Author: Samikhsya Bureau

ନୂଆଦିଲ୍ଲୀ: କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭେଟେରାନ କଂଗ୍ରେସ ନେତା ଓମାନ ଚାଣ୍ଡିଙ୍କ ୭୯ ବର୍ଷ ବୟସରେ ଦେହାନ୍ତ ହୋଇଛି। ତାଙ୍କ ପୁଅ ଚାଣ୍ଡି ଓମନ ଏକ ଫେସବୁକ ପୋଷ୍ଟ ଜରିଆରେ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଛନ୍ତି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ଅପ୍ପାଙ୍କର ଦେହାନ୍ତ ହୋଇଛି। ଦୀର୍ଘ ଦିନ ଧରି ଓମାନ୍ ଚାଣ୍ଡିଙ୍କ ସ୍ୱାସ୍ଥ୍ୟ ଭଲ ନଥିଲା, ତେଣୁ ସେ ଚିକିତ୍ସା ପାଇଁ ବାଙ୍ଗାଲୋରରେ ରହିଥିଲେ। କଂଗ୍ରେସର ବରିଷ୍ଠ ନେତା ଓମାନ ଚାଣ୍ଡି ଦୁଇଥର କେରଳର ମୁଖ୍ୟମନ୍ତ୍ରୀ ଥିଲେ। ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି। ଏହା ସହିତ କେରଳ କଂଗ୍ରେସ ସଭାପତି କେ ସୁଧାକରନ୍ ଟୁଇଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି। ଓମାନ ଚାଣ୍ଡିଙ୍କ ମୃତ୍ୟୁକୁ ନେଇ ସେ ଦୁଃଖ ପ୍ରକାଶ କରିଛନ୍ତି। ଓମାନ ଚାଣ୍ଡିଙ୍କୁ ବାଙ୍ଗାଲୋରର ଚିନ୍ମୟ ମିଶନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଟୁଇଟ୍…

Read More

କୁଜଙ୍ଗ: ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ଙ୍କ ନିର୍ଦ୍ଦେଶ ନାମାରେ କୁଜଙ୍ଗ ପୋଲିସ୍ ଆଜି ଏକ ଯୁବକଙ୍କୁ ଉଠାଇ ଆଣି ମାନ୍ୟବର କୋର୍ଟରେ ହାଜର କରାଇଥିଲା। ସେଠାରେ ତାଙ୍କର ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ କୁଜଙ୍ଗ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣା ପଡିଛି। ସୂଚନା ଯୋଗ୍ୟ କୁଜଙ୍ଗ ଥାନା ଗଣ୍ଡକୀପୁର ଗ୍ରାମରେ ପୂର୍ବ ଶତୃତାକୁ କେନ୍ଦ୍ରକରି ଚାରି ବର୍ଷ ତଳେ ଜନୈକ ବ୍ୟକ୍ତିଙ୍କୁ ସେହି ଗ୍ରାମର ରାକେଶ ମାଝୀ (୩୪) ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ସେହି ବ୍ୟକ୍ତି ଗୁରୁତର ହେବାରୁ ତାଙ୍କୁ ସ୍ଥାନିୟ ଲୋକ ଉଦ୍ଧାର କରି କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ସେଠାରେ ଅବସ୍ଥା ଗୁରୁତର ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିଲା। ଏହି ଘଟଣାରେ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ପୋଲିସ୍ ୫୧/୧୯ ରେ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଅନ୍ୟ…

Read More

କୁଜଙ୍ଗ: କୁଜଙ୍ଗ ଥାନାରେ ନୂତନ ଭାବେ ଥାନାଧିକାରୀ ରଶ୍ମୀରଞ୍ଜନ ଦାସ ଯୋଗଦେବା ପରେ ଚୋରା ମଦ, ଗଞ୍ଜେଇ, ବ୍ରାଉନ୍ ସୁଗର ଭଳି ନିଶା ବେପାରୀଙ୍କ ମନରେ ଛନକା ପଶିଗଲାଣି। ଯୋଗ ଦେବାର ଗୋଟେ ଦିନ ପରେ ଥାନାର ବିଭିନ୍ନ ଅଂଚଳରେ ବ୍ୟାପକ ଭାବେ ପେଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଗତକାଲି ବିଳମ୍ବିତ ରାତିରେ ଥାନାଧିକାରୀଙ୍କ ତତ୍ୱାବଧାନରେ କୁଜଙ୍ଗ ପୋଲିସ୍ ଏକ ଟିମ୍ ବିଭିନ୍ନ ଚୋରା ନିଶା ବେପାରୀଙ୍କ ଆଡ୍ଡାସ୍ଥଳୀରେ ଚଢାଉ କରିଥିଲେ। କୌଣସି ସୂତ୍ରରୁ ଖବର ପାଇ ଏହି ଥାନା ଗଣ୍ଡକୀପୁର ଗ୍ରାମରେ ପୋଲିସ୍ ସଦଳବଳେ ପହଁଚି ନିଶା ବେପାରୀ ଅରିକ୍ଷିତ ସାମଲକୁ ଚୋରା ମଦ ବିକ୍ରି କରୁଥିବା ଅବସ୍ଥାରେ ମାଡ଼ି ବସିଥିଲା। ତାଙ୍କ ନିକଟରୁ ୧୦ ଲିଟର ବିଦେଶୀ ମଦ ଯବତ କରାଯାଇଥିଲା। ଆଜି ଏହି ଘଟଣାରେ ପୋଲିସ୍ ୩୫୨/୨୩ ରେ ମାମଲା ରୁଜ୍ଜୁ କରି ନିଶା ବେପାରୀ ଅରିକ୍ଷିତକୁ ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରିଥିଲା। ମାତ୍ର…

