Categories
ଆଜିର ଖବର ଜାତୀୟ ଖବର

ପଞ୍ଚମ ବନ୍ଦେ ଭାରତ ଏକ୍ସପ୍ରେସକୁ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ: ଜାଣନ୍ତୁ ସମୟ ସାରଣୀ ଏବଂ ବିଶେଷତ୍ଵ

ମଇଶୁର – ପୁରଚି ତଲାଇବର ଡକ୍ଟର ଏମଜିଆର ଚେନ୍ନାଇ ସେଣ୍ଟ୍ରାଲ ବନ୍ଦେ ଭାରତ ଏକ୍ସପ୍ରେସ ଏବଂ କାଶୀ ଭରତ ଗୌରବ ଟ୍ରେନ୍ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରଂଭ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କେଏସଆର ବେଙ୍ଗାଲୁରୁ ରେଳ ଷ୍ଟେସନ ଠାରେ ମଇଶୁର ଏବଂ ପୁରଚି ତଲାଇବାର ଡ଼କ୍ଟର ଏମଜେଆର ଚେନ୍ନାଇ ସେଣ୍ଟ୍ରାଲ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଦେଶରେ ଆରମ୍ଭ ହୋଇଥିବା ଏହା ହେଉଛି ପଞ୍ଚମ ବନ୍ଦେ ଭାରତ ଏକ୍ସପ୍ରେସ ଏବଂ ଦକ୍ଷିଣ ଭାରତର ପ୍ରଥମ ଟ୍ରେନ୍। ପ୍ରଧାନମନ୍ତ୍ରୀ ଆଜି ବେଙ୍ଗାଲୁରୁର କେଏସଆର ରେଳ ଷ୍ଟେସନ ଠାରେ ଭାରତ ଗୌରବ କାଶୀ ଦର୍ଶନ ଟ୍ରେନକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।

‘ମେକ୍ ଇନ୍ ଇଣ୍ଡିଆ’ ସଫଳତାର କାହାଣୀର ଏକ ଉତ୍କୃଷ୍ଟ ଉଦାହରଣ ଭାବରେ ଭାରତୀୟ ରେଳବାଇ ଭାରତର ପ୍ରଥମ ସ୍ୱଦେଶୀ ନିର୍ମିତ ସେମି ହାଇ ସ୍ପିଡ୍ ଟ୍ରେନ୍- ବନ୍ଦେ ଭାରତ ଏକ୍ସପ୍ରେସ ଆରମ୍ଭ କରିଥିଲା ଯାହାକି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଫେବୃଆରୀ ୧୫, ୨୦୧୯ ରେ ନୂଆଦିଲ୍ଲୀରେ – କାନପୁର- ଆହ୍ଲାବାଦ – ବାରାଣାସୀ ମାର୍ଗରେ ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିଲା। ଏହି ବନ୍ଦେ ଭାରତ ଏକ୍ସପ୍ରେସ ଆହୁରି ଅନ୍ୟାନ ମାର୍ଗରେ ମଧ୍ୟ ଚାଲୁକରାଯାଇଛି ସେଗୁଡିକ ହେଲା, ନୂଆଦିଲ୍ଲୀ- ମାତା ବୈଷ୍ଣୋ ଦେବୀ କାଟ୍ରା, ଗାନ୍ଧିନଗର ରାଜଧାନୀ – ଅହମ୍ମଦାବାଦ – ମୁମ୍ବାଇ ସେଣ୍ଟ୍ରାଲ ଏବଂ ଆମ୍ବ ଆଣ୍ଡୁରା – ନୂଆଦିଲ୍ଲୀ।

