ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନ୍ ଆଜି ତିନିଦିନିଆ କଳାହାଣ୍ଡି ଓ ନୂଆପଡା ଗସ୍ତରେ ଯାଇ ପ୍ରଥମ ଦିନରେ ଉତ୍କେଲା ମଦନପୁର ଓ ଭବାନୀପାଟଣା ଯାଇ ବିଭିନ୍ନ ବିକାଶ କାମ ବୁଲିଦେଖିବା ସହ ଛାତ୍ରଛାତ୍ରୀ, ମହିଳା,କ୍ରୀଡାବିତ୍ ଓ ସ୍ଥାନୀୟ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ। ପ୍ରଥମେ ଶ୍ରୀ ପାଣ୍ଡିଆନ୍ ଉତ୍କେଲା ବିମାନ ଘାଟି ର ବିକାଶ କାମ ଅନୁଧ୍ୟାନ କରିଥିଲେ।କଳାହାଣ୍ଡି କୁ ବିମାନ ଯୋଗାଯୋଗ ର ବିକାଶ ପାଇଁ ଉତ୍କେଲା ବିମାନ୍ ଘାଟି ରନୱେର ସମ୍ପ୍ରସାରଣ କାମ ଡିସେମ୍ବର ୨୩ ସୁଦ୍ଧା ଶେଷ କରିବାକୁ ୫ଟି ସଚିବ ପରାମର୍ଶ ଦେଇଥିଲେ। ପରେ ଶ୍ରୀ ପାଣ୍ଡିଆନ୍ ବେଲଖଣ୍ଡି ର ପ୍ରସିଦ୍ଧ ଉମା ମହେଶ୍ବର ଧବଳେଶ୍ଵର ଶିବ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ। ମନ୍ଦିର ର ବିକାଶ ସମ୍ପର୍କରେ ସେବାୟତ ଓ କମିଟି ସଭ୍ୟ ମାନଙ୍କ ସହ ଆଲୋଚନା କରି ମନ୍ଦିର ବିକାଶ…
Author: Samikhsya Bureau
ସୀତାରାମ ଅଗ୍ରୱାଲ ବାଣପୁର: ମା’ ଭଗବତୀ ପାଳିଲେ ସାବିତ୍ରୀ ବ୍ରତ। ଦକ୍ଷ କନ୍ୟା ସତୀ, ଦେବ ଦେବ ମହାଦେବଙ୍କୁ ପତି ଭାବରେ ବରଣ କରି ନିଜକୁ ଧନ୍ୟ ମନେ କରିଛନ୍ତି। ନିଜ ପତିଙ୍କ ପ୍ରତି ପିତାଙ୍କ ତାଛଲ୍ୟ, କଟୁକ୍ତିସହ୍ୟ କରି ନ ପାରି ଯଜ୍ଞକୁଣ୍ଡରେ ନିଜକୁ ଝାସ ଦେଇଥିଲେ। ସେହି ମା’ ଭଗବତୀ ପାର୍ବତୀ ରୂପରେ ଜନ୍ମ ନେଇ ପୁଣି ଦେବ ଦେବ ମହାଦେବଙ୍କୁ ପତି ଭାବରେ ପାଇବା ପାଇଁ ହିମାଳୟରେ କଠୋର ତପସ୍ୟା କରି ବରପ୍ରାପ୍ତ ହୁଅନ୍ତି। ପୌରାଣିକ ଉପାଖ୍ୟାନରେ ବର୍ଣ୍ଣିତ ଦେବୀ ଭଗବତୀ ଯିଏ ସମସ୍ତଙ୍କର ମା’ ଆରାଧ୍ୟା ଦେବୀ।ସେ ସତୀ , ସେ ପାର୍ବତୀ , ସେ ସାବିତ୍ରୀ ବୋଲି ବିଶ୍ୱାସ ଅଛି। କିନ୍ତୁ କଳି ଯୁଗରେ ମା’ ମାନବୀୟ ଲୀଳା ର ପ୍ରତୀକ ଭାବରେ ଦେବ ଦେବ ମହାଦେବଙ୍କ ଶୁଭ ମନାସି ସେ ନିଜେ ପାଳନ୍ତି ସାବିତ୍ରୀ ବ୍ରତ। କେଉଁ ପ୍ରାଚୀନ କାଳରୁ ପ୍ରଚଳିତ ଏହି…
ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ନ୍ୟାସନାଲ୍ ମିଶନ ଅଫ୍ ଏଡିବୁଲ୍ ଅଏଲ୍-ଅଏଲ୍ ପାମ୍ କାର୍ଯ୍ୟକ୍ରମରେ ନୂଆପଡ଼ା ଜିଲ୍ଲାକୁ ସମ୍ଭାବ୍ୟ ଅଏଲ୍ ପାମ୍ ଜିଲ୍ଲା ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ଆଜି ଏହି ମର୍ମରେ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗ ପକ୍ଷରୁ ଅନୁମୋଦନ ମିଳିଛି। ଚଢ଼ା କମିଟି-୨୦୦୬ ଏବଂ ରେଥିୟମ୍ କମିଟି-୨୦୦୭ର ରିପୋର୍ଟ ଅନୁଯାୟୀ ରାଜ୍ୟରେ ଅଏଲ୍ ପାମ୍ ଚାଷର ସଂପ୍ରସାରଣ ନିମନ୍ତେ ୨୩ ଗୋଟି ଜିଲ୍ଲାକୁ ସମ୍ଭାବ୍ୟ ଅଏଲ୍ ପାମ୍ ଜିଲ୍ଲା ଭାବରେ ଚିହ୍ନଟ କରାଯାଇ କେନ୍ଦ୍ର ସରକାରଙ୍କ ଉକ୍ତ କାର୍ଯ୍ୟକ୍ରମରେ ସାମିଲ କରାଯାଇଥିବା ବେଳେ ନୂଆପଡ଼ା ଜିଲ୍ଲାକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇ ନଥିଲା। ମୃତ୍ତିକା ଓ ପରିବେଶ ଅନୁକୂଳକୁ ଦୃଷ୍ଟିରେ ରଖି ଏବଂ ନୂଆପଡ଼ା ଜିଲ୍ଲାର ଚାଷୀମାନଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ଯୋଗୁଁ ଅଏଲ୍ ପାମ୍ ଉନ୍ନୟନ କାର୍ଯ୍ୟକ୍ରମରେ ନୂଆପଡ଼ା ଜିଲ୍ଲାକୁ ସମ୍ଭାବ୍ୟ ଜିଲ୍ଲା ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ…
ଭୁବନେଶ୍ବର: ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଜଣ ମନ୍ତ୍ରୀଙ୍କୁ ତାଙ୍କ ମନ୍ତ୍ରୀ ମଣ୍ଡଳରୁ ବାହାର କରିଦେଇଛନ୍ତି। ସେମାନେ ହେଲେ ସମୀର ରଂଜନ ଦାସ ଏବଂ ଶ୍ରୀକାନ୍ତ ସାହୁ। ସେହିପରି ବାଚସ୍ପତି ବିକ୍ରମ ଆରୁଖ ମଧ୍ୟ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଏହାପେର ମନ୍ତ୍ରୀ ମଣ୍ଡଳର ଅଦଳ ବଦଳ ହେବ ବୋଲି ବେଶ ଚର୍ଚ୍ଚା ଚାଲିଛି। ଏହି ପରି ସମୟରେ ପୁଣି ଏକ ବଡ ଖବର ଆସିଛି। ତାହା ହେଲା ନବୀନ ପୁଣି ଆଉ ଦୁଇ ଜଣଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିସ୍କାର କରିବେ। ସେ ନେଇ ପ୍ରସ୍ତୁତି ସରିଛି। ସେହି ଦୁଇ ଜଣଙ୍କ ମଧ୍ୟରୁ ଜଣେ ଉପକୂଳ ଜିଲ୍ଲାର ମନ୍ତ୍ରୀ ଓ ଅନ୍ୟଜଣେ ଦକ୍ଷିଣ-ପଶ୍ଚିମ ଓଡ଼ିଶାର ମନ୍ତ୍ରୀ। ଏମାନେ ନୂଆ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗତ କିଛି ଦିନ ତଳେ ବ୍ରହ୍ମପୁର ଏସ୍ ପି ସାମ୍ବାଦିକ ସମ୍ମିଳନୀରେ ଜଣାଇଥିବା ନିଷ୍ପତ୍ତି ଅନୁଯାୟୀ ଗୋଷାଣୀ ନୁଆଁଗାଁ ଥାନା ପୋଲିସ୍ ପକ୍ଷରୁ ଅଦାଲତଙ୍କ ନିର୍ଦ୍ଦେଶ ପ୍ରକାରେ ଗତ କାଲି ସମ୍ପତ୍ତି ବାଜ୍ୟାପ୍ତି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ନିଷ୍ପତ୍ତି ଅନୁଯାୟୀ ନେହେରୁ ନଗର ଅଞ୍ଚଳର ହତ୍ୟା ଅଭିଯୁକ୍ତ ଜଣେ ଅପରାଧୀକୁ ୱାରେଣ୍ଟ ଜାରି ସତ୍ୱେ ପୋଲିସକୁ ଧରା ନଦେବା ଫଳରେ ବ୍ରହ୍ମପୁର ଏସ୍ ଡି ପି ଓ, ଗୋଷାଣୀ ନୁଆଁଗାଁ ଥାନା ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ଉକ୍ତ ଅପରାଧୀଙ୍କ ଘରର ବିଭିନ୍ନ ଆସବାବପତ୍ର ପତ୍ର ସହ ଘରକୁ ସିଲ୍ କରିଛନ୍ତି।
