Author: Samikhsya Bureau

ନୂଆଦିଲ୍ଲୀ: ଲାଲ କିତାବରେ ବୃହସ୍ପତି ଗ୍ରହକୁ ଏକ ଶୁଭ ଗ୍ରହ ଭାବରେ ବିଶ୍ଵାସ କରାଯାଏ। ଅଶ୍ଵତଥ ଗଛ, ହଳଦିଆ ରଙ୍ଗ, ସୁନା, ହଳଦୀ, ଚଣା ଡାଲି, ହଳଦିଆ ଫୁଲ, କେଶର, ଗୁରୁ, ପିତା, ବୃଦ୍ଧ ପୁରୋହିତ, ବିଦ୍ୟା ଏବଂ ପୂଜା ପାଠ ବୃହସ୍ପତିର ପ୍ରତୀକ ଭାବରେ ବିବେଚନା କରାଯାଏ। ଶକ୍ତିଶାଳୀ ବୃହସ୍ପତି ସମ୍ମାନ ଏବଂ ପ୍ରତିଷ୍ଠା ବଢାଇଥାଏ। କିନ୍ତୁ ଯେତେବେଳେ ଦୁର୍ବଳ ହୁଏ ଏହା ଖରାପ ଫଳାଫଳ ଦେଇଥାଏ। ଲାଲ କିତାବରେ ବୃହସ୍ପତିଙ୍କୁ ଶକ୍ତିଶାଳୀ କରିବା ପାଇଁ ଅନେକ ପ୍ରଭାବଶାଳୀ ଏବଂ ସରଳ ପଦକ୍ଷେପ ଦିଆଯାଇଛି। ବୃହସ୍ପତିର ନକାରାତ୍ମକ ପ୍ରଭାବ: ଲାଲ କିତାବ ଅନୁଯାୟୀ ଯେତେବେଳେ ବୃହସ୍ପତି ରାଶିଫଳରେ ପୀଡିତ ହୁଅନ୍ତି, ସେତେବେଳେ ବ୍ୟକ୍ତି ଶାରୀରିକ ଏବଂ ମାନସିକ ସ୍ତରରେ ବିଚଳିତ ରହିଥା’ନ୍ତି। ଏହାର ପ୍ରଭାବ ଗଳା ଏବଂ ଫୁସଫୁସ ରୋଗର କାରଣ ହୋଇପାରେ। ଶିକ୍ଷା କ୍ଷେତ୍ରରେ ବାଧା ଉପୁଜିଥାଏ। ଆଖିରେ ସମସ୍ୟା ଦେଖାଯାଏ। ସ୍ୱପ୍ନରେ ସାପ ଦେଖାଯାଏ ଏବଂ ଅଦରକାରୀ ଗୁଜବ…

Read More

ଭୁବନେଶ୍ୱର: ରିଲାଏନ୍ସ ଜିଓ ଇନ୍‌ଫୋକମ୍ ଲିମିଟେଡ୍ ପକ୍ଷରୁ ଘୋଷଣା କରାଯାଇଛି ଯେ ଏହା ସମସ୍ତ ସ୍ପେକ୍ଟ୍ରମ୍ ବ୍ୟାଣ୍ଡ୍ ରେ ସବୁ ଲାଇସେନ୍ସ ସେବା କ୍ଷେତ୍ରରେ ସେବା ଶୁଭାରମ୍ଭର ସର୍ବନିମ୍ନ ଆବଶ୍ୟକତା ସର୍ତ୍ତକୁ ପୂରଣ କରିଛି । ୨୦୨୩ ଅଗଷ୍ଟ ୧୭ ସୁଦ୍ଧା ଏହି ଲକ୍ଷ୍ୟ ହାସଲ କରିବାକୁ ସ୍ପେକ୍ଟ୍ରମ୍ ନେବା ବେଳେ ଜିଓ ପ୍ରତିଶ୍ରୁତି ଦେଇଥିଲା । ସେହି ଲକ୍ଷ୍ୟକୁ ସମୟ ସୀମା ଶେଷ ହେବା ପୂର୍ବରୁ ଜିଓ ହାସଲ କରିଛି । ୨୦୨୩ ଜୁଲାଇ ୧୯ରେ ଏହି ଆବଶ୍ୟକତାର ପ୍ରଥମ ପର୍ଯ୍ୟାୟକୁ ଜିଓ ପୂରଣ କରିଥିଲା ଏବଂ ଅଗଷ୍ଟ ୧୧ରେ ଟେଲିକମ୍ ବିଭାଗ ପକ୍ଷରୁ ସବୁ ସର୍କଲ୍‌ରେ ତାହାର ପରୀକ୍ଷଣ କରାଯାଇଥିଲା । ଲୋ ବ୍ୟାଣ୍ଡ୍‌, ମିଡ୍ ବ୍ୟାଣ୍ଡ୍ ଓ ଏମ୍‌ଏମ୍ ୱେଭ ସ୍ପେକ୍ଟ୍ରମ୍ ବ୍ୟାଣ୍ଡ୍‌ର ସମିଶ୍ରଣକୁ ଜିଓ ହାସଲ କରିଛି ଏବଂ ସମୃଦ୍ଧ ଫାଇବର୍ ନେଟ୍‌ୱର୍କ ଓ ସ୍ୱଦେଶୀ ପ୍ରଯୁକ୍ତିରେ ପ୍ରସ୍ତୁତ ନେଟ୍‌ୱର୍କକୁ ଯୋଡ଼ାଯାଇଥିବାରୁ ସମସ୍ତ ନାଗରିକଙ୍କ ପାଖରେ…