ଏହି ନୂତନ ଟ୍ରେନ୍ ଟି ଚେନ୍ନାଇର ଇଣ୍ଡଷ୍ଟ୍ରିଆଲ୍ ହବ୍ ଏବଂ ବେଙ୍ଗାଲୁରୁର ଟେକ୍ନୋଲୋଜି-ସଫ୍ଟୱେର୍-ଷ୍ଟାର୍ଟଅପ୍ ହବ୍ ଏବଂ ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ ସହର ମଇଶୁର ମଧ୍ୟରେ ସଂଯୋଗ ବୃଦ୍ଧି କରିବ। ଏହା ମଇଶୁର – ବେଙ୍ଗାଲୁରୁ – ଚେନ୍ନାଇରେ ଯାତ୍ରା କରୁଥିବା ନିୟମିତ ଯାତ୍ରୀଙ୍କ ବ୍ୟତୀତ ସଫ୍ଟୱେୟାର ଏବଂ ବ୍ୟବସାୟ ଶ୍ରେଣୀ, ଟେକ୍ନୋଲୋଜିଷ୍ଟ, ପର୍ଯ୍ୟଟକ, ଛାତ୍ରମାନଙ୍କ ପାଇଁ ମଧ୍ୟ ଲାଭଦାୟକ ହେବ। ଏହା ବିମାନ ପରି ଆରାମ ପ୍ରଦାନ କରିବ ଏବଂ ଟ୍ରେନରେ ଯାତ୍ରା ଅଭିଜ୍ଞତାକୁ ମଧ୍ୟ ଅତ୍ୟନ୍ତ ସୁଗମ କରିବ।

ମଇଶୁର – ଚେନ୍ନାଇ ବନ୍ଦେ ଭାରତ ଏକ୍ସପ୍ରେସର ସମୟ ସାରଣୀ:

ଟ୍ରେନ ନମ୍ବର ୨୦୬୦୭ ଏମଜିଆର ଚେନ୍ନାଇ ସେଣ୍ଟ୍ରାଲ ଷ୍ଟେସନ ଠାରୁ ମଇଶୁରକୁ ଭଡା ଚେୟାର କାର୍ ପାଇଁ ୧୨୦୦ ଟଙ୍କା ଏବଂ ଏକଜିକ୍ୟୁଟିଭ୍ କ୍ଲାସ୍ ପାଇଁ ୨୨୯୫ ଟଙ୍କା ରହିଛି। ସେହିଭଳି ଟ୍ରେନ୍ ନମ୍ବର ୨୦୬୦୮ ମଇଶୁରରୁ ଏମଜିଆର ଚେନ୍ନାଇ ସେଣ୍ଟ୍ରାଲ୍ ଷ୍ଟେସନକୁ ଭଡା ଚେୟାର କାର୍ ପାଇଁ ୧୩୬୫ ଟଙ୍କା ଏବଂ ଏକଜିକ୍ୟୁଟିଭ୍ କ୍ଲାସ୍ ପାଇଁ ୨୪୮୫ ଟଙ୍କା ରହିବ।

ଉପରୋକ୍ତ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନରେ କୌଣସି ରିହାତି ଏବଂ ଶିଶୁ ଭଡା ଗ୍ରହଣୀୟ ହେବ ନାହିଁ। କେବଳ ପୂର୍ଣ୍ଣ ଭଡା ବୟସ୍କ ଟିକେଟ୍ ଦିଆଯିବ। ବୁକିଂ, ବାତିଲ୍, ଫେରସ୍ତ ଇତ୍ୟାଦି ପାଇଁ ଅନ୍ୟ ସର୍ତ୍ତାବଳୀ ଏବଂ ସର୍ତ୍ତଗୁଡିକ ଶତାବ୍ଦୀ ଟ୍ରେନ୍ ଅନୁଯାୟୀ ନିଶ୍ଚିତ ହେବ।

ବନ୍ଦେ ଭାରତ ଏକ୍ସପ୍ରେସର ଵିଶେସତ୍ୱ:

ଆଧୁନିକ ସୁବିଧା ସହିତ ଏହା ଏକ ବିଶ୍ୱ ସ୍ତରୀୟ ଟ୍ରେନ୍।  ଏହି ଟ୍ରେନର କେତେକ ମୁଖ୍ୟ ଵିଶେସତ୍ୱ ଗୁଡିକ ହେଉଛି:

– ବର୍ଦ୍ଧିତ ନିରାପତ୍ତା ପାଇଁ କବଚ (ଟ୍ରେନ୍ ଧକ୍କା ଏଡାଇବା ସିଷ୍ଟମ୍) ସହିତ ସଜ୍ଜିତ।

– ପ୍ରତ୍ୟେକ କୋଚରେ ଚାରୋଟି ଏମରଜେନସି ୱିଣ୍ଡୋଜ୍ ସହିତ ଉନ୍ନତ ସୁରକ୍ଷା ବ୍ୟବସ୍ଥା।  କୋଚ୍ ବାହାରେ ବେକ କ୍ୟାମେରା ସହିତ ଚାରୋଟି ପ୍ଲାଟଫର୍ମ ସାଇଡ୍ କ୍ୟାମେରା ଅଛି।

