Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କେରଳ ଛୁଇଁଲା ମୌସୁମୀ: ଏହି ଅଞ୍ଚଳରେ ସାମାନ୍ୟରୁ କମ ବର୍ଷା ହେବା ଅନୁମାନ

ନୂଆଦିଲ୍ଲୀ: ଆଜି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ରାଜ୍ୟକୁ ଛୁଇଁଛି। ଏନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ମୌସୁମୀ ଆଜି କେରଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଥିଲା।

ତେବେ ଭାରତ ପାଣିପାଗ ବିଜ୍ଞାନ ବିଭାଗ ମୁତାବକ ଚଳିତ ବର୍ଷ ଉତ୍ତର ଓ ଦକ୍ଷିଣ ଭାରତରେ ସାମାନ୍ୟ ବର୍ଷା ହେବ। ମଧ୍ୟ ଭାରତରେ ସାମାନ୍ୟରୁ ଅଧିକ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ଅନୁମାନ କରିଥିବା ବେଳେ ପୂର୍ବୋତ୍ତର ଭାରତରେ ସାମାନ୍ୟରୁ କମ ବର୍ଷା ହେବ ବୋଲି ଅନୁମାନ କରିଛି। ଚଳିତ ବର୍ଷ ୯୬ ରୁ ୧୦୪ ପ୍ରତିଶତ ବର୍ଷା ହେବ ବୋଲି ଆଇଏମଡି ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଅନୁମାନ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଚଳିତ ବର୍ଷ ୩ ଦିନ ବିଳମ୍ବରେ ପହଞ୍ଚିବ ମୌସୁମୀ: ସାମାନ୍ୟ ବର୍ଷା ହେବା ନେଇ ଅନୁମାନ

ନୂଆଦିଲ୍ଲୀ: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ତିନି ଦିନ ବିଳମ୍ବରେ ପହଞ୍ଚିବ। ଆସନ୍ତା ୩ ତାରିଖ ଦିନ କେରଳରେ ମୌସୁମୀ ବାୟୁ ପହଞ୍ଚିବା ନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଜୁନ ୧ ତାରିଖରୁ ଦକ୍ଷିଣ ପଶ୍ଚିମ ବାୟୁ ବହିବା ଆରମ୍ଭ କରିବ। ଏହାଦ୍ବାରା କେରଳ ଏବଂ ଆଖ ପାଖ ଅଞ୍ଚଳରେ ପ୍ରବଳ ବର୍ଷା ହେବ। ଏପରିକି ୩ ତାରିଖ ଦିନ କେରଳରେ ମୌସୁମୀ ସ୍ପର୍ଶ କରିବ ବୋଲି ଆଶା କରାଯାଉଛି।

ଉଲ୍ଲେଖ ଯୋଗ୍ୟ ଯେ, ପ୍ରତ୍ୟେକ ବର୍ଷ ମେ’ ୩୧ ତାରିଖ ସୁଦ୍ଧା କେରଳରେ ମୌସୁମୀ ପହଞ୍ଚି ଯାଇଥାଏ। କିନ୍ତୁ ଚଳିତ ବର୍ଷ ୩ ଦିନ ବିଳମ୍ବରେ ପହଞ୍ଚିବା ନେଇ ଆକଳନ କରାଯାଇଛି। ଚଳିତ ବର୍ଷ ମୌସୁମୀ ବର୍ଷା ସାମାନ୍ୟ ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି।

Categories
ଆଜିର ଖବର ଜାତୀୟ ଖବର

ଜୁନ୍ ପହିଲାରେ କେରଳ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ନୂଆଦିଲ୍ଲୀ: ଚଳିତ ବର୍ଷ ଜୁନ୍ ପହିଲାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ। ଏନେଇ ଭାରତୀୟ ପାଣିପାଗ କେନ୍ଦ୍ର ଆକଳନ କରିଛି। ମୌସୁମୀ ବାୟୁ  ଜୁନ୍ ୧ ତାରିଖରେ କେରଳ ଛୁଇଁବା ନେଇ ଅନୁମାନ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ବିଧାନସଭା ନିର୍ବାଚନ ଫଳାଫଳ: ଜାଣନ୍ତୁ ଅପରାହ୍ନ ୨ ଟା ସୁଦ୍ଧା କେଉଁ ରାଜ୍ୟରେ କଣ ରହିଛି ସ୍ଥିତି

ନୂଆଦିଲ୍ଲୀ: ଆଜି ଦେଶର ୪ ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ବିଧାନସଭା ଆସନ ପାଇଁ ଭୋଟ ଗଣନା ଜାରି ରହିଛି। ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଏବଂ ପୁଡୁଚେରି ବିଧାନସଭା ଆସନ ପାଇଁ ଭୋଟ ଗଣନା ଜାରି ରହିଛି। ଅପରାହ୍ନ ୨ ଟା ସୁଦ୍ଧା ପଶ୍ଚିମବଙ୍ଗର ୨୯୪ ଆସନ ମଧ୍ୟରୁ ତୃଣମୂଳ କଂଗ୍ରେସ ୨୦୫ ଟି ଆସନରେ ଆଗୁଆ ଥିବା ବେଳେ ବିଜେପି ୮୪ ଟି ଆସନ, କଂଗ୍ରେସ ମେଣ୍ଟ ୧ ଟି ଆସନ ଏବଂ ଅନ୍ୟ ୨ ଟି ଆସନରେ ଆଗୁଆ ଅଛି।

ତାମିଲନାଡୁର ୨୩୪ ଆସନ ମଧ୍ୟରୁ ଡିଏମକେ ମେଣ୍ଟ ୧୩୫ ଟି ଆସନରେ ଆଗୁଆ ଥିବାବେଳେ ଏଡିଏମକେ ୯୫ ଟି ଆସନ ଏବଂ ଅନ୍ୟ ୪ ଟି ଆସନରେ ଆଗୁଆ ଅଛି।

କେରଳର ୧୪୦ ଟି ଆସନ ମଧ୍ୟରୁ ଏଲଡିଏଫ(ବାମ ଦଳ) ୮୯ ଟି ଆସନରେ ଆଗୁଆ ଥିବା ବେଳେ ୟୁଡିଏଫ( କଂଗ୍ରେସ ମେଣ୍ଟ) ୪୫ ଟି ଆସନ, ବିଜେପି ୩ ଟି ଆସନ ଏବଂ ଅନ୍ୟ ଦଳ ୩ ଟି ଆସନରେ ଆଗୁଆ ଅଛି।

ଆସାମରେ ୧୨୬ ଟି ଆସନ ମଧ୍ୟରୁ ବିଜେପି+ ୭୭ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ+ ୪୮ ଟି ଆସନ ଏବଂ ଅନ୍ୟ ଦଳ ୧ ଟି ଆସନରେ ଆଗୁଆ ରହିଛି।

ସେହିଭଳି କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରିର ୩୦ ଟି ଆସନ ମଧ୍ୟରୁ ବିଜେପି ମେଣ୍ଟ ୯ ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ମେଣ୍ଟ ୪ ଟି ଆସନ ଏବଂ ଅନ୍ୟ ଦଳ ୧ ଟି ରେ ଆଗୁଆ ଅଛି।

ଉଲ୍ଲେଖ ଯୋଗ୍ୟ ଯେ, ବର୍ତ୍ତମାନ ଏହି ନିର୍ବାଚନର ଭୋଟ ଗଣତି ଚାଲିଥିବା ବେଳେ ଏଯାଏଁ ଫଳାଫଳ ଘୋଷଣା ହୋଇନାହିଁ। କେଉଁ ରାଜ୍ୟରେ କେଉଁ ଦଳ ସରକାର ଗଠନ କରିବ, ତାହା ସନ୍ଧ୍ୟା ସୁଦ୍ଧା ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି ଆଶା କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର

ବିଜେପିର ଘୋଷଣା: ମେଟ୍ରୋ ମ୍ୟାନ ଶ୍ରୀଧରନ ହେବେ କେରଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ନୂଆଦିଲ୍ଲୀ: ଆଗାମୀ କେରଳ ବିଧାନସଭା ନିର୍ବାଚନ ଲାଗି ବିଜେପି ପ୍ରସ୍ତୁତି ଆରମ୍ଭ କରିଦେଇଛି। ବିଜେପି ପକ୍ଷରୁ କେରଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ମେଟ୍ରୋ ମ୍ୟାନ ଇଂ. ଶ୍ରୀଧରନଙ୍କ ନାମ ଘୋଷଣା କରାଯାଇଛି। ଦଳ ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ବି ମୁରଲୀଧରନ ଏନେଇ ଘୋଷଣା କରିଛନ୍ତି। ଏହା ପୂର୍ବରୁ ମେଟ୍ରୋ ମ୍ୟାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବା ଲାଗି କେରଳର ବିଜେପି ସଭାପତି କେ. ସୁରେନ୍ଦ୍ରନ କେନ୍ଦ୍ରୀୟ ନେତୃତ୍ଵଙ୍କୁ ପ୍ରସ୍ତାବ ଦେଇଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ମେଟ୍ରୋ ମ୍ୟାନ ନାମରେ ପରିଚିତ ଇଂ. ଶ୍ରୀଧରନ କିଛି ଦିନ ପୂର୍ବରୁ ବିଜେପିରେ ସାମିଲ ହୋଇଥିଲେ। ଦିଲ୍ଲୀ ମେଟ୍ରୋର ନିର୍ମାଣକୁ ସଫଳ କରିଥିବା ଶ୍ରୀଧରନ ଦେଶର ଅନେକ ମେଟ୍ରୋ ପ୍ରକଳ୍ପ ପାଇଁ ମଧ୍ୟ ସାହାଯ୍ୟ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

କଂଗ୍ରେସ ପକ୍ଷରୁ ରାଜ୍ୟ ଓ କେନ୍ଦ୍ରଶାସିତ ବିଧାନସଭା ନିର୍ବାଚନ ଲାଗି ପର୍ଯ୍ୟବେକ୍ଷକ ନିଯୁକ୍ତ

ନୂଆଦିଲ୍ଲୀ: ଆଉ କିଛି ମାସ ପରେ ୫ ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଆସାମ, ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ ଓ ପୁଡୁଚେରୀରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏନେଇ କଂଗ୍ରେସ ତାହାର ପ୍ରସ୍ତୁତି ଆରମ୍ଭ କରିଦେଇଛି। ତେବେ କଂଗ୍ରେସ ଏହି ୫ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଲାଗି ନିର୍ବାଚନ ପର୍ଯ୍ଯବେକ୍ଷକ ତାଲିକା ଘୋଷଣା କରିଛି।

