Categories
ଆଜିର ଖବର ଜାତୀୟ ଖବର

ଗତ 24 ଘଣ୍ଟାରେ ଦେଶରେ ଚିହ୍ନଟ ହେଲେ 6535 ନୂତନ ଆକ୍ରାନ୍ତ, ମୃତ୍ୟୁ ସଂଖ୍ୟା 4167କୁ ବୃଦ୍ଧି

ନୂଆଦିଲ୍ଲୀ :ଭାରତରେ ଦିନକୁ ଦିନ କରୋନା ସଂକ୍ରମଣ କାୟା ବିସ୍ତାର କରିଛି । ଚୀନର ଉହାନ ସହରରୁ ଉତ୍ପତ୍ତି ହୋଇଥିବା ଏହି ମାରାତ୍ମକ ଭାଇରସ ଯୋଗୁଁ ଦେଶରେ ମୃତକଙ୍କ ସଂଖ୍ୟା 4 ହଜାର 167କୁ ବୃଦ୍ଧି ପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଭାରତରେ କରୋନା ଭାଇରସରେ 1 ଲକ୍ଷ 45 ହଜାର 380 ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି । ସେଥିରୁ 80 ହଜାର 722 ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ସୁସ୍ଥ ହୋଇଛନ୍ତି 60 ହଜାର 490 ଜଣ ।

ବିଗତ 24 ଘଣ୍ଟା ମଧ୍ୟରେ କେବଳ 6 ହଜାର 535 ଜଣ ଜଣ ଆକ୍ରାନ୍ତ ହୋଇଥିବା ବେଳେ 146 ଜଣଙ୍କର ମୃତ୍ୟୁ ଘଟିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ 52 ହଜାର 667 ଜଣ ଆକ୍ରାନ୍ତ ହୋଇଥିବାବେଳେ 1695ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଗୁଜୁରାଟରେ 888, ମଧ୍ୟପ୍ରଦେଶରେ 300, ଓ ପଶ୍ଚିମବଙ୍ଗରେ 278  ଜଣଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି। ସେହିପରି ରାଜସ୍ଥାନରେ 167, ଦିଲ୍ଲୀରେ 276 ଓ ତାମିଲନାଡୁରେ 118୮, ଉତ୍ତରପ୍ରଦେଶରେ 169, ଆନ୍ଧ୍ରପ୍ରଦେଶରେ 56, ବିହାରରେ 13, କର୍ଣ୍ଣାଟକରେ 44, ପଞ୍ଜାବରେ 40, ତେଲେଙ୍ଗାନାରେ 56, ଜମ୍ମୁ ଓ କାଶ୍ମୀରରେ 23, ହରିୟାଣାରେ 16, କେରଳରେ 6, ଆସାମରେ 4, ଓଡ଼ିଶାରେ 7, ଝାଡଖଣ୍ଡରେ 4, ଉତ୍ତରାଖଣ୍ଡରେ 4,ଚଣ୍ଡୀଗଡରେ 4, ହିମାଚଳ ପ୍ରଦେଶରେ 4 ଓ ମେଘାଳୟରେ ଜଣଙ୍କର ମୃତ୍ୟୁ ଘଟିଛି ।

Categories
ଆଜିର ଖବର ଜାତୀୟ ଖବର

ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଚାରି ହଜାର ଟପିଲା

ନୂଆଦିଲ୍ଲୀ : ଚୀନର ଉହାନ ସହରରୁ ସୃଷ୍ଟି ହୋଇଥିବା ଏହି ମାରାତ୍ମକ ଭାଇରସ ଯୋଗୁଁ  ସାରା ବିଶ୍ବ ଆଜି ସଂକଟମୟ ସ୍ଥିତିରେ । ଭାରତରେ ମଧ୍ୟ କରୋନା ବ୍ୟାପକ ପ୍ରସାର କରିଛି। ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା 1 ଲକ୍ଷ 38 ହଜାର 854ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 4 ହଜାର 21କୁ ବୃଦ୍ଧି ପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ 24 ଘଣ୍ଟାରେ 6,977 ଆକ୍ରାନ୍ତ ହୋଇଥିବାବେଳେ 154ଜଣଙ୍କର ମୃତ୍ୟୁ ହୋଇଛି । ଭାରତରେ ସର୍ବମୋଟ୍‌ 1 ଲକ୍ଷ 38 ହଜାର 845 ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି । ସେଥିରୁ 77 ହଜାର 103 ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ସୁସ୍ଥ ହୋଇଛନ୍ତି 57 ହଜାର 720 ଜଣ ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ 50 ହଜାର 231 ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିପରି 1635 ଜଣଙ୍କର ମୃତ୍ୟୁ ହୋଇଛି । ଗୁଜୁରାଟରେ 858, ମଧ୍ୟପ୍ରଦେଶରେ 290, ଓ ପଶ୍ଚିମବଙ୍ଗରେ 272, ରାଜସ୍ଥାନରେ 163,  ଦିଲ୍ଲୀରେ 261, ତାମିଲନାଡୁରେ 111 , ଦିଲ୍ଲୀରେ 261, ଉତ୍ତରପ୍ରଦେଶରେ 161, ଆନ୍ଧ୍ରପ୍ରଦେଶରେ 56, ବିହାରରେ 11, କର୍ଣ୍ଣାଟକରେ 42, ପଞ୍ଜାବରେ 40, ତେଲେଙ୍ଗାନାରେ 53, ଜମ୍ମୁ ଓ କାଶ୍ମୀରରେ 21, ଓଡ଼ିଶାରେ 7, ହରିୟାଣାରେ 16, କେରଳରେ 6, ଆସାମରେ 4, ଝାରଖଣ୍ଡରେ 4, ଉତ୍ତରାଖଣ୍ଡରେ 3, ଚଣ୍ଡୀଗଡରେ 4, ହିମାଚଳ ପ୍ରଦେଶରେ 4 ଓ ମେଘାଳୟରେ ଜଣଙ୍କର ମୃତ୍ୟୁ ଘଟିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 3ହଜାର 720 ଛୁଇଁଲା

 

