Author: Samikhsya Bureau

ଭୁବନେଶ୍ବର: ଆଜି ଓଡିଶାର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଏକ ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର, ଅଗ୍ନି-୩ ର ସଫଳ ଉତକ୍ଷେପଣ କରାଯାଇଛି। ଏହା ଏକ ପ୍ରଶିକ୍ଷଣ କ୍ଷେପଣାସ୍ତ୍ର ପରୀକ୍ଷା ଥିଲା। ଷ୍ଟ୍ରାଟେଜିକ୍ ଫୋର୍ସେସ କମାଣ୍ଡ ଅଧୀନରେ ନିୟମିତ ୟୁଜର ଟ୍ରେନିଂ ଉତ୍‌କ୍ଷେପଣର ଏକ ଅଂଶବିଶେଷ ସ୍ବରୂପ ଏହି ସଫଳ ଟେଷ୍ଟ କରାଯାଇଥିଲା। କ୍ଷେପଣାସ୍ତ୍ର ଉତକ୍ଷେପଣକୁ ପୂର୍ବ ନିର୍ଦ୍ଧାରିତ ରେଞ୍ଜରେ କରାଯାଇଥିଲା ଓ ପ୍ରଣାଳୀର ସମସ୍ତ କାର୍ଯ୍ୟକ୍ଷମ ମାନଦଣ୍ଡକୁ ପ୍ରମାଣସିଦ୍ଧ ହୋଇଥିଲା।

Read More

ବରଗଡ: ଆଜି ମହାନ ସ୍ଵାଧୀନତା ସଂଗ୍ରାମୀ ଗଜେନ୍ଦ୍ର ପ୍ରସାଦ ଦାସ 94 ବୟସରେ ପରଲୋକ ଘଟିଛି। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡିତି ହୋଇ ମୃତ୍ୟୁବରଣ କରିଛନ୍ତି। ତାଙ୍କ ଘର ହେଉଛି ବରଗଡ ଜିଲ୍ଲା ପଦ୍ମପୁର ଅଞ୍ଚଳର। ସେ ସେହି ଅଞ୍ଚଳରେ ଜଣେ ପରିଚିତ ବ୍ୟକ୍ତିତ୍ବ। ସେ ବାଲ୍ୟକାଳରେ ମହାତ୍ମା ଗାନ୍ଧୀଙ୍କ ବିଭିନ୍ନ ପ୍ରଚାର ପତ୍ର ବାଣ୍ଟି ଇଂରେଜ ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ଗାନ୍ଧୀଙ୍କ ପରଲୋକ ପରେ ସେ ବିନୋବାଭାବେଙ୍କ ଭୂଦାନ ଆନ୍ଦୋଳନରେ ସକ୍ରିୟ ଭୂମିକା ନେଇଥିଲେ। ସେ ଦେଶରେ ହୋଇଥିବା ଦୁଇଟି ଭୂଦାନ ପଦଯାତ୍ରାରେ ଅଂଶ ଗ୍ରହଣ କରିଥିଲେ। ସେ ଶେଷ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳର ଗାନ୍ଧୀବାଦୀ ଅନୁଷ୍ଠାନ ଏବଂ ଭୂଦାନ ଅନୁଷ୍ଠାନ ସହିତ ଜଡିତ ଥିଲେ। ତାଙ୍କ ବିୟୋଗରେ ବରଗଡ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।

Read More

ବାଣପୁର: ସ୍କୁଲ ଛାତ୍ରୀଙ୍କୁ କମେଣ୍ଟ ମାରି ଗିରଫ ହେଲେ ରୋଡ ରୋମିଓ।ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ। ସୂଚନା ମୁତାବକ ଆଜି ବାଣପୁର ଥାନା କଲେଜ ଛକ ନିକଟରେ ଜଣେ ସ୍କୁଲ ଛାତ୍ରୀଙ୍କୁ କିଶୋର ଜେନା ନାମକ ଜଣେ ରୋଡ ରୋମିଓ କମେଣ୍ଟ ମାରିବା ସହ ଅଶ୍ଳୀଳ ଇଙ୍ଗିତ କରିଥିଲେ। ଫଳରେ ଛାତ୍ରୀଙ୍କ ପରିବାର ପକ୍ଷରୁ ଏ ନେଇ ଥାନାରେ ଅଭିଯୋଗ ହେବାରୁ ଆଇଆଇସି ଜୟ ପ୍ରକାଶ ପରିଡ଼ାଙ୍କ ନିର୍ଦେଶକ୍ରମେ ଅଭିଯୁକ୍ତଙ୍କୁ ସଙ୍ଗେସଙ୍ଗେ ବାନ୍ଧିଥିଲା ପୋଲିସ। ଏ ସଂକ୍ରାନ୍ତରେ ପୋକସୋ ଆକ୍ଟ ରେ କେସ ନମ୍ବର 523/22 ରେ ଏକ ମାମଲା ରୁଜୁ କରାଯାଇ ଆସନ୍ତାକାଲି ଅଭିଯୁକ୍ତଙ୍କୁ ଭୁବନେଶ୍ୱର ପୋକସୋ କୋର୍ଟରେ ହାଜର କରାଯିବା ବୋଲି କହିଛନ୍ତି ଆଇଆଇସି ଶ୍ରୀ ପରିଡ଼ା।