ଭୁବନେଶ୍ବର: ସ୍ବାମୀର ମଙ୍ଗଳ କାମନା କରି ସଧବା ସ୍ତ୍ରୀମାନେ ପାଳନ କରିଥାନ୍ତି ସାବିତ୍ର ବ୍ରତ ବା ଓଷା। ଏହିଦିନ ସ୍ତ୍ରୀମାନେ ସ୍ବାମୀର ମଙ୍ଗଳ ପାଇଁ ପୁରା ଉପବାସ ରୁହନ୍ତି। ଏହିପରି ଏକ ପବିତ୍ର ଦିନରେ ସ୍ତ୍ରୀକୁ ଛାଡି ଚାଲିଗଲା ସ୍ବାମୀ। ଯାହାକୁ ନେଇ ଚାରିଆଡେ ଚାଲିଛି ଚର୍ଚ୍ଚା। ସେତିକି ନୁହେଁ ଅନ୍ୟ ଜଣଙ୍କୁ ବାହା ହେବାକୁ ଯାଉଥିବା ବେଳେ ସେଠାରୁ ପୋଲିସ ତାକୁ ବାନ୍ଧି ନେଇଛି। ଏହିପରି ଘଟଣା ଭୁବନେଶ୍ବର ଭରତ ପୁର ଥାନା ଅଧିନସ୍ଥ ପାଣ୍ଡକୁରା ବସ୍ତିରେ ଘଟିଛି। ସେହି ବସ୍ତିରେ ବିଭୂ ନାୟକ ଏବଂ ତାହାର ସ୍ତ୍ରୀ ଏକାଠି ରହୁଥିଲେ। ହେଲେ ଅନ୍ୟ ଏକ ଝିଅ ସହିତ ବିଭୂର ପ୍ରେମ ହେବା ପରେ ତାକୁ ବିବାହ କରିବା ପାଇଁ ପ୍ରତିଶୃତି ଦେଲେ। ଗତକାଲି ସେମାନଙ୍କ ନିର୍ବନ୍ଧ ହେଉଥିବା ବେଳେ ତାହାର ସ୍ତ୍ରୀ ଖବର ପାଇ ଥାନାରେ ଗୁହାରି କଲା। ଏହାପରେ ଭରତପୁର ପୋଲିସର ଏକ ଟିମ ଘଟଣାସ୍ଥଳକୁ ଯାଇ…
ଭୁବନେଶ୍ଵର: ମୁନ ଟିଭି ମୁଭିଜ ଦ୍ୱାରା ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର “ଫେସବୁକ ଲଭ” ର ସୁଟିଂ ଆରମ୍ଭ ହୋଇଯାଇଛି। ପ୍ରେମ କେମିତି ବି ହେଇପାରେ। ଏବେ ସୋସିଆଲ ମିଡ଼ିଆ ପ୍ରେମ ପାଇଁ ସହଜ ବାଟ ବୋଲି ପ୍ରାୟ ସମସ୍ତଙ୍କୁ ଜଣା। ଫେସବୁକ ମାଧ୍ୟମରେ ତ କିଏ ଇନଷ୍ଟାଗ୍ରାମ ମାଧ୍ୟମରେ ପ୍ରେମରେ ପଡୁଛି। ତେବେ କେତେ ଚିରସ୍ଥାୟୀ ଏ ଫେସବୁକ ଲଭ? ଏମିତି କିଛି ସୋସିଆଲ ମିଡ଼ିଆ ଘଟଣାବଳୀ କୁ ନେଇ ପ୍ରସ୍ତୁତ ହେଉଛି ଚଳଚ୍ଚିତ୍ର ଫେସବୁକ ଲଭ। ପୂର୍ବରୁ ଦର୍ଶକଙ୍କୁ ଏକାଧିକ ହିଟ୍ ସିନେମା ଦେଇଥିବା ପ୍ରଯୋଜକ ସଚ୍ଚିକାନ୍ତ ଜେନା ଏବଂ ବିନି ପଟ୍ଟନାୟକ ଙ୍କ ପ୍ରଯୋଜନାରେ ‘ଫେସବୁକ ଲଭ’ ର ସୁଟିଂ ଦ୍ରୁତ ଗତିରେ ଆଗେଇ ଚାଲିଛି। ଚଳଚ୍ଚିତ୍ରରେ ରହିଛି ସମୁଦାୟ ୫ ଟି ଗୀତ। ଯେଉଁ ଗୀତଗୁଡିକର ସ୍ୱର ସଙ୍ଗୀତ ନିର୍ଦ୍ଦେଶକ ମଳୟ ମିଶ୍ର କରିଛନ୍ତି ଏବଂ ଗୀତଗୁଡିକୁ କୋରିଓଗ୍ରାଫି କରୁଛନ୍ତି ଲୁବୁନ ଟୁବୁନ। ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ମାତ୍ର ଅଳ୍ପ ସଂଖ୍ୟକ ଯାତ୍ରୀଙ୍କୁ ନେଇ ବାଲିମେଳା ଠାରୁ ବ୍ରହ୍ମପୁର ଯାଉଥିବା ସରକାରୀ ବସ୍ ରେ କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ନିକଟରେ ହଠାତ୍ ଗୁଳିକାଣ୍ଡ ଘଟାଇ ଆକ୍ରମଣକାରୀ ଫେରାର ହୋଇଯାଇଛନ୍ତି। ଏହି ଘଟଣାରେ ଜଣେ ଆହତ ହୋଇଥିବା ବେଳେ ବସ୍ ର କାଚ ଭାଙ୍ଗି ଯାଇଥିବା ଜଣାପଡିଛି। ଘଟଣା ପରେ ବସ୍ ଡ୍ରାଇଭର ଓ କଣ୍ଡକ୍ଟର ବସ୍ କୁ ବୈପାରିଗୁଡା ନେଇ ଅଭିଯୋଗ ଦାଖଲ କରିଥିଲେ ଓ ଅଭିଯୋଗକୁ ଭିତ୍ତି କରି ପୋଲିସ ଅନୁସନ୍ଧାନ କରୁଛନ୍ତି।
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରାହ୍ମପୁର: ଭଞ୍ଜନଗର ଅତିରିକ୍ତ ଯୋଗାଣ ଅଧିକାରୀ ସଞ୍ଜୟ କୁମାର ସାହୁ ଙ୍କୁ ଗତ କିଛି ଦିନ ତଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ହୋଇଛି। ଇତ୍ୟବସରରେ ସମ୍ପତ୍ତିର ଆକଳନ ଅନୁସାରେ ଅଧିକାରୀ ସାହୁଙ୍କ ସମ୍ପତ୍ତି ବହୁ ଗୁଣରେ ଅଧିକ ହେତୁ ଗତକାଲି ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଭୁବନେଶ୍ବର: ଆଜି ହେଉଛି ସାବିତ୍ରୀ ବ୍ରତ ବା ପୂଜା। ହିନ୍ଦୁ ପୁରାଣରେ ସତ୍ୟବାନ ସାବିତ୍ରୀ ଉପାଖ୍ୟାନକୁ ନେଇ ସାରା ଦେଶରେ ପାଳନ ହେଉଛି ଏହି ସାବିତ୍ରୀ ପୂଜା। ବିଶ୍ବାସ ରହିଛି ଜ୍ୟେଷ୍ଠ ଅମବାସ୍ୟାରେ ମା ସାବିତ୍ରୀଙ୍କୁ ପୂଜା କଲେ ସ୍ବାମୀଙ୍କର ମଙ୍ଗଳ ହୁଏ। ସେଥିପାଇଁ ହିନ୍ଦୁ ଧର୍ମର ସମସ୍ତ ସଧବା ନାରୀ ଏହି ଦିନ ବ୍ରତ କରିଥାନ୍ତି। ଏହି ପରିପ୍ରେକ୍ଷାରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ସାବିତ୍ରୀ ଓଷା ପାଳନ କରିଛନ୍ତି। ସେ ନିଜ ଘରେ ଥିବା ମାଙ୍କ ନିକଟରେ ବିଭିନ୍ନ ପ୍ରକାରର ଭୋଗ ସାମଗ୍ରୀ ଥୋଇ ଏହି ପୂଜା କରିଛନ୍ତି। ଏ ନେଇ ଅପରାଜିତା ନିଜ ଟୁଇଟରରେ ପୂଜା କରୁଥିବାର ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି।
ରଣପୁର: ସଂପ୍ରତି ମାଟ୍ରିକ ପରୀକ୍ଷା ଫଳାଫଳ ଆଜି ଘୋଷଣା ହୋଇ ଯାଇଥିବା ବେଳେ ରଣପୁର ବ୍ଲକ ଅଧିନରେ ଥିବା ୪୧ଟି ହାଇସ୍କୁଲରୁ ୧୩ ଟି ହାଇସ୍କୁଲର ୩୪ ଜଣ ଛାତ୍ରଛାତ୍ରୀ ଏ-୧ ଗ୍ରେଡ୍ ମାର୍କ ରଖି ଉତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୫% ପ୍ରତିଶତ ମାର୍କ ରଖି ୨ ଜଣ ଉତୀର୍ଣ୍ଣ ହୋଇଥିବା ଜଣାଯାଇଛି। ସେମାନେ ହେଲେ ବୃନ୍ଦାବନପୁର ପଚାଂୟତ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପ୍ରତୀକ୍ଷା ନାୟକ ଓ ମଝିଆଖଣ୍ଡ ରଘୁନାଥ ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ର ଅନିଲ କୁମାର ସାହୁ ଉଭୟ ୫୭୦ ମାର୍କ ରଖି ରଣପୁର ବ୍ଲକର ଟପ୍ପର ଭାବେ ଉତୀର୍ଣ୍ଣ ହୋଇଥିବା ଜଣାଯାଇଛି। ତେବେ ଏ-୧ ଗ୍ରେଡରେ ୫୪୦ ମାର୍କ ରଖି ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ ହେଲେ ବୃନ୍ଦାବନପୁର ପଚାଂୟତ ଉଚ୍ଚ ବିଦ୍ୟାଳୟର ତନ୍ଦ୍ରା ମିନାକ୍ଷୀ ମହାନ୍ତି ୫୬୫, ରାଜେଶ୍ୱରୀ ଜେନା ୫୬୯, ମଝିଆଖଣ୍ଡ ରଘୁନାଥ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରତାପ କୁମାର ବେହେରା ୫୬୦, ନରସିଂହପୁର…
ନୂଆଦିଲ୍ଲୀ: ଗତକାଲି ହଠାତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଅଦଳବଦଳ କରିଛନ୍ତି। ଏ ନେଇ ପୂର୍ବରୁ କୌଣସି ସଙ୍କେତ ନ ଥିଲା। ହେଲେ ହଠାତ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଲା ଯେ ଆଇନ ମନ୍ତ୍ରୀପଦରୁ ହଟିଛନ୍ତି କିରଣ ରିଜିଜୁ। ଏହାକୁ ନେଇ ଦିଲ୍ଲୀ ଗଣ ମାଧ୍ୟମ ମଧ୍ୟ କୌଣସି ସୁରାକ ପାଇପାରିଲା ନାହିଁ। କିରଣ ରିଜିଜୁଙ୍କୁ ଆଇନ ପରି ଏକ ଗୁରୁତ୍ବପୂର୍ଣ୍ଣ ବିଭାଗରୁ ହଟାଇ କମ ଗୁରୁତ୍ବ ଥିବା