ନୂଆଦିଲ୍ଲୀ : ଦେଶରେ ଲକ୍‌ଡାଉନ୍‌ ଜାରି ରହିଥିବା ସତ୍ତ୍ବେ ସଂକ୍ରମିତ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ଦେଶରେ ଗତ 24 ଘଣ୍ଟା ମଧ୍ୟରେ ନୂତନ 6654ଟି ମାମଲା ଆସିଛି । ସେହିପରି ବିଗତ 24 ଘଣ୍ଟା ମଧ୍ୟରେ 137 ଜଣ ମୃତ୍ୟୁ ହୋଇଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ  ଦେଶରେ ଏ ପର୍ଯ୍ୟନ୍ତ ଏକ ଲକ୍ଷ 25 ହଜାର 101 ଜଣ ସଂକ୍ରମିତ ହୋଇଥିବାବେଳେ 3720 ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ 51 ହଜାର 784 ଜଣ ସୁସ୍ଥ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ମହାରାଷ୍ଟ୍ରରେ ସର୍ବାଧିକ 1517ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୁଜୁରାଟରେ 802, ମଧ୍ୟପ୍ରଦେଶରେ 272, ପଶ୍ଚିମବଙ୍ଗରେ 265, ରାଜସ୍ଥାନରେ 153, ଦିଲ୍ଲୀରେ 208, ଉତ୍ତରପ୍ରଦେଶରେ 152, ଆନ୍ଧ୍ରପ୍ରଦେଶରେ 55, ତାମିଲନାଡୁରେ 98, ତେଲେଙ୍ଗାନାରେ 45, କର୍ଣ୍ଣାଟକରେ 41, ପଞ୍ଜାବରେ 39, ଜମ୍ମୁକାଶ୍ମରୀରରେ 20, ହରିୟାଣାରେ 16, ବିହାରରେ 11, କେରଳରେ 4, ଝାଡଖଣ୍ଡରେ 3, ଓଡ଼ିଶାରେ 7, ଚଣ୍ଡୀଗଡରେ 3, ହିମାଚଳ ପ୍ରଦେଶରେ 3, ଆସାମରେ 4 ଓ ମେଘାଳୟରେ ଜଣଙ୍କର ମୃତ୍ୟୁ ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ପୁଣି 86 ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ପୁଣି 86 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଯାଜପୁରରୁ 46, କଟକରୁ 11, ନୟାଗଡରୁ 6, ଗଞ୍ଜାମରୁ 5, ବାଲେଶ୍ବରରୁ 3, ଭଦ୍ରକରୁ ତିନି, କେନ୍ଦୁଝରରୁ 3, ପୁରୀରୁ 3, ବଲାଙ୍ଗିରରୁ 2, ସୁନ୍ଦରଗଡରୁ ଜଣେ ଚିହ୍ନଟ ହୋଇଥିବାର ସୂଚନା ରହିଛି । ଏହି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ୍‌ ପଜିଟିଭ୍‌ସଂଖ୍ୟା 1189କୁ ବୃଦ୍ଧି ହୋଇଛି । ଏହି ନୂତନ ଆକ୍ରାନ୍ତ 86ଙ୍କ ମଧ୍ୟରୁ 80 ଜଣ କ୍ବାରେଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ସ୍ଥଳେ ଜଣେ କଣ୍ଟେନମେଣ୍ଟ ଜୋନ୍‌ର ଓ ଅନ୍ୟ 5 ଜଣ ଲୋକାଲ୍‌ କେସ୍‌ ବୋଲି ଜଣାପଡିଛି ।

ନୂତନ ଆକ୍ରାନ୍ତଙ୍କ ମିଶାଇ କେଉଁ ଜିଲ୍ଲାରେ କେତେ ହେଲେ ଆକ୍ରାନ୍ତ

 ଜିଲ୍ଲା ପଜିଟିଭ୍‌ ସୁସ୍ଥ ସକ୍ରି୍ୟ ମୃତ
 ଗଞ୍ଜାମ 322 154 165 3
ଯାଜପୁର 225 63 162 0
ବାଲେଶ୍ବର 125 42 83 0
ଭଦ୍ରକ 98 30 68 0
ଖୋର୍ଦ୍ଧା 74 48 23 3
କଟକ 56 2 53 1
ପୁରୀ 48 3 45 0
କେନ୍ଦ୍ରାପଡା 40 8 32 0
ବୌଦ୍ଧ 33 3 30 0
ଜଗତସିଂହପୁର 30 5 25 0
ସୁନ୍ଦରଗଡ 28 15 13 0
ନୟାଗଡ 27 1 26 0
ଅନୁଗୁଳ 19 0 19 0
ମୟୂରଭଞ୍ଜ 14 8 6 0
କଳାହାଣ୍ଡି 13 2 11 0
କେଉଁଝର 11 2 9 0
ବଲାଙ୍ଗିର 8 2 6 0
ସମ୍ବଲପୁର 5 0 5 0
କନ୍ଧମାଳ 3 0 3 0
ମାଲକାନ୍‌ଗିରି 3 0 3 0
ଦେବଗଡ 2 1 1 0
ଢେଙ୍କାନାଳ 2 1 1 0
ଝାରସୁଗୁଡା 2 2 0 0
କୋରାପୁଟ 1 1 0 0
ମୋଟ୍‌ 1189 393 789 7
Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟର ଆଉ 48 ପଜିଟିଭ୍‌ ଚିହ୍ନଟ, କନ୍ଧମାଳକୁ ଛୁଇଁଲା କରୋନା

ଭୁବନେଶ୍ବର : ରାଜ୍ୟରେ ଆଉ 48 ପଜିଟିଭ୍‌ ଚିହ୍ନଟ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ରାଜ୍ୟରେ ପ୍ରଥମ କରି କନ୍ଧମାଳକୁ କରୋନା ଛୁଇଁଛି। ଜିଲ୍ଲାରୁ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ରାଜ୍ୟର  22ଟି ଜିଲ୍ଲାରେ କରୋନା ପହଞ୍ଚିଥିବାବେଳେ  ଆଜି ଏହା ବୃଦ୍ଧି ହୋଇ 23ରେ ପହଞ୍ଚିଛି। ନୂତନ 48 ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଯାଜପୁରରୁ 16, ଗଞ୍ଜାମରୁ 15, ପୁରୀରୁ 4, ନୟାଗଡରୁ ତିନି, କେନ୍ଦ୍ରାପଡାରୁ ତିନି, ବଲାଙ୍ଗିର ଓ କନ୍ଧମାଳରୁ ଦୁଇ, ବୌଦ୍ଧ, କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି।  ନୂତନ 48ଜଣଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 876କୁ ବୃଦ୍ଧି ହୋଇଛି। ଏବେ ରାଜ୍ୟରେ 652ଟି ସକ୍ରିୟ ରହିଥିବାବେଳେ ସୁସ୍ଥ ହୋଇଛନ୍ତି 220 ଜଣ ଓ ମୃତ୍ୟୁ ସଂଖ୍ୟା 4କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଉ 8 କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର :  ଆଜି ରାଜ୍ୟରେ ଆଉ 8 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଯାଜପୁରରୁ ଚାରି ଜଣ, ଭଦ୍ରକରୁ ଦୁଇ ଜଣ ଓ ବାଲେଶ୍ବର ଓ କେନ୍ଦୁଝରରୁ ଜଣେ ଲେଖାଏଁ ରହିଛନ୍ତି । ନୂଆ 8 ଜଣଙ୍କୁ ମିଶାଇ ରାଜ୍ୟରେ ଏବେ ସୁସ୍ଥଙ୍କ ସଂଖ୍ୟା 166ରେ ପହଞ୍ଚିଛି।

ସୂଚନାଯୋଗ୍ୟ ରାଜ୍ୟରେ ଏ ଯାବତ୍‌ 672 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 166। ଆଜି ରାଜ୍ୟରେ 48 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହି ଆକ୍ରାନ୍ତ ମଧ୍ୟରେ ଗଞ୍ଜାମରୁ 12, ବାଲେଶ୍ବରରୁ 12, ପୁରୀରୁ 10 ଓ ଭଦ୍ରକରୁ 6 ଜଣ, ନୟାଗଡରୁ ତିନି,ଯାଜପୁରରୁ ଦୁଇ, କଟକ, ସୁନ୍ଦରଗଡ, ଦେବଗଡରୁ ଜଣେ ଲେଖାଏଁ ରହିଛନ୍ତି।

ତେବେ ଆଜି 8 ଜଣ ସୁସ୍ଥ ହେବା ପରେ ଯାଜପୁରରେ ଏବେ ସୁସ୍ଥଙ୍କ ସଂଖ୍ୟା 52ରେ ପହଞ୍ଚିଥିବାବେଳେ ଭଦ୍ରକରେ ସୁସ୍ଥଙ୍କ ସଂଖ୍ୟା 21ରେ ପହଞ୍ଚିଛି। ସେହିପରି ବାଲେଶ୍ବରରେ ସୁସ୍ଥ ରୋଗୀଙ୍କ ସଂଖ୍ୟା 21 ଓ କେନ୍ଦୁଝରରେ 2 ଜଣ ସୁସ୍ଥ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଜାଣନ୍ତୁ କେଉଁ ଜିଲ୍ଲାରେ କିପରି ରହିଛି କରୋନା ସ୍ଥିତି

ଭୁବନେଶ୍ବର :  ଓଡ଼ିଶାରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ‌। ଆଜି ରାଜ୍ୟରେ 73 ଟି ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 611କୁ ବୃଦ୍ଧି ହୋଇଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରେ ସର୍ବାଧିକ 42 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ୩ ଆକ୍ରାନ୍ତ, ଯାଜପୁର ଜିଲ୍ଲାରେ ପୁଣି ୧୭ ଜଣ କରୋନା ପଜିଟିଭ ଚିହ୍ନଟ କରାଯାଇଛି । ଭଦ୍ରକରୁ ୯ ଜଣ ଓ ସୁନ୍ଦରଗଡ଼ରୁ ଆଜି ପୁଣି ଆଉ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇନ୍ତି ।

ରାଜ୍ୟର ମୋଟ୍‌ 21ଟି ଜିଲ୍ଲାକୁ କରୋନା ବ୍ୟାପିଥିବାବେଳେ ଆସନ୍ତୁ ନଜର ପକାଇବା ଜିଲ୍ଲାର ଆକ୍ରାନ୍ତଙ୍କ ଉପରେ :-

  • ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା  53କୁ ବୃଦ୍ଧି ହୋଇଥିବାବେଳେ 45 ଜଣ ସୁସ୍ଥ ହୋଇଛନ୍ତି । ଏବେ ଜିଲ୍ଲାରେ 6ଟି ମାମଲା ଆକ୍ଟିଭ୍‌ ରହିଥିବାବେଳେ ଦୁଇଜଣକର ମୃତ୍ୟୁ ଘଟିଛି ।
  • ଗଞ୍ଜାମ ଜିଲ୍ଲାରେ ସର୍ବାଧିକ 252 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଦୁଇ ଜଣ ସୁସ୍ଥ ହୋଇଛନ୍ତି। ଜିଲ୍ଲାରେ 249ଟି ଆକ୍ଟିଭ୍‌ କେସ୍‌ ରହିଥିବାବେଳେ ଜଣକର ମୃତ୍ୟୁ ହୋଇଛି।
  • ବାଲେଶ୍ବର ଜିଲ୍ଲାରେ ଦ୍ବିତୀୟ ସର୍ବାଧିକ 90 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 20 ଜଣ ସୁସ୍ଥ ହୋଇଛନ୍ତି। 70 ଜଣ ଏବେ ଆକ୍ଟିଭ୍‌ ରହିଛନ୍ତି।
  • ଯାଜପୁରରେ ସର୍ବମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 88 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 33 ଜଣ। ଏବେ ଜିଲ୍ଲାରେ ଆଉ 55ଟି ଆକ୍ଟିଭ୍‌ କେସ୍‌ ରହିଛି।
  • ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା 40ରେ ପହଞ୍ଚିଥିବାବେଳେ ଏଠାରେ 19 ଜଣ ସୁସ୍ଥ ହୋଇଛନ୍ତି। ଏବେ ସୁଦ୍ଧା ଜିଲ୍ଲାରେ 21ଟି ଆକ୍ଟିଭ୍‌ କେସ୍‌ ରହିଛି।
  • ସୁନ୍ଦରଗଡରେ ଆକ୍ରାନ୍ତଙ୍କ ସଂଖ୍ୟା 25ରେ ପହଞ୍ଚିଥିବାବେଳେ 12 ଜଣ ସୁସ୍ଥ ହୋଇସାରିଛନ୍ତି। ଏବେ ସୁଦ୍ଧା ଜିଲ୍ଲାରେ ଆକ୍ଟିଭ୍‌ କେସ ରହିଛି 13ଟି।
  • ଅନୁଗୁଳରେ 15ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 12 ଜଣ ସୁସ୍ଥ ହୋଇଛନ୍ତି । ଏବେ 13ଟି ଆକ୍ଟିଭ୍‌ କେସ ରହିଛି।
  • କେନ୍ଦ୍ରାପଡାରୁ 9ଜଣ ଆକ୍ରାନ୍ତ ରହିଥିବାବେଳେ 2 ଜଣ ସୁସ୍ଥ ହୋଇଛନ୍ତି। ଆଉ 7 ଟି ଆକ୍ଟିଭ କେସ ରହିଛି ।
  • ମୟୂରଭଞ୍ଜରୁ 9 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କେହି ସୁସ୍ଥ ହୋଇନାହାନ୍ତି । ସେହିପରି ଜଗତସିଂପୁରରୁ 5 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାସ୍ଥଳେ କେହି ସୁସ୍ଥ ହୋଇନାହାନ୍ତି ।
  • ବୌଦ୍ଧରୁ 4 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କେହି ସୁସ୍ଥ ହୋଇନାହାନ୍ତି । କେଉଁଝର, ପୁରୀରୁ ମଧ୍ୟ ଚାରି ଜଣ ଲେଖାଏଁ ଚିହ୍ନଟ ହୋଇଥିବା ସ୍ଥଳେ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି। ଏହି ଦୁଇ ଜିଲ୍ଲାରେ ଏବେ 3ଟି ଲେଖାଏଁ ଆକ୍ଟିଭ୍‌ କେସ୍‌ ରହିଛି ।
  • କଟକରୁ ତିନି ଜଣ ଚିହ୍ନଟ ହୋଇଥିବାବେଳେ ଜଣେ ସୁସ୍ଥ ହୋଇଛନ୍ତି । କଟକରେ ଏବେ 2 ଟି ଆକ୍ଟିଭ କେସ ରହିଛି ।
  • ବଲାଙ୍ଗିର, ଝାରସୁଗୁଡା, କଳାହାଣ୍ଡିରୁ 2ଟି ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ଥଳେ ଝାରସୁଗୁଡା ଓ କଳାହାଣ୍ଡିର ଚାରି ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କେବଳ ବଲାଙ୍ଗିରରେ କେହି ସୁସ୍ଥ ହୋଇନାହାନ୍ତି ।
  • ସେହିପରି ଦେବଗଡ, ଢେଙ୍କାନାଳ, କୋରାପୁଟ, ନୟାଗଡ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାସ୍ଥଳେ କେବଳ ନୟାଗଡ ଆକ୍ରାନ୍ତଙ୍କୁ ଛାଡି ଅନ୍ୟ ତିନୋଟି ଜିଲ୍ଲାର ଆକ୍ରାନ୍ତ ମାନେ ସୁସ୍ଥ ହୋଇଛନ୍ତି ।

ରାଜ୍ୟର ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 611 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 143 ଜଣ । ସେହିପରି ଏବେ ରାଜ୍ୟରେ 465ଟି ଆକ୍ଟିଭ୍‌ କେସ୍‌ ରହିଥିବାବେଳେ ତିନିଜଣଙ୍କର ମୃତ୍ୟୁ ହୋଇଛି ।

Categories
ଆଜିର ଖବର ଜାତୀୟ ଖବର

ଗତ 24 ଘଣ୍ଟାରେ ଭାରତରେ 3525 କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 3525 ନୂଆ ମାମଲା ଆସିଥିବାବେଳେ 122 ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି 1931ଜଣ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଦେଶରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 74 ହଜାର281ରେ ପହଞ୍ଚିଲା ।  ସେହିପରି ଚିକିତ୍ସାଧୀନ ଅଛନ୍ତି 47, 480ଜଣ । ସୁସ୍ଥ ହୋଇ ଡିସ୍‌ଚାର୍ଜ ହୋଇଛନ୍ତି 24, 385ଜଣ ।

