Categories
ଆଞ୍ଚଳିକ

ମାରୱାଡ଼ି ମହିଳା ସମିତି ପକ୍ଷରୁ ରକ୍ତଦାନ ଶିବିର

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁର ରୋଟାରୀ କ୍ଳବ୍ ସହାୟତାରେ ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମିତି ପକ୍ଷରୁ ଏକ ରକ୍ତଦାନ ଶିବିର ରୋଟାରୀ କ୍ଳବ୍ ଇଷ୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉପଦେଷ୍ଟା ମମତା ଚୌଧୁରୀ ଏବଂ ଅନ୍ୟାନ୍ୟ ସଦସ୍ୟ ଯଥା ମିନାକ୍ଷୀ ଲାଥ, ପୁଷ୍ପା ଜଅର, ରୁବି ଖେମୁଣ୍ଡି ରଜନି ଶର୍ମା ପ୍ରମୁଖଙ୍କ ସହ ସେମାନଙ୍କ ପୁଅ ଏବଂ ସ୍ୱାମୀମାନେ ରକ୍ତଦାନ କରିଥିଲେ। ସମୁଦାୟ ୩୨ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା।

ଏନେଇ ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମିତି ବ୍ରହ୍ମପୁର ଶାଖାର ସଂପାଦିକା ରୁବି ଖେମଣୀ ସୀମା ଖେମୁଣ୍ଡି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

Categories
ଆଞ୍ଚଳିକ

ରୋଟାରୀ କ୍ଲବ ପକ୍ଷରୁ ସ୍ଵେଚ୍ଛାକୃତ ରକ୍ତଦାନ: ବାଲୁଗାଁ ଏସଡିପିଓ ରକ୍ତଦାନ କରି ଶିବିରକୁ କଲେ ଉଦଘାଟନ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର-ବାଲୁଗାଁ ରୋଟାରୀ କ୍ଲବ ପକ୍ଷରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବାଲୁଗାଁ ସ୍ଥିତ ଶ୍ରୀ ଶ୍ରୀ ଉମାମହେଶ୍ୱର ବଣିକ ସଂଘ ଗୃହ ଠାରେଏହି ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଶିବିରରେ ରୋଟାରିକ୍ଲବର ସଭ୍ୟ ଓ ସ୍ଥାନୀୟ ଜନସାଧାରଣମାନେ ରକ୍ତ ଦାନ କରିଥିଲେ।

ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଉକ୍ତ ଶିବିରକୁ ଉଦଘାଟନ କରିବା ସହ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ବାଲୁଗାଁ ଥାନା ଅଧିକାରୀ ରମାକାନ୍ତ ମହାଲିକ ଉପସ୍ଥିତ ରହି ଉତ୍ସାହିତ କରିଥିଲେ। ରୋଟାରୀ କ୍ଲବ ବାଣପୁର-ବାଲୁଗାଁର ସଭାପତି ରୋଟାରୀୟାନ ଅଶୋକ କୁମାର ପାତ୍ର ଏବଂ ସମ୍ପାଦକ ରୋଟାରୀୟାନ ଜିତେନ୍ଦ୍ର କୁମାର ପାତ୍ରଙ୍କ ତତ୍ତ୍ଵାବଧାନରେ ୪୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।

