Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»କୋକସରା ଉପାଧ୍ୟକ୍ଷଙ୍କ ସଂପର୍କୀୟଙ୍କ ଦ୍ୱାରା ପରିବହନରେ ବ୍ୟାପକ ଅନିୟମିତତା ଅଭିଯୋଗ
ଆଞ୍ଚଳିକ

କୋକସରା ଉପାଧ୍ୟକ୍ଷଙ୍କ ସଂପର୍କୀୟଙ୍କ ଦ୍ୱାରା ପରିବହନରେ ବ୍ୟାପକ ଅନିୟମିତତା ଅଭିଯୋଗ

June 20, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ବ୍ୟାପକ ଭାବେ ଧାନ ଉତ୍ପାଦନ ହେଉଥିବା ବେଳେ ପଡୋଶୀ ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରୁ ଧାନ ଉଠାଣ ପାଇଁ ଯୋଗାଣ ବିଭାଗ କଳାହାଣ୍ଡିର ମିଲର୍ସମାନଙ୍କୁ ଦାୟୀତ୍ୱ ଦେଉଥିବାର ସୁଯୋଗ ନେଇ ପରିବହନରେ ବ୍ୟାପକ ଅନିୟମିତତା କରୁଥିବା ଅଭିଯୋଗ ହେଉଛି। ଏସଂପର୍କରେ କଳାହାଣ୍ଡି ଜିଲ୍ଲା ଯୋଗାଣ ନିଗମ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୧୦୬୦ ତା.୦୭.୦୪.୨୦୨୨ ଯୋଗେ ମିଳିଥିବା ତଥ୍ୟ ଅନୁସାରେ ଲଡୁଗାଁସ୍ଥିତ ଶ୍ରୀ କହ୍ନେୟା ଏଗ୍ରୋ ପ୍ରଡକ୍ଟସ (SKAP ) ତରଫରୁ କୋରାପୁଟରୁ ଧାନ ଉଠାଣ କରାଯାଇଥିବା କଗଜାତ ଦାଖଲ କରାଯାଇଥିବା ଜଣାପଡିଛି।

କୋକସରା ବ୍ଲକ ଉପାଧ୍ୟକ୍ଷଙ୍କ ଘନିଷ୍ଠ ସହଯୋଗୀ ଭାବେ ପରିଚିତ ନୀଲେଶ ଅଗ୍ରୱାଲଙ୍କ ସ୍ୱାକ୍ଷରିତ ପରିବହନ ସଂକ୍ରାନ୍ତୀୟ କାଗଜାତ ଯୋଗାଣ ନିଗମ ପଦାଧିକାରୀଙ୍କ ଦ୍ୱାରା ଯୋଗାଇ ଦିଆଯାଇଛି। ତଦନୁସାରେ CG 15A 3366 LPT1613/42 TATA ଟ୍ରକ, CG 05A 8195 LPT1613/42 TATA ଟ୍ରକ, CG 04A 6754 LPT1613/42 TATA ଟ୍ରକ, CG 04JC 2434 LPT1613/42 TATA ଟ୍ରକ, CG 04A 6574 LPT1613/42 TATA ଟ୍ରକ, CG 04JD 5265 LPT1613/42 TATA ଟ୍ରକରେ ପରିବହନ କ୍ଷମତା ଠାରୁ ଅଧିକ ପରିମାଣ ଓଜନର ଧାନ ପରିବହନ କରାଯାଇଥିବା ଅଭିଯୋଗ ହେଉଛି।

ପଡୋଶୀ ଛତିଶଗଡ ରାଜ୍ୟର ରାୟପୁରର ସେକେଣ୍ଡ ହେଣ୍ଡ ଟ୍ରକ ଗୁଡିକର ମାଲିକାନା ବଦଳ କରାଯାଇଥିବା ଜଣାପଡିଛି। ସେହିପରି କେତେକ ଭଡା ଗାଡିରେ ମଧ୍ୟ ଅଧିକ ପରିମାଣର ଧାନ ପରିବହନ କରାଯାଇଥିବା ଯୋଗାଣ ବିଭାଗ ତଥ୍ୟ ସୂଚନାରୁ ଜଣାପଡିଛି। ହୁଏତ ସେତିକି ପରିମାଣର ଧାନ ପରିବହନ ହୋଇନଥିବା ବେଳେ କେବଳ କାଗଜପତ୍ରରେ ସେତିକି ଦର୍ଶାଇ ଦିଆଯାଇଥିବା ସମୀକ୍ଷକମାନଙ୍କ ମଧ୍ୟରେ ସନ୍ଦେହ ପ୍ରକାଶ ପାଇବାରେ ଲାଗିଛି।

ଦଶକୋଟି ଟଙ୍କା ଖର୍ଚ୍ଚ କରି ବ୍ୟବସାୟ କରୁଥିବା ଏବଂ ଖର୍ଚ୍ଚ କରି ଯାହା ଚାହିଁଲେ ତାହା କରି ଦେଖାଇପାରୁଥିବା ବିଷୟ କଥା କଥାକେ ପ୍ରକାଶ କରୁଥିବା ନୀଲେଶ ଅଗ୍ରୱାଲ ଏଭଳି ଭାବେ କମ ମୂଲ୍ୟର ସେକେଣ୍ଡ ହେଣ୍ଡ ଗାଡି ମାଧ୍ୟମରେ କ୍ଷମତା ଠାରୁ ଅଧିକ ପରିମାଣ ଓଜନ ପରିବହନ କରୁଥିବା ବିଷୟ ନିଶ୍ଚିତ ଭାବେ ସମଗ୍ର ବ୍ୟବସ୍ଥା ଉପରେ ବୁଦ୍ଧିଜୀବି ମହଲରେ ସନ୍ଦେହ ସୃଷ୍ଟି କରୁଛି।

