ଭୁବନେଶ୍ୱର: ଚଳିତ ଶିକ୍ଷା ବର୍ଷରେ ପ୍ରଥମ ଶ୍ରେଣୀରେ ନାମଲେଖା ବୟସକୁ ନେଇ ଜିଲ୍ଲା ଓ ବ୍ଲକ୍ ସ୍ତରରେ ତଥା ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଗହଣରେ ଦ୍ୱନ୍ଦ ଉପୁଜିଥିଲା । ଯାହା ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ପାଇଁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକମାନଙ୍କୁ ଏକ ଦ୍ୱନ୍ଦାତ୍ମକ ସ୍ଥିତି ସୃଷ୍ଟି କରିଥିଲା । ଏହି ଦ୍ୱନ୍ଦକୁ ଦୂର କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ସ୍ପଷ୍ଟ ପତ୍ର ଉଲ୍ଲେଖ କରିଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଙ୍କ ଅଧିସୂଚନା କ୍ରମାଙ୍କ ୬୫୫୪ ତା. ୦୪/୦୪/୨୦୨୨ରିଖରେ ସ୍ପଷ୍ଟ ଭାବେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ପାଇଁ ବୟସ ସୀମା ୩୧ ମାର୍ଚ୍ଚ ସୁଦ୍ଧା ପାଞ୍ଚରୁ ସାତ ବର୍ଷ ବୟସ ଧାର୍ଯ୍ୟ କରାଯାଇଛି । ତେବେ ଦିବ୍ୟାଙ୍ଗଙ୍କ କ୍ଷେତ୍ରରେ ଏହି ବୟସସୀମା ସର୍ବାଧିକ ନଅ ବର୍ଷ ହୋଇପାରିବ । ବର୍ତ୍ତମାନ ଏହି ଦ୍ୱନ୍ଦକୁ ଦୂର କରିବା ପାଇଁ ପ୍ରାଥମିକ…
Author: Samikhsya Bureau
ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ଅପରାହ୍ନରେ ବାଲୁଗାଁ ଚିଲିକାରାଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ୪୩ ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ନୂତନ ଦିଗନ୍ତର ନୂତନ ଚିନ୍ତାଧାରା ନେଇ ଉଡାଣ-୨୦୨୩ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିଳ୍ପପତି କେ ନାରାୟଣ ପାତ୍ର, ମୁଖ୍ୟ ବକ୍ତା ଭାବେ ଗୋଦାବରୀଶ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ବିଜୟ କୁମାର ନନ୍ଦ, ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା କାରମେଲ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟ ନିର୍ଦ୍ଦେଶକ ସଂଜୀବିତୋ ପାଣି, ବାଲୁଗାଁ ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶ ପ୍ରମୁଖ ଯୋଗଦେଇଥିଲେ। ପ୍ରାରମ୍ଭିକ କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ଅତିଥି ଗହଣରେ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା। ବିଦ୍ୟାଳୟର ସଭାପତି କିରଣ ପାତ୍ରଙ୍କ ସଭାପତିତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମ୍ପାଦକ ଅରୁଣ କୁମାର ବରାଳ ବାର୍ଷିକ ବିବରଣୀ ପାଠ କରିଥିଲେ। ଏଥି ସହିତ ଶିକ୍ଷାର ଅଭିବୃଦ୍ଧି, ପ୍ରତିଯୋଗିତା ମୁଳକ ଶିକ୍ଷା, ଶୈକ୍ଷିକ ପରିବେଶ,…
