ଭୁବନେଶ୍ବର: ବର୍ତ୍ତମାନ ଓଡିଶା ଗଣମାଧ୍ୟମ ଯେପରି ବ୍ୟବହାର ପ୍ରଦର୍ଶନ କରୁଛି ତାହା ସୀମା ଟପିବାକୁ ବସିଲାଣି। ଯାହାର ଏକ ଜ୍ବଳନ୍ତ ଉଦାହରଣ ହେଉଛି ବାବୁସାନ ଓ ପ୍ରକୃତି ମିଶ୍ରଙ୍କ ଘଟଣା। ଏହାକୁ ନେଇ ବାବୁସାନ ଘରେ ଯେପରି ଦିନରାତି ମିଡିଆ ଜଗି ବସିଛି ସେଥିରେ ତାଙ୍କ ପରିବାର ବର୍ତ୍ତମାନ ଚଳିବା କଷ୍ଟକର ହୋଇପଡିଛି। ଏପରି ପରିସ୍ଥିରେ ବାବୁସାନଙ୍କ ମାଆ ତଥା ଅଭିନେତ୍ରୀ ଅପରାଜିତା ମହାନ୍ତି ଶେଷର ହାତ ଯୋଡି ମିଡିଆକୁ ଦୂରେଇ ଯିବା ପାଇଁ କହିଛନ୍ତି। ସେ ଏକ ଭିଡିଓ ବାର୍ତ୍ତା ଜାରୀ କରି କହିଛନ୍ତି ଯେ, ଆପଣମାନେ ଯେତେଦିନ ଧରି ନ୍ୟୁଜ କରିବା କଥା କଲେ। ବର୍ତ୍ତମାନ ଉତ୍ତମ ମହାନ୍ତିଙ୍କ ଦେହ ଭଲ ନାହିଁ। ମୋର ବଡ ଭିଣୋଇଙ୍କ ଦେହ ଭଲ ନାହିଁ। କେତେବେଳେ ଆମ୍ବୁଲାନସ ଦରକାର ପଡିବ। ହେଲେ ମିଡିଆ ବନ୍ଧୁମାନେ ଆମ ଘର ଆଗରେ ଯେପରି ଭିଡ କରୁଛନ୍ତି ତାହା ଆମକୁ ଚଳିବାରେ କଷ୍ଟଦାୟକ ହେଉଛି। ଏପରିକି…
Author: Samikhsya Bureau
ବର୍ମିଂହାମ: ଆଜି କମନୱେଲଥ ଗେମ୍ସ 2022 ର ତୃତୀୟ ଦିନ। ଆଜି ମୋଟ 24 ଟି ସ୍ୱର୍ଣ୍ଣ ପଦକ ପାଇଁ ଭାରତ ପ୍ରତିଦ୍ୱନ୍ଦିତା କରିବ। ଭାରୋତ୍ତୋଳନ ଏବଂ କଳାତ୍ମକ ଜିମ୍ନାଷ୍ଟିକ୍ ଭଳି ଇଭେଣ୍ଟରେ ଭାରତୀୟ ଆଥଲେଟ୍ ମାନେ ସ୍ୱର୍ଣ୍ଣ ପଦକ ପାଇଁ ପ୍ରତିଦ୍ୱନ୍ଦିତା କରିବାକୁ ଯାଉଛନ୍ତି। ଏହା ସହିତ ଆଜି ବକ୍ସିଂ ରିଙ୍ଗରେ ନିକହତ ଜରିନ୍ ଏବଂ ଶିବ ଥାପାଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଆଜି ଭାରତୀୟ ପୁରୁଷ ହକି ଦଳ ଏବଂ ମହିଳା କ୍ରିକେଟ୍ ଦଳ ମଧ୍ୟ ପଡିଆକୁ ଓହ୍ଲାଇବେ। ଏଠାରେ ଭାରତର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଦେଖନ୍ତୁ .. ଲନ୍ ବଲ୍: ଅପରାହ୍ନ 1.00: ତାନିଆ ଚୌଧୁରୀ (ମହିଳା ଏକକ) ଅପରାହ୍ନ 4:00: ଭାରତ ବନାମ ଇଂଲଣ୍ଡ (ପୁରୁଷ ଯୋଡି) ଜିମ୍ନାଷ୍ଟିକ୍: ଅପରାହ୍ନ 1.30: ଯୋଗେଶ୍ୱର ସିଂ (ପୁରୁଷ ଫାଇନାଲ୍) ଟେବୁଲ୍ ଟେନିସ୍: ଅପରାହ୍ନ 2.00: ପୁରୁଷ ଦଳ କ୍ୱାର୍ଟର ଫାଇନାଲ ରାତି 11.30: ମହିଳା ଦଳ ସେମିଫାଇନାଲ ଭାରଉତ୍ତୋଳନ:…
ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯ ହଜାର ୬୭୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହିତ ଦେଶରେ ସମୁଦାୟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪ କୋଟି ୪୦ ଲକ୍ଷ ୧୯ ହଜାର ୮୧୧ କୁ ବୃଦ୍ଧି ପାଇଛି। ଏହି ସମୟରେ କରୋନା ଯୋଗୁଁ ୪୫ ଜଣଙ୍କର ମୃତ୍ୟୁ ହୋଇଛି। ଭାରତରେ କରୋନା ଯୋଗୁଁ ଏପର୍ଯ୍ୟନ୍ତ ମୋଟ ୫ ଲକ୍ଷ ୨୬ ହଜାର ୩୫୭ ଜଣଙ୍କର ମୃତ୍ୟୁ ହୋଇଛି। ସକ୍ରିୟ ମାମଲା ବିଷୟରେ କହିବାକୁ ଗଲେ, ବର୍ତ୍ତମାନ ଭାରତରେ ୧ ଲକ୍ଷ ୪୩ ହଜାର ୬୭୬ ଜଣ ସକ୍ରିୟ ରୋଗୀ ଅଛନ୍ତି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୧୯ ହଜାର ୩୩୬ ରୋଗୀ କରୋନାକୁ ପରାସ୍ତ କରିଛନ୍ତି। ଯାହାଫଳରେ ଦେଶରେ ଏପର୍ଯ୍ୟନ୍ତ ୪ କୋଟି ୩୩ ଲକ୍ଷ ୪୯ ହଜାର ୭୭୮ ଜଣ ଲୋକ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି।
