ମେଷ ରାଶିଫଳ- ଆପଣଙ୍କ ଦିନକୁ ଯତ୍ନର ସହିତ ବିତାନ୍ତୁ। ଆଜି କୈଣସି ପ୍ରକାରର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଖାଦ୍ୟ ଏବଂ ପାନୀୟରେ ବିଶେଷ ଯତ୍ନ ନେବା ଲାଭଦାୟକ ଅଟେ। ଆପଣ ଶାରୀରିକ ଥକ୍କା ଏବଂ ମାନସିକ ବିଭ୍ରାଟ ଅନୁଭବ କରିବେ। ଅଫିସରେ କାର୍ଯ୍ୟଭାର ହେତୁ ଆପଣ ଅଧିକ ଥକ୍କା ଅନୁଭବ କରିବେ। ସ୍ଥାନାନ୍ତରଣ ଲାଭଦାୟକ ହେବ ନାହିଁ। ସମ୍ଭବତଃ ଆଧ୍ୟାତ୍ମିକତା ପାଇଁ କିଛି ସମୟ ନିଅନ୍ତୁ। ବୃଷ ରାଶିଫଳ- ଆଜି ଆପଣଙ୍କର ମିଶ୍ରର ଦିନ ଅଟେ। ଆଜି ଆପଣ ଅସୁସ୍ଥତା ଏବଂ ଚିନ୍ତା ଅନୁଭବ କରିବେ। ଶରୀରରେ ଥକାପଣ ଏବଂ ଅଳସୁଆତା ଏବଂ ମନରେ ବ୍ୟାକୁଳତା ଅନୁଭବ ହେବ। ଆଜି ଆପଣ ଟିକେ କ୍ରୋଧିତ ହେବେ ଯାହା ହେତୁ ଜିନିଷ ନଷ୍ଟ ହୋଇପାରେ। ଅଭ୍ୟାସରେ ନ୍ୟାୟ ଆଣିବାକୁ ଚେଷ୍ଟା କରନ୍ତୁ। ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ। ଧାର୍ମିକ ଯାତ୍ରା ଆୟୋଜିତ ହେବ। ଆଜି…
Author: Samikhsya Bureau
ଭୁବନେଶ୍ବର: ଆଜି କାର୍ତ୍ତିକ ପୂର୍ଣ୍ଣିମା ଦିନରେ ଚନ୍ଦ୍ରଗ୍ରହଣ ଲାଗୁଛି। ଚନ୍ଦ୍ରଗ୍ରହଣ ସମୟରେ ଗର୍ଭବତୀ ମହିଳାମାନେ କିଛି ନିୟମ ପାଳନ କରିବା ଜରୁରୀ। ଅନ୍ୟଥା, ଉଭୟ ଶିଶୁ ଏବଂ ମା’ ଉପରେ ଖରାପ ପ୍ରଭାବ ପଡିଥାଏ। ଚନ୍ଦ୍ରଗ୍ରହଣର ସୂତକ କାଳ ପରେ ଗର୍ଭବତୀ ମହିଳାମାନେ ଘରୁ ବାହାରକୁ ଆସିବା ଉଚିତ୍ ନୁହେଁ। ଚନ୍ଦ୍ରଗ୍ରହଣର ଛାୟା ଶିଶୁର ବିକାଶ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଏପରି କରିବା ଦ୍ୱାରା ଶିଶୁର ଶାରୀରିକ ତ୍ରୁଟି ହୋଇପାରେ। ଚନ୍ଦ୍ରଗ୍ରହଣ ସମୟରେ ଗର୍ଭବତୀ ମହିଳାମାନେ ଧାରୁଆ ଜିନିଷ ବ୍ୟବହାର କରିବା ଉଚିତ୍ ନୁହେଁ। ଯେପରି ପନିପରିବା କାଟନ୍ତୁ ନାହିଁ, ସିଲେଇ, କଇଁଚି, ଛୁରୀ ବ୍ୟବହାର କରନ୍ତୁ ନାହିଁ। ଏହା କରିବା ଅତ୍ୟନ୍ତ ଅଶୁଭ ଅଟେ। ଏହା ଦ୍ଵାରା ମା’ ସହିତ ପିଲା ଉପରେ ଖରାପ ପ୍ରଭାବ ପଡିଥାଏ। ଗର୍ଭବତୀ ମହିଳାମାନେ ଚନ୍ଦ୍ରଗ୍ରହଣ ସମୟରେ ଶୋଇବା ଉଚିତ୍ ନୁହେଁ। କୁହାଯାଏ ଏହା ଶିଶୁର ବୁଦ୍ଧି ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ।…
ଭୁବନେଶ୍ୱର: ଓଡିଶାର ହସ୍ତଶିଳ୍ପ ଓ ହସ୍ତତନ୍ତ ଐତିହ୍ୟକୁ ସାଇତି ରଖିବା ତଥା ଏହାର ଅଧିକ ପ୍ରସାର କରିବା ଲକ୍ଷ୍ୟରେ ଓଡିଶା ସରକାର ଭୁବନେଶ୍ୱରର ଶିଳ୍ପୀ ବିହାର, ପୋଖରୀପୁଟଠାରେ ‘ଓଡିଶା ହସ୍ତଶିଳ୍ପ ସଂଗ୍ରହାଳୟ -କଳାଭୂମି’ ସ୍ଥାପନ କରିଛନ୍ତି । ଓଡିଶା ହସ୍ତଶିଳ୍ପ ଓ ହସ୍ତତନ୍ତ ଐତିହ୍ୟ ସବୁକୁ ଉଜ୍ଜୀବିତ କରିବା ଲକ୍ଷ୍ୟରେ ଏବଂ ଏହି କ୍ଷେତ୍ରରେ ଗବେଷଣାକୁ ପ୍ରୋତ୍ସାହନ ଦେବା ଓ ତତ୍ସମ୍ବନ୍ଧୀୟ ଗବେଷଣାଲବ୍ଧ ଜ୍ଞାନକୁ ଲିପିବଦ୍ଧ କରି ଦେଶ ଓ ବିଦେଶର ପରିଦର୍ଶକମାନଙ୍କୁ ନିଜ କଳାକୃତି ପ୍ରତି ଆକୃଷ୍ଟ କରିବା ଏହାର ମୂଳ ଲକ୍ଷ୍ୟ । ବର୍ତ୍ତମାନ ଓଡିଶାର କାରିଗର, ବୁଣାକାର, ରାଜ୍ୟ ଓ ଜାତୀୟ ପୁରସ୍କାରପ୍ରାପ୍ତ ତଥା ପଦ୍ମ ପୁରସ୍କାରପ୍ରାପ୍ତ କାରିଗର ଓ ବୁଣାକାରମାନଙ୍କ ପାଇଁ ଓଡିଶା ସରକାର ଏକ ବିଶେଷ ଘୋଷଣା କରିଛନ୍ତି । ସେମାନଙ୍କ ପାଇଁ କଳାଭୂମିରେ ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି । ଏହି ଅବସରରେ ଓଡ଼ିଶାର କାରିଗର ଓ ବୁଣାକାରମାନଙ୍କୁ ଅନୁରୋଧ କରାଯାଉ ଅଛିକି…
