କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଲାଠି ସୁକୁଣ୍ଡା ରାସ୍ତାରୁ ଯୁବକଙ୍କ ଶବ ଉଦ୍ଧାର ହୋଇଛି। ମୃତ ଯୁବକ ବାଉରୀ ସୁକୁଣ୍ଡା ଗ୍ରାମର ଗଙ୍ଗା ଦାସ ବୋଲି ଜଣାପଡିଛି। ଗଙ୍ଗାଙ୍କୁ କିଏ ହତ୍ୟା କରି ଏଠାରେ ଫୋପାଡି ଦେଇଥିବା ଜଣାପଡିଛି। ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
Author: Samikhsya Bureau
ନୂଆଦିଲ୍ଲୀ: ପ୍ରକାଶ ପାଇଛି ସିବିଏସଇ 12th ରେଜଲ୍ଟ। ତେବେ ମୋଟ ପାସହାର ୮୭.୩୩ ପ୍ରତିଶତ ରହିଛି। ପୂର୍ବପରି ଏଥର ମଧ୍ୟ ଝିଅମାନେ ବାଜି ମାରିନେଇଛନ୍ତି । ଏଥର ଝିଅମାନଙ୍କ ପାସହାର ପୁଅମାନଙ୍କ ଅପେକ୍ଷା ୬ ପ୍ରତିଶତ ଅଧିକ ରହିଛି। ଝିଅଙ୍କ ପାସହାର ୯୦.୬୮ ପ୍ରତିଶତ ହୋଇଥିବାବେଳେ ପୁଅଙ୍କ ପାସହାର ୮୪.୬୭ ପ୍ରତିଶତ ବୋଲି ଜଣାଯାଇଛି । ଛାତ୍ରଛାତ୍ରୀମାନେ www.cbse.nic.in, www.cbseresult.nic.in ଏବଂ www.digilocker.gov.in ରେ ଲଗ୍ଇନ୍ କରି ରେଜଲ୍ଟ ଦେଖିପାରିବେ। ଚଳିତ ବର୍ଷ ମୋଟ ୧୬ ଲକ୍ଷ ୯୬ ହଜାର ୭୭୦ ଜଣ ଛାତ୍ରଛାତ୍ରୀ ଦଶମ ଓ ଦ୍ୱାଦଶ ସିବିଏସ୍ଇ ବୋର୍ଡ ପରୀକ୍ଷା ଦେଇଛନ୍ତି ।
ନୂଆଦିଲ୍ଲୀ: CBSE ବୋର୍ଡ ଦ୍ୱାଦଶ ଫଳାଫଳ ପ୍ରକାଶ ପାଇଛି। ଏଥର ବାଳିକାମାନଙ୍କର ମୋଟ ପାସ୍ ପ୍ରତିଶତ 90.68% ରହିଛି। ବାଳକମାନଙ୍କ ସାମଗ୍ରିକ ପାସ୍ ପ୍ରତିଶତ 84.67 ପ୍ରତିଶତ ଅଛି। ଏହି ବର୍ଷର ମୋଟ ପାସ୍ ପ୍ରତିଶତ 87.33% ରହିଛି, ଯାହା ପୂର୍ବ ବର୍ଷ ତୁଳନାରେ ଭଲ। ଚଳିତ ବର୍ଷ ସିବିଏସ୍ଇ ବୋର୍ଡ ଦ୍ଵାଦଶ ଫଳାଫଳରେ ତ୍ରିଭେନ୍ଦ୍ରମ୍ ଛାତ୍ରଛାତ୍ରୀମାନେ ସର୍ବୋତ୍ତମ ରେଜଲ୍ଟ କରିଛନ୍ତି। ସେଠାରେ ମୋଟ 99.91 ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି। ତ୍ରିଭେନ୍ଦ୍ରମ୍ ପ୍ରଥମେ ସ୍ଥାନରେ ରହିଛି। ବାଙ୍ଗାଲୋ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ସେଠାରେ 98.64 ଛାତ୍ରଛାତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଚେନ୍ନାଇ 97.40 ପ୍ରତିଶତ ସହ ତୃତୀୟ ସ୍ଥାନରେ ରହିଛି। ଚଳିତ ବର୍ଷ ସିବିଏସ୍ଇ ବୋର୍ଡ ଦ୍ୱାଦଶରେ ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ଉତ୍କୃଷ୍ଟ ରହିଛି। ସେଠାରେ ମୋଟ 97.51 ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷା ଉତ୍ତୀର୍ଣ୍ଣ ହୋଇଛନ୍ତି।