ଭୁବନେଶ୍ୱର: ଓଡିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀ ବୁଧବାର ବାଲେଶ୍ୱର ଜିଲ୍ଲାର ଓଏଲଆଇସି ଡିଭିଜନ କାର୍ଯ୍ୟାଳୟ ପରିଦର୍ଶନ କରି କାର୍ଯ୍ୟ ସମୀକ୍ଷା କରିବା ସହିତ କ୍ଷେତ୍ର ପରିଦର୍ଶନ କରିଥିଲେ। ପ୍ରଥମେ ଅଧ୍ୟକ୍ଷ ଶ୍ରୀ ପତ୍ରୀ ଡିଭିଜନ କାର୍ଯ୍ୟାଳୟ ପରିଦର୍ଶନ କରିବା ପରେ ବାଲେଶ୍ୱର ସ୍ୱତନ୍ତ୍ର ପ୍ରଦକ୍ଷିଣ ଗୃହ ଠାରେ ବାଲେଶ୍ୱର ସଦର ବିଧାୟକ ସ୍ୱରୂପ କୁମାର ଦାସ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏକ ସମୀକ୍ଷା ବେଠକରେ ଯୋଗଦେଇ ଡିଭିଜନ ଜରିଆରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉଠା ଜଳ ସେଚନର ସ୍ଥିତି, ସେସବୁ ଦ୍ୱାରା କୃଷକମାନେ କିପରି ଉପକୃତ ହେଉଛନ୍ତି, ସେ ସଂପର୍କରେ ସବିଶେଷ ସମୀକ୍ଷା କରିଥିଲେ। ନିର୍ମାଣାଧିନ ପ୍ରକଳ୍ପଗୁଡିକୁ ତ୍ୱରାନ୍ୱିତ କରି ଶୀଘ୍ର ଶେଷ କରିବା, ମରାମତି ଯୋଗ୍ୟ ଅଚଳ ପ୍ରକଳ୍ପର ମରାମତି କରି ପୁନଃ କାର୍ଯ୍ୟକ୍ଷମ କରିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ସଂପୃକ୍ତ ଯନ୍ତ୍ରୀମାନେ ପ୍ରକଳ୍ପ ନିର୍ମାଣ ବେଳେ…
ଭୁବନେଶ୍ଵର: ଦକ୍ଷିଣ ପୂର୍ବ ରେଳପଥ ଅନ୍ତର୍ଗତ ଖଡ଼ଗ୍ପୁର ରେଳମଣ୍ଡଳର ଖଡ଼ଗ୍ପୁର-ଟାଟା ରେଳ ସେକ୍ସନ ମଧ୍ୟରେ ଖେମାସୁଲି ଷ୍ଟେସନରେ ଏବଂ ଆଦ୍ରl ରେଳମଣ୍ଡଳର ଅଧୀନରେ ଆଦ୍ରା-ଚାଣ୍ଡିଲ ରେଳ ସେକ୍ସନର କୁସ୍ତାୱର ଷ୍ଟେସନରେ ଆଦିବାସୀ କୁର୍ମି ସମାଜ ଦ୍ୱାରା ଜନ ଆନ୍ଦୋଳନକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥରୁ ଛାଡୁଥିବା ଏବଂ ଏହା ମଧ୍ୟକୁ ଆସୁଥିବା କେତେକ ଟ୍ରେନକୁ ନିମ୍ନଲିଖିତ ଅନୁଯାୟୀ ମାର୍ଗ ପରିବର୍ତନ ଏବଂ ବାତିଲ ଓ ଆଂଶିକ ବାତିଲ କରାଯାଇଅଛି… ଟ୍ରେନର ମାର୍ଗ ପରିବର୍ତ୍ତନ: A. 18477/18478 ପୁରୀ-ଋଷିକେଶ-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ପୁରୀରୁ 7 ଏପ୍ରିଲରେ ଏବଂ ଋଷିକେଶରୁ 6 ଓ 7 ଏପ୍ରିଲ 2023ରେ ଏହାର ନିର୍ଦ୍ଧାରିତ ମାର୍ଗ ଝାରସୁଗୁଡା-ରାଉରକେଲା-ଟାଟା-ହିଜୀଲୀ-ଭଦ୍ରକ ମାର୍ଗ ପରିବେର୍ତ୍ତେ ଉଭୟ ପାର୍ଶ୍ୱରୁ ଇବ-ଝାରସୁଗୁଡା ରୋଡ-ସମ୍ବଲପୁର ସିଟି ମାର୍ଗ ଦେଇ ଚଳାଚଳ କରିବ। ଟ୍ରେନ୍ ବାତିଲ୍: A. 22824 ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ଏବଂ 12802 ନୂଆଦିଲ୍ଲୀ-ପୁରୀ ପୁରୁଷୋତ୍ତମ ଏକ୍ସପ୍ରେସ 6 ଏପ୍ରିଲ, 2023 ରେ ନୂଆଦିଲ୍ଲୀ…
ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସ୍ଥାପନା ଦିବସ ପାଳନ ଅବସରରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଓ କନକ ବର୍ଦ୍ଧନ ସିଂହଦେଓ ଦଳୀୟ ପତାକା ଉତ୍ତୋଳନନ କରିବା ସହିତ ପାର୍ଟିର ପ୍ରତିଷ୍ଠାତା ସଭାପତି ଡ.ଶ୍ୟାମାପ୍ରସାଦ ମୁଖାର୍ଜୀ ଏବଂ ସାଧାରଣ ସଂପାଦକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଆଜି ଦୀର୍ଘ ୪୩ ବର୍ଷର ଯାତ୍ରା ପୂରଣ କରି ଭାରତୀୟ ଜନତା ପାର୍ଟୀ ୪୪ ତମ ପ୍ରତିଷ୍ଠା ଦିବସ ଦେଶବ୍ୟାପୀ ପାଳନ କରିଛି। କୋଟି କୋଟି କାର୍ଯ୍ୟକର୍ତା ଭାରତୀୟ ଜନତା ପାର୍ଟିର ବିଚାରକୁ ପ୍ରତିଷ୍ଠା କରିବା ପାଇଁ ଦୀର୍ଘ ଦିନ ଧରି ସମୟ, ତ୍ୟାଗ,ସମର୍ପଣ ଓ ବଳିଦାନ ଦେଇଛନ୍ତି। ସଂଗଠନକୁ ମଜଭୁତ୍ କରିଥିବା ଏବଂ ବିଶ୍ୱର ସର୍ବବୃହତ ରାଜନୈତିକ ଦଳ ଭାବେ ଗଢି ତୋଳିଥିବା ସମସ୍ତ କାର୍ଯ୍ୟକର୍ତା ଚିର ସ୍ମରଣୀୟ ହୋଇ ରହିବା ସହ ଆମ ସମସ୍ତଙ୍କୁ ସର୍ବଦା ପ୍ରେରଣା ଯୋଗାଇବ। “ସେବା…
ଭୁବନେଶ୍ବର: ସ୍ୱାସ୍ଥ୍ୟ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଉ ଏକ ମାଇଲ ଖୁଣ୍ଟ ଭାବେ ରାଜ୍ୟ ସରକାର ନିର୍ମାଣ କରିଥିବା ଭବାନୀପାଟଣା ସ୍ଥିତ ସରକାରୀ ମେଡିକାଲ କଲେଜକୁ ଜାତୀୟ ଭେଷଜ ବିଜ୍ଞାନ ପରିଷଦ ( ଏନ୍. ଏମ୍. ସି) ଅନୁମୋଦନ ଦେଇଛନ୍ତି। ଏ ବିଷୟରେ ସୂଚନା ଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି ଯେ, ମୁଖ୍ୟ ମନ୍ତ୍ରୀଙ୍କର ଦୂରଦର୍ଶୀ ନେତୃତ୍ବ ଯୋଗୁ କଳାହାଣ୍ଡିରେ ମେଡିକାଲ କଲେଜ ସ୍ଥାପନ ସମ୍ଭବ ହେଲା। ଏହି ଅନୁଷ୍ଠାନ ରାଜ୍ୟବାସୀଙ୍କର ଦୀର୍ଘଦିନର ଆଶା ଓ ଆକାଂକ୍ଷା ପୂରଣ କରିବ। ୨୦୨୩-୨୪ ଶିକ୍ଷାବର୍ଷଠାରୁ ୧୦୦ ଏମ୍. ବି. ବି. ଏସ୍. ସିଟ୍ ପାଇଁ ଏହି ଅନୁମୋଦନ ମିଳିଛି।
ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଠାରେ ଭାରତର ଦ୍ଵିତୀୟ ବୃହତମ ରାଷ୍ଟ୍ରାୟତ ବ୍ୟାଙ୍କ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ନୂତନ ଶାଖା ଉଦଘାଟିତ ହୋଇଯାଇଛି। ବାଲୁଗାଁ ମା’ ଉତ୍ତରାୟିଣି ମନ୍ଦିର ନିକଟରେ ଉକ୍ତ ବ୍ୟାଙ୍କ ଶାଖା ଉଦଘାଟିତ ହୋଇଛି। ଏହାକୁ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ପିଏନବି ଜୋନାଲ ମ୍ୟାନେଜର ଉଦୟ ଭାସ୍କର ରେଡି ଉଦଘାଟନ କରିଛନ୍ତି। ତେବେ ପିଏନବି ର ୧୨୭ ବର୍ଷର ଅନୁଭୂତି ବାଲୁଗାଁ ବାସୀଙ୍କ ପ୍ରଗତିରେ ନିଶ୍ଚୟ ସହାୟକ ହେବ ବୋଲି ବାଲୁଗାଁ ଶାଖା ପ୍ରବନ୍ଧକ ଅଭିଷେକ ପଣ୍ଡା କହିଛନ୍ତି। ଆଜି ଉଦ୍ଘାଟନୀ ଦିବସରେ ୧୨୦ ରୁ ଉର୍ଦ୍ଧ ନୂତନ ଆକାଉଣ୍ଟ ଖୋଲିଥିବାର ସୂଚନା ଦେଇଛନ୍ତି ଶ୍ରୀ ପଣ୍ଡା। ତେବେ ବାଲୁଗାଁରେ ପୂର୍ବରୁ ଏକାଧିକ ରାଷ୍ଟ୍ରୟତ୍ତ ଏବଂ ଘରୋଇ ବ୍ୟାଙ୍କ ଥିବା ବେଳେ ଆଜି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଉକ୍ତ ଶ୍ରେଣୀରେ ସାମିଲ ହୋଇଛି। ଏବେ ବାଲୁଗାଁ ସହର ବାସି ଏହି ବ୍ୟାଙ୍କର ସେବା…
ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ଆଜି ଇଡି ଏକ ସପ୍ଲିମେଣ୍ଟାରୀ ଚାର୍ଜ ସିଟ୍ ଦାଖଲ କରିଛି। ଏହି ଚାର୍ଜସିଟ୍ ରାଜେଶ ଯୋଶୀ, ରାଘବ ମଗୁଣ୍ଟା ଏବଂ ଗୌତମ ମାଲହୋତ୍ରାଙ୍କ ବିରୋଧରେ ଦାଖଲ କରାଯାଇଛି। ଏହି ସମୟରେ ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି (AAP) ଏକ ବଡ ଦାବି କରିଛି ଯେ, ଇଡିର ତୃତୀୟ ଚାର୍ଜସିଟରେ ମଧ୍ୟ ମନୀଷ ସିସୋଦିଆଙ୍କ ନାମ ନାହିଁ। ସିସୋଦିଆଙ୍କ ନାମ ପ୍ରଥମ ଏବଂ ଦ୍ୱିତୀୟ ଚାର୍ଜସିଟରେ ମଧ୍ୟ ନଥିଲା। ଏପ୍ରିଲ୍ ୧୪ ତାରିଖରେ ରାଉସ୍ ଆଭେନ୍ୟୁ କୋର୍ଟ ଚାର୍ଜସିଟ୍ ଶୁଣାଣି କରିବେ। ଇଡି କୋର୍ଟଙ୍କୁ କହିଛନ୍ତି ଯେ, ଫେବୃଆରୀ ୭ ତାରିଖରେ ମାଲହୋତ୍ରା, ଫେବୃଆରୀ ୮ ତାରିଖରେ ରାଜେଶ ଏବଂ ଫେବୃଆରୀ ୧୦ ତାରିଖରେ ରାଘବ ମଗୁଣ୍ଟା ଗିରଫ ହୋଇଥିଲେ। ଅନ୍ୟପକ୍ଷରେ, ସିସୋଦିଆଙ୍କ ବିରୋଧରେ ମନି ଲଣ୍ଡରିଂ ଯାଞ୍ଚ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ଅଛି ଏବଂ ଏଥିରେ ସମ୍ପୃକ୍ତ ଥିବା ନେଇ ନୂତନ ପ୍ରମାଣ ମିଳିଛି…
ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏ.କେ ଆଣ୍ଟୋନିଙ୍କ ପୁଅ ଅନିଲ ଆଣ୍ଟୋନି ଆଜି ବିଜେପିରେ ଯୋଗ ଦେଇଛନ୍ତି। କେରଳ କଂଗ୍ରେସର ସୋସିଆଲ ମିଡିଆ ଦଳର ପୂର୍ବତନ ସଂଯୋଜକ ଅନିଲ ଆଣ୍ଟୋନି କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ, ଭି ମୁରଲୀଧରନ, କେରଳ ବିଜେପି ସଭାପତି କେ ସୁରେନ୍ଦ୍ରନଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି। ୨୦୦୨ ଗୁଜୁରାଟ ଦଙ୍ଗା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିବିସି ଡକ୍ୟୁମେଣ୍ଟାରୀ ପରେ ଅନିଲ ଆଣ୍ଟୋନି ଜାନୁଆରୀରେ କଂଗ୍ରେସ ଛାଡିଥିଲେ। ଉଲ୍ଲେଖ ଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିବାଦୀୟ ବିବିସି ଡକ୍ୟୁମେଣ୍ଟାରୀକୁ ନେଇ ଅନିଲ କେ ଆଣ୍ଟୋନି ଦଳରୁ ଇସ୍ତଫା ଦେଇଥିଲେ। ତାଙ୍କ ଟ୍ୱିଟ ପ୍ରତ୍ୟାହାର କରିବା ପାଇଁ ଚାପ ପକାଇବାର ଅଭିଯୋଗ କରି ସେ ଦଳ ଛାଡିଥିଲେ। ଅନିଲ ଆଣ୍ଟୋନି ଟ୍ୱିଟରରେ ଇସ୍ତଫା ପତ୍ର ସାର୍ବଜନୀନ କରି ଇସ୍ତଫା ଘୋଷଣା କରିଥିଲେ। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ…
ନୂଆଦିଲ୍ଲୀ: ଅଦାନି ପ୍ରସଙ୍ଗରେ ବିରୋଧୀ ଦଳଙ୍କ ସହ ତ୍ରିରଙ୍ଗା ପଦଯାତ୍ରା କରିବା ପରେ ସଂସଦ ଅଧିବେଶନର ଶେଷ ଦିନରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ, ମୋଦୀ ସରକାର ଗଣତନ୍ତ୍ର ବିଷୟରେ ବହୁତ କଥାବାର୍ତ୍ତା କରୁଛନ୍ତି କିନ୍ତୁ ସେମାନେ ଗଣତନ୍ତ୍ରକୁ କୌଣସି ଗୁରୁତ୍ୱ ଦେଉନାହାନ୍ତି। କଂଗ୍ରେସ ସଭାପତି କହିଛନ୍ତି ଯେ, ଆମେ ଜାଣିବାକୁ ଚାହୁଁଛୁ କି ମାତ୍ର ୨.୫ ବର୍ଷରେ ଅଦାନୀଙ୍କ ସମ୍ପତ୍ତି ୧୨ ଲକ୍ଷ କୋଟିରେ କେମିତି ପରିଣତ ହୋଇଛି? ସେ କହିଛନ୍ତି ଯେ, ମାତ୍ର ୧୨ ମିନିଟରେ ୫୦ ଲକ୍ଷ କୋଟିର ବଜେଟ୍ କିପରି ପାରିତ ହୋଇଛି? ଆମେ ତାଙ୍କୁ ସବୁବେଳେ ଏହି ପ୍ରଶ୍ନ ପଚାରିଥିଲୁ। କିନ୍ତୁ ଯେତେବେଳେ ବି ଆମେ କହିବାକୁ ଚାହିଁଲୁ, ନୋଟିସ୍ ଦେଲୁ, ଦାବି କଲୁ, ସେ ଆମକୁ କହିବାକୁ ଅନୁମତି ଦେଲେ ନାହିଁ। ମୁଁ ୫୦-୫୨ ବର୍ଷ ଧରି ରାଜନୀତିରେ କାର୍ଯ୍ୟ…
