Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବିଜେପି ଜିଲ୍ଲା ଅନୁସୂଚିତ ମୋର୍ଚ୍ଚା ନୂତନ କାର୍ଯ୍ୟକାରିଣୀ ଘୋଷଣା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲା ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା କାର୍ଯ୍ୟକାରିଣୀ ଘୋଷଣା କରାଯାଇଛି। ରାଜ୍ୟ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଡ଼ଃ ବିଭୂପ୍ରସାଦ ତରାଇଙ୍କ ଅନୁମୋଦନ ଓ ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡାଙ୍କ ପ୍ରସ୍ତାବ କ୍ରମେ ଅନୁସୂଚିତ ମୋର୍ଚ୍ଚାର ନୂତନ କାର୍ଯ୍ୟକାରିଣୀ ଘୋଷଣା କରାଯାଇଛି।

୧- ଜିଲ୍ଲା ସଭାପତି- ସୁଦାମ ଚରଣ ମଲିକ

୨- ଉପ ସଭାପତି- ଅନନ୍ତ ଚରଣ ମଲିକ, ପ୍ରବେଶାନ ମଲିକ, ଶିବପ୍ରସାଦ ବେହେରା, ଉମାକାନ୍ତ ସେଠୀ

୩- ସାଧାରଣ ସଂପାଦକ- ଶଶିକାନ୍ତ ମଲିକ, ବାଦଲ ମଲିକ

୪- ସଂପାଦକ- ଚିତ୍ତରଞ୍ଜନ ମଲିକ, ଦିପକ ସେଠୀ, ସ୍ୱରାଜ ମଲିକ, ଅରୁଣ ମଲିକ, ବିଚିତ୍ର ମଲିକ

୫- କୋଷାଧ୍ୟକ୍ଷ- ପ୍ରଶାନ୍ତ କୁମାର ମଲିକ

୬- ମିଡିଆ ସଂଯୋଜକ- ରବିନ୍ଦ୍ର ମଲିକ

୭- ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟଭାବେ ୧୭ଜଣଙ୍କୁ ମନୋନିତ କରାଯାଇଥିବା ସାଧାରଣ ସଂପାଦକ ଅଭିମନ୍ୟୁ ଗୋଛାୟତ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସରକାରଙ୍କ ଅପରାଗତ ଯୋଗୁଁ ମୟୁରଭଂଜ ଜିଲ୍ଲାର ଡେଣୁଆଁ ଗାଁ ଝାଡଖଣ୍ଡ ଅକ୍ତିଆର କରିଛି, ବିଜେପି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ଓଡିଶାର ସୀମାବର୍ତ୍ତୀ ଅଂଚଳଗୁଡିକୁ ପଡୋଶୀ ରାଜ୍ୟମାନେ ଅକ୍ତିଆର କରିବାକୁ ଲାଗିଛନ୍ତି। କୋରାପୁଟ ଜିଲ୍ଲାର କୋଟିଆ ପରି ମୟରୁଭଂଜ ଜିଲ୍ଲାର ରରୁଆ ବ୍ଲକ ଡେଣୁଆଁ ଗାଁର ବାସିନ୍ଦାଙ୍କୁ ଝାଡଖଣ୍ଡ ରାଜ୍ୟ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେଉଛନ୍ତି। ସୀମାବର୍ତ୍ତୀ ଅଂଚଳକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉନାହାଁନ୍ତି ବୋଲି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧୀ ଦଳ ଓଡିଶା ଝାଡଖଣ୍ଡ ସୀମାବର୍ତ୍ତୀ ଡେଣୁଆଁ ଗାଁ ଗସ୍ତକରିବା ସମୟରେ ଅଭିଯୋଗ କରିଛନ୍ତି। ଝାଡଖଣ୍ଡ ପାଇଁ ଓକିଲାତି କରୁଥିବା ଲୋକ ଏବେ ରାଜ୍ୟ ସରକାରଙ୍କ ରାଜସ୍ୱ ମନ୍ତ୍ରୀ ଅଛନ୍ତି।  ତାଙ୍କ ଜିଲ୍ଲାର ଗାଁକୁ ପଡୋଶୀ ରାଜ୍ୟ ଅକ୍ତିଆର କରିବାକୁ ବସିଥିବା ବେଳେ ରାଜସ୍ୱ ମନ୍ତ୍ରୀ ନୀରବଦ୍ରଷ୍ଟା ସାଜିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ଡେଣୁଆ ଗାଁ ଲୋକଙ୍କ ସହ ଶ୍ରୀ ମହାନ୍ତି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଭାବାଗତ ଦୃଷ୍ଟିରୁ ଆମେ ସମସ୍ତେ ଏକ। ରାଜ୍ୟ ସରକାର ତୁରନ୍ତ ସୀମା ବିବାଦକୁ ସମାଧାନ କରିବା ସହ ସୀମାବର୍ତ୍ତୀ ଅଂଚଳର ଲୋକଙ୍କ ବିକାଶ ସ୍ୱତନ୍ତ୍ର ଦୃଷ୍ଟି ଦେଇ ସେମାନଙ୍କୁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି। ଏହି ପ୍ରତିନିଧୀ ଦଳରେ ସାଂସଦ ତଥା ରାଷ୍ଟ୍ରୀୟ ସଂପାଦକ ବିଶେଶ୍ୱର ଟୁଡୁଙ୍କ ସମେତ ବିଜେପି ବିଧାୟକ ପ୍ରକାଶ ସୋରନେ, ନବ ମାଝୀ, ଗଣେଶ ରାମ ଖୁଂଟିଆ, ଭାସ୍କର ମଢେଇ, ବୁର୍ଦ୍ଧାନ ମୁର୍ମୁ, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଚାଏ ପେ ଚର୍ଚ୍ଚା: ଗୃହଟିକସ ବୃଦ୍ଧି ପ୍ରତ୍ୟାହାର ନକଲେ ଆନ୍ଦୋଳନ କରିବ ବିଜେପି

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଅହେତୁକ ଭାବେ ଘର ଟିକସ ବୃଦ୍ଧି କରାଯାଉଛି। ଯାହାକୁ ନେଇ ଜନଅସନ୍ତୋଷ ବଢ଼ିବାରେ ଲାଗିଛି। ଦୀର୍ଘଦିନ ଧରି ବ୍ରହ୍ମପୁର ମହାନଗରର ନିର୍ବାଚିତ ପ୍ରତିନିଧିଙ୍କର କାର୍ଯ୍ୟକାଳ ସରିଯାଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି ଯୋଗୁଁ ଆଜି ପର୍ଯ୍ୟନ୍ତ ନିର୍ବାଚନ ହୋଇପାରୁନାହିଁ। ଯାହାର ସୁଯୋଗ ନେଇ ପ୍ରଶାସନିକ ଅଧିକାରୀ ମାନେ ନିଜର ଇଚ୍ଛା ମୁତାବକ କାର୍ଯ୍ୟ କରିବାକୁ ପଛାଉ ନଥିବା ଅଭିଯୋଗ କରିଛି ବିଜେପି।

କରୋନାର ପ୍ରକୋପ ଯୋଗୁଁ ଆଜି ପର୍ଯ୍ୟନ୍ତ ଜନସାଧାରଣ ନିଜର ଜୀବନ ଜୀବିକା ପାଇଁ ସଂଘର୍ଷ କରୁଥିବାବେଳେ ବିଏମ୍‌ସିରେ ଲୋକଙ୍କର ମତକୁ ଅଗ୍ରାଧିକାର ଦିଆଯାଇଥିବା ବେଳେ ବର୍ତ୍ତମାନ ପ୍ରାଶାସନିକ ଅଧିକାରୀମାନେ କୌଣସି କଥାକୁ ଭ୍ରୁକ୍ଷେପ ନକରି ବିନା ଜନଶୁଣାଣିରେ ନିଜ ଇଚ୍ଛା ମୁତବାକ ଲୋକଙ୍କ ଉପରେ ଟିକସ ଭାର ଲଦି ଦେଇଛନ୍ତି। ତେବେ ରାଜସ୍ୱ ଆଦାୟ ଆଳରେ ବିଏମ୍‌ସି ଏଭଳି ପଦକ୍ଷେପ ନେଇଥିବା ଉପରେ ଟିକସ ଭାର ଲଦିଦେଇଛନ୍ତି।

ତେବେ ରାଜସ୍ୱ ଆଦାୟ ଆଳରେ ବିଏମ୍‌ସି ଏଭଳି ପଦକ୍ଷେପ ନେଉଥିବାବେଳେ ଯାହାକି ଅମାନବୀୟ ସ୍ୱେଚ୍ଛାଚାରିତାର ନିଚ୍ଛକ ଉଦାହରଣ ବୋଲି ବିଜେପି ନେତା କାହ୍ନୁଚରଣ ପତି ମତ ରଖିଛନ୍ତି ଏବଂ ସେ କହିଛନ୍ତି ଯେ ବିଏମ୍‌ସିର ଅଧିକାରୀ ବଦଳିଲେ ନିୟମ ମଧ୍ୟ ବଦଳୁଛି। ସହରର ଉନ୍ନତି ସକାଶେ ବିଏମ୍‌ସି ପକ୍ଷରୁ ପ୍ରତିଘରୁ ଟିକସ ଆଦାୟ କରାଯାଉଥିବାବେଳେ ସହରରେ ସେହିଭଳି କିଛି ଆଖି ଦୃଷ୍ଟିଆ ଉନ୍ନତି ପରିଲକ୍ଷିତ ହେଉନି ଏବଂ ଯାହା ସବୁ ହୋଇଛି ତାହାକୁ ଖତ ଖାଇବାକୁ ବସିଲାଣି।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରିୟ କାର୍ଯ୍ୟକ୍ରମ ଚାଏ ପେ ଚର୍ଚ୍ଚାର ପଞ୍ଚମ ଦିନରେ ବଡ଼ବଜାର ସ୍ଥିତ ଖାସ୍ପା ସାହି ଜଗନ୍ନାଥ ମନ୍ଦିର ନିକଟରେ ଆୟୋଜିତ ଚା ଖଟିରେ ସାଧାରଣ ଲୋକେ ସାମିଲ ହୋଇ ବ୍ରହ୍ମପୁରରେ ଗୃହ ଟିକସ ବୃଦ୍ଧିକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିବାକୁ ବିଜେପି ନେତା ଶ୍ରୀ ପତିଙ୍କୁ ଅନୁରୋଧ କରିଥିଲେ। ତେବେ ଆଗାମୀ ଦିନରେ ଗୃହ ଟିକସ ବୃଦ୍ଧି ପ୍ରତ୍ୟାହାର ନହେଲେ ଏନେଇ ବିଏମ୍‌ସି କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଶ୍ରୀ ପତି ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଅପରାଜିତା ଷଡ଼ଙ୍ଗୀଙ୍କ ଗଂଜାମ ଗସ୍ତ: ବିଜେପିର ଛାମୁଆ ନେତାଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ପ୍ରମିଳା ଗଡ଼ରେ ଅପରାଜିତାଙ୍କ ଲୋକପ୍ରିୟତାର ଗୋଟିଏ ନିଚ୍ଛକ ପ୍ରମାଣ ଦେଖିବାକୁ ମିଳିଥିଲା ଦୁଇଦିନ ତଳେ ଆସିକା ସହରରେ। ଭାରତର ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ସାଂସଦ ଅପରାଜିତା ଷଡ଼ଙ୍ଗୀ ୨୪ ଘଣ୍ଟିଆ ଆସିକା ରହଣୀ ଭିତରେ ସେ ନିଜ ଦକ୍ଷତା, ରଣକୌଶଳ, ଅନୁଭବ, ସମାର୍ଥ୍ୟର ଗୋଟିଏ ଗୋଟିଏ କାର୍ଯ୍ୟକ୍ରମକୁ ସଂପାଦନ କରି ଭୁବନେଶ୍ୱର ଫେରିଗଲେ। କିନ୍ତୁ ଭାରତୀୟ ଜନତା ପାର୍ଟିର କୌଣସି ଗଂଜାମ ଜିଲ୍ଲାର ଆଗଧାଡ଼ିର ନେତା, ପ୍ରମୁଖ ପଦବୀଧାରୀ ଏବଂ ସଂଗଠକଙ୍କ ଉପସ୍ଥିତି ନଥିବା ଦେଖି ସାରା ଜିଲ୍ଲାରେ ଏହା ଚର୍ଚ୍ଚାର ବିଷୟ।

