ମେଷ- ବିନିଯୋଗ ଇତ୍ୟାଦିରେ ଲାଭବାନ ହେବ । ଆର୍ଥିକ ଦିଗ ଦୃଢ ହେବ। ଘରର ଉପଯୋଗୀ ଜିନିଷଗୁଡ଼ିକ ବୃଦ୍ଧି ପାଇବ । ଶୀଘ୍ର କୈଣସି କାମ କରନ୍ତୁ ନାହିଁ । ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଏକ ଅଂଶ ରହିବେ । ବ୍ୟବସାୟ ଭଲ କରିବ । ଅଫିସରେ ଚାକିରୀକୁ ନେଇ ସନ୍ତୁଷ୍ଟ ହେବେ । ଘର ବାହାରେ ଜୀବନ ଖୁସି ହେବ । ମୋଟ ଉପରେ, ଆଜି ଆପଣଙ୍କ ପାଇଁ ସଠିକ୍ ଦିନ ହେବ । ବୃଷ- ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ । କାରବାରରେ ସତର୍କତା ବ୍ୟବହାର କରନ୍ତୁ । ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ । ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ହୋଇପାରେ । ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ । ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ । ଅଫିସ୍ କିମ୍ବା କାର୍ଯ୍ୟକ୍ଷେତ୍ରରେ ଏକ ଚାପଗ୍ରସ୍ତ ପରିସ୍ଥିତି ହୋଇପାରେ ମିଥୁନ- ଲୋକମାନେ କେତେକ କ୍ଷେତ୍ରରେ…
Author: Samikhsya Bureau
ନୂଆଦିଲ୍ଲୀ/ଭୁବନେଶ୍ୱର: ବିଜ୍ଞାନ, ସାହିତ୍ୟ କିମ୍ବା ସାମାଜିକ ବିଜ୍ଞାନ ଆଦି ବିଷୟ ଗୁଡିକରେ ମୂଳ ପ୍ରତିଭାର ବିକାଶ ମାତୃଭାଷା ମାଧ୍ୟମରେ ଅଧିକ ପ୍ରଭାବଶାଳୀ ହୋଇପାରିବ ବୋଲି ସୋମବାର ଗୁରୁ ଦିବସ ଅବସରରେ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଯୋଗଦେବା ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ଶ୍ରୀମତୀ ମୁର୍ମୁ ଦେଶର ୪୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଜାତୀୟ ପୁରସ୍କାର-୨୦୨୨ ପ୍ରଦାନ କରିଛନ୍ତି। ଓଡ଼ିଶା ପୁରୀର ଇଶ୍ୱର ଚନ୍ଦ୍ର ନାୟକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଶ୍ରୀ ନାୟକ ଶିକ୍ଷାର୍ଥୀ ମାନଙ୍କ ପାଇଁ ସ୍ୱତନ୍ତ୍ର ପାଠପଢା ସାମଗ୍ରୀ ପ୍ରସ୍ତୁତ କରିବା ସହ ଶିକ୍ଷାଦାନ କ୍ଷେତ୍ରରେ ନୂତନ ଶୈଳୀର ପ୍ରୟୋଗ କରିଛନ୍ତି। ଏହି ପୁରସ୍କାର ଦେବା ଅବସରରେ ରାଷ୍ଟ୍ରପତି ନିଜ ଗୁରୁମାନଙ୍କୁ ସ୍ମରଣ କରିବା ସହ କହିଛନ୍ତି ଯେ ଗୁରୁମାନେ କେବଳ ମୋତେ ଶିକ୍ଷା ଦେଇ ନାହାଁନ୍ତି ବରଂ ଜୀବନରେ ଲଢେଇ କରିବା ପାଇଁ ପ୍ରେରଣା ମଧ୍ୟ ଦେଇଛନ୍ତି।…
ଖୋର୍ଦ୍ଧା: ଖୋର୍ଦ୍ଧା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜିର ପ୍ରତ୍ୟକ୍ଷ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜି ମୋଟ ୯୩ ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଥିମଧ୍ୟରୁ ସମସ୍ତ ୮୮ଟି ଅଭିଯୋଗ ବ୍ୟକ୍ତିଗତ ଥିଲା ଓ ବାକି ୫ଟି ବିଭିନ୍ନ ଗ୍ରାମର ସାମୁହିକ ସମସ୍ୟା ଥିଲା। ଉକ୍ତ ଅଭିଯୋଗ ମାନଙ୍କ ମଧ୍ୟରୁ ସ୍ଥଳବିଶେଷରେ ୫ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। ଆଜିର ମିଳିତ ଜନଶୁଣାଣି ଅବସରରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ,ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ, ବିଡିଓ କ୍ଷିରାବ୍ଧି ତନୟା ସାହୁ, ତହସିଲଦାର ଇପସିତ ସାହୁ, ସାଧାରଣ ଅଭିଯୋଗ ଡେପୁଟି କଲେକ୍ଟର ସୁଚେତା ମହାପାତ୍ର ଓ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ପୂର୍ବାହ୍ନରେ ଭାରତୀୟ ଜୀବନ ବୀମା ଅଭିକର୍ତ୍ତା ସଙ୍ଘ ତରଫରୁ ବିଭିନ୍ନ ଦାବି ନେଇ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଶାଖା କାର୍ଯ୍ୟାଳୟ ପରିସରରେ ଶତାଧିକ ଏଜେଣ୍ଟ, ବୀମାଧାରୀ ଧାରଣା ଦେଇଛନ୍ତି। ବୀମାଧାରକ ଓ ବୀମା ଅଭିକର୍ତ୍ତାଙ୍କ ଅନେକ ସମସ୍ୟା ନେଇ ସେପ୍ଟେମ୍ବର ୧ ରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଧାରଣାକୁ ଓହ୍ଲାଇ ଥିବା ବୀମା ଏଜେଣ୍ଟମାନେ ଆଜି ବାଲୁଗାଁ ଶାଖା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ।ଯାହାକି ଏହି ଧାରଣା ଦେଶର ସମସ୍ତ ୨୦୪୮ ଶାଖା ସହିତ ସମସ୍ତ ସାଟେଲାଇଟ ଶାଖା ମାନଙ୍କରେ ମଧ୍ୟ କରାଯାଉଛି। ବୀମାଧାରକଙ୍କୁ ଦିଆଯାଉଥିବା ପଲିସି ଲୋନ ଉପରେ ସୁଧ ହ୍ରାସ,ପ୍ରତ୍ୟେକ ଶାଖା ସମ୍ମୁଖରେ ସିଟିଜେନ ଚାର୍ଟ ଲଗାଇବା,ପ୍ରତ୍ୟେକ ବୀମା ପଲିସିରେ ବୋନସ ବୃଦ୍ଧି କରିବା,ପାଞ୍ଚ ବର୍ଷରୁ ଉର୍ଦ୍ଧ୍ବ ବନ୍ଦ ପଲିସିକୁ ରିଭାଇବାଲ କ୍ଷେତ୍ରରେ ସୁବିଧା,ବୀମା ଧାରକଙ୍କୁ ଉତ୍ତମ ସେବା ପ୍ରଦାନ,ଅଭିକର୍ତ୍ତାଙ୍କ ଗ୍ରାଚ୍ୟୁଇଟି,ଜିଏସଟି ଉଚ୍ଛେଦ,ଏଜେଣ୍ଟ କମିଶନ ବୃଦ୍ଧି,ବୀମା ଓ ସ୍ୱାସ୍ଥ୍ୟ ବୀମା ବୃଦ୍ଧି…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ଲିଜ ଟ୍ରସଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ନୂଆ ଭୂମିକା ଓ ଦାୟିତ୍ୱ ପାଇଁ ମଧ୍ୟ ଶ୍ରୀ ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି; “ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ @trusslizଙ୍କୁ ଅଭିନନ୍ଦନ। ଆପଣଙ୍କ ନେତୃତ୍ୱରେ ଭାରତ- ବ୍ରିଟେନ ବ୍ୟାପକ ରଣନୈତିକ ଭାଗିଦାରୀ ଆହୁରି ସୁଦୃଢ ହେବ। ନୂଆ ଭୂମିକା ଓ ଦାୟିତ୍ୱ ପାଇଁ ଆପଣଙ୍କୁ ଶୁଭେଚ୍ଛା।”
