Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟରେ ବିଶ୍ୱ ରେଡ଼କ୍ରସ ଦିବସ

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟର ଯୁବ ରେଡ଼କ୍ରସ ଶାଖା ପକ୍ଷରୁ ଆଜି ରେଡ଼କ୍ରସର ଦୂରଦର୍ଶୀ ସଂସ୍ଥାପକ ହେନେରୀ ଦୁରାଣ୍ଟଙ୍କ ଜନ୍ମଦିବସ ଅବସରରେ ବିଶ୍ୱ ରେଡ଼କ୍ରସ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଯୁବ ରେଡ଼କ୍ରସ ତଥା ରେଡ ରିବନ କ୍ଲବ ଅଧିକାରୀ ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ସଭାରେ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ସଭାପତିତ୍ୱ କରିଥିବା ବେଳେ ଅଧ୍ୟାପକ ଡକ୍ଟର ସନ୍ତୋଷ କୁମାର ରଥ ଓ ବିମଳ କୁମାର ପଣ୍ଡା ଅତିଥି ବକ୍ତା ଭାବେ ଯୋଗ ଦେଇଥିଲେ।

ଚଳିତ ବର୍ଷର ପ୍ରସଙ୍ଗ ” ବିଶ୍ୱ ରେଡ଼କ୍ରସ ଦିବସ ଓ ମାନବିକତାର ଦୃଷ୍ଟି କୋଣ “ଶୀର୍ଷକ ଆଲୋଚନା କରି ଡକ୍ଟର କୈଳାସ ଚନ୍ଦ୍ର ମହାରଣା ମାନବିକତା ସହିତ ନୈତିକତା, ବନ୍ଧୁତା, ସହଭାଗିତା, ସହିଷ୍ଣୁତା, ଜାତୀୟତା, ଗ୍ରହଣଶୀଳତା ଓ ଯୁବ ମାନସିକତା କିପରି କର୍ଷଣ କରିବାକୁ ହୁଏ ତାହା ଉପସ୍ଥାପନା କରିଥିଲେ। ଅତିଥି ବକ୍ତା ଭାବେ ଯୋଗଦେଇ ଡକ୍ଟର ସନ୍ତୋଷ କୁମାର ରଥ ଓ ବିମଳ କୁମାର ପଣ୍ଡା ରେଡ଼କ୍ରସର ଉଦ୍ଦେଶ୍ୟ,ଇତିହାସ, କାର୍ଯ୍ୟକ୍ରମ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସଂଯୋଜିକା ମନସ୍ବିନୀ ପଟ୍ଟନାୟକ ବର୍ଷସାରା ଆୟୋଜିତ ରେଡ଼କ୍ରସ କାର୍ଯ୍ୟକ୍ରମରେ ସ୍ବେଛାସେବୀମାନଙ୍କର ଉତ୍ସାହ ଓ ପ୍ରତିବଦ୍ଧତା ଉପରେ ଗୁରୁତ୍ୱ ଆରୋପ କରିଥିଲେ।

ସ୍ବେଛାସେବୀ ସଂଗ୍ରାମ ଦାଶ ଓ ପ୍ରଜ୍ଞାସ୍ମିତା ସାହୁ ବିଭିନ୍ନ ଶିବିର ଓ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ସେମାନଙ୍କର ଅନୁଭୂତି, ନେତୃତ୍ୱ ଓ ବ୍ୟକ୍ତିତ୍ୱ ବିକାଶ ସମ୍ପର୍କରେ ମତ ରଖିଥିଲେ। ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ ସ୍ଵେଚ୍ଛାସେବୀ ସରସ୍ବତୀ ଘଟୁଆଳି।

Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟର ଯୁବ ରେଡକ୍ରସ ପକ୍ଷରୁ ପାନୀୟ ଜଳ ବିତରଣ କାର୍ଯ୍ୟକ୍ରମ

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟର ଯୁବ ରେଡ଼କ୍ରସ ଶାଖାର ନେତୃତ୍ୱ ଓ ଜାତୀୟ ସେବା ଯୋଜନାର ସହାଭାଗିତାରେ ବାଲୁଗାଁ ଚିଲିକା କୂଳ ନିକଟରେ ଆଜି ପାନୀୟ ଜଳ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯୁବ ରେଡ଼କ୍ରସ ପରାମର୍ଶଦାତା ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ ଓ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ରୀନା ରାଉତଙ୍କ ସଂଯୋଜନାରେ ଆଜି ମରାଳ ମାଳିନୀ ନୀଳାମ୍ବୁ ଚିଲିକା ତଟ ଦେଶରେ ଆଜି  ପାନୀୟ ଜଳ ଓ ଦହିପଣା ବିତରଣ କରାଯାଇଛି।

ଏଥିରେ ଅଧ୍ୟକ୍ଷ ଡଃ ଲଷ୍ମୀ ଧର ସୁବୁଦ୍ଧି, ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ, ଡକ୍ଟର ମୋନାଲିସା ମାନସିଂହ,ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର କୈଳାସ ଚନ୍ଦ୍ର ମହାରଣା, ରେଡ଼କ୍ରସ ପରାମର୍ଶଦାତା ଧୋବୀ ଚରଣ ପରିଡା, ପତିତପାବନ ପଣ୍ଡା,ପ୍ରବୀଣ କୁମାର ଜେନା, ଶିବରାମ ସିଂହ, ବିଦ୍ୟାଧର ଜୁଝାରସିଂହ, ସ୍ଵାତୀ ସ୍ବାଗତିକା ସାହୁ, କୀର୍ତ୍ତିମୟୀ ବାରିକ, ସୁନୀଲ କୁମାର ସୁଆର,ଚନ୍ଦନ ନାୟକ, ବିମଳ ପଣ୍ଡା, ବିଶ୍ୱଜିତ ଦାସ, କ୍ଷୀରୋଦ ନାଥ ନାୟକ, ସୁଧାକର ନାୟକ ପ୍ରମୁଖ ଉପସ୍ଥିତ ରହି ସ୍ବେଛାସେବୀ ମାନଙ୍କୁ ଉତ୍ସାହିତ କରିଥିଲେ। ସ୍ଵେଚ୍ଚାସେବୀ ସଂଗ୍ରାମ ଦାସ, ନୀଳକଣ୍ଠ ଦାସ,ଶିବ ମହାରଣା, ପ୍ରଜ୍ଞା ସ୍ମିତା ସାହୁ,ଯସ୍ମିନ ବଳିୟାରସିଂହ, ସରସ୍ବତୀ ଘଟୁଆଳି, ସଂଧ୍ୟା ପାଇକରାୟ, ଲିଜା ଜେନା, ଶୁଭଶ୍ରୀ ବାରିକି, ଦୀପକ ସେଠୀ, ଅମରେଶ ପାତ୍ର, ରାକେଶ ବେହେରା, ସାଇନ ସୁବୁଦ୍ଧି, ଅନନ୍ତ ବେହେରା, ରୁପାଲୀ ବିଶ୍ୱାଳ ପ୍ରମୁଖ ସ୍ବେଛାସେବୀ ପଥଚାରୀ ଓ ଚିଲିକାର ପର୍ଯ୍ୟଟକମାନଙ୍କୁ ଦହିପଣା ଓ ପାନୀୟ ଜଳ ବିତରଣ କରିଥିଲେ।

Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟରେ ମଧୁବାବୁଙ୍କ ଜୟନ୍ତୀ ପାଳିତ

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଆଜି ଓଡ଼ିଆ ସ୍ୱାଭିମାନର ପ୍ରତୀକ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମଦିନ ପାଳିତ ହୋଇଯାଇଛି। ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସଭାରେ ବରିଷ୍ଠ ଅଧ୍ୟାପକ ବିଦ୍ୟାଧର ଜୁଝାରସିଂହ, ଅଧ୍ୟାପକ ପ୍ରବୀଣ କୁମାର ଜେନା, ଡକ୍ଟର ସନ୍ତୋଷ କୁମାର ରଥ ଓ ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପିକା ରୀନା ରାଉତ ଅତିଥିଭାବେ ଯୋଗଦେଇ ମଧୁବାବୁଙ୍କ ଓଡ଼ିଆ ସ୍ୱାଭିମାନ, ଭାଷାପ୍ରୀତି ଓ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ତାଙ୍କ ପ୍ରତିବଦ୍ଧତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଓଡ଼ିଆ ଜାତିର ମୁରବି ଓ ଓଡ଼ିଆ ସ୍ୱାଭିମାନର ଜାଗ୍ରତ ପ୍ରହରୀ ଭାବେ ମଧୁବାବୁଙ୍କ ମହାର୍ଘ ଅବଦାନ ସଦା ଅମ୍ଲାନ ହୋଇ ରହିବ ବୋଲି ଅତିଥିମାନେ ମତ ବ୍ୟକ୍ତ କରିଥିଲେ।

ଏହି ଅବସରରେ ଅଧ୍ୟାପିକା ସୁଶ୍ରୀ ତପସ୍ୱିନୀ ନନ୍ଦ ଓ ଅଧ୍ୟାପିକା କୀର୍ତ୍ତିମୟୀ ବାରିକ ମଧୁବାବୁଙ୍କ କାଳଜୟୀ କବିତା ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା କ୍ରୀଷ୍ଣା ସେଠୀ, ସୁନିତା ନନ୍ଦ, ମନସ୍ବିନୀ ପଟ୍ଟନାୟକ, ସ୍ନିଗ୍ଧାରାଣୀ ମୁଦୁଲି, ବାଳକୃଷ୍ଣ ପାଢ଼ୀ, ଚନ୍ଦନ ନାୟକ, ରୋଜାଲିନ ମିଶ୍ର, ଶୁଚିସ୍ମିତା ମହାପାତ୍ର, ହିମାଂଶୁ ଦାଶ, ବିଶ୍ୱଜିତ ଦାସ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ସଂଚାଳନ ଅଧ୍ୟାପିକା ଶୁଭଦର୍ଶିନୀ ବିଶ୍ୱାଳ କରିଥିବାବେଳେ ଧନ୍ୟବାଦ ଦେଇଥିଲେ ଅଧ୍ୟାପିକା ରୀନା ରାଉତ।

Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଜଳଛତ୍ର

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ପକ୍ଷରୁ ଚିଲିକା କୂଳରେ ଆଜି ଜଳଛତ୍ର କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଛି। ଚଳିତବର୍ଷ ରାଜ୍ୟରେ ମାତ୍ରାଧିକ ଗ୍ରୀଷ୍ମ ପ୍ରବାହ ଓ ବିଶେଷ ଭାବେ ଚିଲିକା କୂଳରେ ପାନୀୟ ଜଳର ଆବଶ୍ୟକତା ଅନୁଭବ କରି ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଓ ଅଧ୍ୟାପିକା ରୀନା ରାଉତଙ୍କ ନେତୃତ୍ୱରେ ଦହିପଣାର ଶୁଭାରମ୍ଭ ଅଧ୍ୟକ୍ଷ ଡଃ ଲକ୍ଷ୍ମୀ ଧର ସୁବୁଦ୍ଧି ଙ୍କ ଦ୍ୱାରା ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ସ୍ଵେଚ୍ଛାସେବୀଙ୍କ ସହ ଅଧ୍ୟାପିକା ସ୍ୱାତୀ ସ୍ଵାଗତିକା ସାହୁ, କୀର୍ତ୍ତିମୟୀ ବାରିକ, ପ୍ରିୟମ୍ବଦା ମହାପାତ୍ର ଉପସ୍ଥିତ ରହି ପର୍ଯ୍ୟଟକ ଓ ପଥଚାରୀ ମାନଙ୍କୁ ପାନୀୟ ଜଳ ବିତରଣ କରିଥିଲେ। ସ୍ଵେଚ୍ଛାସେବୀ ପ୍ରଜ୍ଞାସ୍ମିତା ସାହୁ, ନୀଳକଣ୍ଠ ଦାସ, ରୁପାଲୀ ବିଶ୍ୱାଳ, ରବିନା ଦାସ, ସାଇନ ସୁବୁଦ୍ଧି ପ୍ରମୁଖ ଙ୍କ ସଂଯୋଜନାରେ ଆୟୋଜିତ ଏହି ଜଳଛତ୍ର କାର୍ଯ୍ୟକ୍ରମରେ ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ, ଡକ୍ଟର ସନ୍ତୋଷ କୁମାର ରଥ, ପ୍ରବୀଣ କୁମାର ଜେନା, ଝରଣା ନାଥ, ଶୁଭଦର୍ଶିନୀ ବିଶ୍ୱାଳ, ଶୁଚିସ୍ମିତା ମହାପାତ୍ର, ସୁଧାକର ନାୟକ, କ୍ଷୀରୋଦ ନାଥ ନାୟକ ପ୍ରମୁଖ ଉପସ୍ଥିତ ରହି ସ୍ଵେଚ୍ଛାସେବୀ ଓ ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ଉତ୍ସାହିତ କରିଥିଲେ।

Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ପହେଲଗାମ ମୃତକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଆଜି ପହେଲଗାମ ମୃତକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ନିକଟରେ ଜାମ୍ମୁକାଶ୍ମୀରର ପହେଲଗାମରେ ଅତର୍କିତ ଭାବେ ନିରୀହ ପର୍ଯ୍ୟଟକମାନଙ୍କୁ ଆତଙ୍କବାଦୀମାନେ ଯେଉଁଭଳି ବର୍ବୋରୋଚିତ ଆକ୍ରମଣ କରି ହତ୍ୟାକଲେ ତାହା ସମଗ୍ର ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି।

ଆଜି କଲେଜ ପରିସରରେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଓ ଅଧ୍ୟାପିକା ରୀନା ରାଉତଙ୍କ ତତ୍ୱାବଧାନରେ ତଥା ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଆୟୋଜିତ ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଆତଙ୍କବାଦୀଙ୍କ ଦ୍ୱାରା କରାଯାଇଥିବା ଏହି ଘୃଣ୍ୟ ଓ ଅମାନୁଷିକ ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆୟୋଜନରେ ବରିଷ୍ଠ ସ୍ଵେଚ୍ଛାସେବୀ ନୀଳକଣ୍ଠ ଦାସ, ପ୍ରଜ୍ଞାସ୍ମିତା ସାହୁ, ରୁପାଲୀ ପ୍ରଧାନ, ରବିନା ଦାସ, ସାଇନ ସୁବୁଦ୍ଧି ପ୍ରମୁଖ ନେତୃତ୍ୱ ନେଇଥିଲେ।

Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟରେ ଯୁବ ଲେଖକ ସମ୍ମିଳନୀ

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଓଡ଼ିଆ ପକ୍ଷ ପାଳନ ପରିପ୍ରେକ୍ଷୀରେ ଅପ୍ରେଲ ଏକ ତାରିଖରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଓଡ଼ିଆ ପକ୍ଷର ଆଜି ଯୁବ ଲେଖକ ସମ୍ମିଳନୀ ଆୟୋଜିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଗୋଦାବରୀଶ ମହାବିଦ୍ୟାଳୟର ପ୍ରାକ୍ତନ ରାଜନୀତି ବିଜ୍ଞାନ ମୁଖ୍ୟ ଲକ୍ଷ୍ମୀ ପ୍ରସାଦ ମିଶ୍ର, ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ, ଡକ୍ଟର ସନ୍ତୋଷ କୁମାର ରଥ ଓ ଅଧ୍ୟାପିକା ଝରଣା ନାଥ ଯୋଗଦେଇ ମହାବିଦ୍ୟାଳୟର ନବ ପ୍ରତିଭା ମାନଙ୍କୁ ନିରନ୍ତର ଲେଖନୀ ଚାଳନା କରିବାକୁ ଅନୁପ୍ରେରିତ କରିଥିଲେ। ଡକ୍ଟର ସନ୍ତୋଷ କୁମାର ରଥ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜୀବନ ଓ ଦର୍ଶନ ସମ୍ପର୍କରେ ଆଲୋଚନା କରିବା ସହ ତାଙ୍କ ସାରସ୍ୱତ ସୃଷ୍ଟିର ନିର୍ଯାସ ଉପସ୍ଥାପନା କରିଥିଲେ।

କାର୍ଯ୍ୟକ୍ରମ ଟିକୁ ସଂଯୋଜନା କରିଥିଲେ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା।  ପ୍ରାରମ୍ଭରେ ଅଧ୍ୟକ୍ଷ ଡଃ ଲଷ୍ମୀଧର ସୁବୁଦ୍ଧି ଶିକ୍ଷାର୍ଥୀମାନଙ୍କର ସର୍ଜନଶୀଳତା ବିକାଶ ପାଇଁ ପରାମର୍ଶ ଦେବା ସହ ଓଡ଼ିଆ ସାହିତ୍ୟିକମାନଙ୍କର ବିଭିନ୍ନ କାଳଜୟୀ ପଂକ୍ତି ଉପସ୍ଥାପନ କରିଥିଲେ।

ଏହି ଅବସରରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଅଧ୍ୟାପକ ଲଷ୍ମୀପ୍ରସାଦ ମିଶ୍ର,ଡଃ ଲଷ୍ମୀଧର ସୁବୁଦ୍ଧି, ଡଃ କୈଳାସ ଚନ୍ଦ୍ର ମହାରଣା, ଅଧ୍ୟାପିକା ଝରଣା ନାଥ, ଶୁଭଦର୍ଶିନୀ ବିଶ୍ୱାଳ, କୀର୍ତ୍ତିମୟୀ ବାରିକ, ବିମଳ କୁମାର ପଣ୍ଡା,ସ୍ନିଗ୍ଧା ରାଣୀ ମୁଦୁଲି,ସୋନାଲି କରଣ, ଗାୟତ୍ରୀ ମହାରଣା ପ୍ରମୁଖ ବହୁ ଛାତ୍ର ଛାତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ।

ଏହି ଅବସରରେ ଆୟୋଜିତ ଆଲୋଚନା ଚକ୍ରରେ ଅଧ୍ୟାପକ ଧୋବୀ ଚରଣ ପରିଡ଼ା,ଅଧ୍ୟାପିକା ସ୍ୱାତୀ ସ୍ଵାଗତିକା ସାହୁ, ପ୍ରିୟମ୍ବଦା ମହାପାତ୍ର ଅଂଶ ଗ୍ରହଣ କରିଥିଲେ।  ଅଧ୍ୟାପିକା ସ୍ନିଗ୍ଧା ରାଣୀ ମୁଦୁଲି ଅନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଉତ୍କଳ ଦିବସ ପାଳିତ

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ପକ୍ଷରୁ ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ଦ୍ୱାରା ଓଡ଼ିଶା ଦିବସ ଓ ଓଡ଼ିଆ ପକ୍ଷ ପାଳନର ଶୁଭାରମ୍ଭ କରାଯାଇଛି। ଆଜି ପୂର୍ବାହ୍ଣରେ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଓ ଅଧ୍ୟାପିକା ରୀନା ରାଉତଙ୍କ ତତ୍ୱାବଧାନରେ ପ୍ରଥମେ ମହାବିଦ୍ୟାଳୟ ପରିସରରେ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ପରେ ସଭ୍ୟ ସଭ୍ୟାମାନେ ସମବେତ ଭାବେ ଓଡ଼ିଶାର ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। ଏହାପରେ ଏକ ସଭାରେ ଅତିଥି ବକ୍ତାଭାବେ ଡକ୍ଟର ଲଷ୍ମୀଧର ସୁବୁଦ୍ଧି ଓ ଡକ୍ଟର ଅକ୍ଷୟ କୁମାର ମିଶ୍ର ଯୋଗଦେଇ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଶ୍ଚାତରେ ଥିବା ଉତ୍କଳ ସମ୍ମିଳନୀ, ବ୍ୟକ୍ତିବିଶେଷ ଓ ବିଭିନ୍ନ ସଂଗଠନର ନିଷ୍ଠାପର ଆନ୍ଦୋଳନ ସମ୍ପର୍କରେ ଆଲୋଚନା କରିଥିଲେ।

