ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ମୋଧେରା ସ୍ଥିତ ମୋଧେଶ୍ୱରୀ ମାତା ମନ୍ଦିର ଗସ୍ତ କରି ଆଜି ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରୀ ମୋଦୀ ଯୋଡ ହସ୍ତରେ ଦେବୀଙ୍କଠାରୁ ଆଶୀର୍ବାଦ ଗ୍ରହଣ କରିଥିଲେ ଏବଂ ଗର୍ଭଗୃହରେ ଥିବା ମୋଧେଶ୍ୱରୀ ମାତାଙ୍କ ପ୍ରତିମା ଆଗରେ ମୁଣ୍ଡ ନୁଆଁଇଥିଲେ। ପ୍ରଧାନମନ୍ତ୍ରୀଙ୍କ ସହ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ପଟେଲ ଏବଂ ସାଂସଦ ଶ୍ରୀ ସି ଆର ପାଟିଲ ମଧ୍ୟ ଉପସ୍ଥିତ ଥିଲେ। ଏହାପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ଗୁଜୁରାଟର ମେହସାନା, ମୋଧେରାରେ ୩୯୦୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉତ୍ସର୍ଗ କରିଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ ମୋଧେରାକୁ ଭାରତର ପ୍ରଥମ ୨୪ଘଣ୍ଟିଆ ସୌରଶକ୍ତି ଚାଳିତ ଗ୍ରାମ ବୋଲି ଘୋଷଣା କରିଥିଲେ।
Author: Samikhsya Bureau
ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ଓଡ଼ିଶା ବିଧାନସଭା ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ୧୪୫ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ବିଧାନସଭା ପରିସରସ୍ଥ ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାନ୍ୟବର ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ ପୁଷ୍ପାର୍ଘ୍ୟ ଅର୍ପଣପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ବାଚସ୍ପତି ଶ୍ରୀ ଆରୁଖ କହିଛନ୍ତି ଯେ ମାନବସେବାକୁ ଜୀବନର ବ୍ରତ ଭାବରେ ଗ୍ରହଣ କରିଥିବା ପଣ୍ଡିତ ଗୋପବନ୍ଧୁ ଥିଲେ ଦୀନ, ଦରିଦ୍ର ଓ ଦୁଃଖୀଙ୍କର ବନ୍ଧୁ। ନିରାଶ୍ରୟ ଓ ନିଃସହାୟଙ୍କ ସେବା କରିବାଠାରୁ ଆରମ୍ଭ କରି ଯୁବସମାଜକୁ ଆଦର୍ଶ ନାଗରିକ ଭାବେ ଗଢ଼ିତୋଳିବା ପାଇଁ ସେ ସଦା ତତ୍ପର ଥିଲେ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପଣ୍ଡିତ ଗୋପବନ୍ଧୁ ନିରାଶ୍ରୟଙ୍କ ସେବା କରିବା ପାଇଁ ଆଗେଇ ଆସୁଥିଲେ। ଓଡ଼ିଶାର ଶିକ୍ଷାର ପ୍ରସାର ସହିତ ସାହିତ୍ୟ, ସମାଜସେବା ଓ ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ଥିଲା। ତାଙ୍କ ପ୍ରତିଷ୍ଠିତ ସତ୍ୟବାଦୀ ବନବିଦ୍ୟାଳୟ ଓ ଦୈନିକ ଖବରକାଗଜ ‘ସମାଜ’…
