ଭୁବନେଶ୍ବର: ରାଜ୍ୟର ବନ୍ୟା ପରିସ୍ଥିତି ଧିରେଧିରେ ନିୟନ୍ତଣକୁ ଆସୁଛି। ବର୍ତ୍ତମାନ ଲଘୁଚାପ ଅବପାତରେ ପରିଣତ ହୋଇ ଓଡିଶା ଅତିକ୍ରମ କରିସାରିଛି। ଏବେ ହୀରାକୁଦରେ ୪ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି । ଆଜି ଅପରାହ୍ନରେ ହୀରାକୁଦର ଜଳପତ୍ତନ ୬୨୦.୪୩ ଫୁଟ୍ ଅଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏହା କହିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା। ଏସଆରସିଙ୍କ ଅନୁସାରେ ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୯୬ ହଜାର ୧୮୬ କ୍ୟìସେକ୍ ଜଳ ପ୍ରବେଶ କରୁଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାରରୁ ୧ ଲକ୍ଷ ୨ ହଜାର ୬୮୫ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ଖଇରମାଳଠାରେ ୫ ଲକ୍ଷ ୯୦ ହଜାର କ୍ୟìସେକ୍ ଜଳ ପ୍ରବାହିତ ହେଉଅଛି। ବଡମୂଳଠାରେ ୭ ଲକ୍ଷ ୬୭ ହଜାର କ୍ୟìସେକ୍ ଜଳ ପ୍ରବାହିତ ହେଉଅଛି। ସେହିପରି ମୁଣ୍ଡଳୀଠାରେ ୮ ଲକ୍ଷ ୩୫ ହଜାର ୬୭୨ କ୍ୟìସେକ୍ ଜଳ ପ୍ରବାହିତ…
Author: Samikhsya Bureau
ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ଆରପିଏଫର ମୋବାଇଲ ଲୁଟେରାଙ୍କ ବିରୋଧରେ କ୍ରମାଗତ ଭାବେ ଦୁଇ ଦିନ ହେଲା ଚଢ଼ାଉ ଜାରି ରହିଛି। ଗତକାଲି ଏହି ପରିପ୍ରେକ୍ଷୀରେ ଦୁଇ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଆଜି ପୁଣି ଆଉ ଦୁଇ ମୋବାଇଲ ଲୁଟେରା ଗିରଫ ହୋଇଥିବାର ଜଣାପଡିଛି। ସୂଚନା ମୁତାବକ ବାଲୁଗାଁ ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟଙ୍କ ନେତୃତ୍ୱରେ ଆଜି ସକାଳେ ଆରପିଏଫ ଓ ଜିଆରପି ମିଳିତ ଭାବେ ଷ୍ଟେସନର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ତିନି ନମ୍ବର ପ୍ଲାଟଫର୍ମର ଶେଷ ସ୍ଥାନରୁ ଦୁଇ ଜଣ ସଂନ୍ଦିଗ୍ଧଙ୍କୁ ଗିରଫ କରିଥିଲା ରେଳବାଇ ପୋଲିସ। ସେମାନଙ୍କ ନିକଟରୁ ଛଅ ଗୋଟି ସ୍ମାର୍ଟଫୋନ ଜବତ କରିଛି ରେଳବାଇ ପୋଲିସ। ପଚରାଉଚୁରାରୁ ଜଣାପଡିଥିଲା କି ସେ ସବୁ ଚଳନ୍ତା ଟ୍ରେନରୁ ବିଭିନ୍ନ ରେଳ ଯାତ୍ରୀଙ୍କ ନିକଟରୁ ଚୋରି ହୋଇଥିବା ଫୋନ। ଅଭିଯୁକ୍ତ ଦ୍ବୟ ହେଲେ ବାଲୁଗାଁ ଥାନା…
ଭୁବନେଶ୍ୱର : ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୁକ୍ତ-୨ ଛାତ୍ରଛାତ୍ରୀମାନଙ୍କ ନାମଲେଖା ତାରିଖ ଅବଧିକୁ ବୃଦ୍ଧି କରାଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶଙ୍କ ଅନୁମୋଦନ କ୍ରମେ ଯୁକ୍ତ-୨ ନାମଲେଖା ନିମନ୍ତେ ପରିବର୍ତ୍ତିତ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି । ଏହି ନୂତନ କାର୍ଯ୍ୟସୂଚୀ ଅନୁଯାୟୀ ଯୁକ୍ତ-୨ ପ୍ରଥମ ପର୍ଯ୍ୟାୟ ନାମଲେଖା ତାରିଖ ଅଗଷ୍ଟ୧୯ରୁ ୨୫ ତାରିଖ ସ୍ଥିର କରାଯାଇଥିବାବେଳେ ଏବେ ଏହା ଅଗଷ୍ଟ ୩୦ ତାରିଖକୁ ବୃଦ୍ଧି କରାଯାଇଛି । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଅବଧି ସେପେଫମ୍ବର ୫ରୁ ୭ ତାରିଖ ଥିବାବେଳେ ତାହା ସେପେଫମ୍ବର ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ତତ୍କାଳ ନାମଲେଖା (ସ୍ପଟ୍ ସିଲେକ୍ସନ୍)ର ଅବଧି ସେପେଫମ୍ବର ୧୫ ଓ ୧୬ ତାରିଖ ରଖାଯାଇଥିଲା । ବିଭିନ୍ନ ମହାବିଦ୍ୟାଳୟରେ ଏବେ ଏହି ତତ୍କାଳ ନାମଲେଖା ସେପେଫମ୍ବର ୧୭ରୁ ୨୦ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ମନ୍ତ୍ରୀ…
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ର ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ଗାଜର ଘାସ (ପାର୍ଥେନିୟମ୍) ନିରାକରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଛି। ଆଇଏଏସ୍, ସୋଆ ଏନ୍ଏସ୍ଏସ୍ ଏବଂ ଭାରତୀୟ ତୃଣକ ବିଜ୍ଞାନ ସମାଜ (ଇଣ୍ଡିଆନ୍ ସୋସାଇଟି ଅଫ୍ ୱିଡ୍ ସାଇନ୍ସ)ର ମିଳିତ ସହଯୋଗରେ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ଆପିକଲ୍ର ନିର୍ଦ୍ଦେଶକ ପ୍ରଫେସର ପ୍ରଭାତ କୁମାର ରାଉଳ, ଆଇଏଏସ୍ ଡିନ୍ ପ୍ରଫେସର ବିଜୟ କୁମାର ସାହୁ, ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏବଂ ଆଇଏଏସ୍ର ପ୍ରଫେସର ସରୋଜ କୁମାର ମହାନ୍ତି ପ୍ରମୁଖ ପତାକା ଦେଖାଇ ଗାଜର ଘାସ ନିରାକରଣ ସଚେତନତା ଅଭିଯାନର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଏକ ସଚେତନତା ର୍ୟାଲି ଆଇଏଏସ୍ ପରିସରରୁ ଆରମ୍ଭ ହୋଇ ଏ.ପି.ଜେ.କାଲାମ୍ ପାର୍କ ଏବଂ କଳିଙ୍ଗ ନଗର (କେ ୮) ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ରେସିଡେନ୍ସ ୱେଲ୍ଫେୟାର…
ଭୁବନେଶ୍ୱର: ଲଘୁଚାପଜନିତ ବର୍ଷା ଯୋଗୁଁ ରାଜ୍ୟର ଅନେକ ସ୍ଥାନରେ ବନ୍ୟା ସୃଷ୍ଟି ହୋଇଛି। ତେଣୁ ଛାତ୍ରଛାତ୍ରୀଙ୍କ ପାଇଁ ଯୁକ୍ତ ୨ ନାମଲେଖା ଆବେଦନରେ ବାଧା ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଯୁକ୍ତ ୨ ନାମଲେଖା ଅବଧିକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ପୂର୍ବରୁ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଅଗଷ୍ଟ ୧୯ରୁ ୨୫ ତାରିଖ ପର୍ଯ୍ୟନ୍ତ ସ୍ଥିର କରାଯାଇଥିବା ବେଳେ ଏହାକୁ ବୃଦ୍ଧି କରାଯାଇ ଅଗଷ୍ଟ ୩୦ ତାରିଖ ପର୍ଯ୍ୟନ୍ତ କରାଯାଇଛି। ତେବେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ସେପ୍ଟେମ୍ବର ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଯାଇଛି। ସେହିଭଳି ତତକାଳ ନାମଲେଖା ସେପ୍ଟେମ୍ବର ୧୭ ତାରିଖରୁ ୨୦ ତାରିଖ ମଧ୍ୟରେ କରାଯିବା ନେଇ ସ୍ଥିର କରାଯାଇଛି।
ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ଓଡ଼ିଶା ବିଧାନସଭା ପକ୍ଷରୁ ସଦ୍ଭାବନା ଦିବସ ଅବସରରେ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ବିଧାନସଭାର ସମସ୍ତ ଅଧିକାରୀ ଓ କର୍ମଚାରୀ ଦେଶର ଶାନ୍ତି, ଜାତୀୟ ସଂହତି ଓ ସାଂପ୍ରଦାୟିକ ସଦ୍ଭାବ ବଜାୟ ରଖିବା ନିମନ୍ତେ ଶପଥ ନେଇଥିଲେ। ସଚିବ ଶ୍ରୀ ଦାଶରଥୀ ଶତପଥୀ ଏହି ଶପଥପାଠ କରାଇଥିଲେ। ପ୍ରକାଶଯୋଗ୍ୟ ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ସ୍ମୃତିରେ ଦେଶରେ ଶାନ୍ତି, ଜାତୀୟ ସଂହତି ଓ ସାଂପ୍ରଦାୟିକ ସଦ୍ଭାବ ଅକ୍ଷୁଣ୍ଣ ରଖିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ତାଙ୍କ ଜନ୍ମତିଥି ଅଗଷ୍ଟ ୨୦ ତାରିଖରେ ସଦ୍ଭାବନା ଦିବସ ପାଳନ କରାଯାଇଥାଏ।
ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ନ୍ୟାୟାଳୟ’ଗ୍ରୀନ୍ସ ଜୁଲୋଜିକାଲ ରେସକ୍ୟୁ ଆଣ୍ଡ ରିହାବିଲିଟେସନ ସେଣ୍ଟର’ (ଜିଜେଡଆର୍ଆର୍ସି) ଦ୍ୱାରା ଗୁଜରାଟର ଜାମନଗରଠାରେ ସ୍ଥାପନ କରାଯାଉଥିବା ଚିଡ଼ିଆଖାନା ବିରୁଦ୍ଧରେ ଦାୟର ଏକ ଜନସ୍ୱାର୍ଥ ଆବେଦନ (ପିଆଇଏଲ୍)କୁ ଖାରଜ କରିଦେଇଛନ୍ତି। ନ୍ୟାୟମୂର୍ତ୍ତି ଦିନେଶ ମହେଶ୍ୱରୀ ଏବଂ ନ୍ୟାୟମୂର୍ତ୍ତି କୃଷ୍ଣ ମୁରାରୀ ଜନସ୍ୱାର୍ଥ ଯାଚିକାକୁ ଖାରଜ କରିଦେଇ କହିଛନ୍ତି ଯେ, “ଗ୍ରୀନ୍ସ ଜୁଲୋଜିକାଲ ରେସ୍କ୍ୟୁ ଆଣ୍ଡ ରିହାବିଲିଟେସନ ସେଣ୍ଟର’ (ଜିଜେଡଆର୍ଆର୍ସି) ଏକ ଆଇନସମ୍ମତ ଏବଂ ମାନ୍ୟତା ପ୍ରାପ୍ତ ଚିଡ଼ିଆଖାନା ଏବଂ ରେସ୍କ୍ୟୁ ସେଣ୍ଟର। ଆମେ ଏଥିରେ ବିବାଦର କୌଣସି କାରଣ ଲକ୍ଷ୍ୟ କରୁନାହୁଁ।” ଏଥିରେ ଅସନ୍ତୋଷ ପ୍ରକାଶ କରି ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ଆବେଦନକାରୀ ବିନା କୌଣସି ଠୋସ୍ କାରଣ ନଥାଇ ଏବଂ କେବଳ କିଛି ନ୍ୟୁଜ ରିପୋର୍ଟ ଆଧାରରେ ଏହି ଯାଚିକା ଦାଖଲ କରିଦେଇଛନ୍ତି। ଆବେଦନକାରୀ ନିଜ ସପକ୍ଷରେ ସର୍ବୋଚ୍ଚ ଅଦାଲତରେ ଠୋସ୍ ସାକ୍ଷ୍ୟ ପ୍ରମାଣ ଦାଖଲ କରିପାରିନାହାନ୍ତି। ଜନସ୍ୱାର୍ଥ ଯାଚିକାରେ ରିଲାଏନ୍ସର ‘ଗ୍ରୀନ୍ସ ଜୁଲୋଜିକାଲ ରେସ୍କ୍ୟୁ…
ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସରକାରୀ ଡିଗ୍ରୀ ମହାବିଦ୍ୟାଳୟଗୁଡ଼ିକରେ ୩୩୪ ଜଣ ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତ ହେବେ। ଏମାନଙ୍କ ମଧ୍ୟରେ ୧୮ ଜଣ ଶାରୀରିକ ଶିକ୍ଷା ପ୍ରଶିକ୍ଷକ (ପିଇଟି), ୨୫ ଜଣ କନିଷ୍ଠ ଗ୍ରନ୍ଥାଗାରିକ (ଜୁନିଅର ଲାଇବ୍ରେରିଆନ୍) ଏବଂ ୨୯୧ ଜଣ ବିଜ୍ଞାନାଗାର ସହାୟକ ତଥା ଭଣ୍ଡାର ରକ୍ଷକ (ଲାବୋରେଟୋରୀ ଆସିଷ୍ଟାଣ୍ଟ-କମ୍-ଷ୍ଟୋର କିପର) ଅଛନ୍ତି । ନବନିଯୁକ୍ତ ଶିକ୍ଷକ ଓ ଅଣଶିକ୍ଷକମାନଙ୍କ ଦିଗ୍ଦର୍ଶନ କାର୍ଯ୍ୟକ୍ରମ ଆସନ୍ତା ଅଗଷ୍ଟ ୨୫ ତାରିଖ ଅପରାହ୍ନ ୫.