Read More

କୁଜଙ୍ଗ: ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀ କୁଜଙ୍ଗ ବ୍ଲକ୍‌ର ବରିଷ୍ଠ ବିଜେଡି ନେତା ସୌଭାଗ୍ୟ ରଞ୍ଜନ ବିଶ୍ୱାଳ ଓ ମନିନ୍ଦ୍ର ଗୁରୁଙ୍କୁ ବିଜୁ ଜନତା ଦଳର ଜିଲ୍ଲା ସଂପାଦକ ଭଳି ଗୁରତ୍ୱ ପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯାଇଛି। ବିଜୁ ଜନତା ଦଳର ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟରୁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଗଣ ମଧ୍ୟମକୁ ଏହି ସୂଚନା ପ୍ରଦାନ କରିଛନ୍ତି। ଶ୍ରୀଯୁକ୍ତ ବିଶ୍ୱାଳ ତାଙ୍କ ଛାତ୍ର ଜୀବନରୁ ରାଜନୀତି କରିବା ସହିତ ସମାଜସେବା କ୍ଷେତ୍ରରେ ବେଶ୍ ସୁନାମ ଅର୍ଜନ କରିଛନ୍ତି। ସେହିପରି ଶ୍ରୀଯୁକ୍ତ ଗୁରୁ ବିଜୁ ଜନତା ଦଳର ସକ୍ରିୟ କର୍ମୀଭାବେ ବେଶ୍ ସୁନାମ ଅର୍ଜନ କରିଥିବା ବେଳେ ପାରାଦ୍ୱୀପ ଅଂଚଳରେ ଶ୍ରମିକ ସଂଗଠନ ଓ ସମାଜସେବା ସଂଗଠନ ସହିତ ଜଡ଼ିତ ରହିଆସୁଛନ୍ତି। ସେହିପରି ଶ୍ରୀ ଗୁରୁ ତାଙ୍କର କାର୍ଯ୍ୟ ଦକ୍ଷତା ଦେଖି…

Read More

କୁଜଙ୍ଗ: ରାଜ୍ୟର ପ୍ରମୁଖ ଦାତବ୍ୟ ଅନୁଷ୍ଠାନ ବ୍ୟାସ ଫାଉଣ୍ଡେସନ ପକ୍ଷରୁ ରବିବାର କୁଜଙ୍ଗ ବ୍ଲକ ରାହାମା ସ୍ଥିତ ମହାଲକ୍ଷ୍ମୀ ମଣ୍ଡପରେ ପ୍ରତିଷ୍ଠାନର ମୁଖପାତ୍ର ଗୀତା ଜ୍ଞାନାଞ୍ଜନର ଷଷ୍ଠ ସଂସ୍କରଣ ଉନ୍ମୋଚନ ହେବା ସହ ବହୁ ପ୍ରତିଭା ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆନ୍ତର୍ଜାତୀୟ ଗୀତା ମିଶନ ସଭାପତି ସ୍ୱାମୀ ଚାଦାନନ୍ଦ ମହରାଜ, ବିଧାୟକ ସୌମ୍ୟଞ୍ଜନ ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିବା ସହ ମା’ ମାଟି ଓ ମାତୃଭାଷାକୁ ଭଲପାଇବା ପ୍ରକୃତ ଆଧ୍ୟାତ୍ମିକତା ବୋଲି କହିଥିଲେ। ଏହି ଅବସରରେ ବ୍ୟାସ ପ୍ରତିଷ୍ଠାନ ଅଧ୍ୟକ୍ଷା ତଥା ଗୀତାଜ୍ଞାନାଞ୍ଜନର ସମ୍ପାଦିକା ସ୍ନେହମୟୀ ଆଚାର୍ଯ୍ୟ ସଭାପତିତ୍ୱ କରିଥିବା ବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ନାଲୋକରୋ ପୂର୍ବତନ ପରିଚାଳକ ଜୀବନ କୁମାର ମହାପାତ୍ର, ଗୀତାଶାସ୍ତ୍ରବିଦ୍ ପଣ୍ଡିତ ପ୍ରଶାନ୍ତ କୁମାର ଶତପଥି, ମାନବିକ ଅôଦକାର ପରିଷଦର ସଭାପତି ଇଂ ଗଗନ ବିହାରୀ ପୃଷ୍ଠି, ବ୍ୟାସ ପ୍ରତିଷ୍ଠାନର ସାଧାରଣ…