ନିର୍ବାଚନ ଅଭିଯାନ ପରିଚାଳନା ଓ ସମନ୍ୱୟ ଲାଗି ଅନେକ ବରିଷ୍ଠ ରାଜନୀତିଜ୍ଞଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। ଦଳର ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି।

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ବରିଷ୍ଠ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଥିବା ଓ ସେମାନେ ରାଜ୍ୟ ପ୍ରଭାରୀଙ୍କ ସହ ସମନ୍ୱୟ ରକ୍ଷା କରି କାମ କରିବେ ବୋଲି ଏହି ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି।

ନିର୍ବାଚନ ପର୍ଯ୍ୟବେକ୍ଷକ ହେଲେ:

୧-ଆସାମ: ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ବରିଷ୍ଠ ନେତା ମୁକୁଲ ୱାସିନିକ ଓ ସକିଲ ଅହମ୍ମଦ ଖାନ

୨-କେରଳ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ, ବରିଷ୍ଠ ନେତା ଲୁଇଜିନୋ ଫ୍ଲେରିଓ ଏବଂ ଜି.ପରମେଶ୍ୱର

୩-ପଶ୍ଚିମବଙ୍ଗ: ବରିଷ୍ଠ ନେତା ବି.କେ. ହରିପ୍ରସାଦ, ପଞ୍ଜାବ ରାଜ୍ୟ ସରକାରଙ୍କ ମନ୍ତ୍ରୀ ବିଜୟ ଇନ୍ଦର ସିଂଘଲା ଓ ଝାଡ଼ଖଣ୍ଡ ସରକାରଙ୍କ ମନ୍ତ୍ରୀ ଆଲମଗୀର ଆଲମ

୪-ତାମିଲନାଡୁ ଓ ପୁଡୁଚେରୀ: ବରିଷ୍ଠ କଂଗ୍ରେସ ନେତା ବୀରପ୍ପା ମୋଇଲୀ, ଏମ.ଏମ. ପଲ୍ଲମ ରାଜୁ ଓ ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ନିତୀନ ରାଉତ।

Categories
ଆଜିର ଖବର ଜାତୀୟ ଖବର

ଗତ 24 ଘଣ୍ଟାରେ କେରଳରେ 6 ହଜାରରୁ ଉର୍ଦ୍ଧ୍ବ ନୂତନ କେସ୍‌

କେରଳ : କେରଳରେ ଗତ 24 ଘଣ୍ଟା ମଧ୍ୟରେ 6ହଜାର 1698ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 7 ଲକ୍ଷ 21 ହଜାର 510ରେ ପହଞ୍ଚିଛି । ସେହିପରି 22ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ରାଜ୍ୟରେ କରୋନା ଜନିତ ମୃତକଙ୍କ ସଂଖ୍ୟା 2 ହଜାର 892ରେ ପହଞ୍ଚିଛି । ସ୍ବାସ୍ଥ୍ୟମନ୍ତ୍ରୀ କେ. ଶୈଳଜା ରାଜ୍ୟରେ ଅଚାନକ କରୋନା ମାମଲା ବୃଦ୍ଧିକୁ ନେଇ କରୋନାର ନୂଆ ଷ୍ଟ୍ରେନ୍‌କୁ ନେଇ ଆଶଙ୍କା କରିଛନ୍ତି ।

କେ. ଶୈଲଜା କହିଛନ୍ତି ଯେ, ନୂଆ ଷ୍ଟ୍ରେନ୍‌କୁ ନେଇ ଆଶଙ୍କା ରହିଥିବାବେଳେ ୟୁରୋପ, ଇଟାଲୀ, ୟୁକେରୁ ଆସୁଥିବା ଯାତ୍ରୀଙ୍କୁ କେରଳ ଏୟାରପୋର୍ଟରେ ଟେଷ୍ଟ କରାଯାଉଛି । ସମସ୍ତଙ୍କୁ ହୋମ୍ ଆଇସୋଲେସନରେ ରହିବାକୁ କୁହାଯାଇଛି ।

ସୂଚନାଯୋଗ୍ୟ, ରାଜ୍ୟରେ ଏବେ 62 ହଜାର 803 ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ସଂକ୍ରମିତ ହୋଇଥିବା ମୋଟ୍‌ ଲୋକଙ୍କ ମଧ୍ୟରୁ 5 ହଜାର 349ଜଣ ସ୍ଥାନୀୟ ସ୍ତରରେ କରୋନାରେ ସଂକ୍ରମିତ ହୋଇଥିବାବେଳେ 62 ଜଣଙ୍କର ସଂକ୍ରମଣର ସ୍ତ୍ରୋତ ଜଣାପଡିନାହିଁ। ସେହିପରି ସଂକ୍ରମିତଙ୍କ ମଧ୍ୟରୁ 98 ଜଣ ରାଜ୍ୟ ବାହାରର । 60 ଜଣ ସ୍ବାସ୍ଥ୍ୟକର୍ମୀ ରହିଛନ୍ତି । ଏର୍ଣ୍ଣାକୁଲମ୍‌ରେ ସବୁଠୁ ଅଧିକ 953ଜଣ କରୋନା ଆକ୍ରାନ୍ତ ରହିଛନ୍ତି । (ଏଜେନ୍ସି)

