Author: Samikhsya Bureau

ଭୁବନେଶ୍ବର: ଆଜି ସକାଳେ ଭୁବନେଶ୍ବରର ଏକ ଔଷଧ ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଘଟଣାଟି ଘଟିଛି ଭୁବନେଶ୍ବରର କେସୁରିଆ ମଙ୍ଗରାଜପୁର। ତୁରନ୍ତ ସେଠାରେ ଅଗ୍ନିଶମ ଗାଡି ପହଁଚି ନିଆଁକୁ ଆୟତ କରିଥିଲା। ନଚେତ ଯେତେ ଜୋରରେ ଏହି ନିଆଁ ବାହାରିଥିଲା ବହୁତ ବଡ ଅଘଟଣ ଘଟିବାର ସମ୍ଭାବନା ରହିଥିଲା। ଘଟଣାରୁ ଜଣାପଡିଛି ଯେ, କେଶୁରିଆ ବଜାରରେ ଏହି ଔଷଧ ଦୋକାନଟି ଅବସ୍ଥିତ। ସକାଳେ ଲୋକେ ଦୋକାନ ଭିତରୁ ଧୂଆଁ ବାହାରୁ ଥିବାର ଲକ୍ଷ୍ୟ କରି ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ଅଗ୍ନିଶମ ଗାଡି ଆସି ନିଆଁକୁ ଆୟତ କରିଥିଲା। ଏହି ଅଗ୍ନିକାଣ୍ଡ ଦ୍ବାରା ଦୋକାନରେ ଥିବା ବହୁ ଔଷଧପତ୍ର ପୋଡି ନଷ୍ଟ ହୋଇଯାଇଛି। ତେବେ ଏଥିରେ କୌଣସି ମୃତାହତ ହୋଇ ନାହାଁନ୍ତି। ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ ଘଟିଥିବାର ଅନୁମାନ କରାଯାଉଛି।

Read More

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅତିରିକ୍ତ ଗଣମାଧ୍ୟମ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି ଓଡିଆ ଅଫିସର ବିଜୟ ନାୟକ। ଏ ନେଇ ଆଜି ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି।  ପୂର୍ବରୁ ଦ୍ରୌପଦୀ ମୁର୍ମୁ ମନ୍ତ୍ରୀ ଥିବା ବେଳେ ବିଜୟ ନାୟକ ତାଙ୍କର ବ୍ୟକ୍ତିଗତ ସଚିବ ଥିଲେ। ସେତେବେଳେ ତାଙ୍କର ଦକ୍ଷତାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଶଂସା କରିଥିଲେ। ବରିଷ୍ଠ ଓଏଏସ ଅଫିସର ବିଜୟ ନାୟକ ଅବସର ପରେ ସେ ଓଡିଆ ବିଶ୍ବବିଦ୍ୟାଳୟର ଓଏସଡି ଭାବେ କାର୍ଯ୍ୟ କରୁଥିଲେ। ସେ ଗତମାସରେ ଏହି ପଦବୀରୁ ମଧ୍ୟ ଇସ୍ତଫା ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ସେ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ସେ ମଧ୍ୟ ଓଡିଶା ସାହିତ୍ୟ ଏକାଡେମୀର ସଚିବ ଦାୟିତ୍ବରେ ରହିଥିଲେ। ବିଜୟ ନାୟକ ଜଣେ ଅଫିସର ଭାବେ ଯେତିକି ପରିଚିତ ସେହିପରି ଜଣେ ସାହିତ୍ୟିକ ଭାବେ ମଧ୍ୟ ସେତିକି ପରିଚିତ। ସେ କାହାଣୀ ନାମିତ ଏକ ପତ୍ରିକା…

Read More

ଭୁବନେଶ୍ବର: ରାଜ୍ୟ ସରକାର ବରୁଣେଇ ପାଦ ଦେଶରେ ପ୍ରାୟ ୩୨ କୋଟି ଟଙ୍କାର ୧୦ ଏକର ଜାଗାକୁ ବିନା ମୂଲ୍ୟରେ ଯୋଗାଇ ଦେଇଛନ୍ତି । ସେହିପରି କେନ୍ଦ୍ର ସରକାର ୧୯୦ କୋଟି ଟଙ୍କା ପ୍ରଦାନ କରିଥିବାରୁ ପାଇକ ସ୍ମୃତି ସ୍ମାରକୀ ନିର୍ମାଣ ପାଇଁ ପଥ ପରିଷ୍କାର ହୋଇଯାଇଛି । ଏହି ଦୃଷ୍ଟିକୋଣରୁ ଓଡ଼ିଶା ରାଜ୍ୟ ପାଇକ ଆଖଡ଼ା ମହାସଂଘ ପକ୍ଷରୁ ଗତକାଲି ଏକ ବିଜୟ ଉତ୍ସବ ପାଳନ କରାଯାଇଥିଲା। ଏଥିରେ ରାଜ୍ୟର କୋଣ ଅନୁକୋଣରୁ ଶହ ଶହ ମହିଳା ପାଇକ ବାହିନୀ, ପାଇକ ଆଖଡ଼ା ଦଳ ଆସି ଭୁବନେଶ୍ୱରଶ୍ୱରସ୍ଥିତ ପୁରୁଣା ବସ୍‌ଷ୍ଟାଣ୍ଡରୁ ଏକତ୍ରିତ ହୋଇଥିଲେ । ସେଠାରୁ ଯୁଦ୍ଧବାଦ୍ୟର ତାଳେ ତାଳେ ଖଣ୍ଡା, ତଲୱାର, ଗଦା, ମୁଦ୍‌ଗର, ବାଡ଼ି ଆଦି ଚାଳନା କରି ମହିଳା ପାଇକ ଆଖଡ଼ା ଦଳମାନ ଏକ ଜନଗର୍ଜନ ଶୋଭାଯାତ୍ରାରେ ଆସି ଜୟଦେବ ଭବନ ନିକଟରେ ଏକ୍ରତିତ ହୋଇଥିଲେ । ସେଠାରେ ପାଇକ ଆଖଡ଼ା ପ୍ରଦର୍ଶନ କରି, ବାଣ…

