Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଗଂଜାମ ଜିଲ୍ଲା ଓକିଲ ସଂଘ ନିର୍ବାଚନ ନେଇ ପ୍ରାର୍ଥୀପତ୍ର ଦାଖଲ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଓଡ଼ିଶା ରାଜ୍ୟ ବାର୍ କାଉନ୍‌ସିଲର ପକ୍ଷରୁ ନିର୍ଦ୍ଦେଶ ତଥା ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଜି ଗଂଜାମ ଜିଲ୍ଲା ଓକିଲ ସଂଘ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଜ୍ଞପ୍ତି ଅନୁଯାୟୀ ୨୪ ଏବଂ ୨୫ ତାରିଖ ଦୁଇଦିନ ନାମାଙ୍କନ ପତ୍ର ଦାଖଲ ହେବ। ୨୬ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ, ୨୭ ତାରିଖରେ ପ୍ରାର୍ଥୀଙ୍କ ନାମ ପ୍ରକାଶ କରାଯିବ। ୨୮ ତାରିଖ ୩ଟା ସୁଦ୍ଧା ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ। ୨୮ ତାରିଖ ସନ୍ଧ୍ୟା ସୁଦ୍ଧା ସମସ୍ତ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ। ଡ଼ିସେମ୍ବର ୧୨ ତାରିଖରେ ସକାଳ ୮ ଘଣ୍ଟାରୁ ଅପରାହ୍ନ ୪ ଘଣ୍ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ହୋଇ ସନ୍ଧ୍ୟାରେ ଭୋଟଗଣନା କରାଯାଇ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ। ଏହିକ୍ରମରେ ଆଜି ପ୍ରଥମ ଦିନରେ ସଭାପତି ପଦବୀ ପାଇଁ କପିଳେଶ୍ୱର ପଟ୍ଟନାୟକ ଏବଂ ବଂଶୀଧର ପାଳ ନାମାଙ୍କନ ଦାଖଲ କରିଥିବାବେଳେ ଉପସଭାପତି ପଦବି ପାଇଁ କୃଷ୍ଣଚନ୍ଦ୍ର ପଣ୍ଡା, ବସନ୍ତ ରାଉତ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେହିପରି ସଂପାଦକ ପଦବୀ ପାଇଁ ପ୍ରତାପ ବେହେରା ଏବଂ ଯୁଗ୍ମ ସଂପାଦକ ପଦବୀ ପାଇଁ ହେମନ୍ତ ପଣ୍ଡା, ସୋମନାଥ ମହାରଣା ନିଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଆସନ୍ତାକାଲି ଅନ୍ୟ କେତେଜଣ ପ୍ରାର୍ଥୀପତ୍ର ଦାଖଲ କରିବାର ସମ୍ଭାବନା ରହିଛି।

Categories
ଆଞ୍ଚଳିକ

ବିପର୍ଯ୍ୟୟ ପୁନଃରୁଦ୍ଧାର ପ୍ରକଳ୍ପର କାର୍ଯ୍ୟକାରିତା ନେଇ ଆଲୋଚନା

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଓଡ଼ିଶା ବିପର୍ଯ୍ୟୟ ପରିଚାଳନା ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ କୁମାର ଜେନା ଗଂଜାମ ଜିଲ୍ଲା ଗସ୍ତ କରି ଗଂଜାମ ଜିଲ୍ଲାପାଳଙ୍କ ସଦ୍‌ଭାବନା ସମ୍ମିଳନୀ କକ୍ଷଠାରେ ଖଲିକୋଟ, ଗଂଜାମ ଓ ରଙ୍ଗେଇଲୁଣ୍ଡା ବ୍ଲକ୍‌ରେ କାର୍ଯ୍ୟକାରିତା ହୋଇଥିବା ଓଡ଼ିଶା ବିପର୍ଯ୍ୟୟ ପୁନଃରୁଦ୍ଧାର ପ୍ରକଳ୍ପର କାର୍ଯ୍ୟକାରିତା ସଂପର୍କରେ ଆଲୋଚନା କରିଥିଲେ। ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ଆଲୋଚନା ବୈଠକରେ ଶ୍ରୀ ଜେନା ଯୋଜନା ସଂପର୍କିତ କାର୍ଯ୍ୟକାରିତା ସଂପର୍କରେ ପଚାରି ବୁଝି ଜଣାଇଥିଲେ ଯେ, ଯୋଜନାର ନିର୍ଦ୍ଦେଶନାମା ପ୍ରକାରେ ହିତାଧିକାରୀଙ୍କୁ ଅର୍ଥ ପ୍ରଦାନ କରନ୍ତୁ। ଯ’ଦ୍ୱାରା ସେମାନେ ଠିକ୍ ସମୟରେ ନିଜ ଗୃହ ନିର୍ମାଣ କାର୍ଯ୍ୟ ଶେଷ କରିପାରିବେ।

ଅଧିକାରୀ ଗଣ ବ୍ୟକ୍ତିଗତ ଭାବେ ଏହାର ଅଗ୍ରଗତି ଓ ସହାୟକଗୁଡ଼ିକ ପରିଚାଳନା କରନ୍ତୁ ତେବେ ଯାଇ କୌଣସି ସମସ୍ୟା ଦେଖାଯିବ ନାହିଁ। ତିନିମାସ ମଧ୍ୟରେ ଘର କାମ ଶେଷ କରିବାକୁ ହିତାଧିକାରୀଙ୍କୁ ଯେଉଁ ପ୍ରୋତ୍ସାହନ ରାଶି ଦିଆଯାଇ ସେମାନଙ୍କ ସ୍ଥାନାନ୍ତର ପ୍ରକ୍ରିୟା ରହିଛି ତାହା ଯେମିତି ଠିକ୍ ସମୟରେ ହେବ ସେଥିପ୍ରତି ଧ୍ୟାନ ଦିଅନ୍ତୁ ଓ ସଂପୃକ୍ତ ହିତାଧିକାରୀ ଉକ୍ତ ଗୃହରେ ରହିବା ଦିଗରେ ସୁନିଶ୍ଚିତ କରନ୍ତୁ। ବିଶ୍ୱବ୍ୟାଙ୍କ ସହାୟତାରେ କରାଯାଇଥିବା ସମସ୍ତ ଯୋଜନାର ଡ଼କ୍ୟୁମେଣ୍ଟ ଠିକ୍ କରି ରଖିବାକୁ ପରାମର୍ଶ ଦେଇଥିଲେ। ବିନିଯୋଗ ସମସ୍ତ ଅର୍ଥ ସଂପୃକ୍ତ ଅଡ଼ିଟର ସଂସ୍ଥା ଦ୍ୱାରା ଅଡ଼ିଟ୍ କରାଯାଇ ସରକାରୀ ଅର୍ଥର ସୁବିନିଯୋଗ ଦିଗରେ ଯାଞ୍ଚ କରାଯିବ।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅମୂଲ୍ୟ କୁମାର ସାହୁ, ଓଡ଼ିଶା ବିପର୍ଯ୍ୟୟ ପୁନଃରୁଦ୍ଧାର ପ୍ରକଳ୍ପ ଜିଲ୍ଲାସ୍ତରୀୟ ଅଧିକାରୀ ଡ. ବିଜୟାନନ୍ଦ ସେଠୀ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଡ. ଦିବ୍ୟଲୋଚନ ମହାନ୍ତି, ସଂପୃକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ସଂପୃକ୍ତ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସରକାରୀ ସ୍କୁଲ ବନ୍ଦ କରିବା ନିଷ୍ପତ୍ତିକୁ ଜୋର୍‌ଦାର ବିରୋଧ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଚଳିତବର୍ଷ ଗଂଜାମ ଜିଲ୍ଲାରେ ୪୩୩ରୁ ଅଧିକ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସରକାରଙ୍କ ନିର୍ଦ୍ଦେଶରେ ବନ୍ଦ ହେବାକୁ ଯାଉଛି। ଏହାକୁ ଗଂଜାମ ଜିଲ୍ଲା ଆମ୍ ଆଦମୀ ପାର୍ଟି ପକ୍ଷରୁ ଜୋର୍‌ଦାର ବିରୋଧ କରାଯିବା ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର ଏବଂ ଅନ୍ୟାନ୍ୟ ଦାବି ନେଇ ଜୋର୍‌ଦାର ବିରୋଧ କରିବା ସହ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ ରାଜ୍ୟ ସରକାର ପିଲା ସଂଖ୍ୟାର କମ୍ ଆଳ ଦେଖାଇ ସ୍କୁଲ ବନ୍ଦ କରୁଛନ୍ତି। କିନ୍ତୁ ଏହା ହାସ୍ୟାସ୍ପଦ। ରାଜ୍ୟ ସରକାରଙ୍କ ପରୋକ୍ଷ ପ୍ରୋତ୍ସାହନରେ ଛତୁ ଫୁଟିଲା ଭଳି ବେସରକାରୀ ସ୍କୁଲ ଖୋଲାଯାଉଛି। ଶିକ୍ଷାର ବଜାର ବୃଦ୍ଧି ପାଉଛି ତେଣୁ ସରକାରୀ ବିଦ୍ୟାଳୟଗୁଡ଼ିକୁ ବନ୍ଦ କରାଯିବା ଏକ ରାଜନୈତିକ ଚକ୍ରାନ୍ତ ସୃଷ୍ଟି କରୁଛି ବୋଲି ଆମ୍‌ଆଦମୀ ପାର୍ଟି ଅଭିଯୋଗ କରିଛି। ବିଦ୍ୟାଳୟରେ ଉପସ୍ଥାପନ ହ୍ରାସ ହେବା, ଶିକ୍ଷାର ମାନ ନିମ୍ନଗାମୀ ହେବା, ଶିକ୍ଷକ ମରୁଡ଼ି, ଗୁଣାତ୍ମକ ଶିକ୍ଷାର ଅଭାବ ସଂପର୍କରେ ଆଲୋଚନା ନ କରି ବିଦ୍ୟାଳୟଗୁଡ଼ିକୁ ବନ୍ଦ କରିବା ସରକାରଙ୍କ ଏକ ଦୁର୍ଭାଗ୍ୟଜନକ ନିଷ୍ପତ୍ତି।

ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ସରକାର ଶିକ୍ଷାବଜେଟ୍ ୨୫ପ୍ରତିଶତରୁ ଅଧିକ କରିଛି। ଶିକ୍ଷକ ନିଯୁକ୍ତି, ଉଚ୍ଚମାନର ପ୍ରଶିକ୍ଷଣ, ନୂଆ ଭିତ୍ତିଭୂମି ପ୍ରଭୃତି ଯୋଗାଇ ଦେବା ଦ୍ୱାରା ଶିକ୍ଷାର ମାନ ବୃଦ୍ଧି ପାଉଛି। ଛାତ୍ରଛାତ୍ରୀମାନେ ବେସରକାରୀ ସ୍କୁଲ ଛାଡ଼ି ସରକାରୀ ସ୍କୁଲରେ ଯୋଗ ଦେଉଛନ୍ତି। ଅନ୍ୟପଟେ ରାଜ୍ୟ ସରକାର ୨୧ ବର୍ଷ ଧରି ଶାସନ କରିଥିଲେ ହେଁ ଓଡ଼ିଶା ଶିକ୍ଷା ପାତାଳମୁଖୀ ହେଉଛି। ତେଣୁ ସରକାରୀ ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର, ଓଡ଼ିଶା ଶିକ୍ଷା ବଜେଟ୍ ୧୫ ପ୍ରତିଶତ କରିବା, ଶିକ୍ଷକଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ, ଅନୁଭବ ଆହରଣ, ଉପଯୁକ୍ତ ସମ୍ବଳର ବ୍ୟବହାର, ବିଷୟ ଭିତ୍ତିକ ଆବଶ୍ୟକୀୟ ଶିକ୍ଷକ ନିଯୁକ୍ତି, ଭିତ୍ତିଭୂମିର ବିକାଶ, ଶିକ୍ଷକଙ୍କୁ ଶିକ୍ଷାଦାନ ପାଇଁ ଆବଶ୍ୟକୀୟ ସମୟ ପ୍ରଦାନ, ସରକାରୀ ସ୍କୁଲ ପରିଚାଳନା କମିଟିକୁ ଅଧିକ କ୍ରୀୟାଶିଳ କରିବା ପ୍ରଭୃତି ଦାବି ରହିଛି।

