ନୂଆଦିଲ୍ଲୀ: ଜୀବନର ପ୍ରତ୍ୟେକ ବ୍ୟକ୍ତିର ଏପରି ଏକ ପରିବର୍ତ୍ତନ ହେବା ଆବଶ୍ୟକ ଯେତେବେଳେ ତାଙ୍କୁ ତାଙ୍କ ଲକ୍ଷ୍ୟରେ ପହଞ୍ଚିବା ପାଇଁ କଷ୍ଟଦାୟକ ରାସ୍ତା ଦେଇ ଯିବାକୁ ପଡିବ। ଏପରି ପରିସ୍ଥିତିରେ, କିଛି ଲୋକ ଭୟଭୀତ ହୋଇ ଦୁଃଖରେ ଭାଙ୍ଗି ପଡନ୍ତି। କେହି କେହି ସାହସ ଧରି ସଫଳତାର ପାହାଚ ଚଢନ୍ତି। ସଫଳତା ମଧ୍ୟ ଏପରି ଲୋକଙ୍କୁ ବାଛିଥାଏ, ଯେଉଁମାନେ ଜୀବନରେ କ୍ଳାନ୍ତ ହୋଇ ପରାଜିତ ହୁଅନ୍ତି ନାହିଁ । ଯଦି ଆପଣ ମଧ୍ୟ ଜୀବନର ପ୍ରତ୍ୟେକ ଅସୁବିଧାକୁ ପରାସ୍ତ କରିବାକୁ ଚାହାଁନ୍ତି, ତେବେ ଏହି 7 ଟି ଟିପ୍ସ ଆପଣଙ୍କୁ ସାହାଯ୍ୟ କରିପାରିବ। 1-ଲୋକମାନେ ଆପଣ ବିଷୟରେ କ’ଣ ଭାବନ୍ତି ତାହା ଚିନ୍ତା କରିବା ଆପଣଙ୍କ କାମ ନୁହେଁ। ଯଦି ଆପଣ ଏହା ଭାବିବେ ତେବେ ନିଜ କାମ କରିବାରେ ଅସୁବିଧାର ସମ୍ମୁଖୀନ ହେବେ। 2-ଆପଣଙ୍କ ଜୀବନକୁ କେବେ ବି ଅନ୍ୟମାନଙ୍କ ସହିତ ତୁଳନା କରନ୍ତୁ ନାହିଁ। ସେମାନଙ୍କ ବିଷୟରେ ସମ୍ପୂର୍ଣ୍ଣ…
Author: thesamikhsya
ନୂଆଦିଲ୍ଲୀ: ‘ସୋରିଷ ତେଲ’ ଆମର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏହା ବେଶ୍ ଉପକାରୀ। ମସଲାଯୁକ୍ତ ଲୁଣଠାରୁ ଆରମ୍ଭ କରି ସୁସ୍ବାଦୁ ଖାଦ୍ୟ ପର୍ଯ୍ୟନ୍ତ ସୋରିଶ ତେଲ ବ୍ୟବହାର ହୋଇଥାଏ। କେଶର ଚମକକୁ ବୃଦ୍ଧି କରିବା ପାଇଁ ଏହା ମଧ୍ୟ ବ୍ୟବହୃତ ହୁଏ। ସୋରିଷ ତେଲ ଶୁଖିଲା କେଶକୁ ମୋଟା, ଚକଚକିଆ ଏବଂ ନରମ ରଖିବା ପାଇଁ ବ୍ୟବହାର କରାଯାଏ। ଚର୍ମକୁ ନିୟମିତ ମାଲିସ୍ କରିବା ଦ୍ୱାରା ଚେହେରାରେ ସୈନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ। ଆୟୁର୍ବେଦ ଅନୁଯାୟୀ, ଚର୍ମର ଚିକ୍କଣତା, ଉତ୍ତମ ସ୍ୱାସ୍ଥ୍ୟ ଏବଂ ସଠିକ୍ ହଜମ ପାଇଁ ସୋରିଷ ତେଲ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିସହିତ ଏହି ତେଲ ଥଣ୍ଡାକୁ ରୋକିବା ସହ ମାଂସପେଶୀକୁ ଆରାମ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ବୋଧହୁଏ ଏହି କାରଣରୁ ପ୍ରତ୍ୟେକ ଭାରତୀୟ ରୋଷେଇ ଘରେ ସୋରିଷ ତେଲର ଏକ ବିଶେଷ ସ୍ଥାନ ଅଛି।
ନୂଆଦିଲ୍ଲୀ: ଆମର ହିନ୍ଦୁ ଧର୍ମରେ ମନ୍ଦିର ପରିକ୍ରମା ରହିବାର ବିଧି ରହିଛି। ବିଶ୍ବାସ ରହିଛି ଯେ ଠାକରୁଙ୍କ ଚାରିପାଖରେ ପରିକ୍ରମା କଲେ ସବୁ ପାପର ବିନାସ ହୋଇଥାଏ। ତେବେ ଏହି ପରିକ୍ରମା ଠାକୁର ଦର୍ଶନର ଏକ ଅପରିହାର୍ଯ୍ୟ ପରମ୍ପରା ଏବଂ ଆଜି ମଧ୍ୟ ପୂଜା ବେଳେ ଏହା ପାଳନ କରାଯାଏ। ଏଥି ସହିତ, ଯଦି ଆମେ ଏହାକୁ ବିଜ୍ଞାନ ଦୃଷ୍ଟିକୋଣରୁ ଦେଖିବା, ତେବେ ଶାରୀରିକ ଶକ୍ତି ବିକାଶରେ ମନ୍ଦିର ଚାରିପଟେ ଚାଲିଚାଲି ବୁଲିବା ବିଶେଷ ମହତ୍ବ ରହିଛି। କେଉଁ ମନ୍ଦିରରେ କେତେ ଥର ପରିକ୍ରମା କରିବା ଆବଶ୍ୟକ: ବିଭିନ୍ନ ଦେବାଦେବୀଙ୍କ ମନ୍ଦିର ପରିକ୍ରମା କରିବାର ବିଭିନ୍ନ ନିୟମ ବା ବିଧି ରହିଛି। ଅର୍ଥାତ ପୁରାଣରେ କେଉଁ ମନ୍ଦିର ଚାରିପଟେ କେତେଥର ପରିକ୍ରମା କରିବା ତାହା ଉଲ୍ଲେଖ କରାଯାଇଛି। ସେହି ଅନୁସାରେ ସୂର୍ଯ୍ୟ ଭଗବାନଙ୍କର ୭ ଥର, ଶ୍ରୀ ଗଣେଶଙ୍କ ୪ ଥର, ଭଗବାନ ବିଷ୍ଣୁଙ୍କ ଏବଂ ତାଙ୍କର ସମସ୍ତ ଅବତାରଙ୍କ ୪…
