ନୂଆଦିଲ୍ଲୀ: ରଙ୍ଗ ଓ ଉଲ୍ଲାସର ପର୍ବ ହୋଲି। ଗୁରୁବାର କେତେକ ସ୍ଥାନରେ ହୋଲି ଉତ୍ସବ ପାଳନ କରାଯାଉଥିବା ବେଳେ ଶୁକ୍ରବାର ସାରା ଦେଶର ଏହି ହୋଲି ପର୍ବକୁ ଆନନ୍ଦର ସହିତ ପାଳନ କରାଯିବ। ରଙ୍ଗ ଓ ଭାଇଚାରାର ଏହି ପର୍ବକୁ ପାଳନ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଟୁଇଟ୍ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରଙ୍ଗ ଓ ଉଲ୍ଲାସର ପର୍ବ ହୋଲି ଉପଲକ୍ଷେ ଦେଶ ତଥା ବିଦେଶରେ ଥିବା ସମସ୍ତ ଭାରତୀୟକୁ ଶୁଭ ଅଭିନନ୍ଦନ ଜଣାଇବା ସହ ଏହି ପର୍ବ ସମସ୍ତଙ୍କ ଜୀବନରେ ଶୁଖ, ଶାନ୍ତି ଓ ସମୃଦ୍ଧି ଭରିଦେଉ ବୋଲି ଟୁଇଟ୍ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସେହିପରି ପ୍ରଧାନମନ୍ତ୍ରୀ ହୋଲିର ଶୁଭ ମୂହୁର୍ତ୍ତରେ ଦେଶର ଭାଇ ଓ ଭଉଣୀ ମାନଙ୍କୁ ହିନ୍ଦୀ ଭାଷାରେ ଶୁଭକାମନା ଜଣାଇ ଟ୍ବିଟ୍ କରିଛନ୍ତି।
Author: Samikhsya Bureau
ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ଅପେକ୍ଷା ଶୀଘ୍ର ଶେଷ ହୋଇପାରେ। ଅନେକ ଗଣମାଧ୍ୟମ ରିପୋର୍ଟରେ ଏହା ଦାବି କରାଯାଇଛି ଯେ, ସପ୍ତମ ବେତନ ଆୟୋଗ ଅଧୀନରେ ସରକାର DA ଏବଂ DR ବୃଦ୍ଧି କରିପାରନ୍ତି। DA ଏବଂ DR ଉପରେ ଏହି ନିଷ୍ପତ୍ତି ମାର୍ଚ୍ଚ ୮ ତାରିଖ ଅର୍ଥାତ୍ ହୋଲି ପରେ ଆସିପାରେ। ତେବେ ଏପର୍ଯ୍ୟନ୍ତ କୌଣସି ସରକାରୀ ତାରିଖ ପ୍ରକାଶ କରାଯାଇ ନାହିଁ। ଏଭଳି ପରିସ୍ଥିତିରେ ଲକ୍ଷ ଲକ୍ଷ କର୍ମଚାରୀ ସରକାରୀ ଘୋଷଣାକୁ ଅପେକ୍ଷା କରିରହିଛନ୍ତି। ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ, କେନ୍ଦ୍ର ସରକାର ଡିଏକୁ 4 ପ୍ରତିଶତ ବୃଦ୍ଧି କରିପାରନ୍ତି। ଯଦି ଏହି ବୃଦ୍ଧି ଘଟେ, ତେବେ DA ଏବଂ DR ୪୨ ପ୍ରତିଶତକୁ ବୃଦ୍ଧି ପାଇବ। ଏହାର ଅର୍ଥ କର୍ମଚାରୀଙ୍କ ଦରମା ମଧ୍ୟ ବୃଦ୍ଧି ପାଇବ। ବର୍ତ୍ତମାନ ମହଙ୍ଗା ଭତ୍ତା ୩୮ ପ୍ରତିଶତ ଅଟେ। ମହଙ୍ଗା ଭତ୍ତାର ଶେଷ ବୃଦ୍ଧି ଅର୍ଥାତ୍ କର୍ମଚାରୀଙ୍କ ପାଇଁ ଡିଏ ଏବଂ ପେନସନଭୋଗୀଙ୍କ…
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଇନ୍ଦୋର ଟେଷ୍ଟରେ ନଅ ୱିକେଟ୍ ପରାଜୟର ଶିକାର ହେବା ପରେ ଭାରତୀୟ ଦଳ ମାର୍ଚ୍ଚ ୯ ତାରିଖରେ ଅହମ୍ମଦାବାଦରେ ଚତୁର୍ଥ ଟେଷ୍ଟ ତଥା ଅନ୍ତିମ ଟେଷ୍ଟ ଖେଳିବ। ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟି) ଫାଇନାଲରେ ପ୍ରବେଶ କରିବାକୁ ହେଲେ ଏହି ମ୍ୟାଚ ଭାରତୀୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ। ଇନ୍ଦୋରରେ ବିଜୟ ସହିତ ଅଷ୍ଟ୍ରେଲିଆ ଡବ୍ଲୁଟିସି ଫାଇନାଲକୁ ଟିକେଟ୍ ନିଶ୍ଚିତ କରିଛି, ଯେଉଁଠାରେ ଏହା ଭାରତ କିମ୍ବା ଶ୍ରୀଲଙ୍କାର ବିରୋଧରେ ଖେଳିବ। ଯଦି ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ପରାସ୍ତ କରେ, ତେବେ ଦଳ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବ। ଯଦି ଏହି ମ୍ୟାଚରେ ଭାରତ ପରାଜିତ ହୁଏ କିମ୍ବା ମ୍ୟାଚ୍ ଡ୍ର କିମ୍ବା ଅମୀମାଂସିତ ହୁଏ, ତେବେ ଅନ୍ତିମ ଟିକେଟ୍ ପାଇଁ ଶ୍ରୀଲଙ୍କା ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଖେଳାଯିବାକୁ ଥିବା ଦୁଇଟି ଟେଷ୍ଟ ମ୍ୟାଚର ଫଳାଫଳକୁ ଅପେକ୍ଷା କରିବାକୁ ପଡିବ। ଗତ…
ଡକ୍ଟର ଫକୀର ମୋହନ ନାହାକ ଉତ୍କଳୀୟ ଭୂଖଣ୍ଡରେ ବସନ୍ତର ବିଭା ହିଁ ବିଚିତ୍ର। ଆମ ଜନଜୀବନ ସହିତ ସହସ୍ର ବର୍ଷରୁ ସଂଯୁକ୍ତ ହୋଇ ରହିଛି ଏହି ବସନ୍ତ ଉତ୍ସବ। ଉତ୍କଳର ମଉଡ଼ମଣି ସ୍ୱୟଂ ଶ୍ରୀଜଗନ୍ନାଥ ଖେଳନ୍ତି ହୋଲି। ଦୋଳବେଦୀରେ ଦୋଳଗୋବିନ୍ଦ ରୂପରେ ଦର୍ଶନ ଦେଇ ଦୀନ ଦୁଃଖୀ ଦରିଦ୍ରଙ୍କ ଦୂରକରନ୍ତି ଦୁଃଖ। ସେହି ଦୋଳଗୋବିନ୍ଦଙ୍କ ଦର୍ଶନରେ ଜନ୍ମମୃତ୍ୟୁର ଚିରଘୂର୍ଣ୍ଣାୟମାନ ଚକ୍ରରୁ ମୁକ୍ତିମିଳେ ବୋଲି ଶାସ୍ତ୍ର କହେ। ଦୋଳେ ଚ ଦୋଳଗୋବିନ୍ଦଂ ଚାପେ ଚ ମଧୁସୂଦନମ୍, ରଥେତୁ ବାମନଂ ଦୃଷ୍ଟ୍ୱା ପୁନର୍ଜନ୍ମଂ ନବିଦ୍ୟତେ ।। ଦୋଳରେ ଦୋଳଗୋବିନ୍ଦ, ଚାପରେ ମଧୁସୂଦନ, ରଥରେ ବାମନରୂପୀ ତ୍ରିବିକ୍ରମଙ୍କ ଦର୍ଶନ କଲେ ପୁନର୍ଜନ୍ମରୁ ମୁକ୍ତି ମିଳିଥାଏ । ଏହି ବିଶ୍ୱାସ ଟିକକ ନେଇ କାଳ କାଳରୁ ରାଧାଗୋବିନ୍ଦଙ୍କୁ ନେଇ ଦୋଳବିମାନରେ ନଗର ପରିକ୍ରମା କରାଉଛି ଉତ୍କଳୀୟ ଜୀବନ । ଆଜି ବି ଓଡ଼ିଶାର ପଲ୍ଲୀ ଜୀବନରେ ପ୍ରଚଳିତ ଲୋକଗୀତରେ କୁଆଁରୀ ଓ ଯୁବତୀମାନେ କହନ୍ତି, ଆଦ୍ୟମାର୍ଗଶିର ଶିଶିର…
ମେଷ- ବ୍ୟବସାୟ ଯୋଜନା ସଫଳ ହେବ । ଆପଣ ପରୀକ୍ଷା ଏବଂ ସାକ୍ଷାତକାର ଇତ୍ୟାଦିରେ ସଫଳତା ପାଇବେ । ଏକ ଛୋଟ ଯାତ୍ରା ହୋଇପାରେ । ତତ୍ପରତା ନାହିଁ । ସ୍ୱାସ୍ଥ୍ୟ ଏବଂ ପ୍ରତିଷ୍ଠା ପ୍ରତି ସଚେତନ ରୁହନ୍ତୁ । ଏକ ପୁରୁଣା ବନ୍ଧୁଙ୍କୁ ଭେଟିବେ । ମନ ଅଶାନ୍ତ ହେବ । ଇଶ୍ବରଙ୍କଠାରେ ଧ୍ୟାନ କର । ଆଜି ଆପଣ ଆର୍ଥିକ ପ୍ରସଙ୍ଗରେ ସତର୍କ ହେବା ଆବଶ୍ୟକ । ପିଲାଙ୍କ ଦାୟିତ୍ବ ପୂରଣ ହେବ । ସମ୍ପର୍କ ତୀବ୍ର ହେବ । କାରବାର ଏବଂ ସଞ୍ଚୟ ପ୍ରସଙ୍ଗରେ ଗମ୍ଭୀର ହେବାକୁ ପଡିବ । ବୃଷ- ଅର୍ଥନୈତିକ ସମସ୍ୟାର ସମାଧାନ ହୋଇପାରିବ, କିନ୍ତୁ ଭାବନାକୁ ନିୟନ୍ତ୍ରଣ କରାଯିବା ଆବଶ୍ୟକ । ଶିକ୍ଷା ପ୍ରତିଯୋଗିତା କ୍ଷେତ୍ରରେ ସହଯୋଗ ମିଳିପାରିବ । ବିବାହିତ ଜୀବନରେ, ସ୍ନେହ ଦେଖାଇବାର ନିଜସ୍ୱ ଗୁରୁତ୍ୱ ରହିଛି ଏବଂ ଆପଣ ଆଜି ଏହି ଜିନିଷ ଅନୁଭବ କରିବେ। ଗାଡି ଚଳାଇବା ସମୟରେ ଆପଣ…
