Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ପାଖେଇ ଆସୁଛି ଏନଏସି ନିର୍ବାଚନ: ବାଣପୁରରେ ପ୍ରଚାର କ୍ଷେତ୍ରରେ ବିଜେଡି ଆଗୁଆ
ଆଞ୍ଚଳିକ

ପାଖେଇ ଆସୁଛି ଏନଏସି ନିର୍ବାଚନ: ବାଣପୁରରେ ପ୍ରଚାର କ୍ଷେତ୍ରରେ ବିଜେଡି ଆଗୁଆ

March 11, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ରେ ପୌର ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ରାଜନୈତିକ ମାହୋଲ ସେତେ ଉଷ୍ମ ହେବାରେ ଲାଗିଛି। ମୁଖ୍ୟତଃ ଏଠାରେ ବିଜେଡି ବିଜେପି ମଧ୍ୟରେ କଡ଼ା ଟକ୍କର ହେବାକୁ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ପ୍ରଚାରରେ ଆଗୁଆ ରହିଛି ବିଜେଡି। ବିଜେଡିରୁ ଅଧ୍ୟକ୍ଷ ପଦବୀ ପାଇଁ ମିଟୁ ନାୟକ ପ୍ରତିଦ୍ବନ୍ଦିତା କରୁଥିବାବେଳେ ବିଜେପିରୁ ଅଧ୍ୟକ୍ଷ ପଦବୀ ପାଇଁ ନନ୍ଦ କିଶୋର ମିଶ୍ର ପ୍ରତିଦ୍ବନ୍ଦିତା କରୁଛନ୍ତି। ଉଭୟ ପ୍ରାର୍ଥୀ ନିଜ ନିଜ ଦଳକୁ ଜିତାଇବା ପାଇଁ ଦିନ ରାତି ଏକ କରୁଥିବା ବେଳେ ପ୍ରଚାର କ୍ଷେତ୍ରରେ ବିଜେଡିର ମିଟୁ ନାୟକ ଆଗୁଆ ଥିବା ଦେଖାଯାଇଛି।

ପୁର୍ବରୁ ବିଜେଡିର ୧୨ ନମ୍ବର ୱାର୍ଡ କାଉନସିଲର ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇସାରିଥିବା ବେଳେ ଦଳ ଅଧ୍ୟକ୍ଷ ପଦ ହାତେଇବା ପାଇଁ ଆପ୍ରାଣ ଉଦ୍ୟମ ଆରମ୍ଭ କରିଦେଇଛି। ବାଣପୁର ପଞ୍ଚାୟତ ସମିତି ନିର୍ବାଚନରେ ଖରାପ ପ୍ରଦର୍ଶନ କରିବା ପରେ ବିଜେଡି ଏନଏସି ଦଖଲ କରିବା ପାଇଁ ସମସ୍ତ ପନ୍ଥା ଅବଲମ୍ବନ କରିବାରେ ଲାଗିଛି। ସହର ସାରା ବିଜେଡି ପତାକା ଓ ବ୍ୟାନର ଛାଇ ହୋଇଥିବା ବେଳେ ବିଜେପି ପକ୍ଷରୁ ସେତଟା ଚଞ୍ଚଳତା ଦେଖାଯାଉନାହିଁ। କାଁ ଭାଁ ବିଜେପି କାଉନସିଲର ପ୍ରାର୍ଥୀ ମାନେ ପ୍ରଚାର କରୁଥିବା ଦେଖାଯାଉଛି। ବିଜେପି ଅଧ୍ୟକ୍ଷ ପ୍ରାର୍ଥୀ ନନ୍ଦ କିଶୋର ମିଶ୍ର ସହରର ଜଣେ ବିଶିଷ୍ଟ ବ୍ୟବସାୟୀ ହୋଇଥିବା ବେଳେ ତାଙ୍କର ବହୁ ଦଶନ୍ଧିର ରାଜନୀତି ଅଭିଜ୍ଞତା ମଧ୍ୟ ରହିଛି।

ତେବେ ଖୁବ ଶୀଘ୍ର ବିଜେପି ତାହାର ରଣନିତୀ ପ୍ରସ୍ତୁତ କରି ମୈଦାନକୁ ଓହ୍ଳାଇବ ବୋଲି ଦଳୀୟ କର୍ମୀମାନେ କହୁଥିବାର ଦେଖାଯାଇଛି। ତେବେ ବେଳ ଥାଉ ଥାଉ ଯଦି ବିଜେପି ବେଣୀ ନବାନ୍ଧେ ତେବେ ପୁନଶ୍ଚ ଏଠାରେ ପରାଜୟର ସ୍ୱାଦ ଚାଖିବ ବୋଲି ରାଜନୈତିକ ପଣ୍ଡିତ ମାନେ ଆକଳନ କରୁଛନ୍ତି।

ଏନଏସି ନିର୍ବାଚନ ବାଣପୁର ବିଜେଡ଼ି ଆଗୁଆ
Share. Facebook Twitter LinkedIn Email WhatsApp Copy Link

Related Posts

Banapur News: ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ସ୍ୱାଗତ ଉତ୍ସବ

August 6, 2026

ଉଲୁଣ୍ଡାରେ ଅଘଟଣ: ଘରର କାନ୍ଥ ଭୁଶୁଡ଼ି ବୃଦ୍ଧଙ୍କ ମୃତ୍ୟୁ, ପତ୍ନୀ ଗୁରୁତର

August 2, 2026

ନାକଟିଦେଉଳରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ଅଭିଯୋଗ; ୮ ଜଣ ଅଟକ, ଗୁରୁତର ଆହତଙ୍କୁ ବୁର୍ଲା ସ୍ଥାନାନ୍ତର

August 2, 2026

ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ

August 2, 2026
Latest News

ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ: ୨୫୧ କେଜି ଗଞ୍ଜେଇ ଜବତ, ୨ ଗିରଫ

August 7, 2026

ବରିଷ୍ଠ ଅଧିକାରୀବୃନ୍ଦଙ୍କ ସହିତ ଉଚ୍ଚସ୍ତରୀୟ ବୈଠକ କଲେ ରାଜସ୍ୱ ମନ୍ତ୍ରୀ

August 7, 2026

ଏଣିକି ମୁଖ୍ୟରାସ୍ତା କଡରେ ନିର୍ମାଣ ହେବ ଯାତ୍ରୀ ସୁବିଧା କେନ୍ଦ୍ର, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କଲେ ସମୀକ୍ଷା

August 7, 2026

‘ଅଗ୍ନି-୪’ ବାଲିଷ୍ଟିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

August 7, 2026

ଆଜି ସମସ୍ତ ଜିଲ୍ଲାଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ଦାବିପତ୍ର ପ୍ରଦାନ: ସମନ୍ୱୟ ସମିତି

August 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.