Author: Samikhsya Bureau

ଭୁବନେଶ୍ୱର : ବିଜୁ ଜନତା ଦଳ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିବୃତ୍ତି ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ପଦ୍ମପୁର ଉପନିର୍ବାଚନରେ ବିଜୟ ପରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ନିଜ ପିତାଙ୍କୁ ହରାଇଥିବା ଓଡିଆ ଆଦିବାସୀ ମହିଳା ବର୍ଷା ସିଂହ ବରିହାଙ୍କ ବିରୋଧରେ ଓଡ଼ିଶା ବିଜେପି ନେତାମାନେ କିପରି ଅପମାନିତ, ଅଶୋଭନୀୟ ଏବଂ ଅପମାନଜନକ ମନ୍ତବ୍ୟ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିରେ କୁହାଯାଇଛି ଯେ “ନମ୍ରତାର ସହିତ ମୁଁ ରାଜ୍ୟ ବିଜେପି ନେତାମାନଙ୍କୁ ନିବେଦନ କରିବାକୁ ଚାହେଁ ଯେ ସାଧାରଣ ଜୀବନରେ ପ୍ରବେଶ କରୁଥିବା ମହିଳାଙ୍କୁ ଅସମ୍ମାନ କରାନଯାଉ, କାରଣ ଏଭଳି ଆଚରଣକୁ ବର୍ତ୍ତମାନ କିମ୍ବା ଭବିଷ୍ୟତରେ ଓଡ଼ିଶାବାସୀ ଆଦୌ ପ୍ରଶଂସା କରିବେ ନାହିଁ।” ବରିଷ୍ଠ ବିଜେପି ନେତା ଶ୍ରୀ ରମା ରଞ୍ଜନ ବଳିଆରସିଂ ଏବଂ ଅନ୍ୟମାନଙ୍କ ଲୁହ ଓଡିଶାର ଲୋକ ବିଶେଷକରି ମହିଳାମାନଙ୍କର ଭାବନାକୁ ସ୍ପଷ୍ଟ ଭାବେ ସୂଚିତ କରୁଛି…

Read More

ଖୋର୍ଦ୍ଧା: ଆଜି ଜଣେ ବ୍ରାଉନ ସୁଗାର ବେପାରୀଙ୍କୁ ଖୋର୍ଦ୍ଧା ସଦର ଥାନା ପୋଲିସ ଗିରଫ କରିବା ସହ ଲକ୍ଷାଧିକ ଟଙ୍କାର ଧଳା ଜହର ଜବତ କରିଛି। ସୂଚନା ମୁତାବକ ସଦର ଥାନା କୁରାଢ଼ମଲ ଅଞ୍ଚଳ ବାଉତି ମନ୍ଦିର ନିକଟରେ ବ୍ରାଉନ ସୁଗାର କାରବାର ଚାଲିଥିବାର ଖବର ପୋଲିସ ପାଇଥିଲା। ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆଙ୍କ ନିର୍ଦ୍ଦେଶକ୍ରମେ ଏବଂ ଏସଡିପିଓ ଦିଲ୍ଲୀପ ଦାସ ଓ ସଦର ଆଇଆଇସି ବିଦିତା ନାୟକଙ୍କ ତତ୍ୱାବଧାନରେ ଏସଆଇ ବିଜୟ ଜେନାଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଉକ୍ତ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ଅଭିଯୁକ୍ତ ପ୍ରଦୀପ୍ତ ବଳିୟାରସିଂହ (୩୪) ଓରଫ ଫକୀର ଗିରଫ ହୋଇଥିବା ବେଳେ ସହଯୋଗୀ ବକୁନା ଫେରାର ହୋଇଯାଇଥିବା ଜଣାପଡିଛି। ଏହି ପରିପ୍ରେକ୍ଷୀରେ ଅଭିଯୁକ୍ତଙ୍କ ନିକଟରୁ ପୋଲିସ ୧୧.୫୭ ଗ୍ରାମ ବ୍ରାଉନ ସୁଗାର (ଆନୁମାନିକ ମୂଲ୍ୟ ୧ ଲକ୍ଷ ୧୫ ହଜାର ଟଙ୍କା), ଦୁଇ ଗୋଟି ବାଇକ, ଗୋଟିଏ ମୋବାଇଲ ଏବଂ…