Read More

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କେଉଁ ଲୋକଙ୍କୁ କେବେ ବି ବିଶ୍ବାସ କରିବ ନାହିଁ ତାହାର ଉଲ୍ଲେଖ କରିଛନ୍ତି। ଚାଣକ୍ୟ ନୀତି ଅନୁସାରେ ଯେଉଁମାନେ ସାକ୍ଷାତରେ ସବୁବେଳେ ମିଠା କଥା କହନ୍ତି ସେମାନଙ୍କୁ ବର୍ଜନ କରନ୍ତୁ। କାରଣ ମିଠା କଥା କହି ଆପଣଙ୍କ ବିଶ୍ବାସକୁ ସେମାନେ ହରଣ କରନ୍ତି। ଆଉ ଠିକ୍ ସମୟରେ ପଛରୁ ଛୁରାଘାତ କରିଥାନ୍ତି। ଏହି ଶ୍ରେଣୀର ଲୋକେ ଆପଣଙ୍କୁ ବିଶ୍ବାସ ଜନ୍ମମାଇ ଆପଣଙ୍କର ଗୁପ୍ତ କଥା ହାତେଇ ନିଅନ୍ତି। ପରବର୍ତ୍ତି ସମୟରେ ଆପଣଙ୍କୁ ଘାଟାରେ ପକାନ୍ତି। ସେଥିପାଇଁ ମିଷ୍ଟଭାଷୀ ଲୋକଙ୍କଠାରୁ ସବୁବେଳେ ଦୂରେଇ ରହନ୍ତୁ। କଦାପି ସେମାନଙ୍କୁ ବିଶ୍ବାସକୁ ନିଅନ୍ତୁ ନାହିଁ। ହଁ ଆପଣ ତାଙ୍କ ସହିତ ସଂପର୍କ ରଖିପାରନ୍ତି, ହେଲେ ଗଭୀର ସଂପର୍କ ରଖନ୍ତୁ ନାହିଁ। ଏମାନେ ହେଉଛନ୍ତି ପୂର୍ଣ ବିଷ ମାଠିଆ ଉପରେ ଥିବା କିଛି ଅମୃତ ସଦୃଶ୍ୟ।

Read More

ମେଷ- ଆପଣଙ୍କର ବକ୍ତବ୍ୟରେ ମୃଦୁତା ରହିବ, କିନ୍ତୁ ପ୍ରକୃତିରେ କ୍ରୋଧ ମଧ୍ୟ ହୋଇପାରେ। ଯାହା ଆପଣଙ୍କ ସମ୍ପର୍କ ଉପରେ ପ୍ରଭାବ ପକାଇପାରେ, ତେଣୁ ସତର୍କ ରୁହନ୍ତୁ। ଯଦି ଆପଣ ସଜାଗ ରୁହନ୍ତି ତେବେ ଆପଣ ଭଲ ଫଳାଫଳ ପାଇବେ। ଆପଣଙ୍କ ଜୀବନ ସହଜ ହେବ, କିନ୍ତୁ ସାମଗ୍ରିକ ଭାବେ ଆପଣଙ୍କର ଆୟ ଆଜି ବୃଦ୍ଧି ପାଇବ। ବୃଷ- ଆଜି ଆପଣ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହେବେ, ଏଥିରେ କୈଣସି ସନ୍ଦେହ ନାହିଁ। ଭାଇଭଉଣୀ ଏବଂ ଅନ୍ୟ ପରିବାର ସଦସ୍ୟଙ୍କ ସମର୍ଥନ ପାଇବ, ଯାହା ଆପଣଙ୍କୁ ଖୁସିର ଅନୁଭବ ମଧ୍ୟ ଦେବ । ଆର୍ଥିକ ଦୃଷ୍ଟିରୁ ଦିନଟି ଭଲ ରହିବ। ମିଥୁନ- ଆପଣ ଆତ୍ମବିଶ୍ୱାସୀ ହେବେ, କିନ୍ତୁ କିଛି ବିଷୟରେ ମାନସିକ ଚାପ ରହିପାରେ। ଚାପ ଆପଣଙ୍କ ବ୍ୟକ୍ତିତ୍ୱ ଉପରେ ପ୍ରାଧାନ୍ୟ ଦେବାକୁ ଦିଅନ୍ତୁ ନାହିଁ, ଏହାର ନକାରାତ୍ମକ ପ୍ରଭାବ ପଡିପାରେ। ପିତାମାତାଙ୍କ ସ୍ୱାସ୍ଥ୍ୟ ଦୁର୍ବଳ ହୋଇପାରେ। କର୍କଟ- ଯଦି ଆପଣ ସକାରାତ୍ମକ ରୁହନ୍ତି…