ବ୍ରହ୍ମପୁର ଏମ କେ ସି ଜି ଟେକିନିସିଆନ ପ୍ରଦୀପ କୁମାର ସୁବୁଦ୍ଧିଙ୍କ ସହିତ ଛଅ ଜଣ କର୍ମକର୍ତ୍ତାଙ୍କ ଦ୍ଵାରା ରକ୍ତ ସଂଗ୍ରହ କରାଯାଇଥିଲା। ବାଲୁଗାଁ ମହାବିଦ୍ୟାଳୟର ଅଧ୍ୟାପକ ଲକ୍ଷ୍ମୀଧର ସୁବୁଦ୍ଧି, ଜାତୀୟ ସେବା ଯୋଜନାର ଯୁବ ବନ୍ଧୁ ମାନେ ଉକ୍ତ କାର୍ଯ୍ୟରେ ଭାଗ ନେଇଥିଲେ। କ୍ଲବର ପୂର୍ବତନ ସଭାପତି ବିଜୟ କୁମାର ନନ୍ଦ, ଓମ୍ ପ୍ରକାଶ ଅଗ୍ରୱାଲ, ରବି ନାରାୟଣ ନାୟକ, ଧିରେନ୍ଦ୍ରନାଥ ପାତ୍ର, ବିଜୟ କୁମାର ବେହେରା, ହିମାଂଶୁ କୁମାର ପାତ୍ର, ସୁନିଲ କୁମାର ପାତ୍ର, ଗୋପାଳ ଚନ୍ଦ୍ର ନାୟକ ଏବଂ କ୍ଲବର ପ୍ରଥମ ମହିଳା ଲକ୍ଷ୍ମୀପ୍ରିୟା ପାତ୍ର ପ୍ରମୁଖ ରୋଟରୀୟାନ ମାନେ ପରିଚାଳନାରେ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ନେତାଜୀ ଜୟନ୍ତୀ ଉପଲକ୍ଷେ ପିପ୍ପଳମାଧବରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ରମେଶ ମହାନ୍ତି

ଜଗତସିଂହପୁର: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ପିପ୍ପଳମାଧବ ପଞ୍ଚାୟତ ଠାରେ ନେତାଜୀ ଜୟନ୍ତୀ ଉପଲକ୍ଷେ କ୍ଷେତ୍ରପାଳ କୃଷକ କ୍ଲବ ଓ ଆଦର୍ଶ ଜନସେବା ଟ୍ରଷ୍ଟ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜୁଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ପ୍ରମୋଦ କିଶୋର ଜେନା, ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ଶିକ୍ଷାଧିକାରୀ ପିତାମ୍ବର ରାଉତ ଓ ସମ୍ମାନିତ ଅତିଥିଭାବେ ତିର୍ତ୍ତୋଲ ବ୍ଲକ ଉପାଧ୍ୟକ୍ଷ ଆଶିଷ କୁମାର ସେଠୀ ଯୋଗଦେଇଥିବା ବେଳେ ବୋଧେଇ ପଞ୍ଚାୟତର ପୂର୍ବତନ ସରପଞ୍ଚ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ, କ୍ଷେତ୍ରପାଳ କୃଷକ କ୍ଲବର ମୁଖ୍ୟ ପରାମର୍ଶଦାତା ଅକ୍ଷୟ କୁମାର ନାୟକ, ଆଦର୍ଶ ଜନସେବା ଟ୍ରଷ୍ଟ ଅଧ୍ୟକ୍ଷ ଅରବିନ୍ଦ ପାତ୍ର, ସେଣ୍ଟ୍ରାଲ୍ ରେଡକ୍ରସ ସେଣ୍ଟରର ଡଃ ଶ୍ରୀତାଂଶୁ ଶେଖର ଶତପଥି ପ୍ରମୂଖ ଯୋଗଦେଇ ମଞ୍ଚାସୀନ ଥିଲେ।

ଏହି ରକ୍ତଦାନ ଶିବିରରେ ୨୮ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ସମସ୍ତ ରକ୍ତଦାତା ମାନଙ୍କୁ ଅତିଥିମାନେ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ କ୍ଷେତ୍ରପାଳ କୃଷକ କ୍ଲବର ସମସ୍ତ ସଦସ୍ୟମାନେ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କୋଭିଡ ସଙ୍କଟ ସମୟରେ ରକ୍ତାଭାବ ସଙ୍କଟ ଦୂର କରିବା ପାଇଁ ବିଜୁ ଛାତ୍ର ଜନତା ଦଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଭୁବନେଶ୍ଵର: କରୋନା ମହାମାରୀ ସମୟରେ ରକ୍ତଭାବ ସଙ୍କଟ ଦୂର କରିବା ପାଇଁ ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ଵାନ କ୍ରମେ ଆଜି ବିଜୁଛାତ୍ର ଜନତା ଦଳ ତରଫରୁ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ରକ୍ତଦାନ ଶିବିରରେ ୧୦୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।