ପୁରୁଷୋତ୍ତମପୁର/ବାଣପୁର: ଗତକାଲି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ପୋଲିସ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳର ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ଠକେଇ ଅଭିଯୋଗରେ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ଭୀମପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ବାରିକ। ଅଭିଯୋଗ ମୁତାବକ, ଶ୍ରୀ ବାରିକ ପୁରୁଷୋତ୍ତମପୁର ଥାନା ଅଞ୍ଚଳର ରାଜେଶ କୁମାର ମୁନି (୪୧) ଙ୍କ ଠାରୁ ସର୍ବଭାରତୀୟ ବନ୍ଧୁକ ଲାଇସେନ୍ସ କରାଇଦେବା ଏବଂ ମୁମ୍ବାଇରେ ଚାକିରୀ କରାଇଦେବା କହି ଗତବର୍ଷ ସେପ୍ଟେମ୍ବର ୨୨ ତାରିଖରେ ଅନଲାଇନ ମାଧ୍ୟମରେ ୬୫ ହଜାର ଏବଂ ନକଦ ୨ ହଜାର ସମୁଦାୟ ୬୭ହଜାର ଟଙ୍କା ନେଇଥିଲେ। ତେବେ ମାସ ମାସ ଧରି ରାଜେଶଙ୍କ କୌଣସି କାମ ନହେବାରୁ ସେ ପୂର୍ଣ୍ଣଙ୍କୁ ଟଙ୍କା ଫେରାଇଦେବା ପାଇଁ କହିଥିଲେ। ପୂର୍ଣ୍ଣ ଏହାକୁ ଭୃକ୍ଷେପ ନକରି ଓଲଟା ରାଜେଶଙ୍କୁ ଧମକଚମକ ଦେଉଥିଲେ। ଏହି ପରିପ୍ରେକ୍ଷୀରେ ରାଜେଶ ଚଳିତବର୍ଷ ଜାନୁଆରୀ ୮ ତାରିଖରେ ଏ ନେଇ ପୁରୁଷୋତ୍ତମପୁର ଥାନାରେ ଏକ ଲିଖିତ ଅଭିଯୋଗ…
ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଟ୍ୱିଟ ପଞ୍ଜାବରେ ରାଜନୈତିକ ହଲଚଲ ବୃଦ୍ଧି କରିଛି। ମୁଖ୍ୟମନ୍ତ୍ରୀ ମାନ ଟୁଇଟ୍ କରି ଲେଖିଛନ୍ତି ଯେ, ‘ଆଜି ଆମେ ଏକ ଐତିହାସିକ ନିଷ୍ପତ୍ତି ନେବାକୁ ଯାଉଛୁ, ଯାହା ଶିଳ୍ପ ଜଗତକୁ ବହୁତ ଆଶ୍ଵସ୍ତି ଦେବ ଏବଂ ପଞ୍ଜାବର ନିବେଶକମାନେ ଅସୁବିଧା ଏବଂ ଦୁର୍ନୀତିରୁ ମୁକ୍ତି ପାଇବେ। ପଞ୍ଜାବ ଦେଶର ପ୍ରଥମ ରାଜ୍ୟ ହେବ ଯାହାକି ଅନ୍ୟମାନଙ୍କୁ ମଧ୍ୟ ପ୍ରେରଣା ଯୋଗାଇବ। ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ ପରେ ଆଜି ଅପରାହ୍ନରେ ଏକ ବଡ ଘୋଷଣା କରାଯାଇପାରେ ବୋଲି ଅନୁମାନ କରାଯାଉଛି।
ଭୁବନେଶ୍ୱର: ୨୦୨୨-୨୩ ବର୍ଷରେ ଓଡ଼ିଶାରେ ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ତୃତୀୟ ଆଗୁଆ ଆକଳନ ଅନୁଯାୟୀ ୨୦୨୨-୨୩ ବର୍ଷରେ ରାଜ୍ୟରେ ୧୩୬ ଲକ୍ଷ ୬ ହଜାର ମେଟ୍ରିକ୍ ଟନ୍ରୁ ଉର୍ଦ୍ଧ୍ଵ ଖାଦ୍ୟଶସ୍ୟ ଉତ୍ପାଦନ ହେବାର ଆକଳନ କରାଯାଇଛି। ଏହା ପୂର୍ବରୁ ୨୦୨୦-୨୧ ବର୍ଷରେ ରାଜ୍ୟରେ ୧୩୦ ଲକ୍ଷ ୩୮ ହଜାର ମେଟ୍ରିକ୍ ଟନ୍ରୁ ଊଦ୍ଧ୍ୱର୍ ଖାଦ୍ୟଶସ୍ୟ ଉତ୍ପାଦନ ହୋଇଥିଲା। ରାଜ୍ୟରେ ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ ହୋଇଥିବା ପରିପ୍ରେକ୍ଷୀରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଖୁସି ବ୍ୟକ୍ତ କରିବା ସହିତ ଏଥି ନିମନ୍ତେ ରାଜ୍ୟର ଚାଷୀ ଭାଇ ଓ ଭଉଣୀ ଏବଂ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ୨୦୨୨-୨୩ ବର୍ଷର ଆକଳନ ଅନୁଯାୟୀ ରାଜ୍ୟର ମୋଟ ଶସ୍ୟ ଉତ୍ପାଦନ ମଧ୍ୟରେ ଚାଉଳ ଉତ୍ପାଦନ ୧୧୫ ଲକ୍ଷ…