ଦିଲ୍ଲୀ: ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ‘କ୍ରିଏଟିଭ୍ ମାଇଣ୍ଡସ ଅଫ୍ ଟୁମରୋ’ / ‘ଭବିଷ୍ୟତର ୭୫ ସୃଜନଶୀଳ ମସ୍ତିଷ୍କ’ ନିମନ୍ତେ ଆବେଦନ ପାଇଁ ଆଜି ଆମନ୍ତ୍ରଣ ଆରମ୍ଭ କରି ଦେଇଛି। ଫିଲ୍ମ ନିର୍ମାଣର ବିଭିନ୍ନ ଦିଗ ସହିତ ଜଡିତ ଯୁବ ସୃଜନଶୀଳ ପ୍ରତିଭା ମାନଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ପ୍ରୋତ୍ସାହିତ କରିବା ନିମନ୍ତେ ଗୋଆରେ ଆୟୋଜିତ ଭାରତୀୟ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବ ଏକ ବାର୍ଷିକ ମଂଚ ଅଟେ। ଏହି ପଦକ୍ଷେପ ଏବେ ଦ୍ୱିତୀୟ ବର୍ଷରେ ପାଦ ଦେଇଛି। ଏହା ‘ଆଜାଦୀର ଅମୃତ ମହୋତ୍ସବ’ ପାଳନର ଏକ ଅଂଶ ବିଶେଷ ଭାବରେ ଭାରତର ସ୍ୱାଧୀନତାର ୭୫ ତମ ବର୍ଷକୁ ଚିହ୍ନିତ କରିବା ନିମନ୍ତେ ୨୦୨୧ ରେ ଆରମ୍ଭ କରା ଯାଇଥିଲା। ମାନ୍ୟତା ପ୍ରାପ୍ତ ଫିଲ୍ମ ନିର୍ମାତା ମାନଙ୍କର ସଂଖ୍ୟା ଭାରତୀୟ ସ୍ୱାଧୀନତାର ବର୍ଷର ପ୍ରତୀକ ଅଟେ। ଏହା ଆଶା କରା ଯାଉଛି ଯେ, ଆସନ୍ତା ବର୍ଷ ମାନଙ୍କରେ ପ୍ରୟାସର ଭାବନାକୁ ଜୀବିତ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁ ଦିବସ ଉପଲକ୍ଷେ ଉଦୀୟମାନ ଭାରତ ପାଇଁ ପ୍ରଧାନମନ୍ତ୍ରୀ ବିଦ୍ୟାଳୟ ଯୋଜନା ବା ପ୍ରଧାନମନ୍ତ୍ରୀ ସ୍କୁଲ୍ସ୍ ଫର୍ ରାଇଜିଂ ଇଣ୍ଡିଆ (ପିଏମ-ଶ୍ରୀ) ଯୋଜନାର ଘୋଷଣା କରିଛନ୍ତି। ଏହି ଯୋଜନା ଅଧୀନରେ ସାରା ଦେଶରେ ଥିବା ୧୪,୫୦୦ ବିଦ୍ୟାଳୟର ବିକାଶ ଓ ଉନ୍ନତିକରଣ କରାଯିବ। ପିଏମ-ଶ୍ରୀ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ ପାଇଁ ଆଧୁନିକ, ରୂପାନ୍ତରଶୀଳ ଏବଂ ସାମଗ୍ରିକ ପଦ୍ଧତିକୁ କାର୍ଯ୍ୟକାରୀ କରାଯିବ। ଶ୍ରୀ ମୋଦୀ କହିଛନ୍ତି ଯେ, ଜାତୀୟ ଶିକ୍ଷା ନୀତି ଅନୁରୂପ ସାରା ଭାରତର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କୁ ପିଏମ-ଶ୍ରୀ ବିଦ୍ୟାଳୟ ଲାଭାନ୍ବିତ କରିବ। ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି, ‘‘ଆଜି ଜାତୀୟ ଶିକ୍ଷା ଦିବସ ଅବସରରେ ସାରା ଭାରତର ୧୪,୫୦୦ ବିଦ୍ୟାଳୟର ବିକାଶ ଏବଂ ଉନ୍ନତିକରଣ ଲାଗି ଏକ ନୂଆ ଯୋଜନା – ଉଦୀୟମାନ ଭାରତ ପାଇଁ ପ୍ରଧାନମନ୍ତ୍ରୀ ବିଦ୍ୟାଳୟ ଯୋଜନା (ପିଏମ-ଶ୍ରୀ) ବିଷୟରେ ଘୋଷଣା କରି ମୁଁ ଆନନ୍ଦିତ। ଏସବୁ ଆଦର୍ଶ ବିଦ୍ୟାଳୟରେ ପରିଣତ…
ଭୁବନେଶ୍ବର: ଆସନ୍ତାକାଲି ମଙ୍ଗଳବାରରେ ସାରା ଭୁବନେଶ୍ବର ଦୁଲୁକିବ। ବିଭିନ୍ନ ସ୍ଥାନରୁ ବିମାନବନ୍ଦରରେ ଏକଜୁଟ ହେବେ ପ୍ରାୟ ଲକ୍ଷେ ଲୋକ। ଏହାକୁ ନେଇ ପୋଲିସ ନାକେଦନ ହେବ। ସେଥିପାଇଁ କରାଯାଇଛି କଡା ସୁରକ୍ଷା ବ୍ୟବସ୍ଥା। ଲୋକମାନଙ୍କ ଗାଡି ରଖିବା ପାଇଁ ମଧ୍ୟ ତିନୋଟି ସ୍ଥାନରେ ହୋଇଛି ବ୍ୟବସ୍ଥା। ଏହା ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ବାଗତ କରିବା ପାଇଁ ବିଜେଡିର ଏକ ବଡ ପ୍ରସ୍ତୁତି। ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀରେ ଜୀବନବ୍ୟାପି ଲୋକସେବା ପାଇଁ ପୁରସ୍କୃତ ହେବା ପରେ ତାଙ୍କୁ ବିମାନ ବନ୍ଦରରେ ସ୍ବାଗତ କରିବା ପାଇଁ ବିଜେଡି କରିଛି ଏକ ବଡ ପ୍ରୟାସ। ବିମାନ ବନ୍ଦର ନିକଟରେ ଥିବା ବିଜୁପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ କରାଯାଇଛି ଏକ ମଞ୍ଚ। ମୁଖ୍ୟମନ୍ତ୍ରୀ ବିମାନ ବନ୍ଦରରେ ପହଁଞ୍ଚିବା ପରେ ତାଙ୍କୁ ସେଠାରୁ ନବୀନ ନିବାସ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ନିଆଯିବ। ତା ପୂର୍ବରୁ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ନିକଟରେ କିଛି ସମୟ ପାଇଁ କର୍ମିମାନେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବେ।…
ଭୁବନେଶ୍ଵର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆସନ୍ତା ୭ ତାରିଖ ସୁଦ୍ଧା ଏହି ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।ଏହାର ପରବର୍ତ୍ତୀ ୪୮ ଘଣ୍ଟାରେ ଲଘୁଚାପର ରୂପ ନେଇପାରେ। ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଥିପାଇଁ ଆସନ୍ତା ୯ ତାରିଖ ଯାଏଁ ୧୫ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହି ଜିଲ୍ଲାଗୁଡିକ ହେଲେ- ଅନୁଗୁଳ, ଭଦ୍ରକ, ବୌଦ୍ଧ, କଟକ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼ ଓ ପୁରୀ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ସମ୍ଭାବନା ରହିଛି।
ଭୁବନେଶ୍ବର: ଆଜି ପବିତ୍ର ଗୁରୁ ଦିବସରେ ଭୁବନେଶ୍ବରର କଳିଙ୍ଗନଗରରେ ଥିବା ଡିଏଭି ପବ୍ଲିକ ସ୍କୁଲରେ ପାଳିତ ହୋଇଯାଇଛି। ସକାଳେ ସ୍କୁଲର ପ୍ରିନସପାଲଙ୍କ ସମେତ ଅନ୍ୟ ଶିକ୍ଷକମାନେ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଫଟୋରେ ମାଲ୍ୟାର୍ପଣ କରାଯାଇଥିଲା। ଏହାପରେ ଛାତ୍ରଛାତ୍ରୀମାନେ ଗୁରୁ ବନ୍ଦନା କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ବାର ରଂଗାରଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସର୍ବପଲ୍ଲୀଙ୍କ ଜନ୍ମଦିବସ ଉପଲକ୍ଷେ ସ୍କୁଲରେ ଏକ କେକ କାଟି ତାଙ୍କର ୧୩୫ ତମ ଜନ୍ମଦିବସ ପାଳନ କରାଯାଇଥିଲା।
ନୂଆଦିଲ୍ଲୀ: ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ବିନୟ କୁମାର ସକ୍ସେନାଙ୍କ ଓକିଲ ଜରିଆରେ ଆମ୍ ଆଦମୀ ପାର୍ଟି, ଆତିଶି, ଦୁର୍ଗେଶ ପାଠକ, ସୌରଭ ଭରଦ୍ୱାଜ, ସଞ୍ଜୟ ସିଂ ଏବଂ ଜସ୍ମିନ ଶାହାଙ୍କୁ ଏକ ଆଇନଗତ ନୋଟିସ ପଠାଯାଇଛି। ନିକଟରେ ଦିଲ୍ଲୀ ବିଧାନସଭା ଅଧିବେଶନରେ ଆମ୍ ଆଦମୀ ପାର୍ଟି ବିଧାୟକମାନେ ଅଭିଯୋଗ କରିଛନ୍ତି ଯେ, ଖଦି ଗ୍ରାମୋଦ୍ୟଗ ଚେୟାରମ୍ୟାନ୍ ବିନୟ କୁମାର ସକ୍ସେନାଙ୍କ ନିର୍ଦ୍ଦେଶରେ ପୁରୁଣା ନୋଟଗୁଡିକ ଭୁଲ ଭାବରେ ନୂଆ ରୂପରେ ପରିଣତ କରାଗଲା ଏବଂ ଏଥିରେ ୧୪୦୦ କୋଟି ଟଙ୍କା ଦୁର୍ନୀତି ହୋଇଥିଲା। ଏହି ଅଭିଯୋଗ ପରେ ସେ ଏହି ପଦକ୍ଷେପ ନେଇଛନ୍ତି। ଏଲଜି ଦ୍ୱାରା ପଠାଯାଇଥିବା ନୋଟିସରେ ଏହା ଉପରେ ଆପତ୍ତି ପ୍ରକାଶ କରାଯାଇଛି। ଏହି ପ୍ରସଙ୍ଗରେ ବିଧାନସଭାରେ ଉଠାଯାଇଥିବା ସ୍ଲୋଗାନ ଏବଂ ଟ୍ୱିଟରରେ ବ୍ୟବହୃତ ହ୍ୟାସଟ୍ୟାଗ (# ଏଲଜି ସକ୍ସେନା କୋ ଗିରଫ୍ତାର କରୋ, # ଏଲଜି ସକ୍ସେନା ଚୋର ହୈ) କୁ ମଧ୍ୟ ନୋଟିସରେ ପ୍ରଶ୍ନ କରାଯାଇଛି।…
ଭୁବନେଶ୍ୱର : ଆଜି ୧୩୫ ତମ ଗୁରୁଦିବସ ଅବସରରେ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ପ୍ରାଙ୍ଗଣରେ ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକ୍ରୀଷ୍ଣଙ୍କ ଜନ୍ମଜୟନ୍ତୀ ପାଳନ ସହିତ ଗୁରୁଜୁନଙ୍କ ମହାସମାରୋହରେ ପାଳନ କରାଯାଇଅଛି । ଉକ୍ତ ସମାରୋହରେ ବିଦ୍ୟାଳୟର ୪୦୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ବିଦ୍ୟାଳୟର ସମସ୍ତ ଶିକ୍ଷକ/ ଶିକ୍ଷୟତ୍ରୀ ମାନଙ୍କୁ ଫୁଲ ଚନ୍ଦନ ଦେଇ ବନ୍ଦନା କରିବା ସହିତ ଗୁରୁବନ୍ଦନା ଗାନ କରିଥିଲେ । ଉକ୍ତ ଉତ୍ସବରେ ବିଦ୍ୟାଳୟର ଚଳିତବର୍ଷ ଦଶମ ଶ୍ରେଣୀ ବୋର୍ଡ଼ ପରିକ୍ଷାରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ୧୦ ଜଣ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ତରଫରୁ ସମ୍ମାନୀତ କରାଯାଇଥିଲା। ସେହିପରି ୧୪ ଜଣ ସ୍କାଉଡ଼୍ଗାଇଡ଼ ଛାତ୍ରଛାତ୍ରୀଙ୍କୁ ରାଜ୍ୟପାଳ ପୁରସ୍କାର ପ୍ରଦାନ କରାଯାଇଥିଲା । ଉକ୍ତ ଉତ୍ସବରେ ଜେଡ଼ିୟୁଭିର ନିର୍ଦ୍ଦେଶକ ଶ୍ରୀ ବି.କେ ସାହୁ ଡଃ ଆର.ସି. ରାଉତ, ସୁଦେଷ୍ମା ମିଶ୍ର (ପ୍ରସନ୍ନ ଫାଉଣ୍ଡେସନ), ଡଃ ଅଶୋକ ସାହୁ ବିଦ୍ୟାଳୟର ସଭାପତି ମଦନ ମୋହନ ଧଳ,…
ଭୁବନେଶ୍ବର: ଐତିହାସିକ ଅଳକା ଆଶ୍ରମ ଉପରେ ଆଧାରିତ ଏକ ‘ମୋ ଡାକ ଟିକେଟ’ ଗତକାଲି ମହାମହିମ ରାଜ୍ୟପାଳଙ୍କ ଦ୍ବାରା ଉନ୍ମୋଚିତ ହୋଇଯାଇଛି। ରାଜଭବନ ପରିସରରେ ଅଳକା ଆଶ୍ରମ ଶତବାର୍ଷିକୀ କମିଟିର ଅଧ୍ୟକ୍ଷ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର, ଆବାହକ ସମ୍ପାଦକ ଶ୍ରୀ ଦେବେନ୍ଦ୍ର ନାଥ ରାଉତ, ସଂଯୋଜକ ନଗେନ୍ଦ୍ର ନାଥ ସ୍ବାଇଁ, ସୋମନାଥ ପରିଡା, ଡାକ ଟିକଟର ଶିଳ୍ପୀ ଲାଲ ସଂଗ୍ରାମ କେଶରୀ ରାୟ ଏହି ଅବସରରେ ଉପସ୍ଥିତ ଥିଲେ। ଅସହଯୋଗ ଆନ୍ଦୋଳନର ପୃଷ୍ଠଭୂମିରେ ନିର୍ମିତ ଓ ଆଇନି ଅମାନ୍ୟ ଆନ୍ଦୋଳନରେ ସାରା ଓଡ଼ିଶାରେ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତ ଛାଡ ଆନ୍ଦୋଳନ ସମୟରେ ଇଂରେଜ ସରକାରଙ୍କ ଦ୍ବାରା ବେଆଇନି ଘୋଷିତ ହୋଇଥିବା ଅଳକା ଆଶ୍ରମର ବର୍ଷବ୍ୟାପୀ ଶତାବ୍ଦୀ ସମାରୋହ ଚଳିତ ବର୍ଷ ପାଳନ କରାଯାଉଛି। ଏହି ଡାକ ଟିକେଟର ଉନ୍ମୋଚିତ ପୂର୍ବରୁ ଜୟଦେବ ଭବନ ପରିସରରେ ଏକ ପ୍ରସ୍ତୁତି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ରାଉତଙ୍କ ଆବାହକତ୍ଵରେ…
କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ରୁଷ ଦୂତାବାସ ବାହାରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଛି। ରିପୋର୍ଟ ଅନୁଯାୟୀ, ଏହି ଘଟଣାରେ ୨ ରୁଷିଆ କୂଟନୀତିଜ୍ଞଙ୍କ ସମେତ ୨୦ ଜଣ ପ୍ରାଣ ହରାଇଛନ୍ତି। ଏହାସହ ଆକ୍ରମଣକାରୀଙ୍କୁ ବନ୍ଧୁକ ସାହାଯ୍ୟରେ ଗୁଳି କରି ହତ୍ୟା କରାଯାଇଛି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ରୁଷ ଦୂତାବାସର ମୁଖ୍ୟ ଫାଟକରେ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା, ଯେତେବେଳେ ଲୋକମାନେ ଭିସା ପାଇଁ ଧାଡ଼ି ବାନ୍ଧିଥିଲେ। କେତେକ ଗଣମାଧ୍ୟମ ରିପୋର୍ଟରେ ମୃତ୍ୟୁ ସଂଖ୍ୟା ୨୫ କୁହାଯାଉଛି।
ନୂଆଦିଲ୍ଲୀ: ବ୍ରିଟେନର ପ୍ରଧାନମନ୍ତ୍ରୀ ପଦ ପାଇଁ ଲିଜ୍ ଟ୍ରସ୍ ଜିତିଛନ୍ତି। ସେ ଏକ ଘନିଷ୍ଠ ପ୍ରତିଯୋଗିତାରେ ଭାରତୀୟ ମୂଳ ସାଂସଦ ଋଷି ସୁନକଙ୍କୁ ପରାସ୍ତ କରିଛନ୍ତି। ଲିଜ ଟ୍ରସ ମଙ୍ଗଳବାର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଲିଜ୍ ଟ୍ରସ୍ ୮୧,୩୨୬ ଭୋଟ୍ ପାଇଥିବା ବେଳେ ଋଷି ସୁନକ୍ ୬୦.୩୯୯ ଭୋଟ୍ ପାଇଛନ୍ତି। ଥେରେସା ମେ ଏବଂ ମାର୍ଗରେଟ୍ ଥେଚରଙ୍କ ପରେ ଲିଜ୍ ଟ୍ରସ୍ ବ୍ରିଟେନର ତୃତୀୟ ମହିଳା ପ୍ରଧାନମନ୍ତ୍ରୀ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନିର୍ବାଚନର ଶେଷ ପର୍ଯ୍ୟାୟ ପାଇଁ ଭୋଟ୍ ଶୁକ୍ରବାର ଶେଷ ହୋଇଥିଲା। ପ୍ରି-ସର୍ଭେରେ ଲିଜ ଟ୍ରସଙ୍କ ଠାରୁ ଋଷି ସୁନକ ପଛୁଆ ଥିବା କୁହାଯାଉଥିଲା। ନିର୍ବାଚନରେ ଜିତିବା ପରେ ଲିଜ ଟ୍ରସ କହିଛନ୍ତି ଯେ, ମୁଁ ଏକ ବୋଲ୍ଡ ଯୋଜନା ଉପସ୍ଥାପନ କରିବି। କରୋନା ମହାମାରୀ ପରେ ଟିକସ ହ୍ରାସ କରିବା ଏବଂ ବ୍ରିଟିଶ ଅର୍ଥନୀତିକୁ ମଜବୁତ କରିବା ପାଇଁ ସେ ଏକ ଉତ୍ତମ ଯୋଜନା ଦେବେ ବୋଲି…
ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଅଗଷ୍ଟ ୨୦୨୨ରେ ୧୧୯.୩୨ ନିୟୁତ ଟନ ମାଲ ବୋଝେଇ କରି ରେକର୍ଡ ସୃଷ୍ଟି କରିଛି। ଏହି କ୍ରମବର୍ଦ୍ଧିଷ୍ଣୁ ମାଲ ବୋଝେଇ ପରିମାଣ ଅଗଷ୍ଟ ମାସରେ ୮.୬୯ ନିୟୁତ ଟନ ଯାହାକି ଗତ ୨୦୨୧ ଅଗଷ୍ଟ ସୁଦ୍ଧା ଶତକଡା ୭.୮୬ ଅଧିକ। ଏଥି ସହିତ ୨୪ ମାସ ମଧ୍ୟରେ କ୍ରମାଗତ ରେକର୍ଡ ମାଲ ବୋଝେଇ ହୋଇଛି। ଭାରତୀୟ ରେଳବାଇର ମାଲ ବୋଝେଇ ବୃଦ୍ଧିରେ କୋଇଲା ୯.୨ ନିୟୁତ ଟନ ରହିଥିବା ବେଳେ ତା ପଛକୁ ୦.୭୧ ନିୟୁତ ଟନ ସାର, ୦. ୬୮ ନିୟୁତ ଟନ ବଳକା ସାମଗ୍ରୀ ଓ ୦.୬୨ ଟନ କଣ୍ଟେନର ରହିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଯାନବାହାନ ବୋଝେଇ ମାଲ ପରିବହନ ବ୍ୟବସାୟର ଆଉ ଏକ ସଫଳତା ବୋଲି ଜଣାପଡିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଅଗଷ୍ଟରେ ୨୨୦୬ ରେକ ବୋଝେଇ ହୋଇଥିବା ବେଳେ ଗତ ବର୍ଷର ଏହି ସମୟ ମଧ୍ୟରେ ଏହି ସଂଖ୍ୟା ୧୩୧୪…