ନୂଆଦିଲ୍ଲୀ: ପ୍ରତିଦିନ ରେଳବାଇ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଥାଏ। ଏଭଳି ପରିସ୍ଥିତିରେ ରେଳବାଇ ମଧ୍ୟ ଯାତ୍ରୀମାନଙ୍କ ସୁବିଧା ପାଇଁ ସମ୍ପୂର୍ଣ୍ଣ ଯତ୍ନ ନିଏ। କିନ୍ତୁ, ଅନେକ ଥର ରେଳବାଇକୁ ବିଭିନ୍ନ କାରଣରୁ ଟ୍ରେନ୍ ବାତିଲ୍ କରିବା, ପୁନଃ ନିର୍ଦ୍ଧାରଣ କିମ୍ବା ଟ୍ରେନ୍ ବଦଳାଇବାକୁ ପଡେ। ଯାହାଫଳରେ ଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଯଦି ଆପଣ ଆଜି ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ସର୍ବପ୍ରଥମେ ଆଜିର ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ପଥ ପରିବର୍ତ୍ତିତ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରନ୍ତୁ। ଟ୍ରେନ୍ ବାତିଲ୍, ପୁନଃ ନିର୍ଦ୍ଧାରଣ କିମ୍ବା ଡାଇଭର୍ଟ କରିବା ପଛରେ ଅନେକ ଭିନ୍ନ କାରଣ ଅଛି, କିନ୍ତୁ ଏହାର ମୁଖ୍ୟ କାରଣ ହେଉଛି ରେଳ ଟ୍ରାକ୍ ମରାମତି। ପ୍ରତିଦିନ ହଜାର ହଜାର ଟ୍ରେନ୍ ରେଳ ଟ୍ରାକ୍ ଦେଇ ଗତି କରେ। ଏଭଳି ପରିସ୍ଥିତିରେ ସମୟ ସମୟରେ ଏହି ଟ୍ରାକ୍ଗୁଡ଼ିକୁ ମରାମତି କରିବା ଅତ୍ୟନ୍ତ…
ଭୁବନେଶ୍ବର: ଗତକାଲି ରାଜ୍ୟରେ ୯୮୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୧୦୨୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୧୦୨୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୭୫ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୬୦୨ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୪୨୭ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ଅନୁଗୁଳ ଜିଲ୍ଲାରୁ- ୧ ବାଲେଶ୍ଵର ଜିଲ୍ଲାରୁ- ୧୧ ବରଗଡ ଜିଲ୍ଲାରୁ- ୬୫ ଭଦ୍ରକ ଜିଲ୍ଲାରୁ- ୧୦ ବଲାଙ୍ଗୀରି ଜିଲ୍ଲାରୁ- ୨୭ ବୌଦ୍ଧ ଜିଲ୍ଲାରୁ- ୧୫ କଟକ ଜିଲ୍ଲାରୁ- ୬୮ ଦେବଗଡ ଜିଲ୍ଲାରୁ- ୫ ଢେଙ୍କାନାଳ ଜିଲ୍ଲାରୁ- ୨ ଗଜପତି ଜିଲ୍ଲାରୁ- ୭ ଜଗତସିଂହପୁର ଜିଲ୍ଲାରୁ- ୬ ଯାଜପୁର ଜିଲ୍ଲାରୁ- ୧୫ ଝାରସୁଗୁଡା ଜିଲ୍ଲାରୁ- ୧୨ କଳାହାଣ୍ଡି ଜିଲ୍ଲାରୁ- ୩୮ କନ୍ଧମାଳ ଜିଲ୍ଲାରୁ- ୨୨ କେନ୍ଦୁଝର ଜିଲ୍ଲାରୁ- ୧୧ ଖୋର୍ଦ୍ଧା ଜିଲ୍ଲାରୁ- ୧୭୩ କୋରାପୁଟ ଜିଲ୍ଲାରୁ- ୧୩ ମୟୂରଭଞ୍ଜ ଜିଲ୍ଲାରୁ-…