ନୂଆଦିଲ୍ଲୀ: କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ସିଂହ ଠାକୁର ରବିବାର ପୂର୍ବାହ୍ନରେ ହିମାଚଳ ପ୍ରଦେଶର ବିଳାସପୁରର କୋଲଡେମ ବରମାନା ଠାରେ ଏକ ୱାଟର ସ୍ପୋର୍ଟସ ସେଣ୍ଟର ଉଦଘାଟନ କରିଛନ୍ତି। ହିମାଚଳ ପ୍ରଦେଶରେ ଏହି ଅଭିନବ ୱାଟର ସ୍ପୋର୍ଟସ ସେଣ୍ଟର ଭାରତୀୟ କ୍ରୀଡା ପ୍ରାଧିକରଣ (ସାଇ) ଓ ଜାତୀୟ ତାପଜ ବିଦ୍ୟୁତ ନିଗମ (ଏନଟିପିସି)ର ମିଳିତ ଭାବେ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମ ଅବସରରେ ସାଇ ଓ ଏନଟିପିସି ମଧ୍ୟ ବୁଝାମଣାପତ୍ର ହସ୍ତାନ୍ତର ହୋଇଛି । ଖୁବ କମ ସମୟ ଅବଧି ମଧ୍ୟରେ ସ୍ଥାପିତ ହୋଇଥିବା ଏହି କେନ୍ଦ୍ର ସମ୍ପର୍କରେ ଅନୁରାଗ ସିଂହ ଠାକୁର କହିଛନ୍ତି “ମାତ୍ର ଗୋଟିଏ ମାସ ମଧ୍ୟରେ ହିଁ ୱାଟର ସ୍ପୋର୍ଟସ ବ୍ୟବସ୍ଥା ହୋଇପାରିଛି ଓ ସାଇ ଏବଂ ଏନଟିପିସି ଅଧିକାରୀମାନେ ଏହା ସମ୍ଭବ କରି ପାରିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଉଛି। ରୋଇଂ, କାୟାକିଂ ଓ କାନୋଇଂରେ ଭାଗ ନେବା ପାଇଁ ୪୦ ଜଣ…
ଚିତ୍ରକୂଟ: ଗାଁର ବିକାଶକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ପାଇଁ ମୋଦି ସରକାର ଅଙ୍ଗୀକାରବଦ୍ଧ ବୋଲି ରବିବାର ମଧ୍ୟପ୍ରଦେଶର ଚିତ୍ରକୂଟ ଠାରେ ଗ୍ରାମୋଦୟ ମେଳା ଓ ଶରଦୋତ୍ସବର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭାରତରତ୍ନ ନାନାଜୀ ଦେଶମୁଖଙ୍କ ଜୟନ୍ତୀ ଅବସରରେ ଆୟୋଜିତ ଏହି ମେଳାରେ ଶ୍ରୀ ପ୍ରଧାନ ଯୋଗଦେଇ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଗତ ୮ ବର୍ଷରେ ଗ୍ରାମାଞ୍ଚଳର ବିକାଶ ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଦିଆଯାଉଛି। ସୌଭାଗ୍ୟ ଯୋଜନାରେ ବିଜୁଳି, ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ଖାଦ୍ୟଶସ୍ୟ ସହ ବିଭିନ୍ନ ଯୋଜନାରେ ସିଧାସଳଖ ବ୍ୟାଙ୍କ ଖାତାକୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଭଳି ଗରିବ କଲ୍ୟାଣ ଯୋଜନାର କ୍ରିୟାନ୍ୱୟନ କରାଯାଇ ମୋଦି ସରକାର ଗାଁର ବିକାଶ କାମରେ ଲାଗିଛନ୍ତି। ପ୍ରଧାନମନ୍ତ୍ରୀ…
ଭୁବନେଶ୍ବର: ଆଜି ରାଜ୍ୟ ସରକାର ଆଠଜଣ ନେତାଙ୍କୁ ବିଭିନ୍ନ ବିଭାଗର ପରାମର୍ଶଦାତା ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି। ସେମାନେ ହେଲେ 1-ରାମଚନ୍ଦ୍ର ପଣ୍ଡା- କୃଷି ଓ କୃଷକ ଶସକ୍ତିକରଣ ବିଭାଗର ପରାମର୍ଶଦାତା 2-ଅନୁଭବ ପଟ୍ଟନାୟକ- ଇଲଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଜ୍ଞାନ ପରାମର୍ଶଦାତା 3-ସୁଧୀର ଦାସ- ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ପରାମର୍ଶଦାତା 4-ନିବେଦିତା ନାୟକ- ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ପରାମର୍ଶଦାତା 5-ଲୋପାମୁଦ୍ରା ବକ୍ସିପାତ୍ର- ମିଶନ ଶକ୍ତି ପରାମର୍ଶଦାତା 6-ଗୀତା ବସ୍ତିଆ-ମିଶନ ଶକ୍ତି