ନୂଆଦିଲ୍ଲୀ: ଦିଲ୍ଲୀରେ ମୁଦ୍ରାସ୍ଫୀତି ବିରୋଧରେ କଂଗ୍ରେସ ଏକ ବଡ଼ ପ୍ରଦର୍ଶନ କରିଛି। ଦେଶର ବିଭିନ୍ନ ସ୍ଥାନରୁ କଂଗ୍ରେସ କର୍ମୀଙ୍କ ଭିଡ ସେମାନଙ୍କ ନେତାଙ୍କ କଥା ଶୁଣିବା ପାଇଁ ରାମଲିଲା ମଇଦାନରେ ପହଞ୍ଚିଥିଲେ। କିନ୍ତୁ ସଭାରେ ରାହୁଲ ଗାନ୍ଧୀଙ୍କ ଲିଟରରେ ଅଟା ମୂଲ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଥିପାଇଁ ବିଜେପି ନେତାମାନେ ରାହୁଲ ଗାନ୍ଧୀଙ୍କୁ ଟ୍ରୋଲ କରୁଛନ୍ତି। ଏହାର ଜବାବରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ବିଜେପିକୁ ଟାର୍ଗେଟ କରିଛନ୍ତି। ସେ ବିଜେପି ନେତାଙ୍କ ଭୁଲ ଗଣନା କରିଛନ୍ତି। ବାସ୍ତବରେ ରବିବାର ଦିନ ଦିଲ୍ଲୀରୁ ଫେରିଥିବା ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ରାୟପୁର ବିମାନବନ୍ଦରରେ ଗଣମାଧ୍ୟମ ସହ କଥାବାର୍ତ୍ତା କରିଥିଲେ। ରାହୁଲ ଗାନ୍ଧୀଙ୍କ ସୋସିଆଲ ମିଡିଆ ଟ୍ରୋଲରେ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ କହିଛନ୍ତି ଯେ, ସେ ଯାହା କହିଛନ୍ତି ତାହା ଗ୍ରହଣ କରନ୍ତୁ, ମୁଦ୍ରାସ୍ଫୀତି ବୃଦ୍ଧି ପାଇଛି, ଜନସାଧାରଣ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ତତଃପକ୍ଷେ ଏହାକୁ ହ୍ରାସ କରାଯାଉ, ପେଟ୍ରୋଲ ଡିଜେଲ ଏବଂ…
ଆଲିଗଡ: ଆଲିଗଡରେ ଗଣେଶ ଚତୁର୍ଥୀ ଅବସରରେ ବିଜେପି ନେତ୍ରୀ ରୁବି ଆସିଫ ଖାନ ତାଙ୍କ ଘରେ ଗଣେଶ ମୂର୍ତ୍ତି ସ୍ଥାପନ କରିବା ପରେ ଚର୍ଚ୍ଚାକୁ ଆସିଛନ୍ତି। ଗୃହରେ ଗଣପତି ପ୍ରତିଷ୍ଠାକୁ ମୌଲାନା ବିରୋଧ କରିଛନ୍ତି। ଏହାର ଉତ୍ତରରେ ରୁବି କହିଛନ୍ତି ଯେ, ମୌଲାନା ଅତୀତରେ ତାଙ୍କ ବିରୋଧରେ ପୋଷ୍ଟର ଲଗାଇଥିଲେ ଏବଂ ତଥାପି ଏବେ ଏହାକୁ ବିରୋଧ କରୁଛନ୍ତି। କିନ୍ତୁ ସେ ସେମାନଙ୍କୁ ଭୟ କରିବେ ନାହିଁ। ସେ କହିଥିଲେ ଯେ, ଭଗବାନ-ଇଶ୍ଵର ଏକ। ରୁବି ଆସିଫ ଖାନ ହେଉଛନ୍ତି ଆଲିଗଡ ବିଜେପି ମହିଲା ମୋର୍ଚ୍ଚା ଜୟଗଞ୍ଜର ମଣ୍ଡଳ ଉପାଧ୍ୟକ୍ଷ। ରୁବି ଖାନଙ୍କ ପାଇଁ ମୃତ୍ୟୁ ଧମକ: ରୁବି ଖାନ ଶାହଜମାଲଙ୍କ ମାବୁଦ ନଗରରେ ରୁହନ୍ତି। ସେ କହିଥିଲେ ଯେ ‘ଅଗଷ୍ଟ ୩୧ ତାରିଖରେ ଗଣେଶ ଚତୁର୍ଥୀ ଅବସରରେ ମୁଁ ମୋ ଘରେ ଭଗବାନ ଗଣେଶଙ୍କୁ ୭ ଦିନ ପ୍ରତିଷ୍ଠା କରିଥିଲି। ପୂର୍ଣ୍ଣ ରୀତିନୀତି ସହିତ ୭ ଦିନ ପରେ ମୁଁ…
ମୁମ୍ବାଇ: ମହାରାଷ୍ଟ୍ରର ନାଗପୁର ସହରରେ ଅନଲାଇନ୍ ମାଧ୍ୟମ ମାଧ୍ୟମରେ ଜଣେ ବ୍ୟକ୍ତିଙ୍କଠାରୁ ୧.୬୮ ଲକ୍ଷ ଟଙ୍କା ଠକେଇ ମାମଲା ସାମ୍ନାକୁ ଆସିଛି। ଏହି ଘଟଣା ନାଗୁର ସହରରୁ ଆସିଛି। କୁହାଯାଉଛି ଯେ, ପୀଡିତ ବ୍ୟକ୍ତି ଲିଙ୍କରେ କ୍ଲିକ୍ କରିବା ମାତ୍ରେ ତାଙ୍କ ଆକାଉଣ୍ଟରୁ ଟଙ୍କା କଟିଯାଇଛି। ଏହି ବିଷୟରେ ସୂଚନା ଦେଇ ପୋଲିସ କହିଛି ଯେ, ଏକ ସରକାରୀ କୋଇଲା କମ୍ପାନୀର ଜଣେ କର୍ମଚାରୀ ବିଦ୍ୟୁତ ବିଲ୍ ବିଷୟରେ ନକଲି ବାର୍ତ୍ତା ପାଇଥିଲେ, ଯାହା ପରେ ସେ ୧.