Lunar eclipse 2022 : ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ କାର୍ତ୍ତିକ ମାସର ପୂର୍ଣ୍ଣିମା ଅର୍ଥାତ୍ ନଭେମ୍ବର ୮ ରେ ସଂଗଠିତ ହେବ। ଏହା ଆଂଶିକ ଭାବେ ଭାରତ ସମେତ ଅନେକ ଦେଶରେ ଦୃଶ୍ୟମାନ ହେବ। ଏହାର ସୂତକ ଅବଧି ସକାଳ ୮.୨୦ ରେ ଆରମ୍ଭ ହେବ। ବିଶ୍ୱାସ କରାଯାଏ ଯେ ଏହି ସମୟ ମଧ୍ୟରେ କୈଣସି ଧାର୍ମିକ କିମ୍ବା ଶୁଭ କାର୍ଯ୍ୟ କରାଯିବା ଉଚିତ ନୁହେଁ। ଚନ୍ଦ୍ର ଗ୍ରହଣରେ ରାଶି ପ୍ରଭାବିତ ଚନ୍ଦ୍ର ଗ୍ରହଣ ଦ୍ବାରା ଅନେକ ରାଶି ମଧ୍ୟ ମଧ୍ୟ ପ୍ରଭାବିତ ହୋଇଥାନ୍ତି। ଚନ୍ଦ୍ରଗ୍ରହଣ ଭାରତୀୟ ସମୟ ଅପରାହ୍ନ ୨:୪୧ ରୁ ଆରମ୍ଭ ହୋଇ ସନ୍ଧ୍ୟା ୬.୧୮ ରେ ଶେଷ ହେବ। ଭାରତରେ ଏହା କେବଳ ଅପରାହ୍ନ ୫:୩୨ ରୁ ୬.୧୮ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ। ଚନ୍ଦ୍ରଗ୍ରହଣ ପୂର୍ବରୁ ସକାଳ ୮.୨୦ ରେ ଏହାର ଅବଧୀ ଆରମ୍ଭ ହେବ। ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଏହାର ପ୍ରଭାବ ମେଷ,…
ନୂଆଦିଲ୍ଲୀ: କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବ ଜାତିସଂଘ ମହାସଚିବ ଉଚ୍ଚସ୍ତରୀୟ ଗୋଲଟେବୁଲ ବୈଠକରେ ଆଗୁଆ ସତର୍କତା ସମ୍ପର୍କୀତ କାର୍ୟ୍ୟକାରୀ ଯୋଜନା ନେଇ ଆଜି କୋପ-୨୭ ସର୍ମ ଆଲ ଶେଖ୍ଠାରେ ବିଶ୍ୱ ନେତୃବୃନ୍ଦଙ୍କ ଶିଖର ସମ୍ମିଳନୀରେ ଉଦ୍ବୋଧନ ଦେଇଛନ୍ତି । ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ଯାଦବ କହିଛନ୍ତି ଯେ “ସମସ୍ତଙ୍କ ନିମନ୍ତେ ଆଗୁଆ ସତର୍କତା ନେଇ ମହାସଚିବଙ୍କ କାର୍ୟ୍ୟସୂଚୀକୁ ଆମେ ସମ୍ପୂର୍ଣ୍ଣ ସମର୍ଥନ କରୁଛୁ । ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟାକୁ ଦୂର କରିବା ଦିଗରେ ବୈଶ୍ୱିକ ସ୍ତରରେ ହେଉଥିବା ପଦକ୍ଷେପ ଯଥେଷ୍ଟ ନୁହଁ । ବିଶ୍ୱରେ ପ୍ରଭୂତ କ୍ଷତି ସାଧନ କରୁଥିବା ପ୍ରାକୃତିକ ବିପର୍ୟ୍ୟୟର ମୁକାବିଲା ନେଇ ତତ୍କାଳ କାର୍ୟ୍ୟାନୁଷ୍ଠାନ ଆବଶ୍ୟକ । ମାତ୍ର ଏସବୁ ସମସ୍ୟା କିଛି ସମୟ ପାଇଁ ଆମ ମନକୁ ଆନ୍ଦୋଳିତ କରୁଛି ଓ ଏଥିରେ କ୍ଷତିଗ୍ରସ୍ତ ଦେଶଗୁଡିକୁ ଅଳ୍ପ କିଛି ପଦକ୍ଷେପ ନେବା ପରେ…
ନୂଆଦିଲ୍ଲୀ : କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ବୈଦ୍ୟୁତିକ ଯାନ(ଇଭି)ର ଚାର୍ଜିଂ ଭିତ୍ତିଭୂମି ସଂକ୍ରାନ୍ତ ନୀତିର ସଂଶୋଧନ କରାଯାଇଛି। ଏଥି ସହିତ ଏ କ୍ଷେତ୍ରରେ ଏକୀକୃତ ସଂଶୋଧିତ ନିର୍ଦ୍ଦେଶାବଳୀ ଓ ମାନକ ଜାରି କରାଯାଇଛି। ଏହା ଫଳରେ ମନ୍ତ୍ରଣାଳୟ ପକ୍ଷରୁ ୨୦୨୨ ଜାନୁୟାରୀ ୧୪ତାରିଖରେ ଏ ସମ୍ପର୍କରେ ଯେଉଁ ନୀତି ପ୍ରଣୀତ ହୋଇଥିଲା ତାହା ବଦଳିଛି। ସଂଶୋଧିତ ନୂଆ ବ୍ୟବସ୍ଥାରେ ଆଉ କେତେକ ବିଷୟକୁ ଯୋଡା ଯାଇଛି। ସେଗୁଡିକ ହେଲା (1) ଶୀର୍ଷକ ବା ଅଧୀନରେ ଥିବା ସର୍ବସାଧାରଣ ଚାର୍ଜିଂ ଭିତ୍ତିଭୂମି (ପିସିଆଇ)ର ଆବଶ୍ୟକତାରେ ପାରା ୩.