Read More

ନୂଆଦିଲ୍ଲୀ: କେନ୍ଦ୍ରୀୟ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ ପ୍ରାଧିକରଣର ୩୯ ତମ ବୈଠକ ଜାତୀୟ ପ୍ରାଣୀ ଉଦ୍ୟାନ, ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ହୋଇ ଯାଇଛି । ସୁଶ୍ରୀ ଲୀଲା ନନ୍ଦନ, ସଚିବଙ୍କ ସମେତ ଏମ୍‌ଓଇଏଫ୍ ଏବଂ ସିସିର ଅଧିକାରୀ, ଶ୍ରୀ ଚନ୍ଦ୍ର ପ୍ରକାଶ ଗୋଏଲ୍‌, ମହାନିର୍ଦ୍ଦେଶକ ବନ ଏବଂ ବିଶେଷ ସଚିବ, ଡଃ ଏସ୍‌. ପି, ଯାଦବ, ନିର୍ଦ୍ଦେଶକ, ଭାରତୀୟ ବନ୍ୟ ଜୀବ ସଂସ୍ଥାନ, ଶ୍ରୀ ବିଭାସ ରଞ୍ଜନ, ଅତିରିକ୍ତ ମହାନିର୍ଦ୍ଦେଶକ (ବନ୍ୟ ଜୀବ), ଶ୍ରୀ ପ୍ରବୀର ପାଣ୍ଡେ, ଅତିରିକ୍ତ ସଚିବ ଏବଂ ବିତୀୟ ପରାମର୍ଶଦାତା, ଭାରତୀୟ ପଶୁ ଚିକିତ୍ସା ଗବେଷଣା ସଂସ୍ଥା ଏବଂ ସ୍କୁଲ୍ ଅଫ୍ ପ୍ଲାନିଂ ଆଣ୍ଡ୍ ଆର୍କିଟେକଚର୍‌ର ପ୍ରତିନିଧି ଏବଂ ଅନ୍ୟ ସଦସ୍ୟ ମାନେ ବୈଠକରେ ଅଂଶ ଗ୍ରହଣ କରିଥିଲେ । ବୈଠକର ପ୍ରମୁଖ ବିଶେଷତା ଗୁଡିକ ମଧ୍ୟରେ ଦୁଇଟି ପ୍ରକାଶନର ଉନ୍ମୋଚନ ସାମିଲ୍…

Read More

ନୂଆଦିଲ୍ଲୀ: ସାଧାରଣ ଅଭିଯୋଗ ସମାଧାନର ସମୟସୀମା ୪୫ ଦିନରୁ ୩୦ ଦିନକୁ ହ୍ରାସ କରାଯାଇଛି ବୋଲି କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ , ରାଷ୍ଟ୍ରମନ୍ତ୍ରୀ ଭୂବିଜ୍ଞାନ, ପିଏମଓ, କାର୍ମିକ, ସାଧାରଣ ଅଭିଯୋଗ, ପେନସନ, ଆଣବିକ ଶକ୍ତି ଓ ମହାକାଶ ରାଷ୍ଟ୍ରମନ୍ତ୍ରୀ ଡାକ୍ତର ଜିତେନ୍ଦ୍ର ସିଂହ ଆଜି କହିଛନ୍ତି। ସର୍ବନିମ୍ନ ସମୟ ମଧ୍ୟରେ ଅଭିଯୋଗକାରୀଙ୍କ ସନ୍ତୋଷ ମୁତାବକ ସମାଧାନ ପାଇଁ ସାଧାରଣ ଅଭିଯୋଗ ସମାଧାନ ବ୍ୟବସ୍ଥାର ସଫଳ କାର୍ଯ୍ୟାନ୍ୱୟନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଦାନ କରିଥିବା ଗୁରୁତ୍ୱକୁ ଭିତ୍ତି କରି ଏହି ନିଷ୍ପତ୍ତି ନିଆଯାଇଛି। ପ୍ରଶାସନିକ ସଂସ୍କାର ଓ ସାଧାରଣ ଅଭିଯୋଗ ବିଭାଗ (ଡିଏଆରପିଜି)ଙ୍କ ଦ୍ୱାରା ଜାରି ଓଏମ ଅନୁଯାୟୀ ନାଗରିକଙ୍କଠାରୁ ମିଳିଥିବା ଅଭିଯୋଗ ସମାଧାନ ନହେବା ଯାଏଁ ବନ୍ଦ ହେବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ଗତ ବର୍ଷ, ଡିଏଆରପିଜି ସାଧାରଣ ଅଭିଯୋଗ ସମାଧାନର ସମୟସୀମା ସର୍ବାଧିକ ୪୫ ଦିନରୁ ୩୦ ଦିନକୁ ହ୍ରାସ କରିଥିଲେ। ପ୍ରଧାନମନ୍ତ୍ରୀ ଶ୍ରୀ…

Read More

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଦିନକୁ ଦିନ ନିଶା କାରବାର ଏବଂ ବେଆଇନ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ବଢ଼ୁଥିବା ବେଳେ ଏହାକୁ ରୋକିବା ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ପାଲଟିଛି। କିଛି ଦିନ ତଳେ ଜିଲ୍ଲାରେ ନିଶା ବେପାର ଏବଂ ଖଣିଜ ଦ୍ରବ୍ୟ ଚୋରା ଚାଲାଣକୁ ଠପ କରିବା ପାଇଁ ଜିଲ୍ଲାପାଳ, ଏସପି ଏବଂ ଉପଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ପୋଲିସର ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି। ଏହାର ନେତୃତ୍ଵ ଇନ୍ସପେକ୍ଟର ରଶ୍ମିରଞ୍ଜନ ଦାସ ନେଉଛନ୍ତି। ଟିମ ଗଠନ ହେବାର ମାତ୍ର ପନ୍ଦର ଦିନ ହୋଇଥିବା ବେଳେ ଏହାର ସୁଫଳ ଜିଲ୍ଲାରେ ଦେଖିବାକୁ ମିଳୁଛି। ଜିଲ୍ଲାର ଶ୍ରଦ୍ଧାପୂର, କୁମାରବସ୍ତ, ବଡ଼ପୋଖରୀଆ, କମାଗୁରୁ, ଓଳସିଂହ ଆଦି ଅଞ୍ଚଳରେ ବ୍ୟାପକ ମାତ୍ରାରେ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ହେଉଥିବା ବେଳେ ସ୍ୱତନ୍ତ୍ର ଟିମ ନିରନ୍ତର ଭାବେ ଉକ୍ତ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଗତକାଲି ଜଙ୍କିଆ ଥାନା ଓଳସିଂହ ସ୍ଥିତ ଓରାଙ୍ଗ ଖଣିରେ ଇନ୍ସପେକ୍ଟର…

Read More

ପୁରୀ: ଗତକାଲି ରାତିରେ ପୁରୀ ପୋଲିସ ଏକ ବଡ ପଦକ୍ଷେପ ଗ୍ରହଣ କରିଛି। ତାହା ହେଲା ପୁରୀ ସମୁଦ୍ରକୂଳ ରୋଡରେ ବେଆଇନ ପାର୍କିଂ କରିଥିବା ଗାଡି ଜବତ। ରାତିରେ ପୋଲିସ ସ୍ବତନ୍ତ୍ର ଗାଡି ମାଧ୍ୟମରେ ବେଆଇନ ପାର୍କିଂ କରିଥିବା ଗାଡିକୁ ସିଧା ଉଠାଇ ନେଇଛି। ଯାହାକୁ ନେଇ ସାଧାରଣ ଲୋକେ ବେଶ ଖୁସି ପ୍ରକଟ କରିଛନ୍ତି। ସାଧାରଣତଃ ପୁରୀ ସମୁଦ୍ରକୂଳରେ ସଂଧ୍ୟାବେଳେ ବୁଲିବା ପାଇଁ ସେଠାରେ ପ୍ରବଳ ଭିଡ ହୁଏ। ହେଲେ ଯେଉଁମାନେ ଦୂରଦୂରାନ୍ତରୁ ଆସିଥାନ୍ତି ସେମାନେ ପାର୍କିଂ ସ୍ଥାନରେ ଗାଡି ପାର୍କିଂ ନ କରି ରୋଡ ଉପରେ କରନ୍ତି। ଫଳରେ ସାଧାରଣ ଯାତାୟତରେ ଅସୁବିଧା ସୃଷ୍ଟି ହୋଇଥାଏ। ଏହାକୁ ଲକ୍ଷ ରଖି ପୁରୀ ପୋଲିସ ତରଫରୁ ଏହି କଡା ପଦକ୍ଷେପ ଗ୍ରହଣ କରାଯାଇଛି।

Read More

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେଲା ଅଗଷ୍ଟ ମାସ। ହେଲେ ଓଡିଆ ମାସ ହିସାବରେ ଅଗଷ୍ଟ ହେଉଛି ଉଭୟ ଶ୍ରାବଣ ଏବଂ ଭାଦ୍ରବ ମାସ। ତେବେ ଏହି ମାସଟି ହିନ୍ଦୁ ଧର୍ମରେ ଯେମିତି ଗୁରୁତ୍ବ ପୂର୍ଣ୍ଣ ସେହିପରି ଦେଶତ୍ମକବୋଧରେ ମଧ୍ୟ ସେତିକି ଗୁରୁତ୍ବ ରହିଛି। ତେବେ ଏକ ସଂଯୋଗବସତଃ ଏହି ମାସଟି ଶ୍ରାବଣ ସୋମବାର ବା ଶିବପୂଜାରୁ ଆରମ୍ଭ ହେଉଛି। ସେହିପରି ଏହି ମାସଟି ଗଣେଷ ପୂଜାରେ ଶେଷ ହେଉଛି। ତେବେ ଆସନ୍ତୁ ଜାଣିବା ଏହି ମାସରେ କଣ ରହିଛି ଗୁରୁତ୍ବପୂର୍ଣ୍ଣ ପର୍ବ ପର୍ବାଣୀ। ଅଗଷ୍ଟ ୧ ସୋମବାର- ଏହି ଦିନଟି ହେଉଛି ଶ୍ରାବଣ ସୋମବାର, ଏହା ହେଉଛି ତୃତୀୟ ସୋମବାର ଅଗଷ୍ଟ ୦୨ ମଙ୍ଗଳବାର- ନାଗ ପଞ୍ଚାମୀ, ଶ୍ରାବଣ ମାସର ତୃତୀୟ ମଙ୍ଗଳ ଗୌରୀ ଉପବାସ ଅଗଷ୍ଟ ୦୮ ସୋମବାର- ଶ୍ରାବଣ ମାସର ଚତୁର୍ଥ ସୋମବାର ବା ଶେଷ ସୋମବାର , ଏହି ପୁତ୍ରଦା ଏକାଦଶୀ ପାଳନ କରାଯିବ ଅଗଷ୍ଟ ୦୯…