କାହା ଭୟରେ କାହା ଚାପରେ ବିଜେପିର ଦୁଇ ଜିଲ୍ଲା ସଭାପତି ଏବଂ ସଂସଦୀୟ ଓ ବିଧାନସଭା ଆସନର ପ୍ରାର୍ଥୀମାନେ ସହଯୋଗ କରିବାକୁ ଆସିଲେ ନାହିଁ। ଏହା ମଧ୍ୟ ବିଜେପି ବିଚାରର ଗୋଟିଏ ଗୋଟିଏ ଦୁର୍ବଳ ନୀତିକୁ ପଦାରେ ପକାଇ ଦେଇଛି। ରାଜନୀତି କମ୍ କିନ୍ତୁ ସଂଗଠନ ଓ କାର୍ଯ୍ୟକ୍ରମ ଅଧିକ ବିଶ୍ୱାସ କରୁଥିବା ଏଇ ନାରୀନେତ୍ରୀ ଗଂଜାମ ଆସିଥିବା ସମୟରେ ଧର୍ମେନ୍ଦ୍ର ପ୍ରଧାନ କୁଆଡ଼େ ବିବ୍ରତ ହୋଇ ଏପରି କିଛି ଦଳୀୟ କର୍ମକର୍ତ୍ତାଙ୍କୁ ତାଗିଦ୍ କରିଥିବା ନେଇ ସାଧାରଣରେ ଚର୍ଚ୍ଚା।

ଗଂଜାମ ଫେରିଯିବା ପୂର୍ବରୁ ସେ ଗୋଟିଏ କଥା କହିଥିଲେ, ମୋ ପାଇଁ ରାଜନୀତିର ପରିଭାଷା ବୁଝିବା କୌଣସି ଆବଶ୍ୟକତା ନାହିଁ । ମୁଁ ଜଣେ ସାଂସଦ ଭାବରେ ମୋ ଦଳର ଆସ୍ଥା ଓ ବିଶ୍ୱାସକୁ ମଜବୁତ୍ କରିବା ପାଇଁ ଚେଷ୍ଠା କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୋଟିଏ ମନ୍ତ୍ର ସବ୍‌କା ସାଥ୍ ସବ୍‌କା ବିଶ୍ୱାସକୁ ଆଗ୍ରହର ସହ ଗ୍ରହଣ କରି ମୁଁ ମୋର କାର୍ଯ୍ୟ କରୁଛି। ‘ସମର୍ଥ’ ସଂଗଠନ ବରିଷ୍ଠ ନାଗରିକଙ୍କ ପ୍ରତି ସମର୍ପିତ ଏହା ସହ ଆଧ୍ୟାତ୍ମିକ ବିଚାରକୁ ମଜବୁତ୍ କରିବା ପାଇଁ ସମର୍ଥ।

‘ଅଜିତା’ ଦ୍ୱାରା ମହିଳା ସଶକ୍ତିକରଣ ଏବଂ ୟୁଥ୍ ଫର ଆକ୍ସନ୍ ଯୁବ ସମାଜ ମଧ୍ୟରେ ସଚେତନତାର ବାର୍ତ୍ତା ଯିବ। ଅପରାଜିତା ଷଡ଼ଙ୍ଗୀଙ୍କ ଏଇ କାର୍ଯ୍ୟକ୍ରମ ସଂଚାଳନରେ ଜୀବନ ପ୍ରସାଦ ସାହୁ, ସାମର୍ଥର ରାଜ୍ୟ ସଂପାଦକ କାହ୍ନୁଚରଣ ଦାସ, ୟୁଥ୍ ଫର୍ ଆକସନର ସଂଯୋଜକ ଦେବାଶିଷ ନାୟକ ରାଜ୍ୟ ମୁଖ୍ୟ ପରିଚାଳନା କରିଥିଲେ। ଚା’ ଖଟିରେ ବୁଦ୍ଧିଜୀବୀଙ୍କ ସହ ଆଲୋଚନା ସମୟରେ ଆସିକା ସହରର ଐତିହ୍ୟ ସଂପର୍କରେ ଆଲୋଚନା ହୋଇଥିଲା। ଡା. ସାଗର ରଂଜନ ତ୍ରିପାଠୀ କବିରାଜ କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ସିନେମା, କଳା, ସାହିତ୍ୟ, ସଂସ୍କୃତି ପ୍ରତି ଅବଦାନ ସଂପର୍କରେ ଅପରାଜିତାଙ୍କୁ ବୁଝାଇଥିଲେ।

ବ୍ରହ୍ମପୁରରୁ ଡ. ସୁବାଷ ଚନ୍ଦ୍ର ସାହୁ, ପ୍ରଦୀପ ମିଶ୍ର, ସୁବାସିନୀ ପଟ୍ଟନାୟକ ପ୍ରମୁଖ ଅପରାଜିତାଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ହେଁ ଛାମୁଆ ସଂଗଠନର ଦୁର୍ବଳ ଚିତ୍ର ଦେଖି ବିସ୍ମୟ ପ୍ରକାଶ କରିଛନ୍ତି। ଅପରାଜିତା ହୃଦୟ ଜିତି ଫେରିଗଲେ କିନ୍ତୁ ବିଜେପିର ଗଂଜାମ ଜିଲ୍ଲାର ପ୍ରମୁଖ ଦୁର୍ବଳ ନୀତି ନିଶ୍ଚୟ ଆଗାମୀ ଦିନରେ ଅନୁଶୀଳନ ହେବ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଗଂଜାମ ଜିଲ୍ଲା ବିଜେପି ନୂତନ ପଦାଧିକାରୀଙ୍କ ସମ୍ବର୍ଦ୍ଧନା ସଭା ସହ ମଣ୍ଡଳସ୍ତରୀୟ ନେତା ଚୟନ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବିଜେପି ଗଂଜାମ ଜିଲ୍ଲା ନୂତନ ପଦାଧିକାରୀଙ୍କ ଏକ ସମ୍ବର୍ଦ୍ଧନା ସଭା ଷ୍ଟେସନ ରୋଡ଼୍ ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ସଭାପତି ବିଭୂତି ଭୂଷଣ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା।

ଏଥିରେ ଗଂଜାମ ଜିଲ୍ଲା ପ୍ରଭାରୀ ଅଶୋକ ମିଶ୍ରଙ୍କ ସହ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ସାବତ, ପୂର୍ବତନ ଜିଲ୍ଲା ସଭାପତି କାହ୍ନୁଚରଣ ପତି, ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ମନୋରଂଜନ ଦ୍ୟାନସାମନ୍ତରାଙ୍କ ଉପସ୍ଥିତିରେ ଜିଲ୍ଲାର ସାଙ୍ଗଠନିକ ସ୍ଥିତି ଉପରେ ଆଲୋଚନା ହେବା ସଂଗେ ସଂଗେ ମଣ୍ଡଳ କମିଟିର ବୈଠକ, ମୋର୍ଚ୍ଚା କମିଟିର ଗଠନ ଉପରେ ସଭାପତି ଶ୍ରୀ ଜେନା ଗୁରୁତ୍ୱ ଦେଇଥିଲେ।

ଏହି ଅବସରରେ ଜିଲ୍ଲାର ସମସ୍ତ ମଣ୍ଡଳ ପାଇଁ ପ୍ରଭାରୀ ନିଯୁକ୍ତ କରାଯାଇଥିଲା। ତୁଳୁ ମଣ୍ଡଳ ପାଇଁ ରଜତ ପଣ୍ଡିତ, ଗୋଳନ୍ଥରା ମଣ୍ଡଳ ପାଇଁ ଗଙ୍ଗାରେ ଶତପଥୀ, ଶିଳ୍ପାଞ୍ଚଳ ମଣ୍ଡଳ ପାଇଁ ଏନ୍‌. ରାଜେନ୍ଦ୍ର କୁମାର, ନିମଖଣ୍ଡି ମଣ୍ଡଳ ପାଇଁ ରାଜେଶ ସାହୁ, ଗୋପାଳପୁର ଏନ୍‌ଏସି ମଣ୍ଡଳ ପାଇଁ ବିନୋଦ ଚନ୍ଦ୍ର ମିଶ୍ର, କମାପଲ୍ଲି ମଣ୍ଡଳ ପାଇଁ ମନୋଜ ପଟ୍ଟନାୟକ, ଗେଟ୍‌ବଜାର ମଣ୍ଡଳ ପାଇଁ ପ୍ରଦୀପ ଶତପଥୀ, ଆସିକାରୋଡ ମଣ୍ଡଳ ପାଇଁ ରାମ ପାତ୍ର, ପୁରୁଣା ବ୍ରହ୍ମପୁର ପାଇଁ ପ୍ରବୀର ପାତ୍ର, ସାନବଜାର ପାିଁ ଅହିଂସା ସାହୁ, ଗାନ୍ଧିନଗର ପାଇଁ ଶିବ ଅଧିକାରୀ, ଗୋଷାଣିନୂଆଗାଁ ପାଇଁ ପ୍ରଭାତ ଷଡ଼ଙ୍ଗୀ, ଭିକାରୀପଲ୍ଲି ମଣ୍ଡଳ ପାଇଁ ଲକ୍ଷ୍ମୀ ପଣ୍ଡା, ଟାଙ୍ଗଣାପଲ୍ଲୀ ପାଇଁ ଗାଣ୍ଡୁ ଗୌଡ଼, କଣମଣା ପାଇଁ ବସନ୍ତ ବେହେରା, ଛତ୍ରପୁର ଏନ୍‌ଏସି ପାଇଁ ଡ. ସୁବାଷ ସାହୁ, ଗଂଜାମ ଏନ୍‌ଏସି ପାଇଁ ପ୍ରଶାନ୍ତ ନାୟକ, ରମ୍ଭା ଏନ୍‌ଏସି ପାଇଁ କୀର୍ତ୍ତିନ ଦାସ, ସନ୍ତୋଷପୁର ପାଇଁ ରଶ୍ମୀରାଣୀ ମହାପାତ୍ର, ହୁମ୍ମା ପାଇଁ କାନ୍ତାରୁ ଦଳାଇ, ସୁରଳ ପାଇଁ ବାଳକୃଷ୍ଣ ସାମନ୍ତରା, ପିତାତଳୀ ମଣ୍ଡଳ ପାଇଁ ଏନ୍‌. ଡ଼ମ୍ବୁରୁ ରେଡ୍ଡୀ, ଜରଡ଼ା ପାଇଁ ଆଇ ବାଳକୃଷ୍ଣ, ପାତ୍ରପୁର ପାଇଁ ଲଳିତା ପ୍ରଧାନ, ସୁରଙ୍ଗୀ ପାଇଁ ୱାଇ. ମୋହନ ରାଓ, ନୂଆପଡ଼ା ପାଇଁ ମଧୁସୂଦନ ସାହୁ, ଚିକିଟି ଏସ୍ ନାଗଭୂଷଣ, ଦିଗପହଣ୍ଡି ଏନ୍‌ଏସି ପାଇଁ ଅନନ୍ତ ମହାନ୍ତି, ବାଲିପଡ଼ା ସୂର୍ଯ୍ୟମଣି ପାତ୍ର, ବମକୋଇ ସୁଭେନ୍ଦୁ ପାଢ଼ି, ପଦ୍ମନାଭପୁର ପରେଶ ରଥ, ଭୀଷ୍ମିଗିର ପାଇଁ ସୂର୍ଯ୍ୟନାରାୟଣ, ମହୁଡ଼ା ମଣ୍ଡଳ ପାଇଁ ଗୋବିନ୍ଦ ବିଷୋୟୀ, ଗୋକର୍ଣ୍ଣପୁର ପାଇଁ ଫକୀର ବେହେରାଙ୍କୁ ପ୍ରଭାରୀ ରୂପେ ଦାୟିତ୍ୱ ପ୍ରଦାନ କରାଯାଇଥିଲା।