Read More

ନୂଆଦିଲ୍ଲୀ: ନୀତି ଆୟୋଗଙ୍କ ରିପୋର୍ଟ ‘ଜାତୀୟ ବହୁମୁଖୀ ଦାରିଦ୍ର‌୍ୟ ସୂଚକାଙ୍କ: ଏକ ପ୍ରଗତି ସମୀକ୍ଷା ୨୦୨୩’ ଅନୁଯାୟୀ ୨୦୧୫-୧୬ ରୁ ୨୦୧୯-୨୧ ମଧ୍ୟରେ ରେକର୍ଡ ପରିମାଣରେ ୧୩.୫ କୋଟି ଲୋକ ବହୁମୁଖୀ ଦାରିଦ୍ର‌୍ୟରୁ ବାହାର ପାରିିଛନ୍ତି। ସୋମବାର ଦିନ ନୀତି ଆୟୋଗର ଉପାଧ୍ୟକ୍ଷ ସୁମନ ବେରୀ, ନୀତି ଆୟୋଗ ସଦସ୍ୟ ଡକ୍ଟର ଭି କେ ପଲ୍ ଏବଂ ଡକ୍ଟର ଅରବିନ୍ଦ ବୀରମଣି ଏବଂ ନୀତି ଆୟୋଗ ସିଇଓ ବି ଭି ଆର ସୁବ୍ରମଣ୍ୟମଙ୍କ ଉପସ୍ଥିତିରେ ଏହି ରିପୋର୍ଟ ପ୍ରକାଶ କରିଛନ୍ତି। ସର୍ବଶେଷ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ଏନ୍‌ଏଫ୍‌ଏଚ୍‌ଏସ୍ -୫ (୨୦୧୯-୨୧), ଉପରେ ଆଧାର କରି, ଜାତୀୟ ବହୁମୁଖୀ ଦାରିଦ୍ର‌୍ୟ ସୂଚକାଙ୍କ (ଏମ୍‌ପିଆଇ) ର ଏହି ଦ୍ୱିତୀୟ ସଂସ୍କରଣ, ଏନ୍‌ଏଫ୍‌ଏଚ୍‌ଏସ୍ -୪ (୨୦୧୫-୧୬) ଏବଂ ଏନ୍‌ଏଫ୍‌ଏଚ୍‌ଏସ୍ -୫ (୨୦୧୯-୨୧) ମଧ୍ୟରେ ବହୁମୁଖୀ ଦାରିଦ୍ର‌୍ୟ ହ୍ରାସ କରିବାରେ ଭାରତର ଅଗ୍ରଗତିକୁ ଉପସ୍ଥାପିତ କରେ। ନଭେମ୍ବର ୨୦୨୧ ରେ ଆରମ୍ଭ ହୋଇଥିବା ଭାରତର ଜାତୀୟ…

Read More

କୁଜଙ୍ଗ: କୁଜଙ୍ଗ ଥାନା ବଡଙ୍ଗ ଗ୍ରାମକୁ ହଳଦୀ ପାଣି ନଦୀ ଉପରେ ଅସ୍ଥାୟୀ ରାସ୍ତା ନିର୍ମାଣକୁ ବିରୋଧକରି ସେହି ଗ୍ରାମର ଜଣେ ଯୁବକକୁ ଆଜି ଜେଲ ଯିବାକୁ ପଡିଛି। ପ୍ରକାଶ ଯେ, ନଦୀ ଉପରେ ଥିବା ପୋଲ ଅଣ ଓସାରିଆ ହୋଇଥିବାରୁ ଭାରିଯାନ ଯିବା କଷ୍ଟକର ହୋଇପଡୁଥିଲା। ଯାହା ଫଳରେ କି ୨୦୨୨ ମସିହାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଉକ୍ତ ପୋଲକୁ ଭଙ୍ଗା ଯାଇ ନୂତନ ପୋଲ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରାଯାଇଥିଲା। ମାତ୍ର ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ଏହି ପୋଲ ନିର୍ମାଣ ହୋଇପାରନଥିଲା। ୨୦୨୨ ମସିହା ବର୍ଷା ଋତୁରେ ଉକ୍ତ ପୋଲ ଉପରେ ନିର୍ଭର କରୁଥିବା ୩ଟି ଗ୍ରାମର ୩ ହଜାରରୁ ଉର୍ଦ୍ଧ୍ୱ ଜନ ସାଧାରଣଙ୍କୁ ଯାତାୟତ କରିବା ପାଇଁ ଅସୁବିଧା ହେଉଥିଲା। ଏ ସମ୍ପର୍କରେ ଗତ ୨୯ ତାରିଖରେ ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ କୁଜଙ୍ଗ ଗସ୍ତ ଅବସରରେ ଘଟଣା ସମ୍ପର୍କରେ ସ୍ଥାନିୟ ଜଣେ…

Read More

ଶ୍ରୀନଗର: ଜମ୍ମୁ କାଶ୍ମୀରର ପୁଞ୍ଚରେ ସୁରକ୍ଷା ବାହିନୀ ଏକ ବଡ଼ ସଫଳତା ପାଇଛି। ସୋମବାର ଦିନ ସୁରକ୍ଷା ବାହିନୀଙ୍କ ଏକ ଏନକାଉଣ୍ଟରରେ ୪ ଆତଙ୍କବାଦୀ ନିହତ ହୋଇଛନ୍ତି। ସୂଚନା ଅନୁଯାୟୀ, ସିନ୍ଧରା ଅଞ୍ଚଳରେ ସର୍ଚ୍ଚ ଅପରେସନ ସମୟରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସୁରକ୍ଷା ବାହିନୀ ସୂଚନା ପାଇଥିଲେ। ଏହା ପରେ ଜମ୍ମୁ କାଶ୍ମୀର ପୋଲିସ ଏବଂ ସୁରକ୍ଷା ବାହିନୀ ମିଳିତ ଅପରେସନ କରି ୪ ଆତଙ୍କବାଦୀଙ୍କୁ ମୃତ୍ୟୁ ମୁଖରେ ପହଞ୍ଚାଇଥିଲେ। ଏହାପୂର୍ବରୁ, ଜୁନ୍ ୨୩ ତାରିଖରେ ସୁରକ୍ଷା ବାହିନୀ ଏକ ବଡ ସଫଳତା ପାଇଥିଲା। ସେହି ଦିନ କୁପୱାରାରେ ସେନାଙ୍କ ଗୁଳିରେ ଚାରି ଆତଙ୍କବାଦୀ ନିହତ ହୋଇଥିଲେ। ଏହି ଏନକାଉଣ୍ଟର ସମ୍ପର୍କରେ ଜମ୍ମୁ କାଶ୍ମୀର ପୋଲିସ କହିଛି ଯେ, ପାକିସ୍ତାନ ଅଧିକୃତ କାଶ୍ମୀରରୁ ଆତଙ୍କବାଦୀମାନେ ଏଠାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ମିଳିତ ଅପରେସନରେ ଆତଙ୍କବାଦୀମାନେ ନିହତ ହୋଇଥିଲେ। କେବଳ ଏତିକି ନୁହେଁ ନିହତ ଆତଙ୍କବାଦୀଙ୍କ ନିକଟରୁ ବିପୁଳ…