୧ (XI)ରେ ନିମ୍ନ ବିଷୟ ଯୋଡାଯାଇଛି। XI ସର୍ବସାଧାରଣ ଚାର୍ଜିଂ ଷ୍ଟେସନରେ ସର୍ଭିସ ଚାର୍ଜ ସଂଗ୍ରହ ବ୍ୟବସ୍ଥା ରହିବ। ଏଥିରେ ଦିନର ନିର୍ଦ୍ଦିଷ୍ଟ ସମୟର ରେଟ୍ ଓ ସୌର ଆୱାର ବା ସୋଲାର ଆୱାର ପାଇଁ ଡିସକାଉଣ୍ଟ ବ୍ୟବସ୍ଥା କାର୍ୟ୍ୟକାରୀ ହେବ। 2) ଶୀର୍ଷକ ୮ରେ “ପିସିଏସ୍ରେ ସର୍ଭିସ ଚାର୍ଜିଂ”, ପାରା ୮.୩ରେ ନିମ୍ନଲିଖିତ…
ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଏବଂ ପ୍ରସାରଣ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ. ମୁରୁଗାନ ସୋମବାର ଦିନ ୫୩ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ)ର ପ୍ରସ୍ତୁତି ସମୀକ୍ଷା କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଗୋଆର ପାଣାଜି ସ୍ଥିତ ମହୋତ୍ସବ ଆୟୋଜନ ସ୍ଥଳ ପରିଦର୍ଶନ କରିଥିଲେ ଏବଂ ବିଭିନ୍ନ କାର୍ୟ୍ୟକ୍ରମ ଆୟୋଜିତ ହେବାକୁ ଥିବା ସ୍ଥାନରେ ପ୍ରସ୍ତୁତି ଅନୁଧ୍ୟାନ କରିଥିଲେ । ଏସବୁ ସ୍ଥାନକୁ ଯଥାଶୀଘ୍ର ସମ୍ଭବ ପ୍ରସ୍ତୁତ କରିବା ଲାଗି ସେ ପରାମର୍ଶ ଦେଇଥିଲେ । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଅପୂର୍ବ ଚନ୍ଦ୍ର, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପଶ୍ଚିମ ପ୍ରାନ୍ତ ମହାନିର୍ଦ୍ଦେଶକ ମନିଦୀପା ମୁଖାର୍ଜୀ, ଜାତୀୟ ଚଳଚ୍ଚିତ୍ର ବିକାଶ ନିଗମ (ଏନଏଫଡିସି)ର ପରିଚାଳନା ନିର୍ଦ୍ଦେଶକ ରବିନ୍ଦ୍ର ଭାକର, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଯୁଗ୍ମ ସଚିବ (ଚଳଚ୍ଚିତ୍ର) ପୃଥୁଲ କୁମାର, ଗୋଆ ପୁଲିସ ଆଇଜି ଓମବୀର ସିଂ ବିଷ୍ଣୋଇ, ଗୋଆ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ…
ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଭେଟେଶ୍ୱର ଗ୍ରାମ ପଂଚାୟତର ବୃନ୍ଦାବନପୁର (ଭାପୁର )ଗ୍ରାମର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ଆଜି ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା ବାତ୍ୟା ଆଶ୍ରୟ ସ୍ଥଳୀର ପରିଚାଳନା କମିଟିକୁ ଏକ ୭ଦିନିଆ ପ୍ରଶିକ୍ଷଣ ଶିବିର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ଉକ୍ତ ଉଦଘାଟନୀ ଉତ୍ସବରେ ଭେଟେଶ୍ୱର ପଞ୍ଚାୟତ ସରପଞ୍ଚ ସାବିତ୍ରୀ ଭୋଳ, ବାଣପୁର ତହସିଲଦାର କୁଞ୍ଜ ବିହାରୀ ବଡ଼ଜେନା, ଅତିରକ୍ତ ବ୍ଲକ ଉନ୍ନୟନ ଅଧିକାରୀ ସୀମାଦ୍ରି ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ପ୍ରକାଶ ଥାଉକି ବାତ୍ୟା ଆଶ୍ରୟ ସ୍ଥଳୀର ପରିଚାଳନା ଏବଂ କୌଣସି ବିପର୍ଯ୍ୟୟ ସମୟରେ ଅନୁସନ୍ଧାନ ଓ ଉଦ୍ଧାର ନିମନ୍ତେ ଏଠାରେ ଆଜିଠାରୁ ୭ଦିନିଆ କୌଶଳ ପ୍ରଦାନ ଦିଆଯିବ।ଉକ୍ତ କୌଶଳ ଶିକ୍ଷା କେନ୍ଦ୍ରରେ ପଞ୍ଚାୟତର ପ୍ରାୟ ୨୫ଜଣଆ କମିଟି ଙ୍କ ସହ ୫୦ ଜଣ ଯୁବ ସ୍ୱେଚ୍ଛାସେବୀ ଶିକ୍ଷା ଗ୍ରହଣ କରିବେ। ଉକ୍ତ କମିଟିର ସଭାନେତ୍ରୀ…