ଜିଲ୍ଲା କାର୍ଯ୍ୟାଳୟ ପ୍ରଭାରୀ ରୂପେ ପ୍ରଭାତ ଷଡ଼ଙ୍ଗୀ ଓ ବାଳକୃଷ୍ଣ ସାମନ୍ତରାୟ, ଅଭିଯୋଗ ପ୍ରକୋଷ୍ଠ ପ୍ରଭାରୀ ରୂପେ ନିରଞ୍ଜନ ପାଣିଗ୍ରାହୀ ଓ ମନୋଜ ପଟ୍ଟନାୟକ, କାର୍ଯ୍ୟକାରୀ ପ୍ରଭାରୀ ଏନ୍‌. ରାଜେନ୍ଦ୍ର କୁମାର ଓ ଶିବ ପ୍ରସାଦ ପାତ୍ର ଏବଂ ଜିଲ୍ଲା ବୁଥ୍‌ପ୍ରଭାରୀ ରୂପେ ସରୋଜ କୁମାର ସାବତ ଓ ଗଙ୍ଗାଧର ଶତପଥୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବିଜେପି ଗଂଜାମ ଜିଲ୍ଲା ଟିମ୍‌ର ନୂତନ କର୍ମକର୍ତ୍ତା ନିର୍ବାଚିତ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ପ୍ରଦେଶ ସଂଗଠନ ସାଧାରଣ ସଂପାଦକ ମାନସ ମହାନ୍ତିଙ୍କ ଅନୁମୋଦନ କ୍ରମେ ଗଂଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟଙ୍କୁ ନିର୍ବାଚିତ କରିଛନ୍ତି। ଜିଲ୍ଲା ଉପସଭାପତି ରୂପେ ନିରଞ୍ଜନ ପାଣିଗ୍ରାହୀ, ମନୋଜ କୁମାର ପଟ୍ଟନାୟକ, ବିନୋଦ ଚନ୍ଦ୍ର ମିଶ୍ର, ପରେଶ ଚନ୍ଦ୍ର ରଥ, ରାମକୁମାର ପାତ୍ର, ୱାଇ. ମୋହନ ରାଓ, ରଶ୍ମୀରେଖା ମହାପାତ୍ର. ଡ. ନମିତାରାଣୀ ପଣ୍ଡା, ସାଧାରଣ ସଂପାଦକ ରୂପେ ଏନ୍‌. ରାଜେନ୍ଦ୍ର କୁମାର, ଗଙ୍ଗାଧର ଶତପଥୀ, ପ୍ରଭାତ କିରଣ ଷଡ଼ଙ୍ଗୀ, କୋଷାଧ୍ୟକ୍ଷ ଭାବେ ସୂର୍ଯ୍ୟମଣୀ ପାତ୍ର, ସଂପାଦକ ଭାବେ ସୁଶିଳା ମଲିକ ଓ ନଗ୍‌ମା, ସନ୍ତୋଷିନୀ ମହାରଣା, ଭିମସେନ ବେହେରା, ଲକ୍ଷ୍ମୀ ଚରଣ ପଣ୍ଡା, ବାଳକୃଷ୍ଣ ସାମନ୍ତରାୟ, ପ୍ରଦୀପ କୁମାର ଶତପଥୀ, କାର୍ଯ୍ୟକାରୀ ସଂପାଦକ ରୂପେ ଗୋପିନାଥ ପଣ୍ଡାଙ୍କ ନାମ ଘୋଷଣା କରିଛନ୍ତି।

ସେହିଭଳି ଯୁବମୋର୍ଚ୍ଚା ସଭାପତି ରୂପେ ଏଲ୍‌. ମୋହନ ଦାସ, ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ରୂପେ ପ୍ରଶାନ୍ତ କୁମାର କର, କୃଷକ ମୋର୍ଚ୍ଚା ସଭାପତି ଚିନ୍ମୟାନନ୍ଦ ଦାସ ମହାରାଜ, ମହିଳା ମୋର୍ଚ୍ଚା ସଭାନେତ୍ରୀ ଏସ୍‌. ରାଣୀ, ପଛୁଆବର୍ଗ ମୋର୍ଚ୍ଚା ସଭାପତି ମଦନମୋହନ ପାତ୍ର, ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ଧନୁ ଶବର, ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ସାମୁଏଲ୍ ବେହେରାଙ୍କ ନାମ ଘୋଷଣା କରାଯାଇଥିବାବେଳେ ମିଡ଼ିଆ ସେଲ୍ ସଂଯୋଜକ ଭାବେ ସୁନିଲ କୁମାର ସାହୁ, ଅର୍ଥନୈତିକ ସେଲ୍ ସଂଯୋଜକ ଭାବେ ଆଇନଜୀବୀ ଭୁବନେଶ୍ୱର ମିଶ୍ର, ଆଇନ ସେଲ୍‌ର ସଂଯୋଜକ ଆଇନଜୀବୀ ପ୍ରଦୀପ କୁମାର ପାଢ଼ି, ସାମାଜିକ ଗଣମାଧ୍ୟମ ସଂଯୋଜକ ଶିବ ପ୍ରସାଦ ପାତ୍ର, ସମବାୟ ସେଲ୍ ସଂଯୋଜକ ଭାବେ ରାମପ୍ରସାଦ ସାମଲ, ସୂଚନା ଅଧିକାର ସେଲ୍ ସଂଯୋଜକ ଆଇନଜୀବୀ ସୈଳେନ୍ଦ୍ର କୁମାର ମିଶ୍ର, ବୁଦ୍ଧିଜୀବୀ ସେଲ୍‌ର ସଂଯୋଜକ ପ୍ରଫେସର କେ. ସେଶଗିରି ରାଓ, କର୍ମଜୀବୀ ସେଲ୍ ସଂଯୋଜକ ଡ. ଅମୂଲ୍ୟ ଚୌଧୁରୀ, ସ୍ୱାସ୍ଥ୍ୟ ସେଲ୍ ରାଜୀବ କୁମାର ମିଶ୍ର, ବିପଣନ ସଂଯୋଜକ ଡି. କରୁଣାକର, ମତ୍ସ୍ୟଜୀବୀ ସେଲ୍ ସଂଯୋଜକ ଏସ୍‌. ରାଜା ରାଓ, ଶିକ୍ଷକ ସେଲ୍ ସଂଯୋଜକ ତ୍ରିନାଥ ମିଶ୍ରଙ୍କ ନାମ ଘୋଷଣା କରିଛନ୍ତି।

ଜିଲ୍ଲା ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଭାବେ କୁଂଜବିହାରୀ ପାଣିଗ୍ରାହୀ, ନନ୍ଦ କିଶୋର ସାହୁ, ଶିଶିର ପାଢ଼ି, ଭୃଗୁ ବକ୍ସିପାତ୍ର, ପିଙ୍କୁ ପ୍ରଧାନ, ସରୋଜ ସାବତ, କାହ୍ନୁଚରଣ ପତି, ମନୋରଂଜନ ଦ୍ୟାନସାମନ୍ତରାଙ୍କ ସମେତ ୯୧ ଜଣଙ୍କୁ ଜିଲ୍ଲା କାର୍ଯ୍ୟକାରିଣୀରେ ସାମିଲ କରାଯାଇଥିବା ସଭାପତି ଶ୍ରୀ ଜେନା ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଅରୁଚିକର ମନ୍ତବ୍ୟ ଲାଗି ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ ବିରୋଧରେ ମାନହାନି ମୋକଦ୍ଦମା

ଭୁବନେଶ୍ବର: ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ତଥା ପୁରୀ ଲୋକସଭା ସାଂସଦ ପ୍ରାର୍ଥୀ ଡଃ. ସମ୍ବିତ ପାତ୍ରଙ୍କ  ବିରୋଧରେ ମାନହାନି ମୋକଦ୍ଦମା ଦାୟର ହୋଇଛି। କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ସମ୍ବିତଙ୍କ ନାମରେ ମାନହାନି ମୋକଦ୍ଦମା ଦାୟର କରିଛନ୍ତି। ପରୀ ଘଟଣାରେ ସମ୍ବିତ ଅରୁଚିକର ଆରୋପ ଲଗାଇଥିବାରୁ ପ୍ରତିବାଦ ସ୍ୱରୂପ ମୋକିମ ମାନହାନି ମୋକଦ୍ଦମା ଦାୟର କରିଛନ୍ତି।

ସୂଚନା ଯୋଗ୍ୟ ଯେ, ପରୀ ହତ୍ୟା ଘଟଣାକୁ ନେଇ ଗତ ନଭେମ୍ବର ୩୦ ତାରିଖରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡଃ. ସମ୍ବିତ ପାତ୍ର କଂଗ୍ରେସର ନଅ ଜଣ ବିଧାୟକ ଶାସକ ଦଳଠାରୁ ଟଙ୍କା ଖାଇଥିବା ନେଇ ସମ୍ବିତ ଗଣମାଧ୍ୟମରେ କହିଥିଲେ। ତେଣୁ ଏହାକୁ ପ୍ରତିବାଦ କରିବା ସହ ସମ୍ବିତଙ୍କ ବିରୋଧରେ ବିଧାୟକ ମହମ୍ମଦ ମୋକିମ ଏକ ଓକିଲ ନୋଟିସ୍ ଜାରିକରିଥିଲେ।