ନୂଆଦିଲ୍ଲୀ: ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ଏବଂ ଘରେ ଧନ ପାଇବା ପାଇଁ, ଅନେକ କୈଶଳ କରିବା ପରେ ମଧ୍ୟ ଧନପ୍ରାପ୍ତିର ସମ୍ଭାବନା ରହୁ ନାହୁଁ। ତେଣୁ ଆଜି ଆମେ ଆପଣଙ୍କ ପାଇଁ କିଛି ସହଜ ସମାଧାନ ଆଣିଛୁ ଯାହାକି ଲକ୍ଷ୍ମୀ କୃପା ମିଳିବା ସହିତ ବର୍ଷ ବର୍ଷ ଧରି ଧନ ପ୍ରାପ୍ତିର ସମ୍ଭାବନା ତିଆରି oହେବ। ଆପଣ ପ୍ରତିଦିନ ଥରେ ଖାଦ୍ୟ ଦାନ କଲେ, ଆର୍ଥିକ ସଙ୍କଟ ରହିବ ନାହିଁ । ଅଶୋକ ଗଛ ଲଗାଇ ସେଥିରେ ପାଣି ଦେବା ଦ୍ୱାରା ଧନ ବୃଦ୍ଧି ପାଇଥାଏ। ଯଦି ଆପଣଙ୍କୁ ଘରେ ପୁରୁଣା ଖବରକାଗଜ ଇତ୍ୟାଦି ବାହାର କରିବାକୁ ଚାହାଁନ୍ତି ତେବେ ଆପଣ ଶନିବାର ଦିନ ଘରୁ ବାହାରକୁ ଫିଙ୍ଗିବା ଅନୁଚିତ। ଯଦି ଆପଣଙ୍କ ଘରେ ଦୀର୍ଘ ସମୟ ଧରି ଘଣ୍ଟା ଅଚଳ ଅଛି, ତେବେ ଏହାକୁ ତୁରନ୍ତ ହଟାନ୍ତୁ। ବନ୍ଦ ଘଣ୍ଟା ଘର ଭିତରକୁ ଆସୁଥିବା ଟଙ୍କାକୁ ବନ୍ଦ କରିଦିଏ। କିଛି…
ନୂଆଦିଲ୍ଲୀ: ବିଭିନ୍ନ ସମୟରେ ରାଶିଫଳକୁ ନେଇ ହୁଏ ତର୍କବିତର୍କ। ଜ୍ୟୋତିଷ ଶାସ୍ତ୍ର ଉପରେ ଉଠେ ପ୍ରଶ୍ନ। ହେଲେ ଏହା ଏକ ପ୍ରାଚୀନ ଶାସ୍ତ୍ର। ମୁନିଋଷିଙ୍କ ଦ୍ବାରା ଏହା ସ୍ବୀକୃତ ଅଟେ। ସେଥିପାଇଁ ଏହି ରାଶିଫଳ ଅନେକଙ୍କ ଜୀବନରେ ବେଶ୍ ପ୍ରଭାବ ପକାଇଥାଏ। ତେବେ ଆସନ୍ତୁ ଆଜି ଜାଣିବା କଣ ରହିଛି ରାଶିଫଳ। ମେଷ:- ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ। ଆପଣ ଆୟର ବୃଦ୍ଧି ଦେଖାଦେବ, ଯେଉଁଥିପାଇଁ ଆପଣଙ୍କ ଚେହେରାରେ ଖୁସିର ଅନୁଭବ ଆସିବ। ଆପଣ ଆଜି ଅଫିସରେ ବସଙ୍କ ସହିତ କଥା ହେବେ। କେହି ଶଶୂର ଘର ଲୋକ ଭେଟିବାକୁ ଆସିପାରନ୍ତି। ଜୀବନସାଥୀ ବହୁତ ଖୁସି ହେବେ। ବୃଷ:- ଆଜି ଆପଣଙ୍କ ଦିନ ଉତ୍କଣ୍ଠାର ପରିପୂର୍ଣ୍ଣ ହେବ। ଖର୍ଚ୍ଚର ହଠାତ୍ ବୃଦ୍ଧି ଚିନ୍ତା କରିପାରେ। ଘରର ବୃଦ୍ଧମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ, ଏହା ଖରାପ ହୋଇପାରେ। ଅତୀତରେ କିଛି କାମ ପାଇଁ କରାଯାଇଥିବା କାର୍ଯ୍ୟ ଆଜି…
ଭୁବନେଶ୍ବର: ଶେଷରେ ଦୁର୍ଘଟଣା ଘଟିଥିବା ଲାଇନ ଉପରେ ଚାଲିଲା ଟ୍ରେନ। ଆଜି ରାତିରେ ବାଲେଶ୍ବର ବାହାନଗା ରେଳ ଧାରଣାରେ ଏକ ମାଲବାହୀ ଟ୍ରେନ ଗଡିଛି। କୋଇଲା ବୋଝେଇ ଏହି ଟ୍ରେନଟି ଭାଇଜାଗରୁ ରାଉରକେଲା ଗଲା। ରେଳ ଧାରଣା ନିକଟରେ ଖୋଦ ମନ୍ତ୍ରୀ ଅଶ୍ବନୀ ବୈଷ୍ଣବ ହାତ ହଲାଇ ଟ୍ରେନକୁ ସ୍ବାଗତ କରିଥିଲେ। ଦୁର୍ଘଟଣା ଘଟିବାର ପ୍ରାୟ ୫୧ ଘଣ୍ଟା ପରେ ରାସ୍ତା ସଫା ହୋଇପାରିଛି। ଗତ ଶୁକ୍ରବାର ରାତିରେ ବାଲେଶ୍ବର ଷ୍ଟେସନ ନିକଟସ୍ଥ ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ଗସ୍ତ ହୋଇଥିଲା। ଏଥିରେ ୨୭୫ ଜଣ ଯାତ୍ରୀଙ୍କୁ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା ପରେ ୨୧ଟି ବଗି ରେଳ ଧାରଣା ଉପରେ ବିକ୍ଷିପ୍ତ ହୋଇ ପଡିରହି ଥିଲା। ତାହାକୁ ରେଳ କର୍ମଚାରୀମାନେ ଦିନ ରାତି କାମ କରି ଶେଷରେ ରେଳଧାରଣ ସଫା କରିବାରେ ସକ୍ଷମ ହୋଇଛନ୍ତି।