ସୀତାରାମ ଅଗ୍ରୱାଲ ବାଲୁଗାଁ: ପ୍ରାଚୀନ ଉତ୍କଳର ନୌବାଣିଜ୍ୟ,ପରମ୍ପରା,ଐତିହ୍ୟ, ବୈଭବ ତଥା ଏସିଆ ମହାଦେଶର ଏକମାତ୍ର ଲୁଣା ହ୍ରଦ ମରାଳ ମାଳିନୀ ନିଳାମ୍ବୁ ଚିଲିକାର ସମୃଦ୍ଧୀଶାଳି ସାଂସ୍କୃତିକ ଚେତନାକୁ ପ୍ରତିଟି ବିର ଓଡିଆଙ୍କ ହୃଦୟରେ ଉଦ୍ଜୀବିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ଚିଲିକା ବୋଇତ ବନ୍ଦାଣ ମହୋତ୍ସବ କମିଟି ଆନୁକୂଲ୍ୟରେ ବାଲୁଗାଁ ମହାବିଦ୍ୟାଳୟ ପରିସରରେ ବୋଇତ ବନ୍ଦାଣ ମହୋତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବ କମିଟିର ସଭାପତି ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଅନୁପସ୍ଥିତରେ କମିଟିର ଆବାହକ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟଙ୍କ ଆବାହକତ୍ଵରେ ପ୍ରାତଃ କାଳରେ ମଞ୍ଚ ପୂଜା କରାଯିବା ସହ ମା’ କାଳିଜାଇଙ୍କ ଜ୍ୟୋତି ଶୋଭାଯାତ୍ରା କରାଯାଇଥିଲା। ସର୍ବସାଧାରଣଙ୍କ ମନୋରଞ୍ଜନ ନିମନ୍ତେ ଅପରାହ୍ନରେ ସ୍ଥାନୀୟ ଅନୁଷ୍ଠାନର କଳାକାରମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିବାବେଳେ ସନ୍ଧ୍ୟା ସମୟରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟଙ୍କ ସଭାପତିତ୍ୱରେ ସମସ୍ତ ଅତିଥି ବୃନ୍ଦଙ୍କ ଗହଣରେ ପ୍ରଦୀପ ପ୍ରଜ୍ଵଳନ କରି…
ଭୁବନେଶ୍ବର: ଓଡ଼ିଶା ପ୍ରଶାସନିକ ସେବା(OAS )ର ଅଧିକାରୀଙ୍କ ସ୍ତରରେ ଅଦଳବଦଳ ହୋଇଛି। ଏକାଥରେ ଆଠ ଜଣ ବରିଷ୍ଠ ଓଏଏସଙ୍କ ବଦଳି କରାଯାଇଛି। ସେମାନଙ୍କ ହେଉଛନ୍ତି .. ମନୋଜ କୁମାର ପାଢ଼ୀ- ଅତିରିକ୍ତ ସଚିବ ଭାବେ ଏସଏସଟି ବିଭାଗର ନୂଆ ଦାୟିତ୍ବ ସୁଚାରୁ ଚରଣ ବଳ-ବାଲେଶ୍ବରର ଅତିରିକ୍ତ ଜିଲ୍ଲାପାଳ ଭାବେ ନୂଆ ଦାୟିତ୍ବ ପ୍ରତାପ ଚନ୍ଦ୍ର ବେଉରା- ଖୋର୍ଦ୍ଧା ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଭାବେ ନୂଆ ଦାୟିତ୍ବ ପ୍ରତାପ ଚନ୍ଦ୍ର ପ୍ରଧାନ- ଅତିରିକ୍ତ ଇଓ, ଜିଲ୍ଲାପରିଷଦ ଗଂଜାମ ଦାୟିତ୍ବ ନେବେ କମଳଜୀତ ଦାସ- କଟକ ସବ କଲେକ୍ଟର ଭାବେ ବଦଳି ସୁବ୍ରତ ବେହେରା-ଜେନେରାଲ ମ୍ୟାନଜର ଭୁବନେଶ୍ବର ସ୍ମାର୍ଟ ସିଟି ଭାବେ ବଦଳି ମନୋରଞ୍ଜନ ସାହୁ- ଜେନେରାନ ମ୍ୟାନଜର ସ୍ବତନ୍ତ୍ର ପ୍ରକଳ୍ପ ଭୁବନେଶ୍ବର ସ୍ମାର୍ଟ ସିଟି ଇତିଶ୍ରୀ ନାୟକ-ଡେପୁଟି କଲକ୍ଟେର ପୁରୀକୁ ବଦଳି ସୋମବାର ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି..
ଭୁବନେଶ୍ବର: ଏଥର ଦୀପାବଳିରେ ଯେପରି ସୂର୍ଯ୍ୟ ପରାଗ ଲାଗିଥିଲା, ଠିକ ସେହିପରି କାର୍ତ୍ତିକ ପୂର୍ଣ୍ଣିମାରେ ମଧ୍ୟ ଏଥର ଚନ୍ଦ୍ର ଗ୍ରହଣ ଲାଗୁଛି। ଫଳରେ ଏଥର କାର୍ତ୍ତିକ ପୂର୍ଣ୍ଣିମାର ପୂଜାପାଠ ଏବଂ ଡଙ୍ଗା ଭସାକୁ ନେଇ ଦ୍ବନ୍ଦ ସୃଷ୍ଟି ହୋଇଛି। ହେଲେ ଏହି ପବିତ୍ର ଦିନରେ ଗ୍ରହଣ ଲାଗୁଥିବାରୁ ଏହାର ପୂଜାପାଠ ତା ପୂର୍ବଦିନ ଭୋର ୫ ଟା ପୂର୍ବରୁ କରିବା ପାଇଁ କୁହାଯାଇଛି। ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ନଭେମ୍ବର ୮ ତାରିଖ ମଙ୍ଗଳବାର ବା ଆସନ୍ତାକାଲି ପଡୁଛି। ସେହିଦିନ ମଧ୍ୟ ଚନ୍ଦ୍ର ଗ୍ରହଣ ସଂଗଠିତ ହେଉଛି। ପଞ୍ଜିକା ଅନୁସାରେ ମଙ୍ଗଳବାର ଦିନ ଚନ୍ଦ୍ର ଗ୍ରହଣ ୨ ଟା ୩୯ ମିନିଟ ୧୪ ସେକେଣ୍ଡରେ ଲାଗୁଛି। ସେହିପରି ଏହି ଗ୍ରହଣ ୬ ଟା ୧୯ ମିନିଟ ୪ ସେକେଣ୍ଡରେ ସର୍ବମୋକ୍ଷ ହେବ ବା ଗ୍ରହଣ ଶେଷ ହେବ। ଶାସ୍ତ୍ର ଅନୁସାରେ ଚନ୍ଦ୍ର ଗ୍ରହଣର ୯ ଘଣ୍ଟା ପୂର୍ବରୁ ପାକତ୍ୟାଗ କରାଯାଇଥାଏ। ସେହି…