ଆର୍ଥ ସାଇନସ ବିଭାଗର ମନ୍ତ୍ରୀ କରାଗଲା। ଏହି ବିଭାଗଟି ବହୁ ପୂର୍ବରୁ ମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କ ପାଖରେ ଥିଲା। ଜିତେନ୍ଦ୍ର ସିଂଙ୍କ ପାଖରେ ପାଞ୍ଚୋଟି ବିଭାଗ ରହିଛି। ସେଥିରୁ ଗୋଟିଏ ବିଭାଗର ମନ୍ତ୍ରୀ ହେଲେ ରିଜିଜୁ। ତେବେ ରିଜିଜୁଙ୍କୁ ମନ୍ତ୍ରୀ ଆଇନ ମନ୍ତ୍ରୀରୁ ହଟାଇବାର କାରଣ ଗୋଟିଏ ବୋଲି ସମସ୍ତେ ସନ୍ଦେହ ପ୍ରକାଶ କରିଛନ୍ତି। ତାହା ହେଲା ବିଚାରପତିଙ୍କ ସହିତ ତାଙ୍କର ମତଭେଦ। ବିଶେଷ କରି କଲେଜିୟମ ବ୍ୟବସ୍ଥାକୁ…
ଭୁବନେଶ୍ୱର: ଯକ୍ଷ୍ମା ରୋଗ ଏବେ ମଧ୍ୟ ଏକ ସମସ୍ୟା ହୋଇରହିଛି। ଏହା ଆମ ପାଇଁ ଏକ ବଡ଼ ଆହ୍ୱାନ ଏବଂ ଏହାକୁ ସ୍ୱୀକାର କରି ଯକ୍ଷ୍ମା ନିରାକରଣ ଦିଗରେ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ଓଡ଼ିଶାର ସରକାରଙ୍କ ଡାଇରେକ୍ଟର ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ଟ୍ରେନିଙ୍ଗ୍ (ଡିଏମ୍ଇଟି) ପ୍ରଫେସର (ଡାକ୍ତର) ସଚିଦାନନ୍ଦ ମହାନ୍ତି କହିଛନ୍ତି। ଦେଶରେ ଯକ୍ଷ୍ମା ଭଳି ବ୍ୟାଧିକୁ ୨୦୨୫ ସୁଦ୍ଧା ସମ୍ପୂର୍ଣ୍ଣ ମୁଳୋତ୍ପାଟନ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ ପରିପ୍ରେକ୍ଷୀରେ ପୂର୍ବାଂଚଳ ନିମନ୍ତେ ଜାତୀୟ ଟିବି ନିରାକରଣ କାର୍ଯ୍ୟକ୍ରମର ଦୁଇ ଦିନିଆ ଜୋନାଲ୍ ଟାସ୍କଫୋର୍ସ ବୈଠକ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଗୁରୁବାର ଆରମ୍ଭ ହୋଇଛି। ଏହାର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ମହାନ୍ତି ଏଭଳି ବୈଠକକୁ ସ୍ୱାଗତ କରିବା ସହ ପୂର୍ବାଂଚଳରେ ଟିବି ରୋଗୀଙ୍କ ଚିହ୍ନଟ ସଂଖ୍ୟା ଖୁବ୍ କମ୍ ରହିଛି ତଥା ନିରାକରଣ…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଯାଇଛି। କୂଅରେ ପଡ଼ି ଜଣେ ୮୦ ବର୍ଷୀୟ ବୃଦ୍ଧ ପ୍ରାଣ ହରାଇଥିବା ଜଣାପଡିଛି। ସୂଚନାନୁଯାୟୀ ବାଣପୁର ଏନଏସି ଗୋପାଳପୁର ଶାସନ ଗ୍ରାମର ହାଡିବନ୍ଧୁ ରଣା ଆଜି ପୂର୍ବାହ୍ନରେ ଅସାବଧାନତା ବଶତଃ ବାରି କୂଅରେ ପଡିଯାଇଥିଲେ। ଏ ନେଇ ପରିବାରବର୍ଗ ବାଣପୁର ଅଗ୍ନିଶମ ବାହିନୀକୁ ଯୋଗାଯୋଗ କରିବାରୁ ଅଗ୍ନିଶମ ଅଧିକାରୀ ବିବେକାନନ୍ଦ ଦାସଙ୍କ ନେତୃତ୍ୱରେ ତୁରନ୍ତ ଏକ ଟିମ ହାଡିବନ୍ଧୁଙ୍କୁ ଘରେ ପହଞ୍ଚି ତାଙ୍କୁ କୂଅରୁ ଉଦ୍ଧାର କରିଥିଲେ। ତେବେ ତାଙ୍କୁ ବାଣପୁର ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