Read More

ସୀତାରାମ ଅଗ୍ରୱାଲା ଟାଙ୍ଗୀ: ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ବ୍ରାହ୍ମଣ୍ଡି ଛକ ୧୬ ନମ୍ବର ଜାତୀୟ ରାଜପଥରେ ବଜ୍ରକାପ୍ତା ଚୋରା ଚାଲାଣ କରାଯାଉଥିବାର ଖବର ପାଇ ଆଜି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗର ସହଯୋଗରେ ଚଢାଉ କରିଛି ଏସଟିଏଫ। ଚଢାଉ ସମୟରେ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଥିବା ବେଳେ ଜଣେ ମାଫିଆ ଙ୍କୁ ଗିରଫ କରିଛି ଏସଟିଏଫ। ଗିରଫ ମାଫିଆ ଜଣକ ହେଲେ ବାଲୁଗାଁ ଥାନା ଘୁମୁସରପଦର ଅଞ୍ଚଳର ଜୟକୃଷ୍ଣ ତରାଇ। ଜୀବନ୍ତ ବଜ୍ରକାପ୍ତାର ଓଜନ ୯ କେଜି ୨୦୦ ଗ୍ରାମ୍ ହୋଇଥବା ବେଳେ ଜୀବନ୍ତ ବଜ୍ରକାପ୍ତାକୁ ଊଦ୍ଧାର କରି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗକୁ ହସ୍ତାନ୍ତର କରିଛି ଏସଟିଏଫ। ବର୍ତ୍ତମାନ ନନ୍ଦନ କାନନରେ ଜୀବନ୍ତ ବଜ୍ରକାପ୍ତା ସୁସ୍ଥଥିବା ଜଣା ପଡିଛି। ବଜ୍ରକାପ୍ତାର ଲମ୍ବ ୧୦୭ ସେଣ୍ଟିମିଟର ବୋଲି ଜଣା ପଡିଛି। ଗିରଫ ଅଭିଯୁକ୍ତଙ୍କୁ ନେଇ ଏସଟିଏଫ ଖୋଳ ତାଡ କରୁଥିବା ଜଣା ପଡିଛି।

Read More

ଭୁବନେଶ୍ୱର: ଜାମିନରେ ଆସିଥିବା ଦୁଇ ବିଜେପି ନେତା ଏବେ ପଦ୍ମପୁର ଉପନିର୍ବାଚନରେ ଷ୍ଟାର ପ୍ରଚାରକ। ବିଜେପୁର ଉପନିର୍ବାଚନ ସମୟରେ ଏମାନେ ବିଜେଡି ବିଧାୟକ ସୁଶାନ୍ତ ସିଂହଙ୍କ ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା କହିଛନ୍ତି ବିଜେଡି ବିଧାୟକ ଦେବେଶ ଆଚାର୍ଯ୍ୟ। ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଧାୟକ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ବିଜେପୁର ଉପ-ନିର୍ବାଚନ ସମୟରେ ଦୁଇ ବିଜେପି ନେତା ବିଜେଡି ବିଧାୟକ ସୁଶାନ୍ତ ସିଂହଙ୍କ ଭାଇଙ୍କୁ କିଭଳି ମରଣାନ୍ତକ ଆକ୍ରମଣ କରିଥିଲେ ତାହା ସମସ୍ତଙ୍କୁ ଜଣା। ଏଭଳି ଜଘନ୍ୟ ଅପରାଧ ପାଇଁ ସେମାନେ ଜେଲ୍‍ ଯାଇଥିଲେ । ଜାମିନରେ ଆସି ଏହି ଦୁଇ ବିଜେପି ନେତା ଏବେ ପଦ୍ମପୁର ଉପ-ନିର୍ବାଚନରେ ବିଜେପିର ଷ୍ଟାର ପ୍ରଚାରକ ସାଜିଛନ୍ତି। ଶୁଣିବାକୁ ମିଳୁଛି ଯେ ସେମାନେ ଏବେ ପଦ୍ମପୁର ଉପନିର୍ବାଚନ ସମୟରେ ବିଜେଡି ବିଧାୟକ ସୁଶାନ୍ତ ସିଂହଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି ଏବଂ ଏଥିପାଇଁ ସେମାନେ…

Read More

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ପୋଲିସକୁ ମିଳିଛି ବଡ ସଫଳତା। ଜିଲ୍ଲାରେ କିଛି ଦିନ ହେବ ଗୋ ଚାଲାଣ କମିଥିବା ବେଳେ ଏବେ ପୁଣି ସକ୍ରିୟ ହୋଇଉଠିଛନ୍ତି ଗୋ ମାଫିଆ। ସୂଚନା ମୁତାବକ ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ଏସଡିପିଓଙ୍କ ତତ୍ୱାବଧାନରେ ବେଗୁନିଆ ଆଇଆଇସି ଲକ୍ଷ୍ମୀପ୍ରସାଦ ଶତପଥୀଙ୍କ ନେତୃତ୍ୱରେ ଏକ ଟିମ ରାତିରେ ବ୍ଲକିଙ୍ଗ ଚେକିଙ୍ଗ କରୁଥିଲେ। ତେବେ ବିଳମ୍ବିତ ରାତ୍ରିରେ ଜାମୁସାହି ଆଡୁ ଏକ ଗୋରୁ ବୋଝେଇ କଣ୍ଟେନର ଆସୁଥିବାର ଖବର ପାଇ ପୋଲିସ ସତର୍କ ରହିଥିଲା। ବୋତଲମା-ଚାରିଛକରେ ଉକ୍ତ କଣ୍ଟେନରକୁ ଦେଖି ପୋଲିସ ତାହାକୁ କାବୁ କରିବା ପାଇଁ ପିଛା କରିଥିଲା। ତେବେ ଛଣଗିରି ଠାରେ ନିରୁପାୟ ହୋଇ ଗାଡ଼ି ଚାଳକ ଚଳନ୍ତା ଗାଡ଼ିରୁ ଡେଇଁ ଫେରାର ହୋଇଯାଇଥିଲେ। କିନ୍ତୁ ସୌଭାଗ୍ୟବଶତଃ କୌଣସି ଅଘଟଣ ଘଟିବା ପୁର୍ବରୁ ଗାଡ଼ିଟି ଏକ ବାଲି ଗଦାରେ ଧକ୍କା ହୋଇ ଅଟକି ଯାଇଥିଲା। ଉକ୍ତ କଣ୍ଟେନରରୁ ପୋଲିସ ସମୁଦାୟ ୮୪ଟି ଗୋରୁଙ୍କୁ…

