Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଶେଷ ହେଲା ମହାପ୍ରଭୃଙ୍କ ଅଧରପଣା ନୀତି, ରଥ ଉପରେ ଭଙ୍ଗାଗଲା ମାଟି ହାଣ୍ଡିର ପଣା

ପୁରୀ: ଆଜି ସଂଧ୍ୟାରେ ତିନି ରଥରେ ମହାପ୍ରଭୃଙ୍କ ଅଧରପଣା ନୀତି ଅନୁଷ୍ଠିତ ହୋଇଯାଇଛି। ତିନି ରଥରେ ତିନିଟି ଲେଖାଏଁ ହିସାବରେ ମୋଟ ନଅଟି ମାଟି ହାଣ୍ଡିରେ ପଣା ରଖି ଲାଗି କରାଯାଇଥିଲା। ଏହାପରେ ପଣା ଭର୍ତ୍ତି ସେହି ହାଣ୍ଡିଗୁଡିକୁ ରଥ ଉପରେ ଭାଙ୍ଗି ଦିଆଯାଇଥିଲା। ଫଳରେ ରଥସାରା ସୁବାଶିତ ପଣା ବିଛେଇ ହୋଇ ଢାଳି ହୋଇଥିଲା।

ରଥରେ ଏହି ପରଂପରା ବହୁ ପ୍ରାଚୀନ ଯୁଗର ହୋଇଆସୁଛି। ଏହା ମହାପ୍ରଭୃଙ୍କ ରଥଯାତ୍ରାର ଏକ ବିଧି। ଏହି ପଣାହାଣ୍ଡି ଭାଙ୍ଗିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସେଠାରେ ଥିବା ଚଣ୍ଡିଚାମୁଣ୍ଡାଙ୍କୁ ପ୍ରଦାନ କରିବା। ସେମାନେ ମଧ୍ୟ ପ୍ରଭୃଙ୍କ ପ୍ରସାଦ ଖାଇାବକୁ ହକଦାର। ସେଥିପାଇଁ ରଥରେ ପଣାହାଣ୍ଡି ଭାଙ୍ଗି ସେମାନଙ୍କୁ ପ୍ରଦାନ କରିବାର ବିଧି ପ୍ରଚଳିତ ରହିଛି।

ଏହି ପଣା ପ୍ରସ୍ତୁତି ମଧ୍ୟ ଏକ ଭିନ୍ନ ପ୍ରକାରର। ବଡଓଡ଼ିଆ ମଠ, ରାଘବଦାସ ମଠ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଦତ୍ତ ଛେନା, ଛାଚି, କ୍ଷୀର, ସର, ଗୋଲମରିଚ, କର୍ପୁର, ଜାଇଫଳ, କଦଳୀ ଆଦିକୁ ମିଶ୍ରଣ କରାଯାଇ ଏହି ପଣା ପ୍ରସ୍ତୁତ କରାଯାଏ। ଆସନ୍ତାକାଲି ମହାପ୍ରଭୃଙ୍କ ରଥଯାତ୍ରାର ଶେଷ ପର୍ଯ୍ୟାୟ। ଆସନ୍ତାକାଲି ମହାପ୍ରଭୃ ରତ୍ନସିଂହାସନକୁ ବିଜେ କରିବେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ରଣପୁର: ଲକ୍ଷ୍ମୀ ନାରାୟଣ ଭେଟ ପରେ ବାହୁଡିଲେ ମହାବାହୁ, ଆସନ୍ତାକାଲି ନିଳାଦ୍ରି ବିଜେ ହେବେ ତିନି ଠାକୁର

ରଣପୁର: ଓଡିଶାର ଦ୍ୱିତୀୟ ଶ୍ରୀ କ୍ଷେତ୍ର ରଣପୁର ରଥଯାତ୍ରାରେ ଆଜି ଲକ୍ଷ୍ମୀନାରାୟଣ ଭେଟ ସମ୍ପନ୍ନ ହେବା ସହ ତିନି ରଥ ସିଂହ ଦ୍ୱାର ନିକଟରେ ପହଞ୍ଚିଛି। ବାହୁଡା ଦିନ ବଳଭଦ୍ରଙ୍କ ତାଳଧ୍ୱଜ ରଥ ସିଂହଦ୍ୱାର ନିକଟରେ ପହଚିଂଥିବାବେଳେ ମା’ ସୁଭଦ୍ରାଙ୍କ ଦେବଦଳନ ରଥ ଓ ମହାବାହୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ଅଟକି ରହିଥିଲା। ପବିତ୍ର ବଡ ଏକାଦଶୀରେ ରଥଟଣା ବନ୍ଦ ରହିଥିବା ବେଳେ ପଚୁଂଦୋଳ ପଡ଼ିଆଠାରେ ଓଡିଶାର ପ୍ରତିଷ୍ଠୀତ କଣ୍ଠ ଶିଳ୍ପୀମାନଙ୍କୁ ନେଇ ଏକ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା।

ଆଜି ରଣପୁରରେ ଅପରାହ୍ନ ୨ଟାରେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥକୁ ମହିଳା ମାନେ ଟାଣି ଥିଲେ। ପରେ ଜଗନ୍ନାଥଙ୍କ ନନ୍ଦିଘୋଷ ଟଣାଯାଇଥିଲା। ଅପରାହ୍ନ ୫ ଟାରେ ନନ୍ଦିଘୋଷ ଦୋଳମଣ୍ଡପ ନିକଟରେ ଆସି ପହଚିଂଥିଲା। ପରେ ଏକ ସୁସଜ୍ଜିତ ବିମାନରେ ମନ୍ଦିରରୁ ମା’ ମହାଲକ୍ଷ୍ମୀ ଯାଇ ଜଗନ୍ନାଥଙ୍କ ରଥ ସମ୍ମୁଖରେ ପହଚିଂଥିଲେ। ରଥ ଚାରିପଟେ ନିରୀକ୍ଷଣ କଲାପରେ ସେଠାରେ ଆଳତି ଅନୁଷ୍ଠିତ ହୋଇଥିଲା।

ପରେ ଜଗନ୍ନାଥଙ୍କଠାରୁ ଆଜ୍ଞାମାଳ ପାଇ ମା’ ମହାଲକ୍ଷ୍ମୀ ଶ୍ରୀମନ୍ଦିରକୁ ଗମନ କରିଥିଲେ। ଲକ୍ଷ୍ମୀ ନାରାୟଣଙ୍କର ଏହି ଭେଟ ନିତି ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହେବାସହ ହରିବୋଲ ହୁଳହୁଳିରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।

ମହାଲକ୍ଷ୍ମୀ ମନ୍ଦିର ଆସି ଚାହାଣୀ ମଣ୍ଡପରେ ଉପସ୍ଥିତ ହୋଇଥିଲେ। ସେଠାରେ ଆଳତି ସମାପନ ପରେ ନନ୍ଦିଘୋଷ ସିଂହଦ୍ଵାର ନିକଟରେ ସନ୍ଧ୍ୟା ୫ ଘଟିକା ୩୦ ମିନିଟରେ ଲାଗିଥିଲା। ମଙ୍ଗଳବାର ଅଧର ପଣା ନିତି ସଂମ୍ପନ୍ନ ପରେ ସକାଳ ୧୦ ଘଟିକା ସମୟରେ ତିନି ଠାକୁରଙ୍କୁ ନିଳାଦ୍ରି ବିଜେ କରାଯିବ ବୋଲି ମନ୍ଦିର ପ୍ରଶାସନ ଠାରୁ ଜଣାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ମହାପ୍ରଭୃଙ୍କ ଅଧରପଣା ନୀତି, ରଥ ଉପରେ ଭାଙ୍ଗିବ ପଣା ହାଣ୍ଡି, ଏମିତି କାହିଁକି ହୁଏ

ପୁରୀ: ଆଜି ସଂଧ୍ୟାରେ ତିନି ରଥରେ ପାଳିତ ହେବ ଅଧରପଣା ନୀତି। ଏଥିରେ ତିନିରଥରେ ତିନୋଟି ଲେଖାଏଁ ମୋଟ ନଅ ଟି ମାଟି ହାଣ୍ଡିରେ ପଣାଭୋଗ ଶ୍ରୀଜିୟୁଙ୍କୁ ଲାଗି କରାଯିବ।ସେବକମାନେ ଠାକୁରଙ୍କ ଅଧରକୁ ଛୁଇଁବା ପରି ହାଣ୍ଡି ବା ମାଟି ତୁମ୍ବରେ ପଣା ରଖି ଏହି ନୀତି କରିବୋ। ଏହାପରେ ରିତି ଅନୁସାରେ ଭୋଗ କରିବା ପରେ ରଥ ଉପରେ ହାଣ୍ଡି ଭଙ୍ଗାଯାଇଥିଲା। ଏହାର କାରଣ ହେଲା ସେହି ଭୋଗ ସେଠାରେ ଥିବା ଚଣ୍ଡିଚାମୁଣ୍ଡାଙ୍କୁ ପ୍ରଦାନ କରାଯାଇଥାଏ।