ଆଜିର ଏହି କାର୍ଯ୍ୟକ୍ରମକୁ ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ରାଜେଶରାଜ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ କରାଯାଇଥିଲା ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ରକ୍ତଭାବ ଦୂର କରିବା ପାଇଁ ଆଗାମୀ ଦିନରେ ଲୋକଙ୍କ ଜୀବନ ରକ୍ଷା ପାଇଁ ରକ୍ତ ସଂଗ୍ରହ ଅଭିଯାନକୁ ଏକ ଆନ୍ଦୋଳନରେ ପରିଣତ କରିବା ସହ ସଶକ୍ତ ଓଡିଶା ଗଠନ ନିମନ୍ତେ ବିଜୁ ଛାତ୍ର ଜନତା ଦଳ ତରଫରୁ ସାମାଜିକ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ଜଗତସିଂହପୁର ମୁଖ୍ୟ ଡାକ୍ତରଖାନା ରକ୍ତ ଭଣ୍ଡାରରେ ଜରୁରୀକାଳୀନ ରକ୍ତଦାନ ଶିବିର

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ରକ୍ତର ଅଭାବ ପୂରଣ କରିବା ପାଇଁ କ୍ଲବ ଜୟ ଯବାନ ଜୟ କିଷାନ ତରଫରୁ ଓ ରବିରରାଗ ସହଯୋଗରେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାରରେ ଏକ ଜରୁରୀକାଳୀନ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। କୋଭିଡ ନିୟମାବଳୀ ଅନୁସାରେ ଅନୁଷ୍ଠିତ ଏହି ଶିବିରରେ ୨୬ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଉକ୍ତ ଶିବିରକୁ କ୍ଲବର ସଭାପତି କାଳନ୍ଦୀ ଦାଶ,ସମ୍ପାଦକ ପ୍ରିତିରଂଜନ ରାଉତ,କୋଷାଧ୍ୟକ୍ଷ ଚିତ୍ତରଂଜନ ସାହୁ,ସଭ୍ୟ ପ୍ରଭୁପ୍ରସାଦ ଦାଶ,ଅବନୀକାନ୍ତ ଦାଶ,ସୌଭାଗ୍ୟ ଦାଶ,ରଶ୍ମିକାନ୍ତ ପୂହାଣ,ରବିରରାଗ ର ମୁଖ୍ୟ ରବିନାରାୟଣ କର,ସଦସ୍ୟ ସତ୍ୟଜିତ ସ୍ୱାଇଁ, ଜୀବନ ଆଶ୍ରିତ ଦାସ, ପବିତ୍ର କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ।

Categories
ଆଞ୍ଚଳିକ

ବିଶ୍ୱ ରକ୍ତଦାତା ଦିବସରେ ‘ଆସନ୍ତୁ ଗଢିବା ରକ୍ତ ସମ୍ପର୍କ ଅଭିଯାନ’ ର ଦଶମ ରକ୍ତଦାନ ଶିବିର ଅନୁଷ୍ଠିତ

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ବ୍ରହ୍ମପୁର ସବୁଜ ବାହିନୀ, ଆଞ୍ଚଳିକ ବିକାଶ ପରିଷଦ ଓ ବ୍ରହ୍ମପୁର ରକ୍ତ ଭଣ୍ଡାରର ମିଳିତ ଅନୁକୂଲ୍ୟ ରେ ଦଶମ ଥର ଆସନ୍ତୁ ଗଢିବା ରକ୍ତ ସମ୍ପର୍କ ନାମକ ରକ୍ତ ଦାନ ଶିବିର ବ୍ରହ୍ମପୁର ରକ୍ତ ଭଣ୍ଡାର ପରିସରରେ ଅନୁଷ୍ଠିତ ହୋଇଥିଲା।

