ଭୁବନେଶ୍ବର: ଧିରେଧିରେ ଭୁବନେଶ୍ବର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡଙ୍ଗୀଙ୍କ ରାଜ୍ୟର ଦଳିୟ ବ୍ୟାପାରରେ ହସ୍ତକ୍ଷେପ ଜୋରଦାର ହେବାରେ ଲାଗିଲାଣି। ଏପରିକି ସେ ରାଜ୍ୟ କାର୍ଯ୍ୟାଳୟକୁ ମଧ୍ୟ ନିଜ କବଜାକୁ ନେଇ ସାରିଲେଣି। ପୂର୍ବରୁ ଏହି କାର୍ଯ୍ୟାଳୟର ହର୍ତାକର୍ତ୍ତା ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏବେ ସେହିପରି ଅପରାଜିତା ମଧ୍ୟ ବିଜେପି ଅଫିସକୁ ଦଖଲ କରିବାକୁ ବସିଲେଣି। ଦଳୀୟ କର୍ମିଙ୍କ ଅନୁସାରେ ମନମୋହନ ସାମଲ ସଭାପତି ହେବା ପରେ ଅପରାଜିତାଙ୍କ ଏହି ଦଖଲ ଜୋରଦାର ହୋଇଯାଇଛି। ପୂର୍ବରୁ ସେ ବହୁ ଚେଷ୍ଠା କରି ମଧ୍ୟ ଧର୍ମେନ୍ଦ୍ରଙ୍କ ପତିୟାରାରେ ତାହା କରିପାରୁ ନ ଥିଲେ। ହେଲେ ଏବେ ସେହି ମିଶନ ସଫଳ ହୋଇଯାଇଛି। ଯାହାକୁ ନେଇ ବିଜେପି ନେତା ତଥା କର୍ମିଙ୍କ ମହଲରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କେହି ମୁହଁ ଖୋଲୁ ନ ଥିଲେ ମଧ୍ୟ ଭୁବନେଶ୍ବର କାର୍ଯ୍ୟାଳୟରେ ତାଙ୍କର ଆଧିପତ୍ୟକୁ ସମସ୍ତେ ଅନୁଭବ କରିସାରିଲେଣି। ଖବର ଅନୁସାରେ…
Author: thesamikhsya
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ୧୮୧ ଜଣଙ୍କୁ ନିଯୁକ୍ତି ପ୍ରଦାନ କରିବେ। ଓଡିଶା ଲୋକସେବା ଭବନ କନଭେସନ ହଲରେ ଏହି ନିଯୁକ୍ତି ପ୍ରଦାନ କରାଯିବ। ଓଡିଶାର ନିଯୁକ୍ତି ହାର ବୃଦ୍ଧି କରିବା ପାଇଁ 5T ଅଧିନରେ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଛନ୍ତି ନିଯୁକ୍ତି ପର୍ବ। ସେଥିରେ ଏହି ନୂଆ ନିଯୁକ୍ତି ପ୍ରଦାନ କରାଯାଇଥାଏ। ଆଜି ୧୮୧ ଜଣଙ୍କ ମଧ୍ୟରୁ ୧୦୪ ଜଣ ହେଉଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଶିକ୍ଷକ ପ୍ରଶିକ୍ଷକ। ସେହିପରି ୬୨ ଜଣ ହେଉଛନ୍ତି ବିଧି ବିଭାଗର ସହକାରୀ ନିର୍ଦ୍ଦେଶକ, ୧୫ ଜଣ ହେଉଛନ୍ତି ଯୋଜନା ଓ ସଂଯୋଜନ ବିଭାଗର ସହକାରୀ ପରିସଂଖ୍ୟାନ ନିର୍ଦ୍ଦେଶକ।
ଭୁବନେଶ୍ୱର: ଓଡ଼ିଶା ପାଠାଗାର ଆନ୍ଦୋଳନର ପୁରୋଧା ତଥା ସଂଗ୍ରାହକ ଓ ସାରସ୍ୱତ ସାଧକ ଦାଶରଥି ପଟ୍ଟନାୟକ (ଦାଶିଆ ଅଜା)ଙ୍କ ଜୟନ୍ତୀ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରାନ୍ଥାଗାର ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ପୁସ୍ତକ ପ୍ରଦର୍ଶନୀ ସହିତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ଯୋଗଦେଇ ଦାଶିଆ ଅଜାଙ୍କ ନିଷ୍ଠା ଓ ସାଧନା ଉପରେ ଗୁରୁତ୍ୱାରୋପ କରିଥିଲେ। ନୟାଗଡ଼ ଜିଲ୍ଲାର ଏକ ପାହାଡ଼ିଆ ଗାଁ ଉଦୟପୁରରେ ନିଜ ପ୍ରଚେଷ୍ଟାରେ ଏକ ପାଠାଗାର, ସଂଗ୍ରହାଳୟ, ସାହିତ୍ୟ ସଂସଦ ଓ ଗବେଷଣାଗାର ପ୍ରତିଷ୍ଠା କରିଥିଲେ। ପ୍ରାଚୀନ ପୁସ୍ତକ, ପତ୍ରପତି୍ରକା, ତାଳପତ୍ର ପୋଥି, ପୁରାତନ ସଂସ୍କୃତିର ସ୍ମୃତିବହନ କରୁଥିବା ସାମଗ୍ରୀ ସଂଗ୍ରହ କରି ସେ ଓଡ଼ିଶାର ଗୌରବାବହ ଐତିହ୍ୟ ବାବଦରେ ଉତ୍ତରପିଢ଼ିଙ୍କୁ ସଚେତନ କରିବା ଦିଗରେ ଅଗ୍ରଣୀ ଭୂମିକା ନିର୍ବାହ କରିଥିଲେ ବୋଲି ଶ୍ରୀ ରାଉତରାଏ ଉଲ୍ଲେଖ କରିଥିଲେ। ସେହିଭଳି…