ଏହି ଆଲୋଚନା କାର୍ଯ୍ୟକ୍ରମରେ ଅଧ୍ୟାପକ ମୀନକେତନ ସୁନ୍ଦରାୟ, ଜାତୀୟ ସେବା ଯୋଜନାର ସ୍ବେଛାସେବୀ ରଶ୍ମି ବେହେରା, ପ୍ରଜ୍ଞାସ୍ମିତା ସାହୁ, ରୁପାଲୀ ପ୍ରଧାନ, ନୀଳକଣ୍ଠ ଦାସ, ହରିହର ତ୍ରିପାଠୀ, ସୁନୀଲ ତ୍ରିପାଠୀ, ଦୀନବନ୍ଧୁ ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ୧୧ତମ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ମଙ୍ଗଳବାର ଦିନ ମହାବିଦ୍ୟାଳୟର ସଭାଗୃହରେ ପାଳିତ ହୋଇଯାଇଛି। ଉକ୍ତ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଲକ୍ଷ୍ମୀଧର ସୁବୁଦ୍ଧି ସଭାପତି ଦାୟିତ୍ବ ତୁଲାଇଥିବା ବେଳେ, +୨ ଅଧ୍ୟକ୍ଷ ସୁବାସ ଶ୍ରୀଚନ୍ଦନ ସମ୍ମାନୀତ ଅତିଥି ଭାବରେ ମଞ୍ଚାସୀନ ଥିଲେ। ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପିକା ଝରଣା ନାଥ ଅତିଥି ମାନଙ୍କୁ ସ୍ବାଗତ କରି ଶାସ୍ତ୍ରୀୟ ଭାଷାର ଲକ୍ଷଣ, ପ୍ରାଚୀନତା ଓ ଶାସ୍ତ୍ରୀୟ ଭାଷା ଦିବସର ମହତ୍ତ୍ଵ ସଂପର୍କରେ ନିଜର ମତ ଉପସ୍ଥାପନ କରି ଛାତ୍ରଛାତ୍ରୀମାନଙ୍କୁ ଅନୁପ୍ରାଣିତ କରିଥିଲେ।

ଅଧ୍ୟାପକ ଧୋବି ଚରଣ ପରିଡ଼ା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଡ. ପୂର୍ଣ୍ଣଚନ୍ଦ୍ର ସାମନ୍ତରାୟ ମଞ୍ଚ ସଂଚାଳନ କରିଥିଲେ। ସମ୍ମାନୀତ ଅତିଥି ଶ୍ରୀଯୁକ୍ତ ଶ୍ରୀଚନ୍ଦନ ଓଡ଼ିଆ ଶାସ୍ତ୍ରୀୟ ଭାଷା ଦିବସର ଯଥାର୍ଥତାକୁ ଉପସ୍ଥାପନା କରିଥିଲେ।ସଭାର ସଭାପତି ଅଧ୍ୟକ୍ଷ ଡ. ଲକ୍ଷ୍ମୀଧର ସୁବୁଦ୍ଧି ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ ଓଡ଼ିଆ ଭାଷାର ପ୍ରଶଂସା କରିବା ସହିତ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ କହିଥିଲେ ;ଭାଷା ହିଁ ଗୋଟିଏ ଜାତିର ପରିଚୟ।

ମହାବିଦ୍ୟାଳୟର ଅଧ୍ୟାପକ ବିମଳ କୁମାର ପଣ୍ଡା ଏବଂ ବିଶ୍ବଜିତ ଦାସଙ୍କ ସହିତ ବିଭାଗର ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ସଭା କାର୍ଯ୍ୟକୁ ସାଫଲ୍ଯ ମଣ୍ଡିତ କରିଥିଲେ।ପରିଶେଷରେ ବିଭାଗର ଅଧ୍ୟାପିକା ଶୁଭଦର୍ଶିନୀ ବିଶ୍ବାଳ ଧନ୍ୟବାଦ ପ୍ରଦାନ କରିଥିଲେ।

Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟର ୪୪ ତମ ବାର୍ଷିକ ଉତ୍ସବରେ ଯୋଗଦେଲେ ଆଇନ ମନ୍ତ୍ରୀ, ପୁରୀ ସାଂସଦ

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟର ୪୪ ତମ ବାର୍ଷିକ ଉତ୍ସବ ଆଜି ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଓଡ଼ିଶାର ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥି, ପୁରୀ ଲୋକସଭା ସାଂସଦ ଡକ୍ଟର ସମ୍ବିତ ପାତ୍ର ମୁଖ୍ୟ ବକ୍ତା, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷl ସୁକାନ୍ତି ପାଇକରାୟ ସମ୍ମାନିତ ଅତିଥି ଓ ବିଶିଷ୍ଟ ଶିକ୍ଷାବିତ୍ ତଥା ମଞ୍ଚ ଉଦଘୋଷକ ଡକ୍ଟର ମୃତ୍ୟୁଞ୍ଜୟ ରଥ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ୪୪ତମ ବାର୍ଷିକ ଉତ୍ସବକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ଛାତ୍ରୀମାନଙ୍କର ଉଦବୋଧନୀ ସଂଗୀତ ପରେ ଅଧ୍ୟକ୍ଷ ମଂଚାସୀନ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ମୁଖ୍ୟ ବକ୍ତା ଡକ୍ଟର ସମ୍ବିତ ପାତ୍ର ବିକଶିତ ଭାରତ ବର୍ଷରେ ଓଡ଼ିଆ ବ୍ୟକ୍ତିମାନଙ୍କର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରଭାବ ଓ ପ୍ରଜ୍ଞାର ଅବତାରଣା କରି କହିଥିଲେ ଯେ ଶ୍ରୀଜଗନ୍ନାଥ ଓଡ଼ିଆ ମାନଙ୍କର ବୁଦ୍ଧି, ସର୍ଜନଶୀଳତା ଓ ବିଚlରଶୀଳତାକୁ ପରିଚାଳିତ କରୁଛନ୍ତି।  ଶ୍ରୀଜଗନ୍ନାଥ ଆମ ଅସ୍ମିତା ଓ ଆମ ପ୍ରଗତିର ଉତ୍ସ। ସାମ୍ପ୍ରତିକ ସମୟରେ ଓଡ଼ିଶାର ଯୁବବର୍ଗ ଚାକିରୀ ପଛରେ ନ ଗୋଡ଼ାଇ କୃତ୍ରିମ ବୁଦ୍ଧିମତାର ସାହାଯ୍ୟ ନେଇ ଆତ୍ମନିର୍ଭର ହେବା ସହ ଅନ୍ୟମାନଙ୍କ ପ୍ରେରଣାର ଉତ୍ସ ହେବା ଆବଶ୍ୟକ।

ମୁଖ୍ୟ ଅତିଥିଭାବେ ଯୋଗଦେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିଟି ଅନୁଷ୍ଠାନିକ ବିକାଶରେ ଯୁବବର୍ଗଙ୍କ ପ୍ରତିବଦ୍ଧତା ଅପରିହାର୍ଯ୍ୟ ବୋଲି ବକ୍ତବ୍ୟ ଦେଇଥିଲେ। ଏଥିସହ ମହାବିଦ୍ୟାଳୟର ଗୁଣାତ୍ମକ ବିକାଶ ପାଇଁ ଅଧ୍ୟାପକ ଅଧ୍ୟାପିକାମାନେ ନିରନ୍ତର ଲାଗିରହିଲେ ଶିକ୍ଷାର୍ଥୀମାନଙ୍କର ଅନ୍ତର୍ନିହିତ ବିକାଶ ହେବା ସହ ଅନୁଷ୍ଠାନର ମୁଖ୍ୟ ଉଦ୍ଦେଶ୍ୟ ସାଧିତ ହୋଇପାରିବ ବୋଲି ସେ ଆଲୋକପାତ କରିଥିଲେ।

ଅନ୍ତର୍ଜାତୀୟ ମଞ୍ଚ ସଂଚାଳକ ଡକ୍ଟର ମୃତ୍ୟୁଞ୍ଜୟ ରଥ ବାଲୁଗାଁ ବାଣପୁର ଅଂଚଳର କଳା,ସାହିତ୍ୟ, ନାଟ୍ୟକଳl, ଐତିହ୍ୟ, ସଂସ୍କୃତି, ଓ ଵୀରତ୍ୱର ଗାଥା ଉପସ୍ଥାପନ କରି ଛାତ୍ର ଛାତ୍ରୀ ଓ କର୍ମଚାରୀମାନଙ୍କୁ ଅନୁପ୍ରାଣିତ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ପୃଥ୍ୱୀରାଜ ହରିଚନ୍ଦନ ବାଲୁଗାଁ ଅଂଚଳର ବିଶିଷ୍ଟ ମଞ୍ଚ କଳାକାର ଓ ଚଳଚିତ୍ର ଅଭିନେତା ରବି ନନ୍ଦଙ୍କୁ ଚଳିତବର୍ଷର ଶାନ୍ତନୁ ଦାଶ ସ୍ମାରକୀ ନାଟ୍ୟ ସମ୍ମାନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।

ଏହାପରେ ମହାବିଦ୍ୟାଳୟର ଯୁକ୍ତ ଦୁଇ ଓ ଯୁକ୍ତ ତିନି ସ୍ତରରେ ଛାତ୍ର ତଥା ସାଂସ୍କୃତିକ ପରିଷଦ ପକ୍ଷରୁ ଅନୁଷ୍ଠିତ ବିଭିନ୍ନ ବୌଦ୍ଧିକ, କ୍ରୀଡ଼ା, ନାଟ୍ୟ, ସାହିତ୍ୟ ଓ ବିଜ୍ଞାନ ପ୍ରତିଯୋଗିତାର କୃତୀ ଛାତ୍ର ଛାତ୍ରୀମାନଙ୍କୁ ସମ୍ମାନିତ ବକ୍ତା ଡକ୍ଟର ରଥ, ଅଧ୍ୟାପକ ଅନଙ୍ଗ ଭୀମ ବିଶ୍ୱାଳ, ତ୍ରିବିକ୍ରମ ପଣ୍ଡା, ଅକ୍ଷୟ କୁମାର ମିଶ୍ର ପ୍ରମୁଖ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। ଡକ୍ଟର କୈଳାସ ଚନ୍ଦ୍ର ମହାରଣା ମଞ୍ଚ ସଂଯୋଜନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଯୁକ୍ତଦୁଇ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ। ଅଧ୍ୟାପିକା ଡକ୍ଟର ମୋନାଲିସା ମାନସିଂହ, ବିଦ୍ୟାଧର ଜୁଝାରସିଂହ, ସୁବ୍ରତ ତ୍ରିପାଠୀ, ରୀନା ରାଉତ, ମନସ୍ବିନୀ ପଟ୍ଟନାୟକ, ମୃଡ଼ାଣି ଶଙ୍କର ପ୍ରସାଦ ମିଶ୍ର, ହିମାଂଶୁ କୁମାର ଦାଶ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ମହାବିଦ୍ୟାଳୟରେ ବାଳିକା ଆତ୍ମରକ୍ଷା କୌଶଳ ତାଲିମ୍ କାର୍ଯ୍ୟକ୍ରମ ଉଦଯାପିତ

