Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ଓଡ଼ିଶାର ଗୋଲ୍ଡେନ୍ ଜିମ୍ନାଷ୍ଟ ପ୍ରଣତି ନାୟକଙ୍କୁ ୨୩ ଲକ୍ଷ ଟଙ୍କାର ପୁରସ୍କାର ସହ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ
ଖେଳ

ଓଡ଼ିଶାର ଗୋଲ୍ଡେନ୍ ଜିମ୍ନାଷ୍ଟ ପ୍ରଣତି ନାୟକଙ୍କୁ ୨୩ ଲକ୍ଷ ଟଙ୍କାର ପୁରସ୍କାର ସହ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ

October 29, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଗୋଆରେ ଚାଲିଥିବା ୩୭ତମ ଜାତୀୟ କ୍ରୀଡ଼ାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଜିମ୍ନାଷ୍ଟିକ୍ସର ଉଜ୍ଜ୍ୱଳ ତାରକା ପ୍ରଣତି ନାୟକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି।

କ୍ରୀଡ଼ାରେ ତାଙ୍କର ଦକ୍ଷତାକୁ ସ୍ୱୀକୃତି ଜଣାଇ ମୁଖ୍ୟମନ୍ତ୍ରୀ ତାଙ୍କୁ ୨୩ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ମୁଖ୍ୟ ପ୍ରଶିକ୍ଷକ ଅଶୋକ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ।

ଏହି ପ୍ରତିଭାସମ୍ପନ୍ନ ଖେଳାଳୀ ଜିମ୍ନାଷ୍ଟିକ୍ ଦୁନିଆରେ ନିଜର ଅସାଧାରଣ ନିଷ୍ଠା ଏବଂ ପ୍ରତିଭା ପ୍ରଦର୍ଶନ କରି ମୋଟ ୪ଟି ସ୍ୱର୍ଣ୍ଣ ଓ ୧ଟି ରୌପ୍ୟ ପଦକ ହାସଲ କରିଛନ୍ତି।

ମହିଳା ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସରେ ପ୍ରଣତି ନାୟକ ଅଲରାଉଣ୍ଡ ଇଭେଣ୍ଟରେ ସମ୍ମାନଜନକ ସ୍ୱର୍ଣ୍ଣ ପଦକ ସହ ଅଭିଯାନ ଆରମ୍ଭ କରିଥିଲେ ଏବଂ ଏହା ପରେ ଭଲ୍ଟ ଇଭେଣ୍ଟ, ବାଲାନ୍ସିଂ ବିମ୍ସ ଇଭେଣ୍ଟ ଏବଂ ଅନଇଭେନ ବାର୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ଫ୍ଲୋର୍ ଅଭ୍ୟାସରେ ସେ ସ୍ୱର୍ଣ୍ଣ ପଦକ ରୁ ବଞ୍ଚିତ ହୋଇଥିଲେ ମଧ୍ୟ ରୌପ୍ୟ ପଦକ ସହ ହାସଲ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଣତିଙ୍କ ସଫଳତା ପାଇଁ ଆନନ୍ଦ ପ୍ରକାଶ କରିବା ସହ କହିଛନ୍ତି ଯେ ଓଡିଶାରେ କ୍ରୀଡା ପ୍ରତିଭା ସୃଷ୍ଟି ଉଦ୍ୟମ ର ବଳିଷ୍ଠ ପ୍ରମାଣ ହେଉଛି ପ୍ରଣତି ନାୟକଙ୍କ ସଫଳତା। ଜାତୀୟ କ୍ରୀଡ଼ାରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ସେ ଓଡ଼ିଶାକୁ ଗର୍ବିତ କରିଛନ୍ତି। ତାଙ୍କ ଉଲ୍ଲେଖନୀୟ ସଫଳତା ପାଇଁ ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ତାଙ୍କ ଭବିଷ୍ୟତ ଲକ୍ଷ୍ୟ ହାସଲ ପାଇଁ ଶୁଭେଚ୍ଛା ଜଣାଉଛି। ପ୍ରଣତି ଯୁବ ଆଥଲେଟମାନଙ୍କ ପାଇଁ ଏକ ପ୍ରକୃତ ପ୍ରେରଣା, ଏବଂ ମୋର ବିଶ୍ୱାସ ଯେ ସେ ଆମ ରାଜ୍ୟ ଓ ଦେଶ ପାଇଁ ସମ୍ମାନ ବୃଦ୍ଧି ପାଇଁ ଉଦ୍ୟମ ଜାରି ରଖିବେ।

ଓଡ଼ିଶା ଜିମ୍ନାଷ୍ଟିକ୍ସ ଦଳର ପ୍ରଦର୍ଶନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାରୁ ସେ ପ୍ରଶିକ୍ଷକ ଅଶୋକ ମିଶ୍ରଙ୍କ ଉଚ୍ଚ ପ୍ରଶଂସା କରିଥିଲେ।

ଭବିଷ୍ୟତରେ ପ୍ରଣତିଙ୍କୁ ଯେପରି ଅଧିକ ସଫଳତା ମିଳିପାରିବ ସେଥିପାଇଁ ତାଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