ଭୁବନେଶ୍ବର: କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏଥିରେ ପୀଠର ସର୍ବାଙ୍ଗୀନ ଉନ୍ନତି କରାଯାଇ ଏହାକୁ ଓଡିଶାର ଅନ୍ୟତମ ପ୍ରମୁଖ ଧାର୍ମିକ ତଥା ଐତିହ୍ୟ ଓ ପର୍ଯ୍ୟଟନ ସ୍ଥଳରେ ପରିଣତ କରାଯିବ। ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଗତ ଫ୍ରେବୃୟାରୀ ୩ ତାରିଖ ଦିନ କୋରାପୁଟ ଗସ୍ତ କରି ଗୁପ୍ତେଶ୍ୱର ମନ୍ଦିର ପରିଦର୍ଶନ କରିଥିଲେ । ମନ୍ଦିରର ସେବାୟତ, କମିଟିର ସଦସ୍ୟଗଣ, ଜନପ୍ରତିନିଧୀ ଓ ସ୍ଥାନୀୟ ଲୋକମାନଙ୍କ ସହ ଆଲୋଚନା କରି ମନ୍ଦିରର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ ଶ୍ରୀ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶକ୍ରମେ ଜିଲ୍ଲାପାଳଙ୍କ ପ୍ରସ୍ତାବ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଛନ୍ତି। 5T ଉପକ୍ରମରେ ଏହି ବିକାଶ କାମ ହାତକୁ ନିଆଯିବ। ଏହି…
ଭୁବନେଶ୍ବର: ଓଡିଶାର ଜଣେ ପରିଚିତ ସଂସ୍କୃତି ଗବେଷକ ମଙ୍ଗଳା ମହାନ୍ତିଙ୍କ ଗତକାଲି ରାତିରେ ପରଲୋକ ହୋଇଯାଇଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିବାରୁ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ଶେଷରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ସେ ପୂର୍ବରୁ ରେଡକ୍ରସର ଜଣେ ଅବୈତନିକ ସଂପାଦକ ଭାବେ କାର୍ଯ୍ୟ କରୁଥିଲେ। ଏଥିସହିତ ପ୍ରାରମ୍ଭରେ ସେ ଦୈନିକ ସମାଜର ନୂଆଦିଲ୍ଲୀ ପ୍ରତିନିଧି ଭାବେ ସ୍ବଳ୍ପ ସମୟ ପାଇଁ କାର୍ଯ୍ୟ କରିଥିଲେ। ସେ କଂଗ୍ରେସ ନେତା ମଣିଶଙ୍କର ଆୟାରଙ୍କ ମଧ୍ୟ ବେଶ ନିକଟତର ଥିଲେ। ସେ ଜେଏନୟୁ ର ଜଣେ ଛାତ୍ର ଥିଲେ। ସେତେବେଳେ ସେ ରାଜୀବ ଗାନ୍ଧୀ ଫାଉଣ୍ଡସନରେ ମଧ୍ୟ କାର୍ଯ୍ୟ କରିଥିଲେ। ଏହାପରେ ସେ ଗିରିଧର ଗମାଙ୍ଗ ମୁଖ୍ୟମନ୍ତ୍ରୀ ଥିବା ବେଳେ ତାଙ୍କର ଓଏସଡି ଭାବେ କାର୍ଯ୍ୟ କରିଥିଲେ। ଏହାପରେ ସେ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟରେ ପ୍ରଫେସର ଭାବେ କିଛିଦିନ କାର୍ଯ୍ୟ ମଧ୍ୟ କରିଛନ୍ତି। ତାଙ୍କ ଅକାଳ ବିୟୋଗରେ…