Read More

ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟରେ କିମ୍ବା କଲେଜରେ ଶିକ୍ଷା ଗ୍ରହଣ କରିବା ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଅନିଶ୍ଚିତ ଭବିଷ୍ୟତକୁ ସାମ୍ନା କରିବା ନିମନ୍ତେ ନିଜର ଜ୍ଞାନକୁ ବୃଦ୍ଧି କରିବା ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ନିହାତି ଆବଶ୍ୟକ ବୋଲି ଶନିବାର କେପିଏମ୍‌ଜିର ସିନିୟର ଆସୋସିଏଟ୍ ଡାଇରେକ୍ଟର ସାହିଲ ନାୟାର୍ କହିଛନ୍ତି। ଆମେ ବର୍ତ୍ତମାନ ଏଭଳି ଏକ ଯୁଗ ଦେଇ ଗତି କରୁଛୁ ଯାହାର ନୂଆ ନାମ ହେଉଛି ଅଘଟଣ ଏବଂ ଏକ ଆଶଙ୍କାମୟ ଭବିଷ୍ୟତ ଆଡ଼କୁ ଆମେ ଯାଉଛୁ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଅଡିଟୋରିୟମ୍‌ରେ ସୋଆ ପକ୍ଷରୁ ଆୟୋଜିତ ବାର୍ଷିକ ବିଜନେସ୍ କନ୍‌କ୍ଲେଭ୍ “ସ୍କେଲର୍ଜ ୨୦୨୨”ରେ ବକ୍ତବ୍ୟ ରଖି ଏହା କହିଛନ୍ତି ଶ୍ରୀ ନାୟାର। ପ୍ରତ୍ୟେକ ଦିନ ଦେଶରେ ନୂଆ ନୂଆ କଲେଜ ଏବଂ ବିଶ୍ୱବିଦ୍ୟାଳୟ ଆରମ୍ଭ ହେଉଥିବା ବେଳେ ଏଥିରୁ ବାହାରୁ ଥିବା ଛାତ୍ରଛାତ୍ରୀମାନେ କର୍ମ ନିଯୁକ୍ତି ପାଇପାରୁ ନାହାନ୍ତି। ଚାହିଦା ଓ ଯୋଗାଣ ମଧ୍ୟରେ ତାଳମେଳ ନ ରହିବା ଫଳରେ ଛାତ୍ରଛାତ୍ରୀମାନେ ଉପଯୁକ୍ତ…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ବନଖଣ୍ଡ ଅଧିନସ୍ଥ ବାଲୁଗାଁ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଅପରାହ୍ନରୁ ଧାରଣାରତ ଅଛନ୍ତି ଦାମିଆ ବରବରା ଅଞ୍ଚଳର କିଛି ଆଦିବାସୀ ଗ୍ରାମବାସୀ। ସେମାନଙ୍କ ଅଭିଯୋଗ ହେଲା ଯେ, ବନବିଭାଗର କର୍ମଚାରୀ ମାନେ ଦାମିଆ ବରବରା ଅଞ୍ଚଳର ଦେବରାଜ ଶବର ନାମକ ବ୍ୟକ୍ତିଙ୍କୁ ଗତକାଲି ଠାରୁ ଅଟକ ରଖିଛନ୍ତି। ଉକ୍ତ ଅଟକ ବେଆଇନ ଏବଂ କଣ ପାଇଁ ତାଙ୍କୁ ଅଟକ ରଖାଯାଇଛି ବୋଲି ଦେବରାଜଙ୍କ ପତ୍ନୀ ସୁମତି ଶବର ବନବିଭାଗକୁ ପ୍ରଶ୍ନ କରିବା ସହ ତାଙ୍କ ସ୍ୱାମୀଙ୍କୁ ଯଥାଶୀଘ୍ର ଅଟକମୁକ୍ତ କରାଯାଉ ବୋଲି ଦାବି କରିଛନ୍ତି। ତେବେ ଏ ନେଇ ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ମହାନ୍ତିଙ୍କୁ ଯୋଗାଯୋଗ କରାଯିବାରୁ ଦେବରାଜ ଚୁଲିଝିଙ୍କା ସରଂକ୍ଷିତ ଜଙ୍ଗଲ ଅଞ୍ଚଳରୁ ବେଆଇନ ଭାବେ କାଠ କାଟିବା ସହ ସରକାରୀ ଜଙ୍ଗଲ ଅବରୋଧ କରିଥିବାରୁ ତାଙ୍କୁ ଗିରଫ କରାଯାଇଛି ଏବଂ ବର୍ତ୍ତମାନ ଉକ୍ତ ପ୍ରକ୍ରିୟା ଜାରି ରହିଥିବାର କହିଛନ୍ତି।

Read More

ନୂଆଦିଲ୍ଲୀ: ବରିଷ୍ଠ ଧାବିକା ପି.ଟି ଉଷା ଆଜି ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (IOA) ର ପ୍ରଥମ ମହିଳା ସଭାପତି ଭାବରେ ନିର୍ବାଚିତ ହୋଇ ଭାରତୀୟ କ୍ରୀଡ଼ା ପ୍ରଶାସନର ଏକ ନୂତନ ଯୁଗ ଆରମ୍ଭ କରିଛନ୍ତି। ଏସିଆନ୍ ଗେମ୍ସରେ ଏକାଧିକ ପଦକ ଜିତିଥିବା ଏବଂ ୧୯୮୪ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ ଗେମ୍ସରେ ୪୦୦ ମିଟର ଦୌଡରେ ଚତୁର୍ଥ ସ୍ଥାନ ହାସଲ କରିଥିବା ୫୮ ବର୍ଷିୟା ଉଷାଙ୍କୁ ନିର୍ବାଚନ ପରେ ଶୀର୍ଷ ପଦବୀକୁ ମନୋନୀତ କରାଯାଇଛି। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ନାଗେଶ୍ୱରା ରାଓଙ୍କ ତତ୍ତ୍ୱାବଧାନରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଉଷାଙ୍କୁ ସଭାପତି ଭାବେ ନିର୍ବାଚିତ ହେବା ସହିତ IOA ରେ ଦଳଗତ ରାଜନୀତି ଯୋଗୁଁ ସୃଷ୍ଟି ହୋଇଥିବା ସଙ୍କଟ ମଧ୍ୟ ଶେଷ ହୋଇଛି। ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ଚଳିତ ମାସରେ ନିର୍ବାଚନ ନକଲେ IOA କୁ ସ୍ଥଗିତ ରଖିବାକୁ ଧମକ ଦେଇଥିଲା। ଡିସେମ୍ବର ୨୦୨୧ରେ ଏହି ନିର୍ବାଚନ…

