Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଉଦ୍‌ଯାପତ ହେଲା ବାଣିଜ୍ୟ ମେଳା, ଶେଷ ଦିନରେ ନିଜ ବ୍ୟବସାୟର କାହାଣୀ କହିଲେ ଉଦ୍ୟୋଗୀ
ଜାତୀୟ ଖବର

ଉଦ୍‌ଯାପତ ହେଲା ବାଣିଜ୍ୟ ମେଳା, ଶେଷ ଦିନରେ ନିଜ ବ୍ୟବସାୟର କାହାଣୀ କହିଲେ ଉଦ୍ୟୋଗୀ

March 9, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଉଦ୍‌ଯାପତ ହେଲା ବାଣିଜ୍ୟ ମେଳା, ଶେଷ ଦିନରେ ନିଜ ବ୍ୟବସାୟର କାହାଣୀ କହିଲେ ଉଦ୍ୟୋଗପତି

ଭୁବନେଶ୍ୱର,  ଭୁବନେଶ୍ୱରସ୍ଥିତ ତିନି ନମ୍ବର ଇଡ଼୍‌କୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ୫ ଦିନିଆ ଏମ୍‌ଏସ୍‌ଏମ୍‌ଇ ବାଣିଜ୍ୟ ମେଳା  ଉଦ୍‌ଯାପିତ ହୋଇଯାଇଛି। ଶେଷଦିନରେ ଶିଳ୍ପପୁଂଜ ଆଭିମୁଖ୍ୟ ନେଇ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର ବିକାଶ ଶୀର୍ଷକ ଆଲୋଚନା ଚକ୍ର ବାଣିଜ୍ୟ ମେଳା ପରିସରରେ ଅବସ୍ଥିତ ସେମନାର ହଲ୍‌ରେ ଅନୁଷ୍ଠିତ ହୋଇଯାଇଛି।

ଶିଳ୍ପ ନିର୍ଦ୍ଦେଶକ ଶ୍ରୀ ରେଘୁ ଜି. ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ ଜଣାଇ ଶିଳ୍ପପୁଂଜ ଗୋଟିଏ ସ୍ଥାନରେ ହେବା ଦ୍ୱାରା ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗର କିପରି ବିକାଶ ହୋଇପାରିବ ସେ ବିଷୟରେ ସୂଚନା ଦେଇଥିଲେ। ବରଗଡ଼ ରାଇସ୍‌ ମିଲ୍‌ କ୍ଲଷ୍ଟରର ଶ୍ରୀ ରୋହିତ ସିଂଘଲ ତାଙ୍କ ଶିଳ୍ପପୁଂଜର ସଫଳ କାହାଣୀ କହିଥିଲେ। ବରଗଡ଼ରେ ଦେଶର ପ୍ରଥମ ଇଥାନଲ୍‌ ମିଲ୍‌ କ୍ଲଷ୍ଟର ୧୪ କୋଟି ଟଙ୍କା ପୁଂଜି ବିନିଯୋଗରେ ପ୍ରତିଷ୍ଠା କରାଯାଉଛି ବୋଲି ସେ ସୂଚନା ଦେଇଥିଲେ।

ପିପିଲି କତା କ୍ଲଷ୍ଟରର ଉଦ୍ୟୋଗୀ ଶ୍ରୀ କାଶୀନାଥ ଜେନା ତାଙ୍କ ଉଦ୍ୟୋଗର ସଫଳ କାହାଣୀ ବର୍ଣ୍ଣନା କରିଥିଲେ। ତାଙ୍କର ଉତ୍ପାଦିତ ଦ୍ରବ୍ୟ ଆମେରିକା, ୟୁରୋପ ଏବଂ ସଂଯୁକ୍ତ ଆରବ ଏମିରେଟ୍ସକୁ ରପ୍ତାନୀ କରାଯାଉଛି । କଦଳୀ ଫାଇବରରୁ ସେ ଜୟଦେବ ନିର୍ବାଚନ ମଣ୍ଡଳୀରେ ୧୫୦ ଜଣ ଶିଳ୍ପୀଙ୍କ ମାଧ୍ୟମରେ ୨୫ଟି କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା କରି ୭୦୦ କଦଳୀ ଚାଷୀଙ୍କ ଆର୍ଥିକ ଅବସ୍ଥାକୁ ସ୍ୱଚ୍ଛଳ କରିପାରିଛନ୍ତି । ଏହି ଶିଳ୍ପରେ ସେ ସମୁଦାୟ ୨.୭୨ କୋଟି ଟଙ୍କାର ପୁଂଜି ବିନିଯୋଗ କରିଛନ୍ତି । କରୋଜନ ପ୍ରୋଟେକ୍ସନ୍‌ ପ୍ରା. ଲିଃର ଏମ୍‌ଡି ଶ୍ରୀ ଜ୍ଞାନରଞ୍ଜନ ମହାନ୍ତି ଓଡ଼ିଶାରେ ଲୁଧିଆନା ଭଳି ଶିଳ୍ପ ପୁଂଜ ପ୍ରତିଷ୍ଠା ନିମନ୍ତେ ଗୁରୁତ୍ୱ ପ୍ରଦାନ କରିଥିଲେ ।

ମିକେମ୍‌ ପ୍ରାଇଭେଟ୍‌ ଲିଃର ନିର୍ଦ୍ଦେଶକ ଶ୍ରୀ ଜେ.କେ. ରଥ ଓଡ଼ିଶାରେ ମିଳୁଥିବା କଞ୍ଚାମାଲକୁ ବ୍ୟବହାର କରି ଶିଳ୍ପ ପ୍ରତିଷ୍ଠା ହେଲେ ତାହା ମୂଲ୍ୟଯୁକ୍ତ ହୋଇପାରନ୍ତା ବୋଲି ମତ ରଖିଥିଲେ । ବି- ୱାନ୍‌ ବିଜିନେସ୍‌ ହାଉସ୍‌, ଭୁବନେଶ୍ୱରର ବାଣିଜ୍ୟ ନିର୍ଦ୍ଦେଶକ ଶ୍ରୀ ରାଜନ ପାଢ଼ୀ ଦେଶର ଏମ୍‌ଏସ୍‌ଏମ୍‌ଇର ରପ୍ତାନୀ ହାର ଶତକଡ଼ା ୪୫ ଏବଂ ଏଥିରେ ୧୨ କୋଟି ଲୋକ ନିଯୁକ୍ତି ପାଇଛନ୍ତି ବୋଲି କହିଥିଲେ।

ଗ୍ରାମାଞ୍ଚଳରେ ଅଧିକରୁ ଅଧିକ ଉଦ୍ୟୋଗ ପ୍ରତିଷ୍ଠା ହେଲେ ଆତ୍ମନିଯୁକ୍ତି ସମ୍ଭବ ହୋଇପାରନ୍ତା ବୋଲି ସେ କହିଥିଲେ । ଓଡ଼ିଶାରୁ ବର୍ଷକୁ ୩୮୦୦ କୋଟି ଟଙ୍କାର ସାମୁଦି୍ରକ ଖାଦ୍ୟ ରପ୍ତାନୀ କରାଯାଉଛି । ଯାହା ଦ୍ୱାରା ନିଯୁକ୍ତି ହାର ବୃଦ୍ଧି ପାଇଛି । ଉତ୍କଳ ଚାମ୍ବର ଅଫ୍‌ କମର୍ସର ଉପସଭାପତି ଶ୍ରୀ ବିନୋଦ ଦାସ ତାଙ୍କ ବକ୍ତବ୍ୟରେ ଓଡ଼ିଶା ଧନୀ କିନ୍ତୁ ଓଡ଼ିଆ ଗରିବ ବୋଲି କହିଥିଲେ, କାରଣ ଆମ୍ଭମାନଙ୍କର ବୁଦ୍ଧି, ଶୃଙ୍ଖଳା ଓ ଆଗ୍ରହର ଅଭାବ ରହିଛି । ଅନ୍ୟକୁ ବେଶୀ ନକହି ନିଜର ବିକାଶ ଚିନ୍ତା କରିବାର ଆବଶ୍ୟକତା ରହିଛି ।