ଗତ 24 ଘଣ୍ଟା ମଧ୍ୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 3525ରେ ପହଞ୍ଚିଛି । ମହାରାଷ୍ଟ୍ରରେ ସର୍ବାଧିକ 24 ହଜାର 427ଜଣ ଆକ୍ରାନ୍ତ ହୋଇଥିବାବେଳେ 921 ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଗୁଜୁରାଟରେ 537 ଜଣ, ମଧ୍ୟପ୍ରଦେଶରେ 225 ଜଣ, ପଶ୍ଚିମବଙ୍ଗରେ 198, ରାଜସ୍ଥାନରେ 117, ଦିଲ୍ଲୀରେ 86 ଓ ତାମିଲନାଡୁରେ 61 ଜଣ, ତେଲେଙ୍ଗାନାର 32, କର୍ଣ୍ଣାଟକରେ 31, ପଞ୍ଜାବରେ 32, ଜମ୍ମୁକାଶ୍ମୀରରେ 10, ହରିୟାଣାରେ 11, ବିହାରରେ 6, କେରଳରେ 4, ଝାଡଖଣ୍ଡରେ 3, ଓଡ଼ିଶାରେ 3,  ଚଣ୍ଡୀଗଡରେ ତିନି, ହିମାଚଳ ପ୍ରଦେଶରେ 2, ଆସାମରେ 2 ଓ ମେଘାଳୟର ଜଣଙ୍କର ମୃତ୍ୟୁ ହୋଇଛି ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜ୍ୟରେ ପୁଣି 23 କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ପୁଣି 23 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ  ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।  ବାଲେଶ୍ବରରୁ ସର୍ବାଧିକ 15ଜଣ ଚିହ୍ନଟ ହୋଇଥିବାବେଳେ  ଗଞ୍ଜାମ ଓ ଯାଜପୁରରୁ ତିନିଜଣ ଲେଖାଏଁ ପୁରୀ ଓ ବୌଦ୍ଧରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବାର ସୂଚନା ମିଳିଛି । ଏବେ  ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 437କୁ ବୃଦ୍ଧି ହୋଇଛି ।

ଗତକାଲି37 ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ଆଜି ସକାଳୁ 23 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟର ସର୍ବାଧିକ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାରୁ ହିଁ ଚିହ୍ନଟ ହୋଇଛନ୍ତି ।  ଗଞ୍ଜାମରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା 157ରେ ପହଞ୍ଚିଥିବାବେଳେ ବାଲେଶ୍ବରରେ ଏହା 57କୁ ବୃଦ୍ଧି ହୋଇଛି । ସେହିପରି ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା 64ରେ ପହଞ୍ଚିଛି । ପୁରୀ ଓ ବୌଦ୍ଧରେ ଯଥାକ୍ରମେ ଆକ୍ରାନ୍ତଙ୍କ ସଂଖ୍ୟା 4 ଓ 5କୁ ବୃଦ୍ଧି ହୋଇଛି ।

 

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ରାଜ୍ୟରେ ପୁଣି ଆଉ ତିନି କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଆଉ ତିନି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ତିନି ଜଣ ମୟୂରଭଞ୍ଜ ଜିଲ୍ଲାରୁ ଚିହ୍ନଟ ହୋଇଥିବାର ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସକାଳେ 14 ଜଣ ଚିହ୍ନଟ ହୋଇଥିବାବେଳେ ଏବେ ତିନି ଜଣ  ଚିହ୍ନଟ ହୋଇଛନ୍ତି। ମୟୂରଭଞ୍ଜରେ ଏହି ତିନି ନୂଆ ଆକ୍ରାନ୍ତଙ୍କୁ ମିଶାଇ  ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 7ରେ ପହଞ୍ଚିଛି । ସେହିପରି ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 287ରେ ପହଞ୍ଚିଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବେଶ୍‌ ଦ୍ରୁତଗତିରେ ବଢିବାରେ ଲାଗିଛି। ବିଶେଷକରି ରାଜ୍ୟ ବାହାରୁ ଆସୁଥିବା ଶ୍ରମିକମାନଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହେଉଛି।

ଗଞ୍ଜାମରୁ ସର୍ବାଧିକ ରୋଗୀ 83ଜଣ ଚିହ୍ନଟ ହୋଇଥିବାବେଳେ ଏହା ପଛକୁ ରହିଛି ଯାଜପୁର ଓ ଖୋର୍ଦ୍ଧା। ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା 55 ରହିଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 50କୁ ବୃଦ୍ଧି ହୋଇଛି। ତେବେ ଖୋର୍ଦ୍ଧା ଜିଲ୍ଲାରେ 32 ଜଣ ସୁସ୍ଥ ହୋଇଛନ୍ତି। ସେହିପରି ବାଲେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା 27ରେ ରହିଥିବାବେଳେ ଭଦ୍ରକରେ 25, ସୁନ୍ଦରଗଡରେ 13, ଜଗତସିଂହପୁରରେ5, ବଲାଙ୍ଗିର, କଟକ, ଝାରସୁଗୁଡା, କଳାହାଣ୍ଡି, କେଉଁଝରରେ ଦୁଇ ଜଣ ଲେଖାଏଁ ଚିହ୍ନଟ ହୋଇଥିଲେ। ସେହିପରି ଦେବଗଡ, ଢେଙ୍କାନାଳ, କେରାପୁଟ ଓ ପୁରୀ ଆଦି ଜିଲ୍ଲାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ରାଜ୍ୟର ସର୍ବମୋଟ 287 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 63 ଜଣ ସୁସ୍ଥ ହୋଇଥିବାବେଳେ 222ଟି ଆକ୍ଟିଭ କେସ୍‌ ରହିଛି ଓ ଦୁଇଜଣଙ୍କ ମୃତ୍ୟୁ ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟର ଚାରି କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର

ଭୁବନେଶ୍ବର : କେସ ନମ୍ବର 160, 161,162, ଓ 163 ଆକ୍ରାନ୍ତ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । 160 ନମ୍ବର ଆକ୍ରାନ୍ତ 40 ବର୍ଷୀୟା ମହିଳା ଥିବାବେଳେ  ତାଙ୍କ ଘର ଝାରସୁଗୁଡା ଡହଲେଡେରା । ଲକ୍ ଡାଉନ୍‌ ବେଳେ 22ମାର୍ଚ୍ଚରୁ 20 ଏପ୍ରିଲ୍‌ ଯାଏଁ ଘରେ ଥିଲେ । 21ରୁ 24 ଏପ୍ରିଲ୍‌ ଯାଏଁ ସୁନ୍ଦରଗଡ ବନ୍ଧାପାଲି ଓ ଡିଏଚଏଚ୍‌ ଯାଇଥିଲେ । ସୁନ୍ଦରଗଡ଼ ବନ୍ଧାପାଲିରେ ସମ୍ପର୍କୀୟଙ୍କ ଘରେ 24ରୁ 26 ଏପ୍ରିଲ୍‌ ଥିଲେ । 27 ଏପ୍ରିଲ୍‌ରୁ ମେ’ 3 ଯାଏଁ ହୋମ୍ କ୍ବାରେଣ୍ଟିନରେ ଥିଲେ ମହିଳା । ମେ ତିନିରେ ପଜିଟିଭ୍ ବାହାରିବା ପରେ ତାଙ୍କୁ ଝାରସୁଗୁଡା କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