ଓଡ଼ିଶା ପରି ଏକ ପଛୁଆ ଅଂଚଳ ବିକାଶ ପାଇଁ ସାର୍ବଜନୀନ ଏବଂ ଗୁଣାତ୍ମକ ଶିକ୍ଷାର ଆବଶ୍ୟକତା ରହିଛି। ତେଣୁ ସରକାର ଅନ୍ଧ ଭାବେ ବିଦ୍ୟାଳୟ ବନ୍ଦ କରିବା ନିଷ୍ପତ୍ତିରୁ କ୍ଷାନ୍ତ ରହି ଶିକ୍ଷାର ବିକାଶ ପାଇଁ ପଦକ୍ଷେପ ନେବାକୁ ଆମ୍‌ଆଦ୍‌ମି ପାର୍ଟି ଦୃଢ଼ ଦାବି ଉପସ୍ଥାପନ କରିଥିବା ଜିଲ୍ଲା ସଭାପତି ସୁବାଷ ଚନ୍ଦ୍ର ରାଉତ କହିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କରୋନା କଟକଣାରେ ୨ ହଜାର ଲୋକଙ୍କ ପାଇଁ ଭୋଜି: ୫୦ ହଜାର ଜୋରିମାନା ପକାଇଲେ ତହସିଲ୍‌ଦାର

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ କରୋନାର ପ୍ରକୋପ କମିଥିଲେ ମଧ୍ୟ ଏହା ସମୁଦାୟ ବିଦାୟ ନେଇନି। ଏହି ପରିପ୍ରେକ୍ଷରେ ଜିଲ୍ଲା ପ୍ରଶାସନ ବିଭିନ୍ନ ସ୍ଥାନରେ ଲୋକ ଜମା ହେବା ପାଇଁ ନିଷିଦ୍ଧାଦେଶ ଜାରି କରିବା ସହ ଅଳ୍ପ ଲୋକରେ ଭୋଜିଭାତ, ସାମାଜିକ କାର୍ଯ୍ୟକ୍ରମ ଏବଂ ବିବାହ, ବ୍ରତ ଆଦି କରିବାକୁ ଅନୁମତି ଦେଇଛନ୍ତି। କିନ୍ତୁ ଏହି କଟକଣାକୁ ଖୁଲମ୍‌ଖୁଲା ଉଲ୍ଲଂଘନ କରି କୁକୁଡ଼ାଖଣ୍ଡି ଅଂଚଳର ଜନୈକ ବ୍ୟକ୍ତି ଆଜି ୨ ହଜାର ଲୋକଙ୍କ ପାଇଁ ଖାଦ୍ୟ ରନ୍ଧନ କରିଥିବାବେଳେ କୁକୁଡ଼ାଖଣ୍ଡି ତହସିଲ୍‌ଦାର ଡ. ଇପ୍‌ସିତା ପ୍ରିୟଦର୍ଶିନୀ ମିଶ୍ର ପହଞ୍ଚି ଏହାକୁ ଭଣ୍ଡୁର କରିବା ସହ ଜୋରିମାନା ପକାଇଛନ୍ତି।

ଘଟଣାରୁ ପ୍ରକାଶ ଯେ କୁକୁଡ଼ାଖଣ୍ଡି ଗ୍ରାମର ପି. ସୁବାଷ ଆଜି ୨ ହଜାର ଲୋକ ଖାଇବା ପାଇଁ ବ୍ୟବସ୍ଥା କରିଥିଲେ। କୌଣସି ବିଶେଷ ସୂତ୍ରରୁ ଖବରପାଇ ତହସିଲ୍‌ଦାର ପ୍ରିୟଦର୍ଶିନୀ ମିଶ୍ର ଏଭଳି ଏକ ଭୋଜି ହେଉଥିବା ବିଷୟ ଉପଜିଲ୍ଲାପାଳଙ୍କୁ ଜଣାଇବା ସହ ସ୍ଥାନୀୟ ପୋଲିସ୍ ସହାତୟାରେ ଚଢ଼ାଉ କରିଥିଲେ। ଏତେ ପରିମାଣରେ ରନ୍ଧାଖାଦ୍ୟ ଦେଖି ତହସିଲ୍‌ଦାର ଶ୍ରୀମତୀ ମିଶ୍ର, ପି. ସୁବାଷଙ୍କୁ ଏହି କଥା ପଚାରିବାରେ ସେ କହିଥିଲେ ମୋର ପିତାଙ୍କ ଅଗଷ୍ଟ ମାସରେ ବିୟୋଗ ଘଟିଛି। କିନ୍ତୁ ଏହାର ଭୋଜି ବର୍ତ୍ତମାନ ମୁଁ ଦେଉଛି। କିନ୍ତୁ ଏହା ସଂପୂର୍ଣ୍ଣ ମିଥ୍ୟା ବୋଲି ଜାଣି ତହସିଲ୍‌ଦାର ତାଙ୍କୁ ତାଗିଦ୍ କରିବା ସହ ସମସ୍ତ ଖାଦ୍ୟକୁ ପାର୍ସେଲ୍ କରି ପ୍ରଦାନ ଯେଭଳି କରିବେ ବୋଲି ସତ୍ୟପାଠ ଲେଖିବାକୁ କହିଥିଲେ। ପି. ସୁବାଷ ସତ୍ୟପାଠ ଲେଖିବା ସହ କୋଭିଡ଼୍ ନିୟମର ଉଲ୍ଲଂଘନ କରୁଥିବାରୁ ୫୦ ହଜାର ଟଙ୍କା ଜୋରିମାନା ଦେଇଥିଲେ।

ସୂଚନାଯୋଗ୍ୟ ପି. ସୁବାଷ ଜଣେ ରାଜନୈତିକ ଗୋଷ୍ଠୀର ହୋଇଥିବାବେଳେ ଅଂଚଳର ଜନପ୍ରତିନିଧିଙ୍କ ସହାୟତାରେ ଏଭଳି ଭୋଜି ହେଉଥିବା ନେଇ ଚର୍ଚ୍ଚା ହେଉଛି। ତେବେ ତହସିଲ୍‌ଦାରଙ୍କ ଏଭଳି ବଳିଷ୍ଠ ନେତୃତ୍ୱକୁ ସବୁ ମହଲରୁ ସ୍ୱାଗତ କରାଯିବା ସହ ଏଭଳି କରୋନା ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ପୂର୍ବରୁ ମଧ୍ୟ ତହସିଲ୍‌ଦାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି କୋଟି କୋଟି ଟଙ୍କା ସାମଗ୍ରୀ ଜବତ କରୁଥିବାରୁ ସେ ଚର୍ଚ୍ଚାରେ ଅଛନ୍ତି। ତାଙ୍କର ବଳିଷ୍ଠ ନେତୃତ୍ୱକୁ ସବୁ ମହଲରେ ପ୍ରଶଂସା କରାଯାଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କୋଭିଡ୍ ଦ୍ୱିତୀୟ ପ୍ରବାହ ସଂକ୍ରମଣ ରୋକିବା ନେଇ ବୈଠକ: ପୁଣି ଆରମ୍ଭ ହେବ “ମୋ ଗାଁରେ ତହସିଲ୍‌”

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଅଧିକାଂଶ ଦେଶରେ ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ କୋଭିଡ଼୍ ସଂକ୍ରମଣ ପ୍ରବାହ ଆରମ୍ଭ ହୋଇଛି। ଯାହାକି ଭିନ୍ନ ଧରଣର ପ୍ରବାହ। ଏହି ପ୍ରବାହରେ ସଂକ୍ରମିତ ହେଲେ ନିଶ୍ଚିତ ରୂପେ ଜୀବନ ପ୍ରତି ବିପଦ ଦେଖାଦେଉଛି। ଯଦି ଏହି ପ୍ରବାହ ଗଂଜାମ ଜିଲ୍ଲାରେ ଆରମ୍ଭ ହୁଏ ତେବେ ତାହାକୁ ସମ୍ଭାଳିକା କଷ୍ଟକର ହୋଇଯି। ବର୍ତ୍ତମାନ ଉନ୍ନୟନ କାର୍ଯ୍ୟ କରିବାର ସମୟ ଆସୁଛି। ଏହି ସମୟରେ ଯଦି ଦ୍ୱିତୀୟ ପ୍ରବାହ ଯୋଗୁଁ ସଂକ୍ରମିତ ସଂଖ୍ୟା ବଢ଼େ ତେବେ ଏହାକୁ ପରିଚାଳନା କରିବା ଦିଗରେ ପୁଣି ସମସ୍ତ ପ୍ରଶାସନିକ ଶକ୍ତି ବିନିଯୋଗ ହେବ। ଯା’ ଦ୍ୱାରା ଉନ୍ନୟନ କାର୍ଯ୍ୟରେ ବାଧା ସୃଷ୍ଟି ହେବ।

ଜିଲ୍ଲାବାସୀଙ୍କୁ ସତର୍କତା ଏବଂ ସଚେତନତା ସୃଷ୍ଟି ଦିଗରେ ଆଜି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସମସ୍ତ ବ୍ଲକ୍‌ସ୍ତରୀୟ ଅଧିକାରୀଙ୍କଠାରୁ ଆରମ୍ଭ କରି ଜିଲ୍ଲାସ୍ତରୀୟ ଅଧିକାରୀ ପର୍ଯ୍ୟନ୍ତ ଭି.ସି. ଜରିଆରେ ଆଲୋଚନା କରି ଏହି କଥା ଉଲ୍ଲେଖ କରିଥିଲେ। ଯେଉଁମାନଙ୍କ ଦେହରେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି ସେମାନେ ମଧ୍ୟ ଏହି ନୂତନ ଭାଇରସ୍ ଦ୍ୱାରା ସଂକ୍ରମିତ ହେବାର ସମ୍ଭାବନା ଯଥେଷ୍ଟ ରହିଛି। ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଯେଉଁ ପର୍ଯ୍ୟନ୍ତ ଟୀକା କିମ୍ବା ଔଷଧ ପହଞ୍ଚିନାହିଁ, ସେ ପର୍ଯ୍ୟନ୍ତ ପ୍ରଥମେ ସଚେତନତା କରାଯିବ ଏବଂ ଦ୍ୱିତୀୟରେ ଚଢ଼ାଉ କାର୍ଯ୍ୟ ଜାରି ରଖିବାକୁ ହେବ। ପଞ୍ଚସୂତ୍ରୀ କାର୍ଯ୍ୟ ବିରକ୍ତିକର ଲାଗୁଛି କିନ୍ତୁ ତାହା ଦ୍ୱାରା ଜନଜୀବନ ବିପଦମୁକ୍ତ ହେଉଛି। ଟେଷ୍ଟିଂ ସଂଖ୍ୟା ବୃଦ୍ଧି, ସୁପର ସ୍ପେଡ଼ରଙ୍କ ଚିହ୍ନଟ, ସଂକ୍ରମିତ ବ୍ୟକ୍ତିଙ୍କ କଣ୍ଟ୍ରାକ୍ଟ ଟେସିଂ, ଗ୍ରାମ ପଞ୍ଚାୟତ ସ୍ତରରେ ବାହାରୁ ଆସୁଥିବା ବ୍ୟକ୍ତିଙ୍କ ତଥ୍ୟ ସଂଗ୍ରହ, ବଡ଼ ଦୋକାନ କିମ୍ବା ମଲ୍‌ଗୁଡ଼ିକରେ ଅକ୍ସିମିଟର ଓ ଥର୍ମାଲ ସ୍କିଂନି ସୁନିଶ୍ଚିତ କରିବା, କୋଭିଡ଼୍ ମନିଟର ଓ କୋଭିଡ଼ ସକ୍ଷୀ ପ୍ରଶିକ୍ଷଣ ଏବଂ ସେମାନଙ୍କୁ କାର୍ଯ୍ୟରେ ନିୟୋଜିତ କରିବା ଇତ୍ୟାଦି ସମସ୍ତ ବିଷୟକୁ ପାଳନ ଦିଗରେ ଜିଲ୍ଲାପାଳ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ଡ଼ିସେମ୍ବର ପହିଲା ପର୍ଯ୍ୟନ୍ତ ମନ୍ଦିରଗୁଡ଼ିକ ଖୋଲାଯିବ ନାହିଁ। ବର୍ତ୍ତମାନ ପିକ୍‌ନିକ୍ ବା ବଣଭୋଜି ସମୟ। ଏଣୁ ପିକ୍‌ନିକ୍ ସ୍ଥାନଗୁଡ଼ିକରେ ଗହଳିପୂର୍ଣ୍ଣ ବଣଭୋଜି, ମ୍ୟୁଜିକ୍‌କୁ ଜିଲ୍ଲା ପ୍ରଶାସନ ଦ୍ୱାରା ବାରଣ କରାଯାଇଛି। ପିକ୍‌ନିକ ସ୍ଥାନକୁ ଅଳ୍ପ ଲୋକଯାଇ ସେଠାର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ। ଏହି କାର୍ଯ୍ୟରେ ତହସିଲ୍‌ଦାର ତଦାରଖ କରିବାକୁ କୁହାଯାଇଥିଲା। ଗୋଟିଏ ଫୋନ୍ ନମ୍ବର ମଧ୍ୟ ଜାରି କରାଯାଇଛି। ଯଦି କୌଣସି ପିକ୍‌ନିକ୍ ସ୍ପଟରେ ଗହଳି ହୁଏ ଏବଂ କୋଭିନ୍ ନିୟମ ପାଳନ ହେଉନି, ତେବେ ଜନସାଧାରଣ ଏହି ନମ୍ବରରେ ଫୋନ୍ କରି ଜଣାଇବେ।

