ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାଡଙ୍କଠାରୁ ମିଳିଥିବା ଧମକ ପରେ ପୋଲିସ ଏବେ ଆଲର୍ଟ ମୋଡରେ ଆସିଛି। ରବିବାର ଦିନ ମୁମ୍ବାଇ ପୋଲିସ୍ ସଲମାନ ଖାନଙ୍କ ଘର ଗାଲାକ୍ସି ବାହାରେ ପାଟ୍ରୋଲିଂ କରୁଥିବା ଦେଖିବାକୁ ମିଳିଛି। ବାସ୍ତବରେ ମାର୍ଚ୍ଚ ୧୮ ତାରିଖରେ ଅଭିନେତାଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା। ଗୋଲଡି ବରାଡଙ୍କ ଦ୍ୱାରା ପଠାଯାଇଥିବା ଚିଠିକୁ ସଲମାନ ଖାନଙ୍କ ମ୍ୟାନେଜର ପ୍ରଶାନ୍ତ ଗୁଞ୍ଜଲକର ମିଳିଥିଲା। ଯାହା ପରେ ସେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ବାନ୍ଦ୍ରା ପୋଲିସ ଆଇପିସିର ଧାରା ୫୦୬ (୨), ୧୨୦ (ବି), ୩୪ ଅନୁଯାୟୀ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାଡ, ଲରେନ୍ସ ବିଶ୍ନୋଇଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।
Author: Samikhsya Bureau
ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ଯୁଦ୍ଧ ପୂର୍ବରୁ ଟିଏମସି ମୁଖ୍ୟ ମମତା ବାନାର୍ଜୀ କଂଗ୍ରେସ ଉପରେ ଏକ ବଡ଼ ଧରଣର ଆକ୍ରମଣ କରିଛନ୍ତି। ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇ ମମତା ବାନାର୍ଜୀ କହିଛନ୍ତି ଯେ, ଯଦି ରାହୁଲ ଗାନ୍ଧୀ ବିରୋଧୀ ଦଳର ନେତା ରହିବେ ତେବେ ମୋଦୀଙ୍କୁ କେହି ପରାସ୍ତ କରିପାରିବେ ନାହିଁ। କାରଣ ରାହୁଲ ଗାନ୍ଧୀ ହେଉଛନ୍ତି ମୋଦୀଙ୍କ ସବୁଠାରୁ ବଡ ଟିଆରପି। ବର୍ତ୍ତମାନ ମମତାଙ୍କୁ କଂଗ୍ରେସ ପାଲଟା ଆକ୍ରମଣ କରିଛି। ମମତା ବାନାର୍ଜୀଙ୍କ ବିବୃତ୍ତିରେ କଂଗ୍ରେସ ନେତା ଅଧୀର ରଞ୍ଜନ କହିଛନ୍ତି ଯେ, ବଙ୍ଗଳାରେ ମମତା ବାନାର୍ଜୀ ଏବଂ ପିଏମ ମୋଦୀଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଛି। ରାହୁଲ ଗାନ୍ଧୀ ଭାବମୂର୍ତ୍ତି ଏବଂ କଂଗ୍ରେସକୁ ଧ୍ୱଂସ କରିବା ତାଙ୍କର ଉଦ୍ଦେଶ୍ୟ ବୋଲି ଆଧୀର ରଂଜନ ଚୌଧୁରୀ କହିଛନ୍ତି। ମମତା ବାନାର୍ଜୀଙ୍କ ସ୍ଲୋଗାନ ବଦଳିଛି, ସେ ଇଡି-ସିବିଆଇ ଠାରୁ ରକ୍ଷା ପାଇବାକୁ ଚାହୁଁଛନ୍ତି। ଯିଏ କଂଗ୍ରେସକୁ ବିରୋଧ କରିବ,…
ନୂଆଦିଲ୍ଲୀ: ଦେଶରେ କରୋନା ମାମଲାରେ ବୃଦ୍ଧି ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ, ଭାରତରେ କୋଭିଡର ୯୧୮ ନୂତନ ମାମଲା ରିପୋର୍ଟ ହୋଇଛି। ଯାହା ପରେ ସକ୍ରିୟ ମାମଲା ବର୍ତ୍ତମାନ ୬ ହଜାର ୩୫୦ ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୭୯ ଆକ୍ରାନ୍ତ ମଧ୍ୟ ସୁସ୍ଥ ହୋଇଛନ୍ତି। ଏହା ସହିତ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୪ କୋଟି ୪୧ ଲକ୍ଷ ୫୯ ହଜାର ୧୮୨ ରେ ପହଞ୍ଚିଛି।
