣାଢ୍ୟ ଉତ୍ସବରେ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ, ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର କରୁଣାକର ନନ୍ଦ, ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଉତ୍ତମ ଶିକ୍ଷାଦାନ ସହିତ ଛାତ୍ରଛାତ୍ରୀମାନଙ୍କର ସାମୁହିକ ବିକାଶ ଓ ସମାଜ କଲ୍ୟାଣ କ୍ଷେତ୍ରରେ ଡିଏଭି ବିଦ୍ୟାଳୟସମୂହର ଅବଦାନ ସର୍ବଦା ଉଲ୍ଲେଖନୀୟ ବୋଲି ମୁଖ୍ୟ ଅତିଥି ନିଜ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବଳରାମ ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ। ବିଦ୍ୟାଳୟର ଚେୟାରମ୍ୟାନ ଶ୍ରୀ ମଦନ ମୋହନ ପଣ୍ଡା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ୱାଗତ ଅଭିଭାଷଣରେ ଏକବିଂଶ ଶତାବ୍ଦୀର ଜାତୀୟ ଶିକ୍ଷାନୀତି ଆଧାରରେ ନୂତନ ପାଠ୍ୟଦାନ କୌଶଳର ଭୁରିଭୁରି ପ୍ରଶଂସା କରିବା ସହିତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କର ବିଭିନ୍ନ କ୍ଷେତ୍ରରେ ସଫଳତାକୁ ଭୂୟସୀ ପ୍ରଶଂସା କରିଥିଲେ। ଏହି ଉତ୍ସବରେ ଅନ୍ୟତମ ଅତିଥି ଭାବେ ଡିଏଭି ଆଞ୍ଚଳିକ ଜୋନ୍‌-‘ସି’ର ସହ ନିର୍ଦ୍ଦେଶିକା ତଥା ଡିଏଭି…

Read More

ନୂଆଦିଲ୍ଲୀ: ମୁଁ ଦୀର୍ଘ ୨୦ ବର୍ଷ ଧରି ଅପମାନ ସହି ଆସୁଛି। ମୋତେ ବି ବହୁତ ଯନ୍ତ୍ରଣା ଦିଆଯାଉଛି। ଆଜି ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ଟେଲିଫୋନ କରି ଏପରି କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେତିକି ନୁହେଁ ସେ କହିଛନ୍ତି ଯେ, ସଂସଦ ଭବନ ପରି ଏକ ପବିତ୍ର ସ୍ଥାନରେ ମାନ୍ୟବର ସାଂସଦ ସାମ୍ବିଧିକ ପଦବୀରେ ଥିବା ଜଣେ ବ୍ୟକ୍ତିଙ୍କୁ ଅପମାନିତ କରିବା ଠିକ ନୁହେଁ। ଗତକାଲି ସଂସଦ ଭବନରେ ଟିଏମସି ସାଂସଦ କଲ୍ୟାଣ ବାନାର୍ଜି ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷଙ୍କ ଭାବଭଙ୍ଗିକୁ ଥଟ୍ଟା କରି ଅଭିନୟ କରିଥିଲେ। ଏହି ସମୟରେ କଂଗ୍ରେସ ନେତା ରାହୁଳ ଗାନ୍ଧି ସେଠାରେ ଛିଡା ହୋଇ ନିଜ ମୋବାଇଲରେ ରେକର୍ଡିଂ କରୁଥିଲେ। ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ବିଭିନ୍ନ ମହଲରେ ସଂସଦ ଭବନରେ ଏପରି କାର୍ଯ୍ୟକୁ ନିନ୍ଦା କରାଯାଉଛି। ଏହି ଘଟଣା ପରେ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରି ଉପରାଷ୍ଟ୍ରପତିଙ୍କୁ ଟେଲିଫୋନରେ…