ନୂଆଦିଲ୍ଲୀ: ଅଭିବୃଦ୍ଧି ସୁଯୋଗ ସୃଷ୍ଟି ପାଇଁ ଆର୍ଥିକ ସେବା କ୍ଷେତ୍ରରେ ଦକ୍ଷତା ବୃଦ୍ଧି ଉପରେ ଏକ ବଜେଟ ପରବର୍ତ୍ତୀ ୱେବିନାର ଏଠାରେ ଅନୁଷ୍ଠିତ ହୋଇଯାଇଛି। ବଜେଟ୍ ପରବର୍ତ୍ତୀ ୧୨ଟି ୱେବିନାର ଶୃଙ୍ଖଳାରେ ଏହା ଦଶମ। ଭାରତ ସରକାରଙ୍କ ଦ୍ୱାରା ଆୟୋଜିତ ଏହି ୱେବିନାରରେ ୨୦୨୩ ବଜେଟ୍ର କାର୍ଯ୍ୟକାରିତା ସମ୍ପର୍କରେ ସମ୍ପୃକ୍ତ ସମସ୍ତ ପକ୍ଷଙ୍କ ମତାମତ ଓ ପ୍ରସ୍ତାବ ଲୋଡାଯାଇଛି। ଏଥିରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏଭଳି ବଜେଟ୍ ପରବର୍ତ୍ତୀ ୱେବିନାର ମାଧ୍ୟମରେ ସରକାର ବଜେଟ୍ର କାର୍ଯ୍ୟକାରିତା କ୍ଷେତ୍ରରେ ମିଳିତ ମାଲିକାନ ଏବଂ ସମାନ ଅଂଶୀଦାରୀ ପାଇଁ ପଥ ଉନ୍ମୁକ୍ତ କରିଛନ୍ତି। ୱେବିନାରରେ ଉପସ୍ଥାପିତ ମତାମତ, ପ୍ରସ୍ତାବକୁ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି ଏବଂ ବଜେଟ୍ର କାର୍ଯ୍ୟକାରିତାରେ ତାହାକୁ ବିଚାରକୁ ନିଆଯାଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କରୋନା ମହାମାରୀର ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ କିପରି ପଡିଛି ଏବଂ ଭାରତ ଏହାର କିଭଳି ମୁକାବିଲା କରୁଛି, ସମଗ୍ର…
ଭୁବନେଶ୍ଵର: କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶାର ଦୁଇଟି କୋଇଲା ଖଣି ନିଲାମ କରାଯାଇଛି। ଗତ ମାସ ୨୭ ତାରିଖ ଠାରୁ ଆରମ୍ଭ ହୋଇଥିବା ଇ-ନିଲାମୀର ଅଷ୍ଟମ ଦିନରେ ଏହି ଖଣି ଦୁଇଟି ନିଲାମ ହୋଇଛି। ଏଥିମଧ୍ୟରୁ ଗୋଟିଏ ସିଏମଏସପି କୋଇଲା ଖଣି ହୋଇଥିବା ବେଳେ ଆଉ ଗୋଟିଏ ଏମଏମଡିଆର କୋଇଲା ଖଣି। ୫୦୦ ନିୟୁତ ଟନ୍ ଖଣିଜ ସମ୍ପଦ ଗଚ୍ଛିତ ଥିବା ସାକ୍ଷୀଗୋପାଳ ବି କାଙ୍କିଲି କୋଇଲା ଖଣିକୁ ରୁଙ୍ଗଟା ସନ୍ସ ପ୍ରାଇଭେଟ୍ ଲିମିଟେଡ ନିଲାମ ନେଇଛି। ଏହାବ୍ୟତୀତ ଗୁଜରାଟ ମିନେରାଲ ଡେଭଲପମେଣ୍ଟ କର୍ପୋରେସନ ଲିମିଟେଡ ୧,୧୫୨.୧୧ ନିୟୁତ ଟନ ଖଣିଜ ସମ୍ପଦ ଗଚ୍ଛିତ ଥିବା ବୈତରଣୀ ୱେଷ୍ଟ* ଖଣିରୁ ଉତ୍ତୋଳନ ଅଧିକାର ହାସଲ କରିଛି। ଦୁଇଟି ଖଣିରେ ମୋଟ ୧୬୫୨ ନିୟୁତ ଟନ୍ କୋଇଲା ଗଚ୍ଛିତ ଥିବା ବେଳେ ବୈତରଟୀ ୱେଷ୍ଟ ଖଣିର ବାର୍ଷିକ ଉତ୍ତୋଳନ କ୍ଷମତା ୧୫ ନିୟୁତ ଟନ୍। ଏହି ଦୁଇଟି କୋଇଲା କାର୍ଯ୍ୟକ୍ଷମ ହେଲେ ୨,୨୫୦…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଶୁକ୍ରବାର ଅପରାହ୍ନରେ ବାଲୁଗାଁ ଏସଡିପିଓ ଓପିଏସ ମାନସ ରଞ୍ଜନ ବାରିକଙ୍କ ବଦଳି ନିର୍ଦ୍ଦେଶନାମା ଜାରି ହୋଇଛି। ତାଳଚେର ଏସଡ଼ିପିଓ ଭାବେ ତାଙ୍କର ବଦଳି ହୋଇଛି। ହେଲେ ଏ କଥାକୁ ବାଣପୁର-ବାଲୁଗାଁବାସୀ ସହଜରେ ଗ୍ରହଣ କରିପାରୁନାହାନ୍ତି। ଏହି ଖବର ସମଗ୍ର ବାଣପୁର-ବାଲୁଗାଁରେ ବ୍ୟାପିବା ମାତ୍ରେ ସବୁ ମହଲରୁ ଏହାକୁ ବିରୋଧ ହେବା ଆରମ୍ଭ ହୋଇଛି। ଶ୍ରୀ ବାରିକ ଜଣେ ସଚ୍ଚୋଟ, କର୍ତ୍ତବ୍ୟପରାୟଣ, ପରୋପକାରି ଏବଂ ଭଦ୍ର ଅଧିକାରୀ ବୋଲି କହିବା ସହ ତାଙ୍କର ବଦଳି ଖବରକୁ ସ୍ଥାନୀୟ ଲୋକେ ବିରୋଧ କରିବା ଆରମ୍ଭ କରିଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଓପିଏସ ମାନସ ରଞ୍ଜନ ବାରିକ ଜାନୁଆରୀ ୧ ତାରିଖ ୨୦୨୧ରେ ବାଲୁଗାଁ ଏସଡ଼ିପିଓ ଭାବେ ଦାଇତ୍ୱ ନେବା ପରଠାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୨ ବର୍ଷ ହେଲା ନିରବଛିନ୍ନ ଭାବେ ଜନସାଧାରଣଙ୍କ ସେବା କରି ଆସୁଛନ୍ତି। ଖୁବ କମ ଛୁଟି ନେଉଥିବା ଏହି ଅଧିକାରୀ ସଦାବେଳେ ଦିନ…
ଭୁବନେଶ୍ଵର: ଆଜି ରେଳ ଅଡିଟୋରିୟମ ଠାରେ ପୂର୍ବତଟ ରେଳପଥ ଏବଂ ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ) ର ମିଳିତ ସହଯୋଗରେ ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୩ ପାଳନ କରାଯାଇଥିଲା। ଏହି ଅବସରରେ ଯୋଗଦାନ କରି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ରେଳବାଇ ମହିଳାମାନଙ୍କୁ ସେମାନଙ୍କର କର୍ତ୍ତବ୍ୟ ପାଳନ କରିବା ସମୟରେ ଆନ୍ତରିକତା ଏବଂ ନିଷ୍ଠା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ମହାପ୍ରବନ୍ଧକ ଏହି ଅବସରରେ ଦକ୍ଷ ମହିଳା କର୍ମଚାରୀଙ୍କୁ ମଧ୍ୟ ପ୍ରଶଂସା କରିଥିଲେ ଯେଉଁମାନେ କେବଳ ରେଳବାଇ ନୁହେଁ ଦେଶ ପାଇଁ ମଧ୍ୟ ଗୌରବ ଆଣିପାରିଛନ୍ତି। ଶ୍ରୀ ଶର୍ମା ଆହୁରି କହିଛନ୍ତି ଯେ, ଆମର ମୂଲ୍ୟବାନ ଯାତ୍ରୀମାନଙ୍କ ସୁରକ୍ଷା ଏବଂ ନିରାପତ୍ତା ପାଇଁ କଠିନ ପରିଶ୍ରମ କରୁଥିବା ଆମର ମହିଳା ଲୋକୋ ପାଇଲଟ, ଆସିଷ୍ଟାଣ୍ଟ ଲୋକୋ ପାଇଲଟ, ଗାର୍ଡ, ଟ୍ରାକମ୍ୟାନ୍ ଙ୍କ ସହିତ ସାଙ୍କେତିକ ଓ ଦୂରସଂଚାର ମହିଳା କର୍ମଚାରୀ, ସ୍ୱାସ୍ଥ୍ୟ କ୍ଷେତ୍ରରେ କର୍ତବ୍ୟରତ ମହିଳ କର୍ମଚାରୀ ଓ…
ନୂଆଦିଲ୍ଲୀ: ଆଜି ସନ୍ଧ୍ୟାରେ ବାଂଲାଦେଶର ରାଜଧାନୀ ଢାକାରେ ହୋଇଥିବା ବିସ୍ଫୋରଣରେ ଅତି କମରେ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ ରୁ ଅଧିକ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଏହି ବିସ୍ଫୋରଣ ଢାକାର ଗୁଲିସ୍ତାନ ଅଞ୍ଚଳରେ ଥିବା ଏକ ବହୁ ମହଲା କୋଠରୀରେ ଘଟିଥିଲା। ଏହି ବିସ୍ଫୋରଣ ହେତୁ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି। ବର୍ତ୍ତମାନ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ମଙ୍ଗଳବାର ଅପରାହ୍ନ ୪ ଟା ସମୟରେ ଏହି ବିସ୍ଫୋରଣ ଘଟିଛି। ବିସ୍ଫୋରଣ ପରେ ପାଞ୍ଚଟି ଦମକଳ ଗାଡିକୁ ନିୟୋଜିତ କରାଯାଇଛି। ପୋଲିସର ସୂଚନାନୁସାରେ ଆହତମାନଙ୍କୁ ଢାକା ମେଡିକାଲ କଲେଜକୁ ନିଆଯାଇଛି। କୁହାଯାଉଛି ଯେ, ବିଲ୍ଡିଂରେ ବିସ୍ଫୋରଣ ହେତୁ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ବସ୍ ମଧ୍ୟ ନଷ୍ଟ…