ଭୁବନେଶ୍ବର: ଓଡିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହୋଇଥିବାରୁ ଓଡିଶା ବିଧାନସଭା ତରଫରୁ ତାଙ୍କୁ ଅଭିନନ୍ଦନ ଜଣାଯିବ। ସେଥିପାଇଁ ବାଚସ୍ପତି ବିକ୍ରମ ଆରୁଖଙ୍କ ନେତୃତ୍ବରେ ପ୍ରାୟ ୨୬ ଜଣ ବିଧାୟକ ନୂଆଦିଲ୍ଲୀ ଗସ୍ତରେ ଯିବେ। ଏମାନେ ଆସନ୍ତା ୨ ତାରିଖରେ ନୂଆଦିଲ୍ଲୀରେ ପହଞ୍ଚିବେ। ୩ ତାରିଖରେ ରାଷ୍ଟ୍ରପତିଙ୍କୁ ସାକ୍ଷାତ ପରେ ୪ ତାରିଖରେ ଫେରି ଆସିବେ। ଏହି ଦଳରେ ବାଚସ୍ପତିଙ୍କ ସହିତ ଉପବାଚସ୍ପତି ରଜନୀକାନ୍ତ ସିଂ, ମନ୍ତ୍ରୀ ନିରଂଜନ ପୂଜାରୀ, ପ୍ରମିଳା ମଲ୍ଲିକ, ପ୍ରତାପ ଦେବ, ପ୍ରଶାନ୍ତ ମୁଦୁଲୀ, ନରସିଂହ ମିଶ୍ର, ମୋହନ ମାଝି, ଦେବୀ ମିଶ୍ର, ଜୟନାରାୟଣ ମିଶ୍ର, ତାରାପ୍ରସାଦ ବାହିନୀପତି, ପଦ୍ମନୀ ଦିଆନ, ସୁବାସ ଚନ୍ଦ୍ର ପାଣିଗ୍ରାହୀ, ସୁଧୀର କୁମାର ସାମଲ, ଅନନ୍ତ ନାରାୟଣ ଜେନା ପ୍ରମୁଖ ସାମିଲ ହେବେ। ଏହା ଦ୍ବାରା ଆସନ୍ତାକାଲି ଅର୍ଥାତ ୧ ତାରିଖରେ ବିଧାନସଭା ବନ୍ଦ ହୋଇଯିବ। ଏହି ଅଧିବେସନ ୪ ତାରିଖ ପର୍ଯ୍ୟନ୍ତ ଚାଲିବାର ଥିଲା। ହେଲେ ବିଧାୟକମାନେ ୨…
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଆରବିଆଇକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ‘ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ବୈଦେଶିକ ମୁଦ୍ରା ଭଣ୍ଡାର ବୃଦ୍ଧିରେ ଏକ ଭଲ କାମ କରିଛି। ଦେଶ ଶ୍ରୀଲଙ୍କା ଏବଂ ପାକିସ୍ତାନ ଭଳି ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବ ନାହିଁ। ଆମର ପର୍ଯ୍ୟାପ୍ତ ବୈଦେଶିକ ମୁଦ୍ରା ଭଣ୍ଡାର ଅଛି, ରିଜର୍ଭ ବ୍ୟାଙ୍କ ସଂରକ୍ଷଣ ବୃଦ୍ଧିରେ ଏକ ଭଲ କାମ କରିଛି। ଗଣମାଧ୍ୟମ ବାର୍ତ୍ତାଳାପରେ ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ, ଆମ ଦେଶ ଉପରେ ବୈଦେଶିକ ଋଣ ମଧ୍ୟ କମ୍ ଅଟେ। ଏଥି ସହିତ ଦେଶର ମୁଦ୍ରାସ୍ଫୀତି ଉପରେ ପୂର୍ବତନ ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ, ଆରବିଆଇ ଦ୍ୱାରା ନୀତି ହାର ବୃଦ୍ଧି ମୁଦ୍ରାସ୍ଫୀତି ଚାପ ହ୍ରାସ କରିବାରେ ସହାୟକ ହେବ। ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ସମୟରେ ସମଗ୍ର ବିଶ୍ୱରେ ମୁଦ୍ରାସ୍ଫୀତି…
ଭୁବନେଶ୍ବର, ଶାସ୍ତ୍ରରେ ଦେବୀ ଲକ୍ଷ୍ମୀଙ୍କୁ ଧନର ଦେବୀ ଭାବରେ ବିବେଚନା କରାଯାଏ ଏବଂ କୁହାଯାଏ ଯେ ସେ ଏକ ଖେଳାଳୀ ପ୍ରକୃତିର। କାରଣ ସେ କେତେବେଳେ କାହା ପାଖରେ ଛିଡା ହୁଅନ୍ତି ତ କାହା ପାଖରେ ନାହିଁ । ଯାହା ଉପରେ ଦେବୀ ଲକ୍ଷ୍ମୀଙ୍କର ଆର୍ଶିବାଦ ଅଛି, ତାଙ୍କ ଜୀବନରେ କୌଣସି ଜିନିଷର ଅଭାବ କେବେ ହୁଏ ନାହିଁ । ମାତାଙ୍କ ଆଶୀର୍ବାଦରେ ଜଣେ ଭିକାରୀ ରାଜା ହୋଇଯାଏ। ଯାହାଙ୍କ ଉପରେ ମାତା କ୍ରୋଧ କରନ୍ତି ତାଙ୍କୁ ଭିକାରୀ କରି ଦିଅନ୍ତି। ଜ୍ୟୋତିଷ ଶାସ୍ତ୍ରରେ ଏପରି କିଛି ଜିନିଷ ଅଛି ଯାହା କଲେ ମାତା ଲକ୍ଷ୍ମୀ କ୍ରୋଧିତ ହୋଇ ସବୁଦିନ ପାଇଁ ଘରୁ ବାହାରି ଯାଆନ୍ତି। ମାତା ଲକ୍ଷ୍ମୀଙ୍କ ଆର୍ଶିବାଦ ପାଇଁ କେଉଁ କାମ କରିବା ଉଚିତ ଏବଂ କେଉଁଟି ଆମେ କରିବା ଉଚିତ୍ ନୁହେଁ ସେ ବିଷୟରେ ଆସନ୍ତୁ ଜାଣିବା। ୧- କିଛି ଲୋକ ରାତିରେ ନିଜ ରୋଷେଇ ଘରେ ଅଇଣ୍ଠା…