Read More

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ନୋଡାଲ ଏଜେନ୍ସି ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମ (ଏନ୍‌ଏଫଡିସି)ଭାରତୀୟ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ (ଆଇଏଫ୍‌ଏଫ୍‌ଆଇ) ଆୟୋଜନ  କରୁଛି। ଏହି ସଂସ୍ଥା ଏହି ଚଳଚ୍ଚିତ୍ର ଉତ୍ସବର ପାନୋରମା (ପରିଦୃଶ୍ୟ) ବିଭାଗରେ ପ୍ରଦର୍ଶନ ପାଇଁ ଉଭୟ ଫିଚର ଓ ଅଣଫିଚର ଫିଲ୍ମର ପ୍ରବେଶ ନିନ୍ତେ ସମ୍ପୃକ୍ତ ପ୍ରଯୋଜକ ଓ ନିର୍ମାତାଙ୍କ ଠାରୁ ଆବେଦନ ଆହ୍ୱାନ କରିଛି। ଚଳିତବର୍ଷ (୨୦୨୩) ନଭେମ୍ବର ୨୦ରୁ ୨୮ପର୍ଯ୍ୟନ୍ତ ଗୋଆରେ ଆୟୋଜିତ ହେଉଥିବା ଆଇଏଫ୍‌ଏଫ୍‌ଆଇର ପାନୋରମା ବିଭାଗରେ ଏସବୁ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ। ଇଣ୍ଡିଆନ ପାନୋରମା ସେକ୍ସନ ଆଇଏଫ୍‌ଏଫ୍‌ଆଇ ଏକ ପ୍ରମୁଖ ସମ୍ପତ୍ତି। ଏହା ଭାରତୀୟ ଭାଷାରେ ନିର୍ମିତ ତଥା ବିଚାରକ ମଣ୍ଡଳୀ ଦ୍ୱାରା ବଛାଯାଇଥିବା ଚଳଚ୍ଚିତ୍ରଗୁଡିକୁ ପ୍ରୋତ୍ସାହିତ କରିବାକୁ ଆଗ୍ରହୀ। ଏସବୁ ଫିଚର ଓ ଅଣଫିଚର ଫିଲ୍ମ ଭାରତ ଓ ବିଦେଶରେ ଆୟୋଜିତ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହୋଇଥିବା ବାଂଛନୀୟ। ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମରେ ପ୍ରଦର୍ଶିତ ଭାରତୀୟ ଚଳଚ୍ଚିତ୍ରମାନ ମଧ୍ୟ…

Read More

ଭୁବନେଶ୍ୱର: ଜ୍ଞାନର ବିଭିନ୍ନ ଶାଖା ସମ୍ବନ୍ଧୀୟ କ୍ଷେତ୍ରକୁ ପରିବ୍ୟାପ୍ତ କରିବା ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱ ସ୍ତରୀୟ ସହଭାଗିତା ନିମନ୍ତେ ଆଗ୍ରହୀ ବୋଲି ସୋମବାର ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଛନ୍ତି। ଆମର ଅଭିନବ ଗବେଷଣା କାର୍ଯ୍ୟକୁ ସୁଦୃଢ଼ କରିବା ନିମନ୍ତେ ଆମେ ଭାରତୀୟ ତଥା ଆନ୍ତର୍ଜାତିକ ବିଶ୍ୱବିଦ୍ୟାଳୟ ଗୁଡିକ ସହ ସହଭାଗିତା କରୁଛୁ। ବର୍ତ୍ତମାନ ସୁଦ୍ଧା ମୋଟ୍ ୧୧୨ଟି ଭାରତୀୟ ଓ ଆନ୍ତର୍ଜାତିକ ବିଶ୍ୱବିଦ୍ୟାଳୟ ଓ ଶିଳ୍ପ ସହିତ ସୋଆ ବୁଝାମଣା ସ୍ୱାକ୍ଷରିତ କରି ସାରିଥିବା ବେଳେ ଏମାନଙ୍କ ମଧ୍ୟରେ ୩୯ଟି ବିଦେଶୀ ବିଶ୍ୱବିଦ୍ୟାଳୟ ଅଛନ୍ତି ବୋଲି ବିଶ୍ୱବିଦ୍ୟାଳୟର ୧୬ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ପ୍ରଫେସର ନନ୍ଦ କହିଛନ୍ତି। ଇଞ୍ଜିନିୟରିଂ, ସ୍ୱାସ୍ଥ୍ୟ ବିଜ୍ଞାନ, କୃଷି ବିଜ୍ଞାନ, ପରିବେଶ ଓ ଜଳବାୟୁ କ୍ଷେତ୍ରରେ ଗବେଷଣା ଉପରେ ଗୁରୁତ୍ୱ ଦେଉଥିବା ସୋଆରେ ଅଟଳ ଇନୋଭେସନ ମିଶନ ପକ୍ଷରୁ ଅଟଳ ଇନକ୍ୟୁବେସନ ସେଂଟର (ଏଆଇସି) ପ୍ରତିଷ୍ଠା ନିମନ୍ତେ…