Read More

ଭୁବନେଶ୍ୱର: ଆଜି ରାଜ୍ୟ ସରକାର ୬ ହଜାର ୮୯୧ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦେବେ। ଏଥିରେ କଳା, ବିଜ୍ଞାନ, ପିଇଟି ଓ ଅନ୍ୟାନ୍ୟ ବିଭାଗର ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯିବ। ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ଏହି ନୂଆ ଶିକ୍ଷକଙ୍କୁ କଳିଙ୍ଗ ଷ୍ଟାଡିୟମରେ ଏକ ଓରିଏଣ୍ଟେସନ କାର୍ଯ୍ୟକ୍ରମ କରାଯିବ। ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବନିଯୁକ୍ତ ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବା ସହିତ ସମସ୍ତଙ୍କୁ ଉଦବୋଧନ ଦେବେ। ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା ଅନୁସାରେ ରାଜ୍ୟରେ ଏବେ ୧୧ ହଜାର ୮୦୦ ଶିକ୍ଷକଙ୍କ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ଏହି କ୍ରମରେ ଆଜି ମୁଖ୍ୟମନ୍ତ୍ରୀ ନୂତନ ଶିକ୍ଷକଙ୍କୁ ନିଯୁକ୍ତି ଦେବେ। ଶିକ୍ଷା କ୍ଷେତ୍ରକୁ ଶସକ୍ତ କରିବା ନିମନ୍ତେ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି। ପୂର୍ବରୁ ଆଉ ଦୁଇଟି ପର୍ଯ୍ୟାୟରେ ଏହି ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି।

Read More

ଭୁବନେଶ୍ବର: ଗତ କିଛି ଦିନ ଧରି ସାମାଜିକ ଗଣମାଧ୍ୟମରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ତାହା ହେଉଛି ଜଣେ ମହିଳା ଏକ ରୋଷେଇ ଘରେ ବସିଛନ୍ତି। ଏଥିରେ କୁହାଯାଇଛି ଯେ, ସେହି ମହିଳା ଜଣଙ୍କ ହେଉଛନ୍ତି ବର୍ତ୍ତମାନର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ କେଉଁ ଭଳି ଜୀବନ ଅତିବାହିତ କରୁଥିଲେ ତାହାକୁ ନେଇ ସେଥିରେ ଉଲ୍ଲେଖ ରହିଛି। ଏହାକୁ ନେଇ ଦେଶ ବିଦେଶର ସାମ୍ବାଦିକ ତଥା ସାଧାରଣ ଜନତା ବେଶ୍ ସକରାତ୍ମକ ପ୍ରତିକ୍ରିୟା ରଖିଛନ୍ତି। ଆମ ଦେଶର ବିଭିନ୍ନ ଆଞ୍ଚଳିକ ଗଣମାଧ୍ୟମ ଏହା ଉପରେ ନ୍ୟୁଜ ମଧ୍ୟ କରିଛନ୍ତି। ରାଷ୍ଟ୍ରପତି କିପରି ଗରିବ ଅଛନ୍ତି ତାହାକୁ ପ୍ରତିପାଦନ କରାଇଛନ୍ତି। ଏହି ଫଟୋରେ ଯେଉଁ ରୋଷେଇ ଘର ରହିଛି ତାହା ସାଧାରଣ ଗରିବ ଘରର ବୋଲି ସେମାନେ ନ୍ୟୁଜ କରିଛନ୍ତି। ଏହାକୁ ନେଇ ବିଭିନ୍ନ ମହଲରେ ସକରାତ୍ମକ ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଛି। ତାଙ୍କର ଗରିବ ସ୍ଥିତିକୁ ସମସ୍ତେ ନିଜନିଜ ସାମାଜିକ…

Read More

ମେଷ ରାଶିଫଳ: ଚାକିରିରେ ପ୍ରଗତିର ରାସ୍ତା ଖୋଲିଯିବ ଏବଂ ପଦୋନ୍ନତି ହେବାର ସମ୍ଭାବନା ମଧ୍ୟ ରହିବ। ଆପଣ ମେଶ ଏବଂ ସିଂହଙ୍କ ସମର୍ଥନ ପାଇପାରିବେ। ସ୍ବାସ୍ଥ୍ୟ ଭଲ ହେବ। ରାଜନେତାମାନେ ସଫଳ ହେବେ। ଆଜି ଆପଣଙ୍କ ପାଇଁ ନାଲି ଏବଂ ହଳଦିଆ ରଙ୍ଗ ଶୁଭ ଅଟେ।  ପ୍ରତିଦିନ ହନୁମାନଙ୍କ ଦର୍ଶନ କରନ୍ତୁ ଏବଂ ତାଙ୍କୁ ତିନି ଘେରା ପ୍ରଦୀକ୍ଷଣ କରନ୍ତୁ। ବୃଷ ରାଶିଫଳ: ଚାକିରି ଏବଂ ବ୍ୟବସାୟ ପାଇଁ ଏହା ଅନୁକୂଳ। ଏହି ରାଶିର ଛାତ୍ରଛାତ୍ରୀଙ୍କ ବାହାରକୁ ଭ୍ରମଣ କରିବା ଲାଭ ଦେବ। ଧାର୍ମିକ ଯାତ୍ରା ଯୋଜନା କରାଯାଇପାରେ। ଧଳା ଏବଂ କମଳା ରଙ୍ଗ ଶୁଭ ଅଟେ। ଶ୍ରୀ ବିଷ୍ଣୁ ସାହସ୍ରନାମା ପାଠ କରନ୍ତୁ। ଆଜି କିଛି ଦାନ କରନ୍ତୁ। ମିଥୁନ ରାଶିଫଳ: ଆଜି ଆପଣଙ୍କୁ ଧନ ଏବଂ କ୍ଷମତା ମିଳିବାକୁ ଯାଉଛି। ଆଜି ଆପଣଙ୍କ ବ୍ୟବସାୟ ଏହାର ସମ୍ପୂର୍ଣ୍ଣ ରୂପ ନେବ। ପରିବାର ସହିତ ବାହାରକୁ ଏକ ଯାତ୍ରା ହୋଇପାରେ।…