ସରକାରୀ ଅଧିକାରୀଗଣ ୫୦ ପ୍ରତିଶତ ସମୟ କାଯ୍ୟାଳୟରେ ଏବଂ ୫୦ ପ୍ରତିଶତ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରିବାକୁ ଫିଲ୍‌ଡ଼ ଭିଜିଟ୍ କରିବେ। ଜିଲ୍ଲାରେ ଥିବା ୨୪ ଗୋଟି ଆହାର କେନ୍ଦ୍ରକୁ ଆଜିଠାରୁ ଖୋଲାଗଲା। ଆହାର କେନ୍ଦ୍ର ନିକଟରେ ଜଣେ ସ୍ୱାସ୍ଥ୍ୟକର୍ମୀ ମୁତୟନ ରହି ତଥ୍ୟ ସଂଗ୍ରହ ନିମନ୍ତେ ରେଜିଷ୍ଟାର, ଅକ୍ସିମିଟର, ଥର୍ମାଲ୍ ସ୍କିନିଂ କରିବେ। ପୁଣିଥରେ ମୋ’ ଗାଁରେ ତହସିଲ୍ କାର୍ଯ୍ୟକ୍ରମ ତିନିମାସ ପାଇଁ ଆରମ୍ଭ କରାଯିବ। ଗାଁ ଲୋକେ ସେହିଠାରୁ ପ୍ରମାଣପତ୍ର, ମ୍ୟୁଟେସନ, ପଟ୍ଟା ପ୍ରଦାନ, ରାଜସ୍ୱ ଆଦାୟ କରାଯାଇ ଲୋକଙ୍କୁ ସୁବିଧା ପ୍ରଦାନ କରାଯିବ।

ବୈଠକରେ ବ୍ରହ୍ମପୁର ମହାନଗର ନିଗମ କମିଶନର ଡ. ସିଦ୍ଧେଶ୍ୱର ବଳିରାମ ବନ୍ଦାର, ଡ଼ିଆର୍‌ଡ଼ିଏ ପିଡ଼ି ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ବ୍ରହ୍ମପୁର ଉପଜିଲ୍ଲାପାଳ କୀର୍ତ୍ତି ଭାସନ ଭି. ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଓ ଅମୀୟ କୁମାର ସାହୁ, ଡୁଡ଼ାର ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଂଜନ ପୃଷ୍ଟି, ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ଡ. ଉମାଶଙ୍କର ମିଶ୍ର ଏବଂ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବିଭିନ୍ନ ଦାବି ନେଇ ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ସଂଘ ପକ୍ଷରୁ ଆର୍‌ଡ଼ିସିଙ୍କୁ ସ୍ମାରକପତ୍ର

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘ ଗଂଜାମ ଜିଲ୍ଲା ଶାଖା ପକ୍ଷରୁ ମଧ୍ୟବିତ୍ତ ପରିବାରର ବିଭିନ୍ନ ଦାବି ନେଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆର୍‌ଡ଼ିସିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଦାବି ମଧ୍ୟରେ ସରକାର ମଧ୍ୟବିତ୍ତ ବର୍ଗଙ୍କୁ ଚିହ୍ନଟ କରି ଏକ ତାଲିକା ପ୍ରକାଶ କରନ୍ତୁ, ସେମାନଙ୍କ ଆର୍ଥିକ ଅବସ୍ଥା ଉନ୍ନତି ତଥା ଜୀବନ ଜୀବିକା ପାଇଁ ଏକ ଆଇନ ଆଣନ୍ତୁ ଏବଂ ଏକ କମିଟି ଗଠନ କରି ସେମାନଙ୍କ ଆର୍ଥିକ ସ୍ଥିତି ଅନୁସାରେ ବର୍ଗୀକରଣ କରାଯାଉ, କେତେକ ମଧ୍ୟବିତ୍ତ ରାସନ କାର୍ଡ଼, ବିପିଏଲ୍ କାର୍ଡ଼, ଶ୍ରମିକ କାର୍ଡ଼ ପାଇବାରୁ ବଂଚିତ ହୋଇଛନ୍ତି। ସେମାନଙ୍କୁ ପକ୍ଷପାତ ନକରି ତୁରନ୍ତ ଆର୍ଥିକ ପ୍ୟାକେଜ ଘୋଷଣା କରନ୍ତୁ, ପ୍ରତ୍ୟେକ ମଧ୍ୟବିତ୍ତ ପରିବାରକୁ ୬ ମାସ ପାଇଁ ବିଜୁଳି ଦେୟ, ଜଳକର ଛାଡ଼ କରାଯିବା ସହ ପରିବାରକୁ ମାସକୁ ୨୦୦ ୟୁନିଟ ମାଗଣା ବିଜୁଳି ଯୋଗାଇ ଦିଆଯାଉ, ୨୦୧-୪୦୧ ୟୁନିଟ ପ୍ରର୍ଯ୍ୟନ୍ତ ବିଜୁଳି ବ୍ୟବହାରକାରୀଙ୍କୁ ୫୦ ପ୍ରତିଶତ ରିହାତି ଦିଆଯାଉ, ମଧ୍ୟବିତ୍ତ ପରିବାର ପ୍ରଥମ ଶ୍ରେଣୀରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ବେସରକାରୀ ବିଦ୍ୟାଳୟରେ ପଢ଼ୁôଥବା ଛାତ୍ରଛାତ୍ରୀଙ୍କ ସମସ୍ତ ଫି’ ଛାଡ଼ କରିବା ସହ ମାସକୁ ୧ହଜାର ଆର୍ଥିକ ସହାୟତା ଦିଆଯାଉ, ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମାଧ୍ୟମରେ ଶିକ୍ଷାଋଣ ପ୍ରଦାନ କରାଯାଉ, ୧୮ ବର୍ଷରୁ ଉର୍ଦ୍ଧ୍ୱ ଶିକ୍ଷିତ ବେକାରୀଙ୍କୁ ନିଯୁକ୍ତି ଦିଆଯାଉ ଏବଂ ନିଯୁକ୍ତି ପାଇବା ପର୍ଯ୍ୟନ୍ତ ମାସକୁ ସର୍ବନିମ୍ନ ୫ହଜାର ବେକାରୀ ଭତ୍ତା ସରକାର ଦିଅନ୍ତୁ, ପ୍ରତ୍ୟେକ ମଧ୍ୟବିତ୍ତ ପରିବାରକୁ ପ୍ରଧାନମନ୍ତ୍ରୀଙ୍କ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ କରି ସରକାରୀ ବା ବେସରକାରୀ ଚିକିତ୍ସାଳୟରେ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚ ବହନ କରନ୍ତୁ, ରାଜ୍ୟରେ ତାଲା ବନ୍ଦ ଯୋଗୁଁ ଜୀବିକା ହରାଇଥିବା ସମସ୍ତ ଆଇନଜୀବୀଙ୍କୁ ମାସିକ ୧୫ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଉ, ମନ୍ଦିର, ଦେବାନୁଷ୍ଠାନରେ କାମ କରୁଥିବା ପୂଜକଙ୍କୁ ମାସିକ ନିମ୍ନନିମ୍ନ ୫ ହଜାର ଟଙ୍କା ପେନସନ ଦେବାର ବ୍ୟବସ୍ଥା କରନ୍ତୁ। ସ୍ମାରକପତ୍ର ଦେବା ସମୟରେ ଉପଦେଷ୍ଟା ପ୍ରଣବ କୁମାର ପଣ୍ଡା, ଜାତୀୟ ସଂପାଦକ କେ. ବାଲରାଜୁ ଆଚାରୀ, ରାଜେନ୍ଦ୍ର ପଣ୍ଡା, ପ୍ରଫୁଲ କର ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଗଂଜାମ ଜିଲ୍ଲାରେ ୨୪ ନୂତନ ସଂକ୍ରମିତ ଚିହ୍ନଟ, ୧ ମୃତ: ସୁସ୍ଥ ହେଲେ ୨୯

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆଜି ଗଂଜାମ ଜିଲ୍ଲାରେ ନୂତନ ଭାବେ ୨୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣେ ୬୨ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି ଯେକି ଉଚ୍ଚରକ୍ତଚାପ ରୋଗରେ ମଧ୍ୟ ପୀଡ଼ିତ ଥିଲେ। ତେବେ ବର୍ତ୍ତମାନ ବ୍ରହ୍ମପୁର ମହାନଗର ନିଗମ ଏବଂ ପାଖ ରଙ୍ଗେଇଲୁଣ୍ଡା ବ୍ଲକ୍‌ରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି। ଯାହାକି ଏକ ଚିନ୍ତାଜନକ ବିଷୟ। କରୋନା ସଂକ୍ରମଣର ଯଦି ଦ୍ୱିତୀୟ ୱେଭ୍ ଆରମ୍ଭ ହୋଇଯିବ ତେବେ ଏହା ଅତି ଭୟଙ୍କର ହେବ। ବର୍ତ୍ତମାନ ବହୁ ବ୍ୟକ୍ତି ଆଉ ଆଗଭଳି କରୋନା ନିୟମକୁ ପାଳନ କରୁଥିବା ଦେଖାଯାଉନି। ବିଶେଷକରି ବ୍ରହ୍ମପୁର ମହାନଗର ନିଗମ ଏବଂ ଆଖପାଖ ସହରାଞ୍ଚଳରେ ଲୋକେ ବେଖାତିର ହୋଇଗଲେଣି।

