Categories
ଆଜିର ଖବର

୧୧ଲକ୍ଷରୁ ଅଧିକ ବନବାସୀ ଏବଂ ଆଦିବାସୀଙ୍କୁ ବେଦଖଲ କରିବା ରାୟ ଉପରେ ପ୍ରତିବନ୍ଧକ ଲଗାଇଲେ ସୁପ୍ରିମକୋର୍ଟ

୧୧.୮ ଲକ୍ଷ ବନବାସୀ ଏବଂ ଆଦିବାସୀଙ୍କୁ ବେଦଖଲ କରିବା ରାୟ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ବେଦଖଲ କରିବା ପାଇଁ ୨୧ଟି ରାଜ୍ୟକୁ ଫେବୃଆରୀ ୧୩ରେ ଦିଆଯାଇଥିବା ନିର୍ଦ୍ଦେଶ ଉପରେ ରୋକ ଲଗାଇଛନ୍ତି । ଫେବୃଆରୀ ୧୩ ତାରିଖରେ ଜଷ୍ଟିସ୍‌ ଅରୁଣ ମିଶ୍ର, ଜଷ୍ଟିସ୍‌ ନବୀନ ସିହ୍ନା ଓ ଜଷ୍ଟିସ୍‌ ଇନ୍ଦିରା ବାନାର୍ଜୀଙ୍କ ଦ୍ବାରା ଗଠିତ ବେଞ୍ଚ ରାଜ୍ୟ ସରକାରଙ୍କୁ ବେଦଖଲ କରିବା ପାଇଁ ଆଦେଶ ଦେଇଥିଲେ । ଜଙ୍ଗଲ ଜମିରେ ଏହି ବନବାସୀଙ୍କ ଅଧୀକାରକୁ ସୁପ୍ରିମକୋର୍ଟ ଅସ୍ୱୀକାର କରି ଦେଇଥିଲେ । ତେବେ ଆଜିର ଶୁଣାଣିରେ  କହିଛନ୍ତି କି, ଫେବୃଆରୀ ୧୩ରେ ଦେଇଥିବା ଶୁଣାଣି ଉପରେ ପ୍ରତିବନ୍ଧକ ଲଗାଉଛୁ । ଅନୁସୂଚିତ ଜାତି ଏବଂ ଜନଜାତି ଏବଂ ଅନ୍ୟ ପାରମ୍ପରିକ ବନବାସୀ କାନୁନ, ୨୦୧୬ ଲାଭ ଦେବା ସମ୍ବନ୍ଧରେ କାନୁନ ରହିଛି । ସେମାନଙ୍କୁ  ଆଇନ୍‌ ପ୍ରକ୍ରିୟା ବିଷୟରେ କୌଣସି ଜ୍ଞାନ ନାହିଁ । ତେଣୁ ତାଙ୍କ ସାହାଯ୍ୟ ପାଇଁ ଉଦାରତା ଦେଖାଯିବା ଉଚିତ୍ । ଏହି ମାମଲାରେ ପରବର୍ତ୍ତୀ ବିଚାର ଜୁଲାଇ ୩୦ରେ କରାଯିବ ।

Categories
ଆଜିର ଖବର

ସୁପ୍ରିମ୍‌କୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲା: ମାର୍ଚ୍ଚ ୫କୁ ଘୁଞ୍ଚିଲା ଶୁଣାଣି ତାରିଖ

ସୁପ୍ରିମ୍‌କୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣିକୁ ଆସନ୍ତା ମାର୍ଚ ୫ ତାରିଖ ଯାଏଁ ଘୁଞ୍ଚାଇ ଦିଆଯାଇଛି। ତିନିଜଣିଆ ଖଣ୍ଡପୀଠର ଅନ୍ୟତମ ବିଚାରପତି ଜଷ୍ଟିସ୍‌ ଏକେ ସିକ୍ରି ଆଜି ଅନୁପସ୍ଥିତ ଥିବା କାରଣରୁ ଆଜି ମାମଲାର ଶୁଣାଣି ହୋଇ ପାରିନାହିଁ। ଶ୍ରୀମନ୍ଦିର ପରିଦର୍ଶନରେ ଆସିଥିବା ଆମିକସ୍‌ କ୍ୟୁରି ରଞ୍ଜିତ କୁମାର ମଧ୍ୟ ତାଙ୍କ ରିପୋର୍ଟ ଆଜି ସୁପ୍ରିମ୍‌କୋର୍ଟରେ ଦାଖଲ କରି ନ ପାରି ଅଧିକ ସମୟ ମାଗିଛନ୍ତି। ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶକ୍ରମେ ଫେବୃଆରି ୨୨ ଓ ୨୩ ତାରିଖ ଦିନ ସେ ଶ୍ରୀମନ୍ଦିର ପରିଦର୍ଶନରେ ଆଦି ବିଭିନ୍ନ ବ୍ୟକ୍ତିବିଶେଷ ଏବଂ ମନ୍ଦିର ପ୍ରଶାସନ ସହ ଆଲୋଚନା କରିଥିଲେ। ମନ୍ଦିର ସଂସ୍କାର ସଂକ୍ରାନ୍ତରେ ସେ ବହୁ ବ୍ୟକ୍ତିଙ୍କ ସହ ଆଲୋଚନା କରିଛନ୍ତି, ତେଣୁ ରିପୋର୍ଟ ପ୍ରସ୍ତୁତି ପାଇଁ ଅଧିକ ସମୟ ଆବଶ୍ୟକ ବୋଲି ସେ କୋର୍ଟଙ୍କୁ ଜଣାଇଛନ୍ତି।