Read More

ମୁମ୍ବାଇ/ଭୁବନେଶ୍ୱର: ମୁମ୍ବାଇ ସହରର ଜିଓ ୱାର୍ଲଡ୍ ସେଂଟର ପରିସରରେ ନିର୍ମାଣ କରାଯାଉଥିବା “ନୀତା ମୁକେଶ ଅମ୍ବାନି କଲଚରାଲ୍ ସେଂଟର (ଏନ୍‌ଏମ୍‌ଏସିସି) ର ୱେବସାଇଟ୍‌କୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯାଇଛି। ୨୦୨୩ ମାର୍ଚ୍ଚ ସୁଦ୍ଧା ଏହି କେନ୍ଦ୍ର ନିଜ ବାସ୍ତବ ସ୍ୱରୂପ ଲାଭ କରିବ ଏବଂ ତାହାକୁ ଦର୍ଶକମାନଙ୍କ ଲାଗି ଖୋଲାଯିବ। ୱେବସାଇଟ୍ ଉନ୍ମୋଚନ ଅବସରରେ ଏକ ଭିଡିଓ ଜାରି କରି କଳା ପ୍ରତି ମା’ ନୀତା ଅମ୍ବାନିଙ୍କ ସମର୍ପଣ ଭାବକୁ ଇଶା ଅମ୍ବାନି ସଲାମ କରିଛନ୍ତି। ସେ କହିଛନ୍ତି ଯେ ଗତ ୫୦ ବର୍ଷ ଧରି ନୀତା ଅମ୍ବାନି ଦୈନିକ ନୃତ୍ୟ ସାଧନା କରୁଛନ୍ତି। ଜଣେ ମହିଳା ଉଦ୍ୟୋଗୀ, କ୍ରୀଡ଼ାପ୍ରେମୀ, ଲିଡର୍ ଏବଂ ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ହେବା ପୂର୍ବରୁ ମା’ ଜଣେ ଭାରତନାଟ୍ୟମ ନୃତ୍ୟଶିଳ୍ପୀ ଥିଲେ ବୋଲି ସେ କହିଛନ୍ତି। ଏକ ଭିଡିଓ ବାର୍ତାରେ ନୀତା ଅମ୍ବାନି କହିଛନ୍ତି ଯେ, “ମୁଁ ଆଜି ଯାହାବି କିଛି ହୋଇଛି ନୃତ୍ୟ ପାଇଁ…

Read More

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ନନ୍ଦନକାନନ ଗସ୍ତ କରି ସେଠାରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପର୍ଯ୍ୟଟକମାନଙ୍କ ନିମନ୍ତେ ଆନୁଷଙ୍ଗିକ ବ୍ୟବସ୍ଥା ଓ ଉନ୍ନତି ମୂଳକ କାର୍ଯକୁ ତ୍ବରାନ୍ବିତ କରିବାକୁ ଅଧିକାରୀ ମାନଙ୍କୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ପ୍ରଥମେ ଚୁଡଙ୍ଗ ସଂରକ୍ଷିତ ଓ କୃଷ୍ଣନଗର ପ୍ରସ୍ତାବିତ ଜଙ୍ଗଲ ଅଞ୍ଚଳ ବୁଲି ଦେଖିଛନ୍ତି। ଉଭୟ ଜଙ୍ଗଲର ୬୦୪ ହେକ୍ଟର ଜମିରେ ନନ୍ଦନକାନନର ସଂପ୍ରସାରିତ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହି ଅଞ୍ଚଳରେ ବାଘ,ସିଂହ, ଭାଲୁ ଓ ତୃଣଭୋଜୀ ଜୀବଜନ୍ତୁ ମାନଙ୍କ ପାଇଁ ସଫାରି ନିର୍ମାଣ ହେବ। ସଫାରି ମଧ୍ୟରେ ପର୍ଯ୍ୟଟକ ମାନଙ୍କ ବୁଲିବା ବ୍ୟବସ୍ଥା, ପ୍ରାଣୀ ଚିକିତ୍ସାକେନ୍ଦ୍ର ମଧ୍ୟ ରହିବ। ଏହି ସଂକ୍ରାନ୍ତୀୟ କାର୍ଯ୍ୟକୁ ତ୍ବାରନ୍ବିତ କରିବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ପରେ ବଟାନିକାଲ ଗାର୍ଡେନ ଯାଇ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ। ରୋପୱେକୁ…