୩୦ ସମୟରେ ଲୋକସେବା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ। ଏହି ଅବସରରେ ନବନିଯୁକ୍ତ ଶିକ୍ଷକ ଓ ଅଣଶିକ୍ଷକମାନଙ୍କୁ ନିଯୁକ୍ତି ଆଦେଶ ପ୍ରଦାନ କରାଯିବ।ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଉପସ୍ଥିତ ରହି ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ବିଭିନ୍ନ ପାଠ୍ୟକ୍ରମରେ ଶିକ୍ଷା ଗ୍ରହଣ କରିଥିବା ବିଦେଶୀ ଛାତ୍ରଛାତ୍ରୀମାନଙ୍କୁ ଶୁକ୍ରବାର ଏକ ଗ୍ରାଜୁଏସନ୍ ଉତ୍ସବରେ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି। ଉଗାଣ୍ଡା, ସିରିଆ ଏବଂ ଶ୍ରୀଲଙ୍କାର ଏହି ଛାତ୍ରଛାତ୍ରୀମାନେ ୨୦୧୯-୨୨ ବ୍ୟାଚ୍ରେ ମ୍ୟାନେଜମେଂଟ ସାଇନ୍ସେସ୍, ଇଞ୍ଜିନିୟରିଂ ଏବଂ ବାୟୋଟେକ୍ନୋଲୋଜିରେ ଶିକ୍ଷା ଗ୍ରହଣ କରିଛନ୍ତି। ସୋଆର ଉପ-କୁଳପତି ପ୍ରଫେସର (ଡକ୍ଟର) ପ୍ରଦୀପ୍ତ କୁମାର ନନ୍ଦ ଛାତ୍ରଛାତ୍ରୀମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରିଥିଲେ। ଏହି ଅବସରରେ ମ୍ୟାନେଜମେଂଟ ଡିନ୍ ପ୍ରଫେସର ଅନୁପ ସାମନ୍ତରାୟ, ଫାର୍ମାସୀ ଡିନ୍ ପ୍ରଫେସର ସୁଦାମ ଚରଣ ସି, ବାୟୋଟେକ୍ନୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ସଂଘମିତ୍ରା ନାୟକ, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଓ ୟୁନିଭର୍ସିଟି ଇଂଟରନ୍ୟାସ୍ନାଲ ରିଲେସନ୍ସ ଆଣ୍ଡ ଆଡମିସନ୍ ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଫେସର ନନ୍ଦ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ସଫଳତା ନେଇ ଶୁଭେଚ୍ଛା ଜଣାଇବା ସହ ସେମାନେ ସେମାନଙ୍କ ଦେଶରେ ସୋଆର…
ଭୁବନେଶ୍ବର: ବନ୍ୟା ପାଇଁ ବାତିଲ ହୋଇଥିଲା ଆସିଷ୍ଟାଣ୍ଡ ସେକସନ ଅଫିସର ବା ଏଏସଓ ପରୀକ୍ଷା । ହେଲେ ଆଜି ଓଡିଶା ପବ୍ଲିକ ସର୍ଭିସ କମିସନର ସାନି ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ସେହି ଅନୁସାରେ ଏହି ପରୀକ୍ଷା ଆସନ୍ତା ୨୭ ତାରିଖରେ ହେବ। ପୂର୍ବରୁ ଏହି ପରୀକ୍ଷା ୨୧ ତାରିଖ ହେବ ବୋଲି ନିର୍ଦ୍ଧାରିତ ହୋଇଥିଲା। ନୂଆ ବିଜ୍ଞପ୍ତି ଅନୁସାରେ ଏହି ପରୀକ୍ଷା ୨୭ ତାରିଖ ଦିନ ତିନୋଟି ସିଟିଂରେ ପରକ୍ଷା କରାଯିବ। ପ୍ରଥମ ସିଟିଂ ସକାଳ ୯ଟାରୁ ୧୦ଟା ୩୦ ମିନଟ, ଦ୍ବିତୀୟ ସିଟିଂ ଦିନ ୧୧ ଟା ୩୦ ରୁ ୧.୦୦ ପର୍ଯ୍ୟନ୍ତ ହେବ। ସେହିପରି ତୃତୀୟ ସିଟିଂ ୨ଟା ୩୦ ରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ୩୦ ପର୍ଯ୍ୟନ୍ତ ଚାଲିବ।