ସମ୍ବିତଙ୍କ ଏହି ମନ୍ତବ୍ୟ ଦ୍ୱାରା କଂଗ୍ରେସ ବିଧାୟକମାନଙ୍କ ଆତ୍ମସମ୍ମାନରେ କ୍ଷତି ଘଟିଛି। ତେଣୁ ସମ୍ବିତ ପାତ୍ର ଏଥିପାଇଁ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ମୋକିମ୍ ଏହି ନୋଟିସରେ ଦାବି କରିଥିଲେ। କିନ୍ତୁ ଏହି ଘଟଣାରେ ଦୀର୍ଘ ଦେଢ ମାସ ବିତିଯାଇଥିଲେ ମଧ୍ୟ ସେ କ୍ଷମା ପ୍ରାର୍ଥନା କରିନାହାନ୍ତି। ଶେଷରେ ବିଧାୟକ ମୋକିମ୍ ଏସଡିଜେଏମ୍ କୋର୍ଟରେ ସମ୍ବିତଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ଦାୟର କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଧାନକିଣା ବିବାଦ: ପୁୁଣି ଆକ୍ରାମଣ କଲା ବିଜେଡି, କହିଲା ବିଜେପି ଦଲାଲଙ୍କ ପାଇଁ ଓକିଲାତି କରୁଛି

ଭୁବନେଶ୍ୱର, ରାଜ୍ୟରେ ଜାରି ରହିଥିବା ଧାନ କିଣା ପ୍ରକ୍ରିୟାରେ ଚାଷୀମାନେ ଉପକୃତ ହେଉଥିବା ବେଳେ କେତେକ ଦଲାଲଙ୍କ ସହ ହାତ ମିଳାଇ ଓଡିଶା ବିଜେପି ସେମାନଙ୍କ ପାଇଁ ଓକିଲାତି କରୁଛି । ବିଜେପି ନେତାମାନେ ସର୍ବଦା ଦଲାଲମାନଙ୍କ ପାଇଁ ଓକିଲାତି କରୁଥିବା ରାଜ୍ୟବାସୀ ଭଲଭାବେ ଜାଣିଛନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ।

ଶ୍ରୀମୟୀ କହିଛନ୍ତି ଯେ, ରାଜ୍ୟରେ ରେକର୍ଡ ପରିମାଣର ଧାନ ଉତ୍ପାଦନ ହୋଇଥିବାବେଳେ ଠିକଣା ଭାବେ ଧାନ ସଂଗ୍ରହ ଯୋଗୁଁ ଲକ୍ଷାଧିକ ଚାଷୀ ଉପକୃତ ହେଉଛନ୍ତି । ୨୦୧୮-୧୯ ବର୍ଷରେ ୬୫.୫ଲକ୍ଷ ମେଟ୍ରିକ ଟନ୍‍ ଧାନ ସଂଗ୍ରହ ହୋଇଥିବାବେଳେ ଚାଷୀମାନଙ୍କ ଖାତାକୁ ସର୍ବନିମ୍ନ ସହାୟକ ମୂଲ୍ୟ ବାବଦରେ ୧୧,୪୦୦ କୋଟି ଟଙ୍କା ପଠାଯାଇଥିଲା ।

୨୦୧୯-୨୦ ବର୍ଷରେ ଧାନ ସଂଗ୍ରହ ପରିମାଣ ୭୦.୫୬ଲକ୍ଷ ମେଟ୍ରିକ ଟନ୍‍ ଥିବାବେଳେ ଚାଷୀମାନଙ୍କ ଖାତାକୁ ସର୍ବନିମ୍ନ ସହାୟକ ମୂଲ୍ୟ ବାବଦରେ ୧୨,୮୦୮ କୋଟି ଟଙ୍କା ଯାଇଥିଲା ଯେଉଁଥିରୁ ଓଡିଶାର ଚାଷୀମାନେ କିଭଳି ଉପକୃତ ହେଉଛନ୍ତି ତାହା ଦେଖିବାକୁ ମିଳିଥିଲା । ପ୍ରକୃତ ଚାଷୀଙ୍କ ନିକଟରେ ଥିବା ଗୋଟିଏ ଅଖା ଧାନକୁ ମଧ୍ୟ ସଂଗ୍ରହ କରିବାପାଇଁ ବିଜେଡି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି ।

ବିଜେଡି ମୁଖପାତ୍ର କହିଛନ୍ତି ଯେ, ରାଜ୍ୟ ସରକାର ଚାଷୀଙ୍କ ଠାରୁ ଧାନ ଖରିଦ କରି ଚାଲିଥିବା ବେଳେ ବିଜେପି ଏବେ ଦଲାଲଙ୍କ ପାଇଁ ଓକିଲାତି କରୁଛି । ଦିଲ୍ଲୀରେ କୃଷକମାନେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଚଳାଉଥିବା ପ୍ରଦର୍ଶନରୁ ନଜର ହଟାଇବାପାଇଁ ଓଡିଶା ବିଜେପି ଏଭଳି ଡ୍ରାମା କରୁଥିବା ଓଡିଶାବାସୀ ଭଲଭାବେ ବୁଝି ସାରିଲେଣି ।

ବିଜେଡି ସାଂସଦମାନେ ଗତକାଲି କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଭେଟିବା ସହିତ ଚାଉଳ ସଂଗ୍ରହ ଓ ସବସିଡ୍‍ ପ୍ରଦାନ ସମ୍ପର୍କିତ ସମସ୍ୟାର ସମାଧାନ ହୋଇଛି । ହେଲେ ବିଜେପି ସାଂସଦମାନେ ଓଡିଶା ପାଇଁ କରିଛନ୍ତି କ’ଣ ? ଏଠାରେ ଶସ୍ତା ରାଜନୀତି କରିବା ଅପେକ୍ଷା ଓଡିଶା ଚାଷୀଙ୍କ ସ୍ୱାର୍ଥରକ୍ଷା ଲାଗି ବିଜେଡି ସାଂସଦଙ୍କ ଭଳି ସେମାନେ ପଦକ୍ଷେପ ନେବା ଉଚିତ୍‍ । ଧାନ ସଂଗ୍ରହ ପ୍ରକ୍ରିୟାରେ ପ୍ରକୃତ ଚାଷୀଙ୍କ ନିକଟରେ ଥିବା ଗୋଟିଏ ଧାନକୁ ବି ସଂଗ୍ରହ କରାଯିବା ନେଇ ବିଜେଡି ସରକାର ଗ୍ୟାରେଣ୍ଟି ଦେଇଥିବା ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଘୋଷଣା ହେଲା ବିଜେପି ଯୁବମୋର୍ଚ୍ଚା ଟିମ୍ ତାଲିକା

ଭୁବନେଶ୍ୱର: ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ ଆଚାର୍ଯ୍ୟ ଆଜି ଯୁବମୋର୍ଚ୍ଚା ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟଙ୍କ ନାମ ତାଲିକା ଘୋଷଣା କରିଛନ୍ତି।

ଯୁବ ମୋର୍ଚ୍ଚା ରାଜ୍ୟ ଉପସଭାପତି:

ବିଶ୍ୱଜିତ ଷଡଙ୍ଗୀ, ମାନସ କୁମାର ଦତ, ନିଳାଦ୍ରି ପାତ୍ର, କମଳେଶ ସାହା, ପ୍ରଫୁଲ ସ୍ୱାଇଁ

ଯୁବ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ:

ଦୀପକ କୁମାର ଗୋଚ୍ଛାୟତ ଓ ଓମ୍ ପ୍ରକାଶ ମିଶ୍ର

ରାଜ୍ୟ ସଂପାଦକ:

ଶିବାନୀ ମାଝୀ, ସିଦ୍ଧାନ୍ତ ଗଙ୍ଗଦେବ, ପ୍ରିତେଶ ବହିଦାର, ରାଜଶ୍ରୀ ମହାନ୍ତି, ପ୍ରକାଶ ଦଳେଇ, ଅମୃତ ରଂଜନ ସ୍ୱାଇଁ, ଦିପଜ୍ୟୋତି ମୁଣ୍ଡ, ବିକ୍ରମ ବିଶ୍ୱାଳ

ଯୁବମୋର୍ଚ୍ଚା ରାଜ୍ୟ କୋଷାଧ୍ୟକ୍ଷ:

ସନ୍ତୋଷ ମହାପାତ୍ର

ରାଜ୍ୟ ସଂପାଦକ (କାର୍ଯ୍ୟାଳୟ):

ମନୋଜ ପଶ୍ଚିମକବାଟ

ବିଭିନ୍ନ ବିଭାଗର ରାଜ୍ୟ ସଂଯୋଜକ:

ଭକ୍ତବତ୍ସଳ ବସ୍ତିଆ, ସୂର୍ଯ୍ୟବଂଶୀ ସୂର୍ଯ୍ୟ ସ୍ଥିତପ୍ରଜ୍ଞ, ସୁଜିତ ସାହୁ, ସ୍ମୃତି ରଂଜନ ମିଶ୍ର, ସ୍ୱଦେଶ ସ୍ୱାଇଁ, ପ୍ରତୀକ୍ଷା ଆଚାର୍ଯ୍ୟ, ସଂଗ୍ରାମ କେଶରୀ ପାତ୍ର, ଦିନେଶ ଶର୍ମା, ହିଂମାଶୁ ପଣ୍ଡା, ହିତେଶ ସାହୁ, ଶିବ ଦିୱାନ, ଆଶିଷ ବରିସାଲ, ଅଭିଷେକ ସାମନ୍ତରାୟ, ନାରାୟଣ କର୍ମୀ, ରୂପେଶ ପଟେଲ, ଚନ୍ଦ୍ରକାନ୍ତ ଧଳ, ସୁବ୍ରତ କୁମାର ବିଶ୍ୱାଳ, ଆଶୁତୋଷ ବେହେରା, ସ୍ମରଜିତ ମହାନ୍ତି, ରାଣା ପୃଥ୍ୱୀରାଜ ସିଂ ଓ ରାଧାମାଧବ ପରିଡା

ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ:

ଶୁଭେନ୍ଦୁ ବ୍ରହ୍ମା, କାଳିପ୍ରସାଦ ମହାନ୍ତି, ଲକ୍ଷ୍ମଣ ତ୍ରିପାଠୀ, ପିନିଟି କ୍ରାନ୍ତି, ବିଶ୍ୱଜିତ ସିଂ, ଲଲାଟ ସାମଲ, ଅଭୟ ପାତ୍ର, ପ୍ରିୟଦର୍ଶିନୀ ଅର୍ଚ୍ଚନା ବାଗ ଯାଦବ, ସୁଧୀର କୁମାର ବ୍ରହ୍ମା, ସୁବାଶିଷ ସାହୁ, ରୋଶନ ସାହୁ, ସୁଧାଂଶୁ ଜେନା, ସଜୁ ସରକାର, ସୁମନ୍ତ ବେହେରା, ରାଜେନ୍ଦ୍ର ଗୌଡ, ସରୋଜ ଭଞ୍ଜ, ଯଜ୍ଞ ପ୍ରସାଦ ସାହୁ, ସ୍ୱଂୟ ସେବକ ରାୟ, ଅଭିଜିତ ମିଶ୍ର, ପ୍ରାଣବନ୍ଧୁ ଦାସ, ବାଜୁ ଶିକା, ଅଶ୍ୱିନୀ ସାହୁ, ସନ୍ତୋଷ କୁମାର ବିଶ୍ୱାଳ, ଅମରେନ୍ଦ୍ର ରଣସିଂହ, ସୁନୀଲ ସ୍ୱାଇଁ, ଉମେଶ ଖୋସଲା, ଅମୃତ ମହାନ୍ତି, ସିଦ୍ଧାର୍ଥ ରାଉତରାୟ, ସୌମ୍ୟ ରଂଜନ ଲେଙ୍କା, ସୁରଜ ପାଇକରାୟ