Read More

ଭୁବନେଶ୍ୱର: ଭୁବନେଶ୍ୱର ଜିଲ୍ଳା କଂଗ୍ରେସ ପକ୍ଷରୁ ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ନେତୃତ୍ୱରେ ପୁରୀ ମେନ ରୋଡ଼ ଗଙ୍ଗୁଆ ବ୍ରିଜ ଠାରୁ କପିଳେଶ୍ୱର ମନ୍ଦିର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ସାମନ୍ତରାୟପୁର ଛକଠାରେ ଏକ ବିକ୍ଷୋଭ ଏବଂ ରାସ୍ତାରୋକ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଦାଶ କହିଛନ୍ତି ଯେ ଦୀର୍ଘଦିନ ହେଲା ଏହି ରାସ୍ତା ନିର୍ମାଣ ପାଇଁ କପିଳେଶ୍ୱର ଗ୍ରାମବାସୀ ଏବଂ ଏ ଅଂଚଳର ସାଧାରଣ ଜନତା କ୍ରମାଗତ ଭାବେ ଦାବି କରିଆସୁଛନ୍ତି। ୨୦୦୭ ମସିହାରେ ତତ୍‌କାଳନୀନ କପିଳେଶ୍ୱର ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଉକ୍ତ ରାସ୍ତା ନିର୍ମାଣ ପାଇଁ ବିଭାଗୀୟ ଅଧିକାରୀ ମାନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଉକ୍ତ ରାସ୍ତା କେବେ କରାଯିବ ଏହାର ନିର୍ଦ୍ଦିଷ୍ଟ ସମୟ ପ୍ରଶାସନ ଜଣାଇବାପାଇଁ କପିଳେଶ୍ୱର, ସୁନ୍ଦରପଦା, ସମାନ୍ତରାପୁର, ନୂଆଗାଁ, ଇଟିପୁର, ଜୟପୁର ଓ ଭୁବନେଶ୍ୱରର ବାସିନ୍ଦା ମାନେ ଦାବି କରୁଛନ୍ତି । ସରକାର ଏହି ଦାବିକୁ ଉପେକ୍ଷା…

Read More

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଜନତା ମଇଦାନରେ ଆୟୋଜିତ ହେଉଛି ଅଠରତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା। ଏହି ଉତ୍ସବର ଚତୁର୍ଥ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ଭାରତ ସରକାରଙ୍କ ବୟନ ମନ୍ତ୍ରଣାଳୟ ଅଧିନସ୍ଥ ଉନ୍ନୟନ କମିଶନରର ପୂର୍ବାଞ୍ଚଳର ନିର୍ଦ୍ଦେଶକ,ଗୌହାଟି  ତଥା  କ୍ଷେତ୍ରୀୟ ନିର୍ଦ୍ଦେଶକ (ହସ୍ତଶିଳ୍ପ), କୋଲକାତା ଶ୍ରୀ ଏସ୍. ବନ୍ଦୋପାଧ୍ୟାୟ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ପୁଷ୍ପ ଅର୍ପଣ ତଥା ଚନ୍ଦନ ବୃକ୍ଷରେ ଜଳ ପ୍ରଦାନପୂର୍ବକ ଆଜିର  ସାଂସ୍କୃତିକ ସନ୍ଧ୍ୟାକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବୟନିକାର ପରିଚାଳନା ନିର୍ଦ୍ଦେଶିକା ତଥା ହସ୍ତଶିଳ୍ପର ନିର୍ଦ୍ଦେଶିକା, ଶ୍ରୀମତୀ ପ୍ରଣତୀ ଛୋଟରାୟ ଏବଂ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀଯୁକ୍ତ ବିକ୍ରମାଦିତ୍ୟ ବାରିକ ମଞ୍ଚ ଉପରେ ଉପସ୍ଥିତ ଥିଲେ। ଏହି ଜାତୀୟ ମେଳାର, ପଞ୍ଚମ ସାଂସ୍କୃତିକ ସନ୍ଧ୍ୟା ଅବସରରେ ମେଳା ପରିସରରେ ଥିବା ମଞ୍ଚରେ  ଜାତୀୟ ସ୍ତରର କଣ୍ଠଶିଳ୍ପୀ ପଦ୍ମଶ୍ରୀ ଡ଼ ସୁରେଶ ୱାଡ଼େକର ଙ୍କ…