Read More

କୈଳାଶ ଚନ୍ଦର ଚୌଧୁରୀ ବ୍ରହ୍ମପୁର: ପୋଲସରା ରାଣୀପଡା ଅଞ୍ଚଳର ବସନ୍ତ ଗୌଡ଼ ନାମକ ଜଣେ ଯୁବକ କୌଣସି କାମରେ ନିଜ ମୋଟରସାଇକେଲ ଯୋଗେ ଯାଉଥିବା ବେଳେ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ଏକ କାର୍ ସହ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଏତଦବ୍ୟତୀତ ଖବର ପାଇ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଡାକ୍ତରଖାନାରେ ପହଞ୍ଚି ଶେଷ ଦର୍ଶନ କରିଥିଲେ ଓ ପରିବାର ଲୋକଙ୍କୁ ସମବେଦନା ଜ୍ଞାପନ କରିଥିଲେ।

Read More

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟର୍ସ (ଆଇଇଇଇ) ପକ୍ଷରୁ ଆୟୋଜିତ “ସଷ୍ଟେନେବଲ ଏନର୍ଜି ଆଣ୍ଡ ଫ୍ୟୁଚର ଇଲେକ୍ଟ୍ରିକ୍ ଟ୍ରାନ୍ସପୋର୍ଟେସନ୍ (ସେଫେଟ-୨୦୨୩)” ଶୀର୍ଷକ ୪ ଦିନିଆ ତୃତୀୟ ଆନ୍ତର୍ଜାତିକ ସମ୍ମିଳନୀ ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏହି ସମ୍ମିଳନୀରେ ସାରା ବିଶ୍ୱରୁ ୫୦୦ ରୁ ଊର୍ଦ୍ଧ୍ୱ ଗବେଷକ ଯୋଗ ଦେଇଥିଲେ। ଶନିବାର ଆୟୋଜିତ ସମ୍ମିଳନୀର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜୁ ପଟ୍ଟନାୟକ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି (ବିପିୟୁଟି)ର କୁଳପତି ପ୍ରଫେସର ଅମୀୟ କୁମାର ରଥ ସମ୍ମିଳନୀର ପ୍ରସଙ୍ଗକୁ ଉଚ୍ଚକୋଟୀର ବୋଲି କହିବା ସହ ଏହା ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ନିଜର ଷ୍ଟାର୍ଟଅପ୍ ଗଢ଼ିବା ଓ ଫ୍ୟାକଲ୍ଟିମାନେ ଗବେଷଣା ଦ୍ୱାରା ଉପକୃତ ହେବେ ବୋଲି କହିଥିଲେ। ଗବେଷଣାକୁ ସୋଆ ଅଧିକ ମାତ୍ରାରେ ଗୁରୁତ୍ୱ ଦେଉଥିବା ବେଳେ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗ୍ ଓ କ୍ୟୁଏସ୍ ର‌୍ୟାଙ୍କିଙ୍ଗ୍‌ରେ ସୋଆର ସଫଳତା ବେଶ ଉଚ୍ଚକୋଟୀର ବୋଲି ପ୍ରଫେସର ରଥ…

Read More

ନୂଆଦିଲ୍ଲୀ: ଭାରତର ପ୍ରାଚୀନ ସଭ୍ୟତା ମୂଲ୍ୟବୋଧ, ସଂସ୍କୃତି ବିବର୍ତ୍ତନ, ସମୃଦ୍ଧ ଅତୀତ ଏବଂ ଲୋକାଚାରର ଗୌରବମୟ ସମାଗମ ବିଷୟରେ ୧୭ ଭାଷାରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଥର ଖେଳାଯାଇଥିବା ବିଶ୍ୱର ସବୁଠୁ ଅନ୍ୟତମ ବଡ଼ କୁଇଜ୍ ଜିଗ୍ୟାସା ବିଜେତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି। କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ଏକ ଟୁଇଟ୍ ସେୟାର କରି ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି ଯେ, ‘ଜିଗ୍ୟାସାର ସମସ୍ତ ବିଜେତାଙ୍କୁ ଅଭିନନ୍ଦନ। ଯୁବବର୍ଗଙ୍କ ମଧ୍ୟରେ ଆମ ଇତିହାସ ଏବଂ ସଂସ୍କୃତି ବିଷୟରେ ଜ୍ଞାନ ବଢ଼ାଇବାକୁ ଏହା ଏକ ବ୍ୟାପକ ପ୍ରୟାସ। ଏହି କୁଇଜ ପାଇଁ ଏପରି ଅଦ୍ଭୁତପୂର୍ବ ପ୍ରତିକ୍ରିୟା ଦେଖି ଖୁସି।’