ସାଧାରଣତଃ ଆଷାଢ ଶୁକ୍ଳପକ୍ଷ ଦ୍ବାଦଶୀ ତିଥିରେ ଏହି ଅଧରପଣା ଭୋଗ କରାଯାଇଥାଏ। ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଏହି ନୀତି ଅନୁଷ୍ଠିତ ହୋଇଥାଏ। ଶ୍ରୀବିଗ୍ରହମାନଙ୍କର ଶ୍ରୀଅଧର ଉଚ୍ଚତା ବିଶିଷ୍ଟ ଲାଉତୁମ୍ବ ଭଳି ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟିହାଣ୍ଡିରେ ପଣା ସବୁକୁ ରଥ ଉପରେ ରଖାଯାଇଥାଏ।

ପ୍ରତି ରଥରେ ୩ ହାଣ୍ଡି ହିସାବରେ ମୋଟ ୯ ହାଣ୍ଡି ଅଧର ପଣା ଭୋଗ କରାଯାଇଥାଏ। ଏହି ୯ହାଣ୍ଡି ପଣାକୁ ପୂଜାପଣ୍ଡା ସେବକମାନେ ପଞ୍ଚୋପଚାର ପଦ୍ଧତିରେ ଶ୍ରୀବିଗ୍ରହମାନଙ୍କୁ ଅର୍ପଣ କରିଥାନ୍ତି। ଭୋଗ ହେବା ପରେ ପଣା ଥିବା ହାଣ୍ଡିଗୁଡ଼ିକୁ ରଥ ଉପରେ ଭାଙ୍ଗି ଦିଆଯାଏ।

ରଥଗୁଡ଼ିକରେ ଥିବା ପାର୍ଶ୍ୱଦେବଦେବୀ, ଚଣ୍ଡିଚାମୁଣ୍ଡା ତଥା ଅଶରୀରୀମାନଙ୍କ ଉଦ୍ଧାର ନିମନ୍ତେ ପଣା ହାଣ୍ଡି ସବୁକୁ ଭୋଗ ହେବା ପରେ ଭାଙ୍ଗି ଦିଆଯିବାର ବିଧି ରହିଆସିଛି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ମହଣ ମହଣ ସୁନାରେ ଝଲସିଲେ ମହାପ୍ରଭୃ, ଧାର୍ଯ୍ୟ ସମୟ ପୂର୍ବରୁ ଆରମ୍ଭ ହୋଇଗଲା ନୀତି

ପୁରୀ: ମହଣ ମହଣ ସୁନାରେ ଝଲସୁଛନ୍ତି ତିନିଠାକୁର। ଆଜି ମହାପ୍ରଭୃଙ୍କ ସୁନାବେଶ ଥିବାରୁ ଲକ୍ଷଲକ୍ଷ ଭକ୍ତଙ୍କ ପୁରୀରେ ସମାଗମ ହୋଇଛି। ରଥ ଚାରିପଟେ କର୍ଡନ ମାଧ୍ୟମରେ ଭକ୍ତମାନେ ବୁଲିବୁଲି ତିନିଠାକୁରଙ୍କ ସୁନା ବେଶକୁ କରୁଛନ୍ତି ଦର୍ଶନ। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ଆଜି ଧାର୍ଯ୍ୟ ନୀତି ନିର୍ଘଣ୍ଟ ପୂର୍ବରୁ, ଅପରାହ୍ନ ୪.୪୫ ଠାରୁ ମହାପ୍ରଭୁଙ୍କ ଦିବ୍ୟ ଓ ଭବ୍ୟ ସୁନାବେଶ ଆରମ୍ଭ ହୋଇଥିଲା। ଦୁର୍ଲଭ ବଡ଼ ତଢ଼ାଉ ବେଶ ବା ସୁନାବେଶ ରେ ଚତୁର୍ଦ୍ଧାମୂର୍ତ୍ତି ରଥ ଉପରେ ଦର୍ଶନ ଦେଉଛନ୍ତି। ଆଜି ରାତ୍ର ୧୧.୦୦ ଘଟିକା ଯାଏଁ ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୃ। 

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଆଜି ସୁନାରେ ଝଲସିବେ ମହାପ୍ରଭୁ, ବେଶ ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ଭିଡ

ପୁରୀ: ଆଜି ହେଉଛି ମହାପ୍ରଭୁଙ୍କର ସୁନାବେଶ। ମହଣ ମହଣ ସୁନାରେ ପ୍ରଭୁ ଆଜି ମଣ୍ଡିତ ହେବେ। ସେଥିପାଇଁ ମନ୍ଦିର ପ୍ରଶାସନ ତରଫରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଆଜି ମହାପ୍ରଭୁଙ୍କ ସୁନାବେଶ ଆରମ୍ଭ କରାଯିବ। ଭକ୍ତମାନେ ସୁରକ୍ଷିତ ଭାବେ ଦର୍ଶନ କରିବା ପାଇଁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି।

ସୁନାବେଶ ପରେ ଆସନ୍ତାକାଲି ରଥ ଉପରେ ଅନୁଷ୍ଠିତ ହେବ ଅଧର ପଣା ନୀତି। ଏହାପରେ ସୋମବାର ଦିନ ମହାପ୍ରଭୁ ସବୁ ଲୀଳା ଶେଷ କରି ରତ୍ନବେଦୀକୁ ପ୍ରତ୍ୟାବର୍ତ୍ତନ କରିବେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବର୍ଷାରେ ଭିଜିଭିଜି ରାଜ୍ୟପାଳଙ୍କୁ କାହିଁକି ସାକ୍ଷାତ କଲେ ବିଜେଡି ବିଧାୟକ, ସାଂସଦ ଓ ନେତାଗଣ

ଭୁବନେଶ୍ବର: ଆଜି ଦିନ ତମାମ ଚାଲିଛି ବର୍ଷା। ତଥାପି ଏହି ବର୍ଷାରେ ଅଧା ଓଦା ହୋଇ ରାଜଭବନ ଯାଇଥିଲେ ବିଜେଡିର ବରିଷ୍ଠ ନେତା। ରାଜ୍ୟପାଳ ହରିବାବୁ କୁମ୍ଭମପତିଙ୍କୁ ସାକ୍ଷାତ କରିବା ସହିତ ଏକ ଦାବୀ ପତ୍ର ମଧ୍ୟ ପ୍ରଦାନ କରିଛନ୍ତି। ବିଜେଡିର ବରିଷ୍ଠ ନେତା ତଥା ଉପସଭାପତି ଦେବୀ ମିଶ୍ରଙ୍କ ନେତୃତ୍ବରେ ଏହି ଦଳ ଯାଇଥିଲେ।

ତେବେ ସେମାନଙ୍କର ଯିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା, ଚଳିତ ବର୍ଷ ରଥଯାତ୍ରା ପରିଚାଳନା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଚରମ ବିଫଳତା ଓ ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବୀ ସମ୍ପର୍କିତ ଏକ ସ୍ମାରକ ପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି।ଏଥିସହିତ ଆଗାମୀ ବାହୁଡା ଯାତ୍ରା, ସୁନାବେଶ, ନିଳାଦ୍ରୀବିଜେ କିପରି ଭଲରେ ହେବ ସେ ନେଇ ମଧ୍ୟ ଦାବୀ କରିଛନ୍ତି। ଏଥିରେ ବହୁ ବିଧାୟକ, ସାଂସଦ ଓ ବରିଷ୍ଠ ନେତା ଯୋଗଦେଇଥିଲେ।

Categories
ଆଜିର ଖବର ବିଶେଷ ଖବର

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ଏବେ ପୁରୀ ପୌରପାଳିକା ହେବ ମହାନଗର ନିଗମ

ଭୁବନେଶ୍ବର: ରଥଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୁରୀ ପୌରପାଳିକାକୁ ମହାନଗର ନିଗମ ମାନ୍ୟତା ପ୍ରଦାନ କରିଛନ୍ତି। ଫଳରେ ଏଣିକି ଏହି ପ୍ରସିଦ୍ଧ ସହର ମହାନଗର ନିଗମ ହେବ। ଏଠାର କାଉନସିଲର କରପୋର୍ରେଟର ଏବଂ ମେୟର ରହିବେ। ଫଳରେ ପୁରୀ ପରି ଐତିହାସିକ ସହରଟିର ଉନ୍ନତି ହେବ ବୋଲି ଆଶା କରାଯାଉଛି।