ଭୁବନେଶ୍ୱର: ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ଜଳ, ପରିମଳ ଏବଂ ସ୍ୱଚ୍ଛତା (ୱାସ୍) ସେବାର କାର୍ଯ୍ୟାନ୍ୱୟନ ଏବଂ ଅଗ୍ରଗତି ସଂପର୍କିତ ଏକ କର୍ମଶାଳା ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ୟୁନିସେଫ୍, ରାଜ୍ୟ ତଥା ଜାତୀୟ ଉନ୍ନୟନ ସହଯୋଗୀଙ୍କ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଲୋକସେବା ଭବନ କନ୍ଭେନସନ୍ ସେଣ୍ଟରଠାରେ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ ଏହି କର୍ମଶାଳାରେ ସଭାପତିତ୍ୱ କରି କହିଥିଲେ ଯେ ଓଡ଼ିଶାର ୩୦ରୁ ଅଧିକ ପ୍ରତିଶତ ଗ୍ରାମକୁ ବାହ୍ୟମଳମୁକ୍ତ (ଓଡିିଏଫ୍ ପ୍ଲସ୍) ଗ୍ରାମ ଭାବରେ ଘୋଷଣା କରାଯାଇଛି। ଓଡ଼ିଏଫ୍ ପ୍ଲସ୍ ଗ୍ରାମଗୁଡ଼ିକର ବର୍ତ୍ତମାନର ସ୍ଥିତି ଉପରେ ଧ୍ୟାନ ଦେବା ଉଚିତ। ଏହା ସହ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ମିଳିତ ଭାବେ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳକୁ ସଂଯୋଜିତ କରିବା ପାଇଁ ଅର୍ବାନ୍ ଫୋକାଲ ସ୍ଲଜ୍ ଟି୍ରଟ୍ମେଣ୍ଟ…
ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ବାତ୍ୟା ଆଜି ଅତି ଭୀଷଣ ବାତ୍ୟା ଭାବେ ପରିଣତ ହୋଇଛି। ଏହା ଘଣ୍ଟାକୁ 175 କିଲୋମିଟର ବେଗର ମିଆମାର ଆଡକୁ ଗତିକରୁଛି ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଏହା ଆସନ୍ତା ରବିବାର ଦିନ ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରାଯାଇଛି। ଗତକାଲି ସକାଳେ ଏହା ବାତ୍ୟା ରୂପ ନେବା ପରେ ରାତିରେ ଭୀଷଣ ବାତ୍ୟାକୁ ପରିବର୍ତ୍ତନ ହୋଇଥିଲା। ଏହାପରେ ଆଜି ଏହା ଅତିଭୀଷଣ ବାତ୍ୟା ଭାବେ ପରିବର୍ତ୍ତନ ହୋଇଛି। ତେବେ ଏହି ବାତ୍ୟାର ପ୍ରଭାବ ଓଡିଶାରେ ନ ଥିଲେ ମଧ୍ୟ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀଙ୍କୁ ଯିବା ପାଇଁ ବାରଣ କରାଯାଇଛି।
ନୂଆଦିଲ୍ଲୀ: ଆଜି ପ୍ରକାଶ ପାଇପାରେ CBSE 10th ଏବଂ 12th ରେଜର୍ଲଟ। ଏ ନେଇ ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଡୁକେସନ ତରଫରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ବୋର୍ଡ ତରଫରୁ କୁହାଯାଇଛି ଯେ, ଖାତା ଦେଖା ଶେଷ ହୋଇ ରେଜର୍ଲଟ ବାହାରିବା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି। ଖୁବ ଶିଘ୍ର ଏ ନେଇ ଘୋଷଣା ହେବ। ଏହି ରେଜର୍ଲଟ ଜାଣିବା ପାଇଁ ହେଲେ ବୋର୍ଡର ଅଫିିସିୟାଲ ୱେବ ସାଇଟ cbse.nic.in or cbseresults.nic.in ରେ ଲଗ ଅନ କରିପାରିବେ। ଏଥିସହିତ ଚଳିତ ବର୍ଷ ପ୍ରଥମ ଥର ପାଇଁ DigiLocker and UMANG app ମାଧ୍ୟମରେ ମଧ୍ୟ ରେଜର୍ଲଟ ଜଣାପଡିବ। ଏଥିରେ ମାର୍କ ସିଟ ମଧ୍ୟ ଉପଲବ୍ଧ ହେବ। ତେବେ ଏହା କେବଳ ସ୍କୁଲ କର୍ତ୍ତୁପକ୍ଷ କରିପାରିବା ପାଇଁ ବ୍ୟବସ୍ଥା କରାଯାଇଛି। ତେବେ କୌଣସି କାରଣରୁ ଯଦି ଆଜି ରେଜର୍ଲଟ ଘୋଷଣାରେ ଅସୁବିଧା ହୁଏ ତେବେ ଆସନ୍ତାକାଲି ନିଶ୍ଚିତ ପ୍ରକାଶ ପାଇବ ବୋଲି…
ଭୁବନେଶ୍ଵର: ଟ୍ରାନ୍ସଜେଣ୍ଡରଙ୍କ ଜୀବନ କାହାଣୀକୁ ନେଇ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ଟି’ କୁ ୟୁ/ଏ ସାର୍ଟିଫିକେଟ ମିଳିଥିବା ବେଳେ ଗତକାଲି ଭୁବନେଶ୍ୱର ସିଆରପି ସ୍ଥିତ ଓବରାଇ ବେକର୍ସ ଆଣ୍ଡ କାଫେ ଠାରେ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଚଳଚ୍ଚିତ୍ରର ଟିଜର ଲୋକାର୍ପଣ ହୋଇଯାଇଛି। ପାନୋରମା ମ୍ୟୁଜିକ ଏବଂ ସ୍ଟୁଡ଼ିଓ ପ୍ରଥମ ଥର ପାଇଁ ଓଡ଼ିଆ ଚଳଚ୍ଚିତ୍ର ଟି ସହିତ ମିଳିତ ଭାବରେ ପ୍ରଚାର ପ୍ରସାର କରୁଛନ୍ତି। ଯେଉଁଥିରେ କି ଟିଜର, ଟ୍ରେଲର ଏବଂ ଫିଲ୍ମ ର ଗୀତ ଗୁଡିକ ଦେଖିବାକୁ ପାଇବେ। ଲୋକାର୍ପଣ ଉତ୍ସବରେ କିନ୍ନର ମେଘନା ସାହୁ, କିନ୍ନର ସମୀକ୍ଷା, ଅଭିନେତା ଦେବାଶିଷ ସାହୁ (ଦେବ୍), ରଣବୀର କଲସୀ, ସହପ୍ରଯୋଜକ ମନବୀର ସିଂ କଲସୀ, ସହପ୍ରଯୋଜକ ହିମାଦ୍ରି ତନୟ ଦାସ, ନିର୍ଦ୍ଦେଶକ ଜିତେଶ କୁମାର ପରିଡା ଓ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ। ବିଭିନ୍ନ ଚଳଚ୍ଚିତ୍ର ମହୋତ୍ସବରେ ଉଚ୍ଚ ପ୍ରଶଂସା ସହିତ ଅନେକ ସାର୍ଟିଫିକେଟ ହାତେଇଛି ଚଳଚ୍ଚିତ୍ର ‘ଟି’। ଟ୍ରାନ୍ସଜେଣ୍ଡର…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟ ଗସ୍ତ କରିବେ। ପୂର୍ବାହ୍ନ ପ୍ରାୟ ୧୦.୩୦ ସମୟରେ ପ୍ରଧାନମନ୍ତ୍ରୀ ଗାନ୍ଧିନଗରରେ ଅଖିଳ ଭାରତୀୟ ଶିକ୍ଷା ସଂଘ ଅଧିବେଶନରେ ଅଂଶଗ୍ରହଣ କରିବେ। ଏହା ପରେ ସେ ଗାନ୍ଧିନଗରରେ ମଧ୍ୟାହ୍ନ ୧୨ ଟା ସମୟରେ ପ୍ରାୟ ୪୪୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ମୂଳଦୁଆ ପକାଇବେ। ଅପରାହ୍ନ ପ୍ରାୟ ୩ ଟା ସମୟରେ ପ୍ରଧାନମନ୍ତ୍ରୀ ଗିଫ୍ଟ ସିଟି ପରିଦର୍ଶନ କରିବେ। ବିକାଶ ପ୍ରକଳ୍ପର ଉଦ୍ଘାଟନ ଏବଂ ମୂଳଦୁଆ ପ୍ରଧାନମନ୍ତ୍ରୀ ଗାନ୍ଧିନଗରରେ ଏହି କାର୍ଯ୍ୟକ୍ରମରେ ୨୪୫୦ କୋଟିରୁ ଅଧିକ ମୂଲ୍ୟର ବିକାଶ ପ୍ରକଳ୍ପର ମୂଳଦୁଆ ପକାଇବେ। ଏଥିରେ ନଗର ଉନ୍ନୟନ ବିଭାଗ, ଜଳ ଯୋଗାଣ ବିଭାଗ, ସଡକ ଏବଂ ପରିବହନ ବିଭାଗ ଏବଂ ଖଣି ଏବଂ ଖଣିଜ ବିଭାଗର ପ୍ରକଳ୍ପ ଗୁଡ଼ିକ ଅନ୍ତର୍ଭୁକ୍ତ ରହିଛି। ଉଦ୍ଘାଟନ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକରେ ବନସକଣ୍ଠ ଜିଲ୍ଲାର ବହୁ ଗ୍ରାମ ପାନୀୟ ଜଳ ଯୋଗାଣ ଯୋଜନା, ଅହମ୍ମଦାବାଦରେ ନଦୀ…