ଭୁବନେଶ୍ବର: ବାଲେଶ୍ବର ରାଜନୀତି ବର୍ତ୍ତମାନ ସରଗରମ ହୋଇପଡିଛି। କାରଣ ଏହି ଜିଲ୍ଲା ପାଇଁ ନିକଟରେ ବିଜେଡି ମନ୍ତ୍ରୀ ଅଶ୍ବିନୀ ପାତ୍ରଙ୍କୁ ସଭାପତି ଭାବେ ଘୋଷଣା କରିଛି। ସମସ୍ତେ ଆଶା କରୁଥିଲେ ଯେ, ଦଳର ପୂର୍ବତନ ସାଂସଦ ତଥା ସେହି ଜିଲ୍ଲାର ବିଜେଡି ନେତା ରବି ଜେନାଙ୍କୁ ସଭାପତି କରାଯିବ। ହେଲେ ତାହା ହେଲା ନାହିଁ। ତେବେ ଅଶ୍ବିନୀ ପାତ୍ରଙ୍କୁ ସଭାପତି କରିବା ପରେ ରବିନ୍ଦ୍ର ଜେନା ଶିବିର ଆଶା କରିଥିଲା ଯେ, ସେ ଆଉ ଦଳରେ ରହିବେ ନାହିଁ। ନିଜ ରାସ୍ତା ବାଛି ନେବେ। ହେଲେ ଖୋଦ ରବି ଜେନା ନୂଆ ସଭାପତିଙ୍କୁ ଫୁଲତୋଡା ଦେଇ ସ୍ବାଗତ କରିଛନ୍ତି। ତାଙ୍କୁ ସାଥିରେ ଧରି ବିଭିନ୍ନ ଦଳୀୟ କାର୍ଯ୍ୟ ଆରମ୍ଭ କରିଛନ୍ତି। ତାଙ୍କ ଦ୍ବାରା ବାଲେଶ୍ବରରେ ବିଜେଡି ବେଶ ସଫଳତା ହାସଲ କରିବ ବୋଲି ମଧ୍ୟ କର୍ମିଙ୍କୁ କହିଛନ୍ତି। ଫଳରେ ରବି ଜେନା ନିଜେ ପ୍ରମାଣିତ କରିଦେଲେ ଯେ, ସେ ବିଜେଡିରେ ସକ୍ରିୟ…
ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ଅଦଳବଦଳ କରିବେ। ଏ ନେଇ ଚର୍ଚ୍ଚା ଦୀର୍ଘଦିନ ଧରି ଚାଲିଛି। ହେଲେ ଗତ କିଛିଦିନ ଧରି ଏହି ଚର୍ଚ୍ଚା ଜୋରଦାର ହେବାରେ ଲାଗିଛି। ବିଶେଷ କରି ଜାତୀୟ ଗଣମାଧ୍ୟମରେ ମନ୍ତ୍ରୀ ମଣ୍ଡଳରେ କିଏ ଯିବ କିଏ ଆସିବ ସେ ନେଇ ଆଲୋଚନା ଚାଲିଛି। ସେହି ଆଲୋଚନା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମୌସୁମୀ ଅଧିବେସନ ପୂର୍ବରୁ ଏହି ଅଦଳବଦଳ କରିବେ। ଏହାର କାରଣରେ କୁହାଯାଇଛି ଯେ, ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କେତେକ ଆଯୋଗ୍ୟ ମନ୍ତ୍ରୀଙ୍କୁ ବାହାର କରାଯିବ। ତାଙ୍କ ବଦଳରେ ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜ୍ୟ ଗୁଡିକର ସାଂସଦଙ୍କୁ ମନ୍ତ୍ରୀ କରାଯିବ। ତେବେ ଓଡିଶା ପ୍ରସଂଗରେ ଦେଖିବାକୁ ଗଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତ୍ରୀ ପଦ ଚାଲିଯିବ ବୋଲି ଚର୍ଚ୍ଚା ଚାଲିଛି। ପୂର୍ବରୁ ସେ ବେଶ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ। ପରବର୍ତ୍ତି…
ଭୁବନେଶ୍ବର: ଆଜି ପ୍ରଦେଶ କଂଗ୍ରେସ ରାଜଧାନୀରେ କରିବ ମୌନ ସତ୍ୟାଗ୍ରହ। କଂଗ୍ରେସ ଭବନ ସମ୍ମୁଖରେ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ଏହା କରାଯିବ। ଏଥିରେ କଂଗ୍ରେସ ପ୍ରଭାରୀ ଏ ଚେଲ୍ଲା କୁମାର ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିସହିତ ଦଳର ସମସ୍ତ ନେତା ତଥା ବିଧାୟକମାନେ ଏଥିରେ ଯୋଗଦେବେ। ତେବେ ଏହି ସତ୍ୟାଗ୍ରହ କରିବାର କାରଣ ହେଲା ଯେ, ରାହୁଳ ଗାନ୍ଧୀଙ୍କ ସଂସଦର ସଭ୍ୟପଦ ରଦ୍ଦ ବିରୋଧରେ କରାଯିବ। ଆଜି ଦିନ ୧୧ ଘଟିକା ୩୦ ମିନିଟ ସମୟରେ ଓପିସିସି ପକ୍ଷରୁ ଏହା କରାଯିବ ବୋଲି ନିର୍ଦ୍ଧାରିତ ହୋଇଛି।