– ସମସ୍ତ ବୈଦୁତିକ କ୍ୟୁବିକଲ ଏବଂ ଶୋଉଚାଳୟରେ ଏରୋସୋଲ ଆଧାରିତ ଅଗ୍ନି ଚିହ୍ନଟ ଏବଂ ଦମନ ପ୍ରଣାଳୀ ସହିତ ଉତ୍ତମ ଅଗ୍ନି ନିରାପତ୍ତା ବ୍ୟବସ୍ଥା ରହିଛି।

– ୬୫୦ ମିଲିମିଟର ଉଚ୍ଚତା ପର୍ଯ୍ୟନ୍ତ ବନ୍ୟାକୁ ପ୍ରତିହତ କରିବା ପାଇଁ ଅଣ୍ଡର- ଶ୍ଲୋଙ୍ଗ ବୈଦୁତିକ ଉପକରଣ। ବିଦ୍ୟୁତ ବିଫଳତା ହେଲେ ଟ୍ରେନରେ ପ୍ରତ୍ୟେକ କୋଚରେ ଚାରୋଟି ଜରୁରୀକାଳୀନ ଆଲୋକ ବ୍ୟବସ୍ଥା।

– ୩.୫ ବିଶିଷ୍ଟ ରାଇଡିଂ ଇଣ୍ଡେକ୍ସରେ ଯାତ୍ରୀମାନଙ୍କ ପାଇଁ ବର୍ଦ୍ଧିତ ଆରାମ। ଏହି ଟ୍ରେନ ୩୨ ଇଞ୍ଚ ଏଲସିଡି ଟିଭି ଏବଂ ଯାତ୍ରୀ ସୂଚନା ଏବଂ ଯୋଗାଯୋଗ ବ୍ୟବସ୍ଥା ସହିତ ସଜ୍ଜିତ।

– ସମସ୍ତ ଶ୍ରେଣୀ ପାଇଁ ସାଇଡ୍ ରୀକ୍ଳାଇନର ସିଟ୍ ସୁବିଧା ଉପଲବ୍ଧ। ଏକଜୁକୁଟୀଭି କୋଚଗୁଡିକରେ ୧୮୦-ଡ଼ିଗ୍ରୀ ଘୂର୍ଣ୍ଣନ ସିଟ୍ ର ଅତିରିକ୍ତ ବ୍ୟବସ୍ଥା।

– ବାୟୋ ଭ୍ୟାକ୍ୟୁମ୍ ଟଏଲେଟ୍ ସ୍ପର୍ଶମୁକ୍ତ ସୁବିଧା ସହିତ ଏବଂ ଚାହିଦା ଅନୁଯାୟୀ ୱାଇ-ଫାଇ ସୁବିଧା।

– ଉଚ୍ଚ କ୍ଷମତା ସମ୍ପନ୍ନ ସଙ୍କୋଚକ ମାଧ୍ୟମରେ ଉତ୍ତମ ଉତ୍ତାପ ଭେଣ୍ଟିଲେସନ୍ ଏବଂ ଏୟାର କଣ୍ଡିସିନର ନିୟନ୍ତ୍ରଣ। ୧୬୦ କିଲୋମିଟରରେ ପହଞ୍ଚିବା ପାଇଁ ଟ୍ରେନର ସମୟ ମାତ୍ର ୧୪୦ ସେକେଣ୍ଡ ଅଟେ। ଭଏସ୍ ରେକର୍ଡିଂ ସୁବିଧା ସହିତ ଡ୍ରାଇଭର ଗାର୍ଡ ଯୋଗାଯୋଗ ସୁବିଧା।

– ସାଇଡ୍ ଷ୍ଟେସନ୍ ସହିତ ସିଗ୍ନାଲ୍ ବିନିମୟ ପାଇଁ କୋଚ୍ ଉପରେ ଦୁଇଟି ସିଗନାଲ୍ ଏକ୍ସଚେଞ୍ଜ୍ ଲାଇଟ୍।

ଚେନ୍ନାଇର ପେରାମବୁର, ଇଣ୍ଟିଗ୍ରାଲ୍ କୋଚ୍ କାରଖାନାରେ ସ୍ୱଦେଶୀ ଭାବରେ ଉତ୍ପାଦିତ ହୋଇଥିବା ଏହି ବନ୍ଦେ ଭାରତ ଟ୍ରେନ୍ – ଭାରତୀୟ ଇଞ୍ଜିନିୟର ମାନଙ୍କର ଦକ୍ଷତା ଏବଂ ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପର ଏକ ପ୍ରମାଣ ଅଟେ। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଦର୍ଶନ ହାସଲ କରିବା ଦିଗରେ ଏହା ଏକ ବଡ ମାଇଲଖୁଣ୍ଟ ଅଟେ।