Read More

ଭୁବନେଶ୍ୱର: ମୁମ୍ବାଇରେ ଟ୍ରାନ୍ସଫରମାନ୍ସ ଫୋରମ୍‌ସ ପକ୍ଷରୁ ଆୟୋଜିତ ଦ୍ୱିତୀୟ ଇଏସ୍‌ଜି ସମିଟ୍ ଆଣ୍ଡ୍ ଆୱାର୍ଡସ୍ କାର୍ଯ୍ୟକ୍ରମରେ ଟେଲିକମ୍ କ୍ଷେତ୍ରରେ ପରିବେଶ, ସାମାଜିକ ଓ ଗଭର୍ଣ୍ଣାସ (ଇଏସ୍‌ଜି)ରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ରିଲାଏନ୍ସ ଜିଓ ପୁରସ୍କାର ହାସଲ କରିଛି। ଜୀବାଶ୍ମ ଇନ୍ଧନ ବଳଦରେ ଅକ୍ଷୟ ଶକ୍ତିକୁ ଗ୍ରହଣ କରିବା, ୫ଜି ପ୍ରଯୁକ୍ତି ଷ୍ଟାକ୍‌ର ସ୍ୱଦେଶୀ ବିକାଶ ଏବଂ କୃଷି, ସ୍ୱାସ୍ଥ୍ୟସେବା ଓ ଶିକ୍ଷା କ୍ଷେତ୍ରରେ ୫ଜି ବ୍ୟବହାରର ପ୍ରଦର୍ଶନ ଜରିଆରେ ଜଳବାୟୁ ପରିବର୍ତନର ମୁକାବିଲା ଦିଗରେ ଜିଓର ଉଦ୍ୟମକୁ ସ୍ୱୀକୃତି ପ୍ରଦାନ କରାଯାଇଛି। ସୁଲଭ ଡିଭାଇସ୍‌ର ବିକାଶ ଜରିଆରେ ଡିଜିଟାଲ୍ ଅନ୍ତର୍ଭୁକ୍ତୀକରଣକୁ ଜିଓ ଆଗକୁ ବଢ଼ାଉଛି, ଯାହା ଜରିଆରେ ୧୦୦ ନିୟୁତରୁ ଅଧିକ ବଂଚିତ ବ୍ୟବହାରକାରୀ ଡିଜିଟାଲ୍ ସେବା ବ୍ୟବହାର କରିପାରୁଛନ୍ତି। ଜଳବାୟୁ ପରିବର୍ତନ ମୁକାବିଲାର ଅଂଶ ସ୍ୱରୂପ, ଜିଓ ପକ୍ଷରୁ ସାରା ଭାରତରେ ଏହାର ୧୬,୦୦୦ରୁ ଅଧିକ ସାଇଟ୍‌ରେ ୧୪୪ ମେଗାୱାଟ୍‌ରୁ ଅଧିକ ସୌର ଶକ୍ତି ସ୍ଥାପନ କରାଯାଇଛି। ଅକ୍ଷୟ ଶକ୍ତି…

Read More

ଭୁବନେଶ୍ବର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପ ନାରାୟଣ ସୁନକର ଆଜି ଭୁବନେଶ୍ୱର ରେଳ ଷ୍ଟେସନର ନିରୀକ୍ଷଣ କରିଛନ୍ତି ଏବଂ ଭୁବନେଶ୍ୱରରୁ ତାଲଚର ପର୍ଯ୍ୟନ୍ତ (ଅନଗୁଳ ମଧ୍ୟ ଦେଇ) ୱିଣ୍ଡୋ ଟ୍ରେଲିଂ ନିରୀକ୍ଷଣ କରିବା ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା ମଧ୍ୟ କରିଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡିଶାକୁ ବିଶେଷ ଧ୍ୟାନ ଦେଉଛନ୍ତି ଏବଂ ଓଡିଶାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ତାଙ୍କ ନିରନ୍ତର ତଦାରଖ ଏବଂ ପ୍ରାଥମିକତା ଅଧୀନରେ ରହିଛି। ମାନ୍ୟବର ରେଳମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଶ୍ରୀ ସୁନକର ଆଜି ଭୁବନେଶ୍ୱର ରେଳ ଷ୍ଟେସନର ବିସ୍ତୃତ ଚଳପ୍ରଚଳ ସ୍ଥାନ, ଟିକେଟ ସଂରକ୍ଷଣ କେନ୍ଦ୍ର, ଷ୍ଟେସନ ଏବଂ ପ୍ଲାଟଫର୍ମରେ ଉପଲବ୍ଧ ବିଭିନ୍ନ ଯାତ୍ରୀ ସୁବିଧା ଗୁଡିକର ଯାଞ୍ଚ କରିଛନ୍ତି। ମହା ପ୍ରବନ୍ଧକ ପ୍ରସ୍ତାବିତ ନୂତନ ଷ୍ଟେସନ୍ ବିଲ୍ଡିଂର ଡିଜାଇନର ସମୀକ୍ଷା କରିବା ସହ ବିଭିନ୍ନ କାର୍ଯ୍ୟର ଅଗ୍ରଗତି ବିଷୟରେ ପଚାରି ବୁଝିଥିଲେ। ସେ ମଧ୍ୟ ଭୁବନେଶ୍ୱରରୁ ତାଲଚେରକୁ (ଭାୟା ଅନଗୁଳ) ଦେଇ ୱିଣ୍ଡୋ…

