Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ରସନ୍ନ ପାଟ୍ଟଶାଣୀ କେଉଁଠାରୁ ଛିଡା ହେବେ, ଚିଲିକା ନା ଖୋର୍ଦ୍ଧା ??
ବିଶେଷ ଖବର

ପ୍ରସନ୍ନ ପାଟ୍ଟଶାଣୀ କେଉଁଠାରୁ ଛିଡା ହେବେ, ଚିଲିକା ନା ଖୋର୍ଦ୍ଧା ??

April 8, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରସନ୍ନ ପାଟ୍ଟଶାଣୀ କେଉଁଠାରୁ ଛିଡା ହେବେ, ଚିଲିକା ନା ଖୋର୍ଦ୍ଧା ??

ଭୁବନେଶ୍ବର: ବର୍ତ୍ତମାନ ଓଡିଶା ରାଜନୀତିରେ ଜଣେ ପୁରୁଖା ନେତା ପ୍ରସନ୍ନ ପାଟ୍ଟଶାଣୀ ଚର୍ଚ୍ଚାରେ ଅଛନ୍ତି। କାରଣ ସେ ଦୁଇଥର ନବୀନ ନିବାସ ଆସି ଦଳିୟ ନେତାଙ୍କ ସହିତ ଆଲୋଚନା କରି ଫେରିଛନ୍ତି। ରବିବାର ଦିନ ନବୀନ ନିବାସ ଆସି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଏବଂ ପ୍ରଣବ ପ୍ରକାଶ ଦାସଙ୍କୁ ସାକ୍ଷାତ କରିଛନ୍ତି।

ଦୁଇ ଥର ଆସି ଦେଖା ହେବା ପରେ ସ୍ବାଭାବିକ ଭାବେ ଶ୍ରୀ ପାଟ୍ଟଶାଣୀ କେଉଁଠାରୁ ଛିଡା ହେବେ ସେ ନେଇ ଆଲୋଚନା ଚାଲିଛି। ତେବେ ରବିବାର ସାକ୍ଷାତରେ ସେ କୁଆଡେ ଖୋର୍ଦ୍ଧା ଆସନରେ ଛିଡା ହେବା ପାଇଁ ଆଗ୍ରହୀ ଅଛନ୍ତି ବୋଲି ଦଳକୁ ଜଣାଇଛନ୍ତି। କାରଣ ସେ ପୂର୍ବରୁ ଏହି ଖୋର୍ଦ୍ଧା ବିଧାନସଭା ଆସନରୁ ଚାରି ଥର ବିଧାୟକ ହୋଇ ନିର୍ବାଚିତ ହୋଇଛନ୍ତି। ସେ 1980 ରୁ 1998 ପର୍ଯ୍ୟନ୍ତ ଲଗାତର ଖୋର୍ଦ୍ଧା ବିଧାୟକ ଥିଲେ। ତେଣୁ ବିଜେଡି ତାଙ୍କୁ ଖୋର୍ଦ୍ଧାରୁ ପୁଣି ଥରେ ଛିଡା କରୁ ବୋଲି ସେ ଆଶା କରିଛନ୍ତି।

କିଛିଦିନ ତଳେ ବିଜେଡି ଯେତେବେଳ ପୁରୀ ଲୋକସଭା ପାଇଁ ସମୀକ୍ଷା କରିଥିଲା ସେତେବେଳେ ଶ୍ରୀ ପାଟ୍ଟଶାଣୀ ନବୀନ ନିବାସରେ ଉପସ୍ଥିତ ଥିଲେ। ସେତେବେଳେ ତାଙ୍କୁ କୁଆଡେ ଚିଲିକାରେ ଛିଡା ହେବା ପାଇଁ ସଙ୍କେତ ଦିଆଯାଇଥିଲା। ତେବେ ଏହି ଖବର ଜଣାପଡିବା ପରେ ଚିଲିକାର ବିଜେଡି କର୍ମି ଏହାକୁ ତୀବ୍ର ବିରୋଧ କରିଥିଲେ। କାରଣ ଶ୍ରୀ ପାଟ୍ଟଶାଣୀଙ୍କ ଚିଲିକା ନିର୍ବାଚନ ମଣ୍ଡଳୀରେ ଜନ୍ମସ୍ଥାନ ହୋଇଥିଲେ ମଧ୍ୟ ତାଙ୍କର ଲୋକସଂପର୍କ ନାହିଁ।