ନୂଆଦିଲ୍ଲୀ: ଭାରତରେ କରୋନା ମାମଲାର ହଠାତ୍ ବୃଦ୍ଧି ପୁଣି ଥରେ ଲୋକଙ୍କୁ ଭୟଭୀତ କରିବା ଆରମ୍ଭ କରିଛି। କରୋନା ସଂକ୍ରମଣ ମାମଲା ସହିତ ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ଆଜି ପ୍ରକାଶିତ ସର୍ବଶେଷ ଆକଳନ ସମସ୍ତଙ୍କ ଚିନ୍ତାର କାରଣ ହୋଇଛି। ସରକାରୀ ଆକଳନ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୫ ହଜାର ୩୩୫ ଟି ନୂଆ କରୋନା ସଂକ୍ରମଣ ପଞ୍ଜିକୃତ ହୋଇଛି। ଗତ ୬ ମାସ ମଧ୍ୟରେ ଏହି ସଂଖ୍ୟା ସର୍ବାଧିକ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ବୁଧବାର ଦିନ ପ୍ରକାଶିତ ତଥ୍ୟ ଅନୁଯାୟୀ, ସାରା ଦେଶରେ ୪,୪୩୫ ଟି ନୂଆ ମାମଲା ରୁଜୁ ହୋଇଥିଲା। ଏହା ସହିତ ୧୫ ଜଣଙ୍କର ମୃତ୍ୟୁ ହୋଇଥିଲା। ସେହିଭଳି ମଙ୍ଗଳବାର ଦିନ ୩ ହଜାର ୩୮ କରୋନା ମାମଲା ପଞ୍ଜୀକୃତ ହୋଇଥିଲା ଏବଂ ୯ ଜଣଙ୍କର ମୃତ୍ୟୁ ହୋଇଥିଲା।
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ଜନସାଧାରଣ ସର୍ବଦା ନିର୍ଭର କରୁଥିବା ବ୍ରହ୍ମପୁର ବଡ ଡାକ୍ତରଖାନା ଏମ୍ କେ ସି ଜି ରେ ନବନିର୍ମିତ ସୁପରଷ୍ପେଶାଲିଷ୍ଟ୍ କୋଠା ଆରମ୍ଭ ହେବା ଦିନ ଠାରୁ କିଛି ନା କିଛି ଅଘଟଣ ଘଟୁଛି। ବିଶେଷ କରି ଉକ୍ତ କୋଠାର ନିର୍ମାଣ କାର୍ଯ୍ୟ ନିମ୍ନ ମାନର ହୋଇଥିବା ଅଭିଯୋଗ ହେଉଛି। ଯାହାଫଳରେ କେବେ ପୋଲସରା ଖସୁଛି ତ କେବେ ସିଲିଙ୍ଗ୍ ଖସି ଯାଉଥିବା କୁହାଯାଉଛି। ଏହି ଦୁଇ ଦିନ ତଳେ ଉକ୍ତ କୋଠାର ଶଲ୍ୟ ବିଭାଗର ସିଲିଙ୍ଗ୍ ଖସି ଯାଇଥିଲା। ଏମିତି ଅନେକ ଥର ଏହି ଭଳି ଘଟଣା ପରେ ରାଜ୍ୟ ନିର୍ମାଣ ବିଭାଗ ମୁଖ୍ୟ ଯନ୍ତ୍ରୀ ଏହି ଭଳି ସମସ୍ୟା କାରଣ ବିଷୟରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ଅନୁଧ୍ୟାନ ଆରମ୍ଭ କରିଛନ୍ତି।
ଭୁବନେଶ୍ୱର: ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଜନସଚେତନତା ସୃଷ୍ଟି କରିବା ଲାଗି ଏନଆଇଟି ରାଉରକେଲା ପକ୍ଷରୁ ବିଭିନ୍ନ ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ସୁନ୍ଦରଗଡ଼ ଜିଲ୍ଲା ବନ୍ଦମୁଣ୍ଡା କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଏବଂ ବୃକ୍ଷରୋପଣ ଅନୁଷ୍ଠିତ ହୋଇଥିଲା। ସେହିପରି ଝାରୁସୁଗଡ଼ା କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ଏନଆଇଟି