Read More

ଭୁବନେଶ୍ୱର: ବିଭାଜନ ବିଭୀଷିକାକୁ ଉତ୍ସବ ଭାବରେ ପାଳନ କରିବା ପାଇଁ ନୁହେଁ ବରଂ ସେହି ସମୟରେ ତ୍ୟାଗ ଓ ବଳିଦାନ ଦେଇଥିବା ଏବଂ କ୍ଷତି ଓ ପୀଡା ସହିଥିବା ସେହି ପୂର୍ବଜ ମାନଙ୍କୁ ମନେ ପକାଇବାର ଅବସର। ଆଜିର ଦିନରେ ସେହି ବିଭୀଷିକାରୁ ପ୍ରେରଣା ନେଇ ଭାରତକୁ ଅଧିକ ଶକ୍ତିଶାଳୀ, ସମୃଦ୍ଧ, ଶୌର୍ଯ୍ୟବାନ ଓ ସୁରକ୍ଷିତ କରିବା ପାଇଁ ସମାଜକୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରବିବାର ଭୁବନେଶ୍ୱର ସ୍ଥିତ ସ୍ୱାଧୀନତା ସଂଗ୍ରାମୀ ପଡ଼ିଆରେ ଆଇସିଏଚଆର ଦ୍ୱାରା ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଉଦଘାଟିତ ‘ଭାରତର ବିଭାଜନର କାହାଣୀ ଉପରେ ପ୍ରଦର୍ଶନୀ’ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି। ଦେଶ ବିଭାଜନ ବେଳେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ୧୯୪୭ ଅଗଷ୍ଟ ୧୪ରେ  ଭାରତ ପାକିସ୍ତାନ ବିଭାଜନ ସମୟରେ…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ଦିଗପହଣ୍ଡି ଥାନା ପୋଲିସ ମୁଖ୍ୟ ରାସ୍ତାରେ ଏକ ମୋଟରସାଇକେଲ କୁ ଅଟକାଇ ଜେରା କରିବା ବେଳେ ୨୦ କିଲୋ ୫୦ ଗଞ୍ଜେଇ ଜବତ କରିଛନ୍ତି ଓ ଚାଲାଣ କରୁଥିବା ବିହାର ରାଜ୍ୟର ପପୁ ଦାସ ଓ ରୁଦଲ୍ କୁମାର ନାମରେ ଦୁଇ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ସେମାନଙ୍କ ଠାରୁ ଦୁଇଟି ମୋବାଇଲ ଫୋନ ଓ ଗୋଟିଏ ମୋଟରସାଇକେଲ ଜବତ କରିଛନ୍ତି। ଉକ୍ତ ଯୁବକ ମାନେ ଏହି ଗଞେଇକୁ କେଉଁଠାରୁ ଆଣି କେଉଁଠି କୁ ଚାଲାଣ କରୁଥିଲେ ତାହା ଜଣାପଡୁନାହିଁ ବୋଲି ପୋଲିସ ସୁଚନା ଦେଇଛନ୍ତି।

Read More

ଭୁବନେଶ୍ବର: ଓଡିଶାରେ ଆଗୁଆ ନିର୍ବାଚନ ହେବ। ଏ ନେଇ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି। ଏହି ଖବର ଜଣାପଡିବା ପରେ ସବୁ ରାଜନୈତିକ ଦଳ ପ୍ରସ୍ତୁତ ବୋଲି କହିଛନ୍ତି। ତେବେ ଏହି ଆଗୁଆ ନିର୍ବାଚନ ନେଇ ଭୁବନେଶ୍ବର ସାଂସଦ ଭିନ୍ନ ମତ ରଖିଛନ୍ତି। ଅପରାଜିତା ଆଗୁଆ ନିର୍ବାଚନ ନେଇ କହିଛନ୍ତି ଯେ, ବିଜେଡି କଣ ପାଇଁ ଆଗୁଆ ନିର୍ବାଚନ କରିବାକୁ ତରତର ହେଉଛି। ଓଡିଶାର ଜନସାଧାରଣ ବିଜେଡିକୁ ପାଞ୍ଚ ବର୍ଷ ପାଇଁ ଶାସନ କରିବାକୁ ଦେଇଛନ୍ତି। ହେଲେ ସେ ତା ପୂର୍ବରୁ ସରକାର ଭାଙ୍ଗିବା କାରଣ କଣ ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିପରେ ସେ କହିଛନ୍ତି ଯେ, ବିଜେପି ଓଡିଶାରେ ଏକ ଲଢେଇ କରିବ। କାହା ସହିତ ମେଣ୍ଟ କରିବାର ପ୍ରଶ୍ନ ଉଠୁ ନାହିଁ। ଅମିତା ସାହା ଓଡିଶା ଆସି ଆମର ରଣନୀତି ଉପରେ ପରାମର୍ଶ ଦେଇଛନ୍ତି। ସେହି ଅନୁସାରେ ବିଜେପି ବର୍ତ୍ତମାନ ତୃଣମୂଳ ସ୍ଥରରେ କାର୍ଯ୍ୟ କରୁଛି।…

Read More

ବାଲେଶ୍ୱର: ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ,  ବାଲେଶ୍ୱର ପକ୍ଷରୁ ‘ମେରୀ ମାଟି ମେରା ଦେଶ’ ଶୀର୍ଷକ କାର୍ଯ୍ୟକ୍ରମ ନୀଳଗିରି ଏନ୍‌ଏସି କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ମୁଖ୍ୟତଃ ଆଜାଦୀ କା ଅମୃତ ମହୋତ୍ସବର ସମାପନ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମଟିକୁ ବାଲେଶ୍ୱର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଉଦ୍‌ଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ନୀଳଗିରି ମହାବିଦ୍ୟାଳୟର ଇତିହାସ ବିଭାଗ ଅଧ୍ୟାପିକା ଶ୍ରୀମତୀ ମନ୍ଦାକିନୀ ଧଳ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥିଭାବେ  ଜୋନ-୨୨ର ଜିଲ୍ଲା ପରିଷଦ ସଭ୍ୟା ଉଷାରାଣୀ ରାଉଳ, ନୀଳଗିରି ରତ୍ନାକର ଟାଉନ ହାଇସ୍କୁଲର ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ପଣ୍ଡା, ବାବା ପଞ୍ଚଲିଙ୍ଗେଶ୍ୱର ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପକ ଡାକ୍ତର ଅକ୍ଷୟ କୁମାର ପାଣିଗ୍ରାହୀ ଯୋଗଦେଇଥିଲେ। ଦେଶ ପାଇଁ ଜୀବନ ଦେଇଥିବା ବୀର ସଂଗ୍ରାମୀମାନଙ୍କ ଗାଥାକୁ…