ଭୁବନେଶ୍ୱର: ଶୁକ୍ରବାରଠୁ ଦୁଇଦିନିଆ କଳାହାଣ୍ଡି ଗସ୍ତରେ ଯିବେ ୫-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ। ସେଠାରେ ସେ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିବେ। ତାଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି କରିଛି। ସେହିପରି ନେତା ଓ କର୍ମୀମାନେ ଏ ନେଇ ପ୍ରସ୍ତୁତ ରହିଛନ୍ତି। ପାଣ୍ଡିଆନଙ୍କ ଗସ୍ତ ପୂର୍ବରୁ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କର୍ଲାମୁଣ୍ଡା ଓ ମ.ରାମପୁର ବ୍ଲକ୍ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ବେଲଖଣ୍ଡିରେ ପ୍ରଥମ କାର୍ଯ୍ୟକ୍ରମ ରହିଛି । ସେଠାରେ କର୍ଲାମୁଣ୍ଡା ଓ କେସିଙ୍ଗା ବ୍ଲକର ବିଭିନ୍ନ ସମସ୍ୟା ଉପରେ ସେ ଜନସାଧାରଣଙ୍କ ସହ ଆଲୋଚନା କରିବେ । ଏହାପରେ କୋକସରା ଆମପାଣି ବୁଢ଼ାରାଜା ମନ୍ଦିର ସହ ଗୁଡ଼ହାଣ୍ଡି ଡୋକରିଚଞ୍ଚରାକୁ ମଧ୍ୟ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।
ଭୁବନେଶ୍ୱର: ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ବିଭିନ୍ନ ସାମାଜିକ ପ୍ରସଙ୍ଗକୁ ନେଇ ଆସନ୍ତା ୨୦ତାରିଖରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱରସ୍ଥିତ ହୋଟେଲ ନୁ୍ୟ ମ୍ୟାରିୟନଠାରେ ଅନୁଷ୍ଠିତ ହେବ। ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେବ। ଏହି ଗୁରୁତ୍ୱପୂର୍ଣ୍ଣ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ତିନି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ବିଶ୍ୱେଶର ଟୁଡୁ, କ୍ଷେତ୍ରୀୟ ପ୍ରଭାରୀ ଶ୍ରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ଶ୍ରୀମତୀ ଡି.ପୁରନେ୍ଦଶ୍ୱରୀଙ୍କ ସମେତ ସମସ୍ତ ସାଂସଦ ଓ ବିଧାୟକ, ରାଷ୍ଟ୍ରୀୟ ପଦାଧିକାରୀ, ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ ଏବଂ ବିଭିନ୍ନ ମୋର୍ଚ୍ଚା ସଭାପତିମାନେ ଯୋଗ ଦେବେ। କେନ୍ଦ୍ରରେ ମୋଦି ସରକାରଙ୍କ ୯ବର୍ଷ ପୂର୍ତି ଏବଂ ରାଜ୍ୟରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟକାରିତାକୁ ନେଇ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା ହେବ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ନାଭାଲ ଫାଣ୍ଡି ନିକଟରେ ଗତକାଲି ବିଳମ୍ବିତ ରାତ୍ରିରେ ଏକ ଯାତ୍ରୀବାହି ବସ ଭରସାମ୍ୟ ହରାଇ ଲେଉଟିପଡ଼ିଛି। ସୂଚନା ମୁତାବକ ଭୁବନେଶ୍ୱର ରୁ ଯାତ୍ରୀ ନେଇ ଆସ୍କା ଅଭିମୁଖେ ଯାଉଥିବା ନମସ୍କାର ନାମକ ବସଟି ଗତକାଲି ରାତି ପାଖାପାଖି ୨ ଘଟିକା ସମୟରେ ନାଭାଲ ଫାଣ୍ଡି ନିକଟସ୍ଥ ବ୍ରଜରାଜପୁର ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଲେଉଟିପଡିଥିଲା। ବସରେ ପାଖାପାଖି ୮୦ ଜଣ ଯାତ୍ରୀ ଥିଲେ। ଖବର ପାଇ ସଙ୍ଗେସଙ୍ଗେ ନାଭାଲ ଫାଣ୍ଡି ଅଧିକାରୀ ଦିଲ୍ଲୀପ ସାହୁ ସଦଳବଳେ ଦୁର୍ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ବାହିନୀ ସହଯୋଗରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ତେବେ ସୌଭାଗ୍ୟବଶତଃ କୌଣସି ଯାତ୍ରୀ ମୃତାହତ ହୋଇନଥିବା ଫାଣ୍ଡି ଅଧିକାରୀ ଶ୍ରୀ ସାହୁ କହିଛନ୍ତି।
ଭୁବନେଶ୍ୱର: ଆଜି ଭୁବନେଶ୍ୱରସ୍ଥିତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିସରରେ ଆନ୍ତର୍ଜାତିକ ସଂଗ୍ରହାଳୟ ଦିବସ ପାଳିତ ହୋଇଯାଇଛି। ଏହି ଉତ୍ସବ ପାଳନ ଅବସରରେ ସଂଗ୍ରହାଳୟ ପରିଦର୍ଶନ କରିଥିବା ସମସ୍ତ ପରିଦର୍ଶକଙ୍କୁ ଫୁଲ ସହିତ ସ୍ୱାଗତ କରାଯିବା ସହ ଆଜି ଦିନର ମହତ୍ତ୍ୱ ସଂପର୍କରେ ସେମାନଙ୍କୁ ଅବଗତ କରାଯାଇଥିଲା। ସନ୍ଧ୍ୟାରେ ସଂଗ୍ରହାଳୟ, ନିରନ୍ତରତା ଏବଂ କଲ୍ୟାଣ ଉପରେ ଆଧାରିତ ଚଳିତ ବର୍ଷର ବିଷୟବସ୍ତୁ ନେଇ ଏକ ପ୍ୟାନେଲ୍ ଆଲୋଚନାର ଆୟୋଜନ କରାଯାଇଥିଲା। ଏସ୍ସିଏସ୍ଟିଆର୍ଟିଆଇର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣିି ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାରେ ଅଂଶଗ୍ରହଣ କରି ଏସ୍ସିଏସ୍ଟିଆର୍ଟିଆଇର ପୂର୍ବତନ ଉପଦେଷ୍ଟା ତଥା ନିର୍ଦ୍ଦେଶକ ଓ ସ୍ୱତନ୍ତ୍ର ସଚିବ ପ୍ରଫେସର (ଡ.) ଅଖିଳ ବିହାରୀ ଓତା, ଓଡିଶା ରାଜ୍ୟ ଆଦିବାସୀ ସଂଗ୍ରହାଳୟର ବିବର୍ତ୍ତନ ଏବଂ ଏହାର ପ୍ରବର୍ତ୍ତିତ ବିଭିନ୍ନ ଡିଜିଟାଲ୍ ଟେକ୍ନୋଲୋଜି ଉପରେ ଆଲୋକପାତ କରିଥିଲେ। ୫୦୦୦ ରୁ ଅଧିକ କିସମର କଳା ଏବଂ କଳାକୃତି…
ଭୁବନେଶ୍ବର: ପଶ୍ଚିମ ଓଡ଼ିଶା ବିକାଶ ପରଷଦର ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ ଦିନିକିଆ ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଯାଇ ପରିଷଦ ପାଣ୍ଠିରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ୟ୍ୟର ସମୀକ୍ଷା କରିଛନ୍ତି। ଶ୍ରୀଯୁକ୍ତ ତ୍ରିପାଠୀ ବୌଦ୍ଧ ଜିଲ୍ଲାରେ ପହଞ୍ଚିବା ପରେ ଜିଲ୍ଲାପାଳ ସତ୍ୟରଂଜନ ସାହୁଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ତାଙ୍କୁ ସ୍ୱାଗତ ଜଣାଇଥିଲେ। ପ୍ରଥମେ ସେ ଆର.ଏମ୍ .ସି ପରିସରରେ ଚାଲିଥିବା କୃଷକ ବଜାର ପ୍ରାଙ୍ଗଣରେ ଫଳ ଓ ପନିପରିବା ବିକ୍ରି କରୁଥିବା ଚାଷୀଙ୍କ ସହ ଆଲୋଚନା କରିଥିଲେ। ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଇଥିବା ଭିତ୍ତିଭୂମିକୁ ନେଇ ବିକ୍ରେତାତଥା କ୍ରେତା ମାନେ ସନ୍ତୋଷ ବ୍ୟକ୍ତ କରିଥିଲେ । ପ୍ରତି ରବିବାର ଦିନ ଏହି ଠାରେ ବୁଣାକାର ବଜାର ବସୁଥିବା ଓ ବୌଦ୍ଧ ସମେତ ପାର୍ଶ୍ଵବର୍ତ୍ତୀ ଜିଲ୍ଲା ମାନଙ୍କରୁ ବୁଣାକାର ଏକତ୍ରିତ ହେବା ବିଷୟରେ ଉପସ୍ଥିତ ଚାଷୀ ତଥା ଅଧିକାରୀ ମାନେ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀଙ୍କୁ ଅବଗତ କରାଇଥିଲେ। ପରେ…