ଯୁବମୋର୍ଚ୍ଚା ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟ:

ଫାଲଗୁନୀ ସବର, କିର୍ତି ରଂଜନ ପଟ୍ଟନାୟକ, ଦୀପକ କୁମାର ପ୍ରଧାନ, ଆନନ୍ଦ ରାମ, ଭାରତ ବିଶ୍ୱକର୍ମା, ସତ୍ୟରଂଜନ ଭୂୟାଁ, ପ୍ରକାଶ ମଲ୍ଲିକ, ପ୍ରଭୃଦତ ପଣ୍ଡା, ରାଜୁ ସାହୁ, ଅଂଶୁଳ ପଟେଲ, ରତନ କୁମାର ଦିଗଲ, ନରସିଂହ ସିଂ, ରବିନ୍ଦ୍ର କୁମାର ପୁହାଣଙ୍କୁ ମନୋନୀତ କରାଯାଇଛି ବୋଲି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଆଚାର୍ଯ୍ୟ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଘୋଷଣା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ରାଜସ୍ଥାନ ବିଜେପିରେ ବଢୁଛି ଅସନ୍ତୋଷ: ନୂଆ ରାଜନୈତିକ ମଞ୍ଚ ଗଢିଲେ ବସୁନ୍ଧରା ସମର୍ଥକ

ଜୟପୁର: ରାଜସ୍ଥାନରେ କଂଗ୍ରେସ ପରେ ଏବେ ବିଜେପିରେ ମଧ୍ୟ ବିରୋଧର ସ୍ଵର ଉଠିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ଦଳ ଅଣଦେଖା କରୁଥିବାର ଅଭିଯୋଗ କରିଛନ୍ତି ତାଙ୍କ ସମର୍ଥକ। ବସୁନ୍ଧରାଙ୍କ ପ୍ରଶଂସକ ବିଜେପିରୁ ଅଲଗା ହୋଇ ଏକ ନୂଆ ରାଜନୈତିକ ମଞ୍ଚ ତିଆରି କରିଛନ୍ତି। ଯେଉଁ ମଞ୍ଚର ନାମ ରହିଛି ବସୁନ୍ଧରା ରାଜେ ସମର୍ଥକ ରାଜସ୍ଥାନ ମଞ୍ଚ। ଏହା ସହିତ ବସୁନ୍ଧରା ସମର୍ଥକ ମାନେ ରାଜସ୍ଥାନର ସମସ୍ତ ଜିଲ୍ଲାରେ ଜିଲ୍ଲା ସଭାପତି ମନୋନୀତ କରିବା ଆରମ୍ଭ କରିଦେଇଛି।

ଏତଦବ୍ୟତୀତ ଏହି ମଞ୍ଚ ଦ୍ଵାରା ଯୁବ ମୋର୍ଚ୍ଚା ଏବଂ ମହିଳା ମୋର୍ଚ୍ଚା ଗଠନ କରିବା ଲାଗି ପ୍ରସ୍ତୁତି ଆରମ୍ଭ କରିଦେଇଛି। ଉଲ୍ଲେଖଯୋଗ୍ୟ ଯେ, ବିଜେପି ପାଇଁ ଏହା ହେଉଛି ପ୍ରଥମ ଘଟଣା, ଯାହାକି ଦଳଠାରୁ ଅଲଗା ହୋଇ କୋଣସି ଏକ ନେତାର ସମର୍ଥନରେ ଅଲଗା ସଂଗଠନ ପ୍ରସ୍ତୁତ କରାଯାଉଛି।

ତେବେ ଏହାକୁ ନେଇ ରାଜ୍ୟ ସଭାପତି ସତୀଶ ପୂନିୟା କହିଛନ୍ତି ଯେ, ଏହି ଘଟଣା ସମସ୍ତ ବିଜେପି ନେତାଙ୍କୁ ଜଣା ଅଛି। ଏବଂ ଯେଉଁ ମାନେ ଏହି ସଂଗଠନ ତିଆରି କରୁଛନ୍ତି ସେମାନେ ବିଜେପିର ସକ୍ରିୟ ସଦସ୍ୟ ନୁହନ୍ତି। ବିଜେପି କୌଣସି ବ୍ୟକ୍ତି କେନ୍ଦ୍ରିତ ଦଳ ନୁହେଁ, ଏହା ସଂଗଠନ ଆଧାରିତ ଦଳ।

Categories
ଆଜିର ଖବର ଜାତୀୟ ଖବର

ବିଜେପିରେ ସାମିଲ୍ ହେବାର କିଛି ଘଣ୍ଟା ପରେ ପୁଣି ବିଦା ହେଲେ କପିଲ ଗୁର୍ଜର

ନୂଆଦିଲ୍ଲୀ: ବିଜେପିରେ ସାମିଲ୍ ହୋଇ କିଛି ଘଣ୍ଟା ପରେ ପୁଣି ବିଦା ହେଲେ କପିଲ ଗୁର୍ଜର। କପିଲ ଗୁର୍ଜର ଶାହୀନ ବାଗରେ ଚାଲିଥିବା ସିଏଏ ବିରୋଧ ଆନ୍ଦୋଳନ ସମୟରେ ଫାଇରିଂ କରି ଗିରଫ ହୋଇଥିଲେ। ଗିରଫ ପରେ ସେ ଜାମିନରେ ଆସିଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ଆଜି କପିଲ ଗୁର୍ଜର ଗାଜିଆବାଦ ଅଫିସକୁ ଯାଇ ବିଜେପିରେ ସାମିଲ୍ ହୋଇଥିଲେ। ହେଲେ ବିଜେପିର ବରିଷ୍ଠ ନେତାମାନେ ଏହାକୁ ନେଇ ଗୁର୍ଜରକୁ ବିରୋଧ କରିବା ସହ ଦଳରୁ ବିଦା ହେବା ଦରକାର ବୋଲି ଦାବି କରିଥିଲେ। ତେଣୁ ତାଙ୍କୁ ଦଳରୁ ବିଦା କରାଯାଇଥିବା ସୂଚନା ରହିଛି। ତେବେ ଭୁଲ ବଶତଃ କପିଲ ଗୁର୍ଜର ବିଜେପିରେ ସାମିଲ ହେବା ନେଇ ବିଜେପି କାର୍ଯ୍ଯାଳୟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି।

Categories
ଆଞ୍ଚଳିକ

ଚିଲିକାରେ ରାଜ୍ୟ ସରକାର ବିରୋଧରେ ପ୍ରତିବାଦ: ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଥାନାରେ ଏତଲା ଦେଲା ବିଜେପି

ସୀତାରାମ ଅଗ୍ରୱାଲ

ଚିଲିକା: ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହଡପ ଓ ଚଞ୍ଚକତା କରି କେନ୍ଦ୍ର ସରକାରଙ୍କ ନାମକୁ ଲୁଚାଇ ବିଜୁ ପକ୍କା ଘର ଯୋଜନା ନାମରେ ଷ୍ଟିକର ଲଗାଇ ଜନସାଧାରଣଙ୍କୁ ବିଭ୍ରାଟ କରୁଥିବା ପ୍ରତିବାଦରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଏତଲା ଦେଇଛି ଚିଲିକା ବିଜେପି।

ଏହି ପ୍ରରିପ୍ରେକ୍ଷୀରେ ଆଜି ଚିଲିକା ବିଜେପି ବିଧାୟକ ପ୍ରାର୍ଥୀ ତଥା ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ନେତୃତ୍ବରେ ଚିଲିକା ନିର୍ବାଚନ ମଣ୍ଡଳୀର ଦୁଇଟି ବ୍ଲକରେ ପ୍ରତିବାଦ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଚିଠିକୁ ଚିରାଯାଇଛି। ରାଜ୍ୟ ସରକାର ଏହି କେନ୍ଦ୍ରୀୟ ଯୋଜନାକୁ ହଡପ କରିବା ପାଇଁ ରୀତିମତ ଯୋଜନା କରୁଥିବା ସମ୍ପର୍କରେ ଲିଖିତ ଅଭିଯୋଗ କରାଯାଇଛି। ଏହା ସହିତ ବାଣପୁର ଥାନାରେ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଆଇପିସି ୪୨୦ ଦଫା ଅନୁଯାୟୀ ମୁକଦମା ରୁଜ୍ଜୁ କରାଯାଇଛି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପ୍ରସ୍ତୁତ ଘରେ ଲାଗୁଥିବା ଫଳକରେ ଖୁବ୍‍ ଛୋଟ ଅକ୍ଷରରେ ପ୍ର.ଆ.ଯୋ ଲେଖିଥିଲା ବେଳେ ଚଞ୍ଚକତା କରି ବିଜୁବାବୁଙ୍କ ଫଟୋ ଲୋଗୋ ସହ ବଡବଡ ଅକ୍ଷରରେ ବିଜୁ ପକ୍କାଘର ଯୋଜନା ଲେଖି ନିର୍ମିତ ଗୃହରେ ଷ୍ଟିକର ମାରୁଥିବା ଅଭିଯୋଗ କରିଛନ୍ତି ଶ୍ରୀ ହରିଚନ୍ଦନ। ଚଞ୍ଚକତା କରି ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ଯୋଜନା ବୋଲି ପ୍ରଚାର କରିବା ସହ ରାଜ୍ୟବାସୀଙ୍କୁ ଏଥିସହିତ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଥିବା ଏକ ଚିଠି ବାଣ୍ଟୁଛନ୍ତି। ଯେଉଁଥିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବୋଲି ନକରି ସବୁ ପକ୍କାଘର ତାଙ୍କ ସରକାର ଯୋଗାଇ ଦେଇଥିବା ଏକ ମିଥ୍ୟା ବାର୍ତ୍ତା ଦେଇ ରାଜ୍ୟବାସୀଙ୍କୁ ପ୍ରଦାନ କରୁଛନ୍ତି ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଅଭିଯୋଗ କରିଛନ୍ତି।