ନୂଆଦିଲ୍ଲୀ: ଚାକିରି ବଦଳରେ ଜମି ଦୁର୍ନୀତି ମାମଲାର ତଦନ୍ତ ସଂପର୍କରେ ଆଜି ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ସିବିଆଇ ଜେରା କରିଛି। ଅଧିକାରୀଙ୍କ କହିବାନୁସାରେ, ଇଣ୍ଡିଆ ଗେଟ୍ ନିକଟ ପାଣ୍ଡାରା ପାର୍କରେ ଲାଲୁ ପ୍ରସାଦଙ୍କ ଝିଅ ମିସା ଭାରତୀଙ୍କ ବାସଭବନରେ ସକାଳ ପ୍ରାୟ ୧୦.୪୦ ସମୟରେ ସିବିଆଇ ଅଧିକାରୀଙ୍କ ଟିମ୍ ଦୁଇଟି କାରରେ ପହଞ୍ଚିଥିଲେ। ଅନୁସନ୍ଧାନକାରୀ ସଂସ୍ଥାର ଦଳ ଅପରାହ୍ନ ପ୍ରାୟ ୧୨.୫୫ ରେ ମଧ୍ୟାହ୍ନ ଭୋଜନ କରିବାକୁ ଯାଇଥିଲେ। ଅପରାହ୍ନ ପ୍ରାୟ ୨.୧୫ ଟାରେ ପୁଣି ଜେରା ଆରମ୍ଭ ହୋଇଥିଲା। ଏହି ମାମଲାରେ ସୋମବାର ଦିନ ଲାଲୁ ଯାଦବଙ୍କ ପତ୍ନୀ ତଥା ପୂର୍ବତନ ସିଏମ ରାବ୍ରି ଦେବୀଙ୍କୁ ମଧ୍ୟ ସିବିଆଇ ଜେରା କରିଥିଲା। ରାବ୍ରି ଦେବୀଙ୍କୁ ତାଙ୍କ ପାଟନା ବାସଭବନରେ ପ୍ରାୟ ପାଞ୍ଚ ଘଣ୍ଟା ଜେରା କରାଯାଇଥିଲା। ଅଧିକାରୀମାନେ କହିଛନ୍ତି ଯେ, ଜେରା ବେଳେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ କିଡନୀ ପ୍ରତିରୋପଣ ପରେ ସେ ରହୁଥିବା ଏକ କୋଠରୀରେ…
ସୀତାରାମ ଅଗ୍ରୱାଲ ବାଣପୁର: ସମଗ୍ର ଓଡ଼ିଶାର ପୁରପଲ୍ଲୀରେ ଦୋଳପୂର୍ଣ୍ଣମୀ, ହୋଲି ମହା ଆଡ଼ମ୍ବରରେ ପାଳିତ ହେଉଥିବାବେଳେ ଭଗବତୀ ପୀଠ ବାଣପୁରରେ ନିଆରା ଢଙ୍ଗରେ ପାଳିତ ହୁଏ ଦୋଳପର୍ବ।ଶ୍ରୀକ୍ଷେତ୍ର ଓ ଗଡ଼ଜାତ ମାନଙ୍କରେ ଶ୍ରୀ ଜଗନ୍ନାଥଙ୍କ ପ୍ରତୀକ ଦୋଳଗୋବିନ୍ଦ ଏହି ଯାତ୍ରାର ପୁରଧା ଭାବରେ ଚାଚେରୀ ଖିଆ ଓ ଅବିର ସହିତ ଦୋଳି ଖେଳରେ ଅଂଶଗ୍ରହଣ କରୁଥିବାବେଳେ ଏଠାରେ ମା’ ଭଗବତୀଙ୍କ ଚଳନ୍ତି ପ୍ରତିମା କାଠି ଠାକୁରାଣୀ ଫାଲଗୁନ ଶୁକ୍ଳ ଏକାଦଶୀଠାରୁ ଚୈତ୍ର କୃଷ୍ଣ ପ୍ରତିପଦା ପର୍ଯ୍ୟନ୍ତ ୬ ଦିନ ଧରି ବାଣପୁରର ଅଚ୍ୟୁତରାଜପୁର, ଶ୍ରୀନିବାସପୁର, ତୁଳସୀ ଦେଇପୁର ପରି ବ୍ରାହ୍ମଣ ଶାସନ, କଠିନାହାକ ସେବାୟତ ଓ ଶେଷରେ ବାପଘର ଭାବେ ପରିଚିତ ପରିଛା ସାଆନ୍ତଙ୍କ ଦୁଆରେ ଉଭାହୋଇ ଶୁଧପୁତ ଭାବରେ ପ୍ରସ୍ତୁତ ଶଙ୍କୁଡ଼ି, ନିଶଙ୍କୁଡି ନୈବେଦ୍ୟ ଲାଗି ହୋଇ ପ୍ରାଚୀନ କାଳରୁ ପ୍ରଚଳିତ ବାପ ଘର ସ୍ନେହସୋହାଗର ପୁନେଇ ଖିଆ ପରମ୍ପରାର ପ୍ରତୀକ ତୋରାଣି ପିଇ ଭାରଥୁର ଧରି ମନ୍ଦିର ପ୍ରତ୍ୟାଗମନ…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଆଜି କାଳଷଣ୍ଢପୁର ଛକରୁ ୧୩୫ କିଲୋ ଗଞ୍ଜେଇ ଜବତ କରାଯାଇଛି। ଏବଂ କାର ସହିତ ଦୁଇ ଚାଲାଣକାରୀଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ରାଜ୍ୟ ଅବକାରୀ ବିଭାଗ କମିଶନର ଓ ବ୍ରହ୍ମପୁର ଅବକାରୀ ଉପାୟୁକ୍ତଙ୍କ ନିର୍ଦ୍ଦେଶକ୍ରମେ କାଳଷଣ୍ଢପୁର ଛକରେ ସନ୍ଦେହ କରି ଏକ କାର୍ କୁ ଅଟକାଇ ଯାଞ୍ଚ କରିଥିଲେ। ଉକ୍ତ କାର୍ ରେ ମହଜୁଦ ୧୩୫ କିଲୋ ଗଞ୍ଜେଇ ଜବତ କରିବା ସହ କାର୍ ରେ ବସିଥିବା ଉକ୍ତ ଦୁଇ ଯୁବକକୁ କାବୁ କରି ଜେରା କରିଥିଲେ। କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳର ଦୁଇ ଯୁବକ ଶ୍ରୀକାନ୍ତ ପ୍ରଧାନ ଓ ବିଶ୍ଵନାଥ ଦଳେଇ ଗଜପତି ଜିଲ୍ଲା ମୋହନା ଅଞ୍ଚଳରୁ ଗଞ୍ଜେଇ ଧରି ଆଠଗଡ଼ ଯାଉଥିବା ଜଣାପଡିଥିଲା। ଏହି ଆଧାରରେ ଅବକାରୀ ବିଭାଗ ପକ୍ଷରୁ ଉକ୍ତ ଗଞ୍ଜେଇ ଓ କାର୍ କୁ ଜବତ କରି ଚାଲାଣକାରୀ ଉକ୍ତ ଦୁଇ ଯୁବକକୁ ଗିରଫ କରି କୋର୍ଟ ଚାଲାଣ…