ବାଲୁଗାଁ: ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ପ୍ରୋତ୍ସାହନରେ ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ସ୍ନାତକ ଶ୍ରେଣୀର ବାଳିକା ଆତ୍ମରକ୍ଷା କୌଶଳ ତାଲିମ୍ କାର୍ଯ୍ୟକ୍ରମର ଉଦଯାପନ ଉତ୍ସବ ଆଜି ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ପ୍ରଜ୍ଞା ଭବନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥିମାନେ ଯୋଗଦେଇ ପ୍ରଥମେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ଵଳନ କରିଥିଲେ।

ଛାତ୍ରୀ ପ୍ରଜ୍ଞାସ୍ମିତା ସାହୁ ସ୍ୱାଗତ ସଂଗୀତ ପରିବେଷଣ କରିବା ପରେ ଆତ୍ମରକ୍ଷା କୌଶଳ ତାଲିମ୍ କାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ଡକ୍ଟର ମୋନାଲିସା ମାନସିଂହ ଅତିଥି ପରିଚୟ ପ୍ରଦାନ ସହ ଫେବୃଆରୀ ଆଠ ତାରିଖରୁ ଆଠ ଦିନ ଧରି ୧୮୦ ଜଣ ଯୁକ୍ତ ତିନି ବାଳିକାମାନଙ୍କ ପାଇଁ ଅନୁଷ୍ଠିତ ହୋଇଥିବା ତାଲିମ୍ କାର୍ଯ୍ୟକ୍ରମର ବିବରଣୀ ଉପସ୍ଥାପନ କରିଥିଲେ। ଏହାପରେ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି ସ୍ୱାଗତ ଭାଷଣ ସହ ବାଳିକା ମାନଙ୍କ ଆତ୍ମରକ୍ଷା କୌଶଳର ବିଭିନ୍ନ ଉପଯୋଗିତା ସମ୍ପର୍କରେ ଆଲୋଚନା କରିଥିଲେ।

ସମ୍ମାନିତ ଅତିଥିଭାବେ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଅଧ୍ୟାପକ ପ୍ରବୀଣ କୁମାର ଜେନା, କରାଟେ ଖେଳାଳି ପ୍ରତାପ କେଶରୀ ଜେନା, ସାଲୋନୀ ପାତ୍ର ଯୋଗ ଦେଇ ବାଳିକାମାନଙ୍କ ଆତ୍ମରକ୍ଷା କୌଶଳର ପ୍ରାସଙ୍ଗିକତା ବର୍ଣ୍ଣନା କରିବା ସହିତ ତତ୍କାଳ ସମସ୍ୟା ସମ୍ମୁଖୀନ ହେବା ପାଇଁ ବାଳିକାମାନଙ୍କୁ ଏହା କିପରି ନୂତନ ଜ୍ଞାନ ଓ ଦୃଷ୍ଟି ପ୍ରଦାନ କରିଥାଏ ତାହା ଆଲୋଚନା କରିଥିଲେ।

ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନ୍ତର୍ଜାତୀୟ କରାଟେ ଖେଳାଳି ଦୀପକ ସାମନ୍ତରାୟ କହିଲେ ଯେ ସମ୍ପ୍ରତି ବାଳିକାମାନେ ନିଜର ଆତ୍ମରକ୍ଷା ପାଇଁ ପ୍ରତିକ୍ରିୟା ପ୍ରଦର୍ଶନ କରିବା ସହିତ ପ୍ରତିଟି ମୁହୂର୍ତ୍ତରେ ଆତ୍ମସଚେତନ ହେବା ଆବଶ୍ୟକ।

ଏହି ଅବସରରେ ମୁଖ୍ୟ ଅତିଥି ଦୀପକ ସାମନ୍ତରାୟଙ୍କୁ ଅଧ୍ୟକ୍ଷ ସମ୍ବର୍ଦ୍ଧିତ କରିଥିଲେ। ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ରୀନା ରାଉତ ଓ ପ୍ରଶିକ୍ଷାର୍ଥୀ ନିଲମ ସାହୁ ଛାତ୍ରୀମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରିଥିବା ବେଳେ ଯୁବ ରେଡ଼କ୍ରସ ଅଧିକାରୀ ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଡକ୍ଟର ସନ୍ତୋଷ ରଥ, ପ୍ରଦୀପ ପାଢ଼ୀ, ଅଧ୍ୟାପିକା ସ୍ନିଗ୍ଧା ରାଣୀ ମୁଦୁଲି, ସୁନିତା ନନ୍ଦ, ରୋଜାଲିନ ମିଶ୍ର ଶୁଭଦର୍ଶିନୀ ପରିଡ଼ା, ପ୍ରିୟମ୍ବଦା ମହାପାତ୍ରପ୍ରମୁଖ ଉପସ୍ଥିତ ରହି ଛାତ୍ରୀମାନଙ୍କୁ ଆତ୍ମରକ୍ଷା ସମ୍ପର୍କରେ ପରାମର୍ଶ ଦେବା ସହ ଉତ୍ସାହିତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ମହାବିଦ୍ୟାଳୟରେ ଅଘଟଣ: ସେମିଷ୍ଟାର ପରୀକ୍ଷା ପୂର୍ବରୁ ଚାଲିଗଲା ଛାତ୍ରୀଙ୍କ ଜୀବନ

ବାଲୁଗାଁ: ଆଜି ପୂର୍ବାହ୍ନରେ ବାଲୁଗାଁ ମହାବିଦ୍ୟାଳୟର ଜଣେ ଛାତ୍ରୀ ପରୀକ୍ଷା ଦେବା ପୂର୍ବରୁ ଅସୁସ୍ଥ ହୋଇପଡ଼ିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି।ସୂଚନା ମୁତାବକ ଚିଲିକା ବ୍ଲକ ଆଙ୍କୁଲା ପଞ୍ଚାୟତ ଅନ୍ତର୍ଗତ ରାହାଣବେଲି ଗ୍ରାମର ଅମୂଲ୍ୟ ସାମନ୍ତରାୟଙ୍କ ଝିଅ ସସ୍ମିତା ସାମନ୍ତରାୟ ବାଲୁଗାଁ ମହାବିଦ୍ୟାଳୟରେ ଯୁକ୍ତ ତିନି ଦ୍ୱିତୀୟ ବର୍ଷ ଦର୍ଶନଶାସ୍ତ୍ର ବିଭାଗର ଛାତ୍ରୀ।

ଆଜି ତୃତୀୟ ସେମିଷ୍ଟାର ଇଂରାଜୀ ପରୀକ୍ଷା ଥିବାରୁ ସସ୍ମିତା ବାଳିକା ସାଧାରଣ କୋଠରୀରେ ଅପେକ୍ଷା କରି ବସିଥିବା ବେଳେ ହଠାତ୍ ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ। ସଙ୍ଗେ ସଙ୍ଗେ ସହ ପାଠିନି ଏବଂ ମହାବିଦ୍ୟାଳୟର କର୍ମଚାରୀଙ୍କ ସହାୟତାରେ ସସ୍ମିତାଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

ଖବରପାଇ ପରିବାରବର୍ଗ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ। ମାତ୍ର ଅବସ୍ଥା ଗୁରୁତର ଥିବାରୁ ସସ୍ମିତାକୁ ଭୁବନେଶ୍ଵର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ପରିବାର ପକ୍ଷରୁ କହିଛନ୍ତି। ଶବ ବ୍ୟବଚ୍ଛେଦ ପରେ ସସ୍ମିତାଙ୍କ ମର ଶରୀର ପରିବାରକୁ ହସ୍ତାନ୍ତର କରାଯିବା ନେଇ ଜଣାପଡ଼ିଛି। ମେଧାବୀ ଛାତ୍ରୀଙ୍କ ଅକାଳ ବିୟୋଗରେ କଲେଜ ପରିସର ସହ ଗ୍ରାମରେ ଶୋକାକୁଳ ପରିସ୍ଥିତି ଦେଖାଦେଇଛି।

Categories
ଆଞ୍ଚଳିକ

ବାଲୁଗାଁ: ଇଂରାଜୀ ଭାଷା ସାହିତ୍ୟ ସମାଜର କର୍ମଶାଳା

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟର ଇଂରାଜୀ ଭାଷା ସାହିତ୍ୟ ସମାଜ ପକ୍ଷରୁ “ସାହିତ୍ୟ ଓ ଜୀବନ” ଶୀର୍ଷକ ଏକ କର୍ମଶାଳା ଅନୁଷ୍ଠିତ ହେବା ସହ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ଆବାହିକା ତଥା ଇଂରାଜୀ ବିଭାଗ ମୁଖ୍ୟ ଅଧ୍ୟାପିକା ଡକ୍ଟର ମୋନାଲିସା ମାନସିଂହ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ।