ଭୁବନେଶ୍ୱର: ଆଇଓସିର ସଦସ୍ୟା ନୀତା ଅମ୍ବାନି ଭାରତୀୟ ଅଲିମ୍ପିକ ସଂଘ (ଆଇଓଏ)ର ସଂଶୋଧିତ ସମ୍ବିଧାନକୁ ସ୍ୱାଗତ କରିଛନ୍ତି ଏବଂ ଏହାକୁ ଭାରତୀୟର ଅଲିମ୍ପିକ ସ୍ୱପ୍ନ ପାଇଁ ଐତିହାସିକ ମୁହୂର୍ତ ଭାବେ ଅଭିହିତ କରିଛନ୍ତି। ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଏଲ୍ ନାଗେଶ୍ୱର ରାଓ ଏହାକୁ ପ୍ରସ୍ତୁତ କରାଯାଇଛି। ଆଇଓଏର ସଂଶୋଧିତ ସମ୍ବିଧାନରେ କିଛି ମହତ୍ୱପୂର୍ଣ୍ଣ ପରିବର୍ତନ କରାଯାଇଛି। ନଭେମ୍ବର ୧୦ ତାରିଖରେ ହେବାକୁ ଥିବା ସାଧାରଣ ପରିଷଦ ବୈଠକରେ ଏହାକୁ ଆନୁଷ୍ଠାନିକ ସ୍ୱୀକୃତି ମିଳିବ ବୋଲି ଆଶା କରାଯାଉଛି। ନୂଆ ସଂଶୋଧିତ ଆଇଓଏର ସମ୍ବିଧାନରେ କ୍ରୀଡ଼ାବିତ ଓ ମହିଳାମାନଙ୍କ ଅଧିକ ପ୍ରତିନିଧିତ୍ୱକୁ ପ୍ରଶଂସା କରି ଶ୍ରୀମତୀ ନୀତା ଏମ୍ ଅମ୍ବାନି କହିଛନ୍ତି ଯେ, “ଭାରତର ଅଲିମ୍ପିକ ଆନ୍ଦୋଳନରେ ଏକ ଐତିହାସିକ ପରିବର୍ତ୍ତନ ଲାଗି ମୁଁ ବିଚାରପତି ନାଗେଶ୍ୱର ରାଓଙ୍କୁ ଧନ୍ୟବାଦ ଜଣାଉଛି, କାରଣ ଆମେ ଏକ ଆଶାଭରା ଭବିଷ୍ୟତ ଆଡ଼କୁ ଗତି କରୁଛୁ। ଆଇଓଏର ସଂଶୋଧିତ ସମ୍ବିଧାନରେ ଭାରତୀୟ କ୍ରୀଡ଼ା ପ୍ରଶାସନରେ କ୍ରୀଡ଼ାବିତ…
ନୂଆଦିଲ୍ଲୀ: ଅସ୍ତ୍ରଶସ୍ତ୍ର ବିକ୍ରେତା ସଞ୍ଜୟ ଭଣ୍ଡାରୀଙ୍କ ପ୍ରତ୍ୟର୍ପଣ ମାମଲାରେ ଭାରତକୁ ବଡ ସଫଳତା ମିଳିଛି। ବ୍ରିଟେନର ଏକ କୋର୍ଟ ପଳାତକ ଅସ୍ତ୍ର ବିକ୍ରେତା ସଞ୍ଜୟ ଭଣ୍ଡାରୀଙ୍କୁ ପ୍ରତ୍ୟର୍ପଣ କରିବାକୁ ଅନୁମତି ଦେଇଛନ୍ତି। ସଞ୍ଜୟ ଭଣ୍ଡାରୀଙ୍କୁ ବର୍ତ୍ତମାନ ଭାରତ ଅଣାଯିବ। ସଞ୍ଜୟ ଭଣ୍ଡାରୀ ଉପରେ କିଛି ପ୍ରତିରକ୍ଷା କାରବାରରେ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି। ୟୁପିଏ ସରକାର ସମୟରେ ହୋଇଥିବା ଅସ୍ତ୍ରଶସ୍ତ୍ର କାରବାର ସଂପର୍କରେ ସେ ବିଦେଶୀ କମ୍ପାନୀମାନଙ୍କଠାରୁ ୪୦୦ କୋଟିରୁ ଅଧିକ ଦେୟ ଗ୍ରହଣ କରିଥିବା ଅଭିଯୋଗ ହୋଇଛି। ଦୁବାଇର ଅନେକ ସଂସ୍ଥାରେ କରାଯାଇଥିବା କାରବାରର ରେକର୍ଡରୁ ଏହା ସ୍ପଷ୍ଟ ହୋଇଛି। ମନି ଲଣ୍ଡରିଂ, କଳା ଧନ ଏବଂ ଟ୍ୟାକ୍ସ ଆକ୍ଟ, ୨୦୧୫ ଅନୁଯାୟୀ ଅସ୍ତ୍ରଶସ୍ତ୍ର ବ୍ୟବସାୟୀ ସଞ୍ଜୟ ଭଣ୍ଡାରୀଙ୍କୁ ପ୍ରତ୍ୟର୍ପଣ କରିବାକୁ ଭାରତ ସରକାର ଚାହୁଁଥିଲେ। ପ୍ରତ୍ୟର୍ପଣ ମାମଲାର ଶେଷ ଯୁକ୍ତି ଅକ୍ଟୋବର ୪ ତାରିଖରେ ଲଣ୍ଡନର ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ କୋର୍ଟରେ ଶୁଣାଣି ହୋଇଥିଲା ଏବଂ ବର୍ତ୍ତମାନ ଏହି ରାୟ…