Categories
ଆଜିର ଖବର

କେରଳରେ ପହଞ୍ଚିଲା ମୌସୁମୀ

ନୂଆଦିଲ୍ଲୀ : କେରଳରେ ପହଞ୍ଚିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଠିକ୍‌ ସମୟରେ ମୌସୁମୀ ବାୟୁ ଭାରତ ଛୁଇଁଛି । ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ।  ଜୁନ୍ ୧ ତାରିଖରେ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବ ବୋଲି ପୂର୍ବାନୁମାନ କରିଥିଲା ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର। ତେବେ ଠିକ୍‌ ସମୟରେ ମୌସୁମୀ ଆସି କେରଳରେ ପହଞ୍ଚିଛି । କେରଳର ତିରୁଓ୍ବନନ୍ତପୁରମ୍‌ରେ ପ୍ରବଳ ବର୍ଷା ହୋଇଛି । କେରଳର 9 ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିିଛି ଭାରତୀୟ ପାଣିପାଗ ବିଭାଗ ।

ଆରବ ମହାସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ ନେଉଛି । ଏହା ଦିନେ ଦୁଇଦିନ ମଧ୍ୟରେ ମହାରାଷ୍ଟ୍ର ଏବଂ ଗୁଜୁରାଟ ଉପକୂଳରେ ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଆଶଙ୍କା ରହିଛି। ବିଭାଗ ଆକଳନ କରିଛି ଯେ ଏହି ଘୂର୍ଣ୍ଣିବଳୟ ଯୋଗୁଁ ଗୁଜୁରାଟ ଏବଂ ମହାରାଷ୍ଟ୍ରର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ।

ଏଥି ସହିତ କେରଳରେ ମୌସୁମୀ ପହଞ୍ଚିବା ପରେ ଲକ୍ଷ୍ମଦ୍ୱୀପ ଠାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର-ପୂର୍ବ ଭାରତ, ପଶ୍ଚିମ ହିମାଳୟ ରାଜ୍ୟ, ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ଝାଡଖଣ୍ଡ, ପଞ୍ଜାବ, ହରିୟାଣା, ଦିଲ୍ଲୀ, ରାଜସ୍ଥାନ, ମଧ୍ୟପ୍ରଦେଶରେ ହାଲୁକା ରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ଦେଶରେ ଅନ୍ୟାନ୍ୟ ଅଞ୍ଚଳ ଯେପରିକି ଗୋଆ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଆସାମ ଓ ପୂର୍ବୋତ୍ତର ରାଜ୍ୟରେ ଜୁନ୍‌ 5ରେ ମୌସୁମୀ ପ୍ରବେଶ କରିବ ବୋଲି ସୂଚନା ରହିଛି । ସେହିପରି ମହାରାଷ୍ଟ୍ର, ତେଲେଙ୍ଗାନା, ପଶ୍ଚିମବଙ୍ଗ ଓ ସିକିମ୍‌ ରାଜ୍ୟରେ ଜୁନ୍‌ 10ରେ ମୌସୁମୀ ପହଞ୍ଚିବ ବୋଲି ସୂଚନା ରହିଥିବାବେଳେ ଗୁଜୁରାଟ, ମଧ୍ୟପ୍ରଦେଶ, ଛତିଶ୍‌ଗଡ, ଓଡ଼ିଶା, ଝାଡଖଣ୍ଡ ଓ ବିହାରରେ ଜୁନ୍‌ 15ରେ ମୌସୁମୀ ପହଞ୍ଚିବା ନେଇ ସମ୍ଭାବନା ରହିଛି ।

Categories
ଆଜିର ଖବର ଜାତୀୟ ଖବର

ଜୁନ୍‌ 1ରେ କେରଳ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ : ଜୁନ୍ ୧ ତାରିଖରେ କେରଳ ଉପକୂଳ ଛୁଇଁବ ମୌସୁମୀ ବାୟୁ। ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର। ମେ’ ମାସ ସରୁ ସରୁ ମୌସୁମୀ ଆସିବା ନେଇ ସମ୍ଭାବନା ଦେଖାଦେଇଛି। ସେହିପରି ଦିଲ୍ଲୀରେ ପହଞ୍ଚିବା ପାଇଁ କିଛି ସମୟ ଲାଗିପାରେ । ପାଣିପାଗ ବିଭାଗର ସୂଚନା ଅନୁସାରେ ଦିଲ୍ଲୀରେ ଜୁନ୍‌ 25ରୁ 30 ଭିତରେ ମୌସୁମୀ ଆସିବ ବୋଲି କୁହାଯାଇଛି । ବାତ୍ୟା ଅମ୍ପାନ କାରଣରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଭାରତୀୟ ଉପ ମହାଦେଶକୁ ଆସିବାକୁ ବାଧା ସୃଷ୍ଟି ହେଉଥିଲା। ହେଲେ ଏବେ ବାତ୍ୟା ଯିବା ପରେ ମୌସୁମୀ ବାୟୁ କେରଳ ମୁହାଁ ହୋଇଛି।