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଜନଜାତି ଉପଦେଷ୍ଟା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ତଥା ଆଇନ ମନ୍ତ୍ରୀ, ୧୫ ଜଣ ବିଧାୟକ, ଦୁଇ ଜଣ ସାଂସଦ ଓ ଅନ୍ୟାନ୍ୟ ବିଶିଷ୍ଟ ସଦସ୍ୟ ଯୋଗଦାନ କରିଥିଲେ। ଏହି ଜନଜାତି ଉପଦେଷ୍ଟା ପରିଷଦ ବୈଠକରେ ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ କମିଶନର ତଥା ଶାସନ ସଚିବ ଏବଂ ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ ରାଜ୍ୟର ଜନଜାତି ସମୂହର ଅର୍ଥନୈତିକ ସଶକ୍ତିକରଣ, ଜୀବିକାନିର୍ବାହ ସୁଯୋଗର ଅଭିବୃଦ୍ଧି, ଶିକ୍ଷା ଓ ଦକ୍ଷତା ବିକାଶ ନିମନ୍ତେ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଗୁରୁତ୍ୱ ଆରୋପ କରିଥିଲେ। ଜନଜାତି ଉପଦେଷ୍ଟା ପରିଷଦ ବୈଠକରେ ବିଭିନ୍ନ ପ୍ରସଙ୍ଗ…
ଭୁବନେଶ୍ୱର : ମହିଳା ଓ ଶିଶୁ ବିକାଶ ବିଭାଗ ଓ ଓଡ଼ିଶା ରାଜ୍ୟ ଶିଶୁ କଲ୍ୟାଣ ପରିଷଦ ଆନୁକୂଲ୍ୟରେ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ୨୦୨୨ ର ପୁରସ୍କାର ବିତରଣ ଉତ୍ସବ ସ୍ଥାନୀୟ ଗୃହ ଅର୍ଥନୀତି ତାଲିମ କେନ୍ଦ୍ରର ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛିି। ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ରାଜ୍ୟର ସମସ୍ତ ପ୍ରତିଯୋଗୀମାନଙ୍କୁ ସ୍ନେହ, ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ କହିଲେ ଯେ, ଚିତ୍ରାଙ୍କନ କ୍ଷେତ୍ରରେ ପ୍ରତିଭାମାନଙ୍କୁ ଉତ୍ସାହିତ ଓ ସମ୍ମାନିତ କରିବା ଏହି ଉତ୍ସବର ଲକ୍ଷ୍ୟ ଓ ଉଦ୍ଦେଶ୍ୟ। ସମ୍ମାନିତ ଅତିଥି ଭାବେ ଆଇସିଡିଏସ୍ ଓ ସମାଜ କଲ୍ୟାଣ ନିର୍ଦ୍ଦେଶକ ଶ୍ରୀ ଲିଙ୍ଗରାଜ ପଣ୍ଡା, ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନର ଅଧ୍ୟକ୍ଷା ଶ୍ରୀମତୀ ମନ୍ଦାକିନୀ କର, ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟର ସମ୍ପାଦିକା ଶ୍ରୀମତୀ କସ୍ତୁରୀ ମହାପାତ୍ର, ଓଡ଼ିଶା ରାଜ୍ୟ…
ଭୁବନେଶ୍ବର: ରାଜ୍ୟର ୧୦୬ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ନୂତନ ପଦବୀ ସୃଷ୍ଟି ହୋଇଛି। ରାଜ୍ୟ ସରକାର ମୋଟ ୯୦୨ଟି ପଦବୀ ତିଆରି କରିଛନ୍ତି। ଏଥିରେ ୬୪୨ଟି ଶିକ୍ଷକ ଓ ୨୬୦ଟି ଅଣଶିକ୍ଷକ ପଦ ରହିଛି। ଖୁବ୍ ଶୀଘ୍ର ଏନେଇ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ। ୬୪୨ ପୋଷ୍ଟ ଗ୍ରାଜୁଏଟ ଟିଚର(ପିଜିଟି) ପଦବୀ ସମେତ ୨୪ ଲାବୋରେଟୋରୀ ଆସିଷ୍ଟାଣ୍ଟ୍, ୨୪ ଲାବୋରେଟୋରୀ ଆଟେଣ୍ଡାଣ୍ଟ୍, ୧୦୬ ଆସିଷ୍ଟାଣ୍ଟ୍ ଲାଇବ୍ରେରିଆନ, ୧୦୬ ଜୁନିୟର କ୍ଲର୍କ ପଦବୀ ସୃଷ୍ଟି ହୋଇଛି। ସରକାରୀ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସବୁବେଳେ ବିଶେଷ ଧ୍ୟାନ ଦେଇଆସୁଛନ୍ତି। ବିଦ୍ୟାଳୟଗୁଡିକର ଭିତ୍ତିଭୂମି ବିକାଶ ସହ ଶିକ୍ଷକ, ଅଣଶିକ୍ଷକ ପଦରେ ନିଯୁକ୍ତି ଦେଉଛନ୍ତି। ଏହି କ୍ରମରେ ୯୦୨ ପଦବୀକୁ ମଞ୍ଜୁରି ଦେଇ ଆଉ ଏକ ପଦକ୍ଷେପ ନେଇଛନ୍ତି। ଚଳିତ ବର୍ଷ ୧୦୬ ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାବେ ସରକାର ଉନ୍ନୀତ…
