ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀଙ୍କ ଆହ୍ବାନରେ ନୂଆଦିଲ୍ଲୀ ବାସଭବନରେ ପରିବାର ସହ ଦୀପ ଜାଳୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀଙ୍କ ଆହ୍ବାନରେ ନୂଆଦିଲ୍ଲୀ ବାସଭବନରେ ପରିବାର ସହ ଦୀପ ଜାଳୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଭୁବନେଶ୍ୱର,କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦୁଇଦିନିଆ ଓଡିଶା ଗସ୍ତ କାର୍ଯ୍ୟକ୍ରମର ଦିନକ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦଳର ନେତାମାନଙ୍କ ସହ ସ୍ଥାନୀୟ ଜନତା ମଇଦାନକୁ ଯାଇ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ଆସନ୍ତା ଶୁକ୍ରବାର ଦିନ ଜନତା ମଇଦାନ ଠାରେ ବିଜେପି ପକ୍ଷରୁ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଯୋଗଦେଇ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।
ଏହି ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜନତା ମଇଦାନରେ ସ୍ଥିତି ଅନୁଧ୍ୟାନ କରିବା ସହ ଦଳର ସଦସ୍ୟମାନଙ୍କୁ ପ୍ରସ୍ତୁତି କାର୍ଯ୍ୟ ସମ୍ବନ୍ଧରେ ପଚାରି ବୁଝିଛନ୍ତି।ଏହି କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ଜିଲ୍ଲାରୁ ବିଜେପି କର୍ମୀ ଓ ସାଧାରଣ ଜନତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ନୂଆ ବର୍ଷ ପୂର୍ବରୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଗନ୍ନାଥଙ୍କୁ କଲେ ଦର୍ଶନ
ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର- ବର୍ତମାନ ବ୍ୟାଙ୍କ୍ ଖାତା, ତିନି ମାସର ସକ୍ରିୟତା, ଆଧାର ନମ୍ବର ଓ ଟେଲିଫୋନ ଠିକଣା ଥିଲେ ବ୍ୟାଙ୍କ୍ ତଥା ଇ-ମୁଦ୍ରା ବା ଡିଜିଟାଲ୍ ପ୍ଲାଟଫର୍ମରେ ମାତ୍ର ୩୦ ସେକେଣ୍ଡ୍ ମଧ୍ୟରେ ଜଣେ ଲୋକ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ପାଇପାରୁଛି । ଏହା ମୋଦି ସରକାରଙ୍କ ଗରିବ ଲୋକଙ୍କୁ ଭେଟି ବୋଲି ଶୁକ୍ରବାର ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ଭୁବନେଶ୍ୱର ଶାଖା କାର୍ଯ୍ୟାଳୟ ତରଫରୁ ଆୟୋଜିତ ଗ୍ରାହକ ମେଳାରେ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ସେ ଓଡିଶାରେ ବ୍ୟାଙ୍କ୍ ଶାଖା କମ୍ ଥିବାରୁ ଅଧିକ ବ୍ୟାଙ୍କ୍ ଖୋଲିବାକୁ ପରାମର୍ଶ ଦେଇଥିଲେ ।