ଗତକାଲି ପରୀକ୍ଷା ସଂଖ୍ୟାରେ ସାମାନ୍ୟ ବୃଦ୍ଧି ଘଟି ୩୮୮୫ଟି ସ୍ୱାବ୍ ପରୀକ୍ଷା କରାଯାଇଛି। ୨୪ ସଂକ୍ରମିତ ମଧ୍ୟରେ ୨୨ ଜଣ ସ୍ଥାନୀୟ ଏବଂ ୨ ଜଣ କରୋନା ଯୋଦ୍ଧା ଅଛନ୍ତି। ବ୍ରହ୍ମପୁର ମହାନଗର ନିଗମରେ ୮ ଜଣ ଏବଂ ଆଖପାଖ ସାନଖେମୁଣ୍ଡି ବ୍ଲକ୍‌ରେ ୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହପରି ଭଂଜନଗରରେ ୨, ଗଂଜାମରେ ୫, ହିଂଜିଳିକାଟୁରେ ୨, କୁକୁଡ଼ାଖଣ୍ଡିରେ ୧ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ୨୧୧୪୭ ସଂକ୍ରମିତ ଚିହ୍ନଟ ହେବା ପରେ ଆଜିର ୨୯ ସୁସ୍ଥକୁ ମିଶାଇ ୨୦୭୭୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଉ ମାତ୍ର ୧୩୯ ଟି ଆକ୍ଟିଭ୍ ମାମଲାରେ ଥିବାବେଳେ ୨୨୯ ଜଣଙ୍କ ମୁଣ୍ଡ ନେଲାଣି କରୋନା।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଜିଲ୍ଲାସ୍ତରୀୟ ଶପଥପାଠ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଚଳିତ ମାସ ୨୭ ତାରିଖଠାରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ପାଳିତ ହେବ। ଚଳିତବର୍ଷର ବିଷୟବସ୍ତୁ ସତର୍କ ଭାରତ, ସମୃଦ୍ଧ ଭାରତ ରଖାଯାଇଛି। ଏହି ଅବସରରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ପୌରୋହିତ୍ୟରେ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଶପଥପାଠ କରାଇ ଦୁର୍ନୀତି ନିବାରଣ ଦିଗରେ ସରକାରଙ୍କ ଦ୍ୱାରା କରାଯାଉଥିବା ସମସ୍ତ ବ୍ୟବସ୍ଥାକୁ କଡ଼ାକଡ଼ି ପାଳନ କରିବା ଉପରେ ଗୁରୁତ୍ୱ ଦେଇଥିଲେ।

ଦେଶ ପ୍ରଗତି ପଥରେ ଦୁର୍ନୀତି ବାଧକ ସାଜୁଛି। ଏଣୁ ଦୁର୍ନୀତି ସଂପୂର୍ଣ୍ଣ ହଟିଲେ ଦେଶ ପ୍ରଗତି ଦିଗରେ ଅଗ୍ରସର ହେବ। ଏ ଦିଗରେ ସମସ୍ତ ନାଗରିକ ସଚେତନ ହେବା ଜରୁରୀ। ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଚଳିତ ବର୍ଷର ସତର୍କ ଭାରତ, ସମୃଦ୍ଧ ଭାରତ ବିଷୟବସ୍ତୁକୁ ନେଇ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେବ।

ଏଥିରେ ସମସ୍ତ କର୍ମଚାରୀ ଏବଂ କର୍ମଚାରୀଙ୍କ ପରିବାରବର୍ଗଙ୍କ ସଦସ୍ୟଗଣ ଅଂଶଗ୍ରହଣ କରିପାରିବେ। କୋଭିଡ଼୍ କଟକଣା ଯୋଗୁଁ ଚଳିତବର୍ଷର ଏହି ପ୍ରତିଯୋଗିତାଟି ହ୍ୱାଟସ ଆପ୍‌ରେ ଅନୁଷ୍ଠିତ ହେବ। ପ୍ରତିଯୋଗୀ ଓଡ଼ିଆ କିମ୍ବା ଇଂରାଜୀ ଭାଷାରେ ଯେକୌଣସି ଗୋଟିଏ ଭାଷାରେ ବକ୍ତୃତା ପ୍ରେରଣ କରିପାରିବେ। ବକ୍ତୃତା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସକାଶେ ୩ ମିନିଟ୍ ସମୟସୀମା ମଧ୍ୟରେ ଏକ ଭିଡ଼ିଓ ରେକଡ଼ିଂ କରି ହ୍ୱାଟସ୍ ଅପ୍ ନଂ ୯୮୬୧୦୧୪୮୩୫କୁ ଚଳିତ ମାସ ୩୦ ତାରିଖ ଦିନ ଦିବା ୧୦ ଘଣ୍ଟାରୁ ୧୧ ଘଣ୍ଟା ମଧ୍ୟରେ ପ୍ରତିଯୋଗୀ ସେମାନଙ୍କ ହ୍ୱାଟସ୍ ଅପ୍ ନମ୍ବରରୁ ପ୍ରେରଣ କରିବେ। ସବିଶେଷ ତଥ୍ୟ ନିମନ୍ତେ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟରୁ ଅବଗତ ହୋଇପାରିବେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଗଂଜାମ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ରୋକିବା ନେଇ ବୈଠକ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ଯେଭଳି ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ନ ହେବେ ଏବଂ ଏହି ସଂକ୍ରମଣକୁ ରୋକିବା ନେଇ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଭି.ସି. ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ଆଶା ନେଇ ଜିଲ୍ଲା ପ୍ରଶାସନ ଦ୍ୱାରା ଏଥିପୂର୍ବରୁ କରାଯାଇଥିବା ସମସ୍ତ ବ୍ୟବସ୍ଥାକୁ ପୁନଃ ପ୍ରଚଳନ କରିବା ନେଇ ଜିଲ୍ଲାପାଳ ସମସ୍ତ ଉପଜିଲ୍ଲାପାଳ ଓ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ଭି.ସି. ମାଧ୍ୟମରେ ସତର୍କ କରାଇ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ପୁଣିଥରେ ଲକ୍‌ଡ଼ାଉନ୍ ଲଗାଇବାକୁ ସରକାର ଚାହାଁନ୍ତି ନାହିଁ। ସ୍ୱାବ୍ ସଂଗ୍ରହ କରି ନମୁନା ପରୀକ୍ଷା କାର୍ଯ୍ୟକୁ ବ୍ୟାପକ କରିବାକୁ ହେବ। ବର୍ତ୍ତମାନ ସମୟରେ ସଂକ୍ରମଣ କିଭଳି ବ୍ୟାପୁଛି ତାକୁ ତଦାରଖ କରିବାକୁ ପଡ଼ିବ।

ବର୍ତ୍ତମାନ ପୁଣି ଏମ୍‌କେସିଜି ମେଡ଼ିକାଲ୍‌ରେ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି। ଏହାର କାରଣ ଖୋଜିବା ସକାଶେ ସଂକ୍ରମିତ ବ୍ୟକ୍ତିଙ୍କର ସଂପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇ ସେଇ ଅନୁଯାୟୀ କାର୍ଯ୍ୟପନ୍ଥା ସ୍ଥିର କରିବାକୁ କହିଛନ୍ତି। ଜିଲ୍ଲାରେ କରୋନା ସଂକ୍ରମିତ ହୋଇ କେହି ଯେପରି ମୃତ୍ୟୁମୁଖରେ ପଡ଼ିବେ ନାହିଁ, ସେ ଲକ୍ଷ୍ୟ ନେଇ କାର୍ଯ୍ୟ କରିବାକୁ ପଡ଼ିବ। ସଚେତନତା କାର୍ଯ୍ୟକ୍ରମକୁ ଜୋର୍‌ଦାର କରିବା ସହିତ “ଆମ ସ୍ୱାସ୍ଥ୍ୟ ଆମ ଦାୟିତ୍ୱ” ଯୋଜନାକୁ ବ୍ୟାପକ କରି ଶିକ୍ଷକ, ଅଙ୍ଗନୱାଡ଼ି କର୍ମୀ ଓ ଆଶାକର୍ମୀଙ୍କୁ ନେଇ ଗଠିତ ଟିମ୍ ଜରିଆରେ ମେଗାସ୍ୱାସ୍ଥ୍ୟ ସ୍କ୍ରିନିଂ କରି ପ୍ରତି ଘରେ ତଥ୍ୟ ଥାଇ ପୋଷ୍ଟକାର୍ଡ଼ ସାଇଜର ଷ୍ଟିକର ଲଗାଯିବ। କୌଣସି ବାସଗୃହ ଯେପରି ବାଦ୍ ପଡ଼ିବେ ନାହିଁ ସେ ଦିଗରେ ସୁନିଶ୍ଚିତ କରି ନଭେମ୍ବର ପହିଲାରୁ ଏହି କାର୍ଯ୍ୟ ଆରମ୍ଭ କରାଯିବ।

ସାଇକେଲ୍ ରାଲି, ଜୁମ୍ ମିଟିଂ, ପଞ୍ଚସୂତ୍ର ନିୟମ, ଟୁଇଟ୍ ଦ୍ୱାରା ସଚେତନତା ବର୍ତ୍ତା, ହୋମ୍ ଆଇସେଲେସନ୍‌ରେ ରହିଥିବା ବ୍ୟକ୍ତିଙ୍କୁ କିଟ୍ ପ୍ରଦାନ, ସଂକ୍ରମିତ ବ୍ୟକ୍ତିଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ ଇତ୍ୟାଦି କାର୍ଯ୍ୟକୁ ବ୍ୟାପକ କରିବା ନେଇ ଆଲୋଚନା କରିଥିଲେ। ପଞ୍ଚସୂତ୍ରୀ ନିୟମକୁ କଡ଼ାକଡ଼ି କରି ଟିମ୍ ଦ୍ୱାରା ଯାଞ୍ଚ କରାଯାଇ ପ୍ରତି ଦୋକାନକୁ କୋଭିଡ଼୍ ନିରାପତ୍ତା (କୋଭିଡ଼୍‌ସେଫ୍‌) ପ୍ରମାଣପତ୍ର ପ୍ରଦାନ କରାଯିବ। ନିୟମ ଖିଲାପ ଦୋକାନକୁ ବନ୍ଦ କରାଯିବ। ସ୍ଥାନେ ସ୍ଥାନେ ମାସ୍କ ଚେକ୍ ପଏଣ୍ଟ କରି ଲୋକଙ୍କ ମାସ୍କ ପରିଧାନକୁ ସୁନିଶ୍ଚିତ କରାଯିବ। ପ୍ଲାଜମା ଦାନ ସଂଖ୍ୟା ବୃଦ୍ଧି କରିବାକୁ ପଡ଼ିବ। ସମସ୍ତ ସଚେତନତା କାର୍ଯ୍ୟ ପରେ ଚଢ଼ାଉ କରିବା ନିମନ୍ତେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ଉପଜିଲ୍ଲାପାଳ ଗଣ ନୋଡ଼ାଲ୍ ଅଧିକାରୀ ଭାବେ ସମସ୍ତ କାର୍ଯ୍ୟ ସଂପାଦନ କରିବେ। ବ୍ରହ୍ମପୁର ସହରକୁ ଅଧିକ ଫୋକସ୍ ଦେବା ସକାଶେ ମହାନଗର ନିଗମ କମିଶନର କଡ଼ା ଦୃଷ୍ଟି ଦେବେ। ହୋମ୍ ଆଇସୋଲେସନ୍ ଏବଂ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ସଂକ୍ରମିତ ବ୍ୟକ୍ତିଙ୍କୁ ଅଧିକ ଧ୍ୟାନ ଦେବାକୁ କହିବା ସହିତ ଶ୍ୱାସଜନୀତ ସମସ୍ୟା ରୋଗୀ ଓ ଗୁରୁତ୍ୱପୂର୍ଣ୍ଣ ରୋଗୀଙ୍କୁ ସ୍ୱତନ୍ତ୍ର ଭାବେ ଧ୍ୟାନଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ପିଛା ଛାଡ଼ୁନି: ମୃତ୍ୟୁସଂଖ୍ୟା ୮ ରୁ ପୁଣିଥରେ ଦ୍ୱାର ଦ୍ୱାର ବୁଲି ସ୍ୱାସ୍ଥ୍ୟ ଯାଞ୍ଚ ସହ ଆଣ୍ଟିଜେନ୍ ପରୀକ୍ଷା