ଭୁବନେଶ୍ବର: ଆସନ୍ତା ସାଧାରଣ ନିର୍ବାଚନ ପାଇଁ ବିଜେଡି ବର୍ତ୍ତମାନ ତାହାର ସଂଗଠନକୁ ମଜବୁତ କରିବାରେ ଲାଗିଛି। ପ୍ରଥମେ ଦଳ ତାହାର ବରିଷ୍ଠ ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା କରିବା ପରେ ଯୁବ ବାହିନୀର କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛି। ସେହିପରି ଦଳ ମୟୁରଭଂଜ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀ ଏବଂ ବ୍ଲକ ଏନଏସି କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛି। ଏ ନେଇ ଦଳ ତରଫରୁ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏହି ବିଜ୍ଞପ୍ତି ଅନୁସାରେ ମୟୁରଭଂଜ ଜିଲ୍ଲାରେ ଥିବା ପାଞ୍ଚୋଟି ନିର୍ବାଚନ ମଣ୍ଡଳୀର ଉପସଭାପତି, ସାଧାରଣ ସଂପାଦକ, ସଂପାଦକଙ୍କ ସହିତ ବ୍ଲକ ଓ ଏନଏସି କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି।
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରୁ ବେଆଇନ ଗୋରୁ ବୋଝେଇ ଗାଡ଼ି ଜବତ କରିଛି ପୋଲିସ। ସୂଚନା ମୁତାବକ ପାଟ୍ରୋଲିଂ ସମୟରେ ଭୂଷଣ୍ଡପୁର ଅଞ୍ଚଳ ଆଡକୁ ଦୃତ ଗତିରେ ଏକ ଗୋରୁ ବୋଝଇ ପିକ ଅପ ଭ୍ୟାନଟି ଯାଉଥିବାର ଟାଙ୍ଗୀ ପୋଲିସ ଦେଖିବାକୁ ପାଇଥିଲା। ଆଇଆଇସି ଦିଗବିଜୟ ବିଶ୍ୱାଳଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ପାଟ୍ରୋଲିଂ ଗାଡ଼ିଟି ଉକ୍ତ ସନ୍ଦିଗ୍ଧ ଗାଡିର ପିଛା କରିଥିଲା। କିଛି ବାଟ ଅତିକ୍ରମ କଲା ପରେ ଗାଡ଼ି ଚାଳକ ଗାଡିକୁ ମଝି ରାସ୍ତାରେ ଛାଡି ଫେରାର ହୋଇଯାଇଥିଲା। ପୋଲିସ ଗାଡିକୁ ଜବତ କରିବା ସହ ୬ ଗୋଟି ଜୀବନ୍ତ ଗୋରୁଙ୍କୁ ଉଦ୍ଧାର କରିଛି। ଏ ସଂକ୍ରାନ୍ତରେ ଟାଙ୍ଗୀ ଥାନା ପୋଲିସ କେସ ନମ୍ବର ୪୪୦/୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଉଦ୍ଧାର ଗୋରୁଙ୍କୁ ସିଝୁଆ ସ୍ଥିତ ଗୋଶାଳାକୁ ଜିମା ଦେଇଥିବାର ଆଇଆଇସି ଶ୍ରୀ ବିଶ୍ୱାଳ…
ନୂଆଦିଲ୍ଲୀ: ଆଜି ବିଜୁ ଜନତା ଦଳ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କୁ ଅଭିନନ୍ଦନ ଦିଆଯାଇଛି। ଦଳର ଦୁଇ ବରିଷ୍ଠ ସାଂସଦ ପିନାକୀ ମିଶ୍ର ଏବଂ ସସ୍ମିତ ପାତ୍ର ଅଭିନନ୍ଦନ କରିଛନ୍ତି। ଏହି ଦୁଇ ସାଂସଦ ଉପରାଷ୍ଟ୍ରପତି ଭବନ ଯାଇ ଜଗଦୀପ ଧନଖଡଙ୍କୁ ଅଭିନନ୍ଦନ ସହିତ ଉପହାର ମଧ୍ୟ ପ୍ରଦାନ କରିଛନ୍ତି। ନିକଟରେ ଜଗଦୀପ ଧନଖଡ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇ ଦାୟିତ୍ବ ଗ୍ରହଣ କରିଛନ୍ତି। ତାଙ୍କୁ ଯେଉଁଦିନ ଏନଡିଏର ପ୍ରାର୍ଥୀ ଭାବେ ଘୋଷଣା କରାଗଲା ସେତେବେଳେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ ଦେଇଥିଲେ। ଯାହା ଫଳରେ ତାଙ୍କର ବିଜୟ ନିଶ୍ଚିତ ହୋଇଥିଲା।