Read More

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ସୋମବାର ଦିନ ନୂଆଦିଲ୍ଲୀରେ ନିଶାଦ୍ରବ୍ୟ ଚୋରା କାରବାର ଓ ରାଷ୍ଟ୍ରୀୟ ସୁରକ୍ଷା’ ଉପରେ ଆଞ୍ଚଳିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ସମ୍ମିଳନୀ ଅବସରରେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଉପସ୍ଥିତିରେ ଭର୍ଚୁଆଲ ମାଧ୍ୟମରେ ନାର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ (ଏନସିବି) ଏବଂ ସବୁ ରାଜ୍ୟର ନିଶା ଦ୍ରବ୍ୟ କାରବାର ନିରୋଧୀ ଟାସ୍କଫୋର୍ସ (ଏଏନଟିଏଫ)ର ସମନ୍ୱୟ ଜରିଆରେ  ଦେଶର ବିଭିନ୍ନ ପ୍ରାନ୍ତରେ ୨୩୮୧ କୋଟି ଟଙ୍କା ମୂଲ୍ୟର ୧ ଲକ୍ଷ ୪୦ ହଜାର କିଲୋଗ୍ରାମରୁ ଅଧିକ ମାଦକଦ୍ରବ୍ୟ ନଷ୍ଟ କରାଯାଇଥିଲା। ଏହା ଗୋଟିଏ ଦିନରେ ସର୍ବାଧିକ ପରିମାଣର ନିଶା ଦ୍ରବ୍ୟ ନଷ୍ଟ କରାଯିବା କ୍ଷେତ୍ରରେ ଏକ ରେକର୍ଡ। ସମ୍ମିଳନୀରେ ପଞ୍ଜାବ ରାଜ୍ୟପାଳ, ପଞ୍ଜାବ, ଉତ୍ତର ପ୍ରଦେଶ, ହିମାଚଳ ପ୍ରଦେଶ, ହରିୟାଣା ଏବଂ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ, ଚଣ୍ଡିଗଡ଼ କେନ୍ଦ୍ର ଶାସିତ ପ୍ରଦେଶର ପ୍ରଶାସକ, ଜାମ୍ମୁ ଓ କାଶ୍ମୀର, ଲଦାଖ ଓ ଦିଲ୍ଲୀର ଉପରାଜ୍ୟପାଳ ଉପସ୍ଥିତ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି 10:30 ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୀର ସାବରକର ଅନ୍ତର୍ଜାତୀୟ ବିମାନବନ୍ଦର ପୋର୍ଟ ବ୍ଲେୟାରର ନୂତନ ଇଣ୍ଟିଗ୍ରେଟେଡ୍ ଟର୍ମିନାଲ୍ ବିଲ୍ଡିଂର ଉଦଘାଟନ କରିବେ। ସଂଯୋଗୀକରଣ ଭିତ୍ତିଭୂମି ବୃଦ୍ଧି ସରକାରଙ୍କ ଏକ ପ୍ରମୁଖ କେନ୍ଦ୍ର ପାଲଟିଛି। ପ୍ରାୟ 710 କୋଟି ଟଙ୍କା ବ୍ୟୟରେ ନିର୍ମିତ ନୂତନ ଇଣ୍ଟିଗ୍ରେଟେଡ୍ ଟର୍ମିନାଲ୍ ବିଲଡିଂର ଉଦଘାଟନ କେନ୍ଦ୍ର ଶାସିତ ଅଞ୍ଚଳ ଦ୍ୱୀପର ଯୋଗାଯୋଗକୁ ବଢ଼ାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ପ୍ରାୟ 40,800 ବର୍ଗମିଟର ସମୁଦାୟ ନିର୍ମିତ କ୍ଷେତ୍ର ସହିତ, ନୂତନ ଟର୍ମିନାଲ୍ ବିଲଡିଂ ବାର୍ଷିକ ପ୍ରାୟ 50 ଲକ୍ଷ ଯାତ୍ରୀଙ୍କୁ ନିୟନ୍ତ୍ରଣ କରିବାରେ ସକ୍ଷମ ହେବ। ଦୁଇଟି ବୋଇଙ୍ଗ -767-400 ଏବଂ ଦୁଇଟି ଏୟାରବସ୍ -321 ପ୍ରକାରର ବିମାନ ପାଇଁ ଉପଯୁକ୍ତ ଆପ୍ରୋନ୍ ମଧ୍ୟ ପୋର୍ଟ ବ୍ଲେୟାର ବିମାନବନ୍ଦରରେ ଟ. 80 କୋଟି ମୂଲ୍ୟରେ ନିର୍ମାଣ କରାଯାଇଛି, ଯାହା ବର୍ତ୍ତମାନ ବିମାନବନ୍ଦରକୁ ଏକ ସମୟରେ ଦଶଟି ବିମାନ ପାର୍କିଂ…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଢେଙ୍କାନାଳ ଜିଲ୍ଲା ସଣ୍ଡା ଗ୍ରାମର ଶୁଭ୍ରଜିତ୍ ପଣ୍ଡା ନାମକ ଜଣେ ନକଲି ଡାକ୍ତରକୁ ଗଞ୍ଜାମ ଜିଲ୍ଲା ପାଟପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସୁଚନା ଅନୁଯାୟୀ, ଯୁକ୍ତ ଦୁଇ ପାଠ ପଢିଥିବା ନକଲି ଡାକ୍ତର ଶୁଭ୍ରଜିତ୍ ନିଜକୁ ଜଣେ ଡାକ୍ତରର ପରିଚୟ ଦେଇ କଟକ ରାଣୀହାଟ ଅଂଚଳରେ ଏକ କ୍ଲିନିକ୍ ଚଳାଇବା ସହ ପାଟପୁର ଥାନା ଅନ୍ତର୍ଗତ ଡେଙ୍ଗାଉସ୍ତା ଗ୍ରାମରେ ଏକ ଶାଖା ଖୋଲି ପ୍ରତ୍ୟେକ ଶନିବାର ଦିନ ରୋଗୀ ଚିକିତ୍ସା କରୁଥିଲେ। ଗତ କିଛି ଦିନ ତଳେ ସେହି ଅଞ୍ଚଳରେ ଜଣେ ବୃଦ୍ଧା ଜ୍ୱର ରୋଗରେ ପୀଡିତ ହୋଇ ଶୁଭ୍ରଜିତ୍ ପାଖରେ ୩ ଶହ ଟଙ୍କା ଦେଇ ଚିକିତ୍ସିତ ହେବା ସହ ଔଷଧ ନେଇ ଖାଇଥିଲେ ମଧ୍ୟ ଜ୍ୱର ରୋଗର ପରିମାଣ ବୃଦ୍ଧି ପାଇଥିଲା। ଏହି ନକଲି ଡାକ୍ତର କୁ ସମସ୍ୟା ସମ୍ପର୍କରେ ଜଣାଇଲେ ମଧ୍ୟ ସେ ଗୁରୁତ୍ବ ନଦେଇ ବାରମ୍ବାର…