ଉକ୍ତ ଉତ୍ସବରେ ନିମନ୍ତ୍ରିତ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିବା ପରେ ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଉତ୍ସବର ମୁଖ୍ୟ ଅତିଥି ତଥା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡକ୍ଟର କଳ୍ପନା ଦାଶ ଓ ମୁଖ୍ୟ ବକ୍ତା ତଥା ପ୍ରାକ୍ତନ ଇଂରାଜୀ ବିଭାଗ ମୁଖ୍ୟ ଡକ୍ଟର ଜୟନ୍ତୀ ଯୋଗଦେଇ ସାହିତ୍ୟ ଓ ସର୍ଜନଶୀଳତା ସହିତ ଦୈନନ୍ଦିନ ଜୀବନର ସମ୍ପର୍କ ପ୍ରସଙ୍ଗରେ ଆଲୋଚନା କରି ଶିକ୍ଷାର୍ଥୀମାନଙ୍କୁ ଅନୁପ୍ରାଣିତ କରିଥିଲେ। ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ଶ୍ରୀଚନ୍ଦନ ମଧ୍ୟ ସାମ୍ପ୍ରତିକ ସମୟରେ ଇଂରାଜୀ ଭାଷା ସାହିତ୍ୟର ଗୁରୁତ୍ୱ ଓ ନିଯୁକ୍ତି ପ୍ରୟୋଜନୀୟତା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ସାହିତ୍ୟ, ସର୍ଜନଶୀଳତା ଓ ଦୃଷ୍ଟି ସମ୍ପ୍ରସାରଣର ବିଭିନ୍ନ ଦିଗ ଦିଗନ୍ତ ଉପରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ।

ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଇଂରାଜୀ କଥନ, ଶ୍ରବଣ, ପଠନ ଲିଖନ ଦକ୍ଷତା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପକ ପତିତପାବନ ପଣ୍ଡା।

Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଆଜି ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଆଜି ପୂର୍ବାହ୍ଣରେ ମହାବିଦ୍ୟାଳୟ ପରିସରରେ ବାଲୁଗାଁ ଥାନା ଇନ୍ସପେକ୍ଟର ସୌମ୍ୟ ରଞ୍ଜନ ପାଣିଗ୍ରାହୀ ଓ ଅନ୍ୟ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ଜାତୀୟ ସେବା ଯୋଜନା, ରାଷ୍ଟ୍ରୀୟ ସମର ଶିକ୍ଷାର୍ଥୀ ବାହିନୀ, ଯୁବ ରେଡ଼କ୍ରସ ତଥା ରେଡ ରିବନ କ୍ଲବ ଓ ରେଞ୍ଜର ଶାଖା ପକ୍ଷରୁ ମିଳିତ ଭାବେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଉପସ୍ଥିତିରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବାଲୁଗାଁ ଥାନା ଅଧିକାରୀ ଜୟ ପ୍ରକାଶ ପରିଡ଼ାଙ୍କ ପରାମର୍ଶ କ୍ରମେ ପୋଲିସ ଇନସପେକ୍ଟର ସୌମ୍ୟ ରଞ୍ଜନ ପାଣିଗ୍ରାହୀ ଛାତ୍ର ଛାତ୍ରୀମାନଙ୍କୁ ସଡ଼କ ସୁରକ୍ଷା ସମ୍ପର୍କିତ ବିଭିନ୍ନ ନିୟମ, ଶୃଙ୍ଖଳା, ନୈତିକତା,ହେଲମେଟର ବ୍ୟବହାର,ବିପଜ୍ଜନକ ପରିସ୍ଥିତିର ମୁକାବିଲା, ଯୁବ ପିଢ଼ିର ଭୂମିକା ସମେତ ମଦ୍ୟପାନର କୁପ୍ରଭାବ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।

ଏହାପରେ କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର କୈଳାସ ଚନ୍ଦ୍ର ମହାରଣା, ଅଧ୍ୟାପିକା ରୀନା ରାଉତ, ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ, ଅଧ୍ୟାପକ ଧୋବୀ ଚରଣ ପରିଡ଼ା, ଅଧ୍ୟାପକ ଚନ୍ଦନ ନାୟକ ଓ ଅଧ୍ୟାପିକା ସ୍ନିଗ୍ଧାରାଣୀ ମୁଦୁଲିଙ୍କ ନେତୃତ୍ୱରେ ଛାତ୍ର ଛାତ୍ରୀ ମାନେ ଏକ ଶୋଭାଯାତ୍ରାରେ ସଡ଼କ ସୁରକ୍ଷା ସମ୍ପର୍କିତ ନାରା ଦେଇ ଅଞ୍ଚଳ ପରିକ୍ରମା କରିବା ସହ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସାମ୍ନାରେ ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ଶ୍ରୀଚନ୍ଦନଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ସାମିଲ ହୋଇଥିଲେ।

Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ମହୋତ୍ସବ

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟର ୪୩ ତମ ବାର୍ଷିକ କ୍ରୀଡା ମହୋତ୍ସବ ମହାସମାରୋହରେ ଜାନୁଆରୀ ୨୧ ଓ ୨୨ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧି ଓ ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ଶ୍ରୀଚନ୍ଦନ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ପରେ ଯୁକ୍ତ ତିନି ଓ ଯୁକ୍ତ ଦୁଇ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ପ୍ରତି କାର୍ଯ୍ୟକ୍ରମ ପରେ ବିଜୟୀ ଖେଳାଳି ମାନଙ୍କୁ ବିଜୟ ମଞ୍ଚରେ ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି, ସୁବାଷ ଚନ୍ଦ୍ର ଶ୍ରୀଚନ୍ଦନ, ଡକ୍ଟର କୈଳାଶ ଚନ୍ଦ୍ର ମହାରଣା, ଡକ୍ଟର ମୋନାଲିସା ମାନସିଂହ, ପତିତପାବନ ପଣ୍ଡା, ପ୍ରବୀଣ କୁମାର ଜେନା, ମୁଖ୍ୟ କିରାଣୀ ସୁଧାକର ନାୟକ ପୁରସ୍କାର ପ୍ରଦାନ ସହ ସମ୍ବର୍ଦ୍ଧିତ କରିଥିଲେ।

ଦୁଇଦିନର କ୍ରୀଡ଼ା ସମାରୋହ କ୍ରୀଡ଼ା କମିଟି ଉପଦେଷ୍ଟା ଅଧ୍ୟାପକ ମୃଡ଼ାଣି ଶଙ୍କର ପ୍ରସାଦ ମିଶ୍ର,ଓ ଅଧ୍ୟାପକ ସୁବ୍ରତ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବାବେଳେ ଅଧ୍ୟାପକ ହିମାଂଶୁ କୁମାର ଦାଶ, ଡକ୍ଟର ସନ୍ତୋଷ କୁମାର ରଥ, ରୀନା ରାଉତ, ବାଳକୃଷ୍ଣ ପାଢ଼ୀ, ଧୋବୀ ଚରଣ ପରିଡ଼ା, ମନୋଜ କୁମାର ନାୟକ,ସ୍ଵାତି ସ୍ଵାଗତିକା ସାହୁ, ପ୍ରିୟମ୍ବଦା ମହାପାତ୍ର, ରୋଜାଲିନ ମିଶ୍ର, ବିମଳ ପଣ୍ଡା, ଗୋଦାବରୀଶ ବିଦ୍ୟାପୀଠର କ୍ରୀଡ଼ା ଶିକ୍ଷକ ସିଦ୍ଧାନ୍ତ କୁମାର ସ୍ୱାଇଁ ପ୍ରମୁଖ ଏହି କ୍ରୀଡ଼ା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟରେ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ

ବାଲୁଗାଁ: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ପ୍ରବାସୀ ଭାରତୀୟମାନଙ୍କ ସମ୍ମାନାର୍ଥେ ବାଲୁଗାଁ ମହାବିଦ୍ୟାଳୟର ପ୍ରଜ୍ଞା ଭବନ ସଭାଗୃହରେ ଆଜି ପ୍ରବାସୀ ଭାରତୀୟ ଦିବସ ସମ୍ମେଳନର ଉଦଯାପନ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରରେ ଅନୁଷ୍ଠିତ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ ଅବସରରେ ବାଲୁଗାଁ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବନ୍ଧ, ବକ୍ତୃତା, ପୋଷ୍ଟର, ପ୍ରାଚୀର ପତ୍ର ପ୍ରତିଯୋଗିତା କରାଯିବା ସହ ଜନସାଧାରଣଙ୍କ ସଚେତନତା ପାଇଁ ଏକ ସାଇକେଲ ଶୋଭାଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଥି ସହ ତିନିଦିନ ଧରି ମହାବିଦ୍ୟାଳୟର କୋଠାଗୁଡିକୁ ଆଲୋକମାଳlରେ ସୁସଜ୍ଜିତ କରାଯାଇଥିଲା।

ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ଦିଗଦର୍ଶନ ଓ କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଡକ୍ଟର ପୂର୍ଣଚନ୍ଦ୍ର ସାମନ୍ତରାୟଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦଯାପନୀ ଦିବସ ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ, ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡକ୍ଟର କୈଳାସ ଚନ୍ଦ୍ର ମହାରଣା, ଅଧ୍ୟାପିକା ଡକ୍ଟର ମୋନାଲିସା ମାନସିଂହ, ନାଚୁଣୀ ମହାବିଦ୍ୟାଳୟର ଅଧ୍ୟାପକ ଅଶୋକ ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିକଶିତ ଭାରତ ଗଠନରେ ପ୍ରବାସୀ ଭାରତୀୟଙ୍କ ସମ୍ପୃକ୍ତି ଓ ପ୍ରତିବଦ୍ଧତା ସମ୍ପର୍କରେ ଆଲୋକପାତ କରିଥିଲେ।

ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଶିକ୍ଷାର୍ଥୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଅଧ୍ୟାପିକା କୀର୍ତ୍ତିମୟୀ ବାରିକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପିକା ଶୁଭଦର୍ଶିନୀ ବିଶ୍ୱାଳ। ଅଧ୍ୟାପକ ମୃଡ଼ାଣି ଶଙ୍କର ପ୍ରସାଦ ମିଶ୍ର, ସୁନିତା ନନ୍ଦ, ଝରଣା ନାଥ, ବାଳକୃଷ୍ଣ ପାଢ଼ୀ, କ୍ରିଷ୍ଣା ସେଠି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟରେ ବାଳିକା ଆତ୍ମରକ୍ଷା କୌଶଳ ତାଲିମ୍ ଶିବିର ଉଦଘାଟିତ