ମେଷ- ବିଜ୍ଞାପନ ବ୍ୟବସାୟରେ ବ୍ୟସ୍ତ ରହିବେ । ଚାକିରୀ କ୍ଷେତ୍ରରେ ସମ୍ମାନ ମିଳିବ । କଠିନ ପରିଶ୍ରମ ସହିତ ଟଙ୍କା ରୋଜଗାର କରିବେ । ଗତ କିଛି ଦିନ ଧରି କାମ ଅସମ୍ପୂର୍ଣ୍ଣ ଥିଲା, ତାହା ପୂରଣ ହେବ । ନୂତନ ଚୁକ୍ତିନାମା କିମ୍ବା ନୂତନ ସମ୍ପର୍କ ଗଠନ ହେବାର ସମ୍ଭାବନା ଅଛି। ସମୟ ଭଲ ଅଟେ । ଆପଣ ଏକାସାଙ୍ଗରେ ଅନେକ କ୍ଷେତ୍ରରେ ସକ୍ରିୟ ରହିବେ । ଆଗକୁ ବଢିବା ପାଇଁ ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ କରିବାକୁ ପଡିପାରେ । ଅବିବାହିତ ଲୋକମାନେ ରୋମାନ୍ସ ପାଇଁ ସୁଯୋଗ ପାଇପାରନ୍ତି । ଭ୍ରମଣ ଯୋଗ ମଧ୍ୟ ଅଛି। ବୃଷ- ଆପଣଙ୍କର ଜୀବନରେ କିଛି ପରିବର୍ତ୍ତନ କରିବାକୁ ପଡିପାରେ । ପରିବାର ସାହାଯ୍ୟ ମିଳି ପାରିବ। ଆପଣଙ୍କର ମାନସିକ ସନ୍ତୁଳିତ ରହିବ ଏବଂ ଏହା ଆପଣଙ୍କ ପାରିବାରିକ ଜୀବନରେ ମଧ୍ୟ ସୁଖ ଆଣିପାରେ। ଅସମାପ୍ତ କାର୍ଯ୍ୟ ସମାପ୍ତ ହୋଇପାରିବ । ବୁଦ୍ଧିମାନ ଭାବରେ…
ଭୁବନେଶ୍ବର: ଆଜି ଥିଲା ବାବୁଶାନଙ୍କ ଜନ୍ମଦିନ। ଜନ୍ମଦିନରେ ବାବୁଶାନଙ୍କ ପତ୍ନୀ ଏବଂ ପୁଅ ଯୋଗଦେବେ ବୋଲି ଆଶା କରାଯାଉଥିଲା। ହେଲେ ଆସିଲେ ନାହିଁ। ହେଲେ ତୃପ୍ତିଙ୍କ ବାପା ଲଳିତ ବାବୁ ଯୋଗ ଦେଇଥିଲେ। ତେବେ ସଂଧ୍ୟାରେ ବାବୁଶାନ, ବାପା ଉତ୍ତମ ମହାନ୍ତି, ମାଆ ଅପରାଜିତା ଏବଂ ପ୍ରଯୋଜକ ତଥା ଉତ୍ତମ ଅପରାଜିତାଙ୍କ ବନ୍ଧୁ ସଂଜୟ ନାୟକଙ୍କ ଉପସ୍ଥିତିରେ ଜନ୍ମଦିନ ପାଳନ କରିଥିଲେ। କେକ କାଟି ସେ ସମସ୍ତଙ୍କୁ ଖାଇବାକୁ ଦେଇଥିଲେ। ଆଜିର ଜନ୍ମଦିନରେ ସାମିଲ ହେବା ପାଇଁ ବାବୁଶାନ ତୃପ୍ତିଙ୍କୁ ଫୋନ କରି ଡାକିଥିଲେ। ହେଲେ ତୃପ୍ତି ଆସି ନ ଥିଲେ। ଫୋନରେ ତୃପ୍ତି ବାବୁଶାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ତେବେ ତୃପ୍ତିଙ୍କ ବାପା ବାବୁଶାନଙ୍କ ଘରକୁ ଆସିଥିବାରୁ ବର୍ତ୍ତମାନ ଉଭୟଙ୍କ ମଧ୍ୟରେ ଏକ ସମାଧାନ ହେବ ବୋଲି ଆଶା କରାଯାଉଛି।
ଭୁବନେଶ୍ୱର: ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଉଜ୍ୱଳ ଭାରତ ଉଜ୍ୱଳ ଭବିଷ୍ୟତ–ପାଓ୍ୱାର@୨୦୪୭ ପରିପ୍ରେକ୍ଷୀରେ ଦେଶ ପାଇଁ ବିଜୁଳି ବିତରଣ ଆଧୁନିକୀକରଣ ବ୍ୟବସ୍ଥା, ନ୍ୟାସନାଲ ରୁଫଟଫ୍ ସୋଲାର ପୋର୍ଟାଲ ଓ ଏନ୍.ଟି.ପି.ସିର ସ୍ୱଚ୍ଛ ଶକ୍ତି ପରିଯୋଜନା ଆଦି କାର୍ଯ୍ୟକ୍ରମର ଲୋକାର୍ପଣ ଓ ଶିଳାନ୍ୟାସ ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ଣରେ ଭୁବନେଶ୍ୱର କିଟ୍ ବିଶ୍ୱ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ, ଏନ୍.ଟି.ପି.ସି., ଓପିଟିସିଏଲ୍ ଏବଂ ଟିପିସିଓଡିଏଲ୍ ର ମିଳିତ ଆନୁକୂଲ୍ୟରେ ଏକ ଜନସଚେତନତା କାର୍ୟ୍ୟକ୍ରମ ତଥା ‘ବିଜୁଳି ମହୋତ୍ସବ’ ଅନୁଷ୍ଠିତ ହୋଇଯାଇଛି। ‘ଆଜାଦ୍ କା ଅମୃତ ମହୋତ୍ସବ’ ପରିପ୍ରେକ୍ଷୀରେ ଏହିପରି କାର୍ଯ୍ୟୟକ୍ରମ ଖୋର୍ଦ୍ଧା ଜିଲ୍ଲା ସଦର ମହକୁମା ଠାରେ ଚଳିତ ମାସ ୨୭ ତାରିଖରେ ଅନୁଷ୍ଠିତ ହୋଇଥିବା ବେଳେ ଆଜି କିଟ୍ ବିଶ୍ୱବିଦ୍ୟାଳୟଠାରେ ମଧ୍ୟ ଅନୁରୂପ ଭାବେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଶିଳ୍ପ, ଅଣୁ,କ୍ଷୁଦ୍ର, ମଧ୍ୟମଉଦ୍ୟୋଗଓ ଶକ୍ତି ମନ୍ତ୍ରୀ ଶ୍ରୀଯୁକ୍ତ…