ସୀତାରାମ ଅଗ୍ରୱାଲ ଚିଲିକା: ସାଧାରଣ ନିର୍ବାଚନ ଆଉ ମାତ୍ର ମାସ କେଇଟା ଥିବା ବେଳେ ଚିଲିକା ନିର୍ବାଚନ ମଣ୍ଡଳି ରାଜନୀତି ସମ୍ପୂର୍ଣ୍ଣ ଗୋଳିଆ ହୋଇଛି। ବିରୋଧି ବିଜେପିର ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀ ପ୍ରାୟତଃ ନିଶ୍ଚିତ ହୋଇସାରିଥିବା ବେଳେ ଶାସକ ବିଜେଡିର ଏ ପର୍ଯ୍ୟନ୍ତ ଅଙ୍କ ଛିଣ୍ଡିପାରି ନାହିଁ। ବିଜେଡିରୁ ନିଲମ୍ବିତ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଅନୁଯାୟୀ ନିଜ ନିର୍ବାଚନ ମଣ୍ଡଳିରୁ ବର୍ଷକ ପାଇଁ ଦୁରେଇ ରହିଛନ୍ତି। ଫଳରେ ଚିଲିକାରେ ଶାସକ ବିଜେଡି ଏକ ପ୍ରକାର ନେତୃତ୍ବ ହୀନ ହୋଇପଡିଛି। ବିଜେପିକୁ କାଉଣ୍ଟର କରିବା ପାଇଁ ବିଜେଡିର କୌଣସି ସ୍ଥାନୀୟ ନେତା ଫ୍ରଣ୍ଟଲାଇନକୁ ଆସିପାରୁ ନାହାଁନ୍ତି। ଅନ୍ୟପକ୍ଷରେ ଏବେବି ଟିକେଟ ଆଶାୟୀ ଥିବା ପୂର୍ବତନ ରଘୁନାଥ ସାହୁ ଏକଲା ଚଲୋ ନିତିରେ ସଂଗଠନ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ନିର୍ବାଚନ ମଣ୍ଡଳିର ପ୍ରତି ଛୋଟଛୋଟ କାର୍ଯ୍ୟକ୍ରମରେ ସାମିଲ ହୋଇ ଟିକେଟର ପ୍ରଥମ ଦାବିଦାର ବୋଲି ଦଳକୁ…
ଭୁବନେଶ୍ବର: ଓଡିଶାର ବିଧାନସଭା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାରିଛନ୍ତି ଏକ ବାଣ। ଯାହା ଦ୍ବାରା ବିରୋଧୀ ଦଳଙ୍କର କାନ ଭାଁ ଭାଁ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ତାହା ହେଲା ଏଣିକି ପ୍ରତି ପଞ୍ଚାୟତକୁ ମିଳିବ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ। ସେହିପରି ଗୋଟିଏ ଗାଁକୁ ପ୍ରାୟ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯିବ। ଏହି ଯୋଜନାର ନାମ ରଖାଯାଇଛି ‘ଆମ ଓଡିଶା ନବୀନ ଓଡିଶା’। ଫଳରେ ପଞ୍ଚାୟତ ସ୍ତରରେ ଲୋକମାନେ ଓଡିଶା ଅର୍ଥ, ନବୀନ ଓଡିଶା ବୋଲି ଭାବି ନେବେ। ସେଥିପାଇଁ ଏହି ଯୋଜନାର ନାମ ବେଶ୍ ଚିନ୍ତା କରାଯାଇଛି। ଯାହା ନିର୍ବାଚନରେ ପ୍ରଭାବ ପକାଇବ। ଗତ ନିର୍ବାଚନ ପୂର୍ବରୁ ସେହିପରି ନବୀନ ‘ଆମ ଗାଁ ଆମ ବିକାଶ’ କରି ବେଶ ଲୋକପ୍ରିୟତା ହାସଲ କରିପାରିଥିଲେ। ଏଥର ଏହି ଯୋଜନାରେ ପଞ୍ଚାୟତ ସ୍ତରରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ସହିତ ଗାଁ ଗାଁରେ ଥିବା…