Read More

ମାନସ ପୂର୍ଣ୍ଣ ଆଚାର୍ଯ୍ୟ ଆସିକା: ଓଡିଶା ସରକାରଙ୍କ କୃଷି ବିଭାଗର ଉପଦେଷ୍ଟା ରାମ ଚନ୍ଦ୍ର ପଣ୍ଡା ଆସିକା ବ୍ଲକର ବିଭିନ୍ନ ପଞ୍ଚାୟତ କ୍ଷେତ୍ର ପରିଦର୍ଶନ ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ବନ୍ଧରେ ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ। ପ୍ରଥମେ ହରିଡ଼ାପଦର ପଞ୍ଚାୟତର ଧୋବାଡି ଗ୍ରାମର ସୁମନ ଲାଲ ପଟ୍ଟନାୟକଙ୍କ କ୍ଷେତ ପୋଖରୀ ସହ ନଡ଼ିଆ, ଆମ୍ବ, ସାପେଟା ଫଳ ବଗିଚା ପରିଦର୍ଶନ କରିଥିଲେ। ପରେ ପରେ ହରିଡ଼ା ପଦର ଗ୍ରାମବାସୀଙ୍କ ଦ୍ୱାରା ବାଘୁଆ ନଦୀରେ ଚେକ ଡ୍ୟାମ ନିର୍ମାଣ ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାଦ୍ୱାରା ୨୩୭ ହେକ୍ଟର ଚାଷ ଜମିରେ ଜଳସେଚିତ ହେଇ ପାରିବ। ଜୟପୁର ଗ୍ରାମର ଚାଷୀ ମାନେ ଉଠା ଜଳସେଚନ ବିଭାଗର ବିଭିନ୍ନ ଉଠା ଜଳସେଚନ ପଏଣ୍ଟ କାର୍ଯକ୍ଷମ ପାଇଁ ଦାବି ଜଣେଇ ଥିଲେ। ଖଣ୍ଡଦେଉଳି ପଞ୍ଚାୟତର ପ୍ରେମାନନ୍ଦ ବିଷୋୟୀଙ୍କ OPIICRA ଯୋଜନା ଅନୁଯାୟୀ ସରଂକ୍ଷଣ ଗୃହ, ଅମୃତଭଣ୍ଡା, ବାଇଗଣ, ମାଟି ଆଳୁ, ଶାକର…

Read More

ମାନସ ପୂର୍ଣ୍ଣ ଆଚାର୍ଯ୍ୟ ଆସିକା: ୭୭ତମ ସ୍ବାଧୀନତା ଦିବସକୁ ଲକ୍ଷ୍ୟ ରଖି ଛାତ୍ରଛାତ୍ରୀଙ୍କମଧ୍ୟରେ ଦେଶପ୍ରେମ ଭାବନାକୁ ଉଦ୍ଜୀବିତ କରିବା ପାଇଁ ଜାତୀୟ ସେବା ଯୋଜନାର ଏକ ଅଭିନବ ପ୍ରୟାସକୁ ସାକାର କରିବା ପାଇଁ ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ‘ମେରୀ ମାଟି ମେରା ଦେଶ’ ନାରା ଦ୍ବାରା ଏକ ନୂତନ କାର୍ଯ୍ୟକ୍ରମ ସଂପାଦିତ ହୋଇଯାଇଛି। ଏଥିରେ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ସନ୍ତୋଷ କୁମାର ଚୌଧୂରୀଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମଟି ସଫଳ ରୂପାୟନ ହୋଇପାରିଥିଲା। ପ୍ରଫେସର ଚୌଧୂରୀ ସ୍ବାଗତ ଭାଷଣ ରଖିଥିଲେ। ଏଥିରେ ମୁଖ୍ୟ ଅତିଥି ଏନ୍.ସି.ସି ଅଧିକାରୀ ମେଜର ଡ. ଶଂକର ପ୍ରସାଦ ଅଧିକାରୀ, ଗଣିତ ଅଧ୍ୟାପକ ତଥା ପୂର୍ବତନ ଭାରତୀୟ ସେନା ଅଧିକାରୀ ଚିତ୍ରସେନ ବେହେରା ମୁଖ୍ୟ ବକ୍ତା ଏବଂ ସମ୍ମାନିତ ଅତିଥି ରୂପେ ଯୁବ ଅଧ୍ୟାପକ ଅଜିତ୍ କୁମାର ମୁନୀ ଉପସ୍ଥିତ ଥିଲେ। ବୈଠକ ସଂଯୋଜନାରେ ସକ୍ରିୟ ସହଯୋଗ କରିଥିଲେ ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ପବିତ୍ର ଧଙ୍ଗଡ଼ାମାଝି। ମୁଖ୍ୟ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ନୂତନ ବିଜୁ ଯୁବ ଜନତା ଦଳର ସଭାପତି ଭାବେ କୈଳାଶ ମହାପାତ୍ରଙ୍କୁ ନିଯୁକ୍ତି ମିଳିଛି। ଶ୍ରୀ ମହାପାତ୍ରଙ୍କୁ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ବ୍ୟୋମକେଶ ରାୟ ଏହି ନିଯୁକ୍ତି ଦେଇଛନ୍ତି। ଶ୍ରୀ ମହାପାତ୍ର ବିଜେଡିର ଜଣେ ଭଲ ସଂଗଠକ ଭାବେ ବାଣପୁର ଅଞ୍ଚଳରେ ବେଶ ପରିଚିତ। ଦଳ ପ୍ରତି ତାଙ୍କର ନିଷ୍ଠା ଓ କର୍ତ୍ତବ୍ୟପରାୟଣତା କୁ ଦେଖି ତାଙ୍କୁ ଏହି ନୂତନ ନିଯୁକ୍ତି ମିଳିଛି। ତେବେ ନୂତନ ଦାଇତ୍ୱ ମିଳିବା ପରେ ବାଣପୁର ବ୍ଲକରେ ଯୁବ ବିଜେଡିକୁ ଆହୁରି ସକ୍ରିୟ କରିବା ସହ ଆଗାମୀ ଦିନରେ ଦଳ କିପରି ସାଧାରଣ ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ସେ ଦିଗରେ କାମ କରିବେ ବୋଲି କହିଛନ୍ତି ଶ୍ରୀ ମହାପାତ୍ର। ନୂତନ ଦାୟିତ୍ୱ ମିଳିବା ପରେ ଶ୍ରୀ ମହାପାତ୍ରଙ୍କୁ ଦଳୀୟ କର୍ମୀମାନେ ଶୁଭେଚ୍ଛା ଜଣାଇଛନ୍ତି।