ଏ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏବେ ପବିତ୍ର ପୁରୀ ସହରରେ ମହାପ୍ରଭୁଙ୍କ ଘୋଷଯାତ୍ରା ଜାରି ରହିଛି। ବାହୁଡା ଯାତ୍ରା ପାଇଁ ମହାପ୍ରଭୁ ଆଜ୍ଞା ଦେଇସାରିଛନ୍ତି। ଏହି ଯାତ୍ରାକୁ ସୂଚାରୁ ରୂପେ ଏବଂ ସୁରକ୍ଷିତ ଢଙ୍ଗରେ ସଂପୂର୍ଣ୍ଣ କରିବା ପାଇଁ ଠାକୁରଙ୍କ ନିର୍ଦ୍ଦେଶରେ ସମସ୍ତେ ନିଜ ନିଜ ସେବା ପ୍ରଦାନ କରୁଛନ୍ତି।

ପୁରୀ ଜଗନ୍ନାଥ ଧାମ ସାରା ଭାରତର ସବୁ ଧର୍ମସ୍ଥଳୀ ଠାରୁ ଅନନ୍ୟ। ଏଠାରେ ଭକ୍ତ ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ ନିର୍ବିଶେଷରେ ସମସ୍ତେ ଏକାକାର ହୋଇ ଯାଆନ୍ତି। ନବଦିନ ବ୍ୟାପ୍ତ ଏହି ପବିତ୍ର ଯାତ୍ରା ସମୟରେ  ବଡଦାଣ୍ଡରେ ଚାଲୁଥିବା ସବୁ ଭକ୍ତ ଜଣେ ଜଣେ ଦାସିଆ। ମୁଁ ବି ଏହି ଅସଂଖ୍ଯ ଜଗନ୍ନାଥ ଭକ୍ତଙ୍କ ମଧ୍ୟରୁ ଜଣେ ସାଧାରଣ ଭକ୍ତ।

ରାଜ୍ୟର ମୁଖ୍ୟ ସେବକ ଭାବେ ରାଜ୍ୟବାସୀ ଯେଉଁ ଗୁରୁ ଦାୟିତ୍ଵ ମୋତେ ଅର୍ପଣ କରିଛନ୍ତି, ସେଥି ମଧ୍ୟରୁ, ପୁରୀକୁ ଆସୁଥିବା ଲକ୍ଷ ଲକ୍ଷ ଭକ୍ତଙ୍କ ସହିତ ପୁରୀବାସୀଙ୍କୁ ଗୁଣାତ୍ମକ ମୌଳିକ ସୁବିଧା ପ୍ରଦାନ କରିବା। ମୁଁ ବ୍ୟକ୍ତିଗତ ଭାବେ ପୂର୍ବରୁ ଅନୁଭବ କରିଛି ଯେ କୌଣସି ନା କୌଣସି କାରଣରୁ ବର୍ତ୍ତମାନର ପୁରୀ ପୌରପାଳିକା ଉଭୟ ଭକ୍ତ ଏବଂ ସହରବାସୀଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବାରେ ସମର୍ଥ ହୋଇନାହିଁ।

ଏହି ଲକ୍ଷ୍ୟ ହାସଲ କରିବା ପାଇଁ ସ୍ଥାନୀୟ ସ୍ଵାୟତ୍ତ ଶାସନ ପଦ୍ଧତିରେ ସଂସ୍କାର ଆଣିବାକୁ ପଡିବ। ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ତଦାରଖ, ପୁନର୍ବିନ୍ୟାସ ଏବଂ ରକ୍ଷଣାବେକ୍ଷଣ କରିବା ପାଇଁ ନୂତନ ଢାଞ୍ଚାର ଆବଶ୍ୟକତା ରହିଛି। କ୍ରମ ବର୍ଦ୍ଧିଷ୍ଣୁ ଜନସଂଖ୍ୟା ସହିତ ବର୍ଷସାରା ସହରକୁ ଆସୁଥିବା ଭକ୍ତ ଏବଂ ପର୍ଯ୍ୟଟକଙ୍କୁ ଗୁଣାତ୍ମକ ସୁବିଧା ଯୋଗାଇବା ପାଇଁ ଆମ ସରକାର ପୁରୀ ପୌରପାଳିକାକୁ ମହାନଗର ନିଗମରେ ପରିଣତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ପୁରୀ ସହର ଏବଂ ଆଖପାଖ ଅବସ୍ଥିତ ଗ୍ରାମ ପଞ୍ଚାଯତକୁ ସାମିଲ କରି ପୁରୀ ମହାନଗର ନିଗମ ଗଠିତ ହେବ। ଏହା ଦ୍ଵାରା ପୁରୀ ସଦର ଏବଂ ବ୍ରହ୍ମଗିରି ବ୍ଲକର ପ୍ରାୟ ସାତରୁ ଆଠଗୋଟି ଗ୍ରାମ ପଞ୍ଚାୟତକୁ ସାମିଲ କରାଯିବ, ଯାହା ଫଳରେ ଏହି ପଞ୍ଚାୟତବାସୀ ସହର ପରି ସୁବିଧା ପାଇ ପାରିବେ। ଆସନ୍ତା କାଲି ଠାରୁ ଏହ ସମ୍ବନ୍ଧୀୟ ସମସ୍ତ ପ୍ରକ୍ରିୟା ଆରମ୍ଭ କରାଯିବ।

ପୁରୀକୁ ଦେଶର ସର୍ବଶ୍ରେଷ୍ଠ ଧର୍ମୀୟ ଓ ପର୍ଯ୍ୟଟନ ସ୍ଥଳ ଭାବେ ଗଢି ଗୋଳିବାକୁ ଆମ ସରକାର ବଦ୍ଧପରିକର। ଏଥିପାଇଁ ଅନେକ ନୂତନ ପ୍ରକଳ୍ପର ନିର୍ମାଣ ଏବଂ ରକ୍ଷଣା ବେକ୍ଷଣର ଅବଶ୍ୟକତା ରହିଛି। ୨୦୩୬ ସୁଦ୍ଧା ପୁରୀକୁ ଦେଶର ଏକ ମୁଖ୍ୟ ଧର୍ମୀୟ ଓ ପର୍ଯ୍ୟଟନ ସ୍ଥଳରେ ପରିଣତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏକ ସୁନ୍ଦର, ସବୁଜ, ବିକଶିତ ପୁରୀ ସହର ବିନା ସମୃଦ୍ଧ ଓଡିଶାର ପରିକଳ୍ପନା ଅସମ୍ଭବ। ଆଜିର ଏହି ଘୋଷଣା ସରକାରଙ୍କ ଏହି ଭିଜନର ଏକ ଅଂଶ ବିଶେଷ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଆଜି ହେରା ପଞ୍ଚମୀ, ଅଭିମାନୀ ମା ଲକ୍ଷ୍ମୀ ଭାଙ୍ଗିବେ ନନ୍ଦିଘୋଷ ରଥ…….

ପୁରୀ: ଆଜି ହେରା ପଞ୍ଚମୀ। ମହାଲକ୍ଷ୍ମୀଙ୍କୁ  ଶ୍ରୀମନ୍ଦିରରେ ଛାଡିଦେଇ ଶ୍ରୀଜଗନ୍ନାଥ ରଥଯାତ୍ରାରେ ଭାଉ ଭଉଣୀଙ୍କୁ ଧରି ଜନ୍ମବେଦୀକୁ ଆସିଛନ୍ତି । ଏଥିରେ ଅଭିମାନ କରି ହେରା ପଞ୍ଚମୀ ଦିନ ମହାଲକ୍ଷ୍ମୀ  ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଆସିବେଷ ରାଗରେ ନନ୍ଦିଘୋଷ ରଥ ଭାଙ୍ଗିବେ ମା ଲକ୍ଷ୍ମୀ।

ସେଠାରେ ମହାଲକ୍ଷ୍ମୀଙ୍କୁ ବନ୍ଦାପନା ନୀତି କରାଯାଇଥାଏ । ପରେ ଲକ୍ଷ୍ମୀ ଜୟ ବିଜୟ ଦ୍ୱାର ନିକଟରେ ବିଜେ ହେବା ପରେ ତାଙ୍କୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପ୍ରଦାନ କରାଯାଇଥାଏ ।  ଏହାପରେ ନାକଚଣା ଦ୍ୱାର ଦେଇ ମହାଲକ୍ଷ୍ମୀ ହେରା ଗୌରୀ ସାହିବାଟେ ଶ୍ରୀମନ୍ଦିରକୁ ଯାଇଥାନ୍ତି। ଏହାପରେ ଆଡପ ମଣ୍ଡପରେ ଲକ୍ଷ୍ମୀ ନାରାୟଣ ବନ୍ଦାପନା କାର୍ଯ୍ୟ ଅନୁଷ୍ଠିତ ହୋଇଥାଏ । ଏହି ପରମ୍ପରା ଆଧାରରେ ଆଜି ହେରା ପଞ୍ଚମୀ ନୀତି ପାଳନ ହେଉଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପୁରୀରେ ଦଳଚକଟା ନେଇ ତାତିଲା ଯୁବ କଂଗ୍ରେସ, ମୁଖ୍ୟମନ୍ତ୍ରୀ ବାସଭବନ ଘେରାଉ ବେଳେ ଧସ୍ତାଧସ୍ତି