ନୂଆଦିଲ୍ଲୀ: ୨୦୨୨ ଏସିଆ କପ୍ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଅଛି। ଏସୀୟ କ୍ରିକେଟ୍ ର ଏହି ମହାନ କୁମ୍ଭ ଅଗଷ୍ଟ ୨୭ ତାରିଖରୁ ଆରମ୍ଭ ହେବ। ଏହାପୂର୍ବରୁ ପାକିସ୍ତାନ କ୍ରିକେଟ୍ ଦଳ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ବାସ୍ତବରେ ଆହତ କାରଣରୁ ପାକିସ୍ତାନର ଅଗ୍ରଣୀ ଦ୍ରୁତ ବୋଲର ଶାହିନ୍ ଶାହା ଆଫ୍ରିଦିଙ୍କୁ ୨୦୨୨ ଏସିଆ କପ୍ ଏବଂ ଇଂଲଣ୍ଡ ବିପକ୍ଷ ଘରୋଇ ଟି-୨୦ ସିରିଜରୁ ବାଦ୍ ଦିଆଯାଇଛି। ପ୍ରକାଶ ଯୋଗ୍ୟ ଯେ, ଦୀର୍ଘ ଦିନ ଧରି ଆଣ୍ଠୁରେ ଆଘାତ ଲାଗି ଶାହିନ୍ ଅସୁବିଧାରେ ଥିଲେ। ଏହି ଆଘାତ ହେତୁ ସେ ବର୍ତ୍ତମାନ ୨୦୨୨ ଏସିଆ କପ୍ ଏବଂ ଇଂଲଣ୍ଡ ବିପକ୍ଷ ଘରୋଇ ସାତ ମ୍ୟାଚ୍ ଟି -୨୦ ସିରିଜରୁ ବାଦ ପଡିଛନ୍ତି। ଅଗଷ୍ଟ ୨୮ ତାରିଖରେ ଆଫ୍ରିଦି ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚର ଅଂଶ ହେବ ନାହିଁ। ଅଗଷ୍ଟ ୨୭ ରୁ…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ନୂତନ ବିଡ଼ିଓ ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି ଓଏଏସ ଅଧିକାରିଣୀ ଶ୍ରୀମତୀ ବୁଲବୁଲ ବେହେରା। ଶ୍ରୀମତୀ ବେହେରା ୨୦୧୧ ବ୍ୟାଚ ଓଏଏସ ଅଧିକାରିଣୀ ହୋଇଥିବାବେଳେ ଏହା ପୁର୍ବରୁ ସେ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବିଡ଼ିଓ ଭାବେ କାର୍ଯ୍ୟରତ ଥିଲେ। ନିକଟରେ ତାଙ୍କ ବଦଳି ବାଣପୁର ବ୍ଲକକୁ ହୋଇଥିବା ବେଳେ ଗତକାଲି ସେ କାର୍ଯ୍ୟରେ ଯୋଗଦେଇଛନ୍ତି। ତେବେ ବାଣପୁର ଏକ ବଡ଼ ବ୍ଲକ ଏବଂ ସେ ସମସ୍ତ ନିର୍ବାଚିତ ଜନପ୍ରତିନିଧିଙ୍କ ସହାଭାଗିତାରେ କାର୍ଯ୍ୟ କରିବା ସହ ଜନସାଧାରଣଙ୍କ ଅଭିଯୋଗକୁ ପ୍ରାଥମିକତା ଦେବେ ବୋଲି କହିଛନ୍ତି। ସେହିପରି ଭାବେ କ୍ଷେତ୍ର ପରିଦର୍ଶନ, ୫ଟି ବ୍ୟବସ୍ଥାର ସଠିକ ପରିଚାଳନା ଏବଂ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା କିପରି ସଠିକ ଭାବରେ ହିତାଧିକାରୀଙ୍କ ନିକଟକୁ ପହଞ୍ଚିପାରିବ ସେ ଦିଗରେ ଗୁରୁତ୍ୱ ଦେବେ ବୋଲି ଶ୍ରୀମତୀ ବେହେରା କହିଛନ୍ତି।
ସନ୍ଦେଶ ନାୟକ, ଆଇଏଏସ ବିକାଶଶୀଳ ରାଷ୍ଟ୍ରରେ ସଡକ ଦୁର୍ଘଟଣା ଏବଂ ତତ୍ଜନିତ ଜରୁରୀ ସୂଚନା ତଥା ସେବାର ଅଭାବ ଲୋକଙ୍କ ଜୀବନହାନିର ପ୍ରମୁଖ କାରଣ। ଦୁର୍ଘଟଣାରେ ଆହତ ଲୋକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ପହଞ୍ଚାଇବାରେ ବିଳମ୍ବ ଯୋଗୁଁ ମୃତ୍ୟୁ ସଂଖ୍ୟା ବଢିଥାଏ। ତେଣୁ ଦୁର୍ଘଟଣା ଘଟିବା ସଙ୍ଗେ ସଙ୍ଗେ ସେ ଖବର ପାଇ ଆହତକୁ ଉଦ୍ଧାର କରି ଚିକିତ୍ସା ବ୍ୟବସ୍ଥା ଯୋଗାଇବା ବିଶେଷ ଗୁରୁତ୍ୱପୂର୍ଣ୍ଣ। ସଡକ ଦୁର୍ଘଟଣାରେ ଆହତଙ୍କୁ ଯଥା ସମ୍ଭବ ଶୀଘ୍ର ଉଦ୍ଧାର କରି ଜରୁରୀକାଳୀନ ଚିକିତ୍ସା ସେବା ଯୋଗାଇବାର ପ୍ରସ୍ତୁତି ଓ ବ୍ୟବସ୍ଥା ତଥା ତତ୍ସଂକ୍ରାନ୍ତ ଟେକ୍ନୋଲୋଜିର ଉପଲବ୍ଧତା ବିଶେଷ ଗୁରୁତ୍ୱ ରଖେ। ଏହା ଦ୍ୱାରା ଆହତମାନଙ୍କୁ ନିଶ୍ଚିତ ମୃତ୍ୟୁ ମୁଖରୁ ବଂଚାଇବା ସହିତ ଅନେକଙ୍କୁ ସ୍ଥାୟୀଭାବେ ବିକଳାଙ୍ଗ ହେବାରୁ ରକ୍ଷା କରାଯାଇପାରେ। ତେଣୁ ସଡକ ଦୁର୍ଘଟଣାରେ ଆହତକୁ ତତ୍କାଳ ପ୍ରାଥମିକ ଚିକିତ୍ସା ବା ଫାଷ୍ଟଏଡ୍ ସେବା ଦେବା ବିଶେଷ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ “ଫାଷ୍ଟ ଏଡ୍” ଉପକରଣ ଓ…