ବର୍ମିଂହାମ: ବର୍ମିଂହାମରେ ଚାଲିଥିବା ୨୦୨୨ କମନୱେଲଥ ଗେମ୍ସରେ ଭାରତର ମିରବାଇ ଚାନୁ ଦେଶ ପାଇଁ ବଡ ସଫଳତା ଆଣିଛନ୍ତି। ମହିଳା ଭାରୋତ୍ତୋଳନରେ ମିରାବାଇ ଚାନୁ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ଦେଶର ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହା ବ୍ୟତୀତ ସେ ଗେମ ରେକର୍ଡ ମଧ୍ୟ କରିଛନ୍ତି। ମିରବାଇ ଚାନୁ ମୋଟ ୨୦୧ କିଲୋଗ୍ରାମ ଉଠାଇଛନ୍ତି। ସେ ପ୍ରଥମ ରାଉଣ୍ଡରେ କଲିନ ଆଣ୍ଡ ଜର୍କରେ ୧୦୯ କିଲୋଗ୍ରାମ ଉଠାଇଛନ୍ତି। ବର୍ମିଂହାମ ୨୦୨୨ କମନୱେଲଥ ଗେମ୍ସରେ ଏହା ହେଉଛି ଭାରତର ପ୍ରଥମ ସ୍ୱର୍ଣ୍ଣ ଏବଂ ତୃତୀୟ ସାମଗ୍ରିକ ପଦକ। ଏହାପୂର୍ବରୁ ସଙ୍କେଟ ସରଗର ରୌପ୍ୟ ଏବଂ ଗୁରୁରାତ ପୂଜାରୀ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ।
ନୂଆଦିଲ୍ଲୀ: ଜିମ୍ବାୱେ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ବିସିସିଆଇ ଟିମ୍ ଇଣ୍ଡିଆ ଘୋଷଣା କରିଛି। ନିୟମିତ ଅଧିନାୟକ ରୋହିତ ଶର୍ମା, ବରିଷ୍ଠ ବ୍ୟାଟ୍ସମ୍ୟାନ୍ ତଥା ପୂର୍ବତନ ଅଧିନାୟକ ବିରାଟ କୋହଲି, ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ, ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଏହି ସିରିଜରେ ଟିମ୍ ଇଣ୍ଡିଆର ଅଂଶ ହେବେ ନାହିଁ। ସ୍ପିନ୍ ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦର ଏବଂ ସ୍ୱିଙ୍ଗ୍ ବୋଲିଂ ଅଲରାଉଣ୍ଡର ଦୀପକ ଚହର ଦଳକୁ ଫେରିଛନ୍ତି। ଆହତ କାରଣରୁ ଉଭୟ ଖେଳାଳି ଦୀର୍ଘ ସମୟ ଧରି ଟିମ୍ ଇଣ୍ଡିଆରୁ ଦୂରେଇ ଯାଉଥିଲେ। ଆଘାତ ହେତୁ ଦୀପକ ଆଇପିଏଲ୍ ୨୦୨୨ ରେ ମଧ୍ୟ ଭାଗ ନେଇପାରିନଥିଲେ। ଆଇପିଏଲ୍ ୨୦୨୨ରେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଚମତ୍କାର ପ୍ରଦର୍ଶନ କରିଥିବା ରାହୁଲ ତ୍ରିପାଠୀଙ୍କୁ ପ୍ରଥମ ଭାରତ ଦିନିକିଆ ଦଳରେ ସାମିଲ କରାଯାଇଛି। ଏହାପୂର୍ବରୁ ସେ ଭାରତର ଟି-୨୦ ଦଳରେ…
କନ୍ଦର୍ପ ବେହେରା ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ହାଟପଦା ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ ଶନିବାର ଦିନ ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ଓ ଶିକ୍ଷା ନିଗମ ପକ୍ଷରୁ ଉଦଘାଟନୀ ଉତ୍ସବ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରେଢ଼ାଖୋଲ ବ୍ଲକ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ ଯୋଗ ଦେଇଥିଲେ। ନାରୀ ସଶକ୍ତିକରଣ ମହିଳା ମାନଙ୍କ ସ୍ବାସ୍ଥ୍ୟ, ଶିକ୍ଷା