ଭୁବନେଶ୍ବର: ଆଜି ରାଜ୍ୟ ଯୁବ କଂଗ୍ରେସ ସଭାପତି ଶ୍ରୀ ରଣଜିତ ପାତ୍ରଙ୍କ ନେତୃତ୍ୱରେ ଯୁବ କଂଗ୍ରେସ କର୍ମୀମାନେ ଏଜି ଛକଠାରୁ ଏକ ବିକ୍ଷୋଭ ଶୋଭାଯାତ୍ରାରେ ଯାଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପୁରୀ ରଥଯାତ୍ରା ପରିଚାଳନରେ ମହା ବିଫଳତା, ପରବର୍ତ୍ତୀ ପର୍ଯ୍ୟାୟରେ ଦଳାଚକଟା ଏବଂ ମୃତାହତ ପାଇଁ ଦାୟୀ ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଥିଲା । ସେଠାରେ ଅଧଘଣ୍ଟା ପର୍ଯ୍ୟନ୍ତ ଧସ୍ତାଧସ୍ତି ହେବାପରେ ଯୁବ କଂଗ୍ରେସର ନେତୃବର୍ଗ ଓ କର୍ମୀମାନଙ୍କୁ ପୋଲିସ ଭ୍ୟାନ ଯୋଗେ ଉଠାଇ ନେଇଥିଲା।

ଏହି ଅବସରରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଣଜିତ ପାତ୍ର କହିଛନ୍ତି ଯେ ଡବଲ ଇଞ୍ଜିନ ସରକାର ମହାପ୍ରଭୁ ଜଗନ୍ନାଥଙ୍କର ରଥଯାତ୍ରା ପରିଚାଳନାକୁ ସଂପୂର୍ଣ ଖାମଖିଆଲି ଢ଼ଙ୍ଗରେ କରିଛନ୍ତି। ରଥଯାତ୍ରାର ସୁପରିଚାଳନା ପାଇଁ ୨୭୫ ଟି ଏଆଇ କ୍ୟାମେରା ଏବଂ ୧୦ ହଜାର ପୋଲିସ ଆୟୋଜନ କରାଯାଇଥିଲା ମାତ୍ର ଫଳ ଶୂନ । କ’ଣ ପାଇଁ ରଥଯାତ୍ରା ପରିଚାଳନା କମିଟି କରାଗଲା ନାହିଁ ବୋଲି ଶ୍ରୀ ପାତ୍ର ପ୍ରଶ୍ନ କରିଛନ୍ତି । ଆଇନ ବିଭାଗ ତରଫରୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ତଦାରଖ ଏବଂ ମାର୍ଗଦର୍ଶନ କମିଟି ଗଠନ ହେଲା । ଯାହା ଘଟିଛି ତାକୁ ଏବେ ସମସ୍ତେ ଦେଖୁଛନ୍ତି ।

କାଲି ସେଠାରେ ଭକ୍ତଙ୍କର ବହୁ ଭିଡ଼ ଲାଗିଥିଲେ ବି ପ୍ରଶାସନ ସଜାଗ ନଥିଲା । ହଠାତ ମହାପ୍ରଭୁଙ୍କ ପହଡ଼ ବିନା ସୂଚନାରେ ଖୋଲିଦେଲା ପରେ ଗତକାଲି ବିଳମ୍ବିତ ରାତିରେ ଦଳାଚକଟାରେ ତିନିଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ୫୦ ରୁ ଉର୍ଦ୍ଧ୍ବ ଭକ୍ତ ଆହତ ହୋଇଛନ୍ତି । ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ବ ପାସ ବିଜେପିର ଦଳୀୟ କର୍ମୀଙ୍କୁ ବାଣ୍ଟି ଦିଆଯାଇଛି। ଏହି ଘୋଷଯାତ୍ରା ସାଧାରଣ ଭକ୍ତଙ୍କ ପାଇଁ ଉଦ୍ଦିଷ୍ଟ ନଥୁଲା ଏହା କେବଳ ବିଜେପି ଦଳ ଏବଂ କର୍ମୀମାନଙ୍କ ପାଇଁ ଉଦ୍ଦିଷ୍ଟଥ୍‌ଲା ବୋଲି ଅଭିଯୋଗ ହୋଇଛି ।

ଅନ୍ୟପକ୍ଷରେ ମହାପ୍ରଭୁଙ୍କ ରଥ ସିଂହ ଦ୍ଵାରା ନିକଟରେ ଅଟକାଇ ଦିଆଗଲା । ଗୌତମ ଆଦାନୀ ରଥ ଟଣାରେ ସାମିଲ ହେବେ ବୋଲି ଜଗନ୍ନାଥଙ୍କୁ ବାଟରେ ଅଟକାଇ ଦେବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ପାତ୍ର ଅଭିଯୋଗ କରିଛନ୍ତି ।

ରଥଯାତ୍ରାରେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ଡିଜି ପୋଲିସ ଓ ସମୁଦାୟ ପ୍ରଶାସନ ଉପସ୍ଥିତ ଥ‌ିବା ବେଳେ ଭକ୍ତମାନଙ୍କୁ ଚରମ ଅବ୍ୟବସ୍ଥାର ସମ୍ମୁଖୀନ ହେବାକୁ ପଡ଼ିଲା । ଭକ୍ତମାନେ ମୋହନ ସରକାରର ଏ ଅବ୍ୟବସ୍ଥା ପ୍ରତି ଚରମ ଅସନ୍ତୋଷ ପ୍ରକଟ କରିଛନ୍ତି । ରଥଯାତ୍ରାର ପରିଚାଳନାକୁ ସରକାର ଗୁରୁତ୍ବର ସହ ନେଇନାହାନ୍ତି। ଫଳସ୍ବରୂପ ନିରୀହ ଭକ୍ତମାନଙ୍କର ଜୀବନ ଗଲା ଏବଂ ବହୁ ଭକ୍ତମାନେ ଗୁରୁତର ଭାବେ ଆହତ ହୋଇଛନ୍ତି।

ରଥଯାତ୍ରା ଦିନ ସାମ୍ବାଦିକ ମାନଙ୍କୁ ମଧ୍ୟ ପୋଲିସ ମରଣାନ୍ତକ ଆକ୍ରମଣ କରିଛନ୍ତି । ସୁତରାଂ ଏଭଳି ଅବ୍ୟବସ୍ଥା ସାରା ବିଶ୍ଵର ଜଗନ୍ନାଥ ପ୍ରେମୀ ଭକ୍ତମାନଙ୍କ ଆବେଗକୁ ଆଘାତ ଦେଇଛି । ଜଗନ୍ନାଥଙ୍କ ପ୍ରତି ଏ ସରକାରଙ୍କର ଆଚରଣ ଦୁଃଖଦାୟକ । ତେଣୁ ମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବାକୁ ଯୁବ କଂଗ୍ରେସ ଦାବି କରିଛି।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସାଧାରଣ ସମ୍ପାଦକ ପ୍ରକାଶ ମିଶ୍ର, ମହମ୍ମଦ ଇମଦାଦ, ମନୋଜ ବିଶ୍ବାଳ, ସୁଦିପ ସାମଲ, ଅଜୟ ସାହୁ, କିରଣ ସାହୁ, ଗୋପନ ମାର୍ଥା, ଲିପିକା ପାତ୍ର, ଲକ୍ଷ୍ମୀପ୍ରିୟା ନାୟକ, ଉଦିତ ପ୍ରଧାନ, ମହମ୍ମଦ ଗୁଲଫାମ, ଆଲୋକ ଦାସ, ବଟକୃଷ୍ଣ ରାଉତରାୟ, ମହମ୍ମଦ ପରଭେଜ, ସୁରଜ ରାଉତ, ସ୍ପନ୍ଦନ ସ୍ବାଇଁ, ଜାଭେଦ ଅକତର, ସତ୍ୟଜିତ ପଟ୍ଟନାୟକ, ପ୍ରଶାନ୍ତ ରାଉତ, ପବିତ୍ର ସେଠୀ ପ୍ରମୁଖ ଯୋଗଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୁରୀ ଦଳାଚକଟା ଦୁର୍ଘଟଣାର ତଡନ୍ତ କରିବେ ଉନ୍ନୟନ କମିଶନର ଅନୁ ଗର୍ଗ