ଏହି ଅବସରରେ ଅଧ୍ୟକ୍ଷ, ୫-ଟି ତଥା ନବୀନ ଓଡ଼ିଶା ଭି କେ ପାଣ୍ଡିଆନ ଉପସ୍ଥିତ ରହି ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏଭଳି ପ୍ରଶିକ୍ଷକ ଓ କ୍ରୀଡ଼ାବିତ୍ ଙ୍କ ସମର୍ପଣ ଓଡ଼ିଶାର କ୍ରୀଡ଼ାର ପରିବର୍ତ୍ତନ ଦିଗରେ ପ୍ରେରଣା ବୋଲି ସେ କହିଛନ୍ତି।

କଳିଙ୍ଗ ଷ୍ଟାଡିୟମରେ ଥିବା ଜିମ୍ନାଷ୍ଟିକ୍ସ ଏଏମ୍ଏନ୍ଏସ୍/ଇଣ୍ଡିଆ ହାଇ ପରଫର୍ମାନ୍ସ ସେଣ୍ଟରର ଆଥଲେଟ୍ ପ୍ରଣତି ନାୟକ ତାଙ୍କ ମୁଖ୍ୟ ପ୍ରଶିକ୍ଷକ ଅଶୋକ ମିଶ୍ରଙ୍କ ଦକ୍ଷ ତତ୍ତ୍ୱାବଧାନରେ ଅଛନ୍ତି। ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ତାଙ୍କର ନିରନ୍ତର ପ୍ରୟାସ ଏବଂ ଏ ଦିଗରେ ତାଙ୍କ ପ୍ରଶିକ୍ଷକଙ୍କ ମାର୍ଗଦର୍ଶନ ତାଙ୍କ ସଫଳତାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି।

ପ୍ରଣତି ନାୟକ ଓ ପ୍ରଶିକ୍ଷକ ଅଶୋକ ମିଶ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗଭୀର କୃତଜ୍ଞତା ଜଣାଇବା ସହ ତୃଣମୂଳସ୍ତରରୁ ଏଲିଟ୍(ସର୍ବୋଚ୍ଚ) ସ୍ତର ପର୍ଯ୍ୟନ୍ତ ଜିମ୍ନାଷ୍ଟିକ୍ସକୁ ସମର୍ଥନ ଓ ପ୍ରୋତ୍ସାହିତ କରିଥିବାରୁ ଓଡ଼ିଶାକୁ ଧନ୍ୟବାଦ ଜଣାଇଛନ୍ତି ।

ଗୋଆ ଜାତୀୟ କ୍ରୀଡା ନବୀନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

୧୫ ଅଗଷ୍ଟ ପୂର୍ବରୁ ଦିଲ୍ଲୀରେ ବିମାନବନ୍ଦର ସମେତ ୫ ଟି ସ୍ଥାନରେ ବୋମା ଧମକ: ତଦନ୍ତ ଜାରି

August 14, 2026

ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି: ବୀର ସାବରକର ମାମଲା ଖାରଜ

August 14, 2026

୨୦ ଟିଏମସି ବିଦ୍ରୋହୀଙ୍କ ପାଇଁ ବଢିବ ଚିନ୍ତା!: ମମତା ବାନାର୍ଜୀ ନେଲେ ବଡ଼ ନିଷ୍ପତ୍ତି

August 14, 2026

ଶ୍ରୀଲଙ୍କା ସିରିଜ୍ ଶେଷ ସୁଯୋଗ!: ଭାରତୀୟ ଖେଳାଳିଙ୍କୁ ଚେତାବନୀ ଦେଲେ ଗୌତମ ଗମ୍ଭୀର

August 14, 2026
Latest News

୧୫ ଅଗଷ୍ଟ ପୂର୍ବରୁ ଦିଲ୍ଲୀରେ ବିମାନବନ୍ଦର ସମେତ ୫ ଟି ସ୍ଥାନରେ ବୋମା ଧମକ: ତଦନ୍ତ ଜାରି

August 14, 2026

ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି: ବୀର ସାବରକର ମାମଲା ଖାରଜ

August 14, 2026

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଏମ୍ସରେ ଭର୍ତ୍ତି: ଆଞ୍ଜିଓଗ୍ରାଫି ପରେ ହସ୍ପିଟାଲ ଜାରି କଲା ସ୍ୱାସ୍ଥ୍ୟ ସୂଚନା

August 14, 2026

୨୦ ଟିଏମସି ବିଦ୍ରୋହୀଙ୍କ ପାଇଁ ବଢିବ ଚିନ୍ତା!: ମମତା ବାନାର୍ଜୀ ନେଲେ ବଡ଼ ନିଷ୍ପତ୍ତି

August 14, 2026

ପାକିସ୍ତାନରେ HIV ଆତଙ୍କ!: କରାଚୀ ହସ୍ପିଟାଲରେ ୬ ଶିଶୁଙ୍କ ମୃତ୍ୟୁ, ୯୪ ପଜିଟିଭ୍

August 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.