Read More

ଭୁବନେଶ୍ଵର/ବେଙ୍ଗାଲୁରୁ: ବେଙ୍ଗାଲୁରୁର କର୍ଣ୍ଣାଟକ ଚିତ୍ରକଳା ପରିଷଦ ଆର୍ଟ ଗ୍ୟାଲେରୀ ଠାରେ ଓଡ଼ିଶାର ପ୍ରସିଦ୍ଧ ଆଦିବାସୀ (ସଉରା) ଚିତ୍ରକଳାର ପ୍ରଦର୍ଶନୀକୁ ଆଜି ଅପରାହ୍ଣରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏବଂ ପର‌୍ୟ୍ୟଟନ ମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ଵିନୀ କୁମାର ପାତ୍ର ଉଦଘାଟନ କରିଛନ୍ତି। ପ୍ରଦର୍ଶନୀ ଉଦଘାଟନ ଉତ୍ସବରେ ଯୋଗଦାନ କରି ମନ୍ତ୍ରୀ ଶ୍ରୀ ପାତ୍ର ଆମର କଳା ଓ ସ୍ଥାପତ୍ୟକୁ ନେଇ କିପରି ଶିଳ୍ପୀମାନେ ଭାରତର ପ୍ରମୁଖ ସହରମାନଙ୍କରେ ପ୍ରଦର୍ଶନୀ କରି ନିଜକୁ ପ୍ରତିଷ୍ଠିତ କରିପାରିବେ, ତାହା ପ୍ରକାଶ କରିଥିଲେ। ଏଥି ସହିତ ଓଡ଼ିଶା ଲଳିତ କଳା ଏକାଡ଼େମୀର ଏଭଳି ପ୍ରୟାସକୁ ମନ୍ତ୍ରୀ ଶ୍ରୀ ପାତ୍ର ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମଧୁସୂଦନ ପାଢୀ, କର୍ଣ୍ଣାଟକ କନ୍ନଡ ସଂସ୍କୃତି ବିଭାଗର ସଚିବ ଡଃ.ଏନ.ମଞ୍ଜୁଳା, ଓଡ଼ିଶା ଲଳିତ କଳା ଏକାଡ଼େମୀର…

Read More

ଭୁବନେଶ୍ବର: ବିଶିଷ୍ଟ ଗାୟିକା ନିର୍ମଳା ମିଶ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହଛନ୍ତି ଯେ ସ୍ୱର୍ଗତ ନିର୍ମଳା ମିଶ୍ର ଜଣେ ଉଚ୍ଚକୋଟୀର ଗାୟିକା ଭାବରେ ଓଡ଼ିଆ ସଂଗୀତ ଜଗତରେ ସୁନାମ ଅର୍ଜନ କରିଥିଲେ। ୬୦ ଓ ୭୦ ଦଶକରେ ତାଙ୍କ ସଂଗୀତର ମଧୁର ମୂର୍ଚ୍ଛନା ଜନ ମାନସକୁ ଏବେ ମଧ୍ୟ ଜୀବନ୍ତ ରହିଛି । ତାଙ୍କର ସଙ୍ଗୀତ ଗୁଡ଼ିକ ଅତ୍ୟନ୍ତ ଶ୍ରୁତି ମଧୁର ଓ ଶ୍ରୋତା ମାନଙ୍କୁ ଗଭୀର ଆନନ୍ଦ ପ୍ରଦାନ କରିଥାଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତାଙ୍କ ବିୟୋଗ ଓଡିଆ ସଙ୍ଗୀତ ଜଗତ ପାଇଁ ଏକ ଅପୁରଣୀୟ କ୍ଷତି ବୋଲି ସେ କହିଛନ୍ତି। ପରଲୋକ ଗତ ଆତ୍ମାର ସଦଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇ ଛନ୍ତି।