ଭୁବନେଶ୍ବର: ପୁରୀରେ ଘଟିଯାଇଥିବା ଦଳାଚକଟା ଦୁର୍ଘଟଣାର ତଦନ୍ତ କରିବେ ଉନ୍ନୟନ କମିଶନର ଅନୁ ଗର୍ଗ। ଏ ନେଇ ଆଜି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦଳାଚକଟାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଏପରି ଏକ ଦୁର୍ଘଟଣାର ପ୍ରଶାସନିକ ତଦନ୍ତ କରିବା ପାଇଁ ନିଷ୍ପତି କରାଯାଇ ଉନ୍ନୟନ କମିଶନରଙ୍କୁ ଦାୟିତ୍ବ ଦିଆଗଲା।

ଏଥିସହିତ ମୁଖ୍ୟମନ୍ତ୍ରୀ ଏ ନେଇ ପଦକ୍ଷେପ ଗ୍ରହଣ କରିଛନ୍ତି। ସେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ସ୍ବାଇଁଙ୍କୁ ବଦଳି କରିଦେଇଛନ୍ତି। ତାଙ୍କ ସ୍ଥାନରେ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣାଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ପୁରୀ ଏସପିଙ୍କୁ ବଦଳି କରାଯାଇ ତାଙ୍କ ସ୍ଥାନରେ ପିନାକ ମିଶ୍ରଙ୍କୁ ନିଯୁକ୍ତ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୁରୀରେ ଦଳାଚକଟା ଘଟଣା, ବଳି ପଡିବେ କି ବଡ ଅଫିସର, ସଙ୍କେତ ଦେଲେ ଆଇନ ମନ୍ତ୍ରୀ

ପୁରୀ: ଖୁବ ଶିଘ୍ର ବଳିପଡିବେ ବଡ ଅଫିସର। ପୁରୀରେ ହୋଇଥିବା ଦଳଚକଟା ଘଟଣାରେ ପ୍ରଶାସନର ଅବହେଳା ନେଇ ସରକାର ଏହି ପଦକ୍ଷେପ ଗ୍ରହଣ କରୁଛନ୍ତି। ଖୁବ ଶିଘ୍ର ମୁଖ୍ୟମନ୍ତ୍ରୀ ଘୋଷଣା କରିବେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ଆଜି ପୁରୀ ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି ମନ୍ତ୍ରୀ। ସେ କହିଛନ୍ତି ଯାହା ବି ଘଟଣା ଘଟିଛି ତାହା ପ୍ରଶାସନର ଅବହେଳା। ଏ ନେଇ ମୁଖ୍ୟମନ୍ତ୍ରୀ ତଦନ୍ତ ଘୋଷଣା ମଧ୍ୟ କରିଛନ୍ତି।

ତେବେ ସେ ବାରମ୍ବାର ଗୋଟିଏ କଥା କହିଥିଲେ ଯେ, ଏହି ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ନିଷ୍ପତି କରିସାରିଛନ୍ତି। ଖୁବ ଶିଘ୍ର ଘୋଷଣା କରିବେ। ଫଳରେ ଏହା ନିଶ୍ଚିତ ଯେ, କେହି ଜଣେ ବଳି ପଡିବେ।

ତେବେ ଆଇନ ମନ୍ତ୍ରୀଙ୍କ କହିବା କଥା ଯେ, ଗତକାଲି ରାତିରୁ ଭକ୍ତମାନେ ଶରଧାବାଲିରେ ଶୋଇଥିଲେ। ତେବେ ପହଡ ଖୋଲିବା ପରେ ପଛରେ ଥିବା ଭକ୍ତମାନେ ମାଡି ଆସିବାରୁ ଯେଉଁମାନେ ଶୋଇଥିଲେ ସେମାନେ ଉଠିପାରି ନ ଥିଲେ। ଫଳରେ ଏପରି ଦୁର୍ଘଟଣା ଘଟି ତିନି ଜଣଙ୍କର ମୃତ୍ୟୁ ହୋଇଥିବାର ସେ ସ୍ବୀକାର କରିଥିଲେ। ତେବେ ଯେଉଁମାନେ ଆହତ ହୋଇଛନ୍ତି ସେମାନେ ବିପଦ ମୁକ୍ତ ହୋଇଛନ୍ତି ବୋଲି ସେ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଶରଧାବାଲିରେ ଠେଲାପେଲା ଘଟଣାର ତଦନ୍ତ ହେବ, ମୁଖ୍ୟମନ୍ତ୍ରୀ କହିଲେ ଏପରି କଥା

ଭୁବନେଶ୍ବର: ଶରଧାବାଲିରେ ଘଟିଯାଇଥିବା ଠେଲାପେଲା ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।  ସେ ନିଜ ସାମାଜିକ ଗଣମାଧ୍ୟମରେ କହିଛନ୍ତି ଯେ, ଶରଧାବାଲିରେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଭକ୍ତମାନଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଜନିତ ଠେଲାପେଲା କାରଣରୁ ଘଟିଥିବା ଅଘଟଣ ପାଇଁ ବ୍ୟକ୍ତିଗତ ଭାବେ ମୁଁ ଏବଂ ମୋ ସରକାର ସମସ୍ତ ଜଗନ୍ନାଥପ୍ରେମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛୁ।

ସେ କହିଛନ୍ତି ଯେ, ଯେଉଁ ଭକ୍ତମାନଙ୍କର ଜୀବନଦୀପ ଶରଧାବାଲିରେ ଲିଭିଯାଇଛି ସେମାନଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଏହି ଭଳି ଏକ ଦାରୁଣ ଦୁଃଖକୁ ସହିବା ନିମନ୍ତେ ଶକ୍ତି ଦେବାପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି। ଏହି ଅବହେଳା ଅକ୍ଷମଣୀୟ । ସୁରକ୍ଷା ଅବହେଳାର ତୁରନ୍ତ ତଦନ୍ତ କରାଯିବ ଏବଂ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଗୁଣ୍ଡିଚା ମନ୍ଦିର ଆଗରେ ଦଳଚକଟା, ୩ ଜଣ ଭକ୍ତ ମୃତ୍ୟୁ, ଏକାଧିକ ଆହତ

ପୁରୀ: ପୁଣି ପୁରୀ ରଥଯାତ୍ରାକୁ ନେଇ ଆସିଲା ବଡ ବିଭ୍ରାଟ। ଭକ୍ତଙ୍କୁ ପ୍ରଶାସନ ଠିକରେ ସୁରକ୍ଷା ଦେଇ ନ ପାରିବାରୁ ଦଳାଚକଟା ହୋଇଛି। ଫଳରେ ଶରଧାବାଲିରେ ୩ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିବାର ଜଣାପଡିଛି। ଏଥିସହିତ ବହୁ ଭକ୍ତ ଆହତ ହୋଇ ଚିକିତ୍ସିତ ହେଉଥିବାର ଜଣାପଡିଛି। ଏହାକୁ ନେଇ ବିଭିନ୍ନ ମହଲରେ ପ୍ରଶାସନର ବେପାରୁଆ ନୀତିକୁ ନେଇ ସମାଲଚନା କରାଯାଇଛି।

ଘଟଣାରୁ ଜଣାପଡିଛି ଯେ, ଆଜି ଭୋରରୁ ପହଡ ଖୋଲିବା ପରେ ଦର୍ଶନ କରିବା ପାଇଁ ଭିଡ ଲାଗିରହିଥିଲା। ଏହି ସମୟରେ ଚାରମାଳ ଧରି ଏକ ଟ୍ରକ ସେହି ଭିତରକୁ ପଶିଥିଲା। ଚାରମାଳ ରଖି ଟ୍ରକ ଫେରିଥିଲା। ହେଲା ସେହି ଭିଡ ଭିତରେ ଏହି କାମ କରିବା ଦ୍ବାରା ଭକ୍ତମାନେ ଆହୁରି ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଫଳରେ ପରିସ୍ଥିତି ଅଣଆୟତ ହୋଇପଡିବା ଯୋଗୁ ଦଳାଚକଟା ହୋଇଯାଇଥିଲା।