ପରାମର୍ଶଦାତା 7-ସରୋଜିନୀ ହେମ୍ବ୍ରମ- ଏସ ଏବଂ ଏସଟି କଲ୍ୟାଣ ବିଭାଗର ପରାମର୍ଶଦାତା 8-ସୁମିତ୍ରା ଜେନା- ମହିଳା ଓ ଶିଶୁ କଲ୍ୟାଣ ବିଭାଗର ପରାମର୍ଶଦାତା କରାଯାଇଛି। ସେହିପରି ପ୍ରସନ୍ନ ପାଟ୍ଟଶାଣୀଙ୍କ ସହିତ ଅନ୍ୟ କେତେକ ନେତାଙ୍କୁ ମଧ୍ୟ କ୍ୟାବିନେଟ ପାହ୍ୟା ପ୍ରଦାନ କରାଯାଇଛି। ସେମାନେ ହେଲେ 1-ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ- ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ( କ୍ୟାବିନେଟ ପାହ୍ୟା) 2- ଡ ପ୍ରସନ୍ନ ପାଟ୍ଟଶାଣୀ- ରାଜ୍ୟ…
ନୂଆଦିଲ୍ଲୀ: ରାଞ୍ଚିରେ ଖେଳାଯାଇଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ ୭ ୱିକେଟ୍ ରେ ପରାସ୍ତ କରିଛି। ଏହା ସହ ଭାରତୀୟ ଦଳ ଲକ୍ଷ୍ନୌରେ ପରାଜୟର ପ୍ରତିଶୋଧ ନେଇ ସିରିଜକୁ ୧-୧ରେ ବରାବର କରିଛି। ଏବେ ଏହି ସିରିଜର ଫାଇନାଲ ମ୍ୟାଚ ଅକ୍ଟୋବର ୧୧ ତାରିଖରେ ଦିଲ୍ଲୀରେ ଖେଳାଯିବ। ଦକ୍ଷିଣ ଆଫ୍ରିକା ପ୍ରଥମେ ଖେଳିବା ପରେ ୫୦ ଓଭରରେ ୭ ୱିକେଟ ହରାଇ ୨୭୮ ସ୍କୋର କରିଥିଲା। ଏହାର ଜବାବରେ ଟିମ୍ ଇଣ୍ଡିଆ ୪୬ ତମ ଓଭରରେ ତିନିଟି ୱିକେଟ୍ ହରାଇ ଲକ୍ଷ୍ୟ ପୂରଣ କରିଥିଲା। ଭାରତର ଏହି ବିଜୟର ହିରୋ ଥିଲେ ଶ୍ରେୟସ୍ ଆୟର ଏବଂ ଇଶାନ୍ କିଶାନ୍। ଶ୍ରେୟସ୍ ଆୟର ୧୫ ଟି ଚୌକା ସହାୟତାରେ ୧୧୧ ବଲରେ ୧୧୩ ରନ୍ କରିଥିଲେ। ଏଥିସହିତ ଇଶାନ କିଶନ ମାତ୍ର ୮୪ ବଲରେ ୯୩ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ଇଶାନ…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରୁ ଗତକାଲି ବିଳମ୍ବିତ ରାତ୍ରିରେ ଦୁଇ ଗୋଟି ଚୋରି ହୋଇଥିବାର ଖବର ହସ୍ତଗତ ହୋଇଛି। ବାଲୁଗାଁ ଜେନା କଲୋନୀ ଅଞ୍ଚଳର ଦୁଇ ଜଣଙ୍କ ଘରୁ ଏକାକାଳୀନ ଭାବେ ସୁନା ଅଳଙ୍କାର ଓ ଟଙ୍କା ଚୋରି କରି ଦୁର୍ବୃତ୍ତ ଫେରାର ହୋଇଯାଇଥିବା ବେଳେ ଗୁଣ୍ଡୁରୁପୁର ଅଞ୍ଚଳରୁ ଏକ ଟ୍ରାଭେରା ଗାଡ଼ି ମଧ୍ୟ ଚୋରି ହୋଇଥିବାର ଜଣାପଡିଛି। ତେବେ ଉକ୍ତ ଲୁଟେରାମାନେ ଫେରାର ହୋଇଯାଇଥିବା ବେଳେ ବାଲୁଗାଁ ଆଇଆଇସି ରଶ୍ମିରଞ୍ଜନ ଦାସ ସାଇଣ୍ଟିଫିକ ଟିମ ସହଯୋଗରେ ତଦନ୍ତ ଜାରି ରଖିଛନ୍ତି। କିନ୍ତୁ ପ୍ରାଥମିକ ତଦନ୍ତ ପରେ ଦୁଇ ଜଣ ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡିଛି। ତେବେ ଖୁବଶୀଘ୍ର ଲୁଟେରା ଧରା ପଡିବେ ବୋଲି ଆଇଆଇସି ଶ୍ରୀ ଦାସ କହିଛନ୍ତି।