ଭୁବନେଶ୍ବର: ଆଜି ହେଉଛି ପଖାଳ ଦିବସ। ଏହା କୌଣସି ପୁରାଣ ବା ଇତିହାସରେ ନ ଥିଲେ ମଧ୍ୟ ଆନୁଷ୍ଠନିକ ଭାବେ ଏହା ୨୦୧୧ ମସିହାରୁ ପାଳିତ ହୋଇ ଆସୁଛି। କିଛି ପଖାଳ ପ୍ରିୟ ଓଡିଆ ପ୍ରଥମେ ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ଭାବେ ପାଳନ କରିଥିଲେ। ଏହାପରେ ଦେଖାଦେଖି ହୋଇ ସାରା ଓଡିଶାରେ ଏହି ଦିନ ପଖାଳ ଦିବସ ଭାବେ ପାଳନ କରାଯାଉଛି। ଓଡିଆମାନଙ୍କର ପଖାଳ ପ୍ରତି ରହିଥିବା ଆଗ୍ରହ ଏହି ଦିବସର ମହତକୁ ବଢାଇ ଦେଲା। ଯାହା ଫଳରେ ୨୦୧୫ ମସିହା ମାର୍ଚ୍ଚ ମାସରେ ଏହି ପଖାଳ ଦିବସ ଟୁଇଟରରେ ଟ୍ରେଣ୍ଡ କରିଥିଲା। ଏହାକୁ ଓଡିଶା ବାହାରେ ପଖାଳ ପ୍ରିୟ ବ୍ୟକ୍ତିମାନେ ଦେଖିବା ପରେ ସେମାନେ ମଧ୍ୟ ପଖାଳ ଦିବସକୁ ଆନନ୍ଦ ସହ ପାଳନ ଆରମ୍ଭ କଲେ। ଏପରିକି ଦେଶ ବାହାରେ ମଧ୍ୟ ପଖାଳପ୍ରିୟମାନେ ଏହି ଦିନ ପଖାଳ ଖାଇ ଦିବସକୁ ପାଳନ କଲେ। ପ୍ରକୃତରେ ମାର୍ଚ୍ଚ ୨୦…
ଭୁବନେଶ୍ବର: କାମ ହେଉଛି ଗୋଟିଏ। ହେଲେ ପ୍ରଶଂସା ନେବାକୁ ବିଜେପି ନେତାଙ୍କ ମଧ୍ୟରେ ଆରମ୍ଭ ହୋଇଛି ଲଢେଇ। ସେମାନେ ହେଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର। ଆଉ କାମଟି ହେଲା ଖୋର୍ଦ୍ଧା ନିରାକାରପୁର ଠାରୁ ଚନ୍ଦନପୁର ପର୍ଯ୍ୟନ୍ତ ଥିବା ନୂଆ ଜଗନ୍ନାଥ ସଡକ। ପ୍ରସଂଗଟି ହେଲା ୪୦ କିଲୋମିଟର ଦୀର୍ଘ ଏହି ନୂଆ ଜଗନ୍ନାଥ ସଡକକୁ ଜାତୀୟ ରାଜପଥ ମାନ୍ୟତା ଦାବୀ କେବେଠାରୁ ହୋଇ ଆସୁଛି। କାରଣ ଏହି ରାସ୍ତାଟି ବ୍ରହ୍ମପୁର ଆଡୁ ଆସୁଥିବା ପୁରୀ ଯାତ୍ରୀଙ୍କ ପାଇଁ ବେଶ ସୁବିଧାଜନକ। ହେଲେ ଏହି ରାସ୍ତାଟିର ଅବସ୍ଥା ଭଲ ନ ଥିବାରୁ ଲୋକେ ଯିବାକୁ ପସନ୍ଦ କରୁ ନାହାଁନ୍ତି। ଏହି ରାସ୍ତାଟି ଏନଏଚ୍ ୧୬ ସହିତ ସଂଯୋଗ ଥିବାରୁ ଜାତୀୟ ରାଜପଥ ଘୋଷଣା ପାଇଁ ଦାବୀ ହେଉଛି। ଏ ନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ…
ପରୀକ୍ଷକ ପରୀକ୍ଷାର୍ଥୀମାନଙ୍କ ଓଡିଆ ଉତ୍ତର ଖାତା ମୂଲ୍ୟାୟନ କରୁଥିବା ବେଳେ ଜଣେ ପରୀକ୍ଷାର୍ଥୀଙ୍କ ଖାତାରେ ଲେଖାଥିବା ରଚନା ପଢି ଆଶ୍ଚର୍ଯ୍ୟ ହୋଇଗଲେ। ପ୍ରଶ୍ନପତ୍ରରେ ରଚନା ପଡିଥିଲା “କଫିଚାଷ”। କିନ୍ତୁ ପ୍ରଶ୍ନପତ୍ରରେ ‘ଫ’ ର ଫଳାଟି ଝାପସା ହୋଇ ଯାଇଥିବାରୁ ପରୀକ୍ଷାର୍ଥୀ ଭାବିନେଲା ବୋଧହୁଏ ରଚନା ପଡିଛି “କପିଚାଷ”। ସେ କପିଚାଷ ଉପରେ ସମ୍ପୂର୍ଣ୍ଣ ରଚନା ଲେଖି ଦେଇଥିଲା ଯାହା ପରୀକ୍ଷକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ସେ ଯାହା ଲେଖିଥିଲା ତାହା ହେଲା …. କପିଚାଷ ଏକ ଉତ୍କୃଷ୍ଟ ଓ ଅତ୍ୟନ୍ତ ଲାଭକାରୀ ଚାଷ ଅଟେ। ଏହି ଚାଷ କଲେ ଅଳ୍ପ ପରିଶ୍ରମରେ ବହୁତ ଫଳ ମିଳିଥାଏ। ଏହା କେବଳ ଓଡିଶାରେ ନୁହେଁ ସାରା ଭାରତବର୍ଷରେ ସର୍ବତ୍ର ବହୁଳ ଭାବରେ ଚାଷ କରାଯାଇଥାଏ। ଏହା ବର୍ଷରେ ଦୁଇଥର ଚାଷ କରାଯାଏ। ଥରେ ଗ୍ରୀଷ୍ମଋତୁରେ ବାର୍ଷିକ ପରୀକ୍ଷା ସମୟରେ ଚାଷ କରାଯାଇଥିବା ବେଳେ ଏହାର ରବି ଫସଲ ଶରତଋତୁ ସପ୍ଲିମେଣ୍ଟାରୀ ପରୀକ୍ଷା ସମୟରେ କରାଯାଇଥାଏ। ଜଳବାୟୁ…