ଓ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ମୁଖ୍ୟ ଲକ୍ଷ୍ୟ ବୋଲି ଟ୍ରଷ୍ଟ ପକ୍ଷରୁ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ଓ ଶିକ୍ଷା ନିଗମ ର ସମ୍ପାଦକ ଜୟଦେବ ବେହେରା, ମୁଖ୍ୟ ପ୍ରକଳ୍ପ ଅଧିକାରୀ ଦୂର୍ଗା ପ୍ରସାଦ ତ୍ରିପାଠୀ, ସମ୍ବଲପୁର ଜିଲ୍ଲା ସଂଯୋଜିକା ସୁଜାତା ବିଶ୍ଵାଳ, ସୁବର୍ଣ୍ଣପୁର ଜିଲ୍ଲା ସଂଯୋଜକ ରୁଦ୍ର ନାରାୟଣ ଶତପଥୀ, ନାକଟିଦେଉଳ ବ୍ଲକ ସଂଯୋଜିକା ମାନିନୀ ବଘାର, ରେଢ଼ାଖୋଲ ବ୍ଲକ ସଂଯୋଜିକା ଗାୟତ୍ରୀ ବେହେରା, ଯୁଯୁମୁରା ବ୍ଲକ ସଂଯୋଜକ ଶ୍ରୀକାନ୍ତ ବିଶ୍ଵାଳ, ମାନେଶ୍ୱର ବ୍ଲକ…
ଭୁବନେଶ୍ବର: ସମସ୍ତଙ୍କ ପାଇଁ ଡିଜିଟାଲ୍ କ୍ଷେତ୍ରରେ ଅନ୍ତର୍ଭୂକ୍ତ ଏବଂ ସଂଯୋଗୀକରଣ ହେଉଛି ସରକାରଙ୍କ ଅନ୍ତୋଦୟ ଦର୍ଶନର ଏକ ଅବିଚ୍ଛେଦ୍ୟ ଅଙ୍ଗ। 2021 ମସିହାରେ ସ୍ୱାଧୀନତା ଦିବସ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରୀ ଯୋଜନାରେ ଏହାକୁ ପରିପୂର୍ଣ୍ଣ କରିବାକୁ ଘୋଷଣା କରିଥିଲେ। 27.07.2022 ରେ କେନ୍ଦ୍ର କ୍ୟାବିନେଟ୍ ଦେଶର ଅଣ ସଂଯୋଗୀକରଣ ଗ୍ରାମଗୁଡିକରେ 4G ମୋବାଇଲ୍ ସେବା ପ୍ରଦାନ କରିବା ପାଇଁ ଏହି ପ୍ରକଳ୍ପକୁ ଅନୁମୋଦନ କରିଛି। 1) ପ୍ରକଳ୍ପର ମୋଟ ମୂଲ୍ୟ ହେଉଛି 26,316 କୋଟି ଟଙ୍କା। 2) ଏହି ପ୍ରକଳ୍ପ 24,680 ଅଣ ସଂଯୋଗୀକରଣ ଦୁର୍ଗମ ଗ୍ରାମ ତଥା କଷ୍ଟକର ଅଞ୍ଚଳରେ 4G ମୋବାଇଲ୍ ସେବା ଯୋଗାଇବ। 3) ପୁନଥଇଥାନ, ନୂତନ ବସତି, ବିଦ୍ୟମାନ ଅପରେଟରଙ୍କ ଦ୍ୱାରା ସେବା ପ୍ରତ୍ୟାହାର ଇତ୍ୟାଦି ହିସାବରେ 20% ଅତିରିକ୍ତ ଗ୍ରାମ ଅନ୍ତର୍ଭୂକ୍ତ କରିବାକୁ ଏହି ପ୍ରକଳ୍ପର ବ୍ୟବସ୍ଥା ରହିଛି। 4) ଏହା ସହିତ, କେବଳ 2G/3G ସଂଯୋଗ ଥିବା 6,279 ଗାଁକୁ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍ଫରେନ୍ସି ବ୍ୟବସ୍ଥାରେ ଉଜ୍ଜ୍ୱଳ ଭାରତ, ଉଜ୍ଜ୍ୱଳ ଭବିଷ୍ୟ-ପାୱାର @-2047 କାର୍ଯ୍ୟକ୍ରମର ଭବ୍ୟ ସମାପନ ଉତ୍ସବରେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ନୂତନ ବିଦ୍ୟୁତ ଆବଣ୍ଟନ ଯୋଜନାର ଶୁଭାରମ୍ଭ କରିଥିଲେ। ଏହାଛଡା ଏହି କାର୍ଯ୍ୟକ୍ରମରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏନ୍ଟିପିସିର ୫୨୦୦କୋଟି ଟଙ୍କାର ବିଭିନ୍ନ ସବୁଜ ଇନ୍ଧନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରାଯାଇଥିଲା। ସେ ମଧ୍ୟ ଜାତୀୟ ସୋଲାର ରୁଫଟପ୍ ପୋର୍ଟାଲକୁ ଉଦ୍ଘାଟନ କରିଥିଲେ। ଆଜିର କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ବିଭିନ୍ନ ହିତାଧିକାରୀଙ୍କ ସହିତ ଭାବ ବିନିମୟ କରିବା ସହିତ ଅନେକ କଥା ପଚାରି ବୁଝିଥିଲେ। ହିମାଚଳ ପ୍ରଦେଶର ମଣ୍ଡିରୁ ଶ୍ରୀ ହଂସରାଜ ପ୍ରଧାନମନ୍ତ୍ରୀଙ୍କୁ କୁସୁମ ଯୋଜନା ସମ୍ପର୍କରେ ତାଙ୍କର ଅଭିଜ୍ଞତା ଜଣାଇଥିଲେ । ଏହି ଯୋଜନାରେ ଅନ୍ୟାନ୍ୟ ଚାଷୀମାନେ କିପରି ଆଗ୍ରହ ପ୍ରକାଶ କରୁଛନ୍ତି ସେ କଥା ମଧ୍ୟ ପ୍ରଧାନମନ୍ତ୍ରୀ ପଚାରି ବୁଝିଥିଲେ। ତ୍ରିପୁରାର ଖୋୱାଇରୁ କଲାହ ରିଆଙ୍ଗ ପ୍ରଧାନମନ୍ତ୍ରୀଙ୍କୁ…
