Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁରରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର: ଆବାସ ଯୋଜନାରେ ସରକାରଙ୍କୁ ଘେରିଲେ
ଆଞ୍ଚଳିକ

ବାଣପୁରରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର: ଆବାସ ଯୋଜନାରେ ସରକାରଙ୍କୁ ଘେରିଲେ

January 14, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ
ବାଣପୁର: ଆଜି ପୁରୀ ଲୋକସଭା ସାଂସଦ ପ୍ରାର୍ଥୀ ତଥା ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଡ଼ା. ସମ୍ବିତ ପାତ୍ର ବାଣପୁର ଗସ୍ତରେ ଆସିଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଦୁଇ ଗୋଟି ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ ନୀଳାଦ୍ରି ପ୍ରସାଦ ପଞ୍ଚାୟତ ଏବଂ ଦାମିଆ ବରାବରା ପଞ୍ଚାୟତର ଅନେକ ଗ୍ରାମକୁ ଡ. ପାତ୍ର ଗସ୍ତ କରିଥିଲେ। ସାଥିରେ ଚିଲିକା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ମଧ୍ୟ ଗସ୍ତ କରିଥିଲେ।

ଏହି ଅବସରରେ ଡ. ପାତ୍ର ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଏବଂ ମୌଳିକ ସମସ୍ୟାକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ସେ କହିଥିଲେ ଯେ, ରାଜ୍ୟ ସରକାର ଆବାସ ଯୋଜନାକୁ ହାଇଜାକ କରୁଛନ୍ତି। ରାଜ୍ୟ ସରକାର ସାବତ ମା’ ସାଜି କେନ୍ଦ୍ର ସରକାରଙ୍କ ଯୋଜନାକୁ ନିଜ ନାମରେ କରିବାକୁ ଚେଷ୍ଟା କରୁଛନ୍ତି। ଏବଂ ଏହି ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦିଆଯାଇ ଦଳୀୟ ଆଧାରରେ ଲୋକଙ୍କୁ ସାମିଲ କରୁଛନ୍ତି। ତେଣୁ ଏହାକୁ ନେଇ ଆମେ ରାଜ୍ୟ ସରକାର ବିରୋଧରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଆଜି ରାଜ୍ୟପାଳଙ୍କୁ ଭେଟିଥିଲୁ। ତାଙ୍କୁ ଏନେଇ ସବୁ ଅବଗତ କରାଇଛୁ।

ଶେଷରେ ପୃର୍ଥ୍ବୀରାଜ ହରିଚନ୍ଦନ କହିଥିଲେ ଯେ, ଯେପର୍ଯ୍ୟନ୍ତ ଶେଷ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରେ ସାମିଲ ନ ହୋଇଛି, ସେ ପର୍ଯ୍ୟନ୍ତ ଆମର ଲଢେଇ ଜାରି ରହିବ। ଏପର୍ଯ୍ୟନ୍ତ ଆହୁରି ୩୦ ରୁ ୩୫ ପ୍ରତିଶତ ଲୋକଙ୍କୁ ଏହି ଯୋଜନାରୁ ବଞ୍ଚିତ ରଖାଯାଇଛି। ଏବଂ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ ଅନୁଯାୟୀ ୨୦୨୨ ସୁଦ୍ଧା ସମସ୍ତଙ୍କ ପାଇଁ ଛାତ ଘରର ସ୍ଵପ୍ନକୁ ପୂରଣ କରିବା ଲାଗି ଭାରତୀୟ ଜନତା ପାର୍ଟି ସଂଘର୍ଷ ଜାରି ରଖିବ।

ଆବାସ ଯୋଜନା ପୃଥ୍ବୀରାଜ ହରିଚନ୍ଦନ ବାଣପୁର ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ନେତାରୁ ବିଧାୟକ ଓ ମନ୍ତ୍ରୀ ହେବା ପରେ ଏବେ ହେଲେ କବି; ଲୋକାର୍ପିତ ହେଲା ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ପୁସ୍ତକ

September 26, 2026

ପ୍ରବଳ ବର୍ଷାରେ ବାଣପୁର ଜଳବନ୍ଦୀ

September 26, 2026

ବାଲୁଗାଁ ମହାବିଦ୍ୟାଳୟରେ ଏନଏସଏସ ଦିବସ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

September 25, 2026

ତାଳପଦା ସମୁଦ୍ର କୂଳରୁ ମୃତ ଡଲଫିନ୍‌ ଉଦ୍ଧାର

September 23, 2026
Latest News

ଇନିଂସ୍ ଓପନ କରିବେ ଗିଲ୍ ଏବଂ ଜୟସ୍ଵାଲ୍?: ଆଜି ଏହି ୧୧ ଖେଳାଳିଙ୍କୁ ମିଳିପାରେ ସୁଯୋଗ

September 27, 2026

ଆତଙ୍କବାଦ ପ୍ରସଙ୍ଗ: UNGA ରେ ପାକିସ୍ତାନ ଉପରେ ଆକ୍ରମଣ କଲେ ଜୟଶଙ୍କର

September 27, 2026

୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍: ଭିଜିଲାନ୍ସ ପଞ୍ଝାରେ ୨ କର୍ମଚାରୀ

September 27, 2026

କମର୍ସିଆଲ୍ ବିମାନରେ ଯାତ୍ରୀଙ୍କୁ କାହିଁକି ଦିଆଯାଏନି ପାରାଚ୍ୟୁଟ୍? ଜାଣନ୍ତୁ ଏହା ପଛର ୫ଟି ବଡ଼ କାରଣ

September 27, 2026

ଆଇଏଲ୍‍ଏସ୍‍ ବାୟୋ ଇନକ୍ୟୁବେଟର ପକ୍ଷରୁ ଷ୍ଟାର୍ଟଅପ୍ କ୍ୟାରିୟର ମେଳା:  ଏକାଠି ହେଲେ ୧୭ ଷ୍ଟାର୍ଟଅପ୍

September 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.