ସୀତାରାମ ଅଗ୍ରୱାଲ ବାଲୁଗାଁ: ୧୧୬୫ ବର୍ଗ କିଲୋମିଟର ପରିଧି ବିଶିଷ୍ଟ ଏସିଆ ମହାଦେଶର ସର୍ବବୃହତ ଲବଣ ହ୍ରଦ ଚିଲିକା ପୁରୀ,ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ସୀମାନ୍ତରେ ଅବସ୍ଥାପିତ। ଏହି ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମା’ କାଳିଜାଇଙ୍କ ପୀଠ ଚିଲିକା ଗଣ୍ଡରେ ଅବସ୍ଥାପିତ। ଚିଲିକାରେ ବିଦେଶାଗତ ପକ୍ଷୀ ସମେତ ସ୍ଥାନୀୟ ପକ୍ଷୀମାନଙ୍କ ସମାଗମରେ ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଥିବା ବେଳେ ମା’ଙ୍କ ଦର୍ଶନ ନିମନ୍ତେ କାଳିଜାଇ ପୀଠରେ ଅହରହ ପର୍ଯ୍ୟଟକଙ୍କ ଭିଡ଼ ପରିଲକ୍ଷିତ ହୋଇଥାଏ। ମାତ୍ର ମା’ କାଳିଜାଇଙ୍କ ପୀଠ ଅତ୍ୟନ୍ତ ଅବ୍ୟବସ୍ଥା ଦେଇ ଗତି କରୁଥିବା ଦେଖିବାକୁ ମିଳିଛି।ଯାତ୍ରୀମାନଙ୍କ ପାଇଁ ପାନୀୟ ଜଳ ମୁଖ୍ୟ ସମସ୍ୟା ହୋଇଥିବା ବେଳେ ବହୁ ପୁରାତନ ଏକ କୂଅ ଉପରେ ନିର୍ଭର କରନ୍ତି ସମସ୍ତେ। ସେଥିରୁ ପୁଣି ଖାରି ପାଣି ଯାହାକି ମନ୍ଦିର ନୀତିକାନ୍ତି ପୂଜା ଠାରୁ ଆରମ୍ଭ କରି ସ୍ଥାନୀୟ ଉଠା ଦୋକାନୀ ସମେତ ପାଣି ଟୋପେ ପିଇବା ପାଇଁ ସେହି କୂଅ…
Video News: ବାଲେଶ୍ବର ବାହାନଗାଠାରେ ହୋଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାର ସିବିଆଇ ତଦନ୍ତ ହେବ। ଏ ନେଇ ରେଳବାଇ ବୋର୍ଡ ସିବିଆଇକୁ ଅନୁରୋଧ କରାଯାଇଛି ବୋଲି କହିଛନ୍ତି ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବ। ଯେପରି ଭାବେ ଏହି ଦୁର୍ଘଟଣା ଘଟିଲା ତାହା ସମସ୍ତଙ୍କୁ ସ୍ତବ୍ଧ କରିଛି। କିପରି ପରିସ୍ଥିତିରେ ଏତେବଡ ଘଟଣା ଘଟିଲା ତାହାର ତଦନ୍ତ ସିବିଆଇ ଦ୍ବାରା କରାଯିବ ବୋଲି ରେଳ ପ୍ରଶାସନ ଅନୁଭବ କଲେ। ସେଥିପାଇଁ ରେଳବାଇ ବୋର୍ଡ ଏହି ନିଷ୍ପତି କରି ସିବିଆଇ କୁ ଏହାର ତଦନ୍ତ ଦାୟିତ୍ବ ଦେଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।
ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ଗଙ୍ଗାଧରପୁର ଷ୍ଟେସନ ଟ୍ରାକରେ ଠାବ ହୋଇଛି ଜଣେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ। ବ୍ୟକ୍ତିଙ୍କ ପରିଚୟ ମିଳିନଥିବା ବେଳେ ଶବଟି ଜଣେ ପୁରୁଷଙ୍କ ବୋଲି ଜଣାପଡିଛି। ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ଆଜି ସଂନ୍ଧ୍ୟାରେ ବ୍ୟକ୍ତି ଜଣକ ପୁରୀ ଚେନ୍ନାଇ ଏକ୍ସପ୍ରେସ ଗଙ୍ଗାଧରପୁର ଷ୍ଟେସନ ଅତିକ୍ରମ କରୁଥିବା ବେଳେ ଇଞ୍ଜିନ ସମ୍ମୁଖରେ ଡେଇଁ ଆତ୍ମହତ୍ୟା କରିଛନ୍ତି। ଘଟଣାସ୍ଥଳରେ ବାଲୁଗାଁ ରେଳବାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇ ଥିବା ଜଣାପଡିଛି।
ଭୁବନେଶ୍ବର: ବାଲେଶ୍ବର ରେଳ ଦୁର୍ଘଟଣାରେ ମୃତାହତମାନଙ୍କ ପରିବାରବର୍ଗ/ସମ୍ପର୍କୀୟ/ବନ୍ଧୁମାନଙ୍କୁ ସହଯୋଗ କରିବା ଲାଗି ଭାରତୀୟ ରେଳବାଇ ପକ୍ଷରୁ ୧୩୯ ହେଲ୍ପଲାଇନ ବ୍ୟବସ୍ଥା କରାଯାଇଛି। ରେଳବାଇର ବରିଷ୍ଠ ଅଧିକାରୀମାନଙ୍କ ଏକ ଦଳ ଏହି ୨୪ ଘଣ୍ଟିଆ ହେଲ୍ପଲାଇନରେ କଲ୍ କରୁଥିବା ଲୋକମାନଙ୍କୁ ଆବଶ୍ୟକ ସୂଚନା ଯୋଗାଇ ଦେବେ। ରେଳବାଇ ଜୋନ୍ ଅଧିକାରୀ ଓ ରାଜ୍ୟ ସରକାରଙ୍କ ସହ ସମନ୍ବୟ ସ୍ଥାପନ କରି ସେମାନେ ଏହି ସୂଚନା ଦେବେ। ଏହି ସେବା ନିରନ୍ତର ଭାବେ ଜାରି ରହିବ ଏବଂ ରେଳ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଥିବା ସହାୟତା ରାଶି : ମୃତକଙ୍କ ସମ୍ପର୍କୀୟଙ୍କୁ ୧୦ ଲକ୍ଷ ଟଙ୍କା, ଗୁରୁତର ଆହତଙ୍କୁ ୨ ଲକ୍ଷ ଟଙ୍କା ଏବଂ ସାଧାରଣ ଆହତଙ୍କୁ ୫୦ ହଜାର ଟଙ୍କା ବିତରଣରେ ସହାୟକ ହେବ । ରେଳ ହେଲ୍ପଲାଇନ ୧୩୯ର ଉଦ୍ଦେଶ୍ୟ ହେଉଛି ସହାୟତା ଯୋଗାଇ ଦେବା ଏବଂ ପୀଡ଼ିତ ଯାତ୍ରୀମାନଙ୍କ ପରିବାରବର୍ଗଙ୍କୁ ଏହି ଦୁଃଖଦ ସମୟରେ ସଠିକ ଓ ସନ୍ତୋଷଜନକ ସୂଚନା…
ଭୁବନେଶ୍ବର: ଟ୍ରେନ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କୁ ଚିହ୍ନିବା ସରକାରଙ୍କ ପାଇଁ ଏକ ଚିନ୍ତାଜନକ ବିଷୟ ହୋଇପଡିଛି। ବର୍ତ୍ତମାନ ଶବଗୁଡିକ ବାହାରେ ଥିବା ତାଙ୍କ ସଂପର୍କୀୟମାନେ ଚିହ୍ନଟ କରିବା ପାଇଁ ବନ୍ଦୋବସ୍ତ କରାଯାଇଛି। ଏହି ଶବଗୁଡିକର ଅବସ୍ଥା ଭଲ ନ ଥିବାରୁ ତାହା ସାଧାରଣରେ ପ୍ରକାଶ କରାଯାଇପାରୁ ନାହିଁ। ସେଥିପାଇଁ ଦୁଇଟି ୱେବସାଇଟରେ ମୃତ ଲୋକଙ୍କ ଫଟୋ ଛଡା ଯାଇଛି। ସେହି ୱେବ ସାଇଟି ହେଲା osdma.org , srcodisha.nic.in , bmc.gov.in । ଯେଉଁମାନଙ୍କର ସଂପର୍କୀୟ ଏହି ଟ୍ରେନରେ ଯାତ୍ରା କରୁଥିଲେ ସେମାନେ କେବଳ ଦେଖିବା ପାଇଁ ଅନୁରୋଧ କରାଯାଇଛି। କାରଣ ଏହି ଫଟୋଗୁଡିକ ସାଧାରଣରେ ପ୍ରକାଶ କରିବା ସମ୍ଭବ ନୁହେଁ। ସେଥିପାଇଁ ଏହି ୱେବସାଇଟରେ ବିଶେଷ ସତର୍କତା ପ୍ରଦାନ କରାଯାଇଛି ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି। ଯେଉଁମାନେ ଶବ ଚିହ୍ନଟ ପାଇଁ ଆସିବେ ସେମାନଙ୍କ ପାଇଁ ସରକାରଙ୍କ ତରଫରୁ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି। ସେଥିପାଇଁ…