Read More

ଭୁବନେଶ୍ଵର: ମୋଦି ସରକାରରେ ଓଡ଼ିଶା ପାଇଁ ରେଳ ଅନୁଦାନ, ନୂଆ ରେଳ ଲାଇନ, ଯାତ୍ରୀ ସୁବିଧା ସହ ଆନୁଷଙ୍ଗିକ କାର୍ଯ୍ୟ ଅପେକ୍ଷା ଠାରୁ ଅଧିକ ହୋଇଛି ବୋଲି ସୋମବାର କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଅତ୍ୟାଧୁନିକ ତେଜସ୍ ରେକ୍ ଯୁକ୍ତ ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ଏହି ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ ସ୍ୱାଧୀନତ୍ତୋର ଭାରତରେ ମୋଦି ସରକାରରେ ୩୫୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚରେ ଭୁବନେଶ୍ୱର ରେଳ ଷ୍ଟେସନର ନବେକଳେବର ହେଉଛି। ଓଡ଼ିଶାର କଟକ, ପୁରୀ, ଅନୁଗୋଳ, ଢେଙ୍କାନାଳ, ସମ୍ବଲପୁର, ରାଉରକେଲା, ଭଦ୍ରକ, ବାଲେଶ୍ୱର ରେଳ ଷ୍ଟେସନର ନବୀକରଣ କାମ ହେଉଛି। ନିକଟରେ ପ୍ରଧାନମନ୍ତ୍ରୀଙ୍କ କରମକମଳରେ ପ୍ରଥମ…

Read More

ଭୁବନେଶ୍ବର: ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସେ ଆସନ୍ତା 16 ତାରିଖରେ ଭୁବନେଶ୍ବରରେ ପହଞ୍ଚିବେ। ସେଦିନ ସେ ବିଜେପି ରାଜ୍ୟ କାର୍ଯ୍ୟାଳୟ ଯାଇ ସେଠାରେ ନେତାମାନଙ୍କ ସହିତ ଆଲୋଚନା କରିବେ। ଏହାପରେ କଟକରେ ପ୍ରଥମ ମେୟର ନିବେଦିତା ପ୍ରଧାନଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେବେ। ଏହାପର ଦିନ ସୀତାରମଣ ଭୁବନେଶ୍ବରରେ ଆୟୋଜିତ ଚାଟାର୍ଡ ଆକାଉଣ୍ଟାଟ ସମ୍ମିଳନୀରେ ଯୋଗ ଦେଇ ଉଦବୋଧନ ଦେବେ। ସେ ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ସେ 17 ତାରିଖରେ ନୂଆଦିଲ୍ଲୀ ଫେରିଯିବେ।