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲାକୁ ମୃତ୍ୟୁସଂଖ୍ୟା ପିଛା ଛାଡ଼ୁନି। ଆକ୍ଟିଭ୍ ମାମଲା କମ୍ ଥିଲେ ମଧ୍ୟ ମୃତ୍ୟୁସଂଖ୍ୟା ପୂର୍ବବତ୍ତ ଉଚ୍ଚ ରହିଛି। ସାରା ରାଜ୍ୟର ପ୍ରାୟ ଅଧା ମୃତକ ହେଉଛନ୍ତି ଗଂଜାମ ଜିଲ୍ଲାରେ। ସୂଚନାଯୋଗ୍ୟ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ଗଂଜାମ ଜିଲ୍ଲାରୁ ଅଧିକ ହୋଇଥିବାବେଳେ ଗଂଜାମ ତୁଳନାରେ ମୃତ୍ୟୁସଂଖ୍ୟା କିନ୍ତୁ କମ୍ ରହିଛି। ଗଂଜାମ ଜିଲ୍ଲାର ରବିବାର ସୁଦ୍ଧା ୨୦୪ ଜଣଙ୍କ ମୃତ୍ୟୁ ଘଟିଥିବା ଏହା ଚିନ୍ତାଜନକ ବିଷୟ। କେଉଁ କାରଣରୁ ଏଭଳି ପ୍ରତିଦିନ ମୃତ୍ୟୁ ଘଟୁଛି ତାହା ନେଇ ପ୍ରଶାସନ ନିକଟରେ କୌଣସି ଉତ୍ତର ନାହିଁ।

ରବିବାର ସକାଳ ସୁଦ୍ଧା ୯୧୮ ଆକ୍ଟିଭ୍ ମଧ୍ୟରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ପ୍ଲାଜମା ଥେରାପୀ ଚାଲିଛି, ପ୍ଲାଜମାର ବି ଅଭାବ ନାହିଁ, ରୋଗୀ ତୁଳନାରେ ବେଡ଼୍ ଅଧିକ, ଅକ୍ସିଜେନ୍ ସୁବିଧା, ଆଇସିୟୁ, ଡ଼ାକ୍ତର ସବୁ ସୁବିଧା ଥିଲେ ମଧ୍ୟ ମୃତ୍ୟୁସଂଖ୍ୟା ନ କମିବା ଚିନ୍ତାଜନକ। ମୃତ୍ୟୁର ମୁଖ୍ୟ କାରଣ ହେଉଛି ଲୋକମାନେ ଡ଼େରିରେ ମେଡ଼ିକାଲ୍ ଯିବା। କରୋନାର କୌଣସି ଲକ୍ଷଣ ଦେଖାଦେଲା ଲୋକମାନେ ମେଡ଼ିସିନ୍ ଷ୍ଟୋରରୁ ପ୍ରଥମେ ମେଡ଼ିସିନ୍ ଖାଇ କିଛି ଦିନ ପରେ ଲକ୍ଷଣରେ କୌଣସି ଉନ୍ନତି ନହେଲେ ମେଡ଼ିକାଲ୍ ଯାଉଛନ୍ତି। ତା’ ଦ୍ୱାରା ରୋଗ ଦେହରେ ବହୁତ ବଢ଼ିଯାଇଛି। ଯାହାଫଳରେ ରୋଗୀ ଗୁରୁତର ହୋଇ ମୃତ୍ୟୁବରଣ କରୁଛି ବୋଲି ଚର୍ଚ୍ଚା ହେଉଛି।

ତେବେ ଏଥିପାଇଁ ପ୍ରଶାସନ ପୁଣିଥରେ ଦ୍ୱାର ଦ୍ୱାର ବୁଲି “ଆଣ୍ଟିଜେନ୍ ପରୀକ୍ଷା କେମ୍ପଇନ୍‌” କରିବାକୁ ଯାଉଛନ୍ତି। ଜିଲ୍ଲାରେ ୮ ତାରିଖଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଦ୍ୱାର ଦ୍ୱାର ବୁଲି ଲକ୍ଷଣଥିବା ଲୋକଙ୍କୁ ଚିହ୍ନଟ କରି ସେମାନଙ୍କ ଅକ୍ସିଜେନ ଲେଭେଲ୍ ଯାଞ୍ଚ କରାଯିବ ଏବଂ ସେମାନଙ୍କୁ ମେଡ଼ିକାଲ୍ ପଠାଯିବ। ଦ୍ୱାର ଦ୍ୱାର ବୁଲିବା ଯୋଗୁଁ ଅତିଶୀଘ୍ର ଲକ୍ଷଣ ଥିବା ରୋଗୀଙ୍କୁ ଚିହ୍ନଟ କରାଯାଇପାରିବ ଏବଂ ମୃତ୍ୟୁ ମୁଖରୁ ଲୋକଙ୍କୁ ତୁରନ୍ତ ବଂଚାଇ ଦିଆଯାଇପାରିବ। ତେବେ ଅନ୍ୟ ଗୋଟିଏ କଥା ଲକ୍ଷ୍ୟ କରାଯାଉଛି ଯେ, ମୃତ୍ୟୁବରଣ କରୁଥିବା ରୋଗୀଙ୍କ ମଧ୍ୟରେ ପ୍ରାୟ ସମସ୍ତେ ମଧୁମେହ, ଉଚ୍ଚରକ୍ତଚାପ ରୋଗରେ ପୀଡ଼ିତ। କରୋନା ଚିକିତ୍ସା ସହ ମେଡ଼ିକାଲ୍‌ରେ ସେମାନଙ୍କୁ ଏହି ରୋଗଗୁଡ଼ିକର ଚିକିତ୍ସା କରାଗଲେ ବୋଧେ ଏଗୁଡ଼ିକ ଅନିୟନ୍ତ୍ରିତ ହେବ ନାହିଁ। ଫଳରେ ମୃତ୍ୟୁସଂଖ୍ୟା କମିବ।

ବର୍ତ୍ତମାନ ଜିଲ୍ଲାରେ ତଥା ବ୍ରହ୍ମପୁର ମହାନଗର ନିଗମରେ ସମସ୍ତ ପ୍ରକାର କଟକଣା ମୁକ୍ତ ହୋଇଛି। ଫଳରେ ଲୋକେ ଧିରେ ଧିରେ ସାମାନ୍ୟ ଜୀବନ ବଂଚିବା ଆରମ୍ଭ କଲେଣି। ନିୟମ କାନୁନ୍ ମାନୁନଥିବାରୁ କରୋନା ସଂକ୍ରମଣ ପୁଣି ଥରେ ଲେଉଟିବା ଧିରେ ଧିରେ ଆରମ୍ଭ କଲାଣି। କେତେକ ଦୋକାନୀ ପଞ୍ଚସୂତ୍ର ନିୟମର ଖୁଲମ୍‌ଖୁଲା ଉଲ୍ଲଂଘନ କରୁଥିବାବେଳେ ପରିବା ଦୋକାନ ଏବଂ ମାଛ ମାର୍କେଟରେ ଜଣେ ହେଲେ ବି ମାସ୍କ ପିନ୍ଧୁନାହାନ୍ତି କିମ୍ବା ଠିକ୍ ରୂପେ ମାସ୍କକୁ ବ୍ୟବହାର କରୁନାହାନ୍ତି। ଏମାନଙ୍କ ମଧ୍ୟରୁ ବହୁ ବୃଦ୍ଧ, ବୃଦ୍ଧା ଶ୍ରେଣୀର ଲୋକ ମଧ୍ୟ ଅଛନ୍ତି। କରୋନା ସଂପୂର୍ଣ୍ଣ ରୂପେ ଯାଇନି, ତେଣୁ ନିୟମ କଟକଣା ମାନି ଚଳିବାକୁ ପ୍ରଶାସନ ପକ୍ଷରୁ ବାରମ୍ବାର ନିବେଦନ କରାଯାଉଛି।

Categories
ଆଞ୍ଚଳିକ ବିଶେଷ ଖବର ରାଜ୍ୟ ଖବର

ଶହେ ତଳକୁ ଖସିଲା ସଂକ୍ରମଣ: ତଥାପି ସତର୍କ ରହିବାକୁ ପଡ଼ିବ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ବହୁ ଦିନ ପରେ ଆଜି କରୋନା ସଂକମ୍ରଣ ଶହେ ତଳକୁ ଖସିଛି। ଫଳରେ ଗଂଜାମବାସୀ ଟିକେ ଅଶ୍ୱସ୍ତି ହୋଇଥିବା ଦେଖିବାକୁ ମିଳିଛି। କିନ୍ତୁ ଏହି ଅଶ୍ୱସ୍ତିକୁ ନିୟମ ମାନିବାରେ ଅବହେଳାରେ ପରିଣତ କରିଲେ ପୁନର୍ବାର ସଂକ୍ରମଣ ବ୍ୟାପିବାର ଭୟ ରହିଛି। ଅନେକ ଦେଶରେ ତଥା ଆମ ଦେଶର ବିଭିନ୍ନ ସହରରେ ଦେଖିବାକୁ ମିଳିଛି ଯେ, ସଂକ୍ରମଣ ସଂଖ୍ୟା କମିଯାଇଥିଲେ ମଧ୍ୟ ଲୋକଙ୍କ ନିୟମ ନ ମାନିବା ଯୋଗୁଁ ପୁଣିଥରେ ଦ୍ୱିତୀୟ ୱେଭ୍ ଆସିଛି। ଫଳରେ ସଂକ୍ରମଣ ସଂଖ୍ୟା ପୁନର୍ବାର ବଢ଼ିଛି। ତେଣୁ ଜିଲ୍ଲା ପ୍ରଶାସନ ସଂକ୍ରମଣ କମିଥିଲେ ମଧ୍ୟ ସତର୍କ ରହିବା ଜରୁରୀ ବୋଲି କହିଛି। ତେଣୁ ଦୋକାନୀଙ୍କୁ ପଞ୍ଚସୂତ୍ର ମାନିବାକୁ କହିଛନ୍ତି। ଯେଉଁମାନେ ମାସ୍କ ପିନ୍ଧିବେନି ସେମାନଙ୍କୁ ସାମଗ୍ରୀ ପ୍ରଦାନ କରିବାକୁ ମନା କରିବା, ମାସ୍କଗୁଡ଼ିକ ସଠିକ୍ ଢ଼ଂଗରେ ପିନ୍ଧିବା ନାକ ଏବଂ ପାଟିକୁ ଘୋଡ଼ାଇ ରଖିବାକୁ ହେବ।

ଗଂଜାମରେ ମୁଖ୍ୟତଃ ସଂକ୍ରମଣ କମିବାର କାରଣ ସାମାଜିକ ଦୂରତା ଅବଲମ୍ବନ, ଦ୍ୱାର ଦ୍ୱାର ସର୍ଭେ, ଦୃଢ଼ କଣ୍ଟେନମେର୍ଟ ପଲିସି, କମ୍ୟୁନିଟି ଏବଂ କୋଭିଡ଼୍ ମନିଟେରିଂ, ଅତ୍ୟଧିକ ଟେଷ୍ଟିଂ, ଭଲ ଚିକତ୍ସା ପାଇଁ ସଂକ୍ରମଣ ସଂଖା ୧୦୦ରୁ କମିଥିବା ଗଂଜାମ ପ୍ରଶାସନ କହିଛି। ତେଣୁ ଆଗାମୀ ଦିନରେ ମଧ୍ୟ ସମସ୍ତେ ପଞ୍ଚସୂତ୍ରୀ ନିୟମ ମାନିବା ସହ, ମାସ୍କ ପିନ୍ଧିବା, ସାମାଜିକ ଦୂରତା ଏବଂ ଅନ୍ୟାନଞ ନିୟମକୁ ମାନି ଚଳିଲେ ଜିରୋ ଆକ୍ଟିଭ୍‌ର ଲକ୍ଷ୍ୟ ହାସଲ ହେବ। ଆଜି ୯୭ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଗତକାଲି ସମୁଦାୟ ୯୯୯୯ ଟି ପରୀକ୍ଷା ପାଇଁ ପଠାଯାଇଥିବାବେଳେ ସୁସ୍ଥ ସଂଖ୍ୟା ୯୩ ପ୍ରତିଶତରୁ ଉର୍ଦ୍ଧ୍ୱ ହେଲାଣି।