ନୂଆଦିଲ୍ଲୀ: ଆସନ୍ତାକାଲି ଶେଷ ରବିବାର ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ରହିଛି ‘ମନ କି ବାତ୍’ କାର୍ଯ୍ୟକ୍ରମ। ଏହା ଆସନ୍ତାକାଲି ଦିନ ୧୧ ଟା ସମୟରେ ଅଲ ଇଣ୍ଡିଆ ରେଡିଓରେ ପ୍ରସାରଣ କରାଯିବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଉଦବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ। ଆସନ୍ତାକାଲି ଏହା ୯୧ ତମ ଅଧ୍ୟାୟ ହେବ। ଏହି କାର୍ଯ୍ୟକ୍ରମ ଅଲ୍ ଇଣ୍ଡିଆ ରେଡିଓ ଏବଂ ଦୂରଦର୍ଶନ ଚ୍ୟାନେଲରେ ପ୍ରସାରଣ କରାଯିବ। ସେହିପରି ଏଆଇଆର୍ ନ୍ୟୁଜ୍ ୱେବସାଇଟ୍ ଏବଂ ନ୍ୟୁଜ ଅନ ଏଆଇଆର ମୋବାଇଲ୍ ଆପ୍ ରେ ମଧ୍ୟ ପ୍ରସାରଣ କରାଯିବ। ଏଥିସହିତ ଏହା ଏଆଇଆର ନ୍ୟୁଜ୍, ଡିଡି ନ୍ୟୁଜ୍, ପିଏମଓ ଏବଂ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ସିଧା ପ୍ରସାରଣ ହେବ। ହିନ୍ଦୀ ପ୍ରସାରଣ ପରେ ତୁରନ୍ତ ଆଞ୍ଚଳିକ ଭାଷାରେ ଏହି କାର୍ଯ୍ୟକ୍ରମ ପ୍ରସାରଣ କରାଯିବ। ଆଞ୍ଚଳିକ ଭାଷା ସଂସ୍କରଣଗୁଡ଼ିକ ରାତି ୮ ରେ ପ୍ରସାରଣ…
ଭୁବନେଶ୍ୱର: ଜନ୍ମରୁ ଦୁଇ ହାତ ଅଚଳ ଥିବା ଦିବ୍ୟାଙ୍ଗ ଯୁବତୀଙ୍କୁ ସହଯୋଗର ହାତ ବଢ଼ାଇଲେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପ-ସଭାପତି ତଥା ସୁମାରିୟଲ୍ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ର ନିର୍ଦ୍ଦେଶିକା ଶାଶ୍ୱତୀ ଦାସ। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଂଚଳର ଭିନ୍ନକ୍ଷମ ଯୁବତୀ ଉର୍ବଶୀ ଦାସଙ୍କୁ ସମାଜସେବା ନିମନ୍ତେ ଏକ କାର୍ ଭେଟି ଦେଇଛନ୍ତି ଶ୍ରୀମତି ଦାସ। ଗତ ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁମାରିୟଲ୍ ମିଡିଆ ତଥା ଦୈନିକ ସମ୍ବାଦପତ୍ର ପ୍ରମେୟ ଏବଂ ଓଡ଼ିଆ ଟିଭି ଚ୍ୟାନେଲ୍ ନ୍ୟୁଜ୍ ୭ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ “ୱିମେନ୍ ଆଚିଭର୍ସ ଅଫ୍ ଓଡ଼ିଶା”(ୱାଓ)ର ଦ୍ୱିତୀୟ ସଂସ୍କରଣରେ ସମ୍ବର୍ଦ୍ଧିତ କରାଯିବା ଅବସରରେ ସମାଜସେବା କରିବା ନିମନ୍ତେ ଏକ ଚାରି ଚକିଆ ଯାନ ପ୍ରଦାନ କରିବା ନେଇ ମଂଚରେ ଶ୍ରୀମତି ଦାସଙ୍କୁ ଉର୍ବଶୀ ଅନୁରୋଧ କରିଥିଲେ। ଦିବ୍ୟାଙ୍ଗ ଉର୍ବଶୀଙ୍କର କାର୍ଯ୍ୟପନ୍ଥା ଓ ଜୀବନଶୈଳୀ ସମ୍ପର୍କରେ ଅବଗତ ହୋଇ ମଂଚରେ ଭାବ ବିହ୍ୱଳ…