ଭୁବନେଶ୍ବର: ଆଜି ରାଜ୍ୟ ସରକାରଙ୍କ ଦ୍ଵାରା ବିଭିନ୍ନ ନିଗମ, ବୋର୍ଡ ଓ ସରକାରୀ ବିଭାଗରେ ନେତାମାନଙ୍କୁ ନିଯୁକ୍ତି ମିଳିଛି। ନିଗମ ଓ ବୋର୍ଡ ପାଇଁ ଅଧ୍ୟକ୍ଷ ଓ ପରାମର୍ଶଦାତା ନିଯୁକ୍ତି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇଚିଠି ଜାରି କରାଯାଇଛି। ୧- ଓଡ଼ିଶା ଷ୍ଟେଟ ହାଉସିଂ ବୋର୍ଡରେ ଅଧ୍ୟକ୍ଷ- କଳିକେଶ ସିଂହଦେଓ। ୨- ଏପିକଲ ର ଅଧ୍ୟକ୍ଷ- ପ୍ରଭାତ ଆଦିତ୍ୟ ମିଶ୍ର ୩- ଓଆରଏଚ୍ଡିସି ର ଅଧ୍ୟକ୍ଷ- ଡି ବିଶ୍ବନାଥ ୪- ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି)ର ଅଧ୍ୟକ୍ଷ- ଲେନିନ ମହାନ୍ତି। ୫- ଉଠାଜଳ ସେଚନ ଅଧ୍ୟକ୍ଷ- ଅମରେଶ ପତ୍ରି ୬- ଓଡିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ଅଧ୍ୟକ୍ଷ- ସୁବାଷ ମହାରଣା। ୭- ଓଡ଼ିଶା ବିହନ ନିଗମରେ ଅଧ୍ୟକ୍ଷ- ବିଜୟ ନାୟକ। ୮- ଓଡିଶା କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ- ଦେବାଶିଷ ମହାନ୍ତି। ୯- ଓଡିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ- ସତ୍ୟବ୍ରତ ତ୍ରିପାଠୀ ୧୦- ଓଡ଼ିଶା ଷ୍ଟେଟ ବିଲ୍ଡିଂ ଆଣ୍ଡ…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ପ୍ରଥମ ଦିଶା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଧର୍ମଗଡ ବିଧାୟକ ମୌଶଧି ବାଗ, ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲାପରିଷଦ ସଚିନ ପାୱାର ପ୍ରମୁଖ ଯୋଗ ଦେଇଥିଲେ। ବୈଠକରେ ଜନପ୍ରିତିନିଧି ରୂପେ ଭବାନୀପାଟଣା,ଧର୍ମଗଡ,ଜୁନାଗଡ ଓ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଏବଂ କାମଠନା, ପିଲକିଆ ଓ ସରୀୟା ସରପଞ୍ଚ ଯୋଗ ଦେଇଥିଲେ। ବୈଠକରେ ସାଂସଦ ଶ୍ରୀ ପଣ୍ଡାଙ୍କ ଦ୍ଵାରା କେନ୍ଦ୍ରୀୟ ସ୍କିମ୍ ମନରେଗା, ଦିନ ଦୟାଲ ଅନ୍ତୋଦୟ ଯୋଜନା, ଗ୍ରାମୀଣ କୌଶଳ ଯୋଜନା, ଏନ୍ ଏସ୍ ଏ ପି, ପି ଏମ ଜି ଏସ୍ ୱାଇ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା, ସ୍ୱଚ୍ଛ ଭାରତ ମିଶନ, ଜାତୀୟ ଗ୍ରାମ୍ୟ…
ଭୁବନେଶ୍ବର: ଆସନ୍ତାକାଲି ଅର୍ଥାତ 10 ତାରିଖରୁ ଆରମ୍ଭ ହେଉଛି ପବିତ୍ର କାର୍ତ୍ତିକ ମାସ। ଏହି ମାସରେ ଭଗବାନ ଶିବ, ବିଷ୍ଣୁ, କାର୍ତ୍ତିକ ଓ ତୁଳସୀଙ୍କ ବିଶେଷ ପୂଜା ଅର୍ଚ୍ଚନା କରାଯାଇଥାଏ। ଧର୍ମ ମାସ ଭାବରେ ଏହି ମାସଟି ବେଶ୍ ପରିଚିତ। ଏହି ମାସରେ ଲୋକମାନେ ସ୍ନାନ, ଦାନ ତଥା ଧର୍ମକୁ ବିଶେଷ ପ୍ରାଧାନ୍ୟ ଦେଇଥାନ୍ତି। ଏହି ମାସରେ ସ୍ନାନ, ଦାନ ଓ ଉପବାସ କରିବା ଦ୍ବାରା ସମସ୍ତ କଷ୍ଟରୁ ମୁକ୍ତି ମିଳିବା ସହିତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ। ତେବେ ଆସନ୍ତୁ ଜାଣିବା, କେଉଁ କେଉଁ ଉପାୟ କରିବା ଦ୍ବାରା ଆମେ ମାନସମ୍ମାନ ପାଇବା ସହିତ ଉତ୍ତମ ସ୍ବାସ୍ଥ୍ୟ ଓ ଲାଭ ପାଇପାରିବା। କାର୍ତ୍ତିକ ମାସରେ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ସ୍ନାନ ତଥା ପୂଜାକୁ ବିଶେଷ ପ୍ରାଧାନ୍ୟ ଦିଆଯାଇଥାଏ। ଏହି ମାସରେ ସ୍ନାନ କରିବା ସମୟରେ ଏହି କଥାକୁ ଦିଅନ୍ତୁ ଧ୍ୟାନ – ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ସ୍ନାନ କରିବା…
