Categories
ଆଜିର ଖବର ଜାତୀୟ ଖବର

କଂଗ୍ରେସ ପକ୍ଷରୁ କୃଷି ଆଇନ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ: ଗିରଫ ହେଲେ ଅନେକ ବରିଷ୍ଠ ନେତା

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଆଜି କଂଗ୍ରେସ ଦେଶବ୍ୟାପୀ ଆନ୍ଦୋଳନ କରୁଛି। କଂଗ୍ରେସ ପକ୍ଷରୁ ଆଜି କୃଷକ ଅଧିକାର ଦିବସ ମଧ୍ୟ ପାଳନ କରାଯାଉଛି।

ଏହି ପ୍ରରିପ୍ରେକ୍ଷୀରେ କଂଗ୍ରେସ ସଡକ ଠାରୁ ସାମାଜିକ ଗଣମାଧ୍ୟମ ପର୍ଯ୍ୟନ୍ତ ସବୁଠାରେ ବିରୋଧ କରିବା ଆରମ୍ଭ କରିଦେଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ନେତୃତ୍ବରେ ଆଜି ଦିଲ୍ଲୀ ରାଜଭବନ ଘେରାଉ କରିଛି।

ଏହି ବିରୋଧ ଲାଗି କଂଗ୍ରେସ ପ୍ରଦେଶ ସଭାପତି ଅଜୟ କୁମାର ଲଲ୍ଲୁ, ଏମଏଲସି ଦୀପକ ସିଂହ, ଦିଲପ୍ରୀତ ସିଂହ ପ୍ରମୁଖ ବହୁ ନେତାଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଯୁବତୀଙ୍କୁ ହତ୍ୟା ଘଟଣା: ୨ ଗିରଫ, ବ୍ୟବହୃତ କାର୍ ଜବତ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଜଣେ ଅଚିହ୍ନା ଯୁବତୀର ଶବ ଚିହ୍ନଟ ଏବଂ ତାହାର ହତ୍ୟାକାରୀକୁ ଧରିବା ପାଇଁ ଜଗନ୍ନାଥପ୍ରସାଦ ପୋଲିସ୍ ବହୁ କଷ୍ଟ ସ୍ୱୀକାର କରି ଶେଷରେ ସଫଳତା ପାଇଛି। ଏନେଇ ଗଂଜାମ ଏସ୍‌ପି ଏକ ସାମ୍ବାଦିକ ସମ୍ମିଳନୀରେ ଯୁବତୀଙ୍କୁ ଭୁବନେଶ୍ୱରରେ ହତ୍ୟାକରି ଜଗନ୍ନାଥପ୍ରସାଦ ଥାନା ଅଂଚଳରେ ଶବକୁ ଫିଙ୍ଗିବା ଘଟଣା ବିଷୟରେ ସୂଚନା ଦେଇଥିଲେ। ହତ୍ୟା ଘଟଣାରେ ପୋଲିସ୍ ନୟାଗଡ଼ ଜିଲ୍ଲା ଫତେଗଡ଼, ପଥରପୁଂଜି ଗ୍ରାମର ମାନେଶ ରଂଜନ ପାଇଲ୍‌କ୍ରେ (୩୫) ଏବଂ ସରୋଜିନି ସାହୁ ଓରଫ୍ ଜିନା (୩୧)କୁ ଗିରଫ କରିଛି। ଏହାସହ ହତ୍ୟାରେ ବ୍ୟବହୃତ ଗୋଟିଏ ସିଭଲେଟ୍ କାର ଏବଂ ଛଅଟି ମୋବାଇଲ୍ ଫୋନ୍‌କୁ ଜବତ କରିଛି।

ଘଟଣାରୁ ପ୍ରକାଶ ଯେ ଗତ ୨.୧୨.୨୦୨୦ ତାରିଖରେ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଭୁଷଣ୍ଡାପଲ୍ଲି ଗ୍ରାମର ଏକ ଧାନବିଲ୍‌ରେ ଜଣେ ଅଚିହ୍ନା ଯୁବତୀ ଶବ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏନେଇ ଜଗନ୍ନାଥପ୍ରସାଦ ପୋଲିସ୍ ଥାନା କେସ ନଂ ୨୮୪/୨୦୨୦, ୟୁ/ଏସ୍ ୩୦୨/୨୦୧ ଆଇପିସିରେ ମାମଲା ରୁଜୁ କରି ଅନୁସନ୍ଧାନ ଆରମ୍ଭ କରିଥିଲା। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଏବଂ ଡ଼ଗସ୍କ୍ୱାର୍ଡ଼ ଦ୍ୱାରା ତଦନ୍ତ ଆରମ୍ଭ ହୋଇ ଶବକୁ ଭଂଜନଗର ସବ୍‌ଡ଼ିଭିଜନାଲ୍ ହସ୍‌ପିଟାଲ୍‌ରେ ରଖାଗଲା। କିନ୍ତୁ ୭୨ ଘଣ୍ଟା ପରେ ଶବ ଚିହ୍ନଟ ନ ହେବାରୁ ନିୟମ ମୁତାବକ ଯୁବତୀର ଦାହ ସଂସ୍କାର କରାଯାଇଥିଲା।

ଏହି ହତ୍ୟାଘଟଣାର ପର୍ଦ୍ଦାଫାସ କରିବା ପାଇଁ ଗଂଜାମ ଏସ୍‌ପିଙ୍କ ନିର୍ଦ୍ଦେଶରେ ତଥା ଭଂଜନଗର ଏସ୍‌ଡ଼ିପିଓଙ୍କ ତତ୍ତ୍ୱାବଧାନରେ ବଛାବଛା ଅଫସିରଙ୍କୁ ନେଇ ୫ଟି ଟିମ୍ ଗଠିତ ହୋଇଥିଲା। ଟିମ୍‌ଗୁଡ଼ିକ ଭୁବେନଶ୍ୱର, ନୟାଗଡ଼, ଖୋର୍ଦ୍ଧା, କନ୍ଧମାଳ ପ୍ରଭୃତି ଅଂଚଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲା। କେବଳ ଯୁବତୀଟି ଭୁବନେଶ୍ୱର ହୋଇଥିବା ଛଡ଼ା ଅନ୍ୟ କୌଣସି ସୁଫଳ ମିଳିନଥିଲା।

ଏହାପରେ ତଦନ୍ତର ଦିଗ କେବଳ ଭୁବେଶ୍ୱରରେ କେନ୍ଦ୍ରିଭୂତ ହୋଇଥିଲା। ଯୁବତୀର ଫଟୋଟିକୁ ବିଭିନ୍ନ ସାମାଜିକ ଗଣମାଧ୍ୟମ, ପୋଲିସ ଅଫିସର ଗ୍ରୁପ, ନିରୁଦ୍ଦିଷ୍ଟ ମାମଲା ଆଦି ନେଇ ବିଭିନ୍ନ ଥାନାରେ ଖୋଜା ଯାଇଥିଲା। ଶେଷରେ ଜଗନ୍ନାଥପ୍ରସାଦ ପୋଲିସ୍‌କୁ ଏକ ସୁରାକ ମିଳିବାରୁ ଆଇଆଇସି ଦିଲିପ ସ୍ୱାଇଁ ଭୁବନେଶ୍ୱରେ ଡ଼େରା ପକାଇ ଉକ୍ତ ସୋର୍ସକୁ ତଦନ୍ତ କରିଥିଲେ।

ଏହାପରେ ଝିଅଟିର ବାପାଙ୍କୁ ଠାବ କରି ଡ଼ିଏନ୍‌ଏ ଟେଷ୍ଟ କରିବା ପରେ ଶବଟିକୁ ପରିଚୟ ମିଳିଥିଲା। ପରେ ଯୁବତୀଟି କାମ କରୁଥିବା ସ୍ଥାନଗୁଡ଼ିକରେ ପଚରାଉଚରା ଆରମ୍ଭ କରିଥିଲା ପୋଲିସ୍। ପରେ କିଛି ଅଭିଯୁକ୍ତକୁ ପଚରାଉଚରା ପରେ ଉପରୋକ୍ତ ଦୁଇଜଣ ଏହି ଘଟଣା ଘଟାଇଥିବା ମାନିଥିଲେ।