ଭୁବନେଶ୍ୱର: ଆଜି ଇଲେଟ୍ସ ଏବଂ ମାଇକ୍ରୋସପଫ ଇଣ୍ଡିଆ ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରରେ ‘ଫୁ୍ୟଚର ରେଡି ଭାରତ – ଓଡ଼ିଶା ସଂସ୍କରଣ’ ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବରେ ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ଶ୍ରୀ ଅସିତ ତ୍ରିପାଠୀ, ଇଲେକେଫାନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ମନୋଜ କୁମାର ମିଶ୍ର, ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗର ଉପଦେଷ୍ଟା ଅନୁଭବ ପଟ୍ଟନାୟକ, ଇଲେଟ୍ସ ଟେକ୍ନୋମେଡ଼ିଆ ପ୍ରତିଷ୍ଠାତା ଡଃ. ରବି ଗୁପ୍ତା, ମାଇକ୍ରୋସପଫ ଇଣ୍ଡିଆ ନିର୍ଦ୍ଦେଶକ ଅଭିଷେକ ବୋଷ ଏବଂ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ। ଆଜିର ପ୍ରତିଯୋଗିତାମୂଳକ ଡିଜିଟାଲ୍ ଦୁନିଆରେ ବ୍ୟକ୍ତିବିଶେଷ ଓ ସମ୍ପ୍ରଦାୟର ବିକାଶ ପାଇଁ ଗୁଣାତ୍ମକ ଶିକ୍ଷାର ଉପଲବ୍ଧତା ଅତ୍ୟନ୍ତ ଜରୁରୀ। ଏହି ସମାବେଶର ମୁଖ୍ୟ ଶୀର୍ଷକ ଭାବେ “ରାଜ୍ୟରେ ଶିକ୍ଷାଦାନ ପ୍ରଣାଳୀ, ବୈଷୟିକ ଶିକ୍ଷା ଏବଂ ଅଭିବୃଦ୍ଧି’’ ବିଷୟରେ ଆଲୋକପାତ କରାଯାଇଥିଲା। ଶିକ୍ଷା କ୍ଷେତ୍ରରେ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ଛଅ ଦିନିଆ ତିନୋଟି ଦେଶ ଗସ୍ତରେ ଯାଉଛନ୍ତି। ଏହି ଗସ୍ତକାଳରେ ସେ ତିନୋଟି ଶିଖର ସମ୍ମିଳନୀରେ ଯୋଗଦେବା ସହିତ ଅନ୍ୟ ଦେଶରୁ ଆସିଥିବା ପ୍ରତିନିଧିଙ୍କ ସହିତ ସାକ୍ଷାତ କରିବେ। ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ 40 ରୁ ଅଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହିତ ସାରା ବିଶ୍ୱରୁ 24 ରୁ ଅଧିକ ନେତାଙ୍କୁ ଭେଟିବେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗସ୍ତର ପ୍ରଥମ ପର୍ଯ୍ୟାୟରେ ଜି -7 ଦେଶର ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ। ସେଥିପାଇଁ ସେ ମେ 19 ରୁ 21 ତାରିଖ ପର୍ଯ୍ୟନ୍ତ ଜାପାନ ଯିବେ। ଏହା ପରେ, ଦ୍ୱିତୀୟ ପର୍ଯ୍ୟାୟରେ, ପ୍ରଧାନମନ୍ତ୍ରୀ 21 ମେ ରେ ପାପୁଆ ନ୍ୟୁ ଗିନିର ପୋର୍ଟ ମୋରେସବିରେ ପହଞ୍ଚିବେ। ସେଠାରେ ସେ ମିଳିତ ଭାବେ ଇଣ୍ଡୋ-ପାସିଫିକ୍ ଦ୍ୱୀପ ସହଯୋଗ ଫୋରମର ତୃତୀୟ ଶିଖର ସମ୍ମିଳନୀରେ ଯୋଗଦେବେ। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୃତୀୟ…