Read More

କଟକ: କଟକରେ ପ୍ରଥମ ଥର ପାଇଁ ହେଲା ଭିନ୍ନ ଧରଣର ସାଇବର ଠକେଇ। ସବୁ ଦିନିଆ ଅନଲାଇନ ଜିନିଷ ମଗାଉଥିବ ଯୁବତୀଙ୍କୁ ଟାର୍ଗେଟ୍ କଲେ ସାଇବର ଲୁଟେରା। ପ୍ରଥମେ ଅନଲାଇନ ଡେଲିଭରି ଓ ପରେ ସେଥିରୁ ବାହାରିଲା ଦୁର୍ଗନ୍ଧ କପଡ଼ା। ଏହାପରେ ଟଙ୍କା ରିଫଣ୍ଡ ପାଇଁ କହି ଫୋନପେ ଲିଙ୍କ୍ ମାଧ୍ୟମରେ ଲୁଟିନେଲେ ଲୁଟେରା। ତେବେ ଏହି ଗାଙ୍ଗର ଉତ୍ପତ୍ତି ପଡ଼ୋଶୀ ରାଜ୍ୟ ମାନଙ୍କରେ ହିଁ ଦୃଷ୍ଟି ଗୋଚର ହୋଇଥାଏ। ଯାହା ନିରୀହ ଓ ବେଶୀ ଅନଲାଇନ ବ୍ୟବହାର କରୁଥିବା ବ୍ୟକ୍ତି ମାନଙ୍କୁ ଟାର୍ଗେଟ କରିଥାନ୍ତି। ବିଗତ ଦିନ ମାନଙ୍କରେ ଅନେକ ସାଇବର ଲୁଟ ସାମ୍ନାକୁ ଆସିଥିବା ବେଳେ ଏହିଭଳି ଘଟଣା ହୁଏତ ଓଡ଼ିଶାରେ ପ୍ରଥମ। କଟକ ନୂଆ ବଜାର ଅଞ୍ଚଳର ଜଣେ ନାବାଳିକାଙ୍କୁ ନିଜର ଅନଲାଇନ ଅର୍ଡର ରିସିଭ କରିବା ପାଇଁ ଇ-କାର୍ଟରୁ ଏକ କଲ ଆସିଥିଲା। ନାବାଳିକା ଜଣକ ଘରେ ନଥିବାରୁ ତାଙ୍କ ମା’ ଙ୍କୁ କଲ କରି କହିଥିଲେ…

Read More

ସିମିଲା:  ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ହେବେ କଂଗ୍ରେସର ବରିଷ୍ଠ ନେତା ସୁଖବୀନ୍ଦର ସିଂ ସୁଖୁ। କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକରେ ହାଇକମାଣ୍ଡ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ଜଣାପଡିଛି । ହିମାଚଳରେ କଂଗ୍ରେସ ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଚର୍ଚ୍ଚା ଚାଲିଥିଲା। ତେବେ ଏହି ଖବର ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ କରାଯାଇଛି। କାରଣ ଆଜି ସଂଧ୍ୟାରେ ହିମାଚଳ ପ୍ରଦେଶର ବିଧାୟକ ଦଳ ବୈଠକ ବସିବ। ସେହି ବୈଠକରେ ବିଧାୟକ ଦଳ ନେତାଙ୍କ ନାମ ପ୍ରସ୍ତାବ କରାଯିବ।  ହେଲେ କଂଗ୍ରେସ ନେତୃତ୍ୟ ସୁଖବୀନ୍ଦରଙ୍କୁ ମନୋନିତ କରିଛନ୍ତି ବୋଲି ଜଣାପଡିଛି।

Read More

ଭୁବନେଶ୍ୱର: ୨୦୨୪ ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜେଡି ୧୪୭ ଆସନରୁ ୧୨୫ ଆସନରେ ଜିତିବ । ଏହି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ବିଜେଡିର ବରିଷ୍ଠ ନେତା ତଥା ବିଧାୟକ ସୁଶାନ୍ତ ସିଂ। ସେ କହିଛନ୍ତି ଯେ ପଦ୍ମପୁର ନିର୍ବାଚନ ପ୍ରମାଣିତ କରିଛି ଯେ, ଏଥର ବିଜେଡି ୧୨୫ ଆସନ ନିଶ୍ଚିତ ଦଖଲ କରିବ। ତେବେ ସୁଶାନ୍ତ ସିଂଙ୍କର ଏହି ଦମ୍ଭୋକ୍ତିକୁ ନେଇ ସାଧାରଣରେ ଏବଂ ରାଜନୀତିରେ ବେଶ୍ ଆଲୋଚନା ହେଉଛି। କାରଣ ପଦମପୁର ନିର୍ବାଚନରେ ସେ ଯେଉଁ ଭବିଷ୍ୟବାଣୀ ଦେଇଥିଲେ ତାହା ସତ ହୋଇଛି। ସେ କହିଥିଲେ ଯେ ପଦମପୁରରେ ବର୍ଷା ସିଂ ବରିହା ଚାଳିଶ ହଜାରରୁ ଅଧିକ ଭୋଟରେ ବିଜୟ ହେବେ। ଗଣତି ପରେ ତାହା ସତ ହୋଇଛି। ସୁଶାନ୍ତଙ୍କ ହିସାବରେ ବିଜେଡି ପଶ୍ଚିମ ଓଡ଼ିଶାର ୩୬ ଆସନରୁ ୩୦ରୁ ଅଧିକ ଆସନରେ ଜିତିବ। ୨୦୨୪ ରେ ପୁଣି ପଶ୍ଚିମ ଓଡିଶାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ…