Categories
ବିଶେଷ ଖବର ରାଜ୍ୟ ଖବର

ହେ ପ୍ରଭୃ ଜଗନ୍ନାଥ, ସମସ୍ତଙ୍କୁ କ୍ଷମା କରିଦିଅ……ଏମିତି କାହିଁକି କହିଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଗତକାଲି ରଥଯାତ୍ରାରେ ଯେପରି ବିଭ୍ରାଟ ହେଲା ତାହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ସେ ବର୍ତ୍ତମାନ ମୁମ୍ବାଇର ଏକ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ହେଲେ ଗତକାଲି ନନ୍ଦିଘୋଷ ରଥଟଣାକୁ ନେଇ ସେ କ୍ଷୋଭ କରିଛନ୍ତି।

ନବୀନ ତାଙ୍କ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି ଯେ, “ନନ୍ଦିଘୋଷ ରଥ ଟଣାରେ ଅଯଥା ବିଳମ୍ବ ପାଇଁ ପ୍ରଶାସନକୁ ଦୋଷାରୋପ କିମ୍ବା ଅଙ୍ଗୁଳି ନିର୍ଦ୍ଦେଶ କରିବାକୁ ଆମେ ଚାହୁଁନାହୁଁ। କିନ୍ତୁ ଆମ ରାଜ୍ୟର ତଥା କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଏହି ପବିତ୍ର ଉତ୍ସବରେ ଯେଉଁ ଅଘଟଣ ଘଟିଛି, ତାହା ପ୍ରତି ଆମର ଗଭୀର ଚିନ୍ତା ଓ ଦୁଃଖ ପ୍ରକାଶ ନ’କରି ରହି ହେଉନାହିଁ।”

ସେ ଆହୁରି କହିଛନ୍ତି ଯେ, “ଗତ ବର୍ଷ ଆଡ଼ପ ପହଣ୍ଡି ବିଜେ ସମୟରେ ଭଗବାନ ବଳଭଦ୍ର ପଡ଼ିଯିବା ଘଟଣାକୁ ଏଯାଏଁ ଆମେ କେହି ଭୁଲି ପାରୁନାହୁଁ; ଏହା ଏପରି ଏକ ମୁହୂର୍ତ୍ତ ଥିଲା ଯାହା ଅଗଣିତ ଶ୍ରଦ୍ଧାଳୁଙ୍କୁ ମର୍ମାହତ କରିଥିଲା। ଏବଂ ଏବର୍ଷ, ସମସ୍ତେ ଦେଖିଲେ ନନ୍ଦିଘୋଷ ରଥ ସିଂହଦ୍ୱାର ସାମ୍ନାରେ ସନ୍ଧ୍ୟା ୭:୪୫ ପର୍ଯ୍ୟନ୍ତ ଅଟକି ରହିଥିଲା ଏବଂ ଦିନ ଶେଷ ହେବା ପୂର୍ବରୁ ମାତ୍ର କିଛି ମିଟର୍ ଗଡ଼େଇ ଦିଆଗଲା।”

ସେ ପୁଣି କହିଛନ୍ତି ଯେ, “ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଏହି ଅନନ୍ୟ ଉତ୍ସବ ଦେଖିବାକୁ ଆସିଥିବା ଲକ୍ଷ ଲକ୍ଷ ଭକ୍ତଙ୍କୁ ଏହା ସମ୍ପୂର୍ଣ୍ଣ ନିରାଶ ଓ ହତାଶ କରିଛି। ଭିଡ଼ ନିୟନ୍ତ୍ରଣରେ ଅପାରଗତା ହେତୁ ଶହ ଶହ ଭକ୍ତ ଆହତ ହୋଇଛନ୍ତି। ଆମେ କେବଳ ଏତିକି ପ୍ରାର୍ଥନା କରିପାରିବା: “ରଥଯାତ୍ରାର ଏହି ଦିବ୍ୟ ଉତ୍ସବରେ ହୋଇଥିବା ଭୟଙ୍କର ବିଭ୍ରାଟ ତଥା ବିଶୃଙ୍ଖଳା ପାଇଁ ଦାୟୀ ସମସ୍ତଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥ କ୍ଷମା କରନ୍ତୁ।

ମୁଁ ଆଶା କରିବି ଏହି ଘଟଣା ସରକାରରେ ଥିବା ସମସ୍ତଙ୍କ ମନରେ ଗଭୀର ଆତ୍ମଚିନ୍ତନ ଆଣିବ।” ନବୀନ ଉଲ୍ଲେଖ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଶେଷରେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲା ତିନି ରଥ, ହରିବୋଲ ହୁଳହୁଳିରେ ଆଜି ପୁଣି ହେଲା ରଥଟଣା

ପୁରୀ: ଶେଷରେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଛି ତାନି ରଥ। ଆଜି ରଥଯାତ୍ରାର ଦ୍ବିତୀୟ ଦିନରେ ଭକ୍ତମାନେ ବେଶ ଆନନ୍ଦର ସହ ତିନିରଥ ଟାଣିଥିଲେ। ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହୋଇଯାଇଥିଲା ବଡଦାଣ୍ଡ। ଆଜି ଦିନ ୧୧ଟା ଦିନ ୧୧ଟା ୧୭ ରେ ପହଞ୍ଚିଲା ତାଳଧ୍ୱଜ ରଥ । ୧୨ଟା ୧୬ରେ ପହଞ୍ଚିଲା ଦର୍ପଦଳନ ରଥ । ୧ଟା ୮ମିନିଟ୍‌ରେ ପହଞ୍ଚିଲା କାଳିଆର ନନ୍ଦିଘୋଷ ରଥ।

ଗତକାଲି ରଥ ଟଣାରେ ବିଳମ୍ବ ଯୋଗୁଁ ତିନି ରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିପାରି ନ ଥିଲା। ସଂଧ୍ୟା ହୋଇଯିବାରୁ ଆଉ ରଥଟଣା ହୋଇ ନ ଥିଲା। ହେଲେ ଆଜି ସକାଳୁ ରଥରେ ଠାକୁରଙ୍କ ଆଳତି ଏବଂ ରୀତିନୀତି ସରିବା ପରେ ରଥଟଣା ଆରମ୍ଭ ହୋଇଥିଲା। ପୂର୍ବରୁ ବେଶ ଭକ୍ତିପୂତ ଚିତରେ ମହାପ୍ରଭୃଙ୍କ ରଥକୁ ଭକ୍ତମାନେ ଟାଣିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ସବର ଶ୍ରୀକ୍ଷେତ୍ରରେ ରଥଯାତ୍ରା

ଭୁବନେଶ୍ଵର: କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ସବର ଶ୍ରୀକ୍ଷେତ୍ରରେ ଗତକାଲି ପାରମ୍ପରିକ ରୀତିନୀତି ଅନୁଯାୟୀ ରଥଯାତ୍ରା ସମ୍ପନ୍ନ ହୋଇଛି। ବିଭିନ୍ନ ଅଞ୍ଚଳରୁ ଶତାଧିକ ଜନଜାତି ସମୁଦାୟର ଶ୍ରଦ୍ଧାଳୁ ଏହି ରଥ ଟଣାରେ ଭାଗ ନେଇଥିଲେ। ସକାଳେ ମନ୍ଦିର ସେବାୟତମାନେ ତିନି ଠାକୁରଙ୍କ ବିଶେଷ ନୀତି ସମ୍ପନ୍ନ କରିବା ପରେ ମନ୍ତ୍ରୋଚାରଣ ଓ ଢ଼ୋଲମାଦଳ ଶବ୍ଦ ମଧ୍ୟରେ ଶ୍ରୀବିଗ୍ରହଙ୍କୁ ମୁଖ୍ୟ ରାସ୍ତାରେ ରଥ ଉପରକୁ ବିଜେ କରାଯାଇଥିଲା।

ଦୁରୁଆ, ପରଜା, ଓ କୋଣ୍ଡାଦୁରୁଆ ଜନଜାତିର ଭୋଗଦାନ ପରେ କୋଟିଆ, କାକ୍ରିଗୁଡା ଓ କୋରାପୁଟ ଅଞ୍ଚଳର ଜନଜାତି ସମୁଦାୟ ୩ଟି ରଥ ଉପରେ ଛେରା ପହଁରା କରିଥିଲେ। ଏହାପରେ ହଜାର ହଜାର ଭକ୍ତ ୩ ରଥକୁ ଗୁଣ୍ଡିଚା ମନ୍ଦିର ନିକଟକୁ ଟାଣି ନେଇଥିଲେ। ଏହି ଅବସରରେ ମନ୍ଦିର ପ୍ରଶାସନ ପକ୍ଷରୁ କୋରାପୁଟ ଜିଲ୍ଲାର ବିଭିନ୍ନ ଜନଜାତିର ପ୍ରମୁଖ ବ୍ୟକ୍ତିମାନଙ୍କୁ ପଗଡି ପିନ୍ଧାଇ ସମ୍ମାନିତ କରାଯାଇଥିଲା।