ନୂଆଦିଲ୍ଲୀ: ଓଟିଟି ପ୍ଲାଟଫର୍ମରେ ପ୍ରସାରିତ କାର୍ଯ୍ୟକ୍ରମ ଓ ବିଷୟବସ୍ତୁ (କଣ୍ଟେଣ୍ଟ)ରେ ଅଶ୍ଳୀଳତା ଏବଂ ଗାଳିଗୁଲଜ ବଢ଼ୁଥିବାରୁ ଏହାକୁ ନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ, ଯୁବବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର ଉଦବେଗ ପ୍ରକାଶ କରିଛନ୍ତି। ନାଗପୁରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ସରକାର ଏହି ବିଷୟକୁ ଅତି ଗମ୍ଭୀରତାର ସହିତ ଗ୍ରହଣ କରିଛନ୍ତି। ଶ୍ରୀ ଠାକୁର କହିଛନ୍ତି ଯେ, ‘‘ସୃଜନଶୀଳତା ନାଁରେ ଗାଳିଗୁଲଜ ଓ ଅଶ୍ଳୀଳତାକୁ ବରଦାସ୍ତ କରାଯିବ ନାହିଁ। ଓଟିଟି ପ୍ଲାଟଫର୍ମଗୁଡ଼ିକରେ ଗାଳିଗୁଲଜ ଏବଂ ଅଶ୍ଳୀଳ କାର୍ଯ୍ୟକ୍ରମ ବା କଣ୍ଟେଣ୍ଟ ପ୍ରସାରଣକୁ ନେଇ ସରକାର ଗମ୍ଭୀର ଅଛନ୍ତି। ଏହାକୁ ନେଇ ନିୟମରେ କୌଣସି ପରିବର୍ତ୍ତନ କରିବାର ଆବଶ୍ୟକତା ପଡ଼ିଲେ ମନ୍ତ୍ରଣାଳୟ ସେ ଦିଗରେ ମଧ୍ୟ ବିଚାର କରିବ। କାରଣ ଏସବୁ ପ୍ଲାଟଫର୍ମଗୁଡ଼ିକୁ ସୃଜନଶୀଳତା ପାଇଁ ସ୍ୱାଧୀନତା ମିଳିଛି, କିନ୍ତୁ ଗାଳିଗୁଲଜ କିମ୍ବା ଅଶ୍ଳୀଳତା…
ମେଷ: ଧାର୍ମିକ ଯାତ୍ରା ହେଉଛି ଦେବ ଦର୍ଶନଙ୍କର ସମଷ୍ଟି । ବୈବାହିକ କାର୍ଯ୍ୟର ଡିଜାଇନ୍ ଘରେ କରାଯିବ। କାର୍ଯ୍ୟ ବ୍ୟବସାୟରେ ମଧ୍ୟ ଦିନଟି ଲାଭଦାୟକ ହେବ । ପୁରୁଣା ପରିଚିତମାନଙ୍କୁ ଭେଟିବେ । ଛୋଟ ଜିନିଷକୁ ଅଣଦେଖା କରନ୍ତୁ । ବୃଷ: ଆଜି ଅର୍ଥର ଖର୍ଚ୍ଚ ଆୟଠାରୁ ଅଧିକ ହେବ, ତଥାପି ଦିନସାରା ମାନସିକ ସ୍ତରରେ ଖୁସି ରହିବ। ଘରେ ଅବିବାହିତ ସମ୍ପର୍କ ବିଷୟରେ ଆଲୋଚନା ଚାଲିବ। ମୂଲ୍ୟବାନ ଜିନିଷ କିଣିବାରେ ଖର୍ଚ୍ଚ ହେବ। ଆଜି କାର୍ଯ୍ୟ କ୍ଷେତ୍ରରୁ ସୀମିତ ଲାଭ ମିଳିବ। ମିଥୁନ: ଅବହେଳା ହେତୁ, କରାଯାଇଥିବା କାର୍ଯ୍ୟରେ ବାଧା ଆସିବ। ଲାଭର ଚୁକ୍ତି ହେବାର ସମ୍ଭାବନା ଅଛି, କିନ୍ତୁ ଗୋଡରେ ବାଧା ସୃଷ୍ଟି ହେତୁ ଦ୍ୱନ୍ଦ୍ୱରେ ପଡ଼ିବେ। କର୍କଟ: ସରକାରୀ କାର୍ଯ୍ୟ ପ୍ରଥମେ ଦ୍ୱନ୍ଦ୍ୱରେ ପଡ଼ିବ, କିନ୍ତୁ ଜଣେ ଅଭିଜ୍ଞ ବ୍ୟକ୍ତିଙ୍କ ସାହାଯ୍ୟରେ ଏହାର ସମାଧାନ ମିଳିବ। ଆଜି କାର୍ଯ୍ୟକ୍ଷେତ୍ରରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇପାରେ। ଏଥିପାଇଁ ମଧ୍ୟ ଖର୍ଚ୍ଚ ହେବ । ସିଂହ: କାର୍ଯ୍ୟ…