ଏମ୍‌ଏସ୍‌ଏମ୍‌ଇ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ରାଜ୍ୟର ପ୍ରତ୍ୟେକ ଜିଲ୍ଲା ଶିଳ୍ପ କେନ୍ଦ୍ରକୁ ଚଳଚଞ୍ଚଳ କରାଯାଇ ସେଗୁଡ଼ିକର ପରିଚାଳକ ମାନଙ୍କୁ ବୃତ୍ତିସଂପନ୍ନ କରାଯିବ ଏବଂ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଳା ଶିଳ୍ପ ବିକାଶ ସଂସ୍ଥା କାର୍ଯ୍ୟ କରିବ ବୋଲି କହିଥିଲେ ।

ଅପ୍ରେଲ, ୨୦୨୧ରେ ଏମ୍‌ଏସ୍‌ଏମ୍‌ଇ ଗଣନା କାର୍ଯ୍ୟ ଆରମ୍ଭ କରାଯିବ । ଏଥି ପାଇଁ ୧୫ କୋଟି ଟଙ୍କାର ବଜେଟ୍‌ ବ୍ୟବସ୍ଥା କରାଯାଇଛି । ଓଡ଼ିଶା ରାଜ୍ୟକୁ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ପାଇଁ ସମସ୍ତଙ୍କର ସହଯୋଗ ସେ କାମନା କରିଥିଲେ । ବର୍ତ୍ତମାନ ସୁଦ୍ଧା ରାଜ୍ୟର ୪୭ଟି କ୍ଲଷ୍ଟର କାର୍ଯ୍ୟ କରୁଛି, ଯାହାକୁ ୧୫୦କୁ ବୃଦ୍ଧି କରାଯିବ ବୋଲି ସେ କହିଥିଲେ ।

ଏହି ଅବସରରେ ସମସ୍ତ ଅତିଥିଙ୍କୁ ସେ ସମ୍ବର୍ଦ୍ଧିତ କରିଥିଲେ । ଭାରତ ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ଡିଆଇ, କଟକର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ପି.କେ. ଗୁପ୍ତା ଉଦ୍‌ଯାପନୀ ମନ୍ତବ୍ୟରେ ପୁରୀ ପର୍ଯ୍ୟଟନ ଓ ଟ୍ରାଭେଲ୍‌ କ୍ଲଷ୍ଟର ଏବଂ ଭୁବନେଶ୍ୱରରେ ମଟର ଯାନ କ୍ଲଷ୍ଟର ପ୍ରତିଷ୍ଠା କରାଯିବା ପାଇଁ ଆହ୍ୱାନ ଦେଇଥିଲେ । ଆଗ୍ରହୀ ଉଦ୍ୟୋଗୀ ତାଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ ସେ ଅନୁରୋଧ କରିଥିଲେ ।

ଆଲୋଚନା ଚକ୍ରରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷରେ ଇପିଏମ୍‌ ନିର୍ଦ୍ଦେଶକ ଶ୍ରୀ ଶରଣ କୁମାର ଜେନା ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଆଲୋଚନା ଚକ୍ରରେ ବହୁ ବୁଦ୍ଧିଜୀବୀ, ଆଇଟିଆଇ ଛାତ୍ରଛାତ୍ରୀ, ଏସ୍‌ଏଚ୍‌ଜି ଓ ସରକାରୀ କର୍ମକର୍ତ୍ତା ଅଂଶ ଗ୍ରହଣ କରିଥିଲେ ।

ଏମ୍‌ଏସ୍‌ଏମ୍‌ଇ ବାଣିଜ୍ୟ ମେଳା
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026
Latest News

ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଅଟୋ ଆମ୍ବୁଲାନ୍ସ ପ୍ରଦାନ

April 27, 2026

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.