ସେହିପରି ଦେଶରେ ଅନ୍ୟାନ୍ୟ ଅଞ୍ଚଳ ଯେପରିକି ଗୋଆ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଆସାମ ଓ ପୂର୍ବୋତ୍ତର ରାଜ୍ୟରେ ଜୁନ୍‌ 5ରେ ମୌସୁମୀ ପ୍ରବେଶ କରିବ ବୋଲି ସୂଚନା ରହିଛି । ସେହିପରି ମହାରାଷ୍ଟ୍ର, ତେଲେଙ୍ଗାନା, ପଶ୍ଚିମବଙ୍ଗ ଓ ସିକିମ୍‌ ରାଜ୍ୟରେ ଜୁନ୍‌ 10ରେ ମୌସୁମୀ ପହଞ୍ଚିବ ବୋଲି ସୂଚନା ରହିଥିବାବେଳେ ଗୁଜୁରାଟ, ମଧ୍ୟପ୍ରଦେଶ, ଛତିଶ୍‌ଗଡ, ଓଡ଼ିଶା, ଝାଡଖଣ୍ଡ ଓ ବିହାରରେ ଜୁନ୍‌ 15ରେ ମୌସୁମୀ ପହଞ୍ଚିବା ନେଇ ସମ୍ଭାବନା ରହିଛି ।

ସେହିପରି ମଧ୍ୟପ୍ରଦେଶର ଉତ୍ତର ଅଂଶ, ପୂର୍ବ ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ଜୁନ୍‌ 20 ସୁଦ୍ଧା ମୌସୁମୀ ପହଞ୍ଚିବା ନେଇ ସୂଚନା ରହିଛି । ଜୁନ୍‌ 25 ଭିତରେ ପୂରା ଉତ୍ତରପ୍ରଦେଶ, ଜମ୍ମୁକାଶ୍ମୀର, ଗୁଜୁରାଟ ଓ ହିମାଚଳ ପ୍ରଦେଶରେ ମୌସୁମୀ ପହଞ୍ଚିବାର ସମ୍ଭାବନା ରହିଛି । ତେବେ ଜୁନ୍‌ 30 ସୁଦ୍ଧା ରାଜସ୍ଥାନ, ପଞ୍ଜାବ, ହରିୟାଣା ଆଦି ରାଜ୍ୟରେ ମୌସୁମୀ ପହଞ୍ଚିବାର ସୂଚନା ରହିଛି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

କେରଳରୁ ଫେରିଲେ 169 ଓଡ଼ିଆ ଝିଅ

ଭୁବନେଶ୍ବର : କେରଳରେ ଫସି ରହିଥିବା 169 ଜଣ ଓଡ଼ିଆ ଝିଅ ଆଜି ଓଡ଼ିଶା ଫେରିଛନ୍ତି । ଏକ ସ୍ବତନ୍ତ୍ର ବିମାନ ଯୋଗେ ଏହି ଝିଅମାନେ ଆସି ଭୁବନେଶ୍ବରରେ ଓହ୍ଲାଇଛନ୍ତି । ଏର୍ଣ୍ଣାକୁଲମ୍‌ର ଏକ କପଡା କାରଖାନାରେ କାମ କରୁଥିଲେ ଏହି ଝିଅମାନେ । ଲକ୍‌ ଡାଉନ୍‌ ଯୋଗୁଁ ଏର୍ଣ୍ଣାକୁଲମ୍‌ରେ ଫସି ରହିଥିଲେ ଏହି ଯୁବତୀମାନେ । ଫେରିଥିବା ସମସ୍ତ ଝିଅମାନେ କେନ୍ଦ୍ରାପଡା ରାଜନଗର ଅଞ୍ଚଳର ବୋଲି ସୂଚନା ରହିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟକୁ ପ୍ରାୟ ସାଢେ ତିନି ଲକ୍ଷ ପ୍ରବାସୀ ଫେରିଲେଣି ଓ ଆହୁରି ଅନେକ ପ୍ରବାସୀ ଆଗକୁ ଫେରିବେ ବୋଲି ସୂଚନା ରହିଛି ।

Categories
ବିଶେଷ ଖବର

ବିପତ୍ତିର ଅନ୍ତରାଳେ ଏ କି ଅହଂକାର

ଦେବ ରଞ୍ଜନ

ଆମ ଦୃଷ୍ଟିର ବ୍ୟାପକତା ହିଁ ସୃଷ୍ଟି କରେ ଆମର ଦାୟିତ୍ଵ ଓ ଆମର ଭଲପାଇବାର ସୀମା ହିଁ ସୃଷ୍ଟି କରିଥାଏ ଆମର ମାନବିକତା। କରୋନାର ବ୍ୟାପକତା ଆମକୁ ଆଣିଦେଇଛି ଆଉଥରେ ଆମକୁ, ଆମ ଚାରିପାଖର ସମାଜ ଓ ସରକାରଙ୍କୁ ବୁଝିବା ଲାଗି ଆଉ ଏକ ସୁଯୋଗ।

ଆମେ ଜାଣୁଛୁ ଯେ ଗୋଟେ ରାଜ୍ୟ କଣ ଗୋଟେ ଦେଶ ମଧ୍ୟ ଯଦି ଚାହେଁ ତେବେ ବି ଭୂତାଣୁର ସଂକ୍ରମଣକୁ ରୋକିପାରିବ ନାହିଁ। ଆମେ ବିଶ୍ଵକରଣର ଦାସ ପାଲଟିସାରିଛେ। ଜାନୁଆରୀ 30 ତାରିଖରେ ଯେବେ କରୋନା ରୋଗୀ ପ୍ରଥମେ କେରଳରେ ଚିହ୍ନଟ କରାଗଲା ସେତେବେଳଠାରୁ ଏୟାରପୋର୍ଟ ଗୁଡିକୁ ବନ୍ଦ କରିଦେବାର ଥିଲା। କିନ୍ତୁ ଧନିକଗୋଷ୍ଠୀର ‘ରାଜନୈତିକ ପ୍ରଭାବ’ ଓ ଶାସକଦଳର ସ୍ଵାର୍ଥ ମନୋବୃତ୍ତି ସେଭଳି କିଛି ହେବାକୁ ଦେଲା ନାହିଁ।