Read More

ନୂଆଦିଲ୍ଲୀ: ଏଣିକି କେବଳ ସ୍ନାତକ କଲେ ୩ ବର୍ଷ ଏବଂ ଅନର୍ସ ଡିଗ୍ରୀ କଲେ ୪ ବର୍ଷ ପଢ଼ିବାକୁ ପଡ଼ିବ। କେନ୍ଦ୍ର ସରକାର ଆଣୁଥିବା ନୂଆ ଶିକ୍ଷା ନିତିରେ ଏହା ରହିଛି। ସେଥିପାଇଁ ଖୁବ ଶିଘ୍ର ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାପଡିଛି। ତେବେ ଛାତ୍ରଛାତ୍ରଙ୍କୁ ଏ ନେଇ ନିଜ ଇଚ୍ଛା ମୁତାବିକ ପାଠ୍ୟକ୍ରମ ବାଛିବେ ବୋଲି କୁହାଯାଇଛି। ଯେଉଁମାନେ ଚାହିଁବେ କେବଳ ସ୍ନାତକ କରିବେ ତେବେ ସେମାନେ ତିନି ବର୍ଷ ପଢିବା ପରେ ପ୍ରମାଣପତ୍ର ହାସଲ କରିବେ। ତେବେ ଯେଉଁମାନେ ଆଉ ବର୍ଷେ ପଢିବେ ସେମାନଙ୍କୁ ଅନର୍ସ ସ୍ନାତକ ଡିଗ୍ରୀ ପ୍ରଦାନ କରାଯିବ। ଜାତୀୟ ଶିକ୍ଷା ନିତି ଅନୁସାରେ ସ୍ନାତକ ଡିଗ୍ରୀକୁ ତିନି ଭାଗରେ ବିଭକ୍ତ କରାଯାଇଛି। ପୂର୍ବରୁ ଜଣେ ତିନି ବର୍ଷ ପଢିବା ପରେ ଅନର୍ସ ହେଉ କିମ୍ବା ସାଧାରଣ ସ୍ନାତକ ହାସଲ କରୁଥିଲା। ହେଲେ ବର୍ତ୍ତମାନ ନୂଆ ନିତି ଅନୁସାରେ ଜଣେ ଚାହିଁଲେ ସେ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ନଈରୀ ଗ୍ରାମ ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଏ ନେଇ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଆଜି ସୂଚନା ଦେଇଛନ୍ତି l ଅଭିଯୁକ୍ତ ଜଣକ ହେଉଛନ୍ତି କେଦାର ନାୟକ। ତାଙ୍କୁ ଗତକାଲି ନଈରୀ ଗ୍ରାମରୁ ଗିରଫ କରାଯାଇଥିବା ଜଣାପଡିଛି। ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବ ପୋଲିସ।ସୂଚନା ଥାଉକି ଗୁରୁବାର ଅପରାହ୍ନରେ ନଈରୀ ଗ୍ରାମର ସାରଥୀ ନାୟକଙ୍କୁ ଟଙ୍କା ନେଣ ଦେଣ କାରବାରକୁ ନେଇ କେଦାର ନାୟକ ଛୁରାରେ ଆକ୍ରମଣ କରିଥିଲେ, ଯାହାଦ୍ୱାରା ସାରଥୀଙ୍କ ମୃତ୍ୟୁ ଘଟିଥିଲା।ମୃତକଙ୍କ ପୁତ୍ରଙ୍କ ଅଭିଯୋଗକ୍ରମେ ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରିରଖିଥିବା ବେଳେ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଥିଲେ। ତେବେ ଏହାକୁ ଗୁରୁତର ସହ ନେଇଥିଲେ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ। ଏସପିଙ୍କ ନିର୍ଦେଶକ୍ରମେ ଏବଂ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ତତ୍ୱାବଧାନରେ ବାଣପୁର ଆଇଆଇସି ଜୟପ୍ରକାଶ ପରିଡ଼ା ଓ…

Read More

ନୂଆଦିଲ୍ଲୀ: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ତୃତୀୟ ତଥା ଶେଷ ମ୍ୟାଚ୍ ଆଜି ଚଟଗାଓଁରେ ଖେଳାଯିବ। ଏହି ସିରିଜରେ ବାଂଲାଦେଶ ୨-୦ ଅଗ୍ରଣୀ ହାସଲ କରିଛି। ଟିମ୍ ଇଣ୍ଡିଆ ବର୍ତ୍ତମାନ ଯେକୌଣସି ମୂଲ୍ୟରେ କ୍ଲିନ୍ ସୁଇପ୍ ରୋକିବାକୁ ଚାହୁଁଛି। ଭାରତୀୟ କ୍ୟାମ୍ପ ଖରାପ ପ୍ରଦର୍ଶନ ସହିତ ଆଘାତ ସହ ସଂଘର୍ଷ କରୁଛି। ଆହତ କାରଣରୁ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା ଆଉଟ୍ ହୋଇଛନ୍ତି। ବର୍ତ୍ତମାନ କ୍ଲିନ୍ ସୁଇପ୍ ରୋକିବାକୁ ଦଳ ଏକାଦଶ ଖେଳାଳିର ପରିବର୍ତ୍ତନ ସହିତ ଏକ ସ୍ୱତନ୍ତ୍ର ଯୋଜନା ସହିତ ପଡିଆକୁ ଓହ୍ଳାଇବ। ଟିମ୍ ଇଣ୍ଡିଆ ଏକ ମାଷ୍ଟର ପ୍ଲାନ୍ ସହିତ ଦିନିକିଆ ସିରିଜର ଶେଷ ମ୍ୟାଚ୍ ରେ ପଡିଆକୁ ଓହ୍ଳାଇବ। ରୋହିତଙ୍କ ଅନୁପସ୍ଥିତିରେ କେ.ଏଲ୍ ରାହୁଲ ଦଳର ନେତୃତ୍ଵ ନେଇପାରନ୍ତି। ଭାରତୀୟ ଦଳ କୁଲଦୀପଙ୍କୁ ଏହି ଦଳରେ ସାମିଲ କରିଛନ୍ତି। କିନ୍ତୁ ଖେଳୁଥିବା ଏକାଦଶରେ ଯୋଗଦେବା ତାଙ୍କ ପାଇଁ କଷ୍ଟକର। କୁଲଦୀପ ଜଣେ…