ଏହି ପ୍ରତିବାଦ ରାଲିରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ଖୋର୍ଦ୍ଧା ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ, ଖୋର୍ଦ୍ଧା ଜିଲ୍ଲା ବିଜେପି ସମ୍ପାଦକ ବିଦ୍ୟୁତ କୁମାର କାଣ୍ଡି, ଜିଲ୍ଲା ଉପସଭାପତି ବିଜୟ ବିଶ୍ଵାଳ, ଜିଲ୍ଲା ପରିଷଦ ସଭ୍ୟ ସର୍ବେଶ୍ୱର ପ୍ରଧାନ, ମଣ୍ଡଳ ସଭାପତି କୈଳାଶ ବରାଳ, ସୌମ୍ୟରଂଜନ ସାମନ୍ତରାୟ, ଜିତେନ୍ଦ୍ର ଭୋଳ, ଦିଲ୍ଲୀପ ମହାନ୍ତି, ବିଭିନ୍ନ ପଞ୍ଚାୟତ ସରପଞ୍ଚ ରମେଶ ପ୍ରଧାନ, ଦୀପକ ପ୍ରଧାନ, ଅଜୟ ମାର୍ଥା, ଇନ୍ଦୁ ଜାଲି, ସୁଜାତା ବିଶ୍ୱାଳ, ଲକ୍ଷ୍ମୀ ସେଠି, କଳ୍ପନା ଦୈରିଗଞ୍ଜନ ଏବଂ ଦଳର ବହୁ ବରିଷ୍ଠ ନେତା ଓ କର୍ମୀମାନେ ଉକ୍ତ ଦୁଇ ବ୍ଲକ ଆନ୍ଦୋଳନରେ ଯୋଗ ଦେଇଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ରେଢାଖୋଲ ଓ ନାକଟିଦେଉଳରେ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଏଫ୍‌ଆଇଆର୍‌

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ରେଢାଖୋଲ ଓ ନାକଟିଦେଉଳ ବ୍ଲକ୍ ବିଜେପି ପକ୍ଷରୁ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଥାନାରେ ଏକ ଏତଲା ଦେଇଥିବା ଜଣା ପଡିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଧାନମନ୍ତ୍ରୀଙ୍କର ଏକ ଯୋଜନା। କେନ୍ଦ୍ରସରକାର ଦେଇଥିବା ଏହି ଯୋଜନାକୁ ରାଜ୍ୟ ସରକାର ବିଜ୍ଜୁ ପକ୍କାଘର ନାମରେ ସରକାରୀ କର୍ମଚାରୀଙ୍କୁ ନିୟୋଜିତ କରି ଦଳୀୟ ପ୍ରଚାର କରୁଥିବା ଓ ବିଜ୍ଜୁ ପକ୍କାଘର ନାମରେ ଓଡିଶା ସରକାରଙ୍କ ଏକ ଷ୍ଟିକର ଘରେ ଲଗାଇବା ଘଟଣାକୁ ବିଜେପି ଦୃଢ ନିନ୍ଦା କରିବା ସହ ଏହାକୁ ବିରୋଧ କରିଛି।

ଆଜି ରେଢାଖୋଲ ଓ ନାକଟିଦେଉଳ ବ୍ଲକ୍ ରେ ବିକ୍ଷୋଭ ସହ ବିଜ୍ଜୁ ପକ୍କାଘର ଷ୍ଟିକରକୁ ଚିରି ଦିଆଯାଇଥିଲା। ନବୀନ ପଟ୍ଟନାୟକଙ୍କ ନାମରେ ଆଇପିସି ର ୪୨୦ ଧାରା ଅନୁଯାୟୀ କେସ୍ ରୁଜୁ କରାଯାଇଥିଲା।

ରେଢାଖୋଲ ବିଜେପି ସଭାପତି ରାମାନୁଜ ମହାପାତ୍ର, ଅମର କୁମାର ସିଂ, ନରେନ୍ଦ୍ର କୁମାର ମଲ୍ଲୀକ, ରାଜେନ୍ଦ୍ର ପ୍ରସାଦ ବୈଠାରୁ ସାଂସଦ ପ୍ରତିନିଧି ଶିବରାମ ସାହୁ ପ୍ରମୁଖ ଯୋଗଦେଇଥିଲେ। ଠିକ୍ ସେହିପରି ନାକଟିଦେଉଳରେ ପ୍ରମୋଦ ସାହୁ, ପୂର୍ଣ୍ଣ ଗଡତିଆ, ଗୋବିନ୍ଦ ଅଗ୍ରଓାଲା, ନେତ୍ରାନନ୍ଦ ରାଉଳ, ଜିତେନ୍ଦ୍ର ସାହୁ, ଜଜେ୍ଞଶ୍ୱର ସାହୁ, ଅବନୀ ରାଉତ ପ୍ରମୁଖ ବିକ୍ଷୋଭରେ ଯୋଗଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପରୀ ହତ୍ୟା ମାମଲାରେ କଳାହାଣ୍ଡି ଜିଲ୍ଲା ବିଜେପି ପକ୍ଷରୁ ପଦଯାତ୍ରା

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି ନୟାଗଡର କୁନି ଝିଅ ପରୀର ମୃତ୍ୟୁ ଘଟଣା। ଏହି ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ନେଇ ସାରା ରାଜ୍ୟରେ ଆଲୋଚନା ସମାଲୋଚନା ହେଉଥିବା ବେଳେ ବିଧାନସଭାରେ ମଧ୍ୟ ଏହି ଘଟଣାରେ ସୃଷ୍ଟି ହେଇଥିଲା ତୁମ୍ଭିତୋଫାନ। ବିରୋଧୀ କଂଗ୍ରେସ ଓ ବିଜେପି ତରଫରୁ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ସହ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିଲା।

ତେବେ ଏ ନେଇ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନ ନେବାରୁ ବିଜେପି ତରଫରୁ କଳାହାଣ୍ଡି ଜିଲ୍ଲା ବିଜେପି ତରଫରୁ ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେେ ଭବାନୀପାଟଣା ଠାରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ଏହି ପଦଯାତ୍ରାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏବଂ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ମଧ୍ୟ ଯୋଗ ଦେଇଥିଲେ। ବିଜେପିର ଦଳୀୟ କାର୍ଯ୍ୟକର୍ତ୍ତାମାନେ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରୁ ଏକ ବିରାଟ ପଦଯାତ୍ରାରେ ବାହାରି ଷ୍ଟାଚ୍ୟୁ ଛକ, ଗାନ୍ଧୀ ଛକ, ଘୋଡ଼ଘାଟ ଛକ, ବସଷ୍ଟାଣ୍ଡ, ଜେଲ ଛକ, ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ଦେଇ ମାଣିକେଶ୍ବରୀ ମନ୍ଦିର ନିକଟରେ ପହଞ୍ଚିଥିଲେ।

ଦଳୀୟ କାର୍ଯ୍ୟକର୍ତ୍ତାମାନେ ପରି ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି ଓ କୃଷିମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଦାବିରେ ବିଭିନ୍ନ ସ୍ଲୋଗାନ ମାନ ଦେଇଥିଲେ। ରାଜ୍ୟ ସରକାର ମା’ କୁ ସମ୍ମାନ ଓ ମାଟି କୁ ସମ୍ମାନର ଡିଣ୍ଡିମ ପିଟୁ ଥିବା ବେଳେ କୋମଳମତି ଶିଶୁକନ୍ୟାମାନେ ରାଜ୍ୟରେ ସୁରକ୍ଷିତ ନ ଥିବା ସରକାରଙ୍କ ନାରୀ ସଶକ୍ତିକରଣର ସ୍ଲୋଗାନ କୁ ପଦାରେ ପକାଇ ଦେଇଛି ବୋଲି ବିଜେପି କାର୍ଯ୍ୟକର୍ତ୍ତା ମାନେ କହିଥିଲେ।

ତେବେ ପରି କୁ ନ୍ୟାୟ ନ ମିଳିଲେ ବିଜେପି ସମଗ୍ର ରାଜ୍ୟ ରେ ଆନ୍ଦୋଳନକୁ ତୀବ୍ରତର କରିବ ବୋଲି କହିଛନ୍ତି ସ୍ଥାନୀୟ ନେତୃତ୍ୱ। ଏହି ବିକ୍ଷୋଭ ପ୍ରଦର୍ଶନରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତାରାଣୀ ସାହୁ, ମହିଳା ମୋର୍ଚ୍ଚା ସଭାନେତ୍ରୀ କୁନ୍ତୀ ପାଲ,ବିନୀତା ଦାସ. ନିରୁପମା ନାୟକ, ରାଜ୍ୟ ସମ୍ପାଦିକା ଶର୍ମିଷ୍ଠା ମେହେର, ପୁଷ୍ପା ତାଣ୍ଡି, ବରିଷ୍ଠ ବିଜେପି ନେତା ଭବେନ୍ଦ୍ର ପଣ୍ଡା, ଭାନୁ ପ୍ରକାଶ ରଥ, ରମେଶ ମାଝୀ, ଜୟଶଙ୍କର ନାୟକ, ଆର୍ତତ୍ରାଣ ମହାପାତ୍ର, ସନ୍ତୋଷ ବିଶି ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ବିଟିସିକୁ ଦଖଲ କରିବା ପାଇଁ ନିଜ ସହଯୋଗୀକୁ ଛାଡି ଅନ୍ୟ ଏକ ଦଳର ହାତ ଧରିଲା ଆସାମ ବିଜେପି!

ଗୁଆହାଟୀ: ଆସାମ ବୋଡୋଲ୍ୟାଣ୍ଡ ଟେରିଟୋରିଆଲ୍‌ କାଉନ୍‌ସିଲ୍‌ (ବିଟିସି) ର ଫଳାଫଳ ପରେ ବିଜେପି ଏବଂ ଏହାର ସହଯୋଗୀ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ବିଜେପି ବିଟିସିକୁ ନିଜ ଦଖଲରେ ରଖିବା ପାଇଁ ନିଜର ସହଯୋଗୀ ଦଳ ବିପିଏଫ୍‌କୁ ଛାଡ଼ି ୟୁନାଇଟେଡ୍‌ ପିପୁଲ୍ସ ପାର୍ଟି ଲିବେରାଲ୍‌ ଦଳ ସହ ହାତ ମିଳାଇଛି।

ଉଲ୍ଲେଖଯୋଗ୍ୟ ଯେ, ୪୦ ଆସନ ବିଶିଷ୍ଟ ବିଟିସିକୁ ଦାଖଲ କରିବା ପାଇଁ କୌଣସି ଏକ ଦଳକୁ ୨୧ ଟି ଆସନ ଆବଶ୍ୟକତା କରୁଛି। ଆସାମର ସର୍ବାନନ୍ଦ ସୋନୋଓ୍ବାଲ ସରକାରରେ ସହଯୋଗୀ ଥିବା ବିପିଏଫ୍‌କୁ ୧୭ଟି ଆସନ ମିଳିଥିବା ବେଳେ ବିଜେପିକୁ ୯ ଟି ଆସନ ମିଳିଛି। ଏହି ଦୁଇ ଦଳଙ୍କ ଆସନ ସଂଖ୍ଯାକୁ ମିଶାଇଦେଲେ ୨୬ ଟି ଆସନରେ ପହଞ୍ଚୁଛି। ତେବେ ବିଟିସିକୁ ଅକ୍ତିଆର କରିବା ପାଇଁ ମେଣ୍ଟ ସଫଳ ହୋଇପାରୁଛି। ହେଲେ ବିଜେପି ନିଜ ସହଯୋଗୀକୁ ଛାଡି ୧୨ ଟି ଆସନ ପାଇଥିବା ୟୁନାଇଟେଡ୍‌ ପିପୁଲ୍ସ ପାର୍ଟି ଲିବେରାଲ୍‌ ଦଳକୁ ସମର୍ଥନ କରିଛି। ଏହି ନିର୍ବାଚନରେ କଂଗ୍ରେସ ଓ ଗଣସୁରକ୍ଷା ପାର୍ଟିକୁ ଗୋଟିଏ ଲେଖାଏଁ ଆସନ ମିଳିଛି।