ପ୍ଲେଗ ଯେବେ ଇଉରୋପ ପହଞ୍ଚିନଥିଲା ଇତିହାସ କହୁଛି (ଦି ବ୍ଲାକ ଡେଥ) ଇଟାଲୀର ଶାସକଙ୍କୁ “ପ୍ରଭାବିତ” କରି ଏସିଆର ଏକ ଜାହାଜର କ୍ଯାପଟେନ ନିଜର ଜିନିଷ କେବଳ ଜାହାଜରୁ ଓହ୍ଲାଇ ଦେଇଥିଲେ ଓ ସେହିଥିରେ ଥିବା ସଂକ୍ରମିତ ମୂଷା ଇଉରୋପର ଅଧା ଜନସଂଖ୍ୟାକୁ ନଷ୍ଟ କରିଦେଇଥିଲା। ଶାସକ କ୍ଵଚିତ ନିଜର ଭୁଲ ସ୍ଵୀକାର କରିଥା’ନ୍ତି। କେବଳ ବିତିଯାଇଥିବା ଦିନର କଥା ନୁହେଁ, ଆମେରିକା ଅଥବା ଇଉରୋପରେ ଅଟକି ଥିବା ଧନୀ ରାଜନୈତିକ ପ୍ରଭାବଶାଳୀ ବର୍ଗ ଆସନ୍ତା କାଲି ଯେବେ ରାଜ୍ୟର ରାଜଧାନୀମାନଙ୍କୁ ଫେରିବେ ସେତେବେଳେ ପୁଣି ସ୍ଥିତି କଣ ହେବ ? ବ୍ୟକ୍ତିଗତ ସମ୍ବନ୍ଧ ଆଗରେ ଆଜିର ଦେଶପ୍ରେମ ଫିକା ପଡିଯିବନି ତ? ଜାତୀୟ ସ୍ତରର ପ୍ରତିଶତ ହାରରେ ଓଡିଶା ଆଜି କମ ଦେଖାଯାଉଥାଇପାରେ ମାତ୍ର ଏହା ସ୍ଥିର ନୁହେଁ।

ବିଶ୍ଵରେ କ୍ଵଚିତ ଦେଶ ଅଛନ୍ତି ଯେଉଁମାନେ ଦେଶବ୍ୟାପୀ ଲକ ଡାଉନ ଘୋଷଣା କରିଛନ୍ତି। ହୁଏତ ଇଟାଲୀ ଓ ସ୍ପେନକୁ ବାଦ ଦେଲେ ଇଉରୋପର ଅନ୍ୟ କୌଣସି ଦେଶ ସଂପୂର୍ଣ୍ଣ ଲକ ଡାଉନ କରିନାହାନ୍ତି। ଦକ୍ଷିଣ କୋରିଆ ଲକ ଡାଉନ ବଦଳରେ କେବଳ ଅଧିକ ସଂଖ୍ଯାରେ ଟେଷ୍ଟିଙ୍ଗକୁ ଆପଣାଇନଥିଲେ ସଫଳତା ପାଇନଥାନ୍ତା କି ଉତ୍ତର କୋରିଆ ନିଜର ଚୀନ ସୀମାକୁ ସିଲ କରିନଥିଲେ ଓ ସମସ୍ତ ଦେଶଫେରନ୍ତାଙ୍କୁ ସଙ୍ଗରୋଧ ଗୃହକୁ ନେଇଯାଇନଥିଲେ ଏଥିରେ ସଫଳତା ପାଇନଥାନ୍ତେ। ଭାରତ ମାତ୍ର ଚାରିଘଣ୍ଟାରେ ଲକ ଡାଉନ ଘୋଷଣା କରି 33 ଲକ୍ଷ ବର୍ଗ କିଲୋମିଟରର ଏକ ଦେଶକୁ “ଦେଶର ହିତ ଲାଗି” ଏକ ଅଦୃଶ୍ୟ ଜେଲରେ ପରିଣତ କରିଦେଲା ଓ ସଂପୂର୍ଣ୍ଣ ଦେଶକୁ ଆଇନ ଶୃଙ୍ଖଳାରେ ବ୍ଯାହତ ହେବା ଆଶଙ୍କରେ ପୁଲିସବାହିନୀ ହାତକୁ ଟେକିଦିଆଗଲା। ଏ ସବୁ କେବଳ ଏକ ଯୁଦ୍ଧ ଲଢିବା ଲାଗି କରିଦିଆଗଲା।