ଗରୁଡ ପୁରାଣ: ହିନ୍ଦୁ ଧର୍ମର ୧୮ ପୁରାଣ ମଧ୍ୟରୁ ଗରୁଡ ପୁରାଣରେ କର୍ମ ଏବଂ ଏହାର ଫଳ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି। ଯଦି ଆପଣ ଗରୁଡ ପୁରାଣକୁ ଏକ ଭଲ ଭାବରେ ବୁଝନ୍ତି, ତେବେ ଏହା ଆପଣଙ୍କୁ ଜୀବନ ଯିଇବା ପାଇଁ ମାର୍ଗଦର୍ଶନ ଦେବ। ଜଣେ ବ୍ୟକ୍ତି କ’ଣ କରିବା ଉଚିତ୍, ସେ କଣ କରିବା ଉଚିତ୍ ନୁହେଁ ଏବଂ ସେ ନିଜ ଜୀବନରେ କିପରି ଆଚରଣ କରିବା ଉଚିତ୍, ଏହି ସବୁ ରହସ୍ୟମୟ ଜିନିଷର ରହସ୍ୟ ଗରୁଡ ପୁରାଣରେ ଅଛି। ଆମେ ସମସ୍ତେ ସ୍ୱର୍ଗ ଏବଂ ନର୍କ ବିଷୟରେ ପ୍ରାୟତଃr ଶୁଣିଥାଉ। କିନ୍ତୁ ଆପଣ ଜାଣନ୍ତି କି କିପରି ଏବଂ କିଏ ସ୍ୱର୍ଗ କିମ୍ବା ନର୍କ ପାଇଥାଏ। ଗରୁଡ ପୁରାଣରେ, ସ୍ପଷ୍ଟ ଭାବରେ ବ୍ୟାଖ୍ୟା କରାଯାଇଛି ଯେ, କେଉଁ ଲୋକମାନଙ୍କୁ କିପରି ସ୍ୱର୍ଗ କିମ୍ବା ନର୍କର ରାସ୍ତାକୁ ଯିବାକୁ ପଡେ। ଏହା ବିଷୟରେ ବିସ୍ତୃତ ଭାବରେ ଜାଣନ୍ତୁ।…
ମେଷ: – ଜମି କ୍ରୟ ଏବଂ ବିକ୍ରୟ ଲାଭଦାୟକ ହେବ । ପ୍ରଗତିର ରାସ୍ତା ପକ୍କା ହେବ। ବିପଦରୁ ଦୂରେଇ ରୁହନ୍ତୁ । ବ୍ୟବସାୟ ବୃଦ୍ଧି ପାଇବ । ବିନିଯୋଗ ଶୁଭ ହେବ । ରୋଜଗାର ବୃଦ୍ଧି ପାଇବ । ଲାଭ ସୁଯୋଗ ଆସିବ । ଘର ବାହାରେ ସୁଖ ମିଳିବ । ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । କିଛି ବଡ କାମ କରିବାକୁ ସମର୍ଥ ହେବେ । ତୁଳା: – ରାଜ୍ୟ ସହାୟତାରେ କାର୍ଯ୍ୟ ସମାପ୍ତ ହେବ । ବ୍ୟବସାୟ ଅନୁକୂଳ ଲାଭ ଦେବ । ବିବାହ ପ୍ରସ୍ତାବ ମିଳିପାରିବ । ଯଦି ଜରୁରୀ ଜିନିଷ ଠିକ୍ ସମୟରେ ଉପଲବ୍ଧ ନହୁଏ ତେବେ ଅକ୍ଷମତା ସେଠାରେ ରହିବ ନାହିଁ । ବିନିଯୋଗ ଶୁଭ ହେବ । ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ । ଆୟ ବୃଦ୍ଧି ପାଇବ । ସମୟ ସୁସଙ୍ଗତତା ମିଳିବ । ଅଳସୁଆ ପ୍ରାଧାନ୍ୟ…
ଭୁବନେଶ୍ୱର: ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଝାରସୁଗୁଡ଼ା ଉପନିର୍ବାଚନ ଭୋଟଗଣତି ସଂପର୍କରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଝାରସୁଗୁଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ସହ ଆସନ୍ତା ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଭୋଟଗଣତି ସଂପର୍କରେ ଆଲୋଚନା କରିଥିଲେ। ଝାରସୁଗୁଡ଼ା ଇଂଜିନିୟରିଂ ସ୍କୁଲ ପରିସରରେ ସକାଳ ୮ ଘଟିକା ସମୟରେ ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ହେବ ଓ ଠିକ୍ ୮.