Read More

ସ୍ୱାସ୍ଥ୍ୟ ଟିପ୍ସ: ଛତୁକୁ ଅଧିକାଂଶ ଲୋକ ପସନ୍ଦ କରନ୍ତି। କିନ୍ତୁ ଛତୁ ଖାଇବା ଦ୍ୱାରା ଏହା ଆପଣଙ୍କୁ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଅନ୍ୟ ପଟେ, ପ୍ରତିଦିନ ଛତୁ ଖାଇବା ଦ୍ୱାରା ବିପି ଏବଂ ହୃଦୟ ସମ୍ବନ୍ଧୀୟ ରୋଗରେ ମଧ୍ୟ ଲାଭ ହୋଇଥାଏ। ଭିଟାମିନ୍ ବି, ପୋଟାସିୟମ୍ ପରି ପୋଷକ ତତ୍ତ୍ୱ ଛତୁରେ ମିଳିଥାଏ ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ। ଆସନ୍ତୁ ଜାଣିବା ଛତୁ ଖାଇବାର ଲାଭ କ’ଣ? ମୋଟାପଣକୁ ଦୂରଇ ରଖେ– ଯଦି ଆପଣ ଆପଣଙ୍କର ମୋଟାପଣ ଦ୍ୱାରା ଅସୁବିଧାରେ ପଡ଼ନ୍ତି ଏବଂ ଆପଣଙ୍କ ମୋଟାପଣରୁ ମୁକ୍ତି ପାଇବାକୁ ଚାହାଁନ୍ତି, ତେବେ ଆପଣ ପ୍ରତିଦିନ ଛତୁ ଖାଇପାରିବେ। ଏହାର କାରଣ ହେଉଛି ଛତୁରେ ଥିବା ଲୀନ ପ୍ରୋଟିନ୍ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ। ହୃଦ୍ ରୋଗରୁ ରକ୍ଷା ମିଳେ- ଛତୁରେ ଅନେକ ଏନଜାଇମ୍ ଏବଂ ଫାଇବର ଥାଏ, ଯାହା ଅଧିକ ପୋଷକ ତତ୍ତ୍ୱ ଅଟେ। ଯେଉଁଥିପାଇଁ ବ୍ୟକ୍ତିର…

Read More

ସ୍ୱାସ୍ଥ୍ୟ ଟିପ୍ସ: ଓଜନ ହ୍ରାସ କରିବାର ଅନେକ ଉପାୟ ମଧ୍ୟରେ, ଗତ କିଛି ବର୍ଷ ମଧ୍ୟରେ ମଧ୍ୟବର୍ତ୍ତୀ ଉପବାସ ବହୁତ ଲୋକପ୍ରିୟ ହୋଇପାରିଛି। ଯଦିଓ ଆମ ଦେଶରେ ଉପବାସ ସବୁବେଳେ ରଖାଯାଉଥିଲା ଏବଂ ସେଗୁଡ଼ିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା, କିନ୍ତୁ ଗତ କିଛି ବର୍ଷ ଧରି ଏହା ମଧ୍ୟବର୍ତ୍ତୀ ଉପବାସ ଭାବରେ କାର୍ଯ୍ୟ କରିବା ଆରମ୍ଭ କଲା। ମଧ୍ୟବର୍ତ୍ତୀ ଉପବାସର ଅର୍ଥ ହେଉଛି ଦିନକୁ ୧୬ ଘଣ୍ଟା ଉପବାସ। ତାହା ହେଉଛି, ଦିନର ୨୪ ଘଣ୍ଟାରୁ କେବଳ ଆଠ ଘଣ୍ଟାରେ ଖାଦ୍ୟ ଗ୍ରହଣ କରିବା, ପାଣି ପିଇବା କିମ୍ବା କେବଳ ଅବଶିଷ୍ଟ ୧୬ ଘଣ୍ଟା ପାଇଁ କିଛି ବି ଖାଦ୍ୟ ଗ୍ରହଣ କରିବା ନାହିଁ। ଏହି ଉପାୟରେ ଉପବାସ କରି ଅନେକ ଲୋକ ନିଜର ଓଜନ ହ୍ରାସ କରିଛନ୍ତି। ଲୋକପ୍ରିୟ ହାସ୍ୟ-ଅଭିନେତ୍ରୀ ଭାରତୀ ସିଂଙ୍କ ନାମ ଏହି ତାଲିକାରେ ଯୋଡି ହୋଇଛି। ଏହି ଉପାୟରେ ଉପବାସ କରି ଭାରତ ପ୍ରାୟ ୧୫ କିଲୋଗ୍ରାମର…