ରାଉରକେଲା ସହଯୋଗରେ ଏକ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଛାତ୍ରଛାତ୍ରୀମାନେ ‘‘ସାମ୍ପ୍ରତିକ ବିଶ୍ୱରେ ଜି-୨୦ର ପ୍ରାସଙ୍ଗିକତା’’ ବିଷୟବସ୍ତୁ ଉପରେ ପ୍ରବନ୍ଧ ରଚନା କରିଥିଲେ। ଶେଷରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବ୍ରହ୍ମପୁର ଜିଲ୍ଲା ଜଜ୍ ଙ୍କ କୋର୍ଟରେ ରାଜ୍ୟ ଉଚ୍ଚ ନ୍ୟାୟାଳୟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନିମନ୍ତେ ଗଂଜାମ ଜିଲ୍ଲା ଓକିଲ ସଂଘ ପକ୍ଷରୁ ବହୁ ବର୍ଷ ହେଲା ଦାବି ହୋଇ ଆସୁଥିଲା। କିନ୍ତୁ ତାହା କାର୍ଯ୍ୟକାରୀ ନହୋଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ରାଜ୍ୟ ଉଚ୍ଚ ନ୍ୟାୟାଳୟର ଆଭାସୀ ଅଦାଲତ ଆରମ୍ଭ ହୋଇ ପ୍ରଥମ ଥର ପାଇଁ ସଫଳତାର ସହ ଅଦାଲତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଯ’ଦ୍ଵାରା ଜିଲ୍ଲାର ବୁଦ୍ଧିଜୀବୀ ମହଲରେ ଖୁସି ବ୍ୟକ୍ତ କରିଛନ୍ତି।
ନୂଆଦିଲ୍ଲୀ: ଚେନ୍ନାଇରେ ଝାଡ଼ଖଣ୍ଡର ଶିକ୍ଷା ମନ୍ତ୍ରୀ ଜଗନ୍ନାଥ ମହତୋଙ୍କ ଦେହାନ୍ତ ହୋଇଯାଇଛି। ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ତାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ୍ କରି ଏହି ସୂଚନା ସେୟାର କରିଛନ୍ତି। ସେ ଲେଖିଛନ୍ତି ଯେ, ‘ଆମର ଟାଇଗର ଜଗନ୍ନାଥ ଦା ଆଉ ନାହାନ୍ତି! ଆଜି ଝାଡଖଣ୍ଡ ଏହାର ଜଣେ ମହାନ ଆନ୍ଦୋଳନକାରୀ, ପରିଶ୍ରମୀ ତଥା ଲୋକପ୍ରିୟ ନେତାଙ୍କୁ ହରାଇଛି। ଚେନ୍ନାଇରେ ଚିକିତ୍ସା ସମୟରେ ଆଦରଣୀୟ ଜଗନ୍ନାଥ ମହତୋ ଜୀଙ୍କର ଦେହାନ୍ତ ହୋଇଯାଇଛି। ଭଗବାନ ଦିବଙ୍ଗତ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ଏବଂ ଶୋକସନ୍ତପ୍ତ ପରିବାରକୁ ଏହି କଷ୍ଟଦାୟକ ଦୁଃଖ ସହିବାକୁ ଶକ୍ତି ଦିଅନ୍ତୁ।
ଭୁବନେଶ୍ୱର: ସ୍ମାର୍ଟ ଟେକ୍ନୋଲୋଜିର ଉଦ୍ଭାବନ ପୃଥିବୀ ପୃଷ୍ଠରେ ଅନେକ ବୈପ୍ଳବିକ ପରିବର୍ତନ ଆଣିଛି। କିନ୍ତୁ ମଣିଷ ଉପରେ ଏହାର ଦୀର୍ଘ ମିଆଦୀ ପ୍ରଭାବ ଉପରେ ଅନୁଶୀଳନ କରିବାର ଆବଶ୍ୟକତା ରହିଛି ବୋଲି ବୁଧବାର ୟୁନିଭର୍ସିଟି ଗ୍ରାଂଟ୍ସ କମିଶନ (ୟୁଜିସି)ର ଭାଇସ୍ ଚେୟାରମ୍ୟାନ ପ୍ରଫେସର ଦୀପକ କୁମାର ଶ୍ରୀବାସ୍ତବ କହିଛନ୍ତି। ଟେକ୍ନୋଲୋଜିର ବ୍ୟବହାର ମଣିଷର ମସ୍ତିଷ୍କ ଉପରେ ଅନେକ ପ୍ରଭାବ ପକାଉଛି। ଚିନ୍ତା କରିବାର, କାର୍ଯ୍ୟ କରିବାର, ବିଶ୍ଳେଷଣ କରିବାର ଶକ୍ତି ମଣିଷ କ୍ରମେ ହରାଇ ବସୁଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ରୌପ୍ୟ ଜୟନ୍ତୀ ବକ୍ତୃତା ପ୍ରଦାନ କରିବା ଅବସରରେ ଏହା କହିଛନ୍ତି ପ୍ରଫେସର ଶ୍ରୀବାସ୍ତବ। ପ୍ରଫେସର ଶ୍ରୀବାସ୍ତବ କହିଥିଲେ ଯେ ଆମକୁ ଅତୀତକୁ ଫେରିଯିବାର କିମ୍ବା ସ୍ମାର୍ଟ ଟେକ୍ନୋଲୋଜିକୁ ପରିହାର କରିବାର ମଧ୍ୟ ଆବଶ୍ୟକତା ନାହିଁ। କିନ୍ତୁ ଟେକ୍ନୋଲୋଜିକୁ ବିକଳ୍ପ ଭାବେ ବ୍ୟବହାର କରିବା ନିମନ୍ତେ ଅଧିକ ମାତ୍ରାରେ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।…