ଦୁଇ ଅଭିଯୁକ୍ତ ଯୁବତୀଙ୍କୁ ଭୁବନେଶ୍ୱରରେ ତାଙ୍କ ଘରେ ହତ୍ୟା କରିବା ପରେ ଓଲା କାର୍ (ଓଡ଼ି ୩୩ ଏମ୍ ୩୦୧୪)ରେ ଭୁଷଣ୍ଡାପଲା ଗ୍ରାମକୁ ଆଣି ଫିଙ୍ଗି ଦେଇଥିଲେ। ପୋଲିସ୍ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ହତ୍ୟା ହୋଇଥିବା ସ୍ଥାନକୁ ସିଲ୍ କରି ଅଧିକ ଅନୁସନ୍ଧାନ ଜାରି ରଖିଥିବା ଗଂଜାମ ଏସ୍‌ପି ବ୍ରିଜେଶ ରାୟ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚାନ୍ଦପୁର ବେଆଇନ ପଥର ଖଣି ଉପରେ ଚଢାଉ: ୫ ମାଫିଆ ଗିରଫ

ଚାନ୍ଦପୁର: ନୟାଗଡ ଜିଲ୍ଲା ଚାନ୍ଦପୁର ଅଞ୍ଚଳରେ ମାଙ୍କଡା ପଥର ଖଣି ମାଫିଆଙ୍କ ବେଳକୁ ବେଳ ଦୌରାତ୍ମ୍ୟ ବଢି ଚାଲିଛି। ସ୍ଥାନୀୟ ପ୍ରଶାସନକୁ ଖାତିର ନ କରି ସେମାନେ ବେଆଇନ ଭାବେ ମାଙ୍କଡା ପଥରକୁ ଚୋରି ଛୁପି ବିକ୍ରି କରି ଚାଲୁଛନ୍ତି। ଏହି ଖଣି ମାଫିଆଙ୍କ ଚୋରା କାରବାରକୁ ରୋକିବା ପାଇଁ ଚାନ୍ଦପୁର ପୋଲିସ ଚେଷ୍ଟା କରୁଛି।

ଆଜି ମୟୁରଝାଲିଆ ପଂଚାୟତ ବୋରବର ଝର ଗ୍ରାମ ନିକଟ ବେଆଇନ ପଥର ଖଣି ଉପରେ ଚାନ୍ଦପୁର ପୋଲିସ ଚଢାଉ କରିଛି। ହେଲେ ପୋଲିସଙ୍କ ଏହି ଚଢାଉ ଵେଳେ ଖଣି ମାଫିଆମାନେ ସଙ୍ଘବଦ୍ଧ ଆକ୍ରମଣ କରିଥିଲେ। କିନ୍ତୁ ସେଥିରେ ସେମାନେ ସଫଳ ହୋଇପାରିନଥିଲେ। ଏଥିରେ ପୋଲିସ ୫ ଜଣ ଖଣି ମାଫିଆଙ୍କୁ ଗିରଫ କରିବା ସହ ଗୋଟିଏ ଟ୍ରାକ୍ଟର ଏବଂ ୨ଟି  ବାଇକ୍ ଜବତ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ବିପୁଳ ନକଲି ମଦ ଜବତ: ୧ ଗିରଫ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁର ସହର ବର୍ତ୍ତମାନ ନକଲି ଗଂଜେଇ, ନକଲି ମଦ ଏବଂ ବିଭିନ୍ନ ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଥିବାବେଳେ କିଛି ଦିନ ତଳେ ବିପୁଳ ପରିମାଣରେ ନକଲି ଲୁବ୍ରିକାଣ୍ଟ କାରଖାନା ଠାବ ହୋଇଥିବା ବ୍ରହ୍ମପୁର ବାସୀଙ୍କୁ ଚକିତ କରିଥିଲା। ଏହିଭଳି ସମୟରେ ଆଜି ଲାଞ୍ଜିପଲ୍ଲି ଅଂଚଳରୁ ବିପୁଳ ପରିମାଣରେ ନକଲି ମଦ ଜବତ ହୋଇଥିବା ଜଣାପଡ଼ିଛି।

ଘଟଣାରୁ ପ୍ରକାଶ ଯେ, ବୈଦ୍ୟନାଥପୁର ଥାନା ଅଂଚଳର ଲାଞ୍ଜିପଲ୍ଲି ବ୍ରାହ୍ମଣ ସାହିରେ ଏକ ଘରେ ନକଲି ମଦ ପ୍ରସ୍ତୁତ ହେଉଥିବା ନେଇ ପୋଲିସ୍ କୌଣସି ସୂତ୍ରରୁ ଖବର ପାଇଥିଲା। ଫଳରେ ଉକ୍ତ ସାହିରେ ଚଢ଼ାଉ ବେଳେ ବିପୁଳ ପରିମାଣରେ ନକଲି ମଦ ସହ, ନକଲି ମଦ ପାଇଁ ବୋତଲ, ହୋମିଓପାଥିକ ଔଷଧ, ରଙ୍ଗ ଓ କ୍ୟାମିକେଲ ଆଦି ପଡ଼ିଥିବା ଦେଖିବାକୁ ପାଇଥିଲା।

ପଚରାଉଚରା ପରେ ଘରେ ଥିବା ରାମଚନ୍ଦ୍ର ସାହୁ ନାମକ ବ୍ୟକ୍ତିଙ୍କୁ ପୋଲିସ୍ ଗିରଫ କରିଥିବାବେଳେ ସମୁଦାୟ ୧୨ ପେଟି ମଦ ଜବତ ହୋଇଛି। ଏହି ନକଲି ମଦ କାରଖାନାରେ ହୋମିଓପାଥିକ ମେଡ଼ିସିନ୍ ଦ୍ୱାରା ମଦ ପ୍ରସ୍ତୁତ କରାଯାଇ ସହରର ବିଭିନ୍ନ ଅଂଚଳ ସହ ଜିଲ୍ଲା ବାହାରକୁ ଚାଲାଣ ହେଉଥିଲା। ତେବେ ପୋଲିସ୍ ରାମଚନ୍ଦ୍ରକୁ ପଚରାଉଚରା ଚାଲିଥିବାବେଳେ ଏହି କାରବାରରେ କିଏ କିଏ ସାମିଲ ଅଛନ୍ତି ତାହା ଜଣାପଡ଼ିଛି। ଯେଉଁ ଘରେ ବି ପ୍ରସ୍ତୁତ କରାଯାଉଥିଲା ତାହା ଭଡ଼ା ଅଣାଯାଇଛି କିମ୍ବା ରାମଚନ୍ଦ୍ରଙ୍କ ସଂପର୍କିୟଙ୍କ ତାହା ପୋଲିସ୍ ଖୋଳତାଡ଼ କରୁଥିବା ଜଣାପଡ଼ିଛି।

ବହୁଦିନରୁ ଏଭଳି ନକଲି ମଦ କାରବାର ନେଇ ଆଶଙ୍କା କରାଯାଉଥିଲାବେଳେ ପୋଲିସ୍ ବହୁ ବିଳମ୍ବରେ ଏହାକୁ ଚଢ଼ାଉ କରିଛି। ଲାଞ୍ଜିପଲ୍ଲି ଅଂଚଳଟି ବର୍ତ୍ତମାନ ନକଲି ମଦ ପ୍ରସ୍ତୁତରେ ଏକନମ୍ବରରେ ପରିଣତ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ବଟି ଆଦାୟ ବେଳେ ଧରାପଡ଼ିଲା ନକଲି ପୋଲିସ୍‌

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଜଣେ ନକଲି ହୋମ୍‌ଗାର୍ଡ଼କୁ ବଟି ଆଦାୟ ସମୟରେ ବୈଦ୍ୟନାଥପୁର ପୋଲିସ୍ ଗିରଫ କରିଥିବା ଜଣାପଡ଼ିଛି। ଗିରଫ ନକଲି ପୋଲିସ୍ ଜଣକ ହେଲେ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ କୁମାରୀ ଗାଁ ଅଂଚଳର ବନମାଳୀ ନାୟକ।

ଘଟଣାରୁ ପ୍ରକାଶ ଯେ, ବ୍ରହ୍ମପୁର ଷ୍ଟେଟବ୍ୟାଙ୍କ ଛକ ନିକଟ ବାବାଜୀ ତୋଟାସାହି ଛକଠାରେ ଜଣେ ବ୍ୟକ୍ତି ହୋମ୍‌ଗାର୍ଡ଼ ଡ଼୍ରେସ ପରିଧାନ ନିଜ ନେମ୍‌ପ୍ଲେଟ୍‌ରେ ଅରୁଣ ନାୟକ (କନେଷ୍ଟବଲ) ନାମ ଲେଖାଇ ଏହି ଅଂଚଳର କିଛି ଦୋକାନୀଙ୍କୁ ଜୋର୍‌ଜବରଦସ୍ତ ଟଙ୍କା ଆଦାୟ କରୁଥିଲା। କିନ୍ତୁ ସେତ ନକଲି। ଯେତେହେଲେ ବି ନିଜର ପ୍ରକୃତିଗତ କାରଣରୁ କିଛି ବ୍ୟବସାୟୀ ତାକୁ ସଂଦେହ କରିଥିଲେ ଏବଂ ସଂଗେ ସଂଗେ ବୈଦ୍ୟନାଥପୁର ଥାନାକୁ ଏହି ବିଷୟ ଜଣାଇଥିଲେ।

ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ନକଲି ପୋଲିସ୍‌କୁ ଥାନାକୁ ଆଣିଥିଲା। ଏନେଇ ବୈଦ୍ୟନାଥପୁର ଥାନାରେ ୬/୨୧ରେ ଏକ ମାମଲା ରୁଜୁ ହୋଇ ବନମାଳୀ ନାୟକକୁ ଗିରଫ କରାଯାଇଥିବା ଥାନାଧିକାରୀ ଶାରଦା ପ୍ରସନ୍ନ ଦାସ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ରେଢାଖୋଲରେ ବାଇକରୁ ୧୩ କେଜି ଗଞ୍ଜେଇ ଜବତ ସହ ଜଣେ ଗିରଫ

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ସଂଧ୍ୟା ୭ଟାରେ ରେଢାଖୋଲ ପୋଲିସ୍ ବଡବାହାଳ ଛକଠାରୁ ବୌଦ୍ଧରୁ ଆସୁଥିବା ଏକ ବାଇକରୁ ୧୩ କେଜି ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରିବାରେ ସକ୍ଷମ ହୋଇଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ଆଜି ସଂଧ୍ୟାରେ ରେଢାଖୋଲ ପୋଲିସ୍ ପେଟ୍ରୋଲିଙ୍ଗ କରୁଥିବା ସମୟରେ ବୌଦ୍ଧ ପଟୁ ଆସୁଥିବା ଏକ ମୋଟର ସାଇକେଲରୁ ୨ ଟି ଏୟାର ବ୍ୟାଗ୍ ରୁ ୧୩ କେଜି ଗଞ୍ଜେଇ ଜବତ କରିଥିଲା। ମୋଟର ସାଇକେଲରେ ଗଞ୍ଜେଇ ଚାଲାଣ କରୁଥିବା ଚୋରାବେପାରୀର ହେଲା ବିହାରର ସୋନୁ କୁମାର ବୋଲି ଜଣା ପଡିଛି।

ରେଢାଖୋଲ ଥାନା କେସ୍ ନଂ ୨୨୯/୨୦୨୦(ବି)(ଆଇଆଇ)(ବି)ଏନ୍‌ଡିପିଏସ୍ ଆକ୍ଟ ରେ ବିହାରର ସୋନୁ କୁମାରକୁ ପୋଲିସ୍ ଗିରଫ କରିଛି। ଆସନ୍ତାକାଲି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବା ସହ ଗଣ ମାଧ୍ୟମକୁ ସମସ୍ତ ତଥ୍ୟ ପ୍ରଦାନ କରାଯିବ ବୋଲି ରେଢାଖୋଲ ଥାନାଧିକାରୀ ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୁଣି ଜଣେ କ୍ରିକେଟ୍ ବୁକିଂ ଗିରଫ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କିଛି ମାସ ମଧ୍ୟରେ ପୋଲିସ୍ ବ୍ରହ୍ମପୁର ତଥା ଦକ୍ଷିଣ ଓଡ଼ିଶାରେ ଆଇପିଏଲ୍ ବୁକିଂମାନଙ୍କୁ ୠିରଫ କରିବାରେ ଲାଗି ପଡ଼ିଛନ୍ତି। ଏହିକ୍ରମରେ ଗୋଷାଣିନୂଆଗାଁ ପୋଲିସ୍ ପକ୍ଷରୁ ଆଉ ଜଣେ ବୁକିକୁ ଗିରଫ କରି କୋର୍ଟଚାଲଣ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଲୋଚାପଡ଼ା ଅଂଚଳର ସଂଜୀବ ବେହେରା (୨୭)।

ପୂର୍ବରୁ ଗତ ୩୦ ତାରିଖରେ ଆଇପିଏଲ୍ ବ୍ୟାଟିଂର ବେତାଜ ବାଦାଶାହା ବୁକି ଲାଲି ଏବଂ ତା’ର ସହଯୋଗୀକୁ ପୋଲିସ୍ ଗିରଫ କରି ଲକ୍ଷ ଲକ୍ଷ ଟଙ୍କା ଜବତ କରିଥିଲା। ଇତି ମଧ୍ୟରେ ସେମାନେ ଜାମିନରେ ଆସିଛନ୍ତି। ଏହାସହ କିିଛିଦିନ ତଳେ ଆଉ ଜଣେ ବୁକିକୁ ଭୁବନେଶ୍ୱର ଏୟାରପୋର୍ଟ ଏବଂ ବ୍ରହ୍ମପୁରରୁ ଗିରଫ କରିବାରେ ସକ୍ଷମ ହୋଇଥିଲା।

ଧିରେ ଧିରେ କ୍ରିକେଟ ବ୍ୟାଟିଂରେ ସାମିଲ ଥିବା ଲୋକଙ୍କ ମୁଳଦୁଆ ଉପୁଡ଼ିବା ଆରମ୍ଭ ହେଲାଣି। ଗିରଫ ଭୟରେ କିଛି ବୁକିଂ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଥିବା ଶୁଣିବାକୁ ମିଳିଛି। ସଂଜୀବ ବୁକି ଲାଲି ଆଚାରୀଙ୍କ ଲିଙ୍କରେ ଥିବା ଜଣାପଡ଼ିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନକଲି ଲୁବ୍ରିକାଣ୍ଟ କାରଖାନା ଠାବ: ୧ ଗିରଫ, ବିପୁଳ ନକଲି ସାମଗ୍ରୀ ଜବତ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବର୍ତ୍ତମାନ କଟକ ଅଂଚଳର ରାଜ୍ୟର ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଥିବାବେଳେ ଗଂଜାମ ଜିଲ୍ଲା ମଧ୍ୟ ଏହାର ପଛରେ ରହିଛି। ନକଲି ଗୁଟ୍‌ଖା, ନକଲି ମଦ, ନକଲି ମସଲା, ନକଲି ଘିଅ ଇତ୍ୟାଦି କେଉଁଠି ନା କେଉଁଠି ଲୁଚାଛପା ତିଆରି ହେଉଥିବା ନେଇ ବହୁବାର ଅଭିଯୋଗ ହେଉଛି। ପୂର୍ବରୁ କୋଟି କୋଟି ଟଙ୍କାର ନକଲି ଜର୍ଦ୍ଦା ଏବଂ ମଦ ଜବତ ହୋଇଥିବାବେଳେ ଆଜି ନକଲି ଲୁବ୍ରିକାଣ୍ଟ କାରଖାନାକୁ ଟାଉନ୍ ଥାନା ଠାବ କରି ଜଣକୁ ଗିରଫ କରିଛି।

ଘଟଣାରୁ ପ୍ରକାଶ ଯେ, ସହରରେ ନକଲି ଲୁବ୍ରିକାଣ୍ଟ କାରଖାନା ଚାଲିଥିବା ନେଇ ଅଭିଯୋଗ ହେଉଥିବାବେଳେ ଆଜି କୌଣସି ବିଶେଷ ସୂତ୍ରରୁ ଖବର ପାଇ ଟାଉନ୍‌ଥାନା ପୋଲିସ୍ ଏକ ସୁଇଫ୍ଟ ଡ଼ିଜାଇର୍ (ଓଡ଼ି ୦୭ ଡ଼ବ୍ଲ୍ୟୁ ୭୯୬୯)କାରକୁ ଅଟକାଇଥିଲା। ଯାଞ୍ଚ ବେଳେ ଗାଡ଼ି ଡ଼ିକିରୁ ପେଟିରେ ଭର୍ତ୍ତି ହୋଇଥିବା ୨୦୦ ଲିଟର ନକଲି ଲୁବ୍ରିକାଣ୍ଟ ଜବତ ହୋଇଥିଲା। ପୋଲିସ୍ ଗାଡ଼ି ମାଲିକ ତଥା ଡ଼୍ରାଇଭର ମହମ୍ମଦ ଇଜାଜକୁ ଧରିଥିବାବେଳେ ପଚାରାଉଚରା ପରେ ନିଳାଦ୍ରୀ ବିହରରେ ଥିବା ଏକ କାରଖାନା ଠାବ ହୋଇଥିଲା।