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟ ଅନ୍ତର୍ଗତ ବାଲୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଚଳିତ ବର୍ଷର ବାଳିକା ଆତ୍ମ ରକ୍ଷା କୌଶଳ ତାଲିମ୍ ଶିବିର ଆଜି ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ଡକ୍ଟର ମୋନାଲିସା ମାନସିଂହଙ୍କ ତତ୍ୱାବଧାନରେ ଯୁକ୍ତ ଦୁଇର ୧୮୬ ଜଣ ଛାତ୍ରୀମାନଙ୍କୁ ନେଇ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ପ୍ରବୀଣ କୁମାର ଜେନା, ରୀନା ରାଉତ, ମନସ୍ବିନୀ ପଟ୍ଟନାୟକ, କ୍ରିଷ୍ଣା ସେଠି, ସ୍ୱାତୀ ସ୍ଵାଗତିକା ସାହୁ, କୀର୍ତ୍ତିମୟୀ ବାରିକ, ରୋଜାଲିନ ମିଶ୍ର ଉପସ୍ଥିତ ରହି ଛାତ୍ରୀ ମାନଙ୍କୁ ଆତ୍ମରକ୍ଷା କୌଶଳର ପ୍ରାସଙ୍ଗିକତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।

ସଂଯୋଜିକା ଡକ୍ଟର ମାନସିଂହ କାର୍ଯ୍ୟକ୍ରମର ଗୁରୁତ୍ୱ,ନିୟମ, ସମୟାନୁବର୍ତ୍ତିତl ଓ ଶୃଙ୍ଖଳା ସମ୍ପର୍କରେ ଛାତ୍ରୀ ମାନଙ୍କୁ ସୂଚନା ଦେଇଥିଲେ। ଛଅ ଟି ଦଳରେ ବିଭକ୍ତ ହୋଇଥିବା ଛାତ୍ରୀମାନଙ୍କୁ ମୁଖ୍ୟ ତାଲିମ୍ ଦାତା ସୁଶ୍ରୀ ଲିପିକା ସାହୁ ଓ ନିଲମ ସାହୁ ଆଜିଠାରୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ।

Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ପକ୍ଷୀ ସୁରକ୍ଷା ଓ ସ୍ବଚ୍ଛ ଚିଲିକା ଅଭିଯାନ

ବାଲୁଗାଁ: ମରାଳ ମାଳିନୀ ନୀଳାମ୍ବୁ ଚିଲିକା ହେଉଛି ପକ୍ଷୀ ଭୂସ୍ବର୍ଗ। ଏହାର ଆର୍ଦ୍ରଭୂମି ଓ ଅନୁକୂଳ ଜୈବ ବିବିଧତା ଓ ସନ୍ତୁଳିତ ପରିବେଶ ଦ୍ୱାରା ଆକର୍ଷିତ ହୋଇ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ବିଶ୍ୱର ବିଭିନ୍ନ ପ୍ରଜାତିର ବିହଙ୍ଗ ଚିଲିକାର ନଳବଣ ଓ଼ ଉପକୂଳରେ ଶୀତ ତଥା ଆଦ୍ୟ ବସନ୍ତ ଅତିବାହିତ କରି ନିଜ ନିଜ ଦେଶକୁ ବାହୁଡ଼ି ଯାଆନ୍ତି। ଏମାନଙ୍କୁ ଦେଖିବା ପାଇଁ ପର୍ଯ୍ୟଟକ ମାନଙ୍କ ଭିଡ଼ ଜମେ। ଏହି ସମୟରେ କତିପୟ ପକ୍ଷୀ ଶିକାରୀ ସକ୍ରିୟ ହୋଇ ନିରୀହ ବିଦେଶୀ ପକ୍ଷୀମାନଙ୍କୁ ବିଭିନ୍ନ ଉପାୟରେ ଶିକାର କରିଥାନ୍ତି।

ଚଳିତ ବର୍ଷ ବାଲୁଗାଁ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ଼ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡର ମିଳିତ ଆୟୋଜନରେ “ପକ୍ଷୀ ବଞ୍ଚାଅ – ଚିଲିକା ବଞ୍ଚାଅ” ଶୀର୍ଷକ ପ୍ରସଙ୍ଗ ନେଇ ସାଇକେଲ ଅଭିଯାନ ମାଧ୍ୟମରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।  କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଓ ଅଧ୍ୟାପିକା ରୀନା ରାଉତଙ୍କ ନେତୃତ୍ୱରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମକୁ ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ, ବାଲୁଗାଁ ବନ୍ୟପ୍ରାଣୀ ରେଞ୍ଜର ରଶ୍ମିତା ଜେନା, ମିଳିତ ଭାବେ ଉଦଘାଟନ କରିବା ପରେ ସାଇକେଲ ଶୋଭାଯାତ୍ରା ଆରମ୍ଭ ହୋଇଥିଲା।

ଡ଼ିଏଫଓ ଅମ୍ଲାନ ନାୟକ ଓ ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ଦିଗଦର୍ଶନରେ ଆୟୋଜିତ ଏହି ଉଦଘାଟନ କାର୍ଯ୍ୟକ୍ରମରେ ଡକ୍ଟର ମୋନାଲିସା ମାନସିଂହ ଅଧ୍ୟାପକ ମୃଡ଼ାଣି ଶଙ୍କର ପ୍ରସାଦ ମିଶ୍ର, ଚନ୍ଦନ ନାୟକ, ସ୍ୱାତୀ ସ୍ଵାଗତିକା ସାହୁ, ପ୍ରିୟମ୍ବଦା ମହାପାତ୍ର, ବିଶ୍ୱଜିତ ଦାସ ପ୍ରମୁଖ ସ୍ବେଛାସେବୀ ମାନଙ୍କୁ ଉତ୍ସାହିତ କରିଥିଲେ। ସ୍ଵେଚ୍ଛାସେବୀମାନେ ଚିଲିକା କୁଳ ଓ ବାଲୁଗାଁ ବଜାର ପରିକ୍ରମା କରି ବିଦେଶାଗତ ପକ୍ଷୀଙ୍କୁ ଆମର ଅତିଥି ଭାବେ ବିବେଚନା କରି ସେମାନଙ୍କୁ ସୁରକ୍ଷା ଦେବା ପାଇଁ ସଚେତନ କରାଇଥିଲେ। ଏହାପରେ ସ୍ଵେଚ୍ଛାସେବୀ ମାନେ ବଡକୁଳ ଗ୍ରାମ ପରିକ୍ରମା କରି ଚିଲିକା ଉନ୍ନୟନ କର୍ତ୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟ ନିକଟ ଚିଲିକା କୂଳ ସଫେଇ କରି ପଲିଥିନ ମୁକ୍ତ ଚିଲିକାର ବାର୍ତ୍ତା ପ୍ରଚାର କରିଥିଲେ।

କାର୍ଯ୍ୟକ୍ରମରେ ମନୋରଞ୍ଜନ ମିଶ୍ରଙ୍କ ସମେତ ସିଡିଏ ର ସମସ୍ତ କର୍ମଚାରୀ, ଚିଲିକା ବନ୍ୟପ୍ରାଣୀ ବନଖଣ୍ଡର କର୍ମଚାରୀ ଓ ବାଲୁଗାଁ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ମାନେ ସାମିଲ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

‘ଓଡ଼ିଶାର ପ୍ରାଚୀନ ଓ ମଧ୍ୟଯୁଗୀୟ ପ୍ରତ୍ନତତ୍ତ୍ୱ: ଏକ ଅନୁଶୀଳନ’ ଶୀର୍ଷକ ଜାତୀୟ ଆଲୋଚନାଚକ୍ର

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟର ଇତିହାସ ବିଭାଗ ଓ ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପ୍ରାଚୀନ ଭାରତୀୟ ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ୱ ବିଭାଗର ମିଳିତ ଆୟୋଜନରେ ଆଜି ମହାବିଦ୍ୟାଳୟର ପ୍ରଜ୍ଞା ଭବନରେ ଏକ ଜାତୀୟ ସମ୍ପାନ ଅନୁଷ୍ଠିତ ହୋଇଯାଇଛି। “ଓଡ଼ିଶାର ପ୍ରାଚୀନ ଓ ମଧ୍ୟଯୁଗୀୟ ସ୍ଥାପତ୍ୟ କଳା: ଏକ ଅନୁଶୀଳନ” ଶୀର୍ଷକ ଏହି ଜାତୀୟ ଆଲୋଚନା ଚକ୍ରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧି ସଭାପତିତ୍ୱ କରିଥିଲେ।

ପ୍ରାରମ୍ଭରେ ବିଶ୍ୱର ମହାନ ସ୍ଥପତି ଜଗତରନାଥ ଜଗନ୍ନାଥଙ୍କ ମୂର୍ତ୍ତି ନିକଟରେ ନିମନ୍ତ୍ରିତ ଅତିଥିମାନେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହାପରେ ଅଧ୍ୟକ୍ଷ ଡକ୍ଟର ସୁବୁଦ୍ଧି ଆଲୋଚନା ଚକ୍ରର ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ବିଭାଗୀୟ ମୁଖ୍ୟ ଅଧ୍ୟାପକ ମୃଡ଼ାଣି ଶଙ୍କର ପ୍ରସାଦ ମିଶ୍ର ଅତିଥି ମାନଙ୍କର ପରିଚୟ ପ୍ରଦାନ ଓ ସମ୍ପlନର ପ୍ରସଙ୍ଗ ଉପସ୍ଥାପନ କରିଥିଲେ।

ଅଧ୍ୟକ୍ଷ ଡକ୍ଟର ସୁବୁଦ୍ଧି ଅତିଥିମାନଙ୍କୁ ସ୍ୱାଗତ କରିବା ସହ ଓଡ଼ିଶାର ପ୍ରାଚୀନ ଓ ମଧ୍ୟଯୁଗୀୟ ସ୍ଥାପତ୍ୟ କଳା ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ। ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ ପ୍ରାଚୀନ କଳିଙ୍ଗର ସାଂସ୍କୃତିକ ଐତିହ୍ୟ ଓ ଭାସ୍କର୍ଯ୍ୟ କଳା ସମ୍ପର୍କରେ ଆଲୋଚନା କରିଥିଲେ।

ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍କଳ ବିଶ୍ୱବିଦ୍ୟାଳୟର ଭାରତୀୟ ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ୱବିଭାଗର ପ୍ରାକ୍ତନ ବିଭାଗୀୟ ମୁଖ୍ୟ ପ୍ରଫେସର ସଞ୍ଜୟ ଆଚାର୍ଯ୍ୟ କହିଲେଯେ ଆମ ଜାତିର ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ୱ ହେଉଛି ଆମର ଅସଲ ପରିଚୟ। ଏହାର ସଂରକ୍ଷଣ ଓ ରକ୍ଷଣା ବେକ୍ଷଣ ଦାୟିତ୍ୱ ଆମ ସମସ୍ତଙ୍କର ଉତ୍ତର ଦାୟିତ୍ୱ।

ଆମ ପ୍ରାଚୀନ କୀର୍ତ୍ତି କାଚ ଭଳି ସ୍ଵଛ, ଏହାକୁ ଅବହେଳା କଲେ ଆମ ଭବିଷ୍ୟତ ସଂକୀର୍ଣ୍ଣ ହୋଇଯିବ। ଏହାକୁ ପ୍ରସଙ୍ଗ କରି ପ୍ରଫେସର ଆଚାର୍ଯ୍ୟ ଓଡ଼ିଶାର ଶହ ଶହ ପ୍ରାଚୀନ ମନ୍ଦିର ସହ ଜଡିତ ସ୍ଥାପତ୍ୟ କଳାର ବୈଜ୍ଞାନିକ ଭିତ୍ତିଭୂମି ଓ ଧର୍ମୀୟ ପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ। ଜାତୀୟ ଆଲୋଚନାଚକ୍ରର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣର ବିଶିଷ୍ଟ ପ୍ରତ୍ନତତ୍ତ୍ୱବିତ୍ ଡକ୍ଟର ଜୀବନ କୁମାର ପଟ୍ଟନାୟକ ତାଙ୍କ ଉପସ୍ଥିତିରେ ଲଳିତଗିରି, ଧଉଳିଗିରି ଓ ରତ୍ନଗିରିରେ କରାଯାଇଥିବା ଭୂଖନନ ଓ ପ୍ରତ୍ନତାତ୍ତ୍ୱିକ ସଂରକ୍ଷଣ ଓ ରକ୍ଷଣାବେକ୍ଷଣର ଅନେକ ଅନାଲୋଚିତ ଦୃଶ୍ୟ ଶ୍ରାବ୍ୟ ତଥ୍ୟ ଉପସ୍ଥାପନକରିଥିଲେ।

ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ଉତ୍କଳ ବିଶ୍ଵବିଦ୍ୟାଳୟର ପ୍ରାଚୀନ ଭାରତୀୟ ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ୱ ବିଭାଗର ସଂଯୋଜକ ଡକ୍ଟର ଅନାମ ବେହେରା ଉତ୍କଳୀୟ ମନ୍ଦିର ସ୍ଥାପତ୍ୟ କିପରି ଭାରତ ବର୍ଷର ଅନ୍ୟ ମନ୍ଦିର ଗଠନ ଠାରୁ ସ୍ୱତନ୍ତ୍ର ସେସମ୍ପର୍କରେ ବିଷଦ ବିବରଣୀ ରଖିଥିଲେ। ସମ୍ମାନିତ ଅତିଥି ଡକ୍ଟର ଅକ୍ଷୟ କୁମାର ମିଶ୍ର ପ୍ରାଚୀନ ଓଡ଼ିଶାରେ ଜୈନ ସ୍ଥାପତ୍ୟ, ପରମ୍ପରା, ସଂସ୍କୃତି କିପରି ସମୃଦ୍ଧ ଥିଲା ସେ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।

ଆଲୋଚନାରେ ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟର ଗବେଷକମାନଙ୍କ ମଧ୍ୟରେ ଅଧ୍ୟାପକ ବିଜୟ କୁମାର ଶତପଥୀ, ରମାକାନ୍ତ ପ୍ରଧାନ, କଲ୍ୟାଣ କୁମାର ରାଉତ, ଅକ୍ଷୟ କୁମାର ପ୍ରଧାନ ଉପସ୍ଥିତ ରହି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମକୁ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ସଂଯୋଜନା କରିଥିବାବେଳେ ଇତିହାସ ଅଧ୍ୟାପକ ଡକ୍ଟର ସନ୍ତୋଷ କୁମାର ରଥ ଅନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ। ପରିଚାଳନାରେ ସହଯୋଗ କରିଥିଲେ ଅଧ୍ୟାପକ ହିମାଂଶୁ କୁମାର ଦାଶ, ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ, ସ୍ୱାତୀ ସ୍ଵାଗତିକା ସାହୁ, କୀର୍ତ୍ତିମୟୀ ବାରିକ ଓ ପ୍ରିୟମ୍ବଦା ମହାପାତ୍ର।

Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟରେ ବିଶ୍ୱ ଏଡ଼ସ ଦିବସ ପାଳିତ

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା, ୟୁଥ ରେଡ଼କ୍ରସ, ରେଡ ରିବନ କ୍ଲବ ଓ ରାଷ୍ଟ୍ରୀୟ ସମର ଶିକ୍ଷାର୍ଥୀ ବାହିନୀର ମିଳିତ ଉଦ୍ୟମରେ ଆଜି ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଯାଇଛି। ଆଜି ପ୍ରାତଃ ସମୟରୁ ଛାତ୍ର ଛାତ୍ରୀମାନେମହାବିଦ୍ୟାଳୟ ପରିସରରୁ ଏକ ଶୋଭାଯାତ୍ରାରେ ବାହାରି ଏଡ଼ସ ସଚେତନତା ନାରା ଦେଇ ଚିଲିକାକୂଳର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲେ।

ଏହାପରେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଛାତ୍ର ଛାତ୍ରୀମାନେ ଏକାଠି ହୋଇ ଡାକ୍ତର ସୁନୀଲ କୁମାର ସ୍ୱାଇଁଙ୍କ ଠାରୁ ବାଲୁଗାଁ ସମନ୍ୱିତ ଏଚ ଆଇ ଭି କେନ୍ଦ୍ରରେ ପଞ୍ଜିକୃତ ଏଡ଼ସ ସଂକ୍ରମିତଙ୍କ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ। ଏଡ୍ସ ସଚେତନତା ଶୋଭାଯାତ୍ରା ପରେ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଡ୍ସ ରୋଗର ସାମ୍ପ୍ରତିକ ଭୟାବହତା ସମ୍ପର୍କରେ ଡକ୍ଟର ସୁବୁଦ୍ଧି ଆଲୋଚନା କରିବା ସହ ସଠିକ ମାର୍ଗ ଗ୍ରହଣ କଲେ ବିଶ୍ୱ ଏଡ୍ସ ମୁକ୍ତ ହୋଇପାରିବ ବୋଲି କହିଥିଲେ।

ମୁଖ୍ୟ ଅତିଥି ତଥା ଚିଲିକା ବାଲୁଗାଁ ରୋଟାରୀ କ୍ଲବର ସଭାପତି ଡକ୍ଟର ମାନସ ମୋହନ ବଳିୟାରସିଂହ ହ୍ୟୁମାନ ଇମ୍ୟୁନୋ ଡେଫିସିଏନସି ସିଣ୍ଡ୍ରୋମ (ଏଚଆଇଭି ) ଭାଇରସ ସଂକ୍ରମଣର ବୈଷୟିକ ଜ୍ଞାନ ପ୍ରଦାନ କରିଥିଲେ। ସମଗ୍ର ବିଶ୍ୱର ଏହି ଦିଗରେ କିପରି ବ୍ୟାପକ ଗବେଷଣା ଓ ପରୀକ୍ଷା ନିରୀକ୍ଷା ଚାଲିଛି ତାହାର ବିବରଣୀ ପ୍ରଦାନ କରିଥିଲେ।  ଯୁବବର୍ଗ ସଠିକ ମାର୍ଗ ଗ୍ରହଣ କଲେ ହିଁ ଏଡ୍ସର ସଂକ୍ରମଣରୁ ରକ୍ଷା ପାଇପାରିବେ ବୋଲି କହିଥିଲେ।

ଏହାପରେ ୟୁଥ ରେଡ଼କ୍ରସ ଓ ରେଡ ରିବନ କ୍ଲବ ଉପଦେଷ୍ଟା ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ ଏଡ୍ସ ନିରାକାରଣରେ ଛାତ୍ର ଛାତ୍ରୀଙ୍କ ଦାୟିତ୍ୱ ଓ ସଚେତନତା ସମ୍ପର୍କରେ ଉପାଦେୟ ସୂଚନା ପ୍ରଦାନ କରିବା ସହ ବିଶ୍ୱ ଏଡ୍ସ ଦିବସ ଅବସରରେ ଆୟୋଜିତ ହୋଇଥିବା କୁଇଜ, ସ୍ଲୋଗାନ ଓ ପୋଷ୍ଟର ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କ ନାମ ଘୋଷଣା କରିଥିଲେ। ମୁଖ୍ୟ ଅତିଥି ଓ ଅଧ୍ୟକ୍ଷ ମିଳିତ ଭାବେ ଏହି ପୁରସ୍କାର ବିତରଣ କରିଥିଲେ।

ଏହି ଅବସରରେ ଏନସିସି ଅଧିକାରୀ ଚନ୍ଦନ ନାୟକ, ଅଧ୍ୟାପିକା ସ୍ୱାତୀ ସ୍ଵାଗତିକା ସାହୁ, ବରିଷ୍ଠ ସ୍ଵେଚ୍ଛାସେବୀ ସଂଗ୍ରାମ କେଶରୀ ବେହେରା ଶିକ୍ଷାର୍ଥୀମାନଙ୍କୁ ଦିଗଦର୍ଶନ ପ୍ରଦାନ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁଏନଏସଏସ ଅଧିକାରୀ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ସଂଯୋଜନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ୟୁଥ ରେଡକ୍ରସ ଅଧିକାରୀ ଅଧ୍ୟାପକ ଧୋବୀ ଚରଣ ପରିଡ଼ା।

Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟରେ ସମ୍ବିଧାନ ଦିବସ ସମାରୋହ

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଆଜି ସମ୍ବିଧାନ ଦିବସର ଉଦଯାପନ ସମାରୋହ ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସପ୍ତାହବ୍ୟାପୀ ମହାବିଦ୍ୟାଳୟରେ ବିଭିନ୍ନ ସାଂସ୍କୃତିକ ଓ ବୌଦ୍ଧିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିସହ ଗତକାଲି ମହାବିଦ୍ୟାଳୟର ପ୍ରଜ୍ଞା ଭବନରେ ଏକ ବକ୍ତୃତାମାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଶିଷ୍ଟ ଅଧିବକ୍ତା ବିପ୍ଳବ କୁମାର ମୁଦୁଲି, ବାଣପୁର ଗ୍ରାମୀଣ ମହାବିଦ୍ୟାଳୟର ଅଧ୍ୟାପକ ମନୋଜ କୁମାର ମହାପାତ୍ର ଓ ନାଚୁଣୀ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପକ ସନ୍ତୋଷ କୁମାର ଶତପଥୀ ‘ଏକ ଭାରତ ଶ୍ରେଷ୍ଠ ଭାରାତ”, “ସବକା ସାଥ ସବକା ବିକାଶ”, ଓ “ଆତ୍ମନିର୍ଭର ଭାରତ” ଶୀର୍ଷକ ଆଲୋଚନାରେ ବକ୍ତବ୍ୟ ରଖିଥିଲେ।

ଆଜିର ଉଦଯାପନୀ ସମାରୋହରେ ଅନୁଷ୍ଠିତ ସଭାରେ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ମହାବିଦ୍ୟାଳୟ ପ୍ରାଙ୍ଗଣରେ ସମବେତ ହୋଇ ସମ୍ବିଧାନର ପ୍ରସ୍ତାବନା ପାଠ କରି ଏହା ପ୍ରତି ନିଜ ନିଜର ସମ୍ମାନ ପ୍ରଦର୍ଶନ କରିଥିଲେ।  ଏହାପରେ ଅତିଥିମାନେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିବା ପରେ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ତଥା ଗୋଦାବରୀଶ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡକ୍ଟର ନୃସିଂହ ଚରଣ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ମୁଖ୍ୟ ଅତିଥି ଡକ୍ଟର ପ୍ରଧାନଙ୍କ ସମେତ ସମ୍ମାନିତ ଅତିଥି ଅଧ୍ୟାପିକା ସୁନିତା ନନ୍ଦ, ଅଧ୍ୟାପକ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ, ଛାତ୍ରୀ ଦୀପ୍ତି ସାହୁ ସମ୍ବିଧାନର ପ୍ରସ୍ତାବନା ଓ ଏଥିରେ ନିହିତ ସମ୍ବିଧାନର ବିଭିନ୍ନ ଧାରା, ନାଗରିକ ମାନଙ୍କ ଅଧିକାର, ଦାୟିତ୍ୱ ତଥା ମୂଲ୍ୟବୋଧ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥି ସହିତ ଅତିଥି ମାନେ ସମ୍ବିଧାନ ଦିବସ ଉପଲକ୍ଷେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ।

ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସମାରୋହରେ ଅତିଥି ମାନେ କହିଲେ ଯେ ସମ୍ବିଧାନ ହେଉଛି ଆମର ମୁଖବନ୍ଧ ଓ ଆମ ଆଚାର ସଂହିତା। ବିଶ୍ୱର ସର୍ବ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ତଥା ଧର୍ମ ନିରପେକ୍ଷ ରାଷ୍ଟ୍ର ଭାବରେ ଆମ ସମ୍ବିଧାନର ସ୍ୱତନ୍ତ୍ର ଗରିମା ରହିଛି। ଏହା ଅନେକ ଗରିମାମୟ ବିଧାନର ସମାହାର। ଏହାର ମର୍ଯ୍ୟାଦା ଓ ମୂଲ୍ୟବୋଧକୁ ସଂରକ୍ଷଣ କରିବା ଆମ ସମସ୍ତଙ୍କ ଦାୟିତ୍ୱ।

ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ସଂଯୋଜନା କରିଥିଲେ।  କାର୍ଯ୍ୟକ୍ରମର ନୋଡାଲ ଅଫିସର ଡକ୍ଟର ପୁର୍ଣଚନ୍ଦ୍ର ସାମନ୍ତରାୟ ଓ ଆବାହକ ରୀନା ରାଉତ ଏହାକୁ ପରିଚାଳନା କରିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପିକା ଝରଣା ନାଥ।  କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ଅଧ୍ୟାପିକା ତପସ୍ୱିନୀ ନନ୍ଦ, ସୁନିତା ନନ୍ଦ, କୀର୍ତ୍ତିମୟୀ ବାରିକ, ବିଷ୍ନୁପ୍ରିୟା ସ୍ୱାଇଁ ଓ ଅନ୍ୟ ଅଧ୍ୟାପକ ଅଧ୍ୟାପିକା ମାନେ।

Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟର ଦର୍ଶନଶାସ୍ତ୍ର ବିଭାଗ ପକ୍ଷରୁ ବିଶ୍ୱ ଦର୍ଶନ ଦିବସ ପାଳିତ

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟର ଦର୍ଶନଶାସ୍ତ୍ର ବିଭାଗ ପକ୍ଷରୁ ଆଜି ବିଶ୍ୱ ଦର୍ଶନ ଦିବସ ଓ ରାଜ୍ୟ ସ୍ତରୀୟ ସମ୍ପାନ ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଅତିଥିମାନେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ଓ ମହାନ ଦାର୍ଶନିକ ସକ୍ରେଟିସଙ୍କ ଫଟୋଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

ଛାତ୍ରୀମାନଙ୍କ ସ୍ୱାଗତ ନୃତ୍ୟ ପରେ ଦର୍ଶନ ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ ଅତିଥି ପରିଚୟପ୍ରଦାନ କରିଥିଲେ। ସ୍ୱାଗତ ଭାଷଣ ଦେଇ ଅଧ୍ୟକ୍ଷ ଲଷ୍ମୀଧର ସୁବୁଦ୍ଧି ଦର୍ଶନର ପ୍ରାସଙ୍ଗିକତା ଓ ସାମାଜିକ ପ୍ରତିବଦ୍ଧତା ସମ୍ପର୍କରେ ବିଭିନ୍ନ ଦାର୍ଶନିକ ମାନଙ୍କର ଦୃଷ୍ଟିଭଙ୍ଗୀ ଉପସ୍ଥାପିତ କରିଥିଲେ।

ଏହି ଅବସରରେ ଦର୍ଶନ ବିଭାଗର ନିୟମିତ ପତ୍ରିକା “ତତ୍ତ୍ୱଧାରା” ର ତୃତୀୟ ସଂଖ୍ୟା ସନ୍ଥକବି ଭୀମଭୋଇଙ୍କ ଦର୍ଶନ ସମ୍ବଳିତ ସ୍ୱତନ୍ତ୍ର ବିଶେଷାଙ୍କକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ପତ୍ରିକାର ସମ୍ପାଦକ ତଥା ଦର୍ଶନ ବିଭାଗ ମୁଖ୍ୟ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଦର୍ଶନ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଛାତ୍ରୀ ସନ୍ଧ୍ୟାରାଣୀ ପାଇକରାୟ ବିଭାଗର ବିବରଣୀ ପାଠ କରିଥିଲେ।

ଏହାପରେ ମୁଖ୍ୟ ଅତିଥି ତଥା ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ବିଭାଗ ମୁଖ୍ୟ ଡକ୍ଟର ବସନ୍ତ କୁମାର ଦାଶ ଦର୍ଶନଶାସ୍ତ୍ର କିପରି ବୌଦ୍ଧିକ ଜିଜ୍ଞାସା, ବିଚାରଗତ ସ୍ପଷ୍ଟୀକରଣ ଓ ନୈତିକ ମୂଲ୍ୟବୋଧ ମାଧ୍ୟମରେ ଜଗତର ମଙ୍ଗଳ କରିଥାଏ ଓ ଜୀବନ ସହିତ ସମାଜର ନିବିଡ଼ ସମ୍ପର୍କକୁ ପରିପୁଷ୍ଟ କରିଥାଏ ତାହା ଗୀତା ଶାସ୍ତ୍ର ଜରିଆରେ ଆଲୋଚନା କରିଥିଲେ।

ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ନବରଙ୍ଗପୁର ପୁର ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ରାଧାନାଥ ବେହେରା ସକ୍ରେଟିସଙ୍କ ବାଲ୍ୟକାହାଣୀ, ପ୍ଲାଟୋ ଓ ଆରିଷ୍ଟୋଟଲଙ୍କ ଦର୍ଶନ ସହିତ ଗାନ୍ଧି ଓ ବିବେକାନନ୍ଦଙ୍କ ସୂକ୍ଷ୍ମ ଚିନ୍ତନକୁ ସଂଯୋଜିତ କରିଥିଲେ। ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ ଦର୍ଶନ ଶାସ୍ତ୍ରର ପ୍ରୟୋଗାତ୍ମକତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।

ଏହାପରେ ଫିଲୋକୁଇଜ ଓ ଦର୍ଶନ ନିବନ୍ଧ ଉପସ୍ଥାପନା କରିଥିବା କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ।

ଏହି ଅବସରରେ ଦର୍ଶନ ବିଭାଗ ପକ୍ଷରୁ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ସହିତ ସ୍ମୃତି ଫଳକ ଓ ପୁସ୍ତକ ଉପହାର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ସଂଯୋଜନା କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ।

ଉକ୍ତ କାର୍ଯ୍ୟକ୍ରମରେ ଡକ୍ଟର ମୋନାଲିସା ମାନସିଂହ, ଡଃ ସନ୍ତୋଷ ରଥ, ସ୍ୱାତୀ ସ୍ଵାଗତିକା, ପ୍ରିୟମ୍ବଦା ମହାପାତ୍ର, ପ୍ରବୀଣ ଜେନା, ସୁଧାକର ନାୟକ ପ୍ରମୁଖ ବହୁ କର୍ମଚାରୀ ଓ ଛାତ୍ର ଛାତ୍ରୀ ଯୋଗଦେଇଥିଲେ।