161 ନମ୍ବର ଆକ୍ରାନ୍ତ 34 ବର୍ଷୀୟ ଯୁବକ । ବାଲେଶ୍ବର ଖଇରାର ଏହି ଯୁବକ ଜଣକ ଏପ୍ରିଲ୍‌ 20ରେ କୋଲକତାରୁ ଆସିଥିଲେ । ସୋରରୁ ବାଇକରେ ଘରକୁ ଯାଇଥିଲେ । ଏପ୍ରିଲ୍‌ 21ରୁ ମେ 3 ଯାଏଁ ରଟିଣା ସରକାରୀ କ୍ବାରେଣ୍ଟିନ୍‌ରେ ରହିଥିଲେ । ମେ ତିନିରେ ପଜିଟିଭ୍‌ ସ୍ପଷ୍ଟ ହୋଇଥିବାବେଳ ତାଙ୍କୁ ଅଶ୍ବିନୀ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 162 ନମ୍ବର ଆକ୍ରାନ୍ତ ଜଣକ 30 ବର୍ଷୀୟ ଯୁବକ ହୋଇଥିବାବେଳେ ତାଙ୍କ ଘର କେନ୍ଦୁଝର ହାଟଡିହି ମୁଗୁପୁର ଅଞ୍ଚଳରେ । ମାର୍ଚ୍ଚା 26ରୁ 27 ଭିତରେ କୋଲକାତାରୁ ଭାୟା ଆନନ୍ଦପୁର ଦେଇ ଘରକୁ ଫେରିଥିଲେ । ମାର୍ଚ୍ଚ 27ରୁ ମେ’ 3 ଯାଏଁ ଘରେ ରହିଥିବାବେଳେ ମେ ତିନିରେ ପଜିଟିଭ୍‌ ସ୍ପଷ୍ଟ ହୋଇଥିଲା । ତାଙ୍କୁ କଟକସ୍ଥିତି ଅଶ୍ବିନୀ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

163 ନମ୍ବର ଆକ୍ରାନ୍ତ ଜଣକ ରାଉରକେଲା ନାଲା ରୋଡ୍‌ରେ 29 ବର୍ଷୀୟ ମହିଳା । ସେ ଝାରସୁଗୁଡାର ପୂର୍ବ ଆକ୍ରାନ୍ତଙ୍କ ପଡୋଶୀ ଥିଲେ ବୋଲି ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ଝାରସୁଗୁଡାରୁ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଆଉ ଜଣେ କରୋନା ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ବ୍ୟକ୍ତି ଜଣକ ଝାରସୁଗୁଡା ଜିଲ୍ଲାର ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍‌ରେ ସୂଚନା ଦିଆଯାଇଛି। ଏହି ଆକ୍ରାନ୍ତ ଚିହ୍ନଟ ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 160କୁ ବୃଦ୍ଧି ହୋଇଛି। ଆକ୍ରାନ୍ତ ଜଣକ ଝାରସୁଗୁଡା ଜିଲ୍ଲାର 40 ବର୍ଷୀୟା ମହିଳା ବୋଲି ଜଣାପଡିଥିବାବେଳେ ସେ ପୂର୍ବ ଆକ୍ରାନ୍ତ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି। ପୂ୍ର୍ବରୁ ଗତ ବୁଧବାର ଦିନ ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗରରୁ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ପ୍ରଥମ ଆକ୍ରାନ୍ତ ଜଣକ 18 ବର୍ଷୀୟା ଯୁବତୀ ଥିବାବେଳେ ସେ କୋଲକତାରୁ ଫେରିଥିଲେ। ସେହିପରି ରାଜ୍ୟର 16ଟି ଜିଲ୍ଲାରେ ଏବେ କରୋନା ବ୍ୟାପି ସାରିଲାଣି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଉ ଦୁଇ କରୋନା ପଜିଟିଭ୍ ଚିହ୍ନଟ: ଗଞ୍ଜାମକୁ ଛୁଇଁଲା କରୋନା

ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି ରାଜ୍ୟରେ ଦୁଇ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହି ଦୁଇ ନୂଆ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।  ରାଜ୍ୟର ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 159କୁ ବୃଦ୍ଧି ହୋଇଛି। ରାଜ୍ୟରେ ଏବେ ସୁଦ୍ଧା ଆକ୍ଟିଭ କେସ୍‌ 102 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 56ଜଣ ଓ ଜଣେ ମୃତ୍ୟୁ ବରଣ କରିଛନ୍ତି।ଏଯାବତ୍‌ ରାଜ୍ୟର 16ଟି ଜିଲ୍ଲାକୁ କରୋନା ବ୍ୟାପିସାରିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଲେଶ୍ବରର ସୁପରସ୍ପ୍ରେଡର 61 ନମ୍ବର ଆକ୍ରାନ୍ତ : 7 ଜଣଙ୍କୁ କରିଛନ୍ତି ସଂକ୍ରମିତ

ଭୁବନେଶ୍ୱର: ଆଜି ଆକ୍ରାନ୍ତ ନମ୍ବରଙ୍କ ଯାତ୍ରା ବିବରଣୀରୁ ଏକ ସାଂଘାତିକ ସତ୍ୟ ସାମ୍ନାକୁ ଆସିଛି । ଏହି ବିବରଣୀରୁ ବାଲେଶ୍ବରରୁ ସୁପରସ୍ପ୍ରେଡର ଠାବ ହୋଇଛନ୍ତି ।  ବାଲେଶ୍ବରର ନେଳିଆବାଗର ସୁପରସ୍ପ୍ରେଡର 61 ନମ୍ବର ଆକ୍ରାନ୍ତ ଜଣକ ମୋଟ 7ଜଣଙ୍କ ସଂକ୍ରମିତ କରାଇଛନ୍ତି । 61 ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପୂର୍ବରୁ 75ରୁ 79ଜଣ ଆକ୍ରାନ୍ତ ହୋଇଥିଲେ । ଆଜି ଆଉ 88 ଓ 89 ନମ୍ବର ଆକ୍ରାନ୍ତ ବି ତାଙ୍କର ନିକଟ ସମ୍ପର୍କୀୟ ବୋଲି ସ୍ପଷ୍ଟ ହୋଇଛି । 61 ନମ୍ବର ଆକ୍ରାନ୍ତ ଜଣକ 58 ବର୍ଷୀୟ ପୁରୁଷ ଏବଂ ସେ ଝାଡ଼ଖଣ୍ଡରୁ ଫେରି 5ଟି ହସ୍ପିଟାଲ ବୁଲିଥିଲେ।

ଅପରପକ୍ଷରେ କୋଲକାତା ଫେରନ୍ତା ଯାଜପୁର ବାସୁଦେବପୁରର 73 ନମ୍ବର ଆକ୍ରାନ୍ତ ବି ତିନି ଜଣଙ୍କୁ ସଂକ୍ରମିତ କରିଥିବା ଆଜି ସ୍ପଷ୍ଟ ହୋଇଛି। 85 ନମ୍ବର ଆକ୍ରାନ୍ତ ତାଙ୍କ ସହ କୋଲକାତାରୁ ଫେରିଥିଲେ ଏବଂ 86 ଓ 87 ନମ୍ବର ଆକ୍ରାନ୍ତ ତାଙ୍କ ନିକଟ ସଂପର୍କୀୟ ବୋଲି ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ଗତ 24 ଘଣ୍ଟାରେ ରାଜ୍ୟରେ 2141ଟି ସାମ୍ପଲ୍‌ ଟେଷ୍ଟ କରାଯାଇଛି