ଭୁବନେଶ୍ୱର: ଆସନ୍ତା ନଭେମ୍ବର ୮ ତାରିଖରୁ କଟକରେ ଆରମ୍ଭ ହେବାକୁ ଥିବା ଐତିହାସିକ ବାଲିଯାତ୍ରା ସହିତ ଓଡ଼ିଶାର ମହାନ ସାମୁଦ୍ରିକ ସଂସ୍କୃତିକୁ ନେଇ କେନ୍ଦ୍ର ସରକାରଙ୍କ ଦ୍ୱାରା ଏକ ୩ ଦିନିଆ ଜାତୀୟ ଧାରା ସମ୍ମିଳନୀର ଆୟୋଜନ କରାଯାଇଛି। ସହସ୍ର ବର୍ଷ ପୁରାତନ କଟକ ସହରରେ ଆୟୋଜିତ ହେବାକୁ ଥିବା “ସମୁଦ୍ରମନ୍ଥନ’ ଭାବେ ନାମିତ ଏହି ସମ୍ମିଳନୀରେ ଭାରତର ସମୃଦ୍ଧ ପ୍ରାଚୀନ ସାମୁଦ୍ରିକ ପରମ୍ପରା, ଏହାର ବର୍ତ୍ତମାନର ସ୍ଥିତି ଏବଂ ଆଗାମୀ ଭବିଷ୍ୟତରେ ଏହାର ସମ୍ଭାବନା ଓ ସମସ୍ୟାକୁ ନେଇ ଆଲୋଚନା କରାଯିବ। ଏହି ସମ୍ମିଳନୀଟି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଏକ ଅଂଗ ଭାରତୀୟ ଜ୍ଞାନ ବ୍ୟବସ୍ଥା (ଇଣ୍ଡିଆନ୍ ନଲେଜ ସିଷ୍ଟମ୍ ଡିଭିଜନ୍), ସଂସ୍କୃତି ମନ୍ତ୍ରଣାଳୟ ଓ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ ଭାରତରେ ପ୍ରଚଳିତ ଏହି ମହାନ୍ ପରମ୍ପରା ବିଷୟରେ ସଚେତନତା ସୃଷ୍ଟି କରାଯିବା ସହ ବର୍ତ୍ତମାନ ପରିସ୍ଥିତି…
ନୂଆଦିଲ୍ଲୀ: ଖଣି ମନ୍ତ୍ରଣାଳୟର ସର୍ବଶେଷ ହିସାବ ଅନୁସାରେ ଦେଶର ୨୩ଟି ରାଜ୍ୟର ୬୨୨ ଜିଲ୍ଲାରେ ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ଗଠନ କରାଯାଇଛି। ଖଣି ଓ ଖଣିଜ (ଉନ୍ନୟନ ଓ ନିୟନ୍ତ୍ରଣ) ଏମଏମ୍ଡିଆର, ଆଇନ ୧୯୫୭ ସଂଶୋଧନ ହୋଇ ଡିଏମ୍ଏଫର ପ୍ରବର୍ତ୍ତନ କରାଯାଇଥିଲା। ସଂଶୋଧିତ ଆଇନରେ ଧାରା ୯ବି’ର ପ୍ରବର୍ତ୍ତନ କରାଯାଇ ଏହି ଡିଏମ୍ଏଫ ସୃଷ୍ଟି ହୋଇଥିଲା। ଏହି ନ୍ୟାସ ଏକ ବିନା ଲାଭ ଯୁକ୍ତ ସଂସ୍ଥା ଯାହା ଖଣି ଯୋଗୁଁ କ୍ଷତିଗ୍ରସ୍ତ ସମସ୍ତ ଜିଲ୍ଲାମାନଙ୍କରେ ରହିଛି। ଖଣି ଯୋଗୁଁ କ୍ଷତିଗ୍ରସ୍ତ ଅଞ୍ଚଳ ଓ ଜନସାଧାରଙ୍କ ସ୍ୱାର୍ଥରକ୍ଷା ଓ ସୁବିଧା କରିବା ହେଉଛି ଏହି ପ୍ରତିଷ୍ଠାନର ଲକ୍ଷ୍ୟ। ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା (ପିଏମକେକେକେୱାଇ) ଡିଏମ୍ଏଫ ସମ୍ବଳିତ ପାଣ୍ଠିକୁ ନେଇ ତ୍ୱରାନ୍ୱିତ ହୋଇଥାଏ। ଚଳିତବର୍ଷ ସେପ୍ଟେମ୍ବର ସୁଦ୍ଧା ୬୩୫୩୪.୦୭ କୋଟି ଟଙ୍କା ଆବଣ୍ଟନ କରାଯାଇଥିବା ବେଳେ ୩୭୪୨୨. ୯୪କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଯୋଜନା ଅଧୀନରେ ମଞ୍ଜୁର ହୋଇଥିବା ୨, ୫୨,…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ୮ ନଭେମ୍ବର ୨୦୨୨ ଅପରାହ୍ନ ୪.୩୦ରେ ଭିଡିଓ କନଫରେନ୍ସିଂ ଜରିଆରେ ଭାରତର ଜି୨୦ ଅଧ୍ୟକ୍ଷତା ସଂକ୍ରାନ୍ତ ଲୋଗୋ, ବିଷୟବସ୍ତୁ ଏବଂ ୱେବସାଇଟ ଉନ୍ମୋଚନ କରିବେ। ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଆଧାରରେ, ଭାରତର ବିଦେଶ ନୀତି ବୈଶ୍ୱିକ ମଞ୍ଚରେ ନେତୃତ୍ୱ ଭୂମିକା ନିର୍ବାହ ନିମନ୍ତେ ବିକଶିତ ହେଉଛି। ଏହି ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ, ଭାରତ ୧ ଡିସେମ୍ବର ୨୦୨୨ରୁ ଜି୨୦ର ଅଧ୍ୟକ୍ଷତା ଗ୍ରହଣ କରିବ। ଜି୨୦ ଅଧ୍ୟକ୍ଷତା ଭାରତକୁ ଅନ୍ତର୍ଜାତୀୟ ମହତ୍ତ୍ୱର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ଉପରେ ବୈଶ୍ୱିକ ଏଜେଣ୍ଡାରେ ଯୋଗଦାନ ଲାଗି ଏକ ଅନନ୍ୟ ସୁଯୋଗ ପ୍ରଦାନ କରୁଛି। ଆମର ଜି୨୦ ଅଧ୍ୟକ୍ଷତାର ଲୋଗୋ, ବିଷୟବସ୍ତୁ ଏବଂ ୱେବସାଇଟ୍ ଭାରତର ବାର୍ତ୍ତା ଏବଂ ବିଶ୍ୱ ପାଇଁ ବ୍ୟାପକ ପ୍ରାଥମିକତାଗୁଡ଼ିକୁ ପ୍ରତିଫଳିତ କରିବ। ଜି୨୦ ଅନ୍ତର୍ଜାତୀୟ ଆର୍ଥିକ ସହଯୋଗର ପ୍ରମୁଖ ମଞ୍ଚ, ଯାହା ବିଶ୍ୱ ଜିଡିପିର ପାଖାପାଖି ୮୫%, ବିଶ୍ୱ ବାଣିଜ୍ୟର ୭୫%ରୁ ଅଧିକ ଏବଂ ବିଶ୍ୱର ପାଖାପାଖି ଦୁଇ…