ନୂଆଦିଲ୍ଲୀ: ଆଜି ଖଲିସ୍ତାନ ସମର୍ଥକ ଅମୃତପାଲ ସିଂଙ୍କୁ ପଞ୍ଜାବ ପୋଲିସ ଗିରଫ କରିଛି। ଅମୃତପାଲ ସିଂ ଶାହକୋଟରେ ଥିଲେ ଏବଂ ଆତ୍ମସମର୍ପଣ କରିବାକୁ ଚାହୁଁଥିଲେ। ଶନିବାର ଦିନ ଅମୃତପାଲ ସିଂ ଏବଂ ତାଙ୍କ ସମର୍ଥକଙ୍କ ବିରୋଧରେ ପୋଲିସ ଏକ ବଡ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଅମୃତପାଲ ସିଂହଙ୍କ କାରକୁ ପୋଲିସ ପିଛା କରିଥିଲା, କିନ୍ତୁ ସେ ଫେରାର ହେବାରେ ସଫଳ ହୋଇଥିଲା। ପୋଲିସର ସୂଚନାନୁସାରେ ଅମୃତପାଲ ସିଂଙ୍କ ନେତୃତ୍ୱରେ ‘ୱାରିସ୍ ପଞ୍ଜାବ ଦେ’ (ଡବ୍ଲୁପିଡି) ର ୧୧୨ ସଦସ୍ୟଙ୍କୁ ଗିରଫ କରାଯାଇଛି। ଅପରେସନ ସମୟରେ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ବୋଲି ପୋଲିସ କହିଛି। ପୋଲିସ କହିଛି ଯେ, ଏପର୍ଯ୍ୟନ୍ତ .୩୧୫ ବୋରର ଗୋଟିଏ ରାଇଫଲ, ୧୨ ବୋରର ସାତ ରାଇଫଲ, ଗୋଟିଏ ରିଭଲଭର ଏବଂ ୩୭୩ କାର୍ଟ୍ରିଜ ସମେତ ନଅଟି ଅସ୍ତ୍ର ଜବତ କରାଯାଇଛି। ରବିବାର ଦିନ ପୋଲିସ କହିଛି ଯେ, ବେଆଇନ ଅସ୍ତ୍ରଶସ୍ତ୍ର ଜବତ ମାମଲାରେ ମଧ୍ୟ…
ସୀତାରାମ ଅଗ୍ରୱାଲ ବାଣପୁର : ରାଜ୍ୟ ସରକାର ବୈଷୟିକ ଶିକ୍ଷାକୁ ଗୁରୁତ୍ୱ ଦେଉଥିବା ଏବଂ ଆଜିର ଯୁବପିଢ଼ି ବୈଷୟିକ ଶିକ୍ଷାକୁ ପ୍ରାଧାନ୍ୟ ଦେଉଥିବା ବେଳେ ରାଜ୍ୟର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଓଜେସିଏଲ ଆନୁକୂଲ୍ୟରେ ପ୍ରତି ବ୍ଲକରେ ବୈଷୟିକ କମ୍ପୁଟର ଶିକ୍ଷା ସଚେତନତା ପରିଭ୍ରମଣ ରଥର ଶୁଭାରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ରବିବାର ପୂର୍ବାହ୍ନରେ ବାଣପୁର ଗାଲୁଆ ଛକ ଠାରେ ଥିବା କମ୍ପୁଟର ଷ୍ଟଡି ସେଣ୍ଟର ଆନୁକୂଲ୍ୟରେ ସଚେତନତା ରଥ ପହଂଚିବା ପରେ ତାହାକୁ ଅନୁଷ୍ଠାନିକ ଭାବରେ ଉଦଘାଟନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ଖୋର୍ଦ୍ଧା ଜିଲ୍ଲା ଉପସଭାପତି ଗୋପୀନାଥ ମହାରଣା ଏବଂ ସମ୍ନାନିତ ଅତିଥି ଭାବରେ ସମାଜ ସାମ୍ବାଦିକ ଅଶୋକ କୁମାର ଜେନା, ଜୋନ ଆମ୍ବୁଲାନ୍ସ ଆଜୀବନ ସଦସ୍ୟ ତଥା ସମାଜ ସେବୀ ଅନନ୍ତ ଚରଣ ଖଟେଇ ଯୋଗଦେଇ ରଥକୁ ଆନୁଷ୍ଠାନିକ ଭାବରେ ପତାକା ଦେଖାଇ ଉଦଘାଟନ କରିଥିଲେ। ଶିକ୍ଷାନୁଷ୍ଠାନର ସଂଯୋଜକ ପ୍ରଶାନ୍ତ କୁମାର ମହାପାତ୍ର, ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ…
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ମାର୍ଚ୍ଚ ୧୩ ତାରିଖରୁ ଆରମ୍ଭ ହୋଇଥିବା ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ-୨୦୨୩ ଆଜି ଉଦ୍ଯାପିତ ହୋଇଯାଇଛି। ଏହି ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀରେ ଭାରତର ବିଭିନ୍ନ ରାଜ୍ୟ ଯଥା ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଛତିଶଗଡ଼, ଗୁଜୁରାଟ, ଝାରଖଣ୍ଡ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡ଼ୁ, ତେଲେଙ୍ଗାନା, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ ସମେତ ଓଡ଼ିଶାରୁ ଜନଜାତି କଳାବସ୍ତୁ କାରିଗରମାନେ ସେମାନଙ୍କ ପାରମ୍ପରିକ କଳାବସ୍ତୁ ପ୍ରଦର୍ଶନ କରି