କାରଖାନାରେ ବିପୁଳ ପରିମାଣରେ ନକଲି ଲୁବ୍ରିକାଣ୍ଟ ଏବଂ ଲୁବ୍ରିକାଣ୍ଟ ପ୍ରସ୍ତୁତ ସାମଗ୍ରୀ ଜବତ ହୋଇଥିଲା। ଏଠାରୁ ନକଲି ଲୁବ୍ରିକାଣ୍ଟ ପ୍ରସ୍ତୁତ ହୋଇ ବିଭିନ୍ନ ସ୍ଥାନରୁ ପଠାଯାଉଥିଲା। କାରଖାନାରେ ବିଭିନ୍ନ ଦାମିନାମୀ କଂପାନୀର ଖାଲି ବୋତଲ, ସିଲ୍‌, ନକଲି ଅଏଲ୍ ସମେତ ପେକିଂ ହୋଇ ପ୍ରସ୍ତୁତ ହୋଇଥିବା ପ୍ରାୟ ୧ହଜାର ଲିଟର ନକଲି ଲୁବ୍ରିକାଣ୍ଟ ମଧ୍ୟ ରହିଥିଲା। ନକଲି ଲୁବ୍ରିକାଣ୍ଟ ପ୍ରସ୍ତୁତ ପାଇଁ ୧୦୦ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଏହା ବାହାରେ ୩୦୦ ଟଙ୍କାରେ ବ୍ୟବହୃତ ହେଉଥିବାବେଳେ ଏଥିରେ ବହୁ ବ୍ୟକ୍ତି ସାମିଲ ଥିବା ପୋଲିସ୍ ଅନୁମାନ କରୁଛି।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ପୋଲିସ ପଂଝାରେ ପୋଲିସ, ବିବାହ ପ୍ରତାରଣା ଅଭିଯୋଗରେ ଡିଏସପି ଗିରଫ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କେସିଙ୍ଗା ପୋଲିସ ପଂଝାରେ ମାଲକାନଗିରି ଡିଏସପି ଗିରଫ ହୋଇ କୋର୍ଟ ଚାଲାଣ ଘଟଣା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି।

ଘଟଣାରୁ ପ୍ରକାଶ ଯେ, ଜନୈକା ମହିଳା କନେଷ୍ଟବଳଙ୍କ ଦ୍ୱାରା କଳାହାଣ୍ଡି ଏସପିଙ୍କ ପାଖରେ  ଅଭିଯୋଗ କ୍ରମେ କେସିଙ୍ଗା ଥାନାରେ କେଶ ନଂ.୧୮୮ ତା.୨୧.୦୮.୨୦୨୦ ରେ ଏକ ମାମଲା ରୁଜ୍ଜୁ ହୋଇ ଅଭିଯୁକ୍ତ ମାଲକାନଗିରି ସଦର ଡିଏସପି ଅକ୍ଷୟ ନାୟକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।

ଗତ ପାଂଚ ବର୍ଷ ତଳେ ବିବାହ କରି ପରବର୍ତ୍ତୀ ସମୟରେ ନିର୍ଯ୍ୟାତନା ଦେବା ସହିତ ଫେସବୁକରେ ନାନାପ୍ରକାର ମେସଜ ପୋଷ୍ଟ କରି ମାନସିକ ସ୍ତରରେ ଆଘାତ ଦେଉଥିବା ଏବଂ ପ୍ରତିବାଦ କଲେ ଶାରିରୀକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଥିବା ପ୍ରକାଶ। ଅଭିଯୁକ୍ତ ଅକ୍ଷୟ ନାୟକ ପୂର୍ବରୁ କଳାହାଣ୍ଡିରେ ପୋଲିସ ଇନିସ୍ପେକ୍ଟର ତଥା କେସିଙ୍ଗାରେ ଏସଡିପିଓ ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଅବକାରୀ ଚଢ଼ାଉ: ବିପୁଳ ମଦ ଜବତ ସହ ୧୦ ଗିରଫ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଜିଲ୍ଲାପାଳ ଏବଂ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଆଜି ସକାଳୁ ଅବକାରୀ ବିଭାଗ ଏବଂ ପୋଲିସ୍ ବିଭାଗ ପକ୍ଷରୁ ଯୁଗ୍ମ ଅବକାରୀ ଚଢ଼ାଉ ହୋଇଥିଲା। ଡ଼େପୁଟି ସୁପରିଟେଣ୍ଡେଣ୍ଟ ଗଂଜାମ, ତହସିଲ୍‌ଦାର ସୋରଡ଼ାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବଡ଼ଗଡ଼ ଥାନା ଅନ୍ତର୍ଗତ ଗଉଡ଼ଗୋଠ ଏବଂ ସାଇପୁର ଅଂଚଳରେ ଅବକାରୀ ଚଢ଼ାଉ ହୋଇ ୧୩ଟି ମାମଲା ରୁଜୁ ହୋଇଛି। ଚଢ଼ାଉରେ ୯୪୫ ଲିଟର ବେଆଇନ ମଦ, ୮୦୦୦ ଲିଟର ପୋଚ ଏବଂ ୩୦ କେଜି ଭଙ୍ଗ, ଗୋଟିଏ ଏକ୍ସଲ ବାଇକ୍ ଜବତ ସହ ୧୦ ଜଣଙ୍କୁ ଗିରଫ କରାଯାଇଛି। ଏଥିରେ ଆସିକା ଅବକାରୀ ବିଭାଗ, ଛତ୍ରପୁର ଷ୍ଟାଇକିଂ ଫୋର୍ସ, ବଡ଼ଗଡ଼ ଥାନା ଏସ୍‌ଆଇ, ସୋରଡ଼ା ଅବକାରୀ ବିଭାଗ, ବ୍ରହ୍ମପୁର ଷ୍ଟାଇକିଂ ଫୋର୍ସ ଏବଂ ଇଆଇଇବି ୟୁନିଟ ଯୋଗ ଦେଇଥିବା ଗଂଜାମ ସୁପରିଟେଣ୍ଡେଣ୍ଟ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଗିରଫ ହେଲେ କୋଟିପତି ଶିକ୍ଷକ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତକାଲି ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନସ ବିଭାଗ ପକ୍ଷରୁ ଗଜପତି ଜିଲ୍ଲା ଗୋଷାଣି ବ୍ଲକ୍ ରାଉତପେଟା ୟୁପି ସ୍କୁଲର ସହକାରୀ ଶିକ୍ଷକ ଦୁଶ୍ମନ୍ତ ନାୟକଙ୍କ ଘର ଏବଂ ଅନ୍ୟାନ୍ୟ ଅଂଚଳରେ ଥିବା ବିଭିନ୍ନ ଘର ଉପରେ ଏକକାଳୀନ ଚଢ଼ାଉ ହୋଇଥିଲା। ଆଜି ତାଙ୍କ ସଂପତ୍ତି ମୋଟ ପରିମାଣ ବ୍ୟୟକୁ ବାଦ୍ ଦେଇ ବେଆଇନ ଭାବେ ୨୫୬.୯% ପ୍ରତିଶତ ଅଧିକା ଆୟ କରିଥିବାରୁ ତାଙ୍କୁ ଆଜି ଭିଜିଲାନସ ବିଭାଗ ଗିରଫ କରି କୋର୍ଟଚାଲଣ କରିଛି।

ଦୁଶ୍ମନ୍ତ ନାୟକ ସହକାରୀ ଶିକ୍ଷକ ଭାବେ ଏସ୍‌. ରାଉତପେଟା ସରକାରୀ ୟୁପି ସ୍କୁଲରେ କାର୍ଯ୍ୟରତ ଥିଲେ। ଗତ ୧.୫.୧୯୯୨ ରୁ ୧୫.୧୨.୨୦୨୦ ମଧ୍ୟରେ ଦରମା ଏବଂ ଅନ୍ୟାନ୍ୟ ବାବଦରେ ୧ କୋଟି ୨୭ ଲକ୍ଷ ୩୮ହଜାର ୨୭୦ ଟଙ୍କା ଆୟ କରିଥିବାବେଳେ ଏହି ସମୟ ମଧ୍ୟରେ ତାଙ୍କର ୫୧ଲକ୍ଷ ୮୧ହଜାର ୨୫୫ ଟଙ୍କା ଖର୍ଚ୍ଚ ହୋଇଛି।