Read More

ସ୍ୱାସ୍ଥ୍ୟ ଟିପ୍ସ: ଶୁଖିଲା ଫଳର ରାଜା ଭାବରେ କାଜୁକୁ ବିବେଚନା କରାଯାଏ। ଯାହା ସ୍ୱାସ୍ଥ୍ୟ ସହିତ ଆପଣଙ୍କ ସୌନ୍ଦର୍ଯ୍ୟ ବଢାଇବା ପାଇଁ ମଧ୍ୟ କାର୍ଯ୍ୟ କରିଥାଏ। ଏହା ସହିତ ଏହାକୁ ଖାଇବା ଦ୍ୱାରା ଅନେକ ପ୍ରକାରର ରୋଗକୁ ମଧ୍ୟ ନିୟନ୍ତ୍ରଣ କରାଯାଇପାରିବ। ଆଜି ଆମେ ଆପଣଙ୍କୁ କାଜୁର ଏପରି କିଛି ଉପକାର ବିଷୟରେ କହିବାକୁ ଯାଉଛୁ, ଯାହା ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହେବ। ଏହାକୁ ଖାଇବା ଦ୍ୱାରା ମେଟାବୋଲିଜିମ୍ ଠିକ୍ ରହିଥାଏ ଏବଂ ହୃଦୟ ସମ୍ବନ୍ଧୀୟ ଅନେକ ରୋଗରେ ଆରାମ ମିଳିଥାଏ। ଆମ ରୋଷେଇ ଘରେ, କାଜୁ ବାଦାମ ପନିପରିବା ଗ୍ରେଭି ସ୍ୱାଦିଷ୍ଟ କରିବା ସହିତ ମିଠା ର ସ୍ୱାଦ ବଢାଇଥାଏ। ଏହା ଅନେକ ଉପାୟରେ ବ୍ୟବହୃତ ହୁଏ। ଏହା ଆପଣଙ୍କ ସ୍ୱାସ୍ଥ୍ୟ ଏବଂ ଚର୍ମ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ। କାଜୁ ଖାଇବା ଦ୍ଵାରା ସ୍ୱାସ୍ଥ୍ୟ ପାଇଁ ଉପକାର: – କାଜୁ ଆମର ହଜମ ପ୍ରକ୍ରିୟାକୁ ଶକ୍ତିଶାଳୀ…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଆଜି ପୂର୍ବାହ୍ନରେ କେନ୍ଦ୍ର ଖାଉଟି କଲ୍ୟାଣ, ଖାଦ୍ୟ ଓ ସାଧାରଣ ବଣ୍ଟନ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସ୍ୱାଧି ନିରଞ୍ଜନ ଜ୍ୟୋତି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀ ଗସ୍ତରେ ଆସିଛନ୍ତି। ଏହି ଗସ୍ତ ସମୟରେ ସେ ବାଲୁଗାଁ ଗାନ୍ଧୀ ଛକ ଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ହର ଘର ତ୍ରିରଙ୍ଗାର ପ୍ରଚାର ପ୍ରସାର ପାଇଁ ବଜାର ପରିକ୍ରମା କରିବା ସହ ୭ ନଂ ୱାର୍ଡ ପାଟଣା ସାହି ପର୍ଯ୍ୟନ୍ତ ପଦ ଯାତ୍ରା କରିଛନ୍ତି। ଏଥିସହିତ ୭ନଂ ୱାର୍ଡ କାଉନସିଲର ରୁନୁ ବେହେରାଙ୍କ ଘର ଠାରୁ ହର ଘର ତ୍ରିରଙ୍ଗାର ଅଭିଯାନ ଆରମ୍ଭ କରିଛନ୍ତି। ଦୀର୍ଘ ଦୁଇ ବର୍ଷ ଧରି ମହାମାରୀ କରୋନା ପ୍ରଭାବରେ ବହୁ ଜନଜୀବନ ମୃତ୍ୟୁ ତାଣ୍ଡବରେ ଲୀନ ହେଇଥିବା ସହ ଘୋର ଆର୍ଥିକ ଅନଟନ ମଧ୍ୟ ଦେଖାଦେଇଥିଲା। ଯାହାକି ଏଭଳି…

Read More

ନୂଆଦିଲ୍ଲୀ: ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ରବିବାର ଦେଶର ୬ ଟି ରାଜ୍ୟର ୧୩ ଟି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ଉପରେ ଚଢାଉ କରିଛି। ସୂଚନା ଅନୁଯାୟୀ, ଏହି ଚଢାଉ ସମୟରେ ଅନେକ ଅପରାଧୀ ଦଲିଲ ଏବଂ ଇଲେକ୍ଟ୍ରୋନିକ୍ ଉପକରଣ ଜବତ କରାଯାଇଛି। ଦେଶର ବିଭିନ୍ନ ରାଜ୍ୟରେ ଆତଙ୍କବାଦୀ କାର୍ଯ୍ୟକଳାପ ମାମଲାରେ NIA ଦ୍ଵାରା ଜୁନ୍ ୨୫ ତାରିଖ ୨୦୨୨ ରେ ଆଇପିସିର ୧୫୩ଏ, ଏବଂ ୧୫୩ବି ଆଇପିସି ଏବଂ ୟୁଏ (ପି) ଆକ୍ଟର ଧାରା ୧୮, ୧୮ ବି, ୩୮, ୩୯ ଏବଂ ୪୦ ରେ ପଞ୍ଜୀକୃତ ହୋଇଥିଲା। ଯାହା ପରେ ରେଡ୍ ଚାଲିଛି। ମଧ୍ୟପ୍ରଦେଶର ଭୋପାଳ ଏବଂ ରାୟସେନ୍ ଜିଲ୍ଲା, ଗୁଜୁରାଟର ଭରୁଚ, ସୁରଟ, ନଭସାରୀ ଏବଂ ଅହମ୍ମଦାବାଦ ଜିଲ୍ଲା, ବିହାରର ଆରାରିଆ ଜିଲ୍ଲା, କର୍ଣ୍ଣାଟକର ଭଟକଲ ଏବଂ ତୁମକୁର, ମହାରାଷ୍ଟ୍ରର ନନ୍ଦେଡ ଜିଲ୍ଲା ଏବଂ ଉତ୍ତରପ୍ରଦେଶର ଦେଓବନ୍ଦ ଜିଲ୍ଲାରେ NIA ଚଢଉ ଜାରି…