Read More

ଭୁବନେଶ୍ୱର/ ପୁନେ: ଜିଓ ପକ୍ଷରୁ ଘୋଷଣା କରାଯାଇଛି ଯେ ଜିଓ ଟ୍ରୁ-୫ଜି ଏବେ ମହାରାଷ୍ଟ୍ରର ପୁନେ ସହରରେ ଉପଲବ୍ଧ ହୋଇଛି ଯାହାଦ୍ୱାରା ପୁନେବାସୀ ୧ ଜିବିପିଏସ୍‌ରୁ ଅଧିକ ପର୍ଯ୍ୟନ୍ତର ସ୍ପିଡ୍ ସହ ଅସୀମିତ ୫ଜି ଡାଟାକୁ ଉପଭୋଗ କରିପାରିବେ। ଯେତେବେଳେ କୌଣସିି ସହରର ଏକ ବୃହତର ଅଂଶରେ ଷ୍ଟାଣ୍ଡ୍‌ଏଲୋନ୍ ଟ୍ରୁ-୫ଜି ନେଟ୍‌ୱର୍କ ପ୍ରସ୍ତୁତ ହୋଇଯାଏ, ତା’ପରେ ଜିଓ ପକ୍ଷରୁ ଟ୍ରୁ-୫ଜି ନେଟ୍‌ୱର୍କର ବିଟା ପରୀକ୍ଷଣ ଆରମ୍ଭ କରାଯାଇଥାଏ। ଏହା ଦ୍ୱାରା ଜିଓ ଗ୍ରାହକମାନେ ସବୁଠୁ ଉନ୍ନତ ଜିଓ ଟ୍ରୁ-୫ଜି ନେଟ୍‌ୱର୍କରେ ଉତମ କଭରେଜ୍ ଏବଂ ଅନୁଭୁତି ପାଇପାରୁଛନ୍ତି। ଏ ସମ୍ପର୍କରେ ଜିଓର ପ୍ରବକ୍ତା କହିଛନ୍ତି ଯେ, “୧୨ଟି ସହରରେ ଜିଓ ଟ୍ରୁ-୫ଜିର ଶୁଭାରମ୍ଭ ପରେ ଜିଓ ଗ୍ରାହକମାନଙ୍କ ଏକ ବଡ଼ ସଂଖ୍ୟା ଜିଓ ୱେଲକମ୍ ଅଫରରେ ସାମିଲ ହୋଇଛନ୍ତି। ଫଳରେ ଗ୍ରାହକମାନଙ୍କ ଅନୁଭୂତି ଓ ସେବା ମତାମତ ଆଧାରରେ ଦୁନିଆର ଯେକୌଣସି ସ୍ଥାନର ସବୁଠୁ ଉନ୍ନତ ୫ଜି ନେଟୱର୍କ ସୃଷ୍ଟି କରିବାରେ…

Read More

କନ୍ଦର୍ପ ବେହେରା ରେଢାଖୋଲ: ଦୀର୍ଘ ଦିନର ପ୍ରତୀକ୍ଷା ପରେ ଶେଷରେ ଜର୍ମାନୀରେ ବୈଜ୍ଞାନିକ ଭାବରେ କାର୍ଯ୍ୟକରୁଥିବା ସମ୍ବଲପୁର ଜିଲ୍ଲା ରେଢାଖୋଲ ନାକଟିଦେଉଳ ବ୍ଲକ୍ ବଲାସିଂଘା ମାଟିର ଯୁବ ବୈଜ୍ଞାନିକ ଡଃ ଶେଷଦେବ କିଷାନ୍ ରେଢାଖୋଲ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ହିନ୍ଦୁଧର୍ମର ରୀତିନୀତି ଅନୁଯାୟୀ ବୈଦିକ ରୀତିରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ବାଲେଶ୍ୱର ଜୟଶ୍ରୀ ଜେନାକୁ ହାତଧରି ଏକ ଇତିହାସ ପାଲଟିଛନ୍ତି। ବାହାଘରର ସାଜସଜ୍ଜା ତୋରଣ ବେଶ୍ ଆକର୍ଷଣୀୟ ହେବା ସହ ଚଳଚ୍ଚିତ୍ର ହେଉ ବା କ୍ରିକେଟ୍ ଖେଳାଳୀ ଯେମିତି ବାହାଘରରେ ସୁସଜ୍ଜିତ କରିଥାନ୍ତି ଠିକ୍ ସେଇପରି ରେଢାଖୋଲ ମାଟିରେ ଆକର୍ଷଣୀୟ ତୋରଣ ଦେଖିବାକୁ ମିଳିଥିଲା। ଦୁଇ ଦିନ ଧରି ରେଢାଖୋଲ ମାଟିକୁ ରାଜ୍ୟର ବିଭିନ୍ନ ଅଂଚଳରୁ ଡଃ ଶେଷ କିସାନଙ୍କ ଫ୍ୟାନ୍ ମାନଙ୍କର ଆଗମନ ଦେଖିବାକୁ ମିଳିଥିଲା। ରେଢାଖୋଲ କଲ୍ୟାଣ ମଣ୍ଡପରେ ମଧ୍ୟ ଉଭୟଙ୍କ ବିଭିନ୍ନ ଭଙ୍ଗୀର ଫଟୋ ସହିତ ସାଜସଜା କରାଯାଇଥିଲା। ରେଢାଖୋଲର ସୁନନ୍ଦ ପ୍ରଧାନ…