ଭୁବନେଶ୍ବର: କିଛି ମାସ ଧରି ସାମାଜିକ ଗଣମାଧ୍ୟମର ବେଶ୍ ଚର୍ଚ୍ଚା ଚାଲିଛି। ଗାଳି ମଧ୍ୟ କରାଯାଉଛି। ତାହା ହେଲା ବର୍ତ୍ତମାନର ଟିଭି ଗଣମାଧ୍ୟମ ଯେପରି ନ୍ୟୁଜ ପରିବେଷଣ କରୁଛନ୍ତି ତାହା ଋଚି ହୀନ। ଟିଆରପି ନାମରେ ଛୋଟଛୋଟ ଘଟଣାକୁ ଘଣ୍ଟାଘଣ୍ଟା ଧରି ପ୍ରସାରଣ କରୁଛନ୍ତି। ଯାହାକୁ ସାଧାରଣ ଲୋକେ ନାପସନ୍ଦ କରୁଛନ୍ତି। ସେହି ରାଗକୁ ସେମାନଙ୍କର ସାମାଜିକ ଗଣମାଧ୍ୟମରେ ପରିପ୍ରକାଶ କରୁଛନ୍ତି। ତେବେ ଘଟଣା ହେଲା ଯେ, ବିଗତ ଦିନର କେହି ଏକ ଭୋଳକୁ ନେଇ ଯେପରି ଟିଭି ଗଣମାଧ୍ୟମ ତୁମ୍ବି ତୋଫାନ କଲା ତାହା ସମସ୍ତଙ୍କୁ ଚକିତ କରିଛି। କାରଣ ସେହି ଭୋଳ ନାମ୍ନି ଯୁବକଟି କେଉଁ ସ୍ତରର ତାହା ସମସ୍ତେ ଅବଗତ। ହେଲେ ଟିଭି ଗଣମାଧ୍ୟମ ତାହାକୁ ଯେପରି ପ୍ରସାରଣ କଲେ ତାହା ଦୁଃଖ ଦାୟକ ହୋଇଛି। ଲାଗିଲା ସତେ ଯେପରି ପଦ୍ମଶ୍ରୀ ପାଇଛି। ସେହିପରି ବାବୁସାନ ଘଟଣାକୁ ନିଆଯାଉ। ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ରାସ୍ତା ଉପରେ ଗଣ୍ଡଗୋଳ…
ଭୁବନେଶ୍ୱର: ବଙ୍ଗୋପ ସାଗର ଏବଂ ତତ୍ସଂଲଗ୍ନ ଓଡ଼ିଶା ଉପକୂଳରେ ଅଗଷ୍ଟ ୪ କିମ୍ବା ୫ ତାରିଖ ସୁଦ୍ଧା ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବା ବେଳେ ଅଗଷ୍ଟ ୭ ତାରିଖ ସୁଦ୍ଧା ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ଅଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି। ସିଇସି ପକ୍ଷରୁ ଜାରୀ ହୋଇଥିବା ଏକ ବୁଲେଟିନ୍ ଅନୁଯାୟୀ ଅଗଷ୍ଟ ୯ ତାରିଖ ବେଳକୁ ଏହା ଗଭୀର ଅବପାତ ଅର୍ଥାତ୍ ଡିପ୍ ଡିପ୍ରେସନ୍ରେ ପରିଣତ ହୋଇପାରେ। ଅଗଷ୍ଟ ୭ ତାରିଖରୁ ୯ ତାରିଖ ମଧ୍ୟରେ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ପରବର୍ତୀ ସମୟରେ ଆଭ୍ୟନ୍ତରୀଣ ଏବଂ ଉତର ଓଡ଼ିଶା ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସିଇସି ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ଜାରୀ ରହିଥିବା…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ସର୍ବଭାରତୀୟ ଜିଲ୍ଲା ଆଇନ ସେବା କର୍ତ୍ତୃପକ୍ଷଙ୍କ ସମ୍ମିଳନୀରେ ଆଜି ଉଦବୋଧନ ଦେଇଛନ୍ତି। ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ଏନ. ଭି. ରମନା, ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ୟୁ ୟୁ ଲଳିତ, ଜଷ୍ଟିସ ଡି. ୱାଇ. ଚନ୍ଦ୍ରଚୂଡ଼, କେନ୍ଦ୍ରମନ୍ତ୍ରୀ କିରଣ ରିଜିଜ୍ଜୁ, ଏସ.ପି. ସିଂହ ବାଘେଲ, ଅନ୍ୟାନ୍ୟ ସୁପ୍ରିମକୋର୍ଟ ବିଚାରପତିଗଣ, ହାଇକୋର୍ଟର ମୁଖ୍ୟ ବିଚାରପତିଗଣ, ରାଜ୍ୟ ଆଇନ ପ୍ରାଧିକରଣଙ୍କ କାର୍ଯ୍ୟକାରୀ ଅଧ୍ୟକ୍ଷବୃନ୍ଦ (ଏସଏଲଏସଏଏସ) ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷବୃନ୍ଦ ଏହି ଅବସରରେ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମାଗଣା ଆଇନ ସେବା ଉପରେ ପର୍ଯ୍ୟବସିତ ଏକ ସ୍ମାରକୀ ଡାକ ଟିକଟ ମଧ୍ୟ ଉନ୍ମୋଚନ କରିଥିଲେ। ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ହେଉଛି ଆଜାଦୀ କା ଅମୃତ କାଳ ସମୟ। ଏହା ହେଉଛି ଏପରି ସମୟ ଯେତେବେଳେ ଆମ ସଂକଳ୍ପ ଦେଶକୁ ଆଗାମୀ ୨୫ ବର୍ଷ ମଧ୍ୟରେ…