୬୮ ଲକ୍ଷ ଟଙ୍କା ଠକାମିରେ ପଡିଥିଲେ। ପୋଲିସର ସୂଚନାନୁସାରେ, ଜଣେ ୪୬ ବର୍ଷ ବୟସ୍କ ବ୍ୟକ୍ତିଙ୍କ ନାମ ରାଜେଶ କୁମାର ଅୱାଧିଆ, ଯିଏ ଅଗଷ୍ଟ ୨୯ ତାରିଖରେ ମୋବାଇଲରେ ଏକ ବାର୍ତ୍ତା ପାଇଥିଲେ ଯେ ଦେୟ ନ ଥିବାରୁ ତାଙ୍କ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହେବ। ନିକଟରେ ରାଜସ୍ଥାନର ଉଦୟପୁରରେ ଅନଲାଇନ୍ ଠକେଇର ଏକ ବଡ଼ ଘଟଣା ଦେଖିବାକୁ ମିଳିଥିଲା। ଏଠାରେ ମୋବାଇଲରେ…
ରାଞ୍ଚି: ଝାଡଖଣ୍ଡରେ ରାଜନୈତିକ ଉତ୍ତେଜନା ମଧ୍ୟରେ ଆଜି ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି। ଏହି ସମୟରେ ହେମନ୍ତ ସୋରେନ ସରକାରଙ୍କ ଆସ୍ଥା ଭୋଟ୍ ପାଇଁ ପ୍ରସ୍ତାବ ଦେବେ। ବିଧାନସଭା ସଚିବଙ୍କ ଦ୍ୱାରା ବିଧାୟକଙ୍କ ନିକଟକୁ ପଠାଯାଇଥିବା ଚିଠି ଅନୁଯାୟୀ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ଆସ୍ଥା ଭୋଟ୍ ନେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହି ସମୟରେ ସମସ୍ତ ବିଧାୟକଙ୍କୁ ବିଧାନସଭାରେ ଉପସ୍ଥିତ ରହିବାକୁ କୁହାଯାଇଛି। ବିରୋଧୀ ଭାରତୀୟ ଜନତା ପାର୍ଟି ମଧ୍ୟ ରବିବାର ଦିନ ଏହାର ବିଧାନସଭା ଦଳର ଏକ ବୈଠକ ଡକାଇ ଗୃହରେ ଏହାର ରଣନୀତି ପ୍ରସ୍ତୁତ କରିଛି। ବାସ୍ତବରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା ଉପରେ ରାଜ୍ୟପାଳ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା ବିପଦରେ ରହିଛି। ଦାବି କରାଯାଇଥିଲା ଯେ, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ମୁଖ୍ୟମନ୍ତ୍ରୀ ଥିବାବେଳେ ରାଞ୍ଚିର ଅନଗଡା ଠାରେ…
ଭୁବନେଶ୍ବର: ଗତକାଲି ରାଜ୍ୟରେ ୨୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୧୭୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୧୭୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୩୦ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୧୦୫ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୭୪ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ଅନୁଗୁଳ ଜିଲ୍ଲାରୁ- ୧ ବାଲେଶ୍ଵର ଜିଲ୍ଲାରୁ- ୪ ବରଗଡ ଜିଲ୍ଲାରୁ- ୪ ଭଦ୍ରକ ଜିଲ୍ଲାରୁ- ୧ ବଲାଙ୍ଗୀରି ଜିଲ୍ଲାରୁ- ୨ ବୌଦ୍ଧ ଜିଲ୍ଲାରୁ- ୧ କଟକ ଜିଲ୍ଲାରୁ- ୮ ଦେବଗଡ ଜିଲ୍ଲାରୁ- ୩ ଢେଙ୍କାନାଳ ଜିଲ୍ଲାରୁ- ୧ ଗଜପତି ଜିଲ୍ଲାରୁ- ୨ ଗଞ୍ଜାମ ଜିଲ୍ଲାରୁ- ୧ ଜଗତସିଂହପୁର ଜିଲ୍ଲାରୁ- ୪ ଯାଜପୁର ଜିଲ୍ଲାରୁ- ୬ ଝାରସୁଗୁଡା ଜିଲ୍ଲାରୁ- ୪ କଳାହାଣ୍ଡି ଜିଲ୍ଲାରୁ- ୧ କନ୍ଧମାଳ ଜିଲ୍ଲାରୁ- ୪ କେନ୍ଦୁଝର ଜିଲ୍ଲାରୁ- ୧ ଖୋର୍ଦ୍ଧା ଜିଲ୍ଲାରୁ- ୩୬ କୋରାପୁଟ…