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ପବିତ୍ର ସ୍ନାନପୁର୍ଣିମା ଉପଲକ୍ଷେ ବାଣପୁରର ଶ୍ରୀ ଶ୍ରୀ ରଙ୍କନାଥ ଦେବଙ୍କ ସ୍ନାନନୀତି ମନ୍ଦିର ପରିସରରେ ପରମ୍ପରା ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି। ପୁରୀ ଶ୍ରୀ ଜଗନ୍ନାଥଙ୍କ ନୀତିକାନ୍ତି ଅନୁସାରେ ପ୍ରଭୁ ସ୍ନାନମଣ୍ଡପରେ ଉଭାହୋଇ 108 ଗରା ସୁବାସିତ ଜଳ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଲାଗି ହୋଇଥିଲା। ସ୍ନାନମଣ୍ଡପରେ ସକାଳ ଧୂପ ହୋଇ ଭୋଗ ଗ୍ରହଣ କରିଥିଲେ ମହାପ୍ରଭୁ। ଏହି ମାନବୀୟ ଲୀଳାକୁ ଶ୍ରଦ୍ଧାଳୁମାନେ ଦେଖି ବିଭୋର ହୋଇଯାଇଥଲେ। ଏହି ସବୁର କାର୍ଯ୍ୟକ୍ରମ ପାଇଁ ଗତକାଲି ଠାରୁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଥିଲା। ସନ୍ଧ୍ୟା ସମୟରେ ପ୍ରଭୁଙ୍କୁ ହାତୀବେଶରେ ଭକ୍ତମାନେ ଦର୍ଶନ କରିଥିଲେ. ସ୍ନାନପୁର୍ଣିମା ରାତିରେ ପ୍ରଭୁ ଅଣସର ପିଣ୍ଡିରେ ବିଜେ ହେବେ l ଆଜିଠାରୁ ରଙ୍କନାଥ ଦେବଙ୍କ ଅଣସର କାଳୀନ ଗୁପ୍ତପୂଜା ହେବ। ପିଣ୍ଡି ସମ୍ମୁଖରେ ପଟିଦିଅଁ ପୂଜା ପାଇବେ l ଠାକୁରଙ୍କ ପାରମ୍ପରିକ ସେବକ ପଟିଦିଅଁଙ୍କୁ ପ୍ରସ୍ତୁତ କରିଛନ୍ତି। ବିଳମ୍ବିତ ରାତିରେ ମନ୍ଦିରକୁ ପଟିଦିଅଁ ବିଜେ ହେବେ।…
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁରିନାମ ଗସ୍ତରେ ଯାଇଛନ୍ତି। ରାଷ୍ଟ୍ରପତି ଚଳିତ ମାସ ୪ ରୁ ୯ ତାରିଖ ପର୍ଯ୍ୟନ୍ତ ସୁରିନାମ ଏବଂ ସର୍ବିୟା ଗସ୍ତ କରିବେ। ତାଙ୍କ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀମତୀ ମୁର୍ମୁ ଜୁନ୍ ୪ ରୁ ୬ ତାରିଖ ପର୍ଯ୍ୟନ୍ତ ସୁରିନାମ ଗସ୍ତରେ ରହିବେ। ସୁରିନାମ ଗଣତନ୍ତ୍ରର ରାଷ୍ଟ୍ରପତି ଚନ୍ଦ୍ରିକାପର୍ସଦ ସାଣ୍ଟୋଖୀଙ୍କ ନିମନ୍ତ୍ରଣ କ୍ରମେ ସେ ଏହି ଗସ୍ତ କରିଛନ୍ତି। ଏହି ପରିଦର୍ଶନ ଐତିହାସିକ ମହତ୍ତ୍ବ ଗ୍ରହଣ କରିଛି। କାରଣ ଜୁନ୍ ୫ ତାରିଖ ଦିନ ସୁରିନାମରେ ଭାରତୀୟଙ୍କ ଆଗମନର ୧୫୦ ତମ ବାର୍ଷିକ ଉତ୍ସବରେ ଶ୍ରୀମତୀ ମୁର୍ମୁ ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ଭାରତ ଏବଂ ସୁରିନାମ ମଧ୍ୟରେ ବେଶ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି। ସେଠାରେ ଥିବା ପ୍ରବାସୀ ଭାରତୀୟମାନେ ଏହି ଉତ୍ସବକୁ ବେଶ୍ ଉତ୍ସାହର ସହ ପାଳନ କରିବାକୁ ନିଷ୍ପତି କରିଛନ୍ତି। ରାଷ୍ଟ୍ରପତି ତାଙ୍କ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ସର୍ବିୟା ଯିବେ। ସର୍ବିୟାର ରାଷ୍ଟ୍ରପତି…
ଭୁବନେଶ୍ବର: ଜାତୀୟ ଉତ୍ପାଦକତା ପରିଷଦ (ଏନପିସି) ପକ୍ଷରୁ ଆସନ୍ତା ୫ ତାରିଖରେ ପୁରୀ ଠାରେ ‘‘ନବମନ୍ତ୍ର : ଉଚ୍ଚ ଉତ୍ପାଦକତା ପାଇଁ ନବସୃଜନ’’ ଶୀର୍ଷକ ଜାତୀୟ ସମ୍ମିଳନୀ ଆୟୋଜନ କରାଯିବ। ଏଥିରେ ଯୋଗ ଦେବାକୁ ଥିବା ପ୍ରତିଭାଗୀମାନେ ଉଚ୍ଚସ୍ତରର ଉତ୍ପାଦକତା, ସବୁଜ ଅଭିବୃଦ୍ଧି ଏବଂ ଦକ୍ଷତା ବିକାଶ ହାସଲ ନିମନ୍ତେ ନବସୃଜନକୁ ପ୍ରୋତ୍ସାହିତ କରିବା ଲାଗି ‘‘ନବମନ୍ତ୍ର’’ର ପ୍ରଭାବୀ କାର୍ଯ୍ୟକାରିତାକୁ ନେଇ ବିଚାରବିମର୍ଶ କରିବେ। ଜାପାନର ଟୋକିଓ ସ୍ଥିତ ଏସୀୟ ଉତ୍ପାଦକତା ସଂଗଠନ ସହଯୋଗରେ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ଇଣ୍ଡିଆନ୍ ପଟାସ ଲିମିଟେଡ୍ ଉଦ୍ୟୋଗ ସହଯୋଗୀ ରହିଛି । ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ଅତିଥି ଏବଂ ପ୍ରସିଦ୍ଧ ବକ୍ତାମାନେ ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ଥିବା ବକ୍ତାମାନେ ସେମାନଙ୍କର ଦୃଷ୍ଟିକୋଣ ଏବଂ ଅନୁଭୂତି ବ୍ୟକ୍ତ କରିବେ। ଉତ୍ପାଦକତାର ସାମାଜିକ, ଆର୍ଥିକ ଓ ଶିଳ୍ପଗତ ଦିଗ ଉପରେ ଗୁରୁତ୍ୱାରୋପ କରାଯାଇ ସମ୍ମିଳନୀରେ ବିଚାରବିମର୍ଶ କରାଯିବ। ନେସନାଲ ସେଣ୍ଟର୍ ଫର ଗୁଡ୍ ଗଭର୍ଣ୍ଣାନ୍ସର…
ଭୁବନେଶ୍ୱର: ବିଶ୍ୱ ପରିବେଶ ଦିବସ ୨୦୨୩ ଅବ୍ୟବହିତ ପୂର୍ବରୁ ଓଡ଼ିଶାର ଚାରିଟି ବିପର୍ଯ୍ୟୟ ପ୍ରବଣ ଜିଲ୍ଲାରେ ବିପର୍ଯ୍ୟୟ ଜନିତ ବିପଦ ହ୍ରାସ କରିବା ପାଇଁ ପ୍ରକୃତି ଭିତିକ ସମାଧାନ (ଏନ୍ବିଏସ୍)ର ପ୍ରସାର ନିମନ୍ତେ ରିଲାଏନ୍ସ ଫାଉଣ୍ଡେସନର ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ ଅଧୀନରେ ବିବିଧ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଜୁନ୍ ୧ରୁ ଆରମ୍ଭ ହୋଇଥିବା ଏହି ଦୁଇ ସପ୍ତାହବ୍ୟାପୀ ବିଶିଷ୍ଟ ଅଭିଯାନର ଅଂଶ ଭାବେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବୃକ୍ଷରୋପଣ ଓ ହେନ୍ତାଳବଣର ସଂରକ୍ଷଣ ବିଷୟରେ ସଚେତନତା ବଢ଼ାଇବା ଲାଗି କର୍ମଶାଳାମାନ ଆୟୋଜନ କରାଯାଉଛି। ଏପର୍ଯ୍ୟନ୍ତ ଅନୁଷ୍ଠିତ ହୋଇସାରିଥିବା ଏହି କର୍ମଶାଳାଗୁଡ଼ିକରେ ଜଗତସିଂହପୁର ଓ ବାଲେଶ୍ୱର ଜିଲ୍ଲାର ସ୍କୁଲ ଛାତ୍ରଛାତ୍ରୀ, ଗୋଷ୍ଠୀ ସଦସ୍ୟଙ୍କ ସମେତ ପିଆର୍ଆଇ ସଦସ୍ୟ, ସ୍ଥାନୀୟ ଯୁବ ସ୍ୱେଚ୍ଛାସେବୀ, ଆପଦା ମିତ୍ର, ବାତ୍ୟା ଆଶ୍ରୟ ସ୍ଥଳ ପରିଚାଳନା କମିଟିର ସଦସ୍ୟ ଓ ଏସ୍ଏଚ୍ଜିଗୁଡ଼ିକର ନେତୃବୃନ୍ଦ ଯୋଗ ଦେଇଥିଲେ। ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ୍ର ସାହାଡାବେଦୀ ତଥା ବାଲେଶ୍ୱର ଜିଲ୍ଲା ବାହାନଗା…
ଭୁବନେଶ୍ବର: ବାଲେଶ୍ବର ବାହନଗାର ଟ୍ରେନ ଦୁର୍ଘଟଣାରେ ମୃତାହତଙ୍କ ପ୍ରକୃତ ସଂଖ୍ୟା ବର୍ତ୍ତମାନ ଘୋଷଣା କରାଯାଇଛି। ଏହି ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। ଆଜି ସାମ୍ବାଦିକଙ୍କୁ ଏକ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ,ଏହି ଦୁର୍ଘଟଣାର ମୃତ୍ୟୁ ସଂଖ୍ୟା ୨୮୮ ନୁହେଁ, ୨୭୫। ପୂର୍ବରୁ ଯାହା କୁହାଯାଉଥିଲା ତାହା ଠିକ ନୁହେଁ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ, ପୂର୍ବରୁ କେତେକ ଶବକୁ ଦୁଇଥର ଲେଖାଏଁ ଗଣତି ହୋଇଥିଲା। ପ୍ରଥମେ ଦୁର୍ଘଟଣାସ୍ଥଳରେ ପରେ ଡାକ୍ତରଖାନାରେ ଗଣତି କରାଯାଇଥିଲା। ଯାହାକୁ ନେଇ ରେଳ ବିଭାଗ ମୃତ୍ୟୁ ସଂଖ୍ୟା ୨୮୮ ବୋଲି କହିଥିଲେ। ସେହି ସଂଖ୍ୟାକୁ ରାଜ୍ୟ ସରକାରଙ୍କ ତରଫରୁ ମଧ୍ୟ କୁହାଯାଇଥିଲା। ହେଲେ ପରବର୍ତ୍ତି ସମୟରେ ତଦାରଖ କରିବା ପରେ ଏହି ସଂଖ୍ୟା ଠିକ ନୁହେଁ ବୋଲି ଜଣାପଡିଥିଲା। ପ୍ରକୃତ ସଂଖ୍ୟା ୨୭୫ ବୋଲି ଜିଲ୍ଲାପାଳ ଲିଖିତ ଭାବେ ଅବଗତ କରାଇଛନ୍ତି ବୋଲି ପ୍ରଦୀପ ଜେନା କହିଛନ୍ତି। ବର୍ତ୍ତମାନ…