ବରିଷ୍ଠ ଭାଜପା ନେତା ତଥା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ୟୁପିପିଏଲ୍‌କୁ ଅଭିନନ୍ଦନ ଜଣାଇବା ସହ ସହଯୋଗୀ ଦଳ ବୋଲି ଟୁଇଟ୍‌ କରିଛନ୍ତି। ୟୁପିପିଏଲ୍‌ ମୁଖ୍ୟ ପ୍ରମୋଦ ବୋରୋ ବିଟିସିର ନୂତନ ମୁଖ୍ୟ କାର୍ଯ୍ୟନିର୍ବାହୀ ସଦସ୍ୟ (ସିଇଏମ୍‌) ହେବେ ବୋଲି ମୁଖ୍ୟମନ୍ତ୍ରୀ ସୋନୋଓ୍ବାଲ ମଧ୍ୟ ଘୋଷଣା କରିଛନ୍ତି।

ଅପରପକ୍ଷରେ ଏହାକୁ ନେଇ ବିପିଏଫ୍‌ ଦଳ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଛି। ସେଥିପାଇଁ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ। ବିପିଏଫ୍‌ ମନ୍ତ୍ରୀ ପ୍ରମିଳାରାଣୀ ବ୍ରହ୍ମା, ଚନ୍ଦନ ବ୍ରହ୍ମା ଓ ରାହୋନ ଡାଇମାରି ଯୋଗ ଦେଇନଥିବା ଜଣାପଡିଛି। ହେଲେ ସେମାନେ କ’ଣ ପାଇଁ ବୈଠକରେ ଯୋଗଦେଲେନି ତାହା ଜଣାନାହିଁ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ଚନ୍ଦ୍ରମୋହନ ପଟୋଓ୍ବାରି କହିଛନ୍ତି।

 

Categories
ଆଜିର ଖବର ଆଞ୍ଚଳିକ

କୋଭିଡ଼୍ ଯୋଦ୍ଧାଙ୍କ ଆନ୍ଦୋଳନରେ ସାମିଲ ହେଲା ବିଜେପି

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ସ୍ଥାୟୀ ନିଯୁକ୍ତି ଦାବିରେ ଏମ୍‌କେସିଜି ମେଡ଼ିକାଲ୍ ନିକଟରେ ଧାରଣା ଦେଇଥିବା ଷ୍ଟାଫନର୍ସଙ୍କ ଆନ୍ଦୋଳନକୁ ଜିଲ୍ଲା ବିଜେପି ସମର୍ଥନ ଜଣାଇ ସାମିଲ ହୋଇଛି। ସୂଚନାଯୋଗ୍ୟ ଏମ୍‌କେସିଜି କୋଭିଡ଼୍ ହସ୍‌ପିଟାଲ୍‌ରେ କାର୍ଯ୍ୟରତ ଥିବା ଷ୍ଟାଫନର୍ସମାନେ ଦୀର୍ଘ ୭ ମାସ ହେବ କରୋନା ଡ଼୍ୟୁଟି କରୁଛନ୍ତି। କିନ୍ତୁ ସରକାର ସେମାନଙ୍କୁ ସ୍ଥାୟୀ ନିଯୁକ୍ତିର ବ୍ୟବସ୍ଥା ନ କରି ନୂଆ ନିଯୁକ୍ତି ନେଇ ବିଜ୍ଞାପନ ବାହାର କରିଛନ୍ତି। ଫଳରେ ସେମାନେ ଦିନରାତି ପରିଶ୍ରମ କରି କୋଭିଡ଼୍ ଡ଼୍ୟୁଟି କରିଥିବାବେଳେ ପାଠ ପଢ଼ିବାକୁ ସମୟ ହିଁ ପାଇନାହାନ୍ତି।

କିଛି ନର୍ସ ଭଲ ଚାକିରି ଛାଡ଼ି ଜନସାଧାରଣଙ୍କ ସେବା ପାଇଁ ଏଠାକୁ ଆସି ଦିନରାତି ପିପିଇ କିଟ୍ ପିନ୍ଧି କାର୍ଯ୍ୟ କରୁଥିଲେ। ଏପେଟ ଏମ୍‌କେସିଜିରେ ମଧ୍ୟ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିଥିବାରୁ ସେମାନଙ୍କୁ ପ୍ରଥମେ ଚୟନ କରାଯିବା ପରେ ଅନ୍ୟମାନଙ୍କୁ କରାଯାଉ ବୋଲି ଦାବି କରିଛନ୍ତି। ଏହି ଆନ୍ଦୋଳନକୁ ଆଜି ବିଜେପିର କର୍ମକର୍ତ୍ତମାନେ ସମର୍ଥନ ଜଣାଇ ଧାରଣା ସ୍ଥଳରେ ପହଞ୍ଚିଥିଲେ। ଷ୍ଟାଫନର୍ସମାନଙ୍କୁ ଦାବି ଯୁକ୍ତିଯୁକ୍ତ ଏବଂ ଖୁବ୍‌ଶୀଘ୍ର ସରକାର ସେମାନଙ୍କ ଦାବି ପୂରଣ କରିବାକୁ ବାଧ୍ୟ ବୋଲି କହିଥିଲେ।

ଏହି ବିକ୍ଷୋଭରେ ବିଜେପିର ଜିଲ୍ଲା ଉପସଭାପତି ପ୍ରବୀର ପାତ୍ର, ଚିନ୍ମୟାନନ୍ଦ ଦାଶ, ସିଦ୍ଧାନ୍ତ ଗଙ୍ଗଦେବ, ଏସ୍‌. ରାଣୀ, ବାଳକୃଷ୍ଣ ସାମନ୍ତରା, ଶିବ ନାୟକ, ବିନାୟକ ରଥ, ତୁମ୍ବେଶ୍ୱର ନାୟକ, ବିକାଶ ପାଣିଗ୍ରାହୀ, ରାଜିବ ମିଶ୍ର, ଜଗଦିଶ ପ୍ରଧାନ, ଆଲୋକ ଶତପଥୀ, ବାବୁଲା ପାତ୍ର, ସୋମନାଥ ରେଡ଼ି, ଶ୍ରୀନୁ ରାଓ, ଟୁଙ୍ଗୁରୁ ପାତ୍ର, ପ୍ରଦୀପ ମିଶ୍ର, ମଧୁସୁଦନ ସାହୁ, ଗୌରୀ ମହାନ୍ତି, ପି. ରାଜେନ୍ଦ୍ର କୁମାର ପ୍ରମୁଖ ସାମିଲ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପରୀ ହତ୍ୟା ଘଟଣା: ପୀଡ଼ିତାଙ୍କ ପରିବାରକୁ ଭେଟିଲେ ଉଭୟ କଂଗ୍ରେସ ଏବଂ ବିଜେପି ଦଳର ନେତା

ନୟାଗଡ଼: ବହୁ ଚର୍ଚ୍ଚିତ ପରି ହତ୍ୟା ଘଟଣାରେ ସାରା ରାଜ୍ୟରେ ଆନ୍ଦୋଳନ ଜାରି ରହିଛି। ଏହି ଘଟଣାକୁ ନେଇ ବିଭିନ୍ନ ଦଳର ନେତାମାନେ ସରକାର ବିରୋଧରେ ପ୍ରତିବାଦ କରିବା ସହ ପୀଡ଼ିତାଙ୍କ ପରିବାରକୁ ଭେଟୁଛନ୍ତି। ତେବେ ଆଜି ରାଜ୍ୟର ଦୁଇ ପ୍ରମୁଖ ଦଳ କଂଗ୍ରେସ ଏବଂ ବିଜେପି ଦଳର ନେତାମାନେ ପରୀର ପରିବାରକୁ ଭେଟିଛନ୍ତି।

ପ୍ରଥମେ ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ପରୀ ଗ୍ରାମକୁ ଆସି ଘଟଣା ସମ୍ପର୍କରେ ତଦାରଖ କରିବା ସହ ପରିବାରକୁ ଭେଟିଥିଲେ। ସେହିପରି ବିଜେପି ପ୍ରବକ୍ତା ତଥା ପୁରୀ ଲୋକସଭା ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ପରୀର ପରୀର ବାପା ଅଶୋକ ସାହୁ ଓ ମାଆ ସୌଦାମିନିଙ୍କୁ ଭେଟି ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି। ତେବେ ବିଜେପି ଏହି ମାମଲାରେ ସିବିଆଇ ତଦନ୍ତ ଦାବି କରୁଛି।

ଏହା ସହିତ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଇଥିବାର ଅଭିଯୋଗ କରି ବିଜେପି ପକ୍ଷରୁ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରାଯାଉଛି। ଏନେଇ  ନୟାଗଡ଼ ଜିଲ୍ଲା ବିଜେପି ପକ୍ଷରୁ ଆଜି ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟସ୍ଥ ଦୁର୍ଗାପୂଜା ମଣ୍ଡପରେ ଏହି ପ୍ରତିବାଦ କରାଯାଉଛି।

Categories
ଜାତୀୟ ଖବର ବିଶେଷ ଖବର

ହାଇଦ୍ରାବାଦ ମ୍ୟୁନିସପାଲଟି ର୍ନିବାଚନରେ ଟିଆରଏସକୁ କଡା ଟକ୍କର ଦେଇ ଦ୍ଵିତୀୟ ସ୍ଥାନରେ ବିଜେପି

ହାଇଦ୍ରାବାଦ: ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲଟି ର୍ନିବାଚନର ଫଳାଫଳ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ମୋଟ ୧୫୦ ଟି ଆସନ ମଧ୍ୟରୁ ୧୪୬ଟି ଆସନର ଫଳାଫଳ ଘୋଷଣା କରାଯାଇଛି। ଏଥିରେ ଟିଆରଏସ ପ୍ରଥମ ସ୍ଥାନରେ ରହିଥିବା ବେଳେ ବିଜେପି ଦ୍ଵିତୀୟ ଏବଂ ଏଆଇଏମଆଇଏମ ତୃତୀୟ ସ୍ଥାନରେ ରହିଛି। ହେଲେ ଏହି ନିର୍ବାଚନରେ କଂଗ୍ରେସ ପୁଣି ଥରେ ବିଫଳ ହୋଇଛି।

ଏହି ନିର୍ବାଚନ ଫଳାଫଳ ପରେ ଟିଆରଏସ ପ୍ରଥମ ସ୍ଥାନରେ ଥିଲେ ମଧ୍ୟ ସଂଖ୍ୟା ଗରିଷ୍ଠତା କରିବାରେ ଅସଫଳ ହୋଇଛି। ୧୫୦ ଆସନ ବିଶିଷ୍ଠ ଏହି ପୌର ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ପାଇଁ ୭୬ ଟି ଆସନ ଆବଶ୍ୟକତା କରୁଥିବା ବେଳେ ଦଳକୁ ମାତ୍ର ୫୬ ଟି ଆସନ ମିଳିପାରିଛି। ଗତଥର ପୌର ର୍ନିବାଚନରେ ୯୯ ଟି ଆସନ ପାଇଥିବା ଟିଆରଏସ ଦଳକୁ ଏଥର ବଡ କ୍ଷତିର ସାମ୍ନା କରିବାକୁ ପଡିଛି।