ବେଙ୍ଗାଲୁରୁ – ବାରାଣାସୀ ଭାରତ ଗୌରବ କାଶୀ ଦର୍ଶନ:

ବେଙ୍ଗାଲୁରୁରୁ କାଶୀ ପର୍ଯ୍ୟନ୍ତ ଭାରତ ଗୌରବ ଟ୍ରେନ୍ ମଧ୍ୟ ଆରମ୍ଭ ହୋଇଛି ଯାହା ଏକ ଆରାମଦାୟକ ଏବଂ ସୁବିଧାଜନକ ରେଳ ଯାତ୍ରା, ବୋର୍ଡିଂ, ରହଣି ଏବଂ ଦର୍ଶନ ସୁବିଧା ପ୍ରଦାନ କରିବ। ଏହି ଟ୍ରେନ୍ ହୁବୁଳି, ବେଲାଗାଭି ଦେଇ ମଧ୍ୟ ଯିବ ଯାହା ଦ୍ୱାରା କେବଳ ବେଙ୍ଗାଲୁରୁର ଭକ୍ତ ନୁହଁନ୍ତି କାଶୀ ଯାତ୍ରା କରିବାକୁ ଚାହୁଁଥିବା ଉତ୍ତର କର୍ଣ୍ଣାଟକର ଯାତ୍ରୀ ମାନେ ମଧ୍ୟ ଉପକୃତ ହେବେ। ଏହି ଟ୍ରେନ୍ ପ୍ରୟାଗରାଜ ଏବଂ ଅଯୋଧ୍ୟା ଦେଇ ମଧ୍ୟ ଯିବ।

ଏହି ଯାତ୍ରାର ମୂଲ୍ୟ ୨୦,୦୦୦ ଟଙ୍କା ଅଟେ। ସେଥିମଧ୍ୟରୁ ୫୦୦୦ ଟଙ୍କା ରାଜ୍ୟ ସରକାରଙ୍କ ସବସିଡି ଭାବରେ ପ୍ରଦାନ କରାଯାଇଛି। ପ୍ରଥମ ଟ୍ରେନ୍ ଯାତ୍ରା ପ୍ରାୟ ୬୦୦ ତୀର୍ଥଯାତ୍ରୀଙ୍କୁ ନେଇ ଯିବ; କାଶୀ ବ୍ୟତୀତ ତୀର୍ଥଯାତ୍ରୀମାନେ ଅଯୋଧ୍ୟା ଏବଂ ପ୍ରୟାଗର ପରିଦର୍ଶନ କରିପାରିବେ।

ଭାରତ ସମୃଦ୍ଧ ସାଂସ୍କୃତିକ ଅଈତିହ୍ୟ, ଚମତ୍କାର ଅଇତିହାସିକ ସ୍ଥାନଗୁଡିକ ଭାରତ ତଥା ବିଶ୍ୱର ଲୋକଙ୍କୁ ଭାରତ ଗୌରବ ଟ୍ରେନ୍ (ଥିମ୍ ଆଧାରିତ ଟୁରିଷ୍ଟ ସର୍କିଟ୍ ଟ୍ରେନ୍) ମାଧ୍ୟମରେ ପ୍ରଦର୍ଶନ କରିବା ପାଇଁ ଭାରତ ଗୌରବ ଟ୍ରେନ୍ ଚଳାଇବାର ଉଦ୍ଦେଶ୍ୟ ଅଟେ।

ଏହି ନୀତିର ସଂକ୍ଷିପ୍ତ ପରିସର:

– ଭାରତୀୟ ରେଳବାଇର ଲକ୍ଷ୍ୟ ରହିଛି ଯେ ଭାରତର ପର୍ଯ୍ୟଟନ ସମ୍ଭାବନାକୁ ଥିମ୍ ଆଧାରିତ ଟ୍ରେନ୍ ଚଳାଇବ ବୃଦ୍ଧି କରିବା ଏବଂ ପର୍ଯ୍ୟଟନ କ୍ଷେତ୍ରର ମୂଳଭୁତ ବିକାଶ ଲକ୍ଷ୍ୟ।