Read More

ନୂଆଦିଲ୍ଲୀ: ଆଜି ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ ବିଭାଜନ ଯୋଗୁ ପ୍ରାଣ ହରାଇଥିବା ଲୋକଙ୍କୁ ମନେପକାଇଛନ୍ତି। ଶ୍ରୀ ମୋଦୀ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଏବଂ ନିଜ ନିଜ ଘର ଛାଡ଼ିବାକୁ ବାଧ୍ୟ ହୋଇଥିବା ଲୋକଙ୍କ ସଂଘର୍ଷକୁ ମଧ୍ୟ ମନେପକାଇଛନ୍ତି। ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ହେଉଛି ସେହି ଭାରତୀୟଙ୍କୁ ସମ୍ମାନର ସହ ସ୍ମରଣ କରିବାର ଏକ ଅବସର, ଯେଉଁମାନଙ୍କ ଜୀବନ ଦେଶ ବିଭାଜନବେଳେ ବଳି ଦିଆଯାଇଥିଲା। ଏଥିସହ ବିସ୍ଥାପନର ଯନ୍ତ୍ରଣା ଭୋଗିବାକୁ ବାଧ୍ୟ ହୋଇଥିବା ସେହି ଲୋକଙ୍କ କଷ୍ଟ ଏବଂ ସଂଘର୍ଷକୁ ମଧ୍ୟ ଏହି ଦିନ ମନେ ପକାଇ ଦେଇଥାଏ। ସେହି ସମସ୍ତ ଲୋକମାନଙ୍କୁ ଶତ ଶତ ପ୍ରଣାମ।’

Read More

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ, ୨୦୨୩ ଉପଲକ୍ଷେ ଦେଶର ମୋଟ୍‌ ୯୫୪ ଜଣ ପୁଲିସ କର୍ମୀଙ୍କୁ ପୁଲିସ ପଦକ ପ୍ରଦାନ କରାଯାଇଛି। ବୀରତା ପାଇଁ ଜଣେ ସିଆରପିଏଫ କର୍ମୀ ରାଷ୍ଟ୍ରପତି ପଦକ ପାଇଛନ୍ତି। ସେ ହେଲେ ଅତିରିକ୍ତ କମାଣ୍ଡାଣ୍ଟ ଲୌକ୍ରକପାମ୍‌ ଇବୋମଚା ସିଂ। ୨୨୯ ପୁଲିସ କର୍ମୀଙ୍କୁ ସାହସିକତା ପୁଲିସ ପଦକ ମିଳିଛି। ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପୁଲିସ ପଦକ ପାଇବାକୁ ୮୨ ଜଣ ପୁଲିସ କର୍ମଚାରୀଙ୍କ ନାମ ଘୋଷଣା କରାଯାଇଛି। ୬୪୨ ଜଣ ପୁଲିସ କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପୁଲିସ ପଦକ ଦିଆଯାଇଛି। ସାହସିକତା ପୁରସ୍କାର ପାଇଥିବା ୨୩୦ ଜଣ ପୁଲିସ କର୍ମୀଙ୍କ ମଧ୍ୟରୁ ୧୨୫ ଜଣ ପୁଲିସ କର୍ମୀ ବାମପନ୍ଥୀ ଉଗ୍ରବାଦ ପ୍ରବଣ ଅଞ୍ଚଳରେ କାର୍ଯ୍ୟରତ ଅଛନ୍ତି। ସେହିପରି ଜାମ୍ମୁ ଓ କାଶ୍ମୀର ପୁଲିସର ୭୧ ଜଣ ପୁଲିସ କର୍ମୀ ଏବଂ ଉତ୍ତରପୂର୍ବାଞ୍ଚଳର ୧୧ ଜଣ ପୁଲିସ କର୍ମୀଙ୍କୁ ସେମାନଙ୍କର ସାହସିକ କାର୍ଯ୍ୟ ପାଇଁ ସାହସିକତା ପୁଲିସ…

Read More

ଇସଲାମାବାଦ: ଏବେ ପାକିସ୍ତାନ ଯାଇଥିବା ଅଞ୍ଜୁଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଅଞ୍ଜୁ ନସରୁଲ୍ଲାଙ୍କ ସହ କେକ୍ କାଟି ପାକିସ୍ତାନର ସ୍ୱାଧୀନତା ଉତ୍ସବ ପାଳନ କରୁଛନ୍ତି। ଅଗଷ୍ଟ ୧୪ ରେ ପାକିସ୍ତାନ ନିଜର ସ୍ୱାଧୀନତା ଦିବସ ପାଳନ କରୁଛି। ଅଞ୍ଜୁ ଦିନକ ପୂର୍ବରୁ କହିଥିଲେ ଯେ ସେ ଦେଶଦ୍ରୋହୀ ନୁହଁନ୍ତି ଏବଂ ଠିକ୍ ଗୋଟିଏ ଦିନ ପରେ ତାଙ୍କର ଏହି ଭିଡିଓ ସାମ୍ନାକୁ ଆସିଛି। ଅଞ୍ଜୁ ତାଙ୍କ ପାକିସ୍ତାନୀ ଫେସବୁକ୍ ବନ୍ଧୁଙ୍କୁ ଭେଟିବା ପାଇଁ ଖୈବର ପଖତୁନଖୱା ଯାଇଥିଲେ। ତାଙ୍କର ଦୁଇଟି ସନ୍ତାନ ଅଛନ୍ତି ଏବଂ ସେ ପୂର୍ବରୁ ବିବାହିତା। ନିଜକୁ ଦେଶଦ୍ରୋହୀ ଭାବିବାକୁ ମନା କରିଦେଇଛନ୍ତି ଗୋଟିଏ ଦିନ ପୂର୍ବରୁ ସାମ୍ନାକୁ ଆସିଥିବା ଭିଡିଓରେ ଅଞ୍ଜୁ ନିଜକୁ ଦେଶଦ୍ରୋହୀ ଭାବିବାକୁ ମନା କରିଦେଇଥିଲେ। କିନ୍ତୁ ଏବେ ଅଞ୍ଜୁଙ୍କ ନୂଆ ଭିଡିଓ ପରେ ଭାରତରେ ଲୋକେ ତାଙ୍କୁ ପ୍ରଶ୍ନ କରୁଛନ୍ତି। ଅଞ୍ଜୁ ବିଶ୍ୱାସ କରନ୍ତି ଯେ ଉଭୟ…