ନୂଆଦିଲ୍ଲୀ: ଦେଶରେ କରୋନାର ବିପଦ ଏବେ ବି ସ୍ଥିର ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୩ ହଜାର ୨୭୨ ଟି ନୂଆ ମାମଲା ରୁଜୁ ହୋଇଛି। ଏଥି ସହିତ, ଏହି ସମୟ ମଧ୍ୟରେ ୧୩ ହଜାର ୯୦୦ ରୋଗୀ ଏହି ମହାମାରୀରୁ ଆରୋଗ୍ୟ ଲାଭ କରିଛନ୍ତି। ଏଥି ସହିତ, ନୂତନ ମାମଲା ପଞ୍ଜିକରଣ ପରେ ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୧ ଲକ୍ଷ ୧ ହଜାର ୧୬୬ କୁ ବୃଦ୍ଧି ପାଇଛି। ଏଥି ସହିତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ସମୟରେ ଦେଶରେ ପଜିଟିଭ ରେଟ ବୃଦ୍ଧି ପାଇଛି। ତେବେ ଗତକାଲି ତୁଳନାରେ କରୋନାର ନୂତନ କ୍ଷେତ୍ରରେ ସାମାନ୍ୟ ହ୍ରାସ ଘଟିଛି। ପୂର୍ବ ଦିନରେ, ଏହି ସଂଖ୍ୟା ୧୫ ହଜାରରେ ପହଞ୍ଚିଥିଲା, ଯାହା ଆଜି ୧୩ ହଜାରରେ ସୀମିତ ରହିଛି। ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ-୧୯ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟାରେ ୬୬୪…
ନୂଆଦିଲ୍ଲୀ: ସୋମାଲିଆର ମୋହାଦିଶୁରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଠାରେ ଅଲ-ଶବାବର ବନ୍ଧୁକଧାରୀମାନେ ଏକ ହୋଟେଲ ଉପରେ ଆକ୍ରମଣ କରିଛନ୍ତି। ହୋଟେଲର ମାଲିକଙ୍କ ସମେତ ଏପର୍ଯ୍ୟନ୍ତ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ଅନେକ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଲ-କାଏଦା ସହ ଜଡିତ ଅଲ-ଶବାବ ଗୋଷ୍ଠୀ ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଛି। ଗଣମାଧ୍ୟମକୁ ସୁରକ୍ଷା ଅଧିକାରୀ କହିଛନ୍ତି ଯେ, ଆତଙ୍କବାଦୀମାନେ ହୋଟେଲ ହାଇଟ୍ ଭିତରକୁ ପ୍ରବେଶ କରି ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହି ସମୟ ମଧ୍ୟରେ ୨ ଟି ବିସ୍ଫୋରଣ ହୋଇଥିଲା। ୧୩ ଘଣ୍ଟା ପରେ ମଧ୍ୟ ଏହି ଏନକାଉଣ୍ଟର ଚାଲିଛି ଏବଂ ଆତଙ୍କବାଦୀମାନେ ହୋଟେଲକୁ କାବୁ କରି ନେଇଛନ୍ତି। ଏହା ମଧ୍ୟ କୁହାଯାଇଛି ଯେ, ଏହି ବନ୍ଧୁକଧାରୀମାନେ ହାଇଟ୍ ହୋଟେଲରେ ପ୍ରବେଶ କରିବାର ପ୍ରାୟ ଏକ ମିନିଟ୍ ପୂର୍ବରୁ ସେଠାରେ ଏକ ବଡ଼ ବିସ୍ଫୋରଣ ହୋଇଥିଲା। ହାଇଟ୍ ହୋଟେଲ ଉପରେ ଅଲ-ଶବାବ…
ନୂଆଦିଲ୍ଲୀ: ପ୍ରତିଦିନ ରେଳବାଇ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଥାଏ। ଏଭଳି ପରିସ୍ଥିତିରେ ରେଳବାଇ ମଧ୍ୟ ଯାତ୍ରୀମାନଙ୍କ ସୁବିଧା ପାଇଁ ସମ୍ପୂର୍ଣ୍ଣ ଯତ୍ନ ନିଏ। କିନ୍ତୁ, ଅନେକ ଥର ରେଳବାଇକୁ ବିଭିନ୍ନ କାରଣରୁ ଟ୍ରେନ୍ ବାତିଲ୍ କରିବା, ପୁନଃ ନିର୍ଦ୍ଧାରଣ କିମ୍ବା ଟ୍ରେନ୍ ବଦଳାଇବାକୁ ପଡେ। ଯାହାଫଳରେ ଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଯଦି ଆପଣ ଆଜି ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ସର୍ବପ୍ରଥମେ ଆଜିର ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ପଥ ପରିବର୍ତ୍ତିତ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରନ୍ତୁ। ଟ୍ରେନ୍ ବାତିଲ୍, ପୁନଃ ନିର୍ଦ୍ଧାରଣ କିମ୍ବା ଡାଇଭର୍ଟ କରିବା ପଛରେ ଅନେକ ଭିନ୍ନ କାରଣ ଅଛି, କିନ୍ତୁ ଏହାର ମୁଖ୍ୟ କାରଣ ହେଉଛି ରେଳ ଟ୍ରାକ୍ ମରାମତି। ପ୍ରତିଦିନ ହଜାର ହଜାର ଟ୍ରେନ୍ ରେଳ ଟ୍ରାକ୍ ଦେଇ ଗତି କରେ। ଏଭଳି ପରିସ୍ଥିତିରେ ସମୟ ସମୟରେ ଏହି ଟ୍ରାକ୍ଗୁଡ଼ିକୁ ମରାମତି କରିବା ଅତ୍ୟନ୍ତ…
ଭୁବନେଶ୍ବର: ଗତକାଲି ରାଜ୍ୟରେ ୩୮୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୩୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୩୨୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୪୧ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୧୮୭ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୩୩ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ଅନୁଗୁଳ ଜିଲ୍ଲାରୁ- ୧ ବାଲେଶ୍ଵର ଜିଲ୍ଲାରୁ- ୫ ବରଗଡ ଜିଲ୍ଲାରୁ- ୧୩ ଭଦ୍ରକ ଜିଲ୍ଲାରୁ- ୫ ବଲାଙ୍ଗୀରି ଜିଲ୍ଲାରୁ- ୧୩ ବୌଦ୍ଧ ଜିଲ୍ଲାରୁ- ୧୭ କଟକ ଜିଲ୍ଲାରୁ- ୧୪ ଦେବଗଡ ଜିଲ୍ଲାରୁ- ୪ ଗଜପତି ଜିଲ୍ଲାରୁ- ୫ ଗଞ୍ଜାମ ଜିଲ୍ଲାରୁ- ୨ ଜଗତସିଂହପୁର ଜିଲ୍ଲାରୁ- ୬ ଯାଜପୁର ଜିଲ୍ଲାରୁ- ୫ ଝାରସୁଗୁଡା ଜିଲ୍ଲାରୁ- ୫ କଳାହାଣ୍ଡି ଜିଲ୍ଲାରୁ- ୩୩ କନ୍ଧମାଳ ଜିଲ୍ଲାରୁ- ୯ କେନ୍ଦ୍ରପଡା ଜିଲ୍ଲାରୁ- ୪ କେନ୍ଦୁଝର ଜିଲ୍ଲାରୁ- ୪ ଖୋର୍ଦ୍ଧା ଜିଲ୍ଲାରୁ- ୪୯ କୋରାପୁଟ…
ଭୁବନେଶ୍ୱର: ସଂପ୍ରତି ରାଜ୍ୟର ବନ୍ୟା ପରିସ୍ଥିତିରେ ପ୍ରାଣୀଧନମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଭାବିତ ପ୍ରାଣୀସଂପଦର ଚିକିତ୍ସା ଓ ଟୀକାକରଣ ଆଦିକୁ ୟୁଜର୍ସ ଫି ଛାଡ଼ କରାଯାଇଛି। ଏ ସଂକ୍ରାନ୍ତରେ ପ୍ରସ୍ତାବକୁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅନୁମୋଦନ କରିଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ପ୍ରାଣୀ ଚିକିତ୍ସାଳୟ ଓ ବିଭାଗ ପକ୍ଷରୁ ଆୟୋଜିତ ପ୍ରାଣୀଧନ ଚିକିତ୍ସା ଶିବିରରେ ରିଲିଫ୍ ପଦକ୍ଷେପ ସ୍ୱରୂପ ୧୫ ଦିନ ପର୍ଯ୍ୟନ୍ତ ଏହି ୟୁଜର୍ସ ଫି ଛାଡ଼ କରାଯାଇଛି । ଅଗଷ୍ଟ ୧୬ ତାରିଖରୁ ୧୫ ଦିନ ପର୍ଯ୍ୟନ୍ତ ୟୁଜର୍ସ ଫି ଛାଡ଼ କରାଯାଇଛି। ପ୍ରାଣୀଧନମାନଙ୍କର ଚିକିତ୍ସା ନିମନ୍ତେ ଆବଶ୍ୟକ ହେଉଥିବା ରକ୍ତ, ମଳ ଆଦି ବିଭିନ୍ନ ପରୀକ୍ଷା ପାଇଁ ମଧ୍ୟ ୟୁଜର୍ସ ଫି ନିଆଯିବ ନାହିଁ। ଏଥି ସହିତ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ପ୍ରାଣୀଧନମାନଙ୍କର ଚିକିତ୍ସା ଓ ଟୀକାକରଣ ନିମନ୍ତେ…