ନୂଆଦିଲ୍ଲୀ: ଆପଣଙ୍କର ସ୍ମାର୍ଟଫୋନ୍ ୱାଟରପ୍ରୁଫ୍ କି ନାହିଁ ଆପଣ କିପରି ଜାଣିପାରିବେ? ହୋଲି ପରି ରଙ୍ଗର ପର୍ବରେ ଆପଣଙ୍କୁ ଏହି ସୂଚନା ଆବଶ୍ୟକ। ଅନେକ ଲୋକ ସେମାନଙ୍କ ସ୍ମାର୍ଟଫୋନଗୁଡିକୁ ହୋଲି କେହଳିବା ସମୟରେ ପାଖରେ ରଖିବେ। ହୋଲିରେ ରଙ୍ଗ ସହିତ ପାଣି ମଧ୍ୟ ବ୍ୟବହୃତ ହୁଏ। ଏପରି ପରିସ୍ଥିତିରେ, ଆପଣଙ୍କର ସ୍ମାର୍ଟଫୋନ୍ ୱାଟରପ୍ରୁଫ୍ କି ନୁହେଁ ତାହା ଜାଣିବା ଜରୁରୀ। ଆପଣଙ୍କର ଫୋନ୍ ୱାଟରପ୍ରୁଫ୍ କି ନାହିଁ ଜାଣିବା ପାଇଁ, ଆପଣ ଏହାର IP ରେଟିଂ କିମ୍ବା ୱାଟରପ୍ରୁଫ୍ ରେଟିଂ ଦେଖିବା ଉଚିତ୍। ଏହି ସୂଚନା ସାଧାରଣତଃ ଉତ୍ପାଦର ସ୍ପେକ୍ସ ଆକାରରେ ଲେଖାଯାଇଥାଏ। ଗୁଗୁଲରେ ଆପଣ ଆପଣଙ୍କର ଡିଭାଇସର IP ରେଟିଂ ମଧ୍ୟ ଯାଞ୍ଚ କରିପାରିବେ। ଯଦି ଆପଣଙ୍କର ଫୋନ୍ ୱାଟରପ୍ରୁଫ୍ ଅଟେ, ତେବେ ଏହାର ଜଳ ପ୍ରତିରୋଧର ସ୍ତରକୁ ଦର୍ଶାଇ ଏହାର ଏକ IP ରେଟିଂ ରହିବ। ସ୍ମାର୍ଟଫୋନ୍ ପାଇଁ ସବୁଠାରୁ ସାଧାରଣ କିମ୍ବା ସର୍ବନିମ୍ନ ୱାଟରପ୍ରୁଫ୍ ରେଟିଂ ହେଉଛି…
ନୂଆଦିଲ୍ଲୀ: ସର୍ବୋଚ୍ଚ କୋର୍ଟ ଶଶାଙ୍କ ଝାଙ୍କ ଏକ ଟ୍ୱିଟ୍ ସୋସିଆଲ ମିଡିଆରେ ବହୁତ ଭାଇରାଲ୍ ହେଉଛି। ଏହି ଟୁଇଟକୁ ସେ ତାମିଲ ନାଡୁ ପୋଲିସକୁ ମଧ୍ୟ ଟ୍ୟାଗ୍ କରିଛନ୍ତି ଏବଂ ପ୍ରଶ୍ନ କରିଛନ୍ତି ଯେ, କ’ଣ ପ୍ରକାଶ ରାଜଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛନ୍ତି? ଏହି ପୋଷ୍ଟରେ, ପ୍ରକାଶ ରାଜଙ୍କ ଏକ ଫଟୋ ଅଛି, ଯେଉଁଥିରେ ସେ କଳା ଟି-ସାର୍ଟରେ ନଜର ଆସୁଛନ୍ତି। ଏହା ଫଟୋ ସହିତ କାନଡା ଭାଷାରେ ଲେଖା ହୋଇଛି, ‘ମୁଁ ହିନ୍ଦୀ ଜାଣେ ନାହିଁ, ଯାଅ! ଏହି ଟୁଇଟ୍ ରେ ପ୍ରକାଶ ରାଜ କଡା ପ୍ରତିକ୍ରିୟା ଦେଇଛନ୍ତି। ପ୍ରକାଶ ରାଜଙ୍କ ଏହି ଟ୍ୱିଟ୍ ପରେ ବଢିଲା ବିବାଦ: ପ୍ରକାଶ ରାଜ ଟ୍ୱିଟ୍ କୁ ରିଟ୍ୱିଟ୍ କରି ଇଂରାଜୀ ଏବଂ କନ୍ନଡରେ ଲେଖି କହିଛନ୍ତି ଯେ, ”ମୋର ମୂଳ, ମୋ ମାତୃଭାଷା କନ୍ନଡ ଅଟେ। ଯଦି ଆପଣ ଏହାକୁ ଅପମାନ କରିବେ। ଯଦି ଆପଣ ଏହାକୁ ସମ୍ମାନ…
ନୂଆଦିଲ୍ଲୀ: ଆଜି ନେଫ୍ୟୁ ରିଓ ପଞ୍ଚମ ଥର ପାଇଁ ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜଧାନୀ କୋହିମାରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ସରମା ଉପସ୍ଥିତ ଥିଲେ। ତେବେ ମେଣ୍ଟରେ ସାମିଲ ବିଜେପିର ୟାନଥୁଙ୍ଗୋ ପ୍ୟାଟନ୍ ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି। ଉଲ୍ଲେଖ ଥାଉ କି ନାଗଲ୍ୟାଣ୍ଡ ବିଧାନସଭାରେ ଏନଡିପିପି ଏବଂ ବିଜେପି ମେଣ୍ଟକୁ ସଂଖ୍ୟା ଗରିଷ୍ଠତା ହାସଲ ହୋଇଥିଲା। ଏନଡିପିପି ୪୦ ଏବଂ ବିଜେପି ୨୦ ଟି ଆସନରେ ନିର୍ବାଚନ ଲଢିଥିଲେ। ନିର୍ବାଚନରେ ଏନଡିପିପି ଏବଂ BJP ଯଥାକ୍ରମେ ୨୫ ଏବଂ ୧୨ ଟି ଆସନ ଜିତିଥିଲେ।
ଭୁବନେଶ୍ବର: ଆଜି ହେଉଛି ପବିତ୍ର ଦୋଳ ପୂର୍ଣ୍ଣିମା। ଆଜି ଗାଁ ଗଣ୍ଡାରେ ଦୋଳ ଉତ୍ସବ ବେଶ ଧୂମଧାମରେ ପାଳିତ ହେଉଛି। ଠାକୁର ବିମାନରେ ବିଜେ କରି ଚାରିଦିନ ଧରି ଭୋଗ ଖାଇଥାଆନ୍ତି। ଯାହା ଦୋଳପୂର୍ଣ୍ଣିମାରେ ଶେଷ ହୋଇଥାଏ। ଏହି ଦିନ ଠାକୁର ଅଗ୍ନି ପରୀକ୍ଷା ଦେଇ ଦୋଳ ମଣ୍ଡପକୁ ବିଜେ କରିଥାନ୍ତି। ଏହି ଦୋଳ ପୂର୍ଣ୍ଣିମା ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ବାର୍ତ୍ତା ଦେଇ ସେ କହିଛନ୍ତି ଯେ, ପବିତ୍ର ଦୋଳ ପୂର୍ଣ୍ଣିମା ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ପ୍ରଭୁ ଶ୍ରୀ ଦୋଳଗୋବିନ୍ଦଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖ, ସମୃଦ୍ଧିରେ ପରିପୂର୍ଣ୍ଣ ହେଉ।
ଭୁବନେଶ୍ବର: ପ୍ରଖ୍ୟାତ ବୈଜ୍ଞାନିକ ପ୍ରଫୁଲ କୁମାର ଜେନାଙ୍କ ଆଜି ୯୧ ବର୍ଷ ବୟସରେ ପରଲୋକ ଘଟିଛି। ସେ ଭାରତର ଜଣେ ପ୍ରତିଷ୍ଠିତ ବୈଜ୍ଞାନିକ ଭାବେ ପରିଚିତ। ସେ ଇଣ୍ଡସ୍ଟ୍ରିଆଲ ରିସର୍ଚ୍ଚରେ ରିଜିଓନାଲ ରିସର୍ଚ୍ଚ ଲାବୋରେଟରୀରେ ୧୯୭୨ରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ । ୧୯୭୭ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରିଥିଲେ ।୧୯୮୬ରେ ସିଏସଆଇଆରରେ ଡାଇରେକ୍ଟର ଜେନେରାଲ ହୋଇଥିଲେ । ଦୁଇଟି ବିଦେଶ ବିଶ୍ୱବିଦ୍ୟାଳୟ, ବ୍ରାଜିଲର ପୋଣ୍ଟିଫିକାଲ କ୍ୟାଥିଲିକ ବିଶ୍ବବିଦ୍ୟାଳୟ (ୟୁନିଭରସିଟି) ୟୁନିଭରସିଟି ଅଫ ରିଓ ଡି ଜାନେରିଓ, ଓ ଜାପାନର ସେଣ୍ଡାଇସ୍ଥିତ ଟୋହୋକୁ ବିଶ୍ୱବିଦ୍ୟାଳୟରେ ସେ ଭିଜିଟିଙ୍ଗ ପ୍ରଫେସର ଥିଲେ । ବୈଜ୍ଞାନିକ ଜେନାଙ୍କ ଦେହାନ୍ତ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କର ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ବିଜ୍ଞାନ ଓ ଗବେଷଣା ବିଶେଷ କରି ଧାତବ ବିଜ୍ଞାନ କ୍ଷେତ୍ରରେ ନିଜ ଅବଦାନ ପାଇଁ ସେ…
ଖୋର୍ଦ୍ଧା: ଭୁଷଣ୍ଡପୁର ବାଣ ବିସ୍ଫୋରଣ ଘଟଣା ପରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏବେ ଆକ୍ସନ ମୋଡକୁ ଆସିଛି। ଏନେଇ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି ଗୁରୁତ୍ୱପୂର୍ଣ୍ଣ ବୈଠକ। ବୈଠକରେ ସାମିଲ ହୋଇଛନ୍ତି ଖୋର୍ଦ୍ଧା ଏସପିଙ୍କ ଠାରୁ ଆରମ୍ଭ କରି ଅତିରିକ୍ତ ଏସ.ପି., ଏସ.ଡି.ପି.