Read More

ଭୁବନେଶ୍ବର: ଏଣିକି ମହିଳା ସରପଞ୍ଚଙ୍କ ନାମରେ ତାଙ୍କ ସଂପର୍କୀୟଙ୍କ ଶାସନ ଚଳିବ ନାହିଁ। ଏ ନେଇ ଜିଲ୍ଲାପାଳମାନେ ତଦାରଖ କରିବେ ବୋଲି ରାଜ୍ୟ ସରକାର ରୋକଠୋକ ଜଣାଇ ଦେଇଛନ୍ତି। ରାଜ୍ୟ ପଞ୍ଚାୟତିରାଜ ବିଭାଗ ସଚିବ ସୁଶୀଲ ଲୋହାନୀ ସବୁ ଜିଲ୍ଲାପାଳଙ୍କୁ ଚିଠି କରି ଏ ନେଇ ତାଗଦ କରିଛନ୍ତି। ଏହି ଚିଠିରେ କୁହାଯାଇଛି ଯେ, ଯେଉଁ ପଞ୍ଚାୟତରେ ମହିଳା ସରପଞ୍ଚଙ୍କ ସ୍ବାମୀ, ବାପା, ଦିଅର, ପୁଅ କିମ୍ବା ଅନ୍ୟ ସଂପର୍କୀୟ ରାଜ କରୁଛନ୍ତି ସେମାନଙ୍କୁ ଚିହ୍ନଟ କର। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇପାରିବ ବୋଲି କୁହାଯାଇଛି। ତାଙ୍କ ବିରୋଧରେ ଫୌଜଦାରୀ ମାମଲ ଋଜୁ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଜଣେ ସରପଞ୍ଚ ଭାବେ ନିର୍ବାଚିତ ହେବ, ଆଉ ଜଣେ ଶାସନ କରିବା କାର୍ଯ୍ୟ ଚଳିବ ନାହିଁ ବୋଲି କୁହାଯାଇଛି। ସାଧାରଣତଃ ଯେଉଁଠି ମହିଳା ସରପଞ୍ଚ ଅଛନ୍ତି ସେଠାରେ ସେ ଘରୁ ନ ଯାଇ ତାଙ୍କର ସଂପର୍କୀୟମାନେ ପଞ୍ଚାୟତ ଅଫିସ…

Read More

ଭୁବନେଶ୍ବର: ସ୍ବପ୍ନ ପରି ଲାଗୁଥିଲେ ମଧ୍ୟ ତାହା ସତକଥା। ଓଡିଶାର ଉପାନ୍ତ ଜିଲ୍ଲା ମାଲକାନଗିରିକୁ ଉଡିବ ବିମାନ। ଆସନ୍ତା ନୂଆ ବର୍ଷରେ ଏହି ବିମାନ ସେବା ଆରମ୍ଭ ହେବ ବୋଲି ଜଣାପଡିଛି। ଏ ନେଇ ରାଜ୍ୟ ପରିବହନ ବିଭାଗ ଏବଂ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆର କର୍ମଚାରୀ ମାଲକାନାଗିରି ପରିଦର୍ଶନରେ ଯାଇଥିଲେ। ସେମାନେ ସେଠାରେ ରନୱେକୁ ଅନୁଧ୍ୟାନ କରିଥିଲେ। ବର୍ତ୍ତମାନ ସେଠାରେ 15 ମିଟର ରନୱେ ରହିଛି। ସେଥିପାଇଁ କେବଳ 20 ସିଟ୍ ବିଶିଷ୍ଠ ବିମାନ ସେଠାରେ ଚଳାଚଳ କରିପାରିବ। ଏହି କେନ୍ଦ୍ର ସରକାରଙ୍କ ଉଡାନ ଯୋଜନାରେ ବିମାନଚଳାଚଳ କରିବ। ସେଠାରେ ବିଲିଡିଂ ସହିତ ଅଗ୍ନିଶମ ଅଫିସ ସ୍ଥାପନ କରାଯାଇସାରିଛି। 5ଟି ସଚିବ ମାଲକାନଗିରି ଗସ୍ତ ବେଳେ ସେ ଏହି ବିମାନବନ୍ଦରର ଅନୁଧ୍ୟାନ କରିଥିଲେ।

Read More

ନୂଆଦିଲ୍ଲୀ: ଡିସେମ୍ବର ୧୮ରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ୩୩ ଜଣ ସାଂସଦଙ୍କୁ ନିଲମ୍ବିତ କରିଛନ୍ତି। ଏଥିରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ସମେତ କଂଗ୍ରେସର ୧୧ ଜଣ, ତୃଣମୂଳ କଂଗ୍ରେସର ୯ ଜଣ, ଡିଏମକେର ୯ ଜଣ ଏବଂ ଅନ୍ୟ ଦଳର ୪ ଜଣ ସାଂସଦ ରହିଛନ୍ତି । ଏମାନଙ୍କ ମଧ୍ୟରୁ ୩୦ ଜଣ ସାଂସଦଙ୍କୁ ସମଗ୍ର ଅଧିବେଶନ ପାଇଁ ନିଲମ୍ବିତ କରାଯାଇଥିବା ବେଳେ କଂଗ୍ରେସର ୩ ଜଣ ସାଂସଦଙ୍କୁ ପୁନଃ ଅବସ୍ଥାପିତ କରିବା ନେଇ ସ୍ୱାଧିକାର କମିଟି ନିଷ୍ପତ୍ତି ନେବ। ସେମାନେ ବାଚସ୍ପତିଙ୍କ ମଞ୍ଚ ଉପରେ ଚଢ଼ିଥିବା ଅଭିଯୋଗ ହୋଇଛି। ତେବେ ପ୍ରଶ୍ନ ଉଠୁଛି ଯେ, ବାଚସ୍ପତି କିପରି ସାଂସଦଙ୍କ ଉପରେ ପଦକ୍ଷେପ ଗ୍ରହଣ କରନ୍ତି। ପ୍ରକୃତରେ ସଂସଦର କାର୍ଯ୍ୟଧାରା ପାଇଁ ଏକ ସମ୍ପୂର୍ଣ୍ଣ ନିୟମ ପୁସ୍ତକ ଅଛି। ଏହି ନିୟମ ପୁସ୍ତକ ମାଧ୍ୟମରେ ଗୃହ ପରିଚାଳିତ ହେଉଛି। ଏହି ପୁସ୍ତକର ନିୟମ ୩୭୩ ଅନୁଯାୟୀ, ଯଦି…

Read More

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନର ଦ୍ୱାଦଶ ଦିନରେ ୭୮ ଜଣ ସାଂସଦଙ୍କୁ ନିଲମ୍ବନକୁ ନେଇ ଉଭୟ ଗୃହରେ ବିରୋଧୀ ସଦସ୍ୟମାନେ ହଙ୍ଗାମା ଚଳାଇଛନ୍ତି। ଏହା ପୂର୍ବରୁ ସଂସଦ ଭବନ ପରିସରରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ବିରୋଧୀ ଦଳ ନେତାମାନେ ‘ମୋଦୀସାହି ମୁର୍ଦାବାଦ’, ‘ଏକଛତ୍ରବାଦ ମୁର୍ଦାବାଦ’ ଓ ‘ମୋଦୀ ସରକାର ମୁର୍ଦାବାଦ’ ଭଳି ସ୍ଲୋଗାନ ଦେଇଥିଲେ। ଅପରାହ୍ନ ୨ଟା ପର୍ଯ୍ୟନ୍ତ ଲୋକସଭା ଓ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ରାଜ୍ୟସଭା ମୁଲତବୀ ରଖାଯାଇଛି। ବାସ୍ତବରେ ଡିସେମ୍ବର ୧୮ରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ୩୩ ଜଣ ସାଂସଦଙ୍କୁ ନିଲମ୍ବିତ କରିଥିଲେ । ଏଥିରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ସମେତ କଂଗ୍ରେସର ୧୧ ଜଣ, ତୃଣମୂଳ କଂଗ୍ରେସର ୯ ଜଣ, ଡିଏମକେର ୯ ଜଣ ଏବଂ ଅନ୍ୟ ଦଳର ୪ ଜଣ ସାଂସଦ ରହିଛନ୍ତି । ଏମାନଙ୍କ ମଧ୍ୟରୁ ୩୦ ଜଣ ସାଂସଦଙ୍କୁ ସମଗ୍ର ଅଧିବେଶନ ପାଇଁ ନିଲମ୍ବିତ କରାଯାଇଥିବାବେଳେ କଂଗ୍ରେସର…

Read More

ଭୁବନେଶ୍ୱର: ରାଜ୍ୟରେ ଜଳସେଚନର ସୁପରିଚାଳନା ତଥା ଜଳର ସୁଷମ ବଣ୍ଟନ ପାଇଁ ଜଳସମ୍ପଦ ବିଭାଗର ବୃହତ୍ ଓ ମଧ୍ୟମ ଜଳସେଚନ ଶାଖାରେ କାର୍ଯ୍ୟରତ ଯନ୍ତ୍ରୀମାନଙ୍କ ନିମନ୍ତେ “ ଜଳ ସମ୍ପଦର ବିକାଶ ଓ ପରିଚାଳନା” ସମ୍ବନ୍ଧରେ ଏକ ୫ ଦିନିଆ ପ୍ରଶିକ୍ଷଣ କାର‌୍ୟ୍ୟକ୍ରମ ପ୍ରତାପନଗରୀ ସ୍ଥିତ ଜଳ ଓ ଭୂ ପରିଚାଳନା ପ୍ରତିଷ୍ଠାନ (ୱାଲମୀ) ଠାରେ ଆଜି ଉଦ୍‌ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମହାନଦୀ-କାଠଯୋଡି ସିଷ୍ଟମ ଓ ମୁଖ୍ୟ ଯନ୍ତ୍ରୀ, ଡ୍ରେନେଜ୍ ଅଧୀନରେ ଥିବା ୩୩ ଜଣ ଯନ୍ତ୍ରୀ ଯୋଗଦାନ କରିଛନ୍ତି। ମୁଖ୍ୟ ଯନ୍ତ୍ରୀ, ଡ୍ରେନେଜ୍ ତଥା ୱାଲମୀ, ଓଡିଶାର ନିର୍ଦ୍ଦେଶକ, ଇଂ ବିଜୟ କୁମାର ସାମଲ ଏହାକୁ ଉଦ୍‌ଘାଟନ କରିଥିଲେ। ମୁଖ୍ୟ ଯନ୍ତ୍ରୀ, ଜଳ ସମ୍ପଦ ବିଭାଗ ଶ୍ରୀଯୁକ୍ତ ଦେବୀଦତ୍ତ ରମଣୀ ରଞ୍ଜନ ପଟ୍ଟନାୟକ, ସମ୍ମାନୀୟ ଅତିଥ ଭାବରେ ଯୋଗଦେଇଥିଲେ। ଓ୍ୱାଲମୀର ପ୍ରମୁଖ ପ୍ରଶିକ୍ଷଣ ସଂଯୋଜକ, ପ୍ରଫେସର ସୁଧନ୍ୱା ଚନ୍ଦ୍ର ପାତ୍ର ସାଗତ ଭାଷଣ ପ୍ରଦାନ କରିଥିବା ବେଳେ ସହଯୋଗୀ…

Read More

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ସ୍ୱତନ୍ତ୍ରତା ବହନ କରୁଥିବା ‘ନିମନ୍ତ୍ରଣ’ର ତୃତୀୟ ସଂପ୍ରସାରିତ ରେସ୍ତୋଁରା ଗତକାଲି ସମ୍ବଲପୁରସ୍ଥିତ ରାଣୀ ବଖରୀ ତଥା କୁଇନସ୍‌ ପ୍ୟାଲେସ୍‌ଠାରେ ଲୋକାର୍ପିତ ହୋଇଛି। ଏଠାରେ ପାରମ୍ପରିକ ଓଡ଼ିଆ ଖାଦ୍ୟ ଖାଇବାର ମଜା ନିଆରା ଅନୁଭୂତି ପ୍ରଦାନ କରିବ। ସପ୍ତଦଶ ଶତାବ୍ଦୀରେ ନିର୍ମିତ ଏହି ରାଣୀ ବଖରୀର ରାଜକୀୟ ପରିବେଶ ସହ ସ୍ଥାନୀୟ ଓଡ଼ିଆ ଖାଦ୍ୟ ପରିବେଷଣର ସ୍ୱତନ୍ତ୍ରତା ଏଠାକୁ ଆସୁଥିବା ପ୍ରତ୍ୟେକଙ୍କ ମନରେ ଆତ୍ମୀୟତା ଭରିଦେବ ବୋଲି ଓଟିଡିସି ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ଯେ ଭୁବନେଶ୍ୱରଠାରେ ଥିବା ପ୍ରଥମ ‘ନିମନ୍ତ୍ରଣ’ ରେସ୍ତୋଁରାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ୫-‘ଟି’କୁ ଆଧାର କରି ଓଟିଡିସି ଏହାକୁ ସଂପ୍ରସାରିତ କରିବାରେ ସଫଳ ହୋଇଛି। ଏହି ଉଦ୍‌ଘାଟନୀ ଉତ୍ସବରେ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର, ଓଟିଡିସି ଅଧ୍ୟକ୍ଷ ଡ. ଲେନିନ୍‌ ମହାନ୍ତି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ କୁମୁଦିନୀ ନାୟକ, ସମ୍ବଲପୁର ଜିଲ୍ଲାପାଳ…