Read More

ନୂଆଦିଲ୍ଲୀ: ଭାରତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ)ରେ ପ୍ରଦର୍ଶିତ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଏହି ‘ପ୍ରତୀକ୍ଷା’ ଚଳଚ୍ଚିତ୍ରକୁ ହିନ୍ଦୀ ଭାଷାରେ ରିମେକ୍‌ ବା ଭାଷାନ୍ତର ଚଳଚ୍ଚିତ୍ର ନିର୍ମାଣ କରିବା ଲାଗି ଘୋଷଣା କରିଛନ୍ତି ବିଶିଷ୍ଟ ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ଅନୁପମ ଖେର୍‌। ଏଥିପାଇଁ ସେ ପ୍ରତୀକ୍ଷା ଚଳଚ୍ଚିତ୍ରର ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କୁ ଏକ ଟୋକନ ଅର୍ଥରାଶି ମଧ୍ୟ ପ୍ରଦାନ କରିଛନ୍ତି। ପିତା-ପୁତ୍ରଙ୍କ ଆବେଗପୂର୍ଣ୍ଣ ସମ୍ପର୍କକୁ ନେଇ ‘ପ୍ରତୀକ୍ଷା’ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ଏ ଚଳଚ୍ଚିତ୍ର ନିର୍ମାଣର ପଛରେ ରହିଥିବା ଘଟଣାବଳୀ ମଧ୍ୟ ବେଶ ନାଟକୀୟ ଥିଲା। ପିତା-ପୁତ୍ରଙ୍କ ସମ୍ପର୍କକୁ ନେଇ କାହାଣୀ ଲେଖିବା ସମୟରେ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟ ଚଳଚ୍ଚିତ୍ରର ପ୍ରାରମ୍ଭିକ ପର୍ଯ୍ୟାୟରେ ନିଜ ପିତାଙ୍କୁ ହରାଇଥିଲେ। ଏହାପରେ ସେ ଚଳଚ୍ଚିତ୍ର ନିର୍ମାଣକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଶେଷରେ ପରିବାର ଲୋକମାନେ ତାଙ୍କୁ ଚଳଚ୍ଚିତ୍ର ସମ୍ପୂର୍ଣ୍ଣ କରିବା ଲାଗି ରାଜି କରାଇଥିଲେ।…

Read More

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ଟି-୨୦ କ୍ରିକେଟର ନମ୍ବର -୧ ବ୍ୟାଟ୍ସମ୍ୟାନ୍ ଭାବରେ ଅକ୍ଷୁର୍ଣ୍ଣ ରହିଛନ୍ତି। ଆଇସିସି ଦ୍ୱାରା ପ୍ରକାଶିତ ସର୍ବଶେଷ ଟି-୨୦ ର଼୍ୟାଙ୍କିଙ୍ଗରେ ସେ ଶୀର୍ଷରେ ଅଛନ୍ତି। ଏହି ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ୮୯୦ ରେଟିଂ ପଏଣ୍ଟ ରହିଛି। ତାଙ୍କ ବ୍ୟତୀତ ପାକିସ୍ତାନର ବ୍ୟାଟ୍ସମ୍ୟାନ୍ ମହମ୍ମଦ ରିଜୱାନ୍ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ତାଙ୍କର ୮୩୬ ରେଟିଂ ପଏଣ୍ଟ ଅଛି। ନିକଟ ଅତୀତରେ ଟି-୨୦ କ୍ରିକେଟରେ ସୁର୍ଯ୍ୟକୁମାର ଯାଦବ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଅଷ୍ଟ୍ରେଲିଆରେ ଖେଳାଯାଇଥିବା ଟି-୨୦ ବିଶ୍ୱକପରେ ତାଙ୍କ ବ୍ୟାଟ୍ ବହୁ ରନ୍ ସଂଗ୍ରହ କରିଥିଲା। ସେ ଟି-୨୦ ବିଶ୍ୱକପରେ ୨୩୯ ରନ୍ ସ୍କୋର କରିଥିଲେ। ଏହି ସମୟରେ ସେ କେବଳ ଥରେ ଆଉଟ ହୋଇଥିଲେ। ଏହା ବ୍ୟତୀତ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ମଧ୍ୟ ତାଙ୍କ ବ୍ୟାଟ୍ ପ୍ରାଧାନ୍ୟ ବିସ୍ତାର କରିଥିଲା। ସେ ଏହି ସିରିଜରେ ୧୨୪ ରନ୍ ସ୍କୋର କରିଥିଲେ। ମାଉଣ୍ଟ ମାଉଙ୍ଗାନୁଇରେ…