କିନ୍ତୁ ଚଢ଼ାଉ ପରେ ତାଙ୍କ ମୋଟ ସଂପତ୍ତିର ମୂଲ୍ୟ ୪ କୋଟି ୨ ଲକ୍ଷ ୮୨ହଜାର ୪୬୩ ଟଙ୍କା ଠାବ କରାଯାଇଥିଲା। ତେଣୁ ସେ ବେଆଇନ ଭାବେ ଅଧିକ ୩ କୋଟି ୨୭ ଲକ୍ଷ ୨୫ହଜାର ୪୪୮ (୨୫୬.୯%) ଟଙ୍କାର କୌଣସି ହିସାବ ଦେଖାଇ ପାରିନଥିଲେ। ତାଙ୍କ ସ୍ତ୍ରୀ ଜଣେ ଗୃହିଣୀ ହୋଇଥିବାବେଳେ ତାଙ୍କର ମଧ୍ୟ କିଛି ଆୟ ନଥିଲା। ତେଣୁ ଶ୍ରୀ ନାୟକ ବେଆଇନ ଭାବେ ବଡ଼ଧରଣର ସଂପତ୍ତି ଠୁଳ କରିଥିବାରୁ ତାଙ୍କୁ ଆଜି ଗିରଫ କରି କୋର୍ଟଚାଲଣ କରାଯାଇଥିବା ଭିଜିଲାନସ ଏସ୍‌ପି ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱର ଏୟାରପୋର୍ଟରୁ ଗିରଫ ହେଲେ ୨ କ୍ରିକେଟ୍ ବୁକି

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କ୍ରିକେଟ୍ ବେଟିଂର ବେତାଜ ବାଦ୍‌ଶାହା କୁହାଯାଉଥିବା ଲାଲା ଆଚାରୀ ଗିରଫ ହେବା ପରେ କ୍ରିକେଟ୍ ବୁକିମାନଙ୍କ ମଧ୍ୟରେ ଛନକା ପଶିବା ସହ ସେମାନଙ୍କୁ ଧରିବା ପାଇଁ ପୋଲିସ୍ ସେବେଠାରୁ ଜାଲ ବିଛାଇ ଥିଲା। ଏହି କ୍ରମରେ ଅନ୍ୟ ଜଣେ ଆଇପିଏଲ୍ ବୁକି ବିଶାଲ ଅଗ୍ରୱାଲ୍‌କୁ ପୋଲିସ୍ ଭୁବନେଶ୍ୱର ଏୟାରପୋର୍ଟରୁ ଗିରଫ କରିଛି। କିଛିଦିନ ହେଲା ପୋଲିସ୍ ବିଶାଲକୁ ଖୋଜୁଥିବାବେଳେ ଆଜି ସେ ଭୁବନେଶ୍ୱରରୁ ହାଇଦ୍ରାବାଦ୍ ପଳାଇ ଯାଉଥିବା ସମୟରେ ଧରିଥିଲେ।

ଏନେଇ ଗୋଷାଣିନୂଆଗଁ ଥାନାରେ ୧୪୧/୨୯.୧୦.୨୦୨୦ ୟୁ/ଏସ୍ ୨୯୪ଏ/୪୨୦/୧୨୦ବି/୩୪ଆଇପିସି ଆର୍‌/ଡ଼ବ୍ଲ୍ୟୁ ସେକ୍ସନ୍ ୪/୫ ବେନିଂ ଆକ୍ଟରେ ଗୋଟିଏ ଟିମ୍ ଭୁବନେଶ୍ୱରରୁ ଆଣିବା ପାଇଁ ଯାଇଛନ୍ତି। ଏହାସହ ବିଶାଲ୍‌କୁ ପଚରାଉଚରା ପରେ ଅନ୍ୟ ଅଭିଯୁକ୍ତ ଅଜିତ କୁମାର ବରାଡ଼ ଓରଫ୍ ବାଦଲକୁ ପୋଲିସ୍ ଗୋପାଳପୁର ଜଙ୍କସନ ନିକଟକୁ ଗିରଫ କରିଛି। ସେ ମଧ୍ୟ ଏକ ମାରୁତି ବିଜ୍ରା (ଓଡ଼ି ୦୭ ଏଇ ୨୪୪୨)ରେ ହାଇଦ୍ରାବାଦ୍ ଚାଲିଯିବାକୁ ବସିଥିବାବେଳେ ପୋଲିସ୍ ଧରିଥିଲା। ଏହାସହ ତା ନିକଟରୁ ୧ ଲକ୍ଷ ୯୫ହଜାର ୫୦୦ ଟଙ୍କା, ୭ଟି ମୋବାଇଲ୍ ଫୋନ୍‌, କାର୍‌, ଏଟିଏମ୍ କାର୍ଡ଼, ଆଇ କାର୍ଡ଼କୁ ମଧ୍ୟ ପୋଲିସ୍ ଜବତ କରିଛି।

ଏହି ଦୁଇଜଣକୁ ମିଶାଇଲେ ବର୍ତ୍ତମାନ ସୁଦ୍ଧା କ୍ରିକେଟ୍ ବେଟିଂ ଅଭିଯୋଗରେ ପୋଲିସ୍ ୪ ଜଣ ଅଭିଯୁକ୍ତକ୍ତୁ ଗିରଫ କରିସାରିଲାଣି। ବର୍ତ୍ତମାନ ଛୋଟ ମୋଟ ବୁକିମାନେ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଥିବାବେଳେ ସେମାନଙ୍କୁ ମଧ୍ୟ ଧରାଯିବ ବୋଲି ଅତିରିକ୍ତ ଏସ୍‌ପି ପ୍ରଭାତ ରାଉତରାୟ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଏନକାଉଣ୍ଟର ବେଳେ ଦିଲ୍ଲୀରୁ ଗିରଫ ହେଲେ ୫ ଜଣ ଆତଙ୍କବାଦୀ

ନୂଆଦିଲ୍ଲୀ: ଦେଶରେ ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣକୁ ବିଫଳ କରିଛି ଦିଲ୍ଲୀ ପୋଲିସ। ଆଜି ଦିଲ୍ଲୀ ପୋଲିସ ୫ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ଶାକରପୁର ଅଞ୍ଚଳରୁ ଏହି ପାଞ୍ଚ ଆତଙ୍କୀଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍। ଗିରଫ ଆତଙ୍କବାଦୀଙ୍କ ଠାରୁ ବିପୁଳ ପରିମାଣର ମାରଣାସ୍ତ୍ର ମଧ୍ୟ ଜବତ ହୋଇଛି।

ତେବେ ସୁରକ୍ଷାକର୍ମୀଙ୍କ ସହ ଗୁଳିବିନିମୟ ସମୟରେ ଏହି ଆତଙ୍କୀଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ହୋଇଥିବା ୫ ଜଣ ଆତଙ୍କିଙ୍କ ମଧ୍ୟରେ ୨ ଜଣ ପଞ୍ଜାବ ଏବ ଆଉ ୩ ଜଣ କାଶ୍ମୀର ଅଞ୍ଚଳର ବୋଲି ସୂଚନା ରହିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଅବକାରୀ ବିଭାଗ ଏବଂ ପୋଲିସ୍ ବିଭାଗର ମିଳିତ ଚଢାଉ: ୧୫ ଗିରଫ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଜିଲ୍ଲାପାଳ ଏବଂ ଗଂଜାମ ଏସ୍‌ପିଙ୍କ ନିର୍ଦ୍ଦେଶରେ ଗଂଜାମରେ ଚାଲିଥିବା ମଦ ବିରୋଧୀ ଅଭିଯାନ ଜାରି ରହିଛି। ଆଜି ଅବକାରୀ ବିଭାଗ ଏବଂ ପୋଲିସ୍ ବିଭାଗ ମିଳିତ ସହଯୋଗରେ ବଡ଼ଗଡ଼ ଥାନା ଅଂଚଳ ଚିକିଟି ଏବଂ ରାଜପୁରରେ ସୋରଡ଼ା ଅତିରିକ୍ତ ତହସିଲ୍‌ଦାର ଏବଂ ଆସିକା ଥାନା, ଅବକାରୀ ଥାନା, ଅବକାରୀ ବିଭାଗର କମର୍ଚାରୀଙ୍କ ତତ୍ତ୍ୱାବଧାନରେ ଚଢ଼ାଉ ହୋଇଥିଲା। ଚଢ଼ାଉରେ ୧୫ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବାବେଳେ ୧୫୪ ଲିଟର ବେଆଇନ ମଦ ଜବତ ହୋଇଥିବା ଅବକାରୀ ବିଭାଗ ଏସ୍‌ପି ଶ୍ରୀ ବୋତ୍ରା ସୂଚନା ଦେଇଛନ୍ତି। ଅଭିଯୁକ୍ତମାନଙ୍କୁ କୋର୍ଟଚାଲଣ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଧରାପଡ଼ିଲେ ଡ଼କାୟତି ଦଳ: ୩ ଗିରଫ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲା ତଥା ରମ୍ଭା ଅଂଚଳରେ ଗତ କିଛି ଦିନ ହେଲା ଘରୁ ଡ଼କାୟତି ଖବର ବଢ଼ି ଚାଲିଥିଲା। ପ୍ରତ୍ୟେକ ଦିନ ଏହି ଅଂଚଳର ବିଭିନ୍ନ ସ୍ଥାନରୁ ଘରର କବାଟ ଭାଙ୍ଗି ଘର ଆସବାବ ପତ୍ର ଏବଂ ଅନ୍ୟାନ୍ୟ ଉପକରଣ ଲୁଟ୍ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏହିଭଳି ଏକ ର‌୍ୟାକେଟ୍‌କୁ ଧରିବାରେ ଆଜି ରମ୍ଭା ପୋଲିସ୍ ସଫଳ ହୋଇଛି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଥାନାଧିକାରୀ ସୂଚନା ଦେଇଥିଲେ।