ଆଜି ସଂକ୍ରମିତ ତାଲିକାରେ ୭ ଜଣ କରୋନା ଯୋଦ୍ଧା ଥିବାବେଳେ ୯୦ ଜଣ ସ୍ଥାନୀୟ ସଂକ୍ରମିତ ବ୍ୟକ୍ତି ବିଭିନ୍ନ ବ୍ଲକ୍‌ରୁ ରହିଛନ୍ତି। ବୁଗୁଡ଼ା, ଧରାକୋଟ, ଖଲିକୋଟ, ସାନଖେମୁଣ୍ଡି, ଶେରଗଡ଼ ବ୍ଲକ୍‌ରୁ ଜଣେ ହେଲେ ବି ସଂକ୍ରମିତ ଚିହ୍ନଟ ହୋଇନଥିବା ବେଳେ ବ୍ରହ୍ମପୁର ମହାନଗର ନିଗମକୁ କେବଳ ୧୨ ଜଣ ଚିହ୍ନଟ ହୋଇଛନ୍ତି। ବ୍ରହ୍ମପୁର ମହାନଗର ନିଗମରେ ସମୁଦାୟ ୩୩୧୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୩୦୪୧ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ୨୧୯ ଜଣ ଆକ୍ଟିଭ୍ ମାମଲା ଥିବାବେଳେ ୫୮ ଜଣଙ୍କ ମୃତ୍ୟୁ ଘଟିଛି। ସେହିଭଳି ସମୁଦାୟ ଗଂଜାମ ଜିଲ୍ଲାରେ ୧୮୪୪୨ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜିର ୨୧୨ ସୁସ୍ଥକୁ ମିଶାଇଲେ ସମୁଦାୟ ସୁସ୍ଥ ସଂଖ୍ୟା ୧୭୩୭୪ରେ ପହଞ୍ଚିଛି। ୮୬୧ ଜଣ ଆକ୍ଟଭ୍ ଥିବାବେଳେ ୧୯୯ ଜଣଙ୍କ ମୁଣ୍ଡ ନେଲାଣି କରୋନା।

Categories
ଆଞ୍ଚଳିକ

ଗଂଜାମ ଜିଲ୍ଲାରେ ପୁନଃ ଟ୍ରେନ ରହଣି ନେଇ ଦାବି କଲା ଜିଲ୍ଲା କଂଗ୍ରେସ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ରାଜ୍ୟ ସରକାର ଗଂଜାମ ଜିଲ୍ଲାରେ କରୋନା ସଂକ୍ରମଣକୁ ଦେଖି ବ୍ରହ୍ମପୁର ତଥା ଜିଲ୍ଲାରେ ଟ୍ରେନ ସେବା ବ୍ୟବସ୍ଥାକୁ ବନ୍ଦ କରିଦେଇଥିଲେ। ଓଡ଼ିଶାରୁ ପ୍ରାୟ ୨୦ଟି ଯାତ୍ରୀବାହୀ ଟ୍ରେନ ବିଭିନ୍ନ ରୁଟ୍‌ରେ ଯାତାୟତ କରୁଛି। ବ୍ରହ୍ମପୁର ରେଳ ଷ୍ଟେସନ ଅତିକ୍ରମ କରି ବମ୍ବେ, ଦିଲ୍ଲୀ, ବେଙ୍ଗାଲୁରୁ, ଅହମ୍ମଦାବାଦ, କଲିକତା ଭଳି ସହରକୁ ଟ୍ରେନ ଯାଉଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ଟ୍ରେନ ବ୍ରହ୍ମପୁର ରେଳଷ୍ଟେସନରେ ରହୁନାହିଁ। ଗଂଜାମ ସୀମା ବାଲୁଗାଁ ଓ ଇଚ୍ଛାପୁରରେ ରହୁଛି। କେବଳ ବ୍ରହ୍ମପୁର ନୁହେଁ ଗଂଜାମ ଜିଲ୍ଲାର କୌଣସି ଷ୍ଟେସନରେ ଟ୍ରେନ ରହୁନାହିଁ। ରାଜ୍ୟ ସରକାରଙ୍କ ଅନୁରୋଧ ଫଳରେ ରେଳ ମନ୍ତ୍ରଣାଳୟ ଚିଠି ଲେଖି ଟ୍ରେନ ଷ୍ଟପେଜ୍ ବାତିଲ କରିଥିବା ସୂଚନା ରହିଛି।

ବ୍ରହ୍ମପୁର ଷ୍ଟେସନରୁ ପ୍ରତିଦିନ ପ୍ରାୟ ୫ ହଜାର ଲୋକ ଦେଶର ବିଭିନ୍ନ ସ୍ଥାନକୁ ଯାଇଥାନ୍ତି। ବ୍ରହ୍ମପୁର ଷ୍ଟେସନ ଏକ ବଡ଼ ଲିଙ୍କ ହୋଇଥିବାରୁ ସରକାର ପ୍ରଚୁର ରାଜସ୍ୱ ମଧ୍ୟ ପାଇଥାନ୍ତି। ରହଣି ବାତିଲ ହେତୁ ବାହାର ରାଜ୍ୟରୁ ଆସୁଥିବା ଯାତ୍ରୀ ଭୁବନେଶ୍ୱର ଷ୍ଟେସନରେ ଓହ୍ଲାଇ ବ୍ରହ୍ମପୁର ଆସନ୍ତି। ଫଳରେ ଅଯଥା ଖର୍ଚ୍ଚାନ୍ତ ହେବା ସହ ଅଧିକ ସମୟ ନଷ୍ଟ ହେଉଛି। ସେହିପରି ବ୍ରହ୍ମପୁର ଓ ଭୁବନେଶ୍ୱର ମଧ୍ୟରେ ଚଳାଚଳ କରୁଥିବା ଡ଼ିଏମ୍‌ୟୁକୁ ମଧ୍ୟ ପୁନଃ ଚାଲୁ କରିବା ପାଇଁ ମଧ୍ୟ ଗଂଜାମ ଜିଲ୍ଲା କଂଗ୍ରେସ ଦାବି କରିଛି। ଜିଲ୍ଲାରେ ସଂକ୍ରମଣ ହ୍ରାସ ପାଇଛି। ଏଭଳି ପରିସ୍ଥିତିରେ ବ୍ରହ୍ମପୁର ସମେତ ଜିଲ୍ଲାର ଅନ୍ୟାନ୍ୟ ରେଳ ଷ୍ଟେସନରେ ପୂର୍ବଭଳି ଟ୍ରେନ ରହଣୀ ପୁନଃ ଚାଲୁ କରିବାକୁ ଗଂଜାମ ଜିଲ୍ଲା କଂଗ୍ରେସ ଦାବି କରୁଛି।

ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ରେଳରହଣୀ ସ୍ୱାଭାବିକ ହେବା ଜରୁରୀ। ଏହାକୁ ତୁରନ୍ତ କାର୍ଯ୍ୟକାରୀ ନକଲେ କଂଗ୍ରେସ ବ୍ରହ୍ମପୁର ଦେଇ ଯାଉଥିବା ଟ୍ରେନଗୁଡ଼ିକୁ ଅଟକାଇବାକୁ ବାଧ୍ୟ ହେବ। ଅତଏବ ରାଜ୍ୟ ସରକାର ତୁରନ୍ତ ବ୍ରହ୍ମପୁର ଷ୍ଟେସନରେ ପୁନଃ ଟ୍ରେନ ରହିବାର ବ୍ୟବସ୍ଥା କରିବାକୁ ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି।

Categories
ଆଞ୍ଚଳିକ

ପଞ୍ଚସୂତ୍ରୀ ନିୟମ ଉଲ୍ଲଂଘନ: ୯ ଦୋକାନ ସିଲ୍‌

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ସୋମବାରଠାରୁ ଗଂଜାମ ଜିଲ୍ଲାରେ କୋଭିଡ଼୍ ନିୟମରେ କିଛି କୋହଳ କରାଯାଇଛି। ସକାଳ ୫ରୁ ସନ୍ଧ୍ୟା ୮ ପର୍ଯ୍ୟନ୍ତ ଦୋକାନବଜାର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଦତ୍ତ ପଞ୍ଚସୂତ୍ରୀ ନିୟମ ପାଳନ ପୂର୍ବକ ଖୋଲିବାକୁ ଅନୁମତି ଦିଆଯାଇଛି। ଦୋକାନ ବଜାରରେ ପଞ୍ଚସୂତ୍ରୀ ନିୟମ କଡ଼ାକଡ଼ି ପାଳନ ହେଉଛି କି ନାହିଁ ତାହା ତଦାରଖ କରିବା ପାଇଁ ତହସିଲ୍‌ଦାର, ମହାନଗର ନିଗଭମ ଏବଂ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜୋର୍‌ଦାର କରାଯାଇଛି।

ଆଜି ବିଭିନ୍ନ ସ୍ଥାନରେ ଚଢ଼ାଉ ବେଳେ ୯ଟି ଦୋକାନ ପଞ୍ଚସୂତ୍ରୀ ନିୟମ ପାଳନ କରୁନଥିବାରୁ ସେଗୁଡ଼ିକୁ ସିଲ୍ କରି ଦିଆଯାଇଛି। ଏହିଗୁଡ଼ିକ ମଧ୍ୟରେ ଇଲୋକ୍ଟ୍ରୋ ନିକସ୍ ଦୋକାନ, ଫେନ୍‌ସି ଦୋକାନ, ମେଡ଼ିକାଲ୍ ଦୋକାନ ରହିଛି। ସେହିପରି ବ୍ରହ୍ମପୁର ପୋଲିସ୍‌ର ଏନ୍‌ଫୋର୍ସମଣ୍ଟେ ସ୍କ୍ୱାର୍ଡ଼ ପକ୍ଷରୁ ବିଭିନ୍ନ ସ୍ଥାନରେ ପେଟ୍ରୋଲିଂ ଏବଂ ଚଢ଼ାଉ କରାଯାଇଥିଲା। ୧୦୧ ଗାଡ଼ି ଚାଳକଙ୍କୁ ୫୦ହଜାର ୫୦୦ ଟଙ୍କାର ଚାଲାଣ ହୋଇଥିବାବେଳେ ୮୫ ଜଣ ମାସ୍କ ପିନ୍ଧିନଥିବା ଅମାନିଆଙ୍କଠାରୁ ୧୭ ହଜାର ଟଙ୍କା ଜୋରିମାନା ଆଦାୟ ହୋଇଛି। ସାମାଜିକ ଦୂରତା ଉଲ୍ଲଂଘନରେ ୧ହଜାର ଟଙ୍କା ଫାଇନ୍ ଆଦାୟ ହୋଇଛି।

ସେହିପରି ଗଂଜାମ ପୋଲିସ୍ ଜିଲ୍ଲା ଏନ୍‌ଫୋର୍ସମେଣ୍ଟ ସ୍କ୍ୱାର୍ଡ଼ ପକ୍ଷରୁ ପଟ୍ରୋଲିଂ ତଥା ଚଢ଼ାଉରେ ମାସ୍କ ପିନ୍ଧିନଥିବା ଅମାନିଆଙ୍କଠାରୁ ୧ ଲକ୍ଷ ୫୧ ହଜାର ଜୋରିମାନା ଆଦାୟ ହୋଇଛି। ଗୋଟିଏ ଜୁଆଆଡ୍ଡା ଚଢ଼ାଉ ହୋଇ ୪ ଜଣଙ୍କୁ ଗିରଫ କରାଯିବା ସହ ୪୨୩୦ ଟଙ୍କା ଜବତ ହୋଇଛି। ୪ଟି ସ୍ଥାନରେ ଅବକାରୀ ଚଢ଼ାଉ ହୋଇ ୪ ଜଣକୁ ଗିରଫ କରାଯିବା ସହ ୬୬.୯ ଲିଟର ମଦ ଜବତ ହୋଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜନସାଧାରଣଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ, ଲୋକେ ସତର୍କ ରହିଲେ ହିଁ ନିଜ ଗ୍ରାମ ସଂକ୍ରମଣ ମୁକ୍ତ ରହିବ: ଜିଲ୍ଲାପାଳ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆଜିଠାରୁ ଗଂଜାମ ଜିଲ୍ଲାରେ ଜୀବନଜୀବିକା ପାଇଁ କଟକଣାକୁ କୋହଳ କରାଯାଇଛି। ଦୋକାନ ଖୋଲିବା ସମୟ ସୀମା ସକାଳ ୫ ଘଣ୍ଟରୁ ରାତ୍ର ୮ ଘଣ୍ଟା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ବର୍ତ୍ତମାନ ମଧ୍ୟ ଗଂଜାମ ଜିଲ୍ଲାରେ କରୋନା ସଂକ୍ରମଣ ରହିଛି। ତେଣୁ ସତର୍କତା ଜରୁରୀ ହୋଇପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା, ମାସ୍କ ପରିଧାନ, ସାନିଟାଇଜେସନ୍ ଅବଲମ୍ବନ କରି ଜୀବନ ଜୀବିକା ଚଳାଇବାକୁ ହେବ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