କୋକସରା ବ୍ଲକ ଉପାଧ୍ୟକ୍ଷଙ୍କ ଘନିଷ୍ଠ ହୋଇଥିବା କାରଣରୁ ସବୁପ୍ରକାର କଳାକାରନାମାକୁ ଚପାଇ ଦିଆଯାଇପାରିବ ବୋଲି ଆଶା କରି ହୁଏତ ନୀଲେଶ ଏଭଲି କାରବାର କରୁଥିବା ମଧ୍ୟ ସାଧାରଣରେ ଆଲୋଚନା ହେଉଛି। ଏପରିକି ଭଡା ଗାଡିଗୁଡିକୁ ମଧ୍ୟ ଚାପ ପକାଇ ଅଧିକ ପରିମାଣ ଓଜନର ପରିବହନ କରିବାକୁ ବାଧ୍ୟ କରୁଥିବା ଆଲୋଚନା ହେଉଛି।

ଯଦିଓ ସଠିକ ପରିମାଣର ଓଜନ ପରିବହନ ହେଉଥାଏ ତାହାହେଲେ କାଗଜାତରେ ହେରାଫେରୀ କରାଯାଉଥିବା ବୁଦ୍ଧିଜୀବି ମହଲରେ ଆଶଙ୍କା ପ୍ରକାଶ ପାଇବାରେ ଲାଗିଛି। ରାସ୍ତାରେ ଅନେକ ଦୁର୍ଘଟଣା ହେଉଥିବା ବେଳେ ପରିବହନ ବିଭାଗ କ୍ଷମତା ଠାରୁ ଅଧିକ ପରିମାଣ ଓଜନ ପରିବହନ ସଂପର୍କରେ ବିଭାଗ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ବେଳେ ହୁଏତ ପ୍ରଭାବଶାଳୀ ଚାପ ଯୋଗୁଁ ନୀରବ ଦ୍ରଷ୍ଟା ସାଜୁଥିବା ମଧ୍ୟ ଆଲୋଚନା ହେଉଛି।

ଅନିୟମିତତା କରିଥିବା ସଂପୃକ୍ତ ନୀଲେଶଙ୍କ ସହ ପାରିବାରିକ ସଂପର୍କ ବିଷୟରେ ନୀରବ ରହିଥିବା ବେଳେ ଉପାଧ୍ୟକ୍ଷଙ୍କୁ ଢାଲ ସଦୃଶ୍ୟ ବ୍ୟବହାର କରି ନୀଲେଶ ଏଭଲି ଅନିୟମିତତା କରୁଥିବା ସନ୍ଦେହ ପ୍ରକାଶ ପାଉଥିବା ଘଟଣାକୁ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଅସ୍ୱୀକାର କରିଥିବା ଜଣାପଡିଛି।

ବ୍ୟାପକ ଅନିୟମିତତା
Share. Facebook Twitter LinkedIn Email WhatsApp Copy Link

Related Posts

ବୋଲେରୋ-ବାଇକ ମୁହାଁମୁହିଁ ଧକ୍କା, ପୂର୍ବତନ ସମିତିସଭ୍ୟ ମୃତ; ଜଣେ ଗୁରୁତର

September 19, 2026

ଚ଼ିଲିକା ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କଲେ ଆଇନ ମନ୍ତ୍ରୀ

September 18, 2026

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସରେ ବାଣପୁର ନଗର ମଣ୍ଡଳ ବିଜେପି ପକ୍ଷରୁ ଦୀପଦାନ

September 17, 2026

ବାଣପୁର: ଶ୍ରୀନିବାସପୁର ଶାସନରେ ପରିବେଷଣ ହେଲା “ଗଣେଶ ଗୀତିନାଟ୍ୟ”

September 17, 2026
Latest News

ଜମି ଦେବାକୁ କହି କୋଟିଏ ଟଙ୍କା ଠକେଇ, କର୍ପୋରେଟର ସତ୍ୟରାମ ସାହୁ ଗିରଫ

September 19, 2026

ପୂର୍ବତଟ ରେଳପଥ ଦ୍ୱାରା ‘ଅପରେସନ ନାର୍କୋସ୍’ ଅଭିଯାନ

September 19, 2026

ଭାରତର ଯୁବଶକ୍ତି ‘ବିକଶିତ ଭାରତ’ ଗଠନ ଯାତ୍ରାର କେନ୍ଦ୍ରବିନ୍ଦୁ: ପ୍ରଧାନମନ୍ତ୍ରୀ

September 19, 2026

ପୁରୀସ୍ଥିତ ବ୍ଲୁ ଫ୍ଲାଗ୍ ବିଚ୍ ରେ ଆୟୋଜିତ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ

September 19, 2026

ବୈଦ୍ୟୁତିକ ଗତିଶୀଳତା ପରିବର୍ତ୍ତନରେ ‘ଫ୍ରଣ୍ଟରନର୍’ ଭାବେ ଓଡ଼ିଶାର ସଫଳତା

September 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.