Read More

ଜ୍ୟୋତିଷ ଶାସ୍ତ୍ର: ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ବିଚାରପତି ଭାବେ ବିବେଚନା କରାଯାଏ। କାର୍ଯ୍ୟ ଆଧାରରେ ଶନି ଦେବ ଶୁଭ ଏବଂ ଅଶୁଭ ଫଳ ପ୍ରଦାନ କରନ୍ତି। ଶନି ଦେବଙ୍କ ଅଶୁଭ ଦୃଷ୍ଟି ପାଇଥିବା ବ୍ୟକ୍ତିଙ୍କ ପାଇଁ ଖରାପ ସମୟ ଆରମ୍ଭ ହୁଏ। ଗ୍ରହ ପରିବର୍ତ୍ତନ ଦ୍ୱାରା ଜଣେ ବ୍ୟକ୍ତିର ଜୀବନ ମଧ୍ୟ ପ୍ରଭାବିତ ହୁଏ। ଯେତେବେଳେ ରାଶିଫଳରେ ଶନିଙ୍କ ସ୍ଥିତି ବଦଳିଯାଏ, ଉଭୟ ନକାରାତ୍ମକ ଏବଂ ସକରାତ୍ମକ ଫଳାଫଳ ପ୍ରାପ୍ତ ହୁଏ। ଶନିଙ୍କ ଅଶୁଭ ଦୃଷ୍ଟିର ସଂକେତ କ’ଣ?: – ଯଦି ହଠାତ୍ ଧନ ନଷ୍ଟ ହୁଏ, ବ୍ୟବସାୟରେ କ୍ରମାଗତ ହ୍ରାସ ଘଟେ, ତେବେ ବୁଝାନ୍ତୁ ଯେ, ଏହା ଶନିଙ୍କର ଏକ ଖରାପ ଫଳାଫଳର ସଙ୍କେତ ଅଟେ। – ଶନି ଦେବଙ୍କ ଅଶୁଭ ପ୍ରଭାବ ହେତୁ ଜଣେ ବ୍ୟକ୍ତିଙ୍କୁ ଚାକିରି ସମ୍ବନ୍ଧୀୟ ସମସ୍ୟାର ସାମ୍ନା କରିବାକୁ ପଡିବ। ବିନା କାରଣରେ ଚାକିରିରେ ବିବାଦ ଉପୁଜିବା ଆରମ୍ଭ କରେ। ଏପରି ସମୟରେ, ଅନେକ ଥର…

Read More

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଦିନ ମସୌରୀର ଲାଲବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ପ୍ରତିଷ୍ଠାନ(ଏଲବିଏସଏନ୍‌ଏଏ)ଠାରେ ୯୭ତମ ସାଧାରଣ ମୂଳଦୁଆ ପାଠ୍ୟକ୍ରମର ସମାବର୍ତ୍ତନ ସମାରୋହରେ ଯୋଗଦେଇ ଉଦ୍‌ବୋଧନ ଦେଇଛନ୍ତି। ଅଧିକାରୀ ପ୍ରଶିକ୍ଷାର୍ଥୀମାନଙ୍କୁ ଉଦ୍‌ବୋଧନ ଦେଇ ରାଷ୍ଟ୍ରପତି କହିଥିଲେ ଯେ ସେ ସମ୍ବୋଧନ କଲାବେଳେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଉକ୍ତି ତାଙ୍କ ସ୍ମୃତିପଟଳକୁ ଚାଲି ଆସୁଛି। ଏପ୍ରିଲ ୧୯୪୭ରେ ସର୍ଦ୍ଦାର ପଟେଲ ଏକ ପ୍ରଶିକ୍ଷାର୍ଥୀ ଦଳକୁ ସାକ୍ଷାତ କରିଥିଲେ। ସେତେବେଳେ ସେ କହିଥିଲେ ଯେ “ ଆମେ ନିଶ୍ଚିତଭାବେ ଆଶା କରିବା ଓ ଆମର ଆଶା କରିବାର ମଧ୍ୟ ଅଧିକାର ରହିଛି ଯେ ପ୍ରତ୍ୟେକ ପ୍ରଶାସନିକ ସେବା ଅଧିକାରୀ, ସେ ଯେଉଁ ପଦବୀ ବା ଦାୟିତ୍ୱରେ ଥାଆନ୍ତୁ ନା କାହିଁକି ତାଙ୍କଠାରୁ ସବୁଠାରୁ ଭଲ ଯାହା ତାହା ଆଶା କରିବା।” ଆଜି ଆମେ ଗର୍ବର ସହ କହିପାରିବା ଯେ ପ୍ରଶାସନିକ ଅଧିକାରୀ ମାନେ ସେହି ଆଶା ଉଦ୍‌ଜୀବିତ ରଖିଛନ୍ତି। ରାଷ୍ଟ୍ରପତି କହିଥିଲେ ଯେ…