ଧାମନଗର: ଆଜି ଧାମନଗରରେ ଧୂମ ମଚାଇଛନ୍ତି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ। ଆଜି ସେ ଏହି ନିର୍ବାଚନ ମଣ୍ଡଳୀରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ଦେଖାଇ ଦେଇଛନ୍ତି ବିଜେଡି ସଂଗଠନର ଶକ୍ତି। ଦଳର ଚାଲିଥିବା ପଦଯାତ୍ରା ଆଜି ଧାମନଗରରେ ଆୟୋଜିତ ହୋଇଥିଲା। ଏଥିରେ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇଥିଲେ। ପ୍ରଣବ ଏବଂ ଦଳର ବରିଷ୍ଠ ନେତାମାନେ ଷେଣ୍ଢପୁରରୁ ଏକ ବାଇକ ଶୋଭାଯାତ୍ରା ବାହାରି ଦୋବଲରେ ପହଞ୍ଚିଥିଲା । ଦୋବଲଠାରେ ଅନୁଷ୍ଠିତ ସଭାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଶତାଧିକ ଲୋକ ଉପସ୍ଥିତ ଥିଲେ । ଏହାପରେ ବିଜୁ ପଟ୍ଟନାୟକ ଛକରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ବିଭିନ୍ନ ନେତା ଓ କର୍ମୀ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତ ରାୟ, ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ, ବିଧାୟକଙ୍କ ବହୁ ନେତା ଉପସ୍ଥିତ ଥିଲେ ।ଏହି ନିର୍ବାଚନ ମଣ୍ଡଳୀରେ ଆସନ୍ତା ନଭେମ୍ବରରେ ଉପନିର୍ବାଚନ…
ଭୁବନେଶ୍ବର: ଆଜି ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେପି। ନୂଆଦିଲ୍ଲୀରୁ ଏହି ଘୋଷଣା ହୋଇଛି। ବିଜେପି ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂ ଏହି ଘୋଷଣା କରି ଏହ ବିଜ୍ଞପ୍ତି ଜାରୀ କରିଛନ୍ତି। ସେହି ଅନୁସାରେ ଧାମନଗର ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ହେବେ ସୂଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞା। ସୂର୍ଯ୍ୟବଂଶୀ ହେଉଛନ୍ତି ପରଲୋକଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁତ୍ର। ପୂର୍ବରୁ ସେ ବିଜେପିରୁ ପ୍ରାର୍ଥୀ ହେଉଛନ୍ତି ବୋଲି ଓଡିଶା ପ୍ରଭାରୀ ପୁରିନ୍ଦର ସିଂ କହିଥିଲେ। ବର୍ତ୍ତମାନ ଏହାକୁ ରାଷ୍ଟ୍ରୀୟ ବିଜେପି ସ୍ବୀକୃତ ପ୍ରଦାନ କରିଛି। ଆସନ୍ତା ନଭେମ୍ବର ତିନି ତାରିଖରେ ଧାମନଗର ଉପନିର୍ବାଚନ ଅନୁଷ୍ଠିତ ହେବ।