ସୀତାରାମ ଅଗ୍ରୱାଲ ଚିଲିକା: ଚଳିତ ଜୁନ ୨ ତାରିଖରେ ବାଲେଶ୍ଵର ନିକଟରେ କୋରୋମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଉକ୍ତ ସ୍ଥାନରେ ମେଡିକାଲ ରିଲିଫ ଏବଂ ସହାୟତା ଯୋଗାଇବା ପାଇଁ ଭାରତୀୟ ନୌସେନା ଓଡିଶା ସରକାର ସହ ହାତ ମିଳାଇଛି। ଗତକାଲି ରାତିରେ ଆଇଏନଏସ ଚିଲିକାରୁ ସର୍ଜିକାଲ୍ ସ୍ପେଶାଲିଷ୍ଟ ଏବଂ ମେଡିକାଲ୍ ଆସିଷ୍ଟାଣ୍ଟ, ଆମ୍ବୁଲାନ୍ସ ଓ ସପୋର୍ଟ ସେବା ସମେତ ୪୩ ଜଣ ଅଧିକାରୀଙ୍କ ଏକ ଟିମ୍ ବାଲେଶ୍ୱର ପହଞ୍ଚିଥିବା ବେଳେ ବର୍ତ୍ତମାନ ସେମାନେ ଆହତମାନଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଚିକିତ୍ସା କରିବା ସହ ସେମାନଙ୍କୁ ଆଶୁ ଚିକିତ୍ସା ସହାୟତା ଏବଂ ଓଟି ସୁବିଧା ଯୋଗାଇ ଦେଉଛନ୍ତି। ଗୁରୁତର ନଥିବା ରୋଗୀଙ୍କ ଚିକିତ୍ସା ପାଇଁ ବାଲେଶ୍ଵର ଗଙ୍ଗାଧର କଲ୍ୟାଣ ମଣ୍ଡପରେ ନାଭାଲ ମେଡିକାଲ ରିଲିଫ ଟିମ ଦ୍ୱାରା ଏକ ମେଡିକାଲ କ୍ୟାମ୍ପ ମଧ୍ୟ ସ୍ଥାପନ କରାଯାଇଛି। ଆହତ ନାଗରିକଙ୍କ ଥଇଥାନ ଏବଂ ଉଦ୍ଧାର କାର୍ଯ୍ୟରେ ଉକ୍ତ ନାଭାଲ ଟିମ ଓଡ଼ିଶା…
ଭୁବନେଶ୍ବର: ବାହାନଗା ଟ୍ରେନ୍ ଦୁର୍ଘଟଣା ଯୋଗୁଁ କୋଲକାତାର ସାଧାରଣ ଟ୍ରେନ୍ ସେବା ବ୍ୟାହତକୁ ଦୃଷ୍ଟିରେ ରଖି ଲୋକମାନେ କୋଲକାତାରେ ପହଞ୍ଚିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେଥିପାଇଁ ଯାତ୍ରୀଙ୍କ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ପୁରୀ ଭୁବନେଶ୍ୱରରୁ କୋଲକାତା ପାଇଁ ଆଜିଠାରୁ ମାଗଣା ବସ୍ ସେବା ଘୋଷଣା କରିଛନ୍ତି। ଏଥିପାଇଁ ଯାହା ଖର୍ଚ୍ଚ ପଡିବ ତାହା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସମ୍ପୂର୍ଣ୍ଣ ଭାବେ ଭରଣା କରାଯିବ। ବାଲେଶ୍ବର ମାର୍ଗରେ ସାଧାରଣ ଟ୍ରେନ୍ ସେବାର ପୁନରୁଦ୍ଧାର ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଜାରି ରହିବ ବୋଲ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଦୈନିକ ପ୍ରାୟ ୫୦ ଟି ବସ୍ ଓଡିଶାର ଉପରୋକ୍ତ ତିନୋଟି ସହରରୁ କୋଲକାତାକୁ ଯାତ୍ରୀ ପରିବହନ ସେବା ଯୋଗାଇଥାଏ।
ଭୁବନେଶ୍ବର: ବାଲେଶ୍ବର ବାହାନଗାଠାରେ ହୋଇଥିବା ଭୟାବହ ଦୁର୍ଘଟଣା କିପରି ହେଲା ସେ ନେଇ ସାରା ବିଶ୍ବବାସୀ ଅନାଇ ରହିଛନ୍ତି। କାରଣ ତିନୋଟି ଟ୍ରେନ ମଧ୍ୟରେ ଧକ୍କା ସହିତ ଶହଶହ ଯାତ୍ରୀଙ୍କ ଜୀବନ ହାନି ସାରା ବିଶ୍ବକୁ ସ୍ତବ୍ଧ କରିଦେଇଛି। ଚାରିଆଡେ ଚର୍ଚ୍ଚା ଏପରି ଏକ ବଡ ଦୁର୍ଘଟଣା କିପରି ହେଲା ଏବଂ ଏଥିପାଇଁ ଦାୟୀ କିଏ ? ଏହି ପ୍ରଶ୍ନ ବର୍ତ୍ତମାନ ଚାରିଆଡେ ଘୁରି ବୁଲୁଛି। ଏପରି