– ଏହି ନୀତି ଅନୁଯାୟୀ, ଭାରତୀୟ ରେଳବାଇ ଦ୍ୱାରା ଭାରତ ଗୌରବ ଟ୍ରେନର କାର୍ଯ୍ୟ ପାଇଁ ପଞ୍ଜୀକୃତ ସେବା ପ୍ରଦାନକାରୀଙ୍କୁ ଆଇସିଏଫ କୋଚକୁ ନେଇ “ରାଇଟ ଟୁ ୟୁଜ” ମଡେଲ ଅନ୍ତର୍ଗତ ରେକ୍ ପ୍ରଦାନ କରାଯିବ। ସେବା ପ୍ରଦାନକାରୀମାନେ ମଧ୍ୟ (ଅଣ-ରେଳ ଗ୍ରାହକ) ଏହି ଯୋଜନା ମାଧ୍ୟମରେ ଉତ୍ପାଦନ ୟୁନିଟ୍ ରୁ ସିଧାସଳଖ ନୂତନ କୋଚ୍ କ୍ରୟ କରିବାର ବିକଳ୍ପ ପାଇବେ।

– ଏହି ପଲିସି ଦ୍ୱାରା ସେବା ପ୍ରଦାନକାରୀ ମାନେ, ରୁଟ୍, ମାର୍ଗ, ଶୁଳ୍କ ଏବଂ ଏହି ମଡେଲ୍ ସହିତ ଜଡିତ ଅନ୍ୟାନ୍ୟ ଗୁଣ ସହିତ ବ୍ୟବସାୟ ମଡେଲ୍ ସ୍ଥିର କରିବାର ସୁବିଧା ପାଇପାରିବେ।

Categories
DurgaPujaNews ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ଆସନ୍ତାକାଲି ଧୁମଧାମରେ ଅନୁଷ୍ଠିତ ହେବ ବାଣପୁର ଭେଟ ଅମାବାସ୍ୟା: ଜାଣନ୍ତୁ ସମୟ ସାରଣୀ

ବାଣପୁର: ଆଶ୍ଵିନ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀ ଓ ଦେବୀ କନକ ଦୂର୍ଗାଙ୍କ ସହସ୍ରକୁମ୍ଭାଭିଷେକ ହୋଇ ପାର୍ବଣର ଏହି ପ୍ରଥମାର୍ଦ୍ଧ ପୂଜା ଆରମ୍ଭ ହୋଇଥାଏ। ଏହା ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ଚାଲିଥାଏ। ମହାଳୟା ଅମାବାସ୍ୟାର ମଧ୍ୟରାତ୍ରରେ ମା’ ଭଗବତୀଙ୍କ ବିଜୟ ପ୍ରତିମା କାଠି ଠାକୁରାଣୀ ଓ ଦେବୀ ବିରାଜାଇଙ୍କ ଦାରୁ ପ୍ରତିମାଙ୍କ ଭେଟ ଉତ୍ସବ ଅନୁଷ୍ଠିତ ହୋଇଥାଏ।

ବାଣପୁରରେ ରାଜା ଶାସନ ଚାଲିଥିବା ବେଳେ ପ୍ରଥମାର୍ଦ୍ଧ ପୂଜା ରାଜ ନଅରରେ ଅନୁଷ୍ଠିତ ହେଉଥିଲା। ମା’ ଭଗବତୀଙ୍କ ବିଜୟ ପ୍ରତିମା କାଠି ଠାକୁରାଣୀ ପ୍ରତ୍ୟେହ ସାୟଂ କାଳରେ ଶ୍ରୀ ଦକ୍ଷେଶ୍ୱର ମନ୍ଦିରରୁ ବାହାରି ରାଜ ନଅରକୁ ଯାତ୍ରା କରୁଥିଲେ। ସେଠାରେ ଦେବୀ କନକ ଦୁର୍ଗାଙ୍କସହ ମିଳିତ ହୋଇ ପୂଜା ପାଉଥିଲେ। ତେଣୁ ଏହି ପ୍ରଥମାର୍ଦ୍ଧ ପୂଜାକୁ ଏଠାରେ ଭିତରପୂଜା କୁହାଯାଇଥାଏ।