Read More

ନୂଆଦିଲ୍ଲୀ: ଭାରତର ଜି -୨୦ ଅଧ୍ୟକ୍ଷତା ଉପରେ ଷଷ୍ଠ ସମନ୍ୱୟ କମିଟିର ବୈଠକ ସୋମବାର ଦିନ ନୂଆଦିଲ୍ଲୀର ପ୍ରଗତି ମଇଦାନ ସ୍ଥିତ ଆନ୍ତର୍ଜାତୀୟ ପ୍ରଦର୍ଶନୀ ଏବଂ ସମ୍ମିଳନୀ କକ୍ଷ (ଆଇଇସିସି) ରେ ଅନୁଷ୍ଠିତ ହୋଇଥିଲା। ଭାରତର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ.ମିଶ୍ର ୯ ଓ ୧୦ ସେପ୍ଟେମ୍ବର, ୨୦୨୩ ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ସମ୍ମିଳନୀ ସହ ଜଡିତ ପ୍ରସ୍ତୁତିର ସମୀକ୍ଷା କରିଥିଲେ। ଏହି ପରିପ୍ରେକ୍ଷୀରେ, ସମ୍ମିଳନୀ ସ୍ଥଳରେ ପ୍ରୋଟୋକଲ୍‌, ସୁରକ୍ଷା, ବିମାନବନ୍ଦର ସହିତ ସମନ୍ୱୟ, ଗଣମାଧ୍ୟମ, ଭିତ୍ତିଭୂମି ନବୀକରଣ ଏବଂ ଦିଲ୍ଲୀ ଏବଂ ପଡୋଶୀ ରାଜ୍ୟଗୁଡିକର ସ୍ଥିତି ଇତ୍ୟାଦି ସମ୍ବନ୍ଧରେ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରାଯାଇଛି। ଡକ୍ଟର ମିଶ୍ର ସମସ୍ତ ବିଭାଗକୁ ଭେଟିବା ସହିତ ଜି୨୦ ଶିଖର ସମ୍ମିଳନୀକୁ ସଫଳ କରିବା ପାଇଁ ଏକ ‘ସମ୍ପୂର୍ଣ୍ଣ ସରକାର’ ଆଭିମୁଖ୍ୟରେ କାର୍ଯ୍ୟ କରିବାକୁ କହିଛନ୍ତି। କମିଟି ସଦସ୍ୟମାନେ ବିଭିନ୍ନ ବୈଠକ ପାଇଁ ପ୍ରସ୍ତାବିତ ସ୍ଥାନଗୁଡିକ ପରିଦର୍ଶନ…

Read More

ନୂଆଦିଲ୍ଲୀ: କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ, ବୟନ, ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋୟଲ ‘ଭାରତ ଡାଲ୍‌’ ବ୍ରାଣ୍ଡ ନାମରେ ସବସିଡିଯୁକ୍ତ ଚଣା ବା ବୁଟ ଡାଲି ବିକ୍ରିର ଶୁଭାରମ୍ଭ କରିଛନ୍ତି। କିଲୋପ୍ରତି ୬୦ ଟଙ୍କା ଦରରେ ଗୋଟିଏ କିଲୋଗ୍ରାମ ପ୍ୟାକେଟ୍‌ ବିକ୍ରି କରାଯିବ ଏବଂ କିଲୋପ୍ରତି ୫୫ ଟଙ୍କା ଦରରେ ୩୦ କିଲୋଗ୍ରାମ ପ୍ୟାକେଟ୍‌ ବିକ୍ରି କରାଯିବ। ଦିଲ୍ଲୀ-ଏନସିଆରରେ ଜାତୀୟ କୃଷି ସମବାୟ ବିପଣନ ମହାସଂଘର (ନାଫେଡ)ର ଖୁଚୁରା ଆଉଟଲେଟ୍‌ ଚଣା ଡାଲିକୁ ବିକ୍ରି କରୁଛନ୍ତି। ‘ଭାରତ ଡାଲ୍‌’ର ଶୁଭାରମ୍ଭ ସହିତ ସରକାର ନିଜର ଚଣା ଷ୍ଟକରୁ ଡାଲି ଆଣି ଉପଭୋକ୍ତାଙ୍କୁ ଶସ୍ତା ଦରରେ ଯୋଗାଇ ଦେବା ଲାଗି ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ନାଫେଡ୍‌ ଦ୍ୱାରା ଚଣା ଡାଲିର ମିଲିଂ ଓ ପ୍ୟାକେଜିଂ ଦିଲ୍ଲୀ ଏନସିଆରରେ ନିଜ ଖୁଚୁରା ଦେକାନ ଏବଂ ଏନସିସିଏଫ, କେନ୍ଦ୍ରୀୟ ଭଣ୍ଡାର ତଥା ସଫଳ ଆଉଟଲେଟ୍‌ ମାଧ୍ୟମରେ ବିତରଣ…