ଭୁବନେଶ୍ବର: ଆଜି 5ଟି ସଚିବ ଅନୁଗୁଳ ଜିଲ୍ଲା ଗସ୍ତ କରି ସେଠାକାର ଲୋକଙ୍କ ସମସ୍ୟାକୁ ସମାଧାନ କରିବାରେ ଲାଗିଛନ୍ତି। ଏହି ଭିତରେ ଆସିଛି ଏକ ଭିନ୍ନ ଖବର। ତାହା ହେଲା ପାଣ୍ଡିଆନ ମଞ୍ଚ ଉପରେ ମୁଖ୍ୟମନ୍ତ୍ରୀଙ୍କୁ ଭିଡିଓ କଲ କରି ସିଧା ଲୋକଙ୍କ ସମସ୍ୟା ଦୂର କରିଛନ୍ତି। ତାହା ମାତ୍ର ଦୁଇ ମିନିଟ ଭିତରେ ସମସ୍ୟାର ସମାଧାନ ହୋଇପାରିଛି। ପାଣ୍ଡିଆନ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ। ସେଠାରେ ମଞ୍ଚ ଉପରେ ଲୋକେ ତାଙ୍କୁ ଏହି ସ୍ବାସ୍ଥ୍ୟକୁ ଆମ ହସପିଟାଲ ଯୋଜନାରେ ସାମିଲ କରିବା ପାଇଁ ଦାବୀ କରିଥିଲେ। ପାଣ୍ଡିଆନ ନିଜ ମୋବାଇଲରୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଭିଡିଓ କଲ କରି ଲୋକଙ୍କ ଦାବୀକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପିତ କରିଥିଲେ। ମୁଖ୍ୟମନ୍ତ୍ରୀ ଏହି ଦାବୀ ଶୁଣିବା ପରେ ସେଠାରେ ସେ ଏହି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆମ ହସପିଟାଲରେ ସାମିଲ ହେଲା ବୋଲି ଘୋଷଣା କରିଥିଲେ। ଏହାପରେ ମଞ୍ଚ ନିକଟରେ ଥିବା…
ଭୁବନେଶ୍ବର: ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଏବଂ କଂଗ୍ରେସ ପ୍ରଚାର କମିଟର ଅଧ୍ୟକ୍ଷ ବିଜୟ ପଟ୍ଟନାୟକ 5ଟି ସଚିବଙ୍କୁ ଟାର୍ଗେଟ କଲେ। ଏହାପରଠାରୁ ଭିକେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ବଢିବାରେ ଲାଗିଛି। କହିବାକୁ ଗଲେ ସେ ଆଗରୁ ଯାଉଥିଲେ ଏବେ ପୁରା ଦୌଡୁଛନ୍ତି। ତାଙ୍କର ଗସ୍ତରେ କୌଣସି ବିରାମ କେହି ଲଗାଇପାରୁ ନାହିଁ। ଲାଗୁଛି କୌଣସି ତାକତ୍ ତାଙ୍କ ଗସ୍ତକୁ ରୋକିପାରିବ ନାହିଁ। ଅପରାଜିତା ଷଡଙ୍ଗୀଙ୍କ ସାମ୍ବାଦିକ ସମ୍ମିଳନୀର କିଛିଦିନ ପରେ ପାଣ୍ଡିଆନ ଗଲେ ବରଗଡ। ସେହି ଜିଲ୍ଲାର ସେ ଲଗାତର ତିନିଦିନ ଧରି ଗସ୍ତ କରିଥିଲେ। କରାଯାଇଥିଲା ବିପୁଳ ସ୍ବାଗତ। ସେହିପରି ଏବେ ସେ ଅନୁଗୁଳ ଜିଲ୍ଲା ଗସ୍ତରେ ବାହାରିଛନ୍ତି। ସେଠାରେ ମଧ୍ୟ ତାଙ୍କୁ ସ୍ବାଗତ କରାଯିବ। ଫୁଲ ଫିଙ୍ଗାଯିବ। ସେଠାରେ ମଧ୍ୟ ସେ ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମର ସମୀକ୍ଷା କରିବେ, ଘୋଷଣା କରିବେ। ଲୋକଙ୍କୁ ସମ୍ବୋଧନ ମଧ୍ୟ କରିବେ। କେବଳ ଏହି ଦୁଇ ଦିନ ନୁହେଁ, ଆଗାମୀ…
ଭୁବନେଶ୍ବର: ଆସନ୍ତାକାଲି ଶ୍ରାବଣ ମାସର ପ୍ରଥମ ସୋମବାର। ସେଥିପାଇଁ ରାଜ୍ୟର ସମସ୍ତ ଶୈବ୍ୟପିଠରେ ଭିଡ ଲାଗିରହିବ। ଏହି ଭିଡ ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିରରେ ବେଶୀ ଦେଖାଯିବ। ପ୍ରଥମ ସୋମବାରକୁ ଦୃଷ୍ଟିରେ ରଖି ଲିଙ୍ଗରାଜ ମନ୍ଦିର ତରଫରୁ ନୀତି ନିର୍ଘଣ୍ଟ କରାଯାଇଛି। ସେହି ଅନୁସାରେ ଭୋର ୩ଟାରୁ ମନ୍ଦିର ଦ୍ୱାର ଫିଟା, ସାଢ଼େ ୩ଟାରେ ଆଳତି, ଅବକାଶ ନୀତି ପରେ ୪ଟା ସୁଦ୍ଧା ସାହାଣ ମେଳା ଦର୍ଶନ ବ୍ୟବସ୍ଥା ହୋଇଛି। ତେବେ କାଉଡ଼ିଆ ପାଣି ଢାଳିବା ପର୍ଯ୍ୟନ୍ତ ସାହାଣ ଦର୍ଶନ ହୋଇପାରିବ। ଚଳିତ ବର୍ଷ ଯୋଡ଼ା ମାସ ହୋଇଥିବାରୁ ୧୦ ତାରିଖ, ୧୭ ତାରିଖ ଏବଂ ଅଗଷ୍ଟ ମାସର ୨୧ ଏବଂ ୨୮ ତାରିଖ ଲିଙ୍ଗରାଜଙ୍କ ପାଖରେ ଜଳ ଲାଗି କରାଯିବ।