୩୦ ମିନିଟରେ ଇଭିଏମ୍ ଗଣତି ଆରମ୍ଭ ହେବ। ଭୋଟଗଣତି ନିମନ୍ତେ ସମସ୍ତ ପ୍ରକାରର ସୁବ୍ୟବସ୍ଥା କରାଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜିଲ୍ଲା ନିର୍ବାଚନ ଅଧିକାରୀ ଅବଗତ କରାଇଛନ୍ତି। ଭୋଟଗଣତି କେନ୍ଦ୍ର ତଥା ଝାରସୁଗୁଡ଼ା ଇଂଜିନିୟରିଂ ସ୍କୁଲ ଚତୁଃପାଶ୍ୱର୍ରେ ଭୋଟଗଣତି ଦିନ ସମ୍ଭାବ୍ୟ ଜନଗହଳିକୁ ପରିଚଳାନା ସହ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀ…
ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ପ୍ରଗତି ମଇଦାନ ଠାରେ ଜାତୀୟ ପ୍ରଯୁକ୍ତିି ଦିବସ ୨୦୨୩ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି। ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ପ୍ରଯୁକ୍ତି ଦିବସର ୨୫ ତମ ଉତ୍ସବ ପାଳନର ଶୁଭାରମ୍ଭ ହୋଇଛି। ଏହି ମହତ୍ତ୍ୱପୂର୍ଣ୍ଣ ଦିବସ ଅବସରରେ, ପ୍ରଧାନମନ୍ତ୍ରୀ ସାରା ଦେଶରେ ୫୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବୈଜ୍ଞାନିକ ଏବଂ ବୈଷୟିକ ପ୍ରଗତି ସହ ଜଡିତ ଏକାଧିକ ପ୍ରକଳ୍ପକୁ ଦେଶ ପାଇଁ ଉତ୍ସର୍ଗ କରିଥିଲେ। ଏହା ଦେଶର ବିଜ୍ଞାନ ଭିତ୍ତିକ ଅନୁଷ୍ଠାନ ଗୁଡ଼ିକୁ ମଜବୁତ କରି ଭାରତକୁ ଆତ୍ମନିର୍ଭର କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁରୂପ ଅଟେ। ଯେଉଁ ପ୍ରକଳ୍ପ ଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି, ସେଗୁଡିକ ମଧ୍ୟରେ ଲେଜର ଇଣ୍ଟରଫେରୋମିଟର ଗ୍ରାଭିଟେସନାଲ୍ ୱେଭ୍ ଅବଜରଭେଟୋରୀ – ଇଣ୍ଡିଆ (ଲିଗୋ – ଇଣ୍ଡିଆ), ହିଙ୍ଗୋଲି; ହୋମି ଭାବା କର୍କଟ ଡାକ୍ତରଖାନା ଏବଂ ଗବେଷଣା…
ଭୁବନେଶ୍ୱର: ବରିଷ୍ଠ ରାଜନେତା ତଥା ସମାଜସେବୀ ଅଶୋକ ସାମଲଙ୍କ ଅକାଳ ବିୟୋଗରେ ଓପିସିସି ସଭାପତି ଶରତ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶ୍ରୀ ପଟ୍ଟନାୟକ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ ସ୍ୱର୍ଗତ ସାମଲ କଂଗ୍ରେସ ଦଳରେ ଥିବାବେଳେ ତାଙ୍କ ସହିତ ଘନିଷ୍ଠ ସମ୍ପର୍କ ଥିଲା।ତାଙ୍କ ବିୟୋଗ ମୋତେ ଗଭୀର ଦୁଃଖ ଦେବା ସହ ମର୍ମାହତ କରିଛି। ସ୍ବର୍ଗତ ସାମଲ ଜଣେ ବନ୍ଧୁବତ୍ସଳ,ଅମାୟିକ,ଭଦ୍ର,ପରୋପକାରି ସମାଜସେବୀ ଥିଲେ।ଏହିପରି ଦୁଃଖଦ ସମୟରେ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି ଓପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ।