ପୂର୍ବ ନିର୍ବାଚନରେ ମାତ୍ର ୪ଟି ଆସନ ଜିତିଥିବା ବିଜେପି ଏହି ନିର୍ବାଚନରେ ୪୮ ଟି ଆସନ ହାସଲ କରିବାରେ ସମର୍ଥ ହୋଇଛି। ସେହିପରି ଏଆଇଏମଆଇଏମ ଦଳ ମାତ୍ର ୫୧ ଟି ଆସନରେ ଲଢି ୪୪ ଟି ଆସନରେ ବିଜୟ ହୋଇଛି। ଏହି ନିର୍ବାଚନରେ ଏଆଇଏମଆଇଏମକୁ ବିଶେଷ କିଛି କ୍ଷତି ହୋଇ ନ ଥିଲେ ମଧ୍ୟ ବିଜେପିର ଆସନ ସଂଖ୍ୟା ବଢିଥିବାରୁ ବିରୋଧୀଙ୍କୁ ଚିନ୍ତାରେ ପକାଇଛି।

ସେହିପରି କଂଗ୍ରେସକୁ ମାତ୍ର ଦୁଇଟି ଆସନରେ ସନ୍ତୁଷ୍ଟ ରହିବାକୁ ପଡିଛି। ତେବେ କଂଗ୍ରେସର ଏହି ପ୍ରଦର୍ଶନ ପାଇଁ ତେଲେଙ୍ଗନା ପ୍ରଦେଶ କଂଗ୍ରେସ ସଭାପତି ଏନ. ଉତ୍ତମ କୁମାର ରେଡ଼ି ତାଙ୍କ ପଦରୁ ଇସ୍ତଫା ଦେଇଥିବା ଜଣାପଡିଛି।

Categories
ଆଞ୍ଚଳିକ

ପୁରୁଣା ବ୍ରହ୍ମପୁର ମଣ୍ଡଳ ତରଫରୁ ବିଜେପିର ମଣ୍ଡଳସ୍ତରୀୟ ପ୍ରଶିକ୍ଷଣ ଶିବିର

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ପୁରୁଣା ବ୍ରହ୍ମପୁର ମଣ୍ଡଳ ତରଫରୁ ମଣ୍ଡଳ ସଭାପତି ବିନାୟକ ରଥଙ୍କ ପୌରୋହିତ୍ୟରେ ଗଂଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ଓ ବରିଷ୍ଠ ନେତା କାହ୍ନୁଚରଣ ପତିଙ୍କ ଉପସ୍ଥିତିରେ ମଣ୍ଡଳସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା।

ଏଥିରେ ବିଜେପିର ଇତିହାସ ସଂପର୍କରେ ବାଳକୃଷ୍ଣ ସାମନ୍ତରାୟ, ଆମର ଦାୟିତ୍ୱ ସମ୍ବନ୍ଧରେ ରାଜେଶ ସାହୁ, ଭାରତର ବୈଚାରିକ ମୁଖ୍ୟଧାରା ସମ୍ବନ୍ଧରେ ମହନ୍ତ ଚିନ୍ମୟାନନ୍ଦ, ବ୍ୟକ୍ତିତ୍ୱ ବିକାଶ ସମ୍ବନ୍ଧରେ ଗଙ୍ଗାଧର ଶତପଥୀ, ଅନ୍ତ୍ୟୋଦୟ ସମ୍ବନ୍ଧରେ ମଦନ ମୋହନ ପାତ୍ର, ସାମାଜିକ ଗଣମାଧ୍ୟମର ପ୍ରଭାବୀ ଉପଯୋଗ ସଂପର୍କରେ ସିଦ୍ଧାନ୍ତ ଗଙ୍ଗଦେବ, ଆତ୍ମନିର୍ଭରଶୀଳତା ଉପରେ ନିରଞ୍ଜନ ପାଣିଗ୍ରାହୀ ପ୍ରଶିକ୍ଷାର୍ଥୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ। କାର୍ଯ୍ୟକ୍ରମକୁ ପ୍ରଭାତ କିରଣ ଷଡ଼ଙ୍ଗୀ ସଂଯୋଜନା କରିଥିବାବେଳେ ଶିବ ଶଙ୍କର ଶତପଥୀ ମଂଚ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମନ୍ତ୍ରୀଙ୍କ ଇସ୍ତଫା ଦାବି, ରାସ୍ତାକୁ ଓହ୍ଲାଇଲା ବିଜେପି

ଭୁବନେଶ୍ୱର: ନୟାଗଡ଼ ପରୀ ହତ୍ୟା ମାମଲାକୁ ନେଇ ଏବେ ଅଡ଼ୁଆରେ କୃଷିମନ୍ତ୍ରୀ ଅରୁଣ ସାହୁ । ଏହି ମାମଲାକୁ ନେଇ ବିଧାନସଭା ହୁଲସ୍ତୁଲ ହେଉଥିବାବେଳେ ବିରୋଧୀ ମନ୍ତ୍ରୀ ଶ୍ରୀ ସାହୁଙ୍କ ଇସ୍ତଫା ଦାବିରେ ଅଡ଼ିବସିଛନ୍ତି ।  ବିଧାନସଭା ଭିତରେ ଓ ବାହାରେ ବି ମନ୍ତ୍ରୀ ଶ୍ରୀ ସାହୁଙ୍କ ଇସ୍ତଫା ଦାବି ଜୋର ଧରିଛି ।  ଏହି ପରିପ୍ରେକ୍ଷୀରେ ପରୀକୁ ନ୍ୟାୟ ଦାବିରେ ବିଜେପି ରାଜରାସ୍ତାକୁ ଓହ୍ଲାଇଛି ।  ବିଜେପି କର୍ମୀମାନେ ରାଜ୍ୟ କାର୍ୟ୍ୟାଳୟରୁ  ଏକ ଶୋଭାଯାତ୍ରାରେ ବାହାରି ବିଧାନସଭା ଅଭିମୁଖେ ବାହାରିଥିବା ଜଣାଯାଇଛି ।  ପରୀକୁ ନ୍ୟାୟ ଓ ମନ୍ତ୍ରୀ ଶ୍ରୀ ସାହୁଙ୍କ ଇସ୍ତଫା ଦାବିରେ ବିକ୍ଷୋଭ କରାଯାଇଛି ।  ଏହି ମାମଲାର ସିବିଆଇ କିମ୍ବା ଏସଆଇଟି ତଦନ୍ତ କରାଯିବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି । ସେହିପରି ଏହି ମାମଲାରେ ଯୁବ କଂଗ୍ରେସ ମଧ୍ୟ ରାସ୍ତାକୁ ଓହ୍ଲାଇଛି ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶା ପାଇଁ ନୂତନ ପ୍ରଭାରୀ ନିଯୁକ୍ତ କଲା ବିଜେପି: ଜାଣନ୍ତୁ ବୈଜୟନ୍ତ ପଣ୍ଡା ଓ ସମ୍ବିତ ପାତ୍ରଙ୍କୁ ମିଳିଲା କେଉଁ ରାଜ୍ୟ ଦାୟିତ୍ଵ

ନୂଆଦିଲ୍ଲୀ/ଭୁବନେଶ୍ବର: ବିଜେପି ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଓ ସହ-ପ୍ରଭାରୀ ନିଯୁକ୍ତ କରାଯାଇଛି। ଓଡିଶା ସମେତ ଛତିଶଗଡ, ଦିଲ୍ଲୀ, ଆସାମ, ଆନ୍ଧ୍ରପ୍ରଦେଶ, ମଣିପୁର, ବିହାର, ଅରୁଣାଚଳ ପ୍ରଦେଶ ଓ ଆଣ୍ଡାମନ ନିକୋବର ପାଇଁ ପ୍ରଭାରୀ ଓ ସହ-ପ୍ରଭାରୀ ନିଯୁକ୍ତ କରାଯାଇଛି। ବିଜେପି ଓଡିଶା ପାଇଁ ନୂତନ ପ୍ରଭାରୀ ଭାବେ ଡି ପୁରନ୍ଦେଶ୍ୱରୀଙ୍କୁ ଦାୟିତ୍ଵ ଦେଇଛି।

ଅରୁଣ ସିଂହଙ୍କ ବଦଳରେ ପୁରନ୍ଦେଶ୍ୱରୀ ଓଡିଶା ବିଜେପିର ପ୍ରଭାରୀ ଦାୟିତ୍ଵ ନେବେ। ବିଜୟପାଲ ସିଂହ ତୋମରଙ୍କୁ ମଧ୍ୟ ଓଡ଼ିଶା ବିଜେପିର ସହ-ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ଏନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଘୋଷଣା କରିଛନ୍ତି। ଓଡ଼ିଶା ସହ ଛତିଶଗଡ଼ ରାଜ୍ୟର ପ୍ରଭାରୀ ଭାବେ ମଧ୍ୟ ଡି ପୁରନ୍ଦେଶ୍ୱରୀଙ୍କୁ ନିଯୁକ୍ତ କରାଯାଇଛି।

ସୂଚନା ଯୋଗ୍ୟ ଯେ, ଡି. ପୁରନ୍ଦେଶ୍ୱରୀ ୨୦୧୯ ମସିହାରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ଏହାପୂର୍ବରୁ ସେ ୨୦୧୪ ମସିହାରେ ବାପତ୍ଲା ଆସନରୁ ନିର୍ବାଚନ ଲଢ଼ି ଲୋକସଭାକୁ ଯାଇଥିଲେ। ଏହି ସମୟରେ ସେ କେନ୍ଦ୍ରରେ ରାଷ୍ଟ୍ରମନ୍ତ୍ରୀ ପଦ ମଧ୍ୟ ସମ୍ଭାଳିଥିଲେ। ବର୍ତ୍ତମାନ ସେ ବିଜେପିର ସାଧାରଣ ସମ୍ପାଦକ ଅଛନ୍ତି।

ସେହିପରି ଦୁଇ ଓଡ଼ିଆ ନେତା ବୈଜୟନ୍ତ ପଣ୍ଡା ଓ ଡାକ୍ତର ସମ୍ବିତ ପାତ୍ରଙ୍କୁ ମଧ୍ୟ ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଛି। ବୈଜୟନ୍ତଙ୍କୁ ଦିଲ୍ଲୀ ଓ ଆସାମର ପ୍ରଭାରୀ କରାଯାଇଥିବାବେଳେ ସମ୍ବିତ ପାତ୍ର ମଣିପୁରର ପ୍ରଭାରୀ ଦାୟିତ୍ୱ ସମ୍ଭାଳିବେ। ଏହାସହ ସତ୍ୟା କୁମାରଙ୍କୁ ଆଣ୍ଡାମାନ ଓ ନିକୋବରର, ବି ମୁରଲୀଧରନଙ୍କୁ ଆନ୍ଧ୍ରପ୍ରଦେଶର, ଦିଲ୍ଲୀପ ସୌକିୟାଙ୍କୁ ଅରୁଣାଚଳ ପ୍ରଦେଶର ଏବଂ ଭୁପେନ୍ଦ୍ର ଯାଦବଙ୍କୁ ବିହାରର ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି।