ନୂଆଦିଲ୍ଲୀ: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ଓଡିଶାର ବାରିପଦାଠାରେ ଅଖିଳ ଭାରତ ସାନ୍ତାଳୀ ଲେଖକ ମହାସଂଘର ୩୬ତମ ବାର୍ଷିକ ସମ୍ମେଳନ ଓ ସାହିତ୍ୟ ଉତ୍ସବକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସାନ୍ତାଳୀ ଭାଷା ଏବଂ ସାହିତ୍ୟକୁ ସମୃଦ୍ଧ କରିଥିବା ଲେଖକ ତଥା ଗବେଷକଙ୍କ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଛନ୍ତି। ୧୯୮୮ରେ ପ୍ରତିଷ୍ଠା ହେବା କାଳରୁ ଅଖିଳ ଭାରତ ସାନ୍ତାଳୀ ଲେଖକ ମହାସଂଘ ସାନ୍ତାଳୀ ଭାଷାର ଉନ୍ନତି ପାଇଁ ନିରନ୍ତର କାର୍ଯ୍ୟ କରି ଆସୁଛି ଏବଂ ଏଭଳି ଉଦ୍ୟମ ଧନ୍ୟବାଦା ଯୋଗ୍ୟ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ସାନ୍ତାଳୀ ଭାଷାର ବ୍ୟବହାର ବଢିଛି। ୨୦୦୩ ଡିସେମ୍ବର ୨୨ରେ ଏହି ଭାଷା ସମ୍ବିଧାନର ଅଷ୍ଟମ ସୂଚୀରେ ସାମିଲ ହେବା ପରେ ଏହାର ବ୍ୟବହାର ଏବଂ ଗୁରୁତ୍ୱ ବୃଦ୍ଧି ପାଇଛି। ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ…
Author: Samikhsya Bureau
ନୂଆଦିଲ୍ଲୀ: ୫ଟି ରାଜ୍ୟରୁ ୧୭୬୦ କୋଟି ଟଙ୍କାର ମଦ, ନିଶାଦ୍ରବ୍ୟ, ନଗଦ ଟଙ୍କା ଓ ଦାମୀ ଧାତୁ ଜବତ କରାଯାଇଛି ବୋଲି ନିର୍ବାଚନ କମିଶନ କହିଛନ୍ତି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏହିସବୁ ଜିନିଷ ବଣ୍ଟନ କରାଯାଇଥିଲା। ଅକ୍ଟୋବର ୯ ତାରିଖରୁ ଏହି ଜିନିଷଗୁଡ଼ିକର ପୁନରୁଦ୍ଧାର କରାଯାଉଥିଲା। ସେହିଦିନ ନିର୍ବାଚନ ଆୟୋଗ ୫ଟି ରାଜ୍ୟରେ ନିର୍ବାଚନ ତାରିଖ ଘୋଷଣା କରିଥିଲେ। ନିର୍ବାଚନ ଆୟୋଗ ଆହୁରି ମଧ୍ୟ କହିଛନ୍ତି ଯେ ଏହି ସଂଖ୍ୟା (୧,୭୬୦ କୋଟି ଟଙ୍କା) ଏହି ରାଜ୍ୟଗୁଡ଼ିକରେ ୨୦୧୮ ବିଧାନସଭା ନିର୍ବାଚନରେ ହୋଇଥିବା ଆଦାୟ ସଂଖ୍ୟାର ସାତ ଗୁଣ। ଗତଥର ୨୩୯.୧୫ କୋଟି ଟଙ୍କାର ସାମଗ୍ରୀ ଜବତ ହୋଇଥିଲା। ବର୍ତ୍ତମାନ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମରେ ନିର୍ବାଚନ ଚାଲିଛି। ମଧ୍ୟପ୍ରଦେଶ, ଛତିଶଗଡ଼ ଓ ମିଜୋରାମରେ ମତଦାନ ହୋଇଛି। ରାଜସ୍ଥାନରେ ନଭେମ୍ବର ୨୫ରେ ଏବଂ ତେଲେଙ୍ଗାନାରେ ନଭେମ୍ବର ୩୦ରେ ମତଦାନ ହେବ। ମିଜୋରାମରେ ୨୯ କୋଟି ଟଙ୍କାର ଡ୍ରଗ୍ସ…
ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (ନଭେମ୍ବର ୨୦, ୨୦୨୩ରେ) ମୟୂରଭଞ୍ଜ ଜିଲ୍ଲା କୁଳିଅଣାଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ପିଲାଦିନେ ତାଙ୍କ ଘର ନିକଟରେ କୌଣସି ବିଦ୍ୟାଳୟ ନଥିଲା; ତେଣୁ ପାଠ ପଢ଼ିବା ପାଇଁ ତାଙ୍କୁ ଘରୁ ଦୂରକୁ ଯିବାକୁ ପଡ଼ିଥିଲା। ସେ ଆହୁରି କହିଥିଲେ ଯେ, ଘର ପାଖରେ ବିଦ୍ୟାଳୟ ନଥିବାରୁ ସେହି ସମୟରେ ଅନେକ ପିଲା ପାଠପଢ଼ାରୁ ବଞ୍ଚିତ ହୋଇଥିଲେ, ଏହି ସମସ୍ୟା ଆଜି ଦେଖିବାକୁ ମିଳୁନାହିଁ। ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଖୋଲିବା ଦ୍ୱାରା ସ୍ଥାନୀୟ ପିଲାମାନେ ଏବେ ଶିକ୍ଷାର ଅଧିକ ସୁଯୋଗ ପାଇବେ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଛନ୍ତି। ରାଷ୍ଟ୍ରପତି କହିଥିଲେ ଯେ ଶିକ୍ଷା ହେଉଛି ଆର୍ଥିକ ଏବଂ ସାମାଜିକ କଲ୍ୟାଣର ଚାବିକାଠି। ସେ ଅଭିଭାବକମାନଙ୍କୁ ନିଜ ପିଲାମାନଙ୍କୁ ପାଠ ପଢ଼ାଇବାକୁ ପରାମର୍ଶ ଦେଇଥିଲେ। ପିଲାମାନଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଥିଲେ ଯେ,…
କାବୁଲ: ଅନ୍ତର୍ଜାତୀୟ ସ୍ତରରେ ସମ୍ପର୍କ ସ୍ୱାଭାବିକ ହେବାରୁ ତାଲିବାନ ସହିତ ବୁଝାମଣାରୁ ଓହରିଯାଇଛି ପାକିସ୍ତାନ। ତାଲିବାନ ସରକାରଙ୍କୁ କୌଣସି ବିଶେଷ ସୁବିଧା ସୁଯୋଗ ଦିଆଯିବ ନାହିଁ ବୋଲି ପାକିସ୍ତାନ ଆନୁଷ୍ଠାନିକଭାବେ କାବୁଲକୁ ଜଣାଇଛି। ଏହାକୁ ତାଲିବାନ-ପାକିସ୍ତାନ ସମ୍ପର୍କରେ ଅବନତି ଭାବରେ ଦେଖାଯାଉଛି। ପାକିସ୍ତାନ-ଆଫଗାନିସ୍ତାନ ସମ୍ପର୍କରେ ଏହା ବହୁତ ଗୁରୁତ୍ୱପୂର୍ଣ୍ଣ, କାରଣ ବର୍ଷ ବର୍ଷ ଧରି ଆଫଗାନିସ୍ତାନର ତାଲିବାନକୁ ପାକିସ୍ତାନର ସମର୍ଥନ ମିଳୁଥିଲା, ଯେଉଁଥିରେ ଅଗଷ୍ଟ ୨୦୨୧ରେ କାବୁଲରେ ଅଶରଫ ଘନିଙ୍କ ନେତୃତ୍ୱାଧୀନ ଆଫଗାନିସ୍ତାନ ରିପବ୍ଲିକାନ ସରକାରକୁ କ୍ଷମତାରୁ ହଟାଇବାରେ ସକ୍ରିୟ ଅଂଶଗ୍ରହଣ ମଧ୍ୟ ସାମିଲ ରହିଛି। କାବୁଲରେ ତାଲିବାନ ଦଖଲକୁ ପାକିସ୍ତାନ ଏକ ବିଜୟ ବୋଲି ବର୍ଣ୍ଣନା କରିଥିଲା ପାକିସ୍ତାନରେ ଅନେକଙ୍କ ପାଇଁ ଆଫଗାନିସ୍ତାନରେ ତାଲିବାନର ଉତ୍ଥାନ ଏହାର ଦଶନ୍ଧି ପୁରୁଣା ନୀତିର ବିଜୟ ଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆଫଗାନିସ୍ତାନରେ ପାକିସ୍ତାନର ରଣନୈତିକ ଅଗ୍ରଣୀ ହାସଲ କରିବା ପାଇଁ ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣା ବୋଲି ବିବେଚନା କରାଯାଏ, ଯାହା…
ଭୁବନେଶ୍ୱର: ନଭେମ୍ବର ୧୫ ତାରିଖ ଜନଜାତୀୟ ଗୌରବ ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ସୋମବାର ଷଷ୍ଠ ଦିନରେ ପହଞ୍ଚିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ସଂକଳ୍ପ ଯାତ୍ରାର ସଚେତନତା ରଥକୁ ବିପୁଳ ସ୍ୱାଗତ କରାଯାଇଛି। ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜିତ ହୋଇଯାଇଛି। ଜିଲ୍ଲାର ବୋରିଗୁମ୍ମା ବ୍ଲକ୍ ଶଶାହାଣ୍ଡି ପଞ୍ଚାୟତରେ ଆୟୋଜିତ ସଂକଳ୍ପ ଯାତ୍ରାରେ ବହୁ ସଂଖ୍ୟାରେ ହିତାଧିକାରୀ ସାମିଲ ହୋଇଥିଲେ। ସେମାନେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ସହାୟତା ପାଉଥିବା ନେଇ ନିଜ ପ୍ରତିକ୍ରିୟାରେ କହିଥିଲେ। ଏଥିସହିତ ଯୋଜନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ଜଣାଇଥିଲେ। ଏହି ଅବସରରେ ନୂଆ ହିତାଧିକାରୀଙ୍କୁ ବିଭିନ୍ନ ଯୋଜନାରେ ପଞ୍ଜୀକରଣ କରାଯାଇଥିଲା। ସ୍ଥାନୀୟ ଲୋକମାନେ ବିକଶିତ ଭାରତ ଗଠନ ପାଇଁ ସଂକଳ୍ପ ନେଇ ଶପଥ ପାଠ କରିଥିଲେ। ଅନୁରୂପ ଭାବେ…
ଚିଲିକା (ସୀତାରାମ ଅଗ୍ରୱାଲ): ଆଜି ପବିତ୍ର ଗୋପାଷ୍ଟାମୀ। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ସୋଲାରୀଠାରେ ମା’ ବନଦୁର୍ଗା ଗୋଶାଳାରେ ଗୋ ପୂଜନ ଏବଂ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ସଂଯୋଜକ ପ୍ରଦୀପ ଜେନା, ବଜରଙ୍ଗ ଦଳର ସଦସ୍ୟ ରଞ୍ଜିତ ବଡ଼ଜେନା, ସୁବ୍ରତ ମାନ୍ଧାତା ଏବଂ ସମନ୍ତସିଂହାର ପୁର ଗ୍ରାମବାସୀଙ୍କ ସହଯୋଗରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉଲ୍ଲେଖ ଯୋଗ୍ୟ ଯେ, ସୋଲରୀ ପାହାଡ ପାଦଦେଶରେ ପ୍ରାକୃତିକ ସୁନ୍ଦର ପରିବେଶରେ ଏକ ବର୍ଷ ହେଲା ଏହି ଗୋଶାଳା ନିର୍ମାଣ ହୋଇଥିବା ବେଳେ ଏଠାରେ ପ୍ରାୟ ୧୫୦ ଗୋମାତାଙ୍କର ସେବା କରାଯାଉଛି। ସମନ୍ତସିଂହାର ପୁର ଗ୍ରାମବାସୀ, ବଜରଙ୍ଗ ଦଳ ଏବଂ ସ୍ଥାନୀୟ ଲୋକଙ୍କ ସହଯୋଗରେ ଉକ୍ତ ଗୋଶାଳାରେ ଗୋମାତାଙ୍କ ସେବା କାର୍ଯ୍ୟ କରାଯାଉଛି। ତେବେ କଂସେଇ ଖାନାକୁ ନିଆଯାଉଥିବା ବେଳେ ଏହି ସବୁ ଗାଈଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡିଛି। ଏତଦବ୍ୟତୀତ ଯେଉଁମାନଙ୍କର ଗାଈ ଅଛନ୍ତି, କିନ୍ତୁ ପାଳନ କରିବାରେ ଅସମର୍ଥ, ସେମାନେ ମଧ୍ୟ ଏହି…
ନୂଆଦିଲ୍ଲୀ: ଏକ ବୁଡ଼ାଜାହାଜରୁ ଉତକ୍ଷେପଣ କରିବାକୁ DRDO ଏକ ମାରାତ୍ମକ କ୍ଷେପଣାସ୍ତ୍ର ପ୍ରସ୍ତୁତ କରିଛି। ଚଳିତ ବର୍ଷ ଫେବୃଆରୀ ମାସରେ, DRDO ଏହାର ଗୁପ୍ତ ପରୀକ୍ଷା କରିଥିଲା। ଏହି କ୍ଷେପଣାସ୍ତ୍ର ୪୦୨ କିଲୋମିଟର ଦୂରତାର ଲକ୍ଷ୍ୟକୁ ସଫଳତାର ସହ ଛୁଇଁପାରେ। ପରୀକ୍ଷା ସମୟରେ ଏହା ପ୍ରତ୍ୟେକ ମିଶନକୁ ସମାପ୍ତ କରିଛି। ଏହାକୁ SLCM ଅର୍ଥାତ୍ ସବମେରାଇନ୍ ଲଞ୍ଚ କ୍ରୁଜ୍ ମିସାଇଲ୍ ମଧ୍ୟ କୁହାଯାଏ। ଏହି କ୍ଷେପଣାସ୍ତ୍ରର ଦୁଇଟି ପ୍ରକାର ଅଛି। ଗୋଟିଏ ହେଉଛି ଲ୍ୟାଣ୍ଡ ଆଟାକ୍ କ୍ଷେପଣାସ୍ତ୍ର ଏବଂ ଅନ୍ୟଟି ଆଣ୍ଟି ସିପ ମିସାଇଲ। ଏହା ଶତ୍ରୁଙ୍କ ନଜରରେ ମଧ୍ୟ ଆସେ ନାହିଁ। ଏଥି ସହିତ, ଏହାର ଲକ୍ଷ୍ୟ ମଧ୍ୟ ସଠିକ୍ ଅଟେ। ଭାରତରେ ବର୍ତ୍ତମାନ ଗୋଟିଏ ପରମାଣୁ ବୁଡ଼ାଜାହାଜ ଏବଂ ପ୍ରାୟ ୧୬ ଟି ସାଧାରଣ ବୁଡ଼ାଜାହାଜ ଅଛି। ବର୍ତ୍ତମାନ ଶତ୍ରୁମାନେ ସମୁଦ୍ର ଦେଇ କିଛି କରିବା ପୂର୍ବରୁ ଚିନ୍ତା କରିବେ। କାରଣ ବର୍ତ୍ତମାନ ଭାରତରେ ଏକ ବିପଜ୍ଜନକ ବୁଡ଼ାଜାହାଜ…
ନୂଆଦିଲ୍ଲୀ: ୨୦୨୩ ବିଶ୍ୱକପ୍ ଶେଷ ହେବା ପରେ କ୍ରିକେଟ୍ ଜ୍ୱର ଶେଷ ହେବ ନାହିଁ। ନଭେମ୍ବର ୨୩ ତାରିଖ ଗୁରୁବାର ଠାରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ଖେଳାଯିବ। ଯେଉଁଠାରେ ସିରିଜର ଶେଷ ମ୍ୟାଚ୍ ଡିସେମ୍ବର ୦୩ ତାରିଖ ରବିବାର ଦିନ ଖେଳାଯିବ। ଏହି ସିରିଜ ପାଇଁ ଅଷ୍ଟ୍ରେଲିଆର ଦଳ ଘୋଷଣା କରାଯାଇଛି। ଭାରତର ଦଳ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ମାଥ୍ୟୁ ୱେଡଙ୍କ ଦ୍ୱାରା ଅଷ୍ଟ୍ରେଲିଆ ଅଧିନାୟକ ହେବ। ବିସିସିଆଇ ଖୁବ୍ ଶୀଘ୍ର ଦଳ ଘୋଷଣା କରିପାରେ। ଖବର ଅନୁଯାୟୀ, ରୁତୁରାଜ ଗାଇକ୍ଵାଡ କିମ୍ବା ସୂର୍ଯ୍ୟକୁମାର ଯାଦବ ଭାରତର ନେତୃତ୍ଵ ନେଇପାରନ୍ତି। ନିୟମିତ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ସମେତ ଦଳର ଅନେକ ବରିଷ୍ଠ ଖେଳାଳି ବିଶ୍ରାମ ନେଇପାରନ୍ତି। ଏଭଳି ପରିସ୍ଥିତିରେ ଅଷ୍ଟ୍ରେଲିଆ ବିପକ୍ଷରେ ଯୁବ ଖେଳାଳିଙ୍କ ଦଳ ଘୋଷଣା କରାଯାଇପାରେ। ସୟଦ ମୁସ୍ତାକ ଅଲି ଟ୍ରଫିରେ ଚମତ୍କାର…
ଭୁବନେଶ୍ବର: ବିଧାନସଭାରେ କୋଶଳୀ ଭାଷାରେ ବିଭିନ୍ନ ତଥ୍ୟ ରଖିବା ପାଇଁ ଅନୁମତି ଦିଆଯାଉ ବୋଲି ଆଜି ବାଚସ୍ପତିଙ୍କୁ ଜଣାଇଛନ୍ତି ବିଧାୟକ ନରସିଂହ ମିଶ୍ର। ଆସନ୍ତାକାଲି ବିଧାନସଭା ଥିବାରୁ ଆଜି ସର୍ବଦଳୀୟ ବୈଠକ କରାଯାଇଥିଲା। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ କରାଯାଇଥିଲା। ଏଥିରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଏହି ଦାବୀ ରଖିଥିଲେ। ବର୍ତ୍ତମାନ କୋଶଳୀମାନେ ସ୍ବତନ୍ତ୍ର ରାଜ୍ୟ ପାଇଁ ଆନ୍ଦୋଳନ କରୁଥିବା ବେଳେ ନରସିଂହ ମିଶ୍ରଙ୍କ ବିଭିନ୍ନ ବକ୍ତବ୍ୟ ବିବାଦୀୟ ହେଉଛି। ପୂର୍ବରୁ ସେ ସିନେମା କଳିକୁ ନେଇ ଓଡିଶା ଦୁଇ ଭାଗ ହୋଇଯିବ ବୋଲି ନରସିଂହ କହିଥିଲେ। ଏବେ ବିଧାନସଭାରେ କୋଶଳୀ ଭାଷାରେ ତଥ୍ୟ ରଖିବାକୁ ଅନୁମତି ମାଗିବା ଘଟଣା ପୁଣି ବିବାଦୀୟ ହୋଇପଡିଛି। ତେବେ ବିଧାନସଭାରେ ଏହି ଭାଷାର କ୍ଷୀପ୍ରଲେଖକ ନ ଥିବାରୁ ତାହା କହିବା ପାଇଁ ଅନୁମତି ଦିଆଯାଇପାରିବ ନାହିଁ ବୋଲି ବାଚସ୍ପତି ଜଣାଇଥିଲେ। କାରଣ ସେହି ଭାଷାରେ ଗୃହର ବିବରଣୀରେ ସ୍ଥାନ ନ ପାଇଲେ ତାହା…
ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ପୂର୍ବାହ୍ନରେ ବାଣପୁର ବ୍ଲକ ପରିସରରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ଉକ୍ତ ଶିବିରରେ ଏସପି ସିଦ୍ଧାର୍ଥ କଟାରିଆ, ଉପ ଜିଲ୍ଲାପାଳ ଦିପ୍ତୀରଞ୍ଜନ ସେଠି, ବିଡ଼ିଓ ଶୀତଲ ଅଗ୍ରୱାଲ, ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ତହସିଲଦାର ଟି. ପଦ୍ମନାଭ ଦୋରା, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରିଣୀ କାଦମ୍ବିନୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ବାଣପୁର ବ୍ଲକ ଅନ୍ତର୍ଗତ ମୋଟ ୧୭ ଗୋଟି ପଞ୍ଚାୟତ ଓ ଏନଏସିର ବିଭିନ୍ନ ୱାର୍ଡରୁ ସମୁଦାୟ ୧୧୯ ଟି ଦରଖାସ୍ତ ବିଚାର ପାଇଁ ଆସିଥିବା ବେଳେ ତନ୍ମଧ୍ୟରୁ ୧୦୭ ଟି ବ୍ୟକ୍ତିଗତ ଓ ୪ ଗୋଟି ସାମୁହିକ ଦରଖାସ୍ତ ଥିଲା। ତତ୍କାଳ ୩ ଗୋଟି ଆବେଦନର ସମାଧାନ ହୋଇଥିଲା। ଅନୁରୂପ ଭାବେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଜଣେ ହିତାଧିକାରୀଙ୍କୁ ୧୨ ହଜାର ଟଙ୍କା ଏବଂ…
ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ଯୁଗ୍ମ ଶ୍ରମ ଆୟୁକ୍ତ କାର୍ଯ୍ୟାଳୟ, ଭୁବନେଶ୍ୱର ତରଫରୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଆନ୍ତଃ ରାଜ୍ୟ ପ୍ରବାସୀ ଶ୍ରମିକମାନଙ୍କ ଉଦ୍ଦେଶ୍ୟରେ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି। ଏହା ଖୋର୍ଦ୍ଧା ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ, ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ, ଯୁଗ୍ମ ଶ୍ରମ ଆୟୁକ୍ତ ଭୁବନେଶ୍ଵର ପ୍ରଣବ କୁମାର ପାତ୍ର, ଖୋର୍ଦ୍ଧା ଜିଲ୍ଲା ଭାରପ୍ରାପ୍ତ ଶ୍ରମ ଅଧିକାରୀ ପ୍ରଭାକର ବିଶ୍ୱାଳ, ଭୁବନେଶ୍ଵର ସହକାରୀ ଶ୍ରମ ଅଧିକାରିଣୀ ରଶ୍ମିତା ପାତ୍ର ଏବଂ ବାଲୁଗାଁ ସହକାରୀ ଶ୍ରମ ଅଧିକାରୀ ଚନ୍ଦନ ମାଝୀଙ୍କ ଉପସ୍ଥିତିରେ ଶୁଭାରମ୍ଭ ହୋଇଥିଲା। ଏହି ସଚେତନତା ରଥ ଜିଲ୍ଲାର ସମସ୍ତ ପ୍ରବାସୀ ଶ୍ରମିକ ଭୁକ୍ତ ଅଞ୍ଚଳ ଯଥା ବାଣପୁର, ଚିଲିକା, ଟାଙ୍ଗୀ ଓ ବାଲୁଗାଁ ଅନ୍ତର୍ଗତ ଗ୍ରାମ ପଞ୍ଚାୟତ ଓ ସହରରେ ସଚେତନ କରାଇବ। ଏହା ସହିତ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ବିଭାଗ ତରଫରୁ ପ୍ରବାସୀ ଶ୍ରମିକ ମାନଙ୍କ…
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ୨୦୨୩ ବିଶ୍ୱକପ୍ ପାଇଁ ଖେଳାଳି ଏକାଦଶ ଘୋଷଣା କରିଛି। ଏହି ଦଳରେ ୬ ଜଣ ଭାରତୀୟ ଖେଳାଳି ସ୍ଥାନ ପାଇଛନ୍ତି। ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଅଷ୍ଟ୍ରେଲିଆକୁ ବିଶ୍ୱ ଚାମ୍ପିଅନ୍ କରିଥିବା ଅଧିନାୟକ ପ୍ୟାଟ୍ କମିନ୍ସ ଏହି ଦଳରେ ନାହାଁନ୍ତି। ଆଇସିସି ରୋହିତ ଶର୍ମାଙ୍କୁ ନିଜ ଦଳର ଅଧିନାୟକ କରିପାରିଛି। ୨୦୨୩ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଥିବା ରଚିନ୍ ରବିନ୍ଦ୍ର ମଧ୍ୟ ଏହି ଦଳର ଅଂଶ ନୁହଁନ୍ତି। ଏହା ବ୍ୟତୀତ ଆଇସିସି ନିଜ ଦଳରେ ବିସ୍ଫୋରକ ବ୍ୟାଟିଂ ଦ୍ୱାରା ବିଶ୍ୱକୁ ପ୍ରଭାବିତ କରିଥିବା ହେନ୍ରିଚ୍ କ୍ଲାସେନ୍ ଏବଂ ଡେଭିଡ ମିଲରଙ୍କୁ ମଧ୍ୟ ସ୍ଥାନ ଦେଇ ନାହିଁ। ଭାରତର ଏହି ୬ଜଣ ଖେଳାଳି ସ୍ଥାନ ପାଇଲେ: ଖେଳାଳି ଏକାଦଶରେ ଅନ୍ତର୍ଭୁକ୍ତ ୬ ଜଣ ଭାରତୀୟ ଖେଳାଳିଙ୍କ ମଧ୍ୟରେ ବିରାଟ କୋହଲି, କେ.ଏଲ୍ ରାହୁଲ, ରବିନ୍ଦ୍ର ଜାଡେଜା, ଜସପ୍ରୀତ ବୁମ୍ରା, ମହମ୍ମଦ ଶାମି ଏବଂ ଅଧିନାୟକ ରୋହିତ…
ନୂଆଦିଲ୍ଲୀ: ରବିବାର ଦିନ ଇମ୍ଫାଲ ବିମାନବନ୍ଦର ନିକଟରେ ଏକ ଅଜ୍ଞାତ ଉଡନ୍ତା ବସ୍ତୁ (UFO) ଦେଖାଯାଇଥିବାର ସୂଚନା ପାଇବା ପରେ ତୁରନ୍ତ ଭାରତୀୟ ବାୟୁସେନା (IAF) ଏହାର ସନ୍ଧାନରେ ରାଫାଲ ଯୁଦ୍ଧ ବିମାନ ପଠାଇଥିଲା। ରବିବାର ଅପରାହ୍ନ ପ୍ରାୟ ୨.୩୦ ବେଳେ ଇମ୍ଫାଲ ବିମାନବନ୍ଦର ଉପରେ ଏକ ଅଜ୍ଞାତ ଉଡନ୍ତା ବସ୍ତୁ ଦେଖିବାକୁ ମିଳିଥିଲା, ଯାହା ପରେ କିଛି ବାଣିଜ୍ୟିକ ବିମାନ ମଧ୍ୟ ପ୍ରଭାବିତ ହୋଇଥିଲା। ପ୍ରତିରକ୍ଷା ସୂତ୍ର ନ୍ୟୁଜ୍ ଏଜେନ୍ସି ANI କୁ କହିଛି ଯେ, ଇମ୍ଫାଲ ବିମାନବନ୍ଦର ନିକଟରେ UFO ବିଷୟରେ ଖବର ପାଇବା ମାତ୍ରେ ନିକଟସ୍ଥ ଏୟାରବେସରୁ ଏକ ରାଫାଲ ଯୁଦ୍ଧ ବିମାନ UFO ଖୋଜିବା ପାଇଁ ପଠାଯାଇଥିଲା … ସେମାନେ କହିଛନ୍ତି ଯେ, “ଅତ୍ୟାଧୁନିକ ସେନସର ସହିତ ସଜ୍ଜିତ ବିମାନଟି UFO ଖୋଜିବା ପାଇଁ ସନ୍ଦିଗ୍ଧ ଅଞ୍ଚଳରେ ବହୁତ କମ୍ ଉଚ୍ଚତାରେ ଉଡିଥିଲା, କିନ୍ତୁ କିଛି ମିଳିନଥିଲା। ପ୍ରଥମ ବିମାନ ଫେରିବା ପରେ ଆଉ ଏକ…
ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ କେରଳ ସରକାରଙ୍କ ଆବେଦନ ଉପରେ କେନ୍ଦ୍ର ସରକାର ଏବଂ ରାଜ୍ୟପାଳଙ୍କ ସଚିବାଳୟକୁ ନୋଟିସ ଜାରି କରିଛନ୍ତି। ବାସ୍ତବରେ ବିଧାନସଭାରେ ପାରିତ ହୋଇଥିବା ବିଲ୍ କୁ ରାଜ୍ୟପାଳ ବିଚାରାଧୀନ ରଖିଥିବା କେରଳ ସରକାର ସୁପ୍ରିମକୋର୍ଟଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସରକାର କହିଛନ୍ତି ଯେ, ରାଜ୍ୟପାଳଙ୍କ ଆଠଟି ବିଲ୍ ଅନେକ ମାସ ହେଲା ବିଚାରାଧୀନ ଅଛି। ଏହି ବିଲଗୁଡ଼ିକ ମଧ୍ୟରୁ କେତେକ ବିଲ ସାତ ମାସରୁ ଦୁଇ ବର୍ଷ ପର୍ଯ୍ୟନ୍ତ ରାଜ୍ୟପାଳଙ୍କ ନିକଟରେ ପଡିରହିଛି। ତେବେ ଏହି ମାମଲାରେ ଦେଶର ସର୍ବୋଚ୍ଚ ଅଦାଲତ ଆଟର୍ଣ୍ଣି ଜେନେରାଲ କିମ୍ବା ସଲିସିଟର ଜେନେରାଲଙ୍କୁ ମଧ୍ୟ ମତାମତ ଦେବାକୁ କହିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୪ ତାରିଖ ଶୁକ୍ରବାର ଦିନ ହେବ। ଦେଶର ଅନେକ ରାଜ୍ୟରେ ରାଜ୍ୟ ସରକାର ଏବଂ ରାଜ୍ୟପାଳଙ୍କ ମଧ୍ୟରେ ବିବାଦ ମାମଲା ଦେଖିବାକୁ ମିଳିଛି। ତାମିଲନାଡୁରେ ମଧ୍ୟ ଏଭଳି କିଛି ଦେଖିବାକୁ ମିଳିଛି, ଯେଉଁଠାରେ ରାଜ୍ୟପାଳ ଆର.ଏନ୍…
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଷଷ୍ଠ ଥର ପାଇଁ ବିଶ୍ୱକପ ଟ୍ରଫି ଜିତିଛି। ବିଶ୍ୱକପ ୨୦୨୩ ର ଅନ୍ତିମ ମ୍ୟାଚ୍ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ଭାରତୀୟ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଅଷ୍ଟ୍ରେଲିଆ ଭାରତକୁ ୬ ୱିକେଟରେ ହରାଇ ବିଶ୍ବକପ ଜିତିଥିଲା। ଏହି ସମୟରେ, ଏହି ବିଜୟ ପରେ ଅଷ୍ଟ୍ରେଲୀୟ ଅଲରାଉଣ୍ଡର ମିଚେଲ ମାର୍ଶ ବିଶ୍ୱକପ ଟ୍ରଫିକୁ ଅପମାନିତ କରୁଥିବା ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ମିଚେଲ ମାର୍ଶ ବିଶ୍ୱକପ ଟ୍ରଫି ଉପରେ ଗୋଡ ରଖି ବସିଥିବାର ନଜର ଆସିଛନ୍ତି। ଏହି ଫଟୋ ଭାଇରାଲ ହେବା ମାତ୍ରେ ନେଟେନିଜେନମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି। ଏହି ଫଟୋ ଭାଇରାଲ ହେବା ମାତ୍ରେ ନେଟେନିଜେନମାନେ ଉତକ୍ଷିପ୍ତ ହୋଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଅନେକ ଲୋକ କୁହନ୍ତି ଯେ ଅଷ୍ଟ୍ରେଲୀୟ ଖେଳାଳିମାନେ ଏହି ଟ୍ରଫି…
ଭୁବନେଶ୍ବର: ଆଜି ଏସଟିଏଫ ବା ସ୍ବତନ୍ତ୍ର ଟାସ୍କ ଫୋର୍ସ ନୟାଗଡରୁ ଦୁଇଟି କଲରାପତରିଆ ବାଘ ଛାଲ ଜବତ କରିଛି। ଏହି ଛାଲ ଚୋରା ବଜାରରେ ବିକ୍ରି ପାଇଁ ଯାଉଥିବା ବେଳେ ଏସଟିଏଫ ଧରିବାରେ ସକ୍ଷମ ହୋଇଛି। ଏହି ଛାଲ ନେଇ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଏସଟିଏଫ ଅଟକ ରଖିଛି। ସେ ହେଲେ ନୟାଗଡ ବାଣିଗୋଚ୍ଛା ଥାନା ଅଧିନରେ ଥିବା ବାଲିବେରନା ଗ୍ରାମର ଖଗେଶ୍ବର ମଲ୍ଲିକ। ଏକ ବିଶେଷ ଖବର ପାଇ ଏସଟିଏଫ ର ଏକ ଟିମ ଦଶପଲ୍ଲାର କୌନରିଆ ଡ୍ୟାମ ନିକଟରେ ଛକି ରହିଥିଲେ। ଖବର ଅନୁସାରେ ଖଗେଶ୍ବର ବାଘ ଛାଲ ଧରି ଆସୁଥିବା ବେଳେ ଏସଟିଏଫ ଅଟକାଇ ତଦାରଖ କରିଥିଲେ। ପାଖରେ ଦୁଇଟି ବାଘଛାଲ ରଖିଥିବାର ଦେଖିବାକୁ ପାଇଥିଲେ।
ନୂଆଦିଲ୍ଲୀ: ବିଶ୍ୱକପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଉତ୍ତମ ପ୍ରଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ଆଜି ଭାରତୀୟ କ୍ରିକେଟ ଦଳକୁ ପ୍ରଶଂସା କରିଛନ୍ତି। ପୁରା ଟୁର୍ଣ୍ଣାମେଣ୍ଟରେ ଅପରାଜିତ ରହି ବିଶ୍ୱକପ ଫାଇନାଲରେ ଭାରତ ହାରିବା ପରେ ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ, ‘ପ୍ରିୟ ଟିମ୍ ଇଣ୍ଡିଆ, ବିଶ୍ୱକପରେ ତୁମମାନଙ୍କ ପ୍ରତିଭା ଏବଂ ନିଷ୍ଠା ଉଲ୍ଲେଖନୀୟ ଥିଲା। ତୁମେମାନେ ବେଶ୍ ଉତ୍ସାହର ସହ ଖେଳିଛ ଏବଂ ଦେଶକୁ ଗୌରବାନ୍ୱିତ କରିଛ। ଆମେ ଆଜି ଏବଂ ସର୍ବଦା ତୁମମାନଙ୍କ ସହ ରହିଛୁ।’
ବାରିପଦା: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ବାରିପଦା ପୁଲିସ ପଡ଼ିଆରେ ପହଞ୍ଚିଛନ୍ତି। ବାରିପଦା ପୁଲିସ୍ ପଡ଼ିଆ ହେଲିପ୍ୟାଡରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ସେଠାରେ ରାଜ୍ୟପାଳ ରଘୁବର ଦାସଙ୍କ ସମେତ ବହୁ ବ୍ୟକ୍ତି ସ୍ବାଗତ କରିଥିଲେ। ଏହାପରେ ସେ ସହିଦ ସ୍ମୃତି ଭବନରେ ଅଖିଳ ଭାରତୀୟ ସାନ୍ତାଳୀ ଲେଖକ ସଂଘର ୩୬ତମ ବାର୍ଷିକ ଉତ୍ସବରେ ଯୋୋଗଦାନ କରିଛନ୍ତି। ରାଷ୍ଟ୍ରପତି ହେବା ପରେ ଆଜି ମୟୂରଭଞ୍ଜ ଜିଲ୍ଲାକୁ ଦ୍ୱିତୀୟ ଥର ପାଇଁ ଆସିଛନ୍ତି ଦ୍ରୌପଦୀ ମୁର୍ମୁ । ବାରିପଦାରେ ସାନ୍ତାଳୀ ଲେଖକ ସଂଘ ଅଧିବେଶନରେ ଉଦବୋଧନ ଦେବେ। ଆଜି ବାରିପଦାରେ ମଧ୍ୟାନ୍ନ ଭୋଜନ ପରେ ୨ଟା ୩୫ମିନିଟରେ ସେ କୁଳିଅଣା ବ୍ଲକର ଏକଲବ୍ୟ ମଡେଲ ଆବାସିକ ସ୍କୁଲର ଉଦଘାଟନ କରିବେ। ଏହାପରେ ଅପରାହ୍ଣ ୩ଟା ୧୫ ମିନିଟରେ ରାଇରଙ୍ଗପୁର ଅଭିମୁଖେ ବାହାରିବେ । ଆଜି ସେ ରାଇରଙ୍ଗପୁର ସ୍ଥିତ ନିଜ ବାସଭବନରେ ରାତ୍ରି ରହଣି କରିବାର କାର୍ଯ୍ୟକ୍ରମ ରହିଛି।…
ଭୁବନେଶ୍ବର: ବହୁ ଆଶାଆଶଙ୍କା ପରେ ଆଜି ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଉପବାଚସ୍ପତି ଭାବେ ପ୍ରାର୍ଥପତ୍ର ଦାଖଲ କରିଛନ୍ତି। ଫଳରେ ସେ ହିଁ ଓଡିଶା ବିଧାନସଭାର ପରବର୍ତ୍ତି ଉପବାଚସ୍ପତି ହେବେ। କାରଣ ସଂଖ୍ୟା ଦୃଷ୍ଟିରୁ ଅନ୍ୟ କୌଣସି ଦଳ ଏହି ପଦବୀ ହାସଲ କରିପାରିବ ନାହିଁ। ଆଜି ସାଲୁଗା ବିଧିବଧ ଭାବେ ବିଧାନସଭା ସଚିବଙ୍କ ନିକଟକୁ ଯାଇ ଏହି ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ତାଙ୍କ ସହିତ ବିଜେଡି ସଂଗଠକ ସଂପାଦକ ପ୍ରଣବ ପ୍ରକାଶ ଦାସ, ଶାସକଦଳର ମୁଖ୍ୟସଚେତକ ପ୍ରଶାନ୍ତ ମୁଦୁଲି, ସ୍ବାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାର, ପରିବହନ ମନ୍ତ୍ରୀ ଟୁକୁନୀ ସାହୁ, ଗୃହରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା, ମନ୍ତ୍ରୀ ଅଶୋକ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ସାଲୁଗା ପ୍ରଧାନ ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ସେ 2000 ଏବଂ 2019 ମସିହାରେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି।
ଭୁବନେଶ୍ୱର: ଚଳିତ ବର୍ଷ ଓନମରୁ ଆରମ୍ଭ ହୋଇଥିବା ପାର୍ବଣଋତୁ ଦୀପାବଳୀରେ ଶେଷ ହୋଇଛି। ଏଥର ପର୍ବପର୍ବାଣୀ ଋତୁରେ ଭାରତୀୟମାନେ ରେକର୍ଡ ସଂଖ୍ୟକ କାର କିଣିଛନ୍ତି। ଅଟୋମୋବାଇଲ ଇଣ୍ଡଷ୍ଟ୍ରିର ସୂଚନା ଅନୁଯାୟୀ, ପାର୍ବଣ ଋତୁରେ ହାରାହାରି ୧ ମିନିଟରେ ୯ଟି କାର ବିକ୍ରି ହୋଇଛି। ଚଳିତ ବର୍ଷ ୯୦ ଦିନିଆ ପାର୍ବଣ ଋତୁରେ ଭାରତରେ ମୋଟ ୧୧.୪ ଲକ୍ଷ କାର ବିକ୍ରି ହୋଇଛି। ଯଦି ଶିଳ୍ପର ରାଜସ୍ୱ ବିଷୟରେ କହିବା ତେବେ ଅଟୋମୋବାଇଲ ଶିଳ୍ପ ୧୧.୪ ଲକ୍ଷ କାର ବିକ୍ରିରୁ ୧.୩ ଲକ୍ଷ କୋଟି ଟଙ୍କାର ରାଜସ୍ୱ ଆୟ କରିଛି। ଚଳିତ ବର୍ଷର ପାର୍ବଣ ଋତୁରେ ପ୍ରିମିୟମ ଓ ହାଇ-ଏଣ୍ଡ କାର ବିକ୍ରି ଅଧିକ ହୋଇଥିବାରୁ ଅଟୋମୋବାଇଲ ଶିଳ୍ପର ରାଜସ୍ୱ ବୃଦ୍ଧି ରହିଛି। ଚଳିତ ବର୍ଷର ପର୍ବପର୍ବାଣୀ ଋତୁରେ ଲୋକଙ୍କ ମଧ୍ୟରେ ସ୍ପୋର୍ଟସ ୟୁଟିଲିଟି ଯାନକୁ ନେଇ ପ୍ରବଳ କ୍ରେଜ ଦେଖିବାକୁ ମିଳିଛି। ଯଦି ଆମେ ୯୦ ଦିନର ପାର୍ବଣ ଋତୁ ବିଷୟରେ…
ଭୁବନେଶ୍ୱର: ବର୍ତ୍ତମାନ ଦେଶର ଅନେକ ରାଜ୍ୟରେ ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ସ୍ୱାଧୀନ ଭାରତର ଇତିହାସରେ ଏତେ କମ୍ ସମୟ ମଧ୍ୟରେ ଏତେସଂଖ୍ୟକ ରାଜ୍ୟର ରାଜ୍ୟପାଳ ଓ ସରକାରଙ୍କ ମଧ୍ୟରେ ସଂଘର୍ଷ ପ୍ରସଙ୍ଗ କେବେ ସୁପ୍ରିମକୋର୍ଟରେ ପହଞ୍ଚି ପାରିନଥିଲା। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଦିଲ୍ଲୀ, ତେଲେଙ୍ଗାନା, ତାମିଲନାଡୁ, କେରଳ ଓ ପଞ୍ଜାବର ନିର୍ବିଚିତ ସରକାରଗୁଡ଼ିକ ରାଜ୍ୟପାଳଙ୍କ ବିରୋଧରେ ଅଦାଲତକୁ ଯାଇଛନ୍ତି। ଦିଲ୍ଲୀର ଉପରାଜ୍ୟପାଳ ଏବଂ ସରକାରଙ୍କ ମଧ୍ୟରେ ସଂଘର୍ଷକୁ ନେଇ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ ସପକ୍ଷରେ ରାୟ ଦେବା ପରେ କେନ୍ଦ୍ର ସରକାର ପ୍ରଥମେ ଏକ ଅଧ୍ୟାଦେଶ ଏବଂ ପରେ ସଂସଦ ମାଧ୍ୟମରେ ଆଇନ ଆଣି ଏହାକୁ ଉଲ୍ଲଂଘନ କରିଥିଲେ। ଏସବୁରୁ ଜଣାପଡ଼ୁଛି ଯେ ପୂର୍ବ କଂଗ୍ରେସ ସରକାର ଭଳି ବର୍ତ୍ତମାନର ବିଜେପି ସରକାର ମଧ୍ୟ ବିରୋଧୀ ଦଳର ରାଜ୍ୟ ସରକାରଙ୍କ ବିରୋଧରେ ରାଜ୍ୟପାଳଙ୍କ ମାଧ୍ୟମରେ କ୍ଷମତାର ଅପବ୍ୟବହାର ନିଜର ଲାଭ ପାଇଁ କରୁଛନ୍ତି।…