ଭୁବନେଶ୍ବର: ବର୍ତ୍ତମାନ ଭୁବନେଶ୍ବରର ଇଡକୋ ପ୍ରଦର୍ଶନୀ ପଡିଆରେ ଚାଲିଥିବା ଜାତୀୟ ହସ୍ତତନ୍ତ ମେଳାର ସମୟ ବୃଦ୍ଧି କରାଯାଇଛି। ଏହି ମେଳା ଆଜି ଶେଷ ହେବାର ଥିଲା। ହେଲେ ବର୍ଷା ପାଇଁ ବ୍ୟବସାୟ ମାନ୍ଦା ପଡିଥିବାରୁ ଏହାର ସମୟ ବଢାଇ ଦିଆଯାଇଛି। ଫଳରେ ଏହି ମେଳା ଆସନ୍ତା 12 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ମେଳାରେ 16 ଟି ରାଜ୍ୟରୁ ହସ୍ତତନ୍ତ ସାମଗ୍ରୀ ପ୍ରଦର୍ଶିତ ହେଉଛି। ରାଜ୍ୟ ସରକାରଙ୍କ ବୟନ ଓ ହସ୍ତତନ୍ତ ବିଭାଗ ଅଧିନରେ ଥିବା ବୟନିକା ତରଫରୁ ଏହାକୁ ଆୟୋଜନ କରାଯାଇଛି। ଏହି ମେଳାରେ ହସ୍ତତନ୍ତ ସହିତ ଫୁଡ ପାର୍କ ଏବଂ ପିଲାଙ୍କ ଖେଳିବା ପାଇଁ ବ୍ୟବସ୍ଥା କରାଯାଇଛି।
ଭୁବନେଶ୍ବର: ବର୍ତ୍ତମାନ ସାଇବର ଅପରାଧୀଙ୍କ ତରିକା ଦିନକୁ ଦିନ ବଦଳିବାରେ ଲାଗିଛି। ବଜାରକୁ ଅନୁଧ୍ୟାନ କରି ସେମାନେ ଏହି ତରିକା ପରିବର୍ତ୍ତନ କରିବାରେ ଲାଗିଛି। ଏବେ ସାରା ଭାରତରେ ୫ଜି ସେବାକୁ ନେଇ ଚର୍ଚ୍ଚା ଚାଲିଛି। ଲୋକମାନେ ଏହି ସେବାକୁ ହାସଲ କରିବା ପାଇଁ ଆଗ୍ରହର ସହକାରେ ଅଛନ୍ତି। ଏହିପରି ଏକ ସମୟରେ ସାଇବର ଅପରାଧୀ ଲୋକଙ୍କୁ ଠକିବା ଆରମ୍ଭ କରିଦେଇଛନ୍ତି। ସେମାନେ ଆପଣଙ୍କ ମୋବାଇଲକୁ କଲ କରି କୌଣସି ଏକ ଟେଲିକମ କଂପାନୀରୁ କହୁଛି ବୋଲି ପରିଚୟ ଦେଉଛନ୍ତି। ଏହାପରେ ସେମାନେ ଆରମ୍ଭ କରିଦେଉଛନ୍ତି ତାଙ୍କର କଳା କାରବାର। ସେମାନେ ଆପଣଙ୍କୁ କହିବେ ଯେ, ଆପଣଙ୍କର ୪ଜି ସିମକୁ ୫ଜି କୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି କି? ଆପଣ ଖୁସିରେ ୫ଜି ସେବା ନେବା ପାଇଁ ହଁ କରିବେ। ତେବେ ପଚାରିବେ କେତେ ପଇସା ପଡିବ। ତେବେ ସେମାନେ କହିବେ ଯେ, ବର୍ତ୍ତମାନ ଏହି ସେବା ବର୍ତ୍ତମାନ ଆରମ୍ଭ ହେଉଥିବାରୁ…
କୃଷ୍ଣ ମହାପାତ୍ର ଖୋର୍ଦ୍ଧା ଜିଲ୍ଲା ବାଣପୁର ନିକଟସ୍ଥ କୁମାରାଙ୍ଗ ଶାସନ। ଏହି ଗ୍ରାମରେ ରହିଛି ଏକ ପାଠାଗାର, ଯାହାର ବୟସ ଆଜିକୁ ପୁରିଲା ୧୧୦ ବର୍ଷ। କୁମାର ପୂର୍ଣ୍ଣିମାରେ ଜନ୍ମ ଗ୍ରହଣ କରିଥିବା ଏହି ପାଠାଗାରର ନାମ ହେଉଛି ‘କୁମାର ପାଠାଗାର’। ଏହି ଗାଆଁରେ କୁମାରୋତ୍ସଵରେ ଅନ୍ୟ ଅଞ୍ଚଳ ଭଳି ଚାନ୍ଦ ପୂଜା ନ ହୋଇ ପାଳିତ ହୋଇଥାଏ କୁମାର ପାଠାଗାରର ଜନ୍ମୋତ୍ସଵ। ୧୯୧୨ ମସିହାରେ ଗାଁର ଦୁଇ ଜଣ ଦୁରଦ୍ରଷ୍ଟା ମହାପୁରୁଷ ସ୍ବର୍ଗତ ଗୋଦାବରୀଶ ମହାପାତ୍ର (ନିଆଁଖୁଣ୍ଟା) ଓ ସ୍ବର୍ଗତ ଜଗନ୍ନାଥ ମହାପାତ୍ରଙ୍କ କରକମଳରେ ଗାଁ ପିଲାମାନଙ୍କ ପାଇଁ ସ୍ଥାପିତ ହୋଇଥିଲା ଏହି ପାଠାଗାର। ଅବଶ୍ୟ ସମୟକ୍ରମେ ବଦଳିଛି ପାଠାଗାରର କାୟା କଳେବର। ମାଟି କାନ୍ଥ ଓ ଚାଳ ଘରେ ଠିଆ ହୋଇଥିବା ଏହି ଗ୍ରାମ୍ୟ ପାଠାଗାରଟି ଗାଁର କିଛି ବଦାନ୍ୟ ବ୍ୟକ୍ତିଙ୍କ ସୌଜନ୍ୟରୁ ଦୀର୍ଘ କାଳ ପରେ କିଛି ଦଶନ୍ଧି ପୂର୍ବେ ଏକ ବିଶାଳ କୋଠା ଘରରେ ପରିଣତ…