ଚିଲିକାରୁ ପ୍ରବଳ ବିରୋଧ ହେବା ପରେ ଏବେ ଖୋର୍ଦ୍ଧା ବିଧାନସଭା ପାଇଁ ସେ ଆଶାୟୀ ହୋଇପଡିଛନ୍ତି। ବିଜେଡି ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା, ବେଗୁନିଆ ଏବଂ ଚିଲିକା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ନାହିଁ। ସେଥିପାଇଁ ସେ ଚିଲିକାରୁ ନିରାଶ ହେବା ପରେ ଏବେ ଖୋର୍ଦ୍ଧା ଆସନ ଉପରେ ଆଖି ପକାଇଛନ୍ତି। କାରଣ ଖୋର୍ଦ୍ଧା ଆସନ ପାଇଁ ବିଜେଡିର ଏ ପର୍ଯ୍ୟନ୍ତ ଗଣିତ ଛିଣ୍ଡୁ ନାହିଁ। ଏହି କଳି ଭିତରେ ଶ୍ରୀ ପାଟ୍ଟଶାଣୀ ଏହି ଆସନ ମାରି ନେବେ ବୋଲି ଆଶା କରିଛନ୍ତି।

odishaelection2024 ଖୋର୍ଦ୍ଧା ବିଧାନସଭା ଚିଲିକା ପ୍ରସନ୍ନ ପାଟ୍ଟଶାଣୀ
Share. Facebook Twitter LinkedIn Email WhatsApp Copy Link

Related Posts

ସାରା ଦେଶରେ ଯାତ୍ରୀ ଟର୍ମିନାଲର କ୍ଷମତା ବୃଦ୍ଧି ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ରେଳ ମନ୍ତ୍ରୀ

February 26, 2026

ଯୁବ କଂଗ୍ରେସ ରାଷ୍ଟ୍ରୀୟ ସଭାପତିଙ୍କୁ ଗିରଫ ପ୍ରତିବାଦରେ ଓଡିଶା ଯୁବ କଂଗ୍ରେସର ବିକ୍ଷୋଭ

February 26, 2026

ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ହରଦିପ ସିଂ ପୁରୀଙ୍କ କୁଶପୁତଳିକା ଦାହ

February 26, 2026

୫୪ତମ ରାଜ୍ୟ ପୋଲିସ ବନ୍ଧୁକ ଚାଳନା ପ୍ରତିଯୋଗିତା ଉଦଘାଟିତ

February 26, 2026
Latest News

ସାରା ଦେଶରେ ଯାତ୍ରୀ ଟର୍ମିନାଲର କ୍ଷମତା ବୃଦ୍ଧି ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ରେଳ ମନ୍ତ୍ରୀ

February 26, 2026

ଯୁବ କଂଗ୍ରେସ ରାଷ୍ଟ୍ରୀୟ ସଭାପତିଙ୍କୁ ଗିରଫ ପ୍ରତିବାଦରେ ଓଡିଶା ଯୁବ କଂଗ୍ରେସର ବିକ୍ଷୋଭ

February 26, 2026

ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ହରଦିପ ସିଂ ପୁରୀଙ୍କ କୁଶପୁତଳିକା ଦାହ

February 26, 2026

୫୪ତମ ରାଜ୍ୟ ପୋଲିସ ବନ୍ଧୁକ ଚାଳନା ପ୍ରତିଯୋଗିତା ଉଦଘାଟିତ

February 26, 2026

ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ଶୀଘ୍ର ଆରମ୍ଭ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ତରଫରୁ ନିଷ୍ପତ୍ତି

February 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.