କ୍ଷେତ୍ରରେ ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବ ରେଳ ଦୁର୍ଘଟଣାର ଏକ ପ୍ରମୁଖ କାରଣ ସଂପର୍କରେ ସମସ୍ତଙ୍କୁ ଅବଗତ କରାଇଛନ୍ତି। ସେ କହିଛନ୍ତି ଯେ, ଇଲୋଟ୍ରୋନିକ ଇଣ୍ଟରଲିକିଂ ର ସମସ୍ୟା ଯୋଗୁଁ ଏହି ଦୁର୍ଘଟଣା ଘଟିଲା। ତେବେ ଏଥିପାଇଁ ଯିଏ ଦାୟୀ ତାଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି। ଏ ନେଇ ଅଧିକ ପଚରାଉଚୁରା କରାଯାଉଛି। ଖୁବ ଶିଘ୍ର ଏ ନେଇ ରିପୋର୍ଟ ଆସିବ ବୋଲି ରେଳମନ୍ତ୍ରୀ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଏ ନେଇ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଆଜି ଫୋନ୍ ଯୋଗେ କଥା ହୋଇଛନ୍ତି। ନବୀନ ପ୍ରଧାନମନ୍ତ୍ରୀଙ୍କୁ ସାମ୍ପ୍ରତିକ ପରିସ୍ଥିତି, ବିଶେଷକରି ରେଳ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କ ଚିକିତ୍ସା ବିଷୟରେ ସୂଚନା ଦେଇଥିଲେ। ଓଡିଶାର ବିଭିନ୍ନ ଡାକ୍ତରଖାନାରେ ଆହତ ଯାତ୍ରୀଙ୍କ ଜୀବନ ରକ୍ଷା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି। ଡାକ୍ତର ଏବଂ ଡାକ୍ତରୀ ଛାତ୍ରମାନେ ଜୀବନ ରକ୍ଷା କରିବାକୁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି। ଡାକ୍ତର, ଛାତ୍ର ଏବଂ ସାଧାରଣ ଲୋକ ଆହତ ବ୍ୟକ୍ତିଙ୍କ ପାଇଁ ରକ୍ତ ଦାନ କରିବାକୁ ଆଗେଇ ଆସୁଛନ୍ତି। ସେ କହିଛନ୍ତି ଯେ ଆମେ ଏକ ନୀତି ଅନୁସରଣ କରୁଛୁ ଯେଉଁଥିରେ ‘ପ୍ରତିଟି ଜୀବନ ମୂଲ୍ୟବାନ ଅଟେ’। ସେହି ଅନୁସାରେ ଉଦ୍ଧାର କାର୍ଯ୍ୟ ଠାରୁ ଆରମ୍ଭ କରି ଆହତମାନଙ୍କୁ ଡାକ୍ତରଖାନାକୁ ନେବା, ଚିକିତ୍ସା ପାଇଁ ବ୍ୟବସ୍ଥା କରିବା ପର୍ଯ୍ୟନ୍ତ ଆମେ ଜୀବନ ରକ୍ଷା କରିବା…
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ବରରେ ହୋଇଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାର ଅନୁକମ୍ଫାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏହି ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ନିକଟ ସଂପର୍କୀୟଙ୍କୁ 5 ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ ପାଇଁ ଘୋଷଣା କରିଛନ୍ତି। ସେହିପରି ଯେଉଁମାନେ ଗୁରୁତର ଆହତ ହୋଇଛନ୍ତି ସେମାନଙ୍କୁ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଏହି ରାଶି ମୁଖ୍ୟମନ୍ତ୍ରୀ ରିଲଫ ପାଣ୍ଠିରୁ ଭରଣା କରାଯିବ। ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ତ ପରିବାର ବର୍ଗକୁ ଶାନ୍ତନା ଦେବା ସହିତ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ପୂର୍ବରୁ ମୁଖ୍ୟମନ୍ତ୍ରୀ ଘଟଣାସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟର ତଦରାଖ କରିଥିଲେ।