Read More

ମେଷ- କାରବାରରେ ସତର୍କତା ବ୍ୟବହାର କରନ୍ତୁ। ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ। ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ହୋଇପାରେ। ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ। ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ। ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ। ଅଫିସ୍ କିମ୍ବା କାର୍ଯ୍ୟକ୍ଷେତ୍ରରେ ଏକ ଚାପଗ୍ରସ୍ତ ପରିସ୍ଥିତି ହୋଇପାରେ। ଆପଣ ବନ୍ଧୁ ଏବଂ ପରିବାରର ଆବଶ୍ୟକତାରେ ଅଟକି ଯାଇପାରନ୍ତି। ପେଟ ସମ୍ବନ୍ଧୀୟ ରୋଗ ହେବାର ସମ୍ଭାବନା ଅଛି। ବୃଷ- ଶୀଘ୍ର କୈଣସି କାମ କରନ୍ତୁ ନାହିଁ । ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଏକ ଅଂଶ ରହିବେ। ବ୍ୟବସାୟ ଭଲ କରିବ। ଅଫିସରେ ଚାକିରିକୁ ନେଇ ସନ୍ତୁଷ୍ଟ ରହିବେ। ବିନିଯୋଗ ଇତ୍ୟାଦିରେ ଲାଭବାନ ହେବ। ଘର ବାହାରେ ଜୀବନ ଖୁସି ହେବ। ଆର୍ଥିକ ଦିଗ ଦୃଢ ହେବ। ଘରର ଉପଯୋଗୀ ଜିନିଷଗୁଡ଼ିକ ବୃଦ୍ଧି ପାଇବ। ମୋଟ ଉପରେ, ଆଜି ଆପଣଙ୍କ ପାଇଁ ସଠିକ୍ ଦିନ ହେବ। ମିଥୁନ- ବ୍ୟବସାୟରେ ବ୍ୟସ୍ତ ରହିବେ।…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଶକ୍ତିକ୍ଷେତ୍ର ବାଣପୁରର ଆରାଧ୍ୟା ଦେବୀ ମା’ ଭଗବତୀଙ୍କ ପୀଠରେ ଆରମ୍ଭ ହେଲା କୃଷିଭିତିକ ଶ୍ରାବଣୀ ଚିତ୍ରକ ପର୍ବ ଚିତଉ ଲାଗି।। ଶ୍ରାବଣ ଅମାବାସ୍ୟା ଶ୍ରୀଜଗନ୍ନାଥଙ୍କ ଚିତାଲାଗି ଅମାବାସ୍ୟା ଭାବରେ ପ୍ରତିଟି ଓଡ଼ିଆ ପରିବାରରେ ଅତିନିଷ୍ଠାର ସହିତ ପାଳିତ ହେଉଥିବାବେଳେ ମା’ଙ୍କ ପୀଠରେ ମଧ୍ୟ ଏହି ପର୍ବ କାହିଁ କେଉଁ କାଳରୁ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଆସୁଛି। ପ୍ରତ୍ୟୁଷରୁ ମା’ଙ୍କ ଅଙ୍ଗରାଗ, ମାଜଣା, ବେଶ ପରେ ମହାପ୍ରସାଦ ଅର୍ପଣ, ବଲ୍ଲଭ ଆଳତୀ, ସର୍ବସାଧାରଣ ଦର୍ଶନ, ଡାଲି ଖେଚଡ଼ି ଧୂପ ହୋଇ ପରେଶଙ୍କୁଡ଼ିରେ ଖେଚଡ଼ି ଡାଲି , ମାଛ ମହୁର , ଖିରି ଏଣ୍ଡୁରି ପୂଜା ବଢି ଦିବା ପହୁଡ଼ ପୁଣି ସଂଧ୍ୟାରେ ନିଶଙ୍କୁଡି ଖଜା ଖେଇ, ମାଠପୁଳି, ଶରପୁଳି, କାନ୍ତି ଧୂପ ପରେ ମା’ଙ୍କ ସଂଧ୍ୟା ଆଳତି ବଢି ମା’ଙ୍କ ବଡଶୃଙ୍ଗାର ବେଶରେ ଥାଇ ଏକୋଇଶିମୂର୍ତ୍ତି ଚିତଉପିଷ୍ଟା ଧୂପ କରାଯାଇଥିଲା। ସୁଆର ସେବକଙ୍କ ଦ୍ଵାରା ଚାଉଳ ନଡ଼ିଆ…