Read More

ସୀତାରାମ ଅଗ୍ରୱାଲା ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ନାଚୁଣୀ ଫାଣ୍ଡି ଅନ୍ତର୍ଗତ ପଥରକଟା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ମହିଳା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି। ଫାଣ୍ଡି ଅଧିକାରୀ କେଶବ ବେହେରାଙ୍କ ସୂଚନା ମୁତାବକ ପଥରକଟା ଗ୍ରାମର ନୀଳକଣ୍ଠ ଭୋଳଙ୍କ ଝିଅ କଣ୍ଢେଇ ଭୋଳ ଟାଙ୍ଗୀ ଥାନା ଆଡିଆପଡ଼ା ଗ୍ରାମର ପୂର୍ଣ୍ଣ ପରିଡ଼ାଙ୍କ ପୁତ୍ର ଚନ୍ଦନ ପରିଡ଼ାଙ୍କୁ ଏକ ବର୍ଷ ପୂର୍ବେ ବିବାହ କରିଥିଲେ। ତେବେ କଣ୍ଢେଇଙ୍କ ସ୍ୱାମୀ ବିଦେଶରେ କାମ ପାଇଁ ଯିବା ପରେ ଦୀର୍ଘ ତିନି ମାସ ହେବ କଣ୍ଢେଇ ନିଜ ବାପ ଘର ପଥରକଟା ରେ ରହୁଥିଲେ। ତେବେ ଆଜି ମଧ୍ୟାହ୍ନରେ କୌଣସି କାରଣବଶତଃ କଣ୍ଢେଇ ବେକରେ ରଶି ଲଗାଇ ଝୁଲିପଡ଼ିଥିଲେ। ପରିବାରବର୍ଗ ଏ ନେଇ ଜାଣିବା ପରେ ନାଚୁଣୀ ଫାଣ୍ଡି ଅଧିକାରୀଙ୍କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବାଣପୁର ଆଇଆଇସି ଜୟପ୍ରକାଶ ପରିଡ଼ା ଓ ଫାଣ୍ଡି ଅଧିକାରୀ ଶ୍ରୀ…

Read More

ସୀତାରାମ ଅଗ୍ରୱାଲା ବାଲୁଗାଁ : ଆଜି ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ଦେଇଛନ୍ତି ବିସ୍ପୋରକ ମନ୍ତବ୍ୟ। ବାଲୁଗାଁରେ ଥିବା ରଘୁନାଥଙ୍କ ବିଜେଡି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରଶାନ୍ତଙ୍କ ବିରୋଧରେ ଗର୍ଜନ କରିଛନ୍ତି। ଯାହାକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି। ସାମ୍ବାଦିକ ସମ୍ମିଳନୀରେ ରଘୁନାଥ ସିଧା ପ୍ରଶାନ୍ତ ଜଗଦେବଙ୍କୁ ଏକ ଦୁର୍ନିତି ଗସ୍ତ ବିଧାୟକ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ବିଧାୟକ ପାଞ୍ଚ ପ୍ରତିଶତ ପିସି ନ ନେଲେ କୌଣସି କାମ କାହାକୁ ଦେଉ ନାହାଁନ୍ତି। ତାଙ୍କର ଗତ ଚାରି ବର୍ଷରେ ଚିଲିକା ପୁରା ଦୁର୍ନିତିରେ ବୁଡି ଗଲାଣି। ସେ ଏବଂ ତାଙ୍କ ସହଯୋଗୀମାନେ ଚିଲିକା ନିର୍ବାଚନ ମଣ୍ଡଳୀକୁ ଲୁଟିବାରେ ଲାଗିଛନ୍ତି ବୋଲି କହିଛନ୍ତି। ସେ ସିଧା ଖୋର୍ଦ୍ଧା ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଗୋପୀନାଥ ମହାରଣାଙ୍କ ନାମ ନେଇଛନ୍ତି। ସେ ତାଙ୍କର ପରିବାର ସଦସ୍ୟଙ୍କ ନାମରେ କୋଟି…

Read More

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ବକପ ହକି ପ୍ରତିଯୋଗୀତା ଦେଖିବା ପାଇଁ ଆଜି ଟିକେଟ କିଣିଛନ୍ତି। ଆଜି ନବୀନ ନିବାସରେ ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କୀ ତାଙ୍କୁ ଏକ ଟିକେଟ ପ୍ରଦାନ କରିଛନ୍ତି। ଏହି ଟିକେଟ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ଟିକେଟ ମୂଲ୍ୟ ମଧ୍ୟ ଦିଲ୍ଲୀପଙ୍କୁ ପ୍ରଦାନ କରିଛନ୍ତି। ଆସନ୍ତା ବର୍ଷ ଜାନୁୟାରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ହକି ବିଶ୍ବକପ୍‌ ଭୁବନେଶ୍ବର ଓ ରାଉରକେଲାଠାରେ ଅନୁଷ୍ଠିତ ହେବ। ଏଥିରେ ବିଶ୍ବର ୧୬ଟି ଦଳ ଅଂଶଗ୍ରହଣ କରିବେ। ଭୁବନେଶ୍ବରରେ ୨୪ଟି ଓ ରାଉରକେଲାରେ ୨୦ଟି ମ୍ୟାଚ ଖେଳାଯିବ। ଏ ନେଇ ଉଭୟ ରାଉରକେଲା ଏବଂ ଭୁବନେଶ୍ବର ଷ୍ଟାଣ୍ଡିୟମକୁ ଚକାଚକ କରାଯାଉଛି।

Read More

ଭୁବନେଶ୍ବର: ରାଜ୍ୟର କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ବଡ ଘୋଷଣା କରିଛନ୍ତି। ଏହି ଘୋଷଣା ଅବସରରେ ନବୀନ କହିଛନ୍ତି ଯେ, ‘ ଆପଣମାନେ ଜାଣନ୍ତି, ଆମ ରାଜ୍ୟରେ ଆଠ ଲକ୍ଷ କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ ଅଛନ୍ତି। ଏମାନେ ସମସ୍ତେ ଗରିବ ଲୋକ। ବହୁ ଜନଜାତି ମା ମାନେ ମଧ୍ୟ କେନ୍ଦୁପତ୍ର ତୋଳିବା କାମ କରନ୍ତି। କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ କଲ୍ୟାଣ ପାଇଁ ମୋ ସରକାର ସବୁବେଳେ କାମ କରି ଆସୁଛି। ଓଡିଶା ହେଉଛି ଦେଶର ପ୍ରଥମ ରାଜ୍ୟ ଯେଉଁଠାରେ କେନ୍ଦୁପତ୍ର ତୋଳାଳୀ ମାନଙ୍କୁ ବୋନସ ଦିଆଯାଉଛି। ଆମର ଏହି ନୀତି ଅନ୍ୟ ରାଜ୍ୟ ମାନଙ୍କ ପାଇଁ ମଡେଲ ହୋଇଛି। ଗତ ସପ୍ତାହ ମଧ୍ୟରେ ମୁଁ କେନ୍ଦୁପତ୍ର ତୋଳାଳୀ ମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ତିନି ତିନିଥର ଆଲୋଚନା କରିଛି ବୋଲି ନବୀନ କହିଛନ୍ତି। ଏହି ଆଲୋଚନା ପରେ କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ ସ୍ବାର୍ଥ କୁ…

Read More

ନୂଆଦିଲ୍ଲୀ: ଜୀ ମିଡିଆ କର୍ପୋରେସନ୍ ଲିମିଟେଡ୍ ବା ZMCL ଦ୍ବାରା ଦାଖଲ ହୋଇଥିବା ଏକ ମାମଲାରେ ଦିଲ୍ଲୀ ହାଇକୋର୍ଟ ସାମ୍ବାଦିକ ପଲ୍କି ଶର୍ମା ଉପାଧ୍ୟାୟଙ୍କ ସପକ୍ଷରେ ରାୟ ପ୍ରଦାନ କରିଛନ୍ତି। ସେ କୌଣସି ଚ୍ୟାନେଲରେ କାମ କରି ପାରିବେ ନାହିଁ ବୋଲି ଜୀ ମିଡିଆ ତରଫରୁ ଯେଉଁ ଆବେଦନ କରାଯାଇଥିଲା ତାହାକୁ କୋର୍ଟ ପ୍ରତ୍ୟାଖାନ କରିଦେଇଛନ୍ତି। ତାଙ୍କୁ ଚାକିରୀରୁ ବାହାର କରିବା ପାଇଁ କୌଣସି ନିର୍ଦ୍ଦେଶ ଦିଆଯାଇ ପାରିବ ନାହିଁ ବୋଲି କୋର୍ଟ ରୋକଠୋକ କହିଛନ୍ତି। ଦାଖଲ ହୋଇଥିବା ମକଦ୍ଦମାରେ ଜୀ ମିଡିଆ ଦାବି କରିଥିଲା ଯେ ଜୀ ର WION ଚ୍ୟାନେଲର ପୂର୍ବତନ ପରିଚାଳନା ସମ୍ପାଦକ ପଲ୍କି ଶର୍ମା ଉପାଧ୍ୟାୟ ଇସ୍ତଫା ବେଳେ କଂପାନୀର ବାଧ୍ୟତାମୂଳକ ନୋଟିସ ନୀତି ଏବଂ non-compete clause କୁ ଉଲ୍ଲଂଘନ କରିଛନ୍ତି। ଏଥିସହିତ ସେ  ‘ଗୋପନୀୟ ସୂଚନା’ ନିତିକୁ ଉଲ୍ଲଘଂନ କରିଛନ୍ତି। ଯାହାଫଳରେ ସେ ଜୀ ମିଡିଆର ପ୍ରତିଯୋଗୀ ଚ୍ୟାନେଲର ଲାଭ ପାଇଁ ବ୍ୟବହାର…

Read More

ନୂଆଦିଲ୍ଲୀ: ଆମେରିକାର ଭର୍ଜିନିଆର ଚେସାପିକର ୱାଲମାର୍ଟ ଷ୍ଟୋର୍‌ରେ ଗୁଳି ବିନିମୟ ଖବର ସାମ୍ନାକୁ ଆସୁଛି। ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଗୁଳି ବିନିମୟ ଯୋଗୁଁ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଗୁଳି ବିନିମୟ ବିଷୟରେ ଜାଣିବା ପରେ ଚେସାପିକ ପୋଲିସ ବ୍ୟାଟଲଫିଲ୍ଡ ବ୍ଳକର ୱାଲମାର୍ଟରେ ଥିବା ସକ୍ରିୟ ସୁଟରକୁ ଧରିବା ପାଇଁ ଉଦ୍ୟମ କରିଥିଲା ​​ଏବଂ ତାଙ୍କ ଉପରକୁ ଗୁଳି ଚଳାଇଥିଲା।