ସ୍ୱାସ୍ଥ୍ୟ ଟିପ୍ସ: ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ କର୍କଟ ରୋଗରେ ମୃତ୍ୟୁ ବରଣ କରନ୍ତି। କର୍କଟ ଏପରି ଏକ ବିପଜ୍ଜନକ ରୋଗ ଯାହାର ପ୍ରାରମ୍ଭିକ ଲକ୍ଷଣ ସାଧାରଣ, କିନ୍ତୁ ଏହା ଧୀରେ ଧୀରେ ଶରୀରକୁ ବିସ୍ତାର କରିଯାଏ। ଯେଉଁ କାରଣରୁ ଯଦି ଏହାର ଚିକିତ୍ସା କରା ନ ଯାଏ, ତେବେ ଏହା ମୃତ୍ୟୁର କାରଣ ହୋଇପାରେ। କର୍କଟ ଏତେ ବିପଜ୍ଜନକ ରୋଗ ଯେ, ଶରୀରର ଯେଉଁ ଅଂଶକୁ ଏହା ଆକ୍ରମଣ କରେ, ଧୀରେ ଧୀରେ ତାହାକୁ ସଂପୂର୍ଣ୍ଣ ନଷ୍ଟ କରିଦିଏ। ଏଭଳି ପରିସ୍ଥିତିରେ ପ୍ରଶ୍ନ ହେଉଛି, କର୍କଟ ରୋଗ କ’ଣ? ଆମ ଶରୀର ଅନେକ କୋଷରେ ଗଠିତ। ଏହି କୋଷଗୁଡ଼ିକରେ ସର୍ବଦା ବିଭାଜନ ହୋଇଥାଏ। ଏହା ଏକ ପ୍ରକାର ପ୍ରକ୍ରିୟା। ଯାହା ଉପରେ ଶରୀରର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଥାଏ। ଅବଶ୍ୟ, ଯେତେବେଳେ ଏହି କୋଷଗୁଡ଼ିକ ବହୁ ପରିମାଣରେ ବଢିବାକୁ ଲାଗି ଏବଂ ଶରୀର ନିୟନ୍ତ୍ରଣ ହରାଇଥାଏ, ସେତେବେଳେ ଏହାକୁ କର୍କଟ କୁହାଯାଏ।…
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପର ଅଷ୍ଟମ ସଂସ୍କରଣରେ ଏପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ଏକ ଭଲ ଖେଳ ପ୍ରଦର୍ଶନ କରିଛି। ଦଳ ରବିବାର ଦିନ ଏକ ମ୍ୟାଚ୍ରେ ଜିମ୍ବାୱେକୁ ୭୧ ରନ୍ ରେ ପରାସ୍ତ କରିଛି। ୫ ଟି ମ୍ୟାଚରେ ଏହା ଦଳର ଚତୁର୍ଥ ବିଜୟ। ଦଳ ଗ୍ରୁପ୍ -୨ ର ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଛି। ସୂର୍ଯ୍ୟକୁମାର ଯାଦବ ଏବଂ କେ.ଏଲ୍ ରାହୁଲଙ୍କ ଅର୍ଦ୍ଧଶତକୀୟ ସହାୟତାରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୫ ୱିକେଟ୍ ହରାଇ ୧୮୬ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଜିମ୍ବାୱେ ଦଳ ୧୭.୨ ଓଭରରେ ୧୧୫ ରନ୍ ସ୍କୋର କରିବା ପରେ ସମସ୍ତ ୱିକେଟ ହରାଇଥିଲା। ଅଫ୍ ସ୍ପିନର ଆର ଅଶ୍ୱିନ ୪ ଓଭରରେ ୨୨ ରନ୍ ଦେଇ ୩ ୱିକେଟ୍ ନେଇଥିଲେ। ମହମ୍ମଦ ଶାମି ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୨-୨ ୱିକେଟ୍ ନେଇଥିଲେ। ନଭେମ୍ବର ୧୦ ତାରିଖ ଦ୍ଵିତୀୟ ସେମିଫାଇନାଲରେ ଭାରତୀୟ ଦଳ ବର୍ତ୍ତମାନ ଇଂଲଣ୍ଡ…