Read More

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଏଜେନ୍ସି ଇସ୍ରୋର ସୂର୍ଯ୍ୟ ଅଭିଯାନ ଆଦିତ୍ୟ ଏଲ୍-୧ର ଉତକ୍ଷେପଣ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି। ଇସ୍ରୋ କହିଛି ଯେ ଆଦିତ୍ୟ ଏଲ୍-୧ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ମହାକାଶବନ୍ଦରରେ ପହଞ୍ଚିଛି। ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଆଦିତ୍ୟ ଏଲ୍-୧ର ଉତକ୍ଷେପଣ ହୋଇପାରେ ବୋଲି ଇସ୍ରୋ କହିଛି। ସୂଚନାଯୋଗ୍ୟ, ଆଦିତ୍ୟ ଏଲ୍-୧ ଇସ୍ରୋର ୟୁଆର ରାଓ ସାଟେଲାଇଟ୍ ସେଣ୍ଟରରେ ନିର୍ମିତ ହୋଇଛି, ଯେଉଁଠାରୁ ଆଦିତ୍ୟ ଏଲ୍-୧ ଏବେ ସାଟେଲାଇଟ୍ ଉତକ୍ଷେପଣ ପାଇଁ ଶ୍ରୀହରିକୋଟାରେ ପହଞ୍ଚିଛି। ସୂର୍ଯ୍ୟଉପରେ ନିରନ୍ତର ନଜର ରଖିବ ଉପଗ୍ରହ ସୂର୍ଯ୍ୟଙ୍କ ଅଧ୍ୟୟନ ପାଇଁ ପଠାଯାଇଥିବା ଇସ୍ରୋର ଏହା ହେଉଛି ପ୍ରଥମ ଅଭିଯାନ । ଆଦିତ୍ୟ ଏଲ୍-୧କୁ ସୂର୍ଯ୍ୟ-ପୃଥିବୀ ପ୍ରଣାଳୀର ଲାଙ୍ଗେ ବିନ୍ଦୁ ନିକଟରେ ହାଲୋ କକ୍ଷପଥରେ ରଖାଯିବ । ଏହା ପୃଥିବୀଠାରୁ ୧.୫ ନିୟୁତ କିଲୋମିଟର ଦୂରରେ ଅବସ୍ଥିତ । ଇସ୍ରୋ କହିଛି ଯେ ଉପଗ୍ରହକୁ ଏଲ୍‍-୧ ପଏଣ୍ଟ ନିକଟରେ ଥିବା ହାଲୋ ଅର୍ବିଟରେ ରଖିବାର ସବୁଠାରୁ ବଡ଼ ଫାଇଦା…

Read More

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧିଙ୍କୁ ତାଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କୁ ସମର୍ଥନ କରିଛନ୍ତି। କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧିଙ୍କ ବିରୋଧରେ ୫୦ ପ୍ରତିଶତ କମିସନ୍ ମନ୍ତବ୍ୟ ପାଇଁ ରୁଜୁ ହୋଇଥିବା ଏତଲାକୁ ନେଇ ଭାରତୀୟ ଜନତା ପାର୍ଟି (ବିଜେପି)କୁ କଡ଼ା ସମାଲୋଚନା କରିଛନ୍ତି। କେବଳ ଭୟଭୀତ କରିବା ପାଇଁ ଏଫଆଇଆର ପ୍ରିୟଙ୍କା ବିରୋଧରେ ଏହି ଏଫଆଇଆର କେବଳ ଭୟଭୀତ କରିବା ପାଇଁ ବୋଲି ରବର୍ଟ କହିଛନ୍ତି। ସେ କହିଛନ୍ତି, ମୁଁ ଆଶ୍ଚର୍ଯ୍ୟ ନୁହେଁ। ଏହା ହେଉଛି ସେମାନଙ୍କର ଧାରଣା କରିବାର ଉପାୟ। କର୍ଣ୍ଣାଟକରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା। ସେଠାରେ ୪୦ ପ୍ରତିଶତ କମିସନ୍ ଥିବା ସରକାର ଥିଲା। ଏମପିରେ ମଧ୍ୟ ସମାନ ଅବସ୍ଥା। ଯେଉଁଠି ସେମାନେ ସରକାର ଭାଙ୍ଗି ରାଜନୀତି ଚଳାଇଛନ୍ତି, ସେହି ସରକାର ଅଧିକ ଦିନ ଚାଲିବ ନାହିଁ ଏବଂ ଲୋକମାନେ ବିଦ୍ରୋହ କରିବେ। ପ୍ରିୟଙ୍କା ନିର୍ଭୀକ, ରାହୁଲ ନିର୍ଭୟ, ସୋନିଆଜୀ ନିର୍ଭୟ, ଆମେ ଲୋକଙ୍କ…

Read More