ସବୁ ରାଜ୍ୟ ଭଳି ଓଡିଶାରେ ମଧ୍ୟ ପ୍ରଶାସକମାନେ (ହୁଏତ ଦିଲ୍ଲୀ ଓ କେରଳ କିଛିତ ବ୍ୟତିକ୍ରମ) କାରୋନା ବିରୋଧୀ ଯୁଦ୍ଧର ମଙ୍ଗ ଧରିନେଲେ। ହୁଏତ ଆଜି ସାମୟିକ ଭାବରେ ଆମେ ଏହାର ସଂକ୍ରମଣକୁ ରୋକିପାରିଛୁ ଓ ଏହାର ଶ୍ରେୟ ତ ସେମାନଙ୍କୁ ନିଶ୍ଚିତ ଯିବ। କିନ୍ତୁ ସେମାନେ କ୍ଵଚିତ ମଣିଷକୁ ଦେଖଥା’ନ୍ତି। ସେମାନେ କାଗଜ ଓ ଅକ୍ଷର ଉପରେ ଗୁରୁତ୍ଵ ଦେଉଥିବା ଏକ ବର୍ଗ ଯେଉଁମାନେ ପୁଲିସର ଲାଠି ଓ ଗୁଳିକୁ ମଧ୍ୟ ନିଜ କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ନେଇଥାନ୍ତି। ସେମାନଙ୍କ ପାଇଁ ରାଜ୍ୟବାସୀ କେବଳ ପରିସଙ୍ଖ୍ୟାନ ମାତ୍ର। କାରୋନାର ସଂକ୍ରମଣକୁ ରୋକିବା ଏକ ଆହ୍ଵାନ ସତ। ଏହା ସହିତ ସମାଜର ଦୁର୍ବଳ, ଅତି ଦୁର୍ବଳ ବର୍ଗ ଏପରିକି ସ୍ଵାଧୀନ ଅର୍ଥନୀତି ବର୍ଗ (ସରକାରୀ ଚାକିରିଆ ନୁହନ୍ତି) ମଧ୍ୟ ଯେ କେଉଁଭଳି ଅସୁବିଧାରେ ନରହନ୍ତି ତାହାକୁ ମଣିଷଭାବରେ ଅନୁଭବ କରିବା ଓ ସେଥିଲାଗି ବ୍ୟବସ୍ଥାଗତ ସଂଶୋଧନ ତୁରନ୍ତ କରିବା ସମାନ ସମୟରେ ଜରୁରୀ ଥିଲ।

ଲକ ଡାଉନ ଯେଉଁ ଦୟନୀୟ ସ୍ଥିତି ତିଆରି କଲା ତାହାର କାରଣ ମଧ୍ୟ ସେହି ପ୍ରଶାସକମାନେ ଓ ରାଜ୍ୟର ମୁଖ୍ୟମନ୍ତ୍ରୀ ରହିବେ। ଏ ସମସ୍ତ ପ୍ରକ୍ରିୟାରେ ନିର୍ବାଚିତ ପ୍ରତିନିଧିମାନଙ୍କୁ ଗୁରୁତ୍ଵହୀନ କରିଦେବା ସମାଜର ସମସ୍ଯାକୁ ଆହୁରି ବଢାଇଦେଇଛି। ଆମେ ଦେଖିବାରେ ଲକ ଡାଉନର ବେଶ କିଛି ସପ୍ତାହ ପରେ ବିଭିନ୍ନ ସମୟରେ ବିଭିନ୍ନ ସାମାଜିକ ସଂଗଠନ ରାଜ୍ୟ ସରକାରଙ୍କୁ କିଛି ଲେଖିବା ପରେ ହୁଏତ କିଛି ଉଦ୍ୟମ ରାଜ୍ୟ ସରକାରଙ୍କ ତରଫରୁ ନିଆଯାଉଛି ଯେମିତିକି ଛୋଟ ବ୍ୟବସାୟୀଙ୍କ ଲାଗି ଯାନବାହନ ବ୍ୟବହାରରେ କୋହଳ, ମନନେରଗାରେ କାର୍ଯ୍ୟ ଆରମ୍ଭ, ଚାଷ କାମ ଓ ମାଛ ଧରିବାକୁ ଅନୁମତି ଦେବା, ଜଙ୍ଗଲ ଜାତ ଦ୍ରବ୍ଯ ଲାଗି ଆଦିବାସୀଙ୍କ ସୁବିଧା ଲାଗି ବହୁତ ବିଳମ୍ଭରେ ପଦକ୍ଷେପ ନେବା ଇତ୍ୟାଦି। ବିଭିନ୍ନ ସହରରେ ଦୋକାନ ସବୁ ବନ୍ଦ ହେବା ହେତୁ ଛୋଟ ବ୍ୟବସାୟୀଙ୍କ ଅବସ୍ଥା, ଖଣି ଠାରୁ ରେସ୍ତୁରାଣ୍ଟ ପର୍ଯ୍ୟନ୍ତ  ସବୁଠି କାର୍ଯ୍ୟରତ ଠିକା ଶ୍ରମିକ, ବିଭିନ୍ନ ପ୍ରାଇଭେଟ ଅନୁଷ୍ଠାନ ଓ ପ୍ରାଇଭେଟ ବିଶ୍ବବିଦ୍ୟାଳୟରେ କାର୍ଯ୍ୟରତ କର୍ମଚାରୀ, ଆଉଟ ସୋର୍ସିଙ୍ଗ କର୍ମଚାରୀ, ପରିବା ଓ ଫଳ ଚାଷୀଙ୍କ ଜିନିଷର ବଜାର ସୃଷ୍ଟି, ଗାଡି ଚାଳକଙ୍କ ଇତ୍ଯାଦିଙ୍କ ସମସ୍ଯା ସମ୍ପର୍କରେ ଏବେ ବି ସରକାର ନୀରବ।