ଘଟଣାରୁ ପ୍ରକାଶ ଯେ ରମ୍ଭା ଥାନା ଅଂଚଳରେ ଗତ କିଛି ଦିନ ମଧ୍ୟରେ ୧୧ଟି ଡ଼କାୟତ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଘଟଣାର ଅନୁସନ୍ଧାନ କରି ରମ୍ଭା ପୋଲିସ୍ ୩ ଜଣ ଲୁଟେରା ଥିବା ଗ୍ୟାଙ୍ଗକୁ ଧରିବା ସହ ସେମାନେ ଚୋରି କରିଥିବା ଏଲ୍‌ଇଡ଼ି ଟିଭି, ଇଣ୍ଡକ୍‌ସନ ୱାଟର ହିଟର୍‌, କଟର, ଇନ୍‌ଭର୍ଟର, ବ୍ୟାଟେରି, ସିଟି ସିଭି, ଡ଼ିଭିଆର୍ ମେସିନ୍‌, ଟାଟା ସ୍କାଏ, ଗ୍ରାଇଣ୍ଡର ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବନ୍ଧୁକ ମୁନରେ ବ୍ୟବସାୟୀଙ୍କଠାରୁ ଲୁଟ୍ ମାମଲାରେ ୭ ଗିରଫ: ସାମଗ୍ରୀ ଜବତ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତ ୧୮.୧୧.୨୦୧୯ରେ ବଡ଼ଗଡ଼ ଥାନା ଅନ୍ତର୍ଗତ ବଡ଼ଗଡ଼ ଗ୍ରାମର ବ୍ୟବସାୟୀ କେ. ସିମାଦ୍ରୀ ପାତ୍ର (୬୩)ଙ୍କୁ ବନ୍ଧୁକ ମୁନରେ ଲୁଟ୍ କରିଥିବା ଘଟଣାରେ ବଡ଼ଗଡ଼ ପୋଲିସ୍‌କୁ ମିଳିଛି ସଫଳତା। ଘଟଣାର ଅନୁସନ୍ଧାନ କରି ବଡ଼ଗଡ଼ ପୋଲିସ୍ ୭ ଜଣକୁ ଗିରଫ କରିଥିବାବେଳେ ଲୁଟ୍ ସାମଗ୍ରୀ ଜବତ କରିଛି।

ଲୁଟେରାମାନେ ହେଲେ ଖଣ୍ଡରାବନ୍ଧ ଗ୍ରାମର ଅନିଲ ଡ଼ାକୁଆ (୨୫), କଳାସିଂ ଗ୍ରାମର ଏ. ସୁରେଶ ଡ଼ୋରା (୨୪), ଗାଙ୍ଗପୁର ଗ୍ରାମର କାହ୍ନୁ ବିଷୋୟୀ (୨୭), ଶିକିରି ଗ୍ରାମର ଜଗନ୍ନାଥ ରାଉତ ଓରଫ୍ ଜଗା ଓରଫ୍ ପେପ୍‌ସି (୨୦), ଶିକିରର ଶିବ ନାୟକ (୨୧), ସୋଲସେଲା ଗ୍ରାମର କୈଳାସ ଚିନ୍ଦ୍ରା (୩୦) ଏବଂ ବି. ରମେଶ ପାତ୍ର (୫୭)। ଏମାନଙ୍କ ନିକଟରୁ ପୋଲିସ୍ ଗୋଟିଏ ବନ୍ଧୁକ, ଦୁଇଟି ଜୀବନ୍ତ ଗୁଳି, ଚାକୁ, ତିନୋଟି ମଟର ସାଇକେଲ୍ ସହ ଲୁଟ୍ ସାମଗ୍ରୀର ଗୋଟିଏ ସୁନା ଚେନ୍‌, ଦୁଇଟି ମୁଦି ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ଘଟଣା ଦିନ ଏହି ୭ ଅଭିଯୁକ୍ତ ବନ୍ଧୁକ ମୁନରେ କେ. ସିମାଦ୍ରୀ ପାତ୍ରଙ୍କ ବଡ଼ଗଡ଼ ବଡ଼ଦାଣ୍ଡ ସାହିରେ ଥିବା ଲୁଗା ଦୋକାନ ମଧ୍ୟରେ ପ୍ରବେଶ କରି ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ତାଙ୍କ ନିକଟରୁ ସୁନା ଚେନ୍‌, ସୁନା ମୁଦି ଏବଂ ଅନ୍ୟାନ୍ୟ ସାମଗ୍ରୀ ଲୁଟ୍ କରିଥିବା ନେଇ ସେ ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ।

ପୋଲିସ୍ ଥାନା କେସ ନଂ ୨୬୭/୨୦୧୯ରେ ବଡ଼ଗଡ଼ ଥାନାଧିକାରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ ଘଟଣାର ଅନୁସନ୍ଧାନ ଚଳାଇଥିଲେ। ଅନୁସନ୍ଧାନରେ ଦୁଇଟି ସନ୍ଧିଗ୍ଧ ଅନିଲ ଡ଼ାକୁଆ ଏବଂ ଅନ୍ୟନ୍ୟ ଅଭିଯୁକ୍ତକୁ ଆଣି ଥାନାରେ ପଚରାଉଚରା କଲା ପରେ ସେମାନେ ଏହି ଲୁଟ୍ ଘଟଣାରେ ସାମିଲ ଥିବା ସ୍ୱୀକାର କରିଥିଲେ। ଅଭିଯୁକ୍ତମାନେ ଅନ୍ୟାନ୍ୟ ଘଟଣାରେ ବି ସାମିଲ ଥିବାରୁ ଅଧିକ ଅନୁସନ୍ଧାନ ଚାଲିଛି। ଥାନା କେସ ୨୬୭/୧୯, ୟୁ/ଏସ୍ ୩୯୪/୪୫୭ ଆଇପିସି/ଆର୍‌/ଡ଼ବ୍ଲୁ ସେକ୍ସନ ୨୫/୨୭ ଆର୍ମସ ଆକ୍ଟରୁ ପରିବର୍ତ୍ତନ କରାଯାଇ ୟୁ/ଏସ୍ ୩୯୫/୪୫୭/୪୧୨/ଆର୍‌ଡ଼ବ୍ଲ୍ୟୁ ସେକ୍ସନ ୨୫/୨୭ରେ ଅଭିଯୁକ୍ତମାନଙ୍କୁ କୋର୍ଟଚାଲଣ କରାଯାଇଛି।

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ରେଢାଖୋଲ ବନଖଣ୍ଡରେ ଜନ୍ତୁ ଶିକାର ଘଟଣା: ୨ ଶିକାରୀଙ୍କୁ କୋର୍ଟ ଚାଲାଣ

ରେଢାଖୋଲ

କନ୍ଦର୍ପ ବେହେରା: ଗତ ଡିସେମ୍ବର ୧ ତାରିଖ ରାତିରେ ରେଢାଖୋଲ ବନବିଭାଗ ବଡବାହାଳ ରେଞ୍ଜ ଅଂଚଳରୁ ହରିଣ ସିଙ୍ଘ, ଚମଡା, ଦେଶୀବନ୍ଧୁକ, ଫାସ ଜାଲ ଆଦି ଜବତ କରିବା ସହ ଦୁଇ ଜଣ ଶିକାରୀଙ୍କୁ ଗିରଫ କରିଥିଲା। ଆଜି ସେମାନଙ୍କୁ ରେଢାଖୋଲ ଏସ୍‌ଡିଜେଏମ୍ କୋର୍ଟରେ ଜାମିନ୍ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ ହାଜତକୁ ପଠାଇଦେଇଥିବା ଜଣାପଡିଛି।

ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ବଡବାହାଳ ରେଞ୍ଜ ଅଧିନସ୍ଥ ଭରତାପୁର ପଂଚାୟତର ଚୁଡାପୁଡୁଗ ଗ୍ରାମରୁ ବନବିଭାଗ ଡିସେମ୍ବର ୧ ତାରିଖ ମଧ୍ୟରାତ୍ରିରେ ଗ୍ରାମର ରାଜୁ ଖାଡିଆ(୩୧) ଏବଂ ଜଗବନ୍ଧୁ ନାଗ(୩୪) ଙ୍କ ଘରେ ଚଢଉ କରି ସେମାନଙ୍କ ଘରୁ ଦେଶୀବନ୍ଧୁକ, ଚମଡା, ହରିଣସିଙ୍ଘ ସହ ଫାସଜାଲ ଜବତ କରିବା ସହ ଗିରଫ କରିଥିଲା। ସେମାନଙ୍କ ଠାରୁ ଅଧିକ ସୂଚନା ପାଇବା ପାଇଁ ବନବିଭାଗ ଦିନତମାମ୍ ଜେରା କରିଥିଲା। ବନବିଭାଗ ବାରମ୍ବାର ଜେରା କରିଲା ପରେ ଶିକାରୀ ଦ୍ୱୟ ସବୁ କଥା ବନବିଭାଗ ଆଗରେ ପ୍ରକାଶ କରିଦେଇଥିଲେ।

ରେଢାଖୋଲ ଡିଏଫ୍‌ଓ ପ୍ରଦୀପ୍ତ କୁମାର ସାହୁଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢଉରେ ବଡବାହାଳ ରେଞଅଧିକାରୀ, ତ୍ରିବଣପୁର ଫରେଷ୍ଟର, ଫରେଷ୍ଟ ଗାର୍ଡ ତ୍ରିବଣପୁର, ଚାରମାଳ ଫରେଷ୍ଟର, ଫରେଷ୍ଟ ଗାର୍ଡ ବଡବାହାଳ ଏବଂ ଅନ୍ୟାନ୍ୟ ବନକର୍ମଚାରୀ ବୃନ୍ଦ ସାମିଲ ହୋଇଥିଲେ। ଏହି ଚଢଉରେ ବନବିଭାଗର ଏସିଏଫ୍ ମଧ୍ୟ ସାମିଲ ଥିଲେ। ବନ୍ୟଜନ୍ତୁ ସଂରକ୍ଷଣ ଆଇନ୍ ୧୯୭୨ ଧାରା ୯ ଅନୁସାରେ ସେମାନଙ୍କୁ ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯାଇଥିଲା।

ଏହି ଶିକାରୀ ଦ୍ୱୟ ପୂର୍ବରୁ ଏହି ଜନ୍ତୁଶୀକାର କାମରେ ମଧ୍ୟ ନିୟୋଜିତ ଥିଲେ। ଗତ ଅକ୍ଟୋବର ମାସ ୨୦ ତାରିଖରେ ସେଇ ଚୁଡାପୁଡୁଗ ଗ୍ରାମରେ ଜନ୍ତୁ ଶୀକାର ପାଇଁ ୧୧ କେଭି ବିଦ୍ୟୁତ୍ ତାରରେ ଲାଇନ୍ ସଂଯୋଗ କରିଥିବା ସମୟରେ ମଧ୍ୟ ଜଣେ ବାଣୁଆ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ ମଧ୍ୟ କରିଥିଲା। ମୃତ୍ୟୁ ବରଣ କରିଥିବା ବାଣୁଆ ସହ ଏହି ୨ ଜଣ ବାଣୁଆ ସାମିଲ ଥିଲେ ବୋଲି ବନବିଭାଗ ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛି।

ଗତ ସେପ୍ଟେମ୍ବର ମାସ ୧୧ ତାରିଖରେ ମଧ୍ୟ ବଡମାଳ ରେଞ ଅଧିନସ୍ଥ ରେଙ୍ଗାଲି ସଂରକ୍ଷିତ ଜଙ୍ଗଲରୁ ମଧ୍ୟ ୨ ଜଣ ଶିକାରୀ କୁ ବନବିଭଗ ଗିରଫ କରିବା ସହ ୫୦ କେଜି ହରିଣ ମାଂସ ସହ ଦେଶୀ ବନ୍ଧୁକ ମଧ୍ୟ ଜବତ କରିବାରେ ବନ ବିଭାଗ ସଫଳତା ପାଇଥିଲା। ଅକ୍ଟୋବର ମାସ ୨୨ ତାରିଖରେ ମଧ୍ୟ ଚାରମାଳ ରେଞ ଅଧିନସ୍ଥ ବଡହିନ୍ଦୋଳ ଗ୍ରାମରେ ମଧ୍ୟ ୧୧ କେଭି ବିଦ୍ୟୁତ ତାରରେ ବିଦ୍ୟୁତ ସଂଯୋଗ କରି ଜନ୍ତୁ ଶୀକାର ପାଇଁ ୨ ଜଣ ବାଣୁଆ ସଂଯୋଗ କରି ବିଦ୍ୟୁତ ସଂସ୍ପର୍ଶରେ ଆସି ମଧ୍ୟ ଆହତ ହୋଇଥିଲା। ଠିକ୍ ସେଇ ପରି ଗତ ସେପ୍ଟେମ୍ବର ମାସ ୨୧ ତାରିଖରେ ଗୋଗୁଆ ଗ୍ରାମରେ ମଧ୍ୟ ବାର୍‌ହା ଶୀକାର କରିିମାଂସକୁ ହାଇସ୍କୁଲ ପଡିଆରେ ରାନ୍ଧି ଭୋଜିକରୁଥିବା ବେଳେ ରାତି ଅଧରେ ରେଢାଖୋଲ ବନବିଭାଗ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା।

ଏମିତି ବନବିଭାଗ ଅଗୋଚରରେ ବହୁ ସମୟରେ ରେଢାଖୋଲ ବନଖଣ୍ଡରେ ଜନ୍ତୁ ଶୀକାର ଅବାଧରେ ଚାଲିଥିଲେ ମଧ୍ୟ ଶିକାରୀମାନେ ବନବିଭାଗକୁ କଳାକନା ବୁଲାଇ ଅନାୟାସରେ ପଳାୟନ କରୁଛନ୍ତି। ବନବିଭାଗ ତପ୍ତରତା ପ୍ରକାଶ କଲେ ବହୁ ଚୋରାବନ୍ଧୁକ ସହ ଜନ୍ତୁ ଶିକାରୀମାନେ ଧରାପଡନ୍ତେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Categories
ଆଜିର ଖବର ଜାତୀୟ ଖବର

ଡ୍ରଗ୍ସ ଲିଙ୍କ ମାମଲାରେ କମେଡିଆନ ଭାରତୀ ଗିରଫ

ମୁମ୍ବାଇ: ଡ୍ରଗ୍ସ ଲିଙ୍କ ମାମଲାରେ କମେଡିଆନ ଭାରତୀଙ୍କୁ ଗିରଫ କରିଛି ଏନସିବି। ଆଉ ତାଙ୍କ ସ୍ୱାମୀ ହର୍ଷଙ୍କ ଠାରୁ ପଚରାଉଚୁରା ଜାରି ରଖିଛି। ଆଜି ଏନସିବି ମୁମ୍ବାଇରେ ୩ଟି ସ୍ଥାନରେ ରେଡ କରିଥିଲା। ଆଉ ଭାରତୀ ଏବଂ ତାଙ୍କ ସ୍ୱାମୀଙ୍କ ଘର ଉପରେ ବି ଏନସିବି ରେଡ ହୋଇଥିଲା। ରେଡ୍‌ ବେଳେ ତାଙ୍କ ଘରୁ ୮୬ ଗ୍ରାମରୁ ଅଧିକ ପରିମାଣର ଗଞ୍ଜେଇ ମିଳିଥିବା ସୂଚନା ମିଳିଛି। ଏହି କାରଣରୁ ଉଭୟ ଭାରତୀ ଓ ତାଙ୍କ ସ୍ୱାମୀ ହର୍ଷଙ୍କୁ ଏନସିବି ମୁଖ୍ୟାଳୟରେ ଜେରା କରାଯାଇଥିଲା। ପଚରାଉଚରା ବେଳେ ଭାରତୀ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ତାଙ୍କୁ ଗିରଫ କରାଯାଇଛି। ତେବେ ଜେରା ବେଳେ ଗଞ୍ଜେଇ ସେବନ କରୁଥିବା ଏନସିବି ଆଗରେ ଉଭୟ ସ୍ୱୀକାର କରିଛନ୍ତି। ( ଏଜେନ୍ସି)

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚାରମାଳରେ ଚୋରି ମୋବାଇଲ ବିକ୍ରି ହେଲା କାଳ: ୨ ଡକାୟତ ସହ ୩ ଜଣ ନାବାଳକ ଗିରଫ