ଓ, ତହସିଲଦାର, ବିଡ଼ିଓ ଓ ବିଭିନ୍ନ ଥାନା ଅଧିକାରୀ। ଆଗକୁ ଦୋଳ ଉତ୍ସବ ଥିବାବେଳେ ବିଭିନ୍ନ ଦୋଳ ମେଳଣରେ ବାଣ ଫୁଟାଇବା ଓ ବେଆଇନ ବାଣ ତିଆରି ଉପରେ ରୋକ୍ ଲଗାଇବାକୁ ନେଇ ବୈଠକରେ ବିଷଦ ଆଲୋଚନା ହୋଇଛି। ଭୁଷଣ୍ଡପୁର ବାଣ ବିସ୍ଫୋରଣ ଘଟଣା ପରେ ଅଦ୍ୟାବଧି ଜିଲ୍ଲାର ୧୭ଟି ସ୍ଥାନରେ ଚଢାଉ କରି ୬୨କିଲୋଗ୍ରାମ ବିସ୍ଫୋରକ ଜବତ କରିଥିବା ବେଳେ ମୋଟ୍ ୬ଜଣଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ଦେଇଛି ପୋଲିସ୍।
ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି ୨୦୨୩ର ଶେଷ ମ୍ୟାଚ୍ ମାର୍ଚ୍ଚ ୯ ତାରିଖରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଦୁନିଆର ସବୁଠୁ ବଡ ଷ୍ଟାଡିୟମରେ ଏହି ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଏକ ସ୍ୱତନ୍ତ୍ର ରେକର୍ଡ ସୃଷ୍ଟି ହୋଇପାରେ, ଯାହା ବର୍ତ୍ତମାନ ଅଷ୍ଟ୍ରେଲିଆର ଐତିହାସିକ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ ନାମରେ ନାମିତ ହୋଇଛି। ଗୋଟିଏ ଦିନରେ ଟେଷ୍ଟ କ୍ରିକେଟରେ ସର୍ବାଧିକ ସଂଖ୍ୟକ ଦର୍ଶକଙ୍କ ପାଇଁ ଏମସିଜି ରେକର୍ଡ ରଖିଛି। ଏହି ଟେଷ୍ଟ ସିରିଜର ଅହମ୍ମଦାବାଦ ଟେଷ୍ଟ ମ୍ୟାଚ୍ ବିଷୟରେ କହିବାକୁ ଗଲେ ଏପର୍ଯ୍ୟନ୍ତ ପ୍ରଥମ ଦିନର ଖେଳ ପାଇଁ ୮୫ ହଜାରରୁ ଅଧିକ ଟିକେଟ ବିକ୍ରି ହୋଇସାରିଛି। ଏହା ସହିତ ଯଦି ଛାତ୍ରଛାତ୍ରୀ ଏବଂ ପରିବାରଙ୍କୁ ଷ୍ଟାଡିୟମରେ ମ୍ୟାଚ୍ ଦେଖିବାର ସୁବିଧା ମିଳେ, ତେବେ ପ୍ରଥମ ଦିନରେ ଏହି ସଂଖ୍ୟା ୧ ଲକ୍ଷ ଅତିକ୍ରମ କରିବ ବୋଲି ଆଶା କରାଯାଉଛି। ଅହମ୍ମଦାବାଦ ଷ୍ଟାଡିୟମର ମୋଟ କ୍ଷମତା…
ଭୁବନେଶ୍ବର: ଯାତ୍ରା ହେଉ କିମ୍ବା କୌଣସି ମେଲୋଡି, ଏଥିରେ କେହି ଅଶ୍ଳିଳ ନୃତ୍ୟ ପରିବେଷଣ କରୁଥିଲେ ତାହାକୁ ତୁରନ୍ତ ବନ୍ଦ କର। ଏପରି ଏକ ଚିଠି ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସମସ୍ତ ଜିଲ୍ଲାପାଳଙ୍କୁ କରିଛନ୍ତି। ଏହି ଚିଠିରେ ଉଲ୍ଲେଖ ରହିଛି ଯେ, ସେମାନଙ୍କୁ ଏହା ପରିବେଷଣ ପାଇଁ ଅନୁମତି ଦେବା ବେଳେ ଏହି ପରିବେଷଣ ନ କରିବା ପାଇଁ ନିଶ୍ଚିତ କରାନ୍ତୁ। ନଚେତ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏଥିରେ କୁହାଯାଇଛି। ବିଭାଗର ନିର୍ଦ୍ଦେଶକ ଏହି ଚିଠିରେ କହିଛନ୍ତି ଯେ, ରାଜ୍ୟର ସଂସ୍କୃତିର ବିକାଶ ପାଇଁ ବିଭାଗ ସମସ୍ତ ସହଯୋଗ ପ୍ରଦାନ କରିବ। ହେଲେ ସଂସ୍କୃତି ନାମରେ ଏପରି ଅପସଂସ୍କୃତିକୁ ବନ୍ଦ କରିବା ପାଇଁ ମଧ୍ୟ ବିଭାଗ ପଦକ୍ଷେପ ଗ୍ରହଣ କରିବ। ସେଥିପାଇଁ ଅଶ୍ଳିଳ ନୃତ୍ୟ, ଅଶ୍ଳିଳ ସଂଗୀତ କିମ୍ବା ଦ୍ବିଅର୍ଥବୋଧକ ଗୀତକୁ ବନ୍ଦ କରାଯିବ। ଏଥିପାଇଁ ସେହି ଜିଲ୍ଲାର ଜିଲ୍ଲାପାଳମାନେ ପଦକ୍ଷେପ ଗ୍ରହଣ କରିବେ।…