କୋରାପୁଟ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଏବଂ ଏସ୍‌ପି ରୋହିତ ବର୍ମା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଜିଲ୍ଲାର ଶୂନ୍ୟବେଦୀ, ବୋରିଗୁମା, କୋଟପାଡ ଓ ଲକ୍ଷ୍ମୀପୁର ଅଞ୍ଚଳରେ ମଧ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି।

Categories
ବିଶେଷ ଖବର ଭାରତ ରାଜ୍ୟ ଖବର

ବଡ ଠାକୁରଙ୍କ ରଥ କାହିଁକି ମୋଡ ନେଲା, ବିଭିନ୍ନ ମହଲରେ ଚାଲିଲା ଆଲୋଚନା

ପୁରୀ: ଗତକାଲି ବଳଭଦ୍ରଙ୍କ ତାଳଧ୍ବଜ ରଥ ଟାଣିବା ବେଳେ ବାରମ୍ବାର ମୋଡ ନେଇଥିଲା। ଫଳରେ ପୁରା ରଥ ଟଣା କାର୍ଯ୍ୟରେ ବିଳମ୍ବ ଘଟିଲା। ତେବେ ଏଥର ବଳଭଦ୍ରଙ୍କ ରଥ କାହିଁକି ମୋଡ ନେଲା ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। କାରଣ ପୂର୍ବରୁ ସେପରି କିଛି ହେଉ ନ ଥିବା ବେଳେ ଏଥର ପ୍ରଭୃ ଏପରି କାହିଁକି କଲେ ବୋଲି ପଚରାଯାଉଛି।

ଗତକାଲି ବଳଭଦ୍ରଙ୍କ ରଥ ଟଣାଯିବାର କିଛି ସମୟ ପରେ ତାହା ଡାହଣକୁ ମୋଡି ହୋଇଯାଇଥିଲା। ପୁଣି ସିଧା କରି ରାସ୍ତା ମଝିକୁ ଆଣି ଟାଣିବା ପରେ ମଧ୍ୟ ସେହି ମୋଡ ରହୁଥିଲା। ଯାହାକୁ ନେଇ ଡାହୁକ ମଧ୍ୟ ଅଡୁଆରେ ପଡିଯାଇଥିଲେ। ବାରମ୍ବାର ଏପରି ଘଟିବା ଦ୍ବାରା ରଥ ଉପରେ ଥିବା ସେବାୟତମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ତେବେ କେତେକ ସେବାୟତଙ୍କ କହିବା କଥା ଯେ, ଯେତେବେଳେ ରଥକୁ ନିର୍ମାଣ ସ୍ଥଳରୁ ସିଂହଦ୍ବାର ସାମନାକୁ ନିଆଗଲା ସେତେବେଳେ ଏହାକୁ ନେଇ ସନ୍ଦେହ ଥିଲା। କାରଣ ରଥ ସେତେବେଳେ ଠିକ ସ୍ଥାନରେ ନ ରହି ମୋଡି ହେଉଯାଉଥିଲା। ଏପରିକି ରଥ ରଥ ମଧ୍ୟରେ ଯେଉଁ ବ୍ୟବଧାନ ରହିବା କଥା ତାହା ମଧ୍ୟ ନ ଥିଲା।

ଫଳରେ ବଡଠାକୁରଙ୍କ ରଥ ଯେତେବେଳେ ଭିଡା ଗଲା ସେତେବେଳେ ଡାହୁକ ଭକ୍ତମାନଙ୍କୁ ରଥକୁ ରାସ୍ତା ମଝିକୁ ଆଣିବାକୁ ନିର୍ଦ୍ଦେଶ ଦେବେ ବୋଲି କୁହାଯାଇଥିଲା। ହେଲେ ତାହା କରିବା ପାଇଁ ରଥ ସେହିପରି ମୋଡି ହୋଇ ଆଗକୁ ଗଲା। ରାସ୍ତା ମଝିରୁ ଡାହାଣକୁ ମୋଡି ହେଉଥିବାରୁ ଡାହୁକ ରଥଟଣା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଉଥିଲେ। ହେଲେ ଭକ୍ତମାନେ ତାହା ଶୁଣି ନ ଥିଲେ ବୋଲି କୁହାଯାଉଛି।

ବଳଭଦ୍ରଙ୍କ ରଥର ଅବସ୍ଥା ଏପରି ହେବା ଦ୍ବାରା ରଥଟଣା ବେଶ ବିଳମ୍ବ ଘଟିଥିଲା। ସୁଭଦ୍ରାଙ୍କ ରଥ ଆସିବାରେ ବିଳମ୍ବ ଘଟିଲା। ଏପରି ଜଗନ୍ନାଥଙ୍କ ରଥ ମଧ୍ୟ ସଂଧ୍ୟା ପର୍ଯ୍ୟନ୍ତ ଇଞ୍ଚିଏ ପର୍ଯ୍ୟନ୍ତ ମଧ୍ୟ ଘୁଞ୍ଚି ନ ଥିଲା। ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ରଥଯାତ୍ରା ଦିନ ଯଦି ରଥ ନ ଗଡିବ ତାହା ପରଂପରା ଭଙ୍ଗ ହେବ ବୋଲି କୁହାଗଲା। ଫଳରେ ରାତି ସାଢେ ସାତଟା ବେଳକୁ ନନ୍ଦିଘୋଷ ରଥ ଟଣା ହୋଇଥିଲା।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସିଂହଦ୍ବାରରୁ ଅଳ୍ପ ବାଟଯାଇ ଅଟକି ଗଲା ଜଗା, ସଂଧ୍ୟାରେ ରଥଟଣା ନେଇ ବିବାଦ, ଆସନ୍ତାକାଲି ପୁଣି ରଥଭିଡା

ପୁରୀ: ଆଜି ତିନି ରଥ ଗୁଣ୍ଡିଚା ମନ୍ଦିରରେ ଲାଗିପାରିଲେ ନାହିଁ। ଏପରିକି ପ୍ରଭୃ ଜଗନ୍ନାଥ ସଂଧ୍ୟା ପର୍ଯ୍ୟନ୍ତ ସିଂହଦ୍ବାରରୁ ହଟିଲେ ନାହିଁ। ଫଳରେ କଣ ହେବ କେମିତି ରଥଟଣା ହେବ ସେ ନେଇ ସୃଷ୍ଟି ହେଲା ଦ୍ବନ୍ଦ। ରଥ ଟଣା ନ ହେଲେ ପରଂପରା ନଷ୍ଟ ହେବ ବୋଲି ଆଶଙ୍କା କରି ସଂଧ୍ୟା ସାତଟା ପରେ ନନ୍ଦିଘୋଷ ରଥକୁ ସାମାନ୍ୟ ସିଂହଦ୍ବାରରୁ ଆଗକୁ ନେଲେ। ତେବେ ରଥ ଟଣାରେ ଏପରି କାହିଁକି ବିଳମ୍ବ ହେଲା ବୋଲି ବିଭିନ୍ନ ମହଲରେ ବିବାଦ ସୃଷ୍ଟି ହୋଇଛି।

ଆଜି ସକାଳେ ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇଥିଲା ରଥଯାତ୍ରାର ନୀତି କାନ୍ତି। କେବଳ ପହଣ୍ଡି ବେଳେ ସାମାନ୍ୟ ବିଲମ୍ବ ହୋଇଥିଲେ ମଧ୍ୟ ପରବର୍ତ୍ତି ସମୟରେ ତାହା ଠିକ୍ ହୋଇଥିଲା। ଆଜି ଅପରାହ୍ନ ୪ଟା ୫ ରେ ପ୍ରଥମେ ବଳଭଦ୍ରଙ୍କ ରଥ ଟଣାଯାଇଥିଲା। ହେଲେ ପ୍ରତି ମୂହୁର୍ତ୍ତରେ ବଳଭଦ୍ରଙ୍କ ରଥ ମୋଡ ନେଉଥିଲା। ତାହାକୁ ଠିକ କରି ପୁଣି ରଥ ଟଣା ହେବା ଦ୍ବାରା ସେଥିରେ ବହୁ ବିଳମ୍ବ ଘଟିଥିଲା।

ଏହାପରେ ସୁଭଦ୍ରାଙ୍କ ରଥ ଟଣା ହୋଇଥିଲା। ହେଲେ ବଳଭଦ୍ରଙ୍କ ରଥ ଆଗରେ ଅଟକି ରହିବାରୁ ସୁଭଦ୍ରା ରଥ କିଛିବାଟ ଯିବା ପରେ ଆଉ ଆଗକୁ ଯାଇପାରି ନ ଥିଲା। ହେଲେ ପ୍ରଭୃ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଆଦୌ ଟଣାଯାଇ ପାରିଲା ନାହିଁ। ସେତେବେଳକୁ ପ୍ରାୟ ସଂଧ୍ୟା ହୋଇଯାଇଥିବାରୁ ରଥ ଟଣା ହେବାକୁ ନେଇ ଦ୍ବନ୍ଦ ସୃଷ୍ଟି ହୋଇଥିଲା। କାରଣ ସଂଧ୍ୟାରେ ରଥ ଟଣା ହୋଇପାରିବ ନାହିଁ ଅନ୍ୟପଟେ ରଥ ଆଦୌ ଟଣା ନ ହେଲେ ପରଂପରା ଭଙ୍ଗ ହେବ ବୋଲି କୁହାଗଲା।