Read More

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ନବଜାତକ ଉପରେ କିଛି ତଥ୍ୟ ରଖିଛନ୍ତି। ତାହା ହେଲା ଯେ, ଯେତେବେଳେ ଛୁଆଟିଏ ଜନ୍ମ ନିଏ ସେତେବେଳେ ସେ ପାଞ୍ଚୋଟି ଜିନିଷ ଧରି ଜନ୍ମ ନେଇଥାଏ। ତାହା ହେଲା ଆୟୁ, କର୍ମ, ଧନ, ବିଦ୍ୟା ଏବଂ ମୃତ୍ୟୁ। ଚାଣକ୍ୟଙ୍କ ମତରେ ଏହି ପାଞ୍ଚୋଟି ପୂର୍ବ ଜନ୍ମର ଫଳ ସହିତ ଜଡିତ ଥାଏ। ଅର୍ଥାତ ପୂର୍ବ ଜନ୍ମରେ ସେ ଯେପରି କର୍ମ କରିଥିବ ସେହିପରି ଭାବେ ଏହି ପାଞ୍ଚୋଟି ଜିନିଷ ନେଇ ଜନ୍ମ ନେବ। ଏହାର ଅର୍ଥ ହେଲା ହେ ମାନବ ସମାଜ ତୁମେ ବର୍ତ୍ତମାନ ସତ କର୍ମ କର, ଯାହାଦ୍ବାରା ଆର ଜନ୍ମରେ ତୁମର ଏହି ପାଞ୍ଚୋଟି ଜିନିଷ ବେଶ ସୁଦୃଢ ହୋଇ ବିକଶିତ ହେବ।

Read More

ମେଷ- ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। କାର୍ଯ୍ୟ ପ୍ରଣାଳୀରେ ଉନ୍ନତି ହେବ। ସାମାଜିକ କାର୍ଯ୍ୟ କରିବାକୁ ପ୍ରେରଣା ପାଇବେ । ସମ୍ମାନ ପାଇବେ । ନୂତନ ବ୍ୟବସାୟ ଚୁକ୍ତି ହୋଇପାରେ । ଏକ ପୁରୁଣା ରୋଗ ପୁନର୍ବାର ହୋଇପାରେ। ଦୁଷ୍ଟମାନଙ୍କଠାରୁ ଦୂରରେ ରୁହନ୍ତୁ । ବିନିଯୋଗରେ ଚତୁରତାର ସହ କାର୍ଯ୍ୟ କରନ୍ତୁ। ନୂତନ ଚାକିରି କରିବାକୁ ସକ୍ଷମ ହେବେ। ବୃଷ- ବକେୟା ରାଶି ପୁନରୁଦ୍ଧାର ପାଇଁ ପ୍ରୟାସ ସଫଳ ହେବ। ବ୍ୟବସାୟ ଯାତ୍ରା ସଫଳ ହେବ। ଲାଭ ସୁଯୋଗ ଆସିବ । ବ୍ୟବସାୟ କାର୍ଯ୍ୟ ଅନୁକୂଳ ଲାଭ ପ୍ରଦାନ କରିବ। ଚାକିରିରେ ଶାନ୍ତି ଏବଂ ସୁଖ ରହିବ। ଶାରୀରିକ କଷ୍ଟ ସମ୍ଭବ ହୋଇପାରେ। ଏକ ଅପ୍ରତ୍ୟାଶିତ ଘଟଣାର ସମ୍ଭାବନା ରହିବ। ଅର୍ଥ ଏବଂ ବିଶ୍ରାମ ସମୟ ଯଥେଷ୍ଟ ହେବ । ଆପଣଙ୍କ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ। ମିଥୁନ- ଧର୍ମ ପ୍ରତି ଆଗ୍ରହ ପ୍ରକାଶ କରିବେ । ଆପଣ କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ…

Read More

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ନବ ନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା। ସେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ପଶ୍ଚିମ ଓଡିଶାରେ ବହୁ ନେତା ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରେ ମନ୍ତ୍ରୀ ଟୁକୁନି ସାହୁ, ରୀତା ସାହୁ, ସ୍ନେହାଙ୍ଗିନୀ ଛୁରିଆ, ପ୍ରଭାତ ସିଂ, ପ୍ରସନ୍ନ ଆଚାର୍ଯ୍ୟ ଓ ସୁଶାନ୍ତ ସିଂ ନବୀନ ଥିଲେ । ପଦମପୁର ଉପନିର୍ବାଚନରେ ବର୍ଷା ଲକ୍ଷାଧିକ ଭୋଟ ପାଇ ରେକର୍ଡ ଭୋଟ ବ୍ୟବଧାନରେ ବିଜୟଲାଭ କରିଛନ୍ତି। ଏହି ଉପନିର୍ବାଚନରେ ବର୍ଷାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ତିନୋଟି ସ୍ଥାନରେ ପ୍ରଚାର କରିଥିଲେ।