ବିିକି୍ରବଟା କରିଥିଲେ। ଏହି ପ୍ରଦର୍ଶନୀ ସର୍ବଭାରତୀୟ ସ୍ତରର ଜନଜାତି ସମୂହଙ୍କର କଳାବସ୍ତୁକୁ କେବଳ ବିକ୍ରୟ କରିବା ପାଇଁ ଉଦ୍ଦିଷ୍ଟ ନଥିଲା ପରନ୍ତୁ ବିଭିନ୍ନ ଜନଜାତିଙ୍କ କଳାକୁଶଳତାକୁ ଚିହ୍ନିବା, ସେମାନଙ୍କୁ ଗୋଟିଏ ମଞ୍ଚରେ ଯୋଡ଼ିବା ତଥା କଳାକୌଶଳର ଭାବଗତ ଓ କୌଶଳଗତ ଜ୍ଞାନର ଆଦାନପ୍ରଦାନ କରିବା ମଧ୍ୟ ଅନ୍ୟତମ ପ୍ରମୁଖ ଉଦ୍ଦେଶ୍ୟ ଥିଲା। ଜନଜାତି କାରିଗରମାନେ ଗୋଟିଏ ମଞ୍ଚରେ ଏକତ୍ରିତ ହୋଇ ସେମାନଙ୍କ ଦ୍ୱାରା ପ୍ରସ୍ତୁତ କଳାବସ୍ତୁକୁ ବିକ୍ରୟ କରିବା ସହ…
କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ସବଡିଭିଜନର ନାକଟି୍ଦେଉଳ ବ୍ଲକ୍ର ବିଭିନ୍ନ ଗ୍ରାମ ଗଞେଇ ଚାଷ ପାଇଁ ବେଶ୍ ପରିଚିତ ଥିବା ବେଳେ ଅତୀତରେ ଏଇ ଚାଷ କରୁଥିବା ଚାଷୀ ତଥା ଚୋରା ବେପାରୀମାନଙ୍କୁ ପୋଲିସ୍ ତଥା ଅବକାରୀ ବିଭାଗ ଗିରଫ କରିଥିଲା। ବାରମ୍ବାର ଜନସଚେତନତା ସହ ଯେଉଁ ମାନେ ଏହି ଚାଷରେ ସଂପୃକ୍ତି ସେମାନଙ୍କୁ ଗିରଫ କରିବା ଫଳରେ ଗଞେଇ ଚାଷରୁ ଲୋକମାନେ ଅପସରି ଯାଇ ଥିବା ବେଳେ ପୁଣି ଏହି ବ୍ଲକ୍ର ଡଇଁଚା ପଂଚାୟତ ଗୋପାଳପୁର ଗ୍ରାମରେ ପ୍ରଥମ ଥର ପାଇଁ ଅଫିମ୍ ଚାଷ ହୋଇଥିବା ଜଣା ପଡିଛି। ଆଜି ଅବକାରୀ ବିଭାଗ , ପୋଲିସ୍ , ରାଜସ୍ୱ ତଥା ବନବିଭାଗ ମିଳିତ ଚଢଉ କରି ୧ କୋଟି ଟଙ୍କାର ଅଫିମ ଗଛ ନଷ୍ଟ କରାଯାଇଥିବା ବେଳେ ୨ ଜଣଙ୍କୁ ଅଟକ ରଖାଯାଇଥିବା ଜଣା ପଡିଛି। ଖବରରୁ ଜଣାପଡିଛି ଯେ, ନାକଟିଦେଉଳ ବ୍ଲକ୍ ଡଇଁଚା ପଂଚାୟତର ବଣପାହାଡ ଘେରା ଆଦିବାସୀ…
ଢାକା: ଆଜି ବାଂଲାଦେଶରେ ଏକ ଭୟଙ୍କର ବସ୍ ଦୁର୍ଘଟଣା ଘଟି ୧୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୦ ଜଣ ଆହତ ହୋଇଥିବା ଖବର ମିଳିଛି। କିଛି ଆହତଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଏଭଳି ପରିସ୍ଥିତିରେ ମୃତ୍ୟୁ ସଂଖ୍ୟା ବଢିବାବାର ସମ୍ଭାବନା ରହିଛି। ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବସର ଉଚ୍ଚ ଗତି ଏବଂ ଚକ ଫାଟିଯିବା କାରଣରୁ ଏହି ଦୁର୍ଘଟଣା ଘଟିଛି। ଉଚ୍ଚ ବେଗରେ ଥିବାରୁ ବସ୍ ନିୟନ୍ତ୍ରଣ ହରାଇ ଖାଲରେ ପଡ଼ିଯାଇଥିଲା। ଏହି ଦୁର୍ଘଟଣା ବାଂଲାଦେଶର ମଦାରିପୁର ଅଞ୍ଚଳରେ ଘଟିଛି। ପୋଲିସର ସୂଚନାନୁସାରେ, ଏମାଦ ଟ୍ରାନ୍ସପୋର୍ଟ ଦ୍ୱାରା ପରିଚାଳିତ ଢକା ଅଭିମୁଖେ ବସ୍ ସକାଳ ପ୍ରାୟ ୭.୩୦ ସମୟରେ ମଦାରିପୁରର ଏକ ଏକ୍ସପ୍ରେସୱେରେ ନିୟନ୍ତ୍ରଣ ବାହାରକୁ ଯାଇଥିଲା। ମଦାରିପୁର ପୋଲିସ ଅଧୀକ୍ଷକ ମହମ୍ମଦ ମାସୁଦ ଆଲାମ କହିଛନ୍ତି ଯେ, ଆହତମାନଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶନିବାର ଆରମ୍ଭ ହୋଇଛି ‘ସୋଆ ସ୍ପୋର୍ଟ୍ସ ମିଟ୍ -୨୦୨୩’। ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ଏହି ୪ ଦିନିଆ କ୍ରୀଡା କାର୍ଯ୍ୟକ୍ରମରେ ସୋଆ ବ୍ୟତୀତ ଓଡିଶା ମୋଟ୍ ୭ ଟି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଯୋଗ ଦେଇଛନ୍ତି। ଏଥିରେ ବାସ୍କେଟ୍ ବଲ୍ , ଟେନିସ୍ , ଭଲିବଲ, କ୍ରିକେଟ୍ ଓ ଇ- ସ୍ପୋର୍ଟ୍ସ ଏହି ୫ଟି ଖେଳକୁ ଉଭୟ ପୁରୁଷ ଓ ମହିଳା ବର୍ଗ ପାଇଁ ରଖାଯାଇଥିବା ବେଳେ ବିଜେତା ଟିମ୍ ପାଇଁ ପୁରସ୍କାର ରାଶିି ୩.୫ ଲକ୍ଷ ଟଙ୍କା ରଖାଯାଇଛି। ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ବିଜୟ କୁମାର ସାହୁ ଏବଂ ସୋଆ ର ପ୍ରୋ-ଭାଇସ୍ ଚାନ୍ସେଲର ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୂତି ଭୂଷଣ ପ୍ରଧାନ ଯୋଗ ଦେଇ ଖେଳାଳି ମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ କ୍ରୀଡା ର ମହତ୍ୱ ବିଷୟରେ କହିଥିଲେ। ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ଷାଠିଏ ବର୍ଷ ଅବସରରେ ହୀରକ ଜୟନ୍ତୀ ପାଳନ କରିବାକୁ ଯାଉଥିବା ବେଳେ ଦୀର୍ଘବର୍ଷ ଧରି ପୁରାତନ ଛାତ୍ରଛାତ୍ରୀ କମିଟି ଗଠନ ହୋଇପାରିନଥିଲା। ନୂତନ ଭାବେ ବିନାୟକ ହୋତା କଲେଜର ଅଧ୍ୟକ୍ଷ ପଦ ସମ୍ଭାଳିବା ପରେ ପୁରାତନ ଛାତ୍ରଛାତ୍ରୀ ମାନଙ୍କର କମିଟି ଗଠନ କରି ଗ୍ରାଣ୍ଡ ଆଲୁମନି ମିଟ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଅଣ୍ଟା ଭିଡ଼ିଛନ୍ତି। ଗତ କିଛଦିନ ପୂର୍ବେ ପୁରାତନ ଛାତ୍ର ସଂଘର କାର୍ଯ୍ୟକାରୀ କମିଟିର କର୍ମକର୍ତ୍ତା ଚୟନ ହୋଇଥିବା ବେଳେ ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନସିଂହ ଉକ୍ତ କମିଟିର ସଭାପତି ଭାବେ ମନୋନୀତ ହୋଇଥିଲେ। ତେବେ ଆଜି କଲେଜ ଅଧ୍ୟୟନ କକ୍ଷରେ ସଭାପତିଙ୍କ ଆବାହାନ କ୍ରମେ ପ୍ରଥମଥର କାର୍ଯ୍ୟକାରୀ କମିଟିର ବୈଠକ ଆହୁତ ହୋଇଥିଲା। ସଂଗଠନକୁ ରେଜିଷ୍ଟ୍ରେସନ କରିବା, ଉଚ୍ଚ ପଦ ପଦବୀରେ ଥିବା ପୁରାତନ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରିବା, ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କୁ ସଂଗଠନରେ ସାମିଲ…
ନୂଆଦିଲ୍ଲୀ: ଭାରତ ଗସ୍ତରେ ଥିବା ଅଷ୍ଟ୍ରେଲିଆ ଦଳ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚରେ ଟିମ୍ ଇଣ୍ଡିଆକୁ ୧୦ ୱିକେଟରେ ପରାସ୍ତ କରିଛି। ଏହି ମ୍ୟାଚ୍ ବିଶାଖାପାଟନମର ୱାଏସ ରାଜା ରେଡି ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ୍ରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୨୬ ଓଭରରେ ମାତ୍ର ୧୧୭ କରିପାରିଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ ମାତ୍ର ୧୧ ଓଭରରେ ଲକ୍ଷ୍ୟ ହାସଲ କରିଥିଲା। ଟିମ୍ ଇଣ୍ଡିଆ ପାଇଁ ଏହା କ୍ରମାଗତ ଚତୁର୍ଥ ବର୍ଷ ଥିଲା, ଯେତେବେଳେ ଦଳକୁ ୧୦ ୱିକେଟ୍ ରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ୨୦୨୨ ମସିହାରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍ର ସେମିଫାଇନାଲରେ ଇଂଲଣ୍ଡ ବିପକ୍ଷରେ ଭାରତୀୟ ଦଳ ପୂର୍ବରୁ ୧୦ ୱିକେଟ୍ ରେ ହାରିଥିଲା। ଏଥି ସହିତ ୨୦୨୧ ମସିହାରେ ଟି-୨୦ ବିଶ୍ୱକପ ଲିଗ୍ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ୧୦ ୱିକେଟ୍ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା ଏବଂ ୨୦୨୦ ରେ ଅଷ୍ଟ୍ରେଲିଆ ପ୍ରଥମ ଥର ପାଇଁ…
ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଏସ୍ ଏ ବୋବଡେ ଶନିବାର ଦିନ କହିଛନ୍ତି ଯେ, ମୁଖ୍ୟ ବିଚାରପତି ଭାବରେ କାର୍ଯ୍ୟ କରିବା ଏକ ବଡ ଦାୟିତ୍ଵ ଅଟେ। ସେ କହିଛନ୍ତି ଯେ, ‘ସୁପ୍ରିମକୋର୍ଟର ସିଜେଆଇ ହେବା ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵ ଅଟେ। କୋର୍ଟରେ ବହୁ ପ୍ରତିଯୋଗିତା ଅଛି। ସମସ୍ତେ ନିଜ ମାମଲାରେ ଜିତିବାକୁ ଚାହାଁନ୍ତି। ଇଣ୍ଡିଆ ଟୁଡେ କନକ୍ଲେଭରେ ଅଂଶଗ୍ରହଣ କରୁଥିବାବେଳେ ଜଷ୍ଟିସ ଏସ ଏ ବୋବଡେ ଖୋଲାଖୋଲି ଭାବେ ନିଜର ମତାମତ ରଖିଥିଲେ। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ରାଜନୀତିର ପ୍ରଭାବ ସମ୍ପର୍କରେ ସେ କହିଥିଲେ ଯେ, ରାଜନୀତି ଶବ୍ଦ କାହା ସହିତ ଜଡିତ ହୋଇପାରେ। ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ ସେ କହିଥିଲେ ଯେ, ‘ରାଫାଲ କ୍ଷେତ୍ରରେ ରାଜନୈତିକ କିଛି ନାହିଁ, ଏହା ଏକ ପ୍ରତିରକ୍ଷା ଚୁକ୍ତି’। ସ୍ୱାଧୀନତା ପୂର୍ବରୁ ଅଯୋଧ୍ୟା ପ୍ରସଙ୍ଗ ଚାଲିଥିଲା। ଏହା ମଧ୍ୟରୁ କୌଣସିଟି ରାଜନୈତିକ ନଥିଲା, କେବଳ ସତ୍ୟତା ଥିଲା ଯେ, ରାଜନେତାମାନେ…
ଭୁବନେଶ୍ବର: ଟାଟା ପାୱାର ବିରୋଧରେ ଆସନ୍ତାକାଲି ଭୁବନେଶ୍ବରରେ ଗର୍ଜନ କରିବ ନବ ନିର୍ମାଣ କୃଷକ ସଂଗଠନ। ସୋମବାର ସକାଳ 11 ଟାରେ ଏକ ବିଶାଳ ଶୋଭାଯାତ୍ରା ବାହାରି ପିଏମଜି ଛକ ଆଡିକୁ ଯିବ। ସେଠାରେ ବିକ୍ଷୋଭକାରୀ ବିଧାନସଭା ଘେରାଉ କରିବେ। ଏ ନେଇ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। ମୁଖ୍ୟତଃ ଟାଟା ପାୱାର ରାଜ୍ୟର ଶକ୍ତି ବିତରଣ ହାତକୁ ନେବା ପରେ କୃଷକ ତଥା ବିଦ୍ୟୁତ ଗ୍ରାହକଙ୍କୁ ହଇରାଣ କରିବାରେ ଲାଗିଛି। ସେଥିପାଇଁ ଟାଟା ପାୱାର ଫେରିଯିବା ନେଇ ଆନ୍ଦୋଳନ କରାଯିବ। ସେହିପରି ସଂଗଠନର ପୂର୍ବ ଦାବୀ କୃଷକଙ୍କୁ ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବୀ ମଧ୍ୟ ରହିବ। ନିକଟରେ ଡ୍ରାଇଭର ସଂଘ ବିଧାନସଭା ଘେରାଉ କରି ପୋଲିସକୁ ଲହୁଲୁହାଣ କରିଦେଇଥିଲେ। ତାହାକୁ ନଜରରେ ରଖି ବର୍ତ୍ତମାନ କୃଷକ ସଂଗଠନ ପାଇଁ ପୋଲିସ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ଭୁବନେଶ୍ବର: ବିଜୁ ଜନତା ଦଳର ପୁଣି ଏକ ବିଜୟ ଘଟିଛି। ଏଥର ଦଳ ସମସ୍ତ ସମବାୟ ସଂସ୍ଥାର ଅଧ୍ୟକ୍ଷ ପଦ ହାତେଇ ନେଇଛି। ନିକଟରେ ଅନୁଷ୍ଠିତ ସମବାୟ ନିର୍ବାଚନରେ ଦଳ ଏହି ସଫଳତା ହାସଲ କରିପାରିଛି। ଜାଣନ୍ତୁ କେଉଁ ସମବାୟ ସଂସ୍ଥାର କିଏ ସେ ହେଲା ଅଧ୍ୟକ୍ଷ.. ତେବେ ଏ ନେଇ ଖୁସି ପ୍ରକଟ କରିଛନ୍ତି ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ। ସେ କହିଛନ୍ତି ଯେ, ଆମ ସରକାର ସମବାୟ ସଂସ୍ଥାକୁ ସଶକ୍ତ କରିବାକୁ ସବୁବେଳେ ଉଦ୍ୟମ ଜାରୀ ରଖିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଜନ ଅନୁସାରେ ଏହି ସଂସ୍ଥାଗୁଡିକର ବେଶ ଉନ୍ନତି ହେବ।
ଭୁବନେଶ୍ବର: ଖୁବ ଶିଘ୍ର ଆଇଏଏସ ସ୍ତରରେ ହେବ ବଡ ଧରଣର ଅଦଳବଦଳ। ସେ ନେଇ ସାଧାରଣ ପ୍ରଶାସନ ତରଫରୁ ଚାଲିଛି ବଡ ପ୍ରସ୍ତୁତି। ଓଡିଶାର ନୂଆ ମୁଖ୍ୟ ଶାସନ ସଚିବ ଭାବେ ପ୍ରଦୀପ ଜେନା ଦାୟିତ୍ବ ନେବା ପରେ ସେ ଏହି ପରିବର୍ତ୍ତନ କରିବେ। ସୁତ୍ର ଅନୁସାରେ ପ୍ରଥମେ ସେ ସଚିବାଳୟର ବରିଷ୍ଠ ଅଧିକାରୀଙ୍କ ବିଭାଗ ଅଦଳ ବଦଳ କରିବେ। ଏଥିରେ ବିଭିନ୍ନ ବିଭାଗର ନିର୍ଦ୍ଦେଶକଠାରୁ ଆରମ୍ଭ କରି ପ୍ରମୁଖ ଶାସନ ସଚିବଙ୍କ ପର୍ଯ୍ୟନ୍ତ ଏହି ବଦଳ କରାଯିବ। ଏହାପରେ ଜିଲ୍ଲା ସ୍ତରରେ ମଧ୍ୟ ବଡ ଅଦଳବଦଳ କରାଯିବ। ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ବିରୋଧରେ ଅଭିଯୋଗ ଆସିବାରେ ଲାଗିଛି। ସେଥିପାଇଁ ସେ ଅପାରଗ ଜିଲ୍ଲାପାଳଙ୍କୁ ବଦଳି କରିବେ ବୋଲି ଜଣାପଡିଛି। ବର୍ତ୍ତମାନ ସାଧାରଣ ପ୍ରଶାସନ ବିଭାଗ ତରଫରୁ ଏହି ପ୍ରସ୍ତୁତି କରାଯାଉଛି। ଖୁବ ଶିଘ୍ର ଏହି ଅଦଳବଦଳର ଘୋଷଣା କରାଯିବ।
ସ୍ୱାସ୍ଥ୍ୟ ଟିପ୍ସ: ଆଜିର ସମୟରେ ପ୍ରାୟ ୧୦ଜଣଙ୍କ ଭିତରେ ତିନିଜଣ ମୋଟାପଣର ଶିକାର ହେଉଛନ୍ତି। ଏହି ମୋଟାପଣରୁ ମୁକ୍ତ ପାଇବା ଜିମ୍ର ସାହାରା ନେଉଛନ୍ତି। ଏହା ସହିତ କଠିନ୍ ଡାଏଟ୍, ମେଡିସିନ୍ ଇତ୍ୟାଦିର ମଧ୍ୟ ସାହାଯ୍ୟ ନେବାକୁ ପଡିଛି। ତେବେ ଏହି ମୋଟାପାରୁ ମୁକ୍ତି ପାଇଁ ଓ୍ବାର୍କ ଆଉଟ୍ କରିବା ସହିତ ହେଲ୍ଦୀ ଡାଏଟ୍ ବହୁତ ଜରୁରୀ। ଏପରି କିଛି ଫଳ ରହିଛି, ଯାହା ବହୁତ ଶୀଘ୍ର ଓଜନ କମ କରିବାରେ ସାହାଯ୍ୟ କରିଥାଏ। ସେହି ଫଳଗୁଡ଼ିକ ମଧ୍ୟରେ ରହିଛି– ତରଭୁଜ– ତରଭୁଜ କମ୍ କ୍ୟାଲୋରୀ ହେବା ସହିତ ଏଥିରେ ଅଧିକମାତ୍ରାରେ ଫାଇବର, ପୋଟାସିୟମ୍, ଆଇରନ୍ ଓ ଭିଟାମିନ୍ – ଏ, ସି ଓ ବି ପ୍ରଚୁର ପରିମାଣରେ ରହିଥାଏ। ଏହି ଶରୀରରୁ ବିଷାକ୍ତ ତତ୍ତ୍ବକୁ ବାହାରକୁ କାଢିବାରେ ବହୁତ ସାହାଯ୍ୟ କରିଥାଏ। ଏହା ସହିତ ତରଭୁଜ୍ରେ ପ୍ରଚୁର ପରିମାଣରେ ପାଣି ଥାଏ। ଯାହା ଶରୀରରେ ପାଣିର ଅଭାବକୁ ପୂରଣ କରିବା…