ବାଲୁଗାଁ: ଆଜି ବାଲୁଗାଁ ମହାବିଦ୍ୟାଳୟ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଓ ଜାତୀୟ ସେବା ଯୋଜନା ପକ୍ଷରୁ ମିଳିତ ଭାବେ ସେବା ଓ ସଂଗ୍ରାମର ବlର୍ତ୍ତବହ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ 145ତମ ଜୟନ୍ତୀ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷl ବିନତି ମଞ୍ଜରୀ ରାଉତଙ୍କ ଦିଗଦର୍ଶନ ଓ ଯୁକ୍ତ ଦୁଇ ଅଧ୍ୟକ୍ଷl ଡକ୍ଟର କଳ୍ପନା ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ପ୍ରଥମେ ଡକ୍ଟର କଳ୍ପନା ଦାଶ କଲେଜ ପରିସରରେ ଥିବା ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ। ଦର୍ଶନ ବିଭାଗ ମୁଖ୍ୟ ଅଧ୍ୟାପକ ଡକ୍ଟର କୈଳାଶ ଚନ୍ଦ୍ର ମହାରଣ।ଙ୍କ ଏହି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। 145ତମ ଜୟନ୍ତୀ ସଭାରେ ଏନସିସି ଅଧିକାରୀ ଲେଫ୍ଟନାଣ୍ଟ ଡକ୍ଟର ଅକ୍ଷୟ କୁମାର ମିଶ୍ର ଉତ୍କଳମଣିଙ୍କ ଜୀବନାଦର୍ଶ, ରାଜ୍ୟ ଦେଶପାଇଁ ଉତ୍ସର୍ଗୀକୃତ ସେବା, ତ୍ୟାଗ, ମାନବିକତା ସହିତ ସତ୍ୟବାଦୀ ବନବିଦ୍ୟାଳୟପ୍ରତିଷ୍ଠା ଓ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଥିବା ଅବଦାନ ସମ୍ପର୍କରେ ଆଲୋକପାତ…
ନୂଆଦିଲ୍ଲୀ: ସୋମବାର ସୁଦ୍ଧା ନିର୍ବାଚନ ଚିହ୍ନ ପାଇଁ ବିକଳ୍ପ ପ୍ରଦାନ କରିବାକୁ ନିର୍ବାଚନ ଆୟୋଗ ଉଦ୍ଧବ ଠାକରେ ଦଳକୁ କହିଛନ୍ତି। ସୂଚନାନୁସାରେ, ଠାକରେ ଦଳ ନିର୍ବାଚନ ଆୟୋଗଙ୍କୁ ମଶାଲ, ସୂର୍ଯ୍ୟ ଉଦୟ କିମ୍ବା ତଲୱାରର ଚିହ୍ନ ମାଗିପାରନ୍ତି। ବାସ୍ତବରେ, ନିଜର ଆଦର୍ଶ ଅନୁଯାୟୀ ନିର୍ବାଚନ ଚିହ୍ନର ମେଳ ଖାଉ ନ ଥିବାରୁ ଠାକରେ ଦଳ ଦ୍ଵନ୍ଦ୍ଵରେ ପଡିଛି। ନିର୍ବାଚନ ଚିହ୍ନର ତାଲିକା ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାଇବାକୁ ଠାକରେ ଦଳ ପ୍ରସ୍ତୁତ ହେଉଛନ୍ତି।
ନୁଆଦିଲ୍ଲୀ: ଆଜି ହେଉଛି ମହର୍ଷି ବାଲ୍ମିକୀ ଜୟନ୍ତି। ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହିତ ସେ ଏକ ଭିଡିଓ ମଧ୍ୟ ଜାରୀ କରିଛନ୍ତି। ଏଥିରେ ସେ ବାଲ୍ମିକୀ କିପରି କାର୍ଯ୍ୟ କରି ସଫଳତା ପାଇଥିଲେ ତାହାର ବର୍ଣ୍ଣନା କରିଛନ୍ତି। ଏ ନେଇ ସେ ଟୁଇଟ କରି କହିଛନ୍ତି ଯେ, “देशवासियों को वाल्मीकि जयंती की शुभकामनाएं।”
ନୂଆଦିଲ୍ଲୀ: ଭାରତୀୟ ବଜାରରେ ବୈଦ୍ୟୁତିକ ସ୍କୁଟର ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହି ସଂଖ୍ୟା ବୃଦ୍ଧି କରି ହିରୋ ମୋଟୋକର୍ପ ଏହାର ଭିଡା ସବ୍ ବ୍ରାଣ୍ଡ ଅଧୀନରେ ଏହାର ପ୍ରଥମ ବୈଦ୍ୟୁତିକ ସ୍କୁଟର ଲଞ୍ଚ କରିଛି। ଏହି ନୂତନ ଇଲେକ୍ଟ୍ରିକ୍ ସ୍କୁଟର ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଦେଶରେ ଅନ୍ୟ କେତେକ ମଡେଲ୍ ମଧ୍ୟ ଉପଲବ୍ଧ, ଆସନ୍ତୁ ଜାଣିବା ଏହି ସ୍କୁଟରଗୁଡିକର ବୈଶିଷ୍ଟ୍ୟଗୁଡିକ କ’ଣ? ହିରୋ ଭିଡା: ହିରୋ ଭିଡା V1 ପ୍ଲସ୍ ଏବଂ V1 ପ୍ରୋ ନାମକ ଦୁଇଟି ପ୍ରକାର ଉପସ୍ଥାପନ କରିଛି। ଯେଉଁଥିରେ V1 ପ୍ଲସ୍ ଏବଂ V1 ପ୍ରୋ ର ପୂର୍ବ ଶୋ’ରୁମ୍ ମୂଲ୍ୟ ଯଥାକ୍ରମେ 1.45 ଲକ୍ଷ ଏବଂ 1.59 ଲକ୍ଷ ଟଙ୍କା। V1 Pro ଗୋଟିଏ ଚାର୍ଜରେ 165 କିଲୋମିଟର ପରିସର ପ୍ରଦାନ କରୁଥିବାବେଳେ V1 ପ୍ଲସ୍ ଗୋଟିଏ ଚାର୍ଜରେ 143 କିଲୋମିଟର ପର୍ଯ୍ୟନ୍ତ ଚାଲିପାରିବ। ଉଭୟ ସ୍କୁଟର ସର୍ବାଧିକ 80 କିଲୋମିଟର ବେଗରେ…
ନୂଆଦିଲ୍ଲୀ: ଗତକାଲି ରାତିରେ ଜାପୋରିଜିଆର ଆବାସିକ ଅଞ୍ଚଳରେ ଋଷିଆ ପକ୍ଷରୁ କ୍ଷେପଣାସ୍ତ୍ର ଆକ୍ରମଣ ହେବାର ଖବର ରହିଛି। ଖବର ଅନୁଯାୟୀ, ଋଷର କ୍ଷେପଣାସ୍ତ୍ର ଆକ୍ରମଣରେ ଜାପୋରିଜିଆର ୧୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୪୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। କୁହାଯାଉଛି ଯେ, ଜାପୋରିଜିଆର ଏକ ବହୁ ମହଲା କୋଠା ଉପରେ ଦଶଟି ଋଷିଆ କ୍ଷେପଣାସ୍ତ୍ର ପଡିଛି। ଋଷର କ୍ଷେପଣାସ୍ତ୍ର ଆକ୍ରମଣ କ୍ରିମିଆର ଏକ ବ୍ରିଜ ଉପରେ ବୋମା ବିସ୍ଫୋରଣ ସହ ଜଡିତ ଥିବା ଦେଖାଯାଉଛି। ଋଷର ମୁଖ୍ୟଭୂମି ଏବଂ ଏହାର ଅଧିକୃତ କ୍ରିମିଆ ପ୍ରାୟଦ୍ୱୀପକୁ ସଂଯୋଗ କରୁଥିବା ଏକ ବ୍ରିଜ ଉପରେ ଅଟକି ରହିଥିବା ଏକ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି ବାହନରେ ବିସ୍ଫୋରଣ ହୋଇଥିଲା। ଏହା ପରେ ନିଆଁ ଲାଗିଯାଇଥିଲା ଏବଂ ବ୍ରିଜର ଏକ ଅଂଶ ଭୁଶୁଡି ପଡିଥିଲା। ଏହା ୟୁକ୍ରେନର ଦକ୍ଷିଣ ଭାଗରେ ଯୁଦ୍ଧ କରୁଥିବା ଋଷ ସୈନ୍ୟମାନଙ୍କୁ ଯୋଗାଣ ବ୍ୟବସ୍ଥାକୁ ଅବରୋଧ କରିଥିଲା।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ଆସନ୍ତା ୧୧ ଅକ୍ଟୋବର ପର୍ୟ୍ୟନ୍ତ ଗୁଜରାଟର ଗସ୍ତରେ ରହିବେ। ପ୍ରଧାନମନ୍ତ୍ରୀ ଆଜି ମେହସାନାର ମୋଧେରାରେ ସନ୍ଧ୍ୟା ପ୍ରାୟ ସାଢ଼େ ପାଞ୍ଚଟାରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଏହାପରେ ସେ ସନ୍ଧ୍ୟା ପ୍ରାୟ ୬.୪୫ ରେ ମୋଧେଶ୍ବରୀ ମାତା ମନ୍ଦିରରେ ଦର୍ଶନ ଏବଂ ପୂଜା କରିବେ, ଏହାପରେ ସେ ସନ୍ଧ୍ୟା ପ୍ରାୟ ୭.୩୦ ରେ ସୂର୍ଯ୍ୟ ମନ୍ଦିର ଯିବେ। ପ୍ରଧାମନ୍ତ୍ରୀ ଭାରୁଚର ଆମୋଦରେ ୧୦ ଅକ୍ଟୋବରର ପ୍ରାୟ ୧୧ ଘ.ରେ ବିଭିନ୍ନ ପ୍ରକଳ୍ପ ଗୁଡ଼ିକୁ ଦେଶକୁ ସମର୍ପିତ ଏବଂ ଉଦ୍ଘାଟନ କରିବେ ଓ ଦ୍ବିପହର ପ୍ରାୟ ୩.୧୫ ଘ.ରେ ଅହମ୍ମଦାବାଦରେ ମୋଦୀ ଶୈକ୍ଷଣିକ ସ୍କୁଲର ଉଦ୍ଘାଟନ କରିବେ। ଏହାପରେ ଶ୍ରୀ ମୋଦୀ ସନ୍ଧ୍ୟା ସାଢ଼େ ପାଞ୍ଚଟାରେ ଜାମନଗରରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ। ପ୍ରଧାନମନ୍ତ୍ରୀ ୧୧ ଅକ୍ଟୋବରର ଅପରାହ୍ନ ୨.୧୫ ଘ.ରେ ସିଭିଲ୍ ହସ୍ପିଟାଲ୍ ଅସରୱା, ଅହମ୍ମଦାବାଦରେ ବିଭିନ୍ନ…