ଏହିପରି ଦ୍ବନ୍ଦ ମଧ୍ୟରେ ପ୍ରାୟ ସଂଧ୍ୟା ସାତ ଟା ତିରିଶ ବେଳକୁ ପରଂପରା ଭଂଗ ହେବା ଭୟରେ ନନ୍ଦିଘୋଷ ରଥକୁ ସିଂହଦ୍ବାରର ଅଳ୍ପ ବାଟକୁ ଟଣାଯାଇଥିଲା। ହେଲେ ଏହାକୁ ନେଇ ବିଭିନ୍ନ ମହଲରେ ବିବାଦ ସୃଷ୍ଟି ହୋଇଛି। ପ୍ରଶ୍ନ ଉଠିଛି ଯେ ରଥ ଟଣାରେ କାହିଁକି ବିଳମ୍ବ ହେଲା। ସଂଧ୍ୟା ପୂର୍ବରୁ କାହିଁକି ନନ୍ଦିଘୋଷ ରଥକୁ ଆଗକୁ ଟିକିଏ ନିଆଗଲା ନାହିଁ। ଏହିପରି ବିଭିନ୍ନ ପ୍ରଶ୍ନ ମଧ୍ୟରେ ଭକ୍ତମାନେ ଅସନ୍ତୋଷ ଥିବାର ପରିଲକ୍ଷିତ ହୋଇଛି।

ସବିଶେଷ ଖବର ଅନୁସାରେ ବର୍ତ୍ତମାନ ବଳଗଣ୍ଡି ଛକରେ ଅଟକିଛି ବଳଭଦ୍ରଙ୍କ ରଥ ଏବଂ ମରିଚିକୋଟ ଛକରେ ଅଟକିଛି ମା ସୁଭଦ୍ରାଙ୍କ ରଥ। ସିଂହଦ୍ଵାର ସାମ୍ନାରେ କିଛି ବାଟ ଯାଇ ଅଟକିଛି ନନ୍ଦିଘୋଷ ରଥ। ତେବେ ଏହାକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଯେ, ଆସନ୍ତାକାଲି ସକାଳ ନଅ ଟାରେ ପୁଣି ଥରେ ରଥ ଟଣା ଯିବ।

Categories
ଆଜିର ଖବର ରାଜ୍ୟ ଖବର

ରଥଯାତ୍ରା ଅବସରରେ ଉତ୍କଳ ପ୍ରସଂଗର ସ୍ବତନ୍ତ୍ର ସଂଖ୍ୟା ହେଲା ଉନମୋଚିତ

ପୁରୀ: ରଥଯାତ୍ରା ଅବସରରେ ଆଜି ପୁରୀ ବଡ ଦାଣ୍ଡରରେ ଉନମୋଚିତ ହୋଇଛି ଉତ୍କଳ ପ୍ରସଂଗର ସ୍ବତନ୍ତ୍ର ସଂଖ୍ୟା। ଏହି ସ୍ବତନ୍ତ୍ର ସଂଖ୍ୟାଟି ପ୍ରଭୃ ଜଗନ୍ନାଥଙ୍କ ରଥଯାତ୍ରା ଉପରେ ଅଧାରିତ। ଯାହାକୁ କୁହାଯାଇଛି ରଥଯାତ୍ରା ବିଶେଷାଙ୍କ। ଏହି ସ୍ବତନ୍ତ୍ର ସଂଖ୍ୟାରେ ରଥଯାତ୍ରାର ଇତିହାସ, କିମ୍ବଦନ୍ତୀ ଏବଂ ଗବେଷଣା ସାହିତ୍ୟ ଉପରେ ଆଧାରିତ ହୋଇଛି। ଏହି ସଂଖ୍ୟାରେ ରାଜ୍ୟର ବିଶିଷ୍ଠ ଲେଖକଙ୍କର ଲେଖା ପ୍ରକାଶିତ ହୋଇଛି।

ଏହି ସଂଖ୍ୟାକୁ ରାଜ୍ୟପାଳ ହରିବାବୁ କୁମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ରସିଂ ଶେଖାୱାତ, ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା, କେଭି ସିଂହଦେଓ ପ୍ରମୁଖ ଉନମୋଚନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ରଥଯାତ୍ରା ଅବସରରେ ପୁରୀ ବେଳାଭୂମିରେ ୧୦୧ ଜଗନ୍ନାଥ ମୂର୍ତ୍ତି ନିର୍ମାଣ କଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ମହାପ୍ରଭୁ ରଥଯାତ୍ରାର ପବିତ୍ର ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ଶ୍ରୀ ସୁଦର୍ଶନ ପଟ୍ଟନାୟକ ଓଡ଼ିଶାର ପୁରୀ ବେଳାଭୂମି କୂଳରେ ପ୍ରଭୁ ଜଗନ୍ନାଥଙ୍କ ୧୦୧ଟି ମୂର୍ତ୍ତି ସହିତ ଏକ ମନୋରମ ବାଲୁକା କଳା ସ୍ଥାପନ କରିଛନ୍ତି।

ସୋସିଆଲ ମିଡିଆରେ ଏହି କଳାକୃତିକୁ ସେୟାର କରି ଶ୍ରୀ ପଟ୍ଟନାୟକ ଲେଖିଛନ୍ତି, “ଜୟ ଜଗନ୍ନାଥ! ମହା ପ୍ରଭୁ ରଥଯାତ୍ରାର ଶୁଭ ଅବସରରେ, ମୁଁ ଓଡ଼ିଶାର ପୁରୀ ବେଳାଭୂମିରେ ମହା ପ୍ରଭୁ ଜଗନ୍ନାଥଙ୍କ ୧୦୧ଟି ମୂର୍ତ୍ତି ସହିତ ଏକ ବାଲୁକା କଳା ନିର୍ମାଣ କରିଛି। ତାଙ୍କ ଆଶୀର୍ବାଦ ଆମ ସମସ୍ତଙ୍କୁ ମାର୍ଗଦର୍ଶନ କରୁ।” ବାଲିର ଏହି କଳାକୃତି ବର୍ତ୍ତମାନ ରଥଯାତ୍ରା ଗହଳିରେ ବେଶ ଆକର୍ଷଣୀୟ ହୋଇପାରିଛି। 

Categories
ଆଜିର ଖବର ରାଜ୍ୟ ଖବର

ରଥ ପ୍ରସ୍ତୁତ, ଭକ୍ତ ପ୍ରସ୍ତୁତ, ପଥ ପ୍ରସ୍ତୁତ, ଅପେକ୍ଷା କେବଳ ମହାପ୍ରଭୃଙ୍କୁ……..

ପୁରୀ: ଆଜି ହେଉଛି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଆଜି ତିନିଠାକୁର ଶ୍ରୀମନ୍ଦିର ଛାଡି ରଥରେ ବସି ଯିବେ ଗୁଣ୍ଡିଚା ମନ୍ଦିର। ସେଥିପାଇଁ ଶ୍ରୀମନ୍ଦିର କର୍ତ୍ତୁପକ୍ଷ ଏବଂ ସେବାୟତାମାନେ ବେଶ ତତ୍ପରତା ସହିତ କାର୍ଯ୍ୟ କରୁଛନ୍ତି। ତେବେ ସୂଚନା ଅନୁସାରେ ପୂର୍ବ ନିର୍ଦ୍ଧାରିତ ସମୟଠାରୁ ନୀତି ବର୍ତ୍ତମାନ 30 ମିନିଟ ବିଳମ୍ବରେ ଚାଲିଛି।

ତେବେ ଆଗରୁ ଯାହା ନିର୍ଦ୍ଧାରିତ ହୋଇଥିଲା ତାହା ହେଲା

ଯଦି ନୀତି ଠିକ ସମୟରେ ଚାଲେ ତେବେ ସେହି ଅନୁସାରେ ଆଜି ଅପରାହ୍ନ 2 ଟା 30 ମିନିଟରେ ଛେରା ପହଁରା ରହିଛି। ସେହିପରି ଅପରାହ୍ନ 4 ଟାରେ ରଥ ଟଣା ଆରମ୍ଭ ହେବ।