ନୂଆଦିଲ୍ଲୀ: ଦେଶରେ ଅର୍ଥନୈତିକ ଭିତ୍ତିରେ ସଂରକ୍ଷଣ ବର୍ତ୍ତମାନ ମଧ୍ୟ ଜାରି ରହିବ। ପ୍ରଧାନ ବିଚାରପତି ୟୁୟୁ ଲଲିତଙ୍କ ନେତୃତ୍ୱରେ ପାଞ୍ଚ ସଦସ୍ୟ ବିଶିଷ୍ଟ ସାମ୍ବିଧାନିକ ବେଞ୍ଚ ମଧ୍ୟରୁ ତିନିଜଣ ବିଚାରପତି ସଂରକ୍ଷଣ ସପକ୍ଷରେ ଏହି ରାୟ ଦେଇଛନ୍ତି। ଯେତେବେଳେ ଜଣେ ବିଚାରପତି ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ୟୁୟୁ ଲଲିତଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ବେଞ୍ଚ ଅର୍ଥନୈତିକ ଦୁର୍ବଳ ବିଭାଗ (EWS) ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଉପରେ ନିଷ୍ପତ୍ତି ଘୋଷଣା କରିବାକୁ ଯାଉଛି। ପାଞ୍ଚ ଜଣ ବିଚାରପତିଙ୍କ ମଧ୍ୟରୁ ତିନିଜଣ ବିଚାରପତି ଅର୍ଥନୈତିକ ଭିତ୍ତିରେ ସଂରକ୍ଷଣକୁ ସମର୍ଥନ କରିଛନ୍ତି। ଜଷ୍ଟିସ ମାହେଶ୍ୱରୀ କହିଛନ୍ତି ଯେ, ଆର୍ଥିକ ସଂରକ୍ଷଣ ସମ୍ବିଧାନର ମୌଳିକ ଗଠନ ବିରୁଦ୍ଧରେ ନୁହେଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ୧୦୩ ତମ ସଂଶୋଧନ ବୈଧ ଅଟେ। ଜଷ୍ଟିସ ବେଲା ତ୍ରିବେଦୀ ମଧ୍ୟ ଏହି ନିଷ୍ପତ୍ତି ସହ ସହମତ ହୋଇଛନ୍ତି। ସେ…
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଟି-୨୦ ବିଶ୍ୱକପ୍ ୨୦୨୨ ର ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ବ୍ୟତୀତ ଇଂଲଣ୍ଡ, ପାକିସ୍ଥାନ ଏବଂ ନ୍ୟୁଜିଲ୍ୟାଣ୍ଡର ଦଳ ଏହି ବିଶ୍ୱକପ୍ର ସେମିଫାଇନାଲରେ ପ୍ରବେଶ କରିଛି। ଏଥର ଭାରତୀୟ ଦଳକୁ ବିଶ୍ୱକପର ସେମିଫାଇନାଲରେ ଇଂଲଣ୍ଡ ସହ ମୁହାଁମୁହିଁ ହେବାକୁ ପଡିବ। ନଭେମ୍ବର ୧୦ ତାରିଖରେ ଆଡିଲେଡ୍ ଓଭାଲରେ ଦୁଇ ଦଳ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଟି -୨୦ ବିଶ୍ୱକପ ଇତିହାସରେ ଭାରତୀୟ ଦଳ ପୂର୍ବରୁ ମଧ୍ୟ ଇଂଲଣ୍ଡ ସହ ମୁହାଁମୁହିଁ ହୋଇଥିଲେ। ଏଭଳି ପରିସ୍ଥିତିରେ ଇଂଲଣ୍ଡ ବିପକ୍ଷ ଟି-୨୦ ବିଶ୍ୱକପରେ ଭାରତୀୟ ଦଳର ରେକର୍ଡ କ’ଣ ରହିଛି, ଆସନ୍ତୁ ଜାଣିବା…. ଇଂଲଣ୍ଡ ଉପରେ ଟିମ୍ ଇଣ୍ଡିଆର ସ୍ଥିତି ଅଧିକ ମଜବୁତ: ଟି -୨୦ ବିଶ୍ୱକପ ଇତିହାସରେ ଭାରତ ଏବଂ ଇଂଲଣ୍ଡ ୩ଥର ମୁହାଁମୁହିଁ ହୋଇଛନ୍ତି। ଏହି ତିନୋଟି ମ୍ୟାଚରେ ଭାରତ ଦୁଇଥର ଇଂଲଣ୍ଡକୁ ପରାସ୍ତ କରିଛି। ଏବଂ ଗୋଟିଏ ମ୍ୟାଚ୍ ଇଂଲଣ୍ଡ ନାମରେ ରହିଛି। ୨୦୦୭…
ଚିଲିକା: ବାଲୁଗାଁ ନିକଟସ୍ଥ ଚାଷଙ୍ଗରା ଗ୍ରାମରେ ପ୍ରତିବର୍ଷ ପରି ଚଳିତ ବର୍ଷ ଅଷ୍ଟପ୍ରହର ନାମ ଯଜ୍ଞ ବହୁ ଆଡମ୍ବରରେ ଅନୁଷ୍ଠିତ ହେଉଅଛି। କରୋନା ଯୋଗୁଁ ଏହି ଯଜ୍ଞ ସାମାନ୍ୟ ବାଧାପ୍ରାପ୍ତ ହୋଇଥିବା ବେଳେ ଗ୍ରାମ କମିଟି ପକ୍ଷରୁ ଚଳିତ ବର୍ଷ ପୁଣି ଥରେ ଏହାକୁ ବହୁ ଆଡମ୍ବରରେ କରିବା ପାଇଁ ପ୍ରୟାସ ଜାରି ରହିଛି। ଗତକାଲି ଠାରୁ ଏହି ଉତ୍ସବରେ ସଙ୍କୀର୍ତ୍ତନ ଲାଗି ରାହିଥିବା ବେଳେ ଆଜି ଏହି ଯଜ୍ଞର ପୂର୍ଣ୍ଣାହୁତି ଅନୁଷ୍ଠିତ ହେବ। ଗ୍ରାମର ଏହି ଉତ୍ସବ ଦେଖିବା ପାଇଁ ବହୁତ ଭିଡ଼ ଦେଖିବାକୁ ମିଳିଛି। ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଏହି ଉତ୍ସବକୁ ଦେଖିବା ତଥା ମହାପ୍ରଭୁ ପତିତପାବନଙ୍କ ଦର୍ଶନ ପାଇଁ ଅନେକ ଶ୍ରଦ୍ଧାଳୁଙ୍କ ରୁଣ୍ଡ ହେବାରେ ଲାଗିଛି। ସେଥିପାଇଁ ବାହାରୁ ଆସୁଥିବା ଅତିଥିମାନଙ୍କ ପାଇଁ ଗାଁ ତରଫରୁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଇଛି। ଅତିଥିମାନଙ୍କ ପାଇଁ ଜଳପାନର ବ୍ୟବସ୍ଥା କରାଯାଇଛି। ଆଜି ପୂର୍ଣ୍ଣାହୁତି…