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ରାତିରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଭୀମପୁର ଗ୍ରାମ ହରିଜନ ସାହିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଯାଇଛି। ଘଟଣାରୁ ପ୍ରକାଶ ଯେ ଉକ୍ତ ଗ୍ରାମର ରବୀନ୍ଦ୍ର ନାୟକ ଏବଂ ତାଙ୍କ ସାନଭାଇ ଶ୍ୟାମ ନାୟକ ଘରେ ବସି ଟିଭି ଦେଖୁଥିବା ବେଳେ ସେହି ଗ୍ରାମର ବସନ୍ତ ନାୟକ ମଦ୍ୟପାନ କରି ମାତାଲ ଅବସ୍ଥାରେ ଏକ ଧାରୁଆ କାତି ଧରି ଘର ଭିତରକୁ ପଶି ଆସିଥିଲେ। ପ୍ରଥମେ ସାନଭାଇ ଶ୍ୟାମକୁ ଆକ୍ରମଣ କରି ଲହୁ ଲୁହାଣ କରିବା ପରେ ଗହଳି ଶୁଭିବାରୁ ବଡଭାଇ ରବୀନ୍ଦ୍ର ନାୟକ ପହଞ୍ଚିବାରୁ ରବୀନ୍ଦ୍ରଙ୍କର ବେକକୁ ଲକ୍ଷକରି କାତିରେ ଆକ୍ରମଣ କରିଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ପରିବାର ବର୍ଗ ଉଭୟଙ୍କୁ ଡାକ୍ତରଖାନା ଆଣିଥିବା ବେଳେ ଡାକ୍ତର ରବୀନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ। ସାନଭାଇ ଶ୍ୟାମ ଗୁରୁତର ଭାବରେ ଆହତ ହୋଇ ଚିକିତ୍ସାତ ହେଉଛନ୍ତି କ୍ଷ ପ୍ରକାଶ ଥାଉକି ମୃତକ ରବି ନାୟକ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଜନ ସୁରକ୍ଷା ଯୋଜନାର ୮ ବର୍ଷ ପୂର୍ତ୍ତି ଅବସରରେ ଏହାର ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି। ଅର୍ଥ ମନ୍ତ୍ରଣାଳୟର ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି ଯେ, ‘୮ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଜନ ସୁରକ୍ଷା ଯୋଜନା କୋଟି କୋଟି ଭାରତୀୟଙ୍କ ପାଇଁ ଏକ ମଜଭୁତ ସମର୍ଥନର ସ୍ରୋତ ହୋଇଛି। ଏହା ଲୋକଙ୍କୁ ଏକ ପ୍ରଭାବୀ ସାମାଜିକ ସୁରକ୍ଷା କବଚ ପ୍ରଦାନ କରିଛି। ସମସ୍ତ ହିତାଧିକାରୀଙ୍କୁ ମୋର ଶୁଭକାମନା’।
ନୂଆଦିଲ୍ଲୀ: ସର୍ବଶେଷ ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗରେ ଟିମ୍ ଇଣ୍ଡିଆ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଗୋଟିଏ ସ୍ଥାନ ହରାଇ ଭାରତୀୟ ଦଳ ତୃତୀୟ ସ୍ଥାନରେ ପହଞ୍ଚିଛି। ଏଥି ସହ ପାକିସ୍ତାନୀ ଦଳ ଦ୍ୱିତୀୟ ସ୍ଥାନରେ ଏବଂ ଅଷ୍ଟ୍ରେଲିଆ ପ୍ରଥମ ସ୍ଥାନରେ ରହିଛି। କିନ୍ତୁ ଶ୍ରେଷ୍ଠ ୩ ଦଳ ମଧ୍ୟରେ ବ୍ୟବଧାନ ବହୁତ କମ୍ ଅଟେ। ୧୧୮ ପଏଣ୍ଟ ସହ ଅଷ୍ଟ୍ରେଲିଆ ପ୍ରଥମ ସ୍ଥାନରେ ଅଛି। ଏଥି ସହିତ ପାକିସ୍ତାନ ୧୧୬ ପଏଣ୍ଟ ସହ ଦ୍ୱିତୀୟ ଏବଂ ଭାରତ ୧୧୫ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି। ଏଭଳି ପରିସ୍ଥିତିରେ ବିଶ୍ୱକପ ସମୟରେ ଶ୍ରେଷ୍ଠ ତିନି ଦଳ ମଧ୍ୟରେ ର଼୍ୟାଙ୍କିଙ୍ଗରେ ପରିବର୍ତ୍ତନ ଆସିବ। ଆଇସିସି ର଼୍ୟାଙ୍କିଙ୍ଗରେ ବାର୍ଷିକ ଅଦ୍ୟତନ ପରେ ଏହି ପରିବର୍ତ୍ତନ ଆସିଛି। ଏହାପୂର୍ବରୁ ଅଷ୍ଟ୍ରେଲିଆ ୧୧୩ ପଏଣ୍ଟ ସହ ପ୍ରଥମ ସ୍ଥାନରେ ଥିବାବେଳେ ଭାରତ ପ୍ରାୟ ସମାନ ପଏଣ୍ଟ ସହ ଦ୍ୱିତୀୟ ଏବଂ ପାକିସ୍ତାନ ୧୧୨ ପଏଣ୍ଟ ସହ…
ନୂଆଦିଲ୍ଲୀ: ଖଦି ସହ ଦେଶବାସୀଙ୍କ ମିଳିତ ସହଯୋଗ ନିଯୁକ୍ତିକୁ ପ୍ରୋତ୍ସାହିତ କରିବା ସହ ପ୍ରତିଦିନ ନୂଆ ରେକର୍ଡ କରୁଛି। ଏମଏସଏମଇ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ଏକ ଟୁଇଟରେ ସୂଚନା ଦେଇଛନ୍ତି, ଯେ, ଖଦି ଗ୍ରାମୋଦ୍ୟୋଗ କାରିଗରଙ୍କ କୌଶଳ ବଢ଼ାଇବା ସହ ସେମାନଙ୍କ ଆୟ ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି। ସେ ଆହୁରି କହିଛନ୍ତି, ୨୦୨୨ ଏପ୍ରିଲ ୧ରୁ ୨୦୨୩ ଜାନୁଆରୀ ୩୧ ପର୍ଯ୍ୟନ୍ତ କେଭିଆଇସି ମୋଟ ୭୭୮୮୭.୯୭ କୋଟିର ଉତ୍ପାଦନ କରିଛି, ୧୦୮୫୭୧.୮୪ କୋଟିର ବିକ୍ରି କରିଛି ଏବଂ ୧.୭୨ କୋଟିର ନିଯୁକ୍ତି ସୃଷ୍ଟି କରିଛି। ଏମଏସଏମଇ ମନ୍ତ୍ରୀଙ୍କ ଟୁଇଟର ଜବାବ ଦେଇ ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି: https://twitter.com/MeNarayanRane/status/1655863983189164033?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1655958748471656449%7Ctwgr%5E677138f0a5edfd874842730a52517faa7047f7fd%7Ctwcon%5Es3_&ref_url=https%3A%2F%2Fpib.gov.in%2FPressReleasePage.aspx%3FPRID%3D1923395 ‘ଏହି ଉପଲବ୍ଧି ଉତ୍ସାହିତ କରିଥାଏ! ଖଦି ସହ ଦେଶବାସୀଙ୍କ ସହଯୋଗ ରୋଜଗାରକୁ ପ୍ରୋତ୍ସାହିତ କରିବା ସହ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି’।
ରଣପୁର: ପଥର ମାଫିଆଙ୍କୁ ସାବାଡ୍ କରିବା ପାଇଁ ରଣପୁର ତହସିଲ ପ୍ରଶାସନ ତତ୍ପର ହୋଇ ଉଠିଛି। ମୟୁର ଝାଲିଆ ଗାଁ ନିକଟ ପଥର ଖଣି ନିକଟରେ ଏକ ବେଆଇନ ଘରକୁ ରଣପୁର ତହସିଲ ଆଜି ଭାଙ୍ଗି ଦେଇଥିବା ଜଣା ପଡିଛି। ଏହି ଚଢାଉରେ ରଣପୁର ତହସିଲଦାର ଇପ୍ସିତ ସାହୁ ଓ ଅତିରିକ୍ତ ତହସିଲଦାର ଅବିନାଶ ମାହର, ଚାନ୍ଦପୁର ଥାନା ଅଧିକାରୀ ମୁକେଶ ଚନ୍ଦ୍ର ବେହେରା ଓ ପୋଲିସ୍ ଫୋର୍ସ ସହାୟତାରେ ଖଣି ମାଫିଆଙ୍କ ଆଡା ସ୍ଥଳୀକୁ ଭାଙ୍ଗି ଦିଆଯାଇଛି। ସୂଚନା ଥାଉ କି ମୟୁର ଝାଲିଆ ମାଙ୍କଡା ପଥର ଖଣି ନିକଟରେ ପଥର ମାଫିଆମାନେ ଏକ ଆଜବେଷ୍ଟସ ଘର ତିଆରି କରି ସେଠାରେ ଆଡ୍ଡା ଚଳାଇଥିଲେ। ରଣପୁର ତହସିଲ ଅନ୍ତର୍ଗତ ମୟୁର ଝାଲିଆ ମୌଜା ଖାତା ନଂ -୪୯୫, ପ୍ଲଟ ନଂ -୧୬୮୯ ରେ ତିଆରି ହୋଇଥିଲା ଏହି ଆଡ୍ଡା ସ୍ଥଳୀ। ମାଫିଆମାନେ ଏଠାରେ ରହି ବେଧଡକ ନିଜର କାରବାର ଚଳାଇ…

