Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଶିଳ୍ପ ଅନୁନ୍ନତ ଜିଲ୍ଲାରେ ଅଧିକ ଏମ୍‌ଏସ୍‌ଏମ୍‌ଇ ଶିଳ୍ପ ପ୍ରତିଷ୍ଠା ଉପରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗୁରୁତ୍ୱ
ବିଶେଷ ଖବର

ଶିଳ୍ପ ଅନୁନ୍ନତ ଜିଲ୍ଲାରେ ଅଧିକ ଏମ୍‌ଏସ୍‌ଏମ୍‌ଇ ଶିଳ୍ପ ପ୍ରତିଷ୍ଠା ଉପରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗୁରୁତ୍ୱ

May 14, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ଶିଳ୍ପ ଅନୁନ୍ନତ ଜିଲ୍ଲାରେ ଅଧିକ ଏମ୍‌ଏସ୍‌ଏମ୍‌ଇ ଶିଳ୍ପ ପ୍ରତିଷ୍ଠା ଉପରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗୁରୁତ୍ୱ

ଭୁବନେଶ୍ୱର: ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ସହ ରାଜ୍ୟର ସାମାଜିକ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ଶିଳ୍ପର ପ୍ରମୁଖ ଭୂମିକା ରହିଛି। ବୃହତ୍‌ଶିଳ୍ପ ପାଇଁ ଜମି ଅଧିଗ୍ରହଣଠାରୁ ଆରମ୍ଭ କରି ଅନେକ ସମସ୍ୟା ଦେଖା ଦେଉଥିବାବେଳେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠା ଅପେକ୍ଷାକୃତ ସହଜ ଓ ସରଳ।

ଏହି ଶିଳ୍ପ ଅନେକ ଯୁବକଯୁବତୀଙ୍କୁ ନିଯୁକ୍ତି ପ୍ରଦାନ ସହ ସେମାନଙ୍କୁ ନିଜ ଅଞ୍ଚଳରେ ଆତ୍ମନିର୍ଭର ହେବାର ବାଟ ଦେଖାଇବ। ତେଣୁ ଶିଳ୍ପ ଅନୁନ୍ନତ ଜିଲ୍ଲାଗୁଡ଼ିକରେ ଅଧିକରୁ ଅଧିକ ଏମ୍‌ଏସ୍‌ଏମ୍‌ଇ ଶିଳ୍ପ ପ୍ରତିଷ୍ଠା କରି ଲୋକଙ୍କୁ ଆତ୍ମନିର୍ଭରଶୀଳ କରାଇବା ଉପରେ ଶିଳ୍ପ, ଶକ୍ତି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଗୃହ (ରାଷ୍ଟ୍ର) ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମତବ୍ୟକ୍ତ କରିଛନ୍ତି।

ବିଭାଗ ପକ୍ଷରୁ ଭର୍ଚୁଆଲ ଯୋଗେ ଅନୁଷ୍ଠିତ ୫-‘ଟି’ ବୈଠକରେ ଯୋଗଦେଇ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର କହିଲେ ଯେ ଏବେ ହୋଇଥିବା ପ୍ରତ୍ୟେକ ଯୋଜନାର ସୁଫଳ ଯେପରି ସାଧାରଣ ଲୋକେ ପାଇପାରିବେ ତାହା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସରକାରଙ୍କ ପ୍ରଧାନ ଆଭିମୁଖ୍ୟ। ତେଣୁ ଲୋକଙ୍କ ଆସ୍ଥାଭାଜନ ହେବା ଭଳି ଯୋଜନା ପ୍ରଣୟନ ସହ ବିଭିନ୍ନ ବିଭାଗ ସହିତ ଯୋଗସୂତ୍ରରେ ରହି ରାଜ୍ୟରେ ଅଧିକ ଏମ୍‌ଏସ୍‌ଏମ୍‌ଇ ଶିଳ୍ପ ପ୍ରତିଷ୍ଠା ପାଇଁ ନୂଆ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ପାଇଁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତି ନେଇ ମନ୍ତ୍ରୀ ବିଭାଗୀୟ ଅଧୀକାରୀଙ୍କୁ ପରାମର୍ଶ ଦେଇଥିଲେ।

ସେହିପରି ‘ମୋ ସରକାର’ ରେ କିପରି ଲୋକଙ୍କୁ ସମସ୍ତ ମୌଳିକ ସୁବିଧା ଯୋଗାଇ ଦିଆଯିବ ସେଥିନେଇ ସମସ୍ତ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟ କରିବା ଆବଶ୍ୟକ ବୋଲି ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ମତବ୍ୟକ୍ତ କରିଥିଲେ । ଏହି ବୈଠକରେ ଏମ୍‌ଏସ୍‌ଏମ୍‌ଇ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ରଞ୍ଜନା ଚୋପ୍ରାଙ୍କ ସମେତ ଅତିରିକ୍ତ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଅଣୁ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମୋ ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତନ ବିଧାୟକଙ୍କ ଜ୍ଵାଇଁ ଗିରଫ

August 7, 2026

ଓଲଟିଲା ଅଟୋ : ୫ ଆହତ

August 7, 2026

ଇଞ୍ଜେକ୍ସନ୍‌ ନେବା ପରେ ଜୀବନ ଗଲା: ମହିଳା ମୃତ୍ୟୁ ଘଟଣାରେ ମେଡିସିନ୍‌ ଷ୍ଟୋର କର୍ମଚାରୀ ଅଟକ

August 7, 2026

ଚୂଡ଼ାନ୍ତ ପର୍ଯ୍ୟାୟରେ ଭୋଟର ତାଲିକାର ସ୍ଵତନ୍ତ୍ର ସଘନ ସଂଶୋଧନ-୨୦୨୬ ପ୍ରକ୍ରିୟା

August 7, 2026
Latest News

ପୂର୍ବତନ ବିଧାୟକଙ୍କ ଜ୍ଵାଇଁ ଗିରଫ

August 7, 2026

ଓଲଟିଲା ଅଟୋ : ୫ ଆହତ

August 7, 2026

ଇଞ୍ଜେକ୍ସନ୍‌ ନେବା ପରେ ଜୀବନ ଗଲା: ମହିଳା ମୃତ୍ୟୁ ଘଟଣାରେ ମେଡିସିନ୍‌ ଷ୍ଟୋର କର୍ମଚାରୀ ଅଟକ

August 7, 2026

ଚୂଡ଼ାନ୍ତ ପର୍ଯ୍ୟାୟରେ ଭୋଟର ତାଲିକାର ସ୍ଵତନ୍ତ୍ର ସଘନ ସଂଶୋଧନ-୨୦୨୬ ପ୍ରକ୍ରିୟା

August 7, 2026

ବ୍ରିକ୍ସ ଶିକ୍ଷା: ଶିକ୍ଷା ବ୍ୟବସ୍ଥା ପାଇଁ ସହଯୋଗ ବୃଦ୍ଧି ଉପରେ ବିସ୍ତୃତ ଆଲୋଚନା

August 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.