ପ୍ରଥମାର୍ଦ୍ଧ ପୂଜା ରାଜ ନଅରରେ ହେଉଥିବା ବେଳେ ମହାଳୟାର ଏହି ଭେଟ ଉତ୍ସବ ବାଣପୁରର ଜନପଦ ଏବଂ ରାଜନଅର ମଧ୍ୟ ସ୍ଥଳରେ ଅନୁଷ୍ଠିତ ହେଉଥିଲା। ସେଥିପାଇଁ ସେହିଠାରେ ଥିବା ଗ୍ରାମର ନାମ ଭେଟେଶ୍ୱର ହେବା ସହ ସେଠାରେ ବିରାଜିତ ଦେବ ଦେବ ମହାଦେବଙ୍କ ନାମ ଶ୍ରୀ ଭେଟିନାଥ ଦେବ ହୋଇଛି ବୋଲି ଐତିହାସିକମାନେ କହିଛନ୍ତି। କିନ୍ତୁ ଘଟଣା କ୍ରମେ ବାଣପୁର ରାଜା ପାରିକୁଦ ଠାରେ ଅବସ୍ଥାନ କରିବା ପରେ ଏହି ପ୍ରଥମାର୍ଦ୍ଧ ପୂଜା ବର୍ତ୍ତମାନ ମା’ ଭଗବତୀଙ୍କ ମନ୍ଦିର ବେଢାରେ ନିର୍ମିତ ସ୍ୱତନ୍ତ୍ର ପୂଜା ଗୃହରେ ଅନୁଷ୍ଠିତ ହେଉଛି। ଏବଂ ପବିତ୍ର ଭେଟ ଉତ୍ସବ ବାଣପୁର ବଜାରରେ କରାଯାଉଛି। ଏହି ପବିତ୍ର ଭେଟ ଉତ୍ସବ ହେଉଥିବା ଅମାବାସ୍ୟାକୁ ବାଣପୁର ଅଂଚଳରେ ଭେଟ ଅମାବାସ୍ୟା କୁହାଯାଏ। ଆସନ୍ତାକାଲି ଏହି ଭେଟ ଉତ୍ସବ ଅବା ଭେଟ ଅମାବାସ୍ୟା ଅନୁଷ୍ଠିତ ହେବାକୁ ଥିବା ବେଳେ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସହ ଦେଖିବାକୁ ମିଳିଛି। ତେବେ ଆସନ୍ତାକାଲି ସନ୍ଧ୍ୟା ୮.୩୦ ରୁ ୯.୩୦ ଘଟିକା ମଧ୍ୟରେ ଉକ୍ତ ପବିତ୍ର ଭେଟ ଅମାବାସ୍ୟା ଉତ୍ସବ ଅନୁଷ୍ଠିତ ହେବ ବୋଲି ଦେବୋତ୍ତର କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। କୋଭିଡ କଟକଣା ଉଠିଯାଇଥିବା ହେତୁ ଆସନ୍ତାକାଲି ଭେଟ ଅମାବାସ୍ୟା ରେ ପ୍ରବଳ ଜନସମାଗମ ହେବ ବୋଲି ଅନୁମାନ କରାଯାଉଛି।

ଅନୁରୂପ ଭାବେ ଆଇନ ଶୃଙ୍ଖଳା ଦୃଷ୍ଟିରୁ ବାଣପୁର ବଜାରରେ ଆସନ୍ତାକାଲି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ କହିଛନ୍ତି। ସେହିପରି ଭାବେ ଭକ୍ତ ମାନେ ଶୃଙ୍ଖଳାର ସହ ଉକ୍ତ ପବିତ୍ର ଉତ୍ସବ କୁ ଉପଭୋଗ କରିବା ପାଇଁ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ ଅପିଲ କରିଛନ୍ତି।

ଭେଟ ଉତ୍ସବ ପରେ ଦେବୀ ବିରଜାଈ ଶ୍ରୀଦକ୍ଷେଶ୍ୱର ମନ୍ଦିର ସ୍ଥିତ ସାତବଖରା ଗୃହକୁ ବିଜେ କରିବାବେଳେ କାଠି ଠାକୁରାଣୀ ମା’ ଭଗବତୀଙ୍କ ମନ୍ଦିରକୁ ଯାତ୍ରା କରିଥାନ୍ତି। ପ୍ରଥମାର୍ଦ୍ଧ ପୂଜା ବା ଭିତର ପୁଜା ଶେଷ ହେବା ପରେ ଆଶ୍ଵିନ ଶୁକ୍ଲ ପ୍ରତିପଦା ଠାରୁ ସାତବଖରା ଗୃହରେ ଅନୁଷ୍ଠିତ ହେଉଥିବା ଉତରାର୍ଦ୍ଧ ପୂଜା ବା ବାହାର ପୂଜା ଆଶ୍ୱିନ ଶୁକ୍ଲ ଅଷ୍ଟମୀରେ ବା ମହାଷ୍ଟମୀ ଯାଏଁ ଚାଲିଥାଏ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଭାରତରୁ ନେପାଳ ପର୍ଯ୍ୟନ୍ତ ଟ୍ରେନର ଜାରି ହେଲା ସମୟ ସାରଣୀ, ଜାଣନ୍ତୁ ଭଡା କେତେ ଏବଂ ସମୟ କ’ଣ?