ଭୁବନେଶ୍ବର : ରାଜ୍ୟରେ ଗତ 24 ଘଣ୍ଟାରେ 2141 ନମୁନା ପରୀକ୍ଷା ହୋଇଛି । ଏଯାବତ୍‌ ମୋଟ୍‌ 20 ହଜାର 599 ନମୁନା ପରୀକ୍ଷା ହୋଇଛି । ଗତ 23 ତାରିଖରେ 2474ଟି ସାମ୍ପଲ୍‌ ଟେଷ୍ଟ ହୋଇଥିଲା ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍‌ରୁ ସୂଚନା ମିଳିଛି ।

ସୂଚନାଯୋଗ୍ୟ ରାଜ୍ୟରେ ଏଯାବତ୍‌ ମୋଟ୍‌ 94 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 33 ଜଣ ସୁସ୍ଥ ହୋଇଥିବାବେଳେ 60 ଜଣ ଚିକିତ୍ସିତ ରହିଛନ୍ତି ।  ରାଜ୍ୟର ମୋଟ୍‌ 30ଟି ଜିଲ୍ଲା ମଧ୍ୟରୁ ଏବେ ସୁଦ୍ଧା ମାତ୍ର 10ଟି ଜିଲ୍ଲାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସେଥିରୁ 4ଟି ଜିଲ୍ଲାର ସଂକ୍ରମିତ ରୋଗୀ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 46ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏମାନଙ୍କ ମଧ୍ୟରୁ 22 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ଜଣେ ମୃତ୍ୟୁବରଣ କରିଛନ୍ତି । ସେହିପରି ଭଦ୍ରକରେ 16ଜଣ ଆକ୍ରାନ୍ତ ରହିଥିବାବେଳେ ଦୁଇ ଜଣ ସୁସ୍ଥ ହୋଇ ଫେରିଛନ୍ତି । ସେହିପରି ବାଲେଶ୍ବର ଓ ଯାଜପୁରରେ ଯଥାକ୍ରମେ 10 ଓ 12 ଜଣ ରହିଛନ୍ତି । ବାଲେଶ୍ବର, ଭଦ୍ରକ ଓ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଥିବାରୁ ଏହି ତିନୋଟି ଜିଲ୍ଲାକୁ 60 ଘଣ୍ଟା ପାଇଁ ସଟ୍‌ଡାଉନ୍‌ କରାଯାଇଛି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ରେକର୍ଡ ସଂଖ୍ୟକ ନମୁନା ପରୀକ୍ଷା କରାଯାଇଛି

ଭୁବନେଶ୍ବର : କରୋନା ମୁକାବିଲା କରିବାରେ ରାଜ୍ୟସରକାର ଦୁଇ ପାଦ ଆଗରେ ରହୁଛନ୍ତି। କରୋନା ସଂକ୍ରମଣ ନିୟନ୍ତ୍ରଣ ହେଉ ଅଥବା କରୋନା ଯୋଦ୍ଧାଙ୍କୁ ସମ୍ମାନ ଦେବାରେ ଓଡ଼ିଶା ସରକାର ସବୁବେଳେ ଆଗରେ ରହୁଛନ୍ତି ।  କରୋନା ମ୍ୟାନଜେମେଣ୍ଟରେ କେନ୍ଦ୍ର ସରକାରଙ୍କଠୁ ସଫଳତା ମଧ୍ୟ ପାଇଛନ୍ତି । କରୋନା ଲଢେଇ ପାଇଁ ସରକାର ବିଶେଷ ପଦକ୍ଷେପମାନ ନେଉଛନ୍ତି । ଏହି କ୍ରମରେ ରାଜ୍ୟ ସରକାର ଅଧିକ ସଂଖ୍ୟକ ନମୁନା ପରୀକ୍ଷା ପାଇଁ ଗୁରୁତ୍ବ ଦେଉଛନ୍ତି ।  କାଲି ଗୋଟିଏ ଦିନରେ ରାଜ୍ୟରେ ରେକର୍ଡ ସଂଖ୍ୟକ ନମୁନା ପରୀକ୍ଷା କରାଯାଇଛି । କାଲି ଗୋଟିଏ ଦିନରେ 2027ଟି ଆରଟିପିସିଆର୍‌ (RTPCR) ନମୁନା ପରୀକ୍ଷା କରାଯାଇଛି । ଆରଏମ୍‌ଆରସିରେ 1234 ନମୁନା, ଏମସ୍‌ରେ 77ଟି ନମୁନା, ଏସିସିବି-378, ଏମ୍‌କେସିଜି -41, ଭୀମସାର-33ଟି ନମୁନା, ଆଇଏଲଏସ୍‌-192, ଆଇଜିଏଚ୍‌-51 ଓ ଆପୋଲରେ 21ଟି ନମୁନା ପରୀକ୍ଷା କରାଯାଇଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ରାଷ୍ଟ୍ରପତି ଭବନରେ ଥିବା ସଫେଇକର୍ମୀଙ୍କ ବୋହୂ କରୋନା ପଜିଟିଭ୍‌ : କ୍ବାରେଣ୍ଟାଇନ୍‌କୁ ଗଲେ 125 ପରିବାର

ନୂଆଦିଲ୍ଲୀ: ଦେଶର ସବୁଠୁ ସୁରକ୍ଷିତ ସ୍ଥାନରେ ଏବେ କରୋନା ବିପଦ। ରାଷ୍ଟ୍ରପତି ଭବନ କାମ କରୁଥିବା ଜଣେ ସଫେଇ କର୍ମଚାରୀଙ୍କ ବୋହୂଙ୍କଠାରେ କରୋନା ପଜିଟିଭ୍‌ ମିଳିଛି। ସେ ତାଙ୍କ ପରିବାର ସହିତ ରାଷ୍ଟ୍ରପତି ଭବନ କ୍ୟାମ୍ପସ୍‌ରେ ରହୁଛନ୍ତି । କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ସେଠାରେ ରହୁଥିବା 125 ପରିବାରଙ୍କୁ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି।

ମିଳିଥିବା ସୂଚନା ଅନୁସାରେ ସଫାଇ କର୍ମୀଙ୍କ ବୋହୂଙ୍କ ମା କରୋନା ଯୋଗୁଁ ମୃତ୍ୟୁବରଣ କରିଥିଲେ। ଗ୍ରାମରେ ଅନ୍ତିମ ସଂସ୍କାରରେ ସଫାଇ କର୍ମୀ ସାମିଲ୍‌ ହୋଇଥିଲେ। ଏହା ପରେ ତାଙ୍କ ପରିବାରକୁ ଆଇସୋଲେସନ୍‌କୁ ପଠାଯାଇଥିବାବେଳେ କରୋନା ଟେଷ୍ଟ ମଧ୍ୟ କରାଯାଇଥିଲା। ସେଠାରେ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିବାବେଳେ ତାଙ୍କ ବୋହୂଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା।

ସ୍ବାସ୍ଥ୍ୟ ବିଭାଗ କ୍ୟାମ୍ପସ୍‌ରେ ରହୁଥିବା 125 ପରିବାରଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି। ଏଥିରେ 25 ପରିବାର ସେହି ବ୍ଲକ୍‌ରେ ରହୁଛନ୍ତି, ସେଠାରେ ଏହି ପରିବାରରେ ରହୁଛନ୍ତି। ଏହି 25 ପରିବାରକୁ ଘରୁ ବାହାରିବାକୁ ମନା କରାଯାଇଥିବାବେଳେ ତାଙ୍କ ପାଇଁ ଖାଦ୍ୟ ରାଷ୍ଟ୍ରପତି ଭବନ ତରଫରୁ ଦିଆଯାଉଛି।