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଗୁରୁବାର ଠାରୁ ଚିଲିକାରେ ବେଆଇନ ଘେରି ଉଛେଦ ଅଭିଯାନ ଜାରି ରହିଥିବା ବେଳେ ପ୍ରଥମ ଦିନରେ 105 ହେକ୍ଟର ଅଞ୍ଚଳ ଘେରିମୁକ୍ତ ହୋଇଛି। ଅନୁରୂପ ଭାବେ ଆଜି ଦ୍ଵିତୀୟ ଦିନରେ ମଧ୍ୟ ଉକ୍ତ ଅଭିଯାନ ଜାରି ଚିଲିକାରେ ରହିଛି। ଚିଲିକା ତହସିଲଦାର ପ୍ରଦୀପ କୁମାର ସାହୁ, ବାଣପୁର ଥାନା ଏସଆଇ ବସନ୍ତ ପଟ୍ଟନାୟକ,ଚିଲିକା ଡ଼ିଏଫଓ(ମଚ୍ୟ) ଶଶାଙ୍କ ଶେଖର ସାହୁ ଓ ଟିମ ଉକ୍ତ ଅଭିଯାନରେ ସାମିଲ ଥିଲେ। ତେବେ ଆଜି ଦ୍ଵିତୀୟ ଦିନରେ ବାଣପୁର ଥାନା ଅନ୍ତର୍ଗତ ନଈରୀ ଜେଟି କାଙ୍କଣଶିଖରୀ ଠାରୁ ଟାଙ୍ଗୀ ଥାନା ହାଟବରଡ଼ି ଜେଟି ପର୍ଯ୍ୟନ୍ତ 222 ହେକ୍ଟର ଅଞ୍ଚଳକୁ ଘେରିମୁକ୍ତ କରାଯାଇଛି। ସକାଳ 7.30 ରୁ ଅପରାହ୍ନ 1.30 ପର୍ଯ୍ୟନ୍ତ ଉକ୍ତ ଉଛେଦ ଅଭିଯାନ ଚାଲିଥିବା ବେଳେ ସମୁଦାୟ 85 ବଂଡଲ ଜିରୋ ନେଟ(୯ କୁଇଣ୍ଟାଲ) ଉକ୍ତ ଅଞ୍ଚଳରୁ ଜବତ କରାଯାଇ ପୋଡ଼ି ଦିଆଯାଇଛି। ଅନୁରୂପ ଭାବେ ଏହି ପରିପ୍ରେକ୍ଷୀରେ ଟାଙ୍ଗୀ…

Read More

ଭୁବନେଶ୍ବର: ନିଟ୍‌ ପରୀକ୍ଷାରେ କୃତୀତ୍ବ ହାସଲ କରି କୋରାପୁଟ ସହିଦ୍ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜରେ ପାଠ ପଢିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବାଲିଗୁଡାର ଛାତ୍ର ଶ୍ରୀ ଇଫୁ ମଲ୍ଲିକ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସଠାରେ ଭେଟିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ। ଇଫୁଙ୍କ ପ୍ରତିଭାର ଉଚ୍ଚପ୍ରଶଂସା କରିବା ସହିତ ଆଗକୁ ଏହିପରି ଉଦ୍ୟମ ଜାରି ରଖି ଦେଶବାସୀଙ୍କ ସେବା କରିବା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରେରଣା ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଇଫୁଙ୍କ ସହିତ ସେଲ୍‌ଫି ଉଠାଇବା ସହିତ ଏକ ପୁସ୍ତକ ମଧ୍ୟ ଉପହାର ଦେଇଥିଲେ। ସୂଚନାଯୋଗ୍ୟ ଯେ ଇଫୁ ମଲ୍ଲିକ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଜଣେ ଗରିବ, ଆଦିବାସୀ ଯୁବକ। ନିଜର ପ୍ରତିଭା ଓ ଉଦ୍ୟମ ଯୋଗୁ ଅନେକ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସେ ମେଡିକାଲ ପଢିବା ପାଇଁ ନିଟ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ। କିନ୍ତୁ…

Read More

ଜ୍ୟୋତିଷ ଶାସ୍ତ୍ର: ଆମ ରୋଷେଇ ଘରେ ବ୍ୟବହୃତ ଅନେକ ଜିନିଷ କେବଳ ଖାଦ୍ୟର ସ୍ୱାଦକୁ ବଢାଇଥାଏ ବରଂ ଜୀବନର ଅନେକ ସମସ୍ୟାର ସମାଧାନ କରିଥାଏ। ଜ୍ୟୋତିଷ ଶାସ୍ତ୍ରରେ ଲବଙ୍ଗ, ସୋରିଷ, ରସୁଣ, ଜିରା ଏବଂ ଗୁଜୁରାତି ସହିତ କଞ୍ଚା ଲଙ୍କାର ପ୍ରତିକାର ମଧ୍ୟ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ବିବେଚନା କରାଯାଇଛି। ଘରର ବାସ୍ତୁ ଦୋଷ କଞ୍ଚା ଲଙ୍କାର ପ୍ରତିକାର ଏବଂ କୌଶଳ ଦ୍ୱାରା ଅପସାରିତ ହୁଏ ଏବଂ ଆର୍ଥିକ ସମସ୍ୟା ମଧ୍ୟ ଦୂର ହୁଏ। ଜୀବନ ସହିତ ଜଡିତ ସମସ୍ତ ସମସ୍ୟାକୁ ହଟାଇବା ପାଇଁ କଞ୍ଚା ଲଙ୍କାକୁ କିପରି ବ୍ୟବହାର କରିବେ ଜାଣନ୍ତୁ… କଞ୍ଚା ଲଙ୍କାର ଟିପ୍ସ ଏବଂ କୌଶଳ: ରୋଗରୁ ମୁକ୍ତି ପାଇବା ପାଇଁ: ଯଦି ଘରେ କେହି ଜଣେ ଦୀର୍ଘ ସମୟ ଧରି ଅସୁସ୍ଥ ହୁଅନ୍ତି କିମ୍ବା ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁନାହିଁ, ତେବେ କଞ୍ଚା ଲଙ୍କାର ଏହି ପ୍ରତିକାର କରନ୍ତୁ। ରୋଗୀର ମୁଣ୍ଡ କିମ୍ବା ତକିଆ ତଳେ…

Read More