ଆଜି ସକାଳେ ଛତ୍ରପୁରଠାରେ ଭିଡ଼ିଓ କନ୍‌ଫେରେନସିଂ ଜରିଆରେ ଜିଲ୍ଲାର ସମସ୍ତ ବିଡ଼ିଓ, ତହସିଲ୍‌ଦାର, କାର୍ଯ୍ୟନିର୍ବାହୀ ଅଧିକାରୀ, ଶିଶୁ ବିକାଶ ଯୋଜନା ଅଧିକାରୀ, ବ୍ଲକ୍ ଶିକ୍ଷାଧିକାରୀ, ସ୍ୱାସ୍ଥ୍ୟଧିକାରୀଙ୍କ ସହିତ କୋଭିଡ଼୍ ପରିଚାଳନାଗତ ଆଲୋଚନା କରିଥିଲେ। ଗଂଜାମ ଜିଲ୍ଲାରେ ଆକ୍ଟିଭ୍ କେସ ଶୂନ କରିବା, ଦୋକାନ ଖୋଲିବା ସମୟ ବୃଦ୍ଧି, ସାମାଜିକ ଦୂରତା, ସୁସ୍ଥ ହୋଇ ଫେରିଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ପ୍ଲାଜମା ଦାନ, ଆଡ଼ମିଶନ, ଡ଼ିସ୍‌ଚାର୍ଜ ଓ ମୃତ୍ୟୁଜନୀତ ସମସ୍ତ ବିଷୟ ନେଇ ଆଲୋଚନା ହୋଇଥିଲା। ଜିଲ୍ଲାରେ ପ୍ରବେଶ ଓ ପ୍ରସ୍ଥାନ ଦିଗରେ କୋହଳ କରାଯାଇଛି। ଏଣୁ ବାହାରୁ ଆସୁଥିବା ବ୍ୟକ୍ତି ଓ ପ୍ରବାସୀଙ୍କ ଦ୍ୱାରା ହିଁ ସଂକ୍ରମଣର ସମ୍ଭାବନା ଯଥେଷ୍ଟ ରହିଛି। ଏହାକୁ ଦୃଷ୍ଟିରେ ରଖି ପଞ୍ଚସୂତ୍ରୀ ପାଳନ ସହିତ ପୂର୍ବ ଯୋଜନାଗୁଡ଼ିକ ଆହୁରି କଡ଼ାକଡ଼ି କରିବା ଦିଗରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ।

ଗ୍ରାମସ୍ତରରେ ଗଠିତ ହୋଇଥିବା ଗ୍ରାମ୍ୟ କମିଟିର ଭୂମିକା ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ। ଗାଁ ଲୋକଙ୍କ ଦ୍ୱାରା ହିଁ ଯିବା ଆସିବା ଲୋକଙ୍କ ଉପରେ ନଜର ରଖିହେବ। ଗାଁ କମିଟି ଯେତେ ସତର୍କତା ଅବଲମ୍ବନ କରି କାର୍ଯ୍ୟ ସଂପାଦନ କରିବେ ତାଙ୍କ ଗ୍ରାମ ସେତେ କରୋନା ସଂକ୍ରମଣରୁ ମୁକ୍ତ ରହିବ। ଏଣୁ ଗ୍ରାମାଞ୍ଚଳ ସ୍ତରରୁ ପରିଚାଳନାକୁ ସଠିକ୍ କରିବାକୁ ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ଜଣାଇଥିଲେ। ଗ୍ରାମାଞ୍ଚଳସ୍ତରୀୟ କମିଟି ଯେପରି ଠିକ୍ ରୂପେ କାର୍ଯ୍ୟ ସଂପାଦନା କରିବ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ।

ସଂପ୍ରତି ଯେଉଁ କୋହଳ କରାଯାଇଛି ତାହା କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିବା ଅଂଚଳ ପାଇଁ ଲାଗୁ ହେବ ନାହିଁ। କଣ୍ଟେନମେଣ୍ଟ ଜୋନ୍ ଘୋଷିତ ଅଂଚଳରେ ଆର୍‌ଆର୍‌ଟି ଟେଷ୍ଟ ଓ କରୋନା ସଂକ୍ରମିତ ଲକ୍ଷଣ ଯାଞ୍ଚ ଚାଲି ରହିବ। ହୋମ ଆଇସୋଲେସନ୍‌ରେ ରହିଥିବା ବ୍ୟକ୍ତିଙ୍କୁ ତଥ୍ୟ ସଂଗ୍ରହ ପ୍ରକ୍ରିୟା ଚାଲୁ ରହିବ। ଆକ୍ଟଭ୍ କେସ ଥିବା ଅଂଚଳରେ ଜିରୋ କରିବା ପ୍ରକ୍ରିୟା ଚାଲୁ ରହିବ। ଯେଉଁ ଗ୍ରାମରେ ପଜିଟିଭ୍ ସଂଖ୍ୟା ଶୂନ ରହିଛି ସେହି ଗ୍ରାମଗୁଡ଼ିକ ଗ୍ରୀନ୍ ଜୋନ୍ ଘୋଷଣା ହେବ। ହୋମ୍ ଆଇସୋଲେସନ୍‌ରେ ରହିଥିବା ବ୍ୟକ୍ତିଙ୍କର ଯଦି ମଧୁମେହ ଥାଏ ତେବେ ସେମାନଙ୍କୁ ହୋମ୍ ଆଇସୋଲେସନ୍‌ରେ ନରଖି କୋଭିଡ଼୍ ଚିକିତ୍ସାଳୟକୁ ସ୍ଥାନାନ୍ତର କରି ଚିକିତ୍ସା କରାଯାଉ। ଧର୍ମାନୁଷ୍ଠାନ ଖୋଲିବା ନିମନ୍ତେ ବାରଣ କରାଯାଇଛି। ପଞ୍ଚସୂତ୍ରୀ ନିୟମ ଆହୁରି କଡ଼ାକଡ଼ି ପାଳନ ହେବ।

ଆସନ୍ତା ସେପ୍ଟେମ୍ବର ମାସରେ ସମସ୍ତ କାର୍ଯ୍ୟାଳୟ ଜନସାଧାରଣଙ୍କ ନିମନ୍ତେ ଖୋଲାଯିବାର ଯୋଜନା ରହିଛି। ବିଡ଼ିଓମାନେ ପୂର୍ବାହ୍ନରେ କୋଭିଡ଼୍ ପରିଚାଳନା କାର୍ଯ୍ୟ ଏବଂ ଅପରାହ୍ନରେ ନରେଗା ଓ ବୃକ୍ଷରୋପଣ କାର୍ଯ୍ୟ ସଂପାଦନ କରିବେ। ତହସିଲ୍‌ଦାରମାନେ ପୂର୍ବାହ୍ନରେ କୋଭିଡ଼୍ କାର୍ଯ୍ୟ ଓ ଅପରାହ୍ନରେ ରାଜସ୍ୱ କାର୍ଯ୍ୟରେ ନିୟୋଜିତ ହେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଭିଡ଼ିଓ କନ୍‌ଫେରେନସିଂରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ. ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ପାରୁଲ ପଟୱାରୀ, ଉପଜିଲ୍ଲାପାଳ ବ୍ରହ୍ମପୁର ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ଡ଼ୁଡ଼ା ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଜିଲ୍ଲା ସ୍ୱାସ୍ଥ୍ୟଧିକାରୀ ଡ. ଆର୍ ଜଗଦୀଶ ପଟ୍ଟନାୟକ, ଡ଼େପୁଟି କଲେକ୍ଟର ତଥା ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଦିବ୍ୟଲୋଚନ ମହନ୍ତ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭିଜିଲାନସ ଜାଲ୍‌ରେ ସପ୍ଲାଇ ଇନିସ୍‌ପେକ୍ଟର

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଲାଞ୍ଚ ନେଇ ଭିଜିଲାନସ ହାତରେ ଧରାପଡ଼ିଛନ୍ତି ପୁରୀ ଜିଲ୍ଲା ଚନ୍ଦନପୁର ଅଂଚଳର ତଥା ଗଜପତି ଜିଲ୍ଲା ନୁଆଗଡ଼ ବ୍ଲକ୍ ସପ୍ଲାଇ ଇନିସ୍‌ପେକ୍ଟ ଭାବେ କାର୍ଯ୍ୟରତ ସବ୍ୟସାଚୀ ମହାପାତ୍ର। ଜନୈକ ବ୍ୟକ୍ତିଙ୍କ ପିଡ଼ିଏସ୍ ଚାଉଳ ଗମନାଗମନ ବିଲ୍ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗି ଭିଜିଲାନସ ହାତରେ ପଡ଼ିଛନ୍ତି।

ଘଟଣାରୁ ପ୍ରକାଶ ଯେ ଗଂଜାମ ଜିଲ୍ଲା ଧରାକୋଟ ଥାନା ଜାହାଡ଼ା ଗ୍ରାମର ଶବ ପୋଲାଇ ପିଡ଼ିଏସ୍ ଚାଉଳ ନିଜ ଗାଡ଼ିରେ ଯୋଗାଉଥିବାବେଳେ ଏହା ବାବଦକୁ ବହୁ ଟଙ୍କା ବକେୟା ଥିଲା। ଏହି ବିଲ୍ ପାସ୍ ପାଇଁ ସେ ସପ୍ଲାଇ ଇନିସ୍‌ପେକ୍ଟର ସବ୍ୟସାଚୀଙ୍କ ସହ ଯୋଗାଯୋଗ କରିଥିବାବେଳେ ସବ୍ୟସାଚୀ ଏଥିପାଇଁ ତାଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଫଳରେ ଶିବ ପୋଲାଇ ବ୍ରହ୍ମପୁର ଭିଜିଲାନସ ବିଭାଗରେ ଅଭିଯୋଗ କରିବା ପରେ ଲାଞ୍ଚୁଆ ଅଧିକାରୀଙ୍କୁ ଧରିବା ପାଇଁ ଭିଜିଲାନସ ବିଭାଗ ଜାଲ ବିଛାଇଥିଲା।