ସେହିପରି ଏହି ପରିବାରଙ୍କୁ ଗ୍ରୋସରୀ ଦୋକାନ ଯିବା ପାଇଁ ମନା କରାଯାଇଛି। ସଫେଇ କର୍ମୀଙ୍କ ପରିବାର ସହିତ ସମ୍ପର୍କରେ ଆସିଥିବା ପରିବାରର ମଧ୍ୟ କରୋନା ଟେଷ୍ଟ କରାଯାଇଛି। (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରରରେ ସାମ୍ପଲ୍‌ ସଂଗ୍ରହ ପାଇଁ ଗଠନ ହେଲା ଟିମ୍‌

ଭୁବନେଶ୍ବର : ଭୁବନେଶ୍ବର କରୋନା ହଟସ୍ପଟ୍‌ ହୋଇଥିବାରୁ ଭୁବନେଶ୍ବରରେ ବ୍ୟାପକ ଟେଷ୍ଟ ପାଇଁ ପଦକ୍ଷେପ ନିଆଯାଇଛି । ଗତକାଲି ମୁଖ୍ୟ ଶାସନ ସଚିବ ଏହା ସମ୍ପର୍କରେ ସୂଚନା ଦେଇ ଭୁବନେଶ୍ବର ପାଇଁ ସ୍ବତନ୍ତ୍ର ଷ୍ଟ୍ରାଟେଜିର ଘୋଷଣା କରିଥିଲେ । ଆଗାମୀ ସାତ ଦିନ ଭିତରେ ଭୁବନେଶ୍ବରରେ 5000 ଟେଷ୍ଟ ହେବ ବୋଲି ସୂଚନା ଦେଇଥିଲେ । ଏହି କ୍ରମରେ ଭୁବନେଶ୍ବରରେ ସାମ୍ପଲ୍‌ ସଂଗ୍ରହ ପାଇଁ ଟିମ୍‌ ଗଠନ କରିଛି ବିଏମ୍‌ସି । ଆଜି ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ 13ଟି ଟିମ୍‌ ଗଠନ କରାଯାଇଛି । ଏହି ଟିମ୍‌ରେ ଡାକ୍ତର, ଶିକ୍ଷକ ଓ ପରିମଳ କର୍ମଚାରୀ ସାମିଲ୍‌ ରହିଛନ୍ତି । 13ଟି ଟିମ୍‌ 2ଟି ସିପ୍ଟରେ ସାମ୍ପଲ୍‌ ସଂଗ୍ରହ କରିବେ । ଗୋଟିଏ ସିପ୍ଟ ସକାଳ 8ଟାରୁ ଦିନ 11ଟାଏଁ କାମ କରିବେ । ସେହିପରି ଦ୍ବିତୀୟ ସିପ୍ଟ ଅପରାହ୍ନ 4ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ କାମ କରିବେ ।

ଏହି ଟେଷ୍ଟ ପାଇଁ ଜନସାଧାରଣଙ୍କୁ ସହଯୋଗ କରିବାକୁ ମୁଖ୍ୟ ଶାସନ ସଚିବ ଅପିଲ୍‌ କରିଛନ୍ତି । ଯଦି କେହି ଏଥିରେ ଅସହଯୋଗ କରନ୍ତି ତେବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ କରାଯିବ ।

Categories
ଆଜିର ଖବର ଜାତୀୟ ଖବର

ଦେଶରେ ସଂକ୍ରମିତଙ୍କ ସଂଖ୍ୟା 13 ହଜାର ଟପିଲା, ମୃତ୍ୟୁ ସଂଖ୍ୟା 437କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ସ୍ବାସ୍ଥ୍ୟମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା 13387ରେ ପହଞ୍ଚିଥିବାବେଳେ ମୃତକଙ୍କ ସଂଖ୍ୟା 437ରେ ପହଞ୍ଚିଛି । ଗତ 24 ଘଣ୍ଟା ମଧ୍ୟରେ 23 ଜଣଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି ।

ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 437କୁ ବୃଦ୍ଧି ହୋଇଥିବାବେଳେ ସବୁଠାରୁ ଅଧିକ ମହାରାଷ୍ଟ୍ରରେ ହିଁ ହୋଇଛି । ଏଠାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 194ରେ ପହଞ୍ଚିଛି । ସେହିପରି ଏହା ପଛକୁ ରହିଛି ମଧ୍ୟପ୍ରଦେଶ । ଏଠାରେ 53 ଜଣ, ଗୁଜୁରାଟରେ 36ଜଣ, ଦିଲ୍ଲୀରେ 38 ଜଣ, ତେଲେଙ୍ଗାନାରେ 18ଜଣ, ତାମିଲନାଡୁରେ 15 ଜଣ, ଆନ୍ଧ୍ରପ୍ରଦେଶରେ 14 ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ପଞ୍ଜାବ, ଉତ୍ତରପ୍ରଦେଶରେ 13-13 ଜଣ, ପଶ୍ଚିମବଙ୍ଗରେ 10ଜଣଙ୍କର ମୃତ୍ୟୁ ହୋଇଛି । ଜମ୍ମୁକାଶ୍ମୀରରେ 4 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କେରଳ, ହରିୟାଣା, ରାଜସ୍ଥାନରେ ତିନି  ତିନି ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଝାରଖଣ୍ଡରେ ଦୁଇଜଣ ଓ ଓଡ଼ିଶା, ମେଘାଳୟ, ବିହାର, ହିମାଚଳ ପ୍ରଦେଶ, ଓଡ଼ିଶା, ଆସାମରେ ଜଣେ ଜଣେ ମୃତ୍ୟୁ ବରଣ କରିଛନ୍ତି ।

ଦେଶରେ ରାପିଡ୍‌ ଟେଷ୍ଟିଂ ପାଇଁ ଗତ କାଲି ପାଞ୍ଚ ଲକ୍ଷ କିଟ୍‌ ଅଣାଯାଇଛି । ଏପର୍ଯ୍ୟନ୍ତ ଦେଶରେ 2,90,401 କୋଭିଡ୍‌-10ର ପରୀକ୍ଷଣ କରାଯାଇଛି ।  ଅପରପକ୍ଷରେ କରୋନା ସହ ଲଢେଇ ପାଇଁ ଲକ୍‌ ଡାଉନ୍‌ ନିୟମକୁ ଅଧିକ କଡାକଡି କରାଯିବା ସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ସର୍ବସାଧାରଣ ସ୍ଥାନରେ ଛେପ ପକାଇବାକୁ ବାରଣ କରାଯାଇଥିବାବେଳେ ଏଥିପାଇଁ ଜରିମାନାର ବ୍ୟବସ୍ଥା କରାଯାଇଛି । ସେହିପରି ସାମାଜିକ ଦୂରତ୍ବକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି ।