ପ୍ରତିବର୍ଷ ଜୁନ୍‍ ମାସ ୧୪ ତାରିଖକୁ ବିଶ୍ୱ ରକ୍ତଦାତା ଦିବସ ଭାବରେ ପାଳନ କରାଯାଏ। ରକ୍ତଦାନ ମହତ ଦାନ। ରକ୍ତଦାନର ବିଶେଷତ୍ୱ ନେଇ ଏହା ଉପରେ ଗବେଷଣାତ୍ମକ ଭାବରେ କୁହାଯାଇଛି – ଜଣେ ପୁରୁଷ ଶରୀରରେ ଏକ କେଜିରେ ୭୬ ମି.ଲି. ଓ ମହିଳା ଶରୀରରେ ୬୬ ମି.ଲି. ରକ୍ତ ରହିଛି। ଅଷ୍ଟ୍ରୀୟ ବିଜ୍ଞାନୀ କାର୍ଲ ଲାଣ୍ଡଷ୍ଟେଇନ୍‍ର ୧୯୦୧ ମସିହାରେ ପ୍ରଥମ ତିନିଟି ରକ୍ତବର୍ଗ (ଓ, ଏ, ଏବଂ ବି) ଆବିଷ୍କାର କରିଥିଲେ। ତାଙ୍କ ଜନ୍ମଦିନକୁ “ବିଶ୍ୱ ରକ୍ତଦାନ ଦିବସ’ ଭାବେ ପାଳନ କରାଯାଏ। ମଣିଷ ରକ୍ତକୁ ଆଠଟି ବର୍ଗରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ ସୁସ୍ଥ ସବଳ ପ୍ରାପ୍ତ ବୟସ୍କ ମଣିଷ ଶରୀରରେ ପ୍ରାୟ ୧୦ ୟୁନିଟ୍‍ ବା ୧୦ ପିଣ୍ଟ ରକ୍ତ ଥାଏ। ସେ ଚାହିଁଲେ ପ୍ରତି ୫୬ ଦିନରେ ଥରେ ମାତ୍ର ୧ ପିଣ୍ଟ ରକ୍ତଦାନ କରିପାରେ।

ଚଳିତ ବର୍ଷ କରୋନା ମହାମାରୀ ପ୍ରଭାବ ରୁ ରକ୍ତ ଭଣ୍ଡାର ରେ ରକ୍ତ ଘୋର ଅଭାବ ଦେଖାଯାଇଛି ରୋଗୀ ମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ ଭାବେ ଗର୍ଭବତୀ ମହିଳା ଓ ଥାଲାସେମିଆ ରୋଗୀ ମାନେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଏହି ଅସୁବିଧାକୁ କିଛି ମାତ୍ରାରେ ହ୍ରାସ କରିବାପାଇଁ ଏକ ନିଆରା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉର୍ଦ୍ଦେଶ୍ୟ ହେଉଛି ରକ୍ତଦାତାମାନେ କେନ୍ଦ୍ରକୁ ଆସି ରକ୍ତ ଦାନ କରିବେ। ଆଜିର ଶିବିରରେ ସମୁଦାୟ ଦଶ ଗୋଟି ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ସମୁଦାୟ ଦଶଗୋଟି ଶିବିରରେ ୧୭୦ ଗୋଟି ୟୁନିଟ ରକ୍ତ ସଂଗ୍ରହ ହୋଇଛି। ଏହି କାର୍ଯ୍ୟକ୍ରମରେ ରକ୍ତ ଭଣ୍ଡାରର ଡାକ୍ତର ସସ୍ମିତା ବେହେରା, ସୁଶାନ୍ତ କୁମାର ପାଣିଗ୍ରାହୀ ଏବଂ  ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ, ସତ୍ୟ ନାରାୟଣ ଦାସ, ବିଷ୍ଣୁ ପ୍ରସାଦ ଦାସ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଶ୍ବ ବ୍ୟାପି କରୋନା ମହାମାରୀ ପ୍ରଭାବ ଥିଲା ବେଳେ ଏଭଳି ନିଆରା ରକ୍ତ ଦାନ ଶିବିର ଆୟୋଜିତ କରି ରକ୍ତ ଅଭାବ କୁ ଦୂରକରିବା ପ୍ରୟାସକୁ ସାଧାରଣ ମହଲରେ ପ୍ରଶଂସା କରାଯାଇଛି।