ଭୁବନେଶ୍ବର: ଜଗନ୍ନାଥ ହୋ .. ମୁଁ ଯଦି ତୁମ ଝିଅ ହୁଅନ୍ତି, ଜଗନ୍ନାଥ କିଛି ମାଗୁନାହିଁ ତୋତେ ଏମିତି ଅନେକ ଶ୍ରୀଜଗନ୍ନାଥ ଭଜନରେ ପ୍ରକମ୍ପିତ ହେଲା ଭୁବନେଶ୍ବରର ଗୀତଗୋବିନ୍ଦ ପ୍ରେକ୍ଷାଳୟ। ଅବସର ଥିଲା ଓଡିଆ ଡିଜିଟାଲ ଚ୍ୟାନେଲ ତକ୍ଷକଟିଭି ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଶ୍ରୀଜଗନ୍ନାଥ ଭଜନ ପ୍ରତିଯୋଗିତା ଜଗନ୍ନାଥ ହୋ .. ର ଗ୍ରାଣ୍ଡ ଫିନାଲେ। ଅଡିସନ ରାଉଣ୍ଡରେ ଭାଗ ନେଇଥିବା ପଚାଶ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ 36 ଜଣ ପ୍ରତିଯୋଗୀ ଗ୍ରାଣ୍ଡ ଫିନାଲେକୁ ଉନ୍ନୀତ ହୋଇଥିଲା। ମଞ୍ଚରେ ଚାରିବର୍ଷର କୁନି କଳାକାରଙ୍କଠୁ ଆରମ୍ଭ କରି 35 ବର୍ଷର ଯୁବ ସଙ୍ଗୀତକାରଙ୍କ ଶ୍ଗୀଜଗନ୍ନାଥ ଭଜନରେ ତଲ୍ଲୀନ ହୋଇଯାଇଥିଲେ ଦର୍ଶକ। ଦୀର୍ଘ ଦୁଇଘଣ୍ଟାରୁ ଅଧିକ ସମୟ ଧରି ସମସ୍ତେ ମନ୍ତ୍ରମୁଗ୍ଧ ହୋଇଯାଇଥିଲେ। ଭଜନର ମୂଲ୍ୟାୟନ କରିବା ପାଇଁ ମଞ୍ଚରେ ଉପସ୍ଥିତ ଥିଲେ ସଙ୍ଗୀତ ଗୁରୁ ନିମାକାନ୍ତ ରାଉତରାୟ, ମହାପାତ୍ର ମିନତୀ ଭଞ୍ଜ ଏବଂ ମହାପ୍ରସାଦ କର। ସେହିପରି ପ୍ରତିଷ୍ଠିତ ବାଦ୍ୟଯନ୍ତ୍ରକାର ଅଜୟ ଚୌଧୁରୀ,…
ଭୁବନେଶ୍ୱର: ଡିଏଭି ପବ୍ଲିକ ସ୍କୁଲ କଳିଙ୍ଗ ନଗରରେ ୨୭ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀବିପିନ କୁମାର ସାହୁ ସ୍ୱାଗତ ଭାଷଣ ଦେଇଥିଲେ। ମହର୍ଷି ସୁଧାନନ୍ଦ ସରସ୍ୱତୀ ଏହି ଉତ୍ସବରେ ମୁଖ୍ୟବକ୍ତା ରୂପେ ଯୋଗ ଦେଇ ଡିଏଭିର ପ୍ରାଣ ପ୍ରତିଷ୍ଠାତା ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଜୀବନୀ ଉପରେ ଗଭୀର ଆଲୋକପାତ କରିବା ସହିତ ତାଙ୍କ ଜୀବନାଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇଥିଲେ। ବିଦ୍ୟାଳୟର ଚେୟାରମ୍ୟାନ ଶ୍ରୀଯୁକ୍ତ ମଦନ ମୋହନ ପଣ୍ଡା ଛାତ୍ରଛାତ୍ରୀମାନଙ୍କୁ ବୈଦିକ ରୀତିନୀତିରେ ଅନୁପ୍ରେରିତ ହେବା ପାଇଁ ଉତ୍ସାହିତ କରିଥିଲେ। ଏହି ଅବସରରେ ଏକ ପବିତ୍ର ଯଜ୍ଞ ଅନୁଷ୍ଠିତ ହୋଇଥିଲା। ବନ ମହୋତ୍ସବସପ୍ତାହ ପାଳନ ପରିପ୍ରେକ୍ଷୀରେଏନ୍.ସି.ସି, ସ୍କାଉଟ୍ଗାଇଡ୍ ଓ ଜେଆର୍ସି ବିଭାଗ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଡିଏଭି ଆଞ୍ଚଳିକ ସହ ନିର୍ଦ୍ଦେଶିକା ତଥା ଡିଏଭି ଚନ୍ଦ୍ରଶଖରପୁରର ଅଧ୍ୟକ୍ଷା ଡ. ସୁଜାତା ସାହୁ , ମ୍ୟାନେଜର ଈପ୍ସିତା ଦାସ, ଏଲ. ଆର…
ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ତାହାର ସାଂଗଠନିକ ସ୍ଥିତିକୁ ସୁଦୃଢ କରିବା ପାଇଁ ଛଅଟି ଜିଲ୍ଲାରେ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରିଛି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତି କ୍ରମେ ଏହି ଘୋଷଣା ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ କରିଛନ୍ତି। ଯେଉଁ ନୂଆ ନାମ ଘୋଷଣା ହେଲା ସେମାନେ ହେଲେ ବିଜେଡିର ପୂର୍ବତନ ସାଂସଦ ପ୍ରଭାସ ସିଂ ବହୁଦିନ ଧରି ସଂଗଠାନିକ କାର୍ଯ୍ୟରୁ ଦୂରେଇ ରହିଥିଲେ। ତାଙ୍କୁ ବର୍ତ୍ତମାନ ଝାରସୁଗୁଡା ଜିଲ୍ଲା ଦାୟିତ୍ବ ଦିଆଯାଇଛି। ଏହା ଶିଘ୍ର କାର୍ଯ୍ୟକାରୀ କରିବା ପାଇଁ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇଆସିଛନ୍ତି । ଜନସାଧାରଣଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ରାଜ୍ୟ ସରକାରଙ୍କ ଏହି ଆଭିମୁଖ୍ୟ ଅନୁଯାୟୀ ଏବେ ଆଉ ୯ ଜଣ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଏବଂ ଏଥିରେ ବିଭିନ୍ନ କ୍ଷେତ୍ରର ଅଧିକାରୀ, ଯଥା – ଏକ୍ଜିକ୍ୟୁଟିଭ ଇଂଜିନିୟର, ଓଏଏସ୍ ଅଧିକାରୀ, କୃଷି ବିଭାଗ ଅଧିକାରୀ, ସାମାଜିକ ଶିକ୍ଷା ଅଧିକାରୀ, ଅଡିଟର, ଜୁନିର ଇଂଜିନିୟର ପ୍ରମୁଖ ଅନ୍ତର୍ଭୁକ୍ତ। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୯୭ ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ ବା ବାଧ୍ୟତାମୂଳକ ଅବସର ଦିଆଯାଇଛି କିମ୍ବା ସେମାନଙ୍କର ପେନ୍ସନ ବନ୍ଦ କରାଯାଇଛି ।…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ପୌରାଞ୍ଚଳରେ ‘ଆମ ପୋଖରୀ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ରାଜ୍ୟର ସହରାଞ୍ଚଳ ଗୁଡିକରେ ଥିବା ଅବ୍ୟବହୃତ କିମ୍ବା ପୋତିହୋଇ ଯାଇଥିବା ଜଳାଶୟ ଗୁଡିକର ପୁନରୁଦ୍ଧାର କରାଯାଇ ଏହାକୁ ସ୍ୱଚ୍ଛ ଓ ନିର୍ମଳ କରାଯିବା ସହିତ ଏହାର ପାରିପାର୍ଶ୍ୱିକ ସୌନ୍ଦର୍ଯ୍ୟକରଣ କରାଯିବ। ୧୧୫ଟି ପୌରାଞ୍ଚଳର ୨୦୦୦ଟି ବୃହତ ଜଳାଶୟର ନବୀକରଣ କରାଯାଇ ଜନସାଧାରଣଙ୍କ ଅବସର ବିନୋଦନ ପାଇଁ ସ୍ୱାସ୍ଥ୍ୟପ୍ରଦ ସର୍ବସାଧାରଣ ସ୍ଥାନର ବିକାଶ କରାଯିବ। ମିଶନ ଶକ୍ତିର ମହିଳା ଓ କଲେଜରୁ ପାସ୍ କରିଥିବା ଶିକ୍ଷିତ ଯୁବକ ଯୁବତୀମାନେ ସହଭାଗିତାରେ ଏହା କରାଯିବ। ପ୍ରାକୃତିକ ଉପାୟରେ କମ୍ ଖର୍ଚ୍ଚରେ ଉନ୍ନତ ପରିବେଶ ସୃଷ୍ଟି କରାଯିବ। ଲୋକସେବା ଭବନର କନ୍ଭେନ୍ସନ୍ ହଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନିଜର ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମିଶନ ଶକ୍ତି ମା’ମାନଙ୍କର ଉଚ୍ଚ ପ୍ରଶଂସା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମା’ମାନେ ହେଉଛନ୍ତି ଟିମ ୱାର୍କର…