ନୂଆଦିଲ୍ଲୀ: ଯଦି ଆପଣ ଭାରତରୁ ନେପାଳ ଯିବାକୁ ଚାହୁଁଛନ୍ତି, ତେବେ ଟ୍ରେନ୍ ମାଧ୍ୟମରେ ଯାତ୍ରା କରିପାରିବେ। ତେବେ ଜାଣନ୍ତୁ କେତେ ଯୋଡି ଟ୍ରେନ୍ ଚାଲୁଛି। ଏବଂ ସେଗୁଡିକର ସମୟ କ’ଣ ଏବଂ ମୂଲ୍ୟ କେତେ? ସମୁଦାୟ ଦୁଇଟି ଯୋଡି ଟ୍ରେନ୍ ଆରମ୍ଭ ହୋଇଛି। ସୋମବାର ଦିନ ଟ୍ରେନଟି ଜୟନଗର ଷ୍ଟେସନରୁ ସକାଳ ୮.୧୫ ଏବଂ ଅପରାହ୍ନ ୨.୪୫ ରେ ଛାଡିବ। ଡିଏମୟୁ ଗୋଟିଏ ଦିନରେ ଦୁଇଟି ରାଉଣ୍ଡ କରିବ। ଆଠ ବର୍ଷ ପରେ ବିଳାସପୂର୍ଣ୍ଣ ଟ୍ରେନ୍ ସେବା ଜୟନଗରରୁ କୁର୍ଥା ପର୍ଯ୍ୟନ୍ତ ଆରମ୍ଭ ହୋଇଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ନେପାଳର ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଓବା ଏହାର ଉଦଘାଟନ କରିଛନ୍ତି।

ପ୍ରକାଶ ଯୋଗ୍ୟ ଯେ, ଗତ ରବିବାର ଠାରୁ ସାଧାରଣ ଯାତ୍ରୀଙ୍କ ପାଇଁ ଏହି ମାର୍ଗରେ ଟ୍ରେନର କାର୍ଯ୍ୟ ଆରମ୍ଭ ହୋଇଛି। ଜୟନଗରରୁ ଟ୍ରେନ୍ ସକାଳ ୮.୧୫ ରେ ଏବଂ ଅପରାହ୍ନ ୨.୪୫ ରେ ଜନକପୁର ଅଭିମୁଖେ ଯାତ୍ରା କରିବ। ଜୟନଗରରୁ ଜନକପୁରକୁ ଯାତ୍ରା କରିବାକୁ ଏକ ଘଣ୍ଟା ୨୦ ମିନିଟ୍ ଏବଂ ଜନକପୁରରୁ ଜୟନଗରରେ ପହଞ୍ଚିବାକୁ ଏକ ଘଣ୍ଟା ୪୦ ମିନିଟ୍ ସମୟ ଲାଗିବ। ଡିଏମୟୁ ଗୋଟିଏ ଦିନରେ ଦୁଇଟି ରାଉଣ୍ଡ କରିବ। ଏଥିସହିତ ଟ୍ରେନ ସକାଳ ୧୧.୦୫ ରେ ଜନକପୁରରୁ ଏବଂ ସନ୍ଧ୍ୟା ୫.୩୫ ରେ ଜୟନଗର ପାଇଁ ଖୋଲିବ।