Read More

ଭୁବନେଶ୍ବର: ପ୍ରଖ୍ୟାତ ଓଡିଆ ଓ ବଙ୍ଗଳା କଣ୍ଠଶିଳ୍ପୀ ନିର୍ମାଳା ମିଶ୍ର ଆଉ ନାହାଁନ୍ତି। କୋଲକାତାର ଚେତଲାସ୍ଥିତ ତାଙ୍କ ବାସଭବନରେ ହୃଦଘାତ ଯୋଗୁଁ ପରଲୋକ ହୋଇଛି। ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। କୋଲକାତାରେ ରହୁଥିବା ନିର୍ମଳା ଗତକାଲି ରାତି ୧୨ଟାରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଷାଠିଏ ଏବଂ ସତୁରୀ ଦଶକରେ ନିର୍ମାଳା ମିଶ୍ର ଓଡିଆ ଚଳଚିତ୍ର ତଥା ସଂଗୀତ ଜଗତର ଜଣେ ପରିଚିତ ବ୍ୟକ୍ତିତ୍ବ ଥିଲେ। ତାଙ୍କ କଣ୍ଠର ଯାଦୁ ସେତେବେଳେ ଦର୍ଶକଙ୍କୁ ବେଶ ବାନ୍ଧି ରଖିପାରୁଥିଲା। ତାଙ୍କର ଲୋକପ୍ରିୟ ଗୀତ ମଧ୍ୟରେ ରହିଛି, ନିଦଭରା ରାତି ମଧୁଝରା ଜହ୍ନ, ମୋ ମନର ବୀଣାର ତାରେ…, ଜୀବନ ଯମୁନାରେ ଜୁଆର ଉଠେରେ…., ମାୟା ଘେରା ମଧୁବନେ… ଯା ଯାରେ ଯା ମନପବନ ନଉକା ଉଡିଯା…, ମାୟାବିନି ଏଇ ରାତି…, ନା ମାରନା…., ଛାଡ଼ ଛାଡ଼…

Read More

ନୂଆଦିଲ୍ଲୀ: କଂଗ୍ରେସ ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀ ଦଳର ତିନି ଜଣ ବିଧାୟକଙ୍କୁ ବହିଷ୍କାର କରିଛନ୍ତି। ଏହି ତିନିଜଣ ବିଧାୟକ ଦଳର ଝାଡଖଣ୍ଡର ଅଟନ୍ତି ଏବଂ ଶନିବାର ସନ୍ଧ୍ୟାରେ ସେମାନଙ୍କ ନିକଟରୁ ବିପୁଳ ନଗଦ ଟଙ୍କା ଜବତ କରାଯାଇଛି। ଦଳର ସାଧାରଣ ସମ୍ପାଦକ ତଥା ଝାଡଖଣ୍ଡର କଂଗ୍ରେସ ଦାୟିତ୍ୱରେ ଥିବା ଅବିନାଶ ପାଣ୍ଡେ କହିଛନ୍ତି ଯେ, ତୁରନ୍ତ ତିନିଜଣ ବିଧାୟକଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ଯେଉଁମାନେ ଏଥିରେ ଜଡିତ ଅଛନ୍ତି ସେମାନଙ୍କୁ ମଧ୍ୟ ଦଣ୍ଡ ଦିଆଯିବ ବୋଲି ସେ କହିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଅବିନାଶ ପାଣ୍ଡେ କହିଛନ୍ତି ଯେ, “କୋଲକାତାରେ ଝାଡଖଣ୍ଡର କିଛି ବିଧାୟକଙ୍କ ସହିତ ବହୁ ନଗଦ ଟଙ୍କା ପୋଲିସ ଜବତ କରିଥିଲା। ବିଧାୟକମାନଙ୍କୁ ଭୟଭୀତ କରି ସରକାରଙ୍କୁ ଅସ୍ଥିର କରିବା ପାଇଁ ଉଦ୍ୟମ ଚାଲିଛି। ବିଜେପିର ଏହି ଉଦ୍ୟମ ବିରୁଦ୍ଧରେ ଅତୀତରେ ଏଫ୍ଆଇଆର୍ ମଧ୍ୟ ପଞ୍ଜୀକୃତ ହୋଇଥିଲା। ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ବିଧାୟକଙ୍କ ସହ ଯୋଗାଯୋଗ କରୁଛନ୍ତି,…

Read More

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ୍ କି ବାତ୍’ର ୯୧ତମ ଅଧ୍ୟାୟ। ଏହି ଅଧ୍ୟାୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆମେ ଆଗରୁ ବହୁତ କଥା ହୋଇଛୁ, ଭିନ୍ନ ଭିନ୍ନ ବିଷୟରେ ନିଜର ଭାବ ବିନିମୟ କରିଛୁ, କିନ୍ତୁ ‘ମନ୍ କି ବାତ୍’ର ଏଥରର ଅଧ୍ୟାୟ ହେଉଛି ବହୁତ ସ୍ୱତନ୍ତ୍ର। ଏହାର କାରଣ ହେଉଛି ଏଥରର ସ୍ୱାଧୀନତା ଦିବସ, ଭାରତ ନିଜର ସ୍ୱାଧୀନତାର ୭୫ ବର୍ଷ ପୂରଣ କରୁଛି। ଆମେ ସମସ୍ତେ ଏକ ଅତି ଚମତ୍କାର ଏବଂ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବାକୁ ଯାଉଛୁ। ଈଶ୍ୱର ଆମକୁ ଗୋଟିଏ ବହୁତ ବଡ଼ ସୌଭାଗ୍ୟ ପ୍ରଦାନ କରିଛନ୍ତି। ଆପଣ ମଧ୍ୟ ଚିନ୍ତା କରନ୍ତୁ, ଯଦି ଆମେ ପରାଧୀନତାର ସେହି ଯୁଗରେ ଜନ୍ମ ହୋଇଥାଆନ୍ତେ, ତେବେ, ଏହି ଦିନର କଳ୍ପନା ଆମ ପାଇଁ କିଭଳି ହୋଇଥାଆନ୍ତା? ପରାଧୀନତାରୁ ମୁକ୍ତି ପାଇବାର ସେହି ବ୍ୟାକୁଳତା, ପରାଧୀନତାର ଶୃଙ୍ଖଳରୁ ବାହାରି, ସ୍ୱାଧୀନତା ପ୍ରାପ୍ତିର ସେହି ଅଦମ୍ୟ…

Read More