ରଣପୁର: ଗୋପାଳପୁର ଉଚ୍ଚ ବିଦ୍ୟାଳୟ ପରିସରରେ ଲିଙ୍ଗ ସମାନତା ଓ ପାଠ୍ୟକ୍ରମରେ ସଂଜୋଜିକରଣ ତିନ ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୫୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦାନ୍ କରି ତାଲିମ ଗ୍ରହଣ କରିଛନ୍ତି। ପ୍ରଶିକ୍ଷକ ଭାବରେ ଜ୍ୟୋତି ରଞ୍ଜନ ଦାଶ, ଅଶୋକ କୁମାର ବେହେରା, ଅଞ୍ଜଳିପ୍ରଭା ପ୍ରଧାନ ଯୋଗଦାନ୍ କରି ତାଲିମ୍ ପ୍ରଦାନ କରିଥିଲେ। ଆମ ସମାଜରେ ଉଭୟ ପୁଅ ଝିଅଙ୍କୁ ସମାନ ଦୃଷ୍ଟିରେ ଦେଖିବା ଉଚିତ୍ ବୋଲି ତାଲିମ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ। ଏବେ ବି ଲୋକମାନେ ଅନ୍ଧ ବିଶ୍ବାସର ଶିକାର ହୋଇ ପୁଅ ମାନଙ୍କୁ ଗୁରୁତ୍ଵ ଦେଉଛନ୍ତି। ଏହି ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ର ଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସଚେତନ କରାଇବା ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଲକ୍ଷ୍ୟ। ଏହି ଶିବିରରେ ବ୍ଲକ୍ ଶିକ୍ଷା ଅଧିକାରୀଣୀ ବନଲତ ବେହେରା, ସହକାରୀ ବ୍ଲକ ଶିକ୍ଷା ଅଧିକାରିଣୀ ଶାନ୍ତିଲତା ଦେଇ ଓ ବସନ୍ତ କୁମାର ରାଉତ…
ଭୁବନେଶ୍ୱର: ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଜନସଚେତନତା ସୃଷ୍ଟି କରିବା ଲାଗି ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଏନସିଇଆରଟି ପକ୍ଷରୁରୁ ଜି୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରମରେ ପ୍ରତିଷ୍ଠାନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପି.ସି ଅଗ୍ରୱାଲ କାର୍ଯ୍ୟକ୍ରମର ନେତୃତ୍ୱ ନେବା ସହିତ କ୍ୟାମ୍ପସ ପରିସରରେ ବୃକ୍ଷରୋପଣ କରିଥିଲେ। ପ୍ରତିଷ୍ଠାନର ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀମାନେ ଏଥିରେ ଭାଗ ନେଇଥିଲେ।
କନ୍ଦର୍ପ ବେହେରା ରେଢାଖୋଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ଶିମିଳିପାଳ ପଂଚାୟତର ଶିହିଳିଆ ଗ୍ରାମରେ ଥିବା ନୂତନ ଅଙ୍ଗନଓାଡି କେନ୍ଦ୍ରର କୋଠା ୨ ବର୍ଷ ଆଗରୁ ସଂପୂର୍ଣ୍ଣ ହୋଇଥିଲେ ମଧ୍ୟ ଏହି କାର୍ଯ୍ୟରେ ନିୟୋଜିତ ଥିବା ଠିକାଦାର ଟଙ୍କା ପାଇ ନ ଥିବାରୁ ଅଙ୍ଗନଓାଡି କର୍ମୀକୁ ହସ୍ତାନ୍ତର କରୁ ନ ଥିବା ଜଣାପଡିଛି। ଅନୁସନ୍ଧାନରୁ ଜଣା ପଡିଛି ଯେ, ଶିହିଳିଆ ଗ୍ରାମରେ ଥିବା ନୂତନ ଅଙ୍ଗନଓାଡିର କୋଠା କାମ ତଥା ଅନ୍ୟାନ୍ୟ କାମ ୨ ବର୍ଷ ଆଗରୁ ସରିଲାଣି। ଏହି କୋଠା ପାଇଁ ବିଭିନ୍ନ ପର୍ଯ୍ୟାୟରେ ସରକାର ୮ ଲକ୍ଷ ୨୦ ହଜାର ଟଙ୍କା ମଞୁର କରିଥିଲେ। ଏହି କାମ ଜେଇଙ୍କ ନାମରେ ଥିଲେ ମଧ୍ୟ କାର୍ଯ୍ୟ ସୁରୁଖୁରୁରେ ଚାଲିବା ପାଇଁ ଗ୍ରାମର ସୁବଳ ସାହୁଙ୍କୁ କାର୍ଯ୍ୟ ନ୍ୟସ୍ତ କରାଯାଇଥିଲା। ପ୍ରଥମରୁ ନାକଟିଦେଉଳ ବ୍ଲକ୍ ର ପୂର୍ବତନ ଜେଇ ଅଜିତ୍ ବେହେରା ଏହି କାର୍ଯ୍ୟ ତଦାରଖ କରିବା ସହ କାମ ମଧ୍ୟ…
ଭୁବନେଶ୍ଵର: ଦକ୍ଷିଣ ପୂର୍ବ ରେଳପଥ ଅନ୍ତର୍ଗତ ଖଡ଼ଗପୁର ରେଳମଣ୍ଡଳର ଖଡ଼ଗପୁର-ଟାଟା ରେଳ ସେକ୍ସନ ମଧ୍ୟରେ ଖେମାସୁଲି ଷ୍ଟେସନରେ ଏବଂ ଆଦ୍ରା ରେଳମଣ୍ଡଳର ଅଧୀନରେ ଆଦ୍ରା-ଚାଣ୍ଡିଲ ରେଳ ସେକ୍ସନର କୁସ୍ତାୱର ଷ୍ଟେସନରେ ଆଦିବାସୀ କୁର୍ମି ସମାଜ ଦ୍ୱାରା ଜନ ଆନ୍ଦୋଳନକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥରୁ ଛାଡୁଥିବା ଏବଂ ଏହା ମଧ୍ୟକୁ ଆସୁଥିବା କେତେକ ଟ୍ରେନକୁ ନିମ୍ନଲିଖିତ ଅନୁଯାୟୀ ମାର୍ଗ ପରିବର୍ତନ ଏବଂ ବାତିଲ ଓ ଆଂଶିକ ବାତିଲ କରାଯାଇଅଛି… ଟ୍ରେନ୍ ବାତିଲ୍: ହାଓଡ଼ା ଠାରୁ ଏପ୍ରିଲ 5 ଓ 6 ତାରିଖରେ ଛାଡିବାକୁ ଥିବା 18005 ହାଓଡ଼ା-ଜଗଦଳପୁର ସମଲେଶ୍ୱରୀ ଏକ୍ସପ୍ରେସ ବାତିଲ ରହିବ। ହାଓଡ଼ା ଠାରୁ ଏପ୍ରିଲ 6 ତାରିଖରେ ଛାଡିବାକୁ ଥିବା 22861 ହାଓଡ଼ା-କଣ୍ଟାବାଞ୍ଜି ଇସ୍ପାତ ଏକ୍ସପ୍ରେସ ବାତିଲ ରହିବ। ଭୁବନେଶ୍ୱର ରୁ ଏପ୍ରିଲ 6 ତାରିଖରେ ଛାଡିବାକୁ ଥିବା 22823 ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ବାତିଲ ରହିବ। ଟିଟିଲାଗଡ଼ରୁ ଏପ୍ରିଲ 6 ତାରିଖରେ ଛାଡିବାକୁ ଥିବା 12872 ଟିଟିଲାଗଡ଼-ହାଓଡ଼ା…
ଭୁବନେଶ୍ୱର: ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଜନସଚେତନତା ସୃଷ୍ଟି କରିବା ଲାଗି କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜି୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆଜି କିଟ୍ କ୍ୟାମ୍ପସରେ ଏକ କର୍ମଶାଳା ଆୟୋଜନ କରାଯାଇଥିଲା। ବାଙ୍ଗାଲୋର ସ୍ଥିତ ସିପିଆରଆଇର ପୂର୍ବତନ ମହାନିର୍ଦ୍ଦେଶକ ପ୍ରଫେସର ଅଶୋକ କୁମାର ତ୍ରିପାଠୀ ଏହି କର୍ମଶାଳାରେ ଯୋଗ ଦେଇ ‘‘ପ୍ରଯୁକ୍ତି ଆଧାରିତ ଅଧ୍ୟୟନକୁ ଅଧିକ ସମାବେଶୀ, ଗୁଣାତ୍ମକ ଏବଂ ସହଭାଗୀ କରିବା’’ ବିଷୟବସ୍ତୁ ଉପରେ ବୈଷୟିକ ଆଲୋଚନାଚକ୍ରକୁ ସମ୍ବୋଧିତ କରିଥିଲେ। ସେ କମ୍ପ୍ୟୁଟର ପ୍ରଯୁକ୍ତିର ଯୁଗ, ବିଭିନ୍ନ ପ୍ରକାର ଉପକରଣ, ସଫ୍ଟ କମ୍ପ୍ୟୁଟିଂ ପାଇଁ ସଫ୍ଟୱେର, ଆଧୁନିକ ଅଧ୍ୟୟନ ପ୍ରଯୁକ୍ତି, ସହଭାଗୀ ପ୍ରକଳ୍ପ, ପାୱାର ସିଷ୍ଟମ ପ୍ରୟୋଗ, ବିଭିନ୍ନ ପ୍ରକାର ସମସ୍ୟା, ସବୁଜ ହାଇଡ୍ରୋଜେନ ଏବଂ ବିଭିନ୍ନ ଅଧ୍ୟୟନ ପ୍ରଯୁକ୍ତି ଉପରେ ବକ୍ତବ୍ୟ ରଖିଥିଲେ। ଏହି କର୍ମଶାଳାରେ ମୋଟ୍…