Read More

ଭୁବନେଶ୍ବର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଆନୁକୂଲ୍ୟରେ ଆୟୋଜିତ ଅଠରତମ ତୋଷାଳି ଜାତୀୟ ହସ୍ତଶିଳ୍ପ  ମେଳାର ଗତକାଲି ଥିଲା ଚତୁର୍ଥସନ୍ଧ୍ୟା। ବିଭାଗର  ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ ପାଢି, ପ୍ରଭୁ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ନିକଟରେ ପୁଷ୍ପ ଅର୍ପଣ ତଥା ଚନ୍ଦନ ବୃକ୍ଷରେ ଜଳ ପ୍ରଦାନ ପୂର୍ବକ ଆଜିର ସାଂସ୍କୃତିକ ସନ୍ଧ୍ୟା କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେବୟନିକାର ପରିଚାଳକ ନିର୍ଦ୍ଦେଶିକା ତଥା ହସ୍ତଶିଳ୍ପର ନିର୍ଦ୍ଦେଶିକା ଶ୍ରୀମତୀ ପ୍ରଣତୀ ଛୋଟରାୟ ଏବଂ ସିଡାକର ସଦସ୍ୟ ସଚିବ ଶ୍ରୀଯୁକ୍ତ ଶିଶିର କୁମାର ରଥ ଉପସ୍ଥିତ ଥିଲେ। ଡିସେମବେର 15 ତାରିଖରୁ ଜନତା ମଇଦାନରେ ଅନୁଷ୍ଠିତ ହେଉଥିବା ଏହି ମେଳାର, ଚତୁର୍ଥ ସାଂସ୍କୃତିକ ସନ୍ଧ୍ୟା ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ସଙ୍ଗୀତ ଓ ସଂସ୍କୃତି ପାଇଁ ସମର୍ପିତ ଥିଲା । ଦର୍ଶକ ତଥା ପରିଦର୍ଶକମାନଙ୍କୁ  ଏହା ଓଡ଼ିଶାର କଳା, ସଂସ୍କୃତି ତଥା ଜୀବନଶୈଳୀ ସହ ପରିଚିତ କରାଇଥିଲା। ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ କଳାକାର…

Read More

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଗସ୍ତରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀ। ଗସ୍ତ ସମୟରେ ମଦନପୁର ରାମପୁର ସ୍ଥିତ ଦୁର୍ଗା ମଣ୍ଡପ ସ୍ଥିତ ମୁଖ୍ୟମନ୍ତ୍ରୀ ସଭାଘରର ଶୁଭ ଉଦଘାଟନ କରିଛନ୍ତି ଶ୍ରୀ ତ୍ରିପାଠୀ। ଏହି ଅବସରରେ ଉପସ୍ଥିତ ଗ୍ରାମବାସୀଙ୍କୁ ସମ୍ବୋଧନ କରି ସେ କହିଛନ୍ତି, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ପ୍ରାୟ 1600 ମୁଖ୍ୟମନ୍ତ୍ରୀ ସଭାଘର ନିର୍ମାଣ ନେଇ ଅନୁମୋଦନ କରାଯାଇଛି। ଏହାର କାର୍ଯ୍ୟକାରୀ ମଧ୍ୟ ଜୋରସୋରରେ ଆରମ୍ଭ ହୋଇଯାଇଛି। ଏହି ସଭାଘର ମାଧ୍ୟମରେ ସ୍ଥାନୀୟ ଜନସାଧାରଣ ଗୁରୁତ୍ବପୂର୍ଣ୍ଣ ବୈଠକ କରିପାରିବେ, ଗାଁର ଭଲମନ୍ଦ ବିଷୟରେ ଆଲୋଚନା କରିପାରିବେ। ଏହାସହ ବିଭିନ୍ନ ସଭାର ମଧ୍ୟ ଆୟୋଜନ କରାଯାଇପାରିବ। ଦୁଇ ଦିନିଆ ଗସ୍ତରେ ଆସି ଶ୍ରୀ ତ୍ରିପାଠୀ ରାମପୁର ଠାରୁ 30 କିଲୋମିଟର ଦୂରରେ ଥିବା ମୋହନଗିରିର ପ୍ରାଚୀନ ଶୈବ ପୀଠ ପରିଦର୍ଶନ କରିଛନ୍ତି । ଏହି ପ୍ରାଚୀନ ଶୈବ ପୀଠର ବିକାଶ ନିମନ୍ତେ ପଶ୍ଚିମ…

Read More