Read More

ନୟାଗଡ଼: ନୟାଗଡ଼ ଜିଲ୍ଲା ଟାଉନ ଥାନାରେ ଆଜି ନୂତନ ଥାନାଧିକାରୀ ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି ଯୁବ ପୋଲିସ ଅଧିକାରୀ ଦିଗବିଜୟ ବିଶ୍ୱାଳ। ଶ୍ରୀ ବିଶ୍ୱାଳଙ୍କ ନିକଟରେ ଖୋର୍ଦ୍ଧା ଜିଲ୍ଲାରୁ ନୟାଗଡ଼ ଜିଲ୍ଲାକୁ ବଦଳି ହୋଇଥିଲା। ଆଜି ସଂନ୍ଧ୍ୟାରେ କାର୍ଯ୍ୟରେ ଯୋଗ ଦେବାପରେ ତାଙ୍କୁ ଥାନାର ସମସ୍ତ କର୍ମଚାରୀ ମାନେ ସ୍ୱାଗତ ଜଣାଇଥିଲେ। ନୟାଗଡ଼ ଟାଉନ ଜିଲ୍ଲାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥାନା ହୋଇଥିବା ବେଳେ ନୂତନ ଆଇଆଇସି ଙ୍କ ପାଇଁ ଏକାଧିକ ଚ୍ୟାଲେଞ୍ଜ ରହିବ। ସହରରେ ବର୍ଦ୍ଧିତ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଟ୍ରାଫିକ ସମସ୍ୟାର ନିରାକରଣ, ନିଶା ଓ ମଦ ବେପାରକୁ ରୋକ ଲଗାଇବା, ଆଇନ ଶୃଙ୍ଖଳା ରକ୍ଷା ଆଦି ଦିଗରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ନୂତନ ଯୁବ ଆଇଆଇସି ଶ୍ରୀ ବିଶ୍ୱାଳ କହିଛନ୍ତି। ସୂଚନା ଥାଉକି ଦିଗବିଜୟ ବିଶ୍ୱାଳ ଏହା ପୁର୍ବରୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନାରେ କାର୍ଯ୍ୟରତ ଥିଲେ। ଏବଂ ନିଜର କାର୍ଯ୍ୟଦକ୍ଷତା ଲାଗି ଟାଙ୍ଗୀରେ ସେ ଖୁବ…

Read More

କୈଳାଶ ଚନ୍ଦ୍ର ଚୌଧୂରୀ ବ୍ରହ୍ମପୁର: ଛତ୍ରପୁର ନିକଟ କାଳିଆ ବାଲି ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଉକ୍ତ ଦୁର୍ଘଟଣାରେ ଜଣେ ଅଜଣା ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି। ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଟ୍ରକକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

Read More

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲା ଜି ଉଦୟଗିରି ଏନ୍ ଏ ସି ଅଧ୍ୟକ୍ଷା ଜ୍ଞାନପ୍ରଭା ମିଶ୍ରଙ୍କର ଅକାଳ ବିୟୋଗ ଘଟିଛି। ଭୁବନେଶ୍ୱର ଠାରେ ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ପ୍ରକାଶ ଥାଉକି ଦିବଙ୍ଗତ ଅଧ୍ୟକ୍ଷା ଜି ଉଦୟଗିରି ଅଞ୍ଚଳରେ ଜଣେ ସମାଜସେବୀ ଓ ବିଜୁ ଜନତା ଦଳର ବରିଷ୍ଠ ନେତ୍ରୀ ଭାବେ ପରିଚିତ। ତାଙ୍କର ମୃତ୍ୟୁରେ ଜିଲ୍ଲାର ବହୁ ବୁଦ୍ଧିଜୀବୀ ଓ ବରିଷ୍ଠ ରାଜନେତା ଗଣ ଶୋକ ପ୍ରକାଶ କରିଛନ୍ତି।

Read More

ଭୁବନେଶ୍ଵର: ଆଲୋକ ବୋହରା ଇତିମଧ୍ୟରେ ପୂର୍ବତଟ ରେଳପଥ ରେଳବାଇ ସୁରକ୍ଷା ବଳ (ଆରପିଏଫ୍) ର ନୂତନ ପ୍ରମୁଖ ସୁରକ୍ଷା କମିଶନର (ପିସିଏସସି) ର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ୧୯୯୭ ମସିହା ଭାରତୀୟ ରେଳବାଇ ସୁରକ୍ଷା ବଳ ସେବା ଅଧିକାରୀ ଅଟନ୍ତି। ନୂତନ ଦାୟିତ୍ୱ ଗ୍ରହଣ ପୂର୍ବରୁ ସେ ମୁମ୍ବାଇ ରେଳବାଇ ବିକାଶ କର୍ପୋରେସନ୍ ଲିମିଟେଡରେ ଜେନେରାଲ୍ ମ୍ୟାନେଜର (ଏ ଆଣ୍ଡ ଏସ୍) ଭାବରେ କାର୍ଯ୍ୟ କରୁଥିଲେ ଯାହାକି ଭାରତ ସରକାରଙ୍କ ରେଳ ମନ୍ତ୍ରଣାଳୟ ଅଧିନସ୍ଥ ଏକ ପିଏସୟୁ ଅଟେ। ସେ ରେଳ ସୁରକ୍ଷା ବଳର ବିଭିନ୍ନ ପଦବୀରେ ମଧ୍ୟ କାର୍ଯ୍ୟ କରିଛନ୍ତି। ଆଲୋକ ବୋହରାଙ୍କ କାର୍ଯ୍ୟ ଦକ୍ଷତା ପାଇଁ ସେ ୨୦୧୮ ରେ ମସିହାରେ ଭାରତୀୟ ପୋଲିସ ସେବା ପଦକ ଏବଂ ୨୦୦୫ ରେ ରେଳବାଇ ସୁରକ୍ଷା ବଳ ମହା ନିର୍ଦ୍ଦେଶଙ୍କ ପକ୍ଷରୁ ଉଚ୍ଚ ପ୍ରଶସ୍ତି ଓ ସୂଚକ ଚିହ୍ନ ସହିତ ଅନେକଥର ସମ୍ମାନିତ ହୋଇଛନ୍ତି।

Read More