ଜୟନଗର ଏବଂ କୁର୍ଥା ମଧ୍ୟରେ ମୋଟ ୭ ଟି ଷ୍ଟେସନ୍ ଅଛି। ଜୟନଗରରୁ ଇନର୍ଭା ୪.୫ କିଲୋମିଟର, ଜୟନଗରରୁ ଖଜୁରୀ ୮.୬ କିମି, ଜୟନଗରରୁ ମହିନାଥପୁର ୧୪.୧୫ କିମି, ଜୟନଗରରୁ ବେଦେହୀ ୧୮.୫୩ କିମି, ଜୟନଗରରୁ ପାରଳା ୨୧.୬ କିଲୋମିଟର, ଜୟନଗରରୁ ଜନକପୁର ୨୯.୫ କିମି ଏବଂ ଜୟନଗରରୁ କୁର୍ଥା ୩୪.୯ କିମି। ଟ୍ରେନ୍ ସେବା ଆରମ୍ଭ ହେବା ପରେ ଭାରତରୁ ନେପାଳ ଯିବାକୁ କେବଳ ୧୨.୫୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଜୟନଗରରୁ ଇନର୍ଭା ପର୍ଯ୍ୟନ୍ତ ଭଡା ୧୨.୫୦ ଟଙ୍କା। ଅନ୍ୟପକ୍ଷରେ, ଖଜୁରୀ ଯିବାକୁ ୧୫.୬୦ ଟଙ୍କା, ମହିନାଥପୁରକୁ ୨୧.୮୭ ଟଙ୍କା, ବେଦେହୀ ପାଇଁ ୨୮.୧୨ ଟଙ୍କା, ପରବାହାକୁ ୩୪ ଟଙ୍କା, ଜନକପୁର ୪୩.୭୫ ଟଙ୍କା ଏବଂ କୁର୍ଥା ଯିବାକୁ ୫୬.୨୫ ଟଙ୍କା ଖର୍ଚ୍ଚ ହେବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୁରୀ ଏବଂ ଖୋର୍ଦ୍ଧା ରୋଡ଼ ଷ୍ଟେସନ ଠାରେ ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ ସମୟ ସାରଣୀ ପରିବର୍ତ୍ତିତ

ଭୁବନେଶ୍ବର: ପୁରୀ ଏବଂ ଖୋର୍ଦ୍ଧା ରୋଡ଼ ଷ୍ଟେସନରେ ପୁରୀ-ନୂଆଦିଲ୍ଲୀ ସ୍ୱତନ୍ତ୍ର ପୁରୁଷୋତ୍ତମ ଏକ୍ସପ୍ରେସର ସମୟ ସାରଣୀକୁ ପରିବର୍ତ୍ତନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ୦୨୮୦୧ ପୁରୀ-ନୂଆଦିଲ୍ଲୀ ସ୍ୱତନ୍ତ୍ର ପୁରୁଷୋତ୍ତମ ଏକ୍ସପ୍ରେସ୍ ୧୦ ଏପ୍ରିଲ, ୨୦୧୧ ଠାରୁ ପୁରୀରୁ ରାତ୍ରି ୯ଘ.୪୫ମି. ପରିବର୍ତ୍ତେ ରାତ୍ରି ୯ଘ.୫୫ମି.ରେ ଛାଡିବ।

ଏହି ଟ୍ରେନ୍ ଖୋର୍ଦ୍ଧା ରୋଡ଼ ଷ୍ଟେସନ ଠାରେ ରାତ୍ରି ୧୦ଘ.୩୦ମି. ପରିବର୍ତ୍ତେ ରାତ୍ରି ୧୦ଘ.୩୫ମି.ରେ ପହଞ୍ଚି ରାତ୍ରି ୧୦ଘ.୩୫ମି ପରିବର୍ତ୍ତେ ରାତ୍ରି ୧୦ଘ.୪୦ମି.ରେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବ। ଅନ୍ୟାନ୍ୟ ନିର୍ଦ୍ଧାରିତ ଷ୍ଟେସନରେ ଏହି ଟ୍ରେନର ସମୟ ସାରଣୀରେ କୌଣସି ପରିବର୍ତ୍ତନ ହେବ ନାହିଁ। ୦୨୮୦୨ ନୂଆଦିଲ୍ଲୀ-ପୁରୀ ସ୍ୱତନ୍ତ୍ର ପୁରୁଷୋତ୍ତମ ଏକ୍ସପ୍ରେସ ପ୍ରାରମ୍ଭିକ ଷ୍ଟେସନ ଠାରୁ ଗନ୍ତବ୍ୟ ଷ୍ଟେସନ ମଧ୍ୟରେ ସମୟ ସାରଣୀ ଅପରିବର୍ତ୍ତିତ ରହିବ।