Categories
ଆଜିର ଖବର ଜାତୀୟ ଖବର

ଗୋଟିଏ ଗ୍ରାମରୁ 34 କରୋନା ପଜିଟିଭ୍‌ ଚିହ୍ନଟ

ପଞ୍ଜାବ : ସାରା ଦେଶରେ କରୋନା କାୟା ମେଲିଯାଉଛି। ଭାରତରେ ମଧ୍ୟ କରୋନା ପ୍ରକୋପ ବ୍ୟାପକ ହେବାରେ ଲାଗିଛି । ପଞ୍ଜାବରେ କରୋନାକୁ ନେଇ ବହୁ ପଦକ୍ଷେପ ନିଆଯାଇଥିବାବେଳେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ମୋହାଲିରେ ଜବାହରପୁରଠାରେ ସର୍ବାଧିକ ପଜିଟିଭି ଚିହ୍ନଟ କରାଯାଇଛି । କେବଳ ଜବାହରପୁରରେ କରୋନା ସଂକ୍ରମିତ 34ଟି ମାମଲା ସାମ୍ନାକୁ ଆସିଛି । ତେବେ ଜବାହରପୁରରେ ଏହା ଦ୍ରୁତ ଗତିରେ ସଂକ୍ରମିତ ହେବାରେ ଲାଗିଛି । ଜବାହରପୁରରେ ଏହି ଗ୍ରାମଟି କରୋନା ଯୋଗୁ ସଂକ୍ରମିତ ହୋଇଛନ୍ତି । ମୋହାଲିରେ ଏଯାବତ 50 ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ 34 ଜଣ ମୋହାଲିର ଜବାହରପୁର ଗାଁର। ଏହି ଗାଁରେ ଦୁଇ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବାବେଳେ 5 ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ପଞ୍ଜାବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ପଞ୍ଜାବ ସରକାର ମେ ୧ ଯାଏ ଲକଡାଉନ ଅବଧି ବୃଦ୍ଧି କରିଛନ୍ତି। ଏହାସହିତ ରାଜ୍ୟରେ ମାସ୍କ ପିନ୍ଧିବା ଅନିର୍ବାର୍ଯ୍ୟ ହୋଇଛି।

ଆଜି ପ୍ରଧାନମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମିରନ୍ଦର ସିଂ ସଂକ୍ରମଣକୁ ରୋକିବା ପାଇଁ ରାଷ୍ଟ୍ରୀୟ ସ୍ତରରେ ଲକ୍‌ ଡାଉନ୍‌ର ଅବଧିରେ ବୃଦ୍ଧି କରିବା ନେଇ ପରାମର୍ଶ ଦେଇଛନ୍ତି ।

Categories
ଆଜିର ଖବର ଆଞ୍ଚଳିକ

ଭୁବନେଶ୍ୱର ଫେରନ୍ତାଙ୍କୁ ନେଇ ମହ୍ଲାସାହି ଗ୍ରାମର ଲୋକେ ଆତଙ୍କିତ! ଭୁଲ୍ ତଥ୍ୟ ଦେଉଥିବାରୁ ଅଞ୍ଚଳବାସୀ ଚିନ୍ତାରେ

ରଞ୍ଜିତ ପଣ୍ଡା
କୁଜଙ୍ଗ: ଗତକାଲି ବମିଖାଲରୁ 15 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହାକୁ ନେଇ ଏବେ ବେଶ୍‌ ଚିନ୍ତା ବଢିଯାଇଛି। ବମିଖାଲରୁ ସମୁଦାୟ 19 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଭୁବନେଶ୍ବରରୁ ମୋଟ୍‌ 32 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 2 ଜଣ ସୁସ୍ଥ ରହିଛନ୍ତି। ରାଜ୍ୟର ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେଉଥିବାବେଳେ ଏହାକୁ ନେଇ ଚିନ୍ତା ପ୍ରକଟ କରୁଛନ୍ତି ରାଜ୍ୟବାସୀ । କରୋନା ଆକ୍ରାନ୍ତମାନେ ଚିହ୍ନଟ ହୋଇଥିବା ଅଞ୍ଚଳକୁ ପ୍ରଶାସନ ସିଲ୍‌ କରି ସର୍ଭେଲାନ୍ସରେ ରଖାଯାଇଛି। ତେବେ ଏହି କରୋନା ଆକ୍ରାନ୍ତଙ୍କୁ ନେଇ ବେଶ୍‌ ଚିନ୍ତାରେ ରହିଛନ୍ତି କୁଜଙ୍ଗ ବାସୀ ।

ଭଡ଼ା ନେଇ ରହିଥିବା କୁଜଙ୍ଗ ବ୍ଲକ୍ ମହ୍ଲାସାହି ଅଞ୍ଚଳର ବିଭିନ୍ନ ଗ୍ରାମର ପରିବାର ଏବେ ସେହି ଅଞ୍ଚଳରୁ କୌଶଳ କ୍ରମେ ଲୁଚି ଆସି ନିଜ ଅଞ୍ଚଳର ନିଜ ଘରେ ପହଞ୍ଚି ଯାଇଛନ୍ତି। ଏମାନେ ନିଜ ଗ୍ରାମରେ ପହଞ୍ଚିବା ପରେ ଗାଁ ଲୋକେ ଆଶଙ୍କା ମଧ୍ୟରେ ଗତି କରୁଥିବା ବେଳେ ଏମାନଙ୍କୁ ବୁଝାଇବା ପାଇଁ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ଓ ପୋଲିସ ପ୍ରଶାସନର କର୍ମଚାରୀମାନେ ନାକେଦମ୍ ହୋଇ ସାରିଲେଣି। ଭୁବନେଶ୍ବରରୁ ଆସିଥିବା ଏହି ପରିବାରର ଲୋକ ବା ବ୍ୟକ୍ତିମାନେ  ପୋଲିସ ଅଧିକାରୀ କଥା ନ ମାନିବାରୁ ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ି ଯାଇଛି। ଏହି ବ୍ୟକ୍ତିମାନେ ଘରେ ନ ରହି ଖୋଲାଖୋଲି ଭାବରେ ଏଣେ ତେଣେ ବୁଲା ବୁଲି କରିବା ସହିତ ଅନେକଙ୍କ ସହ ମିଶାମିଶି କରୁ ଥିବାର ଶୁଣିବାକୁ ମିଳୁଛି। ଯଦି ଏମାନଙ୍କ ପାଇଁ କୌଣସି ପ୍ରକାର କରୋନା ସଂକ୍ରମଣ ହୁଏ ତେବେ ଖାଲି ମହ୍ଲାସାହି ନୁହେଁ ସାରା ଅଞ୍ଚଳରେ ସମସ୍ୟା ବଢିଯିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ବମିଖାଲ ଲକ୍ଷ୍ମୀସାଗର ଅଞ୍ଚଳରୁ ଆସିଥିବା ଲୋକଙ୍କ ବିଷୟରେ ସ୍ଥାନୀୟ ପୋଲିସ୍‌ ପ୍ରଶାସନକୁ ଖବର ଦେଇଥିବା ଜନସାଧାରଣଙ୍କୁ ତାଙ୍କ ପରିବାର ପକ୍ଷରୁ ଅଶ୍ଲୀଳ ଗାଳି ଗୁଲଜ କରୁଥିବାର ଶୁଣିବାକୁ ମିଳୁଛି । ଅପରପକ୍ଷରେ ସେମାନେ ତାଙ୍କ ସମ୍ପର୍କରେ ମଧ୍ୟ ସଠିକ୍‌ ତଥ୍ୟ ଦେଉନାହାନ୍ତି । ଏପ୍ରିଲ୍‌ 2 ତାରିଖରେ ସେମାନେ ଗ୍ରାମକୁ ଆସିଥିବାବେଳେ ମାର୍ଚ୍ଚ 20 ତାରିଖରୁ ଆସିଛନ୍ତି ବୋଲି କହୁଛନ୍ତି । ସ୍ଥାନୀୟ ପ୍ରଶାସନକୁ ସହଯୋଗ କରିବା ସହିତ ସତର୍କ ରହିବା ଆଜିର ସମୟରେ ବଡ ଆବଶ୍ୟକତା ଥିବାବେଳେ ଏହି ଲୋକମାନେ ବେଖାତିର ରହିଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଏହାକୁ ନେଇ ଆତଙ୍କିତ ରହିଛନ୍ତି ।