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ଚାରମାଳ ପୋଲିସ୍ ମୋବାଇଲ ବିକ୍ରି କରୁଥିବା ଜଣେ ଡକାୟତକୁ ଗିରଫ କରିବାରେ ସଫଳ ହେବା ସହ ଏହି ଗ୍ୟାଙ୍ଗର ଆଉ ୪ ଜଣଙ୍କୁ ଧରିବାରେ ସଫଳ ହୋଇଛି।

ଚାରମାଳ ଥାନାଧିକାରୀ ବସନ୍ତ ଦଳାଇଙ୍କ ଠାରୁ ପ୍ରକାଶ ଯେ, ୫ ଜଣ ଡକାୟତି ଦଳ ଚାରମାଳ ଅଂଚଳରୁ ବିଭିନ୍ନ ସମୟରେ ଡକାୟତି କରୁଥିଲେ। ଆଜି ଚାରମାଳ ବଜାରରେ ଜଣେ ଡକାୟତି ମୋବାଇଲ ଫୋନ୍ ବିକ୍ରି କରିବା ପାଇଁ ଏକ ଦୋକାନକୁ ଯାଇଥିବା ବେଳେ କୌଣସି ସୂତ୍ରରୁ ଚାରମାଳ ଥାନାଧିକାରୀ ସୂଚନା ପାଇ ଡକାୟତିକୁ ଧରିବାରେ ସଫଳ ହୋଇଥିଲେ। ତାକୁ ପଚରାଉଚୁରା ପରେ ସେ ପୋଲିସ୍ ଆଗରେ ଅନ୍ୟ ସାଥି ଡକାୟତ ମାନଙ୍କ ସଂପର୍କରେ ସତକଥା କହିଦେଇଥିଲା।

ସେ ଆଧାରରେ ଚାରମାଳ ପୋଲିସ ରେଢାଖୋଲ ଓ ଚାରମାଳ ଅଂଚଳରୁ ଅନ୍ୟ ସାଥି ୪ ଜଣ ଡକାୟତକୁ ଧରିବାରେ ସଫଳ ହୋଇଛି। ତିନି ଦିନ ତଳେ ଏହି ୫ ଜଣିଆ ଡକାୟତି ଚାରମାଳ ଅଂଚଳରୁ ଡକାୟତ କରିବା ପାଇଁ ଉଦ୍ୟମ କରିଥିବା ବେଳେ ଚାରମାଳ ପୋଲିସ୍ ପହଂଚି ଯିବାରୁ ଡକାୟତ ଦଳ ୨ ଟା ମୋବାଇଲ ଓ ଶାବଳ ଛାଡି ପଳାଇଯିବାରେ ସକ୍ଷମ ହୋଇଥିଲେ। ପୋଲିସ୍ ଏମାନଙ୍କୁ ଧରିବାରେ ସେ ଦିନ ବିଫଳ ହୋଇଥିଲା। ଏମାନଙ୍କ ସହ ୩ ଜଣ ନାବାଳକ ମଧ୍ୟ ଡକାୟତ କାମରେ ଲିପ୍ତ ଥିବା ଜଣାପଡିଥିଲା।

ପୂର୍ବରୁ ୩ ଜଣ ଡକାୟତଙ୍କ ନାମରେ ୨ଟା ଲେଖାଏଁ କେସ୍ ଥିବା ବେଳେ ୨ ଜଣ ଡକାୟତି ନାମରେ ଗୋଟିଏ ଲେଖାଏଁ କେସ୍ ଥିବା ଚାରମାଳ ଥାନାଧିକାରୀ ପ୍ରକାଶ କରିଛନ୍ତି। ଏହା ପୂର୍ବରୁ ପେବୃଆରି ଓ ସେପ୍ଟେମ୍ବର ମାସରେ ଏମାନଙ୍କ ନାମରେ ଚାରମାଳ ଥାନାରେ କେସ୍ ହୋଇଥିଲା। ଚାରମାଳ ପୋଲିସ ଆଜି ଏମାନଙ୍କ ପାଖରୁ ୧୪ ଟି ମୋବାଇଲ ଫୋନ୍, ୨ ଟି ସାଉଣ୍ଡ ବକ୍ସ, ୧ ଟି ପାଓାରବେଙ୍କ, ଏବଂ ୧୫ ଟି ଚାର୍ଜର ଜବତ କରିଛି। ୫ ଜଣ ଡକାୟତକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ କୋର୍ଟରେ ଜାମିନ ନାମଂଜୁର ହେବାରୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତନ କର୍ପୋରେଟର ରଞ୍ଜିତା ଗିରଫ

କଟକ: ଦାଦାବଟି ମାଗିବା ଅଭିଯୋଗରେ ପୁଲିସ ଜଣେ ପୂର୍ବତନ କର୍ପୋରେଟରଙ୍କୁ ଗିରଫ କରିଛି । ଗିରଫ ଜଣକ ହେଉଛନ୍ତି ରଞ୍ଜିତା ବିଶ୍ୱାଳ । ଦାଦାବଟି ମାଗିବା ଅଭିଯୋଗରେ ରଞ୍ଜିତାଙ୍କ ସହ ମୋଟ ତିନିଜଣଙ୍କୁ ଗିରଫ କରାଯାଇଛି । ଜଣେ ବ୍ୟବସାୟୀଙ୍କୁ ଦାଦାବଟି ମାଗିବା ଅଭିଯୋଗରେ ଏମାନଙ୍କୁ ଗିରଫ କରାଯାଇଛି । ଏନେଇ ବ୍ୟବସାୟୀ ଜଣକ ପୁଲିସ ଦ୍ୱାରସ୍ଥ ହୋଇଥିଲେ । ପରେ ପୁଲିସ ଅଭିଯୁକ୍ତ ତିନି ଜଣଙ୍କୁ ଗିରଫ କରିଛି । ଅନ୍ୟପକ୍ଷରେ ଜେଲରେ ଥିବା ଧଳସାମନ୍ତଙ୍କ ଘରୁ 1 ଲକ୍ଷ ଟଙ୍କା ମଧ୍ୟ ଜବତ କରାଯାଇଥିବା ଜଣାଯାଇଛି ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଛୁରି ଭୁଷି ଲୁଟ୍ ମାମଲାରେ ୩ ଗିରଫ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କବିସୂର୍ଯ୍ୟନଗର ଥାନା ଅଂଚଳରେ ଗତ ୧୩.୧୦.୨୦୨୦ ତାରିଖରେ ଜଣେ ଫିଲ୍‌କାର୍ଟ ଡ଼େଲିଭେରୀ ବଏକୁ ଛୁରି ଭୁଷି ତା’ ନିକଟରେ ମୋବାଇଲ୍ ଲୁଟି ନେବା ମାମଲାରେ କବିସୂର୍ଯ୍ୟନଗର ପୋଲିସ୍ ୩ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲଣ କରିଛି। ଗିରଫ ୩ ଜଣ ହେଲେ ଆଲୋକ ପଲେଇ, ରୁଦ୍ର ପଲେଇ ଏବଂ ବିଷୋୟୀ। ପୋଲିସ୍ ଅଭିଯୁକ୍ତଙ୍କ ନିକଟରୁ ୨ଟି ମୋବାଇଲ୍ ଫୋନ୍‌, ଚାକୁ ଏବଂ ଘଟଣାରେ ବ୍ୟବହୃତ ସ୍କୁଲକୁ ଜବତ କରିଛି।

ଘଟଣାରୁ ପ୍ରକାଶ ଯେ ଅଭିଯୁକ୍ତ ତିନିଜଣ ଏକ ମିଛ ଠିକଣା ନେଇ ଫିଲପାର୍ଟରୁ କେସ ଅନ୍ ଡ଼େଲିଭେରୀରେ ମୋବାଇଲ୍ ବୁକ୍ କରିଥିଲେ। ଫିଲ୍ପକାର୍ଟ ଏଜେଣ୍ଟ କାହ୍ନୁ ସାହୁ ଯେତେବେଳେ ଏମାନଙ୍କ ନିକଟକୁ ଆସିଥିଲା ସେମାନେ ତାକୁ ଛୁରି ଭୁଷି ମୋବାଇଲ୍ ଛଡ଼ାଇ ଲୁଟ୍ କରି ଚମ୍ପଟ ମାରିଥିଲେ। ଏନେଇ ଥାନା କେସ ନଂ ୨୮୩ରେ ମାଲାଲା ରୁଜୁ ହୋଇଥିବାବେଳେ ଅଭିଯୁକ୍ତମାନଙ୍କୁ କୋର୍ଟଚାଲଣ କରାଯାଇଛି।