ଏଭଳି ଦୁର୍ଦ୍ଦିନରେ ନିର୍ବାଚିତ ପ୍ରତିନିଧିମାନଙ୍କୁ ଯେଉଁମାନଙ୍କର ଅନ୍ତତଃ ନିଜ ନିର୍ବାଚନମଣ୍ଡଳୀର ଲୋକଙ୍କ ସହିତ କିଛି ସମ୍ବନ୍ଧ ରହିଛି ସଂପୂର୍ଣ୍ଣ ଅଣଦେଖା କରାଯିବା ହେତୁ, ସରକାର ଓ ଲୋକଙ୍କ ମଧ୍ୟରେ ପ୍ରାଚୀର ଆହୁରି ବିଶାଳ ହେବାରେ ଲାଗିଛି। ସେହିଭଳି ବିଭିନ୍ନ ସାମାଜିକ ସଂଗଠନ, ଟ୍ରେଡ ଯୁନିଅନ ଓ ବ୍ୟକ୍ତି ବିଶେଷଙ୍କ ଯେଉଁ ସମ୍ପର୍କ ଲୋକଙ୍କ ସହିତ ରହିଛି ତାହାକୁ ମୁଖ୍ୟମନ୍ତ୍ରୀ ଓ ପ୍ରଶାସକମାନେ ଏକ ବାଧକ ଭାବରେ ଧରିନେଲେ। ତେବେ ଏତେ ସବୁ କାର୍ଯ୍ୟ କାହା ପାଇଁ ?

ଆଜି ନିର୍ବାଚିତ ପ୍ରତିନିଧି ଓ ବିଭିନ୍ନ ଜନସଙ୍ଗଠନର ନେତୃବର୍ଗଙ୍କ ଦ୍ଵାରା ଲକ ଡାଉନ ସ୍ଥିତିରେ ବି ସରକାର ଏକ ସମନ୍ଵୟ ରକ୍ଷା କରିପାରିଥିଲେ। କ) ଏହାଦ୍ବାର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଥିବା ଲୋକେ ନିଜ ଏମଏଲଏ ମାଧ୍ୟମରେ ନିଜର ସୁବିଧା ଅସୁବିଧା ଗୁଡିକୁ ସରକାରଙ୍କ ଦ୍ରୁଷ୍ଟିକୁ ଆଣିପାରିଥାନ୍ତେ। ଖ) ଟ୍ରେଡ ଯୁନିଅନ ଓ ଚାଷୀ ସଂଗଠନ ମାଧ୍ୟମରେ ଲୋକେ ସରକାରଙ୍କୁ ବାସ୍ତବ ସ୍ଥିତି ସମ୍ପର୍କରେ ଶୀଘ୍ର ଅବଗତ କରାଇପାରିଥାନ୍ତା ଓ ଯାହା ଦୀର୍ଘ ଦିନ ପରେ ସରକାର କୋହଳ କଲେ ତାହା ହୁଏତ ଆଗରୁ କରିପାରିଥାନ୍ତେ। ଗ) ହୁଏତ ସେହିଭଳି ଦାୟିତ୍ଵ ହେତୁ ଅଞ୍ଚଳର ବିଧାୟକ ନିଜ ଅଞ୍ଚଳର ଦାଦନ ଶ୍ରମିକଙ୍କୁ ଠାବ କରିବାରେ ଓ ସମସ୍ତଙ୍କୁ ଖାଦ୍ୟ ଯୋଗାଇବାର ଦାୟିତ୍ଵ ନେଇପାରିଥାନ୍ତେ। ଘ) ଏହା ଦ୍ଵାରା ଲୋକେ ଅନୁଭବ କରିବେ ନାହିଁ ଯେ ସେମାନେ ଏକୁଟିଆ ପଡିଗଲେ ବା ତାଙ୍କ କଥା ଶୁଣିବା ଲାଗି କେହି ନାହାନ୍ତି।

ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକଙ୍କ ମନ୍ତବ୍ୟ ଅନୁସାରେ ଗଲା 100 ଦିନ ମଧ୍ୟରେ ସମଗ୍ର ବିଶ୍ବରେ ଏକ ବିରାଟ ପରିବର୍ତ୍ତନ ଆସିଲାଣି। ଏହି ବିଶ୍ୱବ୍ୟାପି ମହାମାରୀ ସମଗ୍ର ବିଶ୍ଵକୁ ବ୍ୟାପୀସାରିଲାଣି। ମାନବ ସମାଜର ଅନ୍ୟ କୌଣସି ବର୍ଗ ଏବେ ଏଥିରୁ ମୁକ୍ତ ରହିଥିବା ଜଣାପଡୁ ନାହିଁ। ଆମ୍ଭେମାନେ ଭୁଲିଯିବାନି ଯେ ଆମର କାହାରି ପାଖରେ ଏଭଳି ଏକ ବିପତ୍ତିକୁ ସାମ୍ନା କରିବାର ଅନୁଭୂତି ନାହିଁ। ସରକାରଙ୍କ ଅହଂକାର ସମାଜ ପାଇଁ ଅଧିକ ବିପତ୍ତି ଆଣିନଦେଉ।