Read More

ନୂଆଦିଲ୍ଲୀ: ଗୁଜୁରାଟରେ ବିଦ୍ରୋହୀମାନଙ୍କ ଉପରେ ବିଜେପି କଠୋର ଆଭିମୁଖ୍ୟ ଗ୍ରହଣ କରୁଛି। ଦଳ ଆଉ ୧୨ ଜଣ ବିଦ୍ରୋହୀଙ୍କୁ ନିଲମ୍ବିତ କରିଛି। ଏହି ବିଦ୍ରୋହୀମାନେ ବିଜେପି ପ୍ରାର୍ଥୀଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ନିଲମ୍ବିତ ବିଦ୍ରୋହୀମାନଙ୍କ ମଧ୍ୟରେ ୱାଘୋଡିଆର ବାହୁବଳୀ ବିଧାୟକ ମଧୁ ଶ୍ରୀବାସ୍ତବ ମଧ୍ୟ ସାମିଲ ହୋଇଛନ୍ତି। ପୂର୍ବରୁ ୭ ବିଦ୍ରୋହୀଙ୍କୁ ନିଲମ୍ବିତ କରାଯାଇଥିଲା। ଏଥି ସହିତ ଏପର୍ଯ୍ୟନ୍ତ ମୋଟ ୧୯ ନେତାଙ୍କୁ ନିଲମ୍ବିତ କରାଯାଇଛି। ଉଲ୍ଲେଖନୀୟ ଯେ, ଉଭୟ ରାଜନୈତିକ ଦଳ ବିଦ୍ରୋହୀଙ୍କ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯଦି ଆମେ ବିଜେପି ବିଷୟରେ ଆଲୋଚନା କରିବା, ତେବେ ବିଜେପି ଏହାର ଅନେକ ବିଧାୟକଙ୍କ ଟିକେଟ୍ କାଟି ଦେଇଛି, ଯାହା ପରେ ସେମାନଙ୍କ ମଧ୍ୟରେ ଅନେକ ଅସନ୍ତୋଷ ଦେଖାଯାଉଛି। ଦଳ ୱାଘୋଡିଆରୁ ୬ ଥର ବିଧାୟକ ମଧୁ ଶ୍ରୀବାସ୍ତବଙ୍କ ଟିକେଟ୍ କାଟିଛି ଏବଂ ସେଠାରେ ଅଶ୍ୱିନୀ ପଟେଲଙ୍କୁ ବିଜେପି ପ୍ରାର୍ଥୀ କରିଛି। କ୍ରୋଧିତ ମଧୁ ଶ୍ରୀବାସ୍ତବ ବିଜେପି ଛାଡି ବିଦ୍ରୋହୀ ହୋଇଛନ୍ତି।…

Read More

ନୂଆଦିଲ୍ଲୀ: ଲୋକଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ସରକାର ଅନେକ ଯୋଜନା କରୁଛନ୍ତି। ଏଥି ମଧ୍ୟରୁ ଗୋଟିଏ ହେଉଛି ଅଟଳ ପେନ୍ସନ୍ ଯୋଜନା, ଯାହା ନିବେଶକମାନଙ୍କୁ ଅର୍ଥନୈତିକ ଏବଂ ସାମାଜିକ ସୁରକ୍ଷା ଯୋଗାଇଥାଏ। ଏହା ହେଉଛି ସରକାରଙ୍କ ସବୁଠାରୁ ଲୋକପ୍ରିୟ ଯୋଜନା। ଏହି ଯୋଜନା ଅଧୀନରେ ପ୍ରତି ମାସରେ ୫ ହଜାର ଟଙ୍କା ପେନସନ୍ ନିଆଯାଇପାରେ। ୧୮ ରୁ ୪୦ ବର୍ଷ ବୟସର ଯେକୌଣସି ବ୍ୟକ୍ତି ଏହି ଯୋଜନାର ଲାଭ ଉଠାଇ ପାରିବେ। ଅଟଳ ପେନ୍ସନ୍ ଯୋଜନା ଏକ ବିପଦମୁକ୍ତ ଯୋଜନା, ଯେଉଁଥିରେ ସରକାରଙ୍କ ଅବଦାନ ମଧ୍ୟ ରହିଛି। ଅଟଳ ପେନ୍ସନ୍ ଯୋଜନା PFRDA ଦ୍ୱାରା ପରିଚାଳିତ। ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ହେଉଛି ନାଗରିକମାନଙ୍କୁ ରୋଗ ଏବଂ ଦୁର୍ଘଟଣାରୁ ରକ୍ଷା କରିବା ଏବଂ ଏହି ଯୋଜନା ମୁଖ୍ଯତଃ ଦେଶର ଅସଂଗଠିତ କ୍ଷେତ୍ର ପାଇଁ ପ୍ରବର୍ତ୍ତିତ ହୋଇଛି। ଅଟଳ ପେନ୍ସନ୍ ଯୋଜନା ପାଇଁ କିଏ ଯୋଗ୍ୟ?: ସରକାରଙ୍କ ଏହି ପେନ୍ସନ୍ ଯୋଜନା…

Read More

ନୂଆଦିଲ୍ଲୀ: ନାଇଜେରିଆର ଉତ୍ତର-ପୂର୍ବ ସହର ମଇଦୁଗୁରି ବାହାରେ ତିନୋଟି ବସ୍ ଧକ୍କା ହେବା ପରେ ଅତି କମରେ ୩୭ ଜଣଙ୍କର ମୃତ୍ୟୁ ଘଟିଛି। ଦେଶର ସଡକ ସୁରକ୍ଷା ଏଜେନ୍ସି ଏହି ସୂଚନା ଦେଇଛି। ଦୁଇଟି ବାଣିଜ୍ୟିକ ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଏହି ସମୟରେ ତୃତୀୟ ବସ୍ ମଧ୍ୟ ସେମାନଙ୍କ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏପର୍ଯ୍ୟନ୍ତ ୩୭ ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ଚିହ୍ନଟ ହୋଇ ନାହାଁନ୍ତି। କାରଣ ସେମାନେ ସମ୍ପୂର୍ଣ୍ଣ ଜଳିଯାଇଛନ୍ତି। ବୋର୍ନୋ ରାଜ୍ୟର ରାଜଧାନୀ ମଇଦିଗୁରୀ ଠାରୁ ପ୍ରାୟ ୩୫ କିଲୋମିଟର ଦୂରରେ ଥିବା ଜକାନା ଗାଁ ନିକଟରେ ଏହି ଧକ୍କା ହୋଇଥିଲା। ଏହି ଦୁର୍ଘଟଣା ସେତେବେଳେ ଘଟିଥିଲା, ​​ଯେତେବେଳେ ଗୋଟିଏ ବସ୍ ର ଟାୟାର ଫାଟିଯାଇ ବିପରୀତ ଦିଗରୁ ଆସୁଥିବା ଗାଡି ସହିତ ଧକ୍କା ହୋଇଥିଲା।

Read More