ଆଜି ଦାବି ମୁତାବକ ୧୦ ହଜାର ଟଙ୍କା ଧରି ସବ୍ୟସାଚୀଙ୍କ ସରକାରୀ କ୍ୱାଟରକୁ ଶିବ ଯାଇଥିଲେ ଏବଂ ସେଠାରେ କ୍ୟାମିକେଲ ବୋଳା ଟଙ୍କାଙ୍କୁ ପ୍ରଦାନ କରିଥିଲେ। ସବ୍ୟସାଚୀ ଉକ୍ତ ଟଙ୍କାକୁ ନିଜ ଡ଼ାହାଣ ହାତରେ ଗଣି ମନି ପର୍ସରେ ରଖିବା ପରେ ତୁରନ୍ତ ଭିଜିଲାନସ ଅଧିକାରୀମାନେ ପହଞ୍ଚି ଟଙ୍କାକୁ ଜବତ କରିବା ସହ ପରୀକ୍ଷା କରିଥିଲେ। ପରେ ତାଙ୍କ ଘର ଏବଂ ଅନ୍ୟାନ୍ୟ ସ୍ଥାନରେ ଭିଜିଲାନସ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ଏନେଇ ଭିଜିଲାସନ କେସ ନଂ ୧୨/୨୦ରେ ମାମଲା ରୁଜୁ ହୋଇ ଘଟଣାର ଅନୁସନ୍ଧାନ ଜାରି ରହିଥିବା ବ୍ରହ୍ମପୁର ଭିଜିଲାନସ ଏସ୍‌ପି ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ଗଂଜାମ ଜିଲ୍ଲାରେ ୧୬୨ ନୂତନ ସଂକ୍ରମିତ ଚିହ୍ନଟ: ୪ ମୃତ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲା ବର୍ତ୍ତମାନ ପ୍ରଶାସନର ନିୟନ୍ତ୍ରଣରେ ରହିଛି। ପ୍ରାୟ ଏକମାସ ପରେ ଆଜି ସଂକ୍ରମିତ ସଂଖ୍ୟା ଦୁଇଶହ ତଳକୁ ଖସି ୧୬୨ ଚିହ୍ନଟ ହୋଇଛି। ସମୁଦାୟ ୮୦୭୩ ଜଣଙ୍କ ପରୀକ୍ଷା କରାଯାଇଥିବାବେଳେ ୧୬୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କିନ୍ତୁ ମୃତ୍ୟୁସଂଖ୍ୟାରେ ବ୍ରେକ୍ ଲାଗିପାରୁନାହିଁ। ଆଜି ମଧ୍ୟ ୪ ଜଣଙ୍କ ମୃତ୍ୟୁ ଘଟିଛି। ଜଣେ ୪୨ ବର୍ଷୀୟ ଯୁବକ, ଜଣେ ୫୦ ବର୍ଷୀୟ ମହିଳା, ଜଣେ ୭୦ ବର୍ଷୀୟ ବୃଦ୍ଧ ଏବଂ ଜଣେ ୫୯ ବର୍ଷୀୟ ମହିଳାଙ୍କ ମୃତ୍ୟୁ ଘଟିଛି।

ନୂତନ ସଂକମ୍ରିତ ମଧ୍ୟରେ ଜଗନ୍ନାଥପ୍ରସାଦରୁ ୩, ଭଂଜନଗରରୁ ୩, ବେଲଗୁଣ୍ଠାରୁ ୩, ବୁଗୁଡ଼ାରୁ ୧, ସୋରଡ଼ାରୁ ୧, ଆସିକାରୁ ୧୬, ପୋଲସରାରୁ ୬, ଖଲିକୋଟରୁ ୯, ସାନଖେମୁଣ୍ଡିରୁ ୩, କବିସୂର୍ଯ୍ୟନଗରରୁ ୯, ପୁରୁଷୋତ୍ତମପୁରୁର ୪, ହିଂଜିଳିକାଟୁରୁ ୧୦, ଗଂଜାମରୁ ୭, ଛତ୍ରପୁରୁରୁ ୧୫, ରଙ୍ଗେଇଲୁଣ୍ଡାରୁ ୧୫, କୁକୁଡ଼ାଖଣ୍ଡିରୁ ୬, ଚକିଟିରୁ ୫, ଦିଗପହଣ୍ଡିରୁ ୩, ପାତ୍ରପୁରରୁ ୧୦ ଏବଂ ବ୍ରହ୍ମପୁର ମହାନଗର ନିଗମରୁ ୨୭ ଜଣ ଚିହ୍ନଟ ହୋଇଛନ୍ତି। ସମୁଦାୟ ସଂକ୍ରମିତ ବ୍ୟକ୍ତି ସଂଖ୍ୟା ୧୫୮୮୬ ରହିଥିବାବେଳେ ୧୩୭୭୩ ସୁସ୍ଥ ହୋଇଛନ୍ତି। ୧୭୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୯୪୩ ଆକ୍ଟଭ୍ କେସ ରହିଛି। ସେହିପରି ବ୍ରହ୍ମପୁରରେ ସମୁଦାୟ ୨୮୬୧ ମାମଲା ଚିହ୍ନଟ ହୋଇଥିବାବେଳେ ୨୪୯୬ ଜଣ ସୁସ୍ଥ ହୋଇଛନ୍ତି। ୩୧୫ଟି ଆକ୍ଟିଭ୍ କେସ ରହିଥିବାବେଳେ ୫୦ ଜଣଙ୍କ ମୃତ୍ୟୁ ଘଟିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଗଂଜାମ ସଂପୂର୍ଣ୍ଣ ନିୟନ୍ତ୍ରଣରେ: ୫ ମାସ ପରେ ପ୍ରଥମଥର ପାଇଁ ସନ୍ଧ୍ୟା ୮ ପର୍ଯ୍ୟନ୍ତ ଖୋଲିବ ଦୋକାନ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବର୍ତ୍ତମାନ ଗଂଜାମ ଜିଲ୍ଲା କରୋନା ସଂକ୍ରମଣରେ ସଂପୂର୍ଣ୍ଣ ନିୟନ୍ତ୍ରଣରେ ଅଛି। ଦୈନିକ ୮ ହଜାରରୁ ଉର୍ଦ୍ଧ୍ୱ ଟେଷ୍ଟ ହେଉଥିଲେ ମଧ୍ୟ ଆଉ ସଂକ୍ରମଣ ଚିହ୍ନଟ ହେଉନାହିଁ। ଗତ ୪ ଦିନର ହିସାବକୁ ଦେଖିଲେ ୨୪୩, ୨୪୬, ୨୪୨ ଏଭଳି ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ଆଜି ଏହି ସଂଖ୍ୟା ଗତ ମାସର ସର୍ବନିମ୍ନ ସ୍ତରରେ ୧୬୨ରେ ପହଞ୍ଚିଛି। ଏହାକୁ ଦୃଷ୍ଟିରେ ରଖି ଗଂଜାମ ଜିଲ୍ଲାରେ କରୋନା କଟକଣା କୋହଳ କରିବାକୁ ନିଷ୍ପତ୍ତି ହୋଇଛି।

ସୋମବାରଠାରୁ ୫ ମାସ ପରେ ପ୍ରଥମ ଥର ପାଇଁ ସକାଳ ୫ ରୁ ସନ୍ଧ୍ୟା ୮ ପର୍ଯ୍ୟନ୍ତ ଦୋକାନ ଖୋଲାଯିବାକୁ ନିଷ୍ପତ୍ତି ହୋଇଥିବା ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟାଉନ୍‌ହଲ୍‌ଠାରେ ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଜିଲ୍ଲାବାସୀଙ୍କ ସଂଯମତା ଏବଂ ଅଧିକାରୀମାନଙ୍କ କଠୋର ପରିଶ୍ରମ ଯୋଗୁଁ ଏଭଳି ଗ୍ରାଫ୍ ହ୍ରାସ ପାଇଛି। ତେଣୁ ଆଗକୁ ମଧ୍ୟ ଲୋକେ ସତର୍କ ହୋଇ କରୋନାର ସମସ୍ତ ନିୟମ ମାନିଲେ ଏହି ସଂଖ୍ୟା ଶୂନରେ ପହଞ୍ଚିବ ବୋଲି କହିଥିଲେ। ତେଣୁ ଗଂଜାମରେ “ଜିରୋ ଆକ୍ଟିଭ୍ କେସ” ଆରମ୍ଭ କରାଗଲା ବୋଲି କହିଥିଲେ। ସେ ପୁଣି କହିଥିଲେ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା କମିଛି। ସବୁସ୍ଥାନରେ ଟେଷ୍ଟି ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି। ଲକ୍ଷଣ ଦେଖାଦେଲେ ସଂଗେ ସଂଗେ ପରୀକ୍ଷା କରିବାକୁ କୁହାଯାଇଛି।

ବର୍ତ୍ତମାନ ଗଂଜାମରେ ୧୫୮୮୬ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଉ ମାତ୍ର ୧୯୩୫ ଆକ୍ଟିଭ୍ କେସ ରହିଛି। ଜିଲ୍ଲାର ସୁସ୍ଥତା ହାର ୮୭ ପ୍ରତିଶତ। ଗତ ସପ୍ତାହ ମଧ୍ୟରେ ଦୁଇଟି ବ୍ଲକ୍‌ରୁ କୌଣସି ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇନାହାନ୍ତି। ବ୍ରହ୍ମପୁର ମହାନଗର ନିଗମରେ ମଧ୍ୟ ସକାଳ ୫ ରୁ ସନ୍ଧ୍ୟା ୮ ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବ। ସପ୍ତାହନ୍ତ ସଟ୍‌ଡ଼ାଉନ୍ ଜାରି ରହିବ ବୋଲି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ସୂଚନା ଦେଇଥିଲେ। ବ୍ରହ୍ମପୁରରେ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ୱ ବ୍ୟବସାୟୀ ରହିଛନ୍ତି। କୌଣସି ଦୋକାନୀ କରୋନା ନିୟମ ଉଲ୍ଲଂଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗଣେଶ ପୂଜାକୁ ବାରଣ କରାଯାଇଛି ତେଣୁ ସର୍ବସାଧାରଣ ସ୍ଥାନରେ ଗଣେଶ ପୂଜା ହୋଇପାରିବ ନାହିଁ। ତେଣୁ ସମସ୍ତେ ସାମାଜିକ ଦୂରତା, ମାସ୍କ ପିନ୍ଧି, ପଞ୍ଚସୂତ୍ର ନିୟମ ପାଳନ କରିଲେ ଆଉ ଅଳ୍ପ ଦିନ ମଧ୍ୟରେ ଗଂଜାମରେ କରୋନା ମୁକ୍ତ ହୋଇଯିବ ବୋଲି ଅଧିକାରୀମାନେ କହିଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଗଞ୍ଜାମ ଜିଲ୍ଲାର ପ୍ରଥମ କରୋନା ଯୋଦ୍ଧା ଡ଼ାକ୍ତରଙ୍କ ମୃତ୍ୟୁ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ପ୍ରଥମ କୋଭିଡ଼୍ ଯୋଦ୍ଧା ଡ଼ାକ୍ତର ତଥା ଓଡ଼ିଶାର ଦ୍ୱିତୀୟ କୋଭିଡ଼୍ ଯୋଦ୍ଧା ଡ଼ାକ୍ତର ଭାବେ ଭାଟକୁମରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡା. ବି. କ୍ରିଷ୍ଣା (୪୫)ଙ୍କ କରୋନାରେ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ ଡା. ବି. କ୍ରିଷ୍ଣା ଗତ ୪ ତାରିଖରେ ପୁରୁଷୋତ୍ତମପୁର ବ୍ଲକ୍ ରାଣୀ ଗାଁରେ ଗାଁଠାରେ ଲୋକଙ୍କ ଲାଗି ହୋଇଥିବା ଟେଷ୍ଟିଂ ସେଣ୍ଟର କ୍ୟାମ୍ପରେ ନିଜର ସ୍ୱାବ ପରୀକ୍ଷା କରିଥିଲେ।

ରିପୋର୍ଟ ପଜିଟିଭ୍ ଆସିବା ପରେ ୫ ତାରିଖ ଦିନ ଭୁବନେଶ୍ୱର କିମସ୍ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଥିବାବେଳେ ରବିବାର ଦିନ ସକାଳୁ ତାଙ୍କର ମୃତ୍ୟୁ ଘଟିଛି। ଜଣେ ଆଗଧାଡ଼ି କରୋନା ଯୋଦ୍ଧାଙ୍କ ମୃତ୍ୟୁପରେ ଗଂଜାମ ଜିଲ୍ଲା ତଥା ପୁରୁଷୋତ୍ତମପୁର ଅଂଚଳରେ ଶୋକର ଛାୟା ଖେଳିଯାଇଛି। ବି. କ୍ରିଷ୍ଣାଙ୍କ ମୃତ୍ୟୁ ପରେ ଆଜି ତାଙ୍କ ଶୋକାକୁଳ ପରିବାରକୁ ଭେଟିବାକୁ ଗଂଜାମ ଜିଲ୍ଲା ସ୍ୱାସ୍ଥ୍ୟଅଧିକାରୀ ଡା. ଉମା ମିଶ୍ର, ଏଡ଼ିଏମ୍ ଏବଂ କିଛି ପୋଲିସ୍ କର୍ମଚାରୀ ପହଞ୍ଚି ସମବେଦନା ଜଣାଇଥିଲେ।