Categories
ଆଞ୍ଚଳିକ

ଆର୍‌ଜେ ଫ୍ୟାନ୍‌ କ୍ଲବ ପକ୍ଷରୁ ରକ୍ତଦାନ ଶିବିର

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର : ବ୍ରହ୍ମପୁର ଗେଟ୍ ବଜାର ଠାରେ ଆର୍‌ଜେ ଫ୍ୟାନ୍‌ କ୍ଲବ ପକ୍ଷରୁ ରକ୍ତ ଦାନ ଶିବିର କରାଯାଇଛି । କରୋନା ଭୁତାଣୁ ଜନିତ କଟକଣା କାରଣରୁ ରକ୍ତଭଣ୍ଡାରରେ ରକ୍ତର ଅଭାବ କାରଣରୁ ରୋଗୀଙ୍କ ସୁବିଧା ପାଇଁ ଆର୍ ଜେ ଫେନ ପକ୍ଷରୁ ଏକ ରକ୍ତ ଦାନ ଶିବିର ଆୟୋଜନ କରାଯାଇଛି । ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ଏହି ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିରକୁ ସାନଖେମୁଣ୍ଡି ବିଧାୟକଙ୍କ ପିତା ତଥା ସମାଜସେବୀ ଅରକ୍ଷିତ ଜେନା ଉଦ୍‌ଘାଟନ କରିଥିଲେ । ଏହି ରକ୍ତ ଦାନ ଶିବିରରେ 115 ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥିବା ବେଳେ ଅରକ୍ଷିତ ଜେନା ଓ ପିଣ୍ଟୁ ଜେନା ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରେ ପିଣ୍ଟୁ ଜେନା, ଶିବ ପ୍ରସାଦ ପ୍ରଧାନ,ଦଣ୍ଡ ମହାରଣା,ଅଜିତ୍ ରାଉଳ,ଅବନୀ ଶତପଥୀ, କ୍ରିଷ୍ଣା ଜେନା,ଦେବାଶିଷ ମହାନ୍ତି, ପ୍ରଭାକର ତ୍ରିପାଠୀ, ସାଇରତନ୍ ପାତ୍ର, ସିଲୁ ସାହାଣୀ, ଟିକିନା ପାତ୍ର, ଜଗତା ବେହେରା, ହିମାଂଶୁ ଶେଖର ସାହୁ, ପାଞ୍ଜୟ ପାତ୍ର, ରାମ କୃଷ୍ଣ ନାହାକ, ଶସାଙ୍କ ଗୌଡ, ଅନୁରାଗ ସିଂହ, ଶଙ୍କର ରଥ, ଶିବ ସ୍ୱାଇଁ ଓ ଅନ୍ୟ କର୍ମକର୍ତ୍ତା ସହଯୋଗ କରିଥିଲେ ।

Categories
ଆଞ୍ଚଳିକ

ବାଣପୁରଠାରେ ଆମ ଓଡ଼ିଶା ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ସମୀକ୍ଷା ବ୍ୟୁରୋ

ବାଣପୁର, ୨୧/୧୨ : ବାଣପୁର ଗୋଦାବରୀଶ ମହାବିଦ୍ୟାଳୟଠାରେ ଆମଓଡିଶା ଦ୍ବାରା ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ୪୧ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଛି। ଏହି ରକ୍ତଦାନ ଶିବିରରେ ପ୍ରାୟ ୪୧ଜଣ ରକ୍ତଦାନ କରିଥିବାବେଳେ ଏମାନଙ୍କ ମଧ୍ୟରେ ୨୦ଜଣ ଛାତ୍ରୀ ରହିଥିଲେ। ଏହି ରକ୍ତଦାନ ଶିବିରକୁ  ଗୋଦାବରୀଶ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଶିବପ୍ରସାଦ ନାୟକ ଉଦ୍‌ଘାଟନ କରିଥିବାବେଳେ ରାଜନୀତି ବିଜ୍ଞାନର ମୁଖ୍ୟ ପ୍ରଫେସର ବନମାଳୀ ବେହେରା ପ୍ରଥମେ ରକ୍ତଦାନ କରିଥିଲେ। ଏହି ଶିବିରକୁ ପରିଚାଳନା କରିଥିଲେ ଆମ ଓଡ଼ିଶାର ଜିଲ୍ଲା ସଂଯୋଜକ ସଂଗ୍ରାମ କେଶରୀ ସମାନ୍ତରାୟ ଏବଂ  ସମ୍ବାଦର ବାଣପୁର ପ୍ରତିନିଧି ସୁନୀଲ୍‌ କୁମାର ସୁବୁଦ୍ଧି ଓ ଚିିଲିକାର ସମ୍ବାଦ ପ୍ରତିନିଧି ପ୍ରଦୋଷ ଦାସ।

ମହାବିଦ୍ୟାଳୟ ସ୍କାଉଟ୍‌ସ ଓ ଗାଇଡସ୍‌ର ରୋଭର୍‌ ଲିଡର ଅଧ୍ୟାପକ ଆଦିତ୍ୟ ସାରଥୀ ବେଦମାତା ଓ ରେଞ୍ଜର ଲିଡର ଅଧ୍ୟାପିକା ନିହାରବାଳା ରାଉତ, ରେଡକ୍ରସର ଜିଲ୍ଲା ସଂଯୋଜକ ପ୍ରଫେସର ଲକ୍ଷ୍ମୀ ନାରାୟଣ ମିଶ୍ର, ରେଡକ୍ରସ୍‌ର ଉପଦେଷ୍ଟା ଅଧ୍ୟାପକ ସୁଜିତ୍‌ କୁମାର ପାଣ୍ଡେ, ଏନ୍‌ସିସି ଅଫିସର ଲେପ୍ଟନାଣ୍ଟ୍‌ ଗୁରୁପ୍ରସାଦ ନାୟକ ପ୍ରମୁଖ ଏହି ଶିବିରର ତତ୍ତ୍ବାବଧାରକ ରହିଥିଲେ। ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଭାଗିରଥୀ ସେଠୀ, ଖୋର୍ଦ୍ଧା ବ୍ଲଡ୍‌ ବ୍ୟାଙ୍କର ଅରୁଣ କୁମାର ସାହୁ, ଅନିରୁଦ୍ଧ ସ୍ବାଇଁ, ଅନୀତା ନାୟକ, ରଶ୍ମିରଞ୍ଜନ ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ। ଏହି ଶିବିରକୁ ସହଯୋଗ କରିଥିଲେ ଗୋଦାବରୀଶ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଲକ୍ଷ୍ମୀ ମହାରଣା, ରାଜଶ୍ରୀ ପ୍ରଧାନ, ଦୀପକ କୁମାର ବେହେରା, ନୃସିଂହ ପ୍ରସାଦ ମହାପାତ୍ର, ସନ୍ତୋଷ ପ୍ରଧାନ ଏବଂ ବାଣପୁର ମହାବିଦ୍ୟାଳୟର ଏନ୍‌ସିସି, ରେଡକ୍ରସ୍‌ ଓ ସ୍କାଉଟ୍‌ ଗାଇଡସ୍‌ ବିଭାଗ।

ରିପୋର୍ଟର : ସୀତାରାମ ଅଗ୍ରଓ୍ବାଲ