ବ୍ୟାଙ୍କ୍ ସହ ଗ୍ରାହକଙ୍କ ସମ୍ପର୍କ ସୂତ୍ର ପ୍ରସାରଣ ନିମନ୍ତେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ କହିଛନ୍ତି ଯେ ଭାରତ ସରକାରଙ୍କର ଅର୍ଥ ବିଭାଗ ତରଫରୁ ତଥା ବ୍ୟାଙ୍କିଂ ଡିଭିଜନ୍ ତରଫରୁ ପାର୍ବଣ ଅବସରରେ ଦେଶରେ ଗୋଟିଏ ଅଭିନବ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ପୂର୍ବରୁ ଗ୍ରାହକମାନେ ବ୍ୟାଙ୍କ ଯାଉଥିବା ବେଳେ ଏବେ ବ୍ୟାଙ୍କ୍ ଲୋକଙ୍କ ପାଖକୁ ଯାଉଛି । ଏ ସମ୍ପର୍କିତ କାର୍ଯ୍ୟକ୍ରମ ଓଡିଶାରେ ଅଭିଯାନକୁ ଆରମ୍ଭ କରାଯାଇଛି । ଆଜି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଭୁବନେଶ୍ୱରରେ ୨୬୦୪ ଜଣଙ୍କୁ ଋଣ ଦିଆଯାଇଛି । ମୋଟ ୧୬୬.୧୧ କୋଟି ଟଙ୍କା ଋଣ ମୁଦ୍ରା ଓ ଅନ୍ୟ ଯୋଜନାରେ ଏସଏସଜି ସହ ଶିକ୍ଷା, ଗାଡି ଓ ଘର ତିଆରି ଆଦି ପାଇଁ ଲୋନ୍ ଦିଆଯାଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସାମାନ୍ୟ ଲୋକମାନଙ୍କୁ ଋଣ ସୁବିଧାରେ ମିଳୁ ଏହା ଭାରତ ସରକାରଙ୍କ ଲକ୍ଷ୍ୟ ରହିଛି । ଦେଶର ଅର୍ଥନୀତିକୁ ମଜବୁତ କରିବାରେ ସାମାନ୍ୟ ଲୋକର ମଧ୍ୟ ଭାଗିଦାରୀ ରହୁ ଏବଂ ବ୍ୟାଙ୍କ ଏଥିରେ ସହଯୋଗ ହେଉ ଏହା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଓଡିଶାର ବିଭିନ୍ନ କ୍ଷେତ୍ରକୁ ମୋଟ ୨ ଲକ୍ଷ କୋଟି ଟଙ୍କା ଋଣ ବ୍ୟାଙ୍କ୍ ଦେଇଛି । ଏହି ଋଣ ଭିତରେ ଓଡିଶାର ଏସଏସଜି ଭଉଣୀମାନେ ୩୬ ହଜାର କୋଟି ଟଙ୍କା ନେଇଛନ୍ତି ଏବଂ ଏହି ଏସଏସଜି ଭଉଣୀମାନେ ଋଣ ନେଇ ସମୟ ଭିତରେ ଶତପ୍ରତିଶତ ଋଣ ପରିଶୋଧ କରୁଛନ୍ତି । ତେଣୁ ଏହି ଟଙ୍କା ଋଣ କ୍ଷମତାକୁ ଆହୁରି ବୃଦ୍ଧି କରିବା ସହ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଆର୍ଥିକ ସହାୟତା ଦେବାକୁ ଶ୍ରୀ ପ୍ରଧାନ ପ୍ରସ୍ତାବ ଦେଇଛନ୍ତି ।
ଭାରତ ସରକାର ଗରିବ ଲୋକଙ୍କ ନିମନ୍ତେ ବ୍ୟାଙ୍କମାନଙ୍କୁ ଫାଇନାନ୍ସ କରିବା ପାଇଁ ୭୦ ହଜାର କୋଟି ଟଙ୍କା ଦେଇଛନ୍ତି । ବିଭିନ୍ନ ଅର୍ଥତୈନିକ ସୁଧାର ବ୍ୟବସ୍ଥା ହାତକୁ ନିଆଯାଇଛି । କର୍ପୋରେଟ୍ ଟ୍ୟାକ୍ସ ହାରକୁ ହ୍ରାସ କରାଯାଇଥିବା ବେଳେ ମାନୁଫ୍ୟାକଚର୍ କ୍ଲଷ୍ଟରିଂ ବଢିବା ପାଇଁ ପ୍ରତ୍ସାହୋନ ଦିଆଯାଇଛି । ସେହିପରି ଓଡିଶାରେ ଘର ତିଆରି ସେକ୍ଟରରେ ଋଣ ଦେବା ପାଇଁ ଟଙ୍କା ବଢାଇବାର ବ୍ୟବସ୍ଥା କରାଯାଉ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସରକାରୀ ପଇସାକୁ ମିଶାଇ ଋଣ ନେଇ ଭଲ ଘର କରିବାର ଆବଶ୍ୟକାତା ରହିଛି । ତେଣୁ ଓଡିଶାର ହାଉସିଂ ସେକ୍ଟର ଋଣ ଅଧିକ ବଢେଇବା ଦରକାର ବୋଲି କେନ୍ଦ୍ରମବୀ ଶ୍ରୀ ପ୍ରଧାନ କହିଛନ୍ତି ।